ଊନବିଂଶ ଛାନ୍ଦ — ଲାବଣ୍ୟବତୀ — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଊନବିଂଶ ଛାନ୍ଦ
ଲାବଣ୍ୟବତୀର ପତ୍ର ପ୍ରାପ୍ତି ଏବଂ ପଢ଼ିବା(ରାଗ-ଶଙ୍କରାଭରଣ)ଚାହିଁମହୀଦେବ ହସ୍ତରେ ପତ୍ରିକା ବହି ପୁଲକିତ ଗାତ୍ରକୁ ।କରି ନିଉଛାଳି ବେନି ନେତ୍ରକୁ ।ଚଞ୍ଚଳେକ୍ଷଣୀ ଅଞ୍ଚଳେ ଉର କର ପାଏଡ଼ା କଲା ସେ ପତ୍ରକୁ ସେ ।ସୁନ୍ଦରୀ, ଘେନି ଶିରେ ଲଗାଇଲା ସତ୍ୱରେ ।ଶଶୀ କରଗତ ଚିନ୍ତି ଚିତ୍ତରେ ।ମୁଦରେ କୁମୁଦ ହାସକୁ ପ୍ରକାଶି ମୁଦ ଭାଙ୍ଗିଲା କି ତରେ ସେ। ସୁନ୍ଦରୀ ।୧ ।ଯୋଖିଲା ଏମନ୍ତ ଦେଖିଲାଅଲକ୍ତେ ଦେଖିଲେ ଅକ୍ଷର ପନ୍ତିକି ।କେଉଁ ପୁଟେ ରଙ୍ଗ କଲା ମୋତିକି ।ବଢ଼ିଲା ଆନନ୍ଦସାଗର ପଢ଼ିଲା ରସଗର୍ଭ ଭାରତୀକି ସେ ।ସୁନ୍ଦରୀ, ପଦ ପଦକେ ପଦବୀ ପ୍ରଦାନମୋହ ହେଲେ ଶ୍ରୁତି ମନ ନୟନ ।ମାରଦର ଦୂର ହେବାକୁ ପ୍ରଥମ ଉରଜଶମ୍ଭୁ ବଦନରେ। ସୁନ୍ଦରୀ ।୨ ।ଅତି ସଉନ୍ଦର୍ଯ୍ୟବତୀ ମୁନି ଧୈର୍ଯ୍ୟ କମ୍ପାକାରୀ ଶମ୍ପା ଗଉରୀ ।ମହୀ ମହିଳାର ଚମ୍ପାଚଉଁରୀ ।ଯାହା ସୁଷମା ସମାନ ନୋହି ହର ଅଙ୍ଗେ ଲୁଚିବା ଗଉରୀ ରେ ।ସୁନ୍ଦରୀ, ଯେଣୁ ପରମାନନ୍ଦ ସମୁଦାୟଦୀପ୍ତି ମଣ୍ଡିତ ସ୍ନେହ ସୁଧାମୟଶୋଭାସିନ୍ଧୁ ଜାତ ରମା କି ଚନ୍ଦ୍ରମା ଛିଡ଼ିନାହିଁ ଏ ସଂଶୟରେ। ସୁନ୍ଦରୀ ।୩ ।ଶୋଭା ପ୍ରଶଂସାରେ ସଂସାରେ ଜଣେ ତୁ ନାହିଁ ତୋ ରୂପ ସମସରି ।ଉପମାଏ ରହିଲେ ଅପସରି ।ବରବର୍ଣ୍ଣନା ବର୍ଣ୍ଣନା ମୁଁ କଲି ଏହି କଥାକୁ ବିଚାରିରେ ।ସୁନ୍ଦରୀ, କବି ଗଣେଶ ଗଣେଶ ହୋଇବଶେଷ ବଦନକୁ ପୁଣି ରହିବବିଧାତା ଆୟୁଷ ପାଇଲେ ତୋ ଶୋଭା ଲେଶ ଶେଷ ବା କହିବାରେ। ସୁନ୍ଦରୀ ।୪ ।ସୁରନଗରୀନାଗରୀ ଶିରଭୂଷା ଯୋଷାରତନ ରସାଳସି ।କେତେବାର ଗଙ୍ଗାର ଥିଲି ଝାସି ।ଶିର ଦେଇଣ ଶିଶିରକର ଶିର ମନାଇବା ପୁଣ୍ୟ ଦିଶିରେ ।ସୁନ୍ଦରୀ, ହେଲି ଜଣାଣ ଦେବା ଯୋଗ୍ୟ ମୁହିଁଏ ପୁଣ୍ୟରୁ କି ଏଡ଼େ ଭାଗ୍ୟ ହୋଇ ।ପ୍ରଭୁ ସେବକକୁ ବଡ଼ କରେ ଅନୁଗ୍ରହ ଫଳ ଏହି ରେ।ସୁନ୍ଦରୀ ।୫ ।ରଙ୍ଗରାଜୀବ ଚରଣରେ ଶରଣ ପଶିଲି ଏ ଘେନି ଭରସା ।ଗଜ ନୋହିଲେ ତୋ ଗତି ସଦୃଶା ।ଶରଣେ ବାରଣ କଲୁ ଅଙ୍ଗୀକାର ବାରଣ ଗତି ପ୍ରଶଂସାରେ ।ସୁନ୍ଦରୀ, ଆଶା କେବେ ହେଁ ନୋହିବ ଛେଦିତଶ୍ରବଣରେ ହୋଇଲିଣି ମୋହିତ ।ରସଉଦୟା ସୂହୃଦୟା ଦୟାଳୁ ନାମ ଜଗତେ ବିଦିତ ରେ। ସୁନ୍ଦରୀ ।୬ ।
ମନମୀନ ହୃଦ ସରୋବରେ ଥିଲା କଟାକ୍ଷ ବନଶୀ ପକାଇ ।
ତାର ବଦନେ ପ୍ରେମସୁଧା ଦେଇ ।
ଆକର୍ଷି ନେଇ ଉରଜ କଳସୀରେ ମଦାଳୀସ ଅଛୁ ଥୋଇ ରେ ।
ସୁନ୍ଦରୀ, ତୋର ମନ ମନୋରମ ମନ୍ଦିରେ ।
ମୋର ନୟନେ ରହିଲେ ବନ୍ଦୀରେ ।
ବନ୍ଦୀ ହୋଇଲେ ତ ଏ ଦୁହିଁଙ୍କ ସୁଖ କଥନ ନୋହେ ବନ୍ଦିରେ
।ସୁନ୍ଦରୀ ।୭ ।
ବିରହ ଅନଳ ପ୍ରଜ୍ଜ୍ୱଳିତ ଅତି ମୋତେ କରିବ ବୋଲି ଦାହ ।
କିମ୍ପା ନ ଦେହେ ଘେନେ ମୁଁ ସନ୍ଦେହ ।
ତୋ ପ୍ରେମନୀର ହୃଦୟରେ ପଡ଼ିଣ ଯେଣୁ ଜରଜର ଦେହରେ ।
ସୁନ୍ଦରୀ, ଜୀବ ନେବ କାମ ଅଛି କଟାଳି
ଯତ୍ନ କରି ରଖିଅଛି ଏହା ଭଳି ।
ଢଳିଗଲେ ଘଟ ଢାଳିଯିବ ସିନା ପରିପୂର୍ଣ୍ଣ ସ୍ନେହବାରି ରେ
। ସୁନ୍ଦରୀ ।୮ ।
ଅବଧାନେ ଅଛି ଦେବରେ ଦେବତା ଭୋଗ ସେ ଦାନ୍ତରେ ବିହୀନ ।
କରେ ନିମିଷ ହତ ଦରଶନ ।
କୁଚ-କାଞ୍ଚନ ଶିଖରୀରେ ବିହାର ଅଧରେ ଅମୃତ ପାନ ରେ ।
ସୁନ୍ଦରୀ, ହୋଇବାରୁ ଊରୁରମ୍ଭାରେ ସ୍ନେହୀ ।
ମୋକ୍ଷପଦ ନୀବୀରେ ଅଛି ରହି ।
ଆଉ ଦୁର୍ଲଭ ହୋଇ ତୋତେ କେ ଅଛି କେବଳ ଦୁର୍ଲଭ ତୁହିରେ
। ସୁନ୍ଦରୀ ।୯ ।
ଗୁଣ ସରିତ ସଂଗ୍ରହକୁ ସାଗର ବିଗ୍ରହ ନିଶ୍ଚୟ ତୋହର
ସତେ ରସ ରତନର ଆକାର ।
ତହିଁ ମହତୀ ଯୋଗ ଏବେ ପଡ଼ିଛି ମଜ୍ଜନେ କୃତାର୍ଥ କରରେ ।
ସୁନ୍ଦରୀ, ଏକେ କାମଧେନୁ ପରି ରମ୍ଭୋରୁ ।
ଦୁଜେ ତୁ ଯେ ସୁରତ ସୁରତରୁ ।
କାହାକୁ କହିବି ଦୁର୍ଦ୍ଦଶା ମୋହର ନ ତୁଟିଲେ ଏ ଉତ୍ତାରୁ ରେ
। ସୁନ୍ଦରୀ ।୧୦ ।
ଘନେ କୁଳିଶ ଚନ୍ଦନେ ଅହି ଥିଲେ ଭୟରୁ ଚାତକ ପବନ ।
ତହିଁ ସେନେହ ଛାଡ଼ନ୍ତି କି ଘେନ ।
କର୍ମକୁ ଚାହିଁ ନିର୍ଦ୍ଦୟ ହେଲେ ମୋତେ ଛାଡ଼ି ନ ପାରିବି ଧନରେ ।
ସୁନ୍ଦରୀ, କାମ କରୁ ପଛେ କଲେ ଅଶୁଭ
ରାହୁ ପ୍ରାୟ ମୋର ଆଶା ଆରମ୍ଭ ।
ହର ଆଦି ଦେବେ ବିରୋଧୀ ହୋଇଲେ ଛାଡ଼ଇ କି ସୁଧା ଲୋଭରେ
। ସୁନ୍ଦରୀ ।୧୧ ।
ହୃଦକେଦାରରେ ଅନୁରାଗ ବୀଜ ଅତି ଯତ୍ନ କରି ବୁଣୁଛି ।
ଭଲ କାଳ ହେଲା ଯହୁଁ ଜାଣିଛି ।
କ୍ରମେ ସେ ଅଙ୍କୁର ଘନରସ ବୃଷ୍ଟି ବିହୀନେ ଦୁଃଖ ହୋଇଛି ରେ ।
ସୁନ୍ଦରୀ ନ କରିବ କି ବରଷା ।
ପଛେ ତୁ ଯେ ମହା ଜ୍ୟୋତିଷ ଯୋଷା ।
ନାସିକା ମୋତି ବୃହସ୍ପତି ଚଳନ ଯୋଗକୁ ଟେକିଛି ଆଶାରେ
।ସୁନ୍ଦରୀ ।୧୨ ।
ଅଛି ଯେଉଁ ଜୀବ ବୀଣା ଜିଣା ବାଣୀ କିଣା ଅଙ୍ଗ ଦେଶେ ତୋହର ।
କେଡ଼େ ଭରସା ସନ୍ତପ ବ୍ୟାଧର ।
ଶମନପାଶେ ଉଚ୍ଛନ୍ନ ପାଶେ ଧରି ନେବା ପାଇଁ ତତ୍ପର ରେ ।
ସୁନ୍ଦରୀ, କଲି ଗୋଚର ମୋର ଦୋଷ ନାହିଁ ।
ହେବ କାହାକୁ ଏ ଯଶ ସହି ।
ତୋତେ ଏମନ୍ତ ବୋଲିବା ଅଧିକାର ମୁଁ ପାଇଲି କାହିଁରେ
।ସୁନ୍ଦରୀ ।୧୩ ।
ନବବନିତା ଅପୂର୍ବ ପୁଷ୍ପଲତା ପ୍ରକାଶ ଷୋଳଜାତି ଫୁଲ ।
ତିଳପୁଷ୍ପ କୁନ୍ଦ ଚାରି କମଳ ।
କୁମୁଦ ବଧୁଲି ପାଟଳୀ ନିଆଳୀ ଚମ୍ପା ଶିରୀଷ ଉତ୍ପଳୀ ରେ ।
ସୁନ୍ଦରୀ, ଷଣକୁସୁମ ଅଶୋକ ମନ୍ଦାର
ଭୋଖି ଭୃଙ୍ଗ ମୁଁ ଚୁମ୍ବନେ ଆତୁର ।
କେତକୀ ବରନା ନାମ ଅଙ୍ଗୀକାର କଲେ ସରିଲାଟି ମୋର
।ସୁନ୍ଦରୀ ।୧୪ ।
ଅନଙ୍ଗ ବଧିବା ଇଚ୍ଛା କରି ତୋରେ ବିନ୍ଧି ନ ପାରୁଥିବ ବାଣ ।
ଶୋଭା ଅନାଇଁ କ୍ଷୀଣ ହେବ ଗୁଣ ।
ମୁଁ କି ଉପାୟେ ତୋ ଦରଶନ ଯାଏ ଜୀଇଁବି କହିବି ପୁଣରେ ।
ସୁନ୍ଦରୀ, ବଞ୍ଚିଥିଲେ ଅଛି ଏତେ କାରଣ ।
ଲାକ୍ଷା ଲେଖିବି ଧରି ତୋ ଚରଣ ।
ଚିତ୍ର ଚାହିଁ ତୁ ଯେ ପ୍ରଶଂସା କରିବୁ ସେ ବାଣୀ ହେବ ଶ୍ରବଣରେ,
। ସୁନ୍ଦରୀ ।୧୫ ।
ଗଭାକୁ ଶୋଭା ହେବା ଭଳି କୁସୁମ ଗୁନ୍ଥି ଦେଉଥିବି ସୁଗାତ୍ରୀ ।
ଶିବରାତ୍ରି କରିବି ସବୁ ରାତ୍ରି ।
ଆଗ କି ମାଗିବି ସେବା ଜାଣି କୃପା କରୁ ସିନା କୃପାପାତ୍ରୀରେ ।
ସୁନ୍ଦରୀ, ଇଚ୍ଛା ମନ ଭିତରେ ଦେହ ରହୁ ।
ଏ ନୋହିଲେ ବିଧାତା ପକ୍ଷ ହେଉ ।
ଯାଇ ତୋ ପାଶେ ମୋ ସେବା ଦେଖାଇବ ଯୋଗ ବେଗ ହୋଇ ହେଉ ରେ
।ସୁନ୍ଦରୀ ।୧୬ ।
କ୍ଷିତି ଥିଲେ ନରପତି ଶୋଭା ପାଇ ରାତି ଥିଲେ ଚନ୍ଦ୍ର ଉଜ୍ଜ୍ୱଳ ।
ପଦ୍ମ ଥିଲେ ସରୋବର ମଞ୍ଜୁଳ ।
ଘେନି ସେହି ମତି ଯୁବତୀ କତିରେ ଥିବା ଯୁବାର ମଙ୍ଗଳରେ ।
ସୁନ୍ଦରୀ, ଲଭି ନାହିଁ ଯେ ବଲ୍ଲଭୀ ସୁରସ
ମହା ସମ୍ପତ୍ତି ଥାଇ ହେବ କିସ ।
ନୟନ ନ ଥାଇ ଦେବ ଦରଶନେ ଗଲା ପ୍ରାୟ ଉପହାସରେ
। ସୁନ୍ଦରୀ ।୧୭ ।
ଘେନିରେ ଯୁବତୀ ପରଶ ପରଶୁ ପୁରୁଷ ଳୋହ କରେ ହେମ ।
ଭଙ୍ଗୀବଚନ ହିମଧାମ ସମ ।
ହୃଦୟସ୍ଥଳ ଚନ୍ଦ୍ରକାନ୍ତ ମଣିର ଦ୍ରବୀଭୂତକୁ ସେ କ୍ଷମରେ ।
ସୁନ୍ଦରୀ, ଏହା ଶୁଣିଛି ରସିକ ବଦନ
ଅନୁଭବ ନାହିଁ ମୋର ଏମାନ ।
କି କରି ଜାଣିବି କରୀଜିତଗତି କରିବୁ ଏ ଅବଧାନ ରେ
। ସୁନ୍ଦରୀ ।୧୮ ।
ଶିରଫୁଲ ଗଭା କେତେ କାଳ ଶୋଭା କି ଶୀତଳକାରୀ ଚନ୍ଦନ ।
ଏ ବଚନ ତୋହଠାରେ ବନ୍ଦନ ।
କି ବୋଲି ବୋଲିବି ମଶାରୀମଶକ ପରାୟ ଭ୍ରମୁଛି ମନରେ ।
ସୁନ୍ଦରୀ, ବନ୍ଧୁଧନ ତୋତେରେ ପ୍ରେମଶୀଳା
ବୋଲିବି କି ନାହିଁ ଚିତ୍ତ ରସିଲା ।
ଗଲେ ପ୍ରାଣ ରହି ବନ୍ଧୁଧନ ଦୁଇ ଥିଲେ ଅଛି ଏ ଶୁରିଲାରେ
। ସୁନ୍ଦରୀ ।୧୯ ।
ଅତି ଦରିଦ୍ର ମୁଁ ବହିତ୍ର ବଣିଜ କରିଛି ଉପାୟ ବଳରେ ।
ଭଲ ମନ୍ଦ ଅଛି କି କପାଳରେ ।
ଦଇବ ସେ ତୁହି ସେ ତୋତେ ଗୋଚର ଦୟାରେ ଲଗା କୂଳରେ ରେ ।
ସୁନ୍ଦରୀ, ମୋର ତସ୍କର ଘେନି ଦର
ପ୍ରାଣଧନ ଲୁଟିବାକୁ ଜିଗିଛି ।
ଅଷ୍ଟସାତ୍ତ୍ୱିକ ଅଣଚାଶ ପବନ ଛିନ୍ନ ଭ୍ରମେ ପକାଉଛି ରେ
।ସୁନ୍ଦରୀ ।୨୦ ।
ନେତ୍ରେ କର୍ଣ୍ଣକୁ ଆକ୍ଷେପ କରି ଦଳି ତ୍ରିବିଧେ କରିଛୁ ବନ୍ଧନ ।
ହାସେ ହରି ଚନ୍ଦ୍ର ଦର୍ପ ଦଳନ ।
ଜୀମୂତ ବାହନ ପଦ ଦରଶନ ଜନେ କରୁଅଛୁ ଦାନରେ ।
ସୁନ୍ଦରୀ, ବଚନରେ ଅନୁସରି ଥିବି ଯେ ।
ଦାନୀମାନଙ୍କୁ ଜିଣିଛୁ ଭାବିଯେ ।
ତନୁଦାନକୁ ମୁଁ ଅର୍ଥୀ ହୋଇଅଛି ବୋଲିବୁ ନିକି ନ ଦେବୁ ରେ
। ସୁନ୍ଦରୀ ।୨୧ ।
ଦେବୀ ଭେଟାଇଲା ନିଶାର୍ଦ୍ଧ ପଲ୍ୟଙ୍କେ କରିଥିଲୁ ବାଳା ଶୟନ ।
ହା ହା କି ଶୋଭା ଦେଖିଲା ନୟନ ।
ସେହି ତ୍ରୁଟିକେ କୋଟି କୋଟି ମଘବା ସନ୍ତତି କରିଛୁ ଦାନ ରେ ।
ସୁନ୍ଦରୀ, ଯେବେ ଚିର ହୁଅନ୍ତା ସେ ମୁହୂର୍ତ୍ତ ।
ଯୁବାବୃନ୍ଦେ ହୋଇଥାନ୍ତି ସାମନ୍ତ ।
ଭୀରୁ ଊରୁ ଛୁଇଁ ଝୁଲାଇ ଦେବାରେ ନୋହେ ଇତର ସୁକୃତରେ
।ସୁନ୍ଦରୀ ।୨୨ ।
ନିଦ୍ରା ବିନାଶ ଅବଶଭର ଘେନି କଷାଇତ ନେତ୍ର ଚାତୁରୀ ।
ମୋତେ ବକ୍ରେ ଅନାଇଲୁଁ କି କରି ।
ଅନୁରାଗ ଜଳେ ବୁଡ଼ାଇ କମଳ ବେଗେ ଢାଳିଦେଲା ପରି ରେ ।
ସୁନ୍ଦରୀ, ଲାଜ ବଶରୁ ରସିକା ସିହାଣୀ ।
ଚାହିଁ ନ ଚାହିଁଲା କଲୁ ଚାହାଁଣୀ ।
ଉଡ଼ି ପୂର୍ଣ୍ଣ ଚନ୍ଦ୍ର ମଣ୍ଡଳୁ ମନ୍ଦିରେ ବସିଲା ପରାୟ ପୁଣିରେ
।ସୁନ୍ଦରୀ ।୨୩ ।
ବିନୟରେ ମୋ ଲୟ ଦେଇ ଉଦୟ କଲୁଁ କରୁଣା କିଞ୍ଚିତ ।
ପ୍ରାଣ ରଖିଲା ସେ ସୁଧା ସଞ୍ଚିତ ।
ମାଣିକ୍ୟ କୁହରେ ହୀରା ଝଟକିଲା ପରା ସ୍ମିତିହାସ ଜାତରେ ।
ସୁନ୍ଦରୀ, ମୋର ଜନ୍ମାନ୍ତେ ଖଣ୍ଡତପ ଥିଲା ।
ସେହି ସମୟେ ନିଶି ନାଶ ହେଲା ।
ବଢ଼ିବାରୁ ମହା ସନ୍ତାପ ନୟନେ ମନେ ଆନ ନ ରୁଚିଲାରେ
। ସୁନ୍ଦରୀ ।୨୪ ।
ଚତୁରୀ ଚାଟୂକୁ ଚାତୁରୀ କରି ଯେ ଯେତେ ବାଣି କହି ଯୁକତେ ।
ସେକି ସମ ହେବ କାହିଁ ଜଗତେ ।
କରଯୋଡ଼ି ମୁଁ ଜଣାଉଛି ସନ୍ଦେଶ ଦୋଷ ନ ଧରିବୁ ଚିତ୍ତେ ରେ ।
ସୁନ୍ଦରୀ, ସବୁ ସଖୀଙ୍କ ସଙ୍ଖୋଳା ମୋହର
ତୁମ୍ଭ ସଙ୍ଗତ ମୋତେ ଜଣେ କର ।
ମନ ମନାଇଁ ଅବକାଶ ଅନାଇଁ ଘନାଇଁ କହି ଛାମୁରେ ରେ
।ସୁନ୍ଦରୀ ।୨୫ ।
ବେଗେ ଦୂତକୁ ମେଲାଣି ଦେଇ ଦେବ ଶ୍ରୀହସ୍ତ ସନ୍ତକ ଲେଖକୁ ।
ପାଇ ପାଇ ମୁଁ ଅଲେଖ ସୁଖକୁ ।
କୃଶ ହେଲେ ଆଶାଦଣ୍ଡ ଆଲମ୍ବନ କରି ଘଉଡ଼ି ଦୁଃଖକୁ ରେ ।
ସୁନ୍ଦରୀ, ଯିବି ଜୀବିତେ ପ୍ରଭୁର ଛାମୁକୁ ।
ବ୍ୟଥା କହି ଦଣ୍ଡାଇବି କାମକୁ ।
ଏମିତି କାମନା ଏ ବିନା ନବୀନା ମିଳୁଛି ଯାହା କର୍ମକୁରେ
। ସୁନ୍ଦରୀ ।୨୬ ।
ବଳିଆର ଯେ ତ୍ରିବଳୀ ଶୋଭିନୀକି କହିବାକୁ ଅଛି ଆହୁରି ।
ପ୍ରୀତି ବିରୋଧୀ ଯେତେ ସହଚରୀ ।
ଦଇବେ ହୋଇଲେ ପ୍ରବୋଧ କରିବୁ ତାହାଙ୍କର କର ଧରିରେ ।
ସୁନ୍ଦରୀ, ପର ଉପକାର ଯଶ ଥୋଇଲେ
ଦେବ ମହାଦେବ ବିଷ ଖାଇଲେ ।
ଦେଖ ଭୃତ୍ୟପଦ ହୃଦେ ଧରି ହରି ଭାବଗ୍ରାହୀ ବୋଲାଇଲେ ରେ
।ସୁନ୍ଦରୀ । ୨୭ ।
ପଢ଼ି ଏ ପତ୍ର ରୋମାଞ୍ଚିତ ଗାତ୍ର କି ହେଲା ଅନୁରାଗ ଅଙ୍କୁର ।
କିବା ମାଗିବା ଯୁବା ସଙ୍ଗ ବର ।
ଆନନ୍ଦ ଅଶ୍ରୁଜଳର ଅଭିଷେକ କରାଇଲା କୁଚହର ସେ ।
ସୁନ୍ଦରୀ, ଦେଖି ଦ୍ୱିଜକୁ ସେ ମୋତି କଳାପ
ମନେ ଏ କଥା କରି ସଙ୍କଳପ ।
ଏହାରଠାରେ ଏ ହାର ଥିଲେ ଦେଖି ଜାଣନ୍ତି ସିନା ସେ ସନ୍ତାପ ସେ
। ସୁନ୍ଦରୀ ।୨୮ ।
ପ୍ରତିଉତ୍ତର ପତ୍ର ଦେଇ ତାଙ୍କୁ କାତର ସାଗରୁ ଉଦ୍ଧର ।
କହେ ଏକାଳେ ବ୍ରହ୍ମଚାରୀ କୀର ।
ଅନୁନୟ ଲେଖ ଛାନ୍ଦ ପୂର୍ଣ୍ଣ ହେଲା ରସିକ ଉଲ୍ଲାସକର ହେ ।
ସୁଜନେ, ରାମ ଲକ୍ଷ୍ମଣ ଅମ୍ବୁଜ ବଦନ ।
ବୃଷାସନଙ୍କର ଯେହୁ ବନ୍ଦନ ।
ବୃଷାସନଙ୍କର ଯେହୁ ବନ୍ଦନ ।
କହେ ଉପେନ୍ଦ୍ରଭଞ୍ଜ ବୀରବର ତାଙ୍କ ପାଦେ ଦେଇ ମନ ହେ
। ସୁଜନେ ।୨୯ ।