ଲାବଣ୍ୟବତୀ
ଉପେନ୍ଦ୍ର ଭଞ୍ଜ · ଭାଗ ୧୨ / ୧୨ · ବିଂଶ ଛାନ୍ଦ (୨)
ସମ୍ପୂର୍ଣ୍ଣ ସୂଚୀପତ୍ର
ଚକ୍ରବାଡ଼ ପରି ଦେହଳୀକି ବାଳା ତହିଁ ।ଅମ୍ୱୁଜ ଅରୁଣ ପଦ ନ ପାରେ ବଳାଇ ଯେ ।୧ ।ନଦୀ ଯାଇ ସୁନ୍ଧୁ ସଙ୍ଗମରେ ଲଭି ।ସେତୁ ଲଙ୍ଘି ନ ପାରିବା ଲକ୍ଷଣ ବଲ୍ଲଭୀ ଯେ ॥
ଏ କିସ ଗୋ ଭାଷି ସଜନୀଏ ଦେଲା ପେଲି ।ବଲ୍ଲଭକୁ ଶୁଣାଇ ଏମନ୍ତ ବାଣୀ ଯେ ।୨ ।ଅମର ଭୋଗ କରନ୍ତି .ରଖି ଶଶୀଶେଷ ।ଲତାକୁ କଳିକା ଛାଡ଼ି ତୋଳି ସୁମନସ ଯେ ॥
ଦାରୁଭେଦକ ଭ୍ରମର ପଦ୍ମଫୁଲେ ଶୋଇ ।ପୁନଃ ପୁନଃ ବସି ଭୋଗ ଉପଯୋଗ ପାଇ ଯେ ।୩ ।ତୁମ୍ଭେ ତ ରସିକସିଂହ ହରିଣୀ ସୁକେଶୀ,ବଳବନ୍ତରେ କି ଯଶ ଅବଳା ଧରସି ଯେ ॥
କେ ଛଳିଲା ହେଲା ଜେମାର ପ୍ରାଣସଖୀ ।ତାହା ଦୁଃଖେ ଦୁଃଖୀ ଆମ୍ଭେ ତାହା ସୁଖେ ସୁଖୀ ଯେ ।୪ ।ଆମ୍ଭେ ଜଣାଇବାର ଅଧିକ କଥା ସିନା ।ଯେ ତାହାର ତାକୁ କି ନ ଲାଗେ ତା ବେଦନା ଯେ ॥
ଏତେ କହି କପାଟ ଓଟାରି ଆଣି କିଳି ।ପୁର ପରିସରରୁ ଅନ୍ତର ହେଲେ ଆଳୀ ଯେ ।୫ ।ମୋହିନୀ ପୀୟୂଷକୁମ୍ଭ ବସନେ ଘୋଡ଼ାଇ ।ଇନ୍ଦ୍ର ଆଗେ ଉଭା ହେଲା ପ୍ରାୟ ଶୋଭା ପାଇ ଯେ ॥
କାନ୍ତ ଦେଖି ଏକାନ୍ତ କରକୁ ଧରି କରେ ।ମନ୍ଦ ପବନରେ ଯଥା ପଦ୍ମଲତା ଥରେ ଯେ ।୬ ।ମାଳୀ ଚମ୍ପକ ମାଳିକା ଘେନିଲାର ପରି ।ସେନେହବଶରେ ତାକୁ ସେ କୋଳରେ ଧରି ॥
ଲାଜବଶେ ସେ ଯେ ଶେଯେ ଖସି ବସେ ତହିଁ ।ବଲ୍ଲଭ ଚାଟୁ ଆରମ୍ଭେ ଅଧୋମୁଖ ହୋଇ ଯେ ।୭ ।ହେଠ କଲେ ବଦନ ଚନ୍ଦ୍ରକୁ କୃଶକଟୀ ।ଆଉ କେହି ଯିବ ମୋ କାମ ତମ ତୁଟି ଗୋ ।ତା ଶରକୁ ନ କଲେ ନୟନ ପ୍ରତିଶର ।ନିରନ୍ତର ହେଉଥିବା ସିନା ଜରଜର ଗୋ ।୮ ।ବାରଣଗତି ଚରଣ ଶରଣ ଜନରେ ।ଉଚିତ ପ୍ରଭୁ କପଟ ରଖିବା ମନରେ ଯେ ॥
ତୋ ବାହାରେ ନାହିଁ ଆହା କରିବାକୁ ସାହା ।ଯାହା ଇଚ୍ଛା ତାହା କର ଜଣାଇବି କାହା ଗୋ ।୯ ।ଏବିନୟ ବାଣୀକି ଦ୍ୱିତୀୟା ତିଥିରେ ତାର ।ପକିଛି ଉଦେ କରାଇଲା ହାସ ସୁଧାକର ଯେ ॥
ଚାରୁ ଚକୋର ଈକ୍ଷଣ ବିଳାସ ଉଲ୍ଲାସ ।କ୍ଷଣିକେ ଭିତରେ କରିଗଲା ପରକାଶ ଯେ ।୧୦ ।ମୃଦୃଅଙ୍ଗୀ ଅଙ୍ଗୀକାର ଏ ଭଙ୍ଗୀରୁ ଜାଣି ।ନେଇ ଚିବୁକେ ପୁରୁଷେ ନିବେଶିଲେ ପାଣି ଯେ ॥
ଭୋଳ ହୋଇ କୋଳ କରି ମୁଖ ଟେକିଲା ।ଯୋଗଭଙ୍ଗୀ ଭଙ୍ଗୀସ୍ଥାନ ଥୟ ନ ରଖିଲା ଯେ ।୧୧ ।ଭ୍ରମରେ ଏହି ଭ୍ରମରେ ସାରସ ।ଚୁମ୍ୱନ୍ତି ଭାବି ଚୁମ୍ବନ ଦେଇ ସେ ହରଷ ଯେ ॥
ଅଙ୍ଗୀକାର କରି ହାର କରି ଆଲିଙ୍ଗନ ।ଧିକ କଲା ଘନସାର ଚନ୍ଦନ ଲପନ ଯେ ।୧୨ ।ମନ ତାର ଅଧର ପାନରେ ମତ୍ତ ଲଭେ ।ରସନାରେ ରସ ଆସ୍ୱାଦନ କରି ଭାବେ ଯେ ॥
ଏ ଥାଉ ଅମୃତ ପିକ କି ଲଭନ୍ତି ଦେବେ ।ମଧୁପଦେ ମଦମତ୍ତ ପିଶୁନ ଦାନବେ ଯେ ।୧୩ ।ଭାଳିଲା ଏ ମେରୁ ଉରଜ ଧରି କରେ ।ବାଞ୍ଛା କରି ଆଉ କେଉଁ ସ୍ୱର୍ଗ ପ୍ରାପତରେ ଯେ ॥
କରଜ ଚଳାଇ ତନୁ ଶୋଭାକୁ ଚାହିଲା ।ଭାଳେ ଏକକାଳେ ନୀପଫୁଲେ ନିସ୍ତାରିଲା ଯେ ।୧୪ ।ଗତିବେଶେ ଦେଖି ତା ଚଞ୍ଚଳ ଛଟକକୁ ।ମନେ ମନେ ନିନ୍ଦାକଲା ବିଦ୍ୟୁଝଟକକୁ ଯେ ॥
ବେଳୁ ବେଳ ମଦନେ ଆତୁର ସେ ଚତୁର ।ନିବିଡ଼ ନୀବୀବନ୍ଧରେ ପକାଇଲା କର ଯେ ।୧୫ ।ନିଷେଧିଲା କରଭୋରୁ କରିକରେ କର ।କରୀଧରି ହୋଏନି କି ମୃଣାଳ ସୂତ୍ରର ଯେ ॥
ଫୁସ ବକ୍ଷମୂଳେ ଟିପି ଦେଇ ନଖମୁନ ।କୁଚାଗ୍ରେ ସମଗ୍ର କଲା ରସନା ଚାଳନ ଯେ ।୧୬ ।ଦଶନେ ଦଂଶନ କରି ଗଣ୍ଡମଣ୍ଡଳକୁ ।ଚାଳିଦେଲା ଚନ୍ଦ୍ର ଥିଲା ଶରୀର ସ୍ଥଳକୁ ଯେ ॥
ଶୀତ୍କାର ଭଜି ରସିକ ହୋଇଲା ଅଜ୍ଞାନ ।ବିଶେଷତଃ ମାଦକ ପାନରେ ଯଥା ଜନ ଯେ ।୧୭ ।ଖୋସି ଦେଲା ଲଲାଟପଟରେ ନେତ୍ର ଦୁଇ ।ବିବସନ କଲା କାନ୍ତ ଏ ସମୟ ଚାହିଁ ଯେ ॥
ତନୁ ତନୁ ଭିନ୍ନ ହେବ କରି ଏ ବିଚାର ।ଆପଣା ପିନ୍ଧିଲା ବସନହିଁ କଲା ଦୂର ଯେ ।୧୮ ।ସେ ଶୋଭାରେ ଲୋଭା ହୋଇ ମନେ କଲା ପୁଣ ।ସୁବର୍ଣ୍ଣ ବର୍ଣ୍ଣକୁ ନିଶ୍ଚେ ଏକାଳେ ରସାଣ ଯେ ॥
ବନ୍ଧଯୋଗେ ଧରି ଉରେ ଉର ଲଗାଇଲା ।ଜହ୍ୱ ଚାଳି କର୍ଣ୍ଣ ଧୀର କରି ଫୁଙ୍କିଦେଲା ଯେ ।୧୯ ।ଉରଜ ମଧୁ କରଜ ଆଣିଲା ଚଳାଇ ।ନାଭିରେ ଦେଲେକନିଷ୍ଠାଙ୍ଗୁଳିକି ବୁଲାଇ ଯେ ॥
ନିତମ୍ୱେ ହାମ୍ପୋଳି ଠୁଙ୍କୁ ଚେତନା ବସିଲା ।ଭିଡ଼ି ମହାମତ୍ତେ ରାମା ସୁରତେ ରସିଲା ଯେ ।୨୦ ।ରତିପତି ଛଳେ ରତି ପତି ବିରଚିତ ।କଙ୍କଣ ନୂପୁର ନାଦେ ପୁର ଉଛୁଳିତ ଯେ ।ପରସ୍ପରେ ହୋଇଲେ ଅଧର ପିଆପିଇ ।ଏଣୁ ତେଣୁ ତହିଁରେ ଚୁମ୍ୱନ ଦିଆଦେଇ ଯେ ।୨୧ ।ହାର ଜିଣି ମୁକୁଳି ପଡ଼ିଛି ବାସ ବେନି ।ସେହି ଯାଇଛନ୍ତି ସଙ୍ଗେ ସଙ୍ଗେ ଲଜ୍ଜା ଘେନି ଯେ ।କେଳତିଜନନୀ ଜରା ଭୀରୁ ଗୁରୁବାଦ ।ସାକ୍ଷୀକରି ରଖିଛନ୍ତି ପ୍ରଦୀପ ପ୍ରସିଦ୍ଧ ଯେ ।୨୨ ।ରାଜସୁତ ରାଜା ହେଲି ହୁଏ ତୋଷି ।ସୁତନୁ ବିଶାଳ ଜାନୁ ସିଂହାସନେ ବସି ଯେ ॥
କେ ନଖରେ କ୍ଷତ କରେ କେ ପୀଡ଼ଇ ଦନ୍ତେ ।କଲେ ଉତ୍ତାନ ପାର୍ଶ୍ୱଶୟନ ବନ୍ଧ ଯେତେ ଯେ ।୨୩ ।ରମଣୀ ଇଷି ବଚନେ ପୁରୁଷ ହୁଂକୃତ ।ବାଳା ନଖକ୍ଷତକୁ ପୁରୁଷ ମୁଷ୍ଟିଘାତ ଯେ ॥
କି କରନ୍ତି କି ବୋଲନ୍ତି ନ ପାରନ୍ତି ଜାଣି ।ପିତ୍ତରୋଗ ହୋଇଲେ ଅଧିକ ଯଥା ପ୍ରାଣୀ ଯେ ।୨୪ ।ସନ୍ନିପାତି ପ୍ରାୟେ କ୍ଷଣେ କ୍ଷଣେ ଚନ୍ଦ୍ରନାଡ଼ି ।ବାତକୀ ପରାୟେ ବେପଥୁରେଛନ୍ତି ଜଡ଼ି ଯେ ॥
ଇଚ୍ଛାହୁଏ ମନ୍ଦଶୀତ ଗନ୍ଧବହ ବହୁ ।ଏବଡ଼ କାମନା ଏକା ରଜନୀ ନ ପାହୁ ଯେ ।୨୫ ।ଏମନ୍ତ ଯେ ଦର୍ପଣ ଚାନ୍ଦୁଆ ପୁରେ ଥିଲା ।ନଗରୀ ଚାହିଁଲା ଯୋଗେ ଓଲଟ ଦିଶିଲା ଯେ ॥
ଲାଜେ ବୁଜି ନେତ୍ର ମହାବ୍ୟାକୁଳତା ମତି ।ସତେ ହେଁ ଆରମ୍ଭ କଲେ ବିପରୀତ ରତି ଯେ ।୨୬ ।ପୁଣି ଚକ୍ଷୁ ଫେଡ଼ିଦେଇ ଆରତ ହୋଇଲା ।ଖସିବା ବେଳକୁ କାନ୍ତ ମୋ ଆନ ବୋଇଲା ଯେ ॥
ରହିଲା ଅଣଆୟତ୍ତେ ସେସେହି ଠାଣିରେ ।ନୃତ୍ୟ ଅଧିକାର ଦେଲା ନାସିକମଣିରେ ଯେ ।୨୭ ।ସେ ରତିମଧୁକୁ ଏ ଯେ ବରଷା ପ୍ରାୟକ ।କିଙ୍କିଣୀ କେଳିନାଦରେ ମୂକ ବନପିକ ଯେ ॥
ଯୋଷାମୁଖେ ସ୍ୱେଦବିନ୍ଦୁ ଚାହିଁ ଲୋଭ ।ଇନ୍ଦୁ ଅମୃତ ବିନ୍ଦୁ ବହିଲା ପ୍ରାୟ ଶୋଭା ଯୋ ।୨୮ ।କୁଚଗିରି ମାଡ଼ି ପଡ଼ିବାକୁ କରି ଭୟ ।ବିସ୍ତାରିତ କରିଛି ଛଇଲ କର ଦ୍ୱୟ ଯେ ॥
ଗାଢ଼ରତେ ଯଥା ଭୀତ ଥିଲା ଯୁବତୀର ।ଭାଜି ଯାଇ ଥାଇ ନିକି ସୁରକଟୀ ମୋର ଯେ ।୨୯ ।ଏମନ୍ତ ସମୟେ ଚାହିଁ ବାଳା ଅବଶକୁ ।ପୁଣି ପୁରୁଷ ଆରମ୍ଭେ ପ୍ରକୃତ ରସକୁ ଯେ ॥
ବିଚାରିଲା ମୋତେ ଏଥି ଯଶ ନାହିଁ ଆଜି ।ଧନୁଶର ପକାଇ ପଳାଇ ମନସିଜ ଯେ ।୩୦ ।ବଲ୍ଲଭ ନେତ୍ର ବଞ୍ଚାଇ ଯୁବତୀ ରତନ ।ତରତରେ ବେଢ଼ ଦେଇ ପିନ୍ଧିଲା ବସନ ଯେ ।ପୁରୁଷ ଚଳେ ଆଦର କରି ତତପରେ ।ପ୍ରିୟାକୁ ଘେନି ଶୟନ ପଲ୍ୟଙ୍କ ଉପରେ ସେ ।୩୧ ।ଶ୍ରମଘର୍ମ ଯୋଗକରି ନଖକ୍ଷତ ଜ୍ୱାଳା ।ଶ୍ରମ ହେଲା ଏ ଘେନି ନ ଲଭେ ନିଦ୍ରା ବାଳା ଯେ ॥
ଚାଟୂ କହେ ପ୍ରିୟ କଥା ଶୁଣିବାକୁ ପ୍ରିୟ ।ଏ ସକାଶୁଁ ନିଦ୍ରା ତାକୁ ନ କଲା ଆଶ୍ରୟ ଯେ ।୩୨ ।ନିର୍ଲ୍ଲଜ କାମମଗଧରାଜା ପ୍ରାୟ ହୋଇ ।ପୁଣି ଧାଡ଼ି ଦେଇ ଚିତ୍ତ ଉଚ୍ଛନକରାଇ ଯେ ॥
ଏଣୁ ପ୍ରକାଶିଲେ ରତି ପୁଣି ସେ ଦମ୍ପତି ।ସେ ରାତି ଯାକ ଲଭିଲେ ଅଶେଷ ସମ୍ପତି ଯେ ।୩୩ ।ରାମାକୁ କୋଳେ ବସାଇ ଫଡ଼ି ବାତାୟନ ।ରତାନ୍ତେ କରୁଅଛନ୍ତି ବ୍ୟଜନ ଚାଳନା ଯେ ॥
କାହାରି କରରେ ସ୍ନେହ କେ ନ ଦେଲେ ରଖି ।ବେନି ତନୁ ଜଡ଼ିତ ଶୟନେ ମହାସଖୀ ଯେ ।୩୪ ।ଏ ସମୟେ ନିଶି ନାଶ କଲେ ମନ୍ଦଘୋଷ ।ଦର ଶବଦେ ଲଭିଲେ ବିଟପୀ ବିରସ ଯେ ॥
ନିଶ୍ୱାସ ବାରି ଗଣକା ବିଟ ପାଶୁଁ ଗଲେ ।ଦୀପ ମିଳନ ଅନାଇଁ ବଧୂଏ ଉଠିଲେ ଯେ ।୩୫ ।ବାସରଶଯ୍ୟା ନାରୀଶ ନିଶ୍ୱାସ ପକାଇ ।ଆକାଶକୁ ଚାହିଁ ତାର ମଳିନ ଅନାଇଁ ଯେ ।ହାର ଶିଥିଳ ତାମ୍ୱୁଳ ତିକ୍ତ ଜାଣି ରାମା ।ମନେ ମନେ ବିଚାରିଲା ବିନାଶ ତ୍ରିଯାମା ଯେ ।୩୬ ।କେମନ୍ତେ ଚାହିଁବି ଯାଇ ସଜନୀଙ୍କ ମୁଖ ।ସୁଖକୁ ତ ଅଧିକ ହୋଇବ ଲାଜ ଦୁଃଖ ଯେ ।ତାହାଙ୍କ ନ ଉଠୁଁ ଯିବି ବିଚାରି ଉଠିଲା ।ଇଷି ଭାଷି ଅଙ୍କ ମୋଡ଼ି ହୋଇ ବାହାରିଲା ଯେ ।୩୭ ।ବାଳା ପଛେ ପଛେ ଧବ ଶୋଭା ଦେଖିବାକୁ ।ଆସିବା ବେଳକୁ ସେହି ଦ୍ୱାର ନିକଟକୁ ଯେ ॥
ଜାଣି ସିହାଣୀ ରହିଲା ପଛ ହେଲା ବୋଲି ।କେ କାହାକୁ ନ ଯାନ୍ତି ସେନେହ ବଳେବଳି ଯେ ।୩୮ ।ଉଭାରେ ଉଭାରେ ଫୁସ କଲା ଆଲିଙ୍ଗନ ।ବୋଇଲା ପାଶୁଁ ଯିବାକୁ ନ ବଳଇ ମନ ଗୋ ।ଛାଡ଼ି ଗଲେ ଜୀବ ଛାଡ଼ି ଏ ପରତେ ।ଶୁଭିଲା ସଖୀମାନଙ୍କ ଚହଳ ଏମନ୍ତେ ଯେ ।୩୯ ।ତରୁଣୀ ଚଞ୍ଚଳ ଯଥା ଯୂଥବଣୀ ଏଣୀ ।ମୁଖେ ଚୁମ୍ୱ ଦେଇ ଫୁସ ହୋଇଲା ମେଲାଣି ଯେ ॥
ମିତ୍ରଙ୍କ ସଙ୍ଗତେ ଯାଇ ହେଲା ପରବେଶ ।ହାସ୍ୟ ନ କଲେ କରେ ଦେଖାଇ ଆଦରଶ ଯେ ।୪୦ ।ତଦୁତ୍ତାରେ କେଳିପୁରୁଁ ବାହାର ସୁନ୍ଦରୀ ।ମନ୍ଦେ ମନ୍ଦେ ଆସେ ଭିତ୍ତି ଅବଲମ୍ବ କରି ଯେ ॥
ଅଳସ ଚାତୁରୀ ପ୍ରିତୟସଖୀ ପ୍ରତିଭାଷା ।ଆର ଛନ୍ଦେ ଶୁଣିବ ଏ ଛାନ୍ଦ ହେଲା ଶେଷ ଯେ ।୪୧ ।ଜାନକୀ କୁଚ କୁଙ୍କମ ଅଙ୍କିତ ହୃଦୟ ।ମୁନିଜନ ଚିତ୍ତ କାମ ବିକାର ଉଦୟ ଯେ ॥
ତାରକ ତାରକ ମନ୍ତ୍ର ଯାହା ନାମ ଶୁଣି ।ଉପଇନ୍ଦ୍ର ବୀରବର ସେହି ରାମ ଗୁଣ ଯେ ।୪୨ ।ଚତୁତ୍ରିଂଶ ଛାନ୍ଦକେଳିପୁର ବାହୁଡ଼ା ଏବଂସଖୀମାନଙ୍କର ପରିହାସ(ରାଗ- କଲ୍ୟାଣ ଆହ ବା ବସନ୍ତ ବରାଡ଼ି)କେଳିସଦନକୁ ବାହୁଡ଼ି ପଥ ହୁଡ଼ି ଆସିବା ବେଳେ ସୁକେଶୀ ଯେ ।କୋକିଳଭାଷୀ ଭାଷିଲା ଏମନ୍ତ କେଉଁ ପରିହାସୀ ହସି ଯେ ।ସୁନ୍ଦରୀ,କହ କହ ମହୀଶୋଭୀରେ ।କରୁଛି ବିଚାର କେଉଁ ସୁକୃତରୁ ଭ୍ରମର କେତକୀ ଲଭିରେ ।୧ ।କ୍ଷତିପତିରଣ ପରାଜୟ ତୂର ପରାୟ ନୂପୁର ବାଜେ ରେ ।ଖସି ପଡ଼ିବାର ନିତମ୍ୱ ଉପରୁ ଭଲା ଏବସନ ରାଜେ ରେ ।ସୁନ୍ଦରୀ,ଖେଦି ପାଇ ଯୁଦ୍ଧବଶେ ରେ ।ଖସି ଯାଉଛି କି ଯୋଦ୍ଧା ମସ୍ତକରୁ ଉଷ୍ଣୀଷ ଏମନ୍ତ ଦିଶେ ରେ ।୨ ।ଚାରୁ ଚଞ୍ଚଳ ଲକ୍ଷଣ କ୍ଷଣେ କ୍ଷଣେ ଭଜୁଅଛି ସୁଲକ୍ଷଣାରେ ।ଗଜରିପୁ ଆଗେ ପଡ଼ିଥିଲା ଏଣୀ ହୋଇଛି କିଗଣବଣାରେଗତି କଥା ଘେନିରେ ସୁନ୍ଦରୀ ।ପୁଣି ପୁଣି ପରାଭବ ଭୀତି ଚିତ୍ତେ ତରତରେ ବିନ୍ଧେ ଶରରେ ।୩ ।ଘେନିଛି କୋକ ନାଦ ମଦ ମର୍ଦ୍ଦନେ କରିଛି ରଙ୍ଗ ଆସ୍ପଦରେ ।ଘନେ ଦଣ୍ଡିବ ମଦ କଳମଦିର ବ୍ୟକ୍ତ କି ମଦନମଦରେ ।ସୁନ୍ଦରୀ,ଘେନାଘେନି ତୋର ଭଲା ରେ ।ଘୋରି ବିଭାବରୀ ବିନିଦ୍ରିତ କରି ପଦ୍ମ ମୁଦ୍ରିତ ନ କଲା ରେ ।୪ ।ନିଟିଳେ ମୃଗମଦ ରହି ରହିଛି ଜାତ ହୋଇ ସ୍ୱେଦପନ୍ତିରେ ।ନିଶ୍ଚେଁ ଅଳକା ଅହିହର ତରଳ ଗରଳ କରିଛି ବାନ୍ତିରେ ।ସୁନ୍ଦରୀ,ନୋହିଲେ ହେବ ଏମନ୍ତରେ ।ନିଶୀଶ କଳଙ୍କ ନାଶ କରୁଥିଲା ପ୍ରକାଶ ବିଧିରେ ଭୀତିରେ ।୫ ।ଚଟୁଳ ନୀରବିନ୍ଦୁ ଧାଡ଼ିହୋଇ ଯେ ରହିଛି ଅଳକା ତଳରେ ।ଚନ୍ଦ୍ର ଅର୍ଦ୍ଧକୁ ଗ୍ରାସ କରି ରାହୁ କି ଛାଡ଼ିଣ ଗଲା ଚନଳରେ ।ସୁନ୍ଦରୀ,ଚୋଖଦନ୍ତଯୋଗେ ତାର ରେ ।ଚିନ୍ତନ କରୁଛି ସ୍ପୋଟକ ନିକର ଦିଶେ ମନୋହର ତର ରେ ।୬ ।ଛିଡ଼ିପଡ଼ିଲା ସୁଜ୍ୟୋତି ମୋତିମାଳି ବାଳି ନ ଜାଣିଳୁ ତହିଁରେ ।ଛଇଳନିତୀ ତାହା ପତି ସୁରତି ଶିକ୍ଷା ଯେତେବେଳେ ଦେଇରେ ।ସୁନ୍ଦରୀ,ଛଟକାକ୍ଷି ଗୁଣଶାଳୀ ରେ ।ଛଦ୍ମେ ନ ଜାଣିବ ବାସ ପ୍ରକାରରେ କରିଥିବି ନିଉଛାଳି ରେ ।୭ ।ଜାହ୍ନବୀ ଲଭିଲା ମାନ ଶାମୁକାରରେ କସ୍ତୁରୀ କାଳିନ୍ଦୀ ଚାହିଁରେ ।ଜାଣାଯିବାକୁ ନଖପଦ୍ମ ବିଶଦ ମୟୂଖ ନାୟକ ବିହିରେ ।ସୁନ୍ଦରୀ,ଜବାଧରୀ ଚନ୍ଦ୍ର ମୁହଁରେ ।ଜଳଜ ପାଣିରେ ପୂଜା କରିବାକୁ କାମବ୍ୟାହିତ ପାଇଁ ରେ ।୮ ।ଝଲକା ଅଙ୍କୁଶ ପ୍ରାସ ଲଭିଛି କି ଯଉବନ କରୀ କୁମ୍ଭରେ ।ଝିସନିବାସ ସୁତରେ ମର୍ଦ୍ଦିହେଲା ମହୀ ମହୀଧର ଦମ୍ଭରେ ।ସୁନ୍ଦରୀ,ଝଲିଛି ଚିତ୍ତେ ଏ ଚିତ୍ରରେ ।ଝଟକ ହାସିନୀ ଘର୍ମେ ଲଭିଗଲା ମର୍ମେ ଲେଖିଥିଲା ଚିତ୍ରରେ ।୯ ।ନୀଳ କୁନ୍ତଳ ଫିଟି ଲୋଟେ ଚରମେ ବିରହାଗ୍ନି ପ୍ରେମନୀର ରେ ।ନିଷ୍ଠାକଲୁ ଶାନ୍ତି କି ସେ ଧୂମପନ୍ତି ଉର୍ଦ୍ଧ୍ୱେ ଅଧୋଗତି ତାରରେ ।ସୁନ୍ଦରୀ,ନୟନ କରଇ ବଶରେ ।ନବ ବିକଚ ନଳିନ ମଧୁ ପିଇ ଉଡ଼ିଲେ କି ଅଳି ବଂଶରେ ।୧୦ ।ଟେକ କରୁଣା ହେବା ପାଇଁ ଅରୁଣାଧରୁ ଫୁରୁଣାରେ କିବା ରେ ।ଟିକାଏ ଗଲା ରତିରେ କି ପତିକି କଲୁ ଏଚାମରେ ସେବାରୀ ।ସୁନ୍ଦରୀ,ଟାହି ନୁହଇ ଏ ଗିର ରେ ।ଟହକହାସ କୁଟିଳ ଲୋକ ନିକି ବନ୍ଧନ ମୁକ୍ତ ବେଭାରରେ ।୧୧ ।ଠିକେ ପତନ ହୋଏ ବାଳା ରତନ ଯତନ ଫୁଲ ମାଳିକା ରେ ।ଠାଠିକ ଦିଶେ ଅମ୍ଭୁଜରୁ କି ଖସେ ଅବନୀକି ବକାଳିକା ରେ ।ସୁନ୍ଦରୀ,ଠଣ ସେ ପୁଣ ଏପରା ରେ ।ଠୁଳେ ଗଙ୍ଗାରୁ ଜଳ ଆଣି ଘନ କି ପତନ କରଇ ଧରାରେ ।୧୨ ।ଡମ୍ବରୁ ମଧ୍ୟା ମହୋଜ୍ଜ୍ୱଳ ତାମ୍ୱୁଳ ବୋଳ ତୋ ନିର୍ମଳ ଗଣ୍ଡରେ ।ଡାଳିମ୍ୱକୁସୁମ ବିମ୍ବ ମନୋରମ କି ଅବା ମୁକୁର ଖଣ୍ଡରେ ।ସୁନ୍ଦରୀ,ଡୋଳା ବଶ କରେ ପୁଣିରେ ।ତାହା ଉତ୍ତୀର୍ଣ୍ଣ ରସାଣ ହେବ ପାତ୍ରେ ସ୍ଥିତିକି ମାଣିକ୍ୟ ମଣିରେ ।୧୩ ।ଢଳି ଚାହାଁ ରଙ୍ଗ ଅଧରେ ଝରୁଛି ଦନ୍ତ କ୍ଷତ ବଶେ ରକ୍ତ ରେ ।ଢାଳେ ହୃଦୟ ସୁଖେ ମୁଖେ କରେ କି ନିଶି ଅନୁରାଗ ବ୍ୟକ୍ତରେ ।ସୁନ୍ଦରୀ,ଢମାଳି ନୋହେ ଏସତ ରେ ।ଢଳହଳ ଚୂତପଲ୍ଲବେ ଯେମନ୍ତ ମତ୍ତ ପିକ ଚଞ୍ଚୁଘାତରେ ।୧୪ ।ଅମୂଲ୍ୟ କୁନ୍ଦ ସୁନ୍ଦର କାଶ ମନ୍ଦହାସ ଲେଶମାତ୍ର ନାହିଁରେ ।ଆନନ୍ଦ ଚନ୍ଦ୍ରମା କେବଣ କାରଣେ କିରଣ ହେଲା କୁନ୍ଦାଇ ରେ ।ସୁନ୍ଦରୀ,ଅତ୍ୟନ୍ତ ରସିକ ସେହି ରେ ।ଅମୃତ ଭାବି ଓଷ୍ଠମଧୁ ସହିତ ପିଇଗଲା ପରା ତହି ରେ ।୧୫ ।ତନୁରେ ଠାବେ ଠାବେ ଲାଗି ଚନ୍ଦନ ଏହି ପ୍ରତୀତ କରାଇ ରେ ।ତୋତେ ଏଶୋଭା ଦେଇଗଲା ସ୍ତନକୁଙ୍କୁମ ପାଲଟ ନେଇରେ ।ସୁନ୍ଦରୀ,ତଥା ତୋ ଅଙ୍ଗ ଶୋଭନ ରେ ।ତରୁଣ କୁଞ୍ଜର କରମର୍ଦ୍ଦନରେ ଯେମନ୍ତ ପଦ୍ମିନୀ ବନରେ ।୧୬ ।ସ୍ଥୁଳ ଜାନୁରେ ଦୀପ୍ୟମାନ ଅନେକ ପ୍ରଖର ନଖର ଗିରାରେ ।ଥୟ ଏଇଙ୍ଗିତ ସଙ୍ଗୀତ ଜାଣେ ସେ କଳା ପ୍ରସାରିଲା ପରା ରେ ।ସୁନ୍ଦରୀ,ଥରୁଅଛୁ କିମ୍ପା ଡରି ରେ ।ଧିରେ କହିଥା କରୁଛି କି ବଲ୍ଲଭ ଚିତ୍ତରତନକୁ ଚୋରି ରେ ।୧୭ ।ଦେହେ ଦିଶୁଛି କଙ୍କଣ ଚିହ୍ନମାନ ରଞ୍ଜନ ଦୃଶୀ ରେ ।ଦିବ୍ୟ ଦାହ ହେମ ପିତୁଳାକୁ କାମ ସୂଚିକାମ କଲା ବସିରେ ।ସୁନ୍ଦରୀ,ଦେଖି ମୁଁ ହେଲିଣି ତୋଷ ରେ ।ବଲ୍ଲଭ ହୃଦକଷଟିରେ ଥିବ ସେ ପ୍ରୀତିବାନମାନ କଷିରେ ।୧୮ ।ଧରି ମଧ୍ୟ ଧୀରେ ଅଶକତ ଭରେ ଆସିବାରୁ ମୁଁ ଯେ ହେଜି ରେ ।ଧୂର୍ଜ୍ଜଟି ଡମ୍ବରୁ ସରି ସରୁକଟୀ ଆହା ସେ ଗଲା କି ଭାଜିରେ ।ସୁନ୍ଦରୀ,ଧରାଧର ଯେହୁ ଟେକି ରେ ।ଧବ ଭାରା ନିକି ସହି ନ ପାରିଲା ଘେନିଛି ଅଛି ଏଥିକି ରେ ।୧୯ ।ନିବିଡ଼ ନୀବୀ ତ ମହା ଅସ୍ତବ୍ୟସ୍ତ ଖୋସିଲେ ଖସି ପଡ଼ଇ ରେ ।ନାଗର ଶ୍ରୀକର ଦର ଏତେ ଦୂର କରି ସ୍ଥାନେ ନ ରଖଇ ରେ ।ସୁନ୍ଦରୀ,ନ ରହେ ଏହା ଶୁଣିକି ରେ ।ନ କଲା ମୋତେ ବନ୍ଧନ ଅବକାଶ ନୋହିବ ଆଉ ଏଣିକି ରେ ।୨୦ ।ପୁଣି ତ ପଣନ୍ତ ମହୀରେ ଲୋଟିଛି ଭାଳେ ଅସମ୍ଭାଳ ଦେଖିରେ ।ପାଦେ ପଡ଼ି ଶାଢ଼ି କହେ ପତି ସଙ୍ଗ ବେଳେ ପାରିବୁକି ରଖିରେ ।ସୁନ୍ଦରୀ,ପଚାରିଛି ଏତେ ମୁହିଁରେ ।ପାଇ ନାହାନ୍ତି ସ୍ଥାନ ଯହିଁ ଏମାନେ ଲଜ୍ଜା ରଖିଥିବ କାହିଁରେ ।୨୧ ।ଫୁଲ୍ଲାରବିନ୍ଦ ମୁଖେ ନାହିଁ ପ୍ରସନ୍ନ କାନ୍ତେ ପରାଜୟ ଇଚ୍ଛିରେ ।ଫୁରୁଣା ହୁଏ ଫୁଲଧନୁ ଚିଣିଲୁ ଏଥେ ପୁଣି ଯଶ ଅଛିରେ ।ସୁନ୍ଦରୀ,ଫେଡ଼ି କହୁଅଛି ଜାଣି ରେ ।ସ୍ପୁଟେ ରଟୁଥିଲା ବଳା ଫୁଲଧନୁ ପଳା ପଳା ପୁଣିରେ ।୨୨ ।ବିଧୁ ବିଧୁନ୍ତୁଦ ମୁଖୁଁ ଏହିକ୍ଷଣି ବାହାରିଲା ପରା ମୁଖରେ ।ବିଧିରହେ ଚିକୁରଶୋଭୀ ମିଛ ହେଲେ ମୁକୁର ଅଣାଇ ଦେଖ ରେ ।ସୁନ୍ଦରୀ,ବିଚାରେ ଏଥି କି ଗୋଳରେ ।ବୋଲନ୍ତି ତୋତେ ସୁକୁମାରୀ ଏ ଦୁଃଖ ସୁହାଇଲା ଭାବଭୋଳ ରେ ।୨୩ ।ଭତ୍ତି ଧରି କରୁ ଗମନ ମଣୁଛୁ ପହଣ୍ଡକ ଶତକ୍ରୋଶ ରେ ।ଉର ଦେଇ ଅପସରେ ଅବସର ପାଇଲୁ ଏବେ ତୁ ବଶରେ ।ସୁନ୍ଦରୀ,ଭାବ ତାର କି ସେ ଅରି ରେ ।ଭାଙ୍ଗୁ ଦରବିକଶିତ କୋକନାଦ ମଦ ଜୃମ୍ଭାକୁ ଆଦରି ରେ ।୨୪ ।ମହା ଅଳସଭରେ କୁଚ କଳସ ଲୋଡ଼େ ମେରୁ ଦର୍ପ ହରି ରେ ।ମର୍ଦ୍ଦନ ତାଡ଼ନ କରଜପୀଡ଼ନ କେତେ ବେଗରେ ପାଶୋରି ରେ ।ସୁନ୍ଦରୀ,ମୁହିଁ ଶିଖାଉଛି ତୋତେ ରେ ।ମନ୍ଦ କରିବାପରେ ନୋହେ ଉଚିତ କରୁଥିବୁ ଦିବ୍ୟଚିତ୍ତ ରେ ।୨୫ ।ଯଶ ଅଯଶ ବିଚାର ଅନୁଗ୍ରହ ବିଗ୍ରହ ନିଗ୍ରହ କର ରେ ।ଯୁବତୀ ରତିଗଣ ଭାବି ନିତମ୍ବ ଉରଜ ମିଶିଲା ଉର ରେ ।ସୁନ୍ଦରୀ,ଯୁକ୍ତ ଏ ପାଇବ ଶାଢ଼ୀ ରେ ।ଯୋଗ ବେଗେ ଆଗେ କର ବହି କଲା ତାକୁ ଦିଅ ମଣିଚୁଡ଼ିରେ ।୨୬ ।ରଙ୍ଗବଶେ ହୋଇ ଆତଙ୍ଗ ନୟନ ବୁଜି ହେଲା ଅତି ସୁଖେ ରେ ।ରମଣୀ ଚତୁରୀ ଶିରୋମଣୀ ଆଣି କାଳି ଦେବା ତାର ମୁଖରେ ।ସୁନ୍ଦରୀ,ରତେ କେଶ ଅସମ୍ଭାଳ ରେ ।ରମ୍ୟ ଚରମେ ପଳାଇ ଲୁଚିଥିଲା ବାନ୍ଧିବା ତାହାକୁ ଭାଳ ରେ ।୨୭ ।ଲାବଣ୍ୟ ବିମ୍ୱ ବିଡ଼ମ୍ବ ଅଧର ତୋ ଘାତକ ହୋଇଛି ଅତି ରେ ।ଲାଳସେ ଏତେ ତାମ୍ୱୁଳ ଅଉଷଧି ଦେଇଣ କର ତୃପତି ରେ ।ସୁନ୍ଦରୀ,ଲାଖ ପ୍ରାୟ ଆଦ୍ୟ ପ୍ରାନ୍ତରେ ।ଲଳିତ ଅଙ୍ଗ ଯେ ରହିଥିଲା ଯାକୁ ଚନ୍ଦନେ କର ଲେପିତ ରେ ।୨୮ ।ବିଚାରେ ପବନ ଘନସାର ଅଗ୍ନିସମେ ଦେଉଥିଲେ ପୀଡ଼ାରେ ।ବ୍ୟାଜକି ଆଜ ସେ ସୁଖଦାହେଲାକୁ ସିନା କରୁଅଛି ଲୋଡ଼ା ରେ ।ସୁନ୍ଦରୀ,ବିବେକ କି ଶୋଭାନିଧିରେ ।ବିଧୁ ଅସ୍ତବ୍ୟସ୍ତ କରିଥିବା ସାଧୁ ସବୁ ଚକ୍ର ହେଲା ସାଧିରେ ।୨୯ ।ଶୟନ କର ନୟନରୁ ଜାଣିଲୁଁ ରାତ୍ର କଲୁଁ ଶିବରାତ୍ର ରେ ।ଶ୍ରୀ ଅଙ୍ଗକୁ ତେବେ କିଛି ଶାନ୍ତ ହେବ ଅଶେଷ ସୁରସପାତ୍ରୀ ରେ ।ସୁନ୍ଦରୀ,ଶ୍ରଦ୍ଧା ଏକା ଅଛି ତହିଁରେ ।ଶଶୀହାସୀ ସେ ବିଧି ସ୍ୱପ୍ନେ ଦେଖିବୁ ପାସେରିବା କଥା ନୋହିରେ ।୩୦ ।ଷଡ଼ାନନ ତାତ ଆଦି ଦେବତାଙ୍କୁ ଏ ପୁରୁଷ ସଙ୍ଗ ଆଶେ ରେ ।ଷୋଡ଼ଶୀ ଯେତେ ଦ୍ରବ୍ୟ ଥିଲୁ ମନାସି ଦେବୁ ଏହି ଦିବସେ ରେ ।ସୁନ୍ଦରୀ,ଷଣକୁସୁମ ସୁକାନ୍ତି ରେ ।ଷଡ଼ାର୍ଦ୍ଧପୁରେ ପ୍ରମଦା ମାତ୍ରେ ନାହିଁ ତୋ ସମାନ ଭାଗ୍ୟବତୀ ରେ ।୩୧ ।ସାରସଗତି ସଖୀଭାଷ ବଶରେ ମଜ୍ଜିଲା ହୀରା ସରିତେ ଯେ ।ସତେ ଉରଜ କଲା ଚନ୍ଦ୍ରଶେଖର ମୁଖ ନିବେଶ ତୁରିତେ ସେ ।ସୁନ୍ଦରୀ,ସଧୀରେ ସଖୀରେ ଯାଇ ସେ ।ସମୀର ବହିଲା ସ୍ଥାନରେ ବସିଲା ଆଶ୍ୱାସନା କଲେ ସହୀ ଯେ ।୩୨ ।ହାଟକ ଝଟକ ଗୋରୀ ଦେଲା ସେ ଛଟକେ ନୀତି ବଢ଼ାଇ ଯେ ।ହସ୍ତୀ ଦଶନେ ପଲ୍ୟଙ୍କ ଅଙ୍କରେ ସେ ନିଃଶଙ୍କେ ଦେଲେ ଶୁଆଇ ଯେ ।ସୁନ୍ଦରୀ,ହେଲା ପୂର୍ଣ୍ଣ ମନୋରଥ ଯେ ।ହେଳା ନ କଲା ଫୁସଲୀଳା ଭାବନା ଲବମାତ୍ର ହୃଦୟପଥ ଯେ ।୩୩ ।କ୍ଷିତିମଣ୍ଡଳ ମଣ୍ଡନ କ୍ଷୀଣୋଦର ଭାବନା ବଶରେ ଫୁସ ଯେ ।କ୍ଷଣଦା କ୍ଷଣପ୍ରାୟ ଗଲା ଚିଚାରେ କାହିଁଥିଲା ଏ ଦିବସ ଯେ ।ସୁଜନେ,କ୍ଷିପ୍ରେ ଚିନ୍ତି ରାମଚନ୍ଦ୍ର ଯେ ।କ୍ଷମେ ଉପଇନ୍ଦ୍ର ଭଞ୍ଜ ବୀର କହେ ଅଘ କରୀନ୍ଦ୍ର ପାରିନ୍ଦ୍ର ହେ ।୩୪ ।ପଞ୍ଚତ୍ରଂଶ ଛାନ୍ଦଦେବତାଙ୍କର ଅଭିଶାପ ପ୍ରଦାନଓକନ୍ୟାବରର ସ୍ୱଦେଶ ପ୍ରବେଶ(ରାଗ-କଳଶା)ଏଥୁ ଅନନ୍ତରେ ଜନେ ଶୁଣ ଦିବ୍ୟରସପୁରେ ସପତ ମଙ୍ଗଳାହେଲା ତହିଁ ଶେଷ ଯେ ।୧ ।ପଡ଼ିଲା ପରମ ଅଷ୍ଟମଙ୍ଗଳାରେ ।ନୋହିଲା ସେଦିନ ଭେଟ ପୁରୁଷ ବାଳାରେ ଯେ ।୨ ।ବସି ବିଚାର କରଇ ରସିକ ରତନଉତ୍ସବେ କାହିଁକି ହେଲା ଏଡ଼େ ହୀନ ଦିନ ଯେ ।୩ ।ମୋତେ ହରିତାଳୀ ଗୋରୀ ହରିତାଳି କରିପରି ବରି ଦେବ ଦୁଃଖ ଏ ଘୋର ଶର୍ବରୀ ଯେ ।୪ ।କୁହୁ ନୋହି ଜଗତରେ ମୋ ଠାରେ ହୋଇଲାବଦନଇନ୍ଦୁ ଦର୍ଶନ ଏଣୁ ବିରୋଧିଲା ଯେ ।୫ ।ଏକାଳେ ଜ୍ୟୋତିଷ ସୁତ ପାଶେ ପରବେଶବୋଇଲା ମନ୍ତ୍ରୀ ସୁତକୁ ମନ୍ତ୍ରୀ କରି ବେଶ ଯେ ।୬ ।ସୁତ ବିଭା କରିଦେବ ନେଉଅଛି ବରିଚିତ୍ତ ଚିନ୍ତା ଆନ ଏସନ୍ଦେଶ ଶୁଣିକରି ଯେ ।୭ ।ଋତୁଧ୍ୱଜ ବିଭାପୁଣି ପୁରୋହିତ ସୁତାମୋତେ ଆଗୁ ଏ ଦେଶ କରିଛି ଯୋଗ ଧାତା ଯେ ।୮ ।ରତ୍ନାକର ସାଧୁତା ଆମ୍ଭର ଅତି ସ୍ନେହୀତାହାର ଭଗ୍ନୀକି ମାଗ ପୁରନ୍ଦର ପାଇଁ ଯେ ।୯ ।ଶୁଣି ତୋଷ ହୋଇ ଧରାପତି ପ୍ରିୟସୁତସେ କାର୍ଯ୍ୟ ନିର୍ବାହକଲା ପାଶୁ ପେଷି ଦୂତ ଯେ ।୧୦ ।ତିନିମିତ୍ର ବିଭାବିଧି ଶୁଭେ ହେଲା ସିଦ୍ଧିପୁଣି ଅତି ହରଷ ହୋଇଲା ରସନିଧି ଯେ ।୧୧ ।କାମକଳା ମେଘମାଳା ହାରାବଳୀ ନାମସପତି ହେବାରୁ ସେ ହୋଇଲେ ପୂର୍ଣ୍ରକାମ ଯେ ।୧୨ ।ଆଉମାନେ ଦାସୀ ମୁଖୁଁ ଶୁଣିଲେ ବାରତାଦେବେ ଯଉତୁକେ ବୀରେ ଏଣୁ ଦୂରଚିନ୍ତା ଯେ ।୧୩ ।ଏମନ୍ତ କେତେ ଦିବସ ଶେଷ କଲେ ତହିଁସିଂହଳ ଭୂପାଳେ ପୁରୋହିତ ସୁତ କହି ଯେ ।୧୪ ।ବୋଇଲା ଯେ କର୍ଣ୍ଣାଟ ସେ ସିଂହଳ ପ୍ରଦେଶଏମନ୍ତ ଅବଧାନରେ କର ନରଈଶ ଯେ ।୧୫ ।ଶଶିଶେଖର ରାଜ୍ୟର ଏକମାତ୍ର ପୁତ୍ରଅଛି ପ୍ରତିମାକୁ ପଠିଆଇ ରଖି ନେତ୍ର ଯେ ।୧୬ ।ଅବଧାନ କଳେ ଏବେ ହୋଇବୁଁ ମେଲାଣିଦଣ୍ଡଧର ହରଷ ହୋଇଲେ ଚିତ୍ତ ଶୁଣି ଯେ ।୧୭ ।ଯଉତୁକ ସମ୍ଭାର ଘେନାଇ ସଚିବକୁପ୍ରେକ୍ଷିତ କଲେ ତୁରିତ କୁମାର ପାଶକୁ ଯେ ।୧୮ ।ଚାହିଁ ସେ ସମ୍ଭାର ଯୁବରାଜ ହୋଇ ତୋଷଦେଇଛି ଧନଦକୋଷ ପରି ରତ୍ନକୋଷ ଯେ ।୧୯ ।କରୀ ହୟ ହରିଚୟ ଯାନ ସମାନରେଲକ୍ଷ ସଂଖ୍ୟକ ଦେଇଛି ସହଜ ଚିତ୍ତରେ ଯେ ।୨୦ ।କାମଧେନୁ ପରି ଧେନୁ ସବତ୍ସା କରିଣକୋଟି ପରିମିତ ଘେନିଛନ୍ତି ବ୍ରଜଗଣ ଯେ ।୨୧ ।କଥା କୁହା ପିକ ସାରିକା ଅନେକଅଶେଷ ମଞ୍ଜୁଷ ଚର୍ମ ଆଡ଼େଣୀ ସାୟକ ଯେ ।୨୨ ।ବସନ ପେଡ଼ାମାନଙ୍କ ସଂଖ୍ୟା ହେବ ନାହିଁହାନ୍ଦୋଳା ସ୍ୟନ୍ଦନ ଯହିଁ ଗଣା ନାହିଁ ଯେ ।୨୩ ।ଏ ବିଧିରେ ପଦାର୍ଥ ସମର୍ପି ଜଣାଇଲାସଭୂଷଣ କରି ଦାସୀ ସହସ୍ରେକ ଦେଲା ।୨୪ ।ଯାଉଛନ୍ତି ଏ ବାହାରେ ପ୍ରିୟସଖୀଗଣଯାହାକୁ ଲାବଣ୍ୟଲକ୍ଷ୍ମୀ କଳୁ ସମର୍ପଣ ହେ ।୨୫ ।ତାହାକୁ ପଦାର୍ଥ ଦେଇ ନାହିଁ ତୋଷିବାକୁଶିବର ଆଉ କି ଇଚ୍ଛା ଲଭିଲେ ଶିବାକୁ ଯେ ।୨୬ ।ଯାହା ଆଜ୍ଞାରେ ହୋଇଛି ଦେଇ ଇନ୍ଦ୍ର ପଦଶ୍ମଶାନେ ଭ୍ରମି ସେ ଇଚ୍ଛା ନ କଲେ ସମ୍ପଦ ଯେ ।୨୭ ।ଏ ବିଧିରେ ଘେନା ଘେନି ଅନେକ ରତନସଜ କରିଦେଲା ସେ ବହୁତ ପୋତମାନ ଯେ ।୨୮ ।ମାତା କୋଳକରି ପ୍ରିୟାସୁତାକୁ ତିଆରିତଦୁତ୍ତାରେ ରତ୍ନ ହାନ୍ଦୋଳାରେ ବିଜେ କରି ଯେ ।୨୯ ।ବୋଇତରେ ବିଜେ କଲା ଯୁବରାଜ ସଙ୍ଗେଅଛନ୍ତି ପରିଚାରିକା ସଖୀ ସଙ୍ଗେ ରଙ୍ଗେ ଯେ ।୩୦ ।ଜେମା ଭ୍ରାତା ଆଦି ମନ୍ତ୍ରୀ ଘେନି ବାହାରିଲେସେଦିନ ସବଳହୋଇ ସିନ୍ଧୁ ପାରିହେଲେ ଯେ ।୩୧ ।ନାରଦ ମୁଖୁଁ ଶୁଣିଲେ ଅମର ନିକରଅତୁଲ୍ୟ ଶୋଭା ନାରୀ ଏଥିଲା ମର୍ତ୍ତପୁର ଯେ ।୩୨ ।କାଞ୍ଚିପତି ସୁତ ଚନ୍ଦ୍ରଭାନୁ ହେଲା ବିଭାଦେବେ ପଚାରିଲେ କହ ସେ ସୁନ୍ଦରୀ ଶୋଭା ଯେ ।୩୩ ।ଋଷି କହେ କି କହିବି କିଛିମାତ୍ର ଶୁଣନୀଳ ଧବଳ ଚଞ୍ଚଳ ବୃଷାଳ ତା ଗୁଣ ଯେ ।୩୪ ।ଅତିରଙ୍ଗ ଗହଳ ପକ୍ଷ୍ମଳ ପୁର ନେତ୍ରଗୁଣେ ଗୁରେ ଲଭି ହେଲେ ଏମାନେ ପବିତ୍ର ଯେ ।୩୫ ।ଇନ୍ଦୀବର ପୁଣ୍ଡରୀକ ଖଞ୍ଜରୀଟ ମୀନମଦିର ଅନ୍ୟ ନେତ୍ରକୁ ହୁଅନ୍ତି ସମାନ ହେ ।୩୬ ।ସିହାରୀ ଚାହାଣୀ ଶର ବିନ୍ଧିବା ଛଟକଚାହିଁ ନ ଚାହିଁବ କି ସେ ବିଜୁଳି ଝଟକେ ଯେ ।୩୭ ।ଡ଼ୋଳା ଚଞ୍ଚଳ ରସିକ ନାସିକାକୁ ଚାହିଁଅନ୍ତପଳାୟିତ ଶ୍ରୁତି ଚତାହିଁ ଲେଉଟାଇ ଯେ ।୩୮ ।ଏତେମାତ୍ର ନେତ୍ର ପ୍ରଶଂସାକୁ ଶୁରି ସୁରେଲାବଣ୍ୟବତୀ କି ବୋଲି କଥା ପରସ୍ପର ଯେ ।୩୯ ।ସେହି ବୋଲି ବାହାରିବା ବେଳେ ମୁନିବରଶର ପରେ ମାର ତହିଁ ପ୍ରହାରିଲା ଶର ଯେ ।୪୦ ।ନିଶ୍ୱାସ ପକାଇ କର ସିଞ୍ଚାଡ଼ି ବିସ୍ମୟନରେ ନିକି ଭୋଗ ହେଲା ଏଡ଼େ ଶୋଭାମୟ ଯେ ।୪୧ ।ଆମ୍ଭ ଆଶା ବିଫଳକୁ ନେଲା ତ ଦଇବଅବଶ୍ୟ ତାହା ବିଚାର ବିଚ୍ଛେଦ ହୋଇବ ଯେ ।୪୨ ।ସୁର ରମଣୀଙ୍କ ମହାଶଙ୍କା ହେଲା ଦୂରଭାବିଲେ ବିଚ୍ଛେଦ ଶାପ ନୁହଇ ବେଭାର ଯେ ।୪୩ ।ନଳ ଦମୟନ୍ତୀ ପ୍ରାୟ କିଛିଦିନ ଭିନ୍ନହୋଇ ପୁଣି ଲଭନ୍ତି ବିପୁଳ ଭୋଗମାନ ଯେ ।୪୪ ।ନିଶ୍ୱାସଉଦ୍ଭବା ଚଣ୍ଡୀସିନ୍ଧୁ ଦେଶେ ଯାଇଉପକାରେ ରହିଲା ରାଜ୍ୟରେ ପୂଜାପାଇ ଯେ ।୪୫ ।ଏଥୁ ଅନନ୍ତରେ ତହିଁ ନୃପତି କୁମାରକେତେଦିନ ପରବେଶ ଆପଣା ନଗର ଯେ ।୪୬ ।କର୍ଣ୍ଣାଟ ରାଜନ ଣୁଣି ଅତି ତୋଷ ହେଲେସଚିବଙ୍କୁ ହକରାଇ ପୁର ମଣ୍ଡାଇଲେ ଯେ ।୪୭ ।ମହୋତ୍ସବେ ଅନ୍ତଃପୁରେ ନେଲେ କନ୍ୟା ବରଏହି ବିଧି ମନ୍ତ୍ରୀ ପୁରୋହିତ ସାଧୁତର ଯେ ।୪୮ ।ନନନ୍ଦ ନିଷେଧେ ପୁର ସ୍ୱୟଂ ସୁକୁମାରୀଯତ୍ନ ରତ୍ନଭୂଷଣ ବସନେ ବୋଧକରି ଯେ ।୪୯ ।ଶାଶୁକୁ ଓଳଗି ବାସ ନିଉଛାଳି କଲାପୁରସିନ୍ଧୁ ହୁଳହୁଳି ନାଦେ ଉଚ୍ଛୁଳିଲା ଯେ ।୫୦ ।ନାରୀ ପ୍ରଶଂସାକଲେ ଏସଂସାର ସାରଜଗଜ୍ଜୟ ଜଙ୍ଗଦ ମୂର୍ତ୍ତିକ ମଦନର ଯେ ।୫୧ ।କୁନ୍ତଳ କାଳିନ୍ଦୀଜଳ ଉଜ୍ଜ୍ୱଳକିଏ ତମ ତାମସ ଖତମାଳ ଯେ ।୫୨ ।କି ଚାମର ଭ୍ରମର ଅମରବର ମଣିଶୁଚି ସୁରୁଚି କସ୍ତୁରୀ ଶିଖପୁଚ୍ଛ ଜିଣି ଯେ ।୫୩ ।ଚକୋରପାଳିକା କିବା ଆଳିକା ଅଳକଲଲାଟପଟ ଅର୍ଦ୍ଧେନ୍ଦୁ ଅନଙ୍ଗ ଫଳକ ଯେ ।୫୪ ।କର୍ଣ୍ଣ ଚୂତଫଳଫାଳ କିଂଶୁକ ପାଟଳୀକିବା ବିଷ୍ଟର ଲୁ କାର ପାଶ ଖଟଦୋଳି ଯେ ।୫୫ ।ଗଣ୍ଡ ଖଣ୍ଡଚନ୍ଦ୍ର ଆଦରଶ ପାଳି ଦିଶିଚାରୁ ଭୂରୁ କମାଣ ପରଶୁ ଶିଶୁଶଶୀ ଯେ ।୫୬ ।ନାସିକା କୀର ତୂଣୀର ତିଳଫୁଲ ତୁଳଚିବୁକ ଚତୁର୍ଥୀ ଚନ୍ଦ୍ର ନାଗରଙ୍ଗ ଫଳ ଯେ ।୫୭ ।ନେତ୍ର କୁରଙ୍ଗ ତୁରଙ୍ଗ ନୀଳ ଇନ୍ଦ୍ରବରମୀନ ଖଞ୍ଜନ ନଳିନୀ ମାର୍ଗଣ ମଦିର ଗୋ ।୫୮ ।କଳା ଡ଼ୋଳା ଖେଳା ଇନ୍ଦୀବର ଲୀଳା ନିନ୍ଦିଅନ୍ତ କୁନ୍ତ ଶାଣିତ ତରୁଣ ମର୍ମଭେଦୀ ଯେ ।୫୯ ।ଚାରୁ ଝଳକ ପଲକ ପତନ ଚାତୁରୀସାକ୍ଷାତରେ ଦର୍ପକର ଦର୍ପକ କତୁରୀ ଗୋ ।୬୦ ।ଅଧର ବାଳା ଅରୁଣ ପ୍ରବାଳୁଁ ପ୍ରବଳକି ବିମ୍ୱ ଡ଼ାଳିମ୍ବପୁଷ୍ପ ମାଣିକ୍ୟ ହିଙ୍ଗୁଳିରେ ।୬୧ ।ବନ୍ଧୁକ ସନ୍ଧ୍ୟାରେ ମହିର ମନ୍ଦାର ସିନ୍ଦୂରପୁଣି ଅନୁରାଗ ଜନ୍ମସ୍ଥଳ ପରକାର ଗୋ ।୬୨ ।ହାସ କାଶ ପୀୟୂଷ କର୍ପୂର ଚନ୍ଦ୍ରକରକିଏ କୁମୁଦ ହିଣ୍ଡୀର ଦର ହରଧର ଗୋ ।୬୩ ।ଦଶନ କୁନ୍ଦକୋରକ କରକ ହୀରକମୋତିପନ୍ତି ସୁଧାବିନ୍ଦୁ ତଣ୍ଡୁଳ ତୁଳିକ ଗୋ ।୬୪ ।ମୁଖବାସ ଝଳି ଆହାଲାଦ ମନୋହରଏକତନୁ କମଳ ପର୍ପଣ ନିଶାକର ଗୋ ।୬୫ ।କମ୍ୱୁ କପୋତ ମଙ୍ଗଳକୁମ୍ଭ ଗ୍ରୀବାଗଳଚରମପ୍ରଭାନିଜ୍ଜଳ ନଦୀ ରମ୍ଭାଦଳ ଗୋ ।୬୬ ।ଭୁଜ ଚମ୍ପାମାଳ ବିଧି ମୃଣାଳ ବଲ୍ଲରୀକର କୋକନାଦ କେନ୍ଦୁ ପଲ୍ଲବକୁ ସରି ଯେ ।୬୭ ।ଗନ୍ଧଫଳୀ ଅଙ୍ଗୁଳି କରଜ ଜାତି କଳୀବାଣୀ ବେରୁ ପିକଶୁକଥିବ ଦଳି ଯେ ।୬୮ ।ଉରଜ କନ୍ଦୁକ ଚନ୍ଦ୍ରବାକ ସଂପୁଟକକି ସ୍ୱୟମ୍ଭୁ ଶମ୍ଭୁ ତମ୍ଭୁ ଅମ୍ୱୁଜ କୋରକ ଯେ ।୬୯ ।ସାତକୁମ୍ଭ କୁମ୍ଭୀରମ୍ଭା କୋଷମୁଦ୍ରିତ ଛତ୍ର ବୋଇତ୍ର ସ୍ୟନ୍ଦନ କଳସ ଗୋ ।୭୦ ।କାମ ନୃପର ଟୋପର ଉଲଟ ନିଶାଣକି ମଲ୍ଲସାଧନ ଚକା ପ୍ରସ୍ତର ଘଟଣ ଗୋ ।୭୧ ।କି ନାରିକେଳ ଶ୍ରୀଫଳ ତାଳ ମାତୁଳଙ୍ଗପୀୟୂଷକୋଷ କି ମେରୁ ସରି ଗୁରୁତୁଙ୍ଗ ଯେ ।୭୨ ।ଉଦର ଲାବଣ୍ୟସର ସାରସପତରତ୍ରିବାଳୀ ସୋପାନ କିବା ତ୍ରିବେଶୀ ରୁଚିର ଗୋ ।୭୩ ।ରୋମଲତା ଧୂମଲତା ଶଇବାଳ ଲତାନୀଳପିପୀଲିକା ଅଳିଆଳିକା ଶୋଭିତ ଯେ ।୭୪ ।ନୀଳମଣିମାଳା ଭେଳା ମରକତଦଣ୍ଡପଟ୍ଟିଶ ଡ଼େରି ଥୋଇଛି କି ଫୁଲକୋଦଣ୍ଡ ଗୋ ।୭୫ ।ମଧ୍ୟ ସିଂହ ଡ଼ମ୍ବରୁ ଳୁ ବର୍ଣ୍ଣ ଅଣୁ ପବିଚାରିଅଙ୍କ କୁଶମୁଦ୍ରା ବିସର୍ଗ ଛବି ଗୋ ।୭୬ ।ନାଭି ଟୋପି ଗୁଣକୋଟି ଜଳଭ୍ରମନିତମ୍ୱ ସୁଧାଂଶୁ ବିମ୍ୱ ରଥାଙ୍ଗକୁ ସମ ଗୋ ।୭୭ ।ରତି ଯଜ୍ଞ ଅର୍ଘ୍ୟସ୍ଥାଳୀ କିବା ପାନ ପତ୍ରସୁସଞ୍ଚ ସ୍ପୀଚ ଲକ୍ଷଣ ଯନ୍ତ୍ରତୁମ୍ୱୀ ମାତ୍ର ଯେ ।୭୮ ।ମଣ୍ଡପ କଚ୍ଛପ ଯଜ୍ଞବେଦୀ ଭଦ୍ରାସନହେମପାତ୍ରୀ କାମପୁର ଚତ୍ୱର ଜଘନ ଯେ ।୭୯ ।ଗୁରୁ ଊରୁ ରମ୍ଭାତୁର ଅର୍ଗଳି ପୁଳିନକରଭ ଉଡପ ଜାନୁ ଗୁଳୁଫ ବନ୍ଧନ ଗୋ ।୮୦ ।ଅଙ୍ଗୁଳି ଅଶୋକକଳି ନଖ ଭାନୁମଣିପଦ ସ୍ଥଳପଦ୍ମ ତଳ ମନ୍ଦାରକୁ ଜିଣି ଗୋ ।୮୧ ।ଗଉରୀ ଗଉରୀକାନ୍ତ ଦେଇଅଛି ଦଳିଶମ୍ପା ଚମ୍ପା ସମ୍ପାକ କୁସୁମ ହେମଝଳି ଗୋ ।୮୨ ।ଗଉରୀ ହରିଦ୍ରା ହରିତାଳ ଷଣଫୁଲକେତକୀ କଞ୍ଜକେଶର କେହି ହେବ ତୁଲ ଗୋ ।୮୩ ।କୋମଳେ ତୁଳା ଲବଣୀ ଶିରିଷ ଧିକ୍କାରୀକରୀଶିରେ ପଦ ଦେବ କରୀଗତି କରି ଗୋ ।୮୪ ।ବାସେ ଉତ୍ପଳ କୁସୁମ ଅନ୍ୟେ ମନୋରମାକାହା ଆଖି ଦେଖିନାହିଁ ଏମନ୍ତ ସୁଷମା ଯେ ।୮୫ ।ଏବିଧି ପ୍ରଶଂସି ପୁରେ ରଖି ଶୋଭାନିଧିଦମ୍ପତି କରନ୍ତି କେଳି ତହି ନାନାବିଧି ଯେ ।୮୬ ।ସିଂହଳଦ୍ୱପ ନୃପଜ ମନ୍ତ୍ରୀକି ମେଲାଣିକେତେଦିନ ଅନ୍ତେ ଯହିଁ କଲେ ନୃପମଣି ଯେ ।୮୭ ।ଗଉତମ ନାରୀର ଉତ୍ତମ ଗତିଦାୟୀଉପଇନ୍ଦ୍ର ବୀରବର ସେ ଶ୍ରୀରାମ ଧ୍ୟାୟି ଯେ ।୮୮ ।ଷଟ୍ତ୍ରିଂଶ ଛାନ୍ଦନବଦମ୍ପତିଙ୍କର କୌତୁକ ବର୍ଣ୍ଣନାରାଗ-ରାଜବିଜେତାଳ-ରୂପକପ୍ରବେଶ ସୁରଭି ଘନର ସମୟ ଜଡ଼ବର ସୁରଞ୍ଜନସୁଖଦାତା ଘନସାର ପ୍ରକାଶରେ ହରିତାପ ପ୍ରଭଞ୍ଜନ ହେ ସାଧୁ ।୧ ।କମଳତୋଷ ଦାନକର ହୋଇଲା ଦିନକୁ ଦୁର୍ବହ କରିସୁବାସ ସୁମନାରେ ସ୍ନେହ ଅଧିକ ସକଳ ଜନ ଆଦରି ।୨ ।କଳକଣ୍ଠ ରବ ଦିଗନ୍ତେ ଶୁଭଇ ଅନଙ୍ଗ ପ୍ରବଳ ଯହିଁହେଲା ଶୋଭାବନ ବିହାର ଯହିଁରେ ଆନେ ମନ ନ ରସଇ ।୩ ।ପୁଷ୍କରେ ସାରଙ୍ଗ ଲୀଳା ପ୍ରକାଶିଲେ ନାୟିକା ବିଚ୍ଛେଦୀ ଛନ୍ନଆଶାରେ ଦୃଷ୍ଟି ପକାଇ ସେ ଭିତ୍ତିରେ ଲେଖି ବଶେ କଷ୍ଟଦିନ ।୪ ।ନଗରେ ବରହୀ ଦୀପ୍ତମାନ ହେଲେ ସଂଯୋଗ ଲୀଳା ପ୍ରକାଶଜନ ନୟନ କଦାଚିତ ଆଉ ଜୀମୂତ ନୋହିଲା ଦୃଶ୍ୟ ।୫ ।ଏମନ୍ତ କାଳମାନଙ୍କେ ନୃପସୁତ ନୃତ୍ୟ ନନ୍ଦିନୀର ସଙ୍ଗେଚାନ୍ଦିନୀ ମଶାରୀ ଜଗତେ ଅଙ୍କରେ ବିହାର କରଇ ରଙ୍ଗେ ।୬ ।ଏକ ଲବ ନବପଲ୍ଲବ ଅଧରୀ ପାଶରୁ ନୁହଇ ଭିନ୍ନଅଙ୍ଗ ସୁବାସ ଶୀତଳ ନିନ୍ଦା କରୁଥାଇ କର୍ପୂର ଚନ୍ଦନ ।୭ ।ଅଧରପାନେ ଅମୃତ ଅଛି ଜାଣେ ସକଳ ମଧୁର ଘେନିଭାବଇ ସ୍ୱୟମ୍ଭୁ କମ୍ଭୁକଣ୍ଠୀ ଉରଜ ଅଭୟ ଦାନୀ ।୮ ।ସକଳ ଚାତୁରୀ ଉପରେ ଚରତୁରୀ କହଇ ଚତୁରବାଣୀଅଣମାଦି ସୁଖ ବଡ଼ କରି ଗଣ ଚୁମ୍ୱନ ଦେବାର ଆଣି ।୯ ।ଲେଖଇ ନୀବୀମୋକ୍ଷକୁ ମୋକ୍ଷ କରି ନିରତେ ମନରେ ତାର ।ଭାବେ ଦମ୍ପତି ବଡ଼ ସମ୍ପତ୍ତିକ ଭୋଗ କରେ ପୁରନ୍ଦର ।୧୦ ।ନୀରଦକୁନ୍ତଳ ପରାୟ ଚାମର ଗତି ପରାୟ ଦ୍ୱିରଦନୟନ ପରାୟ କୁରଙ୍ଗ କାହିଁକି କରି ତରଙ୍ଗ ବିନୋଦ ।୧୧ ।ଜଘନ ପରାୟ ସିଂହାସନ ସ୍ତନ ପ୍ରାୟ ପୂର୍ଣ୍ଣକୁମ୍ଭ କାହିଁଚକ୍ରବର୍ତ୍ତୀଏ ସମାନେ ସୁଖ ଅଭିଷେକ କାଳେ ପାଇ ନାହିଁ ।୧୨ ।ଏମନ୍ତ ସ୍ନେହୀ ଜାନୁ ବିନା ଆସନ ଉର ବିନୁ ଆନ ଶଯ୍ୟାନଦେଇ ହରିଲା ଦିବା ରଜନୀକି ବଶ କରି ଦୃଷ୍ଟିରଜା ।୧୩ ।ଚଞ୍ଚଳେକ୍ଷଣୀ ଯେ ଅଞ୍ଚଳେ ବାନ୍ଧିଲେ ତା ମନ ପ୍ରକାଶି ପ୍ରେମଥାଉ ଶୟନେ ନ ଦେଖଇ ଅୟନେ ଆଉ ଚରମ ।୧୪ ।ସୋପାନ ଆରୋହଣେ କରପଇଠ ଯାଚି ଭାଙ୍ଗି ଦେଇ ପାନରତାନ୍ତେ ବ୍ୟଜନେ ବିଞ୍ଚି ଛଡ଼ାଇଲେ କରେ ଚନ୍ଦନ ଲେପନ ।୧୫ ।ପ୍ରାତଃରୁ ଉଠି ସୁମରଣ କରନ୍ତି ଦୁହିଁଙ୍କର ନାମମୁଖ ନିରେଖିଲା ଉତ୍ତାରୁ ଦେଖନ୍ତି ଦେବପଟ ଏଡ଼େ ପ୍ରେମ ।୧୬ ।ବାରନ୍ତି ନେତ୍ରକୁ ପଲକ ଥିବାକୁ ପୁଲକ ହେବାକୁ ଅଙ୍ଗରଖିଦେବ ନାହିଁ ତାର ବସନକୁ ଆଲିଙ୍ଗନ ଅନୁରାଗେ ।୧୭ ।ଶୟନକାଳେ ବେନିହୃଦମଧ୍ୟରେ ନଗଳେ ମୃଣାଳସୂତାକୁସୁମକାଳେ ଏକପୁରେ ଥିଲେ ହେଁ ତନୁ ଅନ୍ତରକୁ ଚିନ୍ତା ।୧୮ ।ନିନ୍ଦନ୍ତି ଧାତାକୁ ବଡ଼ ଦାରୁଣ ସେ ଏକଥା କାହୁଁ ବିଚାରିତାରା ଚନ୍ଦ୍ର ପରା ଭୋଗ ତ କରଇ କୁମୁଦ ଚନ୍ଦ୍ରମା ପରି ।୧୯ ।ନିଶାପତି ଦୀପଜ୍ୟୋତି ଯହିଁ ଦୂତୀ ହୋଇ ଛଡ଼ାଇ ସଙ୍କୋଚପଞ୍ଚନାରାଚ ପାଞ୍ଚ ତାଙ୍କ ନପାଇ ଦୁହେଁ ଦୁହେଁଙ୍କ କବଚ ।୨୦ ।କ୍ଷୀର ନୀର ପରା ଅଭେଦ ପୀରତି ବେନି ତନୁ ଏକ ପ୍ରାଣଦର୍ପଣ କରି ହୃଦରେ ପ୍ରତିବିମ୍ବେ ମନେ କଲା କଥା ପୁଣ ।୨୧ ।ନାଗବଲ୍ଲୀଦଳ ବେନିଭାଗ କରି ଭୁଞ୍ଜନ୍ତି ରଞ୍ଜନ୍ତି ଚିତ୍ତବଚନ ପ୍ରତିପଦରେ ରସଗର୍ଭ ହୋଇଥାଇ ଯେ ଇଙ୍ଗିତ ।୨୨ ।ମଧୁ ମାଧବରେ ଜଳଯନ୍ତ୍ରପୁରେ ନଳଦବାଡ଼ ରଚନଅତର ଚନ୍ଦନ ଚୁଆରେ ପିଚିକା କରନ୍ତି ଭାବେ ସେଚନ ।୨୩ ।କୁସୁମଶେଯ ଚନ୍ଦ୍ର କରେ ଶୟନ ଏଣୁ ନିଦ୍ରା ନ ଆସଇଯେଣୁ ମନ ଶଙ୍କା ବିବସନ ପାଇଁ ବେନି ଜନଙ୍କର ଥାଇ ।୨୪ ।ବରଷାରେ ବିଦ୍ୟୁ ଝଟଝଟ କେକୀ ନାଟକୁ ଚାହାନ୍ତି ସୁଖେଅତି ତାମସ ଦିବସ ନିଶାମଣି ଋତୁକୁ ପ୍ରଶଂସି ମୁଖେ ।୨୫ ।ରଖି ନ ପାରନ୍ତି ବିଧି ନିଷେଧକୁ ଭେକ ଡାହୁକ ଶବଦଶୁଣନ୍ତି ମଣନ୍ତି କାହୁଁ ଭିଆଇଲା ଅନଙ୍ଗ ତେଲଙ୍ଗୀ ବାଦ୍ୟ ।୨୬ ।ଶରଦ ଋତୁରେ ଚତ୍ୱର ଭ୍ରମନ୍ତି କର ଧରାଧରି ହୋଇମାଳତୀ ମଧୁପ ପ୍ରୀତିକି ଲଭନ୍ତି ଏହି ନାମ ଛଳି ଦେଇ ।୨୭ ।ନିଜ ଅନୁରାଗ ଅଧିକେ ଦେଖାଇ ସେକାଳେ ରମାରତନସବୁଠାରେ ଜୀବଧନ ପାଇଁ ପ୍ରିୟା ତେଜଇ ସିନା ଜୀବନ ।୨୮ ।ବିଚାର ତରୁଣ ବୋଲାଇ ଦାରୁଣ ଜିଅଁଇ ସିନାରେସଖୀକାମ ବିନା ରତି ଚନ୍ଦ୍ର ବିନୁ ରାତି ନ ପାରିଲେ ଜୀବ ରଖି ।୨୯ ।ହିମ ଶଶିରେ ଅଗୁରୁ ଧୂମ ପୁରେ କରି ହସନ୍ତି ଜ୍ୱଳିତନିଶାରେ ନିଶାରେ ଆଦର ତେଜନ୍ତି ତନୁ ଉଷୁମରୁ ସତ ।୩୦ ।ଭାବନ୍ତି ବେନି ଯେ ଧନ୍ୟ ଦମ୍ପତିକି ବିପତ୍ତି ନାହିଁ ଏକାଳେବହୁତ ବାସ ବାରଣିର ସମ୍ପତ୍ତି ଊରୁ ତରୁଣୀର ବଳେ ।୩୧ ।ଭାବୁଥିବେ ଦିନ ବିରହୀ ଆମ୍ଭକୁ ଜଳ ସ୍ଥଳେ ଗତି ନାହିଁବିଛା ମକର ବିଷମ ଘାତ ସହି ଜିଇଁବା କେମନ୍ତେ ହୋଇ ।୩୨ ।ବିଧି ଭାବ ଭକ୍ତି ନାନା ବିବିଧ ବିଳାସ ପ୍ରକାଶ ଯେତେପଛେ ତ ପାଞ୍ଚଛାନ୍ଦେ ବ୍ୟକ୍ତ ହୋଇବ ଶୁଣିବ ପୁଣି ପଣ୍ଡିତେ ।୩୩ ।କହିବ ଦିନକ ରସ ରହସ୍ୟକୁ ଶୁଣ ଦେଇକର ମନପଶା ଖେଳିବା କି ବାଳୀ ବୋଲିବାକୁ ଛଳିଲା ଫୁସ ରତନ ।୩୪ ।କରଚରଣ ପାଲି ଛକ ଚିତ୍ରକ ସ୍ତନ ସାରେ ଶୋଭା ପାଉବିଦ୍ୟୁବିଜିତ କାନ୍ତ ଦାନ ଯହିଁରେ କି ଖେଳିବ ଆଉ ।୩୫ ।ବେନି ଜନରୁ ଜଣେ ହେଁ ନ ହାରିବ କୁସୁମଶରମନେ ବିଚାର ତ ଏଡ଼େ ସୁଖ ଛାଡ଼ି ଆଉ ନିକି କରିବାର ।୩୬ ।ଶୁଣି ରସିକା ରମଣୀ ଯେ ବୋଇଲା ଏ ଭଙ୍ଗୀକି କେ ପାରିବକାହିଁ କଥା ନେଇ କାହିଁ ଲଗାଇବ ତହିଁକି ଉତ୍ତର ଥିବ ।୩୭ ।ଏ ସମୟରେ ବୀରମାତା ବଧୂକୁ ଦେଖିବା ପାଇଁ ନିଅଇପ୍ରିୟା ପ୍ରତିପଟ ପେଡ଼ିରେ ଥିଲା ତା ଫେଡ଼ି ପୁରୁଷ ଦେଖଇ ।୩୮ ।ଏହି ସମୟରେ ଚରମେ ଭରମବରନା ପ୍ରବେଶହେଲା ।ପୁଣି କେ ସଦୃଶା ହେଲାଣି ସପତ୍ନୀ ହେବା ଶଙ୍କା ଘେନିଲା ।୩୯ ।ସ୍ୱଭାବେ କୋପନା ଚନ୍ଦ୍ରମା ଲପନା ନ ମଣିଲା ନିଜ ସ୍ନେହଜଳେ ପ୍ରତିବିମ୍ୱ ନିରେଖି କେଶରୀ ଯେମନ୍ତ କଲାକ କୋହ ।୪୦ ।ମାନ ଆରମ୍ଭ ରମ୍ଭୋରୁ କଲା ଥାଉଁ ମଦନ ପରା ବିପକ୍ଷକହେ ଉପଇନ୍ଦ୍ର ଭଞ୍ଜ ବୀରବର ରାମଚନ୍ଦ୍ର ରକ୍ଷ ରକ୍ଷ ।୪୧ ।ସପ୍ତତ୍ରିଂଶ ଛାନ୍ଦମାନଦର୍ଶନେ ଚନ୍ଦ୍ରଭାନୁର ଚାଟୂକ୍ତି(ରାଗ – କାଳୀ)ଅତି କାତରେ ନିଜ କାନ୍ତରେ ଶଙ୍କା ଚିତ୍ତରେ ଲଭିକୋପ ଅଙ୍କୁର ମହୀ ମୁକୁର କଲାଚିକୁର ଶୋଭୀ ।ରତିଆବେଶୀ ରତନବେଶୀ ଗଣ୍ଡେ ନିବେଶି କରନୟନ ନୀରରୁହରୁ ବୀର ତେଜିଲା ନିରନ୍ତର ।୧ ।ଶ୍ୱାସ ପ୍ରଖରେ ବହେ ଦୁଃଖରେ ଧରା ନଖରେ ଚିରେଓଷ୍ଠ କମ୍ପନ ହାସ ସ୍ୱପନ ମ୍ଳାନ ଲପନ ଧରେ ।ଦେଖି ନାଗର ଆସ ଆଗର ଅନୁରାଗର ବଶେଅତି ଆରତି ହୋଇ ପୀରତି ଯୁକ୍ତ ଭାରତୀ ଭାଷେ ।୨ ।ତୋର ସୂଚିତ ଅନଉଚିତ ମାନ ସଞ୍ଚିତ ଯେଣୁରେ ସର୍ବଭୂତ ମୋହି ଅଦ୍ଭୁତ ମାନ ସମ୍ଭୂତ ଏଣୁ ।ଉଦେ କମଳ କୋଳ କମଳ ଧର ନିର୍ମଳ ପ୍ରୀତିଧୈର୍ଯ୍ୟ ଭଞ୍ଜନ ମୋତି ରଞ୍ଜନ କରେ ଖଞ୍ଜନ କାନ୍ତି ।୩ ।ବସନ୍ତେ କଳକଣ୍ଠ ବିକଳ ଏ କଳି ସକଳ ମତେଶାଶୁ ବିରାଜମାନ ନାରାଜ ମଦନରାଜ ହିତେ ।କେ ତୋ ସମାନ କାହାକୁ ମାନ ଘେନ ତୋ ମାନସରତୋ ବିନା ଗତି ନାହିଁ ଜଗତୀ ମଧ୍ୟେ ସୁଗତି ମୋର ।୪ ।ମୋ ନିବେଦନା ଘେନ ବେଦନା ଚନ୍ଦ୍ର ବଦନା ବରକର ବିକାଶ କୁସୁମ କାଶ ହାସ ପ୍ରକାଶ କର ।ରେ ବୀଣାଭାଷି ବାଣୀ ନ ଭାଷି ବସିଲେ ଭାସିଗଲିକୋଳରେ ହାର କରୁ ବାହାର ଏବେ କାହାର ହେଲି ।୫ ।ରସଉଦୟା ମୃଦୁ ହୃଦୟା ପରି ତୋ ଦୟାବାରିକରୁ ନିରାଶ ରବିଗରାସ ମୋତେ ପରାସ କରି ।ମୁଁ ଯେ ସ୍ତବକସ୍ତନା ସେବକ ପାଦଯାବକ ପରି ।ଏବେ ଖଣ୍ଡନ ସୁଖ ଦଣ୍ଡନା ମହୀମଣ୍ଡନା ଗୋରି ।୬ ।ସବୁ ଭରସା ତୁ ମୋରୀ ରସାଳସା ସାରସନନାନୋହେ ଏ ଉତ୍ତକାଶିନୀ ମତ ମୁଁ ତୋ କେମନ୍ତ ଅନା ।ଚାରି ଦ୍ୱିଗୁଣ ମଙ୍ଗଳାଗୁଣ ଆଜ କି ଗୁଣବତୀଦରିଦ୍ରଧନ ତୁ ମୋର ଧନ କର ନିଧନ ଭୀତି ।୭ ।ଭଜୁଛି ବିନାଶକୁ ନବୀନାମୁହଁ ତ ବିନା ଦୋଷେଦଣ୍ଡି ଯାହାକୁ ମଣ୍ଡି ତାହାକୁ ମୃଦୁଦେହାକୁ ଭାଷେ ।ଧରୁଛି ପଦ ନାଶ ବିପଦ ଇନ୍ଦ୍ରସମ୍ପଦ ଦତ୍ତରଚି ରମଣୀ ରସିକ ନାସିକାମଣି ନୃତ୍ୟ ।୮ ।ଲେଖ ମକରୀ ସୁବେଣୀ କରି ଦିଅଇ କରୀ ଗତିଅଛି ରସନା ଆନେ ରସନା ହୁଅ ପ୍ରସନ୍ନମତି ।ନୃପନନ୍ଦନା ଜଗଦ୍ବନ୍ଦନା ଭିଡ଼ି ଚନ୍ଦନାଙ୍କତେନୋହେ ଭୂଷଣ ରୋଷେ ଦୁଷଣ ଦେଉ କଷଣ କେତେ ।୯ ।ସୁରସଲତା ପାଦେ ଅଳତା ମଞ୍ଜୁଳଲତା କୃତେଆରେ ହେମାଙ୍ଗି ସୁଉତ୍ତମାଙ୍ଗି ଥିଲେ ଯେ ମାଗି ତୋତେ ।ମୋର ବର୍ତ୍ତନ ସୁଧା ଯତନ ମହୀପତନ କରୁହେଠ ଅଧରୁ କେଉଁ କ୍ରୋଧରୁ ଚିତ୍ତେ ନ ଧରୁ ଭୀରୂ ।୧୦ ।ନକର ଦଣ୍ଡ ବିଳମ୍ବ ଦଣ୍ଡ ହେଲେ ଅଦଣ୍ଡମୁହିଁବାହୁପାଶରେ ବାନ୍ଧି ପାଶରେ ରଖି ତୋଷରେ ତୁହିଁ ।କୁଚମନ୍ଦର ଠେଁସି ହୃଦର ନିଅ ମୋ ଦର ନାହିଁନ କରତ ତହିଁ କରତ ତନୁ ନିରତ ସହି ।୧୧ ।ଦୁଃଖ ସିହାଣି ବକ୍ରଚାହାଣୀ ଖଡ଼ଗେ ହାଣି ପକାଭାବେ ନିଉନ ନୋହେ ମୁଁ ଭିନ୍ନ ନୁହଁ ମଉନ ଏକା ।ପରେ ପ୍ରଭାବ ଦିଅଇ ଭବ ମଧ୍ୟରେ ଭବମୋହିହେବ କୀରତି ନିନ୍ଦିତ ରତି ରମ୍ୟମୂରତି ସହୀ ।୧୨ ।ସେବେ ଅଳପଦିନୁ କଳପ ତୁ ଯେ କଳ୍ପତରୁପୂର୍ଣ୍ଣ ନ କର ବାଞ୍ଛା ନିକର ମୋର କି କରମକରୁ ।ରବି କିରଣେ ଥିଲେ ବାରଣେ ଆହା କାରଣେ ଭାବେନାହିଁ ଜଗତେ କେହି ଯୁଗତେ ତୋ ବିନୁ ଗତେ ଏବେ ।୧୩ ।ରେ ପ୍ରେମକଳା କୁଟିଳ କଳା ତୋ କେଶ କଳାପରଯହୁଁ ରହିଲେ ନିନ୍ଦା ନୋହିଲେ ସେ ଯେ ମୋହିଲେ ସୁର ।ମନ୍ଦ ଉଦର ହାସେ ସୁନ୍ଦର ତୋହ ଆଦରବଶେମୁଁ କି ଅସାର ଏଥୁଁ ସଂସାର ସାର ଘୋଷେ ।୧୪ ।ରାମାରତନେ ପ୍ରେମରତନେ ହୋଇ ଯତନେ ବିକିଦୁଃଖ ପାଇଲି କାହିଁ ନୋହିଲି ତ୍ୟଜ୍ୟ ହୋଇଲି ନିକିକୃପା କୃପଣ ଏପ୍ରଭୁପଣ ଶୋଭା ପର୍ପଣ ମୁଖିପକାଇ ନ ଦେ ସନ୍ତାପ ନ ଦେ ପିକନିନାଦେ ସଖୀ ।୧୫ ।ଊରୁବର୍ତ୍ତଳା ଡ଼ୋଳା ପିତୁଳା ମୋର କି ତୁଳା ତୋତେଏହି ଭାବନା ମୁଁ ପିଣ୍ଡ ବନଜାକ୍ଷି ଜୀବନ ସତେ ।ହେବି ମୁଁ ବାଳା ପ୍ରାୟ ଅବଳା ସ୍ନେହ ପ୍ରବଳା ଘେନଛନ୍ଦ ଚରଣେ ତ୍ୟକ୍ତକରଣେ ନାହିଁ ଶରଣେ ଆନ ।୧୬ ।ଜଳଦରସେ ଚାତକ ରସେସେ ନ ବରଶେ ଯେବେଯାଇ ଆଶାରେ ସନୀକାସାରେ ମହାତୃଷାରେ କେବେ ।ନପାଇ ମଧୁ ଭୁଳନ୍ତି ମଧୁକର କି ମଧୁରକୁଡ଼ରେ ମୁଁ ବିଧୁ କୁମୁଦ ବିଧୁହାସୀ ତୋ ବିଧୁରକୁ ।୧୭ ।ଚନ୍ଦ୍ର ଯାମିନୀ ଦେଖି ଦାମିନୀକାନ୍ତି କାମିନୀବନ୍ଧୁନୋହୁ ଫୁରୁଣା କିମ୍ପା ଅରୁଣାଧରି କରୁଣାସିନ୍ଧୁ ।କେଳିଆରାମ କି ଅଭିରାମ ଅନାରେ ରାମଦୃଶାଆଜ ଶୋକରେ ବଶେ ନ କର ଚକ୍ରବକାର ଦଶା ।୧୮ ।ତୋ ଏ ଚରିତ ନିଶ୍ଚେ ସରିତ ସ୍ନେହବାରିତ ହୋଇଚାରୁଜଘନେ ଦୁଃଖ ସଘନେ ଶକ୍ୟ ଲଙ୍ଘନେ ନାହିଁ ।ମାନ ରଜନୀ ଅନ୍ତ ସଜନୀ ମୋ ସୁଖ ଜନ୍ମି ଭଲେକେ ମୋ ରକ୍ଷଣେ ନାହିଁ ଈକ୍ଷଣେ ଲୋତକ କ୍ଷଣେ ଥିଲେ ।୧୯ ।ବିଚାରେଁ ଧୀରେ ରସନିଧିରେ ଅଛି ବିଧିରେ ଦୋଷକରେ ବାଳିକା ଗୁନ୍ଥାମାଳିକା ଚିତ୍ର ଆଳିକା ନାଶ ।କାମ ପ୍ରବଳେ ସୁରତି ବଳେ ରଚେ ଶବଳେକ୍ଷଣିଦୀପପ୍ରକାରେ ଚନ୍ଦ୍ରମାକରେ ବିବାସ କରେ ପୁଣି ।୨୦ ।କରେ କରଜକ୍ଷତ ଉରଜ ଚାରୁ ନୀରଜ କଢ଼େମୁଁ ନ ଛାଡ଼ଇ ଓଷ୍ଠ ପୀଡ଼ଇ ଭୁଜେ ଭିଡ଼ଇ ଗାଢ଼େ ।ତୋର ନିସତ ନ ଘନେ ସତ ଦୋଷୀ ମୁଁ ସନ୍ତତରମୋ କଷ୍ଟ ଗରିଷ୍ଠରେ ନାଗରି କ୍ଷମା ସାଗରି ହର ।୨୧ ।ଲବ ଅନ୍ତର ବଶେ କାତର ହୋଇ ମାତର ଗୋରୀନୋହେ କପଟ ଦେଖି ଲମ୍ପଟ ତୋ ରୂପପଟ ଧରିସପତ୍ନୀଦର ଘେନି କି ଦରକଣ୍ଠି ସାଦରତ ରୋଷେକିସ ଏ ଥରେ ଭାବ ତ ଥରେ ହୃଦ ପଥରେ ଦିଶେ ।୨୨ ।ଏହି ବଚନ ମୃତ ରଚନା କଲେ ଶୋଚନା ଦୂରବକ୍ରେ ଚାହିଁଲା ମନ ମୋହିଲା ନେତ୍ରୁ ରହିଲା ନୀର ।ବଳେ ବାହାର ହେଲା ବାହାର ହାସ ନିହାର ଭାନୁଛାଡ଼ି ହୁଡ଼ିଲା କଥା ପୋଡ଼ିଲା ବୋଲି ଜଡ଼ିଲା ତନୁ ।୨୩ ।ଫୁଲଶାୟକ ବଶ ନାୟକ ପ୍ରେମଦାୟକ ବାଳାନୋହେ କହିତ ଅଶେଷ ହିତ ଯେତେ ବିହିତ ଲୀଳାସେ ବିଚକ୍ଷଣ କଲେ ଯେ ପରାୟେ କ୍ଷଣଦାକୁବାସ ହରିଲେ ସେ ବିହରିଲେ ବେଗେ ତରିଲେ ଦକୁଁ ।୨୪ ।ତପସ୍ୟାଭଙ୍ଗୀ କୋପିତଭଙ୍ଗୀ ଖ୍ୟାତ ତ୍ରିଭଙ୍ଗୀଛନ୍ଦବୁଧମୋହନ ଖଳଗହନ ନାଶେ ଦହନ ଛାନ୍ଦ ।ହେ ରାମ ଘନଶ୍ୟାମ ସଘନ ଦୁରିତ ଘନହରଭଞ୍ଜ ଉପେନ୍ଦ୍ର ତାପ ଦ୍ୱିପେନ୍ଦ୍ର ହରି ନୃପେନ୍ଦ୍ର ଦର ।୨୫ ।ଅଷ୍ଟତ୍ରିଂଶ ଛାନ୍ଦକେଳି ପ୍ରଶଂସାରାଗ-ପଞ୍ଚମ ବରାଡ଼ି ।ଗୋପୀଜନ ବାଣୀରେ ଗାଇବସୁରତି ଶେଷ ପୀରତି-ନିଧିକି ଆଗରେ ପତିବସାଇ ବସି ପଲ୍ୟଙ୍କେ ପରେ ।ଆବେଶ ହୋଇ ସୁବେଶକରି ସାରି ସେ ଜୀବେଶକରକୁ ନିବେଶି ଚିବୁକରେ ।ସେ ମନୋହର ।ଏକେ ବସନ୍ତ ଚାନ୍ଦିନୀ ନିଶି ।ସନ୍ଦର୍ଭ ସୁଗର୍ଭ ହାସୀଶୋଭାଗୁଣକୁ ପ୍ରଶଂସିରସଗର୍ଭ ବଚନକୁ ଭାଷି ସେ ।୧ ।ମନ୍ଦରସ୍ତନା ସୁନ୍ଦରୀ-ପୁରନ୍ଦରୀ କୃଶାଦରୀଦରିଦ୍ର ମୁଁ ତୁ ନିଧି ପ୍ରତିମା ।ଦର୍ପକ ଦର୍ପ ବର୍ଦ୍ଧିନୀଧନୀ ଦର୍ପଣବଦନୀଅଶେଷ ଅନଙ୍ଗରଙ୍ଗସୀମାରେ ।ଜୀବେଶ୍ୱରୀ ।ତୋତେ ଉପମା ହୋଇ ତୁହି ।ସାରଭାଗ ତୋ ଶ୍ରୀମୁଖସେ ସିଠା ଶୀତମୟୂଖତୋଷେ ଦେବଙ୍କୁ ଅମୃତ ଦେଇ ରେ ।୨ ।ରାମା କଳ୍ପନା ପାଞ୍ଚିଳାରମା ଉମା ନିର୍ମାଣିଲାଅସ୍ତ ବଳିବାକୁ ଆଗ ବହି ।ହେମ ପିତୁଳା ନିର୍ମାଣି ରସରେ ରସ ରସାଣିଭାବହାବ ଯୋଗେ ଜୀବ ଦେଇରେ ।ଜୀବେଶ୍ୱରୀ ।ଶୋଭା ଚାହିଁ ହୋଇଲା କାତର ।ବାନ୍ଧୁ, ବାନ୍ଧୁ ସୁକୁନ୍ତଳହେଲା ଚିକ୍କଣ କୁଟିଳସ୍ୱେଦ କମ୍ପ ବହିବାର କର ରେ ।୩ ।ଗଣେଶ ତୋ ଲୋଭାଚାହିଁଗଣେ କରେ ମାଳା ନେଇକେଉଁ ଅଙ୍ଗେ କି ଉପମା ଦେବି ।ଅଶେଷ ମୁଖ ବହିଲାଶେଷ କହି ନ ପାରିଲାଦେଖି ରସିକ ନାସିକା ଛବିରେ ।ଜୀବେଶ୍ୱରୀ ।ଗୁଣେ ଶୋଭା ଅକଥନ ତୋର ।ଗୁରୁସ୍ତନି ରମ୍ଭାଊରୁଏହି ଶବଦ ଶ୍ରୁତିରୁରମ୍ଭା କଲେ ସ୍ୱର୍ଗେ ଅଳଙ୍କାର ରେ ।୪ ।ଧନ୍ୟତୋ ନୟନ ରଙ୍ଗନୀଳ ଧବଳ ସୁରଙ୍ଗତିନିବର୍ଣ୍ଣ ତ୍ରିଭୁବନେ ତୋଷେ ।ଶୁଣି ଶ୍ରୀପତି ଶଙ୍କରସବିତା କମଳାକରନିଉଛାଳି କରିବାର ଆଶେ ରେ ।ଜୀବେଶ୍ୱରୀ ।ସେ ଊତ୍ତାରୁ କରିବେ ଏ ସ୍ତୁତି ।ସ୍ମର ଶରରେ ତୁ ଈଶଆମ୍ଭେ ତ ସୁରସ ବଶପାରିଲେ ବିନାଶ କର ଯତିରେ ।୫ ।ତୋ ପରା ଚାଲିବା ଇଚ୍ଛିଇନ୍ଦ୍ର ଗଜେନ୍ଦ୍ର ଚଢ଼ିଛିମୁନି ଶାପ ତାପ ଲୋପ ମନୁ ।ତପ କରି କେତେ କାହିଁ କେଉଁ ଦେବତାମନାଇଁମୁହିଁ ତୋତେ ଲଭିଲି ସୁତନୁ ରେ ।ଜୀବେଶ୍ୱରୀ ।ନରେନ୍ଦ୍ର ତୁ ବରେନ୍ଦ୍ର କୁମାରୀ ।ଅନଙ୍ଗ ଭୁଜଙ୍ଗ ପର ବିରହ ସନ୍ତାପ ମୋରସ୍ପରଶେ ହରିଛୁ ଯେଣୁ କରି ଯେ ।୬ ।ଅନବରତରେ ହାସ-ବଦନ ରଦନ ବାସରସ ରହସ୍ୟ ସ୍ୱରୂପ ପ୍ରିୟେ ।ନଭ ଗଙ୍ଗାଜଳ ଆଣିସୁରଙ୍ଗ ପ୍ରୀତି ବରଣିନିରତେ ଢାଳି ହୋଇଲା ପ୍ରାୟେ ରେ ।ଜୀବେଶ୍ୱରୀ ।ଚାହିଁ ମୁଁ ମଜ୍ଜନ ହୋଇ ତହିଁ ।ବିଶେଷ କାମ କଳୁଷସହଜେ କରିଛୁ ନାଶସୁଗତି ତୁ ମୋ ସୁମତିଦାୟି ରେ ।୭ ।ହେଜୁଥାଇଁ ମନେ ମନତୁ ମୋ ଅମୂଲ୍ୟ ରତନବୋଲନ୍ତି ଯେ ରତ୍ନ ମୂଲ୍ୟ ହୋଇ ।ନାଶକଲୁ ଏ ସଂଶୟରମଣୀୟ ରତ୍ନମୟଅର୍ଥେ ରମଣୀ ରତ୍ନ ବୋଲାଇ ରେ ।ଜୀବେଶ୍ୱରୀ ।ପଦ୍ମରାଗ ଓଷ୍ଠ ପାଦ ପାଣି ।ହାସ ଦନ୍ତ ହୀରା ମୋତି ଭୂରୁ ଡୋଳା ରୋମପନ୍ତିଚିକୁର ଅଳକା ନୀଳମଣିରେ ।୮ ।ଭଲା ବିବେକ ବିନ୍ଧାଣିକଠିନ ଗୁଣକୁ ଛାଣିଘଟସ୍ତନ କଲା ତୋ ଘଟନା ।ହୃଦୟେ ପଦକ ମୋରବାନ୍ଧିବା ହେବାକୁ ତୋରଅବୟବ ଯାକ କଲା ସୁନାରେ ।ଜୀବେଶ୍ୱରୀ ।ଏଣୁ ଦିବ୍ୟଗୁଣେ ତୁ ରଞ୍ଜନ ।ଫନ୍ଦା କରି ତୋତେ ପାଇକିଛି ମୋର ଚିନ୍ତା ନାହିଁଏ ଘେନ ବୋଲାଇ ସିନା ଧନ୍ୟ ରେ ।୯ ।ଛଇଳ ଭ୍ରମର ବୋଲି ବୋଲିବାକୁ ମୋତେ ବାଳିଛଳ ମୋ ନୋହିବ ଜଣାଉଛି ।ଶ୍ରୀମୁଖ ଚଞ୍ଚଳ ନେତ୍ରବେନିପଦ୍ମ ବିକଶିତଅଧର ବଧୁଲୀ ଚୁମ୍ୱିଛି ରେ ।ଜୀବେଶ୍ୱରୀ ।କାନ୍ତ କେତକୀ ଉତ୍ପଳବାସ ।ଉରଜ ନୀରଜକୋଷପ୍ରଫୁଲ୍ଲ ମଲ୍ଲିକା ହାସନୋହିଲା ମୋ କେଉଁଫୁଲେ ଆଶା ରେ ।୧୦ ।ପ୍ରିୟ ତୋର ସଙ୍ଗ ନୋହୁଚମ୍ପାମାଳା ପରା ବାହୁଭାବ ଲୋଡ଼େ ଗଳେ ବାନ୍ଧିବାକୁ ।ଚନ୍ଦ୍ର ଚନ୍ଦନ ଲେପନକରୁଥାଇଁ ଅପଘନକିଣେ ପୀତାମ୍ୱର ପିନ୍ଧିବାକୁ ରେ ।ଜୀବେଶ୍ୱରୀ ।ଲଗାଇ ପଦପଲ୍ଲବେ ଶିର ।ପ୍ରିୟା ତୋ ପ୍ରତିମାଦେଖିଲା ଦିନୁଁ ତ୍ରିଯାମାଦିନେ ଏହା ବ୍ୟବସାୟ ମୋର ରେ ।୧୧ ।ଯାବତ ଶୋଭା ସଂଗ୍ରହପାତ୍ର ବିଗ୍ରହେ ବିଗ୍ରହଲାଗିଲା ଯେଉଁ ସ୍ୱପନ ଭ୍ରମେ ।ନିଶ୍ଚେ ସେ ସ୍ୱପ୍ନ ଦେବୀରମହାମହ ଉପକାରବୁଝି ନୋହିବ ସହସ୍ରେ ଜନ୍ମେରେ ।ଜୀବେଶ୍ୱରୀ ।କସ୍ତୁରୀ ସୁଗନ୍ଧା ସୁକୋମଳା ।ଚତୁରୀ ଶ୍ରେଣୀରେ ମଣିବୋଲି ତୋ ଚାତୁରୀ ବାଣୀପ୍ରେମ ପତ୍ରିକାରେ ଜଣାଇଲା ରେ ।୧୨ ।ଘେନରେ ହରିଣଦୃଶିମାନସ ହଂସେ ନ ରସିହଂସର ମାନସ ସବୁ ଫନ୍ଦା ।ଭାନୁ ଜଳଦ ଜଳଦଚାତକ ଚନ୍ଦ୍ର କୁମୁଦପ୍ରୀତି ଲକ୍ଷ୍ୟ ଯାକ କଲୁ ନିନ୍ଦା ରେ ।ଜୀବେଶ୍ୱରୀ ।ଅଛି ପୁଣି କି ବିଚ୍ଛେଦ ତାଙ୍କରଦେହକୁ ନ ଛାଡ଼େ ଛାଇ ଛାଇ ଦେହ ନ ଛାଡ଼ଇଧନ୍ୟ ତୋର ଅନୁରାଗ ସାରରେ ।୧୩ ।ଫୁଲ ଭ୍ରମରେ ବାଞ୍ଛଇଭ୍ରମର ଫୁଲ ଇଚ୍ଛଇମଧୁ ଦେହ ଫୁଲ ତୋଷ କରେ ।ଅନୁସରଇ ଭ୍ରମରତୋର ମୋରଏ ପ୍ରକାରସ୍ନେହ ନ ତୁଟିବ ଜୀଇଁବାରେ ରେ ।ଜୀବେଶ୍ୱରୀ ।ନିଷ୍ଠାକରି ଜାଣେ ମୁଁଏକଥା ।ମାଜିଲା ମୁକୁର ପରିନିର୍ମଳ ତୋହୃଦ ଗୋରୀପ୍ରତିବିମ୍ବେ ମୋର ହୃଦ ବ୍ୟଥାରେ ।୧୪ ।ଦାନଶ୍ରେଷ୍ଠ ଭାବବତୀଦର୍ଶନେ ହେବ ସମ୍ପତ୍ତିଲୋଚନ ଯୁଗକୁ ଯାଚି ଦେଉ ।ସମ୍ପୂର୍ଣ୍ଣ ପ୍ରେମ ରତନ ସଂପୁଟକ ପ୍ରାଣଧନଭାବଭୋଳ କରେ ଦେଇ ଯାଉ ରେ ।ଜୀବେଶ୍ୱରୀ ।ପଚାରୁଛି କହିବୁଟି ସତ ।ଶିରୀଷ କୁସୁମ ଦେହୀକାହିଁ ପାଇଁ କରୁ ନାହିଁମାଗିଲା ବେଳକୁ ବିପରୀତରେ ।୧୫ ।ମଧ୍ୟ ତୃଣାଙ୍କୁରଠାରୁସରୁ ଭାଜିବାକୁ ଡରୁକିବା ଭୀରୁ ଏ ନୋହଇ କିଛି ।ବହେ କୁଚ ମେରୁଭାରକେଶରୀ ପ୍ରଶଂସା ତାରକୁଳିଶ ହୋଇ ପ୍ରଶଂସା ଅଛିରେ ।ଜୀବେଶ୍ୱରୀ ।ହେଜିପାରି ନାହୁଁ ଭାବଭୋଳେ ।ମୁକୁର ବିତାନେ ରତିଉଲଟ ଦେଖି ଯୁବତୀବେଳେ ବଞ୍ଚିଛୁ ମୋ ପୁଣ୍ୟଫଳେ ରେ ।୧୬ ।କହିବାକୁ ଅଗୋଚରସେ ଶୋଭା ପୁଣି ତୋହରଉଲଗ୍ନ ସୁଲଗ୍ନେ ହୋଇଥିଲା ।ଉଚ୍ଚେ ଉଶନା ଉଦିତମୋ ସୁଖରାଶିରେ ମିତନାସାମଣି ଯାହା ଝଲକିଲା ରେ ।ଜୀବେଶ୍ୱରୀ ।ଇନ୍ଦ୍ରପଦ ପଦତଳେ ଦେଲା ।କାମଚକ୍ରବର୍ତ୍ତୀ ପଣେଅଧିକାରୀ ଯୁବାଗଣେତାକୁ ଈଷିତରେ ଜଣାଇଲା ରେ ।୧୭ ।ସବୁ ବଡ଼ପଣ ପ୍ରାଣ-ବନ୍ଧୁ ଘେନି ମୋର ଜାଣକହୁଥିଲେ ଯଉଁ ଚନ୍ଦ୍ରବାତ ।ସେ ତୋହାର ସଙ୍ଗମାତ୍ରେ ସୁଖଦ ହେଲେ ରତାନ୍ତେବହୁତ ରୂପେ ହରିଲେ ଶାନ୍ତିରେ ।ଜୀବେଶ୍ୱରୀ ।ତୋ ବଡ଼ିମା ଅଖିଳରେ ସାର ।ଝଲକ ଭଲ୍ଲ ପ୍ରକାରଯଉଁ ଭୃଙ୍ଗ ପିକସ୍ୱରସେହି ଏବେ ଶୁଭିଲା ମଧୁର ରେ ।୧୮ ।ଏରୂପେ ଚାଟୂ ପ୍ରକାଶିବଲ୍ଲଭ ବଲ୍ଲଭୀ ତୋଷିଅନୁଗ୍ରହ ଚୁମ୍ୱ ଆଲିଙ୍ଗନେ ।ଲଭି ହେଲା ହରଷିତନିୟମ କଲା ଏମନ୍ତରସବତୀ ନ କରିବୁ ମାନ ରେ ।ଜୀବେଶ୍ୱରୀ ।ପରବାସ ନ କରିବି କେବେ ।କଲା ଏମନ୍ତ ସମ୍ମତଶଙ୍କା ହୋଇଗଲା ହିତମାତିଲା ବିଳାସ ମହୋତ୍ସବ ରେ ।୧୯ ।ମିଥିଳା ନବ ସଙ୍ଗମକାଳେ ଯେ କଲେ ନିୟମଏକପତି ଏକପତ୍ନୀ ବତ୍ର ।ଜଗତେ ସେହୁ ଦମ୍ପତିସାଧୁଙ୍କ ସୁଖ ସମ୍ପତ୍ତିମଧୁର ଆକୃତି ଆଲୋକିତ ସେ ।ତାଙ୍କ ପାଦ ।ମହାବିପଦକୁ ନାଶକରେ ।ଚିତ୍ତେ ଚିନ୍ତି ଉପଇନ୍ଦ୍ରଭଞ୍ଜ ପରମ ଆନନ୍ଦକହେ ରସିକ ଜନଙ୍କ ହିତ ହେ ।୨୦ ।ଊନଚତ୍ୱାରିଂଶ ଛାନ୍ଦଦେବଶାପବଳେ ଚଣ୍ଡୀ ଦ୍ୱାରାସ୍ତ୍ରୀ ପୁରୁଷର ବିଚ୍ଛେଦ ବର୍ଣ୍ଣନ(ରାଗ- ମୁଖାବରୀ । ଆଷାଢ଼ ଶୁକ୍ଳବାଣୀରେମତାନ୍ତରେ ରାଗ- ଚିନ୍ତାମୁଖାରୀ । ଛାନ୍ଦ ଚଉତିଶାବାଣୀ )ଏଥୁଅନ୍ତନରେସାଧୁଜନେ ଶୁଣ ।ଦୁଷ୍ଟ ପୁଲୋମ କାଳକେୟ ଗଣ ।ମେଳ ହୋଇ ସେ ସଂସପ୍ତକ ସଙ୍ଗ ।ନାଶକରନ୍ତି ଋଷିବୃନ୍ଦ ଯାଗ ।ରକ୍ଷା ଚନ୍ଦ୍ରଭାନୁ ।ଏହି ଶବଦ ଶୁଭିଲା ଗଗନୁ ।୧ ।ସର୍ବଜ୍ଞ ସହଜେ ମୁନି କଳାପାଯୋଗବଳେ ଜାଣି ଦେବଙ୍କ ଶାପ ।ନିଶ୍ୱାସିକା ଚଣ୍ଡୀସୁନ୍ଧୁ ଦେଶରେ ।ଥିଲା ମିଳିଲେ ରାତ୍ରେ ତା ପାଖରେ ।ମନାଇଁ ତାହାକୁ ।ପୋଷିଲେ ଚନ୍ଦ୍ରଭାନୁ ହାରିବାକୁ ।୨ ।ମଧୁର ମାଧବେ ମନ ଉଲ୍ଲାସେ ।ମାନସ ବଳାଇ ବନବିଳାସେ ।ରସେ ଦୟବନେ କାବେରୀକୂଳେ ।କୁମାର କୁମାରୀ କ୍ରୀଡ଼ନ୍ତି ଭୋଳେ ।ଦେଖଇ ସେ ଶୋଭା ।ସୁମନ ମନ କରୁଅଛି ଲୋଭା ।୩ ।କଳକଣ୍ଠ କାଳକଣ୍ଠ ବିହରି ।ଭ୍ରମରେ ହୋଇଛି ମହାମାଧୁରୀ ।ବହୁଛି ସାରସଗନ୍ଧ ସମୀର ।ସ୍ୱାଦୁରେ ସଘନ ଅମୃତ କର ।ଯୋଗୀମନ ମୋହି ।କାମଶରାଳିରେ ଛନ୍ନ କରାଇ ।୪ ।କାନ୍ତ କାନ୍ତା ତହିଁ ବିହାର କରେ ।କୁଞ୍ଜକୁଟୀରେ ଅମ୍ୱୁଜକୁଟୀରେ ।ଅନୁସରି ଅନୁସରି ଉଚିତ ଚୁଆଚନ୍ଦନେ ପିଚିକା ରୁଚିତ ।ସୁମନ ମଣ୍ଡପ ।ବିନା ଅଳଙ୍କାର ଯହିଁ ସୁମନ ।୫ ।କ୍ଷଣେ ଭିନ୍ନ ନୋହିପ୍ରିୟ କିଶୋରୀ ।ବଡ଼ଭୀ ବିଳାସ ପାସୋରି ।ପ୍ରବାଳ ନାବରେ ଭାବରେ ବସି ।ପରିବାଦିନୀ ବାଦନ ପ୍ରକାଶି ।ବୋଲଇ କୁମର ।କେଳି ପ୍ରବୀଣ ତୁ ବୀଣା ମୋହର ।୬ ।ଅଶେଷ ଭାବ କରିବାରୁ ଜାତ ।କେ ସରି ଅଛି ରଞ୍ଜିବାକୁ ଚିତ୍ତ ।ଏଣୁ କରି ସାରଗୁଣା ମଞ୍ଜୁଳା ।ସ୍ୱର୍ଣ୍ଣକକ୍ଷ ତୁମ୍ବୀ ବହିଛୁ ବାଳା ।ହେଉଛି ମୋ ମନ ।ଶୁଣିବା ଥରେ ହେଲେ ଗୀତ ଗାନ ।୭ ।ଚତୁରୀ ସ୍ନେହଚାତୁରୀ ବଢ଼ାଇ ।ଦଣ୍ଡେ ଛାଡ଼ିଦେଇ ଶୁକ ପଢ଼ାଇ ।ବନପ୍ରିୟ ଭଳି ମୁନି ବିଭୂତି ।ସପତ ସ୍ୱର ବିସୋରି ଦିଅନ୍ତି ।ତା ରସିକ ଜାଣି ।ସ୍ନେହଭରେ ଉରେ ଲଗାଇ ଆଣି ।୮ ।କୋଳେ ବସାଇବା ବେଳେ ନାଗର ।ହୃଦରୁ ତରଳ କରଇ ଦୂର ।ଜାଣି ହସିଲା ହୋଇଲା ନାଗରୀ ।ମଧୁରେ ଭାଷଇ ଚିବୁକ ଧରି ।ମାଡ଼ୁଥାଇ ଡ଼ର ।ଚିତ୍ର ଚାହିଁ ଦିନୁଁ ହେଲା କାତର ।୯ ।ଗୁରୁତର ପ୍ରୀତି ଦେଖିଲେ ଦେବୀ ।ଅଙ୍ଗନାର ଅଙ୍ଗେ ଅନାଇ ଭାବି ।ଫୁଲରୁ ଫୁଚଲ ଋତନୁ ରତନ ।ଫଳୁଁ ଫଳ ଜାତ ଅତି ଯତନ ।ପ୍ରକାଶରେ ହାସ ।ଯହିଁ ମନ ସେହି ପରା ଦୃଶ ।୧୦ ।ଚାରି ସୁମନ ସୁକାନ୍ତି ଏ ବହି ।ସ୍ତ୍ରୀରି ମାନଙ୍କର ଅମୂଲ୍ୟ ଏହି ।ତିନି ପକ୍ଷୀରେ ଗାତ୍ର ଘଟିତ ।ତନୁ ଏ ନିନ୍ଦୁଥିବ ବେନିପତ୍ର ।ଆଉ କଳେବର ।ବିଧାନ ହୋଇଛି ପଞ୍ଚ ଫଳରେ ।୧୧ ।ଚିତ୍ତେ ଚିନ୍ତାଭର ଶ୍ୱାସ ଯୋଗିନୀ ।ଲବେ ଅନ୍ତର ତ ନୁହନ୍ତି ବେନି ।କି କରି ହରିବି କୁମାରବର ।ଶାପକି ବ୍ୟର୍ଥ ହେବ ଦେବଙ୍କର ।ବିଚାରି ମରାଳୀ ।ହୋଇ କରୁଥାଏ ସେ ବେନି କେଳି ।୧୨ ।ଏମନ୍ତେ ତହିଁ କୁସୁମ ସମୟେ ।ବାଳା କୁସୁମ ସମୟ ଉଦୟେ ।ଚାରି ମିତ୍ରଙ୍କ କୁମର ଡ଼କାଇ ।ଚାରି ସଜନୀଙ୍କି ନୃପଜା ନେଇ ।ଭିନ୍ନ ଭିନ୍ନ ହୋଇ ।ଦିନରେ କେଳି ବିରଚିଲେ ସେହି ।୧୩ ।ଏକାଳେ ବହି ପ୍ରଚଣ୍ଡ ପବନ ।ରଜେ ବୁଜି ହୋଇଗଲେ ନୟନ ।ମିତ୍ର ସହ କୁମାରକୁହରିଲା ।ଇଳାବୃତ୍ତ ଖଣ୍ଡ ବନେ ରଖିଲାନିବପର୍ତ୍ତିଲା ବାତା । ସୁନ୍ଦରୀଜାଣିଲା ଅନ୍ତର କାନ୍ତ ।୧୪ ।ମନେକଲା ସେ ଅମର ପୁରୁଷ ।ମେଳ କରିଥିଲା ମୋ ଭାଗ୍ୟବଶ ।ଅପସରୀ ରସରଙ୍ଗ ଚିତ୍ତୋଇ ।ମୋହ ପାଶରୁ କି ଅପସରି ଯାଇ ।ମୁଁ ଅଭାଗ୍ୟବନ୍ତ ।ଖଣ୍ଡ ତପଫଳ କଲା ଏମନ୍ତ ।୧୫ ।ଯାହାକୁ କରିଥାଇ ପ୍ରାଣ ସରି ।ତାକୁ ନିକି ଏଡ଼େ ନିରାଶ କରି ।ଦାସୀ କରି ହେଲେ ରଖିଲ ନାହିଁ ।ଭ୍ରମର ପ୍ରୀତି କେତେକାଳ ଥାଇ ।କି ସେନେହ କଲ ।ଛାଡ଼ିଲ ପରା କରି ଛଡ଼ାଫୁଲ ।୧୬ ।ଏଡ଼େ କପଟକୁ ନୁହଇ ଭଳି ।ଅନ୍ତର ହେବାକୁ କି ଦୋଷ କଲି ।ତନୁ ପୁଲକ ନ ସହିଲା ଜନେ ।ଏ ହଟ କରିଛ କି ଘେନି ମନେ ।ମୁଁ ଆରମ୍ଭିମାନ ।ଘେନିବି ନାହିଁଟି ଚାଟୂ ବଚନ ।୧୭ ।ଏମନ୍ତ ଭାଷି ଲୁଚିଥିବେ ବୋଲି ।ଖୋଜିଲେ ସେକାଳେ କାନନ ବୁଲି ।କାହିଁ ନ ପାଇଲା ତରୁଣ ଈଶ ।ବେଳୁ ବେଳ ଉଡ଼ିଗଲା ସାହସ ।ସେ ଜ୍ୟୋତିଷ ବାଳୀ ।ଶକୁନେ ଜାଣିଲା ବିଚ୍ଛେଦ ବୋଲି ।୧୮ ।କର୍ଣ୍ଣାଟ ଜନକ ଜନକ ତାର ।ଶୁଣି ଏ ଗୋଳ ହୋଇଲେ କାତର ।ଇଷ୍ଟ ଦେବୀକୁ ଉଭା କରାଇଲା ।ବିବୁଧ ଶାପୁଁ ବିଚ୍ଛେଦ ଜାଣିଲେ ।ପୁରୋହିତ ସୁତା ।ବଦନୁ ଜାଣିଲା ନବବନିତ ।୧୯ ।ସେହିଠାରୁ ସେ ଶୋଭା କୁବଳୟ ।ଏକା ରଖିଲା କରର ବଳୟ ।ନୀର ନିଳୟ ନେତ୍ର କୁବଳୟ ।କରି କୁମାର ଠାରେ କଲା ଲୟ ।ତା ଗୁଣ କଳାପ ।ମୃଣାଳ ନାଳ ମାଳେ କରେ ଯେ ।୨୦ ।ତେଣେ ମାୟା ଦୂର କୁମର ଚାହିଁ ।ଶୋଭା ମନ୍ଦିର ମଦିରାକ୍ଷୀ ନାହିଁ ।ନିଜ ଆରାମ ଅଭିରାମ ପରି ।ସେ ସ୍ଥାନ ବନ ହୋଇଛି ମାଧୁରୀ ।ବୋଲଇ ରେ ଧନ ।କାହିଁ ଲୁଚିଅଛୁ ଦେଖା ବଦନ ।୨୧ ।କାହିଁକି ଦାସରେ ଏଡ଼େ କପଟ ।କପଟ ଭିତରେ ଯାଉଛୁ ଘଟ ।ଘଟ ଆଉ କେତେ ଦିନ ରହିବ ।ଜୀବ ଯେବେ ଭିନ୍ନ କଲା ଦଇବ ।ବୁଡ଼ିଲା ଚେତନା ।ଭୋଗ ନ କରନ୍ତିଟିକି ବେଦନା ।୨୨ ।ଭୋଗକରୁଥାଇ ଯୋଗରେ ମୁହିଁ ।ଯୋଗରେ ଶିବ ଯୋଗାରେ ମନାଇଁ ।ଯାହା ହେଲା ତାର ମୋର ବିଚ୍ଛେଦ ।ନୋହିଲା କାହିଁ ପାଇଁ ଶିରଚ୍ଛେଦଯୁବାଙ୍କୁ ଯୁବତୀ ।ବିଚ୍ଛେଦରୁ ଆଉ ନାହିଁ ବିପତ୍ତି ।୨୩ ।କାନ୍ତ ବୋଲିବାକୁ ପାଇଲେ ଲାଜ ।ଦାସ ହୁଅନ୍ତିସ କିମ୍ପା କଲୁ ତ୍ୟଜ୍ୟ ।ନାହିଁ ତୋର ମୋ ତିଳକ ଅନ୍ତର ।ତରୁଣୀ ତିଳକ ତିଳକ ମୋର ।ଘେନରେ ବନିତା ।ମୁଁ ତୋର ପୟର ଅଳତା ଲତା ।୨୪ ।ମଞ୍ଜିଷ୍ଠା ରଙ୍ଗ କି ଝୀନ ବସନୁ ।ଧୋଇ ଦେଲେ ଛାଡ଼ିଯାଏ ସୁତନୁ ।ସେହି ପରକାରେ ପଙ୍କଜ ମୁହିଁ ।ଛାଡ଼ିଲେ ତୁ ତ ମୁଁ ଛାଡ଼ିବି ନାହିଁ ।ମୋ ସବୁ ଭରସା ।ରସ ମଧ୍ୟରେ ଏକ ରସାଳସା ।୨୫ ।ପୁଣି ଭ୍ରମେ ଭ୍ରମେ ବିପିନ ସ୍ଥଳେ ।ଯେଉଁ ପାଦପରେ ପଲ୍ଲବ ବଳେ ।ଝିଙ୍କାରୀ ଝିଙ୍କର ଶୁଣଇ ଯହିଁ ।ମନେକରେ ବାଳାମଣି ଆସଇ ।ଲୁଚିଥିଲା କାହିଁ ।ମୋହର ମାନସ ବୁଝିବା ପାଇଁ ।୨୬ ।ଯେଉଁ ଲତାପରେ ଭାଷନ୍ତି ପିକେ ।ପ୍ରତେ ପରାଣବନ୍ଧୁ ପରା ଡ଼ାକେ ।ନିକଟକୁ ଯାଇଁ ରମଣମଣି ।ଲତା କୋଳକରି ଧରଇପୁଣି ।ପୁନଃ ପୁନଃ ଚୁମ୍ୱେ ।ହସ ଓଠ ଛବି ପୁଷ୍ପ ପଲ୍ଲବେ ।୨୭ ।ଛାଡ଼ି ଦେଇଣ ଉଡ଼ିଗଲେ ପିକ ।ପ୍ରିୟାକୁ ସୁମରି କରଇ ଶୋକ ।ପୁଲକାଇ ଦେଉଥାଇ ଶରୀର ।ତାହାରି ଭାବେ ହୋଇ ଜର ଜରଫୁଲମାଳା କରି ।ତମାଳେ ମଣ୍ଡଇ କେଶ ବିଚାରି ।୨୮ ।ନାରୀକେଳ ଫଳ ନାରୀ ଉରଜ ।ସମାନୋଜ ଦେଖାଇ କରଜଆଲିଙ୍ଗନେ ତୁହିଁ ବିଲଗ୍ନ କରୁ ।ଏବେ ଧନ ଭିନ୍ନ ତୋର ଯୋଗରୁକରଗତ ହେଲେ ।ଏଥର ଏ ଦଣ୍ଡ ପାଇବୁ ଭଲେ ।୨୯ ।କହଇ ବୃକ୍ଷଙ୍କୁ ଅଛୁ ପାବନୀ ।ଜାମ୍ୱବ ଡ଼ାଳିମ୍ୱ କୁନ୍ଦକୁ ଘେନି ।ପୁଣି ପନସ କଞ୍ଚନ ଚନ୍ଦନ ।ଏହି ହୋଇଛନ୍ତି ମହା ରଞ୍ଜନ ।ଦିଅ ମୋ ବନିତା ।ଶ୍ରୀରାମଙ୍କୁ ଦେଲେ ହଜିଲା ସୀତା ।୩୦ ।ଯେଣୁ ସାଧୁ ନାମ ସ୍ମରଣ କଲା ।ଶୂନ୍ୟେ ବଲ୍ଲକୀ ଶବଦ ଶୁଭିଲା ।ଯୁବରାଜନ ମନରେ ନ ଭାଳ ।ବାଳା ଲଭିବ କାରୁଣ୍ୟ ସମ୍ଭାଳ ।ଅମର ଶାପରେ ।ହେବ ବିଚ୍ଛେଦ ମାତ୍ର ସମ୍ୱତ୍ସରେ ।୩୧ ।ନାରଦ ମୁଖ ଗଲା ଦିଶି ଦିଶି ।ହେତୁ ପ୍ରସାରିଲା ସେଠାରେ ବସି ।ଜାଣିଲା ନୁହଇ ନିଜ ଭବନ ।କାବେରୀ ତଟ ରସୋଦୟ ବନ ।ଦିଶେ ମେରୁଗିରି ।ମହୀମହିଳା ଉଚ୍ଚସ୍ତନ ପରି ।୩୨ ।ଅର୍ଦ୍ଧଭାଗରେ ଚନ୍ଦ୍ର ସୂର୍ଯ୍ୟ ଗତି ।ରତନ ଶୃଙ୍ଗମାନ ଜଳୁଛନ୍ତି ।ମନେକଲା ଏ ଇଳାବୃତ୍ତଖଣ୍ଡ ।କନକଧୂଳି ମଣିଶିଳ ଗୁଣ୍ଡ ।ଭ୍ରମି ତା ଦେଖଇ ।ଚାରିମିତ୍ର ସଙ୍ଗେ ବ୍ୟାକୁଳହୋଇ ।୩୩ ।ଦେଖିଲେ ତାକୁ ଗନ୍ଧର୍ବ କିନ୍ନରେ ।ଏମନ୍ତ ଆଶଙ୍କା କଲେ ମନରେ ।ଦେଖିବେ ଯେବେ ଏ ଫୁସମାଧୁରୀ ।ଭ୍ରଷ୍ଟା ହୋଇବେ ଆମ୍ଭ ମନୋହରୀଡାକି ତାକୁ ନେଲେ ।ଅମୂଲ୍ୟମଣି ଗୁହାରେ ଥୋଇଲେ ।୩୪ ।ସ୍ତିରୀ ପୁରୁଷ ଅନୁରାଗ ତୁଳା ।ହେବା ପାତ୍ର ବିହିତ ବିଚ୍ଛେଦ କଲା ।ବେଦ-ଜଡ଼ ହେଲେ ରସିକପଣ ।ବଡ଼ ହୋଇଅଛି ସୁଜନେ ଜାଣ ।ଏ ବିଚିତ୍ର ଛାନ୍ଦ ।କହିଲା ରାମ ଉପଇନ୍ଦ୍ର ।୩୫ ।ଚତ୍ୱାରିଂଶ ଛାନ୍ଦବିରହେ ଗ୍ରୀଷ୍ମଋତୁ ବର୍ଣ୍ଣନ(ରାଗ- ବଙ୍ଗଳାଶ୍ରୀ)ଗ୍ରୀଷମ ସମୟ ପ୍ରବେଶ ହୋଇଲା ନବୀନା ଦୂତୀ ପ୍ରକାର ।ପତି ସଙ୍ଗତେ ଶୁଆଇ ଚନ୍ଦ୍ରକରେ ଲାଜ କରାଇଲା ଦୂର ।ବିରହିଚିତା ପରାୟ ଦିଶେ ଦିଶେ ଦିଶିଲେ ବନ ଅନଳ ।ରଜ ନିକର ପବନ ବହି ଦେବଦୀପକୁ କଲା ଆକୁଳ ।୧ ।ସରିତ ହୋଇଲେ ଜରତୀ ପରାୟ ଘନରସ ବିହୀନରେ ।ରସିକ ରସାଧବ ପ୍ରାୟ ସରସୀ ମହିଷୀ ଆଲିଙ୍ଗନରେ ।ମୃଗ ପ୍ରକଟ ରସନା କଲେ ବିପରୀତ ରତା ପ୍ରାୟ ହୋଇ ।ପତ୍ରାବଳୀ ହୀନେ ରତାନ୍ତ ନାୟିକା ସମାନ ତରୁ ଏ ବହି ।୨ ।ଜନେ ଚନ୍ଦ୍ରମାରେ ରାଜିତ ହୋଇଲେ ଚାନ୍ଦିନୀ ନିଶା ଯେମନ୍ତ ।ତୁଳାରାଶିରେ ଯୁକ୍ତ ହେଲେ ଶାଳ୍ମଳୀ ମୃଗ ମଳି ସମବ୍ରତ ।କରେ ତାପିତ କଲେ ରବି ମଣ୍ଡଳ ପ୍ରତାପୀ ରାଜା ଯେସନ ।ଭୁଜଙ୍ଗ ପକ୍ଷ ଛାଇରେ ରଖି ଶିଖୀ କୁଳଟାନାରୀ ସମାନ ।୩ ।କାମ ଚଳାଇଲା ସରଣୀ ଝାମରେ ନାଗରୀ ଦୋଷୀ ବିଦେଶୀ ।ନବୋଢ଼ା ଗାଢ଼ ସୁରତି କାଳ ପ୍ରାୟ ଭୃଙ୍ଗ ମଲ୍ଲୀ ଭାଷି ।ଧୀବର ରମା କଳେବର ପରାୟ ଗନ୍ଧେ ସିନ୍ଧୁବାର ଫୁଲ ।ଝିଙ୍କାରି ଝଙ୍କାର ଝୁଣ୍ଟିଆ ଶବଦେ ବିପନ ନର୍ତ୍ତକୀ ତୁଲ ।୪ ।ଏତେ ପ୍ରଭଞ୍ଜନ ରଞ୍ଜନ ହୋଇଲା ଜୀବନ ଭିତରେ ପଶିବିନାଶିଲେ ଭାନୁ ସନ୍ତାପକୁ ଶଶୀ ଦିବସ ତାପକୁ ନିଶି ।ଶ୍ଲେଷ୍ମ ଆଶ୍ରିତ ଗାୟକ ସ୍ୱର ପ୍ରାୟ ଶୁଭିଲା କୋକିଳ ନାଦ ।ଏ ଋତୁ ଚାହିଁ ଚନ୍ଦ୍ରଭାନୁ ବିଚାର ଲଭି ବଲ୍ଲଭୀ ବିଚ୍ଛେଦ ।୫ ।ପରେ ପରେ ଆଣି ପରତେ କରାଇ ବିଧାତା ବିଧାନ ଦେଖ ।ପୀରତି ହୋଇ କଥାଏ ଉପୁଜଇ ପରଶ ପରମ ସୁଖ ।ପ୍ରାଣରୁ ଅଧିକ ଯେଉଁ ଘେନା ଘେନି ତାହା ଯାହା କରେ ଭିନ୍ନ ।ପବି ପତନ ଶିରେ ଚିନ୍ତା ନ ରେ ଜାଣିଲି ଅତି ପିଶୁନ ।୬ ।ମନ ଜାଣିବାକୁ ପ୍ରିୟା ସମ ଜଣେ ଖୋଜିଲେ ନ ଥିବ କାହିଁ ।ମୋ ମନ ଘେନୁଛି ପ୍ରୀତି ଘେନିବାକୁ ତାହାରି ସମାନ ସେହି ।ତାହା ପ୍ରତିବିମ୍ୱ ସୁନ୍ଦରପଣକୁ ତାକୁ ପ୍ରତିତୁଲ୍ୟ ଅଛି ।ଏମନ୍ତ ପଦାର୍ଥ ପାଇ ହରାଇଲେ ପଶୁ କି ପାରିବ ମୂର୍ଚ୍ଛି ।୭ ।ଜାଣି ନ ଥିଲାକୁ ଏ ରସ ଏମନ୍ତ ସ୍ମରକୁ ଦହିଲେ ହର ।ଜାଣିଲା ଦିନରୁ ଯୁବତୀକି କଲେ ଅର୍ଦ୍ଧ ଅଙ୍ଗେ ଅଙ୍ଗୀକାର ।ଆଜନ୍ମ ବ୍ରହ୍ମଚାରୀ ପଣେ ତେ ବଡ଼ ବୁଝି ଋଷ୍ୟଶୃଙ୍ଗ ଠାରୁ ।ନିଜ ଦୀକ୍ଷ ଛାଡ଼ି ଶିକ୍ଷା କଲେ ରସ ରୂପାଜୀବା କରି ଗୁରୁ ।୮ ।ସୁଧା ସ୍ୱାଦୁ ପାଇ ଶିରଚ୍ଛେଦ ରାହୁ ନ ଛାଡ଼ିଲା କଦାଚିତ ।ପ୍ରୀତି ଏମନ୍ତ ଚନ୍ଦ୍ରମଣି ପାଷାଣ ଚନ୍ଦ୍ର ଚାହିଁ ଦ୍ରବୀଭୂତ ।ପ୍ରୀତି ଅନ୍ତର ଯେମନ୍ତ ହୋଇ କଷ୍ଠ ହେଲେ ଫାଟିଯାନ୍ତା ସତେ ।କାହିଁ ଘଟନା ହୋଇଛି ଘଟ ମୋର ଗୋଚର ନୋହିଲା ମୋତେ ।୯ ।ଏହା ସୁମରିବାଠାରୁ ମରିବାର ଭଲ ଘେନୁଅଛି ମନେ ।ଆଜଯାଏ ଆଜମନ ସୁଖୀ ଦୁଃଖ ଦେଖି ନ ଥିଲା ସ୍ୱପନେ ।ନୀରଜେ କଢ଼ ଉରଜରେ କରଜ କ୍ଷତ କଲେ ବୋଲେ ଇଷି ।ବିଷମବିଶିଖ ବିଶିଖକୁ ଲାଖ ସେ ହୋଇଲା ଏବେ ଆସି ।୧୦ ।ମୋ ଭାବ ଭାବନା କରି କରୀଗତି ନୀର ନିରତରେ ବହି ।ମୃଗ ଖଞ୍ଜନ ଗଞ୍ଜନ ଆଖିରେ ତା ଅଞ୍ଜନ ରଖିବ ନାହିଁ ।ଲୁଚି ହୋଇଯାଏ ନିଉଛାଉ ଯେଉଁ ବଦନକୁ ଇନ୍ଦୁ ।କରୀବର କର ପତନ କମଳ ମଳିନ ବହିବ ବନ୍ଧୁ ।୧୧ ।ହୃଦ ବିନୁ ନିଦ କୁମୁଦହାସୀକି ପଲ୍ୟଙ୍କେ ଆସଇ ନାହିଁ ।ଚଞ୍ଚଳ ଅଞ୍ଚଳେ ମହୀରେ ମହିଳା ପଲକେ ଶୋଇବ କେହି ।ଘଡ଼ି ଘଡ଼ିକରେ ନାଡ଼ି ଛାଡ଼ି ଯାଇ ହେଉଥିବ ପରା ମୋହ ।ବିରହେ ତପତ ହୋଇଥିବ ନବ-ସପତ-ବୟସୀ ଦେହ ।୧୨ ।କିଶୋରୀ ତିଳକ ପାଶୋରୀ ଦେବନି ତିଳକ ରଚନା ବିତ୍ତୁଁ ।ତିଳକ ଯୁଗ ପରାୟ ନ ସରିବ ଯୁଗଳ ନୋହିବା ହେତୁ ।ରତି ସଦୃଶା ସୁଦୃଶାକୁ ଦଶା ଦେଲା ଦାରୁଣ ଦଇବ ।ଚିତ୍ତେ ପରତେ ନ ଥିଲା ମୋର ସହୀ ଅନ୍ତର ସତେ ବୋଇବ ।୧୩ ।ଦିନକ ଦିନକ କନକ ଅଙ୍ଗୀର ଅନେକ ଭାବକୁ ଧ୍ୟାୟି ।ଜୀବ ଥିବାଯାକ ଜୀବିକା କରି ମୁଁ ବୁଲୁଥିବି ଯୋଗୀ ହୋଇ ।ଚାରୁଶୀଳା ନାମ ଉଚ୍ଛାରୁଁ ଉଚ୍ଚାରୁଁ ମାରୁ ଏକା ମୋତେ ମାର ।ରସିକ ସଂସାର ସଧ୍ୟରେ ପ୍ରଶଂସା ସାର ହୋଇ ରହୁ ମୋର ।୧୪ ।ରସଲତା ପାଦେ ଅଳତା ରଞ୍ଜିବା ପାଇଁ ପଢ଼ାଇଲେ କର ।ବଧୁଲୀ ଅଧରୀ ଧରିଣ ବୋଲଇ କୁସୁମେ କବରୀ କର ।ବେଣୀଟି ବୋଲି କହିବାକୁ ଜାଣି ତା ନୋହିବ କାହିଁକି କହି ।ଅସନମତ ସନମତ ସେ ମତ୍ତକାଶିନୀ ଭାଷାରେ ଥାଇ ।୧୫ ।ଧର ପାନ ବୋଲି ଯାଚିଲା ବେଳକୁ ମାଗିଲେ ଅପୂର୍ବ କରି ।ଏହି କଥା ନିକି ଜୀବିକା ହେଲା କି ରସିକାବର ଉଚ୍ଛାରି ।ଅବଳା ବଳା ଫାଟିଗଲା ଖଞ୍ଜି ମୁଁ ରଞ୍ଜିବା ବିଚାରଁ ମନ ।ଆନନ କମ୍ପାଇ ଆନ କଥା ନାହିଁଚବୋଲି ଯେ ପକାଇ ଆନ ।୧୬ ।ମଦାଳସା ଓଷ୍ଠ ଗୋଜି କରୁଥାଇ ଲାଳସୀ ହୋଇ ।ପିକବାଣୀ ପାନପିକ ପକାଇବା ବ୍ୟାଜରେ ଲାଜେ ବଞ୍ଚାଇ ।ଧନକୁ ସମ ମନକୁ ଆଣିମାକୁ ନୋହିବେ ସର୍ବଜ୍ଞମାନେ ।କସ୍ତୁରୀ ଗୋଳୁଁ ମୁଁ ଚତୁରୀ ସ୍ତନକୁ ଚୋଳେ ଆଚ୍ଛାଦିଲା ଦିନେ ।୧୭ ।ଘେନି ରସାଳ ରସାବଳୀ ଭାଷିଲା ଚିତ୍ର କରି ଦିଅ କି ନା ।ବୋଇଲି ଆନ ନ ଜଣାଇଁ ନାରୀ ମୁଁ ନାରିକେଳ ଚିତ୍ର ବିନା ।ଜାଣିଛି ବୋଲି ଆଣିଛି କି ଭଙ୍ଗୀକି ଅଳପ ହସିଲା ହୋଇ ।ଯେଣେ ଅନାଇଲେ ତେଣେ ନ ଦିଶଇ ଜଣେ ସିନା ଚନ୍ଦ୍ରମୁହିଁ ।୧୮ ।ମନେ ନାହିଁ ସୁମନରଜ କି କବରୀ ଧୂପିତ ଧୂମ ।ଲାଗି କୋମଳାଙ୍ଗୀ ଜଳନୟନୁ ଜଳ ଯେ ହେଲା ଜନମ ।ବିରସ ହୋଇ ସାରସଫୁଲ ନେଇ ଳଗାଇ ଦେବାକୁ ଶିରେ ।ପୋଛିଲା ନେତ୍ର ପୁଚ୍ଛିଲା ମନପଥ ଅଛିଟିକି ଜୀବନରେ ।୧୯ ।କିସ ବିଚାରିଲା ପୁଣି ପଚାରିଲା ଜଳେ ଜାତ ମୀନ ବୋଲି ।ତେତିକି ବେଳକୁ ଭ୍ରୁବଲ୍ଲୀ କମ୍ପିଲା ନାସିକା ଉଠିଲା ଫୁଲିବୋଇଲା ସୁତନୁ ଆଞ୍ଚିଲାକୁ ଧନୁ ପାଞ୍ଚିଲି ଏକଥା ମୁହିଁ ।ପାଣି ଦେଉଥିଲୁ ଶାଣିବା ବାଣକୁ ବାନ୍ଧିବି ବିନ୍ଧିବୁ କାହୁଁ ।୨୦ ।ମୁଁ ନିକି ସହ ମୁନିଙ୍କି ବିନ୍ଧି କହ କି ଯଶ ଅଛି ତହିଁରେ ।ଅଛି କାରଣ ସ୍ମର ଅନୁସରଣ କରିଛି ପ୍ରହାର ହରେ ।ଚତୁରଦଶ ଭୁବନ ମୋହିନୀ କି ଚତୁର ପଣ ବିହିଲା ।ତହିଁକି କିଛି ନ କହି ତା ସ୍ତନକୁ ଚାହିଁଲା ହୋଇ ରହିଲା ।୨୧ ।ଏହି କାଳେ କାଳେ ଚନ୍ଦନୀ ଉପରେ ଚାରୁଭୂର ଥାଇ ଶୋଇ ।ହେଉଥାଇ ମନ ବାଳା ବିବସନ ଦର୍ଶନ କରିବା ପାଇଁ ।ଚିତ୍ତକୁ ଆସୁଛି ହିତକୁ ରଚିଲା କୃଷ୍ଣ ସପତମୀ ନିଶି ।ବନ୍ଧୁ ମୋ ବନ୍ଧ ସଂଯୋଗେ ଥାଉ ଥାଉ ଆକାଶେ ପ୍ରକାଶେ ଶଶୀ ।୨୨ ।ଏଣେ ମରୁଥାଇ ଏଣୀଈକ୍ଷଣୀ ଯେ ମନ ମିଶିବାକୁ ନେତ୍ରେ ।ତେଣେ ନେଉଥାଇ କରକ ରଦନୀ କର ଢାଙ୍କିବାକୁ ନେତ୍ରେ ।ହେଲାଟି ବୋଲି ଯେ ଲାଜେ ନେଇଥାଇ ମୋ ଉର ନିକଟେ ମୁଖ ।ମୁହିଁ ବୋଲୁଥାଇ ନ ପାଇ ପାଇଛି ନୟନ ପରମ ସୁଖ ।୨୩ ।ଭାବ ଉପରେ ଯେ ଭାବ ଉପୁଜିଲା ରତାନ୍ତେ ଶ୍ରାନ୍ତେ ଆହୁରି ।ଲଜ୍ଜା କାତରେ ତରତର ତରୁଣୀ ପିନ୍ଧିଲା ବାସ ମୋହରି ।ମୁଁ ଯେ ଭାଷିଲି ଦିଶି ଦିଶି ସୁଭାଗ୍ୟ ଏଣିକି ଆସୁଛି ସିନା ।ମୋହପରା ହୋଇବାକୁ ହୋଇଲାନି ପରାଣେଶ୍ୱରୀ କାମନା ।୨୪ ।ଶ୍ରବଣେ ତରକି କର କି ଭାବରେ କୋରକୀକୃତ ସେ କଲା ।ପଣନ୍ତେ ପଣନ୍ତେ ପିନ୍ଧି ବୋଧି ମୋତେ ବାସ ପାଲଟାଇ ନେଲା ।ସେ ଉଭା ଶୋଭାରେ ଲୋଭା ହେଲା ଆଖି ଆନ କି ଦେଖିବ ଆଉ ।ଗୁଣ ହେଉଅଛି ପୁଣ ହେବ କି ସେ ଉତ୍ସବ ଜୀବନେ ଥାଉ ।୨୫ ।କେତକୀ ଗୋରୀ ଚରମ ମନୋରମ ଏତିକି ଦେଖିଛି ମୁହିଁ ।ହେମ ରମ୍ଭାପତ୍ର କାମପ୍ରଭା ମାତ୍ର କି ଉପମା ଦେବା ତହିଁ ।ଉରପରୁଁ ଚୀର ଦୂର କରି କରୁଁ ତନୁ ପୀଡ଼ନେ ଯତନ ।ମୋର ପ୍ରବେଶରେ ଲଜ୍ଜା ଆବେଶରେ ପଛକରି ଉଭାଧନ ।୨୬ ।ନିୟମ ଲଙ୍ଘିଲୁ ଅମରମୋହିନୀ ବୋଲି ମୁଁ ବୋଲିବା ବେଳେ ।ହୃଦ କଷିଟିରେ କାନ୍ତି କନକକୁ କଷିଲା କୁଙ୍କମ ଛଳେ ।ପ୍ରେମମଞ୍ଜରୀ ପଢ଼ା ସାରୀ ପଞ୍ଜରୀ ସେ ଦିନ ଆଦ୍ୟରୁ ଦ୍ୱାରେ ।ମୋ ଯିବା କହିବା ପାଇଁ ଲମ୍ୱାଇ ଯେ ସୁବେଶ ହୁଅଇ ପୁରେ ।୨୭ ।ଅଳକା ରେଖୁଥିଲା ବସି ଝଲକାନନୀ ଯେ କର୍ତ୍ତରୀ ଘେନି ।କରିବି ନିବିଡ଼ ନୀବିମୋକ୍ଷ ଭାବି ପଛୁଗଲି ହୋଇ ତୁନି ।ବିମ୍ୱଓଷ୍ଠ ବିମ୍ୱ ଦେଖି ଆଦରଶେ ହରଶେ ଧରି ମୋ କର ।ଚୋର ଗଲାଟି ଧର ବୋଲି ସେ ଧରାମଣ୍ଡନା ଭାଷିଲା ଗୀର ।୨୮ ।କିଞ୍ଚିତ ଦୋଷକୁ ଉଚିତ ଏ ଦଣ୍ଡ ବାନ୍ଧବୀ ବାନ୍ଧ ତୋ ଭୁଜେ ।ବୋଲିବାକୁ ମୋର ସଙ୍ଗୀତ ପାଠିନୀ ଭଲା ଇଙ୍ଗିତ କଲା ଯ ।ନଚାଇ ଭୂରୁ କୋଦଣ୍ଡ ତେବେ ଦଣ୍ଡ ସିନା ସେ ନୋହେ ତା ଭାବ ।ଉନ୍ନତି ଛାଡ଼ି ବିନତି ହେଲେ ଆଉ ମାଗିଲେ ଥରେ କେ ଦେବ ।କେମନ୍ତ ପୀରତି ସୁରତି ଶ୍ରୀକାନ୍ତ ପ୍ରାନ୍ତ କରୁଥାଇ ମୋର ।କୁନ୍ଦନ କୁମ୍ଭକୁଚେ ଲେପି ଚନ୍ଦନ ଠେସି ଦିଏ ହୃଦୟର ।କି କଲ ବୋଲି ଲାଗିଲା ନ ଲାଗିଲା ହେଜୁଥାଇ ସେ ନବୀନା ।ସେ ହୃଦ ବେଦନା କଲେ ନିବେଦନା ଘେନିବ କେ ତାହା ବିନା ।୩୦ ।ଏ ରୂପେ ଭାବିନୀ ଭାବକୁ ଭାବନା କରୁଁ କରୁଁ ଭଜେ ମହୀସଖା ଆଶ୍ୱସନା ରଚିଲେ ମୁଖରେ ନୀର ସିଞ୍ଚି ବିଞ୍ଚି ଦେଇ ।ସମସ୍ତେ ନେତ୍ର ଲୋତକେ ପୂରାଇଲେ ଚେତି ଏବାଣୀ ପ୍ରକଟ ।ଲାବଣ୍ୟବତୀ ବତିଶାର୍ଦ୍ଧ ବୟସୀ କଉଁଦିନ ହେବ ଭେଟ ।୩୧ ।ଏ ଋତୁ ଚାହିଁ ମକରକେତୁ ତାପେ ଆରତ ନୃପ କୁମାରୀ ।ବସି କାନ୍ତଗଣ ଗୁଣି ପୁଣ ପୁଣ ଧନରେ ବିଚାର କରି ।କ୍ଷତି ଭିତରେ ଯୁବତୀକି ତେମନ୍ତ ପତି ମିଳିବାର ପୁଣ୍ୟ ।ପ୍ରଭୃତ୍ୱ ଥିଲେ ଭୃତ୍ୟଠାରୁ ଅଧିକ ବିନୟୀ ରସିକ ଧନ୍ୟ ।୩୨ ।ଦିନେ ବନେ ଭ୍ରମି ତପନ ତାନରେ ବିରସ ମୋର ଲପନ ।ଦେଖି ସଖୀକି ପୁଚ୍ଛିଲେ ମୋର ଶିର ଅମ୍ଳାନ ଗଭା ତ ମ୍ଳାନ ।ରଖି ନ ପାରି ଧଇର୍ଯ୍ୟ ନିଜ ଶିର ଛାଇ ମୋ ପାଦକୁ କଲେ ।ଆଉ ଦିନ କଲେ ଏ ରୂପେ ଅବଶ୍ୟ ରୁଷି ବସିବି ମୁଁ ବୋଲେ ।୩୩ ।ସେ ଦିନୁ ଭାନୁ ଥିବାରେ ଯେ ସଦନୁଁ ବାହାର ନ କର ମୋତେ ।କୋଟିକ ରତନ ଦେବାରୁ ଅଧିକ ଗୋଟିକ ବଦନ ସତେ ।ଦିନେ ପଚାରିଲେ ଭିନ୍ନେ ଭଙ୍ଗୀକରି ଯୁବତୀ ପୁରୁଷ ପ୍ରାଣ ।ତାହା ବିନୁ ଗାତ୍ର ଯାହା ରହେ ଚିତ୍ର ଏକଥା ନୋହେ କି ପୁଣ ।୩୪ ।ଦୁର୍ଗା ପଦ୍ମନାଭ କରନ୍ତୁ ଏଶୁଭ ବଲ୍ଲଭ ମନେ ଏ ପ୍ରୀତି ।ନ ପଡ଼ୁ ପୋଡ଼ୁ ଏ ବିଚ୍ଛେଦ ବିପତ୍ତି ବୋଲି ସେ ଭଜିଲେ କ୍ଷତି ।ଲଳନା ପଲ୍ଲବ ଚାଳନା କରିଣ ମୁଖେ ଦେଲେ ଶୀତବାରି ।ଚେତୁଁ ଶୁଭସ୍ୱପ୍ନ ହେତୁକୁ କହିଲେ ଝସକେତୁ ତାପ ହରି ।୩୫ ।ଏ ରସେ ମନ ନ ଘେନଇ ଯାହାର ସେହି ନର ପଶୁ ଘେନ ।ଯଉଁ ରସରେ ବ୍ରହ୍ମା ବଶ ହୋଇଛି କାହିଁକି ତାହା ସମାନ ।ଜାନକୀ ରାମ ବିଶେଷ କରି ଜାଣେ ଭାବି ତାଙ୍କ ଶ୍ରୀପୟର ।କହେ ଉପଇନ୍ଦ୍ର ଭଞ୍ଜ ବୀରବର ଛାନ୍ଦ ରସ ରତ୍ନାକର ।୩୬ ।ଏକଚତ୍ୱାରିଂଶ ଛାନ୍ଦବିରହେ ବର୍ଷା ଋତୁ ବର୍ଣ୍ଣନା(ରାଗ-ବରାଡ଼ୀ)(ଆଷାଢ଼ ଶୁକ୍ଳ ବାଣୀରେ )ପ୍ରବେଶ ହୋଇଲା ବରଷାକାଳ ।ପ୍ରମାଦମାନଙ୍କ ଜନମସ୍ଥଳ ।ଜଳଦ ଉଜ୍ଜ୍ୱଳ କାନ୍ତି ଶାର୍ଦ୍ଦୂଳ ।ସୁଖେ ବିରହିଲେ ଶିଖରୀଚୂଳ ।ଗର୍ଜିତା ସନ୍ତତ ।ପ୍ରକାଶି ଝଳି ବକାବଳୀ ଦନ୍ତ ।୧ ।କୁରଙ୍ଗ ତୁରଙ୍ଗ ଥିଲା ସକାଶେ ।ଚନ୍ଦ୍ର ସୂର୍ଯ୍ୟ ଲୁଚି ରହେ ଆକାଶେ ।ମୁନିଏ ମୃଗଚର୍ମ ଥିଲା ଦକୁଁ ।ହିମାଳୟ ତଳୁଁ ଗଲେ ଶୃଙ୍ଗକୁ ।ରକ୍ଷପନ୍ତି ଲୀନ ।ଆଗ କରି ସେ ଗିଳି ଦେଲା ଦିନୁ ।୨ ।ଡାହୁକମାନେ ଡାକ ଦେଲେ ତହିଁ ।ସିଂହ ଆସୁଅଛି ସନ୍ଦେହ ନାହିଁ ।ଶୁଣି ବିଯୋଗିନୀ ଲଭି ଦରକୁ ।ଛିନ୍ନଇ ହାର ଘୋଡ଼ାଇ ଉରକୁ ।ସେ ମିଥ୍ୟା ନକଲେ ।କାଳିକାକୁ ଯେଣୁ ଅନାଇଁ ଦେଲେ ।୩ ।ବିଧାତା ବିଧାନ ଚିତା ବିଜୁଳି ।କାଷ୍ଠାବଳୀ ଯୋଗ ଉଠିଲା ଜଳି ।ଝଞ୍ଜି ନିଜ ଲାଗି ପ୍ରଭା ପ୍ରକାଶି ।ସଜୀବରେ ଦହି ହୁଏ ବିଦେଶୀ ।ତହୁଁ ଅଗ୍ନିଗଣ ।ଉଡ଼ି ବୋଲାଇଲେ ଜ୍ୟୋତିରଙ୍ଗଣ ।୪ ।କରକାଲୋଷ୍ଟ୍ର ପତନ ବହୁତ ।ଯୁବାଙ୍କୁଳାଗିଲା ଅନଙ୍ଗ ଭୂତ ।ଇନ୍ଦ୍ରକୋଦଣ୍ଡ ଦଣ୍ଡ ନଭେ ରାଜି ।ମାନିନୀ ମାନ ଦମ୍ଭ କୁମ୍ଭ ଭାଜି ।ସେ ବିନା ପ୍ରହାରେ ।ଏହା ଦେଖିଲା ନ ଥିଲା ସଂସାରେ ।୫ନଦୀ ନାଗ କଲେ ବେଗ ଗମନ ।ଲହରୀ ରସନା ଫୁକାର ସ୍ୱନ ।ଫେନ କଞ୍ଚୁକ ଭ୍ରମ ଚକ୍ରେ ଶୋହି ।ସାଗର ବିଳେ ରହିବାକୁ ଯାଇ ।ତା ଚାହିଁ ଚପଳେ ।ପଳାଇ ଗଲେ ମୁରୁକୁ ମରାଳେ ।୬ ।ପରଅପର ଏହି ଠାରେ ନାହିଁ ।ଦେଖ ବେନି କୂଳ ଗ୍ରାସ କରଇ ।ପଥିକ ନିକର ଚାହିଁ ଶଙ୍କିଲେ ।ଉଡ଼ୁପ ଭୂଷଣ ନାମେ ଡାକିଲେ ।ଆହୁରି ଦୁର୍ଦ୍ଦର ।ନିରତେ ଆରମ୍ଭି ଆରତ ସ୍ୱର ।୭ ।ଟେକି ଶିଖଣ୍ଡ କେକୀ ଷଣ୍ଢମତ ।ନାରୀମଣ୍ଡଳୀ ମଧ୍ୟେ କଲା ନୃତ୍ୟ ।ଦେଖି ସୁମନା ଗଣିକା ନିକର ।ଦରବିକାଶ ହାସେ ମନୋହର ।ଚାହିଁ ସେ ମତ୍ତକୁ ।ବାକ୍ୟ ସ୍ପରିଲା ପରଭୃତକୁ ।୮ ।ଏଋତୁ ଚାହିଁ କୁମାର ବିରହୀ ।ମିତ୍ର ବଦନକୁ ଅନାଇ କହି ।ବିଜୁଳି କାମୁକୀ ଘନାଳିନଳୀ ।ସ୍ତନିତ ଢୁ ଶଦ୍ଦ କୁଳିଶ ଗୁଳି ।ମହୀଧର ଲାଖ ।ପଥର ଫୁଟି ଯାଉଅଛି ଦେଖ ।୯ ।ଜାଣିଲି ମୋ ହୃଦ ଅତି କଠିନ ।ଫାଟି ନ ଯିବାରୁ ପ୍ରିୟା ବିହୀନ ।ନ ଫୁଟିବ ଭାଳି କୁସୁମ ବାଣ ।ମାମ କରିଛି ଏ ଅସ୍ତ୍ର ଭିଆଣ ।ରକ୍ଷା ହେବ କେହି ।ଆଉ ତ ମୋତେ ବୁଦ୍ଧି ଦିଶୁନାହିଁ ।୧୦ ।ସଖା ବୋଇଲେ କି ବିଚାର ଆଉ ।ବାଳାମଣି ନାମ ସୁମନ୍ତ୍ର ଥାଉଁ ।ସ୍ୱଭାବେ ମନ ଏକଲୟ ଯହିଁ ।ବିଶେଷେ ମଜ୍ଜିଲା ଦୁଃଖକୁ ପାଇ ।ବିଚାରଇ ମନେ ।ମୁଁ ନିକି ମୂର୍ଚ୍ଛି ପାରିବି ଜୀବନେ ॥୧୧ ।ଦିନ ଦିନକର ପୀରତି ରୀତି ।ଚିତ୍ତୁ ଆଣକୁ ଏ ବରଷା ଦୂତୀ ।ହୋଇ ହେଲା ସିନା ।କେହି ବଞ୍ଚିବ ସ୍ନେହ ପରାଧୀନା ।୧୨ ।ଦିନେ ଜାନୁରେ କରଭରା ଦେଇ ।ସୁତନୁ ଇନ୍ଦ୍ରଧନୁ ଥିଲା ଚାହିଁ ।ଗୋକୁଳଈଶ ରସ ମନେ ଭାବି ।ପଛୁଁ କୋଳକରି ଧରନ୍ତେ ନୀବୀ ।ଭୀତି ଉପୁଜାଇ ।ଭିତ୍ତି ଅନ୍ତରେ ଥିବେ ପରା ସହୀ ।୧୩ ।ଦିନେ କାମିନୀ ଯାମିନୀ ନ ପାହୁଁ ।କୁସୁମ ବିକାଶେ ଅନ୍ତର ହେଉଁ ।ହୃଦ ବିଲଗରୁ ଭାଜିଲା ନିଦ ।ଡାକିଲା ବନ୍ଧୁ ବୋଲି ଲଭି ଖେଦ ।ସେ ଶୁଭିଲା ନାହିଁ ।ଦାମିନୀ ଝଟକ ହେଲା ଦେଖାଇ ।୧୪ ।ଏଡ଼େ ବଞ୍ଚନା କାହିଁକି ଦାସରେ ।ବୋଲି ଯାନ୍ତେ ପ୍ରାଣବନ୍ଧୁ ପାଶରେ ।ତ୍ରପାରେ ପ୍ରକାଶ କରି ହାସକୁ ।ଆଚ୍ଛାଦି ଲାବଣ୍ୟ ଅଙ୍ଗେ ବାସକୁ ।ମହୀକି ଅନାଇଁ ।କିଛି ନ କହି ସେ ପଙ୍କଜ ମୁହିଁ ।୧୫ ।ଫିଙ୍ଗିଲା ଫୁଲ ଝଲକ କମ୍ପାଇ ।ଭାଷିଲା ଏ ଶରେ ଭାସିଲା ମୁହିଁ ।ଭୃଙ୍ଗ ଚୁମ୍ୱଇ ପୃଷ୍ପବତୀ ଲତା ।ବୋଲିବାକୁ ବୋଲିଅଛି ବିଧାତା ।କି ବିରସ ମୋତେ ।ବିଚ୍ଛେଦ ସହି ନୋହିଥିଲା ଏତେ ।୧୬ ।ଦିନେ ଦୁର୍ଦ୍ଦନେ ପାହିବାରୁ ରାତି ।ଜଣା ନ ଯିବାରୁ ଆରମ୍ଭ ରତି ।ସେକାଳେ ପଢ଼ିଲା ପଞ୍ଜୁରୀ କୀର ।ଜାନୁ ଛନ୍ଦିଦେଇ ମଧ୍ୟରେ ମୋର ।ତୁନି କରି କହେ ।ବିଧି ନିଷେଧ ନ ମାନିବ କିହେ ।୧୭ ।ମୁହିଁ କହିଲି ଲାବଣ୍ୟନିଧିକି ।ଏ ନିକି ବଡ଼ ବିଧ ଅବିଧିକି ।ଏତେକେ ଧନ ଜାଣିଲା ମୋ ମନ ।ରତାନ୍ତଯାଏ ଦେଲା ଆଲିଙ୍ଗନ ।ଉପୁଜାଇ ରତି ।ପ୍ରତିଅଙ୍ଗ ଶୋଭା ଦିଶିବା ଭୀତି ।୧୮ ।ଦିନେ ଅତି ପ୍ରାତୁଁ ପକ୍ୱବିମ୍ୱୋଷ୍ଠୀ ।ଗଲାଗୋପ୍ୟପୁରେ ମୋ ପାଶୁ ଉଠି ।ଉରଜେ କରଜ ଚିହ୍ନ ଦେଖଇ ।ମୁହିଁ ଗବାକ୍ଷେ ଚାହିଁବାକୁ ଯାଇଁ ।ସେହି ଦିଗେ କେକୀ ।ସ୍ୱନାଦେ ଡାକିଲା ପୁଚ୍ଛକୁ ଟେକି ।୧୯ ।ତାକୁ ଅନାଉଁ ଯେ ଦେଖିଲା ମୋତେ ।ଅପରାଧ କ୍ଷମାକର ବୋଲନ୍ତେ ।ମୁଖ ନ ଟେକିଲା ତ୍ରପା ତ୍ରାସରେ ।ହାସ ପ୍ରକାଶିଲା କୃପାବେଶରେ ।ତା ସେହି ଚାତୁରୀ ।ନୟନେ ମୋର ରହିଅଛି ପୂରି ।୨୦ ।ଦିନେ ଜାଳିଦେଇ ଦୀପାବଳୀକି ।ବଳେ ବିବସନ କରୁଁ ବାଳୀକି ।ଚମକିଲା ହୋଇ ଲଜ୍ଜା ଆକୁଳେ ।ପ୍ରଦୀପ ହତ ହେଲା ଝଞ୍ଜାନିଳେ ।ଲଭିକି ସନ୍ତୋଷ ।ରସାଳସା ହେଲା ରସରେ ବଶ ।୨୧ ।ଦିନେ ଯେ ପାଶକୁ ଅଣାଇ ପଶା ।ଖେଳିବା କି ବୋଲି ବୋଇଲା ଯୋଷା ।ମୁହିଁ ବୋଇଲି ବସି ହୁଡ଼ କର ।ଶୁଣି ସୁନ୍ଦରୀ ଦେଖାଇଲା ହାର ।ମୁହିଁ ବୋଇଲି ଧନ ।ନ ଜାଣୁ କି ଯହିଁ ଥାଇ ମୋ ମନ ।୨୨ ।ତହିଁକି କଲା ଭଙ୍ଗୀ ରଚନା ।ହେଲେ ହେବ ପଛେ ହାରିଲେ ସିନା ।ଖେଳ ଆରମ୍ଭ ଅତି ଅନୁରାଗେ ।କଳକଣ୍ଠୀ ହାରିଲା ଯୋଗେ ।ପଣ ମାଗୁଁ ସଖୀ ।ବୋଇଲାଆସେ ସଖୀଠାରେ ଶିଖି ।୨୩ ।ଏବେ ଇନ୍ଦ୍ରଧନୁ ଉଇଁତ ଥିବ ।ବିଦ୍ୟୁ ଝଟକିବା ଅନ୍ଧାର ହେବ ।ପ୍ରକଟ କେକୀ ନାଟ ଝଞ୍ଜାବାତା ।ହେବେନି ଜନେ ପାଶେ ଖେଳେ ରତ ।ଚିନ୍ତି ଏ ଭାବକୁ ।ବିଦାରି ହେଉଥବ ପରା ବୁକୁ ।୨୪ ।ଛିଡ଼ି ନ ଥିବ ମୋ ଗୁନ୍ଥିଲା ହାର ।ଲିଭି ନ ଥିବ ସ୍ତନୁ ନଖଗିରା ।ଫିଟାଇବ ନାହିଁ ମୋ ବନ୍ଧା ବେଣୀ ।ଚେତାଉଥିବ ପ୍ରୀତି ପ୍ରତିକ୍ଷଣି ।ପ୍ରମୋଦେ ପ୍ରମାଦ ।ପକାଉଥିବ ପ୍ରକାଶେ ଜଳଦ ।୨୫ ।ଦରଶନ ମାତ୍ରେ ରସବତୀକି ।ଚିତୁଆଇଁ ଥିବ ଏହି ପ୍ରୀତିକି ।ପୟୋଧର ଗିରି ଗ୍ରାସିବ ଚାହିଁ ।ପୟୋଧର ବେନି କରେ ଘୋଡ଼ାଇ ।ସିଆଣୀ ବୋଲିଛି ।କବିଙ୍କ ଉପମା ନୁହଇ କିଛି ॥୨୬ ।ନୂଆ କାଚ ଚୂଡ଼ୀ ଲଗାଇଥିଲା ।ସଞ୍ଚା ନ ଦିଶିଲା ଗାଢ଼େ ଭିଡ଼ିଲା ।ପାନକଳ ପୂରିଥିଲା ଯେ ତୁଣ୍ଡେ ।ବୋଳ ନ ଲାଗିଲା ଚୁମ୍ୱିଲା ଗଣ୍ଡେ ।ସେ ଏମନ୍ତ ଚେତୁ ।ଚାହୁଁ ଚାହୁଁ ତାର ବୁଡ଼ିଲା ହେତୁ ।୨୭ ।ସଖାଏ ପଦ୍ମତଳ୍ପରେ ଶୁଆଇ ।ଚେତନା ବସରେ ଏମନ୍ତ ଧ୍ୟାୟି ।ହାହାରେ କୋମଳା ସ୍ନେହଅଧିନା ।ଜାତିଦଳେ ଶଯ୍ୟା କରି ରଚନା ।ରତେ ଥାଇ ମନ ।ପ୍ରବେଶ ହେଲେ ମୁଁ ତା ସନ୍ନିଧାନ ।୨୮ ।ପାଛୋଟି ନିଅଇ ଆସନ ତେଜି ।କର ଧରୁଥାଇ ମୁଁ ଉଚ୍ଛନ୍ନ ଭଜି ।କୋଳେ ବସାଇ ଧରୁଥାଇ ନୀବୀ ।ବ୍ୟାଜେ ବୋଲଇ ଆଜ ନ ପାରିବି ।ଏ ରସ ଭାବନ୍ତେ ।ଫୁଲ ଭାବଯାକ ପଆଡ଼ିଲା ଚିତ୍ତେ ।୨୯ ।ଦିନେ ଯେ ପ୍ରୀତିଗୀତ ଯୋଡ଼ି ବାଳା ।ବସି କେତକୀ ପତ୍ର ଲେଖୁଥିଲା ।ଏତେକ ପଢ଼ିଲି ପଛରେ ଯାଇ ।ପ୍ରିୟ ପାଇଛି ମୁଁ ଗଙ୍ଗାରେ ଦାହି ।ତା କି କରି ଜାଣି ।ଚଉଁରୀ କରି ଚିରିଲା ରମଣୀ ।୩୦ ।ବୋଇଲିରେ ଶିଖୀ ଶିଖଣ୍ଡକେଶୀ ।ଶିଖିବାକୁ ଥିଲା ମୋ ମନ ରସି ।ମଥା କିମ୍ପାଇ ନ ଜାଣିଲା ପରି ।କେଉଁକଥା କି ବୋଲି ସେ ପଚାରି ।କହିଛି ପ୍ରାଣକୁ ।ଲୁଚିଯାଇ ତୋ ଉଦର ପଣକୁ ।୩୧ ।ଦିନେ ସେ ଗୁନ୍ଥି ସୁମନା ମାଳାକୁ ।ଶୀକରେ ଦେଇ ବୋଇଲି ବାଳାକୁ ।ଆଜିଠାରୁ ତୋର ମୋର ମାଳତୀ ।ହୋଇ ନ କଲା ସେ ବଦନ ପୋତି ।କେଶୁ କରୁବକ ।ଦେଖାଇ ବୋଇଲା ଏନାମେ ଡାକ ।୩୨ ।ସୁନ୍ଦରୀ ଯେଡ଼େ ଗୁଣବତୀ ତେଡ଼େ ।ଜୀବନ ପ୍ରଭୁ ମୋ ବିନୟୀ କେଡ଼େ ।ଥାଉ ଥାଉ ଏ ଘେନା ଘେନି ଭାବ ।ମନୁ ଜୀବ ଯିବାଯାଏ ନ ଯିବ ।ଦଇବ କି କଲା ।କାହିଁ ବିଚ୍ଛେଦ ଦଣ୍ଡ ରଖିଥିଲା ।୩୩ ।ଫୁଟିଲାଣି ଏବେ ଜାତି କେତକୀ ।ମାଳତୀ ଚାହିଁ ଚିତୋଇ ଏତିକି ।ଶୋକ ଜଳଧିରେ ବୁଡ଼ି ରହିବ ।ଲୋତକ କଲ୍ଲୋଳେ ଭସାଇ ଦେବ ।ଧଇର୍ଯ୍ୟମାନଙ୍କୁ ।କି ଦଶା ପଡ଼ିଲା ପ୍ରାଣ ଧନକୁ ।୩୪ ।ଏକାଳେ ସେହି ନେତ୍ର ମୁଞ୍ଚି ନୀର ।କୁମାରୀ କୁମାର ଭାବେ ଜର୍ଜର ।ଚିତ୍ତେ ଚିତୋଇଲା ଏତିକି ସ୍ନେହ ।କ୍ଷଣ କ୍ଷଣକରେ ହୋଇଲା ମୋହ ।ଚିତ ଦଣ୍ଡେ ଦଣ୍ଡେ ।ଏହି ବାଣୀମାନ ଉଚ୍ଛାରି ତୁଣ୍ଡେ ।୩୫ ।ପାସୋରିଲେ ମୋତେ କୃପା ଜଳଧି ।ରଖିଲେ କି ଫୁସ ଭ୍ରମର ସିଦ୍ଧି ।ମୋହିଲା ଅବା କେଉଁ ମନୋହରୀ ।ନ ଜାଣନ୍ତି ବା ପଥ ତଥ୍ୟ କରି ।ନ ଯାଇ ଜୀବନ ।ପ୍ରିୟତନୁ ହେଲା ବଜ୍ରୁଁ କଠିନ ।୩୬ ।ଚନ୍ଦନ ପାଟିଏ ଥିବ କପାଳେ ।ତନୁ ପୂରିଥିବ କମଳନାଳେ ।ଏ ବିଧି ବିରହ ବେଶରୁ ଯୁବା ।ମାର ହର ଭ୍ରମ କରୁଛି ଅବା ।ବିଳମ୍ୱ ଏଥିକି ।ଏମନ୍ତ ବୋଲି ଭଜିଲା କ୍ଷିତିକି ।୩୭ ।ନଳ ଦମୟନ୍ତୀ ଜାଣେ ଏ କଥା ।ସମର୍ଥ ରାମ ହରିବାକୁ ବ୍ୟଥାଚିତ୍ତରେ ତାଙ୍କ ନିରନ୍ତର ଧ୍ୟାୟି ।ଉପଇନ୍ଦ୍ର ବୀରବର କହଇ ।ଏ ବିଚିତ୍ର ଛାନ୍ଦ ।ହୃଦକୁମୁଦ ଉଲ୍ଲାସ କୁ ଛାନ୍ଦ ।୩୮ ।ଦ୍ୱଚତ୍ୱାରିଂଶ ଛାନ୍ଦବିରହରେ ଶରତ ଋତୁର ବର୍ଣ୍ଣନାରାଗ- ଦେଶାକ୍ଷ ।ଚକ୍ରକେଳି ବାଣୀରେଦେଖି ନାରଦ ଦ୍ୱିରଦ ଶରଦ ।ଋତୁ କେଶରୀ ପ୍ରସରି ବିଶଦ ।୧ ।ଚାହିଁ ତମସ ନାଶ ବନଦେଶ ।ସ୍ପୁଟେ ପ୍ରକାଶ କଲେ କାଶହାସ ।୨ ।ଛାର ଭେକ ଡାକ ଶୁଣିମା କର୍ଣ୍ଣ ।ଯାଇଥିଲେ ମାନସେ ଏହିମାନେ ।୩ ।ଯହୁଁ ସେମାନେ ଗଲେ ଗର୍ଜି ଗର୍ଜି ।ମହୀ ପ୍ରବେଶ ହେଲେ ହଂସରାଜି ।୪ ।କେହି ଖଦ୍ୟୋତ ସଙ୍ଗେ ଉଦେ ହେବ ।ଲାଜ ତାରକା ଲୁଚିଥିଲା କିବା ।୫ ।ତାଙ୍କ ସ୍ନେହରୁ ଅବିଦିତ ଶଶୀ ।ଏବେ ନିର୍ମଳେ ଆକାଶେ ପ୍ରକାଶି ।୬ ।ବୃକ୍ଷ ମତ ହୋଇ ଋଷଭ ସ୍ୱରେ ।କହୁଛନ୍ତି କି ଏମନ୍ତ ବ୍ୟାଜରେ ।୭ ।ଦେଖ ଦେଖ ଭଜିଲେଟି ଲୀନକୁ ।କେକୀ ଷଣ୍ଢମତ କେତେଦିନକୁ ।୮ ।ଦିଶେ ଦକ୍ଷିଣେ ଅଗସ୍ତି ସୁନ୍ଦର ।ଲେଉଟିଛି ଭାବି ରୋଷ ମନ୍ଦର ।୯ ।ପଦ୍ମ ଅନୁରାଗ କେମନ୍ତ ଭାବି ।ଉଦେ ମେଘ ଭିତରେ ଥିଲେ ରବି ।୧୦ ।କୁଳବଧୂ ଶୁଭେ କୋଦରେ ।ଯେହୁ ପଥିକ ହୃଦସ୍ଥଳେ ହାର ।୧୧ ।ଏ ଋତୁକୁ ଚାହିଁ ନୃପନନ୍ଦନ ।ପ୍ରାଣବନ୍ଧୁ ଭାବ କଲା ଧିଆନ ।୧୨ ।ସେହି ଶରଦ ରାତି ସେ ଚନ୍ଦ୍ରମା ।ସେହି ପ୍ରକାରେ ହୋଇଛି ସୁଷମା ।୧୩ ।ସେହି ମୁହିଁ ଜୀବନେ ଅଛି ପୁଣି ।ଏତ ବିଚିତ୍ର ଦୂର ମୋ ତରୁଣୀ ।୧୪ ।ଏଥେଁ ଦେଇଛି ଭାବମାନ ଯେତେ ।ଏହିକ୍ଷଣି ସେ କଲା ପ୍ରାୟପ୍ରତେ ।୧୫ ।ମହା ଦରିଦ୍ର କରେ ଦେଇ ନିଧି ।ଏକି ଦୁର୍ଦ୍ଦଶା ହରି ନେଲେ ବିଧି ।୧୬ ।ଦିନେ ଚୁମ୍ୱନ ଦେଇ ଚୁମ୍ୱ ମାଗୁଁ ।ନାହିଁ ନ କଲା ଅତି ଅନୁରାଗଁ ।୧୭ ।ଦେବ ବୋଲି ଅଧର କରୁ ଗୋଜ ।ସେହି ସମୟେ ବାରିଦେଲା ଲାଜ ।୧୮ ।ମୁଁ ଯେ ବୋଇଲି ବେଳେ ଦେଇ କିନା ।ଲାଜ କାହାକୁ ମୁଁ ତୋ ଦାସ ସିନା ।୧୯ ।ଧୀରେ ଗୀର ପ୍ରକାଶ କଲା ତହିଁ ।ଚୁମ୍ୱ ଦେବାରେ ମୋତେ ଆସୁନାହିଁ ।୨୦ ।ଆଜିଯାଏ ସେ ଚତୁରୀ ବଚନ ।ନେତ୍ର ମନେ କରିଅଛି ସଦନ ।୨୧ ।ସେହି ଦିନ ପ୍ରଥମେ କଥା ଶୁଣା ।ଦିନେ ସାରୀ ପଢ଼ାଉଁ ସୁଲକ୍ଷଣା ।୨୨ ।ଜାଣି ଲୁଚି ମୁଁ ଶୁଣିଥିଲି ସ୍ୱଚ୍ଛେ ।ସାରି ପଢ଼ି ଯେ ଦେଲା କାନ୍ଥ ପଛେ ।୨୩ ।ସଲଜ୍ଜିତେ ଜିତେନ୍ଦ୍ରିୟ ମୋହିନୀ ।ଦେଇ ଚାରୁ ଚିବୁକରେ ତର୍ଜ୍ଜନୀ ।୨୪ ।ନାସାଫୁଡ଼କୁ ଫୁଲାଇଲା କର ।ଅଧୋମୁଖେ ରହିଲା କୃଶୋଦର ।୨୫ ।ନବସପତ ବୟସୀକି ମୁହିଁ ।ମୋହ ଶପଥ ପକାଇଲି ତହିଁ ।୨୬ ।ମଥା ଟକି କଥା କହ ବୋଲନ୍ତେ ।କିସ କହିବି କହିଦିଅ ମୋତେ ।୨୭ ।ବୋଲିବାରେ ସଙ୍ଗତେ ମଣିମାଦି ।ସୁଖ ଦେବାକୁ ଥିଲା ଯେ ସମ୍ପାଦି ।୨୮ ।ଲବେ ଛାଡ଼ି ନ ପାରଇ ତୁଲକୁ ।ଲଙ୍ଘି ନ ପାରଥ ମୋର ବୋଲକୁ ।୨୯ ।ଦିନେ କର୍ଣ୍ଣେ କହିଲି ତୁନି କରି ।ଚନ୍ଦ୍ରକରେ ରତି ଦେବ ସୁନ୍ଦରୀ ।୩୦ ।ସେହିକ୍ଷଣି ସେ କଲା ପ୍ରତିଭାଷ ।ବୋଲ କେବେ ନ କରିବି ପ୍ରବାସ ।୩୧ ।ମୁଁ ବୋଇଲି କାମ ଅଛି ଜୀବନେ ।ତୋତେ ଛାଡ଼ି ପାରିବି କେସନେ ।୩୨ ।ଯେବେ ମନରେ ଶଙ୍କା ତୋ ବାନ୍ଧବୀ ।ଯେଉଁ ନିୟମ ବୋଲିବୁ କରିବି ।୩୩ ।ବାଣୀ ପ୍ରମାଣ ନିୟମ କାହିଁକି ।ନେତ୍ର ଡାଳି ଯେ ବୋଇଲା ତହିଁକି ।୩୪ ।କେତେ ସିହାଣୀ ଲୋଡ଼ିଲା ବଞ୍ଚାଇ ।ରାତ୍ର ଚନ୍ଦ୍ରକରେ ଶେଯ ପକାଇ ।୩୫ ।ତହିଁ ମିଳୁ ମୁଁ ହରଷେ ଅନାଇଁ ।ପାନ ପିକ ଦେଲା ଆଗେ ପକାଇ ।୩୬ ।ବାସେ ପୋଛି ପୁଣି ଭାଳେ ସିନ୍ଦୂର ।ମୋର ହୃଦ କରାଇଲା କାତର ।୩୭ ।ଏତେ ବୁଦ୍ଧି ସ୍ପୁରିଲା ଯୋଗ ତହିଁ ।ମୁଁ ଯେ କହିଲି କହ ମୋତେ ଚାହିଁ ।୩୮ ।ଏବଚନ ବଳେ ହାସ ବାହାର ।କରାଇଲା ଚନ୍ଦ୍ର ମୁଖୁଁ ତାହାର ।୩୯ ।ରକ୍ଷା ପାଇଲା ବୋଲି କୋଳ କଲି ।ମୁଁ ଯେ ଶେଯପର ଘେନିଗଲି ।୪୦ ।ନାହିଁ ନାହିଁ ଭାଷୁଥିଲା ମୋ ଧନ ।ଗତି ବିହି ମୁଁ କଲି ବିବସନ ।୪୧ ।ଏକେ କେତକୀ ଶ୍ରୀଅଙ୍ଗରୁ ଗୋରା ।ଶଶୀକରେ ଦିଶିଲା କେଡ଼େ ତୋରା ।୪୨ ।ରସାଣିଲା ହେମକୁ କୋଟି ଗୁଣେ ।ନିନ୍ଦା କରୁ ଯେ ଥିଲା ଝଳିପଣେ ।୪୩ ।ଏହି ସମୟେ ଶଯ୍ୟାରୁ ନାଗରୀ ।ଘେନି କର୍ପୂର ରଜ ନେତ୍ରେ ମାରି ।୪୪ ।ତେଣେ ବୁଜିହୋଇଗଲା ମୋ ଆଖି ।ଭଲ କରି ମୁଁ ନ ପାରିଲି ଦେଖି ।୪୫ ।କର ଧରିବା ବେଳକୁ ଶୋଭାଙ୍ଗୀ ।ଭଙ୍ଗୀ ବଶେଯେ ଦେଇଥିଲା ଫିଙ୍ଗି ।୪୬ ।ଯୋଗେ ପଡ଼ିଲା ସେ କାମସଦନେ ।ଲବଣୀରୁ କମଳ କରି ମନେ ।୪୭ ।ନଖ ଚଳାଇ ଦେବାର ତହିଁରେ ।ରୋମଙ୍କୁର ହୋଇଲା ଯେ ଦେହରେ ।୪୮ ।ଦିଶୁଥିବ କଦମ୍ୱ ପୁଷ୍ପ ପରି ।ଏ କିସ ଗୋ ବୋଲିବାର ଚାତୁରୀ ।୪୯ ।ଯିବ ସହସ୍ରେ ଜନ୍ମ କି ପାସୋର ।ଅମୃତରୁ ବାଣୀ ମଧୁର ।୫୦ ।ଆଉ ଭେଟିବି ନୋହୁଛି ପରତେ ।ଭେଟ ହେବ ଉପାୟ ଅଛି ଏତେ ।୫୨ ।ଭସ୍ମ ଉଡ଼ାଇ କୃପାରେ ପବନ ।ନେଇ ପକାନ୍ତି କାନ୍ତ ସନ୍ନିଧାନ ।୫୩ ।କିସ ବୋଲି ବାଳା କରନ୍ତା ଦୃଷ୍ଟି ।ତହିଁପରେ ହୁଅନ୍ତା ସୁଧା ବୃଷ୍ଟି ।୫୪ ।ହୋଇ ମୂର୍ତ୍ତିମନ୍ତ ମୁଁ ଚାହିଁ ମୁଖ ।କର ଯୋଡ଼ି କହନ୍ତି ସବୁ ଦୁଃଖ ।୫୫ ।ଆହା ବୋଲି ସାହା ହୋଇ ସୁମୁଖୀ ।ମୋତେ କରନ୍ତା ସେହିକ୍ଷଣି ସୁଖୀ ।୫୬ ।ମୋର ଭରସା ହୋଇଛି ଏଥକୁ ।ଜୀବ ଦେଇଛି ଭସ୍ମ ମନ୍ମଥକୁ ।୫୭ ।ତହୁଁସବୁରୂପେ ମୁଁଯେ ଅଧିକ ।ନିତ୍ୟ ଅନୁସରିଲାର ସେବକ ।୫୮ ।ମନ ମୋହର ଭ୍ରମୁଛି ନିରତେ ।ମଶା ମଶାରୀ ପଡ଼ି ଯେମନ୍ତେ ।୫୯ ।ମୁହିଁ ଭ୍ରମର ସଙ୍ଗେ ହେଲି ମତି ।ସେହୁ ମାଳତୀ ବିରହ ଯେମନ୍ତ ।୬୦ ।ଏତେ ବୋଲୁଁ ବୋଲୁଁ ସ୍ତମ୍ଭ ଭଜିଲା ।ହାହା ପ୍ରିୟେ ବୋଲି ଶ୍ୱାସ ତେଜିଲା ।୬୧ ।ଦହି ନ ପାରୁଛି କାମ ଅନଳ ।କରେ ତୋ ଭାବ ଭାବନା ଶୀତଳ ।୬୨ ।ପୁଣି ପ୍ରିୟ ସ୍ୱରୂପ ଲେଖି ପଟେ ।ସ୍ନେହବଶେ ଲଗାଇ ହୃଦତଟେ ।୬୩ ।ପଟ ପ୍ରସଙ୍ଗ ମନରେ ହୋଇଲା ।ତାହା ସେଦିନ କି ହେଲା ବୋଇଲା ।୬୪ ।ବନ୍ଧ ପିତୁଳା ଦେଖୁ ଦେଖୁ ବସି ।ଗଣ୍ଡେ ଅଇଲା ଯେ ଲୋମ ଉଲ୍ଲସି ।୬୫ ।ହସି ପର୍ଣ୍ଣପାଶେ ଦେଲା ବଦନ ।କି କହିବି କରିଛି ମୋର ମନ ।୬୬ ।ପ୍ରେମସିନ୍ଧୁ କାମ ଅନାୟତ୍ତରେ ।ଜିହ୍ୱା ଚାଳିବା ଶ୍ରବଣ ଭିତରେ ।୬୭ ।ନିଧି ନିଷେଧ ଅନଳେ ଆହୁତି ।କରି ରଚିଲେ ଦିବସେ ସୁରତି ।୬୮ ।କୁଚଅଗ୍ର ବୁଲାଇଲା ରସନା ।ବେଳୁଁ ବେଳ ହେଲା ହତ ଚେତନା ।୬୯ ।ମୃଦୁ ଥିଲା ଫଡ଼େଉଥିଲା ଲୋଚନ ।ପୁନଃ ପୁନଃ ଭାଷି ହୁଁ ହୁଁ ବଚନ ।୭୦ ।କଟୀ ସଙ୍ଗତେ ମଦନ ମନ୍ଦିର ।ଚମକାଇବା କେଡ଼େ ସୁଖକର ।୭୧ ।ମଧ୍ୟ ତନୁକୁ ଜାନୁ ଭୁଜେ ଛନ୍ଦି ।ମଦ ହତଯାଏ ସେ କଲା ବନ୍ଦୀ ।୭୨ ।ଡୋଳାପିତୁଳା ସେ ଦିନୁ ଘଉଡ଼ି ।ନେତ୍ର ରହିଲା ସେହି ଶୋଭା ଜଡ଼ି ।୭୩ ।ଏହା ଚିନ୍ତା ଫାଟିଯାରେ ବୋଇଲା ।ପୁନଃ ପୁନଃ ହୃଦେ କରମାଇଲା ।୭୪ ।ତେଣେ ନୃପକୁମାରୀ ସୁକୁମାରୀ ।ବସି ଏକାନ୍ତେ କାନ୍ତକୁ ସୁମରି ।୭୫ ।ଆହା ଦିନ ବଞ୍ଚୁଥିବେ କେମନ୍ତେ ।ଦଣ୍ଡେ ମୂର୍ଚ୍ଛି ନ ପାରନ୍ତି ସେ ମୋତେ ।୭୬ ।ଦିନେ ମନେ ଜାଣିବାକୁ ପତିର ।ଲୁଚି ରହିଲା ଗୁପତ ମନ୍ଦିର ।୭୭ ।ବଳା ନୂପୁର କିଙ୍କଣୀ ବାହାର । ଆଗୁଁ କରି ବିଚାର ।୭୮ ।ଆସି ଭାଷି ପରାଣେଶ୍ୱରୀ ବୋଲି ।ଖୋଜିଲେ ଯେ ଅନେକ ପୁର ବୁଲି ।୭୯ ।ଲୋଡ଼ି ପାଇ ପ୍ରକାଶି ଏ ଭାଷା ।କାହଁଗଲୁ ପ୍ରାୟେ ଦେଇ କି ଦଶା ।୮୦ ।ବୋଲିବାକୁ ନେତ୍ରଁ ନୀର ବାହାର ।ଅଛି ଏ ପୁରେ କେହିଦେଲା କୀର ।୮୧ ।ତାହା କହିବାକୁ ତାଙ୍କ ଆରତ ।ଶୁଣି ମୁଁ ନ ପାରିଲି ଚିତ୍ତ ।୮୨ ।ପୋଛି ପଣନ୍ତେ ନୟନ ଜଳକୁ ।ଧାଇଁ ଯାଇ କାଳେ କଲାବେଳକୁ ।୮୩ ।ବୋଇଲେ ତୁ ଆଉ ଥରେ କପଟ ।ରସେ ଏ ରୂପେ ହୋଇଲେ ଲମ୍ପଟ ।୮୪ ।କାନ୍ତ ବୋଲି ଡାକିବା ଆଜ ଲୋପ ।ହୁଅନ୍ତରେ ରସବତୀ କଳାପ ।୮୫ ।ମୁଁ ଯେ ବୋଇଲି ଯାଇକିନା ଊଣା ।ଚୁମ୍ୱ ଦେଇ ଚିତ୍ତ କଲି ଫୁରୁଣା ।୮୬ ।ଏହି ଭାବ ଗୋଟିକ ସୁମରଣ ।କର ଲଭନ୍ତି ଏ କ୍ଷଣି ମରଣ ।୮୭ ।ପ୍ରିୟ ନିନ୍ଦା ଯେ ନ ପାରନ୍ତି ସହି ।ଜୀବ ରଖିଛି ସେକଥାକୁ ମୁହିଁ ।୮୮ ।ରଙ୍ଗ ଅଧର ଅମୃତ ପିଇଛି ।ତାହା ବ୍ୟର୍ଥ କରିବି ମୃତ୍ୟୁ ଇଚ୍ଛି ।୮୯ ।ଏହା ବୋଲି ସେ ପ୍ରଳୟକୁ ଯାଇ ।ଶୀତ ଉପଚାରେ ସଖୀ ଚେତାଇ ।୯୦ ।ଚେତି ସୁନ୍ଦରୀ ବୋଲୁଛି ଏମନ୍ତ ।ମହାସୁନ୍ଦରବର ମୋର କାନ୍ତ ।୯୧ ।ମୋତେ ମାଇଲେ ମରିବୁ ମଦନ ।ମୁଁ କି ବୋଲିବି ତୁ ତାଙ୍କ ସମାନ ।୯୨ ।ଏହା ବୋଲୁଁ କଥାଏ ମନେ ପଡ଼ି ।ତାହା ଭାବନା କରି ଗଲି ସଢ଼ି ।୯୩ ।ଦିନେ ଏହି ଶରଦ ରଜନୀରେ ।ବସିଥିଲୁ ଯେ ଚୂନ ଚାନ୍ଦନୀରେ ।୯୪ ।ଚାହିଁ ଶଶୀକି ମୋର ବଦନକୁ ।ସମାନ ଆଣିଲେ ତାଙ୍କ ମନକୁ ।୯୫ ।ବଳ ଦେଖିବା ଛଳେ ମୋର ପାଦ ।ନ ଛାଡ଼ିଲେ ବୋଲୁଁ ଏ କି ପ୍ରମାଦ ।୯୬ ।ଚନ୍ଦ୍ରମୁଖୀ ଯେ ବୋଲଇ ବାନ୍ଧିବି ।ଛାଡ଼ିଲି ଏ ଦୋଷ ବୋଲ ଛାଡ଼ିବି ।୯୭ ।କହିବାର ଘେନାଘେନି ବଚନ ।ତୁଲେ ସମ ନୋହେ କୋଟି ରତନ ।୯୮ ।ଏହା ଚିନ୍ତନ କରୁଁ କରୁଁ ମନ ।ନେତ୍ର ନୀରରେ ଜର ଜର ସ୍ତନ ।୯୯ ।ଅନୁଭବୀକି ଗୋଚର ଏ ରସ ।ବୁଝାଇଲେ ମୂର୍ଖ ହେବ ସନ୍ତୋଷ ।୧୦୦ ।ପଶୁ ସହିବାର କଷ୍ଟ ନୁହଇ ।କଲେ ବିଚ୍ଛେଦ କରି କାହିଁ ପାଇଁ ।୧୦୧ ।ତାଙ୍କ ବେଳକୁ ଅନ୍ତର କୋଳରୁ ।ନ କରନ୍ତି କମଳାଙ୍କୁ ସ୍ନେହରୁ ।୧୦୨ ।ସ୍ନେହ ଦେବ ସରସିଜ ଚରଣ ।ଉପଇନ୍ଦ୍ର ବୀରବର ଶରଣ ।୧୦୩ ।ଛାନ୍ଦ ନାମ ରସିକ ରତ୍ନମାଳା ।ଶୁଭେ ଏବେ ଏଠାରୁ ଶେଷ ହେଲା ।୧୦୪ ।ତ୍ରିଚତ୍ୱାରିଂଶଛାନ୍ଦବିରହ ହେମନ୍ତ ଋତୁର ବର୍ଣ୍ଣନା(ରାଗ-କୁମ୍ଭକାମୋଦୀ)ହେମନ୍ତ ଋତୁ ପ୍ରବେଶ ହୋଇ ହେଲା ନବୀନ ବିଧାତା ।ବେନି ତନୁ ଏକ କଲା ଶୟନରେ ପୁରୁଷ ବନିତା ।ଜଳ ଆଦର ଅନଳରେ ନିବେଶି ଅନିଳ ଅସ୍ନେହ ।ଜଳରେ କରାଇ ପୁଷ୍ପବତୀ କଲା ସେବତୀ ସନ୍ଦେହ ।୧ ।ପ୍ରଦୀପ ଛଳେ ଜଳାଇଲା ମନ୍ଦିରେ ହସନ୍ତିମାନଙ୍କୁ ।ନିଶି ନିଦ୍ରାବେଳେ ନତ କରାଇଲା ଉନ୍ନତ ଜନଙ୍କୁ ।ଚନ୍ଦ୍ର ଚନ୍ଦନରେ ଆଦର ତୁଟାଇ ରଖିଲା ବସନେ ।ସମସ୍ତ ତନୁକୁ ଆଚ୍ଛାଦିତ କଲା ଯୁବତୀ ପିଧାନେ ।୨ ।ଦିନ କ୍ଷୀଣ କଲା ରଜନୀ ବୃଦ୍ଧିକି କରାଇ ହରଷେ ।ସକଳ ଅଙ୍ଗେ ବେପଥୁ ଜାତ କଲା ପବନ ସ୍ପରଶେ ।ରବି କିରଣରେଆଦର କରାଇ ଚନ୍ଦ୍ରମା ପ୍ରକାରେ ।ଜାନୁ ଆଲିଙ୍ଗନ କରାଇଲା ଏକା ଦରିଦ୍ର ଜନରେ ।୩ ।ସକଳ ଗାତ୍ର ମସୃଣ କରି ଦେଲା କରଟନିକରରେ ।ଶୁକ ଶିଶୁଙ୍କୁ ପାଳନକୁ ଉଦୟ କରାଇ ଲୋକରେ ।କର ଘେନାଇଣ କୃଷକ କୁଳକୁ କରାଇ ଅଋଣୀ ।କପୋତ ଋତେ କୁହାଇ ଏ କାଳକୁ ଗତିଟି ତରୁଣୀ ।୪ ।କେଦାର ସମ୍ପତ୍ତି ସଦନରେ ସ୍ଥିତି ସତ୍ୱରେ କରାଇ ।ମନ୍ଦିରେ ପ୍ରତିମନ୍ଦିରେ ମଶାରିରେ ସଖୀଙ୍କି ଶୁଆଇ ।ଘନ ପ୍ରତିବନ୍ଧଗିରିଙ୍କି ଘୋଡ଼ାଇ କୁଜ୍ଝଟି ପ୍ରକାଶେ ।ଏଋତୁ ଚାହିଁ କୁମାର ବିଚାରଇ ବିରସ ମାନସେ ।୫ ।କି କରିବି ଏ ତୁହିନ ଋତୁ ହୀନ ପଦ୍ମିନୀ ନାଶନ ।ପ୍ରିୟା ମୋ ପଦ୍ମନୀ ପଦ୍ମପାଣି ପାଣି ସୁବାସ ତେସନ ।ପଦ୍ମ ପରା ଆଖି ପଦ୍ମମୁଖୀ ପଦ୍ମ ପତର ଉଦରୀ ।ତାହା ଅଭାବେ ସ୍ୱଭାବେ ମୋ କି ଗତି ଏଥକୁ ମୁଁ ଦରି ।୬ଦାରୁବ୍ରହ୍ମରୁ କେ ବଡ଼ ଘୋଡ଼ା ଲାଗି ଜାଡ଼କୁ ଡରିଣ ।ଅନଳ କୋଣକୁ ଆଶ୍ରେ କଲେ ଭାନୁତେଜସ୍ୱୀ ହୋଇଣ ।ଜନ ମଧ୍ୟଗତେ ଶରଣ ପଶିଲା ଅନଳ ଆରତେ ।ଗୋରୀ କୁଚ ଗିରି ଦରୀ ପାଶେ ନାହିଁ ବଞ୍ଚିବି କେମନ୍ତେ ।୭ବିଧି ବୋଲନ୍ତି ବିଧାତାକୁ କାହିଁକି ଅବିଧ କଲା ତ ।ଅମୃତ ଭୁଞ୍ଜାଇ ପିଚୁ ମର୍ଦଛଦ ତାମ୍ୱୁଳ ଦେଲା ତ ।ଏହି ସମୟେ ଯେତେ ରୂପ ଭାବକୁ ଦେଇଛି କିଶୋରୀ ।ବ୍ରହ୍ମପଦବୀ ପାଇଲେ ତ ନ ଯିବ ମନରୁ ପାସୋରୀ ।୮ ।ଉଷୁମ କୁସୁମହାସୀ ଅଙ୍ଗୁ ଜାତ ଶୀତକୁ ନାଶଇ ।ପିନ୍ଧିଛି ପତନୀ ଏ ଭ୍ରମ କି ରଙ୍ଗେ ଅଙ୍ଗରେ ମିଶଇ ।ନୀଶାରେ ନିଶାରେ ଅନାଦର ହେଲେ ରଚେ କି ପୀରତି ।ଗୁଣ ତ ଅପାର ପଣନ୍ତ ଘୋଡ଼ାଇ ଦିଅଇ ସୁରତି ।୯ ।ମଶାରି ଉଦରେ ଅନ୍ଧାର ଆଲୋକ ଦୀପ ତ ଥିବାରେ ।ଆଜନ୍ମ ସଖୀ ସୁଖଦାୟୀ ହୁଅଇ ସୁରତି ଦେବାରେ ।ତାହା ମୋହର ପ୍ରଶଂସା ହୋଇଥାଇ ଯାମିନୀ ବୃଦ୍ଧିକି ।କିଛି ଅବକାଶ ହେବ ବୋଲି ବନ୍ଧମାନଙ୍କ ବିଧିକି ।୧୦ ।ଯେତେ ମୋହିପରି ତେତେ ବିଧିରସ ହୁଅଇ ଜନିତ ।ଏଣୁ ବିଚାରୁଛି କ୍ଷୀର ଉପକାର ପରାଣ ଧନୀ ତ ।ଇକ୍ଷୁରସ ଜାତ ଦ୍ରବ୍ୟ ପ୍ରାୟ ବେଳୁ ବେଳ ସେ ମଧୁର ।ଏଡ଼ିକି ଅଭାଗ୍ୟବନ୍ତ ମୁଁ ସେ ବାଳା ହୋଇଛି ଅନ୍ତର ।୧୧ ।ଦିନେଟି ଉରୁଁ ଉର ଦୂର ହୋଇଲା ଅଚେତ ବଶରେ ।ଝଟ ପରା ନିଦ୍ରା ଭାଜିଗଲା ମୋର ଜାଡ଼ର ତ୍ରାସରେ ।ମନେକଲି ପୁଷ୍ପବତୀ ହୋଇ ପାଶୁଁ ଗଲା କି ସଜନୀ ।କି ଦଣ୍ଡ ପଡ଼ିଲା ଏ କାଳେ କି ରୂପେ ନେବି ଏ ରଜନୀ ।୧୨ ।ଲୋଡ଼ୁ ଶେଯରେ କୁଚେ ହସ୍ତୁ ପଡ଼ିଲା ହେଲି କି ଆବେଶ ।ମୃତ୍ୟୁ ପାଇଥିଲା ପିଣ୍ଡରେ ପୁଣି କି ପରାଣ ପ୍ରବେଶ ।ଅଣିମାଦି ସୁଖ ଆଣିକରି ଆଣି କୋଳକୁ ପାଇଲି ।ସେହି ପ୍ରକାରେ ନିଧୁବନ ଭବନେ ନୀବୀକି ଫେଇଲି ।୧୩ ।ମଲିଟି ବୋଲି ଭିଡ଼ି ଧରି ମୋତେ ସେଅଳପ କମ୍ପିଲା ।ଆଜ ଏକି ରଙ୍ଗ ବୋଲି ସେ ସୁରଙ୍ଗ ଅଧର ଚାପିଲା ।ମଦନ ଆଣିକି ଭାଙ୍ଗିଲି ସେ ଦିନ ସମସ୍ତ ରୂପରେ ।ରସ ଜାଣିବାକୁ ଯୁବତୀ ନ ଥିବ ଜଗତେ ତା ପରେ ।୧୪ ।ବାନ୍ଧିବାକି ଦିନେ ବନ୍ଧ ବିଧାନରେ କୋଳରେ ବସାଇ ।ମୋ ମୁଖ ପାନ ତା ମୁଖେ ଦେଲି ଓଷ୍ଠ ଓଷ୍ଠରେ ମିଶାଇ ।ମୋ ମୁଖେ ତୁ ଦିଅ ଲେଉଟାଇ ବୋଲି ନ କଲା ସମ୍ମତ ।ବୋଇଲା ପଣତ ପ୍ରସାରି ମାଗୁଛି ନ ବୋଲ ଏମନ୍ତ ।୧୫ ।ମୁଁ ବୋଇଲି ବନ୍ଧୁ ଅଧରବିଧୁରୁ ମଧୁକୁ ମୁଁ ନ ପାଇ ।ଏଥକୁ ବିରୋଧି ଲାବଣ୍ୟନିଧିରେ ହେଉଛୁ କିମ୍ପାଇ ।ବୋଇଲା ଦେବତା ପ୍ରତିଷ୍ଠା ସରଘା ଉଚ୍ଛିଷ୍ଟ ରସରେ ।ତେମନ୍ତ ହୋଇଅଛି କି ଆଉ କଥା ବିହୀନ ଦୋଷରେ ।୧୬ ।ଭାଷାରେ ଜିଣି ନ ପାରି ମୁଁ ପ୍ରିୟାର ଚୁମ୍ୱିଲି ଲପନ ।ଆଉ ସେ ବିଧିରେ କେଳି ରଚିବାର ଦେଖିଲା ସ୍ୱପନ ।ନିଦ୍ରାହିଁ ହେଲେ ନୟନେ ନ ଆସଇ ସ୍ୱପନେ ସଙ୍ଗତି ।ହେଉଥିଲେ ମୋର ହେଉଥାନ୍ତା ଟିକିଏ ରୂପେ ସୁଗତି ।୧୭ ।ତାମ୍ୱୁଳ ଭାଙ୍ଗି ବଢ଼ାଇ ଦେଉଁ ଦିନେ ସେ ଅନୁରାଗରୁ ।ଯାଚିକି ତୁଚ୍ଛା କର କାମ କାତରେ ବଶେ ମୋ ଭାଗ୍ୟରୁ ।ଚେତାଇ ଦେଲି କକ୍ଷତଳେ ଚଳାଇ ମୁଁ ତୀକ୍ଷ୍ଣ କରଜ ।ଲାଜ ପାଇଲା ପରି ହୋଇ ନୁଆଁଇ ବଦନ ସରୋଜ ।୧୮ ।ପୁରେ ରହି ଯାଇ କପାଟେ ପାରୁଶେ ବକ୍ରରେ ଅନାଇ ।ମନକୁ ମୋର ଅଧୀନ କରି ନେଲା ତକ୍ଷଣେ ମନାଇ ।ଅର୍ଦ୍ଧଅଙ୍ଗ ଅଙ୍ଗୀକାର ହେଉଛି କି ଭାଷୁଁ ମୁଁ ସହୀକି ।ଶରୀରଯାକ କାହାର କହ ପ୍ରିୟା ଭାଷିଲା ତହିଁକି ।୧୯ ।ବିଶେଷତ କିଣା ବୀଣା ବଚନନୀରେ ଏଗୀରେ ହୋଇଲି ।ପଲ୍ୟଙ୍କ ଅଙ୍କ କର ଧରି ନେଇ ସୁରସ ବିହିଲି ।ନୀବୀ ବାନ୍ଧୁ ବାନ୍ଧୁ ଅଧର ଭିଡ଼ଇ ସ୍ୱଭାବେ ରଦନ ।ବୋଇଲି କାହାକୁ ଏଡ଼େ କୋପ ପକାଇଲାଣି ମଦନ ।୨୦ ।ତହିଁକି କହିଲା ମୁଁ ନିକି ଭାଜନ ଏମନ୍ତ ଭଙ୍ଗୀକି ।ଘେନାଘେନିରେ ତୁଲ ହୋଇ ନାହିଁତ କୋମଳ ଅଙ୍ଗୀକି ।ବନ୍ଧ ଭେଦରେ ଲାଗିଥିଲା ଅଳତା ଲଲାଟେ ଚାହିଁଲା ।ପୋଛି ଦେଇ ମୋତେ ସଖୀକି ବୋଲନ୍ତେ ବୋଲି ସେ ଚାହିଁଲା ।୨୧ ।ମୁଁ ବୋଇଲି କି ବୋଲନ୍ତେ କିମ୍ପା ତୁ ମୋର ଶିରର ଭୂଷଣ ।ତୁ ଅବା ମନକୁ କି ଘେନିଛୁ ମୋତେ କୁହଇ ଭୂଷଣ ।ଏ ବଚନେ କୃତକୃତ୍ୟ ହେଲା ପରା ହୋଇଲା ଜୀବନ ।ଲୁଚି ହୋଇଯାଇ କି ନା ବୋଲି ଦେଲା ଅମୂଲ୍ୟ ଚୁମ୍ୱନ ।୨୨ ।କବରୀ କରିଦିଅ ମୋତେ ପ୍ରତ୍ୟକ୍ଷେ ନ ବୋଲେ ବାଳିକା ।କୁନ୍ଦର କରବୀର କୁସୁମ ମିଶାଇ ବିରଚି ମାଳିକା ।ସୁନ୍ଦରମାଳା ହେଲା ବୋଲି ଦେଖାଇ ଧଇର୍ଯ୍ୟ ଖଣ୍ଡନା ।ରମଣୀ ହୃଦୟମଣୀ ମୁଁ କେଶ କରନ୍ତେ ମଣ୍ଡନା ।୨୩ ।ଅନୁଗ୍ରହ ପାଇଲାର ଭୃତ୍ୟ ପରି ଓଳଗି କରଇ ।କେମନ୍ତ ଘେନାଘେନି ଘେନି ସୁମନା ମନକୁ ହରଇ ।ଚାହୁଁ ସ୍ନେହ ବଶେ ବସାଉଁ କୋଳେ ମୁଁ ଲାବଣ୍ୟବତୀକି ।ଥରେ କେତେ ଖସିବସି ଅବନୀରେ ବଢ଼ାଇ ପ୍ରୀତିକି ।୨୪ ।ଆଉ ପାଇବିକି ଯୁବତୀ ବରକୁ ନୋହୁଛି ପରତେ ।ଯୋଗୀ ହୋଇ ଯାଇ ଦେଲା ଭାବ ମାନ ଜପିବି ନିରତେ ।ବାଞ୍ଛାତରୁ ତଳେ ବସି କାଶବାସୀ ତୋଷି ଏ କାମନା ।ଗଙ୍ଗାସାଗରେ ଝାସ ହେଲେ ଲଭିବ ଗଜେନ୍ଦ୍ର ଗମନା ।୨୫ ।ଯେଉଁ ରୂପେ ହସେ ମୁଖୁଁ ସୁଧା ଖସେ ଦିଶେ ସେ ଦିଶୁଛି ।ଯେଉଁ ରୂପେ ଆସେ ପୁରତେ ମୋ ବସେ ମନେ ସେ ପଶୁଛି ।ଯେଉଁ ରୂପେ ଭାଷେ ବଚନ କର୍ଣ୍ଣେ କି ଏ କ୍ଷଣି ଦହୁଛି ।ତେବେ ଅତ୍ୟନ୍ତ ଶୀତଳ କରୁଥିଲା ଏବେ ତ କହୁଛି ।୨୬ ।ଏଣୀ ନୟନାକୁ ପାଇଲେ ଏଣିକି ଏମନ୍ତ କରିବି ।ଦଣ୍ଡେ ହେଁ ନ ଛାଡ଼ି ଚକ୍ଷୁ ନ ପିଛାଡ଼ି କୋଳରେ ଧରିବି ।ମୁହିଁ ସଖୀ ହୋଇ ନୀତିକି ବଢ଼ାଇ ଦେବି ଯେ ତାହାର ।ନିୟମ ପକାଇ ପଞ୍ଚଗ୍ରାସୀ ପରି କରିବି ଆହାର ।୨୭ ।ଦିବସ କାଳରେ ରତି ସିନା ନାହିଁ କରିଛି ଦଇବ ।ଭୁଜେ ଭୁଜ ଛନ୍ଦାଛନ୍ଦି ହୋଇ ହୃଦ ଉପରେ ଶୋଇବ ।ବର୍ତ୍ତି ଥିବା ଯାକ ବ୍ରତୀ ହୋଇଥିବି ତାହାକୁ ପାଇଲେ ।ରତି କେବଳ ନିଷେଧ ନ କରିବ ଏମନ୍ତ ହୋଇଲେ ।୨୮ ।ରାତି ତ ରାତି ଦିବସ ଏହି ମତି କରିବି ମୋ ମନ ।ଯେବେ ଗାଉଥିବ ଛାଇ ପ୍ରାୟେ ପଛେ କରିବି ଗମନ ।ଗଣ୍ଠି ଦେଇଥିବି ବସନେ ବସନ ରଜନୀ ଦିବସେ ।ଏମନ୍ତ ଯତ୍ନ କରିଥିଲେ ଆଉ କି ଅନ୍ତର ହେବ ସେ ।୨୯ ।ବିଚାରୁ ବିଚାରୁ ଭୀରୂଭାବମାନ ଲଭିଲା ମୋହକୁ ।ଶୀତ ଉପଚାରରେ ସଖାଏ ସାନ୍ତ୍ୱନା କଲେ ତା ଦେହକୁ ।ଜ୍ଞାନବଶେ ଭାଷେ ଏରୂପେ ଦିନେତ ବିଅର୍ଥ ମରଣ ।ଲଭିବି ପ୍ରିୟା ଆହା କଲେ ସିନା ମୁଁ ଲଭନ୍ତି କାରଣ ।୩୦ ।ବୁଝାଉ ଥାଇ ଜୀବ ତୋତେ କେତେ ମୁଁ ନ କଲୁ ବୋଲରେ ।ଥାଉ ଥାଉ ଜୀବେଶ୍ୱରୀ ସୁକୁମାରୀ ସୁନ୍ଦରୀ ତୁଲରେ ।କହୁ କହୁ ପ୍ରିୟା ବୋଲି ତାକୁ ଚାହୁଁ ଚାହୁଁ ତା ମୁଖକୁ ।ଯାଇଥିଲେ ପାଇଥାନ୍ତି ତୁ ପରମ ନିର୍ବାଣ ସୁଖକୁ ।୩୧ ।ତେଣେ ନୃପସୁତା ବିରହ ଆରତେ କହଇ ସଖୀକି ।ସତେ ପରାଣ ଈଶ୍ୱରଙ୍କୁ ବାରେ ମୁଁ ପାଇବି ଦେଖିକି ।ଅଭିନ୍ନ ବୋଲି ଡାକୁଥାନ୍ତି ମୋତେ ସେ କି ଘେନି ମନରେ ।ଅକାର ହରଣ କଲାତ ବିଧାତା ଅଳପ ଦିନରେ ।୩୨ ।ଏକା ହୋଇ ଏ କଠୋର ଯାମିନୀରେ କେମନ୍ତେ ଶୋଇଲେ ।ନୃପତି ନନ୍ଦନ କଷଣ ସହ ସେ ନୁହନ୍ତି ଦଇବେ ।ନ ପୁଣି ମୋ ଆଶା ଛାଡ଼ି ଆନେ ଆଶା କରି ସେ କୁମାର ।ଦିନ ବଞ୍ଚୁଥିବେ କେମନ୍ତେ ଆସିବେ ପୁରୁଷ ଭ୍ରମର ।୩୩ ।ଏମନ୍ତ ହୋଇଥିଲା ତ ଭଲ କଥା ଥିବାର ସେ ଜୀବେ ।ଦିନ ଦିନକ ପୀରତି ଭାବି ମୋର ଲୋତକ ତେଜିବେ ।ମୋହ ପ୍ରସଙ୍ଗ ଦିନେ ଦିନେ ବଲ୍ଲଭୀ ଆଗରେ କହିବେ ।ଆଉ ନିକି ଜୀବେ ଥିବ ବନ୍ଧୁ ତୋର ଆକୁଳ ହୋଇବ ।୩୪ ।ସଖୀ ଜେତାଇ କହିଲେ ରେ ସଜନୀ ତୁହି ତ ଗୁଣିକ ।ଜଉ ବିଦମାଳ ଘେନାଇଁ ଯେ ପୁଣି ବହଇ ମାଣିକ୍ୟ ।ଦିନକ ପଥ ମାସକେ ନ ସରିବ ଦୁର୍ବଳ ବଶରେ ।ତୋର ଆଶାରେ ଆସି ସେ ହୋଇବେନି ନିକଟ ଦେଶରେ ।୩୫ ।ସ୍ୱପନେ ଦେଖିଲି ଜନକ ନନ୍ଦିନୀ ସ୍ୱରୂପେ କାମିନୀ ।କହିଲେ ନିକଟେ କାନ୍ତକୁ ଲଭିବ କରନ୍ଦ୍ରୀ ଗମନୀ ।କହେ ଉପଇନ୍ଦ୍ର ବୀରବର ଆଶା ଏଣୁ ତା ଉଦିତ ।ରସିକ ଭ୍ରମର ତୋଷଦ ମାଳତୀ ଏ ଛାନ୍ଦ ବିଦିତ ।୩୬ ।ଚତୁଃଚତ୍ୱାରିଂଶ ଛାନ୍ଦବିରହେ ଶିଶିର ଏବଂ ବସନ୍ତ ଋତୁ ବର୍ଣ୍ଣନ(ରାଗ- ବିଚିତ୍ରଦେଶାକ୍ଷ)ଶିଶିରକାଳ କାଳ ପ୍ରାୟ ପ୍ରବେଶ ନାଶ କଲା ପଦ୍ମିନୀକି ।ଦିନବନ୍ଦୁ ପରା ପତି ଥାଉଁ ବାଜେ ନଗର ପାଶେ ତହିଁକି ।ଶିବାଧ୍ୱନି ଡେଙ୍ଗୁରକ ।ବିଯୋଗୀ ଶୁଣି ଉତ୍ସୁକ ।୧ ।ତୁଷାର ଜଳରେ ପ୍ରଳୟ ରଚିଲା ବିଦେଶୀ ନ ପାଇ ସ୍ଥଳମକର ମୁଖରୁ ଆଉକି ବଞ୍ଚିବା ଭାବି ସେ ହେଲା ବିକଳରଜନୀ ପାଶରେ ଜନ ।ବନ୍ଧନ ପରା ଶୟନ ।୨ ।ଏମନ୍ତ ଋତୁକୁ ଚାହିଁ ନୃନସୁତ ଲୋଚନେ ଲୋତକ ଭରିଘେନି ମାଘକୁ ବାଘକରି ମନରେ କରୁଅଛି ପୁରଃସରି ।ମୋତେ ନ କଲେ ଆହାର ।ପୂରିବ ତୁମ୍ଭ ଉଦର ।୩ ।ବାଳାଦୁଃଖେ ଦୁଃଖୀ ବାଳସୁଖେ ସୁଖୀ ସମସ୍ତ ପ୍ରକାର ମୁହିଁମୋ ଆୟୁଷ ପାଇ ଜିଇଁଥାଉ ପଛେ ଶବଦ ଅମ୍ବୁଜ ମୁହିଁ ।ଏ ରୂପେ ଯେଉଁବାଳାକୁ ।ଦେଖିବ ତେଜିବ ତାକୁ ।୪ ।ଶ୍ରାବଣଗିରି ଶୋଭାକୁ ବହିଥିବ ଯାହାର ଉତ୍ତୁଙ୍ଗ ସ୍ତନ ।ଲୋତକ ଜଳରେ ଜରଜର ହୋଇ ନ ଥିବ ପତ୍ରାଳି ପୁନଃରାମା କାମ କୋପଭରୁ ।ବିଗତି ପରାୟ ତରୁ ।୫ ।ଅର୍ଦ୍ଧଶଶୀ ଅର୍ଦ୍ଧ ନବଜଳଧର ଖଣ୍ଡେ ଗଲା ପ୍ରାୟ ପଶିବଢ଼ି ଯାହାର ଅଚଳ ବଳିଥିବ ଝଳି ଅଳକକୁ ଗ୍ରାସି ।ତାଟଙ୍କ କଟକ ଦୁଇ ।ଯେ ମାତ୍ରକ ଥିବ ବହି ।୬ ।ସଖୀ ଅବା ଲେଖି ଦେଉଥିବେ ନୟନେ କଜ୍ଜ୍ୱଳ ଗାରମଧୁକ ପୁଷ୍ପ ଭୃଙ୍ଗପରି ସେ ଜଳ ଗଣ୍ଡେ ରହିଥିବ ଯାର ।ଦେଖି ସେ କମଳ ନାଡ଼ ।ସୁମରୁଥବ ଗରୁଡ଼ ।୭ ।କଷିଟି ପାଷାଣେ କାରବାନିସୁନା ଗିରାପରା ହୋଇ ସେହି ।ପଙ୍କଜ ପଲ୍ଲବ ଶେଯେ ଶୋଇଥିବ ମୋହରି ବଲ୍ଲଭୀ ସେହି ।ଛାଡ଼ିବୁ ତାକୁ ମାତର ।ଏତିକି ପ୍ରାର୍ଥନା ମୋର ।୮ ।ତୁ ଅବା ବୋଲିବୁ ତୋର ସୃଷ୍ଟି ବୁଡ଼ିବ ଗଲାଠାରୁ ତୋର ଜୀବତା ଶୁଭ ଏଥିକି ବାଞ୍ଛାକରଇ ମୁଁ ମୋତେ ସେ ଗତି କରିବ ।ଜଳଦାନ ଲୋତକରେ ।ରୋଦନସ୍ୱନ ବାକ୍ୟରେ ।୯ ।ଆହୁରି କଥାଏ ଯଥା ଏକ ନାମ ଅଶ୍ୱିନୀକୁମାର ଦୁଇସେହି କଥା ପ୍ରକାରେ ତା ପ୍ରାଣ କେବଳ ଯୁଗଳ ଦେହୀ ।ଯେବେ ମୋର ପ୍ରାଣ ଯିବ ।ବାଳା ଦେହେ ସମ୍ଭାଇବ ।୧୦ ।ଜବାଧରୀ ଦେହ ଇତର ନୁହଇ ଯୁବାକୁଣ୍ଠ ପୁର ।ପରମ ପଦବୀ ଏମନ୍ତ ବୋଇଲେ ଭୋଗ ନୋହିବ କି ମୋର ।ଏସନ ଭାବନା କରି ।ଶିଶିର ଋତୁକୁ ହରି ।୧୧ ।ଏ ଅନ୍ତେ ମନୋହର ହୋଇ ପ୍ରବେଶ ହୋଇଲା ଋତୁ ରାଜନପଞ୍ଚମ ସ୍ୱରରରେ ପରଭୃତ କଲେ ମଙ୍ଗଳ ଗୀତ ଗାୟନ ।ଝିଙ୍କାରିଝଙ୍କାରସ୍ୱର ।ବାଜିଲା ବିଜୟ ତୂର ।୧୨ ।ନବପଲ୍ଲବ ଚଳିତ ଛଳେ ଚାଳେ ଖଦି ତରୁ ପରିକରକୁବେଲି ମୂଳ ଚାମର ପରି ସେହୁ ନିରତେ କରି ଆଦର ।ଉଡ଼େ କୁସୁମ ପରାଗ ।ପ୍ରକାଶ ଚର୍ଚ୍ଚରୀ ରଙ୍ଗେ ।୧୩ ।ଭୃଙ୍ଗଧ୍ୱନିଛଳେ ନବ କମଳିନୀମାନେ ଦେଲେ ହୁଳହୁଳିନାଗେକେଶ୍ୱରୀ ପାଦପ ପୁଷ୍ପଛଳେ ଧଇଲା କି ଛତ୍ର ତୋଳିକାନନ ମଗରେ ଜଳି ।ସୁନାରୀ ବଜ୍ର ପାଟଳୀ ।୧୪ ।ମଲ୍ଲିକା ଆଳିକା ଚମ୍ପା ନିଆଳିକା ନବୀନ କୁସୁମବତୀତଥାପି ମହିଷୀ ସଲିଳ ଅଙ୍କରେ ଶୟନେ ବଳାଇ ମତି ।ମଳୟ ପବନ ଚାର ।ସଧୀରେ ଆଗେ ପ୍ରଚାରେ ।୧୫ ।କାମସେନା କି କେତକୀକଢ଼ ଯମଦାଢ଼କୁ କରି ବିକୋଷ ।ବିଦେଶୀ ପରେ ତର୍ଜ୍ଜନା ଏକ କରେ ଏଥିରେ କରିବି ନାଶ ।ଛୁରିଅନା ହୋଇ ବାଣୀ ।ପ୍ରକଟ ହୋଇଲା ପୁଣି ।୧୬ ।କାମମିତ୍ର ମନ୍ତ୍ରୀ ଏମନ୍ତ ଶିଖାଇ ବିଦେଶୀ ଗୋତ୍ର ନ ରଖଜ୍ଞାନ ଧନମାନ ଲୁଟି କରିବାକୁ ଲେଖିବା ସନ୍ତକ ଲେଖ ।ସମ୍ପାଦି ଏଣୁ କେତକୀ ।ବିଯୋଗୀ ବଡ଼ ପାତକୀ ।୧୭ ।ଏ ରସମୟ ସମସ୍ତକୁ ଅନାଇଁ ବିକଳେ ଲାବଣ୍ୟବତୀବିଚାରେ ଏ ଯୁବାବୟସେ ଏ ମାସେ ମୋର କୋଳେ ନାହିଁ ପତି ।କେମନ୍ତେ ବଞ୍ଚିବି ଦିନ ।କି କଲେ ପଦ୍ମଲୋଚନ ।୧୮ ।ଚନ୍ଦନ ପିଚିକା ସଜାଡ଼ି ମାରନ୍ତି ମୋ ଉର କରି ଯେ ଲାଖତାହା ବଞ୍ଚାଇ ମୁଁ ନଚାଇଲେ ଭୂରୁ ଜନମନ୍ତି କେଡ଼େ ସୁଖବୋଲନ୍ତି ଚାପରେ ବାଣ ।ସନ୍ଧି କରିବୁ ରଣ ।୧୯ ।ରତିଶ୍ରମରେ ଘର୍ମ ହେଲେ ବାହାର ପୁଚ୍ଛନ୍ତି ବାଧିଲା କିରେଶେଷରେ ବାସରେ ପୋଛିଦେଇ ଚୁମ୍ୱଦିଅନ୍ତି କେଡ଼େ ସ୍ନେହରେ ।ଲେପନ୍ତି ଚନ୍ଦନ ତନୁ ।ସେ ଭାବ ଯିବ ମନୁ ।୨୦ ।ଏ ଭାବ ସୁମରି ନିଶ୍ଚେ ଏବେ ମଲିଦିନେ ନାଗେଶ୍ୱର ଗୁଣ୍ଡମୁଚୁଳି କରିବା ବ୍ୟାଜରେ ଅଣାଇ ମୋର ଉରଜରେ ମଣ୍ଡି ।ଆଲିଙ୍ଗନରେ ପ୍ରମୋଦେ ।ହୃଦ ଲଗାଇଲେ ହୃଦେ ।୨୧ ।ମୁହିଁ ଅଳପ ହସିଲା ହୋଇଲାକୁ ବୋଇଲ ଦିଶିବ ଶୋଭାନିତି ଆରାମକୁ ଯାଇଁ ଏହିପରି କରିବା କନକ ପ୍ରଭା ।ରହିଲି ମୁଁ ଲାଜ ପାଇ ।ବୋଇଲେ କର ତୁ ହୋଇ ।୨୨ ।ଏମନ୍ତ କହୁଁ ସେ ସହୀକି ମହୀକି ମହିଳାରତନ ଢଳି ।ଏ ଋତୁ ଆଗମେ ଭାଳି ନ ପାରିଲା ବଲ୍ଲଭ ବଲ୍ଲଭୀ କେଳି ।ସୁମରି ଶ୍ରୀ ରାମଚନ୍ଦ୍ର ।କହେ ଭଞ୍ଜ ଉପଇନ୍ଦ୍ର ।୨୩ ।ପଞ୍ଚଚତ୍ୱାରିଂଶ ଛାନ୍ଦଚନ୍ଦ୍ରଭାନୁର କୀର୍ତ୍ତି ଓ ଯୁଦ୍ଧ ବର୍ଣ୍ଣନ(ରାଗ-ବିଭାଗ ଗୁଜ୍ଜରୀ )ଏ ଅନ୍ତେ ଶୁଣ କୋବିଦେଚନ୍ଦ୍ରଭାନୁ କୀର୍ତ୍ତି ଉଦେଏତେ ସ୍ଥାନେ ଚନ୍ଦ୍ର ହେବ ହେ ।ଜମ୍ୱୁ ପ୍ଳକ୍ଷ କୁଶ କ୍ରୌଞ୍ଚଶାକ ଶାଳ୍ମଳୀରେ ଘଞ୍ଚହୋଇ ପୁଷ୍ପରକୁ ବୋଲି ଯିବ ହେ ।୧ ।ଏଥିରେ ନୁହନ୍ତେ ଠାବବିଳେ ପଶି ତଳେ ଯିବଅତଳ ନିତଳ ବିତଳକୁ ହେ ।ଗଭସ୍ତି ମହାକ୍ଷ ଘେନସୁତଳ ପାତାଳ ସ୍ଥାନନିରତେ କରିବ ଉଜ୍ଜ୍ୱଳକୁ ହେ ।୨ ।ପାଦ ବିଧୁ ପାବଚ୍ଛରେଦେଇ ଗମିବ ସ୍ୱଚ୍ଛରେଊର୍ଦ୍ଧ୍ୱକୁ କୀର୍ତ୍ତି ପଟଳତାର ହେ ।ଭୂର୍ଭୂବସ୍ୱ ମହାଜନତପ ସତ୍ୟାଦି ଭୁବନଗ୍ରାସେ ହୋଇ ପୃଥୁ କଳେବର ହେ ।୩ ।ଫୁଟିବ ବ୍ରହ୍ମାଣ୍ଡ ଭାଣ୍ଡଅତି ବୃଦ୍ଧି ହୋଇ ପିଣ୍ଡଉପରକୁ ଯିବ ସେ ବାହାରି ହେ ।ପ୍ରଳର ଅବକାଶଯହିଁରେ ନାହିଁ ତ ଯଶଚିର ହୋଇ ରହିବ ବିହରି ହେ ।୪ ।ଯେବଣ ଉତ୍ତର କୁରୁ-ବାସୀ ଅସ୍ରପ ଭୟରୁରମ୍ୟକ ଭଦ୍ରାସ୍ୱ ନିଦ୍ରା ନୋହ ଯେ ।କମ୍ପୁଥାଇ କିଂପୁରୁଷଏଳାବୃତ ହରିବିଷକେତୁମାଳ ଉଚ୍ଛନ୍ନ କରାଇ ଯେ ।୫ ।ପାଦଘାତେ ଟଳେ ଯାରହିରଣ୍ମୟ ନିରନ୍ତରହିମାଳୟ ତଳ ଋଷି ଗ୍ରାସି ହେ ।ହେ ଭାରତ ଖଣ୍ଡବୀର ଚନ୍ଦ୍ରଭାନୁ ରକ୍ଷାକରକୋଟି ପରିମିତ ଉଚ୍ଚେ ଭାଷି ହେ ।୬ ।ଉପସ୍ଥିତ ଅଦଭୁତେସ୍ୟନ୍ଦନେ ହେଲା ପୁରତେଦିବ୍ୟାୟୁଧେ ହୋଇଛି ମଣ୍ଡିତ ଯେ ।ସୂତ ହେଲା ମନ୍ତ୍ରୀ ସୁତପାଶେ ଆଉ ତିନି ମିତଗଲାସେ ଅରି କରି ଖଣ୍ଡିତ ଯେ ।୭ ।ରିପୁବଳ ଚାହିଁ ବପୁପ୍ରକାଶ କରଣେ କୋପୁଁଅଟ୍ଟହାସ ପରକାଶ କଲା ହେ ।ସ୍ପୁଟ କୋକନାଦ ପ୍ରାୟେନେତ୍ରଯୁଗ୍ମ ଶୋଭାପାଏବାହାସ୍ପୋଟ ପୁନଃ ପୁନଃ ଦେଲା ହେ ।୮ ।ଅଧରେ ରଦନ ତହିଁଚାପରେ ରୋପ ବସାଇବୀରକେଶରେ ପକାଇ କର ହେ ।ଅଶନି ଅଭେଦ ପିଣ୍ଡ-ମାନ କଲା ଖଣ୍ଡ ଖଣ୍ଡଶରଯ ଉପରେ ପ୍ରହାରି ଶର ହେ ।୯ ।ତହିଁ କାଣ୍ଡ ଜଳଧରଇନ୍ଦ୍ରଧନୁ ଜଳପରାପୁଣି ପୁଣି ଧ୍ୱନିତ ସ୍ତନିତ ହେ ।କର କୃପାଣ ଝଟକଶମ୍ପା ଚହଟ ଛଟକବାଟୁଳି କରକାବଳୀ ମତ ହେ ।୧୦ ।ଏମନ୍ତ ବୃଷ୍ଟି ସମ୍ପାଦିତତ୍କାଳେ ଏମନ୍ତ ନଦୀକବନ୍ଧ ନାଟ ପ୍ରକଟ ହୋଇ ଯେ ।କୀଲାଲ କି ଲାଲ ଫଳଜମ୍ୱାଳ ହେଲା ଆବିଳପତାକା ଲହରୀ ଶୋଭା ଯହିଁ ହେ ।୧୧ ।ସ୍ୟନ୍ଦନ ତରଣୀ ଶିରଉତ୍ପନ୍ନ କୁମ୍ଭୀ କୁମ୍ଭାରମୀନ ତୁରଙ୍ଗ ବସନେ ଫେନ ହେ ।ଚର୍ମ ଆଡ଼ଣୀ କମଠଭୁଜ ତୁରଙ୍ଗ ପ୍ରକଟପତ୍ତି ଆର୍ତ୍ତବର ଭେକ ସ୍ୱନ ହେ ।୧୨ ।ପରିପନ୍ଥା ଦମ୍ଭ ତଟ ବିଟପୀ ହୋଇଲେ ଭ୍ରଷ୍ଟବୁଡ଼େ ଦୁଷ୍ଟକୁଳେ ଚାହିଁବାରେ ହେ ।ରବି ରଥ ମଧ୍ୟ ପଥପୂର୍ଣ୍ଣ ହେଲା ଦେବସୁତଶ୍ରମ ହେଲେ ରଥ ବାହିବାରେ ଯେ ।୧୩ ।ଚାଳନା କରି ଚାମରବ୍ୟଥା ଅପସରିବାରମଳୟାଦି ଗନ୍ଧସାର ଶେଷ ହେ ।ଚଇତ୍ରରଥ ନନ୍ଦନହୋଇଲେ ପୁଷ୍ପ ବିହୀନଅତି ସଘନ ଶମନିବାସ ହେ ।୧୪ ।କେଶ ମୁକୁଳା ବିବାସଦର୍ଶନେ ତୃଣ ଅଜସ୍ରପଳାୟିତ ରିପୁ କମ୍ପ ବଶେ ହେ ।ସ୍ତିରୀ ଧରି ନାରୀମଧ୍ୟ କେ ନିବାସ କରିଲତା ବୃକ୍ଷ ବୀର ପ୍ରାୟେ ଦିଶେ ହେ ।୧୫ ।ଅରି ନାରୀଏ ତ୍ୱରିତରୋଦନ ସ୍ୱରେ ପୂରିତହରିତମାନଙ୍କୁ ତହିଁକଲେ ହେ ।କଶ୍ରୁରେ ପଙ୍କିଳ ମହୀହେବାରେ ହାଳିକେ ଚାହିଁକୃଷି କାରଣେ ଉତ୍ସାହୀ ହେଲେ ହେ ।୧୬ ।କଚାଡ଼ୁଁ କର କଙ୍କଣବିଞ୍ଚି ହେଲେ ରତ୍ନ ଗଣବୁଣିଲାର ପ୍ରାୟ ଶସ୍ୟ ବୀଜ ହେ ।ଚିତ୍ତରେ କରୁଣା କରିଛାଡ଼ିଦେଲା କେତେ ଅରିନବରସେ ନବଗ୍ରହ ଏହି ହେ ।୧୭ ।ଦେଖି ନୃପଜ ଚରିତଦେବଙ୍କୁ ଦେବେ କଥିତନବରସେ ନବଗ୍ରହ ଏହି ହେ ।କୃପାରେ ସୁର ନିଶ୍ଚୟବୀରସେ କେତୁ ପ୍ରାୟଆଦି ରସେ କବିପଣ ବହି ହେ ।୧୮ ।ଅଦ୍ଭୁତେ ମଙ୍ଗଳେ ସତହାସ୍ୟରେ ମନ୍ଦ ବିଦିତଭୟାନକେ ତମ ପରି ଜାଣ ହେ ।ଗ୍ରହବୀର ବୀଭତ୍ସରେବୁଧ ଏ ରୌଦ୍ର ରସରେଶାନ୍ତରେ ଚନ୍ଦ୍ରପରି ଜାଣ ହେ ।୧୯ ।ଏଶତ୍ରୁ ସିଂହ ରାଶିରେକ୍ରୀଡ଼େ ଆମ୍ଭ ଉପକାରେଏବେ ହେଉ କନ୍ୟାରେ ଏ ଯୋଗ ହେ ।ଶାପକାଳ ହେଲା ଲୋପବିନାଶ ମାନସ ତାପପୁରେ କରୁ ମହାମହ ଭୋଗହେ ।୨୦ ।ଏସନ ସନ୍ତୋଷ କ୍ଷଣେରଥ ଉଡ଼ିଲା ଗଗନେଭ୍ରଥଖଣ୍ଡେ ଛାଡ଼ି ଅନ୍ତର୍ଦ୍ଧାନ ହେ ।ପିଶାଚ ପ୍ରେତ କୁଷ୍ମାଣ୍ଡଜମ୍ୱୁକଡାକିନୀ ରୁଣ୍ଡଗୃଧ୍ରବୃନ୍ଦ ମଣ୍ଡିଲେ ଶ୍ମଶାନେ ହେ ।୨୧ ।ଭୂତ ମଧ୍ୟରେ ଅଧପଏ ତିନିହେଁ ଚଣ୍ଡରୂପଅଘୋରଘଣ୍ଟ କପୋଳଘଣ୍ଟ ହେ ।ଚାହିଁ ବିସ୍ମୟ ହୋଇଲେକି କୃତ୍ୟ କଲା ବୋଇଲେଏକାଳେ ପ୍ରେତ ହେବେ ତୁଷ୍ଟ ହେ ।୨୨ ।ଭାରତେ ଏ ରୂପେ ରକ୍ତନଦୀ ହୋଇଥିଲା ବ୍ୟକ୍ତବୋଲି ଚଣ୍ଡରୂପ ପ୍ରଚାରିଲା ଯେ ।କଳ୍କି ମାରଣରେ ଏତେଶବ ଦେଖିଥିଲି ନେତ୍ରେଆଲୋକିତ ଭୋଜି ପ୍ରେତେ ଦେଲା ଯେ ।୨୩ ।ପିଇଲେ ରୁଧିର ପଣାପରିରେ ପ୍ରେତ ଅଗଣାମଣ୍ଡାପରି ମୁଣ୍ଡ ଚୋବାଇଲା ଯେ ।ପାଇଲା ଯେ ଭୁଜ ପାଦୁମତ୍ସ୍ୟ ଉପହାର ସ୍ୱାଦୁନଖ କଣ୍ଟକ ବାହାର କଲେ ଯେ ।୨୪ ।ଘୃତପରି ପ୍ରେତ ଲିହିନୃତ୍ୟକଲେ ଗୀତ ଗାଇହୃଦେ ମେଦ ବ୍ୟଞ୍ଜନ ସୁସ୍ୱାଦେ ହେ ।ମାତିଲେ ଜରତାମାନେପିଞ୍ଜା ମାଂସେ ଶରମୁନେପ୍ରବର୍ତ୍ତିଲେ ବୀର ଆର୍ଶିବାଦେ ହେ ।୨୫ ।ପ୍ରେତରଙ୍କୁ ନିଃଶଙ୍କରେଶବ ପକାଇ ଅଙ୍କରେଚରଣେ ଲମ୍ୱାଇ ବସିଛନ୍ତି ଯେ ।କରନ୍ତି କବଳ ପଳଦେଖାଇ ଆପଣା ବଳମାଡ଼ି ପାଦେ ଶବ ଶିବାପନ୍ତି ଯେ ।୨୬ ।ଶ୍ୱାନ ପାଞ୍ଚ ସାତରୁଣ୍ଡଓଟାରନ୍ତି ମୃତ୍ୟୁ ପିଣ୍ଡଖଣ୍ଡ ଖଣ୍ଡ କର ଘେନିଯାଇ ହେ ।ଲୁଚାଇ ଗୁଳ୍ମ ତଳରେପୁଣି ହିଁ ସେହି ପ୍ରକାରେକୌଣସି ମଧ୍ୟକୁ ଆସେ ଧାଇଁ ହେ ।୨୭ ।ଗୃଧ୍ରେ ଯେ ହୋଇ ଫୁରୁଣାଚଞ୍ଚୁକୁ ବିସ୍ତାରି ଡ଼େଣାହଲାଇ ମତ୍ତ ପିଶିତାଶନେ ଯେ ।ଯେ ଯେତେ ପାରିଲେ ତେତେବହିଲେ ଭୋଜନ ଅନ୍ତେପ୍ରେତେ ବହୁଳ କାଳ ବଞ୍ଚନେ ହେ ।୨୮ ।କଇଳାସ ଦେଖି ଶୂନ୍ୟଜାଣିଲେ ପଞ୍ଚବଦନକେତେସୁକଲ୍ୟାଣ କଲେ ତୋଷ ସେ ।ଆଶୀର୍ବାଦ କରିବାକୁମୁନିଦେଖି ବୀରକୁପ୍ରବେଶହେଲେ କର୍ଣ୍ଣାଟ ଦେଶେ ସେ ।୨୯ ।ଜରତ ବିମ୍ୱ ଅଧରଭରତ ଜ୍ୟେଷ୍ଠ ସୋଦରନିରତେ ମୋ ଚିତ୍ତେ କର ସଦ୍ମ ହେ ।କହେ ଉପଇନ୍ଦ୍ର ଭଞ୍ଜପ୍ରଭୋ ରଘୁବଂଶ ରାଜଅଯୋଧ୍ୟା ରାଜନ ପରଂବ୍ରହ୍ମ ହେ ।୩୦ ।ଷଷ୍ଠ ଚତ୍ୱାରିଂଶ ଛାନ୍ଦଚନ୍ଦ୍ରଭାନୁର ସ୍ୱଦେଶ ଗମନଓ ଲାବଣବତୀ ସହ ମିଳନ(ରାଗ- କଳସ, ଆଶାବରୀ )ଗୁଣବନ୍ତେ ଏ ଗୀତମଣିକି ମାଳାକାର ।ନିର୍ଗୁଣେ ଏ ଘେନିବାକୁ ନାହିଁ ମୋ ବିଚାର ହେ ।୧ ।କୁମର ଦେଖି ସ୍ୱଦେଶାଗତ ପୁରୁଷକୁ ।ପଚାରିଲେ ନିଜ ରାଜ୍ୟ ଶୁଭ ସନ୍ଦେଶକୁ ଯେ ।୨ ।ସେ କହିଲା ସର୍ବ ଶୁଭ ମନ୍ଦ ଏତେ ମାତ୍ର ।ସିଂହଳ ନୃପତି ଜେମା ଅତି କ୍ଷୀଣ ଗାତ୍ର ହେ ।୩ ।ନ ରହୁଛି ନିଜ ନୟନରେ ଆଉ ନୀର ।ନ ଉଠୁଛି ଅବନୀ ଶୟନୁ ନିରନ୍ତର ଯେ ।୪ ।ନବଦ୍ୟ ତାପ ଲଭିଛି ନୃପତି କୁମାରୀ ।ବିଳାପ କଳାପ ତାର ଭୂତାବେଶ ପରି ଯେ ।୫ ।ପଦ୍ମନୀରେ ଉପଚାର କରିବାକୁ ଘେନ ।ସରସୀମାନେ ହେଲେଣି ପଦ୍ମିନୀ ବିହୀନ ଯେ ।୬ ।କାଳିପରି ପରାଣ ତେଜିବା ପରି ସେହି ।ଦେହଳୀ ବଳି ଚଳିବା ଭଳି ବଳାନାହିଁ ଯେ ।୭ ।ହା ରାବରେ ସଦନ ତ ଦଣ୍ଡେ ଶୂନ୍ୟ ନାହିଁ ।ହା ରାବରେ ଭୁଜଙ୍ଗମ ଭ୍ରମ ଉପୁଜାଇ ଯେ ।୮ ।ଚତ୍ୱାରେ ଦେଖଇ ପୁଚ୍ଛିବାକୁ ତୁମ୍ଭ ବାର୍ତ୍ତା ।ବଳିଭୁଜେ ବଳିଦେଇ ତ୍ରବଳି ଶୋଭିତା ଯେ ।୯ ।ଯେତିକି ବିଳମ୍ୱ ତୁମ ପ୍ରଳମ୍ୱ କୁନ୍ତଳା ।ତେତିକି ତେତିକି କରୁଅଛି ଜୀବେ ହେଳା ଯେ ।୧୦ ।କେଉଁ ଭାଗ୍ୟେ ଜିଇଁଅଛି ନୁହଇ ଗୋଚର ।ଦୂର କଲାଣି ସମସ୍ତ ଆହାର ବିହାର ଯେ ।୧୧ ।ବିହାର ଏତିକି ତୁମ୍ଭ ରୂପ ଦିଶେ ଦିଶି ।ଉଠି କୋଳ କରିବାକୁ ହୁଅଇ ଲାଳସୀ ଯେ ।୧୨ ।ଆହାର ଏତିକି ତବ ରସ ଆସ୍ୱାଦଇ ।ତର୍କୁଛି ଲଭିବା ଲୋଭ ଅଛିକି ଜିଆଇଁ ଯେ ।୧୩ ।ବେନିଅଳଙ୍କାରରୁ ବେନି ହୋଇଛି ମଣ୍ଡନ ।କରରେ ଅତୁଲ୍ୟ ପ୍ରତି ଅଙ୍ଗରେ ତପନ ଯେ ।୧୪ ।ଜୀବେ ଅଛି ଶୁଣିବାରୁ ହରଷ ଲହରୀ ।ବିରସ ସରିତୁଁ ତାର ବାହାର ବିହରି ଯେ ।୧୫ ।ସେ ରସିକ ସିନ୍ଧୁଜାତି ତୁରଙ୍ଗ ଅଣାଇଁ ।ଆରାହଣେ ପବନ ପରାୟେ ଉଡ଼ିଯାଇ ଯେ ।୧୬ ।ଯାଉ ଯାଉ ବିଚାର କରଇ ମନେ ମନେ ।କରୀବର ଗମନା କରିବ ପରା ମାନ ଯେ ।୧୭ ।ତେତିକି ବେଳକୁ ବୁଦ୍ଧି ସ୍ପୁରିଲାଟି ମୋତେ ।ବନ୍ଧୁ ମୁଁ ବିଚ୍ଛେଦ ହୋଇଥିଲି କି ଆୟତ୍ତେ ଗୋ ।୧୮ ।ଶିବ କରିବେ ଏ ଶିବ ଏମନ୍ତ ବେଳରେ ।ଭେଟ ହୋଇବଟି ମୋର ବାନ୍ଧବୀ ତୁଲରେ ଯେ ।୧୯ ।ମୋ ପାଶକୁ ଦୂତ କରୁଥିବା ମଦାଳସୀ ।ଭୃଙ୍ଗ ଅବା କୋକିଳ ସରସ ରସଭାଷୀ ଯେ ।୨୦ ।ଅଜାଣେ ମୁଁ ପଛୁଁ ଯାଇ କରିବି ଆଶ୍ଳେଷ ।ନ ପାଇବ ସୁମୁଖୀ ମନକୁ ଅବକାଶ ଯେ ।୨୧ ।ଆହେ ନବଗ୍ରହେ ବନ୍ଧୁ ଦରଶନ ବେଳେମୋର ରାଶି ଏକାଦଶେ ରହ ଏକମେଳେ ଯେ ।୨୨ ।ଲେଖୁଥିବ ମୋ ପାଶକୁ ସପ୍ରେମ ଚିଟାଉ ।ନ ଜାଣୁ ତା ନିକଟକୁ ସୌଭାଗ୍ୟ ଭେଟାଉ ଯେ ।୨୩ ।ବେଗେ ବୋଲିବି ଅଇଲା ତୋ ଲୋଡ଼ିଲା ଦାସ ।ନ ପାଇବ ସୁମୁଖୀ ମାନକୁ ଅବକାଶ ଯେ ।୨୪ ।ଦୁର୍ଗାମାଧବ କରିବେ ଏମନ୍ତ ମଙ୍ଗଳ ।ମୋ ସ୍ୱରୂପ ପଟେ ଦେଖି ହୋଇ ଭାବେ ଭୋଳ ହେ ।୨୫ ।ଗୋଜ କରୁଥିବ ନିଜ ଅଧର ଚୁମ୍ୱନେ ।ଉରଜ ମୂଳକୁ ଚାଳି ଦେବି ନଖମୁନେ ଯେ ।୨୬ ।ଚମକି ଚାହିଁଲାବେଳେ ଜନ୍ମିବ ହରଷ ।ନ ପାଇବ ସୁମୁଖୀ ମାନବ ଅବକାଶ ଯେ ।୨୭ ।ଯେତେ ଜନ୍ମେ ଯେତେ ପୁଣ୍ୟ କରିଛି ମୁଁ ଠୁଳେ ।ମିଳି ଥିବଟି ସୁନ୍ଦରୀ ମେଳ ହେବା କାଳେଯେ ।୨୮ ।କେଉଁଦିନ ଆସିବେ ମୋ କାନ୍ତ ପରବାସୀ ।ବୋଲି ଦେବାବେଳେ ବାଳା ଖଡ଼ୀକି ମନାସି ଯେ ।୨୯ ।ଆଗେ ମିଳି ବୋଲିବି ମୋ ଛାର ଅପରାଧୀ ।ଲୁଚିଯାଇ ତୋ ପ୍ରଭୁ ପଣକୁ କୃପାନିଧି ଗୋ ।୩୦ ।ଶୁଣ ଏ ବାଣୀ ଅଧିକ ଦ୍ରବିବ ମାନସ ।ନ ପାଇବ ସୁମୁଖୀ ମାନକୁ ଅବକାଶ ଯେ ।୩୧ ।ଲକ୍ଷ୍ମୀନୃସିଂହ କରନ୍ତୁ ଶୁଭ ଏବେ ।ଯେତେବେଳେ ସଖୀ ଶୁଭ ସ୍ୱପ୍ନ ବିହୁଥିବେ ହେ ।୩୨ ।ଆଜି ଆସିବେ ବଲ୍ଲଭ ଶୁଣି ତୋଷ ହୋଇ ।ବାଳା ମାଳା ହୁଡ଼ ରଖିଥିବେ ସତ ପାଇଁ ଯେ ।୩୩ ।ସାକ୍ଷୀ ହେଉଥିବ ଜଣେ ମିଳି ସହଚରୀ ।ତତେବେଳେ ପ୍ରବେଶ ମୁଁ ହେଲେ ଯାଇଁ କରି ଯେ ।୩୪ ।ସଖୀ ଡାକି ଦେଲେ ଅନ୍ନ ନିଉଛାଇ ଆସ ।ନପାଇବ ସୁମୁଖୀ ମାନକୁ ଅବକାଶ ଯେ ।୩୫ ।ଏସନ ବିଚାରମାନ କରଇ ମାନସ ।ସରିଲା ସରଣୀ କାଞ୍ଚି ନଗ୍ରେ ପରବେଶ ଯେ ।୩୬ ।ଠାବେ ଠାବେ ପଡ଼ିଅଛି ସମର ଚରିତ ।ସଂସପ୍ତକ କାଳକେୟ କରିବାର ହତ ଯେ ।୩୭ ।ବୀର ଅଦଭୁତ କୀର୍ତ୍ତୀ କବିତ୍ୱ ବଚନେ ।ସ୍ଥାନେ ସ୍ଥାନେ ପଢ଼ୁଛନ୍ତି ବୋଧକାରମାନେ ଯେ ।୩୮ ।ସେ କବିତ୍ୱ ଆବେଶରେ ତୁଷ୍ଟ ନରେଶ୍ୱର ।ପ୍ରବେଶରେ ଅଭିଷେକ କରିବେ କୁମର ହେ ।୩୯ ।ଶୁଣି ମନେ କରିଅଛି ସେ ଯୁବାଭୁଜାନି ।ଆଶୀର୍ବାଦ କରି ଗଲେ ସୁରମୁନି ଯେ ।୪୦ ।ଯିବରେ ଛଟକ କେହି ନ ଦେଖିବେ ନେତ୍ରେ ।ଧନ୍ୟ ଅଶ୍ୱ ଧନ୍ୟ ସାଦୀ ବୋଇଲେ ସମସ୍ତ ଯେ ।୪୧ ।ସଦନ ଦ୍ୱାର ଦ୍ୱାସ୍ଥରେ ନମସ୍କାର ପାଇ ।ଉତରି ସେ ଶୁଦ୍ଧାନ୍ତ ଗମନେ ତ୍ୱରା ହୋଇ ଯେ ।୪୨ ।ତହିଁ ଶିଳ୍ପକାରିକାୟେ କଥା ପରସ୍ପର ।କି କରିବାଟି ହୋଇଲା ଅସର ବାସର ଯେ ।୪୩ ।ଅସର ହୋଇବ କେବେ ମନସିଜ ସୁଖ ।ପାଞ୍ଚ ନୋହେ ପାଞ୍ଚ ପାଞ୍ଚ କୋଟି ତା ବିଶିଖ ଯେ ।୪୪ ।ମାଳିନୀ ବୋଲୁଛି ନିତି ମାତ୍ର ଆସୁଥାଇ ।ବରଷେ ହୋଇଲା ପୁଷ୍ପବାଟି ନ ସରଇ ଗୋ ।୪୫ ।ଚେଟୀଏ ବୋଲନ୍ତି ବନ୍ଦୀ ମୋକ୍ଷ ଶୁକ ଶାରି ।ବାଟି ବାଟି ଉଶୀର ଗଲାଣି ହସ୍ତ ସରି ଗୋ ।୪୬ ।ପ୍ରୌଢ଼ା ସଜନୀକି ତହିଁ ନବେଢ଼ା ପଚାରେ ।ଫୁଲଶର ଭେଦ କେହି ଗିରିସ୍ତନା ଉରେ ଗୋ ।୪୭ ।ସେ ତାହାକୁ ପ୍ରତିଭାଷ କରୁଛି ତହିଁକି ।ଗଣନାରେ ଅମ୍ୱୁଜ ଯୋଡ଼ାଏ ଅଛିଟିକି ଗୋ ।୪୮ ।ଶୁଖିଲା ମୃଣାଳ ନାଳେ ଚତ୍ୱର ସଘନ ।ପାକ କଲା ଶାକ ପରି ନବଛଦ ମାନ ଗୋ ।୪୯ ।କର୍ପୂର ଚନ୍ଦନ କେ ଗୋଳୁଛି କେ ଚଳୁଛି ।ସ୍ପୋଟିକ ଜନ୍ମିବ ଏଥୁଁ ନୁହଇ ଏ କିଛି ଗୋ ।୫୦ ।ବ୍ୟଜନ ଧରିକି ବଞ୍ଚିବାକୁ ସ୍ନେହଭରେ ।ଉଡ଼ି ଯାଉଥାଇ ନିକି ବୋଲି କେ ନିବାରେ ଯେ ।୫୧ ।କେ ବୋଲେ କାହାକୁ ମୁଁ ଯାଉଛି ସ୍ନାନ କରି ।ମୋହଗଲେ ମୁଖେ ନ ସିଞ୍ଚିବ ଶୀତବାରି ଗୋ ।୫୨ ।ବରଷା ପ୍ରାୟ ମଣିଲା ପ୍ରମାଦ ପଡ଼ିବ ।ଅଙ୍କରେ ପକାଇ ଶ୍ରବଣରେ ଫୁଙ୍କିଦେବ ଗୋ ।୫୩ ।କେବଣ ସଜନୀ ହୋଇ ସଜଳ ଲୋଚନା ।ନବ ପଲ୍ଲବରେ ଶେଯ କରୁଛି ରଚନା ଯେ ।୫୪ ।କେ ସଖୀ ପାଶରେ ବସି କରେ ଆଶ୍ୱାସନା ।ବୋଲେ କଥା ତ ନ କହୁ କରକରଦନ ଯେ ।୫୫ ।ଭଲ ନ ଦେଖିଲୁ ଦିନେ ନାଗରୀ ତିଳକ ।ଏହି କଥା ହିଁ ତୋହର ନ ଗଲା କାଳକ ଗୋ ।୫୬ ।କ୍ରୋଧଭରା ହୋଇ କେଉଁ ସଜନୀ ବୋଲୁଛି ।କେ ତାହା ଭୋଗିବ ଯାହା ଆପେ ଅରଜିଛି ଗୋ ।୫୭ ।ଆଉ କେ କହିଲା ଏହା ବୋଇଲ କି କର ।ସମଦ୍ରବ୍ୟେ ଅନୁରାଗୀ ହୋଇଲ ସୁନ୍ଦରୀ ଯେ ।୫୮ ।ରସାଣ ହେମ ଅଙ୍ଗୀକି ଥିଲା ଗୋଚର ।ବଲ୍ଲଭ ହୃଦୟ ହେବ ପାଷାଣ ପ୍ରକାର ଗୋ ।୫୯ ।କେ ବୋଲୁଛୁ ରସିକ ରତନ ରଘୁବୀର ।ବିଦେଶୀ ହୋଇଲେ ସୀତା ଘେନି ସଙ୍ଗତରେ ଯେ ।୬୦ ।ଏହି କାଳେ ସେ ପୁର ସୋପାନେ ବୀର ମିଳି ।ମଦନ ସୁନ୍ଦର ବିଜେ କଲେ ଜଣେବୋଲି ଯେ ।୬୧ ।ଏ ବାଣୀ ଶ୍ରବଣେ ବିମ୍ୱଓଷ୍ଠୀ ଉଠିବାକୁ ।ମନେ କରୁ ପ୍ରାଣନାଖ ଗମିଲା ସେଠାକୁ ଯେ ।୬୨ ।ମଲି ମଲି ଅନାୟତ୍ତ ହେଲି ଏହା କଲି ।ଲବଣୀ ପିତୁଳାକୁ ବିଷମ ଶରେ ଦେଲିଯେ ।୬୩ ।ଯେ କଲା ବିଚ୍ଛେଦ ବଜ୍ର ପଡ଼ୁ ତାର ଶିରେ ।ଏତେ ବୋଲି କୋଳ କରି ତୋଳିଲା ସତ୍ୱରେ ଯେ ।୬୪ ।ହୃଦରେ ଲଗାଉଁ ଶୀତଳକୁ ଲଭି ବାଳା ।ବିବେକ ପ୍ରସରି କାନ୍ତ ମୁଖକୁ ଚାହିଁଲା ଯେ ।୬୫ ।ବେନି ନେତ୍ର ଚକୋର ମୁଖ ହିଁ ଚନ୍ଦ୍ର ଶତ ।ଆନନ୍ଦ ଅଶ୍ରୁ ଜଳରେ କଲା ଦ୍ରବୀଭୂତ ହେ ।୬୬ ।ଶୋଭା ରତ୍ନମୟ ଭୂମି ବେନି ଅପଘନ ।ଛଦ୍ମ ନୋହେ ସଦ୍ମ କଲେ ନୟନ ଖଞ୍ଜନଯେ ।୬୭ ।ପଦ୍ମିନୀର ଆଲିଙ୍ଗନ ଦୋହଦ ହୋଇଲା ।ଫୁସତନୁ ନୀନଫୁଲ ପୁଲକାଇ ଦେଲା ଯେ ।୬୮ ।ପ୍ରତିମା ପରାୟେ ବେନିଦଣ୍ଡ ସ୍ତମ୍ଭୀଭୂତ ।ରାମଚନ୍ଦ୍ର ଉପଇନ୍ଦ୍ର କହେ ଗୀତ ହେ ।୬୯ ।ସପ୍ତଚତ୍ୱାରିଂଶ ଛାନ୍ଦଲାବଣ୍ୟବତୀ ଓ ଚନ୍ଦ୍ରଭାନୁଙ୍କବିରହଜନିତ ଦୁଃଖ ବର୍ଣ୍ଣନା(ରାଗ- ଖଣ୍ଡକାମୋଦୀ)ରାମା ବସାଇ ଆଗେ ରସାଇ ଅନୁରାଗେ ଚାଟୂ କରୁଛି ପତି ଯେ ।ବିଚ୍ଛେଦ ହେଲାଦିନୁ କି ଦଣ୍ଡ ଫୁଲଧନୁ ଦେଲାଟି ଦିନ ରାତି ରେ ।ପ୍ରାଣବନ୍ଧୁ, କେମନ୍ତ ବଞ୍ଚିଥିଲୁ ରେ ।ସ୍ୱପନେ ଦୁଃଖ ଦେଖିନାହିଁ ଆଜନ୍ମ ସୁଖୀ ମୋଲାଗି ଦୁଃଖୀ ହେଲୁରେ ।୧ ।ଯେଣିକି ଚାହେଁ ମୁହିଁ ସେ ଦିଗେ ଦିଶୁ ତୁହି ଯେମନ୍ତ ହସୁଥାଉ ରେଆଉଜାଇ ଅଙ୍କରେ ବସିବ ପଲ୍ୟଙ୍କରେ ନ ଥିଲା ମନେ ଆଉ ରେ ।ପ୍ରାଣ ବନ୍ଧୁ, ସର୍ବ ଲାବଣ୍ୟସିନ୍ଧୁ ରେ ।ମୋର କି ଭାଗ୍ୟ ଥିଲା ଧାତା ତୋତେ ରଖିଲା ମଦନ ବିନ୍ଧୁ ବିନ୍ଧୁରେ ।୨ ।ଯେଉଁ ନୟନ ଭଙ୍ଗୀ ଯୋଗୀନ୍ଦ୍ର ଯୋଗଭଙ୍ଗୀ ଅଙ୍ଗୀକାର କରିଛି ରେ ।ଭାବ ସୁମରି ତହିଁ ଅଶ୍ରୁଥିଲୁ ପୂରାଇ ଏ ଗୁଣ ହେବ ମୂର୍ଚ୍ଛିରେ ।ପ୍ରାରବନ୍ଧୁ , ମଲିଟି ଏଡ଼େ କ୍ଷୀଣରେ ।ବଳୟ ଅଛି କରେ ତୋ ଊଣା ରତିଶିରେ ଦେଉଛି ସ୍ନେହୀପଣେ ରେ ।୩ ।ଅବନୀରେ ଅଞ୍ଚଳ ପାତି ପରା ଚଞ୍ଚଳ ହୋଇ ଶୟନ କରୁ ରେ ।ସେ କଥା ମାନ ଗୁଣି ଗୁଣି କହୁଛି ପୁଣି ଧିକ ମୋ ଜିଇଁବାରୁରେ ।ପ୍ରାଣବନ୍ଧୁ, ଏକଥା ଅଛ ହୁଡ଼ିରେ ।ତୋ ବିନୁ ଜିଇଁବାର ଦୋଷକୁ କ୍ଷମାକର କହୁଛି କର ଯୋଡ଼ିରେ ।୪ ।କି ଦେଖିଲା ଏ ଆଖି ଫୁଟି ନ ଯାଇ ସଖୀ ହୃଦ ଫାଯି ନ ଯାଇ ରେ ।ମୃତ କରି ଦର୍ଶନ ପିତୁଳାର ପରସନ୍ନ ତୁ ପୁଣି ଅଛୁ ବହିରେ ।ପ୍ରାଣବନ୍ଧୁ, କାଳ କି ନ କରଇ ରେ ।ସବୁ ସହଇ ଅନାୟତ୍ତ ମୀନନୟନା ଘେନ ବିବେକୀ ତୁହି ରେ ।୫ ।କେଡ଼େ ପ୍ରସନ୍ନ ମୁଖ ପଦ୍ମ ଶୀତାମୟୂଖ ଦର୍ପଣ ଦର୍ପହାରୀ ରେ ।ଚରଣ ପରିଚାର ପାଇଁ ନାଗରୀବର ହେଲୁ ତ ଏତେ ସରି ରେ ।ପ୍ରାଣବନ୍ଧୁ, ନାହିଁ ଲେଶ ହରଷ ରେ ।ଲବ ଅନ୍ତର ସୁହା ନ ଯାଉଥିଲା ଆହା ପୂର୍ଣ୍ଣ ହେଲା ବରଷରେ ।୬ ।ଭିନ୍ନ ଦିନୁ ବନ୍ଧନ କରି ନାହୁଁ ସୁମନ ଦେବାର ଥାଉଁ କେଶରେ ।ଲୁଚିଯାଇ ତୋ ଭାବ କେବେ ବୁଝି ନୋହିବ ସହସ୍ରେ ଅଂଶୁ ଅଂଶରେ ।ପ୍ରାଣବନ୍ଧୁ, ମନେ ବିଚାରୁଥାଇଁ ରେ ।ଇନ୍ଦ୍ର ସମ୍ପତ୍ତି ଦେଲା ଦରିଦ୍ରହୀନ କଲା କି ଅବିବେକୀ ବିହିରେ ।୭ ।ପାଶେ ଥିଲା ଦିନରେ ମୋ ଭୋଜନ ଉତ୍ତାରେ ତୁହିଁ ଭୋଜନ କରୁ ରେ ।ଦୂରେ କିମ୍ପା ଆହାର ନ କରିଥିବୁ ଦୂର ଜାଣିଲି ଦୁର୍ବଳରୁ ରେ ।ପ୍ରାଣବନ୍ଧୁ, କେଉଁ ଧର୍ମେ ବର୍ତ୍ତିଲୁରେ ।ପରାଣ ପ୍ରତିଆଶା ସତେ ଛାଡ଼ିଣ ଯୋଷା ମୋତେ ବୁଡ଼ାଇଥିଲୁ ରେ ।୮ ।ଗରଳ ହୋଏ ହିତ ରୋଗବଶେ ଯେମନ୍ତ ତୋ ରକ୍ଷା ସେହି ଭାବରେ ।ବରଷାକାଳେ ଘନ ଗର୍ଜ୍ଜନକୁ ବଞ୍ଚନ ମୋହିହିଁ ହୋଇଥିବରେ ।ପ୍ରାଣବନ୍ଧୁ, ନୟନେ ଅଶ୍ରୁପରି ରେ ।ଶରଦ ଶଶଧର ନୋହିଥିବା ତୋହର ଦରଶନ ଶର୍ବରୀ ରେ ।୯ ।ବିରହ ଅଗ୍ନିଜାତ ହୃଦୁଁ ହୋଇ ସନ୍ତତ ଜାଣି ନ ଥିବୁ ଶୀତରେ ।ପ୍ରାଣବନ୍ଧୁ, ନ ବଞ୍ଚାଇଲେ ତୋତେ ରେ ।ସିଞ୍ଚିଲେ ମଧୁହାରୀ ମୋର ଘେନି ଗୁହାରୀ କିଞ୍ଚିତେ କୃପା ଚିତ୍ତେ ରେ ।୧୦ ।ନ ଆସୁଥିବ ନିଦ ନିଶିରେ ଲଭି ଖେଦ ଚିତ୍ତେ ପଡ଼ି ମୋ ସ୍ନେହରେ ।କି ବୋଲିଥାଉ ମୋତେ ମନେ ତୁ ସତେ ଆନ ଅଛିଟି କହ ରେ ।ପ୍ରାଣବନ୍ଧୁ, ଯାହା ବୋଲନ୍ତି ଜନରେ ।ପ୍ରିୟାର ମୁଁ କୋୟର ବାଲ୍ୟକାଳକୁ ତୋହର ମୁହିଁଟି ଏକା ଘେନରେ ।୧୧ ।ବୋଲିବାକୁ ନିଷ୍ଠୁର କ୍ଷୋଭନାହିଁ ମୋହର ମନକୁ କରି ସାକ୍ଷୀରେ ।ତୋତେ ଧିଆଇଁ ଯେତେ ଆକୁଳ ହୋଇ ଚିତ୍ତେ ଜାଣୁତ ଥିବୁ ଦେଖି ରେ ।ପ୍ରାଣବନ୍ଧୁ, ଦୁଃଖକାଳେ ତୋହର ରେ ।ସେବାକୁ ଆସିନାହିଁ ଏଣୁ ଅପ୍ରାଧି ମୁହିଁ ବିଚାରି ଦଣ୍ଡ କର ରେ ।୧୨ ।ଥାଉଁ ମୋ ଆୟତ୍ତ କେହି ବଳନ୍ତା ଚିତ୍ତ ଭିନ୍ନ ହେବାକୁ ସହୀରେ ।ତେବେ ଦୂରେ ରହିଣ ମନ ନୟନ ପ୍ରାଣ ତୋହର ପାଶେ ଥାଇ ରେ ।ପ୍ରାଣ ବନ୍ଧୁ, ଏବେ ସେ ଅନୁଭବରେ ।ବିପତ୍ତି ବିଚ୍ଛେଦରୁ ବଡ଼ ହୋଇ ରମ୍ଭାରୁ ଧାତା ବିହି ନ ଥିବରେ ।୧୩ ।ଦେହ ଉପରେ ମନ ପ୍ରଭୁ ପ୍ରମାଣ ଧନ ମନର ପ୍ରଭୁ ପ୍ରୀତି ରେ ।ପ୍ରୀତିର ପ୍ରଭୁ ନାରୀ ତାଙ୍କ ପୁଣି ପାସୋରୀ କେହୁ ଧରିବ ଧୃତି ରେ ।ପ୍ରାଣବନ୍ଧୁ, ପୁଣି ଆରତୀ ମୁହିଁରେ ।ମନକୁ ଅନୁରୂପେ ଯୁବତୀ ମିଳେ ତପେ ଏଣୁ ଦୁର୍ଲଭ କହିରେ ।୧୪ ।ଯେଉଁ ରୂପ ଅନାଇଁ ପଶୁ ପାଷାଣ ଦୁଇ ବଶ ତରଳ ହେବ ରେ ।ପୁରୁଷ ମଧ୍ୟ ସାର ଲୋକ ବୋଲନ୍ତି ମାର ଚିତ୍ର ମଣୁଛି ଏବେ ରେ ।ପ୍ରାଣବନ୍ଧୁ, ତୋହ ସମ୍ମୁଖେ ରହି ରେ ।ପ୍ରହାର କଲା ଶର ସେ ଏଡ଼ିକି ନିଷ୍ଠୁର ହାତ ଚଳିଲା କେହି ରେ ।୧୫ ।ଦେହ ମନ ଭିତରେ କ୍ଷଣେ ରହୁ ମାତର ଏମନ୍ତ ପାଞ୍ଚେ ନିତି ରେ ।ବେଗେ ଦେବାକୁ ବାତେ ସ୍ତୁତି କରଇ କେତେ ପାଶେ ଆସିବାମତି ରେ ।ପ୍ରାଣବନ୍ଧୁ, ତୋ ରୂପ ପଟେ ଲେଖିରେ ।ପ୍ରାତୁଁ ଉଠି ଅନାଇଁ ନାମ ତାର ଜପଇଁ ଗତି ନ ଥାଇ ସଖୀ ରେ ।୧୬ ।ମୁଁ ହେବାର ଏମନ୍ତ ଯେଉଁ ଅଧିକ ମିତ ଥାଇ ତୋ ଅବଧାନେ ରେ ।ଏକଥା ବଡ଼ ସିନା ମୋତେ ଗୁଣି ବେଦନା ସହୁ ତୁ ଦିନେ ଦିନେ ରେ ।ପ୍ରାଣବନ୍ଧୁ, ତୋତେ ତୁ ପଟାନ୍ତର ରେ ।ମୋହେ ଅଶେଷ ତପ ପୁଣ୍ୟ ନାରୀ ସ୍ୱରୂପ ହୋଇଛୁ ରାମାବର ରେ ।୧୭ ।ଯେ ଜନ ନାରୀ ହିତେ ରହେ ପୁଣି ଜୀବିତେ ଦିନମାନଙ୍କୁ ବଞ୍ଚେରେ ।ଇନ୍ଦ୍ର କରେ ଯେ ଥାଇ ସେ କୁଳଶ ନୁହଇ ସେହି କୁଳୀଶ ନିଶ୍ଚେ ରେ ।ପ୍ରାଣବନ୍ଧୁ, ନାରୀ ପୁରୁଷ ଦୁଇରେ ।ଘେନି ଏକ ଜୀବନ କେବଳ ତନୁ ଭିନ୍ନ ଯୋଗେ ଏକତ୍ୱ ହୋଇ ରେ ।୧୮ ।ନବ ରସରେ ସାର ଆଦ୍ୟେ ଲେଖି ଶୃଙ୍ଗାର ରତି ପରମ ସୁଖ ରେ ।ଯିବା ପାଇଁ ପାସୋର ବଳ୍ଲଭୀ ନାମ ସାର ଦେଇଛି ଶାସ୍ତ୍ରେ ଦେଖ ରେ ।ପ୍ରାଣବନ୍ଧୁ, ସେ ନିକି ମୂଚ୍ଛିବାର ରେ ।ଥିଲା କେଉଁ ଦୁର୍ଦ୍ଦଶା ରଥାଙ୍ଗ ପ୍ରାୟ ନିଶା ଦେବାକୁ ତୋର ମୋର ରେ ।୧୯ ।ଦରଶନରୁ ଦୂର ହେଲିଣି ପାଇବାର ମୋର ଅଶେଷ ବ୍ୟଥା ରେ ।ଭିନ୍ନ ନୋହେ ଏ ଖେଦ ତୋର ମୋର ବିଚ୍ଛେଦ ହୋଇ ରହିଲା କଥାରେ ।ପ୍ରାରବନ୍ଧୁ, କରିବେ ପରା ହାସ୍ୟରେ ।ରସିକେ ପ୍ରିୟାହୀନେ ଏ ରହିଲା ଜୀବନେ ଏଥି ଉପାୟ କିସରେ ।୨୦ ।ବଲ୍ଲଭ ମୃଦବାଣୀ ଶୁଣି ତରୁଣୀମଣି ଧୀରେ କହେ କି ସ୍ନେହା ସେ ।ସେ ଦୁଃଖ ପୋଡ଼ି ଯାଉ ଶତ୍ରୁ ହିଁ ନ ପାଉ ଚିତ୍ତ ପାସୋର ତାହା ଯେ ।ପ୍ରାଣବନ୍ଧୁ, ଚିତ୍ତକୁ କୁନ୍ତ ପରା ସେ ।ଏମନ୍ତ ବୋଲିହସି ବକ୍ରେ ଚାହିଁଲାରସି ରମଣୀରତ୍ନ ହୀରା ସେ ।୨୧ ।ଦୁହେଁ ଦୁହିଁଙ୍କି ବେଶ କରିବାରେ ଲାଳସ ଏମନ୍ତଦିନ ଶେଷ ଯେ ।କାମ ବିଜୟକାଳ ଦେଲାଟି ଯୁବାକୁଳ ଶୁଭିଲା ଦରଘୋଷ ଯେ ।ଶଠଭୃଙ୍ଗ, ଉଠିଲା ପଦ୍ମ ତେଜି ଯେ ।ଛାଡ଼ି ଏକ ସୁହାଗ ଆରକେ ଅନୁରାଗ ପ୍ରାୟେ କୁମୁଦ ଭଜି ଯେ ।୨୨ ।ଅଭିସାରିକା ଦୀପ ଫଣି ମଣି କଳାପ ତେଜିଲେ ଶ୍ୱାସ ଯେ ।ଧରା ପଡ଼ିଲା ଚୋର ପ୍ରାୟେ ଗଣିକାବର ମନେ ଜନ୍ମତ ତ୍ରାସ ଯେ ।ଦ୍ୱିଜମାନେ, ସନ୍ଧ୍ୟା ବନ୍ଦନା ସାଧୁ ଯେ ।ସାରଣା କଲେ ଧନ ଧନୀଆଳୀ ରାଜନ ପରାୟ ବାରବଧୂ ଯେ ।୨୩ ।ନବରସେ ରସିକ ରାମାମଣି ମାଣିକ୍ୟ ଭୋଜନେ ହେଲେ ତୋଷ ଯେ ।ତହିଁ ଉତ୍ତାରେ ହାସ-ଗର୍ଭ ବଚନ ରସ ବଶରେ ପରକାଶ ଯେ ।କାନ୍ତକାନ୍ତ, ସଉଧେ ପରବେଶ ଯେ ।ଦିବ୍ୟ ପର୍ଯ୍ୟନ୍ତ ଅଙ୍କେ ପ୍ରମୋଦରେ ନିଃଶଙ୍କେ ପ୍ରବେଶ କଲେ ରସ ଯେ ।୨୪ ।ଷାଠିଏ ଚାରି ବନ୍ଧ ବିଚାରି ହେଲେ ବୋଧ ଛଇଳି ରାମା ଫୁସ ଯେ ।ନିଦ୍ରା ନାଶେ ସ୍ୱପନ ବିପତ୍ତି ଯଥା ଭିନ୍ନ ତଥା ବିସ୍ମରି କ୍ଳେଶ ଯେ ।ନିଶାପ୍ରାନ୍ତ, ପୂର୍ବେ ସବିତା ସ୍ଥିତ ଯେ ।ଦିନ ଧରଇ ପାଟଛତ୍ର ହୋଇଲା ରାଟ ଏ କଥା ଅଦଭୁତ ଯେ ।୨୫ ।ଏଣୁ କି ଲାଜ୍ଜା ଚରମାଚଳେ ରାକା ଲୁଚିଲେ ଅତି ବେଗେ ସେ ।ତାରା ତା ଦାରା ଯେଣୁ ମଳିନ ବେଶ ତେଣୁ କୌଶିକ ମନ୍ତ୍ରୀ ଭାଗେ ସେ ।ସେହିକାଳେ, ଦିନ ଡ଼ଗରା କାକ ଯେ ।ଗଲାରେ ଧର ମାର କହିଲେ ନିରନ୍ତର ଉଚ୍ଚେ ଯା ଦେଲେ ଡାକ ସେ ।୨୬ ।ଏକାଳେ ତେଜି ଶଯ୍ୟା କାଠି ଲାଗିକି ରାଜା ଆସେ ମନ୍ତ୍ରୀକ ମିଳି ଯେ ।ଆଦ୍ୟୁଁ ପ୍ରାନ୍ତ ପର୍ଯ୍ୟନ୍ତେ ସର୍ବ କହୁ ପୁରତେ ତୋଷ ସିନ୍ଧୁ ଉଛୁଳି ଯେ ।ନୃପତି, ନଗରଜନେ ସୁଖୀ ଯେ ।ମୁଦୁସୁଲୀରେ ଶୁଣି ଆନନ୍ଦ ହେଲେ ରାଣୀ ସଫଳ କଲେ ଆଖି ଯେ ।୨୭ ।କୁମର କୀର୍ତ୍ତି ସ୍ୱଚ୍ଛ ହୋଇ ପ୍ରକଟ ମତ୍ସ୍ୟ ମଘ ଆଦି ଦେଶରେ ଯେ ।ମିତ୍ର ନୃପତି ଯେତେ ହରଷ ହେଲେ ଚିତ୍ତେ ଭୟ ଳଭିଲେ ପରେ ଯେ ।ସାଧୁଜନେ , ଶୁଭେ ଏ ଛାନ୍ଦ ଶେଷ ଯେ ।ଶରଣ ରାମଚନ୍ଦ୍ର କହଇ ଉପଇନ୍ଦ୍ର ବୀରବର ଏ ରସ ହେ ।୨୮ ।ଅଷ୍ଟଚତ୍ୱାରିଂଶ ଛାନ୍ଦଚନ୍ଦ୍ରଭାନୁଙ୍କର ରାଜ୍ୟାଭିଷେକଓ ରାଜ୍ୟଶାସନ ପ୍ରଣାଳୀ(ରାଗ- ମଙ୍ଗଳ)ଶୁଣ ହେ ଚରିତ ଅବଶେଷରେ ।କର୍ଣ୍ଣାଟ ମହୀପତି ତୋଷରେ ।୧ ।ଦାନବ ପିଶିତ ଦାନ ପ୍ରେତକୁ ।ଦେବାର ଆଣି ଚିତ୍ର ଚିତ୍ତକୁ ।୨ ।ଏକାଳେ ଯଶରେ ମଣ୍ଡିଲା ଧାରା ।ଶ୍ରୀରାମ ପାର୍ଶ୍ୱ ମାରୁତି ପରା ।୩ ।ଏଣୁ ଆନନ୍ଦ ହୋଇ ଦଣ୍ଡଧର ।ସଚିବ ସଙ୍ଗେ କରି ବିଚାର ।୪ ।ନୃପତି ପଦବୀ ଦେଇଣ ପୁତ୍ରେ ।ଚଳିଲେ ପୁରୁଷୋତ୍ତମ କ୍ଷେତ୍ରେ ।୫ ।ଯାହା ସମାନରେ ଅସମ ରତି ।ହେଲାରୁ ଅଳପକୁ କହନ୍ତି ।୬ ।ପଟ୍ଟମହିଷୀ ସେ ଲାବଣ୍ୟବତୀ ।ହୋଇଲା ଗୁଣନିଧାନ ମନ୍ତ୍ରୀ ।୭ ।ବସନ୍ତକ ହେଲା ଜ୍ୟୋତିଷରାଜ ।ପୁରୋଧା ଋତୁଧ୍ୱଜ ଆଚାର୍ଯ୍ୟ ।୮ ।ସେ ନରେଶ୍ୱର ପାଳିବାରେ ଦେଶ ।ନୋହିଲା ଆଉ ମିଥ୍ୟାବକାଶ ।୯ ।ଦିବସ ନାମରେ ଦିନ ରହିଲା ।ଦୀନକୁ ଦଣ୍ଡେ ଆଶ୍ରୟ କଲା ।୧୦ ।ଭସ୍ମ ଚିତାରେ ମାତ୍ରାଶୋଭା ବହି ।ଯାଜ୍ଞିକ ଦ୍ୱିଜ ଲଲାଟେ ତହିଁ ।୧୧ ।ଆଶ୍ରେ କଲା ମନ୍ଦ ମଳୟାନିଳେ ।କଳଙ୍କ ଯାଇ ଚନ୍ଦ୍ର ମଣ୍ଡଳେ ।୧୨ ।କୁଟିଳ ନଦୀ ବୀଚିରେ ଲୁଚିଳେ ।ବିଟପୀ ବୃକ୍ଷ ହୋଇ ବଞ୍ଚିଲେ ।୧୩ ।କଳୀ ସ୍ଥାନ କଲା ପୁଷ୍ପବଲ୍ଲୀକି ।ମଧୁପ ପଦ ଶୋଭା ଅଳିକି ।୧୪ ।ଶରଣ କଲଊା ବୈଦ୍ୟକୁମାରଣ ।ଇନ୍ଧନେ ଦେଖାଦେଲା ଦାରଣ ।୧୫ ।ରହିଲା କୂଳ ଲଙ୍ଘନ ସରିତେ ।ଶ୍ରୁତିରେ ଚୋର ଶବଦ ସତେ ।୧୬ ।ବିସ ଭକ୍ଷଣ ହଂସ ରହେ ଏକା ।ସ୍ତନରେ କରପୀଡ଼ା ଆଶଙ୍କା ।୧୭ ।ବନ୍ଧନ ରହିଲା ବାହୁରେ ମାତ୍ର ।ମୃଗୟା ଯହିଁ ହୋଇଲା ଚିତ୍ର ।୧୮ ।ରଣନିପୁଣେ ରହିଲେ ପ୍ରମାଦେ ।ନାଗରୀ କଟୀ କିଙ୍କିଣୀ ନାଦେ ।୧୯ ।କେବଳ ମଦନ ବଇରୀ ପଦେ ।ପାଞ୍ଚଇ ତାକୁ ଜିଣିବା ବାଦେ ।୨୦ ।ନ୍ୟାୟବଳ ରାଜା ଆଗ ପଦାତି ।ଦୁର୍ବଳ ଶଙ୍କା ତହିଁରେ ସ୍ଥିତି ।୨୧ ।ଜାତ ହୋଇ ଳୋଭ ପ୍ରେମଧନରେ ।ଉଚ୍ଛନ୍ନ ଋତୁ ତିନିଦିନରେ ।୨୨ ।ନୀବୀ ମୋକ୍ଷକାଳେ ଉପୁଜେ ନାହିଁ ।ମାଗିବା ଦ୍ରବ୍ୟ ଚୁମ୍ୱନ ଯହିଁ ।୨୩ ।ଲାଳସା ହୋଇଣ ପର ସ୍ତିରୀରେ ।ଚାହିଁବା ରହେ ଚିତ୍ର ନାରୀରେ ।୨୪ ।ନ ଛାଡ଼ିଲା ମାଡ଼ ପଶା ସାରକୁ ।ବିମୁଖ କର୍ଣ୍ଣ ଜପବାରକୁ ।୨୫ ।ଶୁକ ଶକୁନି ଚରଣେରେ ଦେଖି ।ଶିକୁଳ ପରି ଶାଙ୍କୁଳୀ ଯୋଖି ।୨୬ ।କାରା ହୋଇ ଯହିଁ ପଞ୍ଜୁରୀ ଅଛି ।ଭିତ୍ତିକି ଏକା ଗୃହ ଧରିଛି ।୨୭ ।ବନ୍ଦୀ ଯହିଁକୀର୍ତ୍ତୀ ବନ୍ଦନ ଜନ ।କାହିଁକି ଜଣାଯିବ ଏମାନ ।୨୮ ।ଭରମ ହୋଇଛି ଶୁଦ୍ଧ ସୁବର୍ଣ୍ଣ ।ଭୂତହିଁ ପଞ୍ଚ ପ୍ରକାରେ ଘେନ ।୨୯ ।କୁଣ୍ଡ ଦେଖା ଦୁର୍ଗାତ୍ସବେ ସହଜେ ।ଗୁଡ଼ରୁ ଖଣ୍ଡେ ମାତ୍ର ଉପୁଜେ ।୩୦ ।ପରାଭାବ ଏକ ପ୍ରକାର ।କରିଛି ଯେଉଁ ନର ଈଶ୍ୱର ।୩୧ ।ଚନ୍ଦ୍ର ସୂର୍ଯ୍ୟ ତ୍ରାସ ଶିରେ ରାଜିତ ।ସର୍ବଦା କଞ୍ଚୁକରେ ବେଷ୍ଟିତ ।୩୨ ।ସଘନ ପୃଥୁ କାର୍ତ୍ତସ୍ୱର ପାତ୍ର ।ରଜନିକରେ ଭୂଷିତ ଗାତ୍ର ।୩୩ ।ମହିଷୀ ସଙ୍ଗେ ନଗର ବିଳସି ।କେବଳ ଜନ ମନକୁ ତୋଷି ।୩୪ ।ମର୍ତ୍ତ୍ୟ ତ ଏହାର ଅସାଧ୍ୟ ନାହିଁ ।ସ୍ୱର୍ଗେ ବା କଟକାଇ କରାଇ ।୩୫ ।ନିତି ଦେବାର୍ଚ୍ଚନା ସରିବା ଯାଏ ।କରଇ ମେରୁ ଦାନକୁ ଭୟେ ।୩୬ ।ବ୍ରହ୍ମା ବୋଧ ଯହୁଁ ଦେବ ଶାସନ ।ସେ କିମ୍ପା ଭାଙ୍ଗିଦେବ ଭବନ ।୩୭ ।ହୟ ଆରୋହିଲେ ଯେଉଁ ନୃପତି ।ଲଭଇ ହରିହୟ ଏ ଭୀତି ।୩୮ ।ବଳୀ ଯେବେ ତୁମ୍ଭେ ବଳିକି ମାର ।କହିବା ଜୀବ କହେ ବିଚାର ।୩୯ ।ଅଶ୍ୱଖୁର ରେଣୁ ଉଡ଼ିବା ଚାହିଁ ।ପୋତିବ ମୋତେ ସାଗର ଧ୍ୟାୟି ।୪୦ ।ଧାତା ହୁଡ଼ ଯେହୁରତନ କର ।ବୋଇଲା ଥାଉ ଏହା ଭଣ୍ଡାର ।୪୧ ।ସାର୍ବଭୌମପଦ ବୀର ବହିଲା ।ଉତ୍ତର ଦନ୍ତୀ ଭୟ ପାଇଲା ।୪୨ ।ମୁଁ ନୁହଇ ବୋଲି ଛାଡ଼ିଲା ରଡ଼ି ।ବରଷା କାଳେ ସେ ଘଡ଼ଘଡ଼ି ।୪୩ ।ହୋଇଲା ସେ ରାଜା ଏମନ୍ତ ତ୍ୟାଗୀ ।ଜାଣିଲେ ନାହିଁ ଯାଚକେ ମାଗି ।୪୪ ।କେ ଯିବ କଳ୍ପତରୁ ସନ୍ନିଧାନ ।କାମନା ହେଲା ଉତ୍ତାରୁ ପୂର୍ଣ୍ଣ ।୪୫ ।ଉଚ୍ଚ ନୋହିଥିଲେ ପଲ୍ଲବମାନ ।କରନ୍ତେ ଅବା ମୃଗ ଅଶନ ।୪୬ ।ମିଳନ୍ତେ ଫଳ ଥିଲେ ପକ୍ଷୀଗଣ ।ବିଅର୍ଥ ହେଲା ତା ଦାତାପଣ ।୪୭ ।ପ୍ରତାପ ତ୍ରାସିଲା ବଡ଼ବାନଳେ ।ପଡ଼ିଲା ଯାଇ ସମୁଦ୍ରଜଳେ ।୪୮ ।କେ ଦେଖିବ ତାକୁ ଯେ ଲୁଚିଅଛି ।ହୃଦ ସନ୍ତାପ ତା ଜଳୁଅଛି ।୪୯ ।ଯଶକୁ ହାରିଣ କୁମୁଦ ବିଧୁ ।ହୋଇଲେ ପରସ୍ପରକୁ ବନ୍ଧୁ ।୫୦ ।ଅଳିକଳଙ୍କ କାଳିକି ଧଇଲେ ।ଗଙ୍ଗା ହିଁ ଅଙ୍କେ ପଙ୍କକୁ ବହିଲେ ।୫୧ ।ହର ବିଚାରିଲେ ଗଙ୍ଗା ଚନ୍ଦ୍ରକୁ ।ପ୍ରଭାବ କୀର୍ତ୍ତୀ କଲା ବେଳକୁ ।୫୨ ।ଅବଶ୍ୟ ଏହାକୁ ଥିବ ତ ଛୁଇଁ ।ଥିବ ଏ କିଛି ଶୀତଳ ପାଇ ।୫୩ ।ପୁଣି ତା କୀର୍ତ୍ତୀ ଶାନ୍ତି ରସ ଠାବ ।ଗରଳ ତାପ ଶାନ୍ତି କରିବ ।୫୪ ।ଏମନ୍ତ ବୋଳିଣ ବହିଲେ ଶୀର୍ଷେ ।ଚନ୍ଦ୍ରମାଚୁଡ଼ ଗଙ୍ଗାଧର ସେ ।୫୫ ।ଶ୍ରବଣେ କେଳି କଉତୁକ ତାରା ।କିନ୍ନରୀ ହୋଇ ଉଚ୍ଛନ୍ନ ଭରା ।୫୬ ।କିଂ ପୁରୁଷକୁ ଅନୁସ୍ୱାର ଦୂର ।କରିଣ ଦେଲେ ପ୍ରାନ୍ତେ ଏକାର ।୫୭ ।ସ୍ୱାଧୀନ ଭର୍ତ୍ତୃକା ନାରୀ ପାଇଛି ।ନାୟକ ଅନୁକୂଳ ହୋଇଛି ।୫୮ ।ସବୁ ପ୍ରକାର ଏକଡାବ କରିଛି ବିହି ।ମଞ୍ଜିଷ୍ଟା ରାଗ ଉଦିତ ତହିଁ ।୫୯ ।ଯାହା ଗୁଣ ରତ୍ନାଳଙ୍କାର ହେଲା ।ମଣ୍ଡନ ଲୋକମାନ ସେ କଲା ।୬୦ ।କହୁଥିଲେ ସେ ତ ନୋହିବ ଶେଷ ।ସମ୍ପୂର୍ଣ୍ଣ ଛାନ୍ଦ ଅଠଚାଳିଶ ।୬୧ ।ନାନା ଅଭିଧାନ ବିଧାନ ପରି ।ନାଟକ କାବ୍ୟ ଅଙ୍ଗେ ମାଧୁରୀ ।୬୨ ।ଦୃଷ୍ଟି ସୃଷ୍ଟିରେ ହୋଇଛି ବିଚିତ୍ର ।ରସିକ ଚିତ୍ତ ମୋହନ ମନ୍ତ ।୬୩ ।ଖଳ ଗର୍ବ ତୃଣ ଦାବ ଦହନ ।ପଥିକ ମୂର୍ଖ ଅଗମ୍ୟ ବନ ।୬୪ ।ଧନୀ ବଣିକ ପସରା ସମାନ ।ବିବିଧ ରସଦ୍ରବ୍ୟରେ ପୂର୍ଣ୍ଣ ।୬୫ ।ଉପଇନ୍ଦ୍ର ଭଞ୍ଜ ମନମୁକୁଦ ।ବିଚିତ୍ରକର୍ମା ଶ୍ରୀରାମଚନ୍ଦ୍ର ।୬୬ ।ରଜନୀ ଦିବସେ ବିକାଶ କରି ।ଅଧିକ ପଦ ଏଣୁ ବିହରି ।୬୭ ।ପ୍ରବନ୍ଧ ଦୁଇ ସହସ୍ର ତିନିଶ ।ଷାଠିଏ ଏକପଦରେ ଶେଷ ।୬୮ ।