ଲାବଣ୍ୟବତୀ
ଉପେନ୍ଦ୍ର ଭଞ୍ଜ · ଭାଗ ୨ / ୧୨
ସମ୍ପୂର୍ଣ୍ଣ ସୂଚୀପତ୍ର
ତୃତୀୟ ଛାନ୍ଦ
ଲାବଣ୍ୟବତୀ ପ୍ରଥମେ ଋତୁମତୀ ହେବା(ରାଗ-କେଦାର, ଚକ୍ରକେଳି ବାଣୀ)ଶୁଣ ରସିକେ ନବ ଯଉବନୀ ।ହୋଇ ବନିତା ମଣ୍ଡିଲା ଅବନୀ ।୧ ।ଏଣୁ ଉପମାଗଣ ନିରନ୍ତର ।କି କରିବା ଭାବି ହେଲେ କାତର ।୨ ।ଝଳି କାନ୍ତିରେ ଲଭିଣ ଭୀତିକି ।କଲା କଣ୍ଟକ ଦୁର୍ଗକୁ କେତକୀ ।୩ ।ପାଞ୍ଚେ ମନ୍ଦର କୁଚ ବଢ଼ିବାରେ ।କିମ୍ପା ବୁଡ଼ି ନ ମଲି ପାରାବାରେ ।୪ ।ନାସା ପୁଡ଼ା ଫୁଲିବାର ଅନାଇ ।ଭାଷାବନ୍ଧେ ଶୁକ ମନ ମନାଇ ।୫ ।ମୁଖେ ପ୍ରଚାର ପରିଚାରିପଣ ।ସୁଖେ ଦର୍ପ ହାତୁଁ କଳାଦର୍ପଣ ।୬ ।କମ୍ବୁ କଣ୍ଠ ଦେଖି ଅତି ଆର୍ତ୍ତରୁ ।ସମ ନୋହେ ବୋଲି ଡାକେ ପ୍ରାତରୁ ।୭ ।ନେତ୍ର ସଙ୍ଗେ ଳକ୍ଷିବେ କି ସୁମରି ।ମୀନ ଜଳ ହୀନରେ ଯାଏ ମରି ।୮ହୋଇ ହାସରେ କୁସୁମ ବିଜିତ ।ମକରନ୍ଦ ଛଳେ ଅଶ୍ରୁ ତେଜିତ ।୯ ।ରମ୍ଭା ଉପମା ପଦ ପ୍ରଦେଶକେ ।ଆଉ କେହୁ ସମ ହେବ ଅଂଶକେ ।୧୦ ।କୁନ୍ଦୁକରୋକ ହୀରକ-ରଦନା ।ସୁଧାକର ସରସିଜ ବଦନା ।୧୧ ।ଏ ପ୍ରୟୋଗ ପରମ୍ପରା ଅଛିତ ।ବାଳାଠାରେ ବର୍ଣ୍ଣିବାରେ କୁତ୍ସିତ ।୧୨ ।କଞ୍ଜ ଖଞ୍ଜନ ଗଞ୍ଜନ ଲୋଚନା ।ମତ୍ତ ପରଭୃତ ଜିତ ବଚନା ।୧୩ ।ଏ ବିଧିରେ ବର୍ଣ୍ଣିଲେ ସେ ଚତୁରୀ ।କେତେ ହୋଇବ କବିତା ଚାତୁରି ।୧୪ ।ଯହିଁ କୃଶ କଲା ମଧ୍ୟ ଶୋଭିତ ।ତହିଁ ଚାହିଁ ହେଉଥାଇ ଲୋଭିତ ।୧୫ ।ତହିଁ ସୁନ୍ଦରେ ସୁନ୍ଦର ହୋଇଲେ ।କିସ ଅଧିକ ହୋଇବ ବୋଇଲେ ।୧୬ ।ଏ ପ୍ରକାର ସୁନ୍ଦରୀ କୃଶୋଦରୀ ।ଅଛି ଦିନେ ସେ ଶୟନ ଆଦରି ।୧୭ ।ନିଦ୍ରା ନାଶ ଅବକାଶ ଆଶାରେ ।ଜଗିଛନ୍ତି ଏତେ ସଖୀ ଆଶାରେ ।୧୮ ।ନିଜ ଧାତ୍ରୀ ପୁତ୍ରୀ ହେବ ମଞ୍ଜରୀ ।ଆକ୍ଷପକ୍ଷ ବନ୍ଦିକି ସେ ପଞ୍ଜରୀ ।୧୯ ।କାମକଳା ନାମ ମନ୍ତ୍ରୀ ଦୁହିତା ।ବିହି ବିନ୍ଧାଣୀ ବୋଲଇ ବିହିତା ।୨୦ ।ରସଲେଖା ସୁରେଖା ଚିତ୍ରଲେଖା ।ହାରାବଳୀ ଚନ୍ଦ୍ରାବଳି ଏ ଲେଖା । ୨୧ ।ରତ୍ନମାଳା ହେମମାଳା ବିମଳା ।ପ୍ରେମଶୀଳା ସୁଶୀଳା ପରିମାଳା ।୨୨ ।କଳ୍ପଲତା ମଦାଳସା ମଞ୍ଜୁଳା ।ପ୍ରେମ ସୁଧାନିଧି ପ୍ରଭାମଞ୍ଜୁଳା ।୨୩ ।ଷୋଳ ସମାନ୍ତସୁତା ରୂପେ ସରି ।କାହୁଁ ହୋଇବ ସ୍ୱର୍ଗ ଅପସରୀ ।୨୪ ।ଅଙ୍ଗ ସ୍ୱେଦ ନୋହିବାକୁ ଜନିତା ।ଚାଳେ ଫୁଲବ୍ୟଞ୍ଜନ ଯେ ବିନତା । ୨୫ ।ଖଦି ଚାମର ରାଜ ଉପଚାର ।ଭାଳି କେହି କେହି କରେ ପ୍ରଚାର ।୨୬ ।କରି ଚରଣେ କର ନିବେଶନ ।ଧୀରେଧୀରେ କେ କରେ ଆଶ୍ୱାସନ ।୨୭ ।ପୁଗ ଖଦିର ଚୂର୍ଣ୍ଣ କେ ଶୋଭାଙ୍ଗୀ ।ଦିବ୍ୟପଳିତା ନାକ ବଲ୍ଲୀ ଭାଙ୍ଗି ।୨୮ ।ବାଛି ଝୀନବାସ କୁଞ୍ଚି ସତ୍ୱରେ ।ଉଞ୍ଚି ରଖିଛି କେ ଚୂନା ଅତରେ ।୨୯ ।ଦଳମାନ ହରି କରି ସେବତୀ ।ଗୁନ୍ଥି ଅଛି କେ ମାନିଆ ଯୁବତୀ ।୩୦ ।ଝରା ଶିକଳୀ ଗଳାକୁ ମାଳିକା ।କରୁଛନ୍ତି କେହି କେହି ବାଳିକା ।୩୧ ।ଭରି ଲବଣୀ ସୁନ୍ଦୂର ଦଳନା ।କରୁଅଛି ବସି କେଉଁ ଲଳନା ।୩୨ ।ମୃଗମଦ ଗୋଳୁଚି କେଉଁ ମିତ ।କୁଚ ବିଚିତ୍ର ଚିତ୍ରର ନିମିତ୍ତ ।୩୩ ।ଫେଡ଼ା ଫେଡ଼ି କେ ବାଜୁଛି ରତନ ।ଅଳଙ୍କାରେ ଯେଉଁମାନେ ଯତନ ।୩୪ ।ଘନସାର ମିଶାଇ ଚନ୍ଦନରେ ।କେହୁ ଥୋଇଛି ହରଷ ମନରେ ।୩୫ ।ସଖୀମାନଙ୍କର ଏହି ବ୍ୟପାର ।ପରିଚାରିକା ଅଛନ୍ତି ଅପାର ।୩୬ ।ଫୁଲ ଫଳଙ୍କର ନାମ ଉଦିତ ।ଧରି ଝରୀ ପରିଖାକେ ମୋଦିତ ।୩୭ ।କେହି କରୁଛି ମୁକୁର ମାର୍ଜନ ।କେ ଖରଡ଼ ସାରିବାରେ ରଞ୍ଜନ ।୩୮ ।ଅପସର କେ ଦେଉଛି ସତ୍ୱରେ ।ପୀଠ ପକାଉଛି କେହୁ ଚତ୍ୱରେ । ୩୯ ।ଜଳ ଆଣୁଛି କେ ହେମ କୁମ୍ଭରେ ।ନାହିଁ ଅସର ଏହି ଆରମ୍ଭରେ ।୪୦ ।ଶୁକ୍ଲପକ୍ଷ ଦଶମୀ ବୁଧବାରେ ।ସିଦ୍ଧ ସାଧ୍ୟ ଯୋଗ ଦେବାରେ ।୪୧ ।ଦିନ ଅଷ୍ଟଦଣ୍ଡ ଭୋଗ ଆଦିତ୍ୟ ।ଶୁକ୍ରବେଳା ତୁଳଲଗ୍ନ ବିଦିତ ।୪୨ ।ପୁଷ୍ୟାନକ୍ଷତ୍ରେ କକଡ଼ା ଚନ୍ଦ୍ରରେ ।ବୃହସ୍ପତି ଛନ୍ତି ଉଚ୍ଚ କେନ୍ଦ୍ରରେ ।୪୩ ।ସ୍ଥିତି ଶଉରୀ ମଙ୍ଗଳ ମକରେ ।ମେଷେ ଅସୁରଗୁରୁ ଲୀଳା କରେ ।୪୫ ।ଧନ୍ୟ ହୋଇଅଛି ରାହୁ କନ୍ୟାରେ ।ବୁଧ ମିଥୁନରେ କେତୁ ମୀନରେ ।୪୬ ।ଏ ସମୟରେ ରମଣୀ ରତନ ।ଋତୁ ଲଭିଣ ଭଜିଲା ଚେତନ ।୪୭ ।ନିଦ୍ରାଗିରି ହତେ ପବି ପତନ ।ଯାହା ଚଳିଲାଟି କାମକେତନ ।୪୮ ।ଜାତି ମାଳାକୁ ଠାରି ନେତ୍ରାନ୍ତରେ ।ଗଲା ଗୋପ୍ୟମନ୍ଦିରେ ତରତରେ ।୪୯ ।ଘନ ଲେଖା ସେ କେଡ଼େ ବିବେକରେ ।ରଙ୍ଗପାଟ ଦୁକୂଳେ ନେଇ କରେ ।୫୦ ।ଯାଇଁ ଏକାନ୍ତେ ଯତ୍ନେ ରତ୍ନବେଶୀ ।ଜଙ୍ଘସନ୍ଧିପାଶେ ଦୃଷ୍ଟି ନିବେଶି ।୫୧ ।ବିମ୍ବ ସ୍ଫଟିକ ବାଡ଼ରେ ଯେସନ ।ଫୁଲ ମନ୍ଦାର ତେମନ୍ତ ପ୍ରସନ୍ନ ।୫୨ ।ଚୂର୍ଣ୍ଣ ଭୂମିରେ ମଣ୍ଡଳ ଆକାରେ ।ଦ୍ରବ ହିଙ୍ଗୁଳ ଢାଳିଲା ପ୍ରକାରେ ।୫୩ ।ଦେଖି ସୁଖୀ ହୋଇ ଆନ ବସନ ।ପିନ୍ଧିହେଲା ସ୍ମରପୁର ଦର୍ଶନ ।୫୪ ।ହେମ ପଦକରେ କାମ ବଣିକ ।କଲା ନାୟକ କି ଦିବ୍ୟ ମାଣିକ ।୫୫ ।ଯୁବାଜୟକୁ ପାତ୍ରିର ସଂକଳ୍ପ ।କରେ ବିମ୍ବଫଳେ ନାହିଁ ବିକଳ୍ପ ।୫୬ ।ଯଉବନମାଳୀ ସ୍ତନଶମ୍ଭୁରେ ।ପୂଜା ବିହି ସାରି ସ୍ୱର୍ଣ୍ଣକମ୍ବୁରେ ।୫୭ ।ପାରିଜାତ ପ୍ରସାଦ କି ଥୋଇଛି ।ସେହି ପ୍ରକାରେ ରୁଚିର ହୋଇଛି ।୫୮ ।ବାଳଭାନୁ ଜାନୁଗିରି ଗୁହାରେ ।ସ୍ଥିତ ଆଭାସୁଛି ଆଗ ବାହାରେ ।୫୯ ।ବାଳଭାନୁ ଜାନୁଗିରି ଗୁହାରେ ।ସ୍ଥିତ ଆଭାସୁଛି ଆଗ ବାହାରେ ।୫୯ ।ଅଧୋମୁଖରେ ଶୋଣିତ ବମନ ।କଚ୍ଛପ କି କରଇ ଘେନ ମନ ।୬୦ ।ଚିତ୍ର ଘେନିବା କରି ମାନସରେ ।ରତି କି ଜଘନ-ପେଡ଼ି ଶେଷରେ ।୬୧ ।ନବନୀତରେ ସିନ୍ଦୂର ଗୋଳିଲା ।ଏହି ଉପମାରେ ଚିତ୍ତ ବଳିଲା ।୬୨ ।ମୋହ ସଙ୍ଗେ ପରା ହେଉ ସମାନ ।କରି ମାରପୁର ଏହି ଗୁମାନ ।୬୩ ।ଉଡ଼ାଇଲାଣି ସୁରଙ୍ଗ ପତାକା ।ଏଣୁ ପଡ଼ିଲା ଚଳଦଳେ ଡକା ।୬୪ ।ଧାତା କୋମଳେ ଏ ତନୁ ରଚିଲା ।ଅନୁରାଗେ ପୂର୍ଣ୍ଣ କରି ସଞ୍ଚିଲା ।୬୫ ।ଭଲା ମଧ୍ୟ ଚିରିଥିଲା ନଖରେ ।ବ୍ୟକ୍ତ ହୋଇଛି କି ଇଚ୍ଛାସୁଖରେ ।୬୬ ।ଗୋରୋଚନା ଲକ୍ଷ ବଡ଼ ଲକ୍ଷଣ ।କେହି ଯେହୁ ହୁଅନ୍ତି ବିଚକ୍ଷଣ ।୬୭ ।ତାଙ୍କ ଉପରେ କିବା ସକ୍ରୋଧରେ ।ମହା ଆରକ୍ତିମାକୁ ମୁଖେ ଧରେ ।୬୮ ।ଦେଖି ଏମନ୍ତ ଶୋଭା ତାମରସ ।ଫୁଲ ବାସିନୀର ଜାତ ହରଷ ।୬୯ ।ଊରୁସନ୍ଧି ରୁନ୍ଧି ରଙ୍ଗ ଦୁକୂଳ ।ପିନ୍ଧି ସଖ୍ୟ ଜାଣିବାକୁ ଆକୁଳ ।୭୦ ।ନିଦ୍ରା ଭାଜି ଜେମା ଯିବା ବିଧାନ ।ସଖୀମାନେ କଲେ ଅନୁସନ୍ଧାନ ।୭୧ ।କିମ୍ପା ନୋଇଲା ମର୍ଦ୍ଦନ ମାର୍ଜଣା ।ବେଗେ ଗଳାତ ନ ଯାଇ ଏ ଜଣା ।୭୨ ।କେ ବୋଇଲା ଅତ୍ୟନ୍ତ ରସମୟ ।ପ୍ରକଟିଲା କି କୁସୁମ ସମୟ ।୭୩ ।କେ ବୋଇଲା ସେ ପୀରତି ଲମ୍ପଟ ।ଆମ୍ଭଠାରେ କରନ୍ତା କି କପଟ ।୭୪ ।କେ ବୋଇଲା ଛଳି ଏ ଭାରତୀକି ।ଲାଜ ବଳିଆଇଁ ଥିବ ପ୍ରୀତିକି ।୭୫ ।ଏହି ସମୟକୁ ହୋଇ ସୁବେଶ ।ପାଟ ଜଉତିଷ ସୁତା ପ୍ରେବଶ ।୭୬ ।ଛାଇ ମପାଇ ମୂଳକରି କାଳ ।ଜେମା ପାଶକୁ ଚଳିଲେ ତତ୍କାଳ ।୭୭ ।ଯାଉଁ ପଥରେ ଦେଖିଲେ ଚେଟିକି ।ଘେନି ଆସୁଅଛି ନାଟଶାଟୀକି ।୭୮ ।ବାସେ ଗୋଡ଼ାଇ ଅଛନ୍ତି ଅଳିଏ ।ଏ ସଙ୍କେତୁ ସତ କରି ଆଳିଏ ।୭୯ ।ଯାଇଁ ନୃପସୁତା ପାଶେ ମିଳିଲେ ।ହାସ ରହସ ଭାବରେ ଛଳିଲେ ।୮୦ ।ତୁମ୍ଭ ଆମ୍ଭ ପ୍ରୀତି ନୁହେଁ ଆଜର ।ଯଉବନ ସଙ୍ଗୁ ସଙ୍ଗ ଲାଜର ।୮୧ ।ତାହା ସଙ୍ଗୁ କଲୁ ଏତେ ଅନ୍ତର ।କି କରିବୁ ସଙ୍ଗ ହେଲେ କାନ୍ତର ।୮୨ ।ବାଣୀ କୋକିଳୁ ମଧୁର ହେବାରୁ ।ନଖ ନିଆଳୀ ଛବି ବହିବାକୁ ।୮୩ ।ହୃଦନଦରେ ଚିତ୍ତରଞ୍ଜିବାରେ ।ସ୍ତନ-କମଳ କଳା ବଢ଼ିବାରେ ।୮୪କାନ୍ତି କେତକୀଦିନୁ ଦିନ ଚାରୁ ।ଚାହିଁ ଆମ୍ଭେମାନେ ମନେ ବିଚାରୁ ।୮୫ ।ପୁଷ୍ପ ସମୟ ହେଲାଣି ନିକଟ ।ସତ କହ ହୋଇଲା କି ପ୍ରକଟ ।୮୬ ।ଶୁଣି ସଖୀଏ କହିଲା ଏସନ ।ନ କହିଲେ କହିଲାନି ବସନ ।୮୭ ।ବନେ ବିକଶିତ ହେଲେ ମାଧବୀ ।ମଧୁପେ କି ନ ଜାଣନ୍ତି ବାନ୍ଧବୀ ।୮୮ ।ପାଟସୂତ୍ରରେ ଗୁନ୍ଥିଣ ମୋତିକି ।ଜେମା ଲୁଚାଇ ଲୋଡ଼ୁଛି ଜ୍ୟୋତିକି ।୮୯ ।କେତେବେଳଯାଏ ସୂର୍ଯ୍ୟ ଉଦିତ ।କରିପାରେ କୁଜ୍ଝଟିକା ଆଚ୍ଛାଦିତ ।୯୦ ।କେତେବେଳେ ଲୁଚନ୍ତା ପଦ୍ମଳାକ୍ଷା ।ଦିନାନ୍ତରେଣ ଘେନି କାହିଁ ଲାକ୍ଷା ।୯୧ ।ଅବା ସିନ୍ଦୂର ପୋଛିଲି କହିବ ।ଆଗ ଅଞ୍ଚଳେ ନୋହେ ସେ ନୋହିବ ।୯୨ ।ସହଚରୀ ପରିହାସ ସରିତେ ।ମୃଦୁଭାଷୀ ଭାସିଗଲା ତ୍ୱରିତେ ।୯୩ ।ମୁଖ ନିବେଶିଲା ନିଜ ଉରଜେ ।କ୍ଷିତି ଠୁଙ୍କି ଆରମ୍ଭିଲା କରଜେ ।୯୪ ।ପ୍ରେମଶୀଳା ମାତା ପାଶେ ଜଣାଇ ।ଶର-ମନ୍ଦିର ସମ୍ଭାର ଅଣାଇ ।୯୫ ।ମାଷ ତଣ୍ଡୁଳରେ ଗୃହ ଗଢ଼ାଇ ।ବାସ ପ୍ରାକରେ ପ୍ରକାରେ ବେଢ଼ାଇ ।୯୬ ।ଚାରିପାଶେ ଚାରିଗୋଟି ମାର୍ଗଣ ।ଅବିଳମ୍ବେ ପୋତିଲେ ସଖୀଗଣ ।୯୭ ।ନାରିକେଳ ଚେଳ ଦୂର୍ବାରୋପକୁ ।ଭରି ସମୀପେ ଥୋଇଲେ ସୂର୍ପକୁ ।୯୮ ।ମଧ୍ୟେ ବସାଇଲେ ଯେ ନବବାଳୀ ।ଶୁଭ ଅର୍ଥରେ ଦେଲେ ହୁଳହୁଳି ।୯୯ ।ସେହି ଶବଦ ଜନକ ଶୁଣିଲେ ।ଜୀର୍ଣ୍ଣମୁଦୁସୁଲି ଠାରୁ ଜାଣିଲେ ।୧୦୦ ।ଉଛୁଳିଲା ପୁରଦ୍ୱାର ବାଦ୍ୟରେ ।ବାଦ୍ୟ ଏମନ୍ତ କହେ କି ନାଦରେ ।୧୦୧ ।ଯୁବା ହୋଇ ସାହା ହେଲା ଜଗତେ ।ମଦନକୁ ଶୁଭିଲା ଏ ଯୁଗତେ ।୧୦୨ ।ଯୋଗୀଜୟ ମୂଳ ମନମଥର ।ଲଭି ଏ ଭୟ ମହେଶ ପଥର ।୧୦୩ ।ଆମ୍ଭ ଦମ୍ଭ କେତେ ଭାବି ବହନେ ।ଋଷି ପଶିଲେ ନୈମିଷା ଗହନେ ।୧୦୪ ।କାଣ୍ଡ ଗୃହେ ଶୋହେ ବାଳା ଉଚିତ ।ଏହି ଉପମା ଜାତ ହୋଏ ଚିତ୍ତ ।୧୦୫ ।କରି ସଂକଳ୍ପ ସେ ସାତଦିନକୁ ।କରେ କି ରତିଦେବୀ ପୂଜନକୁ ।୧୦୬ ।ସାତଦାପ ହିଁ ହୋଇଛି ଦୀପିତ ।ସାତକୁମ୍ଭ କୁମ୍ଭ କୁଚ ସ୍ଥାପିତ ।୧୦୭ ।ଶ୍ରୁଚ ଶ୍ରୁବ ରୋମାବଳୀ ନାଭି ତା ।ଜଘନ ତା ହେମଦେବୀ ଶୋଭିତା ।୧୦୮ ।ଉରୁ ସୁଚାରୁ କଦଳୀ କାଣ୍ଡରେ ।ଶୋଭା ବରାଙ୍ଗୀ ଆହୁତି କୁଣ୍ଡରେ ।୧୦୯ ।ଦୀପ୍ତ ଶ୍ରବଣ ତାଟଙ୍କ ଆଳତୀ ।ବକ୍ତ୍ର ବିକାରକୁ କରି ଚଳନ୍ତି ।୧୧୦ ।ଯହିଁ ବରଣ ବ୍ରାହ୍ମଣ ସଂଚାରୀ ।ମନ୍ତ୍ର ମଙ୍ଗଳଗୀତକୁ ଉଚ୍ଚାରି ।୧୧୧ ।ନିଃସଂଶୟରେ ଏ କଥା ଉଦୟ ।ପଶୁ ହୋଇବେ ଯୁବା ସମୁଦାୟ ।୧୧୨ ।ସିଦ୍ଧ ହେବ ଏହି ବାଞ୍ଛା ତାହାର ।ଆଉ ବଲ୍ଲଭୀ ନୋହିବ ନାହାର ।୧୧୩ ।ଭିକ୍ଷୁ ନାପିତ ରଜକ ଉଲ୍ଲାସେ ।ପୂର୍ଣ୍ଣସ୍ନାନ ସାରି ଦାନ କଲା ସେ ।୧୧୪ ।ଦିବ୍ୟ ତଇଳ ତଣ୍ଡୁଳ ଅମ୍ବର ।ଅବଶେଷେ ପକାଇଲେ ସମ୍ବର ।୧୧୫ ।ବେଶ କରି ସାରି ନୃପନନ୍ଦନନା ।କରାଇଲେ ରବି ଅର୍ଘ୍ୟ ବନ୍ଦନା ।୧୧୬ ।ବେଶ କହିବାକୁ ଆଗ ଦିଶିଲା ।ନେତ୍ରାଞ୍ଜନ ବିବେକକୁ ଧ୍ୱଂସିଲା ।୧୧୭ ।ଏଣୁ ଉପମାଗଣ ଅନୁକୂଳ ।ଅଭଦ୍ରତା ଭଜି ହେଲେ ଆକୁଳ ।୧୧୮ ।ପୁଣି ଇଷ୍ଟଦେବୀ ନିଜ ମାତାଙ୍କୁ ।ନିଉଛାଳି ଯେ କରାଇଲେ ତାଙ୍କୁ ।୧୧୯ ।ଏଥି ଉତ୍ତାରେ ଜ୍ୟୋତିଷ କୁମାରୀ ।କରଯୋଡ଼ି କହେ ଭୋ ସୁକୁମାରୀ ।୧୨୦ ।ହେଲି ମେଲାଣି ବରଭୁବନରେ ।ଏକା ଥିବା ଦିବ୍ୟ ଅବଧାନରେ ।୧୨୧ ।ଜେମା ବାସ ଅଳଙ୍କାର ଅପାର ।ସ୍ନେହବାଣୀ କହି ଦେଲା କୃପାର ।୧୨୨ ।ପଢ଼ା ଶୁକ ଗୋଟିଏ ସେହୁ ମାଗି ।ସ୍ନେହେ ଦତ୍ତ କଲା ତାହା ହେମାଙ୍ଗୀ ।୧୨୩ ।ଗଲା ସେ ନାରୀ କର୍ଣ୍ଣାଟ ଦେଶକୁ ।ଶୁକ ଆସିବ କର୍ମ ଉଦ୍ଦେଶ୍ୟକୁ ।୧୨୪ ।କାନ୍ତି ଗନ୍ଧଫଳୀ ବଳି ଝଳିତ ।ଯେ କର୍ବୁରକାନ୍ତି ଗର୍ବ ଦଳିତ ।୧୨୫ ।ଭାବି ସୀତା ରାମ ପାଦସାରସ ।ଉପଇନ୍ଦ୍ର ବୀରବର ହରଷ ।୧୨୬ ।
ଚତୁର୍ଥ ଛାନ୍ଦ
ଲାବଣ୍ୟବତୀକୁ ବେଶ କରିବା(ରାଗ-ଚିନ୍ତା ଦେଶାକ୍ଷ-ରସକୋଇଲା ବାଣୀ)ଏଥୁଅନ୍ତେ ଶୁଣ ରସିକ ଜନେ । ଦିନେ ବିଚାର କଲେ ସଖୀମାନେ ।ଆମ୍ଭ ସଜନୀ ଯେ ସୁନ୍ଦରୀସାର । ନାହିଁ ନଥିଲା ନୋହିବ ସଂସାର ।ପୁଣି ତ ଶୋଭା ବୟସେ ଯେ ।ଆମ୍ଭ ଲୋଚନକୁ କବି ବଚନକୁ ପବିତ୍ର କରିବା ବେଶେ ଯେ ।୧ ।ଏମନ୍ତ ଭାବି ଜଣାଇଲେ ଯାଇଁ । ଜନନୀ ତର୍ଜିଲେ ଆଜ ଡକାଇ ।କି କର ତୁମ୍ଭେ ଜେମା ପାଶେ ଥାଇ । ସୁବେଶ ନୀତି ନ କର କିମ୍ପାଇ ଗୋ ।କେ ଜାଣେ କାହା ମାନସ ଗୋ ।ତୁ ମନେ କରିଛୁ ଭୂଷଣ ଭୂଷା ମୁଁ କାହିଁକି ହୋଇବି ବେଶ ଗୋ ।୨ ।ରସ ବିଷୟ ଶ୍ରବଣ କରିବା । ବନ୍ଧ ପଟଳ ପଟକୁ ଚାହିଁବ ।ଦିବ୍ୟ ଅଳଙ୍କାରେ ମଣ୍ଡନ ହେବା । ଏବେ କଥାରେ ବଶ୍ୟହୋନ୍ତି ଯୁବା ।ଶୁଣି ସୀଉକାର କରି ଯେ ।ବ୍ୟାଧିବନ୍ତର ବାଞ୍ଛିତ ଉପଚାର ବୈଦ୍ୟ ବିହିଲାର ପରି ଯେ ।୩ ।ଭଙ୍ଗୀରୁ ଜାଣିଲେ ସଙ୍ଗିନୀବ୍ରାତ । ହେଲା କୋମଳ ଅଙ୍ଗୀ ଅଙ୍ଗୀକୃତ ।ତାଙ୍କ ନୟନ ବିକାରରୁ ଜାଣି । ଚତୁରୀ ପରିବାରୀମାନେ ଆଣି ଯେ ।ଚାଙ୍ଗୁଡ଼ି ଭୂଷଣ ପେଡ଼ି ଯେ ।ଯତନ ରତନ ମଣ୍ଡନ ବସନ ବାଛିଲେ ସଜନୀ ଫେଡ଼ି ଯେ ।୪ ।ମଞ୍ଜୁବିଦ୍ୟୁରାଜି ପରାୟେ ରାଜି । ଚାହିଁଲେ ନୟନ ହୋଇବ ବୁଜି ।ଅଳକାକୋଷେ ଥିବା ଅବା ତୁଲ୍ୟ । ହେଜି କରିବ ଧାତା ଅବା ମୂଲ୍ୟ ସେ ।ଏ କାଳେ ସଜାଡ଼ି ଆଣି ଯେ ।ଫୁଲ ଚାଙ୍ଗୁଡ଼ି ଚିତ୍ରକ ପେଡ଼ି ଫେଡ଼ି ସୁବାସ ତଇଳ ପୁଣି ଯେ ।୫ ।ସଜବିଧି ସଜ ସଜନୀ ଦେଖି । ଆସନେ ବସାଇ ପ୍ରସନ୍ନମୁଖୀ ।ଆଗ ଦେଖାଇଲେ ମୁକୁର ମାଜି । ହାରି ନିର୍ମଳେ କି ଶରଣ ଭଳି ସେ ।ଫେଡ଼ିଲେ କୋମଳ ବାଳ ଯେ ।ବେଗରେ ତଇଳ ଯୋଗରେ ଶଇଳସ୍ତନୀୟେ କଲେ କୋମଳ ଯେ ।୬ ।ଚରମେ ପଡ଼ି ମନୋରମ ଦିଶେ । ମଧ୍ୟେ କି ନିଶି ଦିନ ଦୁଇପାଶେ ।ପ୍ରଭା ବୃଦ୍ଧି ଦେଖି ମୁଖଚନ୍ଦ୍ରର । ପଳାଇ ଯାଉଛି କି ଅନ୍ଧକାର ସେ ।ସଖୀଏ ଜାଣନ୍ତି ବିଷେ ଯେ ।ଚାମର ମୟୂର ପୁଚ୍ଛ ଯା ଚାଲନ୍ତି ନିଉଛାଳୁଛନ୍ତି କେଶେ ଯେ ।୭ ।ମର୍ଦ୍ଦଳାକାର କଙ୍କତିକା ଝଳି । କାଙ୍ଗୁଲା କମ ସୁଷମା ପିତୁଳି ।ସୁସଞ୍ଚ ଘଞ୍ଚ ଦଶନ ଆବଳି । ଗଳିବ କି ନାହିଁ କୁନ୍ତଳ ଭାଳି ସେ ।ଆଳି ଖଡ଼ିକା ଗଳାଇ ଯେ, ।ନଖେ ଟଙ୍କାରି ଦେଲେ ବେଶକାରୀକି ଦେଲା କେଶ କୁଣ୍ଡିଆଇ ଯେ ।୮ ।ମାଙ୍ଗ ଭାଙ୍ଗ ରଖି ଉତ୍ତମାଙ୍ଗରେ । ଆୟତ୍ତ କରି ସାମଳିଲା ଧୀରେ ।କରେ ଧରି ମୂଳେ ଭିଡ଼ା ଭିଡ଼ନ୍ତେ । ଅଦ୍ଭୂତ ଉପମା ଜନ୍ମିଲା ଚିତ୍ତେ ସେ ।କି କୋକନଦ ମଧ୍ୟରୁ ଯେ ।ସ୍ରବୁଛି କାଳିନ୍ଦୀ ଦ୍ରବୁଛି ଶୃଙ୍ଗାର ହା ହା ସେ ଅତ୍ୟନ୍ତ ଚାରୁ ଯେ ।୯ ।ରଙ୍ଗଭଣ୍ଡି ଭରି ଦିବ୍ୟ ଜୁଡ଼ାକୁ । ସଜାଡ଼ିଲେ ଯୁବା ଜ୍ଞାନବୁଡ଼ାକୁ ।ତମ ବିଦାରି କି ହୋୟେ ବାହାର । ପ୍ରଭାତେ ପ୍ରଭାବନ୍ତ ପ୍ରଭାକର ସେ ।ବେନି ବିଧି ପାଶ ସିଦ୍ଧି ଯେ ।ଯୋଗୀଜନ ମନ ମୃଗ ବନ୍ଧନେ କି କଲେ କିଆପତ୍ରୀ ବାନ୍ଧି ଯେ ।୧୦ ।ସିନ୍ଦୂର ଗାର ସୀମନ୍ତରେ ଦେଲେ । ବିଧୁନ୍ତୁଦକୁ ବିଧୁ ହାଣିଥିଲେ ।ଶୁଖି ନାହିଁ କି ସେ ରଥାଙ୍ଗ ଘାତ । ଆଜ ହୋଇଛି ରକତ ବ୍ୟକତ ସେ ।ସେ କ୍ଷତ କ୍ଷତଜ ଚାହିଁ ଯେ, ।ଲାଳସେ ଆଶେ ବଦନ ବିଧୁ ପାଶେ ନ ଗରାସେ ଭୟ ପାଇ ଯେ ।୧୧ ।ଜ୍ୟୋତି ମୋତି ମଥା ଜାଲି ମଣ୍ଡିଲେ । ମଣ୍ଡିଲେ ନାହିଁ ଧଇର୍ଯ୍ୟ ଖଣ୍ଡିଲେ ।କି ନୀଳମଣି ଧରଣୀରେ ଆସି । ଗବାକ୍ଷେ ଗଳି ପ୍ରକାଶିତ ଶଶୀ ଯେ ।ଜୁଡ଼ା ଜାଲି ଏ ସଦୃଶ ଯେ ।ଶ୍ୟାମଳ କମଳ କଳୀରେ କଲା କି ସେ କ୍ଷଣ ସୁଧା ବରଷା ଯେ ।୧୨ ।ତାରତରେ ଚନ୍ଦ୍ରଝୁମ୍ପି ଖଞ୍ଜିଲେ । ଖଞ୍ଜିଲେ କି ଅବା ମନ ରଞ୍ଜିଲେ ।ନବଘନରେ କି ଯାଉଛି ପଶି । ଏଣୁ ଅର୍ଦ୍ଧଚନ୍ଦ୍ର ରୁଚିର ଦିଶି ସେ ।ନୀଳ ପୀତରଙ୍ଗ ଫୁଲେ ଯେ ।ଗଭା କଲେ ଶୋଭା ଇନ୍ଦ୍ରଧନୁ ପ୍ରଭା ଉପମେୟ ତାହା ତୁଲେ ଯେ ।୧୩ ।ବକ୍ର ଡଉଁରା ହେମ ଦୁବଝରା । ଦେବାର ଦିଶିଲା ଏମନ୍ତ ପରା ।କାମ ଯମୁନା ଜଳକେଳି ଇଚ୍ଛି । ସୁବର୍ଣ୍ଣନାବ କ୍ଷେପଣୀ କରିଛି ସେ ।ଦୁବ ଯା କମ୍ପିଲା ହୋଇ ସେ ।ଠାରେ କି ନାକ ନାଗ ନଗରେ ଏ ସମାନେ ଶୋଭା ନାହିଁ ଯେ ।୧୪ ।ସହଜେ ତ କର୍ବୁରିତ ଅଳକା । ପକାଇଲେ ଭୃଙ୍ଗ ଶ୍ରେଣୀରେ ଡକା ।ଦମ୍ଭ ଆରମ୍ଭ ବିନାଶ ଆମେ । ମଞ୍ଜୁଳ କଲେ ଅବତଂସ ଶେଷେ ।ଏମନ୍ତ ଚିତ୍ତରେ ଭାଳି ଯେ ।ମର୍କତ ନଳୀରୁ ବାହାରି ଯାଉଛି କି ଅତି ଜ୍ୱଳିତ ଗୁଳି ଯେ ।୧୫ ।ଅଳକା ଉର୍ଦ୍ଧ୍ୱେ ଝିଲିମିଲି ମାଳୀ । ଝଟକେ ଛଟକେ ଖଞ୍ଜିଲେ ଆଳୀ ।ଏମନ୍ତ ଅଦ୍ଭୁତ ନ ଥିଲା ଦେଖା । ବିନା ମେଘରେ ସ୍ଥିର ବିଦ୍ୟୁରେଖା ।ପାଶରେ ଧାଡ଼ିଏ ତାହାଯେ ।ଇଚ୍ଛାରେ ନେତ୍ର ବନ୍ଦୀ ହେବ ମଣ୍ଡିଲା ଅନଙ୍ଗ ବିଚିତ୍ର କାରା ଯେ ।୧୬ ।ଲଲାଟପଟ ଅର୍ଦ୍ଧଚନ୍ଦ୍ର ପରି । ମୃଗମଦ ତହିଁ ତିଳକ କରି ।ରାହୁ ବାଦ ଇଚ୍ଛି ନିଶାନାୟକ । ଭିଆଇ ଆଣି ଆଢ଼େଣୀ ସାୟକ ସେ ।ରହିଛି ସଂଯତ ହୋଇ ଯେ ।ଅଳକା ନିୟମ ସୀମାକୁ ଲଂଘିଲେ ହାଣିମ ସଂଶୟ ନାହିଁ ଯେ ।୧୭ ।କର୍ଣ୍ଣେ ତାଟଙ୍କ ମଣ୍ଡଳେ ବିଚାରି । କବି ଗୀଷ୍ପତି ନାମୁଁ ଆଣି ଧରି ।ଜୀବ ଭାର୍ଗବକୁ ବାନ୍ଧିଲା କି ସେ । ଆନନ ବେନିପାଶେ ବେନି କି ସେ ।ନେତ୍ରାନ୍ତେ କରେ ତର୍ଜନ ଯେ ।ଶ୍ରୁତିରେ ଉପମା ନାହିଁତ ବୋଲନ୍ତି ତୁମ୍ଭେ କର କି ବର୍ଣ୍ଣନ ହେ ।୧୮ ।ରତନ ଫୁଲ ଅତିହିଁ ଯତନ । ଝଲକେ ଝଲକାଏ ଅନୁମାନହର ମାରକୁ ଭସ୍ମ କରିଦେଲା । ଏ ତା ଛତ୍ରକ ରତିଠାରେ ଥିଲା ସେ ।କିଣି ଶୋଭାରେ ତାହାକୁ ଯେ ।ଲୋକେ ବଡ଼ାଇ ଜାଣିବାକୁ ଛଡ଼ାଇ ମଣ୍ଡନ କଲେ ଏହାକୁ ଯେ ।୧୯ ।ମଲ୍ଲୀକଢ଼ିତ ପରଂପରା କହି । ମଣ୍ଡିଲେନି ଖଞ୍ଜା ପରା ସେହି ।ଖଞ୍ଜିଲେ ସଜନୀ ଏହି ବିବେକେ । ଭୁଲନ୍ତୁ ପୁଂସ ମନ ଚଞ୍ଚରୀକେ ଯେ ।ତହିଁ କେ ପଡ଼ିବ ପୁଣି ଯେ ।ବାଳୀ ବୋଲି ବାଳୀ ଗୁପତ ଶାଙ୍କୋଳି ପାଶରେ ରଖିଲା ଆଣି ଯେ ।୨୦ ।ନେତ୍ର ବାଣ ଭୂରୁ କମାଣ ଯୋଗେ । ମରମକୁ ଭେଦେ ବିନା ପ୍ରୟୋଗେ ।ଯାହା କଜ୍ୱଳ ଶାଣ ତହିଁ ଦେଲେ । ଆଉ କି ସଖୀ ସୃଷ୍ଟି ରଖିଥିଲେ ଯେ ।ବଡ଼ ବିଜ୍ଞା ସୁକୁମାରୀ ଯେ ।କୁତ୍ସିତ ଜନକୁ ଏ ଶସ୍ତ୍ରେ ମାରିବି ନ ବିନ୍ଧେ ଏହା ବିଚାରି ଯେ ।୨୧ ।ଶ୍ରାବଣକୁ ଯାହା ଲାଞ୍ଜଲାଗିଛି । ସେ କି ଆଖିକି ଡାକି ଶିଖାଉଛି ।ବ୍ରହ୍ମହତ୍ୟା ହେବ ଧାତା ବଧରେ । ତୋ ଅରି କୁରଙ୍ଗ ହରତ ଧରେ ସେ ।ପାରିଲେ ତାହାକୁ ମାର ଯେ ।କାହିଁଛି କାହିଁଛି ବୋଲି ଖୋଜିବାରେ ଚଞ୍ଚଳ ଗତିକି ତାରେ ଯେ ।୨୨ ।ଘୋଣାରେ ଦେଲେ ମୋତି ନାକଚଣା । ଠିକଣା କଲି ଏ ଉପଲକ୍ଷଣା ।ମାରିନେବ ମନ ମୀନ ଓଟାରି । ଥୋପ ଲଗାଇ କି ବଡ଼ଶୀ ଧରି ସେ ।ପୁଟକେ ମାଣିକ୍ୟ ଗୁଣା ଯେ ।ଝଟକେ କି ଦେଶେ ଅନଳ ଜ୍ୟୋତି ସେ ଛଟକେ କରୁଛି ବଣା ଯେ ।୨୩ ।ଗଣ୍ଡେ ଚାଣ୍ଡେ କରି ମକରୀ ଝଳି । ମୁକୁରେ ବିମ୍ବେ କି ତମାଳବଲ୍ଲୀ ।ଚିବୁକେ ଭ୍ରମରୀ ଓଷ୍ଠ ବନ୍ଧକୁ । ମଧୁ ନ ପିଏ କି ଏହି ବିବେକୁ ସେ ।ନାସା କୀର ଅଛି ଝାମ୍ପି ଯେ ।ବିମ୍ବ ହୋଉଥିଲେ ଜମ୍ବୁ ଭାବି ମୋତେ ନ ପୁଣ ଚଞ୍ଚୁରେ ଚାପି ଯେ ।୨୪ ।କଣ୍ଠେ ଦିଅନ୍ତେ ମୋତି ଚାପସରି । ରହିଲେ ଉପମାଏ ଅପସରି ।କି କମ୍ବୁ ଜିଣିଲା ଯଶ ପ୍ରକାଶ । ମତ୍ତ କପୋତେ କି କରୁଛି ହାସ ସେ ।ଯୋଡ଼ି-ମାଳି କାଚମାଳିରେ ।ଆଉ ମାଳିଆଳି କେତେକ କହିବା ଯେତେକ ମଣ୍ଡିଲେ ଆଳି ଯେ ।୨୫ ।ଫୁଲ ଲମ୍ବି କଲା ଚରମ ଶୋଭା । ଖେଳାଇବା ପାଇଁ ଭରମ ପ୍ରଭା ।ଶରମେ କାମ କି ମଣ୍ଡନ କଲା । ନୀଳରଙ୍ଗ ପୀତବର୍ଣ୍ଣ ଶୋଭିଲା ସେ ।ବିଚିତ୍ର ଦୃଷ୍ଟି ପ୍ରକଟି ଯେ ।କି ଇନ୍ଦୀବର ଶୋଣକଞ୍ଚ କୁମୁଦ ନିର୍ଜନ ନଦୀରେ ଫୁଟି ଯେ ।୨୬ ।ରୋମାବଳି କର ଅଛି ପ୍ରସାରି । ଯଉବନ ଗଜ କୁଚ ଅମାରୀ ।ଚୋଳ ଘୋଡ଼ଣୀ କି ମଣ୍ଡିଣ ଦ୍ୱାରା । ପ୍ରବାଳମାଳା କି ବଉଳଝରା ସେ ।ପଦକ ମାହୁନ୍ତ ସ୍ଥାନୀ ଯେ ।ଧନ୍ୟ ଧନ୍ୟ ରାମା ସୁଷାମା କଲେ ତା ଏଡ଼ି ଉପମାକୁ ଘେନି ଯେ ।୨୭ ।ବାହୁଟିସାର ଭାବି ଦେଲେ ତହିଁ । ଜ୍ଞାନ ତାଡ଼ନକୁ ତାଡ଼କୁ ବିହି ।ଅତୁଲ୍ୟ ଠାରେ ମଣିବନ୍ଧ ପଛେ । ଅତୁଲ୍ୟ ମଣ୍ଡିଲେ ଅତ୍ୟନ୍ତ ସ୍ୱଚ୍ଛେ ସେ ।ଦେଲେ ମରକତ ଚୁଡ଼ି ଯେ ।କରଚମ୍ପା ଦାମ ଭ୍ରମରେ ଭ୍ରମରେ କି ଅବା ଜଡ଼ି ଯେ ।୨୮ ।ସଖୀମାନେ ପାଞ୍ଚ ଅଙ୍ଗୁଳ ଚାହିଁ । କଲେ ପାଞ୍ଚ ପାଞ୍ଚ ନାରାଚ ଏହି ।ପଞ୍ଚ ନାରାଚ ଭସ୍ମ ହେଲା ଦିନ । ଥୋଇଲା କି ଦେଖି ଏ ରମ୍ୟସ୍ଥାନ ଯେ ।ଭେଦିବ ପଞ୍ଚ ମନକୁ ଯେ ।ପଞ୍ଚରତ୍ନ ଦେଇ ପୂଜା କରିବା କି ବୋଲି ମୁଦି ଦେଲେ ତାକୁ ଯେ ।୨୯ ।ହରିତାଳି କାଳୀ ଘେନି ବନିତା । ପଦ ଉପରେ ଉକୁଟିଲେ ଚିତା ।ସୁନା କଚ୍ଛପ ବିଧି ବିରଚିତା । ଫୁଙ୍କିଲେ ତହିଁ ମରକତ ମୀନା ସେ ।ବେଢ଼ରେ ସରୁ ଅଳତା ଯେ ।ପାଟସୂତ୍ର ଫାନ୍ଦେ ଫାନ୍ଦିଲା ତାହାକୁ କିବା କଉତୁକୀ ଧାତା ଯେ ।୩୦ ।ହଂସକ ଯାହାକୁ ଖଞ୍ଜିଳେ ପାଦେ । ହଂସକୁ ଏମନ୍ତ କହିବ ନାଦେ ।ଇଚ୍ଛାରେ ତ ସମ ନୋହି ଗତିକି । ଭୀତି ତ ଲଭିବ କିଛି ଏଥିକି ସେ ।ତୁମ୍ଭେ ତ ପୋଷିଲା ପକ୍ଷୀ ଯେ ।ଅକ୍ଷି ନଥିବାର ମିତ୍ରେ ଲକ୍ଷିବାକୁ ତୁମ୍ଭର କି ଦୋଷ ଅଛି ଯେ ।୩୧ ।ବଳା ପାଦେ କିଛି ଅବଳା କେହି । ଏହି ବିଚାରେ କି ଖଞ୍ଜିଲେ ସହୀ ।ହୋଇଅଛି ପୁଣି ଅତି ଝମକ । ଯୁବା ଚେତନା ଚମକ ଟମକ ସେ ।ମଞ୍ଜିରେ ମଞ୍ଜୁ ମଞ୍ଜୀର ଯେ ।ତ୍ରିପୁର ତ୍ରିପୁରପର ଆତୁରକୁ ସ୍ମର କି ସାଜିଲା ତର ଯେ ।୩୨ ।ଛଡ଼ାଇବ ସେ ଝିଙ୍କାରୀ ଝଙ୍କାର । ବଢ଼ାଇବ ପୁଣି କାମ ବିକାର ।ପ୍ରପଦେ ଦେଲେ ଝୁଣ୍ଟିଆ ବାଜେଣୀ । ନ ଜାଣି କାହିଁକି ଏଡ଼େ ସାଜେଣୀ ସେ ।ସହଚରୀ ହୋଇ ଲୋଭା ଯେ ।ଶାଢ଼ି ପାଲଟିବା ପାଇଁ ସେ ଅବନୀ ଶୋଭା କରାଇଲେ ଉଭା ଯେ ।୩୩ ।ବାହାର କଲେ ନୀଳ ଝୀନ ଶାଢ଼ି । ସିନ୍ଦୂର ଧଡ଼ି ଫୁଲ ଲିଙ୍ଗ ପଡ଼ି ।ରଖିଲେ ରହିବ ମୁଠା ଭିତରେ । ସତେ ରଖିଲେ ବଂଶ ନଳୀରେ ସେ ।ଉଞ୍ଚିଲେ କୁଞ୍ଚିଲେ ସଖୀ ଯେ ।ବାଳା ବଳା ଆଞ୍ଚି କାଛି ପିନ୍ଧାଇଲେ ଉପମାଏ ରୁଣ୍ଡ ଦେଖି ଯେ ।୩୪ ।ଉରଜେ ପଡ଼ି ମୋହିଲା ନେତ୍ରକୁ । ମୁଦି ଥୋଇଲା କି କଳାଛତ୍ରକୁ ।ସ୍ପୀତ ଦୁଇ ଲୁଚି ରୁଚି ଦିଶିଲା । ଯନ୍ତ୍ରତୁମ୍ବୀକି ନୀଳକସ କଲା ସେ ।ତ୍ରିକୋଣ ଚେଳ ଜଘନେ ଯେ ।ରୋମାବାଳୀଦଣ୍ଡ ମଣ୍ଡନ ଚିରାଳ ପରାୟ ପରତେ ମନେ ଯେ ।୩୫ ।ନିବିଡ଼ ନୀବୀ ଛବି ଗଲା ଜଣା । କାମ ମନ୍ଦିର ଜାଗ୍ରତକୁ ଠଣା ।ରଞ୍ଚିଲେ କୁଞ୍ଚା ଆଗେ ଲମ୍ବିପଡ଼ି । ଜାଣେ ମଦନ ଯାଉଥିଲା ପୋଡ଼ି ସେ ।ଜୀବ ଦେବ କରେ ଶାନ୍ତି ଯେ ।ଯୁବାଙ୍କ ଅଧୋଗତିକି ବିଚାରି ତେମନ୍ତ ଏ ଧୂମପନ୍ତି ଯେ ।୩୬ ।ବାଜିବା ବେଳକୁ ଯେଉଁ ରସନା । ଯୋଗୀକି ବୋଲିବ ଯୋଗେ ରସନା ।ଯୋଗୀଙ୍କି ବୋଲିବ ଯୋଗୀରେ ରସ । କଳା କେଳିରେ ନ ଲଭି ବିରସ ସେ ।ଭାବି କେଶରୀ କଟୀକି ଯେ ।ଅତି ହରଷରେ ବାନ୍ଧିଲେ ବାନ୍ଧବୀ ବାଜେଣୀ କ୍ଷୁଦ୍ର ଘଣ୍ଟିକି ଯେ ।୩୭ ।ଭୁଞ୍ଜାଇଲେ ତହିଁ ଉତ୍ତାରୁ ପାନ । ଏକେ ଅଧର ଦୂଜେ ପରସନ୍ନ ।ବିଦ୍ରୂମ ଉପି ରଙ୍ଗାଇଲେ ପୁନ । ଅରୁଣ କଲା କି ସିନ୍ଦୂର ସ୍ନାନ ସେ ।ଶ୍ରୀକରେ ମୁକୁର ଦେଇ ଯେ ।ହେଲା କି ନୋହିଲା ବୋଲି ପଚାରିଲେ ରମଣୀ ହସିଲା ହୋଇ ଯେ ।୩୮ ।ଘୋଡ଼ାଇଦେଲେ ଯେ ଜରି ଘୋଡ଼ଣୀ । ଶମ୍ପାରେ ଆଚ୍ଛାଦିତ ନୀଳମଣି ।ରୋପଣ ଚିତ୍ର ଅତୁଳ ପିତୁଳା । କେ କଲା କର କେହି ସ୍ଥିରହେଲା ସେ ।ଅକ୍ଷୀ ପକ୍ଷୀ ଅଠାକାଠି ହେ ।ଘୋଡ଼ାଇ ଦେଲେ କି ଏହି ଭାବନାରେ ଦିନା କେତେ ଆଉ ସୃଷ୍ଟି ଯେ ।୩୯ ।ହିରଣ୍ୟ ତନୁରେ ଯେ କ୍ଷତକାରୀ । ଦାସବତ୍ସଳ ରାମ ନରହରି ।ଧନେ ଅର୍ଜିତ ଅଘ କରି ହତ । ଉପଇନ୍ଦ୍ର ବୀରବର ରଚିତ ଯେ ।ରସିକ ସିନ୍ଧୁକୁ ଛାନ୍ଦ ଯେ ।କବି ସେ ଜାଣିମେ ଯେତେ ଶ୍ରମ ଏଥି ଏ ବେଶପେଶଳ ଛାନ୍ଦ ଯେ ।୪୦ ।