ବିକ୍ରମାଦିତ୍ୟ
ଚିନ୍ତାମଣି ମହାନ୍ତି · ଭାଗ ୯ / ୧୨
ସମ୍ପୂର୍ଣ୍ଣ ସୂଚୀପତ୍ର
ନବମ ସର୍ଗ
ଅନନ୍ତର ପୂର୍ବଦିଗ ବିଜୟ-ମାନସେଯାତ୍ରା କଲେ ଯଶୋଧନ ଶ୍ରୀବିକ୍ରମାଦିତ୍ୟ,ପ୍ରଥମତଃ ମରୁଗର୍ଭ ରାଜସ୍ଥାନ ଜିଣି,(ଚିର ବୀରଧାତ୍ରୀ ବୀର-ପିଣ୍ଡମୁଣ୍ଡେ ଗଢ଼ା)ମିଳିଲେ ସସୈନ୍ୟେ ଯାଇ ପଞ୍ଚନଦ ଦେଶେ,ନିବସନ୍ତି ଯହିଁ ଏବେ ଶୂରଶିଖ ଶିଖେଲୌହବର୍ମଧାରୀ, ଯାଙ୍ଗ ଦ୍ୱିଧାର କୃପାଣ,ଅରି ଲହୁ-ଲେହୁନରେ ବିଶେଷ ତତ୍ପର ।ଘେନି ତହୁଁ ରାଜକର, ହସ୍ତିନା ପଥରେବିଜେ ହେଲେ ବୀରବର ମଥୁରା ନଗରେ,ପୌରାଣିକ କଂସରାଜ୍ୟ, ଅଦୂରେ ଯାହାରରାଜେ ବୃନ୍ଦାବନଧାମ, ନିକୁଞ୍ଜ-ମଞ୍ଜୁକ,ଯାର ପୁଣ୍ୟରେଣୁକଣା ବୈଷ୍ଣବ-ବାଞ୍ଛିତ,ଯେଣୁ ତାହା କୃଷ୍ଣପ୍ରେମେ ବିସିକ୍ତ ଶୀତଳ ।ବିଳସି ସେଠାକେ ଶ୍ୟାମ, ଘନଶ୍ୟାମକୁଞ୍ଜେଶ୍ୟାମିକାଙ୍ଗୀ ରାଧା ସହ, ବଜାଇ ମୁରଲୀମୋହିଲେ ଗୋପିକାକୁଳ ଅତୀତ ଯୁଗାନ୍ତେ ।ନିହିତ କି ଗୁଢ଼ତତ୍ତ୍ୱ କଷ୍ଣ ଅବତାରେ,କୃଷ୍ଣରୂପୀ ଆତ୍ମା ବିଜେ ଦେହ-ବୃନ୍ଦାବନେପ୍ରକୃତି-ରାଧିକା ସହ ବାଇ ଜ୍ଞାନ ବଂଶୀହରନ୍ତି ସେ ଜୀବରୂପା ଗୋପାଳୁଣୀ ମତି,କରିପାରେ ଜ୍ଞାନ-ନେତ୍ରେ ତାଙ୍କୁ ଯେ ଦର୍ଶନସେ ଅଜ୍ଞାତ ଦେଶେ, ଲଭେ ନିର୍ବାଣ ମୁକ୍ତି ସେ,ପ୍ରଦର୍ଶିଲେ ହରି ସିନା କୃଷ୍ଣରୂପ ଧରିମାନବ ଶିକ୍ଷାର୍ଥେ ଏହି ରୂପକାଭିନୟ ।ମଥୁରା ପତନ ଅନ୍ତେ ବିଜୟବାହିନୀଚାଲିଲା ସରଯୂହାର କୋଶଳାଭିମୁଖେ,ରବିକୁଳ ରାଜଧାନୀ ସତୀ ସୀତା-ପୂତ,ଯା ମହିମା ମହାସ୍ମୃତି ଘୋଷେ ରାମାୟଣ ।ଗତିପଥେ ଜୟ କରି ପ୍ରୟାଗ ନଗରୀ-ଜାହ୍ନବୀ-ଯମୁନା ଯୋଗ ପୁଣ୍ୟତୀର୍ଥସ୍ଥଳୀ,ବାରଣାସୀ-କୈଳାସ ଯେ ଭାରତ-ସ୍ୱର୍ଗର,ପ୍ରବେଶିଲେ ବିକ୍ରମାର୍କ ମଗଧପ୍ରଦେଶେ,ପଞ୍ଚଶୈଳବିବେଷ୍ଟିତ ଗିରିବ୍ରଜପୁରେ, ୧ସ୍ଥାପିଥିଲେ ରାଜଧାନୀ ଜରାସନ୍ଧ ଯହିଁ ।ଉଦ୍ବୋଧଇ ଶାକ୍ୟସ୍ମୃତି, ପାଶେ ଉରୁବିଲ୍ୱ, ୨୧-ବୈଭାରଗିରି, ବିପୁଳଗିରି, ରତ୍ନଗିରି, ଉଦୟଗିରି ଓ ଶୋଣଗିରି ।ଆଧୁନିକ ନାମ ରାଜଗୃହ ଗିରିବ୍ରଜପୁର ।୨- ଉରୁବିଲ୍ୱ ପର୍ବତରେ ବୁଦ୍ଧଦେବ ଧ୍ୟାନସ୍ଥ ରହି ବୌଦ୍ଧନୀତ ରଚନା କରିଥିଲେ ।ତଦନ୍ତେ ପାଟଳୀପୁତ୍ର, ରାମସଂସ୍ଥାପିତ, ୩ରାଜେ ଯହିଁ ବୁଦ୍ଧଗୟା, ତୀର୍ଥ ସୁପାବନ, ୪ତହିଁ ବୋଧିଦ୍ରୁମ ମୂଳେ ଯୋଗୀ ଶାକ୍ୟସିଂହ,(ଅହିଂସା ପରମ ଧର୍ମ ଯାଙ୍କ ଧର୍ମନୀତି)୩- ପାଟଳିପୁତ୍ର ବଳରାମଙ୍କଦ୍ୱାରା ସଂସ୍ଥାପିତ ବୋଲି କିମ୍ବଦନ୍ତୀ ଅଛି ।୪- ବୁଦ୍ଧଦେବି ଏଠାରେ ଦିବ୍ୟ ଜ୍ଞାନଲାଭ କରିଥିଲେ ।ଲଭିଥିଲେ ସତ୍ୟଧର୍ମ-ଦିବ୍ୟ ଜ୍ଞାନଲୋକ ।ବାହାରି ପାଟଳୀପୁତ୍ରୁ ସମ୍ରାଟବାହିନୀଉପସ୍ଥିତ ଦାତାକର୍ଣ୍ଣ-ଅତୀତ-ପାଳିତଅଙ୍ଗେ, ତହିଁ ପରେ ବଙ୍ଗେ । ବୀର ବଙ୍ଗାଧିପଘେନି ଦନ୍ତାବଳ ବଳ ଅର୍ବୁଦସଂଖ୍ୟକଆରମ୍ଭିଲେ ଘୋର ରଣ, ମାତ୍ର ପରିଣାମେନ ପାରି ସମ୍ଭାଳି ରାଏ ବିକ୍ରମ-ବିକ୍ରମଦୁର୍ଦଣ୍ଡ, ପ୍ରଚଣ୍ଡ, ଅର୍ପି ଉପହାରରୂପେସର୍ବ ଯୂଥପତିଯୁଥେ ସମ୍ରାଟ ଛାମୁରେ,ବଶତା ସ୍ୱୀକାର କରି ଚଳିଲେ ଗହଣେ ।ବେନି ନରପତି ସେନା ମିଶି ହେଲା ଏକ,ସନ୍ଧି ସାଧାନରେ ଏକ ଯୁଗ୍ମପଦ ଯଥା ।ଅନନ୍ତର ଅନୀକିନୀ କପିଶା ଉତ୍ତରି(ସ୍ୱର୍ଣ୍ଣରେଣୁ ରୂପାନ୍ତର ଯା ବାଲୁକାରାଶି)ଉପସ୍ଥିତ ଉତ୍କଳର ନିସର୍ଗ ପ୍ରାଚୀର-ମେଘାସନ ଶୈଳ ପାଶେ, ଅଭ୍ରଚୁମ୍ବିଚୂଡ଼ି,ଦେବଧାମ ଗିରିବର, ଦେବରୂପଧାରୀ,ପରିହରି ସଂସାରର ବିଳାସ ବାସନାନିରତ କି ଯୋଗୀ ଯୋଗେ ଏ ମହାବିଜନେ ?ଲମ୍ବିତ ଦକ୍ଷିଣସ୍କନ୍ଧେ ଉତ୍ତରୀୟ ଯଥାଶୋଭାଙ୍ଗୀ ବଳାଙ୍ଗୀ, ବାମ ସ୍ୱଚ୍ଛୋଦା ସାଳନ୍ଦୀଶୁଭ୍ର ଉପବୀତ ପ୍ରାୟ, ଶିରେ ଘନସ୍ତର,ଶୋଭେ ଯେହ୍ନେ ଛନ୍ଦୋବଦ୍ଧ ଜଟାର ମୁକୁଟ ।ଆରୋହିଲେ ସେ ପର୍ବତେ ବିକ୍ରମଆଦିତ୍ୟମନ୍ତ୍ରୀ ସହ, ତଳେ ରଖି ବିରାଟବାହିନୀ,କ୍ରମେ କ୍ରମେ ନରମଣି ଉଠିଲେ ଉପର ।ତଳୁ ଯା ଆଭାସୁଥିଲା ତୃଣଭୂମି ସମ,ହେଲା ତାହା ପରିଣତ ଭୀଷଣ କାନ୍ତାରେ,ଗୁଳ୍ମ ହେଲା ମହାତରୁ ଖର୍ବ ଖଣ୍ଡୋପଳବିଶାଳ ଶିଖର, ଘୃଷ୍ଟି ଶିଶୁ କରିଯୂଥ ।ଦେଖି ଦେଖି ଗତିପଥେ ଏହିପରି ନାନାଅଦ୍ଭୁତ ପରିବର୍ତ୍ତନ ଭୋଜବାଜି ପ୍ରାୟ,ହେଲେ ଅଗ୍ରସର, ତହୁଁ ପ୍ରକୃତିସୁନ୍ଦରୀପଥରୁ ସଙ୍ଖୋଳି ନେଲା ଯୋଗାଇ ନିଯୋଗୀ ।ଧରିଲେ ନୃପତି ଶିରେ ପୁଷ୍ପ-ପାଟଛତାକେତେ ତରୁ ଛତ୍ରଧରରୂପେ, କେତେ ଧରିବିପଟ-ଚାମରବାର ଢାଳିଲେ ସଧୀରେ,ଗାଇଲେ ବିଜୟଦୁହା ଖଗ-ବୈତାଳିକେ ।ହସୁଛି ମଧୁରେ ଗିରି ଚାରୁ ନୀଳିମାରେ,ସେ ମହାନୀରବ ହାସ୍ୟ ମିଶୁଛି ଆକାଶେ,ଅନନ୍ତ ମହାର୍ହ ରତ୍ନ ପଡ଼ିଛି ବିଞ୍ଛୁଡ଼ିବହି କାଷ୍ଠପାଷାଣର ବିକୃତ ବିଭୁତି,ଅପୂର୍ବ ସ୍ୱଭାବ ଶୋଭା, ଅତି ବିଶୃଙ୍ଖଳ,ମାତ୍ର ସେହି ବୈଶୃଙ୍ଖଲ୍ୟ ବିଶେଷତ୍ୱ ତାର,ଶୃଙ୍ଖଳ-ଆବଦ୍ଧା ଶୋଭା ନିଶ୍ଚେ ବିକଳାଙ୍ଗୀ,ସୌନ୍ଦର୍ଯ୍ୟ ଯେତିକି ହୁଏ ମୁକ୍ତ, ବିଶୃଙ୍ଖଳତେତିକି ସେ ହୁଏ ସିନା ମଧୁର, ବ୍ୟାପକ !କରି ନେତ୍ର ଶୀତଳ ସେ ଶୋଭା-ଜ୍ୟୋତ୍ସ୍ନାମୃତେଉଠିଲେ ଅବନ୍ତୀନାହା ସପ୍ତମ ଶିଖରେ,ନିବସନ୍ତି ତହିଁ ଏକ ଜଟିଳ ତାପସଧର୍ମାନନ୍ଦ ନାମେ, ନୃପ ନମିଲେ ପୟରେ,ସସ୍ମିତେ ଆଶିଷି ଯତି, ଅଭ୍ୟାଗତ ଜ୍ଞାନେବସାଇଣ କୁଶାସନେ ପୁଚ୍ଛିଲେ ସ୍ୱାଗତ ।ମନ୍ତ୍ରି, ମୁଖୁଁ ପରିଚୟ ପାଇ ନୃପଙ୍କରଅଧୀର ଆନନ୍ଦେ ଯୋଗୀ ଭାଷିଲେ ଏସନ-‘‘ପୁଣ୍ୟ ସୁପ୍ରଭାତ ଅର୍ଜି, ଘଟିଲା ଭାଗ୍ୟରେସମ୍ରାଟ ଦର୍ଶନ, ଦାନ ମୁଁ, ପୂଜିବି କାହିଁ ?’’ଉତ୍ତରିଲେ ନରେଶ୍ୱର ସବିନୟେ- ‘‘ଯତି,ହୁଅନ୍ତି ଆପଣ କ୍ଷାନ୍ତ, କିପାଁ ନରପୂଜା ?କରିଛି ମୁଁ ଉପଯୁକ୍ତ ସୌଜନ୍ୟ ସତ୍କାର ।’’ଭାଷିଲେ ସନ୍ନ୍ୟାସୀ- ‘‘ନୃପ, ଦେବପୂଜା ଏହା,ନୁହେ ନରପଜା, କୋଟିଅନ୍ନପୁଷ୍ଟା ଯେହୁ,ଯାହାର ଜୀବନେ ରହେ ଜୀବିତ ପ୍ରକୃତି,ହେଉ ପଛେ ଆକୃତିରେ ମାନବ ସେ, ମାତ୍ରଗୁଣରେ ଗୀର୍ବାଣ, ଗୁଣ ସର୍ବତ୍ର ପୂଜିତ ।’’ଏହିରୂପେ ବହୁ ଶିଷ୍ଟ ସମ୍ଭାଷଣ ପରେପୁଚ୍ଛିଲେ ବିତ୍ରମାଦିତତ୍ୟ ବୃଦ୍ଧ ତପୋଧନେ-‘‘ଏ କେଉଁ ପ୍ରଦେଶ, ଦେବ, ବୋଲନ୍ତୁ ସଦୟେ’’ ।ଭାଷିଲେ ତାପସ- ‘‘ବୀର, ଏ ଉତ୍କଳ ମହୀନିଖିଳ ଦେବାଧ୍ୟାସିତା, ପୁରାଣ-ପ୍ରଖ୍ୟାତା,ପୁଣ୍ୟତୀର୍ଥମୟୀ ସ୍ଥଳୀ, ଦେଉଳମାଳିନୀ,ସ୍ୱର୍ଣ୍ଣ ଶତଦଳ ପୁଷ୍ପ ଭାରତ-ମାନସେ !ବହୁ ପୁରାବୃତ୍ତ-ସ୍ମୃତି- ପୁଣ୍ୟମକରନ୍ଦମିଶ୍ରିତ ଏହାର ଅଣୁ ପରିମାଣ ସହ,ବହୁ ଯୁଗଯୁଗାନ୍ତରୁ ଏ ମର୍ତ୍ତ୍ୟ-ଅମରାଦେଖାଉଛି ସମଭାବେ ଅଙ୍ଗୁଜି ନିର୍ଦ୍ଦେଶେମୋକ୍ଷର ପରମ ପଥ ମାନବ ସମାଜେ ।କେତେ ଧର୍ମ ଉପଧର୍ମ ଉଇଁ କାଳବଶେଲଭିଲା ବିଲୟ ଏହି ଭାରତବକ୍ଷରେ,ମାତ୍ର ଏ ଉତ୍କଳମହୀ ରଖିଛି ସମ୍ପାଦିସନାତନ ଆର୍ଯ୍ୟଧର୍ମ- ମହିମା ଅକ୍ଷତ,ଚିର ଅନିର୍ବାଣ ଏଥି ସତ୍ୟଧର୍ମ ଦୀପ ।ଦେଖିବାକୁ ଇଚ୍ଛ ଯେବେ ଏ ପ୍ରଦେଶସୀମା-ଏ ପ୍ରଦେଶ ଦୁରଶୋଭା ଶାନ୍ତିପ୍ରୀତିପ୍ରଦ,ଆସ ତେବେ ମୋ ସହିତେ ସର୍ବୋଚ୍ଚ ଶିଖରେ’’,ଏହା ଭାଷି ଅଗ୍ରେ ଉଠି ଦେଖାଇଲେ ପଥ,ଚାଲିଲେ ତାହାଙ୍କ ପଛେ ସମନ୍ତ୍ରୀ ସମ୍ରାଟ ।ମେଘାସନ ସାନୁଦେଶେ ବସି ତପୋନିଧିବେନି ଆଗନ୍ତୁକ ସହି ଦକ୍ଷିଣାଭିମୁଖେ,ବୋଇଲେ ବିଶଦକଣ୍ଠେ ଅଙ୍ଗୁଳି ନିର୍ଦ୍ଦେଶି-‘‘ଏହି ଯେ ଭୂଖଣ୍ଡ ଅଗ୍ରେ ରହିଛି ବିସ୍ତୃତଶତପତ୍ର-ପତ୍ର ପ୍ରାୟ, ଏ ଉତ୍କଳଭୂମି ।ପୂର୍ବେ ନୀଳ ନୀରାକର, ଅଚଳ, ଅକୂଳ,ଦକ୍ଷିଣରେ କୁଳାଚଳ ମହେନ୍ଦ୍ରଶିଖରୀ,ପଶ୍ଚିମେ ମହେନ୍ଦ୍ରମାଳ ୧ ତୋଳିଛି ମସ୍ତକ୧- ଉତ୍କଳର ପଶ୍ଚିମଞ୍ଚଳୀୟ ପର୍ବତ ମହେନ୍ଦ୍ରମାଳ ଅଖ୍ୟାତ ।କୁଳିଶକଠିନ ଲୌହପ୍ରାଚୀର ପ୍ରତୁଳ,ଉତ୍ତରେ ସୁବର୍ଣ୍ଣରେଖା, ଗତିପଥେ ଯାକୁଆସିଛି ଉଲ୍ଲଙ୍ଘି ନୃପ, ମଧ୍ୟେ ଏ ପ୍ରଦେଶ,ରାଜେ ଯଥା ପ୍ରକୃତିର ଅନନ୍ତ ଉଦ୍ୟାନ,ଅନନ୍ତ ସମ୍ଭାରେ ପୂର୍ଣ୍ଣ, ସଦା ଫଳାବାନ ।ସ୍ୱର୍ଣ୍ଣପ୍ରସୂ ଏ ଭୂଖଣ୍ଡ, ଧନେ, ମାନେ, ଜ୍ଞାନେ,ପୂଣ୍ୟେ, ଶିକ୍ଷା, ସଭ୍ୟତାରେ ଭାରତେ ଅତୁଳ,ଧରେ ବକ୍ଷେ ବହୁ ତୀର୍ଥ, ବହୁ ନଦନଦୀ,ତଡ଼ାଗ, କାନନ, ହ୍ରଦ, ଗିରି ଉତ୍ସ, ଦରୀ-ଉପତ୍ୟକା, ଦେବାଳୟ- ଚାରୁକାରୁବନ୍ତ ।କି ସ୍ୱଭାବଶିଳ୍ପେ, କିବା କୃତ୍ରିମ ଶିଳ୍ପରେଏ ପ୍ରଦେଶ ବିଶ୍ୱକର୍ମା ମହାକର୍ମଶାଳ,ନିସର୍ଗ କୃତ୍ରିମତାର ଏଭଳି ମିଳନ-ଏଭଳି ପ୍ରତୃପ୍ତି- ପ୍ରଦ ମଧର ମାଧୁରୀ,ଏକାଧାରେ ଧରାତଳେ ବିରଳୁ, ବିରଳ ।ଏ ଉତ୍କଳ ବୀରମାତା, ବହୁ କ୍ଷତ୍ରବୀରେନିଯୁକ୍ତ ବିଭିନ୍ନ ଅଙ୍ଗ ସେବାରେ ଏହାର,ଏ ଦେଶର ଜଳେ, ବାତେ, ଆବର ମାଟିରେମିଶ୍ରିତ ଅଖଣ୍ଡ ସୁଖ, ଶାନ୍ତି, ସ୍ୱାଧୀନତା ।ଏହି ଯେ ଶାଳ-ଶ୍ୟାମଳ ବିଶାଳ ଭୂଭାଗଦେଖୁଛ ପ୍ରସୂତ ଅଗ୍ରେ ପଶାପାଲି ପ୍ରାୟ,ସୂର୍ଯ୍ୟବଂଶୀ ନୃପତିଙ୍କ ରାଜଧାନୀ ଏହାମୟୂରଭଞ୍ଜାଖ୍ୟା, ଚିତ୍ର ମୟୂର-ମେବୁରା ।ପଦେ ଶୋଭେ ନୀଳଗିରି ଅଥର୍ବ ପର୍ବତ,ଅଙ୍ଗାରକାଳିମାମୟ ମୁଗୁନି-ଆକର ।ଦିଶୁଛି ଦକ୍ଷିଣେ ଏହି ଅଦୂରେ ଯେ ଗିରିନୀଳ ନଭକୋଳେ ସୁପ୍ତ ଶ୍ୟାମଘନ ପ୍ରାୟ,ସେ ଗନ୍ଧମାର୍ଦନ, ସ୍ଥିତ ଯେଉଁ ରାଜ୍ୟ ପଦ-ତଳେ ତାର, ଧରଇ ସେ କେନ୍ଦୁଝର ନାମ,ସୁପ୍ରକାଣ୍ଡ ଖଣ୍ଡାଧାର ପ୍ରପାତ- ମୁଖର, ୨ଯା ସୂକ୍ଷ୍ମ ସିତାର ତାର ଖ୍ୟାତ ଦେଶେ ଦେଶେ ।ଉତ୍ତର ସୀମାରେ ତାର ପରିଖା ସ୍ୱରୂପେ୨- କେନ୍ଦୁଝରରେ ଖଣ୍ଡାଧାର ଜଳପ୍ରପାତ ।ଆଭାସେ ଯେ ସୂକ୍ଷ୍ମରେଖା, ତାହା ପୌରାଣିକବୈତରଣୀ ନଦୀ, ପାପସନ୍ତାପହାରିଣୀ ।ସମସୁବେ ଦିଶେ ଯେଉଁ ତୁଙ୍ଗ ସାନୁମାନବହୁସ୍ତର ଭେଦି, ନାମ ତାର ମାଲ୍ୟଗିରି,ମାତଙ୍ଗ-ଆତଙ୍ଗପ୍ରଦ, ସତତ ଭୀଷଣ,ବସନ୍ତେ କାନନଲକ୍ଷ୍ମୀ ଯହିଁ ନିକାଞ୍ଚନେବସି ସ୍ନିଗ୍ଧ ସୁରଭିତ ନାଗେଶ୍ୱର-କୁଞ୍ଜେ,ରଚନ୍ତି ସେ ଫୁଲେ ନାସେ ୩ ସୂବର୍ଣ୍ଣବସଣୀ୩- ମାଲ୍ୟଗିରିରେ ବିସ୍ତୃତ ନାଗେଶ୍ୱର ଉଦ୍ୟାନ ଦୃଷ୍ଟିଗୋଚର ହୁଏ ।ନୈଋତେ ବାମଣ୍ଡା ରାଜ୍ୟ, କାନନଶ୍ୟାମଳ,ପ୍ରତାପ ପ୍ରଧାନପାଟେ ଯହି ସୌରକରସୃଜେ ନିତି ଇନ୍ଦ୍ରଧନୁ ଉଦୟାସ୍ତ କାଳେ,ନିରେଖି କଳାପିକୁଳ ସେ ବର୍ଣ୍ଣ ବୈଭବ,(ବର୍ଣ୍ଣନାର ଅସାଧ୍ୟ ସେ ଦ୍ରଷ୍ଟବ୍ୟ ସର୍ବଥା)ତୀବ୍ର ଲଜ୍ଜା ଗୁରୁଖେଦେ ସଙ୍କୋଚି ସ୍ପପୁଚ୍ଛବିଳପନ୍ତି କେବା ରବେ, ବିସର୍ଜି ଲୋତକ-ଧାରାପାତେ ଛିଡ଼ିକିତ ଜଳକଣା ବ୍ୟାଜେ ।ତେଣିକି ଯେ ଦିଶୁଅଛି ନୀକରେଖାନିଭଚକ୍ରବାଳ ପଦତଳେ ମିଶିଗଲା ପ୍ରାୟ,ସେ ପ୍ରଦେଶ ରେଢ଼ାଖୋଲ ସ୍ୱର୍ଣ୍ଣପୁର ଆଦି ।’’ପୂଚ୍ଛିଲେ ବିକ୍ରମ ନୃପ, ‘‘ବାମଣ୍ଡା ଆକାଶକିପାଁ ଦିଶେ ଜ୍ୟୋତିର୍ମୟ ଏଡ଼େ ?’’ ତହୁଁ ଯଦିରହି ଧ୍ୟାନମଗ୍ନ କ୍ଷଣେ ଉତ୍ତରିଲେ ଧୀରେ-‘‘ଜାଣିଲି ମୁଁ ଯୋଗବଳେ ନୃପ, ଗତ ହେଲେବହୁଶତ ବର୍ଷ, ହେବେ ଆବିଭୁର୍ତ ତହିଁଗଙ୍ଗବଂଶେ ଏକ ରାଜା, ଅଦ୍ଭୁତପ୍ରତିଭ,(ରତ୍ନଖଣି-ବାମଣ୍ଡାର ମହୋଜ୍ୱଳମଣି)କି ସାହିତ୍ୟ, କି ବିଜ୍ଞାନ, କି ଦର୍ଶନ ଆଦିଉନ୍ନତିର ସର୍ବାଙ୍ଗେ ସେ ବୁଲାଇବେ ହାତ,ହେବେ ତହିଁ କୃତକାର୍ଯ୍ୟ, ସେ ଅମୃତହସ୍ତା ।ସର୍ବଗୁଣଚକ୍ଷଣ ନିରେଖି ତାହାଙ୍କୁଉତ୍କଳ-ବିକ୍ରମାଦିତ୍ୟ ବୋଲିବେ ସକଳେ,ଉତ୍କଳ-ଅବନ୍ତୀ ଆଖ୍ୟା ବହିବ ବାମଣ୍ଡା;ଜନ୍ମିବେ ସେ ମହାପଶା ସୁଦୂର ଭବିଷ୍ୟେ,ଏହି ଜ୍ୟୋତି ତାଙ୍କ ଭାବି-ପ୍ରତିଭାର ପ୍ରଭା ।ଏଣେ ଧୂମସ୍ତୂପ ପ୍ରାୟ ଆଭାସେ ଯେ ଶୈଳ,ବୋଲାଏ ସେ ବାରାଚଳ, ବିସ୍ତୃତ ତା ପଦେଉତ୍କଳର ଜ୍ୱାଳାମୁଖୀ ତାଳଚେର ମହୀ,ପବିତ୍ର ହିଙ୍ଗୁଳାପୀଠ ଉପନାମ ଯାର ।ଦିଶୁଛି ତା ବକ୍ଷେ ଯାହା ମଲ୍ଲିମାଳା ସରି,ବ୍ରାହ୍ମୀ ନାମେ ତଟିନୀ ସେ, ଚିର କ୍ଷୀରନୀରା ।ବାର ବାମେ କପିଳାସ ଅଭ୍ରଦୀପ୍ତ ଶୈଳ,ଉତ୍କଳ-କୈଳାସଧାମ, ମହାଶମ୍ଭୁପୀଠ,ଯା ନିର୍ଝର ସ୍ୱଚ୍ଛନୀର ଅଜୀର୍ଣ୍ଣର ଯମ ।ତାହାର ଦକ୍ଷିଣ ଦିଶେ ବଲ୍ମୀକ ଆକୃତିଯେ ଗିରି, ସାପୁଆମୁଣ୍ଡୀ ଅଭିଧା ତାହାର,ପଦେ ରାଜେ ଯେଉଁ ରାଜ୍ୟ, ଖଣ୍ଡପଡ଼ା ତାହା,ନୀଳମାଧବ- ପାଳିତ, ଯହିଁ କାଂସ୍ୟକାରେଗଢ଼ନ୍ତି ସ୍ୱହସ୍ତେ ପାତ୍ର କଳକୃତ ଭଳି ।’’ପୂଚ୍ଛିଲେ ଶକାରି- ‘‘ଦେବ, ଖଣ୍ଡପଡ଼ାନଭେକୃତ୍ତିକା ନକ୍ଷତ୍ର କିପାଁ ଉଦିତ ଦିବସେ ?’’ମହୂର୍ତ୍ତେ ଧ୍ୟାନସ୍ଥ ରହି ଭାଷିଲେ ତାପସ-‘‘ନୁହେଁ ସେ ନକ୍ଷତ୍ରପୁଞ୍ଜ, ଦହୁ ବର୍ଷ ପରେଜନ୍ମିବେ ସେ ରାଜ୍ୟେ ଚନ୍ଦ୍ରଶେଖର ନାମରେଋଷିକଳ୍ପ ପ୍ରକୃତିର ତତ୍ତ୍ୱଦଶୀ ଏକ,ସେ ମହାପୁରୁଷ ଦୈବୀ ପ୍ରତିଭା ବଳରେଉଦ୍ଭାବି ଜ୍ୟୋତିଷ ସୂତ୍ର, ବିଶୁଦ୍ଧ, ସରଳ,କରିବେ ଜଗତେ ସ୍ତବଧ, ଏ ତାଙ୍କରି ପ୍ରଭା ।ତହିଁ ପରେ କିଛିଦୂରେ ଦିଶୁଛି ଦୀର୍ଘିକାପ୍ରକୃତି-ପାର୍ବତୀଙ୍କର ଲଲାଟଲୋଚନପ୍ରାୟ, ସେ ଚିଲିକା ହ୍ରଦ, ରତ୍ନ-ଗନ୍ତାଘରଉତ୍କଳର, ଆବର ସେ ଶୋଭା-ସ୍ୱର୍ଣ୍ଣସିନ୍ଧୁ ।ତାହାର ଦକ୍ଷିଣେ ବହେ ଋଷିକୂଲ୍ୟା ନଦୀ(ଗଞ୍ଜାମର ଓଜସ୍ୱିନୀ ଜୀବନନାଟିକା)ଋଷିମାଳ ଗିରିସୂତା, ଋଷିପତ୍ନୀ ପ୍ରାୟଶାନ୍ତିଶୀଳ, ଶୁଚିମତୀ, ସତ୍ତ୍ୱଗୁଣମୟୀ,ବିସ୍ତାର ତଟିନୀ ଶାଖା ପ୍ରଶାଖା ଅସଂଖ୍ୟଦିଶେ ଯଥା ଉତ୍ପାଟିତ ନିଷ୍ପତି ପାଦପ ।ଏଣେ ଦେଖ ମାଲ୍ୟଗିରି ଈଷତ ତୀର୍ଯ୍ୟକେଲମ୍ବିତ ଯେ ଗିରିମାଳ ସୀମାସେତୁ ଯଥା,ନାମିତ ସେ ପଞ୍ଚଧାର ନାମେ, ଝରେ ଦେହୁତାର ଉଷ୍ଣ ବାରିଝର * ଘର୍ମଧାରା ସମ ।ପୁରତରେ ଦିଶେ ଯାହା- ଶୀତେ ଶୀର୍ଣ୍ଣଚରାନାଗୁଣୀ ସମାନ, ବକ୍ର ମନ୍ଥରଗମନା,ସେହୁ ଚିତ୍ରୋତ୍ପଳା ନଦୀ- ଉତ୍କଳ-ଜାହ୍ନବୀ,ଜନ୍ମି ବିନ୍ଧ୍ୟ ପାଦୁ ଧନୀ, ଯୁଗଯୁଗନ୍ତରୁକରୁଛି ଉତ୍କଳ ବକ୍ଷ ପବିତ୍ର, ଶୀତଳ,ଢାଳି ଅକାତରେ ହୃଦୁ ଅମୃତପ୍ରବାହ ।ଆଭାସେ ଯେ ଅଂଶ ତାର ଗୁପ୍ତ ହେଲା ଭଳି,ତାହା ସପ୍ତକ୍ରୋଶୀ ଗଣ୍ଡ, ଶୈଳ- ସଙ୍କୁଚିତ,ତହୁଁ ନଦୀଶଯ୍ୟା ବହୁ ସଙ୍କଟେ ସଙ୍କୁଳ,ଚିରଅନ୍ଧାରିତ ସ୍ଥଳୀ, ଅମା ରଜନୀରକିବା ସେ ଅନ୍ତୁଡ଼ିଶାଳ- ବିଭୀଷିକାବାସ ।ନାହିଁ ତହିଁ ଦିବସର ଅଧିକାର କିଛି,ବସିଛି ବିସ୍ତାରି ରାତ୍ରି ଅଖଣ୍ଡ ରାଜତ୍ୱ,* ପଞ୍ଚଧାର ପର୍ବତରେ ଦେଉଳଝର ନାମକ ଉଷ୍ଣପ୍ରସ୍ତବଣ ଅଛି ।ସୃଷ୍ଟିକାଳୁ ସୋମ ସୂର୍ଯ୍ୟ ଅଦୃଶ୍ୟ ସେ ଠାବେ ।ଚିତ୍ରୋତ୍ପଳା ଯାମ୍ୟ ତୀରେ ବୌଦ, ତହିଁ ପରେଘୁମୁଷର ରାଜ୍ୟ, ରମ୍ୟ, ବିପୁଳସମୃଦ୍ଧ,ବରହବଂଶୀୟ ନୃପେ ପାଳିତ, ଚାଳିତ,ଏହି ଯେ ଦିଶୁଛି ଅର୍ଦ୍ଧବନମଗ୍ନ ଗିରିଟୋପବଦ୍ଧ କରୀ ପ୍ରାୟ, ଅଭିହିତ ତାହାଦୁଧସର ନାମେ, ସ୍ଥିତ ଘୁମୁଷରେ ସେହୁ ।’’ଭାଷିଲେ ନୃପତିମଣି, ‘ଦୁଧସର ଚୂଳେଖେଳୁଛି ଯେ ଘନ, ତାହା କେଡ଼େ ରମଣୀୟ,ସତେ କି ସେ ଘନ, କିମ୍ବା ସୁବର୍ଣ୍ଣ-ଦର୍ପଣ,ସ୍ୱଚ୍ଛ, ଆଭାମୟ, ଧୌତ ଦିବ୍ୟ ଜ୍ୟୋତି-ଜଳେ !’ଉତ୍ତରିଲେ ତପୋଧନ ମୁଦୃ ହାସ୍ୟ ତହୁଁ-(ପୂର୍ବପରି କିୟତ୍କ୍ଷଣ ଧ୍ୟାନମଗ୍ନ ରହି)‘ସାରସ୍ୱତ ପ୍ରତିଭା ସେ, ନୁହେଁ ବାରିବାହ,ଜାତ ହେବେ ସେହି ରାଜ୍ୟେ ସୁଦୂର ଭବିଷ୍ୟେମହାକବି ମହାପ୍ରାଜ୍ଞ ଉପେନ୍ଦ୍ର ଆଖ୍ୟାତ,ଉତ୍କଳ ଭାଷାକୁ ସେହୁ କରିବେ ଜୀବିତଜୀବନ୍ୟାସ ମନ୍ତ୍ରେ, ତହୁଁ ହେବ ସେ ପ୍ରବଳା,ଭାସୁଥିବ ଏହିପରି ଏ ମହାପ୍ରତିଭାନଭେ କେତେକାଳଯାଏଁ, ଘୂର୍ଣ୍ଣିବାୟୁ ଯଥା,ହେଲେ ଅବତୀର୍ଣ୍ଣ କବି, ଆଶ୍ରିବ ତାହାଙ୍କୁ ।ତାହାର ଦକ୍ଷିଣେ ଦେଖ ଚଟୁଳଭୂଧରନୀଳ ରୁଦ୍ରକାନ୍ତ, ଦିଶେ ଯଥା କ୍ରୁଦ୍ଧ ହରିଫୁଲାଇ କେଶର ଉଭା ସଗର୍ବ ଠାଣିରେ,ଗିରିଚକ୍ରବର୍ତ୍ତୀ ସେହୁ ସିଂହରାଜ ନାମେ,ଉତ୍କଳେ ସେ ହିମାଳୟ, ଖେମଣ୍ଡୀ-ମଣ୍ଡନ ।ଝରେ ତାର ବନଭୀମ ଅଧିତ୍ୟକା ବକ୍ଷୁଁତପ୍ତ ପାଣିଝର * ପୁତ ସତୀ ସୀତା ସ୍ନାନେ ।ତାହାର ଆଗ୍ନେୟ ଭାଗେ ଅଗ୍ରଜ ତାହାରବିଦିତ ମହେନ୍ଦ୍ରଗିରି, ମହେନ୍ଦ୍ର-ବାଞ୍ଛିତ,ଚକ୍ରବାଳେ ଘନ କାନ୍ଥି ଲାଗିଲା ପରାଏ,ଦିରାବିଜୟେ ଆସି ରଘୁ ଭାରତ ଭୂଷଣ,(ଯେ ଭୂଷଣ ଅବିନାଶୀ ଚିର-ଅମଳିନ)କରିଥିଲେ ତହିଁ ସୁଖେ ତ୍ରିରାତ୍ରି ଯାପନ,ରଖିଛନ୍ତି ନିଦର୍ଶନ ପାଣ୍ଡବେ ତା ଚୂଳେବନବାସ କାଳେ, ତୋଳି ଅଦ୍ଭୁତ ଦେଉଳ ।ଆଭାସେ ଯା ପୂର୍ବେ ତାର, ଶ୍ୟାମଳ ଶାଦ୍ବଳପ୍ରାୟ, ମହୋଦଧି ଦାଢ଼େ, ଉଦ୍ୟାନଖଣ୍ଡ ସେ,ଉତ୍କଳ-କମଳାଙ୍କର ଅନନ୍ତ ଭଣ୍ଡାର,ଅକାଳରେ ଫଳ ତହିଁ ଧରନ୍ତି ତରୁଏ !ଅବତରି ଅମରୀଏ ବାରିଦ-ବିମାନେ,ସମାପି ପ୍ରଭାତ ସ୍ନାନ ସିନ୍ଧୂ-ପୂତଜଳେ,ତୋଳି ସେ ଉଦ୍ୟାନୁ ଫୁଲ, ଫୁଲ୍ଲ ଫୁଲ୍ଲକରେ,ବିଭୂଷି ଖୋଷାରେ ତାହା ଗମନ୍ତି ତ୍ରିଦିବେ ।ଏହିପରି ପ୍ରକୃତିର କୋଟି ଉପାଦାନେପୂର୍ଣ୍ଣ ଏ ଉତ୍କଳଖଣ୍ଡ, ବିଶାଳ ଚଟୁଳ,ନରଦୃଷ୍ଟି ସୀମାତୀତ ତା ବିସ୍ତୀର୍ଣ୍ଣ ସୀମା,ଅନନ୍ତ ଗରଭେ ତାର ସ୍ଥିତ କେତେ ସ୍ଥାନେକେତେ ରାଜ୍ୟ କେତେ ତୀର୍ଥ, କେ କଳିବ ତାହା ?’ଏହା ଭାଷି ନୀରବନ୍ତେ ସ୍ୱାଧ୍ୟାୟ-ସମ୍ବଳ,ଜିଜ୍ଞାସିଲେ ଧରାଧିପ, ‘‘ଦିଶୁଛନ୍ତି ଦୂରେସଂଖ୍ୟାତୀତ ଶିଶୁଶ୍ରେଣୀ, ହୀରାପନ୍ତି ଯଥା,ଏ ନର-ବାମନ-ସ୍ରୋତ ବାହାରୁଛି କାହୁଁ,ଧାବିତ ବା କି ଉଦ୍ଧେଶ୍ୟେ କାହିଁ ? ଯତିବର,ବୋଲନ୍ତୁ ଏହାର ତଥ୍ୟ, ସଦୟ ଅନ୍ତରେ ।’’ବଖାଣିଲେ ଯୋଗୀ, ‘‘ନୃପ, ଏ ଉତ୍କଳ ମହୀନୁହେଁ ଖାଲି ମହିମିତା ସ୍ୱଭାବ-ସମ୍ପଦେ,ଅଦ୍ୱିତୀୟ ପ୍ରିୟ ପୀଠ ଧର୍ମଦେବଙ୍କର,ପ୍ରେମାନନ୍ଦ ପ୍ରସ୍ରବଣ ଜାଣିବ ଏହାକୁ ।ତୀର୍ଥରାଜ ଶ୍ରୀକ୍ଷେତ୍ରର ମାହାତ୍ମ୍ୟା ବର୍ଣ୍ଣନା* ବିଶଦ ବିବରଣ ‘‘ସିଂହରାଜ’’ ପୁସ୍ତକରେ ଦ୍ରଷ୍ଟବ୍ୟ । ‘‘ଉଦ୍ୟାନଖଣ୍ଡ’’ ପୁସ୍ତକରେ ବିଶେଷ ବିବରଣ ଦ୍ରଷ୍ଟବ୍ୟ ।ପଢ଼ିଥିବ ପୁରାଣରେ, ସେ ମୋକ୍ଷଦ ଧାମ-ସେ ମର୍ତ୍ତ୍ୟ-ବୈକୁଣ୍ଠ, ସ୍ଥିତ ଉତ୍କଳ ବକ୍ଷରେ,ଏହି ଯେ ଦିଶୁଛି ରାଏ, ମହୋଦଧି ତୀରେମହାକାଶେ ମହାବିଭା, ଅତସୀନୀକିମ,ନୁହେଁ ତା ସିନ୍ଧୁ ନୀଳିମା, କିମ୍ବା ସୌରବରେଘନର ବିକୃତି, ସ୍ଫୁରି ସେ ଅନନ୍ତ ପ୍ରଭାଦାରୁବ୍ରହ୍ମରୂପୀ ନୀଳମାଧବ ଶରୀରୁକସ୍ତୁରୀ ତିଳକପ୍ରାୟ ଶୋଭେ ନଭ-ଭାଲେ ।ଶଙ୍ଖାକୃତି ସେହି ସ୍ଥଳୀ ଶ୍ରୀକ୍ଷେତ୍ର ଆଖ୍ୟାତ,ଲାଗିଥିଲା ରଥଯାତ୍ରା ତହିଁ, ରଥୋପରିହେରିଲେ ବାମନ ମୂର୍ତ୍ତି, ନୋହେ ପୁନର୍ଜନ୍ମ,ଏହି ଶାସ୍ତ୍ର ବିଶ୍ୱାସରେ ଲକ୍ଷ ଲକ୍ଷ ଜନେଆସିଥିଲେ ଦୂରଦେଶୁ, ଯାତ୍ରା ସାଙ୍ଗ ଏବେ,ଯାଉଛନ୍ତି ଫେରି ସର୍ବେ ସ୍ୱଗ୍ରାମାଭିମୁଖେ,ନୁହନ୍ତି ବାଳକ କିମ୍ବା ବାମନ ସକଳେ,ଦିଶୁଛନ୍ତି କ୍ଷୁଦ୍ରକାୟ ଦୂରେ ଥିବା ହେତୁ ।’’ଭାଷିଲେ ଅବନ୍ତୀନାହା, ‘‘ଥିଲେ ଶାସ୍ତ୍ରକାରେଉର୍ବରମସ୍ତିଷ୍କ କେଡ଼େ, କି ଗଭାର ଭାବଅନୁସ୍ୟୁତ ଏ ବଚନେ, ଧନ୍ୟ ସେ ପ୍ରତିଭା,ଦେହ-ରଥେ ବସି ବୁଦ୍ଧି ସାରଥିରୂପରେଚଳାଏ ତାହାକୁ, ଯୋଚି ଇନ୍ଦ୍ରିୟ-ତୁରଗ,ମନ ତହିଁ ବାହୁନର ମୁଖବଦ୍ଧ ରଜ୍ଜୁ,ଜ୍ଞାନନେତ୍ରେ ଦେଖେ ଯେହୁ ସେହି ଦେହ-ରଥେସୂକ୍ଷ୍ମତମ ଆତ୍ମାରୂପୀ ବାମନ ମୂରିତି,ଜରା ଜନ୍ମ ଯନ୍ତ୍ରଣାରୁ ଲଭେ ସେ ନିସ୍ତାର ।ଶାସ୍ତ୍ରର ଏ ଅର୍ଥ ବୁଝି ଆସନ୍ତି କି ସର୍ବେକ୍ଷେତ୍ରେ ନନ୍ଦିଘୋଷ ରଥେ ବାମନ ଦର୍ଶନେ ?’’ଭାଷିଲେ ସନ୍ନ୍ୟାସୀ- ‘‘ଘୋର ତାମସା-ପିହିତଆଧ୍ୟାତ୍ମିକ ଗୂଢ଼ତତ୍ତ୍ୱ, ସଦ୍ଗୁରୁସାପେକ୍ଷ,ଭେଦିବେ ସକଳେ କାହୁଁ ସେ ମହାରହସ୍ୟ ?’’ଅନନ୍ତର ଦବିନୟେ ଅବନ୍ତୀ-ଭରସାନିବେଦିଲେ ଯତି କହି, ‘‘ଋଷେ, ଇଚ୍ଛା ମୋରଶ୍ରୀକ୍ଷେତ୍ର ଦର୍ଶନେ, ଏବେ ହସ୍ତଗତ ଆହାସେ ସୌଭାଗ୍ୟ ମୋର, ହେଲେ ହରାଇଲେ ଏହାରହିବ ଅପୂର୍ଣ୍ଣ ସଦା ଆକାଙ୍କ୍ଷା ହୃଦୟେ,ଅପୂର୍ଣ୍ଣ ଆକାଙ୍କ୍ଷା ଜ୍ୱାଳା ଅସହ୍ୟ ମୋହର ।ନିଶ୍ଚେଷ୍ଟ ମୂର୍ତ୍ତିକା ନୁହେଁ ଏ ଉତ୍କଳ ମହୀ,ନିଶ୍ଚେ ଏ ଜାଗ୍ରତା ଦେବୀ, ନ ଦେବି ଏହାରପବିତ୍ର ଶରୀର ପୀଡ଼ା ସେନା ସଂଘର୍ଷଣେ,ଦଳିବ କନକମୂର୍ତ୍ତି, କେ ଏଡ଼େ ପାଷଣ୍ଡ,ବିଶେଷେ ଏ ଦେବଭୂମି, ପୂଜ୍ୟା ମାତୃସମା,ଭକ୍ତିସହକାରେ ସିନା କରିବା ଦର୍ଶନଉଚିତ ଏହାକୁ, ରାଜା ମୁହିଁ, ଆଦେଶିବିକିରୂପେ ବା ସମସ୍ତଙ୍କୁ, ‘କର ବୋଲି ଏହାଭକ୍ତିରେ ଦର୍ଶନ’ ନୁହେଁ ଶୁଭଦ କଦାପିଭକ୍ତିରେ ବାଧ୍ୟତା, ବଳେ ଫୁଟାଇଲେ ଫୁଲ,ହୁଏ ସିନା ନଷ୍ଟ ତାର ସୌନ୍ଦର୍ଯ୍ୟ, ସୁବାସ,ଅତଃ ଏ ଗିରୀନ୍ଦ୍ର ପଦେ ରଖି ଅନୀକିନୀଯିବି ମୁହିଁ ଏକୁଟିଆ ନୀଳାଦ୍ରି ଦର୍ଶନେ,ତପୋନିଧେ, ଦୟା ବହି ଦେଖାନ୍ତୁ ସରଣୀ ।’’ଅବତରି ଶୈଳଶୃଙ୍ଗୁ ସର୍ବେ ଯଥାକାଳେମିଳିଲେ ଅଚଳ ତଳେ, ତହୁଁ ମନ୍ତ୍ରୀ ପ୍ରତିରକ୍ଷାଣେବେକ୍ଷଣ ଭାର ଅର୍ପି ବାହିନୀର,ମୁଷ୍ଟିମେୟ ଅନୁଚର ସମଭିବ୍ୟାହାରେବିଜେ କଲେ ବିକ୍ରମାର୍କ ସମତଳ ସ୍ଥଳେ,ଅଗ୍ରତେ ଚାଲିଲେ ଯତି ଦେଖାଇ ସୁପଥ ।