ଓଗାଳ ଖଣ୍ଡ ପ୍ରଥମ ଭାଗ
ଅଚ୍ୟୁତାନନ୍ଦ ଦାସ · ଭାଗ ୩ / ୭
ସମ୍ପୂର୍ଣ୍ଣ ସୂଚୀପତ୍ର
ତୃତୀୟ ଭାଗ
ଲଉଡ଼ି ଗୀତଆସ ଆସରେ ଭାଇ ଲଉଡ଼ି ଖେଳିବା ପାଇଁଆନନ୍ଦେ ରାଧାକୃଷ୍ଣଙ୍କ ନାମକୁ ଗାଇ ।ହାତେ ଲଉଡ଼ି ଧରି କୃଷ୍ଣ ନାମକୁ ସ୍ମରିଏ ଭବସାଗରୁ ଆମେ ଯିବାକ ତରି ।ଜନମି ଗୋପପୁରେ ରହି ନନ୍ଦ ମନ୍ଦିରେନାମ ପାଇଲେ ଏକବିଂଶ ଦିନରେ ।ସନକ ଋଷି ଥିଲେ କୃଷ୍ଣ ନାମକୁ ଦେଲେଗୈାତମ ଋଷି କାହ୍ନୁ ବୋଲି ଡ଼ାକିଲେ ।ଜନକ ଟେକି ହାଥ ଡାକନ୍ତି ଗୋପୀନାଥଅଗସ୍ତି ବୋଲେ ଦଇତାରି ଅଚ୍ୟୁତ ।ଜନାର୍ଦ୍ଦନ ମୁରାରି ଦୁଇ ନାମକୁ ସ୍ମରିଅଙ୍ଗିରା ଋଷି ଦେଲେ କଲ୍ୟାଣ କରି ।ବିଶ୍ୱାମିତ୍ର ବିଚାରି ଗୋବିନ୍ଦ ଚକ୍ରଧାରିନାମକରଣ କଲେ ଶରଧା କରି ।ଜଗନ୍ନାଥ ମାଧବ ନରହରି କେଶବନାରଦ ଋଷି ଦେଲେ ଏ ନାମ ସର୍ବ ।ନାମକରଣ ପରେ ଗଲେ ଯେ ଯେଝା ପୁରେଅପସରୀଗଣ ମିଳି ନନ୍ଦ ମନ୍ଦିରେ ।ଗୋପେ ଗୋପ ଗୁଆଳି ଦିଅନ୍ତି ହୁଳହୁଳିଆନନ୍ଦେ ନନ୍ଦପୁର ପଡ଼େ ଉଛୁଳି ।ସ୍ୱର୍ଗେ ଦୁନ୍ଦୁଭିମାନ ଶୁଭିଲା ଘନଘନବାଜିଲା ତା ସଙ୍ଗେ ପଞ୍ଚସ୍ୱରର ସ୍ୱନ ।ମାରକଣ୍ଡ ଆସନ୍ତି ବୋଲନ୍ତି ଶୀରିପତିଦୈତ୍ୟ ନାଶିବ ଆମ୍ଭ ଏହି ମିନତି ।ଶେଷେ ବ୍ରହ୍ମା ଆସିଲେ ମୋହନ ବଂଶୀ ଦେଲେଅଚ୍ୟୁତ ରାଧାକୃଷ୍ଣଙ୍କ ଗୀତ ଗାଇଲେ ।ବାଲ୍ୟଲୀଳାଶୁଣ ସୁଜନେ ଦେଇ ଦିବ୍ୟ ଚିତ୍ତରାମକୃଷ୍ଣଙ୍କର ବାଳ ଚରିତ ॥
।୧।ଦିନେ ଯଶୋଦା ରୋହିଣୀ ବସିଣ ।ରାମକୃଷ୍ଣଙ୍କୁ ନଚାନ୍ତି ଧରିଣ ॥
।୨।ସର୍ବ ଗୋପ ଗୋଈ ଘରି ବସିଲେ ।ନାଚ ନାଚ ବୋଲି କରି କହିଲେ ॥
।୩।ଉଭା କରି ତାଳି ମାରି ନାଚଇ ।ନାନା ରଙ୍ଗେ ତାଳି ମାନ ବଜାଇ ॥
।୪।ବାଇଧନ ବାଇଧନ ନାଟୁଆ ।ଶଠ ଲମ୍ପଟ ଯେ ପୀତପୁଟିଆ ॥
।୫।କୃଷ୍ଣ ନାଚନ୍ତି ଗୋପୀଙ୍କ ତାଳିରେ ।ଅଙ୍ଗ ସୁଭଙ୍ଗ ଚାହାଣୀ ଚାଲିରେ ॥
।୬।କର ଚରଣେ ତାଳମାନ ଦେଇ ।ଲାଞ୍ଚ ସର ଲବଣୀ ଦ୍ୟନ୍ତି ନେଇ ॥
।୭।ଭୁଞ୍ଜି ପଣତେ ବଦନ ପୋଛନ୍ତି ।ଗୋପୀମାନଙ୍କ ପଛରେ ଲୁଚନ୍ତି ॥
।୮।ଯଶୋଦା ବୋଲନ୍ତି କାହ୍ନୁ ମୋ କାହିଂ ।ହସିଦେଇ ବାଙ୍କେ ଦିଅନ୍ତି ଚାହିଂ ॥
।୯।କୃଷ୍ଣ ଟଳମଳ ହୋଇ ନାଚନ୍ତି ।ଧଡ଼ପଡ଼ ହୋଇ କୋଳେ ପଶନ୍ତି ॥
।୧୦।ବେନି କୁଞ୍ଜା ଶିକାପରେ ଥୋଇଣ ।ଦୁଧ ଭାର ନିଅ କହ୍ନାଇ ପୁଣ ॥
।୧୧।ଗୋପୀ ବୋଲନ୍ତେ ଭାରକୁ ଉଠାନ୍ତି ।ଧୀରେ ଧୀରେ ଚାଲି ତଳେ ପଡ଼ନ୍ତି ॥
।୧୨।ଓଷ୍ଠ ଛିଡ଼ିଣ ରୁଧର ଗଳଇ ।ମଲି ମଲି ବୋଲି ରାହା ଧରଇ ॥
।୧୩।କୋଳେ ଧରି ଆଉଂସି ଚାଟୁ କରି ।ଗୀତ ଗାଇ ଶୁଣାଇ ଗେଲ କରି ॥
।୧୪।ମାତା ଶୁଆଇ ଯାଆନ୍ତେ ବାହାରେ ।ଉଠି ପ୍ରବେଶ ହୁଅନ୍ତି ଦୁଆରେ ॥
।୧୫।ଧାଇଂ ଧରି ଯଶୋବନ୍ତୀ ବୋଲନ୍ତି ।କେଶ ଅସମ୍ଭାଳ ହୋଇ ଲୋଟନ୍ତି ॥
।୧୬।ଛାଡ଼ିଦେଲେ ସେହୁ ଦାଣ୍ଡେ ବୁଲନ୍ତି ।ସାଙ୍ଗମାନଙ୍କ ସଙ୍ଗତେ ଖେଳନ୍ତି ॥
।୧୭।କରି ଧୂଳିଘର ଭାତ ତିଉଣ ।ଯେତେ ସମ୍ଭାର ଧୂଳିରେ ଭିଆଣ ॥
।୧୮।କେତେବେଳେ ଗୋଳକରି ଲୁଚନ୍ତି ।ପାଦେ ଭାଣ୍ଡଭାଙ୍ଗି ପୁରେ ପଶନ୍ତି ॥
।୧୯।ଦିନୁଂଦିନୁ ବଢେ ବାଳ ରଚିତ ।ଯାଇ ଆସି ପାରିଲେ ନନ୍ଦସୁତ ॥
।୨୦।ଗୋପୀମାନଙ୍କ ଘରେ ଘରେ ପଶି ।ଦହି ଦୁଧ ଖାଆନ୍ତି ହୋଇ ଖୁସି ॥
।୨୧।ଅତି ବିକଳ ହୋଇ ଗୋପନାରୀ ।ଯଶୋଦାର ଆଗେ କଲେ ଗୁହାରି ॥
।୨୨।ଏକ ଗୋପୀଏ ବୋଲଇ ଭୋ ଦେବୀ ।ତୋର କୁମରେ ହେଲୁ ପରାଭବି ॥
।୨୩।ଆଜ ଗୋ ପୁଅ ଘରେ ମୋ ପଶି ।ସର ଲବଣୀ ଖାଏ ହୋଇ ଖୁସି ॥
।୨୪।ଦଧି ଦୁଧ ସବୁ ଦେଲା ଇଡ଼ାଇ ।ମୋର ସମ୍ପଦ ଧଇଲା ବୁଡ଼ାଇ ॥
।୨୫।ଶାଶୁ ଅନେକ ମୋତେ ଗାଳି ଦେଲେ ।ଘରେ ଥାଇ ତୁ ନ ଜାଣିଲୁ ଭଲେ ॥
।୨୬।ଆନ ଗୋପୀ ଯଶୋଦା ପାଦେ ପଡ଼ି ।ଶୋକେ କହଇ ବେନି କରଯୋଡ଼ି ॥
।୨୭।ମୋର ପୁରେ ଯାଇଥିଲା କହ୍ନାଇ ।ଅଚେତରେ ଶୋଇଥିଲି ଅନାଇ ॥
।୨୮।ଶିକା ପରେ ହାଣ୍ଡି ଅଛି ଚାହିଂଲା ।ହେଲେ ଚଢି ସର ସବୁ ଖାଇଲା ॥
।୨୯।ଶିକା ଛାଡ଼ି ନଉତି ଗଲା ଭାଙ୍ଗି ।ଚେତାପାଇ ଚାହିଂଲି ଉଦବେଗି ॥
।୩୦।ଧଡ଼ପଡ଼େ ଉଠନ୍ତେ ମୁଂ ଅନାଇଂ ।ଧାଇଂ ଧରନ୍ତେ ଅଇଲା ପଳାଇ ॥
।୩୧।ଶାଶୁ ଆଗେ ମୋର ଆସି କହିଲା ।ବୋହୂ ସର ହାଣ୍ଡି ତୋର ଖାଇଲା ॥
।୩୨।ଦେଖି ବୋଇଲା କି କଲୁ ଗୁଆଳୀ ।ମୋତେ ମାରି ଗୋଡ଼ାଇ ଦେଲା ଗାଳି ॥
।୩୩।ସତ ପରି ମଣିଲା ମୋର ଶାଶୁ ।ନାନା ଭର୍ତ୍ସିଲା ମନ୍ଦିରେ ନ ପଶୁ ॥
।୩୪।ଆଉ ଗୋପୀ ଏକ ବୋଲେ ଶୁଣିମା ।ତୁମ୍ଭ କୁମରର ଯେତେ ମହିମା ॥
।୩୫।ଲୁଚି ଗମ୍ଭୀରା ଭିତରେ ପଶିଲା ।ଅଙ୍ଗ ଲୁଚାଇ ମଞ୍ଚାରେ ବସିଲା ॥
।୩୬।ଯେତେ ଥିଲା ଗୋରସ ଯେ ଖାଇଲା ।କୁଳ ଦେବତା ବୋଲି ଡ଼ରାଇଲା ॥
।୩୭।ମୁଂ ତ ଅଟଇ ତୋ ବଡ଼ ବଡ଼ୁଆ ।ଭୋଗ କର ସର ଲବଣୀ ଖୁଆ ॥
।୩୮।ନାନା ଦ୍ରବ୍ୟରେ ମୋ ଗର୍ଭ ପୂରାଅ ।ମୋର ଉଦର ସନ୍ତୋଷ କରାଅ ॥
।୩୯।ନହେଲେ ଗୋ ନାଶିଯିବ ସମସ୍ତେ ।ଶୁଣି ଭୟେ ପାଦେ ହେଲୁ ନମସ୍ତେ ॥
।୪୦।ନାନା ଦ୍ରବ୍ୟ ଯେ ଆଣିଲୁ ଯୋ ଯାଇ ।ସବୁ ଦେଲୁ ଗମ୍ଭୀରାକୁ ବଢାଇ ॥
।୪୧।କର ବଢାଇ ସମସ୍ତ ଖାଇଲା ।କରେ ବେନି ଆଖି ବୁଜ କହିଲା ॥
।୪୨।ଆଜ୍ଞା ପାଇଣ ନୟନ ବୁଜିଲୁ ।ନେତ୍ର ଅଳପ ଫିଟାଇ ଦେଖିଲୁ ॥
।୪୩।ଏତେ ବୁଦ୍ଧି ତାକୁ କାହୁଂ ଆସିଲା ।ଏକ ଗୋପୀ ଆଗେ ଆସି ଭାଷିଲା ॥
।୪୪।କାଲି ଯାଇଥିଲା ମୋର ମନ୍ଦିରେ ।ପୁଅ ପଡ଼ିଥିଲା ତୋର ବନ୍ଦୀରେ ॥
।୪୫।ଶାଶୁ ବୁଢ଼ୀ ମୋର ଯାଇଂ ଧଇଲା ।ରଜ୍ଜୁ ଆଣି ବାନ୍ଧ ମୋତେ ବୋଇଲା ॥
।୪୬।ଶୁଣି ମୋର ମୁଖ ଚାହିଂ କହିଲା ।ଦେଖି ହୃଦେ ମୋର ଦୟା ବସିଲା ॥
।୪୭।ପେଲି ପକାଇ ଡ଼େଇଂଣ ଅଇଲା ।ଶାଶୁ ଗାଳି ଦେଇ ଚଳି ଅଇଲା ॥
।୪୮।ନିତି ନିତି ଏ ରୂପେ ଡାକ ଦେଲା ।ଆଜି ଯୋଗେଣ ବନ୍ଦୀ ପଡ଼ିଥିଲା ॥
।୪୯।ରଜ୍ଜୁ ମାଗନ୍ତେ ନ ଦେଲୁ ବଢାଇ ।ଠେଲି ପକାଇ ଗଲା ସେ ପଳାଇ ॥
।୫୦।ତୋର ହେତୁ ମୋର ନାଶ ହେଉଛି ।ଏଡ଼େ ସାହସ କାହୁଂ ନନ୍ଦବଛି ॥
।୫୧।ଆଗ ହୋଇ ଆନ ସଖୀ ବୋଇଲା ।କେତେ ହୁନ୍ଦର ଜାଣେ ସେ ଛଇଳା ॥
।୫୨।ଦଧି ମନ୍ଥୁଥିଲି ଆସି ଜୁଟିଲା ।ମୋତେ ଲବଣୀ ମେଞ୍ଚାଏ ମାଗିଲା ॥
।୫୩।ମୁହିଂ ବୋଇଲି ଦଣ୍ଡେ ଥାଅ ରହି ।ଖୁଆ କାଢ଼ିଲେ ଲବଣୀ ଦେବଇଂ ॥
।୫୪।ଏତିକିରେ ସେ ବିରାଗ ପାଇଲା ।ଦଧିଭାଣ୍ଡେ ଶିଳପତା ମାଇଲା ॥
।୫୫।ନାରଖାର ହୋଇଗଲା ଗୋରସ ।ସବୁ ଦୁଷ୍ଟଙ୍କୁ ତୋ ପୁଅ ସରସ ॥
।୫୬।ମୁଂ ତ ଗୋଡାନ୍ତେ ଗଲାକ ପଳାଇ ।ନାନା ମାଡ଼ଗାଳି ଦେଲା ଚଢାଇ ॥
।୫୭।କାନ୍ଦିଣ କହେ ଆରେକ ଗୁଆଳୀ ।କାଲି ମଥୁରା ବିକି ଯାଇଥିଲି ॥
।୫୮।ବଡ଼ ରଙ୍ଗିଆ ସେହି ବନମାଳୀ ।କଥା କହୁଥାଏ ଭଳିକି ଭଳି ॥
।୫୯।ମାୟା କରିଣ କେତେ ନାଟ କଲା ।ସର ଲବଣୀ ସବୁ ସେ ଖାଇଲା ॥
।୬୦।ଖସିଗଲା ମୋ ଆସିବା ବେଳକୁ ।ଲୁଚି ପଳାଇ ବାଳକ ମେଳକୁ ॥
।୬୧।ମାୟେ ଶୁଣିଲେ ଗୋପୀଙ୍କ ଗୁହାରି ।ପୁତ୍ର ଲୀଳା ଯେ କରନ୍ତି ଏପରି ॥
।୬୨।ସତ ଜାଣିଲି ଏ ସବୁରି ବଚନ ।କେତେ କାହାର ନାଶ କଲା ଧନ ॥
।୬୩।ଶୁଣି ଗୋପୀ ଅତି ଲାଜ ପାଇଲେ ।ବଳରାମ ଯଶୋଦାଙ୍କୁ କହିଲେ ॥
।୬୪।ମାୟେ ତୋର ପୁଅ ମାଟି ଖାଇଲା ।ଧରି ଛଡ଼ାବନ୍ତେ ମୋତେ ମାଇଲା ॥
।୬୫।ଶୁଣି ଛାଟ ଧରି ମାତା ଧାଇଂଲେ ।କୃଷ୍ଣ ଖେଳିବା ଠାବରେ ମିଳିଲେ ॥
।୬୬।ଲୁଚି ଧରିଲେ ଯଶୋବନ୍ତୀ ଯାଇଁ ।ମାଟି ପକାଇଲେ ଛାଟ ଉଞ୍ଚାଇ ॥
।୬୭।ନିତି ଗୋପୀଙ୍କ ଘରେ କରୁ ଡ଼କା ।ଛାଟ ନ ଖାଉ ବେଗେ ମାଟି ପକା ॥
।୬୮।ଭୟେ ଆତଙ୍କେ ବୋଲନ୍ତି ଗୋବିନ୍ଦ ।ଖଚ କହୁଅଛି ୟେ ଗୋପୀବୃନ୍ଦ ॥
।୬୯।ତୋହ କରରୁ ବେଗେ ଚାଟ ପକା ।ମାତା ବୋଲନ୍ତି ତୋର ତୁଣ୍ଡ ଦେଖା ॥
।୭୦।ଶୁଣି ବଦନ ବିସ୍ତାରେ କହ୍ନାଇ ।ମାଏ ନିରେଖି କରିଣ ଅନାଇ ॥
।୭୧।ଗର୍ଭେ ଅଶେଷ ବ୍ରହ୍ମାଣ୍ଡ ଦେଖିଲେ ।ମୂର୍ଚ୍ଛା ଯାଇ ପୁଣି ଚେତି ବସିଲେ ॥
।୭୨।ଯେତେ ରେଣୁ ଦିଶେ ସେତେ ବ୍ରହ୍ମାଣ୍ଡ ।ନଦୀ ପର୍ବତ ଭୂମି ଦ୍ୱୀପ ଖଣ୍ଡ ॥
।୭୩।ବନ ଉପବନ ନଗ୍ର ପାଟଣା ।ଜନପରଜା ସଂସାର ଘଟନା ॥
।୭୪।ଭୟେ କାତରେ ଚିତ୍ତ ଯେ କମ୍ପଇ ।ସତ ସପନ କି ବୋଲି ଭାବଇ ॥
।୭୫।ଖେଦ ଜଳଧିରେ ଚିତ୍ତ ବୁଡ଼ାଇ ।କାଖ କରିଣ ପଣତ ଘୋଡ଼ାଇ ॥
।୭୬।ପୁତ୍ର ଘେନିଣ ମନ୍ଦିରେ ପଶିଲେ ।ପୂର୍ଣ୍ଣମାସୀ ପାଦତଳେ ବସିଲେ ॥
।୭୭।ବାଲ୍ୟଲୀଳା ଗୀତ ହେଲା ସମ୍ପୁର୍ଣ୍ଣ ।ଗୀତେ ଭଣିଲେ ଅଚ୍ୟୁତ ଅଜ୍ଞାନ ॥
।୭୮।ଓଗାଳ – ୧ପଦ୍ମାଭିସାରଜୟ ଜୟ ଗଣନାଥ ଗଉରୀ ନନ୍ଦନ ।ପୃଥୁଳ ଉଦର ନାଥ ଇନ୍ଦୁର ବାହନ ॥
।୧।ଜୟ ଜୟ ଯୋଗେଶ୍ୱର ଦେବ ପଞ୍ଚାନନ ।ତୁହି ପ୍ରଭୁ ଶମନର ଦରପ ଧ୍ୱଂସନ ॥
।୨।ବନ୍ଦଇ ସେ କୃପାଜଳ ମହାଋଷି ପୁତ୍ରୀ ।ସତ୍ୟଯୁଗେ ନର୍ମଦା ତୋ ନାମ ସରସ୍ୱତୀ ॥
।୩।କଳି କାଳ ଧ୍ବଂସନୀ ଗୋ ଝଙ୍କଡ଼ବାସିନୀ ।ଜନ୍ମେ ଜନ୍ମେ ମୁଂ ତୋହର ଦାସ ଗୋ ଜନନୀ ॥
।୪।ଶୁଣ ହେ ଗୋପାଳ ଭାଇ ସ୍ଥିରକରି ମନ ।ପଚାରୁଛି କିଛି ରାଧାକୃଷ୍ଣଙ୍କ ବିଧାନ ॥
।୫।ଏକ ଦିନେ କାଖେ କୁମ୍ଭ ଧରି ବିନୋଦିନୀ ।ଯମୁନା କୂଳେ ଭେଟିଲେ ସେ ମୁରଲୀପାଣି ॥
।୬।ରାଧାଙ୍କୁ ଦେଖି ସାନନ୍ଦେ ବୋଲନ୍ତି କହ୍ନାଇ ।ଆଜ ତୋର ପୁରେ ରାତ୍ରେ ଯିବି ପ୍ରାଣସହୀ ॥
।୭।ଏହା ଶୁଣି ବିନୋଦିନୀ ଆନନ୍ଦ ମନରେ ।ଜଳକୁମ୍ଭ ଧରିଣ ସେ ମିଳିଲେ ଗୃହରେ ॥
।୮।ଶୀଘ୍ର ଶୀଘ୍ର ଗୃହକାର୍ଯ୍ୟ ସାରି ବିନୋଦିନୀ ।ଚନ୍ଦ୍ରସେଣା ଗୋ-ଗୋଷ୍ଠକୁ ଗଲା ତତକ୍ଷଣି ॥
।୯।ଶ୍ରୀକୃଷ୍ଣଙ୍କ କଥା ରାଈ ମନରେ ଭାଳିଲେ ।ଲଳିତା ବିଶାଖା ଆଦି ସଭିଙ୍କୁ ରାଇଲେ ॥
।୧୦।ବୋଇଲେ ଯମୁନା କୂଳେ କହ୍ନାଇ ଦେଖିଲି ।ସଙ୍କେତ କରିଅଛନ୍ତି ଆସିବେ ସେ ବୋଲି ॥
।୧୧।ପଦ୍ମ ପୁଷ୍ପେ କୁଞ୍ଜ ଆଜ କରିବା ରଚନା ।ଦେଖିଲେ ଆନନ୍ଦ ହୋଇବେ ସେ ନନ୍ଦକାହ୍ନା ॥
।୧୨।ଏତେ ବୋଲି ରାଈ ଗୃହୁଂ ବାହାର ହୋଇଲେ ।ପଦ୍ମବନ ନିକଟରେ ଯାଇଣ ମିଳିଲେ ॥
।୧୩।ଆନନ୍ଦ ମନେ ତୋଳନ୍ତି ରହି ପଦ୍ମ ପରେ ।ସେ ସମୟେ ସୂର୍ଯ୍ୟଦେବ ଗଲେ ଅସ୍ତାଚଳେ ॥
।୧୪।ସୂର୍ଯ୍ୟଙ୍କୁ ନଦେଖି ପଦ୍ମ ମୁଦ୍ରିତ ହୋଇଲା ।ପଦ୍ମ ପୁଷ୍ପ ମଧ୍ୟେ ବିନୋଦିନୀ ଯେ ରହିଲା ॥
।୧୫।ରାତ୍ର ଆସିଣ ହୋଇଲା ଘଡ଼ିୟେକ ପୁଣ ।ତେଣେ ରାଧା ମନ୍ଦିରରେ ମିଳିଲେ ମୋହନ ॥
।୧୬।ରାଧାଙ୍କୁ ନଦେଖି ବଡ଼ ଦୁଃଖିତ ମନରେ ।ବିଶାଖା ଆଦିଙ୍କୁ ତହୁଂ ପୁଚ୍ଛନ୍ତି କ୍ରୋଧରେ ॥
।୧୭।ସେ ବୋଇଲେ ରାଈ ଗଲେ ପଦ୍ମ ପୁଷ୍ପ ତୋଳି ।ଏତେବେଳ ହେଲା କିମ୍ପା ନଇଲେ ସେ ଚଳି ॥
।୧୮।କେଉଂଠାକୁ ଗଲେ ଅବା ନ ପାରିଲୁ ଜାଣି ।ଧ୍ୟାନରେ ଜାଣିଲେ ତହୁଂ ସେ ମୁରଲୀପାଣି ॥
।୧୯।ପଦ୍ମକେଶର ମଧ୍ୟରେ ଅଛି ବିନୋଦିନୀ ।କେଉଂପରି ଆସିବେ ସେ ପଦ୍ମ ପୁଷ୍ପ ଘେନି ॥
।୨୦।ଆହେ ଭାଇ ସର୍ବେ ଶୁଣିଲ ତ ଦେଇ ମନ ।କିପରି ରାଧା କୃଷ୍ଣଙ୍କ ହୋଇବ ମିଳନ ॥
।୨୧।ଏ କଥା ସଂକ୍ଷେପି ମୋତେ କହିଦିଅ ଭାଇ ।କହନ୍ତି ଅଚ୍ୟୁତ ଜନେ ଆନନ୍ଦିତ ହୋଇ ॥
।୨୨।ଉତ୍ତାରଜୟ ଜୟ କୃଷ୍ଣଚନ୍ଦ୍ର ଜୟ ଚକ୍ରଧାରୀ ।ଜୟ ଜୟ ରାମଚନ୍ଦ୍ର ଜୟ ରାବଣାରି ॥
।୧।ଜୟ ଜୟ ମୀନରୂପୀ କଚ୍ଛପାବତାର ।ନୃସିଂହ ବରାହ ଯମଦଗ୍ନିଙ୍କ କୁମର ॥
।୨।ଏମାନଙ୍କ ପାଦପଦ୍ମେ କରିଣ ବନ୍ଦନ ।ପ୍ରାର୍ଥନା କରୁଛି ଦାସ ଦିଅ ସଦଜ୍ଞାନ ॥
।୩।ଶୁଣ ହୋ ଗୋପାଳ ଭାଇ ମନକର୍ଣ୍ଣ ଦେଇ ।ଭଲା ସନ୍ଧି ଓଗାଳ ତ ପୁଚ୍ଛିଲ ଏଠାଇଂ ॥
।୪।ରାଧାଙ୍କୁ ନ ପାଇ କୃଷ୍ଣ ମହାଦୁଃଖ ଭରେ ।କି କରିବି ବୋଲି ସେହୁ ଭାଳିଲେ ମନରେ ॥
।୫।ସୁଦର୍ଶନ ଚକ୍ରକୁ ସେ ଭାବିଲେ ମନରେ ।ତତକ୍ଷଣି ସୁଦର୍ଶନ ମିଳିଲା ଛାମୁରେ ॥
।୬।ବୋଇଲେ ତୁ ପଦ୍ମବନେ ଶୀଘ୍ର ହୋଇଯିବୁ ।ସହସ୍ର କିରଣ ସୂର୍ଯ୍ୟ ତେଜ ବିକାଶିବୁ ॥
।୭।ଏହା ଶୁଣି ସୁଦର୍ଶନ ଶୀଘ୍ର ହୋଇଗଲା ।କୋଟିଏ ସୂର୍ଯ୍ୟର ତେଜ ହୋଇ ପ୍ରକାଶିଲା ॥
।୮।ପ୍ରଭାତ ହେଲା ବୋଲିଣ ପଦ୍ମ ଯେ ଫୁଟିଲେ ।ତହିଂ ମଧ୍ୟୁ ବିନୋଦିନୀ ବାହାର ହୋଇଲେ ॥
।୯।ଶ୍ରୀକୃଷ୍ଣଙ୍କ ପାଶେ ରାଈ ମିଳିଲେ ତକ୍ଷଣ ।ରାଧାଙ୍କୁ ଦେଖିଣ କୃଷ୍ଣ ଆନନ୍ଦିତ ମନ ॥
।୧୦।ରାଧାକୃଷ୍ଣ ମିଳି ମହାକେଳି କଲେ ଧ୍ୟାନ ।ପ୍ରଭାତକୁ ନିଜ ଗୃହେ କରିଲେ ଗମନ ॥
।୧୧।ଆହେ ଭାଇମାନେ ଶୁଣିଲ ତ ମନ ଦେଇ ।ଗୋପାଳଙ୍କ ହିତେ ଏହା ଅଚ୍ୟୁତ କହଇ ॥
।୧୨।ଓଗାଳ – ୨ଗୋପାଳ କୁମରମାନେ ହୋଇ ଏକ ମେଳ ।ଦୋଳଯାତ୍ରା କରିବାକୁ କଲେ ଅନୁକୂଳ ॥
।୧।ଦାମ ଗୋପାଳଙ୍କୁ ଚାହିଂ ସୁଦାମ ଗୋପାଳ ।ହସ ହସ ହୋଇଣ ଯେ ପୁଛ୍ଛନ୍ତି ଓଗାଳ ॥
।୨।ରହ ରହ ଗାୟକ ହୋ ପଚାରୁଛି ମୁହିଂ ।ଓଗାଳ ଉତ୍ତର ମୋତେ କହିବା ବୁଝାଇ ॥
।୩।କେ ତୁମ୍ଭର ପିତାମାତା କେ ତୁମ୍ଭର ଇଷ୍ଟ ।କେ ତୁମ୍ଭର ଜ୍ଞାନଦାତା କେ ତୁମ୍ଭର ଗୋଷ୍ଠ ॥
।୪।କିଏ ଦେଲା ତିଳକ ଯେ କିଏ ଦେଲା ଭେକ ।କେ ଦେଲା ଘାଗଡ଼ା ମାଳି ଗଳା ଚାରିପାଖ ॥
।୫।କେହୁ ଦେଲା ବଂଶୀ ସେହୁ ଅଟେ କେତେ ପବ ।କେଉଂ ରନ୍ଧ୍ରେ କି କି ସ୍ୱନ କହ ଏହା ଭାବ ॥
।୬।ଶିଙ୍ଗା ବଜାଉଛ କେଉଂ ମନ୍ତ୍ରନ୍ୟାସ କରି ।କେଉଂଠାରୁ ଶିଙ୍ଗା ଗୋଟି କରେ ଅଛ ଧରି ॥
।୭।ଅଣ୍ଟାରେ କାଛେଟା ପୁଣି ବାନ୍ଧିଛ ଘାଗୁଡ଼ି ।କେଉଂଠାରୁ ପାଇଲ ହେ ଏତେ ଲମ୍ବା ବାଡ଼ି ॥
।୮।ଜାମୁଡ଼ାଳ ଗୋଟି ଭାଇ କାହୁଂ ଯେ ପାଇଲ ।ଶିରରେ ଖୋସିଣ ମୁଣ୍ଡ ହଲାଇ ନାଚିଲ ॥
।୯।କେତେ ଗୁଣେ ଖେଳ କେତେ ଗୁଣେ ନୃତ୍ୟ ରଙ୍ଗ ।କେଉଂ ମନ୍ତ୍ର ସ୍ମରି କଲ ଏ ଗୋଷ୍ଠ ପ୍ରସଙ୍ଗ ॥
।୧୦।ଘରୁ ବାହାରିଲା ବେଳେ କି ମନ୍ତ୍ର ଚିନ୍ତିଲ ।କେଉଂ ମନ୍ତ୍ର ଉଚ୍ଚାରି ଯେ ନୃତ୍ୟରଙ୍ଗ କଲ ॥
।୧୧।ଗୋପାଳ ଅଂଶରେ ଯେବେ ହୋଇଛ ଜନମ ।ତେବେ କହିଦେବ ଭାଇ ଓଗାଳ ମରମ ॥
।୧୨।ଗୁରୁସେବା କରିଥିଲେ ନିଶ୍ଚୟ କହିବ ।ଅଣଗୁରୁଆ ଥିଲେଟି ପଳାଇଣ ଯିବ ॥
।୧୩।ପଳାଇଣ ଗଲେ ଭାଇ ଛାଡ଼ି ମୁଂ ନ ଦେବି ।ବଂଶୀ ଶିଙ୍ଗା ଘାଗୁଡ଼ି ହୋ ଛଡ଼ାଇ ରଖିବି ॥
।୧୪।ଶିକା ଯେ ବାଉଙ୍ଗୀ ଭାଇ କଏ ଦେଲା ତୋତେ ।ଯେଉଂ ଭାଣ୍ଡେ କ୍ଷୀର ତୁମ୍ଭେ ରଖିଛ ନିରତେ ॥
।୧୫।ସେ ଭାଣ୍ଡଟି କିଏ ଦେଲା ଗଢିଥିଲା କିଏ ।ପୋଡା କିମ୍ବା କଞ୍ଚା କହିଦେବ ଏ ସଭାୟେ ॥
।୧୬।ସବୁ ଧୁଆ ତୁମ୍ଭ ଘରେ ଅଧୁଆଟି କିସ ।ଏ ସଭା ମଧ୍ୟରେ କହ ତହିଂର ସନ୍ଦେଶ ॥
।୧୭।ଏହା ଯେବେ ନ କହିଣ ଗୃହେ ଚାଳିଯିବ ।ଶ୍ରୀକୃଷ୍ଣଙ୍କ ଦ୍ରୋହୀ ତୁମ୍ଭେ ଯୁଗେ ଯୁଗେ ହେବ ॥
।୧୮।କହଇ ଅଚ୍ୟୁତାନନ୍ଦ ଯୋଡ଼ି ବେନି କର ।ଅପରାଧ କ୍ଷମା କର ଜଗତ ଠାକରୁ ॥
।୧୯।ଉତ୍ତାରଶୁଣ ହୋ ଗୋପାଳ ଭାଇ ସ୍ଥିରକରି ଚିତ୍ତ ।ପଚାରୁଅଛ ଗୋପାଳ ଜନମ ଚରିତ ॥
।୧।ସୁଦେବ ବୋଲିଣ ଏକ ବ୍ରାହ୍ମଣ ଯେ ଥାଇ ।ତାହାର ଭାରିଯା ନାମ ସାରଦା ଯେ ହୋଇ ॥
।୨।ଯେଉଂଦିନ ଆପ ତେଜ ବାୟୁ ଯେ ନଥିଲେ ।ସେଠାରୁ ଅଣ୍ଡିର ମାଈ ଦୁଇ ଜନମିଲେ ॥
।୩।ଯହୁଂ ପୂରିଲା କପିଳା କ୍ଷୀରେ ବସୁନ୍ଧରୀ ।ବ୍ରହ୍ମାର ନନ୍ଦନ ଯେ ଗୋପାଳ ଜାତ କରି ॥
।୪।କପିଳାକୁ ପାଳ ବୋଲି ନିରାକାର ଦେଲେ ।ଦଧି ଘୃତ ଅଧାମ ଯେ କର ହୋ ବୋଇଲେ ॥
।୫।ସେ ସାରଦା ଦେବୀଠାରୁଂ ତିନି ପୁତ୍ର ଜାତ ।ବସୁଦେବ ବୋଲିଣ ତାହାର ଜ୍ୟେଷ୍ଠ ସୁତ ॥
।୬।ଅର୍କଦେବ ବୋଲିଣ ମଧ୍ୟମ ସୁତ କହି ।କନିଷ୍ଠ ପୁତ୍ରର ନାମ ଚିତ୍ରଦେବ ହୋଇ ॥
।୭।ବସୁଦେବ ନନ୍ଦନ ଯେ ଗୋପପୁରେ ଥିତି ।କେଳିନନ୍ଦ କଳନନ୍ଦ ତାହାଙ୍କର ନାତି ॥
।୮।ଏବେ ସାବଧାନେ ଶୁଣ କହିବି ମୁଂ ତୋତେ ।ମଥୁରାପୁରେ ରହିଲେ ଅର୍କଦେବ ସୁତେ ॥
।୯।ମହୀଘୋଷ ବିଦ୍ୟୁଘୋଷ ସୁଘୋଷ ତ୍ରିମୁର୍ତ୍ତି ।ଏହି ସିନା ଅଟନ୍ତି ଯେ ଅର୍କଦେବ ନାତି ॥
।୧୦।ଚିତ୍ରଦେବଙ୍କ ନନ୍ଦନ ତିନିଗୋଟି ଜାଣ ।ମହାବିଦ୍ୟୁ ବୋଲିଣ ଯେ ଜ୍ୟେଷ୍ଠପୁତ୍ର ନାମ ।।୧୧।ଚନ୍ଦ୍ରଦେବ ବୋଲିଣ କନିଷ୍ଠ ପୁତ୍ର କହି ।ଗୋପାଳ ଜନମ କଥା ଏମନ୍ତ ଅଟଇ ॥
।୧୨।ଉର୍ଦ୍ଧ୍ୱଦେବ ବୋଲିଣ ଯେ ନାମ ତାର ସ୍ଥିତି ।ଏହୁ ତିନି ଅଟନ୍ତି ଯେ ଚିତ୍ରଦେବ ନାତି ॥
।୧୩।ଆମ୍ଭ ଇଷ୍ଟ ଦେବତା ଅଟନ୍ତି ନିରାକାର ।ଶିରରେ କାଟିଲେ ହୋ ତିଳକ ତିନି ଗାର ॥
।୧୪।କୃଷ୍ଣ ଯେତେବେଳେ ଗୋପେ ଜନମ ହୋଇଲେ ।ବ୍ରହ୍ମା ଅନୁଗ୍ରହ କରି ବଂଶୀ ଦାନ କଲେ ॥
।୧୫।ସତ୍ୟଯୁଗେ ଶ୍ୱେତ ରାଜା ଯଜ୍ଞ କରୁଥିଲେ ।ତହିଂରୁ ଯେ ବେଣୁ ବୃକ୍ଷ ଗୋଟି ଯାତ କଲେ ॥
।୧୬।ସାତ ପବ ହେତୁ ତାକୁ କଲେ ଖଣ୍ଡ ଖଣ୍ଡ ।ଖଣ୍ଡିଏ ବଂଶୀ ହୋଇଲା ଧନୁ ଛଡ଼ଖଣ୍ଡ ॥
।୧୭।ପିନାକୀ ସାରଙ୍ଗ ହୋଇ କୋଦଣ୍ଡ ଗାଣ୍ଡୀବ ।ବଇଷ୍ଣବୀ ଅଜଗବ ଛଗୋଟି ଜାଣିବ ॥
।୧୮।ଶେଷ ପବ ଖଣ୍ଡି ବଂଶୀ କଲେ ବେଦବର ।ସପ୍ତ ରନ୍ଧ୍ର କଲେ ବସାଇଣ ସପ୍ତ ସୁର ॥
।୧୯।ପ୍ରଥମ ରନ୍ଧ୍ରେ ବାଜିଲେ ରାଧା ନାମ ଉଠେ ।ଦ୍ୱିତୀୟ ରନ୍ଧ୍ରେ ବାଜିଲେ ନୀପ ଫୁଲ ଫୁଟେ ॥
।୨୦।ତୃତୀୟ ରନ୍ଧ୍ରେ ବାଜିଲେ ପାଷାଣ ମିଳାଏ ।ଚତୁର୍ଥ ରନ୍ଧ୍ରେ ବାଜିଲେ ଧେନୁ ତୃଣ ଖାଏ ।।୨୧।ପଞ୍ଚମ ରନ୍ଧ୍ରେ ବାଜିଲେ ଯମୁନା ସ୍ଥକିତ ।ଛଡ଼ ରନ୍ଧ୍ରେ ଶୁଷ୍କ ତରୁ ହୋଏ ପଲ୍ଲବିତ ॥
।୨୨।ସପ୍ତମ ରନ୍ଧ୍ରରେ ପରିବ୍ରତା ମତି ହରେ ।ବଂଶୀନାଦ ଶୁଣି ବିମୋହିତ ତିନି ପୁରେ ॥
।୨୩।ଏ ବଂଶୀ ଘେନିଣ ଗୋଗୋଷ୍ଠକୁ ଯାଉ ନିତି ।ଶିଙ୍ଗା ଦେଲେ ମହାଦେବ ଛଡ଼କ୍ଷରେ ମନ୍ତ୍ରି ॥
।୨୪।ସତ୍ୟଯୁଗେ ଶଙ୍ଖାସୁର ବେଦ ଚୋରାଇଲା ।ତାହା ଜାଣି ବିଶ୍ୱକର୍ତ୍ତାଙ୍କର କୋପ ହେଲା ।।୨୫।ଶଙ୍ଖାସୁର ବଧି ହରି ବେଦ ଉଦ୍ଧାରିଲେ ।ସେହି ଶଙ୍ଖ ଗୋଟି ଆମ୍ଭ କରେ ସମର୍ପିଲେ ॥
।୨୬।କାଛେଟା ଦେଲେ ପାର୍ବତୀ ଗଣେଶ ଘାଗୁଡ଼ି ।ମହାଦେବ ଦେଲେ ଯେ ଆମ୍ଭକୁ ଲମ୍ବବାଡ଼ି ॥
।୨୭।ଶିକା ବାଉଙ୍ଗା ସାବିତ୍ରୀ ଦେଲେ ତୋଷହୋଇ ।ମଙ୍ଗଳ ନିମନ୍ତେ ଜାମୁଡ଼ାଳ ଥାଉ ବହି ॥
।୨୮।ବାରଗୁଣେ ଖେଳୁଂ ଆମ୍ଭେ ଷୋଳଗୁଣେ ନୃତ୍ୟ ।ଗୋଷ୍ଠିରେ ବସିଲେ ଚିନ୍ତୁ ଶ୍ରୀଗୋପାଳ ମନ୍ତ୍ର ॥
।୨୯।ଯେତେବେଳେ ଅନୁକୂଳ ଆମ୍ଭେମାନେ କରୁ ।ଦଧିବାମନ ନାମକୁ ହୃଦରେ ସୁମରୁ ॥
।୩୦।ଚଇତନ ମନ୍ତ୍ରେ ଆମ୍ଭେ କରୁ ନୃତ୍ୟରଙ୍ଗ ।କୃଷ୍ଣ ମନ୍ତ୍ର ଚିନ୍ତିଣ ହୋଇଛୁ ଏକ ସଙ୍ଗ ॥
।୩୧।ଯେଉଂ ଭାଣ୍ଡେ ଗୋ-ଦୋହନ କରୁ ଆମ୍ଭେମାନେ ।ସେ ଭାଣ୍ଡ ଚରିତ ଭାଇ ଶୁଣ ଏକ ମନେ ॥
।୩୨।ଯେତେବଳେ କ୍ଷୀର ପୂର୍ଣ୍ଣହେଲା ଏ ଧରଣୀ ।ତେତେବେଳେ ଭାବିଲେ କପିଳ ମହାମୁନି ॥
।୩୩।କ୍ଷୀର ଆୟ ଅର୍ଥେ ହରି କୁରାଳେ କହିଲେ ।କ୍ଷୀରଭାଣ୍ଡ ଗଢିଦିଅ ବୋଲି ଆଜ୍ଞା ଦେଲେ ॥
।୩୪।ଚକ୍ରଯନ୍ତ୍ରେ ବସାଇ ଗଢିଲା ଭାଣ୍ଡ ସେହି ।ଶୁଖାଇଲେ ସମୀର ପୋଡ଼ିଲେ ସ୍ୱାହାସାଇଂ ।।୩୫।ପୋଡ଼ା ଘଡ଼ି ବ୍ରହ୍ମା ପୁତ୍ରକରେ ଆଣିଦେଲେ ।ସେହି ଘଡ଼ି ଘେନି ଆମ୍ଭେ ଦୁହିଂଲୁ ସକଳେ ॥
।୩୬।ପଚାରିଥିଲ ଯେ ଧୁଆ ଅଧୁଆ ଚରିତ ।ସବୁ ଧୁଆ ଅଧୁଆଟି ଯେବଣ ପଦାର୍ଥ ॥
।୩୭।ଗୁହାଳ ଗୁହାଳ ତାଟି ଗୋବର ଟୋକାଇ ।ଏ ତିନି ପଦାର୍ଥ କେବେ ଧୁଆ ହୁଏ ନାହିଂ ॥
।୩୮।ଏ ତିନି ପଦାର୍ଥ ଯେବେ ହୁଅନ୍ତା ଧଉତ ।ଗୋପାଳମାନଙ୍କ ପଦ ହୁଅନ୍ତା ନିପାତ ॥
।୩୯।ଯେତେ ଯେତେ ଭାବେ କରିଥିଲ ପ୍ରଶ୍ନମାନ ।ଆସୁ ବା ନ ଆସୁ ତାହା କରିଲ ପୂରଣ ॥
।୪୦।କହଇ ଅଚ୍ୟୁତାନନ୍ଦ ଯୋଡ଼ି ବେନିକର ।ଅପରାଧ କ୍ଷମାକର ଜଗତ ଠାକୁର ॥
।୪୧।ଓଗାଳ – ୩ଶୁଣ ହେ ଗୋପାଳ ଭାଇମାନେ ଏକମନେ ।ପଚାରୁଛି କଥାୟେ କହିବା ସାବଧାନେ ॥
।୧।ଶ୍ରୀରାଧା ଶ୍ରୀକୃଷ୍ଣ ନାମ କରୁଛ ଗାୟନ ।ରାଧା ମାଇଂ କୃଷ୍ଣ ଯେ ଭଣଜା ସର୍ବେ ଜାଣ ।।୨।କେଉଂ ପ୍ରକାରେ ତାଙ୍କର ପୀରତି ହୋଇଲା ।ପୂର୍ବେ ତାଙ୍କୁ କେଉଂ ଦେବ ବର ଦେଇଥିଲା ॥
।୩।ଚନ୍ଦ୍ରସେଣା ରାଧିକାଙ୍କୁ ବିଭା ହୋଇଥିଲା ।କେଉଂ ଯୋଗେ ତାହା ସଙ୍ଗେ ସୁରତି ନୋହିଲା ॥
।୪।କି କାରଣେ ଚନ୍ଦ୍ରସେଣା ନପୁଂସକ ହେଲା ।ପୂର୍ବେ କେଉଂ ଯୋଗେ କିଏ ଶାପ ଦେଇଥିଲା ॥
।୫।ପୂର୍ବେ ରାଧିକାଙ୍କ ନାମ କିସ ହୋଇଥିଲା ।ଶାପ ବେଳେ ଚନ୍ଦ୍ରସେଣା ନାମ କିସ ଥିଲା ॥
।୬।ଏହାର ବୁତ୍ତାନ୍ତ ଯେବେ ନ କହିବ ଭାଇ ।ଗୋପାଳ କୁଳରେ ବୃଥା ଅଛ ଜନ୍ମ ହୋଇ ॥
।୭।କହଇ ଅଚ୍ୟୁତାନନ୍ଦ ଯୋଡ଼ି ବେନିକର ।ଏ ସଙ୍କଟୁ ପାରିକର ଦେବ ଚକ୍ରଧର ॥
।୮।ଉତ୍ତାରଶୁଣ ହୋ ଗୋପାଳ ଭାଇ ମନକର୍ଣ୍ଣ ଦେଇ ।ପଚାରବା କଥାଗୋଟି କହୁଛି ବୁଝାଇ ॥
।୧।ସତ୍ୟଯୁଗେ ମନୁ ଋଷି ମହାତପୀ ଥିଲେ ।ଦିବ୍ୟରୂପା ନୀଳସେନୀ କନ୍ୟା ଜନ୍ମ ହେଲେ ॥
।୨।ବିଷ୍ଣୁଙ୍କୁ ବରିବେ ବୋଲି ମନେ ବିଚାରିଲେ ।ବିଷ୍ଣୁଙ୍କ ନିମନ୍ତେ କନ୍ୟା ତପରେ ବସିଲେ ॥
।୩।ଏହରୂପେ ବାଳକାଳ ବିତିଣ ଯେ ଗଲା ।ଷୋଡ଼ଶ ବୟେସ ଆସି ଉପସ୍ଥିତ ହେଲା ॥
।୪।ତାହାଙ୍କୁ ଦେଖିଣ ମନୁ ଋଷି ଲୋଭ କଲା ।କି ପ୍ରକାରେ ଏହାଙ୍କୁ ମୁ ଲଭିବି ପାଞ୍ଚିଲା ॥
।୫।ଏକ ଦିନେ ମନୁ ଋଷି ମଦନ ଆକୁଳେ ।କନ୍ୟାର ସମୀପେ ଯାଇ ପ୍ରବେଶ ହୋଇଲେ ॥
।୬।ବୋଇଲେ ସୁନ୍ଦରୀ କିମ୍ପା ଏକା ଅଛୁ ବସି ।ତୋ ନବଯୈାବନ ମୋତେ ଦିଅ ଶୁଭ୍ରକେଶୀ ॥
।୭।ଋଷିର ଏମନ୍ତ ବାକ୍ୟ କନ୍ୟା ଯେ ଶୁଣିଲେ ।ଏସନ ବଚନ ତୁମ୍ଭେ ନ ବୋଲ ବୋଇଲେ ॥
।୮।ବିଷ୍ଣୁଙ୍କୁ ପାଇବା ପାଇଁ କରୁଅଛି ତପ ।କି କାରଣେ ଏ ବଚନ ବୋଲ ମୋର ବାପ ॥
।୯।ଏମନ୍ତ ବଚନ କନ୍ୟା ଯହୁଂ ସେ ବୋଇଲା ।ବଳାତ୍କାରେ ରମିବାକୁ ଋଷି ବିଚାରିଲା ॥
।୧୦।ଋଷିଙ୍କର ମନ ଜାଣି ଦେବ ନାରାୟଣ ।ଗଙ୍ଗାତୀରେ ପ୍ରବେଶ ହୋଇଲେ ତତକ୍ଷଣ ॥
।୧୧।ନାରାୟଣେ ଦେଖି ଋଷି ଲଜ୍ଜିତ ହୋଇଲେ ।ମଥା ତଳକରି ଉଭା ହୋଇଣ ରହିଲେ ॥
।୧୨।ନାରାୟଣ ବୋଇଲେ ହୋ ଶୁଣ ମନୁ ଋଷି ।ଯେଉଂ କାରଣୁଂ ଉଭା ହୋଇଅଛ ଆସି ॥
।୧୩।ନୀଳସେନୀ କନ୍ୟାଠାରେ ଲୋଭ ଯେ ବଳିଲା ।ତାହାର ବୃତ୍ତାନ୍ତ ଆମ୍ଭେ କହୁଅଛୁ ଭଲା ॥
।୧୪।ଦ୍ୱାପର ଯୁଗରେ ତୁମ୍ଭେ ଗୋପେ ଜନ୍ମ ହେବ ।ନପୁଂସକ ଭାବେ ଚନ୍ଦ୍ରସେଣା ବୋଲାଇବ ॥
।୧୫।ନୀଳସେନୀ ବୃଷଭାନୁ ଘରେ ଜନ୍ମ ହେବେ ।ଗୋପପୁରେ ନାମ ତାଙ୍କ ରାଧା ବୋଲାଇବେ ॥
।୧୬।ତୁମ୍ଭେ ରାଧା ହାତ ଧରି ବିବାହ କରିବ ।ଅନ୍ନ ବ୍ୟଞ୍ଜନ ପରଶା ତୁମ୍ଭେ ହିଂ ଭୁଞ୍ଜିବ ॥
।୧୭।ତାହାଙ୍କ ସଙ୍ଗେ ତୁମ୍ଭର ଶୃଙ୍ଗାର ନୋହିବ ।କି ମାତ୍ର ତାଙ୍କରି ରୂପ ନେତ୍ରେ ଦେଖୁଥିବ ॥
।୧୮।ସେକାଳେ ମଥୁରା ପୁରେ ଆମ୍ଭେ ଜନ୍ମ ହେବୁଂ ।କଂସ ଯୋଗୁଂ ନନ୍ଦଘରେ ଯାଇଂଣ ରହିବୁ ॥
।୧୯।ରାଧା ସଙ୍ଗେ କୁଞ୍ଜବନେ କରିବୁ ପୀରତି ।ଏହା କହି ଅନ୍ତର୍ଦ୍ଧାନ ହୋଇଲେ ଶ୍ରୀପତି ॥
।୨୦।ନୀଳସେନୀ ତହୁଂ ଗଙ୍ଗାଜଳେ ଝାସ ଦେଲା ।ସେହି କନ୍ୟା ବୃଷଭାନୁ ଦୁହିତା ହୋଇଲା ॥
।୨୧।ରାଧିକା ନାମ ସଂସାରେ ହୋଇଲା ପ୍ରକଟ ।ଯାହା ପଚାରିଲ ତାହା କହିଦେଲି ପାଠ ॥
।୨୨।ହେଲା ନ ହେଲାକୁ ଦୋଷ ନ ଧରିବ କିଛି ।ଗୋପାଳଙ୍କ ହିତରେ ଯେ ଭଣିଲେ ଅଚ୍ୟୁତି ॥
।୨୩।ଓଗାଳ – ୪ଶୁଣ ଶୁଣ ଭାଇମାନେ କହୁଅଛି ମୁହିଂ ।ପଚାରିବା କଥା ଗୋଟି କହିବ ବୁଝାଇ ॥
।୧।ବିଷମ କଥାଟି ଏହା ପଚାରୁଛି ତୋତେ ।ଜାଣିଥିଲେ ବୁଝାଇଣ କହିଦେବ ମୋତେ ॥
।୨।ଜଗତର କରତା ଅଟନ୍ତି ନାରାୟଣ ।କାହିଂପାଇଂ ବନ୍ଦୀଘରେ ଜାତ ହେଲେ ପୁଣ ॥
।୩।ଦେବକୀ ବସୁଦେବ କେଉଂ ପାପ ଥିଲା ।କିମ୍ପାଇଂ ତାହାଙ୍କ ପାଦେ ଶାଙ୍ଖୋଳୀ ଲାଗିଲା ॥
।୪।ଶରୀରେ ଜଞ୍ଜିର ସପ୍ତମୁଠା କଂସ ଦେଲା ।ଏ କଥାକୁ ମୋର ମନେ ସଂଶୟ ହୋଇଲା ॥
।୫।ପୂର୍ବ ଜନ୍ମେ କଂସାସୁର କିଏ ଥିଲା ଭାଇ ।ରାକ୍ଷସ ଔରସୁଂ ଜନ୍ମ ହୋଇଲା କିମ୍ପାଇଂ ॥
।୬।କେଉଂ ଦେବତା ତାହାକୁ ବର ଦେଇଥିଲା ।ସର୍ବ ଅମରଙ୍କୁ ନେଇ ପାଦେ ଖଟାଇଲା ॥
।୭।କେଉଂ ନନ୍ଦଘରେ କୃଷ୍ଣ ବଢିଲେକ ଯାଇଂ ।ଗୋପପୁରେ କେତେ ନନ୍ଦ ଥିଲେକ ହେ ଭାଇ ॥
।୮।ଗୋପକୁ ମଥୁରାପୁର ଅଟେ କେତେ ଯୁଣ ।ତହିଂ ମଧ୍ୟେ କେତେ ଯୁଣ ଅଟେ ବୃନ୍ଦାବନ ॥
।୯।ଏଥିର ଚରିତ ମୋତେ କହିଦେବ ଭାଇ ।ଗୋପାଳଙ୍କ ହିତେ ଏହା ଅଚ୍ୟୁତି କହଇ ॥
।୧୦।ଉତ୍ତାରଶୁଣ ଶୁଣ ଭାଇମାନେ ମନକର୍ଣ୍ଣ ଦେଇ ।ପଚାରିବା କଥା ଗୋଟି କହୁଛି ବୁଝାଇ ॥
।୧।ସଦଗୁରୁ ସେବିଥିଲେ ହେଜିବ ଏ କଥା ।ଅନ୍ଧାର ଘରରେ ଭାଇ ଜଳିବ ବଇଠା ॥
।୨।ଦ୍ୱାପର ଯୁଗ ଚରିତ ପଚାରୁଛ ଯାହା ।ସଂଶୟ ଫିଟାଇ ଭାଇ କହୁଛି ମୁଂ ତାହା ॥
।୩।ପୂର୍ବେ ଜନ୍ମେ ବସୁଦେବ କେତୁବ୍ରହ୍ମା ଥିଲେ ।ପତ୍ନିକି ସଙ୍ଗେ ଘେନିଣ ତପସ୍ୟାକୁ ଗଲେ ॥
।୪।ମହୋଦଧି ତୀରେ ଯାଇ ପ୍ରବେଶ ହୋଇଲେ ।କୁଶ ଶୁଖାଇଣ ସେହୁ ତପରେ ବସିଲେ ।।୫।ସେ କୁଶ ଭକ୍ଷିଲା ଆସି ସୁରଭୀର ବଳା ।ତପସ୍ୟାରୁ ଉଠି ବ୍ରହ୍ମା ତାହାକୁ ବାନ୍ଧିଲା ॥
।୬।ବତ୍ସାର ବନ୍ଧନ ଜାଣି ସୁରଭୀ କୋପିଲା ।ପତିପତ୍ନୀ ଦୁହିଂଙ୍କୁ ସେ ଅଭିଶାପ ଦେଲା ॥
।୭।ବୋଇଲା ମୋ ବତ୍ସାକୁ ବାନ୍ଧିଛୁ ମାଡ଼ ମାରି ।ଦ୍ୱାପର ଯୁଗରେ ତୁମ୍ଭେ ହୋଅ ସେହିପରି ॥
।୮।ନାମ ବହିଥିବ ଯେ ଦେବକୀ ବସୁଦେବ ।ଅସୁର ଭବନେ ତୁମ୍ଭେ ବନ୍ଧନେ ପଡ଼ିବ ॥
।୯।ଶୁଣି ଏହା କେତୁବ୍ରହ୍ମା ମାଗିଲେ ମୁକତି ।ତହୁଂ ସୁରଭୀ କହଇ ଶାନ୍ତ କରି ମତି ॥
।୧୦।ବୋଇଲେ ତୁମ୍ଭଠାରୁ ଯେ ବିଷ୍ଣୁଜନ୍ମ ହେବେ ।ବନ୍ଧନ ଦୁଃଖରୁ ସେ ତୁମ୍ଭଙ୍କୁ ଉଦ୍ଧାରିବେ ॥
।୧୧।ଏହି ବର ଘେନି କଂସ ବନ୍ଦୀଘରେ ଜାଣ ।ମାତା ପିତା ଉଦ୍ଧାରଣେ ଜନ୍ମ ନାରାୟଣ ॥
।୧୨।ତ୍ରେତୟାରେ ରାମଚନ୍ଦ୍ର ରାବଣ ମାଇଲେ ।ବ୍ରହ୍ମହତ୍ୟା ଦୋଷ ତାଙ୍କୁ ଦେବତାଏ ଦେଲେ ॥
।୧୩।ରାମଙ୍କ କ୍ରୋଧରୁ ପୁରୁଷେକ ହେଲା ଜାତ ।ଆଜ୍ଞା ଦେଲେ ଦେବତାଙ୍କୁ ଭକ୍ଷ ହୋ ତୁରିତ ॥
।୧୪।ସେ ପୁରୁଷ ଗୋଡ଼ାଇଲା ଦେବତାମାନଙ୍କୁ ।ଶରଣ ମାଗିଲେ ଦେବେ ଶ୍ରୀ ସଦାଶିବଙ୍କୁ ॥
।୧୫।କ୍ରୋଧ ପୁରୁଷଙ୍କୁ ଦେଖି ବୋଲନ୍ତି ମହେଶ ।ଦେବଙ୍କୁ ନ ଭକ୍ଷ ତୁହି ହୋ କ୍ରୋଧ ପୁରୁଷ ॥
।୧୬।ଦ୍ୱାପର ଯୁଗରେ କଂସ ହୁଅ ତୁହି ଯାଇଂ ।ଦେବତାମାନଙ୍କୁ ପଦେ ଖଟାଇବୁ ନେଇ ॥
।୧୭।ଅସୁର ବୀର୍ଯ୍ୟରୁ ତୁହି ହୋଇବୁ ଜନମ ।ମୋକ୍ଷ ମାଗନ୍ତେ ବୋଇଲେ ଦେବ ତ୍ରିଲୋଚନ ॥
।୧୮।ଶ୍ରୀକୃଷ୍ଣଙ୍କୁ ନେତ୍ରେ ଦେଖି ଜୀବନ ହାରିବୁ ।ଅନ୍ତକାଳେ ଯାଇ ବଇକୁଣ୍ଠରେ ବସିବୁ ॥
।୧୯।କଂସାସୁର ପୂର୍ବଜନ୍ମ କଥା କହିଲଇଂ ।ଗୋପର ବାରତା ଏବେ କହୁଛି ବୁଝାଇ ॥
।୨୦।ଗୋପରେ ଦ୍ୱାଦଶ ନନ୍ଦ ବାସ କରିଥାଇଂ ।ମହାଖୁଡ଼ ନନ୍ଦଘରେ ବଢିଲେ କହ୍ନାଇ ॥
।୨୧।ଗୋପକୁ ମଥୁରାପୁର ଚାରି ଯେ ଯୋଜନ ।ଚଉରାଶି କୋଶସ୍ଥଳ ଅଟେ ବୃନ୍ଦାବନ ॥
।୨୨।ଯାହା ପଚାରିଲ ତାହା କରିଦେଲି ଭାଇ ।ଭ୍ରମ ଥିଲେ ନ ଘେନିମ ଅଚ୍ୟୁତ କହଇ ॥
।୨୩।ଓଗାଳ –୫ଶୁଣ ହେ ସୁଜନ ହଟ ବିବେକ ।ପଚାରୁଅଛି ମୁଂ କଥା ପଦେକ ॥
।୧।ବୃଛମାନଙ୍କର କେଣିକି ମୁହଂ ।ଗୁରୁ ସେବିଥିଲେ ସେକଥା କହ ॥
।୨।ଆହୁରି କଥାଏ ପଚାରୁଅଛି ।ଆଦ୍ୟନାମ ଗୋଟି କହିବା ବାଛି ॥
।୩।ମାଆ ପୁଅ ହେଲେ ଘୁଞ୍ଚି ରହିବ ।ବାପ ପୁଅ ହେଲେ ଏହା କହିବ ॥
।୪।ଏ କଥା କହିବ ସୁଜ୍ଞାନୀ ହେଲେ ।ଅଚ୍ୟୁତାନନ୍ଦ ଏ ରସେ ଭଣିଲେ ॥
।୫।ଉତ୍ତାରଶୁଣ ଶୁଣ ଆହେ ସୁଜନ ଜନ ।ପଚାରିଲ ଯେଉଂ ବୃକ୍ଷ ବିଧାନ ॥
।୧।ପାତାଳେ ତା ପାଦ ଆକାଶେ ଶିର ।ରତ୍ନ ସିଂହାସନେ ଦୃଷ୍ଟି ତାଙ୍କର ॥
।୨।ରତ୍ନ ସିଂହସନ ଦକ୍ଷିଣ ଦିଗେ ।ସୁଜ୍ଞାନ ସୁଚିତ୍ତେ ବିଚାର ଏବେ ॥
।୩।ନାମ ଗୋଟି କିସ ପୁଚ୍ଛିଲ ଭାଇ ।ବିଦ୍ୟାଧାରୀ ବୋଲି ନାମ ଅଟଇ ॥
।୪।ନିୟମ ଦେଇ ଯେ ପୁଚ୍ଛିଲ ଭାଇ ।ଜାଣି ନ ଜାଣି କହିଦେଲି ମୁହିଂ ॥
।୫।ଗୁରୁ ସେବିଥିଲେ ଅଧିକ କହି ।ନୋହିଲେ ବାସେ ତୁନିହୋଇ ରହି ॥
।୬।ଶ୍ରୀଗୁରୁ ଚରଣେ ନିରତେ ଆଶ ।ଭାବରେ ଭଣିଲେ ଅଚ୍ୟୁତ ଦାସ ॥
।୭।ଓଗାଳ – ୬ଯେଉଁ କାଳେ କୃଷ୍ଣଚନ୍ଦ୍ର କଂସ ବନ୍ଦୀ ଘରେ ।ଜନମ ହୋଇଲେ ପ୍ରଭୁ ଘୋର ଅନ୍ଧକାରେ ॥
।୧।ସେବେଳେ ଆଲୋକ ତାଙ୍କୁ କେହୁ ଦେଖାଇଲା ।ହସ୍ତ ପାରି କବାଟ ଶାଙ୍କୋଳି କେ ଫେଇଲା ॥
।୨।ବସୁଦେବ କୃଷ୍ଣଙ୍କୁ ଘେନିଣ ସେହି କାଳେ ।ବାହାରନ୍ତେ ଉଗ୍ରସେନ ଭେଟିଲା ପଥରେ ॥
।୩।ସେତେବେଳେ କେତେ ଘଡ଼ି ରାତ୍ର ହୋଇଥିଲା ।କି ସଙ୍କେତ ପାଇ ତାଙ୍କୁ ପଥ ଛାଡ଼ିଦେଲା ॥
।୪।ତହୁଂ ଯାଇ କୃଷ୍ଣ ନନ୍ଦ ଭୁବନେ ମିଳିଲେ ।କେତେ ଜଣ ଗୋପବାଳୀ ସେ ଠାବରେ ଥିଲେ ॥
।୫।ଏନ୍ତୁଡ଼ି ଥାପିଲା କିଏ କିସ ତାର ନାମ ।କେଉଂଣ ଯୁବତୀ କଲା ନାଭିକୁ ଛେଦନ ॥
।୬।ଏହାର ଉତ୍ତର ଭାଇ କହିବ ଫେଡ଼ିଣ ।ଅଚ୍ୟୁତାନନ୍ଦ କହନ୍ତି ଗୋପାଳ ହିତେଣ ॥
।୭।ଉତ୍ତାରଯେତେବେଳେ କୃଷ୍ଣଚନ୍ଦ୍ର କଂସ ବନ୍ଦୀ ଘରେ ।ଜନମ ହୋଇଲେ ପ୍ରଭୁ ଘୋର ଅନ୍ଧକାରେ ॥
।୧।ତେତେବେଳେ କୃଷ୍ଣ ଅଙ୍ଗୁ ତେଜ ପ୍ରକାଶିଲା ।ଅନ୍ଧକାରକୁ ବିନାଶି ଆଲୋକ ଦିଶିଲା ॥
।୨।ହସ୍ତ ପାଦେ କବାଟେ ଶିକୁଳି ଲାଗୁଥିଲା ।କୃଷ୍ଣ ମହିମାରୁ ସବୁ ମୁକୁଳିଣ ଗଲା ॥
।୩।ରାତ୍ର ନବ ଘଡ଼ିରେ ଯେ ଉଗ୍ରସେନ ଭେଟ ।ଶଙ୍ଖ ଚକ୍ର ରୂପ ଦେଖି ଛାଡ଼ିଦେଲା ବାଟ ॥
।୪।ତଦଅନ୍ତେ କୃଷ୍ଣ ଗୋପେ ମିଳିଲେକ ଯାଇଂ ।ସାତଜଣ ନାରୀ ସେ ଠାବରେ ଥିଲେ ରହି ॥
।୫।ଯୋଗମାୟା ତହିଂ ନାଭି ଛେଦନ କରିଲେ ।ପଞ୍ଚକନ୍ୟା ପଞ୍ଚ ଅଗ୍ନି ନେଇଣ ଥାପିଲେ ‖।୬।ଯାହା ଜଣା ଥିଲା ଅଳପକେ ଦେଲି କହି ।ଅଚ୍ୟୁତାନନ୍ଦ କହନ୍ତି ଶ୍ରୀକୃଷ୍ଣଙ୍କୁ ଧ୍ୟାୟୀ ॥
।୭।ଓଗାଳ –୭ବାମ ଗୋପାଳଙ୍କୁ ଚାହିଂ ସୁଦାମ ଗୋପାଳ ।ହସ ହସ ହୋଇଣ ଯେ ପୁଛ୍ଛନ୍ତି ଓଗାଳ ॥
।୧।ନନ୍ଦ ଯଶୋଦାଙ୍କ କଥା କିଛି ପୁଚ୍ଛିବଇଂ ।ସଂଶୟ ଫେଡ଼ିଣ ମୋତେ କହିବ ବୁଝାଇ ॥
।୨।ପୂର୍ବଜନ୍ମେ ନନ୍ଦ ଯଶୋଦା ଯେ କିଏ ଥିଲେ ।ଶ୍ରୀକୃଷ୍ଣଙ୍କୁ ପୁତ୍ର କରି କିମ୍ପାଇ ପାଳିଲେ ॥
।୩।ଏହି କଥା ବୁଝାଇଣ କହିଦେବ ଭାଇ ।ଗୋପାଳଙ୍କ ହିତରେ ଶ୍ରୀ ଅଚ୍ୟୁତ କହଇ ॥
।୪।ଉତ୍ତାରଏହା ଶୁଣି କହୁଛନ୍ତି ଦାମ ଯେ ଗୋପାଳ ।ଭଲାବେଳେ ଭାଇ ତୁମ୍ଭେ ପୁଚ୍ଛିଲ ଓଗାଳ ॥
।୧।ଏ ବଡ଼ ବିଷମ କଥା କହିବାକୁ ମୋର ।ଶକ୍ତି କାହୁଂ ହେବ ମୋର ମାତ୍ର ଶ୍ରୀଗୁରୁ କୃପାର ॥
।୨।ଯାହା ଜଣାଅଛି ତାହା କହିଦେବି ଭାଇ ।ହେଲା ନ ହେଲାକୁ ଦୋଷ ନ ଧରିବ କେହି ॥
।୩।ତ୍ରେତୟା ଯୁଗରେ ଥିଲା ସୁବାହୁ ଗୋପାଳ ।କ୍ଷୀର ଭେଟଦେଇ ରାମଙ୍କୁ ମାଗିଲାକ ବର ॥
।୪।ତା ଭକ୍ତିରେ ତୋଷହୋଇ ବୋଇଲେ ଶ୍ର୍ରୀରାମ ।ତୁମ୍ଭ ଆମ୍ଭ ଭେଟ ହେବ ଦ୍ୱାପର ଯୁଗେଣ ॥
।୫।ନନ୍ଦ ଯଶୋଦା ରୂପରେ ତୁମ୍ଭେ ଗୋପପୁରେ ।ବିହରଣ କରୁଥିବ ଦୁଃଖିତ ମନରେ ॥
।୬।ପୁତ୍ର ଦୁହିତା ତୁମ୍ଭର ନଥିବ ସେକାଳେ ।ଆମ୍ଭେ ଯାଇଣ ବଢିବୁ ଯେ ତୁମ୍ଭରି କୋଳେ ।ରହି ନାନା କ୍ରିଡ଼ା କଲେ ଅସୁରଙ୍କ ଛଳେ ॥
।୭।ଯାହା ପଚାରିଲ ଭାଇ କହିଦେଲି ତାହା ।ଅଚ୍ୟୁତାନନ୍ଦଙ୍କୁ ସାହା ଜଗୁଜନ ନାହା ॥
।୮।ଓଗାଳ – ୮ଶୁଣ ହେ ସୁଜ୍ଞାନୀ ଜନେ ପଚାରୁଛି ମୁହିଂ ।କେଉଂ ଗୋସାଇଂଙ୍କ ଦୀକ୍ଷା କରିଅଛ ଭାଇ ॥
।୧।କେଉଂ ମନ୍ତ୍ର ଜପି ତୁମ୍ଭେ କେଉଂ ଶାସ୍ତ ପଢି ।କେଉଂ ତୀର୍ଥେ ସ୍ନାନ କରି କାହାକୁ ସୁମରି ॥
।୨।ବେଶ ଯେ ଭୂଷଣ କାହିଂ ପଖାଳିଲ ଭାଇ ।ଏଥିର ବୃତ୍ତାନ୍ତ ସବୁ କହିଦେବ ଫେଇ ॥
।୩।ଗୋ –ବତ୍ସା ରଖିଲ ତୁମ୍ଭେ କାହା ଆଜ୍ଞା ପାଇ ।ଦାସ ନାମ କାହୁଂ ହେଲା କହିବା ବୁଝାଇ ॥
।୪।ସଦଗୁରୁ ସେବି ଯେବେ ପାଇଥିବ ଜ୍ଞାନ ।ଅଚ୍ୟୁତ କହନ୍ତି ତେବେ କହ ବ୍ରହ୍ମଜ୍ଞାନ ॥
।୫।ଉତ୍ତାରଯାହା ପଚାରିଲ ଶୁଣ ସାବଧାନ ହୋଇ ।ଅମନ ମନ୍ଦିରେ ମନୁ ରାଜା ଥିଲେ ରହି ॥
।୧।ତାଙ୍କଠାରୁ ଶିକ୍ଷା ଆମ୍ଭେ ପାଇଅଛୁ କହି ।ସାବଧାନ ହୋଇ ବସ ଦେଉଅଛି କହି ॥
।୨।ତ୍ରିବେଣୀ ତିହୁଡ଼ି ପରେ ଆକାଶ ଗଙ୍ଗ ଥାଇ ।ସେହି ଜଳେ ସ୍ନାନ କଲୁ ନାନା ରଙ୍ଗା ହୋଇ ॥
।୩।ଗଙ୍ଗା ତିନିଧାର ହୋଇ ଯାଉଅଛି ବହି ।ସେହି ଜଳେ ଦେଶ ଦେହ ଶୁଦ୍ଧ ଯେ ହୋଅଇ ॥
।୪।ତ୍ରିବେଣୀ ତିହୁଡ଼ି ପରେ ଅଛି ବନଭୂଇଂ ।ଅନନ୍ତଙ୍କ ଆଜ୍ଞା ପାଇ ବତ୍ସା ଯେ ଚରାଇ ॥
।୫।ଶୂନ୍ୟ ମନ୍ଦିରରେ ଯେଉଂ ଚାରି ପୁଷ୍ପ ଥିଲା ।ଅନୁମତି ପାଇଣ ସେ ସୁଧା ବରଷିଲା ॥
।୬।ସେ ସୁଧା ପଡ଼ିଲା ପ୍ରେମରୂପାଙ୍କ ପାରୁଶ ।ତେଣୁକରି ଭାଇ ଆମ୍ଭେ ବୋଲାଇଲୁଂ ଦାସ ।।୭।ଅଭେଦରେ ଥିଲ ଏବେ ପାଇଲ ଯେ ଭେଦ ।ଅଚ୍ୟୁତ କହନ୍ତି ଏବେ ସେବ ପଦ୍ମପାଦ ॥
।୮।ଓଗାଳ – ୯ସାଥି ହୋଇ ଆସିଅଛ ଆହେ ଗୋପସୁତ ।ପଚାରୁଛି ଯେଉଂ କଥା କହିବ ତ୍ୱରିତ ॥
।୧।ମୟୁର ପୁଚ୍ଛ ଚନ୍ଦ୍ରିକା ଚୂଳ କାହିଂପାଇଂ ।ଶିରେଣ ବାନ୍ଧିଲେ କୃଷ୍ଣ କହିବ ବୁଝାଇ ॥
।୨।ଆଉ କେତେ ପଦ ଦାସ ପଚାରୁଛି ଶୁଣ ।ଗୋପ ନଗରର କଥା କହିବ ପ୍ରମାଣ ॥
।୩।ପ୍ରଥମରେ କାହିଂପାଇଂ ଧୂଆଂ ବନ୍ଦାଇଲ ।କେଉଂ ଦେବତାଙ୍କୁ ନେଇ ଗୁପତେ ଥାପିଲ ॥
।୪।ଫଗୁଣରେ ଫଗୁଦୋଳ ହେଲା କାହିଂପାଇ ।ଚଉଦୋଳେ ବିଜେକଲେ ରାଧାକୃଷ୍ଣ ଯାଇଂ ॥
।୫।କାହିଂପାଇଂ କୃଷ୍ଣ ଦୋଳଗୋବିନ୍ଦ ହୋଇଲେ ।ଅଚ୍ୟୁତ କହନ୍ତି କହ ଗୁରୁ ସେବିଥିଲେ ॥
।୬।ଉତ୍ତାରଶୁଣ ପଚାରିଲ ଯାହା କହୁଛି ବୁଝାଇ ।ଜାଣିଲି ତୋହାର ଠାରେ ଟିକେ ଜ୍ଞାନ ନାହିଂ ॥
।୧।ଯେଉଂ ମୟୁର ଚନ୍ଦିକା କୃଷ୍ଣ ଶିରେ ଅଛି ।ଶ୍ରୀରାଧାଙ୍କ ନାମ ତହିଂ ମଧ୍ୟେ ଲେଖା ଅଛି ॥
।୨।ଶୁଣ ଲଉଡ଼ିଆ ଭାଇ କହୁଛି ଉତ୍ତର ।ପୂର୍ବେ ଜନ୍ମେ ରାଧିକା ଯେ ମାଗିଥିଲେ ବର ॥
।୩।ଫଗୁଣ ମାସେ ତପସ୍ୟା ହୋଇଲାକ ପୂର୍ଣ୍ଣ ।ପୁଷ୍ପମାନେ ବିକଶି ଦିଶନ୍ତି ରଙ୍ଗ ବର୍ଣ୍ଣ ॥
।୪।ଚନ୍ଦମୁଖୀ ବୋଇଲେ ଶୁଣ ହେ ନାରାୟଣ ।ଦ୍ୱାପରେ ଯାହା ହୋଇବ କହିଲେ ଆପଣ ॥
।୫।ଯେତେବେଳେ ଆମ୍ଭେ ଗୋପପୁରେ ରହିଥିବା ।କହୁଅଛ ବୃନ୍ଦାବନେ କେଳି ଆଚରିବା ॥
।୬।ଏଣୁ ଫଗୁଣରେ ଦୋଳଗୋବିନ୍ଦ ବୋଲାଇ ।ଫଗୁ ଖେଳୁଥିବା ଆମ୍ଭେ ଚଉଦୋଳେ ରହି ॥
।୭।ଶ୍ରୀହରି କହିଲେ ଭଲା କହିଲ ସଙ୍ଗାତ ।ଏହି କଥାରେ ଆମ୍ଭର ହେଲା ସନମତ ॥
।୮।ପୂର୍ବର ଏହି ଘଟଣା ଥିବାରୁ ଯେ ପୁଣ ।ଦୋଳଗୋବିନ୍ଦ ହୋଇଲେ ନରନାରାୟଣ ॥
।୯।ପୂର୍ବରେ ଗୋମତୀ ଧୂଆଂ ବନ୍ଦାଇଣ ଥିଲେ ।ତେଣୁ ଯେ ଗୋପାଳେ ସେହି କଥା ଆଚରିଲେ ॥
।୧୦।ଗୋଧନ ବଢିବା ଲାଗି କଲେକ ଗୋମତୀ ।ଗେପାଳଙ୍କ ହିତେ ଏହା ଅଚ୍ୟୁତ କହନ୍ତି ॥
।୧୧।ଓଗାଳ–୧୦ବଂଶୀ ଚୋରୀଶୁଣ ସର୍ବେ ଦାସ ଭାଇ ଡ଼େରି ଶ୍ରୁତିପଥ ।ଯାହା ଯେ କହିଲ ଭାଇ କହ୍ନାଇ ଚରିତ ॥
।୧।ଆଉ ଏକ ଦିନ କଥା ପଡ଼ିଅଛି ମନ ।ଭାଇମାନେ କହିଦେବ ତହିଂର ବିଧାନ ॥
।୨।ଏକଦିନେ ଶ୍ରୀକୃଷ୍ଣ ମୁରଲୀ ଧରି କରେ ।ପ୍ରବେଶ ହୋଇଲେ ଯାଇ ଯମୁନାର କୂଳେ ॥
।୩।ଯମୂନା କୂଳ କାଳିନ୍ଦୀ ପୁର ବୁଲି ବୁଲି ।କଦମ୍ବ ମୂଳକୁ ତହୁଂ ବେଗେ ଗଲେ ଚାଲି ॥
।୪।ଶାନ୍ତ ହୋଇ ବସିଛନ୍ତି ସେ ମୁରଲୀଧର ।ଧୀରେ ଧୀରେ ବହୁଅଛି ମଳୟ ସମୀର ॥
।୫।ନାନା ପୁଷ୍ପ ସୁବାସରେ ପୂରିଅଛି ବନ ।ନିଦ୍ରା ଆସି ଘାରିଲା ଯେ ତାହାଙ୍କ ନୟନ ॥
।୬।ସୀମସ୍ଥାନେ ବଂଶୀ ରଖି ଶୋଇଲେ ଶ୍ରୀହରି ।ଏ ସମୟେ ରାଧିକା ଯେ ଘେନି ସହଚରୀ ॥
।୭।କାଖେ କୁମ୍ଭ ଧରି ଯମୁନାକୁ ଯାଉଥିଲେ ।କଦମ୍ବ ମୂଳରେ ରାଈ କୃଷ୍ଣଙ୍କୁ ଦେଖିଲେ ॥
।୮।ନିଦ୍ରାରେ ଅଚେତ ହୋଇଛନ୍ତି ଯଦୁପତି ।ମୁରଲୀକି ଦେଖି ସର୍ବେ ବିଚାର କରନ୍ତି ॥
।୯।ଏ ବାଉଂଶ ଖଣ୍ଡି ଯୋଗୁଂ ଆମ୍ଭମାନଙ୍କର ।ମହତ ନେଉଅଛି ଏ ନନ୍ଦର କୁମର ॥
।୧୦।କେଉଂପରି ବଂଶୀ ଖଣ୍ଡି ଆଣ ଚୋରିକରି ।ଆଜଠାରୁ କୃଷ୍ଣର ଗାରିମା ଯିବ ସରି ॥
।୧୧।ଏମନ୍ତେ ବିଚାରି ମନେ ଧୀରେ ଧୀରେ ଯାଇଂ ।ସୀମସ୍ଥାନୁଂ ବଂଶୀ ଖଣ୍ଡ ଆଣିଲେ ଚୋରାଇ ॥
।୧୨।ରାଧା କରେ ଧରି ରାଗେ ଅତି ବେଗେ ଯାଇ ।ଯମୁନା ପ୍ରଖର ସ୍ରୋତେ ଦେଲେ ତା ଭସାଇ ॥
।୧୩।ଫିଙ୍ଗିବା ସମୟେ ହସ୍ତ ମୁଦ୍ରିକା ଯାଇଣ ।ଜଳରେ ପଡ଼ନ୍ତେ ମୀନ କରିଲା ଭକ୍ଷଣ ॥
।୧୪।ହସ୍ତେ ମୁଦି ନ ଦେଖିଣ ହୋଇଲେ ଆକୁଳ ।ଶାଶୁ ନଣନ୍ଦ ଦେଖିବେ କରିବେ ଜଞ୍ଜାଳ ॥
।୧୫।ମୁଦ୍ରିକା ଚିନ୍ତାରେ ରାଧା ହୋଇଲେ କାତର ।ଜ୍ଞାନ ହରାଇଣ ପଡ଼ିଲେକ ମହୀ ପର ॥
।୧୬।ଏହା ଦେଖି ସଖୀଗଣ ତାଟକା ହୋଇଲେ ।କି ବୁଦ୍ଧି କରିବା ବୋଲି ଚିତ୍ତେ ବିଚାରିଲେ ॥
।୧୭।ମୁରଲୀ ଯେ ଯମୁନାରେ ଭାସି ଯାଉଥିଲା ।ଏହ ସମୟରେ ଐରାବତ ଯେ ଅଇଲା ॥
।୧୮।ଜଳ ସହିତ ମୁରଲୀ କରିଲା ଭକ୍ଷଣ ।ତୃଷା ଶାନ୍ତକରି ଗଲା ସେ ସ୍ୱର୍ଗ ଭୁବନ ॥
।୧୯।ନିଦ୍ରା ତେଜି ଶ୍ରୀକୃଷ୍ଣ ଯେ ବଂଶୀ ନ ଦେଖିଲେ ।ଏଣେତେଣେ ବହୁକ୍ଷଣ ଅନ୍ବେଷଣ କଲେ ॥
।୨୦।ମଧୁମଙ୍ଗଳାଦି ସଖା ବୃନ୍ଦାବନେ ଥିଲେ ।କାନ୍ଦିଣ ଶ୍ରୀକୃଷ୍ଣ ଯାଇଂ ତାଙ୍କୁ ପଚାରିଲେ ॥
।୨୧।ସେମାନେ ବୋଇଲେ ଆମ୍ଭେ ଦେଖିନାହୁଂ କେହି ।ଶୁଣି ଜ୍ଞାନ ହାରି କୃଷ୍ଣ ପଡ଼ିଲେକ ମହୀ ॥
।୨୨।ସଖାଏ ଭାବିଲେ ଏବେ କି ବୁଦ୍ଧି କରିବା ।କେଉଂଆାଡ଼େ ଯାଇ ଏବେ ମୁରଲୀ ଲୋଡ଼ିବା ॥
।୨୩।ଆହେ ଭାଇମାନେ ରାଧାକୃଷ୍ଣ ମୋହ ହେଲେ ।କେଉଂପରି ଦୁଇଜଣ ଚେତନା ପାଇଲେ ॥
।୨୪।ମୁଦ୍ରିକା ମୁରଲୀ ବେଗେ ଆଣି ଦିଅ ଭାଇ ।ମୁଖ ଶୁଖାଇ ସମସ୍ତେ ବସିଛ କିମ୍ପାଇଂ ॥
।୨୫।ଶିରେ ଶାଢୀ ବାନ୍ଧି ଠିଆ ହୋଇଛ ସଭାରେ ।ନ ଆଣିଲେ ନିଶ୍ଚେ ଦ୍ରୋହୀ ହୋଇବ ପ୍ରଭୁରେ ॥
।୨୬।ଗୁରୁସେବା କରିଥିଲେ ଏଠାରେ କହିବ ।ଅଚ୍ୟୁତ ବୋଲେ ନୋହିଲେ ତୁନି ହୋଇଥିବ ॥
।୨୭।ଉତ୍ତାରଆହେ ଭାଇମାନେ ଯାହା ଆଜ୍ଞା କଲ ମୋତେ ।ଧୀର ହୋଇ ସ୍ଥିରଭାବେ ଶୁଣ ଦିବ୍ୟଚିତ୍ତେ ॥
।୧।ରାଧାକୃଷ୍ଣ ଦଶା ହେଲା ସଂସାରେ ଚହଳ ।ଯୋଗବଳେ ନାରଦ ତା ଜାଣିଲେ ସକଳ ॥
।୨।ରାଧାକୃଷ୍ଣ ପାଶେ ମିଳି ଆଶ୍ୱାସନା କରି ।ତହୁଂ ବେଗେ ଚଳିଗଲେ ବରୁଣଙ୍କ ପୁରୀ ॥
।୩।ଦେଖି ବରୁଣ ରାଜନ ବହୁ ମାନ୍ୟ କଲା ।କି କାରଣେ ମୋ ପୁରକୁ ଅଇଲ ବୋଇଲା ॥
।୪।ନାରଦ ବୋଇଲେ ବଛା ମୁଦି ରାଧାଙ୍କର ।ହାଥୁଂ ଖସି ପଡ଼ିଅଛି ଯମୁନା ନଦୀର ॥
।୫।ବେଗେ ସେ ଅଣାଇ ଦିଅ ହେ ସରିତପତି ।ଶୁଣିଣ ମନେ ବରୁଣ ମତ୍ସ୍ୟଙ୍କର ପତି ॥
।୬।ଆଜ୍ଞା ଦେଲେ ରାଧାଙ୍କର ମୁଦି ଯମୁନାରେ ।ପଡିଅଛି ଖୋଜି ଆଣି ଦିଅ ଧାତିକାରେ ॥
।୭।ଆଜ୍ଞା ପାଇଣ ରାଘବ ମତ୍ସ୍ୟଙ୍କୁ ଡ଼କାଇ ।ବୋଇଲା ଯମୁନା ହୃଦେ କିଏ ଥିଲା ରହି ॥
।୮।ରାଧାଙ୍କର ମୁଦି ତହୁଂ ବେଗେ ଖୋଜି ଆଣ ।ନ ହେଲେ ସକଳେ ଯିବ ଶମନ ସଦନ ॥
।୯।ତହିଂ ମଧ୍ୟେ ଏକ ମୀନ କହଇ ଭୟରେ ।ଆହାର ବୋଲିଣ କ୍ଷେପିଅଛି ମୁଂ ଗର୍ଭରେ ॥
।୧୦।ତକ୍ଷଣେ ଉଦ୍ଗାର କରି ମୁଦ୍ରିକାକୁ ଦେଲା ।ଘେନି ରାଘବ ବରୁଣେ ସମର୍ପଣ କଲା ॥
।୧୧।ବରୁଣ ଆଣି ସତ୍ୱରେ ନାରଦଙ୍କୁ ଦେଲେ ।ମୁଦ୍ରିକା ଘେନି ନାରଦ ଇନ୍ଦ୍ରପୁରେ ଗଲେ ॥
।୧୨।ସୁଧର୍ମା ସଭାରେ ବସିଛନ୍ତି ଶଚୀନାଥ ।ଦେଖି ମାନ୍ୟକରି ବସାଇଲେ ଯେ ତ୍ୱରିତ ॥
।୧୩।ପଚାରିଲେ ଦେବଋଷି କେଣେ ଆଗମନ ।ତାହା ଶୁଣି ନାରଦ ଯେ ବୋଲନ୍ତି ବଚନ ॥
।୧୪।ଶୁଣ ଶଚୀପତି ଗୋପପୁର ସମାଚାର ।ଲୀଳାମୟ କୃଷ୍ଣଙ୍କୁ ସଙ୍କଟୁ କର ପାର ॥
।୧୫।ଯମୁନା ହ୍ରଦକୁ ଐରାବତ ଯାଇଥିଲା ।ଜଳ ସହ ଶ୍ରୀକୃଷ୍ଣଙ୍କ ମୁରଲୀ ଭକ୍ଷିଲା ॥
।୧୬।ତଦନ୍ତ କରିଣ ବେଗେ ଅଣାଇଣ ଦିଅ ।ଶ୍ରୀକୃଷ୍ଣଙ୍କ ପ୍ରାଣ ରଖି ମହାଯଶ ପାଅ ॥
।୧୭।ଶୁଣି ଶଚୀନାଥ ବେଗେ ଐରାବତ ରାଇ ।ବୋଇଲେ ଯମୁନା ହ୍ରଦେ ଯାଇଥିଲୁ ତୁହି ॥
।୧୮।ଜଳ ସହ ଶ୍ରୀକୃଷ୍ଣଙ୍କ ମୁରଲୀ ଭକ୍ଷିଲୁ ।ବେଗେ ଉଦ୍ଗାର କରିଣ ଦିଅ ହୋ ବୋଇଲୁଂ ॥
।୧୯।ଏହା ଶୁଣି ଐରାବତ ତହୁଂ ଉଦ୍ଗାରିଲା ।ଜଳ ସହିତରେ ଖସି ମୁରଲି ପଡ଼ିଲା ॥
।୨୦।ଦେଖି ଦେବରାଜ ବଡ଼ ଆନନ୍ଦ ହୋଇଲେ ।ଅମୃତେ ଧଉତ କରି ନାରଦଙ୍କୁ ଦେଲେ ॥
।୨୧।ମୁରଲୀ ଘେନି ନାରଦ ଗଲେ ବୃନ୍ଦାବନ ।ଯେଉଂ ଠାରେ ପଡ଼ିଛନ୍ତି ଜଗତ ଜୀବନ ॥
।୨୨।ଦେଖି ସମସ୍ତେ ନାରଦେ ବହୁ ପ୍ରଶଂସିଲେ ।ପବନ ବହିବା ଦିଗେ ମୁରଲୀ ରଖିଲେ ॥
।୨୩।ତହିଂରେ ପଶି ସମୀର ହେଲା ମୃଦୁ ସ୍ୱନ ।ଶ୍ରୀକୃଷ୍ଣଙ୍କ କର୍ଣ୍ଣେ ପଶି ପାଇଲେ ଚେତନ ॥
।୨୪।ତତକ୍ଷଣେ ଉଠି କୃଷ୍ଣ ମୁରଲୀ ଦେଖିଲେ ।ପୂର୍ଣ୍ଣ ଅନୁରାଗେ ତୋଳି ଅଧରେ ଚୁମ୍ବିଲେ ॥
।୨୫।ପ୍ରାଣେଶ୍ୱରୀ ରାଧା ନାମେ ବାଇଲେ ସୁସ୍ୱରେ ।ବାଆନ୍ତେ ବାଜିଲା ଯାଇ ରାଧାଙ୍କ କର୍ଣ୍ଣରେ ॥
।୨୬।ଚେତା ପଶନ୍ତେ ଉଠିଲେ ବୃଷଭାନୁ ସୁତା ।ବଛା ମୁଦି ପାଇଂ ହୃଦେ ଅଛି ଗୁରୁ ଚିନ୍ତା ॥
।୨୭।ସଚେତ ଦେଖି ନାରଦ ମୁଦି ତାଙ୍କୁ ଦେଲେ ।ମୁଦ୍ରିକା ପାଇ ରାଧିକା ଆନନ୍ଦ ହୋଇଲେ ॥
।୨୮।ସକଳେ ମିଳି ନାରଦେ ବହୁ ପ୍ରଶଂସିଲେ ।ଯେ ଯାହାର ମନ୍ଦିରକୁ ତହୁଂ ଚଳିଗଲେ ॥
।୨୯।କହିଲି ମୁରଲୀ ଚୋରି ମୁଦ୍ରିକା ହରଣ ।ଦୋଷ ଥିଲେ କ୍ଷମାକର ଅଟେ ମୁଂ ଅଜ୍ଞାନ ॥
।୩୦।ଶ୍ରୀଗୁରୁଙ୍କ ପ୍ରସାଦରୁ କହିଲି ହୋ ଭାଇ ।କହନ୍ତି ଅଚ୍ୟୁତାନନ୍ଦ ଗୁରୁ କଲେ ପାଇ ॥
।୩୧।ଓଗାଳ – ୧୧ଶୁଣ ହେ ଗୋପାଳ ଭାଇ କହିଦେବୁଂ ମୋତେ ।ନିଗମରୁ କଥା ଏକ ପଚାରୁଛି ତୋତେ ॥
।୧।ବୃଷଭାନୁ ଜେମାକୁ ହୋ କିଏ ଦେଲା ମହି ।କେବଣ ପ୍ରକାରେ ସେହୁ କଲେ ଘୋଳଦହି ॥
।୨।ଆରେ ରେ ଗୋପାଳ ଭାଇ ଶୁଣ ମୋର ଗିର ।କେ ଦେଲା ଲଉଡି ତୋତେ କେତେ ଗଣ୍ଠି ତାର ॥
।୩।ସିଦ୍ଧଗୁରୁ ସେବିଥିଲେ କହିବୁ ଏଠାର ।ନ କହିପାରିଲେ ତୁହୋ ସଭାରୁ ବାହାର ॥
।୪।ନୋହିଲେ ଲଉଡ଼ିକି ତୋ ନେବିଟି ଛଡ଼ାଇ ।ସତ୍ୟକରି କହୁଛି ଧର୍ମକୁ ସାକ୍ଷୀ ଦେଇ ॥
।୫।କେଉଂ ନନ୍ଦ ପାଶରେ ଯେ ଅଟେ କେଉଂ ବନ ।କେତେ କୋଶ ଅନ୍ତରେ ଅଛନ୍ତି ସେହି ପୁଣ ॥
।୬।କେଉଂ ବନେ କେଉଂ କୁଞ୍ଜେ କେଡ଼େ ଆୟତନ ।ଆଦ୍ୟ କୁଞ୍ଜ କାହାକୁ ବୋଲନ୍ତି ତପୀଜନ ॥
।୭।କେତେଗୋଟି କୁଞ୍ଜ ସେହି ବୃନ୍ଦାବନେ ଥିଲା ।ଯମୁନାର କେଉଂ ପାଶେ କାଳିନ୍ଦୀ ବହିଲା ॥
।୮।ଯମୁନା ନଦୀଟି ଅଟେ କେତେକ ଗଭୀର ।କେତେ ଯୋଜନରେ ତହିଂ ବହୁଥାଇ ନୀର ॥
।୯।ବୃନ୍ଦାବନେ କେତେ ଯେ କଦମ୍ବ ବୃକ୍ଷ ଥାଇ ।କେଉଂ କଦମ୍ବ ମୂଳରେ ବସନ୍ତି କହ୍ନାଇ ॥
।୧୦।ସୁବର୍ଣ୍ଣ ପୀଢର ମୂଳେ କେତେକ ଯୋଜନ ।କେଉଂ ସ୍ଥାନ ଶ୍ରୀକୃଷ୍ଣଙ୍କ ଅଟେ ନିଜ ଧାମ ॥
।୧୧।ଉତ୍ତର କହିବ ଭାଇ ବୁଝାଇଣ ମୋତେ ।କହନ୍ତି ଅଚ୍ୟୁତାନନ୍ଦ ଗୋପାଳଙ୍କ ହିତେ ॥
।୧୨।ଉତ୍ତାରନିରାକାର ଶ୍ୱେତବିନ୍ଦୁ ଅଟଇ ୟେ ମହୀ ।ଗୋମତୀ ରାଧାଙ୍କୁ ଦେଲେ ଏଥୁ ଆନ ନାହିଂ ॥
।୧।ଚନ୍ଦ୍ର ସୂର୍ଯ୍ୟ ତ୍ରାସେ ରାଧା ବସାଇଲେ ଦହି ।ଆଗେ ଦହି ପଛେ ଦୁଧ କହିଲି ବୁଝାଇ ॥
।୨।ଏଥିରୁ ଯେବେ ଅଧିକ ଜାଣିଥିଲେ କହ ।ନୋହିଲେ ଗୋପାଳ ଭାଇ ତୁନି ହୋଇଯାଅ ॥
।୩।କୃଷ୍ଣର ଲଉଡ଼ି ପାଞ୍ଚ ଗଣ୍ଠି ଚାରି ପବ ।ଧେନୁ ଆକଟନ୍ତି ହରି ବହି ଅନୁରାଗ ॥
।୪।ଏହି କଥାଟିକୁ ଭାଇ ଏଡ଼େ ଟାଣ ପଣ ।ତୁନି ହୋଇ ରହ ଏବେ ମଥାକୁ ପୋତିଣ ॥
।୫।ଦଧିଚି ଋଷି ଯେ ବୃନ୍ଦାବନ ଭିଆଇଲେ ।ଦ୍ୱାଦଶ ବନ ଯେ ତହିଂ ଥାପନା ସେ କଲେ ॥
।୬।ଅଷ୍ଟକୁଞ୍ଜ ଚାରିକୁଣ୍ଡ ସେ ବନେ ପ୍ରମାଣ ।କୋଶକୁ କୋଶ ଅନ୍ତର ଅଟଇ ସେ ପୁଣ ॥
।୭।ମଧୁ କଇଟଭ ତହିଂ ଯାଗ କରିଥିଲା ।ତେଣୁକରି ମଧୁବନ ନାମ ବୋଲାଇଲା ॥
।୮।ବୃନ୍ଦାବନେ ଅଷ୍ଟକୁଞ୍ଜ ଅଟଇ ଯେ ସାର ।ତହିଂ ମଧ୍ୟେ ଚାରିକୁଞ୍ଜ ଅଟଇ ବିସ୍ତାର ॥
।୯।ଅଷ୍ଟକୁଞ୍ଜେ ଅଷ୍ଟସଖୀମାନଙ୍କର ସେବା ।ଆଦ୍ୟେ ନଇବେଦ୍ୟ କୁଞ୍ଜ ଦିଶୁଥାଇ ଶୋଭା ॥
।୧୦।ଏହାର ଉତ୍ତର ଭାଗେ କାଳିନ୍ଦୀ ବହୁଛି ।ଚିଲିକା ପରାୟେ ଯମୁନାରୁ ବାହାରିଛି ॥
।୧୧।ଚଉରାଶି କାଠି ଜଳ ଥାଇ ଯମୁନାରେ ।ପ୍ରତି ଯେ ସମାନ ଦୀର୍ଘ ଅଗୋଚର ନରେ ॥
।୧୨।ସପ୍ତଦଶ କୋଟି ଯେ କଦମ୍ବ ବୃନ୍ଦାବନେ ।କାଳିନ୍ଦୀ କୂଳ କଦମ୍ବ ମୂଳ ସିଂହାସନେ ॥
।୧୩।ବାଦନ କରନ୍ତି ହରି କରେ ବଂଶୀ ଧରି ।ସେ କଦମ୍ବ ତରୁ ମୋଟ ହାଥ ଚଉସ୍ତରୀ ॥
।୧୪।ଚଉଦିଗେ ସୁବର୍ଣ୍ଣର ପୀଢ ଅନୁପାମ ।ସେହି ସ୍ଥାନ ଅଟେ ଶ୍ରୀକୃଷ୍ଣଙ୍କ ନିଜ ଧାମ ॥
।୧୫।ନିଗମ ପାଦ ଏ ହେତୁ ରଖିଥାଅ ଭଲେ ।ପାମର ଅଚ୍ୟୁତାନନ୍ଦ ଗୀତରେ ଭଣିଲେ ॥
।୧୬।