ବିକ୍ରମାଦିତ୍ୟ
ଚିନ୍ତାମଣି ମହାନ୍ତି · ଭାଗ ୭ / ୧୨
ସମ୍ପୂର୍ଣ୍ଣ ସୂଚୀପତ୍ର
ସପ୍ତମ ସର୍ଗ
ଦିନେ ରାଜକାର୍ଯ୍ୟ ଶେଷେ ବିକ୍ରମ ଭୂପତିଫେଇ ରାଜପରିଚ୍ଛଦ ଦେହୁ ବିଜେ ହେଲେବିଶ୍ରମ ମଣ୍ଡପେ, ଦିବା ଅବସାନେ ଯଥାନଭ-ଦରବାର ତେଜି ଦିନେଶ ଭାସ୍କରପ୍ରାଚୀ-ଗନ୍ତାଘରେ ରଖି ପ୍ରଭା-ପରିଚ୍ଛଦ,ଭୁଞ୍ଜନ୍ତି ବିଶ୍ରାମ ଯାଇ ଅସ୍ତଗିରି କୋଳେ ।ଦେଖୁଛନ୍ତି ବସି ରାଏ ପ୍ରକୃତିରାଣୀରହାସ୍ୟମୟୀ ମଧୁରିମା ତଦ୍ଗତ ମାନସେ,ଝାଡ଼ି ସମୀରଣ ବୃକ୍ଷୁ ପକ୍ୱ ପତ୍ର, ଫୁଲଭେଟୁଛି ଛାମୁରେ ତାହା ମଣିମୁକ୍ତା ବ୍ୟାଜେ ।ବିସ୍ତାରି ଗୋଧୂଳି ଧନୀ, ପଙ୍କଜ-ପାଟଳା,ଶୀତଳ କିରଣରୂପ ପ୍ରବାଳ ରସନା,ଚାଟିଲା ସରାଗେ ସୃଷ୍ଟି, ଚାଟେ ଯଥା ଗାଭୀନିମଜ୍ଜି ବାତ୍ସ୍ୟଲ୍ୟ ରସେ ବତ୍ସତରୀ-ବେର ।ଧୂମ-ଧୂସରିତ-କରେ ଧୀରେ ସନ୍ଧ୍ୟାଦେବୀପ୍ରଦାନିଲେ ଧରଣୀକୁ ମହା ଆଲିଙ୍ଗନ,ସେ ଅନନ୍ତ ମିଳନର ନିର୍ବାଣ-ଗୀତିକାଗାଇଲେ ଅମୃତ କଣ୍ଠେ କୌଶିକ କୌଶିକୀସାନ୍ଧ୍ୟ ନୀରବତା-ବକ୍ଷୁ ମୁଖରି ସଘନେ ।ଏ ସମୟେ ଉପସ୍ଥିତ କାପାଳିକ ଏକ,ଘୋର କୃଷ୍ଣବର୍ଣ୍ଣ ଯଥା ପାଷାଣ ବିଗ୍ରହ,ଶୀର୍ଣ୍ଣକାୟ ନୁହେଁ ଡ଼େଙ୍ଗା ଅଥବା ବାଙ୍ଗର,ଭ୍ରମତାର ସମ ଦିଶେ ଶ୍ମଶ୍ରୁ, ଲୋମାବଳୀଲମ୍ୱିତ ପିଙ୍ଗଳ ଜଟା ଆଶୀର୍ଷପୟରନ୍ୟଗ୍ରୋଧୁ ପରୋହ *ପ୍ରାୟ, ନେତ୍ର ବେନି କି ସେପ୍ରଦୀପ୍ତ ପାବକ-କୁଣ୍ଡ, ବିନିଃସୃତ ତହୁଁକଠୋରତା ବିମିଶ୍ରିତ ବିଭୀଷିକା ଜ୍ୟୋତି ।*ବରଗଛ ଓହଳ ପ୍ରାୟଆଶିଷ ନରେଶେ ଯତି ଭାଷିଲା ଏସନ-‘‘ମହାରାଜ, ବନ୍ଦ୍ୟ ତୁମ୍ଭେ ରାଜନ୍ୟ-ସମାଜେ,ତବ କର୍ମ ବ୍ରତ, ତବ ଅତୁଳ ସାଧନାରଖିଛି ଏ ଭାରତର ମହତ୍ତ୍ୱ ଅକ୍ଷତ ।ଜନ୍ମସ୍ରୋତେ ଭାସି ଆସି ଅସଂଖ୍ୟ ମାନବକେବଣ ଅଜ୍ଞାତ ଦେଶୁ ଭବେ ଅବିରତଯାଉଛନ୍ତି ପୁଣି ମୃତ୍ୟୁ-ସ୍ରୋତେ ଭାସି କେଉଁଅନୁଦ୍ଦେଶ୍ୟ ଦେଶେ, ଅର୍ପି ସତ୍ତା ଆପଣାରଧ୍ୱଂସ-ଯଜ୍ଞେ ପୂର୍ଣ୍ଣହୁତିରୂପେ, ଏହିରୂପେଲାଗିଅଛି ସକଳର ଗମନାଗମନ,ମାତ୍ର ଯେଉଁ କୃତି ଆସି ନ ଯାଏ ବାହୁଡ଼ି,ଦେଖି ଯେହୁ ଭବିଷ୍ୟତ ଜୀବନର ଛାୟାଅତୀତ-ଦର୍ପଣେ ହେଉଥାଏ ଅଗ୍ରସର,ସଦା ସ୍ୱୀୟ ଜୀବନର ପୂର୍ଣ୍ଣତା ସାଧନେ,ସେ ଧନ୍ୟ, ବରେଣ୍ୟବର, ଶତ ଧନ୍ୟ ତାରଜନୟିତ୍ରୀ, ଜନଭୂମି, ଆବର ଜନକ ।ଶାରୀରିକ ଉପାଦାନେ ନାହିଁ ଭେଦ କିଛିମାନବ ମାନବ ମଧ୍ୟେ, ଭେଦ ଖାଲି ଗୁଣେ,ବିନିର୍ମିତ ଯେଉଁ କାଷ୍ଠେ ଦେବତା ପ୍ରତିମା,ସେହି କାଷ୍ଠ ହୁଏ ପୁଣି ଶ୍ମଶାନ ଇନ୍ଧନ ।ପରମ ଧାର୍ମିକ ତୁମ୍ଭେ ପର ଉପକାରୀ,ହିମାଦ୍ରି ବିରାଟ ବିଶ୍ୱ ପ୍ରକୃତି ମଧ୍ୟରେ,ମାତ୍ର ତାହା ଯଶ-ଶୈଳ ତୁଳନାରେ ତବଖର୍ବାକୃତି, ଯଥା ଗିଲ ବେଲ ତୁଳନାରେ,ସନ୍ୟାସୀ ମୁଁ, ବ୍ରତ ମୋର ତୀର୍ଥପର୍ଯ୍ୟଟନ,ସମଗ୍ର ଭାରତ ଭ୍ରମି ଶୁଣିଛି ତୁମ୍ଭରସର୍ବତ୍ର ପ୍ରଶଂସା-ଭେରୀ-ମଧୁର ନିସ୍ୱନ,ମାତ୍ର କାହିଁ ଶୁଣି ନାହିଁ ନିନ୍ଦା ଅପବାଦ,ଆସିଛି ମୁଁ ଏଣୁ କିଛି ଉପକାରେ ଆଶେ,ଆଜ୍ଞା ହେଲେ ନିବେଦିବି ଉଦ୍ଦେଶ୍ୟ ଛାମୁରେ ।’’ଉତ୍ତରିଲେ ବିକ୍ରମାର୍କ, ‘‘ଯତି, ପଣ ମୋରଏହା, ଯେ ଯାଚିବ ଯେବେ ଯେଉଁ ଉପକାରମୋ ସମୀପେ, ହେଉ ପଛେ ସାଧ୍ୟାତୀତ ତାହା,ପ୍ରାଣପ୍ରଣେ ଯତ୍ନପର ହେବି ସେ କରମେ,ବ୍ରତ ମୋର ଏହା, ଯଥା ତପସ୍ୟା ତୁମ୍ଭର,ପୁଣ୍ୟର ସରଳ ପଥ ମୋ ପକ୍ଷେ ଏହାହିଁ ।ତପ, ଜପ, ଯଜ୍ଞ ଆଦି ଧର୍ମ ଅନୁଷ୍ଠାନମହାନିକାଞ୍ଚନେ ତୀବ୍ର ସାଧନା-ସାପେକ୍ଷ,ମାତ୍ର ଯେ ସନ୍ତରେ ସଦା ଭବ-ସାଗରରକୋଳାହଳ ଢେଉ ପରେ, କାହିଁ ନିକାଞ୍ଚନଭାଗ୍ୟେ ତାର ? ନୁହେଁ ଏହା ତପୋବନ, ଋଷି,ଏ ଯେ ରାଜ୍ୟାଶ୍ରମ, ଶାନ୍ତି-ମୃଗ ନ ବିଚରେଏଥି, ଧନ୍ୟ ତୁମ୍ଭେ, ଧନ୍ୟ ବାସସ୍ଥାନ ତବ,ଆକାଙ୍କ୍ଷାର ଆକାଙ୍କ୍ଷିତ ସ୍ଥଳୀ, ସୁପାବନ ।ଆଶାରେ ନୈରାଶ୍ୟ ନାହିଁ ତହିଁ, ନାହିଁ ପୁଣିକର୍ମରେ ସ୍ୱାର୍ଥର ଛାୟା-ବିଷ-ବିସର୍ପିତ,ବିଷୟ-ଜଞ୍ଜାଳ ବକ୍ଷେ ଶୋକ ତାପ ଫଳେନ ଫଳେ ସେଠାବେ କେବେ ହେଲେ ହେଁ ସେସ୍ଥାନଧରା ଅନ୍ତର୍ଭୁକ୍ତ, ମାତ୍ର ସ୍ୱତନ୍ତ୍ର ତାଠାରୁ ।ପାରିଧିରେ କ୍ଳାନ୍ତ ହୋଇ ଦିବା ଅବସାନେପ୍ରବେଶିଲି ତପୋବନେ କାଳି, ଦେଲା ଢାଳିକି ଅନାସ୍ୱାଦିତ ସୁଧା କିଏ ପ୍ରାଣେ ଯଥା,ଆହା, ପ୍ରକୃତିର କିବା ବିଶୃଙ୍ଖଳ ଶୋଭା-କି ଦୁଃଖପାସୋରା ମୂର୍ତ୍ତି-ନୟନ-ମୋହନ,ନାହିଁ ହିଂସା-ପିଶାଚିର କ୍ରୁର ଅଭିନୟ,ପଶୁ, ପକ୍ଷୀ ସର୍ବେ ତହିଁ ଯତିବ୍ରତଧାରୀ,ଅଧିଷ୍ଠିତ ପ୍ରତିଦେବୀ ଶାନ୍ତି-ସିଂହାସନେ,ମଣ୍ଡି ଶିରେ ସ୍ନେହ-ମୈତ୍ରୀ-ମୁକୁଟ ଅଂଶୁଳ ।ଋଷିଶିଶୁକୁଳ ବସି ଅଜିନ ଆସନେରତ ବେଦାଭ୍ୟାସେ, ବାଳକଣ୍ଠସମୁତ୍ଥିତସେ ମଧୁର ଛନ୍ଦ କରି ଅନୁକୃତି ଶୁକ-ଅନୁକୃତିପଟୁ, ଗାଏ ତରୁଶାଖେ ବସି ।ବିରାଜେ ନୀବାରସ୍ତୁପ ଆଶ୍ରମ-ପ୍ରାଙ୍ଗଣେସ୍ୱର୍ଣ୍ଣ ଦେବାଳୟ ପ୍ରାୟ, ଓଟାରି ତହିଁରୁକେରାଏ କେରାଏ ତୃଣ କୋମଳ ଦଶନେସ୍ତନ୍ୟପାୟୀ ମୃଗଶିଶୁ କରୁଛି ଅଭ୍ୟାସଭାବୀ ଜୀବନର ବୃତ୍ତି, ଶିଖୁଛି ନୀରବେସେ ମହା ଅଗୁରୁ ବିଦ୍ୟା ନିଜେ ନିଜଠାରୁ ।କାହିଁ ଋଷିବାଳା ବସି ଆଶ୍ରମ ଦୁଆରେ,(ବ୍ରତତୀରଳୟକରା, ପ୍ରକୃତ୍ୟୁପାସିକା)ଛନ୍ଦି ସୁକୋମଳ ବାହୁ ମୃଗବଧୂ ଗଳେ,ଭୁଞ୍ଜାଏ ଆଦରେ ତାକୁ ନୀବାର ତଣ୍ଡୁଳ,ସ୍ୱଭାବଚପଳା ମୃଗୀ ଚାହେଁ ଇତସ୍ତତଃତରଳନୟନେ ଯେବେ ଟେକି ଭକ୍ଷ୍ୟପାତ୍ରୁମୁଖ, ବ୍ୟର୍ଥ ଭୟେ, ତେବେ ସରଳା ବାଳିକା,ଚାହେଁ ସ୍ନେହ-ରୋଷ-ମିଶା ମଧୁର ଚାହାଣି,ସେ ନିର୍ବାକ ତିରସ୍କାରେ କୁରଙ୍ଗିଣୀ ଧନୀଫେରାଇ ବଦନ ରଖେ ଭକ୍ଷ୍ୟପାତ୍ରେ ଆଣି ।କାହିଁ କୁମାରୀଏ ମିଳି ସିଞ୍ଚନ୍ତି ସଲିଳପୁଷ୍ପିତ ପାଦପ ମୂଳେ, ଶିରେ ଝଡ଼ିପଡ଼େଟୋପା ଟୋପା ଜଳବିନ୍ଦୁ କୁସୁମ ଉପରୁ,ଆହା କିବା ରୂପରାଣୀ ରମ୍ୟ ସୁମନାରଊର୍ଜିସ୍ୱଳ ହାସରାଶି ଝରୁଛି ତରଳ !ଝରୁଅଛି ତାହା ସହ ସ୍ନେହ-ହାସ୍ୟ-ସୁଧାପୁଷ୍ପାଙ୍ଗୀ ବାଳିକାକୁଳ ବଧୁଲୀ-ଅଧରୁ ।ଉଠୁଛି ଆଶ୍ରମୁ ହୋମଗନ୍ଧ, ମିଶି ତହିଁବାସ୍ତୁକ ବଦରୀସିଦ୍ଧ ମଧୁର ଆମୋଦହୁଏ ଅତି ଉପାଦେୟ, ଘ୍ରାଣ-ରସାୟନ ।ଥାଉ ସେ ବର୍ଣ୍ଣନା, ଋଷି, କି ଆଦେଶ ତବବଖାଣ ସତ୍ୱର, ତାହା ପାଳିବି ନିଶ୍ଚୟ ।’’ଭାଷିଲା ସନ୍ୟାସୀ-‘‘କାଲି କୃଷ୍ଣା ଚତୁର୍ଦ୍ଦଶୀ,କରିବି ନିଶୀଥେ ଯାଗ, ବଳିଦାନ ଆଦିଶ୍ମଶାନେ, ସରିବ ଶବସାଧନା ମୋହର,ଅଣିମାଦି ଆଷ୍ଟୈଶ୍ୱର୍ଯ୍ୟ ଲଭିବି ମୁଁ ତହିଁ,ମହାରାଜ, ହେବ ତୁମ୍ଭେ ଉତ୍ତରସାଧକ,ସେ କାର୍ଯ୍ୟ କଠିନ ବଡ଼, ଅସାଧ୍ୟ ଅନ୍ୟର,ନିଖିଳଗୁଣଜ୍ଞ ତୁମ୍ଭେ, ପରମଧାର୍ମିକ,ସର୍ବହା ଶମନେ ସୁଦ୍ଧା ନାହିଁ ତବ ଭୟ,ତୁମ୍ଭେ ହିଁ ଭାଜନ ଏକା ସେ କାର୍ଯ୍ୟସାଧନେ ।’’ଶୁଣି ତହୁଁ ମୃଦୁହାସ୍ୟେ ଭାଷିଲେ ନରେଶ-‘‘ଅହୋ, କି ଆଶ୍ଚର୍ଯ୍ୟ, ଋଷି, ହେବ କି ହେ ଭଲାତପ୍ତ ବୈତରଣୀ ପାରି ଶବ-ନାବେ ବସି,ଐଶ୍ୱର୍ଯ୍ୟ ଆସକ୍ତ କିପାଁ, ଉପେକ୍ଷି ଈଶ୍ୱରେ !’’କହିଲା ସନ୍ୟାସୀ ତହୁଁ ‘‘ନୃପ, ଅଛି ବିଧିତନ୍ତ୍ରଶାସ୍ତ୍ରେ-ବଳିଦାନ, ଶବସାଧନାର,ଧର୍ମର ଅସଂଖ୍ୟ ପଥ, ଉଦ୍ଦେଶ୍ୟ ଗୋଟିଏ,କେହି ଗମେ ଋଜୁପଥେ, କେହି ବା କୁଟିଳେ,ମାତ୍ର ସର୍ବ ତଟନୀର ଲକ୍ଷ୍ୟ ବାରାନିଧି ।’’‘‘ଧର୍ମର ଅସଂଖ୍ୟ ପଥ, ଯଥାର୍ଥ ତାପସ’’ଉତ୍ତରିଲେ ଅବନ୍ତୀଶ, ‘‘ମାତ୍ର ଧୃତ ପଥତବ ନୁହେଁ ସୁଦ୍ଧା, ଯତି, ଅତ୍ୟଧମ ପଥଧର୍ମସାଧନର, ତାହା ଭୌତିକ ତାମସଜଘନ୍ୟ ବର୍ବରଲୀଳା, ଅନାର୍ଯ୍ୟ ଆଚାର !ଅହିଂସା ପରମ ଧର୍ମ- ସର୍ବଧର୍ମମତ,ମାତ୍ର ଯାର ମୂଳଭିତ୍ତି ହତ୍ୟା, ନିଷ୍ଠୁରତା,ନାହିଁ ଯହିଁ ସ୍ନେହ,ମାୟା, ଦୟା, ପ୍ରୀତି, ନୀତି,ଧର୍ମ ନୁହେଁ ତାହା- ପାପ ଛଦ୍ମସଂଜ୍ଞା ସିନା ।କୀଟୁ ବ୍ରହ୍ମଯାଏ ସର୍ବ ଯାହାଙ୍କ ସର୍ଜନା,ତାଙ୍କ ପୁତ୍ରକନ୍ୟା ଅର୍ପିବଳିରୂପେ ତାଙ୍କୁ,କରିବ କି ତାହାଙ୍କର ସନ୍ତୋଷ ସାଧନ ?ପଶୁ ବଳି ଅର୍ଥ, ଯତି, ସ୍ୱତନ୍ତ୍ର ପ୍ରକାର-ସଂଯମ ହିଁ ମହାଯଜ୍ଞ, ପଶୁବଳି ତହିଁମାନବର ପଶୁଭାବ-କାମ, କ୍ରୋଧ ଆଦି ।ଅତଃ ଶବସାଧନାର ଅର୍ଥ ଶୁଣ ଏବେ-ସାଧକ ତନ୍ମୟ ଚିତ୍ତେ କରିବ ସାଧନା,ହେବ ଆତ୍ମାଜ୍ଞାନଶୂନ୍ୟ, ନିଷ୍ପନ୍ଦ ନିଶ୍ଚଳଶବ ପରି, ସଂକ୍ଷେପତଃ ସମାଧି ଯା’ ନାମ,ସେହି ତ ଶବସାଧନ, ହେଜ ଅବହିତେ ।ନ ବୁଝି ପ୍ରକୃତ ମର୍ମ ତାନ୍ତ୍ରିକ ଗ୍ରନ୍ଥର,କରୁଛ ହତ୍ୟାରେ ଖାଲିତ ବିକୃତ ତାହାକୁ ।ଏହି ଯେ ପ୍ରକୃତି, ଏହା ପ୍ରତି ଲୋମକୂପେବିରାଜେ-ଅନନ୍ତ-ଭୂମା-ଅନନ୍ତ-ମହିମା,କେତେ ମହାତତ୍ତ୍ୱ ରତ୍ନ ରହିଛି ଜଡ଼ିତଏହା ଅଷ୍ଟଦିଗେ, ଋଷି, ଏ ପ୍ରତ୍ୟକ୍ଷୀଭୂତଅଷ୍ଟନିଧି ଛାଡ଼ି, ଭଲା କେଉଁ ଭ୍ରମେ ପଡ଼ିଲୋଡ଼ୁଛି କି ଅଷ୍ଟଶ୍ୱର୍ଯ୍ୟ ? ଅନିଶ୍ଚିତ ତାହା ।ପ୍ରଦାନେ ଯେ ଧର୍ମନାମେ ହତ୍ୟାରେ ପଶ୍ରୟ,କରେ ସେ ଧର୍ମକୁ ହତ୍ୟା, ଆତ୍ମହତ୍ୟା ସହ,ପିଇ ସେ ଅମୃତ ମୁଖେ ଉଗାରେ ଗରଳ,ଯଥା ମହୀ ପାନ କରି ନବ ବୃଷ୍ଟି-ସୁଧାବୈଶାଖେ, ଉଦ୍ଗାରେ ବହୁ ବିଷକୀଟ, ଅହି ।କହୁ ନାହିଁ ଏ କଥା ମୁଁ ପ୍ରତିକୂଳଭାବେ,ହୋଇଅଛି ସତ୍ୟବଦ୍ଧ, ହେବି ମୁଁ ସହାୟ,ବିଶେଷତଃ କର୍ମ ତବ ଅଲୌକିକ ଅତି,ଜନ୍ମୁଅଛି କୁତୂହଳ ଦେଖିବାକୁ ତାହା,ଆସିଲାଣି ସନ୍ଧ୍ୟା, ଏବେ ବାହୁଡ଼ ଆଶ୍ରମେହେବ ଉପସ୍ଥିତ ଆସି ଯଥାକାଳେ କାଲି ।’’‘‘ତଥାସ୍ତୁ’’ ଉଚ୍ଚାରି ସାଦୁ ଆଶ୍ରିଲେ ସରଣୀ ।ଅନନ୍ତର ପରବର୍ତ୍ତୀ ରଜନୀ-ଯୌବନେ *ବିକ୍ରମୀ ବିକ୍ରମାଦିତ୍ୟ, ତୀକ୍ଷ୍ଣଖଡ଼୍ଗପାଣି,ଯାତ୍ରା କଲେ ଯୋଗୀ ସହ ଏକାକୀ ଗୋପନେ*ନିଶୀଥ ସମୟରେନିବିଡ଼ ଅନ୍ଧାରେ ମଗ୍ନ ଅନନ୍ତ ମାଧୁରୀପ୍ରକୃତିର, ମଗ୍ନ ନରଚେତନା-ତରଣୀନିଦ୍ରା-ପାରାବାର ଗର୍ଭେ, ସୁପ୍ତା ବସୁନ୍ଧରା,ନୀରବ ନିଶ୍ଚଳ ସର୍ବେ, ଆବର ନିଶ୍ଚେତ ।ସେହି ମହାନୀରବତରା ସୂଚାଏ ସୃଷ୍ଟିକୁଜୀବଶୂନ୍ୟ ପ୍ରାୟ, ସତେ ବା ଯାଇଛି ଉଠିଅବନ୍ତୀ ନଗରୀ କେଉଁ ଅଜ୍ଞାତ ପ୍ରଦେଶେ ?କେତେ କ୍ଷଣ ପରେ ଉଭେ ମିଳିଲେ ଶ୍ମଶାନେ,ତହୁ ଯତି ନରବରେ ବୋଇଲା ସମ୍ୱୋଧି-‘‘ରାଏ, ରହିଲି ମୁଁ ଏହି ଠାବେ, ଆରମ୍ଭିବିଇଷ୍ଟଯାଗ, ଯାଅ ତୁମ୍ଭେ ଯାମ୍ୟେତର ଦିଗେ,ଭେଟିବି ପଥରେ ଏକ ଶାଳ୍ମଳୀ ପାଦପବହୁଶାଖା, ତୁଙ୍ଗଚୂଡ଼, ଅଛି ତା ଗର୍ଭରେଶବ, ଆଣ ତାହା ନୃପ ଗମିଲେ ଉତ୍ତରେ,ଜଳୁଛି ଶ୍ମଶାନେ ଚିତା, ମିଞ୍ଜିମିଞ୍ଜି ଭାବେଧୂମହୀନ, ନିରିନ୍ଧନ, ଅସ୍ପଷ୍ଟ ଆଲୋକଶ୍ମଶାନର ବିଭୀଷିକା ବଢ଼ାଏ ଦିଗୁଣ;ଯୋଗଣଖନ୍ଦା କି ତାହା ଶ୍ମଶାନ-ରାଣୀର ?ପାଚକ ପରାୟେ ଶିବା ବସିଅଛି ଜଗି ।ଚାଲିଛନ୍ତି ନୃପବର ଅନ୍ଧକାରେ ବୁଡ଼ି,ଚାଲୁ ଚାଲୁ ପଛେ ଆନ ଚାଲିଲା ପରାୟେହୁଏ ଭ୍ରମଜାତ, ମାତ୍ର ଚାହିଁଲେ ପଛକୁ,ଦିଶେ ନାହିଁ କେହି, କାହିଁ ଯାଏ ସେ ଉଭେଇ,ନିଜ ପଦ ଶବ୍ଦ ପ୍ରତେ ଅନ୍ୟର ବୋଲିଣ,ଏହିପରି ଶୂନ୍ୟ ରୂପ ଧରି ନିସ୍ତବ୍ଧତାମାୟାମୟୀ ମାୟାବିନୀ ଦେଖାଇଲା ଭୀତିମାତ୍ର ବିକ୍ରମଙ୍କ ପାଶେ ବୃଥା ହେଲା ମାୟା ।ଅନ୍ଧକାରେ ପଥ କଳି ନ ପାରି ନରେଶଚାଲିଲେ ଅପଥେ, ଯଥା ଯୌବନେ ଯୁବକ,ଝୁଣ୍ଟି ଝୁଣ୍ଟି ଗତିପଥେ ନରମୁଣ୍ଡମାଳ,ନରାସ୍ଥି, ପଞ୍ଜରାଚୟ ହେଲେ ଅଗ୍ରସର ।ଊର୍ଦ୍ଧ୍ୱଭାଗେ ସୁବିସ୍ତୃତ ଅନନ୍ତ ଆକାଶ,ଧୌତ ଶାନ୍ତି-ଜଳେ, ନୀଳ, ଚଟୁଳ ମଧୁର,ବିରାଟ ଶ୍ମଶାନ ନିମ୍ନେ ବସୁଧା ବକ୍ଷରେ,ବିଜନ ଭୀଷଣ ସ୍ଥଳୀ, ନିରାଟ, ଗମ୍ଭୀର,ଗାମ୍ଭୀର୍ଯ୍ୟ ମାଧୁର୍ଯ୍ୟମିଶା ସେ ବିକଟ ଛବିଆଣିଦେଲା କେତେ ସ୍ମୃତି, କେତେ ନବ ଭାବ,ପୁଣି ମୁହୂର୍ତ୍ତକେ ହରି ସର୍ବ କଲା ହୃଦଶୂନ୍ୟାୟିତ, ଭୀତି ଆଉ ସାହସ ଉଭୟେଘନ ଘନ ଲୁଚକାଳି ଖେଳିଲେ ସକାଳେ ।ଆସନ୍ନନିର୍ବାଣ ଚିତା ବିଦାରି ଅନ୍ଧାରଉଠିଲା ପ୍ରଜ୍ୱଳି ପୁଣି, ସର୍ବବିଧ୍ୱଂସିନୀନିୟତିର କି ସେ ତୀବ୍ର ସମୁତ୍କଟ ହାସ-ଜ୍ୱାଳାମୟ, ନିରେଖି ତା ଭାଳିଲେ ଭୃପତି-ଏହି ମହାଚିତା ସିନା ନର ଜୀବନରଅନ୍ତିମ ଅନଳଝାସ, ଏ ରୁଦ୍ର ଅନଳେମିଶାଏ ଶରୀର ଆହା ମାନବ-ଖଦ୍ୟୋତ !କେତେ କେତେ ପ୍ରବଳର ଦୁର୍ବାର କ୍ଷମତା,ଦୁର୍ବଳ-ଦୁର୍ଗତିରାଶି, କ୍ରୋଧାଳୁର କ୍ରୋଧ,ଅଭିମାନି-ଅଭିମାନ, ଅହମିକାମୟ,ଲୀନ ଏ ପାବକେ, ଏହା ଅମୃତସୋପାନନିର୍ବାଣର, କରେ ନର ହୃଦଭାର ଲଘୁ ।ଏହିପରି ଭାଳୁ ଭାଳୁ ହେଲେ ଉପସ୍ଥିତଶାକ୍ମଳୀ ପାଦପ ପାଶେ, ଦେଖିଲେ ସେଠାବେତରୁ-କ୍ରୋଡ଼େ * ସ୍ଥିତ ଶବ, ବଢ଼ାନ୍ତେ ତା ପ୍ରତିଧରିବା ଆଶ୍ରୟେ କର, ଏକାଳେ ବେତାଳ*ବୃକ୍ଷ କ୍ରୋଟରରେଏକ ମିଳି ଅକସ୍ମାତ, ବୋଇଲା ନିଷେଧି-‘‘ତିଷ୍ଠ ତିଷ୍ଠ ହେ ସାହସି, କହ, ତୁମ୍ଭେ କିଏ ?ଏ ମହାଶ୍ମଶାନେ ଏକା ମୋର ଅଧିକାର,କିପାଇଁ ଆସିଲ ଏଥି ଅର୍ପିବାକୁ ପ୍ରାଣ ?’’ଉତ୍ତରିଲେ ଈଷଦ୍ଧାସ୍ୟେ ସଗର୍ବେ ବିକ୍ରମ-‘‘ଭ୍ରାନ୍ତ ତୁମ୍ଭେ, ଏ ଶ୍ମଶାନ ନୁହେ ଅଧିକୃତକାହାର, ବରଞ୍ଚ ସର୍ବେ ଆସନ୍ତି ଅନ୍ତିମେଏହା ଅଧିକାରେ, ଯେଉଁ ବିରାଟ ଶୂନ୍ୟତାଖେଳୁଛି ତା ବକ୍ଷେ, ସେହି ଅଧିକାରୀ ତାର ।ଏ ସଂସାର ମାନବର କ୍ଷଣିକ ପ୍ରବାସ,ଦୂର୍ବଳ ସଂକୀର୍ଣ୍ଣବୁଦ୍ଧି ସ୍ୱଭାବେ ମାନବ,ବୁଝିବାକୁ ଅକ୍ଷମ ସେ ବିଶାଳ ବିଶ୍ୱରକ୍ଷୁଦ୍ରାଦପି କ୍ଷୁଦ୍ରତମ ବାଲିକଣା ତତ୍ତ୍ୱ,ତାର ଅଧିକାର ଲଜ୍ଜା, ହାସ୍ୟକର କଥା ।ଅଧିକନ୍ତୁ-ପ୍ରାଣ-ଯନ୍ତ୍ରେ ବାଜେ ଯାହା ନାମେସଦା ମୋର ମୋର ଧ୍ୱନି, ସେ ପ୍ରିୟ ଶରୀରେନାହିଁ ସୁଦ୍ଧା ମାନବର ତିଳେ ଅଧିକାର,ଅନ୍ୟଥା, ସେ ପାରନ୍ତା କି ଉପେକ୍ଷି ତାହାକୁ ?ମୋ ନାମ ବିକ୍ରମାଦିତ୍ୟ, ଯୋଗୀ ଅନୁରୋଧେଆସିଛି ନେବାକୁ ଶବ, ଅଛି ସାଧ୍ୟ କାରଜନ୍ମାଇବ ଅନ୍ତରାୟ ମୋ ଉଦ୍ଦେଶ୍ୟ ପଥେ ?’’ଲଜ୍ଜାବୋଳା, ମ୍ଳାନ ମନ୍ଦ, ଅସୁନ୍ଦର ହାସ୍ୟେ,ଭାଷିଲା ବେତାଳ, ନମ୍ରେ ଧୀରେ, ‘‘ଯଶୋଧନ,ଚିହ୍ନିଲଟି ମୋତେ, ଅଗ୍ନି ବେତାଳ ମୋ ନାମ,ପୂର୍ବେ ଦ୍ୱନ୍ଦ୍ୱ ଯୁଦ୍ଧେ ମୁହିଁ ଲଭି ପରାଜୟହୋଇଥିଲି ସତ୍ୟବଦ୍ଧ ସ୍ୱତଃ ସାଧିବାକୁଉପକାର ଛାମୁଙ୍କର ଅନାହୂତ ଭାବେ,ନୃପ, ଏବେ ଉପସ୍ଥିତ ସେହି କାଳ ଆସି ।ସତ୍ୟ ଦେବ, ଆମ୍ଭେମାନେ ଅଧମ ଶ୍ରେଣୀୟ,ନିଷ୍ଠୁର ସ୍ୱଭାବ, ମୂଢ଼, ଅକ୍ଷମାସର୍ବସ୍ୱ,ମାତ୍ର ସତ୍ୟରକ୍ଷା ଆମ୍ଭ ଜୀବନ ଜୀବିକା,ସତ୍ୟ ଏକା ଅନଶ୍ୱର ଏ ନଶ୍ୱର ଭବେ,ପ୍ରତିଷ୍ଠିତ ଏ ଅନନ୍ତ ସୃଷ୍ଟି ସତ୍ୟ-ଦୃଢ଼ଭିତ୍ତିପୃଷ୍ଠେ, ସତ୍ୟ ଯନ୍ତ୍ରେ ସୁପରିଚାଳିତ ।ଇତର ଅନାର୍ଯ୍ୟ ଆମ୍ଭେ ଦେବତା ସମାଜେ,ମାନବେ ଅନ୍ତ୍ୟଜ ପ୍ରାୟେ, ନ ଜାଣୁ ଅପରଧର୍ମ, ସତ୍ୟ ବିନା, ସତ୍ୟ ଆମ୍ଭ ଶ୍ରେୟ, ପ୍ରେୟ,ସତ୍ୟ, ଏ ବର୍ବର ପ୍ରାଣ ସତ୍ୟ-ପଦେ ବିକା ।ବେତାଳସମ୍ରାଟ ମୁହିଁ, ଦୁତବର୍ଗେ ମୋରକାମରୂପୀ, କାମଗତି, ଅର୍ପନ୍ତି ସେ ଆଣିନିଖିଳ ବ୍ରହ୍ମାଣ୍ଡ ବାର୍ତ୍ତା ମୋତେ ନିତି ନିତି,ଶୁଣି କାଲି ଭଣ୍ଡ ଯୋଗୀ ଛଳନା ସମ୍ୱାଦ,ଉଦ୍ଧାରର୍ଥେ ତୁମ୍ଭଙ୍କୁ ତା ଅଭିସନ୍ଧି-ଫାନ୍ଦୁଉପସ୍ଥିତ ନିଶୀଥେ ମୁଁ ଏ ଭୀଷଣ ସ୍ଥଳେ ।ଯାହା ପ୍ରତାରଣା-ଜାଲେ ପଡ଼ିଅଛି ରାଏ,ନୁହେଁ ସେ ପ୍ରକୃତ ଯୋଗୀ-ଛଦ୍ମ କାପାଳିକ,ସାଧୁଭେକଧାରୀ, ଯୋଗ ତାର ହିଂସା, ଧ୍ୟାନ-ପରାନିଷ୍ଟ, ଦେହବୋଳା ଭସ୍ମ ପ୍ରବଞ୍ଚନା,ଇଷ୍ଟମନ୍ତ୍ର ଦୁରାକାଙ୍କ୍ଷା, ଲୋଭରଜ୍ଜୁ ଜଟା,ନଖ ତୀକ୍ଷ୍ଣ ଅସ୍ତ୍ର, ଶ୍ମଶ୍ରୁ ପୁଣି କଷାବାସ-ଅସନ୍ତୋଷ ଅସଂଯମ ପ୍ରକାଶ ପତାକା ।ଅବିଦ୍ୟା କୁବିଦ୍ୟା ଯେତେ ଅଛି ଏ ସଂସାରେ,ସେ ସର୍ବର ଭକ୍ତ ଦୃଷ୍ଟ, ବିଳାସର କୀଟ,ବିରାଟ ବାସନା-ବହ୍ନି ଜାଳି ହୃଦ-ବନେ,ପାରୁ ନାହିଁ କରି ତାହା ନିର୍ବାପିତ ନିଜେଅର୍ଥ-ବାରି ଅଭାବରେ, କିନ୍ତୁ ଦୁରାଚାରବୁଝୁ ନାହିଁ ଅର୍ଥ ତହିଁ ନୁହେଁ ଶାନ୍ତିବାରି,କେବଳ ଆହୁତି ଅର୍ଥ, ଅର୍ଥଲୋଭେ ପାପୀରତ ମହାପାପୀ ସଦା, ନ ଚାହେଁ ଥରେ ହେଁଅଦୂର ଭବିଷ୍ୟଗର୍ଭ ବିଧିଲିପି ପ୍ରତି ।ହେବ ନାହିଁ ତବ ସହୁ ସମକକ୍ଷ ବଳେ,ଜାଣି ସେ ନାରକୀ ଏହା, ବିଶେଷତଃ ଦେଖିସରଳ ବିଶ୍ୱାସ ତବ ଆଣିଛି ଭୁଲାଇ,ବିନାଶି ତୁମ୍ଭଙ୍କୁ ଆଜି କୂଟ କୌଶଳରେହେବ ବୋଲି ରାଜା, ଦୁଷ୍ଟ ବାନ୍ଧିଛି ଦୁରାଶାଛୁଅ *ସିନା ତୋର ନୃପ, ଏ ଶବ ସାଧନା ।ଯେଉଁ ଆଶାବାଡ଼ି ସଦା ଜାକିଛି ସେ କାଖେ,ଗୁପ୍ତ ଅସ୍ତ୍ରକୋଷ ତାହା, ଏହି ବ୍ୟାଜ-ଯାଗ-*ଛଳନା ଶଳଜଶେଷେ ଯେବେ ତା ସଙ୍କେତ ମତେ ତୁମ୍ଭେ ନୃପବିହିବ ପ୍ରଣାମ, ତେବେ ବଧିବ ତୁମ୍ଭଙ୍କୁତୁମ୍ଭର ଅଜ୍ଞାତସାରେ, ଥିବ ଅବହିତ ।ନାହିଁ କିଛି ଭୟ କିମ୍ୱା ଉବ୍ଦେଗ କାରଣ,ଥିବି ମୁହିଁ ତବ ସଙ୍ଗେ ଛାୟାରୂପ ଧରି,ସାଧିଲାଣି ଦୁଷ୍ଟ ଯେତେ ସୃଷ୍ଟି ଅକଲ୍ୟାଣ,ସେ ପାପର ପ୍ରାୟଶ୍ଚିତ ରୂପେ ଅର୍ପ, ରାଏ,ତାହା ଅନୁଷ୍ଠିତ ଯୋଗେ ତା ଶିର ଆହୁତି ।’’ଭିଣିଲେ ବିକ୍ରମାଦିତ୍ୟ- ‘‘ହେଲି ପ୍ରୀତ ଅତିତବ ଏ ପ୍ରତ୍ୟୁପକାରେ, ବିଳମ୍ୱ କିପାଇଁଦୁର୍ନୀତି ଦମନେ ତେବେ ? ହୁଅ ଅଗ୍ରସରତ୍ୱରା, ସେ ଭଣ୍ଡ-ନୀବାରେ କରି ଉତ୍ପାଟିତସନ୍ୟାସି-ଶାରଦ-କ୍ଷେତ୍ରୁ, କରିବି ନିର୍ମଳ,କାଟି କାବ୍ୟୁ ଦୋଷ ଯଥା ସୁ-ସମାଲୋଚକକରେ ତାକୁ ନିଷ୍କଳଙ୍କ, ଅନିନ୍ଦ୍ୟ ସୁନ୍ଦର,ସମାଲୋଚକ ସମ୍ୱଳ କଳ୍ପନା-ତୂଳିକା,ମୋ କଳ୍ପତୂଳିକା ମାତ୍ର ହେବ ଏହି ଅସି,କାବ୍ୟ ହେବ ପାମରର ଜୀବନପଞ୍ଜିକା,ଘନୀଭୂତ ଦୋଷ ତହିଁ ଶରୀର ତାହାର ।’’ବୋଇଲା ବେତାଳ ତହୁଁ ନରେଶେ ସମ୍ୱୋଧି,‘‘ପୁଣ୍ୟଶ୍ଳୋକ, ଅଛି ମୋର ପ୍ରଶ୍ନ ଏକ, କଲେଆଗେ ସମାଧାନ ତାହା, ଯିବି ଶବ ଘେନି,ଶୁଣା ହେଉ ପ୍ରଶ୍ନ ଏବେ ଜଣାଏଁ ଛାମୁରେ-ଏକଦା ଜନୈକ ଦ୍ୱିଜ ଘୋର ବନପଥେଭ୍ରମୁଥିଲେ ଅନ୍ତଃସତ୍ତ୍ୱା ସଧର୍ମିଣୀ ସହ,ପ୍ରଚଣ୍ଡ ନିଦାଘ ଋତୁ ମଧ୍ୟାହ୍ନ ସମୟ,ହେଲା ରୁଦ୍ର ରୌଦ୍ରତେଜ ଅସହ୍ୟ ଅତୀବ,ବର୍ଷିଲା ଅନଳଧାରା ନଭୁ ଅନର୍ଗଳ,ତରୁପୂର୍ଣ୍ଣେ ପ୍ରତିହତ ହୋଇ ରୌଦ୍ରରେଖା,ଚୂର୍ଣ୍ଣ ହୋଇ ରନ୍ଧ୍ରପଥେ ପଡ଼ିଲାକ ଝରି,ଆଣିଲା ପବନ ବହି ପାବକପ୍ରବାହ ।ଭ୍ରମୁ ଭ୍ରମୁ ଉଭେ ହୋଇ ତୃଷ୍ଣାରେ ଅଧୀର,ହେଲେ ପ୍ରଧାବିତ ବନବକ୍ଷେ ଇତସ୍ତତଃଜଳାଶ୍ରୟ ଅନ୍ୱେଷଣେ, ବିହ୍ୱଳ ନୟନେ,ଦାରୁଣ ଦୁରାଶା ଯଥା କରେ ଧାଁ-ଦଉଡ଼ତାର ଚିର ପ୍ରିୟବାସ ଦୂରାକାଙ୍କ୍ଷା ହୃଦେ ।ଝୋଲାମରା ପ୍ରାୟ ହୋଇ କେତେ କ୍ଷଣ ପରେମିଳିଲେ ଦମ୍ପତି ଏକ ପଲ୍ୱଳ ନିକଟେ,ଦେଖିଲେ ସଞ୍ଚିତ ତହିଁ ଅଛି ସ୍ୱଳ୍ପ ଜଳପଦ୍ମପତ୍ରେ, ଚିକିଳିତ, କୀଟାଣୁ-ଦୂଷିତ,ମାତ୍ର ତାହା ହରିପାରେ ଜଣକ ପିପାସାବ୍ରାହ୍ମଣୀକୁ ଚାହିଁ ତହୁଁ ବୋଇଲା ବ୍ରାହ୍ମଣ,‘ନିବାର ପିପାସା ପ୍ରିୟେ, ଏହି ଜଳ ପାନେ ।’ସ୍ୱାମୀର ଆଦେଶ ଶୁଣି ଭାଷିଲା ବ୍ରାହ୍ମଣୀ,‘ଦେବ, ଜଗତର ଧାତ୍ରା ଯେଉଁ ଜାତି,ଯାହାଙ୍କର ଧର୍ମ ସଦା ଜଗତର ସେବା,ସେହି ନାରୀ ଜାତି ରଖି ସ୍ୱାମୀକୁ ଭୂଷିତମେଣ୍ଟାଇବ ଜଳପାନେ ସ୍ୱୀୟ ଦଗ୍ଧ ତୃଷା,ଗଲେ ସୁଦ୍ଧା ପ୍ରାଣ କେବେ ସମ୍ଭବେ କି ଏହା ?ତୁମ୍ଭେ ମୋର ସ୍ୱାମୀ, ଗୁରୁ, ଜୀବନ୍ତ ଦେବତା,ପିପାସାରେ କଲବଲ ଦେଖିଣ ତୁମ୍ଭଙ୍କୁପିଇବି ମୁଁ ଜଳ, ହାୟ, ରମଣୀ-ସୁଲଭକୋମଳ ପରାଣେ ଦେବ ନ ପାରିବ ଦାସୀସହି ତାହା କଦାଚନ, କ୍ଷମା କର ପ୍ରଭୋ,ଶାନ୍ତ ହୁଅ ଆଗେ ତୁମ୍ଭେ ଏହି ଜଳ ପାନେ,ପଛେ ମୋତେ ଆଣି ଦେବ ଅନ୍ୟତ୍ର ଅନ୍ୱେଷି ।’ପତ୍ନୀର ପ୍ରାର୍ଥନା ଶୁଣି କହିଲା ବ୍ରାହ୍ମଣ,‘ନାରୀର ଭରଣଭାର ନ୍ୟସ୍ତ ସ୍ୱାମୀ ପରେ,ବିଧାତା ନିର୍ବନ୍ଧ ଏହା, ଆଶ୍ରିତ ପାଳନଆଗେ, ପଛେ ନିଜ କଥା, ପ୍ରିୟେ, ଏହା ସିନାପ୍ରଭୁପଣ, ବିଶେଷତଃ ଅନ୍ତଃସତ୍ତ୍ୱା ତୁମ୍ଭେ,ପିପାସାରେ ବିସର୍ଜିଲେ ପ୍ରାଣ, ହେବି ମୁହିଁଲିପ୍ତ ନାରୀହତ୍ୟା ପୁଣି ଭ୍ରୁଣହତ୍ୟା ପାପେ,ଅତଏବ ଏ ଅନ୍ୟାୟ ଅନୁରୋଧୁ, ଦେବି,କ୍ଷାନ୍ତ ହୋଇ ପିଅ ଜଳ ନ ଭାବିଣ ଦ୍ୱିଧା ।’ଏସନ ବାଦାନବାଦେ ଲିପ୍ତ ହୋଇ ଦୁହେଁନ ପିଇଲେ କେହି ଜଳ, କେତେ କ୍ଷଣ ପରେହୋଇଗଲା କଣ୍ଠରୁଦ୍ଧ, ଶେଷେ ସେ ଦମ୍ପତି,ପରସ୍ପର ମୁଖେ ଚାହିଁ ତେଜିଣ ଜୀବନ ।ବୋଲନ୍ତୁ ନୃବର ଏବେ, ଏ ବେନି ମଧ୍ୟରେକାହାର ଅଧିକ ପ୍ରୀତି ? ଏହି ପ୍ରଶ୍ନ ମୋର ।’’ଉତ୍ତରିଲେ ନରନାହା- ‘‘ଅତୀବ ସହଜଏ ପ୍ରଶ୍ନର ସଦୁତ୍ତର, କାହିଁ କାର ପ୍ରୀତି ?ଥାନ୍ତା ଯଦି ପ୍ରୀତି ତେବେ ପିଇଥିଲେ ଜଣେଜଳ, ହୋଇଥାନ୍ତା ଶାନ୍ତ ଅନ୍ୟର ପିପାସା,ଉଭୟର ମରଣ ଯେ କଲା ସଂଘଟନତାହା ନାମ ମାୟା ସିନା, ପ୍ରୀତି ନୁହେଁ କେବେ,ପ୍ରୀତି ପୂତ ମନ୍ଦାକିନୀ, ମାୟା ଚର୍ମନାସା,ପ୍ରୀତି ସ୍ୱର୍ଗଦେବୀ, ମାୟା ଶ୍ମଶାନ-ଡ଼ାକୁଣୀ,କେଉଁ ଗୁଣେ ଭଲା ଜ୍ୱାଳାମୟୀ ଅଗ୍ନିଶିଖାବସିବ ଶୀତଳ ସ୍ନିଗ୍ଧ ଚନ୍ଦ୍ରିକା ଆସନେ ?’’ନୀରବନ୍ତେ ବିକ୍ରମାର୍କ, କହିଲା ବେତାଳ-‘‘ଯଥାର୍ଥା ଉତ୍ତର ନୃପ, ମାନିଲା ହୃଦୟ,ବିଚାରି ବୁଦ୍ଧିକୁ ତବ ଶତ ଧନ୍ୟବାଦ,ତବ ସୂକ୍ଷ୍ମ ତର୍କଣାର ଅସୀମ ଆଶଂସାଶୁଣିଥିଲି ଦୂତମୁଖୁଁ ପୂର୍ବେ, ମାତ୍ର ଆଜିପ୍ରତ୍ୟକ୍ଷ ପ୍ରମାଣ ଲଭି ତାର, ମେଣ୍ଟାଇଲିଅବିଶ୍ୱାସ ବିଶ୍ୱାସର ବିଷମ କଳହ ।ଥିଲେ ଚିତ୍ତ ସନ୍ଦିହାନ, ହୁଏ ନାହିଁ ରଖିଦୃଷ୍ଟିକୁ ସରଳ, ତେଣୁ ନ ଚିହ୍ନି ତୁମ୍ଭଙ୍କୁମୂଢ଼ ପଣେ କରିଥିଲି ଏ ପ୍ରଶ୍ନ ଜିଜ୍ଞାସା,କ୍ଷମିବ ମହାତ୍ମା, ମୋର ଏହି ପ୍ରଗଳ୍ଭତା ।ଚାଲ ତୁମ୍ଭେ ଅଗ୍ରେ ଅଗ୍ରେ, କାନ୍ଧେ ଶବ ଘେନି,ଅନସରିବି ମୁଁ ସଙ୍ଗେ ଛାୟାରୂପ ଧରି,’’ତଥାସ୍ତୁ ଉଚ୍ଚାରି ରାଜା ଗମିଲେ ଚଞ୍ଚଳେ ।ପ୍ରବେଶନ୍ତି ଯାଇ ଦୁହେଁ ଭଣ୍ଡ ସାଧୁ ପାଶେ,ଶବ ଥୋଇ ଉଭା ହେଲା ଅଦୂରେ ବେତାଳଅଦୃଶ୍ୟେ, ସମ୍ଭୋଧି ତୁଁ ଧୀରେ ନରବରକହିଲେ ତାପସେ, ‘‘ଏହି ଆଣିଲି ମୁଁ ଶବତବ ଆଜ୍ଞାମତେ, ଯୋଗି, କର ପରିଗ୍ରହ ।’’ବିରାଟ ଅନଳକୁଣ୍ଡ ଜାଳି ଛଦ୍ମଯତିବସିଥିଲା ନୃପାଗମ ପ୍ରତୀକ୍ଷାରେ ତହିଁନିମୀଳି ନୟନଦ୍ୱୟ, ଡ଼ାକନ୍ତେ ଏକାଳେରାଏ, ଉଠି ଶଶବ୍ୟସ୍ତେ ଟାଣି ନେଇ ଶବେବସି ତା କଙ୍କାଳ ପରେ, ଅସ୍ପଷ୍ଟେ ଉଚ୍ଚାରିତ୍ରିବାର କି ମନ୍ତ୍ର, ଦେଲା ପାବକେ ଆହୁତି ।ଅନନ୍ତର ଉଭା ହୋଇ ମୁହୂର୍ତ୍ତକ ପରେଧରି ଆଶାବାଡ଼ି କରେ ବୋଇଲା ବିକ୍ରମେ-‘‘ଶ୍ମଶାନ ଶଙ୍କରୀ ପଦ ଉଦ୍ଦେଶ୍ୟରେ ନୃପ,କର ପ୍ରଣିପାତ, ସାଙ୍ଗ ଇଷ୍ଟ ଯାଗ ଏବେ ।’’ଭାଷିଲେ ଅବନ୍ତୀପତି ମୃଦୁହାସ୍ୟେ ତହୁଁ-‘‘ଯୋଗୀ ତୁମ୍ଭେ, ଏ ଯଜ୍ଞର ପ୍ରଧାନ ସାଧକ,କରିବା ଉଚିତ ସିନା ପ୍ରଣାମ ତୁମ୍ଭରଅଗ୍ରେ, ତହିଁ ପରେ ଯାହା, କର୍ତ୍ତବ୍ୟ ମୋହର,ପାଳିବି ଅବଶ୍ୟ ତାହା, ସେ ମୋର ବିଜ୍ଞାତ,ହେବ ନାହିଁ ତାହା ମୋତେ ଦେବାକୁ ଶିଖାଇ ।’’ନ କରି ଦ୍ୱିରୁକ୍ତି କିଛି କପଟ ସନ୍ନ୍ୟାସୀବିହିଲା ମହୀରେ ଲୁଟି ସାଷ୍ଟାଙ୍ଗ ପ୍ରଣାମ,ଏକାଳେ ବିକ୍ରମାଦିତ୍ୟ ବୁଝି ଅବସର,ଖରକରେ କରବାଳେ କାଟି ଶିର ତାରନିକ୍ଷେପିଲେ ଅଗ୍ନିକୁଣ୍ଡେ-ତାହାରି ସଜ୍ଜିତ,ଯେ ଶିକାରେ ଲକ୍ଷ୍ୟ କରି ଆସିଥିଲା ବ୍ୟାଧ,ହେଲା ଶେଷେ ଲକ୍ଷ୍ୟ ଦୁଷ୍ଟ ସେହି ଶିକାରର,ହାତେ ହାତେ କୃତକର୍ମ ଭୁଞ୍ଜିଲା ପାମର !ଏ ଅନ୍ତେ ଆକାଶୁଁ ହେଲା ଅଶରୀରୀ ବାଣୀ‘‘ହେ ବିକ୍ରମାଦିତ୍ୟ, ହେଉ ମଙ୍ଗଳ ତୁମ୍ଭର,ଅମଙ୍ଗଳ-ଧୂମକେତୁ ଏ ନର-ରାକ୍ଷସେବଧି ତୁମ୍ଭେ ସାଧିଲ ଯେ ସୃଷ୍ଟିର କଲ୍ୟାଣ,ଯୋଗ୍ୟ ଧର୍ମ ତାହା, ନୃପ, ତୁମ୍ଭରି ସମାନଦୁର୍ନୀତି-ଦମନ-ଦକ୍ଷ ଧର୍ମରକ୍ଷୀଙ୍କର,ପ୍ରୀତି ହୋଇ ସାଧୁ କାର୍ଯ୍ୟେ ପିତାମହ ତବତ୍ରିଦିବଭରସା ଇନ୍ଦ୍ର, ଅଛନ୍ତି ପଠାଇସ୍ନେହ-ଉପହାରସୂଚୀ ଏହି ସିଂହାସନଦ୍ୱାତ୍ରିଂଶ ପୁତ୍ତଳଖଚୀ, ବିଚିତ୍ର ସୁନ୍ଦର,ହେଲେ ଉପବିଷ୍ଟ ଏହି ମହାସିଂହାସନେ,ଧରିବି ଅଦ୍ଭୁତ ଶକ୍ତି ତୁମ୍ଭେ, ସୁଧୀବର,ନ୍ୟାୟ ମୀମାଂସାର ଗୂଢ଼ ସୂକ୍ଷ୍ମତତ୍ତ୍ୱମାନନଖ-ଦର୍ପଣରେ ତବ ହେବ ସୁବିମ୍ୱିତ ।ଦେବରାଜ ଦୂତ ମୁହିଁ, ତାଙ୍କ ଆଜ୍ଞାମତେଆସିଥିଲି ଅର୍ପିବାକୁ ତାଙ୍କ ଆଶୀର୍ବାଦ,ଘେନ ଏହି ସିଂହାସନ, ହେଲି ମୁଁ ବିଦାୟ ।’’କହୁଁ କହୁଁ ଏହା, ନଭୁ ଖସିଲା ସବେଗେଜ୍ୟୋତିଃପିଣ୍ଡ, କୋଟି ଉଲ୍ଲା-ଆଲୋକ-ଲାଞ୍ଛନ,ଐଶ୍ୱରୀ ପ୍ରତିଭା କି ସେ ? ଆସେ ମର୍ତ୍ତ୍ୟପୁରେମହାକାର୍ଯ୍ୟ ସାଧନାର୍ଥେ ଜ୍ୟୋତିଷ୍କ ରୂପରେ !ସେ ସୁରମ୍ୟ ସିଂହାସନ ପରଶନ୍ତେ ମହୀପ୍ରତେ ହେଲା ଦିବା ପ୍ରାୟ ତମିସ୍ର ନିଶୀଥ,ଲଭି ତା ବିକ୍ରମାଦିତ୍ୟ ମଣିଲେ ନିଜକୁଧନ୍ୟ, ଭାଗ୍ୟବନ୍ତ, ଫୁଟି ଉଠିଲା ନୟନେସୌଭାଗ୍ୟ-ଶ୍ରୀ ଦୀପ୍ତ ଜ୍ୟୋତି, ଖେଳିଲା ଆନନେଆନନ୍ଦ-ଅମୃତ ଜ୍ୟୋତ୍ସ୍ନା, ହେରି ଅପଲକେଦେବସିଂହାସନ ଶୋଭା ଭାବିଲେ ମାନସେ-ଆହା ଏହା ଢଳା କିବା ଶୂନ୍ୟ କଳ୍ପନାରସଜୀବ ସଚେଷ୍ଟ ଛାଞ୍ଚେ, ଅଦ୍ଭୁତ ହୁନ୍ଦରେ !ହେଲା ବିକ୍ରମଙ୍କ ଭାଗ୍ୟେ ଅଷ୍ଟନିଧି ଲାଭ,ତହୁଁ ସେ ବେତାଳ ଶିରେ ବହାଇ ତାହାକୁବାହୁଡ଼ିଲେ ରାତ୍ରିଶେଷ ଅବନ୍ତୀ ନବରେ,ସଂସ୍ଥାପିଲେ ଯଥାସ୍ଥାନେ ଦେବ-ସିଂହାସନ ।