ବିକ୍ରମାଦିତ୍ୟ
ଚିନ୍ତାମଣି ମହାନ୍ତି · ଭାଗ ୫ / ୧୨
ସମ୍ପୂର୍ଣ୍ଣ ସୂଚୀପତ୍ର
ପଞ୍ଚମ ସର୍ଗ
ଏଣେ ଶ୍ରୀ ବିକ୍ରମାଦିତ୍ୟ ଭୂମି ଭାରତରବହୁ ଗ୍ରାମ ରାଜଧାନୀ ଗିରି ବନ ଆଦିଏକାକୀ, ଉଦ୍ଦେଶ୍ୟଶୂନ୍ୟ ନିରାଲମ୍ବଭାବେସେବି ବହୁ ପ୍ରତତୀର୍ଥ, ଅର୍ଜିଲେ ଅପାରପୁଣ୍ୟ, ଲୋକାତୀତ ଜ୍ଞାନ । ଦେଖି ନାନା ଜାତି,ନାନା ଧର୍ମାବଲମ୍ବୀର ଆଚାର ବେଭାର,କରି ନାନା ଦେଶ ରାଜନୀତି ମର୍ମଭେଦ,ଲଭି ତହୁଁ ମହାଶିକ୍ଷା କେତେ ଦିନ ପରେକଲେ ଅବସ୍ଥାନ ଆସି ଗୁର୍ଜର ପ୍ରଦେଶେ ।ଦିନେ ନିଶାଯୋଗେ ବୀର ଦେଖିଲେ ସ୍ୱପନେ-ଅଗ୍ରେ ଉଭା ଦେବୀମୂର୍ତ୍ତି, ମାତୃ-ଭାବମୟୀ,ମହିମାର ମହାପ୍ରଭା ସ୍ଫୂରେ ଅପଘନୁ,ଦୋଦୁଲ୍ୟ କିରୀଟ ଶିରେ ଦିବ୍ୟ ଆଭାମୟ,ସ୍ୱର୍ଣ୍ଣ ଘନେ କିବା ସ୍ୱର୍ଣ୍ଣ ତଡ଼ିତ ଜଡ଼ିତ ?ସ୍ନେହ-ସୁଧାବୋଳା ଦୃଷ୍ଟି, ପ୍ରସନ୍ନ, ପାବନ,କରୁଣା-କୌମୁଦୀ-ଧାରା ଢଳ ଢଳ ମୁଖେ ।ବସନ୍ତେ କୋକିଳା ସତୀ ସମ୍ବୋଧିଲା ପ୍ରାୟସମ୍ବୋଧି କହିଲେ ଦେବୀ, ‘‘ଉଠ ଉଠ ବୀର,ଉଠ ଖରେ, ବିଜେ କର ଅବନ୍ତୀ ପ୍ରଦେଶେ,ଚିହ୍ନିଲଟି ମୋତେ, କୃତି ! ପଡ଼ୁଛି କି ମନେଅତୀତ ବୃତ୍ତାନ୍ତ ? ଯାକୁ ଭ୍ରାତୃଭକ୍ତିବଶେତେଜିଥିଲ ନିର୍ବିକାରେ, ବୀରମଣି, ମୁହିଁସେହି ଉଜ୍ଜ୍ୱୟିନୀ- ରାଜଲକ୍ଷ୍ମୀ, ତେଜିଲେହେଁତୁମ୍ଭେ ମୋତେ, ପାରି ନାହିଁ ମାତ୍ର ମୁହିଁ ମନୁମୂରୁଛି ତୁମ୍ଭଙ୍କୁ ! ଦେବ, କି ବର୍ଣ୍ଣିବି ହାୟଅବନ୍ତୀ ନଗରୀ-ଦୁଃଖ, ବହୁ କାଳୁ ଧନୀଭଜିଛି ବିଧବା ଦଶା, ନିଷ୍ପ୍ରଭ ସେ ଏବେଦାରୁଣ ଦୁର୍ଦ୍ଦିନେ ଆହା ନିତିମଲ୍ଲୀ ପ୍ରାୟ *ଅଥବା ରଜନୀ ଯଥା ନ ଦେଖି ଉଦିତ*ପାଟଳବର୍ଣ୍ଣବିଶିଷ୍ଟ ପୁଷ୍ପବିଶେଷ । ସୂର୍ଯ୍ୟକିରଣ ନ ଦେଖିଲେ ତାହା ପ୍ରସ୍ଫୁଟିତ ହୁଏ ନାହିଁ ।ରଜନୀ-ରଞ୍ଜନ-ଚନ୍ଦ୍ରେ, କି ଅବା ଯେସନଶୁଭକର୍ମ ବ୍ୟତିରେକେ ମହତୀ ପ୍ରତିଭା !ଦୁର୍ଭିକ୍ଷ, ମଡ଼କ, ହତ୍ୟା, ଚୌର-ଉପଦ୍ରବ,ଅନାବୃଷ୍ଟି, ଅତିବୃଷ୍ଟି, ଧର୍ମର ବିପ୍ଲବ,ନିୟତିର କେତେ ମହାବାତ୍ୟା ଭୟଙ୍କରଗଲାଣି ବହି ତା ଭାଗ୍ୟେ, ବାକ୍ୟାତୀତ ତାହା !ନାହିଁ ପୂର୍ବ ରାଜଧାନୀ, ହୋଇଛି ଏବେ ସେଭୟରାଜା-ରାଜଧାନୀ ଅମଙ୍ଗଳାବାସ,ଭଗ୍ନ ଅଟ୍ଟାଳିକାଶ୍ରେଣୀ, କେହି ଅବା ରହିଅର୍ଦ୍ଧଭଗ୍ନ ଭାବେ, ଜରା-ଜର୍ଜରିତ ପ୍ରାଣେ,ବିସ୍ତାରି ଇଷ୍ଟକ-ଦନ୍ତ ଧରିଛି ବିକୃତରୂପ, ନଶ୍ୱରତା-ସ୍ମୃତି-ଉନ୍ମେଷକ, ହାୟ !ଥିଲା ସେହୁ ଅଳକାର ଅଳଙ୍କାର ସମ,ବଳିଛି ସେ ପୁରୀ ଏବେ ପ୍ରେତପୁରୀଠାରୁ,ଧରିଛି ମହତ ଆହା ନୀଚର ଉପମା !ଥିଲା ଯହିଁ ପୁଷ୍ଫାସ୍ତୃତ ସଦା ସଜ୍ଜନରମନୋରଥ-ରଥ ଗତିପଥ, ଏବେ ତାହାକଣ୍ଟକ-ଆସ୍ତୃତ ! ଭୀତ ସର୍ବ ପ୍ରଜାକୁଳ,ବୁହାଉଅଛନ୍ତି ନେତ୍ରୁ ନୈରାଶ୍ୟ-ଲୋତକ,ଆହା, ସେ ଲୋତକ ନୁହେଁ- ରୁଧିର ଆସାର !ସୁଧିମଣି, ତୁମ୍ଭର ଏ ନିଷ୍ପୃହ ଭ୍ରମଣନୁହେଁ ବିଧି ଅଭିପ୍ରାୟ, ଜନ୍ମ ତବ ଭବେମହାକାର୍ଯ୍ୟ ସାଧନାର୍ଥେ, ବହିବ ଉଜାଣିଆଜି ଜୀବନର ସ୍ରୋତ ତବ ନିୟତିରଘୋର ଆବର୍ତ୍ତରେ, ତେଜି ଔଦାସ୍ୟ ମାନସୁପ୍ରବେଶ ସଂସାରେ, କର କର୍ମ ଉପାସନା,ବୀର ନୁହେଁ ତାହା ଦୁଃଖ ତୁମ୍ଭ ପକ୍ଷେ କେବେ,ଯାହା ଦୁଃଖେ କୋଟି କୋଟି ପ୍ରାଣୀଙ୍କର ସୁଖ,ନୁହଇ ତ ତାହା ଦୁଃଖ ଦୁଃଖରେ ଗଣିତ,ଚିର-ସୁଖ-ସ୍ୱର୍ଗର ସେ ସୁବର୍ଣ୍ଣ ବିମାନ,ସେହି ସୁଖରୂପୀ ଦୁଃଖମହାତ୍ମା-ବାଞ୍ଛିତବୃଷ୍ଟି, ବଜ୍ର, ଶୀତାତପ ସହି ସହ୍ୟ ଶୈଳଉଦରେ ଆଶ୍ରିତ ତୀବେ କରେ ନିରାପଦେରକ୍ଷଣ ପାଳନ, ତାହା ମହତ୍ତ୍ୱ ତାହାର ।ଅତଃ ହେ ମହାନୁଭବ, ଉଠି ତୁମ୍ଭେ ତ୍ୱରାଅବନ୍ତୀନଗରେ ଯାଇ ବସ ରାଜାସନେ ।’’ଏହା ଭାଷି ଅନ୍ତର୍ହିତ ହୁଅନ୍ତେ ସେ ଦେବୀ,ଭାଙ୍ଗିଗଲା ଖରେ ସ୍ୱପ୍ନ ବିକ୍ରମାର୍କଙ୍କର,ଉଠି ବସି ବୀରବର ଚାହିଲେ ଚୌଦିଗେ,ଦେଖିଲେ, ନାହାନ୍ତି ଦେବୀ, ଗଲେଣି ଉଭେଇନୈଶ ଅନ୍ଧକାରେ, ତଥା ତାଙ୍କ ସୁବଚନଯାଇଅଛି ମିଶି ନୈଶ ନୀରବତା ସହ ।ସ୍ମରି ଏହି ଅତ୍ୟଦ୍ଭୁତ ସ୍ୱପନ ଘଟଣା,ହେଲା ତାଙ୍କ ଚିତ୍ତାଗାରେ ବିସ୍ମୟ କୁଣିଆ,ଅଜ୍ଞାତ ଉତ୍କଣ୍ଠା-ସ୍ରୋତ ବହି ଖରତରେହେଲା ଉଦ୍ବେଳିତ କ୍ରମେ, ସ୍ମୃତି କୁହୁକିନୀଫେଡ଼ି ତହୁଁ ଚିତ୍ରପେଡ଼ି ଦେଖାଇଲା ଆଣିଅରୂପ ଅତୀତ ଚିତ୍ର, ଗୋଟି ଗୋଟି କରି ।ଭାଳିଲେ ସ୍ୱଗତେ ବୀର- ‘‘ଏହା କି ସ୍ୱପନ,ପ୍ରତ୍ୟକ୍ଷ ପରାଏ ପ୍ରତେ, ସତେ କି ମାଳବବିପନ୍ନ, ସତେ କି ତାର ଶିରଫୁଲଗଭାଅବନ୍ତୀ ଉଚ୍ଛନ୍ନ, ଏଥେ ଅସମ୍ଭବ କିବା ?ସ୍ୱେଚ୍ଛାଚାରୀ ହେଲେ ରାଜା, ହୁଏ ଛାରଖାରରାଜ୍ୟ, ଏହା ସ୍ୱତଃସିଦ୍ଧ, ଯେ ଯନ୍ତ୍ରଚାଳକଉଚ୍ଛୃଙ୍ଖଜ, ସେ ଯନ୍ତ୍ର ବା ନ ଭାଙ୍ଗିବ କିପାଁ ?ଯିବାର ଉଚିତ ମୋର ମାଳବେ ଏକାଳେ ।’’ଏହିପରି ଭାଳୁ ଭାଳୁ ଶେଷ ନିଶୀଥିନୀ,ଅରୁଣ-ତରୁଣୀ ଉଷା ଅରୁଣବରଣା,କାବ୍ୟତାର-କୁନ୍ତଳିନୀ, ଉଦ୍ପାଟି ସତ୍ୱରପ୍ରାଚୀଦିଗ-ଦେବାଜୟ-ହୈମ-ସିଂହଦ୍ୱାର,ଦେଖାଇଲା ଅନନ୍ତର ଅନନ୍ତ ସୁଷମା !ସରସୁପ୍ତା ସରୋଜିନୀ କର୍ଣ୍ଣମୂଳେ ଅଳିମଧୁଜୀବୀ, ଜଣାଇଲା ମଞ୍ଜୁଳ ଗୁଞ୍ଜନେରବି ଆଗମନ ବାର୍ତ୍ତା ରବି-ଦୂତରୂପେ,ତହୁଁ ଧନୀ ରବିବଧୂ, ଉନ୍ମୀଳି ନୟନସପୁଇକେ, ସମୀରଣ ବିଦୁଜନ ଛଳେଶିର ନଇଁ, ନିବେଦିଲା କୃତଜ୍ଞତା ତାକୁ ।ଅବଗାହି ହିମାମତେ କାନନ-କୁମାରୀଫୁଲକୁଳ, ନାଚି ନାଚି ହସିଲେ ସଧାରେ,ତେଜି ତରୁ ସାନୁମାନ, ଭିବନନିକର,ଅନ୍ଧାର ଅସ୍ପଷ୍ଟ ପ୍ରେତମୂର୍ତ୍ତି, ଭୟାବହ,ଧରିଲେ ମଧୁର ମୂର୍ତ୍ତି, ନିର୍ମଳ ସୁନ୍ଦର !ଭାବିଲେ ବିହଗବର୍ଗ- ପ୍ରଭାତପ୍ରହରୀ,ବୋଳି ଦେହେ ବାଳରବି-କନକ-କିରଣ ।ଢଳ ଢଳ ନିଶା ଅଶ୍ର-ହିମବିନ୍ଦୁ ପରେପ୍ରତିଫଳ ଢଳ ଢଳ ଶିଶୁ ସୌର କର,ବଢ଼ାଇଲା ଦିବ୍ୟବିଭା, ବଢ଼ାଏ ଯେସନବଂଶୀୟ ପ୍ରତିଭା ଯୋଗ୍ୟ ବଂଶଧର ହୃଦେ ।ପାଲଟି ପାଟକ ପାଟ ଧନୀ ପୌରନ୍ଦରୀଆବରିଲେ ବେର ଏବେ ସୁନୀଳ ଦୁକୂଳେ ।ରାଜିଲା ରୁଚିରେ ଶିରେ ରକ୍ତରବିଚ୍ଛବି,ଅମନ୍ଦ ସୁନ୍ଦର ଫୁଲ୍ଲ ମନ୍ଦାର ଯେସନ ।ହାଣିଲେ କିରଣ-କୁନ୍ତ ଦେବ ବିଭାବସୁକୁମୁଦିନୀ ବକ୍ଷେ, ଚନ୍ଦ୍ର-ହୃଦୟ-ଚନ୍ଦ୍ରିକା,ତହୁଁ ସେ ହରାଇ ଚେତା ଗୁରୁ କ୍ଳେଶାବେଗେପଡ଼ିଲା ସରସୀ-ଶେଯେ ଢଳ ନେତ୍ର ମୁଦି ।ସମାପି ବିକ୍ରମାଦିତ୍ୟ ପ୍ରାତଃକୃତ୍ୟ ତୁରା,ଯାତ୍ରା କଲେ ଉଜ୍ଜୟିନ ମୁଖେ, ଲଙ୍ଘି ପଥେବହୁ ରାଜ୍ୟ, ସ୍ରୋତସ୍ୱତୀ, କାନନ, ପ୍ରାନ୍ତରଉପସ୍ଥିତ ଯଥାକାଳେ ଅଭୀଷ୍ଟ ପ୍ରଦେଶେ ।ତହୁଁ ଛଦ୍ମବେଶେ କରି ନଗରୀ ପ୍ରବେଶ,ଦେଖି ତାର ଶୋଚନୀୟ ଦାରୁଣ ଦୁର୍ଦ୍ଦଲଭିଲେ ବିଷାଦ, ହେଲା ନେତ୍ର ଛଳ ଛଳ,କାନ୍ଦିଲା ଅନ୍ତର ଶୋକେ, ଅସ୍ଫୁଟେ, କରୁଣେ,କାନ୍ଦେ ଯଥା ହାୟ, ଦୁଃଖେ ମର୍ମଭେଦୀ ସ୍ୱରେବିଦେଶାଗତ ସୁପୁତ୍ର ଦେଖେ ଯେବେ ଚାହେଆସି, ପୂଜ୍ୟା ଜନନୀର ପ୍ରାଣନ୍ତକ ପୀଡ଼ା,କିମ୍ବା ଯଥା ନିଷ୍ଠାପର ଦେବତା-ପୂଜାରୀ,ହେରି ପ୍ରାତେ ପ୍ରାଣପ୍ରିୟ ଇଷ୍ଟଦେବତାରଚୌରକୃତ ଅପମାନ, ଅସହ୍ୟ ତାହାର,ଅଥବା ଯେସନ କାନ୍ଦେ ଉଦ୍ୟାନ-ପାଳକଦେଖି ଯତ୍ନବିବର୍ଦ୍ଧିତ ଉଦ୍ୟାନ ତରୁରଛିନ୍ନ ଭିନ୍ନ ଦୀନଦଶା, ଦୁଷ୍ଟ କପିକୃତ ।ବିଷମ ଆତୁରେ ବୀର ଭାଳିଲେ ଏସନ-‘‘ଉଜ୍ଜୟିନି, ହା ଅଭାଗି, କି ଦଶା ଲୋ ତୋର ?ଥିଲୁ ତୁହି ଗରବିଣୀ, ସୁଷମା-ବାରିଧି,କେଉଁ କ୍ରୂର ଅଗସ୍ତ୍ୟ ଲୋ ଶୋଷିଲା ତୋହରଅଲକ୍ଷ୍ୟେ ସେ ଶୋଭା-ବାରି ? ହେଲୁ ତୁ ଶ୍ରୀହୀନାବାଳବିଧବା ସଦୃଶ, ଫାଟିଯାଏ ଛାତି,ଫିଟିଯାଏ ଅଶ୍ରୁ-ଉତ୍ସ ସହସ୍ର ଧାରରେଅସମ୍ଭାଳ, ହେରି ତୋର କାଙ୍ଗାଳୁଣୀ ବେଶ !କ୍ଷିପ୍ରା ସିପ୍ରେ ! ଦିବ୍ୟଗନ୍ଧମୟୀ ଗନ୍ଧବତି ! *ତୁମ୍ଭେ ପରା ଉଜ୍ଜ୍ୱୟିନୀ ଭାଗ୍ୟଦା, ପାଳିକା-ତୁମ୍ଭ ଧାରା ପରା ତାର ମାତୃସ୍ତନ୍ୟ ଧାର,*ସିପ୍ରା ଓ ଗନ୍ଧବତୀ ଉଜ୍ଜୟିନୀର ନନଯାଦ୍ୱୟ ।ତୁମ୍ଭ ବେନି ବର୍ତ୍ତମାନେ ଜୀବନ୍ମୃତ ସେହୁ,ଦେବି, ଏହି ଅକ୍ଷାଳିତ କଳଙ୍କର ଛାୟା,ରହିଲ କେମନ୍ତେ ଭଲା ନିର୍ମଳ ହୃଦୟେ ?କି ହେତୁ କରୁଣା ଊଣା ପ୍ରଭୁ ମହାକାଳ ++ ଉଜ୍ଜୟିନୀର ଅଧିଷ୍ଠାତା ଶିବ ।ମହାରୁଦ୍ର, ପଦାଶ୍ରିତା ଉଜ୍ଜୟିନୀ ପ୍ରତି ?ଅନାଥା ସେ ଏବେ, ହାୟ ଦୁର୍ବଳା ପୀଡ଼ିତା,ଦେବ ଦେଖିଲ ତ ଏହି ମହାକାଳ କ୍ରୀଡ଼ାବସି ବିଶ୍ୱ-ସିଂହାସନେ, ଅବହେଳେ ପ୍ରଭୋ,ଶୂଳି ! ଯେ ମହତ୍ରିଶୂଳ ପ୍ରେରିଲା ଛଟକେଦୁର୍ଦ୍ଧର୍ଷ ତ୍ରିପୁରରକ୍ଷେ ସଂଯମନୀ ପୁରେ,କ୍ଷମ ଯେ ବିଶ୍ୱଧର୍ଷଣେ ଭ୍ରୂଭଙ୍ଗ ମାତ୍ରକେ,ସେ ରୁଦ୍ର ତ୍ରିଶୂଳ ତବ ପରାଙ୍ମୁଖ କି ହେତବ ଅଧିଷ୍ଠିତ ରାଜ୍ୟ ବିପଦ ନାଶନେ ?କେ ବୁଝିବ ଲୀଳା ତବ-ଧାରଣା ଅତୀତ ?’’ଏରୂପେ ବିକ୍ରମାଦିତ୍ୟ ଆକ୍ଷେପି ବହୁଶଃଭ୍ରମୁ ଭ୍ରମୁ ଇତସ୍ତତଃ, ହେଲେ ଅତର୍କିତେଉପସ୍ଥିତ ଯାଇ ଏକ କୁମ୍ଭକାର ଗୃହେ ।ଦେଖିଲେ ଲାଗିଛି ତହିଁ ରାଜସଭା, ମିଳିରାଜକୀୟ ପାତ୍ର, ମନ୍ତ୍ରୀ, ପାରିଷଦ ଆଦିମଣ୍ଡି କୁମ୍ଭକାର ସୁତେ ଭୂପେନ୍ଦ୍ରୋପଯୋଗୀବସନ ଭୂକ୍ଷଣେ, ପୁଣି ପିନ୍ଧାଇ ମସ୍ତକେମଣିମୟ ରାଜଚୂଡ଼ା, ଘେନିଗଲେ ତ୍ୱାରା ।ବିଳପିଲେ ତହୁଁ ବୃଦ୍ଧ କୁମ୍ଭାର-ଦମ୍ପତିବିଷମ ବ୍ୟାକୁଳେ ଉଚ୍ଚେ, ମର୍ମସ୍ପର୍ଶୀ ସ୍ୱରେ,ଯଥା ଶୁକ ଶାରୀ, ଯେବେ କୁଲାୟୁ ତାଙ୍କରଶାବକେ କିରାତ ଧରି ଆବଦ୍ଧି ପିଞ୍ଜରେଘେନିଯାଏ ଦମ୍ଭୀ ଆହା ମହାଦମ୍ଭଭରେ ।ସେ କାଳେ ଶାବକ ଚାହିଁ ଦୀନ ନେତ୍ରେ ଯଥାଜନକ-ଜନନୀ ମୁଖ, ହୋଇ ଛାଟିପିଟିଡାକେ ଘନ ଘନ ତାଙ୍କୁ ନେବାକୁ ଉଦ୍ଧାରି,ଯଥା ମହାବ୍ୟତିବ୍ୟସ୍ତ କୁମ୍ଭକାର ସୁତ !ପ୍ରବୋଧି ବିକ୍ରମାଦିତ୍ୟ ଦମ୍ପତିଯୁଗଳେପୁଚ୍ଛନ୍ତେ ଶୋକର ହେତୁ, କହିଲେ ବେନିଏକେତେ କ୍ଷଣ ପରେ, ତେଜି ଶୋକତପ୍ତ ଶ୍ୱାସ-ବାସ୍ଫରୁଦ୍ଧ ଅର୍ଦ୍ଧଭଗ୍ନ ସ୍ୱରେ, ଖନା ପ୍ରାୟ-‘‘ହାୟ, କି କହିବୁଁ ଆମ୍ଭ ଦୁର୍ଭାଗ୍ୟ କଷଣ,ସାଧୋ, ଏକମାତ୍ର ପୁତ୍ର, ଏ ଆମ୍ଭ ବେନିର,ରାଜକର୍ମଚାରିବୃନ୍ଦ ଯାଉଛନ୍ତି ଘେନିତାକୁ, ବସାଇବାପାଇଁ ରାଜସିଂହାସନେ,ଏହା ଆମ୍ଭ ଉପସ୍ଥିତ ଶୋକର କାରଣ ।’’ନ ପାରି ସମ୍ବରି ହାସ୍ୟ ବୀର ଏ ବଚନେଭାଷିଲେ, ‘‘ତୁମ୍ଭେ କି ଭଲା ସ୍ୱଭାବ-ବାତୁଳ,କିମ୍ବା ବୃଦ୍ଧବୃଦ୍ଧା ବେନି ହେଲ ଛନ୍ନମତି,ବୟୋଧର୍ମେ ? ପୁତ୍ର ତବ ହେବ ରାଜ୍ୟେଶ୍ୱର,ଏଥିରେ ତୁମ୍ଭର ଦୁଃଖ, କି ଅଦ୍ଭୁତ କଥା ?ଅନୁସରିବାକୁ ନରେ ଯେ ସୌଭାଗ୍ୟ ପଛେସଦା ଲଳାୟିତ, ନିଜ ପୋଷା ଶ୍ୱାନ ପ୍ରାୟ,ମଣ କିପାଁ ତୁମ୍ଭେ ସେହି ସମ୍ପଦେ ବିପଦ ?ସ୍ୱଭାବେ ଦରିଦ୍ର ତୁମ୍ଭେ, ନୀଚକୁଳେ ଜାତ,ତୁମ୍ଭ ପକ୍ଷେ ଏ ସୌଭାଗ୍ୟ ସ୍ୱପ୍ନାତୀତ ବର,ମଣୁଛ ତାହାକୁ ତୁମ୍ଭେ ତୀବ୍ର ଅଭିଶାପ !ମଣେ ଗ୍ରହଦୁଷ୍ଟ ସିନା ଫୁଲମାଳେ ବ୍ୟାଳ ।ସମ୍ପତ୍ତି, ପ୍ରାଧାନ୍ୟ, ପଦ ଉପେକ୍ଷ୍ୟ କାହାରବିଶେଷତଃ ତୁମ୍ଭ ପରି କେଉଁ ନିର୍ଦ୍ଧନର ?ପ୍ରକୃତରେ ଯେ ମହାନ, ସେ ଆତ୍ମବିସ୍ମୃତ,ନ ମଣେ ସେ ଆପଣାକୁ ବଡ଼, ଇଚ୍ଛେ ଏକାହେବାକୁ ମହାନ କ୍ଷୁଦ୍ର, ମାତ୍ର ତୁମ୍ଭଠାରେବ୍ୟତୀୟ କିପାଇଁ ଚିର-ପ୍ରଚଳିତ ଧାରା ?ବ୍ୟର୍ଥ ସତ୍ୟ ବିଧାତାର ଅପାତ୍ରରେ ଦାନ ।’’ଉତ୍ତରିଲା କୁମ୍ଭକାର- ‘‘ହେ ଜିଜ୍ଞାସୁ, ନୁହେଁସୌଭାଗ୍ୟ ଏ- ଦୁର୍ଭାଗ୍ୟର ସୁତୀବ୍ର ବିଦ୍ରୁପ,କହୁଛି କାରଣ ତାର ଶୁଣ ଅବହିତେ ।ପାଳୁଥିଲେ ଏ ପ୍ରଦେଶ ରାଜା ଭର୍ତ୍ତୃହରି,ପତ୍ନୀର ଅସଦାଚାରେ ହୋଇ ସେ ଦ୍ୟଥିତଗଲେ ରାଜ୍ୟ ତେଜି ବନେ ତପସ୍ୟାଭିପ୍ରାୟେ,ହେଲା ଅରାଜକ ହାୟ ଅବନ୍ତୀ ନଗରୀ,ଅବନୀ-ସୀମନ୍ତଟିକା-ପ୍ରଶସ୍ତିମାଳିନୀ,ହେଲେ ଚରୀ କର୍ଣ୍ଣଧାରଶୂନ୍ୟ ତରଙ୍ଗିତ-ସିନ୍ଧୁ ଗର୍ଭେ, ଘଟେ ଭାଗ୍ୟ ଯେ ଦୁର୍ଦ୍ଦଶା ତାର,ଭୁଞ୍ଜିଲା ଅଭାଗୀ ତାହା । ଦେଖିଣ ଅନାଥାତାକୁ, ଅଗ୍ନିବେତାଳାଖ୍ୟ ଅପଦେବ ଏକଭକ୍ଷିଲା ନିର୍ଭୟେ ପ୍ରଜା, ଯଥା ମହାବଳରଖୁଆଳଶୂନ୍ୟ ଗୋଷ୍ଠେ ପଶି ଅବହେଳେବିନାଶେ ଗୋଯୁଥ । ଦେଖି ଏ ନୃଶଂସ ଲୀଳାବହୁ ମହାପ୍ରାଣିକ୍ଷୟ, ସଚିବନିକରବେତାଳ ସମୀପେ ଯାଇ କଲେ ଏ ପ୍ରସ୍ତାବ-‘ହେ ବେତାଳରାଜ, ହୁଅ କ୍ଷାନ୍ତ ତୁମ୍ଭେ ଏବେମାନବ ଜୀବନ ନାଶୁଁ, ହେଲା ଆଜିଠାରୁବେତାଳ ସମୀପେ ଯାଇ କଲେ ଏ ପ୍ରସ୍ତାବ-‘ହେ ବେତାଳରାଜ, ହୁଅ କ୍ଷାନ୍ତ ତୁମ୍ଭେ ଏବେମାନବ ଜୀବନ ନାଶୁଁ, ହେଲା ଆଜିଠାରୁଏହି ନିର୍ଦ୍ଧାରଣ-ଆମ୍ଭେ ବସାଇବୁଁ ନିତିଏ ରାଜ୍ୟର ଜଣେ ଜଣେ ପ୍ରଜାଙ୍କୁ ପ୍ରଭାତେରାଜସିଂହାସନେ, ହେବ ସେ ଦିବସେ ରାଜା,ମାତ୍ର ରାତ୍ରେ ତୁମ୍ଭେ ତାକୁ କରିବ ଭକ୍ଷଣ ।’ସେହି ନିର୍ଦ୍ଧାରଣମତେ ଆଜି ମୋର ପାଳି,ତହୁଁ ପାତ୍ରମନ୍ତ୍ରିବର୍ଗ ଘେନିଗଲେ ଧରିଏକମାତ୍ର ପୁତ୍ର ହାୟ ! ରଙ୍କରତ୍ନ ମୋର;ଉପସ୍ଥିତ ଜୀବନର ସାୟଂକାଳେ ମୁହିଁ,ରହିବାକୁ ଅକ୍ଷମ ସ୍ୱଶରୀରର ଭାର,ଏ କାଳେ ବିଧାତଃ ଭଲା କେବନ୍ତେ ସହିବିଦୁର୍ବିଷହ ପୁତ୍ରଶୋକ ଭାର,-ବଳେ ଯାହାସପ୍ତଦ୍ୱୀପ, ସପ୍ତସିନ୍ଧୁ ଅଷ୍ଟକୁଳାଚଳୁ !ସିନ୍ଧୁ ନିଧନରେ ଯଥା ଅନ୍ଧକ ଅନ୍ଧକୀ **ଦଶରଥକର୍ତ୍ତୃକ ଅନ୍ଧକମୁନିପୁତ୍ର ସିନ୍ଧୁମୁନିଙ୍କ ହତ୍ୟା ବିବରଣ ରାମାୟଣରେ ଦ୍ରଷ୍ଟବ୍ୟ ।ତେଜିଲେ ଜୀବନ, ତଥା ବୃଦ୍ଧବୃଦ୍ଧା ବେନିଘେନିବୁ ବିଦାୟ ଆମ୍ଭେ ଉବୁଁ ପୁତ୍ରାଭାବେ,ଲଭିବି ଶମନ ବିପ୍ର, ପୁତ୍ରେ ଦାନରୂପେ,ଆମ୍ଭେ ବେନି ସେ ଦାନର ବିହିତ ଦକ୍ଷିଣା ।’’ଶୁଣି ଏହା ବିକ୍ରମାର୍କ ଦୟାର୍ଦ୍ର ହୃଦୟେଭାଷିଲେ- ‘‘ହେ ବୃଦ୍ଧ, ନୁହଁ ଚିନ୍ତାକୁଳ ଆଉ,ଅର୍ପି ମୋତେ ତୁମ୍ଭ ପୁତ୍ର ପ୍ରତିନିଧିରୂପେ,ଲଭ ଏ ସଙ୍କଟୁ ତ୍ରାହି ଉଭୟତ୍ର ଶ୍ରେୟତହିଁ, ହେବ ପ୍ରାଣ-ରକ୍ଷା ପୁତ୍ରର ତମ୍ଭର,ଦୁଯେ ଏ ପରୋପକାର ସଂସାଧନ ହେତୁହେବ ମୋର ପୁଣ୍ୟାର୍ଜନ, ବିଶେଷତଃ ଯଦିପାରେ ସେ ବେତାଳେବଧି, ହେବି ତେବେ ରାଜା ।‘‘ଆହୋ କି ଭୀଷଣ କଥା’’ କହିଲା କୁମ୍ଭାର,ଭାବୀ ନରକର ବାଟ ରଖିବାକୁ କାଟିଅର୍ପୁଛ କି ଉପଦେଶ ମୋତେ ? ହା ଦୁର୍ଦୈବ,ବଞ୍ଚାଇବି ନିଜ ପୁତ୍ର ପର ପୁତ୍ର-ଦାନେ,ଏଥୁ ବଳି ମହାପାପ କି ଅଛି ମହୀରେ ?ତହିଁରେ ଅତିଥି ତୁମ୍ଭେ ଦେବତା ସମାନ,ମହାଭାଗ, ନ ଶୁଣାଅ ଏ ପାପ-ପ୍ରସ୍ତାବ ।ହେଲା ଜାଣି ଏଥରକ ପୁତ୍ର-ରକ୍ଷା ମୋର,ମାତ୍ର ଯେତେବେଳେ ପୁଣି ପଡ଼ିବ ମୋ ପାଳି,ତେତେବେଳେ କି କର୍ତ୍ତବ୍ୟ, ହେବ ତ ନିଶ୍ଚୟଅର୍ପିବାକୁ ପୁତ୍ରେ । ଆତ୍ମପ୍ରାଣେ ପରପ୍ରାଣେନାହିଁ ଭେଦ କିଛି, ଧାତୁ ମୃତ୍ତିକା ଶିଳାଦିଯେଉଁ ଘଟେ ଥାଉ ଜଳ, ଏକ ଦ୍ରବ୍ୟ ସେହୁ,ଅତଏବ ପରହତ୍ୟା ଆତ୍ମହତ୍ୟା ସମ,ଜୀବନ ହି ଆତ୍ମା, ଆତ୍ମା ବ୍ରହ୍ମସତ୍ତା ଭିନ୍ନନୁହେ କିଛି ଆନ, କରେ ବିନାଶ ଯେ ତାକୁବ୍ରହ୍ମହତ୍ୟା ମହାଦୋଷେ ଦୋଷୀ ସେ ପାମର ।ଭାବି ଦେଖି, କୁମର ମୋ ନ ହେବ ଅମର,ମରିବ ଅବଶ୍ୟ ଦିନେ, ମହାନିୟତିରଅକାଟ୍ୟ ନିୟମେ, ଜନ୍ମ-ମରଣର ହେତୁ,ସୃଷ୍ଟି ପଛେ ପଛେ ଲାଗି ରହିଛି ସଂହାର,ସଂଲଗ୍ନ ଅତୀତ ଯଥା ବର୍ତ୍ତମାନ ପଛେ,ସୃଷ୍ଟିଲୀଳା ପ୍ରାୟ ସଦା ଲାଗିଛି ସଂସାରେସଂହାରର ମହାଲୀଳା, ହେଲେ ରୁଦ୍ଧ ତାହା,ହେବ ସୃଷ୍ଟି-ଦ୍ୱାର ରୁଦ୍ଧ, ନ ଶୋଷିଲେ ରବିଧରଣୀରୁ ରସ, ହେବ ବୃଷ୍ଟି ଅବା କାହୁଁ ?ସୃଷ୍ଟି ପରି ସଂହାରହିଁ ବିଧାଭୃ-ବାଞ୍ଛିତ ।ଯାହା ହେଉ, ଆତ୍ମପ୍ରାଣ ସଂରକ୍ଷଣ ପାଇଁନ ପାରିବି ତୁମ୍ଭଙ୍କୁ ମୁଁ ଅର୍ପି ମୃତ୍ୟୁମୁଖେ,ଜ୍ଞାନାନ୍ଧ ବିଶ୍ୱାସ ଅନ୍ଧ ପ୍ରାୟ, ପ୍ରଦାନେ ସେମୃତ୍ୟୁକୁ ଠକିବାଲାଗି ପଶୁପକ୍ଷୀ ବଳିଦେବପୀଠେ, ଫଳେ ଲିପ୍ତ ହୋଇ ହତ୍ୟାପାପେନଷ୍ଟ କରେ ଦୁଷ୍ଟ ମତି ଇହ ପର କାଳ ।’’‘‘ନ ହୁଅ ସନ୍ଦିଗଧ ବୃଦ୍ଧ, ଜାଣିବ ପଶ୍ଚାତେ,’’ଭାଷିଲେ ବିକ୍ରମାଦିତ୍ୟ-‘‘ନ ହେଲେ ମାନ୍ତ୍ରିକମନ୍ତ୍ରରେ ନିପୁଣ, ବାନ୍ଧେ କି ସାହସ ହୃଦେଧରିବାକୁ ବିଷାକର ସର୍ପେ ? କି ଭୟ ବାସେ ବେତାଳେ ? ସମ୍ଭେବେ କି କେତକୀ-କରତେତରୁଚ୍ଛେଦ, ବରଂ ବାଜି ତାହା ତରୁଦେହେଝଡିଯିବ ଦାଢ଼େ ତାର-କୋମଳ କଣ୍ଟକ !ଯାଉଛି ମୁଁ ସ୍ୱେଚ୍ଛାକ୍ରମେ ବେତାଳ ସମୀପେ,କିପାଁ ହେବ ବର୍ଷୀୟାନ, ଏଥେ ପାପ ତବ ?ଦିଏ ଯଦି ଝାସ କେହି ସମୁଦ୍ର ସଲିଳେ,ଲାଗିବ କି ପାରାବାରେ ତାର ହତ୍ୟାଦୋଷ ?ପରୋପକାର ସାଧନେ ଘଟେ ମୃତ୍ୟୁ ଯାର,ନୁହେଁ ସେ କଦାଚ ମୃତ, ମୃତ ସେହି, ଜୀଏଯେହୁ ନିଜ ପାଇଁ ! ଭାବେ ପର ଉପକାରଶ୍ରେଷ୍ଠ ଧର୍ମ, ଶ୍ରେଷ୍ଠ ସ୍ୱର୍ଗ ! ଧରେ ତରୁବରପରୋପକାରାର୍ଥେ ଫଳ, ବହେ ତରଙ୍ଗିଣୀପରହିତେ ନୀରସ୍ରୋତ, ଦୁଗ୍ଧ ବହେ ଗାଭୀ ।ସାଧି ନାହିଁ ପର ହିତ ଯେ ମାନବ କେବେ,ନୁହେ ସେ ମାନବ-ପ୍ରେତମୂର୍ତ୍ତି ମାନବର ।ହୁଅ ନାହିଁ ଭୀତ ତୁମ୍ଭେ କିମ୍ବା ଧୈର୍ଯ୍ୟଚ୍ୟୁତ,ନ ହେବ ତୁମ୍ଭଙ୍କୁ ଆଉ ପୁତ୍ରେ ଅର୍ପିବାକୁବେତାଳ କବଳେ, କର ବିଶ୍ୱାସ ଏ କଥା ।ପହୁଞ୍ଚିଲେ ଅବନତି ଚରମ ସୀମାରେପ୍ରକୃତିପର୍ଯ୍ୟାୟେ ଆସେ ଆବର ଉନ୍ନତି,ହିମପାତେ ପଦୁବନ ଦଗ୍ଧ ହେଲା ପରେ,ହୋଇ ଉଠେ ପୁଣି ସିନା ନବ ପଲ୍ଲବିତ;ଚନ୍ଦ୍ରକ୍ଷୟ ଅନ୍ତେ ତାର ବୃଦ୍ଧି ହୁଏ କଳା;ପାହିଲାଣି ଏ ରାଜ୍ୟର ଅବନତି-ନିଶାତମୋମୟୀ, ଭୟଙ୍କରୀ, ଦିଶିବ ଅଚିରେଉନ୍ନତି-ଉଷାର ଏବେ ପାଟଳ ମହୁଡ଼ି,ନ କର ସନ୍ଦେହ ଏଥି, ଦେଖିବ ସାକ୍ଷାତେ ।’’ଶୁଣି ଏହା କୁମ୍ଭଜୀବୀ ଆନନ୍ଦେ ବିଭୋଳିଭାଳିଲା, ‘‘ଏ ଅକଳ୍ପନା-ସୁଲର ସ୍ୱରଗେକେ ଆଣିଲା ମୋତେ, ଆହା କଲି ଯାହା ପାନକର୍ଣ୍ଣ-ତୁଣ୍ଡେ ଏହି ଦଣ୍ଡେ, ତାହା କି ବଚନ ?ବଚନ କି ହୋଇ ପାରେ ଏଡ଼େ ମଧୂମୟ,ସୁଶୀତଳ, ଶାନ୍ତିକର, ପ୍ରାଣାରାମ-ପ୍ରଦନା, ନା, ସେ ବିଶୁଦ୍ଧ ସୁଧା, ଅମର ସମ୍ପଦ !ଅଥବା ଦେଖୁଛି ମୁହିଁ ଜାଗ୍ରତ ସ୍ୱପନଆସନ୍ନ ପତନମୁଖୀ ଦୁରାଶା-ଶୈଳରତୁଙ୍ଗ ଚୂଳେ ବସି; ଅହୋ, କି ଅଦ୍ଭୁତ ଭ୍ରମ,ସ୍ୱପ୍ନ ନୁହେଁ, ସ୍ୱପ୍ନ ନୁହେଁ ଏହା, ବାଇଲେ ଯେଆଶା-ବଂଶୀ, ଏହି ତ ସେ ଉଭା ପୁରତରେ ।’’ଏହା ଭାବି ବର୍ଜି ଅଶ୍ରୁ କହିଲା ଏସନ-(ନୁହେ ତାହା ଅଶ୍ରୁଚିର ସଙ୍ଖାଳି ଦୁଃଖୀର, ଆନନ୍ଦ କୃତଜ୍ଞତାର ଅବାଧ ପ୍ରବାହ)‘‘ପ୍ରଭୋ, କେଉଁ ଦେବ ତୁମ୍ଭେ, କେମନ୍ତେ ଚିହ୍ନିବିଅଜ୍ଞାନ-ବିଷାକ୍ତ ନେତ୍ରେ, ନୁହଁଇ ତ କେବେପରହିତେ ପ୍ରାଣଦିତ୍ସା * ମାନବ ବେଭାର,* ପ୍ରାଣଦାନେଚ୍ଛାଧରିବ ମଣିର ବିଭା କାହୁଁ ବା ମୃର୍ତ୍ତିକା ?ଅଥବା ମୋ ସୌଭାଗ୍ୟର ସୌଭାଗ୍ୟ-ଦେବତାତୁମ୍ଭେ କିମ୍ବା ବହୁଜନ୍ମ ତୀବ୍ର ସାଧନାରଆଶାତୀତ ଆକସ୍ମିକ ମହାପୁରସ୍କାର,ଅବା ଦୟାଦେବୀ ଧରି ପୁରୁଷ ଆକୃତି,ବେଦନା-ବିକ୍ଷୁବ୍ଧ ହୃଦେ ଢ଼ାଳିବାକୁ ମୋରକରୁଣା-ଅମୃତଧାରା, ଅବତୀର୍ଣ୍ଣ ଏଥି !ବିପଦ ଅସଷ୍ଟ ଥିଲେ ଆସି ଥରେ ଥରେଦେଇ ଯାଉଥାଏ ଆଶା କେତେ ଆଶ୍ୱାସନା,ମାତ୍ର ଯେବେ ସ୍ପଷ୍ଟୀଭୂତ ହୁଏ ଦୂର୍ବିପାକ,ନ ଆସେ ସେକାଳେ ଆଉ, ଯଥା ସୌଦାମିନୀ,ଦେଖାଏ ବିଭ୍ରାନ୍ତ ପାନ୍ଥେ ବୃଷ୍ଟି ପୂର୍ବୁ ପଥଘୋର ଘନଘଟାଚ୍ଛନ୍ନ ତାମସ ନିଶୀଥେ,ମାତ୍ର ହେଲେ ବୃଷ୍ଟି, ଧନୀ ଲୁଚଇ ଅମ୍ବରେ,ଏହା ସ୍ୱାଭାବିକ, ଦେବ, ତେଜିବାରୁ ଆଶା,ଜୀବନ-ସଙ୍ଗୀତ ଛନ୍ଦ ହୋଇଥିଲା ମୋରସ୍ୱରଶୂନ୍ୟ, ବୁଦ୍ଧିବୃତ୍ତି ଶିଥିଳ ମଳିନଶିଶୁକର-ବିଦଳିତ କୁସୁମ ସଦୃଶ ।ପାଣି ହୋଇ ଯାଇଥିଲା ଦେହରକ୍ତ ଶୋକେ,ଏ ଆସନ୍ନମୃତ୍ୟୁକାଳେ କି ମନ୍ତ୍ର ପ୍ରଭାବେକରି ପ୍ରକୃତିସ୍ଥ ମୋତେ, ଦେଲ ନବ ପ୍ରାଣ,ବିଷ-ବିଚେଷ୍ଟିତ ଜନେ ଜାଙ୍ଗଳିକ ପ୍ରାୟ,ତୁମ୍ଭର ଏ ଋଣ ଦେବ, ନ ପାରିବି ଶୁଝିବହୁଜନ୍ମ ଯାଏଁ ହୋଇ ସେ ପଦ-ସେବକ ।ବଚନଭଙ୍ଗୀରୁ ତବ ଉଠୁଛି ଆଭାସିଅତୁଳ ସାହସ, ବୀର୍ଯ୍ୟ, ମାତ୍ର ତାହା ଦେବ,ହେବ ନାହିଁ ଲୋଡ଼ା କେଭେଁ ବେତାଳ ଦମନେ,କେବଳ ତୁମ୍ଭରି ଧର୍ମ ବଧ ପକ୍ଷେ ତାରଅମୋଘ ବ୍ରହ୍ମାସ୍ତ୍ର, ନିଶ୍ଚେ ତେଜିବ ସେ ପ୍ରାଣତବ ସନ୍ଦର୍ଶନ ମାତ୍ରେ, ମୋର ଏ ବିଶ୍ୱାସ,ଯେସେନେ ନୃଶଂସ କଂସ କଂସାରି ଦର୍ଶନେ ।ଅତଏବ ତବ ଆଜ୍ଞା ଶିରୋଧାର୍ଯ୍ୟ ମମ,ରାଜସଭା ମଧ୍ୟେ ଦେବ, ବିଜେ କର ଏବେ,ପ୍ରଦାନି ତୁମ୍ଭଙ୍କୁ ପୁତ୍ରେ ଆଣିବି ମୋହର ।’’ଏ ଅନ୍ତେ ବିକ୍ରମାଦିତ୍ୟେ ଘେନି କୁମ୍ଭକାର,ମିଳି ଯଥାସ୍ଥାନେ, କଲା ଜଣାମଣା ଏହା-‘‘ଅଚିହ୍ନିତ ଏ ପଥିକ, ଇଚ୍ଛନ୍ତି ରାଜତ୍ୱ,ବେତାଳ ଦର୍ଶନ ପାଇଁ ପ୍ରକାଶନ୍ତି ପୁଣିସାଗ୍ରହ ଆକାଙ୍କ୍ଷା, କହି ଘଟନା ସକଳନିଷେଧିଲି ବହୁତ ମୁଁ, ମାତ୍ର ଏ ତେଜସ୍ୱୀନ ହେଲେ ନିବୃତ୍ତ, ବରଂ ନିଭିବ ଅନଳ,ତଥାଚ ସେ କରିବ କି ଶୀତତା ସ୍ୱୀକାର ?ଅତଏବ ଏ ଆର୍ତ୍ତର ପୁତ୍ର ବିନିମୟେଗ୍ରହିଣ ଏହାଙ୍କୁ କର ପୁତ୍ରଦାନ ମୋତେ ।’’ଏ ବଚନେ ରାଜକୀୟ କର୍ମଚାରିଚୟନୋହି ଅସମ୍ମତ, ଦେଲେ ପୁତ୍ର ଛାଡ଼ି ତାର;ତହୁଁ ରାଜପରିକରେ ମିଳି ସେହି ସ୍ଥାନେ,କଲେ ଭାବା ନୃପତିଙ୍କ ଶ୍ରୀଅଙ୍ଗ ମାର୍ଜନା ।ସ୍ୱଭାବେ ବିକ୍ରମାଦିତ୍ୟ ରୂପସ ପୁରୁଷ,ଏହିକାଳେ ରାଜଲକ୍ଷ୍ମୀ ଆସି ଅଲକ୍ଷ୍ୟରେପରଶନ୍ତେ ତାଙ୍କ ଚାରୁ ଶରୀର-ଦେଉଳେ,ଝଟକିଲା ଶତ ଗୁଣ ଝଳି, ଫୁଲ ଯଥାପରଶି ଚନ୍ଦ୍ରିକା ଚନ୍ଦ୍ରହିରଣ୍ୟ-ଗଞ୍ଜିନୀ * ।ଖଞ୍ଜିଲେ ଯା ଅଙ୍ଗେ ରୁକ୍ମ + ରତ୍ନ ଅଳଙ୍କାର*ରୌପ୍ୟ ।+ ସ୍ୱର୍ଣ୍ଣ ।ବେଶକାରେ, ବୃଥା ତାହା, ଆକୃତି-ମଧୁରଯାର, ତାହା ଶୋଭା ଏକା ଭୂଷଣ ତାହାରନିସର୍ଗ-ରୁଚିର, କେଉଁ ଲୋଡ଼ା ତାର ଭଲାଭାରଭୃତ ମୃଦ୍ବିକାର * କୃତ୍ରିମ ଭୂଷଣେ ?* ମାଟିର ରୂପାନ୍ତରଜାତ ଇନ୍ଦ୍ର ଅଂଶୁ, ମିଶି ନରେନ୍ଦ୍ର ପ୍ରତିଭାଦେବେନ୍ଦ୍ର ପ୍ରତିଭା ସହୁ ପ୍ରକାଶିଲା ଯେଉଁମହାପ୍ରତିଭାର ବିଭା, ମଳିନ ତା କତିବିଶ୍ୱ-ଆସ୍ୟ-ହାସ୍ୟଚ୍ଛବି ଚଣ୍ଡାଂଶୁ-ମୟୂଖ ।ଅନନ୍ତର ମନ୍ତ୍ରବର୍ଗ ରାଜ-ଉପଚାରେକରାଇ ବିକ୍ରମାଦିତ୍ୟେ ବିଜେ ସିଂହାସନେ,ନିର୍ବାହିଲେ ରାଜକାର୍ଯ୍ୟ ତାଙ୍କ ଆଜ୍ଞାମତେ ।ଧରି ନବ ନୃପେ ଅଙ୍ଗେ ରାଜସିଂହାସନହେଲେ ସୂପାବନ, ଯଥା ମଣ୍ଡିତ ବିମାନଦେବତା ପ୍ରତିମା ଯୋଗେ, ହୀରା ନୀଳା ଆଦିଭଦ୍ରାସଲଗନ୍ନ ରତ୍ନେ, ଉଠିଲେ ଉଜ୍ଜ୍ୱଳିଦ୍ୱିଗୁଣେ ନୃପତିଙ୍କର ଶ୍ରୀଅଙ୍ଗ ମୟୁଖେ;ପ୍ରକାଶେ ସୁବର୍ଣ୍ଣ ଦୀପ ପ୍ରତିଜ୍ୟୋତି ଯଥାବିକ୍ଷୋଧୃତ ପ୍ରଜ୍ୱଳିତ ଶଳିତା ଶିଖାରେ ।ସମାପି ସଚିବବୃନ୍ଦ ସେ ଦିନର ଯେତେଉପସ୍ଥିତ ରାଜକାର୍ଯ୍ୟ, ଦିବା ଅବସାନେ,ଗମିଲେ ସ୍ୱବାସେ ମାଗି ଛାମୁର ମେଲାଣି ।ନବୀନ ନରେଶଙ୍କର କର୍ତ୍ତବ୍ୟପାଟବେମନ୍ତ୍ରୀଏ ବିସ୍ମୟ ଭଜି, କଲେ ପରସ୍ପରେକଳ୍ପନା ଜଳ୍ପନା ବହୁ । କେ କହିଲା, ‘‘ଅହୋ,କି ଅଭାବ ବୈଚକ୍ଷଣ୍ୟ, କି ସୂକ୍ଷ୍ମଦର୍ଶିତା,କିଏ ଏହି ଛଦ୍ମବେଶୀ ପୁରୁଷପ୍ରବର ?ପ୍ରତେ ହୁଏ, ନୁହନ୍ତି ଏ ସାମାନ୍ୟ ମାନବ,ସମ୍ଭବ କି ନର ପକ୍ଷେ ଏ ଭଳି ପ୍ରତିଭା-ନୀତି, ପ୍ରତ୍ୟୁତ୍ପନ୍ନମତି !’’ କେହି ବା କହିଲା,‘‘କର୍ତ୍ତବ୍ୟେ ଯେ ଶତଚକ୍ଷୁ, ଶତକର୍ଣ୍ଣ, ପୁଣିଶତହସ୍ତ, ଅତିକ୍ରମେ ନରଜ୍ଞାନ ସୀମାଔଦାର୍ଯ୍ୟ ଗାମ୍ଭୀର୍ଯ୍ୟ ଯାଙ୍କ, ନୁହନ୍ତି ତ ସେହୁଦୁର୍ବଳ ଅପୂର୍ଣ୍ଣମତି ଇତର ମାନବ !ନିଶ୍ଚେ ଏ ବିକ୍ରମାଦିତ୍ୟ, କାରଣବିଶେଷେକରିଛନ୍ତି ଶୂରମଣି ଆତ୍ମସଂଗୋପନ,ଦ୍ୱାପରେ ପାବନି ଯଥା ବିଧି ବକାସୁରେରକ୍ଷା କଲେ ତା’ କବଳୁ ଏକଚକ୍ରା ଗ୍ରାମେ,ତଥା ଏ ତେଜସ୍ୱୀ ପ୍ରାଣେ ବିନାଶି ବେତାଳେପ୍ରକାଶିବେ ଆତ୍ମଶକ୍ତି, ସୁକୀର୍ତ୍ତି ସଂସ୍ଥାପି,ଲଭିବ ସଙ୍କଟୁ ତ୍ରାହି ଭୀତା ଉଜ୍ଜୟିନୀ ।’’ଭାଷିଲା ଅପର ମନ୍ତ୍ରୀ, ‘‘କେଉଁ ପ୍ରୟୋଜନତର୍କଣାରେ, ରହ ଧୈର୍ଯ୍ୟ ଧରି କାଲିଯାଏଁ,ପ୍ରାତଃକାଳେ ହେବ ଗୁପ୍ତ ରହସ୍ୟ ପ୍ରକଟ ।’’ଏ ବଚନେ ସର୍ବେ ତହୁଁ ଭଜି ନୀରବତାଆଶ୍ରିଲେ ଅଚିରେ ସ୍ୱ ସ୍ୱ ଗନ୍ତବ୍ୟ ସରଣୀ ।ସମାପି ସାହାହ କୃତ୍ୟ ଏଣେ ଐନ୍ଦ୍ରିସୂନୁ,ଶାଣିତ କୁପାଣ କରେ ମଣ୍ଡି ରାଜାସନେରହିଥିଲେ ଅବହିତ ଶତ୍ରୁ ପ୍ରତୀକ୍ଷାରେ,ଯଥାକାଳେ ମିଳି ଦୁଷ୍ଟ ଭୀଷଣ ବେତାଳ,(ଅମାନୁଷୀ ପ୍ରତିକୃତ, ବିକୃତ ବଦନ)ବିକ୍ରମେ ଧରିବା ଆଶେ ବିସ୍ତାରନ୍ତେ ବାହୁ,ଦେଲେ ସେ ସବଳେ ଠେଲି ବାମ କରେ, ତହୁଁପଡିଲା ଦୁର୍ଜନ ଦୂରେ କଚାଡ଼ି ଉତ୍ତାନ୍ନେ ।ଦେଖି ତା ବିକ୍ରମାଦିତ୍ୟ କରି ପରିହାସଭାଷିଲେ ସକ୍ରୋଧେ, ‘‘ଧିକ୍ ଦୂରନ୍ତ ବର୍ବର,ଏହି ଛାର ବଳ ଧରି ଏତେ ଆସ୍ଫାଳନ !‘‘ସ୍ୱଳ୍ପ ବିତ୍ତ ଦରିଦ୍ରର ଗର୍ବର କାରଣ’ଯଥାର୍ଥ ଏ ଉକ୍ତି, ଦୁଇ ଚାରି ମୋତି ଯୋଗୁଁଉନ୍ନତ୍ତ ମାତଙ୍ଗ, ମୂଢ଼ ସେହି ରୀତି ତୋର ।ଶେଷ ତୋର, ଖଳ, ଆଜି ମାନବ-ପାରିଧି,ସେହି ପାରିଧିର ଲକ୍ଷ୍ୟ ହେବୁ ତୁହି ଆପେ,ହେବ ମହା ପ୍ରାୟଶ୍ଚିତ୍ତ ତୋ ମହାପାପର ।ଯେ ଜଘନ୍ୟ ଯାଗ, ଦୁଷ୍ଟ, ଥିଲୁ ତୁ ଆଚରି,ପିଣ୍ଡ ତୋର ସେ ଯାଗର ହେବ ପୂର୍ଣ୍ଣାହୁତି,ମୁଁ ହେବି ପୁରୋଧା ତହିଁ, ଦକ୍ଷିଣା ସ୍ୱରୂପେଘେନିବି ରେ ଆଜି ତୋର କଳଙ୍କିତ ପ୍ରାଣ ।ତୋର ଏହି ଦୁଷ୍ପରଣୀ ବୀଭତ୍ସ ନାଟକେକରିବ ସଂପାଦ କାଳ ଚିର ଯବନିକା,ଶୋକର ଅନ୍ତିମ ଶ୍ୱାସ ଛାଡ଼ି ଏ ଧରଣୀପୂଜିବ ଆଶାର ପାଦ ନବୀନ ଉତ୍ସାହେ,ଆଜି ଏହି ବୀରମାତା ଅବନ୍ତୀ ଭାଗ୍ୟରେମହାପରିବର୍ତ୍ତନର ସୌଭାଗ୍ୟ ସୁଦିନ,ଧର୍ମ ଯଦି ସତ୍ୟ, ସତ୍ୟ ଯଦି ସତ୍ୟ, ତେବେନିଶ୍ଚୟ ସଫଳ ହେବ ମୋର ଏ ବଚନ ।ଶୁଣି ଏହି ଅରୁନ୍ତୁଦ ସୁତୀବ୍ର ଭର୍ତ୍ସନାରୁଷିଲା ବେତାଳ, ତହୁଁ ଉଠି ସେ ତ୍ୱରିତେସବଳେ ବିକ୍ରମାଦିତ୍ୟେ ଧରିଲା ଆକଟି,ଲାଗିଲା ନିରସ୍ତ୍ର ଯୁଦ୍ଧ, ତୁମୁଳ ଅତୀବ,ବେନି ବୀରେ ଛନ୍ଦି ହୋଇ ଭୁଜେ ଭୁଜେ,ପଦେ ପଦେ, ପିଟାପିଟି ହେଲେ ଶିରେ ଶିରେ ।ଏହିରୂପେ ମଲ୍ଲରଣେ ମାତିଲେ ଉଭୟେଅର୍ଦ୍ଧଯାମଯାଏଁ, ଶେଷେ ହେବାରୁ ଦୁର୍ବଳବେତାଳ, ବିକ୍ରମ ତାକୁ ଫିଙ୍ଗି ଦେଲେ ଦୂରେ ।ଲଭି ପରାଭବ କ୍ରୂର, ହୋଇ ଯୁକ୍ତପାଣିଭାଷିଲା ବିନୟେ, ‘‘ବୀର, ଜାଣିଲି ମୁଁ ଏବେନିଶ୍ଚୟ ବିକ୍ରମାଦିତ୍ୟ ଅଟନ୍ତି ଆପଣ,ନୁତବା ଜିଣିବ ମୋତେ ଯୁଗାନ୍ତେ ସମରେଏଭଳି ସାମରୀ ନାହିଁ ମାନବ ସୃଷ୍ଟିରେ ।ତୁମ୍ଭେ ଇନ୍ଦ୍ରପୌତ୍ର, ତେଣୁ ଜିଣିଲ ସହଜେ,ବୀରବର ମାଗୁଛି ମୁଁ ପ୍ରାଣଭିକ୍ଷା ପଦେ,ପ୍ରକାଶି କରୁଣା କର ଅପରାଧ କ୍ଷମା,ବୀର ତୁମ୍ଭେ, ବୀରଧର୍ମ ନୁହ ହେ ଅଜ୍ଞାତ,କ୍ଷମା ସିନା ବୀରତ୍ୱର ଗୌରବଭୂଷଣ ।ଶରଣରକ୍ଷଣ ଏକା ମହତଲକ୍ଷଣ,ଅର୍ପିନାହିଁ କେତେ କଷ୍ଟ ସାଗରେ ମନ୍ଦିର,ମାତ୍ର ସେହି ପର୍ବତର ସ୍ୱଜାତି ମୈନାକପଶନ୍ତେ ଶରଣ ଆସି ସୁନାସୀର ଭୟେ,ସାଦରେ ଆଶ୍ରୟ ତାକୁ ଦେଲା ଅମ୍ବୁପତି ।ଗୁଣଧର, ତୁମ୍ଭେ ଏକା ପୁଣ୍ୟ ଅବନ୍ତୀରଉପଯୁକ୍ତ ରାଜା, କ୍ଷମ ଧୃଷ୍ଟତା ମୋହର,ସାଧିବି ଭବିଷ୍ୟ ବହୁ ଉପକାର ତବ ।’’ଉତ୍ତରିଲେ ବିକ୍ରମାର୍କ, ‘‘ଭୟ ନାହିଁ ବୀର,ନିରେଖି ତୁମ୍ଭଙ୍କୁ ରଣେ ଏକାନ୍ତ ଅକ୍ଷମଲଭିଛି ମୋ କ୍ରୋଧାବେଗ ପୂର୍ବୁ ଉପଶମ,ମାନେ ସ୍ୱତଃ ପରାଜୟ ତୃଣଲତାହୀନଉଷର ନିକଟେ ଅଗ୍ନି, କି କାର୍ଯ୍ୟ ସ୍ତୁତିରେ ?ବସାଏ ଯେ ଅସ୍ତ୍ରଚୋଟ ବିଜିତ ଶରୀରେ,ସେ ପିଶାଚ, ବୀରାଧମ, ନାହିଁ ଭେଦ କିଛିଜେତା ବିଜତର ପ୍ରାଣେ-ଭେଦ ପରାକ୍ରମେ,ପରାଜିତେ ସମ୍ମାନନା ଜେତା ପକ୍ଷେ ମାନ,ଅତଏବ ଯଥାଇଚ୍ଛା ଗମ ବୀରମଣି ।’’ଯେ ଆଜ୍ଞା ଉଚ୍ଚାରି ହର୍ଷେ ତହୁଁ ସେ ବେତାଳଜୁହାରି ବିକ୍ରମେ କଲା ବିଦାୟ ଗ୍ରହଣ,ନିଶୀଅ ସମୟ ଜାଣି ପହୁଡ଼ିଲେ ରାଏ ।