ଦ୍ୱାଦଶ ଛାନ୍ଦ — ରସ କଲ୍ଲୋଳ — ଦୀନକୃଷ୍ଣ ଦାସ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଦ୍ୱାଦଶ ଛାନ୍ଦ
(ବସନ୍ତ ଋତୁରେ ଗୋପୀଙ୍କ ଖେଦ)ରାଗ - କଲ୍ୟାଣ ଆହାରୀକୁସୁମ ସମୟ ହୋଇଲା ଉଦୟ ଦକ୍ଷିଣା ପବନ ବହିଲାକାମଦେବ ଦୂତ ହୋଇ ମହାମତ୍ତ ପଞ୍ଚମସ୍ୱରରେ କହିଲା ।କନ୍ଦର୍ପ, ଦର୍ପ ହୋଇଲା ଅତିଶୟକୁସୁମ ବିଶିଖ କରିବାକୁ ଲାଖ କାମିନୀ କଲେ ଭୟ ।୧।କମଳ, ରସାଳ ନୀଳଉତପଳ, ନିଆଳୀ, ଅଶୋକ ବିଳାଶକାମ ପଞ୍ଚବାଣ କାମୀ ପଞ୍ଚପ୍ରାଣ ଘେନିବାକୁ ହେଲେ ପ୍ରକାଶକେତକୀ, କୁନ୍ତ କି ହୋଇଲା ପ୍ରକଟକାନ୍ତା କାନ୍ତ ଭେଟ ହୋଇଲା ଅଭେଟ ଜୀବ ଯିବା ହେଲା ନିକଟ ।୨।କୁସୁମବନ୍ତ ମାଧବୀ ଧନୁ ଶୋଭା ଭ୍ରମର କଦମ୍ୱ ଗୁଣରେକଉତୁକ କରି କାମକୁ ବସନ୍ତ ଦେଇଅଛି ସଖା ପଣରେ ।କିଂଶୁକ, ପାଟକରବାଳ ତାହାର,କରିବାକୁ ରଙ୍ଗକୋଷେ ତାହା ସଙ୍ଗ ସୁଖ ନୋହୁଅଛି କାହାର ।୩।କେଶର କୁସୁମ ଅତି ମନୋହର କାମ ନୃପତି ଶ୍ୱେତଛତ୍ରକିଶଳୟପତି ପତାକା ଉଡନ୍ତି ବଶ କରନ୍ତି ମନନେତ୍ର ।କରୁଣା, କେଶର ମଲ୍ଲୀ ଗନ୍ଧ ଧୂପ,କେଳିକଦମ୍ୱେ ଶଙ୍ଖଧ୍ୱନି କରନ୍ତି ସଧୀରେ ଶଙ୍ଖୁଆ ମଧୁପ ।୪।କୋକିଳ କୁହୁ କୁହୁ ଭାବ ସଜାଉଁ ବାଜିଲା ଅତ୍ୟନ୍ତ ପ୍ରବଳେକଲେ ପ୍ରୟାଣ କୁସୁମବାଣରାୟ ବସନ୍ତ ପ୍ରାଣସଖା ମେଳେ ।କହିବ, କେ ଅବା ସେକାଳ ସମ୍ପତ୍ତି,କରି ମହାଭୟେ କିଙ୍କର ପରାୟେ କାମବଶ ଯୁବା ଯୁବତୀ ।୫।କନ୍ଦର୍ପ ପ୍ରତାପେ ମନୁଁ ଆପେ ଆପେ ମାନବତୀ ମାନ ଛାଡ଼ିଲେ ।କାମୀ ସେହି ଭୟେ ଅତ୍ୟନ୍ତ ତୋରାଏ ଯୁବତୀଙ୍କ ପାଦେ ପଡ଼ିଲେ ।କେତେ ଏ, ମଦନ ମହିର୍ମାକୁ ଅବା,କଳେବର ଜାଳି ଦେଲେହେଁ କପାଳୀ ଅର୍ଦ୍ଧାଙ୍ଗେ ବୁହାଇଲେ ଶିବା ।୬।କେଡ଼େ ତେଜୋବନ୍ତ ଛାୟାଦେବୀ କାନ୍ତ ତାଙ୍କ କର ଅଛି କଟାଇକମଳ ପତ୍ରାକ୍ଷ କୃଷ୍ଣଙ୍କୁ ଦେଖୁଛ, ଗୋପସ୍ତିରୀ ପାଦେ ଲୋଟାଇ ।କହିଲେ, ନ ସରେ ତାହାର ବଡ଼ାଇ,କାହାକୁ ଅବା ସେ କାହା କରିନାହିଁ ଫୁଲଶରେ ଧୈର୍ଯ୍ୟ ଛଡ଼ାଇ ।୭।କରିବାରୁ ଅଙ୍ଗ ପ୍ରତାପୀ ଅନଙ୍ଗ ପ୍ରବଳ ବସନ୍ତ ସଖାକୁକେ ଅଛି ମୋ ସମ ବୋଲି ସେହୁ ବ୍ରହ୍ମଲୋକେ ଲଗାଇଛି ଶିଖାକୁ ।କରିଛି, ବିହି ଯାହାକୁ ଭୂତବାଇ,କୁଟିଳ ବୁଦ୍ଧିରେ କଉଁ ଅବିଧିରେ ସଖା ଦେଇଛି ପଲ୍ଲବାଇ ।୮।କାନ୍ତ କଉତୁକୀ ବିଯୋଗୀ ଘାତକୀ ବରନ ବସନ୍ତକାନ୍ତକୁ କାନ୍ତାରେ କାନ୍ତାକୁ କାନ୍ତରେ କରାଇଲେ ସେ ରସବନ୍ତ ।କୁଞ୍ଜର, ଗମନୀ ଗୋପୀ ତା ଦେଖିଲେ,କିଶୋରବୟସୀ କ୍ରୀଡ଼ା ଅଭିଳାଷୀ ଧଇର୍ଯ୍ୟ ଅଙ୍ଗେ ନରଖିଲେ ।୯।କରିକୁମ୍ଭସ୍ତନା କୃଷ୍ଣ ଦମ୍ଭଘେନା କୁଟିଳ ଚଞ୍ଚଳ କଟାକ୍ଷାକେଶରୀ ମଧ୍ୟମା କାମକେଳି ସୀମା କୁନ୍ଦଦଶନା ପକ୍ଷ୍ମଳାକ୍ଷା ।
କରୁଣା, ବତୀ ଫୁରୁଣା କରି ମନ
କେ କାହାକୁ ଦେଖି ବୋଲଇ ଗୋ ସଖି ଦେଖିବା ଚାଲ ବୃନ୍ଦାବନ ।୧୦।
କେମନ୍ତେ କୁସୁମବନ୍ତ ହୋଇଅଛି ବସନ୍ତ ସମୟ ପ୍ରବେଶେ ।
କାନ୍ତ ବିଦେଶରୁ ଅଇଲେ ରମ୍ଭୋରୁ ଅବଶ୍ୟ ଶୋଭା ପାଇବ ସେ ।
କରିବା, ଆମ୍ଭେ ଚାଲ ବନ ବିହାରି ।
କୁହା କୁହି ହୋଇ କୃଷ୍ଣ ସୁଖଦାୟୀ ସତ୍ୱରେ ହୋଇଲା ବାହାର ।୧୧।
କେବଳ ଆକାଶ ପରାଏ ପ୍ରକାଶ ନୟନେ ମାତ୍ର ଦେଖିବାକୁ ।
କେ କେଉଁ ବେଶେ ଗମନ କରନ୍ତି ସେ ନ ଆସେ କବି ଲେଖିବାକୁ ।
କି ଅବା, ବୋଲନ୍ତି ସ୍ୱର୍ଗ ଅପସରା ।
କ୍ରୀଡ଼ା ଅର୍ଥରେ ନନ୍ଦନକୁ ଗମନ୍ତି ତାଙ୍କର କାହିଁ ଏଡ଼େ ତୋରା ।୧୨।
କବି କଳିବାରେ ତୁଳେ ତୁଳିବାରେ ତୁଳା ପ୍ରାୟ ହେଲେ ଉଶ୍ୱାସ ।
କଳାକକେ ସମାନ ନୋହି ନୃତ୍ୟଗାନ କରି ସ୍ୱର୍ଗେ କଲେ ନିବାସ ।
କେମନ୍ତେ, ବୋଲିବା ତାହାଙ୍କ ପରାୟେ ।
କୃତାର୍ଥ ହୋଇଛି ରମ୍ଭା ପରା ନାରୀ ଯାହାଙ୍କ ଜାନୁ ଉପମାଏ ।୧୩।
କିଛି ପ୍ରତିଆଶ ଥିବାରୁ ସୁରେଶ ଆସନ ହେଲା ଗଜରାୟେ ।
କଳହଂସ ଏହି କାରଣରେ ବିହି ବାହନ ହୋଇ ପୂଜା ପାଏ ।
କେତେହେଁ, ଥିବାରୁ ଚନ୍ଦ୍ରମୁଖ ଅଂଶ ।
କପର୍ଦ୍ଦୀକରେ ଡ଼ାକି ଧୀରେ ନାଚନ୍ତି ମସ୍ତକେ କରି ଅବତଂସ ।୧୪।
କୁଚ ସଦୃଶରୁ ଦେବତାଏ ମେରୁ ପର୍ବତ କଳଷ ନିକେତନ ।
କଣ୍ଠକୁ ଅନାଇ ମହାତୋଷ ହୋଇ ବିଷ୍ଣୁ ବାହିଲେ ପାଞ୍ଚଜନ୍ୟ ।
କାହିଁକି, ଦେବେ କରନ୍ତି ସୁଧାପାନ ।
କୁଟିଳକେଶୀ ଚଟୁଳବେଶୀ ଗୋପୀ କଥାକୁ ଯହୁଁ ସେ ସମାନ ।୧୫।
କାହିଁ ପାଇଁ ଅଙ୍ଗେ ମଣ୍ଡି ହୁଅଇ ସେ ପାରିଜାତକ କୁସୁମକୁ ।
କେତେ ତପକରି ପାଇଛି ଯହୁଁ ସେ ମନୋହର ହାସ ସମକୁ ।
କାନ୍ତିକି, ସମାନ ନୋହି କ୍ଷଣକାନ୍ତି ।
କାଦମ୍ୱିନୀ କୋଳେ ଥାଇ ସେ ତରଳେ ଦେଖାଇ ନ ଦେଖାଇ ଜ୍ୟୋତି ।୧୬।
କଳଧଉତ ଅନେକ ଲାଜପାଇ ଅନେଳ ଅଙ୍ଗକୁ ଦହିଲା
କି ବିଚାରି ପୁଣି ଅମର- ଧରଣୀ- ଧରେ ନଦୀ ହୋଇ ବହିଲା ।
କରଜ, ସମାନ ନୋହି ତାରାଗଣ ।
କଲେ ଶୂନ୍ୟଗତି ଦିବସରେ ଜ୍ୟୋତି ନ ଦେଖାଇ ଲାଜ ପାଇଣ ।୧୭।
କହିଲି ଯେତେକ ସ୍ୱର୍ଗବାସୀଯାକ ତୁଳରେ ସମସ୍ତେ ଉଶ୍ୱାସ
କୃଷ୍ଣ ପ୍ରିୟତମା ଗୋପୀଙ୍କ ଉପମା କଲେ ହୋଇବ କଉଁ ଯଶ ।
କେବଳ, କବିତା ବନିତା ବ୍ରତତୀ ।
କରିଅଛି ବିହି ବିରଚିତ କେହି ପାଶେ ନ ଥିଲେ ନ ବର୍ତ୍ତନ୍ତି ।୧୮।
କନକ ବଲ୍ଲରୀ ନାନା ଫୁଲଧରି ଚଳନ୍ତେ ଯେମନ୍ତେ ବିଚିତ୍ର
କାମକଳାବତୀ ଗୋପୀ ସେହିମତି ଚାଲନ୍ତେ ମୋହେ ମନନେତ୍ର ।
କ୍ରମେ ସେ, ବୃନ୍ଦାବନେ ହୋଇ ପ୍ରବେଶ
କଲେ ସେ ଶ୍ରବର ନାନାପକ୍ଷୀ ଗଣ ନାଦେ କୁରିଛି ଦଶ ଦିଶ ।୧୯।
କାଳିନ୍ଦୀ ଶୀତଳ ଫୁଲ ପରିମଳ ଘେନି ବହେ ମନ୍ଦ ପବନ ।
କୁରଙ୍ଗମଦ ସଉରଭ କରନ୍ତେ ବଢେ କନ୍ଦର୍ପ ଉଦ୍ଦୀପନ
କୁସୁମ ଚୁମ୍ବି ଭୃଙ୍ଗ କରେ ଝଙ୍କାର
କନ୍ଦର୍ପ ଧନୁ ଟଙ୍କାପରି ପରାଏ ପ୍ରତେ ହୁଅଇ ଗୋପୀଙ୍କର ।୨୦।
କପୋତ ହୁଙ୍କାର କାମ ଅହଙ୍କାର ତର୍ଜନ ପରାଏ ମଣନ୍ତି
କେ ରତି କୁଜିତ କଥା ଚେତି ଚିତ୍ତ ଚଞ୍ଚଳ କରିଣ ଗୁଣନ୍ତି ।
କୁଞ୍ଜର, ଗମନୀ କୁଞ୍ଜମାନ ଦେଖି ।
କଞ୍ଜନୟନ କେଳି କଥା ସୁମରି ଧଇର୍ଯ୍ୟ ନ ପାରନ୍ତି ରଖି ।୨୧।
କିଂଶୁକ, ଅଶୋକ, ଚମ୍ପା କୁରୁବକ, କରୁଣା କୋର କେଶର
କୃବେଲ୍ଲୀ , ମଲ୍ଲୀ, ମାଧବୀ, ଛୁରୀଅନା, ହେମ, କେତକୀ, କରବୀର ।
କରକ, ଆଦି କଅତମାଳ ତମାଳ ।
କୁସୁମ ଭରେ ମନୋହର ମନ୍ଦାର ବକୁଳ, ରସାଳ ରସାଳ ।୨୨।
କଉଁ ଗୋପୀ ଦେଖି ବୋଲଇ ଗୋ ସଖି ! ଦେଖ ସେଖ ଏ ନାଗେଶ୍ୱର
କାନ୍ତ ବିଚ୍ଛେଦରେ ବିରହିଣୀଠାରେ କେବଳ ହୋଏ ନାଗେଶ୍ୱର ।
କନ୍ଦର୍ପ, କରତଟି ଏହି କେତକୀ ।
କରତି ବିରହୀ ଅଙ୍ଗ ପ୍ରାଣ ନେବା କଥାହିଁ ଏହାକୁ କେତେ କି ? ।୨୩।
କୁସୁମ ଉତ୍ତମ ବାସ ମନୋରମ ନାମ ମାତ୍ରକ ଛୁରୀଅନା
କର୍ଣ୍ଣପଥେ ଶୁଣି ପ୍ରବାସି- ରମଣୀମାନେ ହୁଅନ୍ତି କ୍ଷୁଦ୍ରମନା ।
କୃଷ୍ଣରେ, କୃଷ୍ଣ ସମ ଦେଖ ତମାଳ
କାନ୍ତ ବିଯୋଗରେ ବିରହ ଭୋଗରେ ପ୍ରତେ ହୋଏ କାମ ତମାଳ ।୨୪।
କିଂଶୁକ କୁସୁମ ନୁହଇ ଏ କାମ ଅର୍ଦ୍ଧଚନ୍ଦ୍ର ବାଣ ପରାୟେ ।
କାନ୍ତାର୍ଥିନୀ ନାରୀ ଅଙ୍ଗକୁ ବିଦାରି ହୋଇଛି ମହାରଙ୍ଗମୟେ ।
କରଇ, ଯହୁଁ ବିଯୋଗିନୀ ପଳାଶ ।
କହିଲି ଗୋ ସହି ! ଜାଣିଥାଅ ସେହି ଘେନି ଏହା ନାମ ପଳାଶ ।୨୫।
କନକ କୁସୁମ ବୋଲି ଏହା ନାମ ବିଧାନ କରିଅଛି ବିହି ।
କଉଁ ଅବିଗୁଣେ ଅବିବେକ ପଣେ ଭୃଙ୍ଗ ଏହାକୁ କଲା ଦ୍ରୋହୀ ।
କୋମଳେ, ଶୁଣାଇଲେ ସୁଧା ଆଳାପ ।
କାଳ ଅପ୍ରାପତ ହୋଉଥିଲେ ଜାତ କରଇ କୁସୁମ କଳାପ ।୨୬।
କେମନ୍ତେ ବିଶାଳ ନେତ୍ର ମୁଖଶାଳ ସଖି , ପ୍ରମାଣ ରସାଳ ।
କାନ୍ତ କୋଳଗତ ନୋହିଲେ ସାକ୍ଷାତ ହୁଅଇ ଏକା ଏ ରସାଳ ।
କୋକିଳ, ଠାରୁ ସବୁରି ସ୍ନେହପାତ୍ର ।
କାମକରେ ପତ୍ରୀ ହେଲେ ବାମନେତ୍ରୀମାନଙ୍କ ବାମ ହୁଏ ମାତ୍ର ।୨୭।
କରୁଣା କଟାକ୍ଷେ ଅନାଇ ଫୁରୁଣା ହୋଇ ବୋଳଇ ଏ କରୁଣା ।
କରୁଣାକର କରୁଣା ବାହାରେ ଏ ହୁଅଇ ଅପୂର୍ବ କରୁଣା ।
କେ ବୋଲେ, ଦେଖ ଦେଖ ସଖି ମାଧବୀ ।
କେତେହେଁ ସ୍ନେହ ଏହାଠାରେ କରନ୍ତି ମିତ୍ର ଭାବ ଘେନି ମାଧବୀ ।୨୮।
କଉଁ ଗୋପୀ ହସି ବକ୍ରବାଣୀ ଭାଷି ବୋଲେ ଦେଖ, କାମଦୂତୀ
କାମ କାର୍ଯ୍ୟ ସିଦ୍ଧ କରିବାରୁ ବୁଧମାନେ ବୋଲନ୍ତି କାମଦୂତୀ ।
କେ ବୋଲେ, ଶୁଣ ଗୋ ସମସ୍ତ ସୁନାରୀ
କୃତମାଳ ନାମ ଥିବାରୁ ଏ କାମ ଅବନୀପତିର ସୁନାରୀ ।୨୯।
କରିଛି କୁସୁମ କପଟେ ସୁଷମ ତପନୀୟ କଣ୍ଠମାଳକୁ ।
କନ୍ଦର୍ପକୁ ଭୟ ନଥିଲେ ଥୋକାଏ ନେଇଯାଅ ଯେଝା ଗଳାକୁ ।
କେ ବୋଲେ, ସୁଖଲୋଭେ ଦୁଃଖ ପାଇବ ।
କେତୁ ମୁଣ୍ଡ ପ୍ରାୟେ ତୁଣ୍ଡ ସୁଆଦରୁ କାଳେ ଦଣ୍ଡସିନା ହୋଇବ ।୩୦।
କୃଷ୍ଣ କରୁଣାରେ ମର ଫୁରୁଣାରେ ଆମ୍ଭେ ବୋଲୁଥାଇଁ ନିଆଳୀ ।
କେ ବୋଲେ, ଦେଖ ଦେଖ ସଖି ଅଶୋକ
କଉଁ ରସିକିନୀ କାନ୍ତ ବିଯୋଗିନୀ ହେଲେ ନ କରାଇ ଅଶୋକ ।୩୧।
କେଶବ ପ୍ରସାଦେ କାମ ଅପ୍ରମାଦେ ଆମ୍ଭକୁ ହୋଇଛି ପୁନ୍ନାଗ ।
କାନ୍ତ- ସଙ୍ଗ-ଛଡ଼ା କାମ ଶର ପୀଡ଼ା ହୋଇଲେ ହୁଏ ଏ ପୁନ୍ନାଗ ।
କେବଳ, ଭଲକାଳେ ଭଲ ସଭିଏଁ ।
କେ ଅବା ଅଭଲେ ଅଭଲ ନୋହିଛି ବିଚାରି କହିଲି ସଭିଏଁ ।୩୨।
କଉଁ ଗୋପୀ ଦେଖି କରକୀ ତରକି ବୋଲଇ ସଖୀ ଦେଖ ଦେଖ ।
କିପାଁ ବୁଦ୍ଧନାରୀ –ସ୍ତନ ପ୍ରାୟ କରି ତଳକୁ କରିଅଛି ମୁଖ ।
କେବଳ, ମନକୁ ଏମନ୍ତ ଖଟିଲା ।
କମନୀୟ ଦନ୍ତପନ୍ତି ଦେଖି ଅନ୍ତସରିକି ହୃଦୟ ଫାଟିଲା ।୩୩।
କେ ବୋଲି କୁଚ ଅନାଇ ସଙ୍କୋଚ ପାଇଁ ମୁଖ କରି ତଳକୁ ।
କରି ତପସ୍ୟା କରି ପ୍ରତିଆଶ ଲଗାଇ ସମାନ ତଳକୁ ।
କେ କାହା, କୁଚେ କରଦେଇ ଆଞ୍ଚିଲା ।
କାହୁଁ ଏହାପରା ହୋଇବ ଏ ତୋରା ବୋଲି ମନ୍ଦହସ ମୁଞ୍ଚିଲା ।୩୪।
କହିଲେ ବହୁତ ହେବ ଏ ଚରିତ ଶୁଣ ହେ ରସିକନାଗର ।
କେବଳ ଅମୃତ ଖାଇଲେ ବହୁତ ମନକୁ ନୋହେ ସୁଖକର ।
କହଇ, ଦୀନକୃଷ୍ଣ ବନଭ୍ରମଣି ।
କର୍ଣ୍ଣେ ଏହା ଶୁଣି ସୁକୃତ ପରାଣୀ ତାର ସଂସାର – ତରଙ୍ଗିଣୀ ।୩୫।
ତ୍ରୟୋଦଶ ଛାନ୍ଦ
ବସନ୍ତ ଋତୁରେ ଗୋପୀ ଓ କୃଷ୍ଣଙ୍କ ମନୋଭାବରାଗ - କେଦାର ଗୌଡ଼ାକଳଙ୍କ ରହିତ କଳାକରଜଜିତ-ବଦନୀ ଗୋପଯୁବତୀ ।କନ୍ଦର୍ପ ରସରେ ପୁରି ପରସ୍ପରେ ବକ୍ରବନ ଭାଷନ୍ତି ସେ । କାନ୍ତା ।କୃଷ୍ଣ କୃପାରେ ସୁରସବନ୍ତା ସେ ।କାହାରିହିଁ କିଛି ନାହିଁ ଚିନ୍ତା ସେ ।କ୍ରୀଡ଼ା କଳାପ ଜାତ କରନ୍ତା ସେ ।୧।କେ ବୋଲେ ବସନ୍ତ ରାଜ ଭାଗ୍ୟବନ୍ତ ରହିଲା ବୃନ୍ଦାବନରେ ।କେତେକ ଜାତିରେ କେତେ କେତେ ବର୍ଣ୍ଣରେ ରହିଛନ୍ତି ସୁମନରେ ସେ ।କେତେ । କାମ ବାଢିଛନ୍ତି ଯେଝାମତେ ସେ ।କାହିଁ ଦେଖିଲା ତ ନାହିଁ ଏତେ ସେ । କେତେ ।କାମ ବାଢିଛନ୍ତି ଯେଝାମତେ ସେ ।କାହିଁ ଦେଖିଲା ତ ନାହିଁ ଏତେ ସେ । କଉଁ ସୁଖ ନୋହୁଅଛି ଚିତ୍ତେ ସେ ।୨।କୃତମାଳ କଢି ମଲ୍ଲୀକଢି ଫୁଲ ରଙ୍ଗଣୀ ମାଣିକ୍ୟ ଫୁଲ ।କେମନ୍ତେ ଶୋଭା କର୍ଣ୍ଣିକାରେ କର୍ଣ୍ଣିକା କେ କରିବ ଏହା ମୂଲ ସେ । କାନ୍ତି ।କେତେ ତାରତର ଦିଶୁଛନ୍ତି ସେ ।କେଉଁ ବିନ୍ଧାଣୀର ହୋଇଛନ୍ତି ସେ ।କାହା ନାମକୁ ହରୁ ନାହାନ୍ତି ସେ ।୩।କମନୀୟ ମଲ୍ଲୀ କଢ ମୋତିମଣି ନାସା ଆଭରଣ ଦେଖ ।କୁରୁବକତୋରା କି ତୋରା ନୋହିଛି ଦେଉନାହିଁ କେତେ ସୁଖ ଗୋ । କହ ।କଲେ ମଣ୍ଡନ ହେବ ଦେହ ଗୋ ।କି ବିଚାରିବ ମନେ ଅଦେହ ଗୋ ।କୃଷ୍ଣ କରିବେ କେତେ ସେନେହ ଗୋ । ୪।କରି ଏ ବିଚାର କଲେ ଫୁଲସାର ଆଭରଣ ଅଙ୍ଗେ ଶୋଭା ।କଉଁ ସୁର ନର ଗନ୍ଧର୍ବ କିନ୍ନର ଦେଖିଲେ ନୋହିବେ ଲୋଭା ସେ । କାଳେ ।କାଳୀରମଣ ଦେଖିଲେ ଡ଼ୋଳେ ସେ ।କାମିନୀକି ତକାଇବେ ତାଳେ ସେ ।କୁଞ୍ଜବିହାରୀ ଧରିବେ ବଳେ ସେ ।୫।କୁସୁମ ସୁବେଶ ହୋଇ ଗୋପୀବଂଶ କରନ୍ତେ ସୁଖେବିହାର ।କଜ୍ଜ୍ୱଳ ବରନି କଳାମେଘ ବର୍ଣ୍ଣ ବୃନ୍ଦାବନରୁ ବାହାର ସେ । କରେ ।କୁଳଛଡ଼ା ବଂଶୀ ଧରି ଧୀରେ ସେ ।କଉଁ ଦୁର୍ଜ୍ଜନ ନାଶ ନ କରେ ସେ ।କଉଁ ସଜ୍ଜନ ଅବା ନ ତାରେ ସେ ।୬।କୋଟି କୋଟି କାମ ପ୍ରାୟେ ଅଭିରାମ କର୍ଣ୍ଣେ ମକର କୁଣ୍ଡଳ ।କେକୀପୁଚ୍ଛ ଚୂଳ କଣ୍ଠେ ବନମାଳ ଶ୍ରୀମୁଖ ଚନ୍ଦ୍ରମଣ୍ଡଳ ସେ । କାହ୍ନୁ ।କାମୀମାନଙ୍କର କାମଧେନୁ ସେ ।କାମିନୀକୁଳ କୁସୁମ- ଧନୁ ସେ ।କଷ୍ଟ ତିମିର ପୀୟୁଷ – ଭାନୁ ସେ ।୭।କଳାକରକୁ ନକ୍ଷତ୍ର ପନ୍ତି ପ୍ରାୟେ ବେଢିଛନ୍ତି ଗୋପବାଳେ ।କେ ବେଣୁ ଶୃଙ୍ଗ କେ ପତର କାହାଳୀ ବଜାବନ୍ତି କୁତୂହଳେ ସେ । କେହି ।କରେ ଫୁଲ- ଛତ ଛନ୍ତି ବହି ସେ ।କୁତୁକେ ଡ଼ାକେ ରହି ରହି ସେ ।କର୍ଣ୍ଣେ ଲାଗି କି କି କଥା କହି ସେ ।୮।କେ ଫୁଲ ଧନୁରେ ଫୁଲଶର ସନ୍ଧି କୁସୁମ ବୃଷ୍ଟି କରଇ ।କେ ଫୁଲଆଲଟେ କୃବେଲି ଚାମରେ ଶ୍ରୀଅଙ୍ଗ ଶ୍ରମ ହରଇ ସେ । କୃଷ୍ଣ ।କୃପାକଟାକ୍ଷେ ଗୋପୀ ସତୃଷ୍ଣ ସେ ।କପଟରେ ବଢାଇଲେ ଉଷ୍ଣ ସେ ।କଲେ ସରାଗେ ତାହାଙ୍କୁ ପ୍ରଶ୍ନ ସେ ।୯।କି ଗୋ ବାମନେତ୍ରୀମାନେ କାମଛତ୍ରୀ ପୁଲ ପତ୍ରୀ ତ ତୋଳିଲ ।କଉଁ ଅବଚାରେ ଆପଣା ଦେହରେ କଣ୍ଡୁର ଆଣି ବୋଳିଲ ଗୋ ।କହ କାମ କାଣ୍ଡେ ତ ମଣ୍ଡିଲ ଦେହ ଗୋ ।ଜାଳେ ହୋଇବ ଅତି ଦୁଃସହ ଗୋ ।କାହିଁପାଇଁ ହେଲେ ଏଡ଼େ ମୋହ ଗୋ ।୧୦।କୁଳଦେବତାଙ୍କୁ ଲାଗି କରିବାକୁ କରିଥିଲି ମୁଁ ଯତନ ।କଉଁ ବଡ଼ପଣେ ତାହା ଜଣେ ଜଣେ କଳ ଏଡ଼େ ଅଯତନେ ଗୋ । କହ ।କିମ୍ପା କରାଇଲ ଅନ୍ତଦାହ ଗୋ ।କେହି ସହିବଟି ଏହା ଦେହ ଗୋ ।କାହିଁ ଯିବ ଆଜ ରହ ରହ ଗୋ ।୧୧।କଉଁ ଗୋପୀ ବୋଲେ ତୁମ୍ଭେ ଶୁଭେ ଥିଲେ କନ୍ଦର୍ପ କରିବ କିସ ।କେବେହେଁ ପୀୟୂଷ ଖାଇଲେ ବିନାଶ କରିପାରେ ଛାର ବିଷ ହେ ।କାନ୍ତ । କାହିଁପାଇଁ ହେଉଛି ଏମନ୍ତ ହେ ।କିଛି ଲାଞ୍ଚ ଦେବା ହୁଅ ଶାନ୍ତ ହେ ।କିମ୍ପା ମାରୁଛ କଟାକ୍ଷ କୁନ୍ତ ହେ ।୧୨।କେଶବ ବୋଲନ୍ତି କେବେହେଁ ମୁଁ ଶାନ୍ତି ନୋହିବି ଏ ମୋ ପ୍ରମାଣ ।କୁଚଶମ୍ଭୁଶିରେ ଦେଉଅଛି କର ମୋତେ କଂସ ମାମୁଁ ରାଣ ଗୋ ।କେହି । କୁଞ୍ଜବନୁ ଆଜ ଯିବନାହିଁ ଗୋ ।କାମଦେବଙ୍କୁ ଡରିଲା ନାହିଁ ଗୋ ।କଟାକ୍ଷରେ ମୋତେ ଚାହିଁ ଗୋ ।୧୩।କୃଷ୍ଣ ବାଣୀ ଶୁଣି ବରଜରମଣୀ ଫୁଲମାଳେ ମାଳେ ନେଇ ।କରୁଛୁ ବରଣ ତୁମ୍ଭେ ଆମ୍ଭ ପ୍ରାଣ ବୋଲି ଗଳାରେ ଲମ୍ବାଇ ସେ । କେହି ।କଟାକ୍ଷରେ ବକ୍ରକରି ଚାହିଁ ସେ ।କଉତୁକେ ଗଲେ ରହି ରହି ସେ, କଞ୍ଜନୟନ ହୃଦୟ ମୋହି ସେ ।୧୪।କନକବରନୀ କୁମ୍ଭୀ-କୁମ୍ଭସ୍ତନୀ ଗୋପେ ପ୍ରବେଶ ହୋଇଲେ ।କମଳ ହରଷ ଘେନି ସାତଅଶ୍ୱ ଚରମ ଚଳ ଛୁଇଁଲେ ସେ । କାଳ ।କଲା କନ୍ଦର୍ପେ ମନ ଚଞ୍ଚଳ ସେ ।କିଛି ତୁଟାଇଲା ଲଜ୍ଜା ବଳ ସେ ।କିବା କନ୍ୟା ଯୁବା ସନ୍ଧି ବେଳ ସେ ।୧୫।କଳାକର କଳା ପ୍ରକାଶି ଆସଇ ନୟନକୁ ସୁଖଦାୟୀ ।କୁସୁମ ବିକାଶ ବେଳ ପରବେଶ ବହୁତ ଦୂରରେ ନାହିଁ ସେ । କାଳ ।କହୁଁ କହୁଁ ଦିଶିଲା ମଞ୍ଜୁଳ ସେ ।କରାଇଲା ଦ୍ୱିଜଙ୍କୁ ତରଳ ସେ ।କୋକ ଶୋକ ଦେବାରେ କୁଶଳ ସେ ।୧୬।କିବା ବାରବଧୂ ନିଧୂବନ ଆଶେ ହୋଇ ଅନୁରାଗବତୀ ।କରି ଅଙ୍ଗଶୋଭା ଉଭା ହେଲା ପ୍ରାୟ ଦିଶେ ନିଶାମୁଖ ଜ୍ୟୋତି ସେ । କାଳେ ।କମ୍ଭୁଘୋଷ ଶୁଭେ ଦେବଆଳେ ସେ ।କଲେ ଧେନୁ ଦୋହନ ଗୋପାଳେ ସେ ।କାମୀ ପ୍ରବେଶ ସଙ୍କେତ ସ୍ଥଳେ ସେ ।୧୭।କହୁଁ କହୁଁ ଅନ୍ଧକାର କଲା ଅନ୍ଧ ଲିଭିବାରୁ ରବି ଦୀପ ।କୃପଣଙ୍କ ଧନ ପ୍ରାୟ ହେଲା ଜନମାନଙ୍କର ଦେବଦୀପ ସେ । କଳା ।କଉଁ ଲୋକଙ୍କୁ ହେଲା ଶୃଙ୍ଖଳା ସେ ।କୁଳଟାଙ୍କୁ କରାଇଲା ଲୀଳା ସେ ।କିବା ଚୋର ନେତ୍ର ସୁଖମାଳା ସେ ।୧୮।କଉଶିକ ସୁଖ ଜାତ କରିବାକୁ ରଘୁତିଳକ ପରାୟେ ।କି ଅବା ବିଷ୍ଣୁ ସମାନ ସର୍ବବ୍ୟାପୀ ଅଛିଦ୍ର ନିବିଡ଼ମୟେ ସେ । କାଳ ।କାଳପ୍ରାୟ ଦିଶେ ବିକରାଳ ସେ ।କୃଷ୍ଣ ଅଭିସାରୀ ନେତ୍ର ଫଳ ସେ ।କାଳ । କାଳପ୍ରାୟ ଦିଶେ ବିକରାଳ ସେ ।କୃଷ୍ଣ ଅଭିସାରୀ ନେତ୍ର ଫଳ ସେ । କଲା ନିଶାଚରକୁ ପ୍ରବଳ ସେ ।୧୯।କିବା ପୁଷ୍ପବନ୍ତେ ହରିବା ନିମନ୍ତେ ତମକୁ ଛନ୍ତି ଗୋଡ଼ାଇ ।କି ଅବା ତାହାକୁ ଗ୍ରାସ କରିବାକୁ ତମ ଅଛି ଘଉଡ଼ାଇ ସେ ।କଥା କହିବାକୁ କେବା ସାମରଥ ସେ ।କହି ବସିଲେ ହୋଇବ ପୋଥା ସେ ।କବି ତୁଣ୍ଡ କରାଇବ ବ୍ୟଥା ସେ ।୨୦।କିଛିକାଳେ ରାଜା ରାଜା ପ୍ରାୟେ ହୋଇ ଉଦୟ ହୋଇଲେ ଆସି ।କୁମୁଦ ବିକାଶି ଲୋକେ ହେଲେ ତୋଷି ଦୁଷ୍ଟ ତମ ଗଲା ଖସି ସେ । କାନ୍ତି ।କଲା ଦୀନଲୋକେ ତାପ ଶାନ୍ତି ସେ ।କରାଇଲା ବିଟପୀଙ୍କି ଭ୍ରାନ୍ତି ସେ ।କଲା ନିବର୍ତ୍ତ ଚୋରଙ୍କ ଗତି ସେ ।୨୧।କୃଷ୍ଣ ହୃଦରେ କଉସ୍ତୁଭ ପରାୟେ ବିଷ୍ଣୁ ପଦେ ଶଶୀ ଦିଶେ ।କଳଙ୍କ କପଟେ ଯାମିନୀ କାମିନୀ କୋଳରେ ଧରିଛି କି ସେ । କିବା ।କଳଧଉତ ଫଳକ ଅବା ସେ ।କରି ବିଚାର କାମୀ ବଧିବା ସେ ।କରୁଁ ଥୋଇଅଛି କାମଦେବା ସେ । ୨୨।କଳା କିତପା ଚନ୍ଦ୍ରାତପ ମଧ୍ୟେ କି ରଜତ ଗିରି ନାୟକ ।ଜଉତୁକରେ ତାର ଚାନ୍ଦି ଦର୍ପଣ ଖଞ୍ଜାଇ ଅଛି ଅନେକ ତା । କହି ।କବି ପାରକୁ ପାଇଲା ନାହିଁ ତା ।କଳେବର ଦ୍ରବିଗଲା ବହି ତା ।କଉଁଭାଗ୍ୟେ ପ୍ରାଣଅଛି ରହି ତା ।୨୩।କଳାନିଧି ଶୋଭା ଦେଖି ମହାସୁଖୀ ହୋଇଲେ ଚକୋର ପନ୍ତି ।କ୍ରୀଡ଼ା କଲେ ବ୍ରୀଡ଼ା ଛଡ଼ାଇ ମନରୁ କେଉଁ ରସିକ ଦମ୍ପତି ସେ । କେହି ।କାନ୍ତ ବିଚ୍ଛେଦ ଦଶାକୁ ବହି ସେ ।କାମ- କାଣ୍ଡ କାଣ୍ଡେ ହେଲା ଦହି ସେ ।କଳାକରକୁ ଚାହିଁଲା ନାହିଁ ସେ ।୨୪।କସମେ ସମୟେ ମହାସୁଖମୟେ ତହିଁ ପୁଣି ଚାନ୍ଦରାତି ।କୋକିଳ ଭାରତୀ କାମ ଗତାଗତି ସ୍ଥିର ହେବ କାହା ଛାତି ସେ ।କାମ ରସିକ ଗୁଆଁର ତୁଲେ ସେ ।କାମୀ ନଥିଲେ କାମିନୀ କୋଳେ ସେ ।କରେ ଖଣ୍ଡ ଖଣ୍ଡ କରବାଳେ ସେ ।୨୫।କେ ବସି ଏକାନ୍ତେ ଲେଖା ଲେଖି କାନ୍ତେ କେତକୀ ଦଳ ମଧ୍ୟରେ ।କଉଁ ସୁବିଚାରେ ରହିଅଛ ଦୂରେ ଏଡ଼େ ବସନ୍ତ ଋତୁରେ ହେ । କହ ।କିବା ପାଷାଣ ତୁମ୍ଭ ବିଗ୍ରହ ହେ ।କି ଏ କଳାକରକୁ ନ ଚାହଁ ହେ ।କାହା ଅଙ୍କ କରିଅଛି ମୋହ ହେ ।୨୬।କୋକିଳ ଭାରତୀ ନ ଶୁଭଇ ଶ୍ରୁତି ନ ଲାଗେ ମନପବନ ।କୁସୁମ ସୁବାସ ନ ଘେନଇ ଶ୍ୱାସ କି ତୁମ୍ଭେ ଏଡ଼େ ଅଜ୍ଞାନ ହେ । କାନ୍ତ ।କି ସେ ଦେଶରେ ନାହିଁ ବସନ୍ତ ହେ ।କିମ୍ବା ନୁହ ତୁମ୍ଭେ ଗୁଣବନ୍ତ ହେ ।କହ କହ ମୋତେ ଏ ଉଦନ୍ତ ହେ ।୨୭।କଉଁ ନାଗର ଦୂତୀ ଆଗେ କହି କହିବୁ ପ୍ରାଣଧନକୁ ।କାଲିପରି ପ୍ରେମଦାସ ଭେଟୁଅଛି ଦୁଃଖ ନଦେବୁ ମନକୁରେ । କାନ୍ତା ।କାନ୍ତ ହରିବେ ସମସ୍ତ ଚିନ୍ତା ରେ ।କରି ହୃଦୟରେ ତୋତେ ଚିନ୍ତାରେ । କିମ୍ପା ରଖିବ କାମ ଅହନ୍ତାରେ ।୨୮।କାହା ଦୂତୀ ଯାଇଁ କାନ୍ତକୁ କହଇ କଲ ଉତ୍ତମ ବିଚାର ।କାଳଯାକ ପ୍ରୀତି କରି ଗଲ ଯାହା କୁସୁମକାଳେ ଅନ୍ତର ହେ । କାନ୍ତ ।କର୍ମେ ଥିଲା ତୁମ୍ଭର ଏମନ୍ତ ହେ ।କାଳେ ହେବ କାମିନୀ କୃତାନ୍ତ ହେ ।କି ନୋହିଲେ ତୁମ୍ଭେ ଗୁଣବନ୍ତ ହେ ।୨୯।କେତେବେଳେହେଁ କଳା ଧଳା ନୁହଇଁ କହିଲେ କିହେବ ତାହା ।କଲତ ଦଇତ ଚରିତ ବଧୂ ବଧ କଲା ଯାହା ସେ । କଥା ।କାନ୍ତ ଶୁଣି ନତ କଲା ମଥା ସେ ।କୁଳିଶକୁ ହିଁ ବଳିଲା ବ୍ୟଥା ସେ ।କ୍ରମେ ହୋଇଲା କାମ ଗଳଥା ସେ । ୩୦।କହଇ ନାୟକ ସଖୀ ତୁ ଯେତେକ କହିଲୁ ଏଥି ମୁଁ ମଲି ।କହ ମୋ ଧନୀକି ମନମୋହିନୀକି ତୋହ ପଛେ ପଛେ କଲି ହେ । କାଳ ।କେତେବେଳରେ ହୋଇବ ମେଳ ସେ ।କାମ ତାପ କରିବ ଶୀତଳ ସେ ।କଉଁ ରୂପରେ ନୁହଇ ବଳ ସେ ।୩୧।କଲେ ଯେତେ ଯେତେ କ୍ରୀଡ଼ା ଏ ବସନ୍ତେ କୁଞ୍ଜବିନୋଦିୟା ହରି ।କୋଟି କୋଟି ତପେ ଜନ୍ମି କବିରୂପେ ସେ ସୁଖ କହି ନପାରି ସେ । କେଳି ।କଣ୍ଠ ମଣ୍ଡନ କୁମୁତାମାଳି ସେ ।କହୁଥିଲେ କଳୁଷକୁ ଦଳି ସେ ।କେତେ ଜାଣନ୍ତି ବରଜବାଳୀ ସେ ।୩୨।କେତେବେଳେ ଗୋପେ ନାଗର ସ୍ୱରୂପେ ବସନ୍ତ ପତନୀ ପିନ୍ଧି ।କର୍ପୂର ଚନ୍ଦନ ଅଙ୍ଗେ ବିଲେପନ କମନୀୟ ଗଭା ବାନ୍ଧି ସେ । କାହିଁ ।କଉତୁକ କଥାମାନ କହି ସେ ।କଳାକର ପ୍ରିୟାଯାକ ରହି ସେ ।କାମ ପ୍ରିୟତମା ସୁଖ ବହି ସେ । ୩୩।କଳିନ୍ଦୀ କୂଳିଆ କଦମ୍ୱମୂଳିଆ କାଇଁଚମାଳିଆ ପାଦେ ।କୃଷ୍ଣଦାସ ମନ ବଚନ କର୍ତ୍ତବ୍ୟ ରଖିଅଛି ଅପ୍ରମାଦେ ସେ । କାଳେ ।କାଳଭୟ ବିନାଶିବ ହେଳେ ସେ ।କଷ୍ଟ ନ ପାଇବ ଭବଜଳେ ସେ ।କିଛି ନ କରିବ ଅମଙ୍ଗଳେ ସେ ।୩୪।