ଓଗାଳ ଖଣ୍ଡ ପ୍ରଥମ ଭାଗ
ଅଚ୍ୟୁତାନନ୍ଦ ଦାସ · ଭାଗ ୨ / ୭
ସମ୍ପୂର୍ଣ୍ଣ ସୂଚୀପତ୍ର
ଦ୍ୱିତୀୟ ଭାଗ
ବନ୍ଦନା ଗୀତବନ୍ଦଇ ଶ୍ରୀ ଗଣପତି ମୂଷିକ ବାହନ ।ଦୋଳଯାତ୍ରା ପର୍ବ ପୁଣି ଅପୂର୍ବ ଆଖ୍ୟାନ ॥
।୧।ବନ୍ଦଇ ଶ୍ରୀ ନାରାୟଣ ଗରୁଡ଼ ବାହନ ।ଶ୍ରୀକୃଷ୍ଣ ଚରିତ୍ରମାନ କରିବା ବଖାଣ ।।୨।ବନ୍ଦଇ ଶ୍ରୀ ରାମକୃଷ୍ଣ ମତ୍ସ ଅବତାର ।ବନ୍ଦଇ ପରମାନନ୍ଦ ଅପୂର୍ବ ସୁନ୍ଦର ॥
।୩।ବନ୍ଦଇ ଶ୍ରୀ ରାଧାକୃଷ୍ଣ ଯମୁନା କୂଳିଆବନ୍ଦଇ ଶ୍ରୀ ନଟକୂଟ କାଇଞ୍ଚ ମାଳିଆ ॥
।୪।ବନ୍ଦଇ ଶ୍ରୀ ଦୀନବନ୍ଧୁ ଭକ୍ତର ଅଧୀନ ।ବନ୍ଦଇ ଶ୍ରୀ ପ୍ରେମସିନ୍ଧୁ ଗୋପ ବୃନ୍ଦାବନ ॥
।୫।ବନ୍ଦଇ ଶ୍ରୀ ଘନଶ୍ୟାମ ମୟୁର ଚୁଳିଆ ।ବନ୍ଦଇ ଶ୍ରୀ ଗୋପୀନାଥ ବଡ଼ ଦଗାଦିଆ ॥
।୬।ବନ୍ଦଇ ଶ୍ରୀ ମାଧବ ହେ ହଟିଆ କୂଟିଆ ।ବନ୍ଦଇ ଶ୍ରୀ କୃଷ୍ଣଚନ୍ଦ୍ର ଭକ୍ତ ବିନୋଦିଆ ॥
।୭।ବନ୍ଦଇ ଶ୍ରୀ ରାଧା-ଧନ ଗୋପୀଙ୍କ ଜୀବନ ।ବନ୍ଦଇ ଶ୍ରୀ ଦାମୋଦର ମଦନ ମୋହନ ॥
।୮।ବନ୍ଦଇ ଶ୍ରୀ ବନମାଳୀ ନିକୁଞ୍ଜ ବିହାରୀ ।ତୁମ୍ଭ ପାଦପଦ୍ମ ଚିନ୍ତୁଂ ଗୋକୁଳ ବିହାରୀ ॥
।୯।ଅଚ୍ୟୁତାନନ୍ଦ କରଇ ନିରତେ ବନ୍ଦନ ।ଗୋପାଳ ଓଗାଳ ଏବେ କରିବା ଗାୟନ ॥
।୧୦।ସଭାସଦ ଭାଇମାନେ ଶୁଣ କାନ ଡ଼େରି ।ଶ୍ରୀକୃଷ୍ଣ ମହିମାମାନ ଗାଇବା ବିସ୍ତାରି ॥
।୧୧।କୁମ୍ଭବୁଡ଼ା ଗୀତ(ଆହେ) ଫଗୁଣ ମାସରେ ଦୋଳ ଗୋବିନ୍ଦ ।ସବୁ ଗୋପାଳଙ୍କ ମନ ଆନନ୍ଦ ।।୧।ନୂଆ ଶିକାକୁ ଯେ ନୂଆ କଳସୀ ।ତହିଂ ଆମ୍ବଡ଼ାଳ ସୁନ୍ଦର ଦିଶି ।।୨।ଡାକହାକ ହୋଇ ହେଲେ ବାହାର ।କାନ୍ଧରେ ବୋହିଲେ କଳସୀ ଭାର ।।୩।ତୁରିତେ ମିଳିଲେ ଯମୁନା କୂଳେ ।ଭାର ଓହ୍ଲାଇଣ ପ୍ରତିଷ୍ଠା କଲେ ।।୪।ବାମ କରୁଂ କୁମ୍ଭ ଗୋଟିଏ ନେଲେ ।ପୁର୍ବ ମୁଖ ହୋଇ ଜଳେ ବୁଡ଼ିଲେ ।।୫।ହରି ହରି ବୋଲି ଚଳି ଅଇଲେ ।ଦ୍ୱାରେ ଗୋପାଳୁଣୀ ଜାଗିଣ ଥିଲେ ।।୬।ହେଂସ ପକାଇଲେ ଖୁଆ ପକାଇ ।ଦୀପ ଲଗାଇଲେ ଦୁଧ ବନ୍ଦାଇ ।।୭।ବନ୍ଦାପନା କରି ଗୃହକୁ ନେଲେ ।ଗମ୍ଭାରି କୋଣରେ ରଖିଣ ଦେଲେ ।।୮।ସୁବାସ ଚନ୍ଦନ କୁମ୍ଭରେ ଦେଇ ।ପୂଜା କରି ସର୍ବେ ଗୋପକୁ ଯାଇ ।।୯।କୁମ୍ଭବୁଡ଼ା ଗୀତ ହୋଇଲା ଶେଷ ।ଭାବରେ ଭଣିଲେ ଅଚ୍ୟୁତ ଦାସ ।।୧୦।ଓଗାଳ – ୧ଶୁଣ ଆହେ ଗୋପାଳ କୁଳର ଚୁଡ଼ାମଣି ।ଶ୍ରୀ ଅଚ୍ୟୁତଙ୍କର ଏହି ଆଜ୍ଞା ପରିମାଣି ।।୧।ବାର ମାସ ମଧ୍ୟେ ଯେ ପୂର୍ଣ୍ଣମୀ ବାର ଗୋଟି ।କି ରୂପେ ଭିଆଣ କଲେ କିଶୋର ମୂରତି ।।୨।ଓଗାଳ ବିହିତ ବିଧି ବିଧାନ ଯେ ଗୋଟି ।କିସ ଭିଆଣ କଲେ ସେ ନବଘନ କାନ୍ତି ।।୩।ଚାରି ଯୁଗ ବିଧିମାନ ବିହିତ ଯେ ନାମ ।କି ରୂପେ ଭିଆଣ କଲେ ନବଘନ ଶ୍ୟାମ ।।୪।ତୁମ୍ଭ ଆମ୍ଭ ଏକ ଅଂଗ ଭିନ୍ନାଭିନ୍ନ ନାହିଂ ।ବିହିତ ବିଧାନ ପୂଜା ପଚାରୁଛି ମୁହିଂ ।।୫।ଆଜ ତୁମ୍ଭେ ଭାଇମାନେ ଦୋଳ ଯାତ୍ରା କଲ ।କି ରୂପେ ଏ ଯାତ୍ରା ଗୋଟି କାହିଂରୁ ପାଇଲ ।।୬।ଗୋରୁ ଗୋପାଳର ପୂଜା କରୁଅଛ ଭାଇ ।ଦୋଳ ଯାତ୍ରା କରିବାକୁ ଆସିଅଛ ଧାଇଂ ।।୭।ଗୋରୁ ଯେ ଗୋପାଳମାନେ କାହୁଂ ଜାତ ହେଲେ ।କୁମ୍ଭ ଯେ ବନ୍ଦାଣ ବିଧି କାହିଂରୁ ପାଇଲେ ।।୮।କିଏ ତୁମ୍ଭ ମାତା ପିତା କାହିଂରୁ ଜନମ ।କେତେ ଜାତି ଗୋପାଳ ହୋଇଲ ଉତପନ ।।୯।କାହିଂ ଥିଲ କାହିଂ ପୁଣି କରୁଛ ଗମନ ।ତୁମ୍ଭର ଯେ ଶାଖା ଗୋଟି କେଉଂ କୁଞ୍ଜେ ସ୍ଥାନ ।।୧୦।ଭେଟାଭେଟି ହେଲା ଭାଇ ପଚାରୁଛୁ ଆମ୍ଭେ ।ଯତ୍ନ କରି କହିଦେଲେ ପ୍ରତେ ଯିବୁ ତେବେ ।।୧୧।ଉତ୍ତାରତାହା ଶୁଣି କହୁଛନ୍ତି ସୁବାହୁ ଗୋପାଳ ।ଭଲା କଥା ପୁଚ୍ଛ ବାବୁ ସୁଦାମ ଗୋପାଳ ।।୧।ସାବଧାନେ ହୋଇ ତୁମ୍ଭେ ଭାଇମାନେ ଶୁଣ ।ଗୋପାଳଙ୍କ ନୀତି ବିଧି କହିବି ପ୍ରମାଣ ।।୨।ପ୍ରଥମରେ ପଚାରିଲ ପୂର୍ଣ୍ଣିମା ବିଧାନ ।ପଣ୍ଡୁ ନାମେ ପୂର୍ଣ୍ଣମୀ ଯେ ହୋଇଲା ଯେସନ ।।୩।ଆଦ୍ୟବାଦ୍ୟ ବୋଲିକରି ପିତା ଅଟେ ତାର ।କିଶୋରୀଙ୍କ ପିତା ଗୋଟି ମହାଶୂନ୍ୟ ଘର ।।୪।ନାଦ ବୋଲିକରି ଯେହୁ ଚନ୍ଦ୍ରଘରେ ସେହି ।କିଶୋରୀ ଅଙ୍ଗରେ ନାଦ କୃଷ୍ଣ ରୂପ ହୋଇ ।।୫।ଏ ଦୁଇ ଯୁଗଳ ଅଙ୍ଗ ଏକଇ ମୂରତି ।ମଘା ନାମେ ନକ୍ଷତ୍ର ଯେ କୁମ୍ଭ ଘରେ ଥିତି ।।୬।ଚାରିଚନ୍ଦ୍ର ବୋଲୁଂ ଯାହା କିଶୋରୀ ଅଙ୍ଗେ ଅଛି ।ରାହୁ ରେଖା ତେଜ ପ୍ରାୟ ବିରାଜି ଦିଶୁଛି ।।୭।ରାଧା କୃଷ୍ଣ ଏକା ଅଙ୍ଗ ନାହିଂ ଭିନ୍ନାଭିନ୍ନ ।ପଞ୍ଚୁଶଖା ଜନ୍ମ ଏବେ ଏକ ମନେ ଶୁଣ ।।୮।ଆଦ୍ୟ ନାମ ସୁଦାମ ଯେ ବଡ଼ ଶାଖା ସେହି ।ଭେଦନ ଯେଉଂ ନାଦ ସେ ସୁବଳ ଅଟଇ ।।୯।ନାଦ ବୋଲି ଯେଉଂ କଳା ସୁବାହୁ ଜନମ ।ଶବଦ କଳାରୁ ଦାମ ଶଖା ଗୋଟି ଜାଣ ।।୧୦।ଆମୋଦ ବୋଲିଣ ଯେଉଂ କଳା ଅଛି ଉଇଂ ।ଶ୍ରୀବତ୍ସ ବୋଲିଣ ତହୁଂ ଜନମି ଅଛଇ ।।୧୧।ଏ ରୂପେ ପଞ୍ଚଶାଖା ଆଦ୍ୟରେ ଜନମ ।ପଚାରିଲ ଭାଇମାନେ ହେତୁ ଦେଇ ଶୁଣ ।।୧୨।ଏବେ ଯାହା କହୁଅଛି ଶୁଣ ତୁମ୍ଭେ ଭାଇ ।ରାଧାକୃଷ୍ଣ ଏକ ଅଂଗ ନିତ୍ୟପୁରେ ହୋଇ ।।୧୩।ଅଗମ୍ୟ ସାଗର ସେ ଯେ ଗମାଗମ୍ୟ ନାହିଂ ।ନୀଳାଧାର ମଣ୍ଡପରେ ବିରାଜନ୍ତି ରହି ।।୧୪।ପଞ୍ଚୁଶଖା ଦେଖିକରି ହୋଇଲେ ଆନନ୍ଦ ।କିଶୋରୀ ମସ୍ତକେ ବିରାଜଇ ପୂର୍ଣ୍ଣ ଚାନ୍ଦ ।।୧୫।ପଞ୍ଚୁକଳା ଅଂଗରୁ ଯେ ହେଲେ ପଞ୍ଚୁ ଗାଈ ।ସୁଦାମ ଗୋପାଳ ତାଙ୍କୁ ରଖିଛନ୍ତି ତହିଂ ।।୧୬।ରାଧା ଅଙ୍ଗ ଚନ୍ଦ୍ର ଋତୁ ଶରଦ ବସନ୍ତ ।ତେଣୁକରି କିଶୋର କିଶୋରୀ ଭକତ ।।୧୭।ପ୍ରେମସିନ୍ଧୁ ଉଛୁଳନ୍ତେ ମନେ ବିଚାରିଲେ ।ଆପଣା ଅଂଗରୁ ଗୋପାଳଙ୍କୁ ଜାତ କଲେ ।।୧୮।ଆଦ୍ୟରେ ଯେ କୃଷ୍ଣ ଶୀର୍ଷ ସ୍ଥାନୁ ହେଲେ ଜାତ ।ଐରା ଗୋପାଳ ଅଙ୍ଗୁ ସେ ହୋଇଣ ସଞ୍ଜିତ ।।୧୯।ଅତି ରସେ ଘୋଷ ଗୋଟି ହୋଇଲା ଜନମ ।ଚୁଡ଼ଙ୍ଗ ଗୋପାଳ ରାଧା କୃଷ୍ଣ ନେତ୍ରକୋଣ ।।୨୦।ପାହୁଡ଼ ବୋଲିଣ ପାଦୁଂ ଜାତ ହୋଇଅଛି ।ନବଧା ଗୋପାଳ ନେତ୍ର କୋଣରୁ ଜନ୍ମିଛି ।।୨୧।ମନୋହର ନିଶ୍ୱାସରୁ ହେଲା ଅବତାର ।ହୃଦୟରୁ ମହତି ଯେ ହୋଇଛି ବାହାର ।।୨୨।ଯୁଗଳ ଅଙ୍ଗ ଯେ ଜାଣ ନିଯୋଗରୁ ଜନ୍ମ ।ଏସନେ ଗୋପାଳ ଜନ୍ମ ମନ ଦେଇ ଶୁଣ ।।୨୩।ରାଧା କୃଷ୍ଣ ମାତା ପିତା ଜନ୍ମ ନିତ୍ୟପୁର ।ମଧ୍ୟ ସ୍ୱର୍ଗେ ଜନ୍ମ ଗୋପ ମଥୁରା ନଗର ।।୨୪।ମଥୁରା ମଧୁଭୁବନୁ ଅଇଲୁ ହୋ ଭାଇ ।ଚାରିଚନ୍ଦ୍ର ଗୋପାଳ ୟେ ଜନ୍ମ ସିନା ହୋଇ ।।୨୫।ଅଟକାକୁ ଉତ୍ତାର ଯେ କହିଦେଲୁଂ ଭାଇ ।ରତ୍ନମଣି ଓଗାଳ ଅଚ୍ୟୁତ ଦେଲେ କହି ।।୨୬।ଓଗାଳ – ୨ସୁବାହୁ ଗୋପାଳ ଶୁଣି ପଚାରିଲେ ତହିଂ ।କଥାୟେକ ପଚାରିବୁ ଫେଡ଼ି କହ ଭାଇ ।।୧।ବେଶ କାନ୍ଥେ ସୁବାସିତ ହୋଇଅଛ ତୁମ୍ଭେ ।ତହିଂର ଯେ ବିଧିମତ ପଚାରୁଛୁ ଆମ୍ଭେ ।।୨।ରଙ୍ଗ ଚଉତନା ଟୋପି ରୁଞ୍ଜ ଗୁଞ୍ଜ ମାଳି ।କର୍ଣ୍ଣରେ କୁଣ୍ଡଳ ତଥି ଉପରେ ଝାଲେରି ।।୩।ଘଣ୍ଟି ଯେ ଘାଗୁଡ଼ି ଚଉତନା ଶିଂଘା ନାଦ ।ଆଗ ଲାଞ୍ଜ ପଛ ଲାଞ୍ଜ ଧାଉଡ଼ି ଶବଦ ।।୪।ଖିଲାରି ଦୁଲାରି କେନ୍ଦୁ ବାଡ଼ି ଯେ ନଉଡ଼ି ।ଦୁଧ ଯେ ବନ୍ଦାଣ ଧାପ ଧୂଆଂ ଯେ ଧାଉଡ଼ି ।।୫।ଏହା ତୁମ୍ଭେ କାହିଂରୁ ପାଇଲ ଫେଡ଼ି କହ ।ତେବେ ସିନା ତୁମ୍ଭ ଆମ୍ଭ ଫିଟିବ ସନ୍ଦେହ ।।୬।ଉତ୍ତାରଏହା ଶୁଣି କହୁଛନ୍ତି ସୁଦାମ ଗୋପାଳ ।ଭଲା ତୁମ୍ଭେ ଭାଇମାନେ ପୁଚ୍ଛିଲ ଓଗାଳ ।।୧।ଯାହା ପଚାରିଲ ତୁମ୍ଭେ ସାବଧାନେ ଶୁଣ ।ପ୍ରତି ପ୍ରତି କରି ସବୁ କହିଦେବା ପୁଣ ।।୨।ସିଷୁବେଦ ଘରୁ ସବୁ ଜନମ ହୋଇଛି ।ଏଣୁ ନିତ୍ୟ ମଣ୍ଡଳକୁ ଗୋପାଳେ ବିହିଛି ।।୩।ରାଧାକୃଷ୍ଣ ଶ୍ରୀଅଙ୍ଗରୁ ସିଷୁ ବେଦ ପୁର ।ନିତ୍ୟ ମଣ୍ଡଳରେ ସିନା ଗୋପାଳ ମନ୍ଦିର ।।୪।ଯେତେବେଳେ ଗୋପାଳଙ୍କୁ କଲେକ ଜନମ ।ଗୋଲୋକ ମଣ୍ଡଳୁଂ ସେହୁ ହେଲେ ଉତପନ୍ନ ।।୫।ବେଶ କାନ୍ଥ ସୁବାସିତ ଆନନ୍ଦେ ଭିଆଇ ।ଗୋପାଳଙ୍କୁ ସୁବସନ କରୁଛନ୍ତି ତହିଂ ।।୬।ରାଧାକୃଷ୍ଣ ଅଧର ଯେ ସିଷୁବେଦ ଭଣି ।ଗୋପାଳ ବେଶ ତହୁଂ ବହିଲେକ ପୁଣି ।।୭।ସିଷୁବେଦ ଭଣି ଦିବ୍ୟ ନୟନ ପିତୁଳୀ ।ପିଛଡ଼ାରୁଂ ଜନମ ହୋଇଛି ପଞ୍ଚୁ ମାଳି ।।୮।ପୁଲାଙ୍ଗ ମାଳରେ ଗୋରୁ ହୋଇଲେ ବନ୍ଦାଣ ।କନିୟର ମାଳ ଗୋଟି କୁମ୍ଭର ବନ୍ଦାଣ ।।୯।ସୁବାସିତ ବୋଲିକରି ଅଟେ ଏକ ମାଳ ।ଗୋଗୋଷ୍ଠରେ ବନ୍ଦାଣ ଅଟଇ ସେହୁ ଫୁଲ ।।୧୦।ରଙ୍ଗ ଜଡ଼ା ବୋଲିକରି ଅଛି ଯେଉଂ ମାଳି ।ସେ ଯହିଂରେ ଆଭରଣ କହିବା ବିସ୍ତାରି ।।୧୧।ଦଧି ଭାଣ୍ଡ ଘୃତ ଭାଣ୍ଡ ଶିକା ଯେ ବାହୁଙ୍ଗି ।ଖୁଆ କରମଙ୍ଗା ବେଣ୍ଟ ଅମୃତର ଅଙ୍ଗି ।।୧୨।ୟେଥିରେ ସେ ମାଳ ଗୋଟି ହୋଇଛି ମଣ୍ଡନ ।ଆର ମାଳ କଥା ଗୋଟି କହିଦେବା ଶୁଣ ।।୧୩।କରଡ଼ା ବୋଲିକରି ଯେଉଂ ମାଳ ଅଛି ।ନବ ଗୋପାଳଙ୍କ ବେଶ ସେ ପୁଣ ହୋଇଛି ।।୧୪।ବେଦ ଭଣେ ପଙ୍କଜରୁ ମୋଡ଼ିଆ ଜନମ ।ବେଦର ମସ୍ତକୁଂ ଟୋପି ଜନ୍ମିଅଛି ପୁଣ ।।୧୫।ବେଦ ବାମ କନ୍ଧରୁ ଯେ ଚଉତନା ଯୋଡ଼ି ।ଡ଼ାହାଣ କନ୍ଧରୁ ଜନ୍ମିଅଛି କେନ୍ଦୁ ବାଡି ।।୧୬।ବେଦ ଭ୍ରୁଲତାରୁ ଜନ୍ମଅଛି ରୁଞ୍ଜ ମାଳି ।ବେଦଡ଼ା ବନ୍ଧରୁ ଜାତ ପତର କାହାଳୀ ।।୧୭।ବେଦ ବାସନାରେ ସିନା ଅଛି ଚଉତନା ।ବେଲ ବୃକ୍ଷରୁ ଯେ ଜାତ ଝାଲ ହେଲା ସିନା ।।୧୮।ସିଷୁବେଦୁଂ ଜାତ ସିନା ଘଣ୍ଟି ଯେ ଘାଗୁଡ଼ି ।ତହୁଂ ଜାତ ହେଲା ଜାଣ ତଲାରି ଖୁଲାରି ।।୧୯।ଯାହା ପଚାରିଲ ଭାଇ ସାବଧାନେ ଶୁଣ ।ଗୋପାଳଙ୍କ ଭେଦ ଏ ତ ଆଦ୍ୟରେ ଜନମ ।।୨୦।ସୁବଳ ଗୋପାଳ ଶୁଣି ହୋଇଲେ ଆନନ୍ଦ ।ମୂଢ ଦୀନ ଅଚ୍ୟୁତି ଯେ କହିଗଲା ଭେଦ ।।୨୧।ଓଗାଳ – ୩ଦାମ ଗୋପାଳକୁ ଦେଖି ସୁଦାମ ଗୋପାଳ ।ହସାହସି ହୋଇଣ ଯେ ପୁଛନ୍ତି ଓଗାଳ ।।୧।ସାବଧାନ ହୋଇ ତୁମ୍ଭେ ଭାଇମାନେ ଶୁଣ ।ଓଗାଳ ପୁଛିବୁ ଭାଇ ନ ଧରିବ ମନ ।।୨।ଯେତେବେଳେ ଘରୁ ତୁମ୍ଭେ ହୋଇଲ ବାହାର ।ପାଗ ଗୋଟି କାହୁଂ ଆଣି ବାନ୍ଧିଲ ଶିରର ।।୩।ଚୁଆ ଚନ୍ଦନକୁ କାହୁଂ ଆଣିଲ ହୋ ଭାଇ ।ନୟନେ କଜ୍ଜଳ ଯେ ସିନ୍ଦୁର ଚିତା ବହି ।।୪।ଡ଼ାହାଣ କନ୍ଧରେ କାହୁଂ ବହିଲ ଉତୁରୀ ।କିସ ଜପି ବାଡ଼ିକି ହସ୍ତରେ ଅଛ ଧରି ।।୫।ଡ଼ାହାଣ ବର୍ତ୍ତକ କରି କୁମ୍ଭ ଅଛ ଛୁଇଁ ।ଧରଣୀ କି କିସ ବନ୍ଦି ଅଇଲ ହୋ ଭାଇ ।।୬।ଗୋପାଳ ପୁଅଙ୍କୁ ଦେଖି କିସ ଜପ କଲ ।ସମ୍ଭାଳି ସଭାରେ କିସ କହିଣ ବସିଲ ॥
।୭।ଗାଈକି ବନ୍ଦାଣ କଲ କିସ ବାଞ୍ଛା କରି ।ବୃଷଭକୁ ନେଉଟି ଫେରାଅ କି ବିଚାରି ।।୮।ବଛା ଗୋଷ୍ଠ ଖୁଣ୍ଟ ଧୂଆଁ କି ବୋଲି ବନ୍ଦାଇ ।ନବତନ ବସ୍ତ୍ର ଖଣ୍ଡି କାହିଂରୁ ଯେ ପାଇ ।।୯।ଏଥିରୁ ସନ୍ଦେହ ଜାତ କହ କିସ ଭାଇ ।ତୁମ୍ଭ ଆମ୍ଭ ଏକ ସଙ୍ଗ ଅଚ୍ୟୁତ କହଇ ।।୧୦।ଉତ୍ତାରତାହା ଶୁଣି କହିଲେ ଯେ ଦାମ ସଖାମାନେ ।ଉତ୍ତର କହିବା ଭାଇ ଦୋଳ ଯାତ୍ରା ଦିନେ ।।୧।ଏକ ଦିନେ ଆଦିନାରୀ ନିତ୍ୟପୁର ଗଲେ ।ସାବିତ୍ରୀ ନାରୀଙ୍କି ଦେଖି ଆନନ୍ଦ ହୋଇଲେ ।।୨।ଆଦିନାରୀ ସାବିତ୍ରୀ ଯେ ହୋଇଲେକ ମେଳ ।ତାଙ୍କ ଭାବୁଂ ବୃକ୍ଷ ହେଲା କନେକ ବକୁଳ ।।୩।ଆରକ୍ତ ବର୍ଣ୍ଣର ବୃକ୍ଷ ପତ୍ର ତିନି ହାଥ ।ଶ୍ୱେତ ଚମ୍ପା ପ୍ରାୟେ ଫୁଲ ଫଳ ପାଞ୍ଚ ହାତ ।।୪।ତିନି ପକ୍ଷେ ସେ ଫୁଲ ଫୁଟଇ ବେଳ ଜାଣି ।ଅଲେଖ ପାଟଳି ବର୍ଣ୍ଣ ହେଲା କେବା ପୁଣି ।।୫।ନାନା ବର୍ଣ୍ଣେ ରୂପ ହେଲା ଗୋଚର ନୋହିଲା ।ଷୋଳ ପୁର ମଣ୍ଡଳରେ ନିତ୍ୟ ପ୍ରକାଶିଲା ।।୬।ପୁରନ୍ଦର ରତ୍ନମଣି ସୁଦାମକୁ ଘେନି ।ଆଦିନାରୀ ସନ୍ତୋଷେ ମଣ୍ଡଣି କଲେ ପୁଣି ।।୭।ଫଳ ମଧ୍ୟେ ଗୁଆ ଥିଲା ଅଗରୁ ଚନ୍ଦନ ।ରକ୍ତ ବର୍ଣ୍ଣ ବୃକ୍ଷରୁ ସିନ୍ଦୁର ହେଲା ପୁଣ ।।୮।ଫଳର ସନ୍ଧିରେ ଯେଣୁ ଥିଲାକ ସିଦ୍ଧାନ୍ତ ।ସାବିତ୍ରୀ ଶୂନ୍ୟରେ ଦେଲେ ଗଣ୍ଠି ଯେ ତୁରିତ ।।୯।ସୁଦାମଙ୍କୁ ମଣ୍ଡଣ କଲେ ସେ ଯତ୍ନ କରି ।ନବ ଗୋପାଳଙ୍କୁ ସବୁ ଦେଲେକ ବିଚାରି ।।୧୦।ନାନା ବେଶ ତାହାଙ୍କୁ ଯେ କରାଇଲେ ପୁଣ ।କପୋଳେ ସିନ୍ଦୂର ଚିତା ମସ୍ତକେ ଚନ୍ଦନ ।୧।୧୧।ସାବିତ୍ରୀ ଯେ ସୁତ୍ର ଗଣ୍ଠି ଦେଲେକ ଉତୁରୀ ।ପାଗ ଚଉତନା ବେଶ ବସ୍ତ୍ର ଆଦି ଧରି ।।୧୨।ସାବିତ୍ରୀଙ୍କୁ ଶୁଦ୍ଧ କୁମ୍ଭ ଫଳ ଫୁଲ କରି ।ଦେଇକରି ଅଇଲୁ ହୋ ମହାବ୍ରତ ଧରି ।।୧୩।ସାବିତ୍ରୀ ମନ୍ତ୍ରରେ ତାଙ୍କୁ କଲୁ ନମସ୍କାର ।ସ୍ୱାହା ସିଦ୍ଧା ବୋଲି ବାଡ଼ି ଧଇଲୁ ହସ୍ତର ।।୧୪।ବତ୍ସ ମନ୍ତ୍ରେ ଧରଣୀକି ନମସ୍କାର କରି ।ଗୋମାତା କପିଳା ବୋଲି ମନରେ ସୁମରି ।।୧୫।ସିଷୁ ମନ୍ତ୍ରେ ମୂଳ ମନ୍ତ୍ରି ବୃଷଭ ବନ୍ଦାଣ ।ଶକ୍ତି ସିଦ୍ଧ ବୋଲି ଧୂଆଁ ବନ୍ଦାଇଲୁ ପୁଣ ।।୧୬।ହଂକାର ବୋଲି ପାହୁଡ଼ ଗୋଷ୍ଠରେ ରଖାଇ ।ଦୋଳ ଯାତ୍ରା କରିବାକୁ ଅଇଲୁ ହୋ ଭାଇ ।।୧୭।ଗାଈଙ୍କ ବନ୍ଦାଣ ମନ୍ତ୍ର ଆଦିଋଷି ସ୍ୱାହା ।ଗୋପାଳ ସଭାର ମନ୍ତ୍ର ନମୋ ବଲ୍ଲଭାୟା ।।୧୮।ତୁମ୍ଭ ଆମ୍ଭ ଏକା ସଙ୍ଗ କହିବୁ ବା କିସ ।ଗୋପାଳଙ୍କ କଥା ୟେ ତ ସୁରସ ବିଶେଷ ।।୧୯।ବୁଝାଇ କରିଣ ଏହା କହିଲୁଂ ପଦ ଚାରି ।ବିରୋଧ ନକର ଭାଇ ଚାଲଯିବା ଫେରି ।।୨୦।ବେଦରୁ ବାହାର ଏ ଯେ ସିଷୁବେଦୁଂ ଜାତ ।ଗୋପାଳଙ୍କ ହିତେ ଏହା କହିଲେ ଅଚ୍ୟୁତ ।।୨୧।ଓଗାଳ –୪ସୁବଳ ଗୋପାଳ ଭାଇ କେନ୍ଦୁ ବନେ ଥିଲେ ।ସୁଦାମ ଗୋପାଳେ ଦେଖି ଓଗାଳ ପୁଛିଲେ ।।୧।କେଉଂ ଦିଗେ ଗୋପାଳ ହୋ କେଉଂ ବନେ ଥିଲ ।ଏକମନ ହୋଇଂ ଦୋଳ ମଣ୍ଡପେ ଚଳିଲ ।।୨।ଦୋଳଯାତ୍ରା ପର୍ବ ଗୋଟି କେମନ୍ତେ ଭିଆଣ ।ରାଧାକୃଷ୍ଣ ମୂରତି ହୋ ଗୋପାଳ ବରଣ ।।୩।କାହ୍ନୁଂ ଜନମିଲେ ସେ ଯେ କାହିଂ ଥାନ୍ତି ରହି ।ଗୋପ ଗୋପାଙ୍ଗନା ମଣ୍ଡଳ ଯେ ଜାତ କାହିଂ ।।୪।ରାଧାକୃଷ୍ଣ ସିଂହାସନ କାହ୍ନୁଂ ହେଲା ଜାତ ।ଯୁଗଳ କିମ୍ପାଇ ଏକ ଅଙ୍ଗରେ ଭୂଷିତ ।।୫।ମୟୁର ଚନ୍ଦ୍ରିକା ପ୍ରଭୁ କାହିଂରୁ ପାଇଲେ ।ମୋହନ ମୁରଲୀ ବଂଶୀ କି ରୂପେ ବହିଲେ ।।୬।ନଟବର ବେଶ କାହ୍ନୁଂ ପାଇଲେ କହ୍ନାଇ ।ତ୍ରିଭଙ୍ଗୀ ଭଙ୍ଗିମା ରୂପ ସେହି ତାକୁ ବହି ।।୭।କମଳ କେଶରୀ ଯେ ଝାଲରି ଚୂଳ ପର ।ଚାରି ପନ୍ତି ବିରାଜନ୍ତି ତଥିର ମଧ୍ୟର ।।୮।ଝାଲରି କତିରେ କିମ୍ପା ଇନ୍ଦ୍ରମଣି ଧାର ।ବେନି କର୍ଣ୍ଣେ ଭରେ ଥୋପା କାହିଂରୁ ବାହାର ।।୯।ଚାରି ଭୁଜେ ଚାରି ବଂଶୀ ଧରି କମ୍ଭୁପାଣି ।ମେଘ ଝାଲି ଉପରେ ବିରାଜେ ରତ୍ନମଣି ।।୧୦।ନାଗବନ୍ଧ ଛନ୍ଦଣି ଯେ ଓଲଟ କମଳ ।କାହ୍ନୁଂ ଜନମିଲା କହ ସୁଦାମ ଗୋପାଳ ।।୧୧।ଉତୁରୀ ଭୁଷଣ ଗଳେ ଶୋହେ ବନମାଳୀ ।ତିନି ବାଙ୍କ ଉପରେ ଯେ ମୟୂରର ଚୂଳି ।।୧୨।କନକ ଆସନ କିମ୍ପା କରିଛନ୍ତି ସେହି ।ଦୋଳ ମଣ୍ଡପରେ ବିଜେ କରି ଯଦୁସାଇଂ ।।୧୩।କର୍ଣ୍ଣରେ କୁଣ୍ଡଳ କାହୁଂ ନାଇଛନ୍ତି ସେହି ।କାହା ନୟନରେ ରଙ୍ଗ ଫୁଟି ବିରାଜଇ ।।୧୪।ବଜ୍ର ମେଖଳିକି କାହୁଂ ପାଇଲେ ଶ୍ରୀହରି ।ଏହୁ ତ୍ରକୁଣ୍ଡଳ ପରେ ଅଛି ବେଦ ଚାରି ।।୧୫।କେଉଂ ଅକ୍ଷରରେ ରୂପ ପ୍ରକାଶିଛି ସେହି ।ଅରୂପାନନ୍ଦ ଯେ କେଉଂ ଅକ୍ଷର ବୋଲାଇ ।।୧୬।ଅନନ୍ତ ମହିମା କିମ୍ପା ବହିଛି କହ୍ନାଇ ।ନିଜ ନାମଗୋଟି କେଉଂ ଅକ୍ଷରେ ବୋଲାଇ ।।୧୭।ଅଶେଷ ମହିମା କିମ୍ପା ଶେଷ ନାହିଂ ତାର ।କୋଟି ପ୍ରଳୟରେ ରୂପ ଏକଇ ପ୍ରକାର ।।୧୮।କି ରୂପେ ଭିଆଣ କରି ବିରାଜନ୍ତି ତହିଂ ।କହିଦେଲେ ପଥ ଛାଡ଼ିଦେବି ଯଦୁଭାଇ ।।୧୯।ଉତ୍ତାରତାହା ଶୁଣି କହୁଛନ୍ତି ସୁଦାମ ଗୋପାଳ ।ଭଲା କଥା ଭାଇମାନେ ପୁଛିଲ ଓଗାଳ ।।୧।ଯାହା ପଚାରିଲ ଭାଇ ସାବଧାନେ ଶୁଣ ।ତୁମ୍ଭ ଆମ୍ଭ ଏକ ସିନା ଭିନ୍ନ ନାହିଂ ପୁଣ ।।୨।ଅଗମ୍ୟ ସାଗର ରାଧାକୃଷ୍ଣ ରସ ଭେଦ ।ସକ୍ୟ ରଖି ପଦ ଚାରି କହିବୁଂ ବିଶଦ ।।୩।ରାଧାକୃଷ୍ଣ ଜନ୍ମ ତୁମ୍ଭେ ଶୁଣ ଭାଇମାନେ ।ନିତ୍ୟର ଉପରେ ଅଛି ଲକ୍ଷେକ ଯୋଜନେ ।।୪।କର୍ଣ୍ଣ ଶିର ପୁଷ୍ୟ ବର୍ଣ୍ଣ ଅଟଇ ତାହାର ।ଅଲେଖ ଅରୂପ ବ୍ରହ୍ମ ମହା ଅନ୍ଧକାର ।।୫।ନୁହଇ ସେ ଶୂନ୍ୟ ଜଳ ଆକାଶ ପବନ ।ପ୍ରଫୁଲ୍ଲ ଯାମିନୀ ରୂପ ଧୂଆଂ ସେହୁ ବର୍ଣ୍ଣ ।।୬।ଜଳଠାରୁ ପାତାଳ ଯେ ଦାବାନଳ ନୋହେ ।ସୂକ୍ଷ୍ମ ରେଣୁ ଉପରେ ସେ ପୂରିଣ ଉଦୟେ ।।୭।ଆଦ୍ୟନାଦ ଶବଦେ ଯେ ଧୁନି ତିନି ହେଲା ।ତ୍ରିଶାଖା ହୋଇଣ ନିତ୍ୟପୁରେ ବିରାଜିଲା ।।୮।ପ୍ରଥମ ଯେ ଶାଖା ଗୋଟି ରାଧା ଅଙ୍ଗ ସେହି ।ସେହି ନାଦ କର୍ଣ୍ଣରେ କୁଣ୍ଡଳ ଅଛି ହୋଇ ।।୯।ଶବଦ ଯେ ନାଗବନ୍ଧ ହୋଇଛି ଉତୁରୀ ।ଗୋପୀ ପ୍ରେମସିନ୍ଧୁ ବନମାଳା ଗଳେ ଭରି ।।୧୦।ରାଧାଙ୍କର ପୂର ଖଣ୍ଡ ମର୍କତର ବର୍ଣ୍ଣ ।ଶ୍ରୀ କୃଷ୍ଣ କର୍ଣ୍ଣରେ ସେ କୁଣ୍ଡଳ ଶୋଭାବନ ।୧।୧୧।ନବୀନ ସ୍ୱରୂପ ଶୋଭା ଦିବ୍ୟ ଚାରିଭୁଜଆମୋଦ ଦେଲା ଯେ ଚାରୁ ବଂଶୀର ନିନାଦ ।।୧୨।ସ୍ତମ୍ଭନ ମୋହନ ବଂଶୀ ଉଚ୍ଚାଟର ନାମ ।ବିଭୋଳ ଚିତ୍ତ ମାନସ ସେହୁ ସସ୍ର କାମ ।।୧୩।ତେଣୁ କରି ଅରୁଣ ସେ ଋତୁଗଣ ହେଲା ।ଉଲଟ କମଳ ସସ୍ର ତଳେ ବିରାଜିଲା ।।୧୪।ତେଣୁକରି ମହାନାଦ ଶୂନ୍ୟେ ବିକାଶିଲା ।ଚନ୍ଦ୍ର ଯେ ମେଖଳି ପ୍ରଭୁ ସସ୍ର ଭଙ୍ଗ ହେଲା ।।୧୫।ଅକାର ଅକ୍ଷରୁଂ ରୂପ ହୋଇଛି ତାହାର ।ଅରୂପ ବର୍ଣ୍ଣ ତାହାର ଦିଶେ ଅନ୍ଧକାର ।।୧୬।ଏଣୁ କରି ଅଶେଷ ମହିମା ଶେଷ ନାହିଂ ।ଅଗମ୍ୟ ସ୍ଥାନରେ ସିନା ବିଶ୍ରାମ ଇଚ୍ଛଇ ।।୧୭।ଓଂ ବୋଲି ବୀଜ ନାମ ଅଟଇ ତାହାର ।ତେଣୁକରି ସେ ଅଶେଷ ବ୍ରହ୍ମାଣ୍ଡ ଠାକରୁ ।।୧୮।ପଚାରିଲ ଭାଇମାନେ ଅଗମ୍ୟ ବିଚାର ।ଫିଟାଇ କହିଲୁଂ କିଛି ହେତୁ ମନେ ଧର ।।୧୯।ସୁବଳ ଗୋପାଳ ଶୁଣି ଆନନ୍ଦ ହୋଇଲେ ।ମେଳହୋଇ ଦୋଳ ମଣ୍ଡପକୁ ଚଳିଗଲେ ।।୨୦।ଗୋପାଳ ଓଗାଳ ଏହୁ ରତ୍ନମଣି ବୀଜ ।ଅଚ୍ୟୁତ କହିଲା ଗୋପାଳଙ୍କୁ ବେଗେ ହେଜ ।।୨୧।ଓଗାଳ – ୫ଏଥୁ ଅନନ୍ତରେ ଶୁଣ ତୁମ୍ଭେ ଭାଇମାନେ ।ସୁଦାମ ଗୋପାଳମାନେ ଥିଲେ କୁଂଜ ବନେ ।।୧।ଶ୍ରୀବତ୍ସ ଗୋପାଳ ଭାଇ ମିଳିଲେ ସେଠାରେ ।ସୁଦାମ ଗୋପାଳ ତାଙ୍କୁ ଓଗାଳ ପୁଛିଲେ ।।୨।କେଉଂ ଦେଶୁଂ ଅଇଲ ହୋ କୁଞ୍ଜବନେ ଥିଲ ।ନିଯୋଗ ପଦାର୍ଥମାନ କାହିଂରୁ ପାଇଲ ।।୩।କାହିଂ ପାଇଂ ନେଉଛ ହୋ ନାମ ତୁମ୍ଭ କିସ ।କି ରୂପେ ସେ ଛଡ଼ ରସ କରିଛ ପ୍ରକାଶ ।।୪।ମନୋହର ବୋଲିକରି କେମନ୍ତେ ବିହିଲ ।ଖଣ୍ଡ ଶାକର ଯେ ତୁମ୍ଭେ କାହୁଂ ଜାତ କଲ ।।୫।ଅଧାମ ବୋଲିଣ ତୁମ୍ଭେ କହୁଅଛ ଭାଇ ।ଖୁଆ ଯେ ଦଉଡ଼ି ଯାହା କାହିଂରୁ ଆଣଇ ।।୬।ବେଲର ଲଉଡ଼ି ତୁମ୍ଭେ କାହୁଂ ଜାତ କଲ ।ଅମୃତ ଗୋଟିକା କାହୁଂ ପ୍ରକାଶ ହୋ କଲ ।।୭।ଗୋରଚନା ଦୁଗ୍ଧ ହୋ କାହୁଂ ହେଲା ଜାତ ।ଖଣ୍ଡ ଯେ ଶାକର କଲ ଦୁଗ୍ଧ ଯେ ନବାତ ।।୮।ଅଧାମ ବୋଲିଣ କିସ କାହୁଂ ଜନମିଛି ।ଖଆପିଣ୍ଡି କାହିଂରୁ ହୋ ପ୍ରକାଶ ହୋଇଛି ।।୯।ଏହା ବିଚାରିଣ ତୁମ୍ଭେ କହିଦେବ ଭାଇ ।ଗୋପାଳ କୂଳର ସାର ବୀଜ କଥା ଏହି ।।୧୦।ଉତ୍ତାରତାହା ଶୁଣି କହୁଛନ୍ତି ଶ୍ରୀବତ୍ସ ଗୋପାଳ ।ଭଲା ତୁମ୍ଭେ ଭାଇମାନେ ପୁଛିଲ ଓଗାଳ ।।୧।ଯାହା ପଚାରିଲ ତୁମ୍ଭେ ସାବଧାନେ ଶୁଣ ।ଅଗମ୍ୟ ସାଗର କଥା ପଚାରିଲ ପୁଣ ।।୨।ଷଡ଼ରସ ମନୋହର ପଚାରିଲ ଭାଇ ।ସେ କଥା ତୁମ୍ଭର ଆଗେ ଫେଡ଼ି ଦେବା କହି ।।୩।ଆଦ୍ୟରୁ କପିଳା ଆସି ମଞ୍ଚରେ ଜନ୍ମିଲା ।ସପ୍ତଦ୍ବୀପା ପୃଥିବୀ ତିନି କଳ କଲା ।।୪।କାମଧେନୁ ବୋଇଲା ଧରଣୀ ରୂପ ବହି ।ଗିରି ଗୋବର୍ଦ୍ଧନ ଯାଇ ଲୁଚିଣ ବସଇ ।।୫।ମଞ୍ଚର ଉଚ୍ଛନ୍ନ ଜାଣି ଦେବତା କମ୍ପିଲେ ।ମନୁ ରାଜା ଆଗେ ଯାଇ ସମସ୍ତ କହିଲେ ।।୬।ମନୁ କୋପକରି ମନ୍ତ୍ରି ବଳ ଶର ସିଦ୍ଧି ।କାମଧେନୁ କପିଳାକୁ ଆଣିଲାକ ବାନ୍ଧି ।।୭।କପିଳା ବୋଇଲା ରାଜା ନକର ତୁ ରୋଷ ।ନାନା ବର୍ଣ୍ଣେ ଅମୃତ ମୁଂ କରିବି ପ୍ରକାଶ ।।୮।ସମୋଦ୍ର ପ୍ରାୟେକ ତହୁଂ ଉଛୁଳିଲା କ୍ଷୀର ।ପ୍ରଥମେ ସୂର୍ଯ୍ୟଙ୍କ ତେଜେ ହେଲା ମନୋହର ।।୯।ଦ୍ୱିତୀୟ ପ୍ରହରେ ପୁଣି ଉପୁଜିଲା ଖଣ୍ଡ ।ଛଡ଼ ପରକାରେ ସେହୁ ଲାଗିଲା ପ୍ରଚଣ୍ଡ ।।୧୦।ପ୍ରହରକ ବେଳକୁ ହୋଇଲା ଶାକର ।ଦେଢ ପ୍ରହରକୁ ସେ ବୋଲାଇଲା କ୍ଷୀର ।।୧୧।ସାତ ଘଡ଼ି ବେଳକୁ ସେ ବୋଲାଇଲା ଘୃତ ।ଅଢାଇ ପ୍ରହରକୁ ସେ ପାଲିଟିଲା ମୂର୍ତ୍ତ ।।୧୨।ତିନି ପ୍ରହରକୁ ତହୁଂ ଉପୁଜିଲା ସର ।ଚଉଦ ଘଡ଼ିକୁ ହେଲା ଲବଣୀ ଆକାର ।।୧୩।ପ୍ରଥମ ପ୍ରହର ରାତ୍ରେ ହୋଇଲା ଅଧାମ ।ରାତ୍ର ଦୁଇ ଘଡ଼ିରେ ସେ ଦଧି ଭାଣ୍ଡ ଜାଣ ।।୧୪।ରାତ୍ର ପ୍ରହରକୁ ହେଲା ଦୋରସା ଆମ୍ବିଳ ।ପଞ୍ଚୁ ରସ ଏ କଥା ଯେ ଏମନ୍ତ ପ୍ରକାର ।।୧୫।ଦ୍ୱିତୀୟ ପ୍ରହରେ ସେ ଯେ ହୋଇଲାକ ଦହି ।ଦୁଇ ପ୍ରହରକୁ ଘୋଳ ଆକାର ହୋଅଇ ।।୧୬।ତିନି ପ୍ରହରକୁ ସେ ଯେ ଛଇଳ ମୂରତି ।ରାତ୍ର ଅବସାନେ ହେଲା ଦୁଗଧ ଭାଣ୍ଡ ଗୋଟି ।।୧୭।ଏକାକ୍ଷରୁଂ ଷୋଳବର୍ଣ୍ଣ ହୋଇଲାକ ଜାତ ।ଖାଲି ଦୁଧ ଭାଣ୍ଡେ ଥିଲେ ଖଣ୍ଡ ଯେ ଉଦିତ ।।୧୮।ଉତ୍ତର ପଶ୍ଚିମ ଦୁଇ ଯାଉଂଳି ଫେରଇ ।କାନନ ବନରେ ଗୃହ ବାସ କରିଥାଇ ।।୧୯।ତେଣୁକରି କୁଞ୍ଜବନେ ଆସିଅଛୁ ଭାଇ ।ଉତ୍ତାର କହିଲୁଂ ଦୋଷ ନ ଧରିବ କେହି ।।୨୦।ତୁମ୍ଭ ଆମ୍ଭ ଏକ ସିନା ନ ଧରିବ ଚିତ୍ତଗୋପାଳଙ୍କ ହିତେ ଏହା କହିଲେ ଅଚ୍ୟୁତ ।।୨୧।ଓଗାଳ – ୬ଶୁଣ ଆହେ ଗୋପାଳ କୁଳର ଚୁଡ଼ାମଣି ।କଥାୟେକ ପଚାରିବୁ ଆଗ୍ୟାଂ କର ଶୁଣି ।।୧।ଦୋଳ ଯାତ୍ରା କରୁଅଛ ଭାଇମାନେ ତୁମ୍ଭେ ।କି ରୂପେ ସେ ପୂଜା ବିଧି ବିଚାରିଲ ଏବେ ।।୨।ନବତନ କୁମ୍ଭ ଗୋଟି କାହିଂରୁ ପାଇଲ ।କି ରୂପେ ବନ୍ଦାଣ କରି ଜଳ ପୂରୋଇଲ ।।୩।କି ରୂପେ ତାହାକୁ ନେଇ କଲକ ସ୍ଥାପନ ।ଚୁତ ଡ଼ାଳ ପୁଷ୍ୟ ଦେଲ କେବଣ ମନ୍ତ୍ରେଣ ।।୪।ଦୁଧ ବନ୍ଦାଇଲ ଭାଇ କିସ ଜପ କରି ।କେଉଂ ମନ୍ତ୍ରେ ଶିକା ଯେ ବାଉଙ୍ଗୀ ଅଛ ଧରି ।।୫।ଗାଈ କି ଦୋହାନ କର କେଉଂ ମନ୍ତ୍ର ଜପି ।ଗୁହାଳରୁ ବଛା ଆଣ କି ଅବା କଳପି ।।୬।ଗୋକ୍ଷୀର ଆଉଟି ଭାଇ କିସ ମନ୍ତ୍ର କହ ।ଗୋରୁଙ୍କୁ ଗୋଗୋଷ୍ଠ ରଖି କିସ କହୁଥାଅ ।।୭।ଧୂଆଂ ଦେଲାବେଳେ ଭାଇ କାହାକୁ ସୁମର ।ଦଧି ମନ୍ଥନ ବେଳକୁ କିସ ଜପ କର ।।୮।ଲବଣୀକି କାଢ଼ି ଭାଇ କିସ ବା ସୁମର ।କେଉଂ ମନ୍ତ୍ର ପଢିଣ ପସରା ଶୁଦ୍ଧ କର ।।୯।ଏ କଥା ବିଚାରି ଭାଇମାନେ ଆଜ୍ଞା କର ।ତୁମ୍ଭେ ଆମ୍ଭ ଏକ ଅଙ୍ଗ ନକର ଅନ୍ତର ।।୧୦।ଉତ୍ତାରଏହା ଶୁଣି କହୁଛନ୍ତି ସୁଦାମ ଗୋପାଳ ।ଭଲା ତୁମ୍ଭେ ଭାଇମାନେ ପୁଛିଲ ଓଗାଳ ।।୧।ସାବିତ୍ରି ନିଜ ତନୁରୁ ପୁତ୍ରେକ ଜନମ ।ପୁତ୍ର ଲୋଭେ କାଳମୁଖୀ ଚକ୍ର ଦେଲେ ଦାନ ।।୨।ଦେବନାଶନର ମୂଳେ ପଡ଼ିଥିଲା ସେହି ।ପୁତ୍ର ଭାବେ ଗଣପତି ଆଣିଲେକ ଯାଇ ।।୩।ସକଳ କଥା ବ୍ରହ୍ମାକୁ କହି ଗଣପତି ।ମହା ମୋତେ ମୃତ୍ତିକାୟେ ଗଢି କୁମ୍ଭ ଗୋଟି ।।୪।ନାନା ବର୍ଣ୍ଣେ କୁମ୍ଭକୁ ଯେ ଗଢିଲେକ ଜାଣି ।ଠେକି ବେକା କୁମ୍ଭ ଆଦି ଦଧିଭାଣ୍ଡ ପୁଣି ।।୫।ସଂସାର ପାତନା ଅର୍ଥେ ଅଗ୍ନିରେ ଯେ ଦେଲେ ।ଦହିଜ କରିଣ ଦୁଧ ତହିଂ ପୁରୋଇଲେ ।।୬।ତେଣୁକରି କୁମ୍ଭ ଗୋଟି ଆଣିଅଛୁ ଭାଇ ।ନମୋ ଅମ୍ବିକା ବୋଲିଣ ଜଳରେ ବୁଡ଼ାଇ ।।୭।ଚୁତ ଡ଼ାଳ ଫଳ ପୁଷ୍ପ ଦେଲୁଂ ଯେତେବେଳେ ।ତିନିବାର ତତ୍ତ୍ୱ ଯାହା କହିଲୁ ନିରୋଳେ ।।୮।ନାରାୟଣ ମନ୍ତ୍ର ପଢି ପୁରୋଇଲୁ ଜଳ ।ଗୋପୀଜନ ବଲ୍ଲଭ ବୋଲି ରଖିଲୁ ଶ୍ରୀଫଳ ।।୯।ଗୋରୁ ଗୋପାଳଙ୍କ ପୂଜା ପୁର୍ଣ୍ଣମୀ ବିଚାର ।ଦୋଳ ଯାତ୍ରା ଭିଆଇଲେ ନବୀନ କିଶୋର ।।୧୦।ନବଘନ ସ୍ୱରୁପ ଯେ ତ୍ରିଭଙ୍ଗ ମୂରତି ।ଯୁଗଳ ରୂପରେ ଦୋଳ ମଣ୍ଡପେ ଅଛନ୍ତି ।।୧୧।ଗୋପାଳ ମନ୍ତ୍ରରେ ତାଙ୍କୁ କରି ନମସ୍କାର ।ସିଂହାସନ ବୁଲୁଂ ଭାଇ ଧରିଣ ଓଂକାର ।।୧୨।ବତ୍ସ ମନ୍ତ୍ର ଧରିଣ ଯେ ଗୋ-ଦୋହନ କରୁ ।ତାରକ ମନ୍ତ୍ରରେ ଭାଇ ଠେକି ବେକା ଧରୁ ।।୧୩।ଷଡ଼ାକ୍ଷର ମନ୍ତ୍ର ବୋଲି ଛତା ବାଡ଼ି ଧରି ।ଧରଣୀ ମନ୍ତ୍ରରେ ଗୋରୁ ବୁଲେ ତୃଣ ବାରି ।।୧୪।ସୁଦାମଙ୍କୁ ସୁମରିଣ ଗୋରୁଙ୍କୁ ଚରାଉ ।ସିଷୁବେଦ ମନ୍ତ୍ର ପଢି ଗୋଷ୍ଠରେ ପୂରାଉ ।।୧୫।ରାଧିକା ମନ୍ତ୍ରରେ ଦଧି ବିକି ଯାଉ ଭାଇ ।ପସରା ଫେରିବା ମନ୍ତ୍ର ନମୋ ମହାମାଈ ।।୧୬।ଗୁହାଳରେ ଧୁଆଂ ଦେବା ଅନନ୍ତାୟ ହରି ।ଧଡ଼ା ଫିଟାଇବା ମନ୍ତ୍ର ଅରୂପାୟ ଉଚ୍ଚାରି ।।୧୭।ଅଗ୍ନିକୁ ଜାଳିବା ମନ୍ତ୍ର ଯୁଗଳ ଅକ୍ଷର ।ଅଗ୍ନି ଲଗାଇବା ବେଳେ ଜୀବନ୍ୟାସ କର ।।୧୮।ଘୃତ ହାଣ୍ଡିକୁ ଯେ ମନ୍ତ୍ର ନବାକ୍ଷର ଜାଣ ।ଶିକା ବାଉଂଗୀର ମନ୍ତ୍ର ସପତ ପ୍ରମାଣ ।।୧୯।ମହାଗୁରୁ ବେତାଳ ଯେ ବାଡ଼ି ଖେଡ଼ିବାର ।ନମୋ ମହାମନ୍ତ୍ର ସେହୁ ତାହାଙ୍କ ଉପର ।।୨୦।ଘଣ୍ଟି ଘାଗୁଡ଼ିର ମନ୍ତ୍ର ଅଷ୍ଟ ଚଣ୍ଡିକାଈ ।ନିରଞ୍ଜନ ମନ୍ତ୍ରେ ପାଗ ବାନ୍ଧିଛୁ ରେ ଭାଇ ।।୨୧।ଗୈାରୀ ଭାରର ଯେ ମନ୍ତ୍ର ହରି ଅନନ୍ତାୟ ।ଚୁଆ ଚନ୍ଦନର ମନ୍ତ୍ର ଗୋପୀ ବଲ୍ଲଭାୟ ।।୨୨।ଗୋପାଳକୁ ସଙ୍ଗେ ଡ଼ାକି ରତ୍ନ ଚୂଡାମଣି ।ହରି ଅନନ୍ତାୟ ବୋଲି ସଭାରେ ବସୁ ପୁଣି ।।୨୩।ଶୁଣ ହୋ ଗୋପାଳ ଭାଇ ଜାତି ଚୂଡ଼ାମଣି ।ଭାଷାରେ କହିଲି ଦୋଷ ନ ଧରିବ ପୁଣି ।।୨୪।ଗୋପାଳ କୁଳର ବୀଜ ଓଗାଳରେ ସାର ।କହିଲେ ଅଚ୍ୟୁତାନନ୍ଦ ଗୋପାଳ ହିତର ।।୨୫।ଓଗାଳ –୭ମଧୁବନ ଭିତରେ ଯେ ସୁଦାମ ଗୋପାଳ ।ଦୋଳ ଯାତ୍ରା କରିବାକୁ କଲେ ଅନୁକୂଳ ।।୧।ସୁବାହୁ ଗୋପାଳ ଭେଟ ହୋଇଲେକ ତହିଂ ।ଓଗାଳ ଦେଇଣ ଯେ ପୁଚ୍ଛନ୍ତି ପୁଣ ରହି ।।୨।ସୁବଳ ଗୋପାଳ ତୁମ୍ଭେ ଅଟ ଗ୍ୟାଂନୀ ଜନ ।କିମ୍ପାଇ ଗୋମାତାଙ୍କର ହେଲା ଅଷ୍ଟବର୍ଣ୍ଣ ।।୩।କେଉଂ ଗୁଣୁଂ ଶୃଙ୍ଗ ତାର ବକ୍ର ହୋଇଅଛି ।ତୃଣକୁ ଖାଇଣ କିମ୍ପା ପଞ୍ଝା କରୁଅଛି ।।୪।ମଳ ମୂତ୍ର କରନ୍ତି ସେ ଶୁଦ୍ଧ କର୍ମ ନାହିଂ ।ୟେକା ଗାବ ଗୋଟିକରେ ତାଣ୍ଡପେଣ୍ଡ ହୋଇ ।।୫।ଆଗ ପଛ ହୋଇ କିମ୍ପା କରନ୍ତି ଆସନ ।ଖେଦି ଯାନ୍ତି କୁଞ୍ଜେ କୁଞ୍ଜେ କରନ୍ତି ଗମନ ।।୬।ବତ୍ସା କ୍ଷୀର ନପିଇଲେ ଗୋଦୋହନ ନୋହି ।କିମ୍ପାଇ ଉଚ୍ଚିଷ୍ଟ କ୍ଷୀର ଦେବତା ଭୁଞ୍ଜଇ ।।୭।ୟେ କଥା ବିଚାରି ଭାଇମାନେ କହିଦେବ ।ତେବେ ସିନା ଦୋଳ ମଣ୍ଡପକୁ ଚଳିଯିବ ।।୮।ଉତ୍ତାରଏ ବଚନ ଶୁଣିଣ ଯେ ସୁବାହୁ ଗୋପାଳ ।ଭଲା ବେଳେ ଭାଇମାନେ ପୁଛିଲ ଉଗାଳ ।।୧।ଗୋମାତାଙ୍କ ମହିମା ଅଟଇ ଅଗୋଚର ।ଭେଦି କହିବାକୁ ସକ୍ଷ ହେବ କି ଆମ୍ଭର ।।୨।ଦକ ଦକ କରି ସିନା କହିଯିବୁ ଭାଇ ।ସେ କଥାରେ ଦୋଷ ତୁମ୍ଭେ ନ ଧରିବ କେହି ।।୩।କେତେବେଳେ ତାହା ପୁଣି ଥିଲା ସୁଖ ସ୍ଥାନ ।ନିତ୍ୟ ଭୁବନକୁ ଛାଡ଼ି ଲକ୍ଷେକ ଯୋଜନ ।।୪।ପାଦ ପାଣି ନାହିଂ ତାର ଶୂନ୍ୟ ମର୍ତ୍ତ୍ୟପୁର ।ପ୍ରଥମେ ସ୍ଫଟିକ ବର୍ଣ୍ଣ ହେଲା ଅବତାର ।।୫।ତେଣୁକରି ଶ୍ୱେତ ବର୍ଣ୍ଣ ଅଟଇଟି ସେହି ।ଆଦି କପିଳାରୁ ସେହି ପ୍ରକାଶି ଅଛଇ ।।୬।ଯେତେବେଳେ ଶ୍ୱେତ ବର୍ଣ୍ଣ ପ୍ରକାଶ ହୋଇଲା ।ତାପରେ ଧୂମ ବର୍ଣ୍ଣ ଯେ ବିକାଶ ପାଇଲା ।।୭।ପୁଣି କରି କୃଷ୍ଣ ବର୍ଣ୍ଣ ପ୍ରକାଶିଲା ସେହି ।ଶ୍ୱେତ କୃଷ୍ଣ ଅଙ୍ଗ ଦୁଇ ପ୍ରକାଶି ଅଛଇ ।।୮।ଏହୁ ଅଂଗ ଦୁଇ ଯହୁଂ ହୋଇଲା ଉଦିତ ।ସୁଗନ୍ଧ ତା ଅଙ୍ଗ ତହୁଂ ହୋଇଲା ବ୍ୟକତ ।।୯।ତିନି ବର୍ଣ୍ଣ ଉଦୟରୁ ପଣ୍ଡୁ ବର୍ଣ୍ଣ ଜାତ ।ଚାରି ବର୍ଣ୍ଣ ଭିନ୍ନାଭିନ୍ନ ହୋଇଲା ଉଦିତ ।।୧୦।ୟେହୁ ଚାରି ବର୍ଣ୍ଣ ହେଲା ମୂର୍ତ୍ତିବନ୍ତମାନ ।ବକୁଳ ବର୍ଣ୍ଣ ତହୁଂ ହେଲା ଉତୁପନ୍ନ ।।୧୧।ପଞ୍ଚଧାତୁ ଯେତେବେଳେ ଉଦୟେ ହୋଇଲା ।ପଞ୍ଚୁବର୍ଣ୍ଣ ରୂପ ଗୋଟି ତହୁଂ ପ୍ରକାଶିଲା ।।୧୨।ଚତୁର ପ୍ରକାଶନ୍ତେ ଶ୍ୟାମଳା ବରନ ।ସପତ ଧାତୁରୁ କାମଧେନୁଟି ପ୍ରମାଣ ।।୧୩।ୟେ ରୂପେ ଯେ ଅଷ୍ଟବର୍ଣ୍ଣ ଗୋମାତା ହୋଇଲେ ।ଅଯୋନି ସମ୍ଭୁତା ଯେଣୁ ବଛା ଉପୁଜିଲେ ।।୧୪।ଗାୟତ୍ରୀ ଅଟଇ ଗାଈ ସାବିତ୍ରୀ ତା ବଛା ।ୟେ ଦୁଇ ସୂତ୍ରର ମଧ୍ୟୁଂ ଦୁଗଧର ସଂଚା ।।୧୫।ୟେଣୁକରି ଗାୟତ୍ରୀ ସାବିତ୍ରୀ ସୂତ୍ର ଛନ୍ଦା ।ତ୍ରିକାଳରେ ବଛା ରୂପେ ପିଉଛନ୍ତି ଭେଦା ।।୧୬।ଗାୟତ୍ରୀ ହୋଇଲେ ଗାଈ ସାବିତ୍ରୀ ଗୋବଛା ।ନିରଞ୍ଜନ ମନ୍ତ୍ର ତାର ଗୋଧନ ଗୋବଛା ।।୧୭।ପାଦ ରୂପେ ବୋଲାବନ୍ତି ଅରୂପ ତା ଦୀକ୍ଷା ।ସିଷୁବେଦ ମଣିରେ ସେହୁ ମଣି ରକ୍ଷା ।।୧୮।କୀଟୁଂ ବ୍ରହ୍ମ ଯାକେ ଯାକୁ କରୁଛନ୍ତି ଧ୍ୟାନ ।ତାହାଙ୍କ ଅଧର ଯେ ଅମୃତ ସମାନ ।।୧୯।କୋଟିୟେକ ଶିବ ବ୍ରହ୍ମା ଏକ ରୂମେ ଅଛି ।ତାହାଙ୍କ ଅଧର ଯେ କେ ପାରିବ ଲେଖି ।।୨୦।କୋଟି କୋଟି ବେଦ ଯାକୁ ବର୍ଣ୍ଣ ନପାରଇ ।ନିରଞ୍ଜନ ରୂପକୁ ସେ ତୁସ୍ତି କରୁଥାଇଂ ।।୨୧।ୟେମନ୍ତ ମହିମା ତାର ନାହିଂ ପରାପର ।ତେଣୁକରି ହୃଦକୁ ତା ଅଛଇ ବିକାର ।।୨୨।ଧେନୁ ତୃଣ ନିରଞ୍ଜନ ଏତେ ବୋଲି ଜାଣ ।ପର ହିତକାରୀ ହିତ ବହିଅଛି ପୁଣ ।।୨୩।ୟେଣୁକରି ନିରଞ୍ଜନ ଅପାର ରୂପ ପାର ।ତେଣୁକରି ଅଧାର ସେ କରଇ ବିକାର ।।୨୪।ଶୃଙ୍ଗ କଥା ଭାଇମାନେ ସାବଧାନେ ଶୁଣ ।ୟେ ରୂପେ ବକ୍ର ହୋଇଛି କହିଦେବା ପୁଣ ।।୨୫।ଯେତେବଳେ ଶବଦରୁ ଗୋମାତା ଜନମ ।ଚତୁର ପ୍ରକାରେ ସେ ହୋଇଲା ବର୍ଣ୍ଣ ଚିହ୍ନ ।।୨୬।ଆଦ୍ୟରେ ଯେ ବାଡ଼ି ଗୋଟା ବାଡ଼ି ଶୃଙ୍ଗ ସେହି ।ଭେଦ ଗୋଟା ଅକାର ସୁର ଅଛି ରହି ।।୨୭।ଧୁନି ନାଦ ଗୋଟାରୁ ଯେ ମଣ୍ଡଳୀ ହୋଇଛି ।ଅରୁଣ ବରନ ସିନା ଶୃଙ୍ଗ ଉପୁଜିଛି ।।୨୮।ୟେ ଚାରି ଶୃଙ୍ଗର ନାନା ବର୍ଣ୍ଣରେ ବିଚାର ।ଗୋମାତାଙ୍କ ବର୍ଣ୍ଣ ଗୋଟି ଏମନ୍ତ ପ୍ରକାର ।।୨୯।ସାକ୍ଷୀ ରୂପେ ଉତ୍ତାର କହିଦେଲୁଂ ଭାଇ ।ହେଲା ନୋହିଲାକୁ ଦୋଷ ନ ଧରିବ କେହି ।।୩୦।ଗୋମାତାଙ୍କ ବୀଜଏଟି ଓଗାଳର ସାର ।କହିଲେ ଅଚ୍ୟୁତାନନ୍ଦ ଗୋପାଳ ହିତର ।।୩୧।ଓଗାଳ – ୮ଏଥୁ ଅନନ୍ତରେ ଶୁଣ ବିଚାର ଓଗାଳ ।ଚାରି ବିଶ ଭାଇ ହେଲେ ସବୁ ଏକ ମେଳ ।।୧।ଜାଣି ନ ଜାଣି କି ଆମ୍ଭେ ଠିକେ କହିଲଇଂ ।ଆଦିଲୀଳା ଗୋଡ଼ା ସନ୍ଧି ନମିଳଇ କାହିଂ ।।୨।ଚାରିବିଶ ଭାଇ ଆମ୍ଭର ବନସ୍ତରେ ଘର ।ଗୋଧନ ଚରାଉ ବନ ଜନ୍ତୁଙ୍କ ସଙ୍ଗର ।।୩।ପଞ୍ଚୁଶଖା ଅଟନ୍ତି ଆମ୍ଭର ପଞ୍ଚୁପ୍ରାଣ ।ଗୁରୁମୋର ମୋକ୍ଷଦାତା ଜୀବର କାରଣ ।।୪।ଆମ୍ଭ ଆଦି ଭେଦ ସେ ଯେ ଚିନ୍ତ ଯେତେ କଥା ।ଗୋରରୁ ଯେ ଗୋପାଳ ଯେତେ ନିତ୍ୟର ବ୍ୟବସ୍ଥା ।।୫।ଏକଥା ଉଚିତ ବାଣୀ ଜାଣନ୍ତି ସେ ଭେଦ ।ତାଙ୍କ ମୁଖୁଂ ଶୁଣିଲେଇ ପାଇବା ସମ୍ବାଦ ।।୬।ୟେମନ୍ତ ହୋଇଣ ସବୁ ଏକମେଳ ହେଲେ ।କରପତ୍ର ଯୋଡ଼ି ପଞ୍ଚୁ ଶାଖାକୁ କହିଲେ ।।୭।ନିତ୍ୟର ଉଗାଳ ଯାହା ଆଗ୍ୟାଂ କରିଗଲ ।ଥୋକାଏ ଯେ ଗଣ୍ଠିକଥା ଗୁପତେ ରଖିଲ ।।୮।ନିତ୍ୟ ପରେ ଗୋପୀ ଯେ ଗୋପାଳ ଗୋରୁ ବଛା ।କାହିଂରେ ଅଛନ୍ତି ତାଙ୍କୁ କେ କରଇ ରକ୍ଷା ।।୯।କିବା ତୃଣ ଜଳ କେହୁ କରନ୍ତି ଦୋହନ ।କାହାକୁ ବୋଲନ୍ତି ପ୍ରଭୁ ନିତ୍ୟ ବୃନ୍ଦାବନ ।।୧୦।ନିତ୍ୟରୁ ମଞ୍ଚକୁ ଆସି କରିଅଛି ଘର ।ଦ୍ୱାଦଶ ଯେ ବୃନ୍ଦାବନ ଦ୍ୱାଦଶ କୁଞ୍ଜର ।।୧୧।କଥାର ଭେଦ ତ କିଛି ନପାଇଲୁ ଆମ୍ଭେ ।ତୁମ୍ଭ ଗୁରୁ ଆଗ୍ୟାଂ କଲେ ପାଇବୁଟି ତେବେ ।।୧୨।ଉତ୍ତାରତାହା ଶୁଣି ପଞ୍ଚୁଶାଖା ହସିଣ କହିଲେ ।ୟେ କଥାକୁ ଗଣ୍ଠିକରି କହିବୁ ବୋଇଲେ ।।୧।ପ୍ରଥମେ ଯେ ରାଧାକୃଷ୍ଣ ରଙ୍ଗ ନୀଳବର୍ଣ୍ଣ ।ଶତେ ଚନ୍ଦ୍ର ରାଧାକୃଷ୍ଣ ହୃଦେ ଜ୍ୟୋତି ବର୍ଣ୍ଣ ।।୨।ଯୁଗଳ ମୂରତି ଏକ ସ୍ୱରୂପ ଦିଶନ୍ତି ।ମାନଧାତା ମଣ୍ଡପ ବେଦୀ ଯେ କରିଛନ୍ତି ।।୩।ଚାରିବେଦ ସିଂହାସନ ଗାୟତ୍ରୀ ପାବଚ୍ଛ ।ଉର୍ମ ଧୁର୍ମ ଜ୍ୟୋତି ଜ୍ବାଳା ଜଳୁଛି ପ୍ରତ୍ୟକ୍ଷ ।।୪।ବୃନ୍ଦା ଚିତ୍ରରେଖା ଯେ କାଳିନ୍ଦୀ ମନୋହାରୀ ।ରାଧାକୃଷ୍ଣ ସିଂହାସନେ ଛନ୍ତି ବିଜେ କରି ।।୫।ରୁକ୍ମଣୀ ଯେ ସତ୍ୟଭାମା ଚିତ୍ରା ଆଦି କରି ।ଜାମ୍ବବତୀ ଶକ୍ରାଜିତ ଅଷ୍ଟ ମନୁହାରୀ ।।୬।ରାଧାକୃଷ୍ଣ ସିଂହାସନ ପାଶେ ଛନ୍ତି ଧରି ।ସହସ୍ର ଚନ୍ଦ୍ରମା ପ୍ରାୟେ ବିଜେ କରିଛନ୍ତି ।।୭।ଅଧରେ ଅଧର ଦେଇ ଆସ୍ୱାଦ କରନ୍ତି ।ସେଇ ଆସ୍ୱାଦରୁ ଗୋପୀ ଗୋପାଳ ଜନମ ।।୮।ନିତ୍ୟ ପୁରେ ଗୋପିକା କରନ୍ତି ବେହାରଣ ।।୯।ନାଦ ଧୁନି ଶବଦ ଆମୋଦ ଧୁନି ପାଞ୍ଚ ।ୟେହିଠାରୁ ଗୋମାତା ଜନମ ହେଲେ ମଞ୍ଚ ।।୧୦।ରାଧା ଅଙ୍ଗୁ ସଖୀଗଣ କୃଷ୍ଣ ଅଙ୍ଗୁ ଗୋପ ।ପଞ୍ଚୁଶାଖା ଅଙ୍ଗରୁ ଗୋପାଳ ମୂର୍ତ୍ତି ଥାପ ।।୧୧।ପଞ୍ଚୁ ଗାଈ ଅଙ୍ଗରୁ ଯେ ଗୋପାଳ ଅବତାର ।ଗୋଲୋକ ମଣ୍ଡଳେ ସବୁ କରନ୍ତି ବେହାର ।।୧୨।କାମଧେନୁ ରାଧା ଅଙ୍ଗୁ କୃଷ୍ଣ ଅଙ୍ଗୁ ବଛା ।ସିଷୁବେଦୁଂ ସାମରଥା କେ କରଇ ଲେଖା ।।୧୩।ଶ୍ରୀକୃଷ୍ଣ ଦୁହଂନ୍ତି ଗାଈ ରାଧା କରେ ଦହି ।ଅଷ୍ଟ ସଖୀ ମନୋହର ନିଯୋଗ ଅଟଇ ।।୧୪।ନାହିଂ ରୂପରେଖ ଅରୂପ ବର୍ଣ୍ଣ ମୂରତି ।ବରାଙ୍ଗନା ରୂପେ ସବୁ ବେହାର କରନ୍ତି ।।୧୫।ଜଳ ତାଙ୍କର ସାମ୍ବୁଜ ଖାଦ୍ୟ ତାଙ୍କ ତୃଣ ।ଗୋମାତାଙ୍କର ଖୁଆଳ ସୁଦାମ ସୁବଳ ।।୧୬।ଗାୟତ୍ରୀ ସାବିତ୍ରୀ ତାଙ୍କ ଖୁଣ୍ଟ ପଘା ଛନ୍ଦ ।ଅନନ୍ତ ଫଣୀ ଉପରେ ଗୋମାତାଙ୍କ ଭେଦ ।।୧୭।ସୁନାରେ ଜନମ ତାଙ୍କ ସୁନା ସାର ଆସନ ।ଜ୍ୟୋତି ଲିଙ୍ଗ ତହିଂ ସଦା ସ୍ୱରୂପ ବରନ ।।୧୮।ଶୁଣ ଚାରିବିଶ ଭାଇ ଗୁପତ ବିଚାର ।ଅଗୋଚର ମହିମା ସେ ନୁହଇଂ ଗୋଚର ।।୧୯।ସୋଲ୍ୟପୁର ମଧ୍ୟରେ ଯେ ମଞ୍ଚପୁର ଭୋଗ ।ମୃତ୍ତିକାର ପିଣ୍ଡ ହେଲେ ହେବ ଯୋନିଲିଙ୍ଗ ।।୨୦।ରସ ବିଶ ଭୋଗାଭୋଗ ମଧ୍ୟ ସ୍ୱର୍ଗପୁର ।ଦ୍ୱାଦଶ ଯେ ବୃନ୍ଦାବନ ୟେ ମଞ୍ଚ ମଣ୍ଡଳ ।।୨୧।ଦ୍ୱାଦଶ ଗୋପାଳ ସଙ୍ଗେ ଦ୍ୱାଦଶ ଯେ କୁଞ୍ଜ ।ଦ୍ୱାଦଶ ବନରେ ଯେ ଦ୍ୱାଦଶ ଗିରିରାଜ ।।୨୨।ଗୁପତ ଗୋଲୋକ ମଧ୍ୟ ସ୍ୱର୍ଗପୂର ଭୂଇଂ ।ଏ ଭୂଇଂକି ମାରିଥିଲେ ମଞ୍ଚପୁର ଭୂଇଂ ।।୨୩।ତୁମ୍ଭେ ସେହି ତୁମ୍ଭେ ଅଛ ଏହି ମଞ୍ଚପୁର ।ନିତ୍ୟ ବୃନ୍ଦାବନେ ଆସି କରୁଛ ବେହାର ।।୨୪।ଯାହା ପଚାରିଲ ସବୁ ମଞ୍ଚର ବେଭାର ।ଗୋପ ବୃନ୍ଦାବନ ରାଧା କୃଷ୍ଣର ବେହାର ।।୨୫।ଓଗାଳର ବିଧି ପୁଣି କହିଲୁ ବିଚାର ।କହନ୍ତି ଅଚ୍ୟୁତାନନ୍ଦ ଗୋପାଳ ହିତର ।।୨୬।ଓଗାଳ – ୯ଶୁଣ ହୋ ଗୋପାଳ କୂଳ ଓଗାଳ ମହିମା ।ଦୋଳ ଗୋବିନ୍ଦର ଯେତେ ବିଧିମତ ସିନା ।।୧।ଚାରିବିଶ ଗୋପାଳ ଯେ ହେଲେ ଏକମେଳ ।ଦୋଳଯାତ୍ରା କରିବାକୁ କଲେ ଅନୁକୂଳ ।।୨।ମଥୁରା ଗୋପାଳ ଆସି ଗୋପରେ ମିଳିଲେ ।ଗୋପର ଗୋପାଳେ ଦେଖି ଓଗାଳ ପୁଛିଲେ ।।୩।ଶୁଣ ତୁମ୍ଭେ ଭାଇମାନେ ପଚାରୁ ଓଗାଳ ।କି ରୂପେ ଗୋପରେ ତୁମ୍ଭେ କରିବ ଯେ ଦୋଳ ।।୪।କି ରୂପେଣ କୁମ୍ଭ ଗୋଟି କରିବ ବନ୍ଦାଣ ।ନବତନ ଶିକାରେ ଯେ ବାହୁଙ୍ଗୀ ବିଧାନ ।।୫।କେତେ ଫୁଲ ଆଣିକରି କୁମ୍ଭକୁ ମଣ୍ଡିବ ।କେଉଂ ନକ୍ଷେତ୍ରକୁ ଧରି ଯାତ୍ରା ଆରମ୍ଭିବ ।।୬।କୁମ୍ଭ ଗୋଟି କେତେବେଳେ ବୁଡ଼ାଇବ ଭାଇ ।କେଉଂ ଗୋପୀ ନେଇ ଦୁଧ ବନ୍ଦାଇବ ଯାଇଂ ।।୭।କେତେବଳେ ବାଡ଼ି ଯେ କରିବ ଅନୁକୂଳ ।କେତେବେଳେ ସିଂଘା ନାଦ ହୋୟେ ଗୋଗୋଷ୍ଠର ।।୮।କେତେବେଳେ ଗାଈକି ହୋ କରିବ ବନ୍ଦାଣ ।କେତେବେଳେ ଗାଈମାନେ କରିବେ ସ୍ନାହାନ ।।୯।ବୃଷଭକୁ କି ରୂପେ ମଣ୍ଡଣି କର ଭାଇ ।ଶୁଭ ବାଂଛାକରି ଗୁଆ ବନ୍ଦାଇଣ ଥାଇ ।।୧୦।କେତେବେଳେ ସୂର୍ଯ୍ୟଙ୍କୁ ହୋ ଅର୍ଘ୍ୟ ବନ୍ଦାଇବ ।ଗୋଗୋଷ୍ଠରେ ଗୋମାତାଙ୍କ ପିତୁଳି ଲେଖିବ ।।୧୧।କେତେ ଚିନା ହେଲେ ଭାଇ ହେବ ଝୋଟିପାଣି ।କେତେ ଗୋଟି ବୀଜ ହେଲେ କରିବ ମଣ୍ଡଣି ।।୧୨।କେତେ ଗୋଟି କୁମ୍ଭରେ ଯେ ପକାଇବ ଫଳ ।କେତେ ଗୋଟି ବୃକ୍ଷ ଡ଼ାଳେ କର ଅନୁକୂଳ ।।୧୩।ୟେତେକ ବିଚାରି ଭାଇ କହିଦେବ ବାଛି ।ଦୋଳ ପୂଜା କରିବାକୁ ଉଛୁର ହେଉଛି ।।୧୪।ଉତ୍ତାରପୂର୍ଣ୍ଣାନନ୍ଦ ଶୁଣିଣ ଯେ ହୋଇଲା ଆନନ୍ଦ ।ଯାହା ପଚାରିଲ ଭାଇ କହିବା ସେ ଭେଦ ।।୧।ତୁମ୍ଭ ଆମ୍ଭ ଏକ ସିନା ଭେଦାଭେଦ ନାହିଂ ।ଦୋଳଯାତ୍ରା ପୂଜାବିଧି କହିବା ବୁଝାଇ ।।୨।ମୂଳା ନାମେ ନକ୍ଷତ୍ର ଯେ ମୂଳ ଭେଦ ସେହି ।ଚନ୍ଦ୍ର କର୍ମ ଘେନି ସିନା ଉପୁଜି ଅଛଇ ।।୩।ତୁମ୍ଭେ ଯାହା ପଚାରିଲ ଭାଇମାନେ ଶୁଣ ।ପ୍ରଥମେ ବେଦପତି କଲେ କୁମ୍ଭର ଭିଆଣ ।।୪।ପାଞ୍ଚ କଳାରେ ସେ ଯେ କୁମ୍ଭ ଭିଆଇଲେ ।ପାଞ୍ଚ ଗୋଟି ମୁଖ ତାର ଉପରେ ରଖିଲେ ।।୫।ଚାରି ଦିଗେ ଚାରି କଳା ମଧ୍ୟରେ କିଶୋରୀ ।ଅଷ୍ଟ ଚଣ୍ଡୀକାଈ ତହିଂ ମଧ୍ୟେ ସ୍ଥାପିକରି ।।୬।ପ୍ରଥମେ ଯେ ମହାମାୟୀ ନାମେଣ ସିନ୍ଦୁରେ ।ଚୁଆ ଚନ୍ଦନ ଲେପନ କାଳିକା ନାମରେ ।।୭।ଏମନ୍ତ କରିଣ ଭାଇ କୁମ୍ଭ ଘେନିଯିବ ।ଅଷ୍ଟଚଣ୍ଡୀ ନାମ ଧରି ଜଳ ପୂରୋଇବ ।।୮।ଜଳ ଘେନି ଆସିଣ ଯେ ଦେବ ଶିଂଘା ନାଦ ।ଝୋଟି ଲେଖିବାର ବେଳେ ଗୋପାଳ ଗୋବିନ୍ଦ ।।୯।ପଞ୍ଚୁ ମୁଖେ ପଞ୍ଚୁ ଫଳ ଶୁଣ ତୁମ୍ଭେ ଭାଇ ।ଚୁତ ଫଳ ଡ଼ାଳ ଗୁଆ ହରିଡ଼ା ମିଶାଇ ।।୧୦।ଅଏଂଳା ଯେ ପଦ୍ମ ଫଳ ତହିଂରେ ଜୁଟାଇ ।ଘୃତ ମଧୁ ଦଧି ଦେବ ତହିଂରେ ମିଶାଇ ।।୧୧।ପଞ୍ଚୁ ମୁଖେ ପଞ୍ଚୁ ଫଳ ଏହିଟି ପ୍ରମାଣ ।ଚତୁର୍ଦ୍ଦଶୀ ବାସି ଦିନ ଏସନେ ଭିଆଣ ।।୧୨।ରାଧିକା ଦୂତିକା ଯେ ଲଳିତା ବୃନ୍ଦାବତୀ ।ଚିତ୍ରରେଖା ମନୋହରୀ କାଳିନ୍ଦ୍ରୀ ସୁମତି ।।୧୩।ଯଶୋବନ୍ତୀ ତ୍ରିପୁରା ଯେ ଅଷ୍ଟସଖୀ ଏହି ।ଏହି ଅଷ୍ଟସଖୀ କୁମ୍ଭ ବନ୍ଦାଇଲେ ଭାଇ ।।୧୪।ବାଡ଼ି ଶିକା ବାଉଂଗୀ ଯେ ଖୁଆକୁ ଧୋଇବ ।କୁମ୍ଭ ସ୍ଥାପିଲା ସଳଖେ ନିଯୋଗ ରଖିବ ।।୧୫।ଯେତେବେଳେ ଭାଇ ନବଘଡ଼ି ହେବ ବେଳ ।ମୀନ ଲଗ୍ନେ ରୋହିଣୀ ଯେ ହୋଇବ ପ୍ରବଳ ।।୧୬।ତାରକ ନାମେଣ ଚନ୍ଦ୍ର ଭୋଗ ପାଞ୍ଚ ଦଣ୍ଡ ।ତେତେବଳେ ଶମୀ କୁମ୍ଭ ଦେଇ ବନ୍ଦାଇବ ।।୧୭।ଦୁଗଧ ଖଣ୍ଡ ମନୋହର ଶାକର ମିଶାଇ ।ଗୋଶାଳାର ଶୁଭ ଖୁମ୍ବେ ଢାଳିଦେବ ନେଇ ।।୧୮।ଶିଙ୍ଘା ନାଦ ଗୋଷ୍ଠରେ କରିବ ମହାଘୋର ।ତେତେବଳେ ବାଡ଼ି ଯାଇ ଘେନିମ ହସ୍ତର ।।୧୯।ପାହୁଡ଼କୁ ରଖାଇଣ ଗୋଷ୍ଠରେ ବୁଲିବ ।ପଞ୍ଚୁବର୍ଣ୍ଣ ଫଳ ନେଇ କୁମ୍ଭ ପରେ ଦେବ ।।୨୦।ଦଧି କୁମ୍ଭ ବାଉଂଗୀ ଶିକାରେ ଭାର କରି ।ସବୁ ଗୋପାଳଙ୍କ ଘରେ ବନ୍ଦାଣର ଫେରି ।।୨୧।ବନ୍ଦାଣ ଗାୟତ୍ରୀ ନେଇ ଗୋଷ୍ଠରେ ରଖିବ ।ଷଡ଼ରସ ମିଶାଇ ଘଟିତାଳ ଗାଇବ ।।୨୨।ଗଙ୍ଗାଜଳ ଘେନିଣ ଯେ ସ୍ନାହାନ କରାଇ ।କୁଙ୍କୁମ ରଙ୍ଗ ବସନ ଦେବ ପହୁଡ଼ାଇ ।।୨୩।ଚନ୍ଦନ ସିନ୍ଦୁର ଚିତା ବୃଷଭ କପୋଳେ ।ଗୋମାତାଙ୍କୁ ସ୍ନାହାନ କରାଇ ଶୁଦ୍ଧ ଜଳେ ।।୨୪।ଅଗ୍ରଧାତୁ ମିଶାଇଣ ଝୋଟି ପାଣି କରି ।ଗୋଶାଳାରେ ପିତୁଳା ଲେଖିବ ଯତ୍ନକରି ।।୨୫।ପୂର୍ଣ୍ଣ କୁମ୍ଭ ପଞ୍ଚ ଡ଼ାଳ ଭାଇମାନେ ଶୁଣ ।ପୁଲାଙ୍ଗ ବକୁଳ ଜାମୁ ଚୂତ ପରମାଣ ।।୨୬।କନିଅର ମିଶାଇଲେ ପଞ୍ଚୁ ଡ଼ାଳ ଏହି ।ପଞ୍ଚୁ ଡାଳ କଥା ୟେକେ କହୁଅଛି ଭାଇ ।।୨୭।ଏମନ୍ତେ ଦିବସ ଯାଇ ରଜନୀ ହୋଇବ ।ପୂର୍ଣ୍ଣକୁମ୍ଭଠାରେ ଅଷ୍ଟ ଦୀପ ଜଳାଇବ ।।୨୮।ଏହି ରୂପେ ଭାଇମାନେ କରିବ ବିହିତ ।ଦୋଳଯାତ୍ରା ଦିନରେ ଏ ଅଟଇ ବିଦିତ ।।୨୯।ଓଲଟ ଓଗାଳ – ୧୦ନନ୍ଦୀଶ୍ୱର ଗୋପାଳ ଯେ ଉଠିଲା ତୁହାଇ ।କୃଷ୍ଣ ଜନକ ମହାଖୁଡ଼କୁ ପଚାରଇ ।।୧।ଆମ୍ଭେ ତ ଉତ୍ତର ଦେଲୁ ଶୁଣିଲ ହେ ଭାଇ ।ଆମ୍ଭର ଉତ୍ତର ଏବେ କହିବ ବୁଝାଇ ।।୨।କେଉଂ ବୀଜ ଗୋପାଳରୁ ହୋଇଲ ଜନମ ।କେତେ ବିଶ ତୁମ୍ଭର ଅଟଇ ପରମାଣ ।।୩।ନବ ପିତ ମଧ୍ୟରୁ ଅଟଇ କେଉଂ ପିତ ।ଚାରି ଯୁଗେ କେତେ ବର୍ଣ୍ଣ ହୋଇଲା ବ୍ୟକତ ।।୪।ଏଣୁକରି କୃଷ୍ଣ ଅଙ୍ଗୁ ଆମ୍ଭର ଜନମ ।ତ୍ରିବୀଜ ଅଜପା ସିନା ତେର ବିଶ ଜାଣ ।।୫।ଲଳିତା ଅଙ୍ଗରୁ ଆମ୍ଭ ଗୋପାଳୁଣୀ ଜାତବସନ ଫେରରୁ ଆମ୍ଭ ଡ଼ାହାଣ ସଂଭୂତ ।।୬।କୃଷ୍ଣ ଅଙ୍ଗ ଯେଣୁ ବାମ ଅଙ୍ଗରେ ବସଣି ।ମାତୃ ଗର୍ଭ ଗ୍ୟାଂନ ଅଙ୍ଗ ପିନ୍ଧୁ କଉପୁନି ।।୭।ସୂତ୍ର ସନ୍ଧି ଆମ୍ଭର ଯେ ଅଷ୍ଟ ଦେଶ ଥିଲା ।ନବ ଶାଖା ଛାଡ଼ି ତହୁଂ ବୃକ୍ଷ ରୂପ ହେଲା ।।୮।ତେଣୁକରି ଉତୁରୀ ଅଧେକ ଆମ୍ଭେ ତାର ।ରାଧାକୃଷ୍ଣ ଅଙ୍ଗୁ ଜାତ ସମାଦି ଆମ୍ଭର ।।୯।ତେଣୁକରି ସିଷୁବେଦ ଆମ୍ଭ କର୍ମମାନ ।ହୁଅଇ ଯେ ଅଙ୍ଗ ଶୁଦ୍ଧ ଏକୋଇଶ ଦିନ ।।୧୦।ଅଯୋନି ସମ୍ଭୁତ ଜାତ ଯେଣୁ କୃଷ୍ଣାଞ୍ଜନ ।ତେଣୁକରି ଗୋକ୍ଷୀର ହୋ କରୁଛୁ ମନ୍ଥନ ।।୧୧।ଅବିକାର ଅଟଇ ହୋ ଆମ୍ଭ ନିଜ ସ୍ଥାନ ।ତେଣୁକରି ଆମ୍ଭ ଅନ୍ନ ଅମୃତ ସମାନ ।।୧୨।ଅଚ୍ୟୁତ ଅନନ୍ତ ଯେହୁ ଦୁଇଜଣ ଏକ ।ତେଣୁକରି ବୁଲାଇ କରଇ ସବୁ ପାକ ।।୧୩।ଛପନାଦି ଜୀବ ପୃଥି ଆପ ତେଜ ବାଇ ।ସେ ଯଦି ବୁଲଇ ସବୁ ପୃଥି ଶୁଦ୍ଧ ହୋଇ ।।୧୪।ଯାହା ସେ ଧାତା ବିଧାତା କରିଛି ଭିଆଣ ।ଗଲା ନ ଗଲାକୁ ଦୋଷ ଭାଇ ହୋ ନ ଘେନ ।।୧୫।ଅନନ୍ତ ଗୋପାଳ ଭେଦ କେ କରିବ ଅନ୍ତ ।ଗୋପାଳଙ୍କ ହିତରେ ଯେ କହିଲା ଅଚ୍ୟୁତ ।।୧୬।ଉତ୍ତାରତାହା ଶୁଣି କହୁଛନ୍ତି ସୁଦାମ ଗୋପାଳ ।ଅଗୋଚର କଥା ଭାଇ ଅଟଇ ଓଗାଳ ।।୧।ଠିକ୍ କରି ଭାଇ କଥା କହିଦେବୁ ବାଛି ।ପୂର୍ଣ୍ଣ କରି କହିବାକୁ ସକ୍ୟ କାର ଅଛି ।।୨।ବେଶ କଥା ଭାଇ ହୋ ସୁବେଶ ଅଟଇ ।ଇନ୍ଦ୍ର ଗୋବିନ୍ଦଙ୍କ ଠାରୁ ମିଳିଅଛି ସେହି ।।୩।ଏକ କଳା ପର୍ବତରେ ଇନ୍ଦ୍ରାୟଣୀ ଥିଲା ।କପିଳାକୁ ଆଣିବାକୁ ଗୋଲୋକ ଚଳିଲା ।।୪।ଆମ୍ଭ ପିତା କୃଷ୍ଣାଞ୍ଜନ ରଖିଥିଲେ ଗାଈ ।ନିତିପ୍ରତି ବ୍ରହ୍ମାଙ୍କୁ ଯେ ଅନ୍ନ ସେହୁ ଦେଇ ।।୫।ବାର ହାତ ନଖ ତାର ତେର ହାତ ବାଳ ।ତେର ଗଣ୍ଡା ଯୁଗ ତହିଂ ହେଲା ରଖୁଆଳ ।।୬।ନିତିପ୍ରତି ଗୋଷ୍ଠେ ଅନ୍ନ ରଖିଣ ଆସଇ ।ଏକ ଦିନେ ଆଗୁସାର ହୋଇଲାକ ତହିଂ ।।୭।ଅକାଳ ପବନ ମେଘ ଘୋଟିଲା ଗଗନ ।ଯାଇ ନ ପାରିଲା ତହିଂ ବ୍ରହ୍ମାର ନନ୍ଦନ ।।୮।ଗୋପାଳଙ୍କୁ ଦେଖିଣ ସେ ହୋଇଲେ ଚକିତ ।ମନ ଦଣ୍ଡ ଖଟୁଲିରେ ଲୁଚିଲା ତୁରିତ ।।୯।ଭୋଜନ ସାରି ଗୋପାଳ ଖଟୁଲିକି ଗଲା ।ଆକ୍ରୋଶି ହୋଇଣ ତାର ନିକଟେ ବସିଲା ।।୧୦।ସେହି ସମୟରେ ଆସି ବଳା ମିଳିଗଲେ ।ସେ ଦୁହିଂଙ୍କି ଦେଖିଣ ଯେ ଆନନ୍ଦ ହୋଇଲେ ।।୧୧।ସ୍ୱାହା ସିଦ୍ଧ ବୋଲି ତହିଂ ଖଞ୍ଜାଇଲେ ଗଣ୍ଠି ।ପାଟୋଳି ଗଢି ନିଜେ ଫେଇଲେ କାନ୍ଥେଟି ।।୧୨।ଗୋପାଳ ପୁଅଙ୍କୁ ଦେଖି ସୁବେଶ କରାଇ ।ଶ୍ରୀଅଙ୍ଗ କାଞ୍ଚଲା ଫେରି ଚଉତନା ଦେଇ ।।୧୩।ଆଦିନାରୀ ବସନରୁ ଖଞ୍ଜାଇଲେ ଘଣ୍ଟି ।ପାଛୋଟି ପଣନ୍ତ ଫେଇ ଦେଲେକ କାନ୍ଥେଟି ।।୧୪।ମହାମାୟୀ କପୋଳରୁ ଟୋପି ଆଣିଦେଲେ ।ଶିଖୀ ପୁଚ୍ଛ ବେଣୀ ଫେଇ ଡ଼ୋର ଖଞ୍ଜାଇଲେ ।।୧୫।ଆଗ ପଛ ଲାଞ୍ଜ ଦୀର୍ଘ ପତନୀର ଫେର ।ଦଗଧ କାଞ୍ଚନ ମାଳା ଲମ୍ବାଇଂ ହୃଦର ।।୧୬।ସୀମ ସ୍ଥାନ ଗଭା କଲେ କନିଅର ଚୂଳ ।ନାଗବନ୍ଧୀ ଖଂଜିଦେଲେ ପୟରେ ନେପୁର ।।୧୭।ସୁବର୍ଣ୍ଣର ଜାଲିଆ ଯେ ଖଞ୍ଜିଲେ ଉତୁରୀ ।ମହାମାୟୀ ବିଳାସରୁ ପାଗ ଦେଲେ ନେଇ ।।୧୮।ଇନ୍ଦ୍ରଜାଲି ପାଟ ଥିଲା ଦେବ ଲକ୍ଷ କୋଣେ ।ଆନନ୍ଦେ ତାକୁ ନେଇ କଲେ ଉପରାଣେ ।।୧୯।କର ଅଙ୍ଗୁଷ୍ଠିରୁ କାଢ଼ିଲେକ ଯେ କୁଣ୍ଡଳ ।କୁମୁଦ ବକୁଳ ଆଣି କଲେ ପଞ୍ଚୁ ମାଳ ।।୨୦।ସୁବର୍ଣ୍ଣ ଥୋପକୁ କଲେ ବାହୁଟି କଚଟି ।ପାଦଚନ୍ଦ୍ର ଆସି କଲେ ଦେଲେ ପଦ୍ମ ଗୋଟି ।।୨୧।ସର୍ବାଙ୍ଗରେ ଆଦିଶକ୍ତି ବର୍ଣ୍ଣ ତୋଳିଦେଲେ ।ଅତି ଯତ୍ନେ ରୂପ ଗୋଟି ବନ୍ଦାପନା କଲେ ।।୨୨।ଦେବୀଙ୍କର ଇନ୍ଦ୍ରଜାଲ ବାହୁଙ୍ଗା କରିଣ ।ବେଣୁ ଫୁସିକା ଯୋଡ଼ ବାହିଲେକ ପୁଣ ।।୨୩।ଦେବୀଙ୍କର ପଦ୍ମକଢି ଦଧିଭାଣ୍ଡ କଲେ ।ତ୍ରିଖଣ୍ଡିକି ଆଣିକରି ଖୁଆ ବନ୍ଦାଇଲେ ।।୨୪।ମଙ୍ଗଳ ଆଳତି ଫୁଲ ଗଳାରେ ଲମ୍ବାଇ ।ନାନା ବର୍ଣ୍ଣେ କୁସୁମ ଖଞ୍ଜିଲେ ଶିରେ ନେଇ ।।୨୫।ଅଙ୍ଗ ତାର ପୁଟ ବେଣୁ ବୃକ୍ଷର ବଇଂଶୀ ।ଗୋପାଳ ହସ୍ତରେ ନେଇ ଦେଲେ ଶୁଭ୍ରକେଶୀ ।।୨୬।ଭୂମି କଥା ପଚାରିଲ ଶୁଣ ଭାଇମାନେ ।ଷୋଳପୁର ଗୋପାଳେ ମିଳିଲେ ୟେକ ଦିନେ ।।୨୭।ଦେବ ନାଶନର ମୂଳେ ମିଳିଲେକ ଯାଇ ।ସମନୀଳା ଦୋଳ ଯେ ଗୋବିନ୍ଦ ମେଳହୋଇ ।।୨୮।ଶତେ ଭାର ଗଦା ଭାର ବାଡ଼ିର ଶବଦ ।ଷୋଳ ଖଣ୍ଡି ବାଜଣା ଯେ ମୁରଲୀର ନାଦ ।।୨୯।ଅଧରେ ଅଧର ମିଶି ମୁକୁନ୍ଦ ଜନମ ।ରସାମ୍ବୁଜ ପ୍ରାୟେ ସବୁ ହେଲା ଉତପନ ।।୩୦।ଧରଣୀ ଆନନ୍ଦ ହୋଇ ବାଟ ଛାଡିଦେଲା ।କ୍ଷୀରାର୍ଣ୍ଣବ ଅନନ୍ତ ମଣ୍ଡଳେ ରଖାଇଲା ।।୩୧।କୋଟି କୋଟି ଯୁଗ ଗଲା ଗୁପତେ ଅଛଇ ।ତେଣୁକରି ରାସାନ୍ତଳେ ବସୁନ୍ଧରୀ ଯାଇ ।।୩୨।ବାଟ ନ ପାଇଣ ଯେ ଗୋପାଳ ଗଣ ମନୁ ।ଆତଙ୍ଗେ ଡ଼ାକିଲେ ପ୍ରଭୁ ରଖ କଳାକାହ୍ନୁ ।।୩୩।ସୁମରିବା ମାତ୍ରକେ ହେଲା ଧରଣୀ ଆନନ୍ଦ ।ଚଉଦ ଭୁବନେ ତାର ବିକଶିଲା ତେଜ ।।୩୪।ବାଡ଼ି ଯେ ବାହୁଙ୍ଗା ଶିକା କୁମ୍ଭ ଗୋଟି ଦେଲା ।ଅମଳ କମଳ ପୁଷ୍ୟ ଫୁଟି ବିକଶିଲା ।।୩୫।ସବୁ ଗୋପାଳଙ୍କଠାରେ ଲମ୍ବିଲାକ ଯାଇ ।ଆନନ୍ଦେ ଗୋପାଳେ ଅର୍ଘ୍ୟ ବନ୍ଦାଇଲେ ଦେଇ ।।୩୬।ତେଣୁକରି କ୍ଷୀରାର୍ଣ୍ଣବ ଗୋଟି ତା ରହିଛି ।ଧରଣୀ ଫାଟିବା କଥା କହିଦେଲୁ ବାଛି ॥
।୩୭।ବୃଷଭାନୁ ନନ୍ଦନ ଯେ କୁମୁଦ ଗୋପାଳ ।ଉତ୍ତର ଶୁଣି ସେ ଯେ ହେଲେ ୟେକମେଳ ।।୩୮।ଶୁଣ ହେ ସର୍ବ ଗୋପାଳ ନ ଘେନିମ ଦୋଷ ।ଗୋପାଳ ହିତେ କହିଲେ ଶ୍ରୀ ଅଚ୍ୟୁତ ଦାସ ।।୩୯।ଓଗାଳ – ୧୧ମେଳ ହୋଇ କୁମୁଦ ଯେ ପୁଚ୍ଛଇ ଓଗାଳ ।ଶୁଣ ଭାଇ ତୁମ୍ଭେ ହୋ ପୁରନ୍ଦର ଗୋପାଳ ।।୧।କାହିଂ ଥିଲ କାହୁଂ ଯେ ଅଇଲ ତୁମ୍ଭେ ଭାଇ ।ଦୋଳଯାତ୍ରା ବିଧିଟି ଯେ ପଚାରୁଛି ମୁହିଂ ।।୨।ସୁବେଶ ହୋଇଣ ଦୋଳଯାତ୍ରାକୁ ବାହାର ।କି ରୂପେ ସେ ପୂଜା ଗୋଟି ହୋଅଇ ତୁମ୍ଭର ।।୩।କିସ ବିଚାରିଣ ତୁମ୍ଭେ ଅନୁକୂଳ କର ।କି ରୂପେ ଯେ ଅଙ୍ଗ ଶୁଦ୍ଧ ହୋଅଇ ତୁମ୍ଭର ।।୪।କାହାକୁ ସୁମରି ବାଡ଼ି ଧରିଥାଉ ଭାଇ ।ବାମ ଡ଼ାହାଣରେ ବାଡ଼ି କି ନାମ ବୋଲାଇ ।।୫।ଗୋପାଳ ଭାଇଙ୍କର ଯେ କେତେ ନାମ ରୂପ ।ବୃଷଭକୁ ମଣ୍ଡଣିରେ କିସ ନାମ ଜପ ।।୬।ଶିକା ଛନ୍ଦ ଭାର ଘେନି କିସ ଜପ କର ।କେତେ ଗୋଟି ମାଳ ହୋଏ ଗୋପାଳର ହାର ।।୭।କେତେ ଭାଙ୍ଗ ମସ୍ତକରେ ରଖ ଭାଇ ଚୂଳ ।ମୋଡ଼ିଆ ନାଇଛ କର୍ଣ୍ଣେ କି ନାମ ତାହାର ।।୮।କିସ ବିଚାରିଣ ଅଙ୍ଗେ ଘେନିଛ ବସନ ।ଘଣ୍ଟି ଘାଗୁଡ଼ି ନାଇଛ କି ଅବା ଜପିଣ ।।୯।ଟୋପି ଗୋଟି ନାଇଛ ଥୋପମାନ ଦେଇ ।କାହାକୁ ସୁମରି ଶିରେ ଘେନିଅଛ ଭାଇ ।।୧୦।କାହାକୁ ପଚାରି ପଥେ କର ହୋ ଗମନ ।କିସ ସୁମରିଣ ଘେନ ଚୁଆ ଯେ ଚନ୍ଦନ ।।୧୧।କେତେ ଫୁଲ ହେଲେ ଗୋପାଳଙ୍କ ଗଳେ ମାଳ ।କିସ ସୁମରଣା କରି ଘେନିଛ ନେପୁର ।।୧୨।କାହାକୁ ସୁମରି ଭାଇ ଘେନିଛ ଚଉଡ଼ୋର ।ଧୀର ଧୀର ଚାଲି କି ସେ ଦିଶଇ ସୁନ୍ଦର ।।୧୩।ୟେଥିର ଉତ୍ତର ଯେବେ କହିଦେବ ତୁମ୍ଭେ ।ଦୋଳ ମଣ୍ଡପକୁ ଏବେ ଛାଡ଼ିଦେବୁ ଆମ୍ଭେ ।।୧୪।ଉତ୍ତର କହିଲେ ସିନା ସବୁ ହେବ ସତ ।ଗୋପାଳଙ୍କ ହିତେ ୟେହା କହିଲେ ଅଚ୍ୟୁତ ।।୧୫।ଉତ୍ତାରପୁରନ୍ଦର କହୁଛନ୍ତି କୁମୁଦକୁ ଚାହିଂ ।ଭଲା ବେଳେ ଓଗାଳ ପୁଛିଲୁ ରେ ଭାଇ ।।୧।କୁମ୍ଭ ମାସ ସତାଇଶ ଦିନେ ହେଲା ଦୋଳ ।ମୂଳା ନାମେ ନକ୍ଷତ୍ର ଯେ ବାର ଅର୍କ ବେଳ ।।୨।ଏଗାର ଦଣ୍ଡେ ଭାଇ ହୋ କିଶୋର ସୁମରି ।ଯାତ୍ରାର ବିଧାନ ମତ ଅନୁକୂଳ କରି ।।୩।ୟେକ ବର୍ଣ୍ଣୀ ଗାଈର ଯେ ଗୋବର ଆଣିଲୁ ।ନବତନ ଭାଣ୍ଡରେ ଯେ ଚୁଞ୍ଚପାଣି କଲୁ ।।୪।ପ୍ରଥମେ ଗୋଶାଳା ଲିପି କରାଇଲୁ ଶୁଦ୍ଧ ।ଗୋଗୋଷ୍ଠେ ଚନ୍ଦନ ଛେରା ପକାଇ ଆନନ୍ଦ ।।୫।ଗୃହକୁ ଲିପିଣ ଶୁଦ୍ଧ ଆସନ ବସନ ।ୟେମନ୍ତେ କରନ୍ତେ ହେଲା ନବଘଡ଼ି ଦିନ ।।୬।ଅଗରୁ ବକୁଳ କନିଅର ଯେତେ ଗୁଣ୍ଡି ।କର୍ପୂର କାମେନୀ ଚୂଳ ତହିଂ ସଙ୍ଗେ ମଣ୍ଡି ।।୭।ଏହି ଅଷ୍ଟ ଚୂଳ ସବୁ ୟେକତ୍ର କରିଣ ।ଗୋଶାଳା ଗୃହକୁ ଲେପି କଲୁ ଚିତ୍ର ପୁଣ ।।୮।ପ୍ରଥମେ କୁମ୍ଭକୁ ଚୁଆ ଚନ୍ଦନ ସିନ୍ଦୁର ।ତାପରେ ଯେ ନେଇଣ ଥାପିଲୁ ପଞ୍ଚୁଫଳ ।।୯।ଗୋପାଳ ମନ୍ତ୍ରକୁ ଜପି କରନ୍ୟାସ କଲୁ ।ପାଞ୍ଚଗୋଟି ଡ଼ାଳ ନେଇ ଉପରେ ଥାପିଲୁ ।।୧୦।ଶିକା ଭାର ଛନ୍ଦ ଜାଣ ବାଡ଼ି ଯେ ବାହୁଙ୍ଗା ।ଖୁଆ ଦଣ୍ଡ ଗୁଆ ଫୁଲ ବେଣ୍ଟ କଢା ସଙ୍ଗା ।।୧୧।ୟେମାନଙ୍କ ବିଧି କଥା ଭାଇମାନେ ଶୁଣ ।ତାରକ ମନ୍ତ୍ରରେ ସିନା ଡ଼ୋରର ପ୍ରମାଣ ।।୧୨।ନମୋ ନାରାୟଣ ମନ୍ତ୍ର ବାଡ଼ି ବାହୁଙ୍ଗାର ।ଶକ୍ତି ସିଦ୍ଧ ମନ୍ତ୍ର ଗୋଟି ଖୁଆ ଯୋଡ଼ିବାର ।।୧୩।ଓମତିର ମନ୍ତ୍ରେ ଭାଇ ଖୁଆର ମନ୍ଥନ ।ମୋଡ଼ିଆ ଯେ ଘେନୁ ଆମେ ତ୍ରିବିଜ ଜପିଣ ।।୧୪।ତ୍ରିପୁରା ଜପିଣ ଟୋପି ଦେଉ ହୋ ଶିରରେ ।ଅନନ୍ତ ସୁମରି ମାଳି ଦେଉ ହୋ ଗଳାରେ ।।୧୫।ରାଧା ଅଙ୍ଗ ବୃନ୍ଦାବନ କୃଷ୍ଣ ଯେ ମଥୁରା ।ଅନନ୍ତର ମାଳା ଗୋଟି ଅଟଇ ତ୍ରିଶରା ।।୧୬।ଆଉ ମାଳାମାନ ସବୁ ଅଟଇ ଅଶୁଦ୍ଧ ।ଶ୍ରୀଗୁରୁ ମନ୍ତ୍ର ପଢିଣ ଗଳେ ନେଇ ପିନ୍ଧ ।।୧୭।କେନ୍ଦୁ ଯେ ବଉଳ ବେଣୁ ୟେହି ତିନି ବାଡ଼ି ।ବୀର ଚୂଡ଼ାମଣି ମନ୍ତ୍ରେ ଘଣ୍ଟି ଯେ ଘାଗୁଡ଼ି ।।୧୮।ପୁନାଙ୍ଗ ଯେ କନିଅର ବକୂଳ କେତକୀ ।ମାଧବୀ ମାଳତୀ ଚମ୍ପା ମଲ୍ଲୀ ଅଷ୍ଟ ଜାତି ।।୧୯।ଆଦ୍ୟ ପୂର୍ଣ୍ଣ ମଙ୍ଗଳା ହୋ ପଥ ଅନୁକୂଳ ।ଶକ୍ତି ମନ୍ତ୍ରେ ଘେନୁ ଚୁଆ ଚନ୍ଦନ ଗୋକୁଳ ।।୨୦।ବୃଷଭକୁ ଜପିବାକୁ ଅଜପା ଅକ୍ଷର ।ନବୀନ କିଶୋରୀ ଜପି ଘେନୁ ହୋ ନେପୁର ।।୨୧।ବାହାରେ ବାହୁଟି ସଙ୍ଗେ ଅଛଇ ଯେ ଡ଼ୋର ।ବିନନ୍ତା ମନ୍ତ୍ରର ସିନା ଅଟଇ ତାହାର ।।୨୨।ଅଗୋଚର କଥା ତୁମ୍ଭେ ପଚାରୁଛ ଭାଇ ।ଏ ଉତ୍ତର କହିବାକୁ ସକ୍ୟ ଆମ୍ଭ କାହିଂ ।।୨୩।ଚୂଳର ମହିମା ଏବେ ଭାଇମାନେ ଶୁଣ ।ଗୋପାଳ ବୋଲିଣ ତିନି ଅକ୍ଷରେ ପ୍ରମାଣ ।।୨୪।ବତିଶ ଅଙ୍ଗୁଳି ଦୀର୍ଘ ପ୍ରତି ମାପ କର ।ଆପଣା ହସ୍ତରେ ମାପ ଅଟେ ବରାବର ।।୨୫।ସଖୀ ଅଂଗ ତିନି ଜାଣ ସଖା ଅଙ୍ଗ ଦୁଇ ।ଦେଢ ଆଙ୍ଗୁଳିରେ ଧାତା ବିନ୍ଧାଣି ଅଛଇ ।।୨୬।ଦିଗପାଳଙ୍କର ଅଛି ୟେକଇ ଆଙ୍ଗୁଳ ।ଅର୍ଦ୍ଧ ଯେ ଆଙ୍ଗୁଳ ଅଛି ନିରଞ୍ଜନଙ୍କର ।।୨୭।ପଞ୍ଚ ଆଙ୍ଗୁଳିଟି ଜାଣ ଅଟେ ଆଦିଶକ୍ତି ।ତିନି ଆଙ୍ଗୁଳିରେ ଧାତା ବିଧାତା ଅଛନ୍ତି ।।୨୮।ଅଷ୍ଟାଦଶ ଅଙ୍ଗୁଳି ଯେ ଏ ଚୂଳ ପ୍ରମାଣ ।ୟେ ଚୂଳ ନଥିଲେ କାହୁଂ ଗୋପାଳ ବରଣ ।।୨୯।ହେଲା ନ ହେଲାକୁ ଭାଇ ନ ଧରିବ ଚିତ୍ତ ।ଗୋପାଳଙ୍କ ହିତେ ଯେ କହିଲା ଅଚ୍ୟୁତ ।।୩୦।ଓଗାଳ – ୧୨ବିଜେ ନଗ୍ର ଗୋପାଳ ଯେ ୟେକମେଳ ହେଲେ ।ବିଚାରି ଗୋପାଳ ପୁରେ ଯାଇଣ ମିଳିଲେ ।।୧।ବୀରସେନ ଗୋପାଳକୁ ଉଗାଳିଲେ ଯାଇ ।କଥାୟେକ ପଚାରୁଛୁ କହିଦେବ ଭାଇ ।।୨।ଦୋଳଯାତ୍ରା ମଣ୍ଡପଟି କି ରୂପ ଅଟଇ ।ରାଧାକୃଷ୍ଣ ବିରାଜନ୍ତି ତଥିପରେ ଯାଇ ।।୩।କି ରୂପେ ସେ ସିଂଘାସନ ହୋଇଛି ନିର୍ମାଣ ।ତହିଂରେ ବିଜୟ କରିଛନ୍ତି ରାଧାକୃଷ୍ଣ ।।୪।କେତେ ବିଶ ହେଲେ ତହିଂ ବିରାଜନ୍ତି ଯାଇ ।କି ରୂପେ ଗୋପାଳ ଭୋଗ ମଣୋହି କରାଇ ।।୫।କି ରୂପେ ମଣ୍ଡଣି ଭେଶେ ବିରାଜନ୍ତି ଯାଇ ।କେତେ ବର୍ଣ୍ଣ ହେଲେ ତାଙ୍କୁ ଆସନ ହୁଅଇ ।।୬।କେତେ ଦ୍ରବ୍ୟ ହୋଇଲେ ସେ ହୁଅନ୍ତି ସୁବେଶ ।କିଏ ଭୋଗ ଦେଲେ ରାଧାକୃଷ୍ଣ ଯେ ସନ୍ତୋଷ ।।୭।ଏଥିର ଉତ୍ତର ଭାଇ ଯେବେ କହିଦେବ ।ତେବେ ସିନା ଦୋଳ ମଣ୍ଡପକୁ ଚଳିଯିବ ।।୮।ରାଧାକୃଷ୍ଣ ଦେଖିବାକୁ ଆସିଅଛ ଧାଇଂ ।ଅଚ୍ୟୁତାନନ୍ଦ ଉତ୍ତର ଦେବ ସିନା କହି ।।୯।ଉତ୍ତାରବୀରସେନ କହୁଛନ୍ତି ଶୁଣ ତୁମ୍ଭେ ଭାଇ ।ଭଲା ଗଣ୍ଠି ଓଗାଳ ଯେ ପୁଛିଲ ୟେଠାଇଂ ।।୧।ନବୀନ କିଶୋରୀ ରୂପ ଅଟେ ଅଗୋଚର ।ହର ବ୍ରହ୍ମା ମୁନିଙ୍କି ସେ ନୋହଇ ଗୋଚର ।।୨।ନଜାଣିଲା ପ୍ରାୟେ କିଛି ନକହିବ ଭାଇ ।ଗଲା ନଗଲାକୁ ଦୋଷ ନ ଧରିବ କେହି ।।୩।ରାଧିକାଙ୍କ ନଖ କୋଣୁ କୋଟି ଚନ୍ଦ୍ର ତେଜ ।ସିଂହାସନେ ବିରାଜିଲେ ଶୋଭାରେ ଦହିଜ ।।୪।ସହସ୍ର କମଳ ବର୍ଣ୍ଣ ଶ୍ରୀମୁଖ ଦିଶଇ ।ଜ୍ୟୋତି ଅଂଗ ହୋଇ ତହିଂ କୃଷ୍ଣ ବିରାଜଇ ।।୫।ନ ଚଳଇ ପାଦପାଣି ନୟନ ପିତୁଳି ।କୋଟି ସୂର୍ଯ୍ୟ ତେଜ ପ୍ରାୟେ ଶ୍ରୀରାଧାଟି ଝଳି ।।୬।ତ୍ରିଭଂଗ ମୋହନ ବଂଶୀ ଧରି କମ୍ବୁପାଣି ।ଲତା ବିନ୍ଦୁ ପ୍ରାୟେ ରାଧା ଅଙ୍ଗେ ଛନ୍ତି ପୁଣି ।।୭।ତାଳୁରେ ତ୍ରିମୁକ୍ତି ଚୂଳ ମୟୁର ଚନ୍ଦ୍ରିକା ।ଚାରି ବର୍ଣ୍ଣ ସଙ୍ଗେ ଗୁଞ୍ଜା ଗୁଞ୍ଜ ପୁଚ୍ଛ ଶିକା ।।୮।ଅପୂର୍ବ ମୋହନ ବଂଶୀ ଧରିଣ ଅଧରେ ।ଧୀରେ ଧୀରେ ଚୁମ୍ବୁଥାନ୍ତି ମଧୁରେ ମଧୁରେ ।।୯।ଶୁଣ ଭାଇମାନେ ରତ୍ନ ସିଂହାସନ କଥା ।ଯେଉଂ ରୂପେ ଭିଆଣ ତା କହିବା ବେବସ୍ଥା ।।୧୦।ଯେତେବେଳେ ଧରିତ୍ରୀ ଆକାଶ କେହି ନାହିଂ ।ଶୂନ୍ୟ ପରେ ଶୂନ୍ୟ ଠୁଳ ହୋଇଅଛି ରହି ।।୧୧।ଅନେକ ଦିନରେ ତାର ରୂପ ପ୍ରକାଶିଲା ।ନବୀନ ଗଉର ଶ୍ୟାମ ସୁନ୍ଦର ଦିଶିଲା ।।୧୨।ଯୁଗଳ ଅଙ୍ଗରେ ରୂପ ହୋଇଲା ଓମତି ।ତେଣୁକରି ନବୀନ କିଶୋର ବୋଲାବନ୍ତି ।।୧୩।ତ୍ରିଭଙ୍ଗ ମୋହନ ବଂଶୀ ଧରି ବେନି କରେ ।ଗୋପାଳ ମୂରତି ଅଙ୍ଗୁ ଶୋଭା ସଦା ଝରେ ।।୧୪।ଚାରି ବେଦ ସିଂହାସନ ଚାରି ଖୁରା ଜାଣ ।ଗାୟତରୀ ଛନ୍ଦ ସବୁ ହୋଇଛି ଆସନ ।।୧୫।ସିଷୁବେଦ ଉପରେ ମଣ୍ଡଣି ହୋଇଅଛି ।ଅନନ୍ତ ସହସ୍ର ଫଣୀ ପରେ ବିରାଜନ୍ତି ।।୧୬।ନବୀନ ଗୋପାଳ ଅଙ୍ଗ ଧରି କମ୍ବୁ ପାଣି ।ଶ୍ରୀ ବିମ୍ବା ଅଧରେ ହସି କହୁଥାନ୍ତି ବାଣୀ ।।୧୭।ୟେସନେକେ ନିଜ ଅଙ୍ଗୁ ଗୋପାଙ୍ଗନା ଜାତ ।ଗୋପାଳ ଭୋଗରେ ସିନା ହୁଅନ୍ତି ଉଷତ ।।୧୮।ସାକ୍ଷୀ ରୂପେ ସବୁ ଭୋଗ ବାସ ଯାରେ ଥାଇ ।ଗୋପାଳ ଭୋଗ ପାଇଲେ ସନ୍ତୋଷ ହୁଅଇ ।।୧୯।ତେଣୁକରି ଗୋପାଳ ଶ୍ରୀକୃଷ୍ଣ ନିଜ ଅଙ୍ଗ ।ମୁହୂର୍ତ୍ତେକ ଛଡ଼ା ନାହିଂ ଗୋପାଙ୍ଗନା ସଙ୍ଗ ।।୨୦।କନେକ ବକୁଳ ଚମ୍ପା କୁନ୍ଦ ମଲ୍ଲୀ ମାଳ ।ଯାଈ ଜୂଇ ସେବତୀ ଯେ ସହସ୍ରେ କମଳ ।।୨୧।ୟେହି ରୂପେ ଗୋପୀଗଣ ପୁଷ୍ପ ବର୍ଣ୍ଣ ହୋଇ ।କିଶୋର କିଶୋରୀଙ୍କର ଅଙ୍ଗେ ବିରାଜଇ ।।୨୨।ଆଦିରୂପା ଗୋପୀକୃଷ୍ଣ ୟେକ ରୂପ ଜାଣ ।ୟେହି ରୂପେ ଭୋଗ ଦେଲେ ସନ୍ତୋଷ ବିଧାନ ।।୨୩।ତୁମ୍ଭେ ଆମ୍ଭେ ଏକ ସିନା ଗୋପାଳ ଭିଆଣ ।ରାଧାକୃଷ୍ଣ ଭାବନାରେ ତୋଷ କର ମନ ।।୨୪।ଓଗାଳ ଗାଇଣ ମନେ କୃଷ୍ଣ ପ୍ରେମ ଆଣ ।ଗୀତରେ ଅଚ୍ୟୁତ କହେ ଶୁଣ ସାଧୁଜନ ।।୨୫।