ଷୋଡ଼ଶ ଛାନ୍ଦ — ରସ କଲ୍ଲୋଳ — ଦୀନକୃଷ୍ଣ ଦାସ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଷୋଡ଼ଶ ଛାନ୍ଦ
ବର୍ଷାଋତୁ ହେତୁ ମନୋଭାବ ବର୍ଣ୍ଣନାରାଗ - ପାହାଡ଼ିଆ କେଦାରକ୍ରମେ ଗ୍ରୀଷ୍ମ ହୋଇଲା ଶେଷ,ପ୍ରବେଶ ହେଲା ଆଶାଢ ମାସ,କାଳ-କରାଳକାଳିକା ଉଦେ ହେଲେ ଆକାଶ ହେ କଲା ନିବିଡ଼ କରି ନିର୍ଘୋଷ,ଗିଳିଲା ଗିରିବରଶିରୀଷ,ମହାପ୍ରବଳ ଅନ୍ଧାରେ ନ ଦେଖାଇଲା ଦିଶ ସେ ।କରାଇଲା ଆପଣା ବଲ୍ଲୀ ପ୍ରକାଶ ସେ ।କ୍ରମେ ସଜଳ କଲା ଅବନୀଦେଶ ସେ ।କୃଷି କାରକେ ହୋଇ ହରଷ, କଲେ ଯେ ଯାହା ଇଚ୍ଛାରେ ଚାଷ,କେଦାର ମାନଙ୍କରେ ପୁରିଲା ଗୀତ ଅଶେଷ ସେ ।୧।କୁଳଟା ପ୍ରାୟ କୁଳ ବୁଢାଇ, ବଢିଲେ ନଦୀ ପ୍ରବଳ ହୋଇ;ପାଶେ କାହାକୁ ନ ଦେଲେ ଥୋଇ ଚଞ୍ଚଳ ହୋଇ ସେ ।କୁଳପାଳିକା ପ୍ରାୟେ ଦୀର୍ଘିକା କୂଳକୁ ରଖି ରହିଲେ ଏକା, କୋକମିଥୁନ ଉରଜ ଘନ – ରସକୁ ପାଇ ସେ ।କମଳରେ ବୁଡ଼ିଲେ କମଳବଂଶ ଯେ ।କଲେ ଗମନ ମାନସରକୁ ହଂସ ଯେ ।କଚ୍ଛପ, ମତ୍ସ୍ୟ ମଣ୍ଡୁଳ, ମତ୍ତ, ହୋଇ ରଚିଲେ ସୁଖରେ ରତ,କୌଞ୍ଚ ସାରସ ବଳାବଂଶ ହେଲେ ଉଲ୍ଲାସ ସେ ।୨।କୁଧର ବନ ଦିଶିଲେ ଶୋଭା, ଲିଭିଲା ବନ ଅନଳ ପ୍ରଭା,କଲା ଜଗତ ଜନମାନଙ୍କ ନୟନଲୋଭା ଯେ ।କଦମ୍ବ, ଜାଈ, ମଲ୍ଲୀ, ମାତୀ, କେତକୀ, ଚମ୍ପା,କୁଟକ ଯୁଥୀ କୁସୁମ ବେଶ ବଶ କରେ ଓ ମଧୁପସଭା ଯେ ।କୁସୁମରୁ ସୁବାସ ଘେନି ପବନ ଯେ କଲେ ସଧୀରେ ସବୁଦିଗେ ଗମନ ଯେ ।କଲା ସଂଯୋଗୀ ଜନେ ଶୀତଳ, ବିଯୋଗୀ ଜନେ ହେଲେ ବିକଳ,ଜ୍ୱର ନିର୍ଜର ଦେହକୁ ଯେଉଁ ପ୍ରକାରେ ବନ ହେ ।୩।କଲେ ତାଣ୍ଡବ ମଧ୍ୟ ପାଣ୍ଡବ – ବିଟପଶିରେ ମାର୍ଜାର ରବ, କାଳକଣ୍ଟକ ଡାକ ବଢିଲାକାମଉତ୍ସବ ଯେ, କୁଳିଶପଡ଼େ ଅଳି ନିବିଡ଼େ ପର୍ବତୁଁ ଖଣ୍ଡଶଇଳଝଡ଼େ କାମୀ କାମିନୀ ଲଗାଇ କ୍ରୋଡ଼େ, କରନ୍ତି ଭାବ ଯେ ।କଉଁ ବିଦେଶୀ ବିଦେଶରୁ ବାହୁଡ଼େ ଯେ ।କାମେ କାତର ହୋଇ ନିଃଶ୍ୱାସ ଛାଡ଼େ ଯେ ।କରି ପୁଣି ମନେ ବିଚାର, କି କରୁଥିବ ବାନ୍ଧବୀ ମୋର,କର୍ମଅବଳେ ପଡ଼ିଲା ହେଳେ କାମ ହାବୋଡ଼େ ସେ ।୪।କେ କେକୀ କେକା ଶୁଣି ତାଟକା, ହୋଇ ପଥରେ ଗମନ୍ତେ ଏକା,ବୋଲଇ ଡକା ଉପରେ ମୋତେ ହୋଇଲା ଡକାରେ ।କାମଝଟକ ମେଘମଦକ, ମଣ୍ଡୁକ ମହାଡ଼ାକ ଚମକ ଏକେଁ ଏକେଁ ଏ ପ୍ରିୟାହୃଦୟ ଚମକ ଟେକାରେ ।କିଆଁ ଅନାଇଁ ହିୟା କିମ୍ପା ପୁଣି ସେ ।କ୍ରୋଧ କରି କପାଳେ ମାରଇ ପାଣିରେ ।କଷ୍ଟେ ଚାଲଇ ବସି ପୁଣି ଚିନ୍ତାକରଇ ମୁରଲୀପାଣି,କଚାଡ଼ି ହୋଇ ଦଣ୍ଡ ଦଣ୍ଡକେ ପଡ଼େ ଧରଣୀ ଯେ ।୪।କେ ବୋଲେ ଘନାଘନକୁ ଚାହିଁ, ଏ ଘନାଘନ ରଖିବ ନାହିଁ,କାନ୍ଧରେ ଘନାଘନ- ଅନୁଜସୁତକୁ ବହିରେ ।କି କରି କରୁଅଛି ଗମନ କି କି ଦିଶୁଛି ବକ ଦଶନ,
ଝର ପରାୟ ସଲିଳମୟ ପଡ଼ୁଛି ବହିରେ ।
କି କରିବି ଏବେ ମୁଁ ପଶିବି କାହିଁରେ ।୫।
କାନ୍ତାକୁଚ ପର୍ବତ କନ୍ଦରେ ନାହିଁରେ ।
କଳିତ କରି ଇନ୍ଦ୍ର କୋଦଣ୍ଡ କରକାବଳୀ ହାବୋଡ଼ା କାଣ୍ଡ
ସନ୍ଧି ଯେ ବିନ୍ଧି ଆସୁଛି ମାର ଉପ୍ରୋଧ ନାହିଁରେ
କେ ବୋଲେ କାଳି କୁଣ୍ଡଳୀ ପ୍ରାୟେ କଳାନାଗକୁ
କରୁଛି ଭୟେ ବିଜୁଳୀ କପଟରେ ଅନାଅ ରସନା ଚାଳେ ୟେ ।୬।
କାମଜାଙ୍ଗଳୀ ଦେବାରୁ ଚାଳି ଆସୁଛି ମହାପ୍ରଖରେ
ଖେଳି ବିଷ ଦୃଷ୍ଟିରେ ଦେଉଛି ଜାଳି ଅତି ପ୍ରବଳେ ୟେ ।
କେ ବୋଲଇ ଏ କାଳ କାଳ ପରାୟେ ହେ ।
କାଳ କାଳିକା ଅଙ୍ଗେ କରାଇ ଭୟ ହେ ।
କରିବ ବୋଲି ବିଯୋଗୀ ଅନ୍ତ ଗର୍ଜ୍ଜନ କରି ଚୋବାଇ ଦନ୍ତ,
ସସ୍ୱନ ବକପନ୍ତି କପଟେ କରାଳମୟେ ହେ ।୭।
କେ ବୋଲେ ରାହୁ ପରାୟେ ଚାହୁଁ ଚାହୁଁ ଗିଳିଲା
ସୂର୍ଯ୍ୟଙ୍କୁ ଯହୁଁ- ଚିନ୍ତାଜଳରେ ବୁଡ଼ିଲେ ତହୁଁ ବିରାଗେ ଜନେ ହେ ।
କାମ ବ୍ରାହ୍ମଣ କରରେ ଦାନ ଦେବାକୁ ହେଳେ ଜୀବନଧନ
କେକୀ ଡ଼ାହୁକ ଦ୍ୱିଜଙ୍କ ଡାକ ପୁରେ ଭୁବନେ ହେ ।
କେ ବୋଲେ ଏ ବନମାଳୀ ପରାୟ ଯେ ।
କଳାକଳେବରରେ କି ଶୋଭା ପାଏ ଯେ ।
କେକୀକଳାପ ମଘବା ଚାପ ଜନନୟନ ଆନନ୍ଦରୂପ
ଶ୍ରୀବୃନ୍ଦାବନରେ ଗମନ କରେ ଉଦୟେ ହେ ।୮।
କଟି ହରିତବାସ ବିଜୁଳି ମୁକୁତା ମାଳି ବକମଣ୍ଡଳୀ
ମନ୍ଦ ମୁରଲୀଧ୍ୱନିକୁ କଳି ମଧୁର ଘୋଷେ ହେ ।
କରି କରୁଣା ଅମୃତ ବୃଷ୍ଟରକ୍ଷା କରଇ ସକଳଦୃଷ୍ଟି କଉଁ
ଭକତ ଚାତକ ଚିତ୍ତ ନକଲେ ତୋଷ ହେ ।
କଉଁ ବିଦେଶୀଜନ କରି ଏ ଧ୍ୟାନହେ ।
କଲା ହରଷେ ମନ୍ଦରକୁ ଗମନ ହେ ।
କାମିନୀ କୋଳ କରି ଭରସା ବଞ୍ଚିଲେ ମହାସୁଖେ
ବରଷା ବିବିଧ ବନ୍ଧେ ଆରମ୍ଭି ନିଧୁବନ ବିଧାନ ସେ ।୯।
କମଳଦଳ ନୟନ କରି ବରଷା ଅବଲଷାକନ କରି
ଅନେକ ରୂପେ ଗୋପସୁନ୍ଦରୀମାନଙ୍କୁ ହରି ସେ ।
କାହା ଅଙ୍ଗରେ ଅଙ୍ଗ ଲଗାଇ ବିଜୁଳିଘନପରାୟ ହୋଇ
ନିବିଡ଼ ଘନରସ ପ୍ରକାଶ ଅନେକ କରି ଯେ ।
କେକୀ ପରାୟେ ନାଚେ ଶିଖିଶିଖଣ୍ଡ ସେ ।
କଣ୍ଟକିତ ରୋମାଳି କଦମ୍ବକାଣ୍ଡ ସେ ।
କେତେ ଶୁଭଇ ଚାତକ ରବ ପରାୟେ ମନମମ
ବିରସ କଟିକିଙ୍କିଣୀଘୋଷ ନିର୍ଘୋଷ ସମ ପ୍ରଚଣ୍ଡ ସେ ।୧୦।
କ୍ରମଶେ ବଢି ପ୍ରେମତଟିନୀ ସୁଖସାଗରେ ମିଶିବା
ଘେନି ଜ୍ଞାନକମଳ ବୁଡ଼ି ନ ରହେ ଧଇର୍ଯ୍ୟ ତଟ ହେ ।
କାନ୍ତା ଅଙ୍ଗରେ କରଜ କ୍ଷତ ସୁବର୍ଣ୍ଣ ଧରଣୀରେ ଯେମନ୍ତ
ନବୀନ ଇନ୍ଦ୍ର ଗୋପ କଦମ୍ବ ହୋଏ ପ୍ରକଟ ଯେ ।
କାନ୍ତା ଦଇତ ବେନି ରତି ପଣ୍ଡିତ ଯେ ।
କଲେ କନ୍ଦର୍ପ ମହାତାପ ଖଣ୍ଡିତ ଯେ ।
କେତେ କହିବି ଏହି ପ୍ରକାରେ ସମସ୍ତ ଗୋପନାରୀଙ୍କ ପୁରେ
ମନମୋହନ ମେଘବରନ କୃଷ୍ଣ ମଣ୍ଡିତ ସେ ।୧୧।
କରନ୍ତେ ଦିନେ ଦିନେ ଦୁର୍ଦ୍ଦିନ କଳି ନୋହଇ
ରଜନୀ ଦିନ କୁସୁମଗନ୍ଧ ଘେନି ବହଇ ମନ୍ଦପବନ ହେ ।
କୁଧର ଶିରୁଁ ନିର୍ଝର ଝରେ ମହୀମଣ୍ଡଳ କର୍ଦ୍ଦମ କରେ
ଚାଲନ୍ତି ନାହିଁ ଅତି ପ୍ରଖରେ ପଥିକ ଜନ ହେ ।
କାହା ଚରଣ ଖସେ କେ ଦେଖି ହସେ ଯେ ।
କଉଁ ପଥିକ ନଦୀତଟରେ ବସେ ଯେ ।
କରଇ ଚିନ୍ତା ତରଣୀ ପାଇଁ କୁଉଁ ତରୁଣୀ ପଚାରେ
ପାଇ କେମନ୍ତ ହୋଇଯିବ ପୁରିଛି ଏ ଘନରସେ ଯେ ।୧୨।
କୁମ୍ଭ ଭେଳାରେ ହୁଅଇ ପାରି ତାହି ତ ଏଥି ନାହାନ୍ତି
କରି ମୋହନାୟକ ନାହାନ୍ତି ପାଇଚନ୍ତି ସେ ପାରି ଯେ ।
କରନ୍ତେ ଅବା ଥିଲେ ଉପାୟେ ଏବେ ଯାଅ ଯା ନଗର
ଯାଏ ଦେଖୁଛ ଅଛ ଆସୁଛି ଅନ୍ଧକାର ଶର୍ବରୀ ଯେ ।
କହେ ଚତୁର ବର ପ୍ରତି ଉତ୍ତର ଯେ ।
କଲ ମୋଠାରେ ତୁମ୍ଭେ କି ଉପକାର ଗୋ ।
କହିଲ ଯଇଁ କୋମଳ ବାଣୀ, କୃତାର୍ଥ ହେଲି କର୍ଣ୍ଣରେ ଶୁଣି,
କେବଳ ଆଝୁଁ କିଣିଲା ପ୍ରାଣୀ ହେଲି ତୁମ୍ଭର ହେ ।୧୩।
କଥା କହନ୍ତେ ବଢିଲା ସୁଖ କାମ ବିନ୍ଧିଲା
ପଞ୍ଚବିଶିଖ କଢାଇ ନେଲା ଚତୁର ମୁଖ ରହ ସ୍ଥଳକୁ ଯେ ।
କଲେ ବିବିଧ ବନ୍ଧରେ ରତି ମଦନ ମହାମଦରେ
ମାତି କୁମୁଦ ଭୃଙ୍ଗ ପ୍ରାୟ ସେ ହେଲେ ପ୍ରାତ କାଳକୁ ଯେ ।
କଉଁ କାମିନୀ କାମା ଅନାଇ କରି ଯେ ।
କହେ ସଖି ଆଗରେ ବାକଚାତୁରୀ ସେ ।
କି ହୃଦ ସଖି ପୁରୁଷଙ୍କର, ଦେଖା ଦେଖିଲେ ଏ ପୟୋଧର,
କରନ୍ତି ପରିଚାର ପୟର କେମନ୍ତ କରି ଗୋ ।୧୪।
କହେ ସଜନୀ ଏଡ଼େ ଗୁଆଁର, ଏହା ଦେଖିଲେ କରେ ପ୍ରଚାର
ତୋହରି କାନ୍ତଠାରୁ ବିଚାର ନ କରୁ କିମ୍ପା ଗୋ ।
କାଳ ଯାକ ତ ତାର ତୋହର ଦେଖି ଆସୁଚି ନେତ୍ର
ମୋହର ସେ ମଧୁକର ପରାୟେ ସଖି ତୁ ହେଲୁ ଚମ୍ପା ଗୋ ।
କଉଁ ରସିକ ଅଛି ଏମନ୍ତ ହୋଇ ଯେ ।
କଉତୁକେ ହୃଦରେ ଧରିବି ନେଇ ଯେ ।
କାହିଁ ଏମନ୍ତ ଦେଖିତ ନାହିଁ ବାହାର ତୋରା କାହିଁ
ଶୁଣ ଚତୁର ନ ଯାଇ ରହିଗଲା ଅନାଇଁ ଯେ ।୧୫।
ଲାଳସୀ କୁରଙ୍ଗଦୃଶୀ ପଦ୍ମ-ସୁବାସୀ ପୀୟୁସହାସୀ ରେ ।
କୁଳ ପାଳିକା ମୋର କଣ୍ଠମାଳିକା ରେ ।
କଲି କାଳିକା କାଳେ ତୋତେ ମୁଁ ଏକାରେ ।
କରି ପାଞ୍ଚିଲି ମନରେ ଦକା, ତାହା ଶୁଣିଲେ ମନ୍ଦର
ଟେକା କାମ ଜୀବନ ନ ନେଲା ଯାହା କରି କଡ଼କା ରେ ।୧୬।
କାମିନୀ ଛଡ଼ା ବଦନପୋଡ଼ା କରିଥିଲି ମୁଁ କି ଘରବୁଡ଼ା
ପ୍ରାଣ ତୁ ମୋର କଲି ତୋତେ ମୋ ଅଙ୍ଗରୁ ଛଡ଼ାରେ ।
କେ ଅବା ମୋତେ କରନ୍ତା ଲୋଡ଼ା କାହା ଆଗରେ ହୁଅନ୍ତି ଛିଡ଼ା,
କୃପାଣ ହୋଇ ମୋତେ କାଟନ୍ତା ମୋହରି ବ୍ରୀଡ଼ା ରେ ।
କାହା ସଙ୍ଗତେ ଆଉ କରନ୍ତି କ୍ରୀଡ଼ାରେ ।
କେ ଅବା ଛାଡ଼ନ୍ତା ମୋ କନ୍ଦର୍ପ ପୀଡ଼ାରେ ।
କରୁଣା କଲେ କାଳ ଘଉଡ଼ା ଯାମଳାର୍ଜ୍ଜନ ଗଛ ଉପୁଡ଼ା
ଭଲା ଭଲା ସେ ଅଘା ଅସୁର ମସ୍ତକ ଫୋଡ଼ାରେ ।୧୭।
କେତେ କହିବି ତାଙ୍କ ମହିମା ମହାପ୍ରଭୁ ସେ ବିଚିତ୍ରକର୍ମା,
କାହାକୁ କଉଁ କଷ୍ଟରୁ ରଖି ନାହାନ୍ତି ଅବା ସେ ।
କୃପାସାଗର ଭକତପ୍ରିୟ, ନୁହନ୍ତି କାହାଠାରେ ନିର୍ଦ୍ଦୟ,
କଉଁ କଥାରେ କାହାକୁ ଲକ୍ଷ୍ୟ ତାହାକୁ ଦେବା ଯେ ।
କୃପା ନ କଲେ କୃପାସରିତପତି ଯେ ।
କୃପା କଟାକ୍ଷୀ ଆଉ ଥିଲା କି ଗତି ଯେ ।
କାମ ନଦୀରେ ଯାଆନ୍ତି ଭାସି କାହା କୋଳରେ ବସନ୍ତୁ ଆସି,
ଶୁଣି ରମଣୀମଣି କ୍ରୋଧରେ ବଦନ ପୋତି ଯେ ।୧୮।
କରକମଳେ ଚିବୁକ ଧରି କହେ ନାୟକ ବିନୟ
କରି ନବକିଶୋରୀ ଚମ୍ପକଗୋରୀ ବିମ୍ବଅଧରୀରେ ।
କୁଞ୍ଜବିହାରୀ କୃପାରୁ କରି କିଛି ବିଚାର ନାହିଁ ।
ସୁନ୍ଦରୀ ତୋ ଅଧର ଅମୃତପାନ ଥିଲି ଯେ କରି ରେ ।
କରୀଗମନା କଳକଣ୍ଠ ବଚନାରେ ।
କାମକଷ୍ଟ- ମୋଚନା ମଅଗଲୋଚନାରେ ।
କେଳିକଳାପ – ସୁଖ ରଚନା କିମ୍ପାଇଁ କରୁଥାଉ ଶୋଚନା ସ୍ନେହ ଧନରେ ସହଜେ କିଣିଅଛୁ ତୁ ସିନା ରେ । ୧୯।
କହି ଅନେକ ସ୍ନେହ ବଚନ ପ୍ରସନ୍ନ କରି ରମାରତନ
ଆରମ୍ଭ କଲେ ଚୁମ୍ବାଲିଙ୍ଗନ ରତି ବିଧାନ ଯେ ।
କେତେ କହିବି ଏହି ପ୍ରକାରେ ମାତି ଯେ ଯାହାମତେ
କ୍ରୀଡ଼ାରେ ବରଷା ଋତୁ ସୁଖେ ବଞ୍ଚିଲେ ଉତ୍ତମ ଜନ ଯେ ।
କହୁଅଛି ସୁଜନମାନଙ୍କୁ ଏତେ ଯେ ।
କୃପା କରିବ ମୋତେ ପ୍ରସନ୍ନ ଚିତ୍ତେ ହେ ।
କି ଅକ୍ଷରେ କଲି ଯେ ଗୀତ କେବେହେଁ ଏଥି ନ ଦେବ
ଘାତ କବି ହେଲେ ତ ଜାଣିବ ଏଥି ଶ୍ରମହିଁ ଯେତେ ହେ ।୨୦।
କଲେ ଏଥିରେ କୁଟିଳ ବୁଦ୍ଧି ଦଣ୍ଡ ଦେବେ ଶ୍ରୀକୃଷ୍ଣ ଅବଧି ଯେବେ ତାହାଙ୍କ ଲୀଳା ପ୍ରସିଦ୍ଧି ବୃନ୍ଦାବନରେ ହେ ।
କୁଜ୍ଝଟି ପଦ୍ମ ପ୍ରାୟେ ତା ବଂଶ ଅବଶ୍ୟ ହୋଇଯିବେ
ନିର୍ବଂଶ କପଟ ବୁଦ୍ଧି କରି ଯେ ନ ଘେନିବ ମନରେ ହେ ।
କୃଷ୍ଣକଥା ଏ ରସ ମଧ୍ୟେ ପୀୟୂଷ ହେ ।
କାଳସର୍ପ ବିଷକୁ କରେ ବିନାଶ ହେ ।
କୂଟ ବଚନ ଏଥି ନ ଭାଷ କେବେହେଁ ନ ପାଇବଟି ଯଶ
କୃଷ୍ଣ ଭାଗତ ଲୋକ ମୁଖରେ ଦେବେ ହୁତାଶ ଯେ ।୨୧।
କୃପଣ ଚିତ୍ତ ନୋହେ ଚକିତ,
ଦେଖିଲେ ନାନାରୂପେ ଅଦ୍ଭୁତ ବାଳିଶ ମନ
ଦ୍ରବଇ ନାହିଁ ଶୁଣିଲେ ଗୀତ ଯେ ।
କେବଳ ଖଳହଳ ଅନଳ ସନ୍ତାପକୁ ଏ କ୍ଷମାଣ୍ଡଳ
ମଣ୍ଡନମାନଙ୍କର ଏ ଘେନ ନୁହନ୍ତି ହିତ ଯେ ।
କଲେ ନିନ୍ଦା ଏ ଘେନ ନାସ୍ତିକ ଜନ ଯେ ।
କାହିଁ ପାଇଁକି ହେବ ବିମନ ହେ ।
କରିଛି ତାଙ୍କୁ ବିହି ବିଧାନ, ପର ନିନ୍ଦାରେ ନେବାକୁ ଦିନ,
ମୋହୋ କହିଲେ ସେ କଥେ ନିକି ହୋଇବ ଆନ ହେ ।୨୨।
କେବେହେଁ ନିମ୍ବ ନୋହେ ମଧୁର ସଂଯୋକ
କଲେ ନେଇ ଶାକର କଳାକୁ ନ ଛାଡ଼ଇ
ଅଙ୍ଗାର ଦୁଧେ ଧୋଇଲେ ଯେ ।
କର୍ପୁର ଗନ୍ଧ ଚନ୍ଦନ ଦେଇ ରସୁନ ଗନ୍ଧ ନୋହେ ଚଡ଼ାଇ
କୁବୁଦ୍ଧି ନୋହେ ସୁବୁଦ୍ଧି ଯେତେରୂପେ କହିଲେ ଯେ ।
କଥା ଏତେହେଁ ଯେବେ ଧାତା କରନ୍ତା ଯେ ।
କସ୍ତୁରୀକି ଖଳଙ୍କ ଜିଭେ ରଖନ୍ତା ଯେ ।
କଟାଯାଆନ୍ତା ସମୂଳ ହୋଇ, କାହାକୁ କିଛି କହନ୍ତେ ନାହିଁ,
ଉତ୍ତମକଥାମାନ କେବେହେଁ ନିନ୍ଦା ନୁହନ୍ତା ଯେ ।୨୩।
କେ ବୋଲେ କ୍ଷ୍ୱେଡ଼ ଅଛି ଗରୁଡ଼ – ବଇରୀଠାବେ
ବିଶେଷ ବଡ଼ କେ ବୋଲେ ଲେମ୍ୱୁଚନ୍ଦ୍ର ପିଡ଼ ସଙ୍ଗ ସଙ୍ଗମେ ଅଛି କେ ।
ବୋଲେ ଖଳ ରସନା ପୁଟେ, କେ ବୋଲେ ନାରୀ ନେତ୍ର ପ୍ରକଟେ
ଯେ ଯେଡ଼େ ସେ ତ ସଂସାର ବାଟେ ପଡ଼ିଛି ହେ ।
କରିବାକୁ ସମସ୍ତ ବିଷ ବିନାଶ ହେ ।
କଲି ଶ୍ରୀକୃଷ୍ଣ ନାମ ଅମୃତ ଗ୍ରାସ ହେ ।
କମଳଧର ଚଞ୍ଚଳାପଦ କାମୀଜନଙ୍କ ସନ୍ତାପଚ୍ଛେଦ
ହରିତାମ୍ବରମଣ୍ଡନ ମନବାତକ ତୋଷ ହେ ।୨୪।
କରି ଅମୃତ ଦାନ ଅନେକ ରକ୍ଷା କରିଛି ସକଳ ଲୋକ
କାମନା-ରୂପା ନୀଳକଣ୍ଠଙ୍କ ନାଟକା କହେ ।
କାନନ ଧନଞ୍ଜୟ ନାଶକ ଅନନ୍ତ ଗତି ହଳିତୋଷକ ଅର୍ଜ୍ଜୁନ
ସୁମନସ ବିକାଶ କରଣେ ଏକ ହେ ।
କୁବଳୟ ସୁନ୍ଦର ଭୁବନାନନ୍ଦ ହେ । କାହିଁପାଇଁ ମୋଠାରେ ଏ କଲ ଛନ୍ଦ ହେ ।
କରରେ ଦେଇ ଚିନ୍ତାମଣିକି ବିନାଶ କଲ ସବୁ
ଆଣିକି ପ୍ରଭୁ ଲକ୍ଷଣ ଏମନ୍ତ ନିକି ଆନନ୍ଦ-କନ୍ଦ ହେ ।୨୫।
କାହିଁକି ମୋତେ ସଂସାରଲଟ ମଧ୍ୟରେ ପ୍ରଭୁ
କଲ ସଂଘଟ କିମ୍ପା ନ କଲ ଚରଣପଦ୍ମ କୁସୁମ-ଲିଟ ହେ ।
କିମ୍ପା ଛାଡ଼ନ୍ତି ଭକତି ବାଟ ଆନନ୍ଦ ହୋଇ କରନ୍ତି
ନାଟ ଏବେ ଅନେକ ରୂପ କଲାଣି ଏ ପୋଡ଼ା ପେଟ ହେ ।
କେତେବେଳେ ବୋଇତେ ଗଲା କରଟ ହେ ।
କେତେବେଳରେ ମୁର୍ଖ ନାୟକ ଚାଟ ହେ ।
କେତେବେଳରେ ଅଦୃଶ୍ୟ ନଟ, କେତେବେଳରେ ବଧୀର ଭାଟ,
କେତେବେଳରେ ପଇଡ଼ଖୋଳା ମୁଠ ମର୍କଟ ହେ ।୨୬।
କଲି ଯେ ତୁମ୍ଭ ନାସ କୁସୁମ, ଯତନ କରି ମାଳା
ସୁଷମ ତାହା ମୁଲାଲ ନେବାକୁ କେହି ନୋହିଲେ କ୍ଷମ ହେ ।
କେବଳ ମାଳାକର ପରାୟେ ମୁହିଁ ତ ନ ଘେନିଲି ଥୋକାଏ
କେ ଅଛି ନେବ ତାହା କରମ ସତେ ଉତ୍ତମ ହେ କେହି
ନାହିଁ ବେଷ୍ଟିତ ଧମ୍ମିଲ୍ଲବନ୍ତ ହେ ।
କରିବାକୁ ଏ ମାଳ କଣ୍ଠେ ଲମ୍ବିତ ହେ ।
କରୁଛି ମନେ ବିଚାର ଏତେ, ଜଗତଯାକ ଅଛନ୍ତି ଯେତେ
ସାମବେଦୀଙ୍କ ବ୍ରତବେଶ ଏ ହେଲେ ସନ୍ତତ ହେ ।୨୭।
କଲେ ତୁମ୍ଭର ରସରେ ଗୀତ ରସଇ ନାହିଁ କାହାର ଚିତ୍ତ
କର୍ଣ୍ଣରେ ଶୁଣି ବୋଲନ୍ତି ରସବିଶେଷ ନୋହେ ତ ଯେ ।
କରିତ ଥାନ୍ତି ଜ୍ଞାନକୁ ହତ ମୋହମଦରେ ହୋଇ ସଞ୍ଚିତ ମୁଁ
ତାଙ୍କୁ କି ବୋଲିବି ଆହାର ନଥାଇ କୃତ୍ୟ ଯେ ।
କିଛି କିଛି ଅଛନ୍ତି ଯେତେକ ଗୁଣୀ ଯେ ।
କେତେ କହିବି ତାଙ୍କ ଚରିତ୍ର ପୁଣି ହେ ।
କେ ଶିଶୁ ପଶୁ କେ ମହାଫଣୀ ବୋଧ ନୁହନ୍ତି କର୍ଣ୍ଣରେ ଶୁଣି
କେ ତୂଷ୍ଣୀଭୂତ ହୋଇ ରହେ କେ ପଶନ୍ତି ହାଣି ହେ ।୨୮।
କାହାରି ହୃଦ କ୍ରବଇ ନାହିଁ ଜଳ ଉତ୍ପଳ ପରାୟେ ହୋଇ
କେବଳ ବାହାରକୁ ତିନ୍ତିଲା ପରାୟେ ଦିଶେ ଯେ ।
କରନ୍ତି ଅଙ୍ଗେ ଅନେକ ଛାପ, କେହି ନ ଜାଣେ ଭିତର ପାପଚିତ୍ର
କାରକ ପଟ ପରାୟେ ପ୍ରତ୍ୟକ୍ଷେ ଦିଶେ ହେ ।
କଥା କଥାକେ କହିବାକୁ ଏ ଶଲ ଯେ ।
କିମ୍ପା ଦୀନକୃଷ୍ଣକୁ ଏମନ୍ତ କଲ ହେ ।
କବି ଯା କରେ ମୁଖକୁ ସ୍ତୁତି ଏଥିରୁ ବଡ଼ ନାହିଁ ବିପତ୍ତି
ଏଥିକି ପ୍ରତି ଛାତିରେ କାତି ମରିବା ଭଲ ହେ ।୨୯।