ଓଗାଳ ଖଣ୍ଡ ପ୍ରଥମ ଭାଗ
ଅଚ୍ୟୁତାନନ୍ଦ ଦାସ · ଭାଗ ୪ / ୭
ସମ୍ପୂର୍ଣ୍ଣ ସୂଚୀପତ୍ର
ଚତୁର୍ଥ ଭାଗ
॥ ଓଂ କୃଷ୍ଣାୟ ନମଃ ॥
ରାମତାଳି ଗୀତକ୍ରୀଡ଼ାରସେ ଦିନେ କୃଷ୍ଣ କଦମ୍ବ ମୂଳେ ।ଭଲା, ଲୟେ କରିଛନ୍ତି ବ୍ରହ୍ମା ଶଙ୍କର ଡ଼ୋଳେ ॥
।୧।କରେ ଧରିଛନ୍ତି କୃଷ୍ଣ ଅପୂର୍ବ ବେଣୁ ।ଭଲା, କଳାମେଘେ ଶଶୀ ଯେହ୍ନେ ଉଦୟ ଭାନୁ ॥
।୨।କଲେ ଗମନ ଶ୍ରୀରାଧା ଦୂତୀ ସଙ୍ଗତେ ।ଭଲା, ଖେଦୁଛନ୍ତି ମନ କେହ୍ନେ ଯିବି ବନସ୍ତେ ॥
।୩।ଏକାଳେ ଅନଙ୍ଗ ରାୟ ଘାରିଲା ଚିତ୍ତେ ।ଭଲା, କ୍ଷଣେ ରହି ଦେଖେ ମୁଖ ଯିବି ପରତେ ॥
।୪।ଚଞ୍ଚଳ ପ୍ରତିମା ରାଈ ଚଞ୍ଚଳା ବର ।ଭଲା, ଭେଟାଅ ଗୋବିନ୍ଦେ ଦୂତୀ ମଦନ ଶର ॥
।୫।ସୁନ୍ଦର ଏ ପୁଷ୍ପ ପୁଂଜ ନିକୁଂଜ ବନ ।ଭଲା, ପୁଷ୍ପ ତୋଳିବାକୁ ତାଙ୍କ ବଳିଲା ମନ ॥
।୬।ନାନା ପୁଷ୍ପ ତୋଳି ଦୂତୀ କରରେ ଦେଲେ ।ଭଲା, ହାତ ଧରାଧରି ହୋଇ ନିକୁଂଜେ ଗଲେ ॥
।୭।ଜରଜର ବିନ୍ଧୁଅଛି ମଦନ ଶର ।ଭଲା, ଝଟ ଝଟ ହୋଇ ରାଧା ପାତିଲେ କୋଳ ॥
।୮।ଝୀନ ବସନରେ ପୋଛି ପ୍ରଭୁଙ୍କ ମୁହଂ ।ଭଲା, ମୁଖେ ଚୁମ୍ବଦାନ ଦେଇ ଆଉଂସେ ଦେହ ॥
।୯।ରାଧାଙ୍କୁ ପାଇଣ କୃଷ୍ଣ ଆନନ୍ଦ ମନ ।ଭଲା, କ୍ରୀଡ଼ାରସେ ତୋଷିଲେ ରାଧିକା ଜୀବନ ॥
କ୍ରୀଡ଼ାରଙ୍ଗ ଦେଖି ତୋଷ ବ୍ରହ୍ମା ଶଙ୍କର ।ଭଲା, ଅଚ୍ୟୁତ ଶରଣ ପଶେ ସେ ପଦ୍ମପାଦର ॥
ମୋ କାହ୍ନୁରେ।୧୦।ବାଜେ ଶଙ୍ଖଧ୍ବନି ଫିଟେ କପାଟଗୋପୀ ସଜ ହେଲେ ମଥୁରା ଘାଟ ।କାହଂପାଇଂ କାହ୍ନୁ ଓଗାଳୁ ବାଟକଂସ ରାଇଜରେ କେ ଦେବ ଭେଟ ।ମୋ କାହ୍ନୁରେ!।୧୧।ଖଳ ଶାଶୁ ମୋର ଖଳ ନଣନ୍ଦକ୍ଷଣେ ନ ଦେଖିଲେ କରିବେ ଦ୍ବନ୍ଦ ।ଗରବ କଥା ତୁ ନ କହ ମୋତେଗଳାରୁ ମାଳେ କାଢ଼ି ଦେବି ତୋତେ ।ମୋ କାହ୍ନୁରେ!।୧୨।ଘୋର ନଉତିକ ଦେବି କି ଦାନଘେନ ମୋ ବିନତି ଗୋପ ଜୀବନ ।ନାସାରୁ ମାଢେ କାଢ଼ିଦେବି ସୁନାଲୁଛି ହୋଇଯିବୁ ଗୋପ ଜୀବନା ।ମୋ କାହ୍ନୁରେ!।୧୩।ଚଉପାଶେ ବେଢି ଅଛନ୍ତି ସଖୀଚତୁର ପଣ ଛାଡ଼ ପଦ୍ମ ଆଖି ।ଚାଟୁ ଚାଟୁଳ କହିଲେ ନମଣୁଚାଟୁ ବାଣୀ ଚାଟ ଅଟେ ଲୋ ଯେଣୁ ।ମୋ କାହ୍ନୁରେ!।୧୪।ଛଇଳ ବୁଦ୍ଧି ତୁ ଶିଖିଲୁ କାହୁଂଛୁଆ ତରୁଣୀ ଭୁଆସୁଣୀ ବୋହୂ ।ଯମୁନା ନଦୀରେ ତରାଇ ହୋଇଯେତେ ଜଞ୍ଜାଳ କରିଲୁ ମାଧୋଇ ।ମୋ କାହ୍ନୁରେ!।୧୫।ଝାମ୍ପିଲା ଝାମ୍ପ କେଉଂ ଦିଗେ ରହିଝଗଡ଼ା କଲେ ତୁ ପାରିବୁ ନାହିଂ ।ନହୁଲି ଯୈାବନ କେ ଦେବ ଦାନଘେନ ମୋ ବିନତି ନନ୍ଦନନ୍ଦନ ।ମୋ କାହ୍ନୁରେ!।୧୬।ଟହ ଟହ ହସି ବୋଲନ୍ତି ବାଣୀଟାକିଥାନ୍ତି ଯେହ୍ନେ ଛୁଆ ହରିଣୀ ।ଠକ ଭଣ୍ଡ କଥା କହୁଛୁ କେତେଠକି ବୃନ୍ଦାବନ ନେବୁ କି ସତେ ।ମୋ କାହ୍ନୁରେ!।୧୭।ଡ଼ିଙ୍ଗର ମଦନ ବିନ୍ଧଇ ବାଣଡ଼ହଳ ବିକଳ ମୋର ବଦନ ।ଢଳି ଚାହିଂବାରେ ବାଙ୍କନୟନୀଢାଳି ସୁଧାରସ ଦିଅ ମିତଣୀ ।ମୋ ମାଇଂ ଲୋ!।୧୮।ଆଣି ବିଧାତା ଯେ କଲାକ ଭେଟଅଇଲା ନାଗୁଣି ଚମ୍ପା ଚହଟ ।ତନୁପାତେଳୀ ଲୋ ତୁ ହେମଗୋରୀତୁ ସ୍ତିରୀ ରତନ ନବନାଗରୀ ।ମୋ ମାଇଂ ଲୋ!।୧୯।ଥିର ହୋଅ ତୋର ଦାସୀର ଦାସଥିର କରିଦିଅ ସୁରତି ରସ ।ଦଧିବିକା ଲେଉଟାଣିର ବେଳେଦେଖା ଦରଶନ କଦମ୍ବ ମୂଳେ ।ମୋ ମାଇଂ ଲୋ!।୨୦।ଧାଇଂ ସୁଧାରସ ଦେବୁରେ ବାମାଧନ୍ୟ ତୋ ବଦନ ଚନ୍ଦ୍ରବଦନା ।ନୀପ ତରୁ ମୂଳେ ସର୍ବଦା ବାସନିଶି ଦଣ୍ଡେ ଥାଇ ପ୍ରଭାତୁଂ ଆସ ।ମୋ ମାଇଂ ଲୋ!।୨୧।ପୁଷ୍ପକୁ ଯେସନେ ଭ୍ରମର ରସେପୀରତି ଚାତକ ଯୁବା ବୟସେ ।ଫୁଟିଛି ବସନ ଦିଶେ ଯୈାବନଫାଟି ଯାଉଅଛି ମୋର ଜୀବନ ।ମୋ ମାଇଂ ଲୋ!।୨୨।ବିରହ ଜ୍ୱାଳାରେ ହୋଇଲି ବାଇକୋଇଲି ବଚନେ କହିଲୁ ନାହିଂ ।ଭୁଲିଲା ମୋ ମନ ଯୈାବନ ଦେଖିଭାସିଲା ମୋ ଭେଳା ସାଗରେ ଲାଖି ।ମୋ ମାଇଂ ଲୋ!।୨୩।ମଦନ ବାଣର ମୋହନ ଶରମନ ମୋ ରହିଲା କୁଞ୍ଜବନର ।ଯୁବତୀ ରତନ ଯାମିନୀ ଲତାଜଳବିନ୍ଦୁ ପ୍ରାୟ କପାଳେ ଚିତା ।ମୋ ମାଇଂ ଲୋ!।୨୪।ରମଣୀମଣି ଦୂତୀ ଦରଶନୀରାଢପଣ କେତେ କରୁ ମିତଣୀ ।ଲାବଣ୍ୟନିଧି ମୋ ନବ ତରୁଣୀଲଗା ମୋ ହୃଦରେ ହୃଦ ମିତଣୀ ।ମୋ ମାଇଂ ଲୋ ।।୨୫।ବିରସ ନ ହୁଅ ଚନ୍ଦ୍ରମା ମୁଖୀବିରହ ଜ୍ବାଳା ଶାନ୍ତ କର ସଖୀ ।ସରଳ ବଚନ କହରେ ଧନସଙ୍ଗେ ଘେନି ଚାଲ ସେ କୁଞ୍ଜବନ ।ମୋ ମାଇଂ ଲୋ!।୨୬।ସରସେ ରାଧିକା ଚଳିଣ ଗଲେସୁରତି ଶୃଙ୍ଗାର ଆରମ୍ଭ କଲେ ।ସହସ୍ର ମୁହୂର୍ତ୍ତ ସୁରତି କ୍ଷଣସୁଖ ଭାରି ମନେ ଗଲେ ଫେରିଣ ।ମୋ ମାଇଂ ଲୋ!।୨୭।ହରି ରାଧା ଭକ୍ତି ହୋଇଲା ଶେଷହରଷେ ଭଣିଲେ ଅଚ୍ୟୁତ ଦାସ ।କ୍ଷଣେ ଚିତ୍ତ ରଖ ସେ ପ୍ରଭୁ ପାଦେକ୍ଷମାସାଗରଙ୍କୁ ଅଚ୍ୟୁତ ବନ୍ଦେ ।ମୋ କାହ୍ନୁରେ!।୨୮।ଓଗାଳ – ୧ଶୁଣ ହୋ ଗୋପନ ହଟ ବିବେକ ।ପଚାରୁଅଛି ମୁଂ କଥା ପଦେକ ॥
।୧।କାହାକୁ ସୁମରି ଘରୁ ବାହାର ।କାହାକୁ ସୁମରି କାନ୍ଧରେ ଭାର ॥
।୨।କାହାକୁ ସୁମରି ଚାଲୁଛ ପଥ ।କାହାକୁ ସୁମରି ବୁଡ଼ାଅ କୁମ୍ଭ ॥
।୩।କାହାକୁ ସୁମରି ଦେଉଛ ପୂଜା ।ତୁମ ଗୋପପୂରେ କିଏ ସେ ରାଜା ॥
।୪।ମାଆ ପୁଅ ହେଲେ ଘୁଞ୍ଚି ରହିବ ।ବାପ ପୁଅ ହେଲେ ଏହା କହିବ ॥
।୫।ଏ କଥା କହିବ ସୁଜ୍ଞାନୀ ହେଲେ ।ଅଚ୍ୟୁତାନନ୍ଦ ଏ ରସେ କହିଲେ ॥
।୬।ଉତ୍ତାରଶୁଣ ଶୁଣ ଆହେ ସୁଜାଣ ଜନ ।ପଚାରିଲ ଯେଉଂ କଥା ବିଧାନ ॥
।୧।ଶ୍ରୀଗୁରୁ ସୁମରି ଘରୁ ବାହାର ।ଶ୍ରୀକୃଷ୍ଣ ସୁମରି କାନ୍ଧରେ ଭାର ॥
।୨।ବସୁମାତା ସୁମରି ଚାଲୁ ଯେ ଦମ୍ଭେ ।ଗଙ୍ଗା ସୁମରି ଯେ ବୁଡ଼ାଉ କୁମ୍ଭେ ॥
।୩।ହରିଙ୍କି ସୁମରି ଦେଉଛୁ ପୁଜା ।ଗୋପପୁରେ ଯେ ନନ୍ଦ ଗୋପ ରାଜା ॥
।୪।ଶ୍ରୀଗୁରୁ ଚରଣେ ନିରତେ ଆଶ ।ଗୀତରେ ଭଣିଲେ ଅଚ୍ୟୁତ ଦାସ ॥
।୫।ଓଗାଳ –୨ବୃଦ୍ଧ ଗୋପାଳମାନଙ୍କୁ ମୋର ନମସ୍କାର ।ବାଳୁତ ମତି ମୁଂ କିଛି ଜ୍ଞାନ ନାହିଂ ମୋର ॥
।୧।ପୂର୍ବରେ ଯେଉଂ ଚରିତ କଲକ କହ୍ନାଇ ।ତାହାକୁ ନେଇଣ ଆମ୍ଭେ ଗାଇ ବୁଲୁଥାଇ ॥
।୨।ଆମ୍ଭ ଗୋପାଳମାନଙ୍କ ଅଟେ ବଡ଼ ପର୍ବ ।ଗାଇବା ନାଚିବା ଥାଇ ବୁଲୁଥାଉ ସର୍ବ ॥
।୩।ମନରେ ପଡ଼ିଲା ମୋର ଏହି କଥା ଗୋଟି ।ଫଗୁଣ ମାସରେ ଦୋଳ ପୂର୍ଣ୍ଣମୀ ଏହୁଟି ॥
।୪।ଆମ୍ଭ ଗୋପାଳ କୁଳର ଏ କିଂପା ଉତ୍ସବ ।କେ କରିଛି କାହା ଲାଗି ବୁଝାଇ କହିବ ॥
।୫।ଅବିର ପିଚକାରୀ ଯେ ପୁଣ ରଙ୍ଗ ପାଣି ।ଏହା କିସ କି କାରଣେ ଏଥେଂ କିଏ ଆଣି ॥
।୬।ଏ ରଙ୍ଗ ମାଟି ପାଣିକୁ କେହୁ ଭିଆଇଲା ।ଆମ୍ଭମାନଙ୍କୁ ଏହାକୁ କେହୁ ଦେଇଥିଲା ॥
।୭।ଏ ଚରିତ ଶୁଣି ତୁମ୍ଭ ମୁଖୁଂ ଆମ୍ଭେମାନେ ।ଅବଶ୍ୟ ଜ୍ଞାନ ଉଦୟ ହେବ ସିନା ମନେ ॥
।୮।ଏ ଚରିତ କହି ଚିତ୍ତ କର ହୋ ସନ୍ତୋଷ ।କହଇ ଅଚ୍ୟୁତାନନ୍ଦ ଏହୁ ଦୋଳ ରସ ॥
।୯।ଉତ୍ତାରଆହେ ଭାଇମାନେ ଯାହା କହୁଅଛି ଶୁଣ ।ସୁଜ୍ଞାନୀ ଜାଣି ପୁଛିଲ ଲଭିବାକୁ ଜ୍ଞାନ ॥
।୧।ଯେବେ ପଚାରିଲ ମୋତେ ଏ ଦୋଳ ରଚିତ ।ଠିକେ ଠିକେ ଯାହା ଜାଣେ କରିବି ଉକତ ॥
।୨।ତ୍ରେତା ଯୁଗେ ରାମ ରାବଣକୁ ଶର ମାରି ।ବ୍ରହ୍ମ ଅସ୍ତ୍ର ବାଜି ଦୈତ୍ୟ ପଡ଼ିଲାକ ଘାରି ॥
।୩।ତାଙ୍କଠାରୁ ରାମ ରାଜନୀତିକୁ ଶିଖିଲେ ।ସନ୍ତୋଷ ହୋଇ ତାହାଙ୍କୁ ବର ସେ ଯାଚିଲେ ॥
।୪।ରାବଣ ବୋଇଲା ପ୍ରଭୁ ଯେବେ ଦେବ ବର ।ଯୁଦ୍ଧଭୁମି କର୍ଦ୍ଦମ ଯେ ରାକ୍ଷସ ରୁଧିର ॥
।୫।ସପ୍ତତାଳ ଗଭୀର ଯେ ହୋଇଣ ସାଗର ।ବହୁଛି ଏହାର ତୁମ୍ଭେ ପ୍ରତିକାର କର ॥
।୬।ଶ୍ରୀରାମ ବୋଇଲେ ମହୀ ବାରଶୂନ୍ୟ କରି ।ଆବର କରିଲୁ ଶୂନ୍ୟ ତୋହ ଲଙ୍କାପୁରୀ ॥
।୭।ଏ ରଙ୍ଗ ମାଟି ରୁଧିର ରହିଥାଉ ଛବି ।ଦ୍ୱାପର ଯୁଗରେ କୃଷ୍ଣ ଅବତାର ହେବି ॥
।୮।ଅବିର ସେ ରଙ୍ଗମାଟି ରୁଧିର ପିଚକାରୀ ।କୃଷ୍ଣ ରୂପେ ପ୍ରଭୁ ଅଙ୍ଗେ ତାହା ଥାନ୍ତି ଧରି ॥
।୯।ରାଧା କର୍ଣ୍ଣ ତାଡ଼କୀକୁ ଶଙ୍ଖଚିଲ ନେଇ ।ବୃନ୍ଦାବନେ ପକାନ୍ତେ ତା ସୁଦାମ ଯେ ପାଇ ॥
।୧୦।ସୁଦାମ ଅଟେ ଶ୍ରୀକୃଷ୍ଣଙ୍କର ପ୍ରିୟ ସଖା ।ତାଡ଼କୀ ପାଇଣ ଦେଲା ଶ୍ରୀକୃଷ୍ଣଙ୍କୁ ଏକା ॥
।୧୧।ସେ ତାଡ଼କୀ ଦେଖି କୃଷ୍ଣ ହୋଇଗଲେ ମୂର୍ଚ୍ଛା ।ଯାହା ଅଳଙ୍କାର ତାକୁ ଦେଖିବାକୁ ଇଚ୍ଛା ॥
।୧୨।କେଉଂ ନାରୀ ଅଳଙ୍କାର ଏଡ଼େ ଶୋଭାବନ ।ଅଳଙ୍କାର ଦେଖି ମୋହ ହେଲା ଆମ୍ଭ ମନ ॥
।୧୩।ସର୍ବ ସଖା ଗୋପସୁତ ସଙ୍ଗେ ଠୁଳ କରି ।ଦୋଳଯାତ୍ରା ଏକ ଭିଆଇଲେ ନରହରି ॥
।୧୪।ବିମାନ ଆଗରେ କର୍ଣ୍ଣ ତାଡ଼କୀ ଝୁଲାଇ ।ମିଛେ ଦିଅଂ ନେଇ ଦ୍ୱାରେ ଦ୍ୱାରେ ଭୋଗ ଖାଇ ॥
।୧୫।ମନେ ଏହି ଅଭିଳାଷ ଥିଲା ଯେ ତାଙ୍କର ।ଦେଖିବା ତା ରୂପ ନେବ ଯେହୁ ଅଳଙ୍କାର ॥
।୧୬।ସେ ରକ୍ତ କର୍ଦ୍ଦମ ମାଟି ଶୁଷ୍କ ଚୁର୍ଣ୍ଣ କରି ।ରୁଧିର ପାଣିକୁ ଫଗୁ ଖେଳିଲେ ଶ୍ରୀହରି ॥
।୧୭।ଅବିର ଦୋଳଯାତ୍ରାର କାରଣ ଯେ ଏହି ।ରାବଣ ଆଗରେ ରାମଚନ୍ଦ୍ର ଏହା କହି ॥
।୧୮।ଏ ବିନ୍ଦୁ ପୁରାଣ ରସ ହୋଇଅଛି ସାର ।କହଇ ଅଚ୍ୟୁତ ଯାହା ବିଖ୍ୟାତ ସଂସାର ॥
।୧୯।ଓଗାଳ – ୩ସର୍ପାଭିସାରଜୟ ଜୟ ଗଣପତି ପାର୍ବତୀ କୁମର ।ଯୋଗେଶ୍ୱର ପୁରୁଷ ତୋ ବାହନ ଇନ୍ଦୁର ॥
।୧।ନମୋ ଲମ୍ବୋଦର ପ୍ରଭୁ ସଦାଶିବ ଶିଷ୍ୟ ।ବେନି ଭୁଜେ ଶୋଭାପାଏ ପାଶ ଯେ ଅଙ୍ଗୁଶ ॥
।୨।ଶୁଣ ହୋ ଗୋପାଳ ଭାଇ ନିବେଦନ ମୋର ।ଆଉ ଏକ ଗୋଟି କଥା ପଡ଼ିଲା ମନର ॥
।୩।ଶୁଣ ସଭାଜନେ ସର୍ବେ ସ୍ଥିରକରି ଚିତ୍ତ ।ବଡ଼ ରହସ୍ୟ ଏ ରାଧାକୃଷ୍ଣଙ୍କ ଚରିତ ॥
।୪।ଏକଦିନେ ରାଧାକୃଷ୍ଣ ନିଭୃତ କୁଂଜରେ ।ପ୍ରେମେ କ୍ରୀଡ଼ା କରୁଥିଲେ କୁସୁମ ଶେଯରେ ॥
।୫।କେଳି ସାରି ଆନନ୍ଦରେ ଦୁହେଂ ନିଦ୍ରା ଗଲେ ।ପ୍ରଭାତ ହେଲା ବୋଲିଣ ଜାଣି ନ ପାରିଲେ ॥
।୬।ଅଷ୍ଟସଖୀ ଦେଖିଲେ ଯେ ଦୁହେଂ ନିଦ୍ରାଛ୍ଛନ୍ନ ।ପୂର୍ବେ ଦିଗେ ଉଦୟ ଯେ ହେଲେଣି ତପନ ॥
।୭।ପୁଣି ସଖୀମାନେ ମନ ମଧ୍ୟରେ ବିଚାରି ।ଚାଲ ସର୍ବେ ଏବେ ଦେବା ଜାଗରିତ କରି ॥
।୮।ତଥାପି ଦୁହିଂଙ୍କି ନିଦ୍ରା ନୋହିଲା ଭଗନ ।ଦିବସରେ ରତି କଲେ ଆୟୁ ହୁଏ କ୍ଷୀଣ ॥
।୯।ସଖୀଙ୍କ ମଧ୍ୟରେ ବୃନ୍ଦାବତୀ ଜ୍ୟୋଷ୍ଠା ଥିଲେ ।ଏ ରୀତି ଦେଖିଣ ମହା କ୍ରୋଧ ସେ ପାଇଲେ ॥
।୧୦।ମନ୍ତ୍ର ଯନ୍ତ୍ର ମାନଙ୍କେ ସେ ଅଟନ୍ତି ପ୍ରବୀଣ ।ବାମ ପାଦ ଧୁଳିକି ସେ ଧଇଲେ ହାଥେଣ ॥
।୧୧।ଅଙ୍ଗ ପାଲଟ ମନ୍ତ୍ର ପଢିଲେ ଥର ସାତ ।ନ ଜାଣନ୍ତି ଏ କଥାକୁ ସଖୀଏ କିଂଚିତ ॥
।୧୨।ଫୁଲଶଯ୍ୟା ଉପରକୁ କ୍ରୋଧେ ଫିଙ୍ଗିଦେଲେ ।ସେ ସମୟେ ଦୁହେଂ ନିଦ୍ରା ତେଜିଣ ଉଠିଲେ ॥
।୧୩।ଏହି ବେଳେ ମନ୍ତ୍ର ଧୁଳି ହୋଇଲା ପତନ ।ସେ ଧୁଳି ପ୍ରଭାବେ ହେଲା ଅପୁର୍ବ ଘଟନ ॥
।୧୪।ରାଧାକୃଷ୍ଣ ଦୁହେଂ ହେଲେ ସର୍ପ ଯେ ସର୍ପିଣୀ ।ଫଣା ଟେକି ଗର୍ଜନ ସେ କରନ୍ତି ଭ୍ରମଣି ॥
।୧୫।ଅଷ୍ଟସଖୀମାନଙ୍କୁ ସେ ଦଂଶିଲେ ତକ୍ଷଣି ।ମହା ବିଷ ଜ୍ବାଳାରେ ଯେ ପଡ଼ିଲେ ସଜନୀ ॥
।୧୬।ଏହାକୁ ଦଂଶିଣ ଦୁହେଂ ପ୍ରେମେ ବୁଲୁଥିଲେ ।ଦୈବେ ମୟୁର ମୟୁରୀ ସେଠାରେ ମିଳିଲେ ॥
।୧୭।ସର୍ପକୁ ଦେଖି ମୟୁରେ ଆନନ୍ଦ ହୋଇଲେ ।ସର୍ପ ସର୍ପିଣୀଙ୍କି ତହୁଂ ଗିଳିଣ ସେ ଦେଲେ ॥
।୧୮।ମହା ଆନନ୍ଦ ମନରେ ତାହାଙ୍କୁ ଗିଳିଲେ ।ରାଧାକୃଷ୍ଣ ଦୁହେଂ ତାଙ୍କ ଗର୍ଭରେ ରହିଲେ ॥
।୧୯।ଏହି ସମୟରେ ଏକ ଶବର ଅଇଲା ।ମୟୁରଙ୍କୁ ଦେଖି କ୍ରୋଧେ ସେହୁ ଗୋଡ଼ାଇଲା ॥
।୨୦।ଶବରକୁ ଦେଖି ମୟୁର ତହୁଂ ପଲାଇଲେ ।ପର୍ବତ ଗୁଂଫା ଭିତରେ ଯାଇଣ ପଶିଲେ ॥
।୨୧।ଧନୁଶର ଧରି ଜଗି ବସିଲା ଶବର ।ବାହାର ହେଲେ ତାହାଙ୍କୁ କରିବ ସଂହାର ॥
।୨୨।ଆହେ ଭାଇାମାନେ ଶୁଣିଲ ତ ସବୁକଥା ।କପରି ଏଥୁଂ ଉଦ୍ଧାର ହେବ ସର୍ବେ ଯଥା ॥
।୨୩।ଗୋପାଳ ହୋଇଣ ଯେବେ ଏହା ନ କହିବ ।ଅଚ୍ୟୁତ ବୋଲଇ ଗୁରୁପାଦେ ଦ୍ରୋହୀ ହେବ ॥
।୨୪।ଉତ୍ତାରବନ୍ଦିଲୁଂ ଶାରଳା ମାଗୋ ଝଙ୍ଗଡ଼ ବାସିନୀ ।କଳିକାଳ ଧ୍ବଂସିନୀ ଗୋ ଜଗତ ଜନନୀ ॥
।୧।ଶୁଣ ହୋ ଗୋପାଳ ଭାଇ ମନ କର୍ଣ୍ଣ ଦେଇ ।ଭଲା ସନ୍ଧି ଓଗାଳ ତ ପୁଚ୍ଛିଲ ଏଠାଇଂ ॥
।୨।ରାଧାକୃଷ୍ଣ ବିନା ହେଲା ଜଗତେ ଚହଳ ।ଯୋଗବଳେ ନାରଦ ତା ଜାଣିଲେ ସକଳ ॥
।୩।ଜାଣିପାରି ସେ ସୁଧର୍ମା ସଭାରେ ମିଳିଲେ ।ଶଚୀପତି ଆଗେ ସବୁ ବୁଝାଇ କହିଲେ ॥
।୪।ବୃନ୍ଦାବନ ସମାଚାର ଶୁଣ ଶଚୀନାଥ ।ଏପର୍ଯ୍ୟନ୍ତ କଂସାସୁର ହୋଇାନାହିଂ ହତ ॥
।୫।ମହାସଙ୍କଟରେ ପଡ଼ିଛନ୍ତି ପୀତବାସ ।ସର୍ପ ରୂପ ହୋଇ ବେନି ହେଉଛନ୍ତି ଧ୍ବସଂ ॥
।୬।ଗୁରୁଙ୍କ ମୁଖକୁ ଚାହିଂ ଇନ୍ଦ୍ର ଯେ ପୁଚ୍ଛଇ ।କିପରି ଏ ସଙ୍କଟରୁ ବଞ୍ଚିବେ ମାଧୋଇ ॥
।୭।ବୃହସ୍ପତି ବୋଇଲେ ସହାୟ ମହାମାୟୀ ।ତାଙ୍କ ବିନା ଏ ସଙ୍କଟୁ ଉଦ୍ଧାର ବା କାହିଂ ॥
।୮।ଦୁର୍ଗାଦେବୀଙ୍କୁ ମିନତୀ ଇନ୍ଦ୍ର ତହୁଂ କଲେ ।ରାଧା ମାଧବଙ୍କୁ ମାତ ଉଦ୍ଧର ବୋଇଲେ ॥
।୯।ବ୍ୟାଘ୍ର ବାହାନେ ଦେବୀ ଯେ ମଞ୍ଚେ ଉପଗତ ।କୈଳାସରୁ ବୃଷଭ ଆରୋହି ବିଶ୍ୱନାଥ ॥
।୧୦।ଭ୍ରମୁ ଭ୍ରମୁ ମିଳିଲେ ସେ ପର୍ବତ କତିରେ ।ଯୋଗକୁ କାର୍ତ୍ତିକ ଆଗୁଂ ସେଠାବରେ ଥିଲେ ॥
।୧୧।ମାତ- ପିତାଙ୍କୁ ଦେଖି ସେ ବୋଲନ୍ତି ବଚନ ।ମୟୁରକୁ ଖୋଜି ଖୋଜି ହେଲି ମୁ ଅଗ୍ୟାଂନ ॥
।୧୨।କେଉଂଠାରେ ଅଛି ମାତ କହ ଦୟା ବହି ।ନ କହିଲେ ଆଜ ତୋତେ ଛାଡ଼ିଦେବି ନାହିଂ ॥
।୧୩।ଏହା ଶୁଣି ଦୁର୍ଗା ମାତା ହସ ହସ ହେଲେ ।କାର୍ତ୍ତିକଙ୍କୁ ନେଇ ଗୁଂଫା ଦେଖାଇଣ ଦେଲେ ॥
।୧୪।ବ୍ୟାଘ୍ରକୁ ଦେଖି ଶବର ଭୟେ ପଳାଇଲେ ।ଏହ ଦେଖି ମୟୁର ଯେ ଆନନ୍ଦ ହୋଇଲେ ॥
।୧୫।କାର୍ତ୍ତିକ ବୋଲନ୍ତି ଆହେ ବାହନ ବେଗେ ଆସ ।କାର୍ତ୍ତିକଙ୍କ କଥା ଶୁଣି ପଶିଲା ସାହସ ॥
।୧୬।ଗୁଂଫା ମଧ୍ୟରୁ ମୟୁର ବେଗେ ବାହାରିଲେ ।ମୟୁରଙ୍କୁ ଦେଖି ଦୁର୍ଗା ଆନନ୍ଦ ହୋଇଲେ ॥
।୧୭।ହସ ହସ ହୋଇ ଦେବୀ ଶିବଙ୍କୁ କହନ୍ତି ।ୟାଙ୍କ ଗର୍ଭ ମଧ୍ୟେ ରାଧାକୃଷ୍ଣ ଯେ ଅଛନ୍ତି ॥
।୧୮।ଚମତ୍କାର ହୋଇ ଶିବ ପୁଚ୍ଛନ୍ତି କିପରି ।ଭଗବତୀ ବୋଲନ୍ତି ଯେ ସର୍ପ ରୂପ ଧରି ॥
।୧୯।ପଦ୍ମତୋଳା ମନ୍ତ୍ର ତହୁଂ ଗାଇଲେ ଶୂଳପାଣି ।କର୍ଣ୍ଣ ବାଟେ ବାହାରିଲେ ସର୍ପ ଯେ ସର୍ପିଣୀ ॥
।୨୦।ତହୁଂ ସଦାଶିବ ତାଙ୍କ ହସ୍ତରେ ତୋଳିଲେ ।କାନ୍ଧରେ ରଖିଣ ମହା ଆନନ୍ଦେ ନାଚିଲେ ॥
।୨୧।ଏ ସମୟେ ବୃନ୍ଦାବତୀ ମିଳିଲେ ସେଠାରେ ।ଶିବଙ୍କୁ କହନ୍ତି ସେହୁ ଆକୁଳ ଚିତ୍ତରେ ॥
।୨୨।ଅଷ୍ଟ ସଖୀଙ୍କି ଦଂଶିଣ ଏହି ସର୍ପ ଦୁଇ ।ହତଜ୍ଞାନ ହୋଇ ସର୍ବେ ପଡ଼ିଛନ୍ତି ଶୋଇ ॥
।୨୩।ଏହା ଶୁଣି ସେ ସର୍ପଙ୍କୁ ଶିବ ଛାଡ଼ିଦେଲେ ।ଦଂଶିବା ବିଷକୁ ସର୍ପ ଶୋଷଣ ଯେ କଲେ ॥
।୨୪।ସର୍ପ ବିଷ ଯାନ୍ତେ ସର୍ବ ଚେତନା ଲଭିଲେ ।ନିଦ୍ରାରୁ ଉଠିଲା ପ୍ରାୟେ ସଖୀଏ ଉଠିଲେ ॥
।୨୫।ବୃନ୍ଦାବତୀ ଜାଣିଲେ ସେ ଏହି ସର୍ପ ସେହି ।ଏହି ରୂପ ଧରିଛନ୍ତି ରାଧାକୃଷ୍ଣ ହୋଇ ॥
।୨୬।ପାଲଟା ମନ୍ତରେ ଧୂଳି ଦେଲେ ଯେ ପକାଇ ॥
ନିଜ ରୂପ ପାଇଲେ ଶ୍ରୀ ରାଧା କହ୍ନାଇ ॥
।୨୭।ଶିବ ପାର୍ବତୀଙ୍କୁ ଦେଖି ଆନନ୍ଦ ହୋଇଲେ ।କୋଳାଗ୍ରତ ହୋଇ ସର୍ବେ ଯେଝା ସ୍ଥାନେ ଗଲେ ॥
।୨୮।ଅତି ଏ ଗହନ କଥା ଶାସ୍ତ୍ରେ ଲେଖା ନାହିଂ ।ଯାହା କହିଦେଲେ ସେହି ପ୍ରକାଶିଲି ମୁହିଂ ॥
।୨୯।ଶୁଣ ହୋ ଗୋପାଳ ଭାଇ ହେତୁରେ ଘେନିବ ।କହିଲା ଅଚ୍ୟୁତ ଦାସ ରାଧା କୃଷ୍ଣେ ଭାବ ॥
।୩୦।ଓଗାଳ– ୪ଶୁଣ ହେ ଗୋପାଳ ଭାଇ ଡ଼େରି କର୍ଣ୍ଣଦ୍ୱାର ।ଯାହା ପଚାରୁଛି ମୁହିଂ ଦେବଟି ଉତ୍ତର ॥
।୧।ଚାରିବର୍ଣ୍ଣ କଥା ତୋତେ ପଚାରୁଛି ଭାଇ ।ମନର ସଂଶୟ ମୋର ଦେବଟି ଫିଟାଇ ॥
।୨।ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୁଦ୍ର ଏହ ଚାରି ।କେଉଂ ବର୍ଣ୍ଣେ ଜନ୍ମି ଭାଇ କେଉଂ କର୍ମ କର ।କି ଅବା ଚାରି ବର୍ଣ୍ଣରୁ ହୋଇଛ ବାହାର ॥
।୩।କେଉଂ ବର୍ଣ୍ଣେ ଜନମ ହୋଇଚ ଆହେ ଭାଇ ।କେଉଂ କାର୍ଯ୍ୟ କରିବାର ବିହିତ ଅଟଇ ॥
।୪।ଏକ ବର୍ଣ୍ଣେ ଏକ ଔରସରୁ ଜନ୍ମିଥିଲେ ।ତହିଂର ବୃତ୍ତାନ୍ତ ସିନା କହିବଟି ଭଲେ ॥
।୫।ବର୍ଣ୍ଣସଙ୍କର ଯେ ଥିଲେ ଜାଣିବ ବା କାହୁଂ ।ସଭାରେ ବସି ବୃଥାରେ ହୁଅ ହାଉଂ ହାଉଂ ॥
।୬।ମନପ୍ରାଣ ଲଗାଇଣ ଶ୍ରୀଗୁରୁ ପୟରେ ।ସେବା କରିଥିଲେ ଭାଇ କହିବ ବେଭାରେ ॥
।୭।ନିଜ କର୍ମ ନ ଜାଣିଣ ଆନକୁ ପଚାର ।ସୁଜ୍ଞାନୀ ଜନଙ୍କର କି ଅଟେ ଏ ବେଭାର ॥
।୮।ଅଚ୍ୟୁତ ବୋଇଲେ ଯେବେ ନ ଜାଣିଛ ତୁମ୍ଭେ ।ଗୁରୁ କରି ଶିକ୍ଷା କଲେ କହିଦେବୁ ଆମ୍ଭେ ॥
।୯।ଉତ୍ତାରଶୁଣ ହୋ ଗୋପାଳ ଭାଇ ପଚାରିଲ ଯାହା ।ଶ୍ରୀଗୁରୁଙ୍କ ସୁଦୟାରୁ କହିଦେବୁ ତାହା ॥
।୧।ସୁବୁଦ୍ଧି ବୋଇଲେ ଦାସେ ଶୁଣ ସାବଧାନେ ।ସଦଗୁରୁ ସେବିଥିଲେ ଶୁଣ ଜ୍ଞାନୀମାନେ ॥
।୨।ଚାରି ବର୍ଣ୍ଣ କଥା ଯାହା ପଚାରିଲ ଭାଇ ।ଯାହା ଜାଣେ ଠିକେ ଠିକେ କହୁଛି ବୁଝାଇ ॥
।୩।ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୁଦ୍ର ଚାରି ବର୍ଣ୍ଣ ।ଗୋପାଳମାନେ ଅଟନ୍ତି ବୈଶ୍ୟ ଆହେ ଶୁଣ ॥
।୪।ବୈଶ୍ୟ ବର୍ଣ୍ଣଙ୍କର କର୍ମ ଶୁଣ ଆରେ ଭାଇ ।ସଦଗୁରୁ ସେବା ଫଳ ଦେବଇଂ ବୁଝାଇ ॥
।୫।ଗାଈ ରଖିବା ଆମ୍ଭର ପ୍ରଧାନ ଯେ କର୍ମ ।ସେହି ଗୋରୁ ଦ୍ୱାରା କୃଷି କରୁ ଯେ ଉତ୍ପନ୍ନ ॥
।୬।ଗୋରୁଙ୍କର କ୍ଷୀରଠାରୁ ନାନାଦି ପ୍ରକାର ।ଅମୃତ ସାମଗ୍ରୀ କରୁ ବିଶୁଦ୍ଧ ବେପାର ॥
।୭।ଆନ ବୈଶ୍ୟମାନେ କୃଷି ବାଣିଜ୍ୟ କରନ୍ତି ।ଗୋରକ୍ଷା କର୍ମଙ୍କୁ କେହି କରି ନ ପାରନ୍ତି ॥
।୮।ଏଣୁକରି ଗୋପାଳ ଅଟନ୍ତି ଶୁଦ୍ଧ ବୈଶ୍ୟ ।ନାନାଦି ଶାସ୍ତ୍ରରେ ଏହା ଲେଖା ଇତିହାସ ॥
।୯।ଆହେ ଭାଇମାନେ ମୋର ଶୁଣ ନିବେଦନ ।ରୋଷ ନ ବହିବ ମନେ ନୋହିବ ବିମନ ॥
।୧୦।ଏବେ କିଛି ଦିନ ପାଇଂ ଶ୍ରୀଗୁରୁ ପୟରେ ।ମନପ୍ରାଣ ଦେଇ ସେବ ଦିବା ରଜନୀରେ ॥
।୧୧।ଅବଶ୍ୟ ତାଙ୍କ କୃପାରୁ ଜ୍ଞାନ ଉପୁଜିବ ।ଅଚ୍ୟୁତ ବୋଇଲେ ତେବେ ଏଠାକୁ ଆସିବ ॥
।୧୨।ଓଗାଳ – ୫ଶୁଣ ହେ ଗୋପାଳ ଭାଇ ଆମ୍ଭର ବଚନ ।ଆଉ ଗୋଟି ଏକ କଥା ପଡ଼ିଲା ଯେ ମନ ॥
।୧।ବହୁତ ଦିନରୁ ମୋର ସଂଶୟେ ରହିଛି ।ଭାଇମାନେ ସେ ସଂଶୟ ଦିଅ ଆଜି ପୋଛି ॥
।୨।ତୁମ୍ଭ ହାଥେ ମୟୁର ଝାଲରି ଦେଖିକରି ।ମନ ବଳୁଅଛି ଆଜି ବୁଝିବି ପଚାରି ॥
।୩।ମୟୁର ଜନମ କାହୁଂ କିପରି ହୋଇଲା ॥
ଏପରି ସୈାନ୍ଦର୍ଯ୍ୟ ରୂପ କେହୁ ନିର୍ମାଣିଲା ॥
।୪।ମୟୁର ମୟୁରୀଙ୍କର ଶୃଙ୍ଗାର କିମ୍ପାଇଂ ।ନ ହୁଅଇ କେଉଂ ପାପୁଂ କହିଦେବ ଭାଇ ॥
।୫।କେଉଂ ମାହାତ୍ମା ତାହାଙ୍କୁ ଶାପ ଦେଇଥିଲେ ।ଶୃଙ୍ଗାର ନ ହୋଇ ବଛା କିପରି ଜନ୍ମିଲେ ॥
।୬।ଏତେ ଲୋଚନ କିମ୍ପାଇଂ ମୟୁର ପୁଚ୍ଛରେ ॥
ସଦଗୁରୁ ସେବିଥିଲେ କହିବ ସଭାରେ ॥
।୭।ଶୁଣ ଶୁଣ ଆହେ ଦାସେ ଦେଇ ମନ କର୍ଣ୍ଣ ।ଚନ୍ଦ୍ରିକା ମଧ୍ୟରେ କିମ୍ପା ଅଛି ଚାରି ବର୍ଣ୍ଣ ॥
।୮।ସେ ଚନ୍ଦ୍ରିକାକୁ ଶ୍ରୀକୃଷ୍ଣ ମସ୍ତକେ କିମ୍ପାଇଂ ।ଖୋସିଛନ୍ତି ଆହ୍ଲାଦରେ କହିଦେବ ଭାଇ ॥
।୯।ହୀରା ନୀଳା ମୋତି ଅଷ୍ଟରତ୍ନ ତ୍ୟାଗ କରି ।ପୁଚ୍ଛ ଛାର କିମ୍ପା ପ୍ରଭୁ ଶିରେ ଛନ୍ତି ଧରି ॥
।୧୦।ଏଥିର ସଂଶୟ ଭାଇମାନେ କହିଦେବ ।ଅଣଗୁରୁଆ ଥିଲେ ତା’ କାହୁଂ ଯେ ପାଇବ ॥
।୧୧।କହି ନ ପାରିଲେ ଭାଇ ଆଜ ଦିନଠାରୁ ।ମୟୁର ପୁଚ୍ଛକୁ ଯେବେ ଶ୍ରୀହସ୍ତେରେ ଧରୁ ॥
।୧୨।ମାତା ପିତା ଇଷ୍ଟଗୁରୁ ଦ୍ୱାହି ଯେ ତୁମ୍ଭଙ୍କୁ ।ଅଚ୍ୟୁତ ବୋଇଲେ ଆଉ ନ ଆସ ସଭାକୁ ॥
।୧୩।ଉତ୍ତାରଯାହା ପଚାରିଲ ଭାଇମାନେ ହୋଇ ମେଳି ।ଅଳ୍ପ ଯାହା ଜାଣେ କହୁଅଛି ଭାଳି ଭାଳି ॥
।୧।ବିଜ୍ଞଲୋକ ନୁହେଂ ମୁହିଂ ଅଟଇ ମୂରୁଖ ।ନୁହଂଇ ଯେ ବୃଦ୍ଧ ମୁହିଂ ବାଳୁତଇ ଦେଖ ॥
।୨।ତୁମ୍ଭମାନଙ୍କ କଲ୍ୟାଣ ଶ୍ରୀଗୁରୁ କୃପାରେ ।ଠିକେ ଠିକେ କିଛି ଭାଇ କହୁଛି ସଭାରେ ॥
।୩।ମୟୁର ଜନମ ଭାଇ ଶୁଣ ଦେଇ ମନ ।ସତ୍ୟ ଯୁଗରେ ଜନମ ମୁର ଯେ ଦାରୁଣ ॥
।୪।ଦେବଗଣମାନଙ୍କୁ ସେ ବହୁ କଷ୍ଟ ଦେଲା ।ବାରମ୍ବାର ସ୍ୱର୍ଗ ଜୁର କରି ଘେନିଗଲା ॥
।୫।ତାର ଭୟେ ଦେବତାୟେ ରହି ନ ପାରିଲେ ।ସ୍ୱର୍ଗପୁର ଛାଡ଼ିକରି ପଳାଇଣ ଗଲେ ॥
।୬।ମେରୁ ପାହାଡ଼ରେ ଲୁଚି ଯଜ୍ଞ କରୁଥିଲେ ।ତାହା ଜାଣି ଶୁକ୍ର ଗୁରୁ ମୁରକୁ କହିଲେ ॥
।୭।ଗୁରୁଠାରୁ ମୁରାସୁର ଶୁଣି କୋପ ହୋଇ ।ମେରୁକୁ ଉପାଡ଼ିବାକୁ ବେଗେ ଗଲା ଧାଇଂ ॥
।୮।ତାହା ଜାଣି ଦେବଗଣେ ଭୟକରି ମନେ ।ପଶୁପକ୍ଷୀ ରୂପ ତହୁଂ ଧଇଲେ ଗୋପନେ ॥
।୯।ମରୁତ ହୋଇଲେ ମୃଗ କାକ ହେଲା ଯମ ।ଯକ୍ଷ ହୋଇଲେ କୁରର ହଂସ ଯେ ବରୁଣ ॥
।୧୦।ସମସ୍ତଙ୍କ ଦୁଇ ନେତ୍ର ନେଲେ ପଶୁପକ୍ଷୀ ।ସହସ୍ର ଲୋଚନ ତହୁଂ ଉପାୟ ନ ଦେଖି ॥
।୧୧।ମୟୁର ରୂପକୁ ବେଗେ ଧରି ଶଚୀନାଥ ।ପୁଚ୍ଛରେ ରଖିଲେ ନେଇ ସହସ୍ରେକ ନେତ୍ର ॥
।୧୨।ଏହିପରି ନାନା ରୂପ ସକଳେ ଧରିଣ ।ମୁରାସୁର ନ ଜାଣୁ ହୋଇଲେ ଅନ୍ତର୍ଦ୍ଧାନ ॥
।୧୩।ଯେହୁ ଯେଉଂ ରୂପ ହେଲେ ଦେଇ ତାଙ୍କୁ ବର ।ମୁର ଗଲାରୁ ଧଇଲେ ନିଜ କଲେବର ॥
।୧୪।ଅନେକ ପ୍ରକାର ଅଛି ମୟୁର ଜନମ ।ସମସ୍ତଙ୍କଠାରୁ ଏହୁ ଅଟଇ ଉତ୍ତମ ॥
।୧୫।ମୟୁର ଜନମ କଥା କହିଲିରେ ଭାଇ ।ଶୃଙ୍ଗାର କିମ୍ପା ନୋହଇ କହିବି ବୁଝାଇ ॥
।୧୬।ତ୍ରେତୟା ଯୁଗରେ ରାମ ସୀତା ହରାଇଣ ।ଖୋଜି ଖୋଜି ବୁଲୁଥିଲେ ଗହନ କାନନ ॥
।୧୭।ଦିବସରେ ମୟୁର ମୟୁରୀ ସଙ୍ଗେ ଘେନି ।ରମଣ କରନ୍ତି ଯେ ଦେଖିଲେ ରଘୁମଣି ॥
।୧୮।କୋପେ ଶାପ ଦେଲେ ରାମରେ ପାଷାଣ୍ଡ ପକ୍ଷୀ ।ଦିବସେ ରମଣ କର ଧର୍ମକୁ ଉପେକ୍ଷି ॥
।୧୯।ଆଜଠାରୁ ତୁମ୍ଭ ବଂଶେ ରମଣ ନୋହିବ ।ରମଣ କଲେ ତକ୍ଷଣି ମୂର୍ଦ୍ଧନା ଫାଟିବ ॥
।୨୦।ଶାପ ଶୁଣି ବେନି ପକ୍ଷୀ ମନେ ଭୟ ପାଇ ।ରଘୁନାଥ ଚରଣରେ ହୋଇଲେ ବିନୟୀ ॥
।୨୧।ଆଜଠାରୁ ଆମ୍ଭର ଯେ ବଂଶ ଲୋପ ହେବ ।ରମଣ ନୋହିବ କାହୁଂ ଶାବକ ଜନ୍ମିବ ॥
।୨୨।ଅପରାଧ କ୍ଷମି ପ୍ରଭୁ କରୁଣା ଗୋସାଇଂ ।ଶାପକୁ ପ୍ରତିକାର ହେ ଦିଅନ୍ତୁ ବତାଇ ॥
।୨୩।ପକ୍ଷୀ ବାଣୀ ଶୁଣି ରାମ କୋପକରି ଶାନ୍ତି ।ରମଣ ନୋହିବ ଜନ୍ମ ହୋଇବ ସନ୍ତତି ॥
।୨୪।ଆକାଶରେ ମେଘ ଦେଖି କାମେ ହୋଇ ଭୋଳ ।ନାଚୁ ନାଚୁ ରେତ ଖସି ପଡ଼ିବ ଭୂତଳ ॥
।୨୫।ସେ ରେତକୁ ମୟୁରୀ ଯେ ଭକ୍ଷଣ କରିବ ।ଆମ୍ଭ ଆଜ୍ଞାରେ ନିଶ୍ଚୟ ଗର୍ଭବତୀ ହେବ ॥
।୨୬।ରମଣ ନହୁଏ ବଛା ଜନମ ହୁଅଇ ।ଚନ୍ଦ୍ରିକାରେ ଚାରିବର୍ଣ୍ଣ ଶୁଣ ମନ ଦେଇ ॥
।୨୭।ଚାରିଯୁଗ ଚାରିବେଦ ଚାରି ବର୍ଣ୍ଣ ଜାଣ ।ଆବର ଅଛଇ ଦଶ ଅବତାର ବର୍ଣ୍ଣ ॥
।୨୮।ତା’ ମଧ୍ୟରେ ରାଧିକାର ନାମ ଲେଖାଅଛି ।ପ୍ରେମ ଯୋଗୁଂ ମସ୍ତକେ ଖୋସନ୍ତି ନନ୍ଦବତ୍ସି ॥
।୨୯।ମୟୁର ଝାଲି ଚରିତ ପଚାରିଲ ଯାହା ।ଗୁରୁସେବା କଲେ ସିନା ଜାଣିବଟି ତାହା ॥
।୩୦।ଶ୍ରୀଗୁରୁଙ୍କ ଶ୍ରୀଚରଣେ ସେବା ଫଳେ ଭାଇ ।ଅଚ୍ୟୁତ ବୋଇଲେ ସର୍ବ ଦେଲିଟି ବୁଝାଇ ॥
।୩୧।ଓଗାଳ –୬ପଚାରୁଛି ଭାଇ ଶୁଣ, ବିଚାରି କହିବ ପୁଣନ ଥାଇ ମାତା କେ ପୁଅ, ମୋ ଆଗେ ସେ କଥା କୁହ ।ସେ ବର୍ଣ୍ଣସଙ୍କର,ବୁଝି ଠିକେ କହ କିଏ ଅଧା ଗୋପାଳ ॥
।୧।ଏହି କଥା ମନେ ଭାଳ, ବାର ଗେରସ୍ତରେ ପୁଅ,ସେ ଜଣକ କିଏ କହ, ନ କହିଲେ ମୋତେ ରୁହ ।ଅଣବାବୁଆରେ,ଆଜ ସହଜେ କି ଛାଡ଼ିଦେବି ତୋରେ ॥
।୨।କେତେ ଥର ଭାଗବତ, ହୋଇଲା ଜନମ ସତ,କହ ନାରାୟଣ ଜନ୍ମ, ହେବ ତାହାର ପ୍ରମାଣ ।ଶ୍ରୀ ମହାଭାରତ,କିପରି ଜନମ ହେଲା ବୁଝାଅ ତତ୍ତ୍ୱ ॥
।୩।ଅଷ୍ଟାଦଶ ଯେ ପୁରାଣ, ତାହାର ଜନ୍ମ ବିଧାନପୁରାତନ ଇତିହାସ, ସାତଖଣ୍ଡ ହରିବଂଶ ।କାହୁଂ ଜାତ କହ,ଅଚ୍ୟୁତ ବୋଲଇ ଫେଡ଼ ହୋ ସନ୍ଦେହ ॥
।୪।ଉତ୍ତାରବିଜ୍ଞାନୀ କର ଶ୍ରବଣ, ଏଛିଣ୍ଡା ଗଣ୍ଡା ପୁରାଣଯାହା ପଚାରିଲ ଭାଇ, ତୋତେ କହିବା ବୁଝାଇ ।ମାତା ନ ଥାଇଣ,କୁମ୍ଭରିଆ ପୋକର ଭୃଙ୍ଗ ନନ୍ଦନ ॥
।୧।ଭଣ୍ଡା ନ କାଢ଼ି କଦଳୀ, ପୁତ୍ର ଭଳି ତାର ରହିମାତା ରଜୋବତୀ ନୋହି, ଅଣବାବୁଆଟି ସେହି ।ଅଛନ୍ତି ସଂସାରେ,ମନେ ହେତୁ କର ଆହେ ସୁଜ୍ଞ ନ ସରେ ॥
।୨।ରାମକୃଷ୍ଣ ଦୁଇ ଭାଇ, ଅଧା ଗୋପାଳଟି ସେହିବସୁଦେବର କୁମର, ପୁତ୍ର ସ୍ନେହରେ ନନ୍ଦର ।ବଣଭୋଜି କାଳେ,ପୋଡ଼ା ଅନ୍ନ ଭୁଞ୍ଜିଲେ ଗୋପାଳ ମେଳେ ॥
।୩।ଛତିଶ ପାଟକେ ନୋହି, ବର୍ଣ୍ଣ ସଙ୍କର ଅଟଇବଶିଷ୍ଟ ଯାହା କୁମର, ଅଟେ ସେ ସଂସାରେ ସାର ।ଭାରଦା ଯେ ଥିଲା,ବର୍ଣ୍ଣ ସଙ୍କର ସେ ବେଶ୍ୟା ପୁତ୍ର ହୋଇଲା ॥
।୪।ଏଥୁଅନ୍ତେ ଜନେ ଶୁଣ, କ୍ଷୀରାର୍ଣ୍ଣବେ ଭଗବାନଅନନ୍ତ ଶୟନେ ଥାଇ, ମନେ ବିଚାରିଲେ ସେହି ।ଭାଗବତ ଜନ୍ମମୁଖୁଂ ଏକାକ୍ଷର ଜାତ ନାମ ବ୍ରହ୍ମ ॥
।୫।ଯାହାକୁ ଦେଇ ଅନନ୍ତ, ତ୍ରିକ୍ଷରେ କରିଗଲେ ତବ୍ରହ୍ମା କହେ ଚାରିବେଦ, ନାରାୟଣ ଚତୁର୍ଭୁଜ ।ନାରଦ ଯେ ଦାସ,ତହୁଂ ଶତେ ଶ୍ଳୋକ କଲେ ବେଦବ୍ୟାସ ॥
।୬।ନାରଦ ଋଷିଙ୍କ ବାଣୀ, ଶୁଣି ଉଚ୍ଚାଟ ରୁଦ୍ରାଣୀତାହା ଜାଣିଣ ମହେଶ, ମୁଖରେ କଲେ ପ୍ରକାଶ ।ଶୁଣିଣ ସେ ଦମ୍ଭ,ବୃକ୍ଷ କୋଟରେ ଚେତି କାଞ୍ଜିଆ ଡ଼ିମ୍ବ ॥
।୭।ଡ଼ିମ୍ବରୁ ଶୁକ ଜନ୍ମିଲେ, ସତ୍ୟବଦୀ ଗର୍ଭେ ଥିଲେସେ ଗର୍ଭେ ଜନ୍ମିଲା ବେଳେ, ନୈମିଷା ଅରଣ୍ୟେ ମିଳେ ।ପରୀକ୍ଷିତ ଆଗେ,ଶୁକ ମୁନି କହିଥିଲେ ଅନୁରାଗେ ॥
।୮।ଏହିପରି ଦଶଥର, ଭାଗବତ ଅବତାରସାମ ବେଦରୁ ସମ୍ଭୁତ, ରାମାୟଣ ହେଲା ଜାତ ।ଶ୍ରୀ ମହାନାଟକ,ତେଣୁ ରାମାୟଣ ଜାତ ଆଧ୍ୟାତ୍ମିକ ॥
।୯।ସେଥିରୁ ହେଲା ଭିଆଣ, ବାଲମିକ ରାମାୟଣବିସ୍ତାରି ମହାଭାରତ, ଝିମିଟି ଖେଳରୁ ଜାତୟେହୁ ଇତିହାସ,ବଇସମ୍ପାୟନ ମୁଖରୁ ସେ ପ୍ରକାଶ ॥
।୧୦।ଅଷ୍ଟ ଯେ ମାତୃକା ଅଂଶ, ସାତଖଣ୍ଡ ହରିବଂଶକଲେ ଭିଆଣ ସ୍ତ୍ରୀଲିଙ୍ଗ, ଫୁଲିଙ୍ଗ ନିଷିଦ୍ଧ ଲିଙ୍ଗ ॥
ସକଳ ବିଧାନ,ଜଗତ ମଙ୍ଗଳ ପାଇଂ କଲେ ଭିଆଣ ॥
।୧୧।ଆବର ଯେ ନାନା ଗ୍ରନ୍ଥ, କଲେ ନୂତନ କବିତ୍ୱସଂଖ୍ୟା କରି ତାହା ନୋହେ, ସମୁଦ୍ର ଭେଦିବ କିଏ ।କହେ ଅଚ୍ୟୁତ ଦାସ,ସୁଜ୍ଞଜନେ ମୋର ଯେ ନ ଘେନ ଦୋଷ ॥
।୧୨।ଓଗାଳ – ୭ଶୁଣ ହୋ ଗେପାଳ ଭାଇ ସ୍ଥିରକରି ମନ ।ପଚାରୁଛି କଛି ପୁରାତନ କଥାମାନ ॥
।୧।ପ୍ରଶ୍ନର ଉତ୍ତର ଯେବେ ନ ପାରିବ କହି ।ସାତଜନ୍ମ ଯାଏ କାଠବେଙ୍ଗ ଥିବ ହୋଇ ॥
।୨।କାର୍ତ୍ତିକେଶ୍ୱରଙ୍କ କଥା କହିବ ବୁଝାଇ ।ମାତା ପିତା ନାହିଂ ପୁତ୍ର କିପରି ଜନ୍ମଇ ॥
।୩।ମୟୁର ବାହନ ତାଙ୍କୁ କିଏ ସେ ହୋ ଦେଲା ।କାମଦେବ କେଉଂଠାରୁ ଜାତ ଯେ ହୋଇଲା ॥
।୪।କଂସ ଦେବକୀ ଯେ ବସୁଦେବ କାହିଂ ଜନ୍ମ ।ମୂଷା କିମ୍ପା ଗଣେଷଙ୍କ ହୋଇଲା ବାହନ ॥
।୫।ଜଉଶାଳ ଘରକୁ କେ ବାଟ ଫିଟାଇଲା ।ହସ୍ତିନା ଦୁଆର ବକ୍ର କିପରି ହୋଇଲା ॥
।୬।ମହାଭାରତ ରହିଲା କେଉଂଠାରେ ଯାଇ ।ରାଧାକୃଷ୍ଣଙ୍କର ବିଭା କହିବା ବୁଝାଇ ॥
।୭।ଲାଜକୁଳୀ ଗଛ କିମ୍ପା ଲଜ୍ଜାବତୀ ହେଲା ।ଢାଉରଙ୍ଗ ଗଛ ଜାତ କେଉଂଠାରୁ ହେଲା ॥
।୮।ପଳାଶ ଗଛ ଅପୂଜା କିମ୍ପାଇ ରହିଲା ।କେଉଂ ମହାତ୍ମା ତାହାକୁ ଶାପ୍ୟ ଦେଇଥିଲା ॥
।୯।ତୁଳସୀ ବିଷ୍ଣୁ ମସ୍ତକେ ଚଢେ କାହିଂପାଇଂ ।ଏଥିର ଚରିତ ମୋତେ କହିବା ବୁଝାଇ ॥
।୧୦।ବର ଓସ୍ତଗଛ କିମ୍ପା ବିଭାଘର ହୋଏ ।ଛେଳି କିମ୍ପା ଦୁର୍ଗାଙ୍କ ବଳିରେ ଲାଗିଥାଏ ॥
।୧୧।ପିତୃଶ୍ରାଦ୍ଧେ ଗଣ୍ଡାମାଂସ କିମ୍ପା ହୋଏ ଲୋଡ଼ା ।ମହାଭାରତରେ ମାଲ କେତେ ହେଲେ ପୋଡ଼ା ॥
।୧୨।ଶାଳଗ୍ରାମ କେଉଂଠାରୁ ଜାତ ସେ ହୋଇଲା ।ବଗ କିମ୍ପା ଧଳା କଳା କୋଇଲି ହୋଇଲା ॥
।୧୩।ସକଳ ମରମ କଥା ମୋତେ କହିଦିଅ ।ଗୋପାଳ ବୋଲିଣ ନାମ ସଂସାରେ ରଟାଅ ॥
।୧୪।ଉତ୍ତାରଶୁଣ ହେ ଗୋପାଳ ଭାଇ ପ୍ରଶ୍ନର ଉତ୍ତର ।ଠିକେ ଠିକେ ଯାହା ଜାଣେ କରୁଛି ପ୍ରଚାର ॥
।୧।ହର ହୈମବତୀ ପାଶେ କାନ୍ଦୁଅଛି ରତି ।ଶୋକ ଶାନ୍ତି କରି ବର ଦେଲେ ପଶୁପତି ॥
।୨।ବର ପାଇଣ ସେ ସତୀ ତପ ଯାଇ କଲା ।ତେଣେ ହର ପାର୍ବତୀଙ୍କ ରାସକ୍ରୀଡ଼ା ହେଲା ॥
।୩।ଖସି ପଡ଼ନ୍ତେଣ ଶିବଙ୍କର ମହାରେତ ।ପବନକୁ ଡ଼ାକି ଆଜ୍ଞା ଦେଲେକ ତୁରିତ ॥
।୪।ତେଣେ ଇନ୍ଦ୍ର ସୂର୍ଯ୍ୟ ଆଉ ବରୁଣ ପବନ ।କୁବେର ତନୟା ଷଡ଼ କୃତ୍ତିକା ସ୍ନାହାନ ॥
।୫।ସାରି ଉଲଗ୍ନରେ କୂଳେ ଅଗ୍ନି ସେବୁଥିଲେ ।ସେ ରେତ ଆଣି ପବନ ପହଞ୍ଚାଇ ଦେଲେ ॥
।୬।ଶିବଙ୍କର ରେତ ସେ ତ ତାଙ୍କ ଗର୍ଭେ ମିଳି ।ବିଭୋ ନୋହୁଂ ଗର୍ଭବତୀ ହୋଇଲେକ ବାଳୀ ॥
।୭।ଲଜ୍ୟା ପାଇ ଷଡ଼ପୁତ୍ର ତହିଂ ଉଦଗାରିଲେ ।ପଦ୍ମ ପତରରେ ଭରି ଜଳେ ମେଲିଦେଲେ ॥
।୮।ସେ ଯାଇ ଲୁହା ଚୁମ୍ବକ ପର୍ବତେ ଲାଗିଲା ।ଗୋମାତାଙ୍କ ଶାପ୍ୟେ ନିରଞ୍ଜନ ପ୍ରାଣ ଦେଲା ॥
।୯।ପତର ଫାଟି କୁମର ଛଡ଼ ମୁଣ୍ଡ ହେଲା ।କୁମାର ପୂର୍ଣ୍ଣମୀ ଦିନ ଜନମ ଲିଭିଲା ॥
।୧୦।ଷଡ଼ମୁଣ୍ଡ ଷଡ଼ାନନ କାର୍ତ୍ତିକେୟ ବୀର ।ସରୋବରୁଂ ଜନ୍ମି ସରଜନ୍ମା ନାମ ତାର ॥
।୧୧।ଗଙ୍ଗାରେ ଦେହ ପଖାଳି ଉମା ତୋଳିନେଲେ ।କଇଲାସ ପୁରେ ରଖି ଯତନେ ପାଳିଲେ ॥
।୧୨।ମନରୁ ବିଜୟା ସର୍ଜି ମୟୁର ବାହନ ।ବସି ତପ କଲା ଢାଉ ରଙ୍ଗ ମୂଳେ ପୁଣ ॥
।୧୩।କିଛିଦିନ ଅନ୍ତେ ଯେ ସମ୍ବର ହରିନେଲା ।ତେଣେ ରୁକ୍ମଣୀଙ୍କ ଗର୍ଭେ କାମ ଜନ୍ମ ହେଲା ॥
।୧୪।କାଳେ ସମ୍ବରାସୁରକୁ ସେହୁ କଲେ ହତ ।ତେଣୁକରି ସମ୍ବଚାରି ନାମ ବୋଲାଇ ତ ॥
।୧୫।ଗଙ୍ଗାକୂଳେ ଗଣେଶ ଯେ ତପ କରୁଥିଲେ ।ଯମ ଗଣେଶଙ୍କ ପ୍ରାଣ ହରିବାକୁ ଗଲେ ॥
।୧୬।ଜାଣିପାରି ଗଣେଶ ଯେ ଯୁଦ୍ଧ ଆରମ୍ଭିଲେ ।ଯୁଦ୍ଧେ ହାରି ଯମ ମୂଷା ବାହନ ହୋଇଲେ ॥
।୧୭।ଅଚିନ୍ତା କର ଦୂତିକା ପୁତ୍ର ହୋଇଥିଲା ।ଜଉଶାଳା ଘରୁ ସେହି ବାଟ ଫିଟାଇଲା ॥
।୧୮।ଲକ୍ଷଣାବତୀକୁ ଶାମ୍ବ ବିଭା ହେଲାବେଳେ ।ବଳରାମ ହସ୍ତିନା ଦୁଆର ବକ୍ର କଲେ ॥
।୧୯।ଭୂତକେଳି କାଳେ ରାଧାକୃଷ୍ଣ ବିଭାହେଲେ ।ସଂସାରକୁ ରାଧାରାଣୀ ଗୁପତ ରଖିଲେ ॥
।୨୦।ଲବଣ କୁମାରୀ ଶିଖରକୁ ବରିଥିଲା ।ଲବଣ ଚଉଂରୀ ବେଳେ ପତି ତାର ମଲା ॥
।୨୧।ସେହୁ ପ୍ରୀତି କଲା ଦେଢଶୁର ସଙ୍ଗେ ଯାଇ ।ସ୍ୱର୍ଗପୁରେ ଦେବତାଏ ନ ଦେଲେ ରଖାଇ ॥
।୨୨।ତହୁଂ ସ୍ୱର୍ଗପୁରୁ ଲଜ୍ୟା ପାଇଣ ଅଇଲା ।ଲାଜକୁଳୀ ଲତା ହୋଇ ମର୍ତ୍ତ୍ୟରେ ରହିଲା ॥
।୨୩।ବଡ଼ବା ଅନଳୁଂ ଜନ୍ମ ଢାଉରଙ୍ଗ ବୃକ୍ଷ ।ବାଞ୍ଛାସିଦ୍ଧି ସେବା କଲେ ହୋଅଇ ପ୍ରତ୍ୟକ୍ଷ ॥
।୨୪।ପଳାଶ ଗଛ ଯେ ବ୍ରହ୍ମା ବତ୍ସା ହରିନେଲା ।ବିଷ୍ଣୁ ଶାପ୍ୟ ଦେଲେ ବ୍ରହ୍ମା ଅପୂଜା ରହିଲା ॥
।୨୫।ନିରାକାର ବିଷ୍ଣୁ ବୃନ୍ଦାବତୀକୁ ହରିଲା ।ତୁଳୁସା ହୋଇ ବିଷ୍ଣୁର ମସ୍ତକେ ଚଢିଲା ॥
।୨୬।ଇନ୍ଦ୍ର ବିବାଦେ ଶ୍ରୀହରି ମନ୍ଦର ଧରିଲେ ।ଗୋବତ୍ସାଙ୍କ ପାଇଂ ମୁଥେ ମାରି ମୁଥା କଲେ ॥
।୨୭।ବର ଓସ୍ତ ଏହି ଦୁଇ ବିଷ୍ଣୁ ଶିବ ରୂପ ।ବର ଜଟା କ୍ଷୀର ସରସ୍ୱତୀଙ୍କ ସ୍ୱରୁପ ॥
।୨୮।ବିଭୁତି ଭୁଷଣ ଭସ୍ମ ଜଟା ଖଡ଼ି କହି ।ବର ଅଶ୍ୱତଥଙ୍କ ବିଭା ଏହି ହେତୁ ହୋଇ ॥
।୨୯।ଚଣ୍ଡୀ ଯୁଦ୍ଧେ ରକ୍ତବୀର୍ଯ୍ୟ ଅଙ୍ଗୁ ଛେଳି ଜାତ ।ଦୁର୍ଗା ଭୋଗ ଛାଗଳ ଯେ ମୈଷାସୁର କୃତ ॥
।୩୦।ଦଶ ବିଶ୍ୱଦେବା ଅର୍ଯ୍ୟମାଟି ଗଣ୍ଡା ମାଂସ ।ଭାରତେ ପୋଡ଼ିଲେ ତେର ପୋଡ଼ା ହେଲେ ଭୀଷ୍ମ ॥
।୩୧।ଯୁଧିଷ୍ଠିର କୋପେ ଶଲ୍ୟ ତହିଂ ଜଳିଗଲା ।ଗଣ୍ଡା ମାଂସେ ପିତୃଲୋକ ସନ୍ତୋଷ ହୋଇଲା ॥
।୩୨।ଗଣ୍ଡୁକୀ ନଦୀରେ ଯେତେ ଶିଳାମାନ ଥିଲେ ।ବଜ୍ରକୀଟ ହୋଇ ବିଷ୍ଣୁ ଶରୀର କାଟିଲେ ॥
।୩୩।ବୃନ୍ଦାବତୀ ଶାପ୍ୟେ ଶାଳଗ୍ରାମ ହେଲେ ହରି ।ବଗ ଧଳା ହେଲା ଚନ୍ଦ୍ରକୁଣ୍ଡେ ସ୍ନାନ କରି ॥
।୩୪।ସତ୍ୟ ଯୁଗେଣ ବଡ଼ବା ଅନଳର ତାପେ ।କୋଇଲି ଯେ କଳା ସାରୀ କଳା ହେଲେ ପାପେ ॥
।୩୫।ପ୍ରଶ୍ନର ଉତ୍ତର ଭାଇ ହେଲା କି ନ ହେଲା ।ଆହେ ସାଧୁଜନମାନେ ବିଚାରିବ ଭଲା ॥
।୩୬।ସଂସାର ଜନର ହିତେ କହଇ ଅଚ୍ୟୁତ ।ସଦଗୁରୁ ସେବି ଏହା ହୁଅ ହେ ପ୍ରାପତ ॥
।୩୭।ଓଗାଳ – ୮ଶୁଣହେ ଗୋପାଳ ଭାଇ ଥୟକରି ମନ ।କହି କି ପାରିବି କିଛି ଜ୍ଞାନ ସନ୍ଧିମାନ ॥
।୧।ପଚାରନ୍ତି ଗଉରୀ ଶଙ୍କର ମୁଖ ଚାହିଂ ।ଠେକି ଭିତରେ ଲଉଡ଼ି ଲୁଚିଅଛି କାହିଂ ॥
।୨।ଅମୁହାଂ ଦେଉଳେ କାହିଂ ପଶିଅଛି ଦିଅଂ ।ଏହି କଥା ବିଚାରିଣ ତତପର କହ ॥
।୩।ଜୋକ ଜୀବ ହାଡ଼ ଘେନି ବାଦ୍ୟ ବଡ଼ ଟାଣ ।ଗୀତର ଶବଦ ଦାସେ କେଉଂଠାରୁ ଆଣ ॥
।୪।ଗାୟକକୁ ପଚାରୁଛି ବ୍ରହ୍ମଜ୍ଞାନ ସନ୍ଧି ।ଚାଲୁଣୀ ଜଳାରେ କାହିଂ ଚନ୍ଦ୍ର ସୂର୍ଯ୍ୟ ବନ୍ଦୀ ॥
।୫।ଛେଳି କାହିଂ ଶାର୍ଦ୍ଦୁଳକୁ ବାନ୍ଧିଗଲା ରାଗେ ।ନୃପତି ଗୁହାରି କରେ ପରଜାଙ୍କ ଆଗେ ॥
।୬।ମୂଷା ମଞ୍ଜାରୀକୁ କେଉଂଠାରେ ବନ୍ଦୀ କଲା ।ସଲିଳକୁ କେଉଂଠାରେ ତୃଷା ଯେ ଲାଗିଲା ॥
।୭।ପଥରକୁ କେଉଂଠାରେ କରିଅଛି ଜ୍ୱର ।ଏ କଥା ବିଚାରି ମତେ କହ ତତପର ॥
।୮।ପାଣିରୁ ପାତଳ କେଉଂ କଂସାଳର ଦେହ ।ଖରାରେ କେ ନ ଶୁଖଇ ଏହା ମୋତେ କୁହ ॥
।୯।ବାଞ୍ଛା ବୋଲିକରି ଜାଣ କାହାକୁ କେ କହି ।ପୁଅ ଝିଅ ତାହାଠାରୁ ଜନମ ହୋଅଇ ॥
।୧୦।ଫେଡ଼ିକରି କହ ମୋତେ ଏହା ଭାଇ ମୋର ।ଶୁଣିକରି ମୋ ସନ୍ଦେହ ହୋଇଯିବ ଦୂର ॥
।୧୧।ହର ଗଉରୀଙ୍କ କଥା ଅଚ୍ୟୁତ କହଇ ।କହିବ ସୁଗ୍ୟାଂନୀ ଭାଇ ହେତୁ ଚିତ୍ତ ଦେଇ ॥
।୧୨।ଉତ୍ତାରଗଉରୀ ବଚନେ ଯେ କହନ୍ତି ତ୍ରିଲୋଚନ ।ଅବଧାନ ହୋଇ ପ୍ରିୟେ ଏକମନେ ଶୁଣ ॥
।୧।ଠେକି ଭିତରେ ଲଉଡ଼ି ଯେମନ୍ତେ ରହିଲା ।ଏହି କଥା ଗୋଟି ତୋରେ ସନ୍ଦେହ ହୋଇଲା ॥
।୨।ଠେକି ବୋଲିକରି ପ୍ରାଣ ଏ ଦେହକୁ କହି ।ଲଉଡ଼ି ବୋଲିଣ ଏଥୁ ବ୍ରହ୍ମ ଅଛି ରହି ॥
।୩।ଅମୁହାଂ ଦେଉଳ ବୋଲି ଯାହାକୁଟି କହି ।ଅଣସରୋବର ଦିଅଂ ରହିଅଛି ତହିଂ ॥
।୪।ଅନୁମାନେ ହେତୁ ଦ୍ୱାରେ କର ତୁ ଦର୍ଶନ ।ଠିକେ ଠିକେ କହିଦେଲି ହେତୁକରି ଶୁଣ ॥
।୫।ଜୋକ ବୋଲିକରି ପୁଣ ଏ ଜୀବକୁ କହି ।ଶତ ଶତ ପ୍ରକୃତି ସେ ବିହରଇ ରହି ॥
।୬।ଅମନରୁ ମନ ସିନା ହୋଇଲା ଜନମ ।ଆଦେଶରେ ଲୀଳା କରୁଛନ୍ତି ତ୍ରିଲୋଚନ ॥
।୭।ଚାଲୁଣୀ ବୋଲିଣ ପୁଣ ଏ ଦେହକୁ କହି ।ଚାଲୁଣୀ ଭିତରେ ଜଳ ରଖିଅଛି ସେହି ॥
।୮।କଣା ଚାଳୁଣୀରେ ଦେଖ ପୂରିଅଛି ଜଳ ।ଆନନ୍ଦେ ବସିଣ ତେଣ୍ଡା ତେଣ୍ଡୁଛି ତେଣ୍ଡାଳ ॥
।୯।ଛେଳି ବୋଲିକରି ପୁଣି ଶବଦକୁ କହି ।ନିଶବଦ ବୋଲିକରି ବ୍ୟାଘ୍ର ଯେ ଅଟଇ ॥
।୧୦।ଓଂକାରକୁ ଜାଣିକରି ରହିଅଛି ପୁଣ ।ଦେହଠାରୁ ସକଳ ଯେ କରିଛି ଭିଆଣ ॥
।୧୧।ନୃପତି ବୋଲିଣ ପ୍ରାଣ ମନଟିକୁ କହି ।ପଚିଶ ପ୍ରକୃତି ଯେ ପରଜା ଛନ୍ତି ହୋଇ ॥
।୧୨।ମୂଷା ମଞ୍ଜାରୀକି ସଶବଦେ ବନ୍ଦୀ କଲା ।ଶବଦରେ ଏହି ଜୀବ ବନ୍ଧନ ହୋଇଲା ॥
।୧୩।ପଥର ବୋଲିଣ ମନ ଏ ଦେହକୁ କହି ।ଜର କରିଅଛି ଯେ ତ୍ରିକୁଟ ସ୍ଥାନେ ଯାଇ ॥
।୧୪।ଏକ ପାଦ ଛନ୍ଦି ହୋଇ ଦୁଇ ପାଦ ଛନ୍ଦି ।ଜଳରୁ ପବନ କରିଅଛି ତହିଂ ବନ୍ଦୀ ॥
।୧୫।ପାଣିରୁ ପାତଳ ବୋଲି ଜିହ୍ୱା ଯେ ଅଟଇ ।ଜୀବ ବୋଲି ତାକୁ ଜାଣ ସୁବର୍ଣ୍ଣର ଦେହୀ ॥
।୧୬।ସମୁଦ୍ରର ଦେହ ଯେ ଖରାରେ ନ ଶୁଖଇ ।ତ୍ରିକୁଟ ସନ୍ଧିରେ ଛନ୍ଦେ ବହୁଅଛି ରହି ॥
।୧୭।ଶକତିକି ଘେନି ତହିଂ ରହିଛନ୍ତି ଶିବ ।ତେଣୁ ନିକଟରେ ରହିଅଛି ଏହି ଜୀବ ॥
।୧୮।ଠିକେ ଠିକେ ପଦରେ ତ କରିଲି ଗାୟନ ।ଆହେ ସୁଜ୍ଞଜନେ ମୋର ଦୋଷ ନ ଘେନିମ ॥
।୧୯।ବାଞ୍ଛା ବୋଲିକରି ମନ ପରମକୁ କହି ।ପରମର ଜଗତ ଯେ ସଂସାର ଅଟଇ ॥
।୨୦।ଶୂନ୍ୟରୁ ପରମ ଗୋଟି ହୋଇଲା ଜନମ ।ଠିକେ କହିଲା ଅଚ୍ୟୁତ ଶୁଣ ଦେଇ ମନ ॥
।୨୧।ଓଗାଳ – ୯ଶୁଣ ଶୁଣ ଭାଇମାନେ ଗୋପର ଗୋପାଳ ।କାହିଂରୁ ପାଇଲ ଭାଇ ଶ୍ୱେତ ଗୁଞ୍ଜମାଳ ॥
।୧।କାହୁଂ ଜାତ ହେଲା ଭାଇ କିଏ ଦେଲା ତୋତେ ।କାହିଂରେ ଗୁନ୍ଥିଣ ମାଳ ପକାଉଛୁ କେତେ ॥
।୨।ସଦଗୁରୁ ଦ୍ୱାହି ଆରେ ଦେଉଅଛି ତୋତେ ।ଶ୍ୱେତ ଗୁଞ୍ଜ ଆଦି ଜନ୍ମ କହିଦିଅ ମୋତେ ॥
।୩।ଶ୍ୱେତ ଗୁଞ୍ଜ ଜନ୍ମ କଥା ନ କହିଲେ ଏଥେ ।ତୋର ମାଳା ଗୋଟି ଭାଇ ନେବି ମୁଂ ନିଶ୍ଚିନ୍ତେ ॥
।୪।ଉତ୍ତାରଶୁଣ ଆରେ ଭାଇ ଯାହା ପଚାରିଲ ମୋତେ ।ଶ୍ୱେତ ଗୁଞ୍ଜଆଦି ଜନ୍ମ କହିଦେବା ତୋତେ ॥
।୧।କେହି ନ ଜାଣନ୍ତି ତାହା ଅତି ଗୁଢ ରସ ।ସଦଗୁରୁ ସେବିଥିଲେ ହୋଅଇ ସନ୍ତୋଷ ॥
।୨।ଯେଉଂ କାଳେ କୃଷ୍ଣଚନ୍ଦ୍ର ଗୋପେ ଜାତ ହେଲେ ।ରାଧିକାଙ୍କ ସଙ୍ଗେ ପ୍ରଭୁ ବହୁ କ୍ରୀଡ଼ା କଲେ ॥
।୩।ଦିନେ କୁଞ୍ଜେ କ୍ରୀଡ଼ାମାନ କରି ବନମାଳୀ ।ଗଳାରେ ଲମ୍ବାଇଥିଲେ ରଙ୍ଗ ଗୁଞ୍ଜମାଳୀ ।।୪।ଛିଡ଼ିଲାକ ରଙ୍ଗ ଗୁଞ୍ଜ ପଡ଼ିଲାକ ତଳେ ।ତହିଂରୁ ଗୋଟିୟେ ରହିଲା କନ୍ଧର ଅଞ୍ଚଳେ ॥
।୫।ଦେଖିଣ ଶ୍ରୀମତୀ ମନେ ଆନନ୍ଦ ହୋଇଲେ ।ନିଜ ପୁର ଫୁଲତୋଟା ବନେ ଲଗାଇଲେ ॥
।୬।କର୍ପୂର ଚନ୍ଦନ ଦେଇ ଯତନେ ପାଳିଲେ ।ମଙ୍ଗଳ ଆଳତି କରି ହୁଳହୁଳି ଦେଲେ ॥
।୭।ଅତି ଯତନେକ ତହୁଂ ହୋଇଲାକ ଗଛ ।ଡ଼ାଳ ମେଲି ଫଳ ଯେ ଫଳିଲା ପ୍ରତ୍ୟକ୍ଷ ॥
।୮।ଦେଖିଣ ରାଧିକା ଯେ ଆନନ୍ଦ ହୋଇଲେ ।କୃଷ୍ଣ ପ୍ରୀତି ଅର୍ଥେ କଳା ପାଟରେ ଗୁନ୍ଥିଲେ ॥
।୯।କୃଷ୍ଣ ସୁମରି ଆପଣା ଗଳାରେ ଲମ୍ବାଇ ।ଶ୍ୱେତ ଗୁଞ୍ଜ ଆଦି ଜନ୍ମ କହିଗଲି ଭାଇ ॥
।୧୦।ମୋର ମାଳ ଘେନି ମୁହିଂ ଯାଉଛି ପଳାଇ ।ଗୀତରେ ଭଣେ ଅଚ୍ୟୁତ କହିଲା ବୁଝାଇ ॥
।୧୧।ଓଗାଳ – ୧୦କାହିଂ ଥିଲ କାହୁଂ ଅଇଲ ତୁମ୍ଭେ କାହା ଚାଟ ।ନୟନେ ପଡ଼ିଛ ଆଜି ନ ଛାଡ଼ିବି ବାଟ ॥
।୧।ଘଣ୍ଟି ଘାଗୁଡ଼ିକି ନେବି ହସ୍ତର ଲଉଡ଼ି ।ଶିଙ୍ଘା ବଂଶୀ ନେବି କେଭେଂ ନ ଦେବିରେ ଛାଡ଼ି ॥
।୨।ତୁମ୍ଭେ କି ନ ଜାଣ ଏହା ଆମ୍ଭର କୁହାଟ ।ଆଗରେ ଅଛନ୍ତି ଜଗି ନନ୍ଦ ରାଜା ଚାଟ ॥
।୩।ତୁମ୍ଭ ସଜ ପାଗ ଏବେ ଆମ୍ଭଙ୍କୁ ହୋ ଦିଅ ।ଜ୍ଞାନ ନଥିଲେଟି ତୁମ୍ଭେ ଲଉଟିଣ ଯାଅ ॥
।୪।ଉତ୍ତାରକାହିଂଥିଲୁ କାହୁଂ ଅଇଲୁ ପଚାରିଲ ମୋତେ ।ଓଗାଳକୁ ସଭାରେ ଯେ କହିଦେବା ତୋତେ ॥
।୧।ଆଦ୍ୟରେ ଶ୍ରୀକୃଷ୍ଣ ଅଙ୍ଗୁ ମୋତେ ଜାତ କଲେ ।ଗୋପାଳ ବୋଲିଣ ମୋହର ସେ ନାମ ଦେଲେ ॥
।୨।ଘଣ୍ଟି ଘାଗୁଡ଼ିକୁ ଯେ ଈଶ୍ୱର ଭିଆଇଲେ ।ଗାଈ ଛନ୍ଦ ଲଉଡ଼ିକି ପାର୍ବତୀ ସମର୍ପିଲେ ॥
।୩।ଶିଙ୍ଗା ବାଦ୍ୟ ବୋଲି ତୁମ୍ଭେ ପଚାରିଲ ଯାହା ।ଅଷ୍ଟସଖୀ ଦେଲେ ଯେ ବେଣୁ ଶିଙ୍ଗା ବାହା ॥
।୪।ବଇଂଶୀର ଆହାଲାଦ ତୁମ୍ଭେ ଯାହା ଜାଣ ।ବ୍ରହ୍ମା ସେ ବଇଂଶୀ ଦେଲେ ଶ୍ରୀକୃଷ୍ଣଙ୍କ ପ୍ରାଣ ॥
।୫।ମଦନ ଦୈତ୍ୟକୁ ସେହି ଈଶ୍ୱର ମାଇଲେ ।ତ୍ରିଧେନୁ ବେଣୁ ବଂଶୀକୁ ତେଣୁ ଭିଆଇଲେ ॥
।୬।ନୟନେ ପଡ଼ିଚୁ ବୋଲି କହିଲୁଂ ବୁଝାଇ ।ନୟନରେ ମୀନ ଯେ ଖେଳୁଅଛି ରହି ॥
।୭।ଓଗାଳକୁ ଉତ୍ତାର ଯେ କହିଗଲି ଭାଇ ।ମୋର ସଜ ପାଗ ଘେନି ଯାଉଛି ଚଳାଇ ॥
।୮।ଅଚ୍ୟୁତାନନ୍ଦ ଏ କଥା ଦେଖିଲେକ ତହିଂ ।ଜଗତ ହିତରେ ଦେଲେ ଠିକରେ ବୁଝାଇ ॥
।୯।ଓଗାଳ –୧୧ଶୁଣ ହେ ଗୋପାଳ ଭାଇ ପଚାରୁଛି ମୁହିଂ ।ଗୋଟି ଗୋଟି କରି ମୋତେ ଦେବ ଯେ ବୁଝାଇ ॥
।୧।ବହୁତ ଦିନରୁ ମନେ ରହିଅଛି ମୋର ।ଗୋପାଳର କେତେ ବେଶ କହିବ ସଭାର ॥
।୨।କେଉଂକେଉଂ ବେଶ ହେଲେ ହୁଅନ୍ତି ବାହାର ।କେତେ ଗୋଟି ବେଶେ ପୂର୍ଣ୍ଣ ହୁଅଇ ଶରୀର ॥
।୩।ଏତେକ ବିଚାରି ଭାଇ କହିଦିଅ ବାଛି ।ଅଚ୍ୟୁତ ବୋଲନ୍ତି ବେଳ ଉଛୁର ହେଉଛି ॥
।୪।ଉତ୍ତାରଶୁଣ ହେ ଗୋପାଳ ଭାଇ ପଚାରିଲ ଯାହା ।ଗୋଟି ଗୋଟି କରି ବେଶ କହିଦେବା ତାହା ॥
।୧।ପ୍ରଥମ ବେଶରେ ଆମ୍ଭ ପୟରେ କଠାଉ ।ଦ୍ୱିତୀୟ ବେଶରେ ଆମ୍ଭେ ଶିଙ୍ଗା ଯେ ବଜାଉ ॥
।୨।ତୃତୀୟ ବେଶରେ ଆମ୍ଭ କଟିରେ କାଚେଟି ।ଆଗ ପଛ ଲମ୍ବିଥାଏ ଧଣ୍ଡାମାଳ ଗୋଟି ॥
।୩।ଚତୁର୍ଥ ବେଶରେ ଆମ୍ଭ ନୟନେ କଜ୍ଜଳ ।ପଞ୍ଚମ ବେଶରେ ଆମ୍ଭ ଗଳେ ଫୁଳମାଳ ॥
।୪।ଷଷ୍ଠ ବେଶରେ ଯେ ଆୟ କପାଳେ ସିନ୍ଦୁର ।ସପ୍ତମ ବେଶରେ ବଂଶୀ ଧରିଥାଉ କର ॥
।୫।ଅଷ୍ଟମ ବେଶରେ ଆମ୍ଭ କାନ୍ଧରେ ପଇତା ।ନବମ ବେଶରେ ଆମ୍ଭେ ଧରିଥାଉ ଛତା ॥
।୬।ଦଶମ ବେଶରେ ଆମ୍ଭ ମଥାରେ ଗୋଚିନା ।ଏକାଦଶ ବେଶ ଗୋଟି ଅଟଇ ଫୁଲଣା ॥
।୭।ଦ୍ୱାଦଶ ବେଶେ ଲଉଡ଼ି ଧରୁ ଆମ୍ଭେ କର ।ଅଚ୍ୟୁତାନନ୍ଦ ବୋଇଲେ ହୋଇଲୁ ବାହାର ॥
।୮।ଓଗାଳ – ୧୨ଶୁଣ ହେ ଗୋପାଳ ଭାଇ ପଚାରୁଛି ମୁହିଂ ।ଘଣ୍ଟି ଘାଗୁଡ଼ି ପିନ୍ଧିଣ ଆସିଅଛ ଧାଇଂ ॥
।୧।ରୁଣୁଝୁଣୁ ଶବ୍ଦ କରି ଅଣ୍ଟା ନଚାଉଛ ।ପୁନାହିଂ ପୁନାହିଂ କହି ଆନନ୍ଦ ହେଉଛ ॥
।୨।ଏବେ ମୋତେ କହିଦିଅ ଘଣ୍ଟିର ବିଚାର ।ଘଣ୍ଟି ବାନ୍ଧିବ ଯେ କେତେ କଟିର ମଧ୍ୟର ॥
।୩।ପିତ୍ତଳ ଯେ କେଉଂଠାରୁ ଜନମ ହୋଇଲା ।ଘଣ୍ଟି ଘାଗୁଡ଼ି ତାହାକୁ କିଏ ସୃଷ୍ଟି କଲା ॥
।୪।ପ୍ରଥମରେ ସେ ଘଣ୍ଟି ଯେ କାହା ପାଶେ ଥିଲା ।ଦ୍ୱିତୀୟରେ ସେ ଘଣ୍ଟିକୁ କିଏ ସେ ପିନ୍ଧିଲା ॥
।୫।ତୃତିୀୟରେ ସେ ଘଣ୍ଟି ଯେ କାହା ପାଶେ ରହି ।ଗୋଟି ଗୋଟି କରି ମୋତେ ଦେବ ହୋ ବୁଝାଇ ॥
।୬।ଆମ୍ଭେମାନେ କେଉଂପରି ପାଇଲୁରେ ଭାଇ ।ଅଚ୍ୟୁତ ବୋଲନ୍ତି ମୋତେ ଦେବ ଯେ ବୁଝାଇ ॥
।୭।ଉତ୍ତାରଶୁଣ ହୋ ଗୋପାଳ ଭାଇ ମନକର୍ଣ୍ଣ ଦେଇ ।ଭଲା ଗଣ୍ଠି କଥା ତୁହି ପୁଛା କଲୁ ଭାଇ ॥
।୧।ଇଷ୍ଟ ଗୁରୁଙ୍କ ସେବାରୁ କିଛି ମୁଂ ଜାଣିଛି ।ହେଲା ନ ହେଲାକୁ ଦୋଷ ନ ଧରିବ କିଛି ॥
।୨।ଏକ ଦିନେ ପାର୍ବତୀଙ୍କୁ ଘେନି ଗଙ୍ଗାଧର ।କପିଳାସେ ରହି ଦୁହେଂ କରନ୍ତି ଶୃଙ୍ଗାର ॥
।୩।ବାସୁଆ ବୃଷଭ ରହିଥିଲା ସିଂହଦ୍ୱାର ।ବ୍ୟାଘ୍ର ଛାଲ ପଡ଼ିଥିଲା ତାହାଙ୍କ ଛାମୁର ॥
।୪।ବତାସ ଯୋଗରେ ବ୍ୟାଘ୍ର ଛାଲ ଉଡ଼ିଗଲା ।ବାସୁଆ ବୃଷଭ ପରେ ଯାଇଣ ପଡ଼ିଲା ॥
।୫।ବ୍ୟାଘ୍ର ବୋଲି ହୁରୁଡ଼ିଲା ବାସୁଆ ବୃଷଭ ।ଭୟେ ପଲାଇଲା ଯହିଂ ଛନ୍ତି ସଦାଶିବ ॥
।୬।ବୃଷଭକୁ ଅନାଇ ଦିଅନ୍ତେ ମହେଶ୍ୱର ।ପାର୍ବତୀ ଛାଡନ୍ତେ ରେତ ହୋଇଲା ବାହାର ॥
।୭।ବ୍ୟାଘ୍ର ଛାଲ ପରେ ରେତ ପଡ଼ିଲାକ ଯାଇ ।ପୀତବର୍ଣ୍ଣ ରେତ ରଙ୍ଗ ଦେଖିଣ ପାର୍ବତୀ ।ପିତ୍ତଳ ନାମ ତାହାର ଦେଲେ ମହାସତୀ ॥
।୮।ବିଶ୍ୱକର୍ମା ରାଇ ଗଢି ଘଣ୍ଟି ଯେ ଘାଗୁଡ଼ି ।ବାସୁଆ ବୃଷଭ ଗଳେ ଦେଲେ ତାହା ଭିଡ଼ି ॥
।୯।ଅନେକ ଦିନ ରହିଲା ବୃଷଭ ଗଳାର ।ରଘୁରାଜେ ଦେଲେ ଯେ ପାର୍ବତୀ ତତପର ॥
।୧୦।ଅପାର ଦିନ ରହିଲା ରଘୁରାଜ ପାଶ ।ପର୍ଶୁରାମେ ଦତ୍ତ କଲେ ହୋଇଣ ହରଷ ॥
।୧୧।ରହିଲା ବରଷ କେତେ ପର୍ଶୁରାମ ଠାରେ ।ଦ୍ରୋଣକୁ ସେ ଯାଚିଦେଇ ଗଲେ ତପସ୍ୟାରେ ॥
।୧୨।ଦ୍ରୋଣ ତହୁଂ ପାଇଲେ ଯେ ନନ୍ଦର କହ୍ନାଇ ।ସେ ଘଣ୍ଟି ବାନ୍ଧିଣ ବନେ ନାଚିଲେ ନିଠାଇ ॥
।୧୩।ଆମ୍ଭମାନଙ୍କ ଅଣ୍ଟାରେ ବାନ୍ଧି ନଟବର ।ମୁରଲୀ ବାଆନ୍ତି ସେହୁ ନନ୍ଦର କୁମର ॥
।୧୪।ସେହି ଆମ୍ଭ ସଦଗୁରୁ ଆମ୍ଭେ ତାଙ୍କ ଚାଟ ।ତାଙ୍କ ଯୋଗୁଂ ଆମ୍ଭେ ଯେ ବଜାଉ ଦାଣ୍ଡ ହାଟ ॥
।୧୫।ଯାହାକିଛି ଜାଣେ ମୁହିଂ କହିଲି ବୁଝାଇ ।ଅଚ୍ୟୁତ ବୋଲନ୍ତି ଦୋଷ ନ ଧରିବ କେହି ॥
।୧୬।ଓଗାଳ – ୧୩ଶୁଣ ଶୁଣ ହେ ଗୋପାଳ କୂଳ ଚୂଡ଼ାମଣି ।କଥାୟେକ ପଚାରୁଛି ଆଜ୍ଞାକର ପୁଣି ॥
।୧।ପ୍ରଥମରେ କୁମ୍ଭ ଗୋଟି କାହୁଂ ଯେ ଅଇଲା ।ଭିଆଣ କରିଣ ଜଳ କିଏ ପୂରାଇଲା ॥
।୨।କି ରୂପେ ତାହାକୁ ନେଇ କଲେକ ସ୍ଥାପନ ।ଜଳ ଢାଳି ପୁଣ ନେଇ କେବଣ ମନ୍ତ୍ରେଣ ॥
।୩।ଦୁଧ ବନ୍ଦାଇଲ ଭାଇ କେଉଂ ଜପ କରି ।କେଉଂ ମନ୍ତ୍ରରେ ବଇଂଶୀ ଶିଂଘା ଅଛ ଧରି ॥
।୪।ଗାଈକି ଦୋହନ କରି କେଉଂ ମନ୍ତ୍ର ଜପ ।ଗୁହାଳରୁ ବଛା ଛାଡ଼ି କିସ ପୁଣି ଜପ ॥
।୫।ଦୁଧ ବନ୍ଦାଇଣ ଯାଅ କେଉଂ ଜପ କରି ।କେଉଂ ମନ୍ତ୍ରରେ ଭାଇ ତୁ ଛତା ବାଡ଼ି ଧରି ॥
।୬।ଗାଈକି ଯେ ଜଳ ଦିଅ କି ମନ୍ତ୍ର ଜପିଣ ।ଗାଈକୁ ଗୋଷ୍ଠେ ପୂରାଅ କିସ ଜପି ପୁଣ ॥
।୭।ଧଡ଼ା ଦେଲାବେଳେ ଭାଇ କି ନାମ ସୁମର ।କି ମନ୍ତ୍ର ଜପିଣ ଭାଇ ପସରା ସଜ କର ॥
।୮।ଏତେକ ବିଚାରି ଭାଇ ବେଗେ ଆଜ୍ଞା କର ।କହନ୍ତି ଅଚ୍ୟୁତ ବେଗେ କୁହ ୟା ଉତ୍ତର ॥
।୯।ଉତ୍ତାରତାହା ଶୁଣି କହୁଛନ୍ତି ଗୋପର ଗୋପାଳ ।ହେତୁ ଧରି ଶୁଣୁଥାଅ ଏହା ଠିକ ବେଳ ॥
।୧।ମେଦ ମେଦା ମେଦିନୀରୁ ସୃଜିଲା ତ ମାଟି ।ମହୀ ଛୁଇଂଣ ଗଢିଲା ଶୁଭ କୁମ୍ଭ ଗୋଟି ॥
।୨।ଯଥାକାଳେ କୁମ୍ଭ ଗୋଟି ଶଉଚ ହୋଇଲା ।ଏଥିର ବିଧାନ ଯାହା କହୁଅଛି ଭଲା ॥
।୩।କୁମ୍ଭ ପରେ ଫଳ ଫୁଲ ଦେଲେ ଯେତେବେଳେ ।ତିନି ବେଳେ ତିନି ଦେବ ଜପିଲୁଂ ନିରୋଳେ ॥
।୪।ସଦାଶିବ ମନ୍ତ୍ର ଜପି ପୂରାଇଲୁ ଜଳ ।ବିଷ୍ଣୁ ମନ୍ତ୍ର ପଢି ଭାଇ ରଖିଲୁ ଶ୍ରୀଫଳ ॥
।୫।ଏବେ ଗୋପାଳଙ୍କ ଜନ୍ମ ଶୁଣ ହୋ ବିଚାରି ।ଦୋଳଯାତ୍ରା ଭେଇଛନ୍ତି ନବୀନ କିଶୋରୀ ॥
।୬।ନବଘନ ମୂରତି ସେ ଚାରୁ ଶୋଭା କାନ୍ତି ।ଯୁଗଳ ସ୍ୱରୂପେ ଦୋଳ ମଣ୍ଡପେ ଅଛନ୍ତି ॥
।୭।ଗୋପାଳ ମନ୍ତ୍ରରେ ତାଙ୍କୁ କରି ନମସ୍କାର ।ମଣ୍ଡପ ବୁଲୁଂ ଯେ ଭାଇ ପଢିଣ ଓଂ କାର ॥
।୮।ବତ୍ସା ମନ୍ତ୍ର ପଢିଣ ଯେ ଗୋଦୋହନ କରୁ ।ତାରକ ମନ୍ତ୍ରକୁ ଜପି ଠେକି ବେକା ଧରୁ ॥
।୯।ସୁଦାମଙ୍କୁ ସୁମରିଣ ଗୋରୁ ଯେ ଫେରାଉ ।ସିଷୁବେଦ ମନ୍ତ୍ର ପଢି ଗୋଠରେ ପୂରାଉ ॥
।୧୦।ଗୋପୀ ମନ୍ତ୍ରେ ନିତି ପ୍ରତି ଦଧି ବିକି ଯାଉ ।ପହରା ଫେରିବା ମନ୍ତ୍ର ମହାମାୟୀ କହୁ ॥
।୧୧।ଗୁହାଳରେ ଧଡା ଦେଉ ଅନନ୍ତ ସୁମରି ।ଧଡ଼ା ଫିଟାଇବା ମନ୍ତ୍ର ଅଟେ ପଞ୍ଚାକ୍ଷରୀ ॥
।୧୨।କ୍ଷୀର ହାଣ୍ଡିର ମନ୍ତ୍ର ଯେ ପଞ୍ଚାକ୍ଷର ଜାଣ ।ଶିକା ବାହୁଙ୍ଗୀର ମନ୍ତ୍ର ସପତ ପ୍ରମାଣ ॥
।୧୩।ଗୁରୁ ମନ୍ତ୍ର ସୁମରି ଯେ ପଥ ଚଳି ଯାଇ ।ଘଣ୍ଟି ଘାଗୁଡ଼ିର ମନ୍ତ୍ର ଅଟେ ଚଣ୍ଡିକାଈ ॥
।୧୪।ନିରଞ୍ଜନ ମନ୍ତ୍ରେ ଗାଈ ବାନ୍ଧୁ ଆରେ ଭାଇ ।ଗୋରସ ଯେ ସାର ମନ୍ତ୍ର ସ୍ମରୁ ଅନ୍ନ ପାଇଂ ॥
।୧୫।ଚୂଆ ଚନ୍ଦନର ମନ୍ତ୍ର ଗୋପୀବଲ୍ଲଭାୟ ।ଏହିପରି ମନ୍ତ୍ର ଭାଇ ଜାଣିଥା ନିଶ୍ଚୟ ॥
।୧୬।କୃଷ୍ଣ ଗୋପାଳଙ୍କୁ ଭଜ ମନ କରି ଥୟ ।ଓଗାଳ କରୁଛ କିଂପା ଚିତ୍ତେ ରଖି ଭୟ ॥
।୧୭।ଓଗାଳ ଅଟଇ ଭାଇ ଗୋପାଳଙ୍କ ଧନ ।ଗାଇବା ନାଚିବା ପୁଣି ଲଉଡ଼ି ଭଂଜନ ॥
।୧୮।ଗୋପାଳଙ୍କ ମୂଳ ଗାନ ଓଗାଳ ହିଂ ସାର ।ଅଚ୍ୟୁତାନନ୍ଦ କହନ୍ତି ଗୋପାଳ ହିତର ॥
।୧୯।ଓଗାଳ – ୧୪ଶୁଣ ଶୁଣ ଭାଇମାନେ କହୁଅଛି ମୁହିଂ ।କଥାୟେକ ପଚାରୁଛି ଦେବ ମୋତେ କହି ॥
।୧।ଯେବଣ ବଂଶୀ ଗୋଟିକୁ ହସ୍ତରେ ବହିଲ ।କିଏ ସେ ଦେଲା ତୁମ୍ଭଙ୍କୁ କାହୁଂ ଯେ ପାଇଲ ॥
।୨।ସତ୍ୟଯୁଗେ ମୁରଲୀ ଯେ କାହିଂ ଥିଲା ଭାଇ ।ତ୍ରେତୟା ଯୁଗରେ ସେହୁ କେତେ ରନ୍ଧ୍ର ହୋଇ ॥
।୩।ସେ ଯୁଗରେ ବଂଶୀ ଗୋଟି କାହା ପାଖେ ଥିଲା ।ଦ୍ୱାପର ଯୁଗରେ କେତେ ରନ୍ଧ୍ର ଯେ ହୋଇଲା ॥
।୪।କଳିଯୁଗେ କେତେ ରନ୍ଧ୍ର ମୁରଲୀ ହୋଇଲା ।ଏହା ମୋତେ ଭାଇମାନେ କହିଦେବ ଭଲା ॥
।୫।କେଉଂ ରନ୍ଧ୍ରେ ବଜାଇଲେ କିସ ଯେ ହୁଅଇ ।ଯୁଗ ଅନୁସାରେ ମୋତେ ଦେବ ଯେ ବୁଝାଇ ॥
।୬।ବଂଶୀର କଥାଟି ଭାଇ ଯେବେ କହିଦେବ ।ତେବେ ସିନା ଗୋପାଳରେ ଗଣତି ହୋଇବ ॥
।୭।ଏମନ୍ତ ବୋଲି ସୁବଳ ଦେଲେକ ଓଗାଳ ।କହନ୍ତି ଅଚ୍ୟୁତାନନ୍ଦ ଗୋପାଳଙ୍କ ସାର ॥
।୮।ଉତ୍ତାରଶୁଣ ଶୁଣ ଭାଇମାନେ ମନକର୍ଣ୍ଣ ଦେଇ ।ଭଲା ସନ୍ଧି ଓଗାଳ ତ ପୁଛିଲୁ ରେ ଭାଇ ॥
।୧।ବ୍ରହ୍ମା ରୁଦ୍ର ଇନ୍ଦ୍ର ଆଦି ଅନ୍ତ ନ ପାଇଲେ ।ମୁଂ ଛାର କି ସେହି କଥା କହିପାରେ ଭଲେ ॥
।୨।ଠିକ ଠିକ କରି ପଦେ ଅଧେ କହିବଇଂ ।ହେଲା ନ ହେଲାକୁ ଦୋଷ ନ ଧରିବ କେହି ॥
।୩।ସତ୍ୟଯୁଗେ ଶ୍ୱେତ ନାମେ ଥିଲେ ନୃପବର ।ଯାଗ ଆରମ୍ଭିଲେ ସେହୁ ପବିତ୍ର ମନର ॥
।୪।ଆଗ ହୋଇ ରାଜା ଯେ ବ୍ରହ୍ମାଙ୍କୁ କହିଲେ ।ବ୍ରହ୍ମ ଯାଗକୁ ଅନେକ ଋଷି ଯେ ଅଇଲେ ॥
।୫।ତହୁଂ ପୁଣ କେତେକ ଯେ ଦିନ ବିହିଗଲା ।ଯାଗ କୁଣ୍ଡେ ବେତ ବେନୁ ବୃକ୍ଷ ଉପୁଜିଲା ॥
।୬।ପୂର୍ବଭାଗେ ବେନୁ ବୃକ୍ଷ ପଶ୍ଚିମରେ ବେତ ।ଦିନୁଂଦିନ ବଢଇ ହୋଇଣ ପୁଲକିତ ॥
।୭।ଏକଦିନେ ବେଦବର ସେ ବୃକ୍ଷ ଦେଖିଣ ।ବିଶ୍ୱକର୍ମାକୁ ଡ଼କାଇ ଆଜ୍ଞା ଦେଲେ ପୁଣ ॥
।୮।ଗଉରବ କରି ସେହୁ ବେତକୁ କାଟିଲେ ।ପ୍ରଥମ ବେତ ଗୋଟିକ ଗଉରୀଙ୍କୁ ଦେଲେ ॥
।୯।ଦ୍ୱିତୀୟ ତୃତୀୟ ଜୟ ବିଜୟ ଯେ ନେଲେ ।ବିଷ୍ଣୁର ଦୁଆରେ ଜଗୁଆଳ ସେ ହୋଇଲେ ॥
।୧୦।ଚତୁର୍ଥ ଖଣ୍ଡକୁ ବିଶ୍ୱକର୍ମାଙ୍କୁ ଯେ ଦେଲେ ।ସଂସାରରେ ଖ୍ୟାତ ଏହା କରସି ବୋଇଲେ ॥
।୧୧।ମାଣ ଗଉଣି ଆଦି ପେଡ଼ି ଯେ ଟୋକାଇ ।ଏହା ନେଇ ସଂସାରେ ଯେ ବିଖ୍ୟାତ କରଇ ॥
।୧୨।ତହୁଂ ପୁଣି ବେନୁ ବୃକ୍ଷ ଚାରିଭାଗ କଲେ ।ତିନି ଭାଗକୁ ଯେ ନେଇ ଧନୁ ବନାଇଲେ ॥
।୧୩।ଶେଷ ଭାଗକୁ ମୋହନ ମୁରଲୀ ଗଢାଇ ।ବୀରଚନ ରାଜାକୁ ଯେ ସମର୍ପିଲେ ନେଇ ।।୧୪।ଯେତେବେଳେ ବୀରଚନେ ଦେଲେ ଧାତା ଜାଣ ।ତେତେବେଳେ ବଂଶୀ ଦଶ ରନ୍ଧ୍ର ପରିମାଣ ॥
।୧୫।ଯେତେବେଳେ ରାମ ନାମ ବହି ଆଦିମୂଳ ।ଅଷ୍ଟମ ରନ୍ଧ୍ରର ବଂଶୀ ଗୋଟି କଲେ ଠୁଳ ॥
।୧୬।ତ୍ରେତା ଯୁଗ ଅନ୍ତରେ ଦ୍ୱାପର ପରବେଶ ।ରଙ୍ଗା ଅବତାର ଯେ ହୋଇଲେ ହୃଷିକେଶ ॥
।୧୭।ଏହି ଅବତାରେ ବଂଶୀ ସପ୍ତ ରନ୍ଧ୍ରେ ଜାତ ।କଳିଯୁଗେ ଚାରି ରନ୍ଧ୍ରେ ହୋଇଛି ବିଖ୍ୟାତ ॥
।୧୮।ଦଶମ ରନ୍ଧ୍ରର କଥା ଶୁଣ ଆରେ ଭାଇ ।ସାବଧାନ ହୋଇ ବସ ଦେଉଅଛି କହି ॥
।୧୯।ପ୍ରଥମ ରନ୍ଧ୍ରେ ବାଇଲେ ବନ ପ୍ରମୋଦିତ ।ଦ୍ୱିତୀୟରେ ବଜାଇଲେ ଗୋପୀ ଯେ ସ୍ଥକିତ ॥
।୨୦।ତୃତୀୟେ ସକଳ ଗୁଣ ହୁଏ ପୁଲକିତ ।ଛାଡ଼େ ବତ୍ସା ଧେନୁ ବଜାଇଲେ ଯେ ଚତୁର୍ଥ ॥
।୨୧।ପଞ୍ଚମ ରନ୍ଧ୍ରେ ବାଇଲେ ବସୁଧା ଯେ ରହି ।ଅଚ୍ୟୁତାନନ୍ଦ ଦେଖିଣ ଚଳି ନ ପାରଇ ॥
।୨୨।ଷଷ୍ଠରେ ବାଇଲେ ବହେ ଯମୁନା ଉଜାଣି ।ସପ୍ତମ ରନ୍ଧ୍ରରେ ଯେ ପାଷାଣ ହୋଏ ପାଣି ॥
।୨୩।ଅଷ୍ଟମ ରନ୍ଧ୍ରେ ବାଇଲେ ଯୋଗୀ ଧ୍ୟାନ ଭାଜେ ।ନବମ ରନ୍ଧ୍ରରେ କୁଳବତୀ ଗର୍ବ ଗଞ୍ଜେ ॥
।୨୪।ଦଶମ ରନ୍ଧ୍ରରେ ଯେବେ ବଜାଇ ମୁରଲୀ ।ଶୁଣିକରି ଚତୁର୍ମାଥ ବେଦ ଯିବେ ଭୁଲି ॥
।୨୫।ଦଶ ରନ୍ଧ୍ର କଥା ତୋତେ କହିଲିରେ ଭାଇ ।ହେଲା ନ ହେଲା ଦୋଷକୁ ନ ଧରିବ କେହି ॥
।୨୬।ଏବେ ଶୁଣ ଭାଇମାନେ ମନକର୍ଣ୍ଣ ଦେଇ ।କିପରି ବଂଶୀ କେ ଦେଲା କହୁଛି ବୁଝାଇ ॥
।୨୭।ଯେ କାଳେ ପାଣ୍ଡବ ଯେ ବିରାଟ ପୁରେ ଥିଲେ ।ସହଦେବଙ୍କୁ ଶ୍ରୀକୃଷ୍ଣ ବଂଶୀ ଦେଇଥିଲେ ॥
।୨୮।ଯେଦିନ ଅଭିମନ୍ୟୁ ଉତ୍ତରା ବିଭା ହେଲେ ।ଅନେକ ଯୈାତୁକ ମତ୍ସ୍ୟରାଜା ଦେଇଥିଲେ ॥
।୨୯।ତିନିଶତ ଧେନୁ ସଙ୍ଗେ ବୃଷଭ ଯେ ଶତ ।ରଖୁଆଳ ଶତେକ ଯେ ଯତନ ସହିତ ॥
।୩୦।ଧେନୁ ଘେନି ଗୋପାଳେ ବାରୁଣାବନ୍ତ ଗଲେ ।କିଛିଦିନେ ଯାଇ ତହିଂ ପ୍ରବେଶ ହୋଇଲେ ॥
।୩୧।ପୃଥନା ଅଂଶୀ ସେ ଯେ ଅତ୍ୟନ୍ତ ଦୁରୁଦଣ୍ଡ ।କ୍ଷଣକେ ଭ୍ରମି ପାରଇ ପୃଥ୍ୱୀ ନବଖଣ୍ଡ ॥
।୩୨।ବଂଶୀ ଧ୍ବନୀ ଶୁଣିଣ ଯେ ସ୍ଥକିତ ହୁଅନ୍ତି ।ତେଣୁ ନରସିଂହେ ସହଦେବ ଦେଇଛନ୍ତି ॥
।୩୩।ସେହି ନରସିଂହଙ୍କର ଗୋପ ବଂଶ ଆମ୍ଭେ ।ଠିକ ଠିକ କରି ଭାଇ କହିଦେଲୁଂ ଏବେ ॥
।୩୪।ବଂଶୀର ଏ ସମାଚାର କହିଦେଲୁ ତୋରେ ।କହନ୍ତି ଅଚ୍ୟୁତାନନ୍ଦ ଗୋପାଳ ହିତରେ ॥
।୩୫।