ଉତ୍କଳ କମଳା — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିପ୍ରଥମ ସର୍ଗ
କଳ୍ପନେ, କରୁଣା ବହି ହୁଅ ମାତଃ ଆସିଅବତୀର୍ଣ୍ଣା, ମୋର ଚିତ୍ତ-କୋକନଦାସନେ,ବର୍ଣ୍ଣିବି ମୁଁ ଗୀତେ ଭାବୀ ଭୂତ ବର୍ତ୍ତମାନତ୍ରିକାଳ ବିଭବ ପୂଜ୍ୟା ଉତ୍କଳ ମାତାର,(ବଖାଣିଲେ ଯାହା ଦେବୀ ଉତ୍କଳ-କମଳା)କବିର ସମ୍ୱଳ ବଳ ତୁମ୍ଭେ ଏକା ଦେବି !ତବ ବଳେ ବଳୀୟାନ ହୋଇ କେତେ କୃତୀ,ଅବହେଳେ ଅତିକ୍ରମି ସାହିତ୍ୟ-ଅର୍ଣ୍ଣବ,(ଅଲଙ୍ଘ୍ୟ, ଅକୂଳ, ବିଘ୍ନ-ବୀଚି-ବିକ୍ଷୋଭିତ)ଲଭିଲେ ଗୌରବମୟ କବିସିଂହାସନ,ତାଙ୍କର ନଶ୍ୱର ଦେହ ହରିଅଛି କାଳକିନ୍ତୁ କୀର୍ତ୍ତି-ଦେହ ତାଙ୍କ ଅଜର ଅମରସଦା, ଭ୍ରମେ ତାହା ଦେଇ ଭବେ ଉପଦେଶ ।ସେମାନଙ୍କ ପଦଚିହ୍ନ ଅନୁସରିବାକୁବଳିଲା ମାନସ ମୋର, କିନ୍ତୁ ମୁଁ ଅକ୍ଷମସେ କାର୍ଯ୍ୟ ସାଧନେ ଦେବି, ତଥାପି କେ ଜାଣିକାହିଁକି ଧାଉଁଛି ଆଶା ସଦା ସେହି ଦିଗେ,ଭାବମାତା, ନ କଲେ ତୁ କରୁଣା ପ୍ରକାଶ,ସେ ଆଶା ମୋ, ହେବ ପଣ୍ଡ, ବାମନମୂର୍ତ୍ତିରଶଶାଙ୍କ ପରଶ ତୀବ୍ର ଦୁରାକାଙ୍କ୍ଷା ପ୍ରାୟ;ତେଣୁ ଦେବି ! ପ୍ରସାଦାର୍ଥୀ ହୋଇ ମୁ ତୁମ୍ଭର,ମାଗୁଅଛି ନତଶିରେ ଏ ଭିକ୍ଷା ଶ୍ରୀପଦେ,ଅଙ୍କିଦିଅ ହୃଦପଟେ ଅଭୀୟିତ ଛବି ।ଦେଖିଲି ଏକଦା ଆହା ! ଶିଶୁ ଦୁଇଗୋଟିଅନଶନେ ଶୀର୍ଣ୍ଣକାୟ, ମହାଦୁର୍ଭିକ୍ଷରପ୍ରବଳ ପୀଡ଼ନେ ହୋଇ ଜର୍ଜରିତ ପ୍ରାଣ,ଆହରନ୍ତି ବନ୍ୟପତ୍ର ଆହାର ସକାଶେ,ଅସ୍ଥାନ, କୁସ୍ଥାନ ନିଦ୍ରା ନ ବାରିଲା ପ୍ରାୟଅଖାଦ୍ୟ କୁଖାଦ୍ୟ କିଛି ବାରେ ନାହିଁ କ୍ଷୁଧା,ଉପଯୁକ୍ତ ଖାଦ୍ୟାଭାବେ ଯାଇଅଛି ଶୁଖିରକ୍ତମାଂସ ବେନିଙ୍କର କୋମଳ ଶରୀରୁ,ଦେହସ୍ଥ ପଞ୍ଜର, ଅସ୍ଥି ସୂକ୍ଷ୍ମ ସ୍ନାୟୁ ରାଶିଫୁଟିଦିଶେ ବହିର୍ଭାଗେ, ଅହୋ ! ବେନିଶିଶୁଦିଶୁଛନ୍ତି ବହୁଦିନ ରୋଗକ୍ଳିଷ୍ଟ ପ୍ରୟ;ସ୍ପୁରୁ ନାହିଁ ବାକ୍ୟ ମୁଖୁ, ଚାଲିବା ସମୟେଏଣେ ତେଣେ ଖସିଯାଏ ଦୁର୍ବଳ ଚରଣ,ସ୍ୱଭାବ ସହାସ୍ୟ ଶିଶୁ ବଦନେ ତାଙ୍କରଢାଳିଛି ନିବିଡ଼ ଘୋର ବିଷାଦ-କାଳିମା,ହାୟ ! ସରଳ ହୃଦୟ-କୁସୁମ କୋରକେବେନିଙ୍କର, ପଶି ଦୁଷ୍ଟ ପେଟଚିନ୍ତା-କୀଟକୋରେ ତାଙ୍କ ଅନ୍ତଃସାର, ବିଧାତଃ, କି କଥାଅସମ୍ଭବ ତବ ରାଜ୍ୟେ ? ଯେ ବାଲ୍ୟ ବୟସେନ ଜାଣନ୍ତି କଷ୍ଟ ଲୋକେ ଧୂଳିଖେଳ ବିନା,ନର ଜୀବନର ସେହି ପ୍ରଥମ ସମୟେ
ସମ୍ବନ୍ଧିତ ରଚନା
ଚିନ୍ତାମଣି ମହାନ୍ତି
ସୁରଙ୍ଗୀ କାବ୍ୟଚିନ୍ତାମଣି ମହାନ୍ତି ଚିନ୍ତାମଣି ମହାନ୍ତି
ଶାନ୍ତ ସୁଖମୟ, ହାୟ ! ଶିଶୁ ଦୁଇଜଣ
ଲଭୁଛନ୍ତି ପେଟପାଇଁ ଦୁର୍ଭାର ଯନ୍ତ୍ରଣା !
ଅସହ୍ୟ ଉଦର ଜ୍ୱାଳା, ସ୍ୱୟଂ ଜଗନ୍ନାଥ
ପ୍ରପୀଡ଼ିତ ହୋଇ ତହିଁ, ଅତୀବ ଆତୁରେ
ଭକ୍ଷିଲେ ଧାନୁଆ ମୋଟା ଅଧୁଆ ଚାଉଳ ୧
(ଲକ୍ଷ୍ମୀଦ୍ରୋହୀ ହୋଇ ଯେବେ ବଳଦେବ ସହ ଭ୍ରମୁଥିଲେ ଭିକ୍ଷା ମାଗି ଦେଶଦେଶାନ୍ତରେ)
ଯେ ସର୍ବଗ୍ରାସିନୀ କ୍ଷୁଧା, ଭବ-କ୍ଷୁଧା-ହର
ମାଧବେ ବିହିଲା ଏଡ଼େ ଦାରୁଣ କଷଣ,
୧- ଜଗନ୍ନାଥଙ୍କ ଅଧୁଆଚାଉଳ ଭକ୍ଷଣ ବୃତ୍ତାନ୍ତ ଲକ୍ଷ୍ମୀପୁରାଣରେ ଅନଚସନ୍ଧେୟ ।
କେଉଁ ଛାର ପାଶେ ତାର ଅନ୍ନଗତ ପ୍ରାଣ
କ୍ଷୁଦ୍ର ମାନବର ଗତି ? ଜଗତେ ଦୁର୍ଜୟ
ସେହୁ, ଶୋଷେ ଅନୁକ୍ଷଣ ଜଗତର ବଳ ।
ଦେଖି ଏ କରୁଣ ଦୃଶ୍ୟ, ଅସହ୍ୟ ନେତ୍ରର
ଦହିହେଲା ହୃଦ ମୋର ଘୋର ଦୁଃଖାନଳେ
ଘନ ଘନ, ରକ୍ତମାଂସ ଦେହ ଧରି ଆହା,
ଦେଖିଣ ଶୋଣିତମାଂସ ଦେହୀର ଦୁର୍ଗତି,
ନ ହୁଏ ତରଳ କେଉଁ ପାଷାଣ ହୃଦୟ ?
ନଅଙ୍କ ଦୁର୍ଭିକ୍ଷ ୨ କଥା ଲୋକମୁଖୁ ଶୁଣି
ହେଉଥିଲି ତ୍ରସ୍ତ କ୍ଷୁବ୍ଧ, ଦେଖିଣ ଦେହକେ
ସେହି ବିଭୀଷଣ ଚିତ୍ର, ହେଲି ମୁଁ ଚକିତ,
ମଣୁଥିଲି ଯାକୁ ମୁହିଁ କଳ୍ପନା ଜଳ୍ପନା
୨- ବିଗତ ୧୮୬୬ ସାଲର କରାଳ ଦୁର୍ଭିକ୍ଷ
ଅଥବା ଅତିରଞ୍ଜିତ, ଉପଲବଧି କରି
ଏବେ ସାର ସତ୍ୟ ତାର, ହେଲି ସ୍ତମ୍ଭୀଭୂତ
ବିସ୍ମୟ ଅବଶେ, ଆଜି ଯାହା ଅସମ୍ଭବ,
ହୁଅଇ ସମ୍ଭବ ତାହା କାଲି ପ୍ରତ୍ୟକ୍ଷରେ,
ବିଶ୍ୱସଂସାରର ଏହା ବିଧି ଚିରନ୍ତନ ।
କଳ୍ପନା-ତୂଳିକାବଳେ ଚିତ୍ତ-ପଟେ କେତେ
ଅଙ୍କିଲି ସେ ଗତଚିତ୍ର, ହାୟ ! ସେ କାଳର
ସ୍ମରି ମହାପ୍ରାଣିକ୍ଷୟ ହେଲି ମୂର୍ଚ୍ଛାଗତ ।
ସଂଜ୍ଞା ଲଭି ସଚକିତେ ଚାହିଁଲି ଅଗ୍ରତେ
ଉଭା ଦେବୀ ମୂର୍ତ୍ତି, ସପ୍ତବର୍ଣ୍ଣ ଶବଳିତ
ଦୀପ୍ତବାସ-ପରିହିତା, ଦକ୍ଷକରେ ଦେବୀ
ଧରିଛନ୍ତି ଷଡ଼ଋତୁ ଚିତ୍ର, ଦିକ୍ଷେତରେ
ଫୁଲ୍ଲ ଶତଦଳ, ଶିରେ କାଞ୍ଚନ କିରୀଟ
ଆଭାମୟ, ସ୍ଫୁରି ତହୁଁ ରଶ୍ମି ଊର୍ଜ୍ଜସ୍ୱଳ
ମୁହୁର୍ମୂହୁଃ କରୁଅଛି ଛିନ୍ନ ଦୃଷ୍ଟିରେଖା ।
ବକ୍ଷୋଲମ୍ୱୀ ଦେବପୁଷ୍ପ ଚାରୁ ପାରିଜାତ
ସ୍ୱର୍ଗୀୟ ସୌରଭେ ଖରେ ଉଠିଲା ମହକି
ସେ ସ୍ଥାନ, (ଚଣ୍ଡୀମଣ୍ଡପ, ଦୁର୍ଗୋତ୍ସବେ ଯଥା ପୁଷ୍ପଧୂପ ହୋମଧୂମେ ହୁଏ ସୁରଭିତ)
ଦେବୀଙ୍କି ଦେଖି ମୁଁ ହେଲି ବିସ୍ମିତ, ସ୍ତମ୍ଭିତ ।
ଅତିବାହି ଏହିମତେ ଅର୍ଦ୍ଧ ଯାମ କାଳ,
ମାତୃଜ୍ଞାନେ ଶ୍ରୀପୟରେ ପ୍ରଣମି ବିନୟେ
ନିବେଦିଲି ଯୁକ୍ତକରେ ଏସନ ଭାରତୀ,
‘‘ଲକ୍ଷଣୁ ଜାଣିଲି ମାତଃ ତ୍ରିଦିବ ଦେବତା
ତୁମ୍ଭେ, ତବ ପୂତପାଦ ଦର୍ଶନେ ମୋହର
ଖଣ୍ଡିଲା ଅଶେଷ ପାପ, ହେଲା ପୂତ ପୁଣି
ଚର୍ମନେତ୍ର, ଦେକି ! କିପାଁ ଆବିର୍ଭାବ ତବ
ମୋହମାୟା-କଳୁଷିତ ଏ ମର ଭବନେ ?
କରୁଣା ପ୍ରକାଶି ଦାସେ ପରିଚୟ ଦାନେ
କରନ୍ତୁ କୃତାର୍ଥ, ଏହି ଭିକ୍ଷା ସେବକର ।’’
ଉତ୍ତରିଲେ ଦେବୀ,- ‘‘ବତ୍ସ ! ଉତ୍କଳ-କମଳା
ମୁହିଁ ପ୍ରକୃତି ରୂପିଣୀ, ଏ ଉତ୍କଳ ଭୂମି,
ସୁଜଳା, ସୁଫଳା ପୁଣି ଶସ୍ୟ-ସୁଶ୍ୟାମାଳା
ମୋହ ଯୋଗୁଁ ସଦା, ବତ୍ସ ! ମୋ କଳ୍ପ-ତୂଳିକା
ଚିତ୍ରୁଅଛି ନାନା ଶୋଭା ସଦା ଏ ଉତ୍କଳେ,-
କାନନ-ଚିକୁରା ଚିରରତ୍ନ ପ୍ରସବିନୀ ।
ଉତ୍କଳୀୟ ଜନେ ଦେଖି ଆଳସ୍ୟ, ଜଡ଼ତା,
ପରମୁଖାପେକ୍ଷିତାର ଏବେ ଅଙ୍କାଶ୍ରୟୀ,
ଯାଇଥିଲି କିଛି କାଳ ତେଜି ଏ ମହୀକି
ମୁହିଁ, କିନ୍ତୁ ମୋ ବିହୁନେ ଦୁର୍ଦ୍ଦଶା ତାହାର
ପଡ଼ିଲାଣି ବଳି, ବତ୍ସ ! ଦେଖିବାକୁ ତାହା
ହୋଇଛି ମୁଁ ଆବିର୍ଭୁତା ଆଜି ଏହିଠାବେ ।
କି ବର୍ଣ୍ଣିବି ବାଳୁତ ରେ ଉତ୍କଳର ଦଶା
ନାନାବିଭୀଷିକାମୟୀ ନିବିଡ଼ ଅନ୍ଧାରେ
ରହିଛି ଅଭାଗୀ ଏବେ ଢାଙ୍କିହୋଇ ଦେହ,
ଧନଧାନ୍ୟେ ପୂର୍ଣ୍ଣ ରହି ମୋର ଯେ ଭଣ୍ଡାର
ସଦାକାଳ, ହରୁଥିଲା ଜଗତର କ୍ଷୁଧା,
ହାୟ ସେ ଭଣ୍ଡାର ମୋର ଶୂନ୍ୟମୟ ଆଜି !
ନ କରି ଅତିଥିସେବା ମୋର ଯେଉଁ ସୁତେ
କରୁ ନ ଥିଲେ ଆହାର, ସେହି ସୁତେ ଏବେ
ଅନ୍ନମୃଷ୍ଟି ପାଇଁ ଆହା ଅଣ୍ଡାଳନ୍ତି ପେଟ !
କି ରତ୍ନ ଅଭାବ ମୋର ଅକ୍ଷୟ ଭଣ୍ଡାରେ ?
ଚିହ୍ନିବା ଦୋଷରେ ସିନା ମୋର ପୁତ୍ରଗଣେ
ସୁନାକୁ ମଣନ୍ତି ଭେଣ୍ଡି ଅହୋ ! କି ଦୁର୍ଦ୍ଦଶା !
ଚିରସ୍ରୋତା ସ୍ୱର୍ଣ୍ଣରେଖା ସ୍ୱର୍ଣ୍ଣରେଣୁମୟୀ ୧
କରେ ମୋର ପଦ ଧୌତ ଯାମ୍ୟେତରେ ରହି,
ପୂର୍ବେ ବାରାନିଧି-ନାନା ରତ୍ନର ଆକର
ଗର୍ଜ୍ଜଇ ଲହରୀ ଛଳେ ତୁଙ୍ଗ ଶିର ଟେକି,
୧- ଓଡ଼ିଶାର ଉତ୍ତରରେ ସୁବର୍ଣ୍ଣରେଖା ନଦୀ ଅବସ୍ଥିତ ।
ଏହାର ବାଲିରେ ସ୍ୱର୍ଣ୍ଣରେଣୁ ମିଶ୍ରିତ ଥାଏ ।
ଉଦ୍ଗାରିଣ ଫେନରାଶି ଯଥା ଫଣିବର ୨
ବିସ୍ତାରି ସହସ୍ର ଫଣା ଉଗାରେ ଗରଳ ।
ଋଷିମାଳ ଶୈଳସୂତା ଋଷିକୂଲ୍ୟା ନଦୀ ୩
ବହେ ଯାମ୍ୟେ, ଯଥା ମୋର କଣ୍ଠେ ହୀରାହାର ।
୨- ଶେଷ ଅହ ।
୩- ଋଷିକୁଲ୍ୟା ନଦୀ ଗଞ୍ଜାମର ଋଷିମାଳ ପର୍ବତରୁ ଉତ୍ପନ୍ନ ହୋଇଅଛି ।
ପଶ୍ଚିମେ ମେଘ-ମେଦୁର ମହେନ୍ଦ୍ର ଶିଖରୀ
ନାନା ରତ୍ନ ମହୌଷଧି ଯୋଗାଏ ଜଗତେ ।
ଚିର-ଉଲ୍ଲୋଳ-କଲ୍ଲୋଳ-ମାଳିକା ଚିଲିକା,
ଚାରୁ ମତ୍ସ୍ୟମୟୀ ବସୁଗର୍ଭା, ବିରାଜିତ
ବକ୍ଷୋଦେଶେ ମୋର ଯଥା ମାରାଗ-ପଦକ ।
ସୁବିଶାଳ କଳେବରା ଚାରୁ ଚିତ୍ରୋତ୍ପଳା,
(ଉତ୍କଳେ ପିୟୂଷଜଳା ଜାହ୍ନବୀରୂପିଣୀ)
ବହ୍ମାଣ୍ଡପାଳିନୀ ବ୍ରାହ୍ମୀ, ଗୋନାସା ଶୈଳଜା
ପୁଣ୍ୟତୋୟା ବୈତରଣୀ,
(ସ୍ନାନ କରି ଯହିଁ ଲଭନ୍ତି ପରମ ଗତି ବିନା ତତ୍ତ୍ୱଜ୍ଞାନେ ନରେ)
ଦେବ ମନଃ ପ୍ରାୟ ପୁତ ସ୍ୱଚ୍ଛତୋୟା
ସାଳନ୍ଦୀ, ଶାଳ୍ମଳୀ ଶୈଳତନୁଜା ୪ ସୁନ୍ଦରୀ
ବଳାଙ୍ଗୀ, ଏ ପଞ୍ଚନଦୀ ପଞ୍ଚରତ୍ନ ହାର
ପ୍ରାୟ, ବିଲମ୍ୱିତ ମୋର ଭରୋଦେଶେ ସଦା ।
୪- ପ୍ରଚଳିତ ନାମ ଶିମୁଳିପାଳ ପର୍ବତ । ଏହା ବଳାଙ୍ଗୀ ନଦୀର ଉତ୍ପତ୍ତି ସ୍ଥାନ ।
ଏହି ପଞ୍ଚ ତଟିନୀଏ ଭ୍ରମି ନାନା ସ୍ଥାନେ
ଢାଳିଦେଉଛନ୍ତି ସଦା ଉତ୍କଳ ଶରୀରେ
ବିବିଧ ରତନରାଜି, ମୋର ଆଜ୍ଞାମତେ,
କବି-ନିକୁଞ୍ଜ-ଗଞ୍ଜାମେ-ମଞ୍ଜୁ ମଞ୍ଜୁଷାରେ ୫
୫- ମଞ୍ଜୁଷାରାଜ୍ୟ ଗଞ୍ଜାମ ଜିଲାର ଅନ୍ତର୍ଗତ ।
ପୁରାଣପ୍ରଖ୍ୟାତ ମହେନ୍ଦ୍ର ଗିରି ଏହି ରାଜ୍ୟରେ ଅବସ୍ଥିତ ।
ତୋଳିଣ ଉତ୍ତୁଙ୍ଗ ଶୃଙ୍ଗ ମହେନ୍ଦ୍ର ଶିଖରୀ
ମହେନ୍ଦ୍ର ବାଞ୍ଛିତ, ରାଜେ ମୋ ମସ୍ତକେ ଯଥା
ମାରାଗ-ନିଳୀମାନିନ୍ଦୀ ମଞ୍ଜୁଳ ମହୁଡ଼,
ଗିରିରାଜ ମାଲ୍ୟଗିରି ୬ ପୁଣି ମେଘାସନ
୬- ଓଡ଼ିଶାର ଉଚ୍ଚତ୍ତମ ପର୍ବତ । ଏହା ପାଲଲହଡ଼ାରେ ଅବସ୍ଥିତ ।
ଆକର୍ଷିଣ ନଭୁଁ ଘନେ ସଞ୍ଚନ୍ତି ଶରୀରେ,
ସେହି ମେଘମାଳେ ଦେଇ ଯଥାକାଳେ ଜଳ
ସାଧନ୍ତି ଏ ଉତ୍କଳର ମହାଉପକାର,
ବତ୍ସ ! ଏ ଉତ୍କଳ ଭୂମି ନୁହଇ ମୃତ୍ତିକା-
ଅଟେ ରତ୍ନରୂପାନ୍ତର, ପ୍ରଚ୍ଛନ୍ନେ ତହିଁରେ
ଅଛି ନାନାବିଧ ରତ୍ନ,-ଅମୂଲ୍ୟ ଦୁର୍ଲ୍ଲଭ
ଶଙ୍ଖ, ଚକ୍ର, ଗଦା, ପଦ୍ମ ଚାରି କ୍ଷେତ୍ରବର ୭
ବିରାଜିତ ବକ୍ଷେ ତାର ମହାତୀର୍ଥ ରୂପେ,
୭- ପୁରୀ- ଶଙ୍ଖକ୍ଷେତ୍ର, ଭୁବନେଶ୍ୱର- ଚକ୍ରକ୍ଷେତ୍ର,
ଯାଜପୁର-ଗଦାକ୍ଷେତ୍ର, କୋଣାର୍କ-ପଦ୍ମକ୍ଷେତ୍ର ।
ଯେ ତୀର୍ଥ ପରଶେ ନର ମହାପାପରାଶି
ହୁଏ ଭସ୍ମୀଭୂତ, ଯଥା ଅନଳେ କାର୍ପାସ;
ଆର୍ଯ୍ୟର ଗୌରବଭୂମି କଳୁଷହାରିଣୀ
ଏ ଉତ୍କଳ ମହୀ, ତେଣୁ ସମଗ୍ର ଭାରତୁ
ଆସି ସଦା ଯାତ୍ରିଦଳ, ଏ ତୀର୍ଥ ସେବନେ
ଛଡ଼ାଇ କଳୁଷ-ମଳ ହୁଅନ୍ତି ନିର୍ମଳ ।
ଗତ ଶିଳ୍ପଗୌରବର ସ୍ମୃତି-ସ୍ତମ୍ଭ ପ୍ରାୟ
ବିରାଜିତ ଠାବେ ଠାବେ ଛବିଳ ଦେଉଳ,
ନିବସନ୍ତି ତହିଁ ନାନା ଦେବଦେବୀ ମୁଦେ ।
ବୈଷ୍ଣବପ୍ରବର ବୀର ଶ୍ରୀ ଅନଙ୍ଗଭୀମ
ଗଙ୍ଗାବଂଶ ଖ୍ୟାତ ନୃପ, ପ୍ରଚାରିଲେ ଯେହୁ
ଉଠାଇଣ ଶାକ୍ତ ଧର୍ମେ ବୈଷ୍ଣବ ଧରମ
ଉତ୍କଳେ, ତୋଳିଲେ ସେହୁ ନୀଳାଚଳଧାମେ
ତୁଙ୍ଗ ଚଟୁଳ ଦେଇଳ, ଅନିନ୍ଦ୍ୟ ସୁନ୍ଦର;
ଆହା ସେ ମନ୍ଦିର ଶୋଭା ମର୍ତ୍ତେ ଅତୁଳିତ ।
ନିବସନ୍ତି ତହିଁ ଭ୍ରାତୁଭଗ୍ନୀ ସଙ୍ଗେ ଘେନି
ସାକ୍ଷାତ କୈବଲ୍ୟଦାୟୀ ଦାରୁବ୍ରହ୍ମରୂପୀ
ଜଗନ୍ନାଥ, ଜଗତର ଅଭୟ ଆଶ୍ରୟ ।
ଏକାମ୍ରେ ୧ ପାଳିତବୁଦ୍ଧି ଲଳିତକେଶରୀ,
(କେ ସରି ତାଙ୍କର କ୍ରୁଦ୍ଧ କେଶରୀ ବିକ୍ରମେ)
ନିର୍ମାଣିଲେ ଯେଉଁ ଚାରୁ କାରୁକାର୍ଯ୍ୟାନ୍ୱିତ
୧- ଭୁବନେଶ୍ୱରରେ ।
ମନ୍ଦର ସମାନ ତୁଙ୍ଗ ସୁନ୍ଦର ମନ୍ଦିର,
ଦେଖି ତା ଶିଳ୍ପଚାତୁରୀ ମହାସ୍ଥପତିର
ହୋଇଯିବ ବୁଦ୍ଧି ବଣା, ନିବସନ୍ତି ତହିଁ
ହର ଯେଣୁ, ତେଣୁ ତାହା କୈଳାସ ସମାନ ।
କୋଣାର୍କେ ଅର୍କ ମନ୍ଦିର ନରସିଂହ କୃତ ୨
ଯାହାର ସୁକ୍ଷଶିଳ୍ପର କୌଶଳ ବର୍ଣ୍ଣନେ
ମାତୃଭାଷା ବର୍ଣ୍ଣମାଳା ହେବ ଅନଟନ ।
ପୁତ ପରିମଳ-ମଳୟକ-ସୁଶୀତଳ
୨- ନରସିଂହ ଦେବଙ୍କ ଦ୍ୱାରା କୋଣାର୍କ ମନ୍ଦିର ନିର୍ମିତ ହୋଇଥିଲା ।
ଆଳତି ଶିଖରୀ ୩ ବହୁ ତାପସାଧ୍ୟାସିତ
ଖଣ୍ଡଗିରି ୪, ପୁରାକିର୍ତ୍ତି-ଧବଳ ଧଉଳି ୫,
ଏ ଆଦି ପର୍ବତ ଦେହେ କୌଶଳେ ଅଙ୍କିତ
ହସ୍ତିଗୁମ୍ଫା, ବ୍ୟାଘ୍ରଗୁମ୍ଫା, ତପସ୍ୱିକୁଳର
୩- ଓଡ଼ିଶାର ଅଳତିଗିରିରେ ଚନ୍ଦନର ବନ ଅଛି ।
୪- ଭୁବନେଶ୍ୱରର ପାଞ୍ଚକ୍ରୋଶ ଦୂରବର୍ତ୍ତୀ ପଶ୍ଚିମ ପାର୍ଶ୍ୱସ୍ଥ ପର୍ବତ ବିଶେଷ ।
୫-ସ୍ୱନାମପ୍ରସିଦ୍ଧ ପର୍ବତ ।
ଧ୍ୟାନ, ଧାରଣା ସାଧନା ଯୋଗ୍ୟ ଗୁମ୍ଫାମାନ,
ଅତୀତ ଗଉରବର ମୂକସାକ୍ଷୀ ପ୍ରାୟ
ରହିଛନ୍ତି ବିଦ୍ୟମାନ ଅକଳିତ କାଳୁ ।
ଉତ୍କଳର ଯଜ୍ଞପୁରୀ ଯଯାତି ସ୍ଥାପିତ
ନାଭିଗୟା କ୍ଷେତ୍ରେ ୬, ରାଜେ ଅସଂଖ୍ୟ ଦେଉଳ
ଉତ୍କଳର ପୁତ, ଶୁକ୍ଳ, ପୂର୍ବ ଯଶୋରାଶି
ଠୁଳ ହେଲା ପ୍ରାୟ, ସେହୁ ମହାପୁଣ୍ୟସ୍ଥଳୀ
ମେଖଳା ପାପହା ନଦୀ ବୈତରଣୀ ତାର,
୬- ଯାଜପୁର ।
ନିବସନ୍ତି ତହିଁ ଦେବ-ଯଜ୍ଞ-ସମୁଦ୍ଭୂତା ୭
ବିରଜା ସୁନ୍ଦରୀ, ଘେନି ନାନା ଦେବଦେବୀ,
ପୁଣ୍ୟ ତୀର୍ଥ ହେତୁ ତହିଁ ସ୍ୱୟଂ ପିତାମହ,
କରିଥିଲେ ଅନୁଷ୍ଠାନ ଦଶ ଅଶ୍ୱମେଧ ୮,
୭- ବିରଜାଦେବୀ ଦେବଯଜ୍ଞରୁ ଜାତ ହୋଇ ଥିବା ପୁରାଣପ୍ରସିଦ୍ଧ ।
୮- ଦଶାଶୁଣି ଘାଟରେ ବ୍ରହ୍ମ । ଦଶଗୋଟି ଅଶ୍ୱମେଧ ଯଜ୍ଞ କରିଥିଲେ ।
‘‘ଦଶାଶୁଣି ଘାଟ’’ ନାମେ ସେହି ଯଜ୍ଞଭୂମି
ଅଦ୍ୟାପି ପ୍ରଥିତ ଲୋକେ, ବାରୁଣୀ ଯୋଗରେ
କଲେ ସେ ଘାଟରେ ସ୍ନାନ, ପଳାଏ ଛାଡ଼ିଣ
ପୂର୍ବକୃତ ପାପରାଶି, ପ୍ରଭାତ ଦର୍ଶନେ
ପଳାଏ ଯେସନେ ଖରେ ତାମସୀ ରଜନୀ ।
ବିରାଜେ ଅଦୂରେ ତାର ଦିବ୍ୟଶୋଭାମୟୀ
ସପ୍ତମାତୃକା ମୂରତି, ୯ ବିଲୋକିଲେ ତାର
ସୂକ୍ଷ୍ମକଳା, ନରନେତ୍ର ହୁଏ ଅପଲକ ।
୯- ସାଧାରଣତଃ ଏହାଙ୍କୁ ଯମ ମା ସାତଭଉଣୀ ବୋଲି କହନ୍ତି ।
ଚଉଦ୍ୱାର, ବାରବାଟୀ, ରାଇବଣିଆଦି, ୧
ଦୁର୍ଗସମୂହର ଦେଖି ନିର୍ମାଣ-କୌଶଳ,
ଉନ୍ନତ ପାଶ୍ଚାତ୍ୟଖଣ୍ଡ ୨ ହୁଅଇ ଚକିତ !
(ଧରଣୀରେ ଧନ୍ୟ ଯେହୁ ଜ୍ଞାନ, ବିଜ୍ଞାନରେ)
ସ୍ଥାପତ୍ୟ, ଗାର୍ହସ୍ଥ୍ୟଶିଳ୍ପେ ମୋର ସୁତଗଣ
୧- ଏହା ବାଲେଶ୍ୱର ଜିଲାରେ ଅବସ୍ଥିତ । ଏଠାରେ ପ୍ରାଚୀନ ଦୁର୍ଗର ଭଗ୍ନାବଶେଷ ଅଛି ।
୨- ଇଉରୋପ ।
ଥିଲେ ଅତି ଥୟକର, ନବ ହୁନ୍ଦରିଆ,
ମୋହରି ଗାର୍ହସ୍ଥ୍ୟ ଶିଳ୍ପ ଦେଶ ବିଦେଶରେ
ଲଭୁଥିଲା ସୁପ୍ରତିଷ୍ଠା, ଏ ବେ ଲୁପ୍ତ ତାହା ।
ଏକଦା ଏ ଦେଶ ଥିଲା ଅତୀବ ବିସ୍ତୃତ ୩
୩- ଗଙ୍ଗାବଂଶୀୟ ରାଜା ପ୍ରତାପରୁଦ୍ରଦେବଙ୍କ ସମୟରେ ଓଡ଼ିଶାର ସୀମା
ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟ ବିସ୍ତୃତ ଥିଲା ।
ଆଜାହ୍ନବୀ ଗୋଦାବରୀ, କଳିଯୁଗେ ଯଥା
ସଙ୍କୁଚିତ ଧର୍ମ, ତଥା କାଳକ୍ରମେ ଆହା
ହୋଇଗଲା ସଙ୍କୁଚିତ ଏ ଦେଶର ବପୁ ।
ଔପନିବେଶିକ ରାଜ୍ୟ ଥିଲା ଉତ୍କଳର
ସୂଦୁର-ବିସ୍ତୃତ, ଯାଭା, ବାଲିଦ୍ୱୀପ ଯାଏଁ,
ଅଦ୍ୟାପି ସେ ସ୍ଥାନେ ପୁଣି ତାମ୍ରଲିପ୍ତ ପୁରେ ୪
ନିବସନ୍ତି ଉତ୍କଳୀୟେ, ଦିଏ ସାକ୍ଷ୍ୟ ତାର
ଇତିହାସ, ପୁଣି ତହିଁ ବିରାଜିତ ବହୁ
୪- ଆଧୁନିକ ନାମ ତମଲୁକ ।
ଉତ୍କଳୀୟ ହିନ୍ଦୁ ଦେବଦେବୀ ପ୍ରତିରୂପ ।
ଏ ସକଳ ଦେଶେ ଆଉ ସାଗର ମେଖଳ
ସିଂହଳେ, ସୁଲୁପେ ଚଢ଼ି ଉତ୍କଳବଣିକେ
ଗତାୟାତ କରୁଥିଲେ ବାଣିଜ୍ୟ ସକାଶେ,
ଅହୋ ! କ୍ରୁର ଦେଶାଚାର ଏବେ ସେ ସୁରୀତି
ରଖିଅଛି ଢାଙ୍କି, ଯଥା ପାଉଁଶ ଅନଳେ;
ଜ୍ଞାନର୍ଜ୍ଜନପାଇଁ ସୁଦ୍ଧା ବିଦେଶନିବାସ
କଲେ ଏ କାଳରେ, ହୁଏ ହେବାକୁ ଅବାଧେ
ଜାତିଚ୍ୟୁତ, ସମାଜର କଠୋର ଶାସନେ ।
ପରାଶର ୫ କୃଷିଶାସ୍ତ୍ରେ ହୋଇ ସୁପଣ୍ଡିତ
ଉତ୍କଳ କୃଷକକୁଳ, ଜନମାଉଁ ଥିଲେ
ମୃତ୍ତିକାରୁ ସୁନା, ହାୟ ! ତାଙ୍କ ବଂଶଧରେ
୫- ପରାଶର ଋଷି କୃଷିବିଷୟକ ପୁସ୍ତକ ରଚନା କରିଥିଲେ ।
ପାସୋରିଣ ଏବେ ସେହି ସ୍ୱାଧୀନତାମୟୀ
କୃଷିବିଦ୍ୟା, ଦୁଃଖସ୍ୱପ୍ନ ପରି, ଏଣେ ତେଣେ
ଭ୍ରମି ଅନ୍ୱେଷନ୍ତି ପେଟ ସକାଶେ ଆତୁରେ
ଦୁଃସହ ପରାଧୀନତା-ନିଗଡ଼ଶୃଙ୍ଖତ ୬ ।
୬- ଚାକରୀ ।
ଦ୍ୱିତୀୟ ସର୍ଗ
ସଙ୍ଗୀତ ସାହିତ୍ୟ-ଶାସ୍ତ୍ରେ ଉତ୍କଳନନ୍ଦନେଥିଲେ ବାଣୀ ବରପୁତ୍ର କବି ମହାକବି;ଏ ଉତ୍କଳ ଦେବଧାମ, ଥିଲା ବାଣୀଙ୍କରଅମର୍ତ୍ତ୍ୟ ମାଧୁରୀମୟ ପ୍ରମୋଦ କାନନ;ଉଠୁଥିଲା ତହୁଁ ଯେଉଁ ବୀଣାର ଝଙ୍କାରକର୍ଣ୍ଣରସାୟନ, ତାହା କରାଭଣ ଥିଲାଜଗ୍ରତ, ସୁଷୁପ୍ତ ଜନେ, ଜଗାଏ ଯେସନସୁପ୍ତ ସର୍ପେ ଜାଙ୍ଗଳିକ ତୁମ୍ଭଡ଼ି ନିସ୍ୱନ ।ଭଞ୍ଜକୁଳ-ମଞ୍ଜୁକଞ୍ଜ ଗଞ୍ଜାମନିବାସୀବୀରବର ଉପଇନ୍ଦ୍ର, ଗାଇଲା ଯେ ଗୀତବସି ଋଷିକୁଲ୍ୟାକୂଳେ, କି ତୁଳନା ତାହାସଙ୍ଗେ ପଦାବଳୀ ଆନ ? ସେ ମହାଗୀତର(ପଦେ ପଦେକେ ଯାହାର କବିତା ଆଖ୍ୟାତ)ଚାତୁରୀ, ମାଧୁରୀ, ଭଙ୍ଗୀ, ଭାବ ବୈଚିତ୍ର୍ୟାଦିକବ୍ୟଯୋଗ୍ୟ ଉପାଦାନ, ଏ ମହୀମଣ୍ଡଳେନାହିଁ ଆନ ଦେଶ, ଆନ ଭାଷା ସାହିତ୍ୟରେ ।କାବ୍ୟମୂଲ୍ୟେ ଏକମାତ୍ର ଭଞ୍ଜ ବୀରବରନେଇଅଛି କିଣି ଏହି ଉତ୍କଳ ଭୁବନେମହାକବି ସିଂହାସନ, ଲଭିଅଛି ତେଣୁମରି ଅମରତା, ତାର ମୃତ୍ତିକା ଶରୀରେହରିଅଛି ବହୁକାଳୁଁ କାଳ ସର୍ବହର,କିନ୍ତୁ ତାର ଯଶୋଦେହ ଅଜର ଅମରସଦା, ଯେତେଦିନଯାଏଁ ଏ ଉତ୍କଳ ଭାଷାଥିବ ଧରାଧାମେ, ବତ୍ସ । ତେତେଦିନ ଯାଏଁପ୍ରାତଃସ୍ମରଣୀୟ ହେବ ଭଞ୍ଜ ମହାକବି,ଗୁଣ ସିନା ପ୍ରଦାନଇ ନରେ ଅମରତା ।ଅଷ୍ଟଦୁର୍ଗ ରାଜ୍ୟେ ଉଇଁ କବିସୂର୍ଯ୍ୟ ରଥେ୧ଧାର୍ମିକ, ପଣ୍ଡିତ ନବରସେ ସୁରସିକଗାଇଲା ଚମ୍ପୁ, ଚୌପଦୀ ଆଦି ଯେଉଁ ଗୀତ୧- ବଳଭଦ୍ର ରଥ କବିସୂର୍ଯ୍ୟ ।ଗଭୀର ଭାବବ୍ୟଞ୍ଜକ ସରଳ, ମଧୁର,ତାର ମଧୁମୟୀ ଭାଷା ଉତ୍କଳ କର୍ଣ୍ଣରେଢାଳି ଦେଉଅଛି ସଦା ସ୍ୱର୍ଗୀୟ ପୀୟୁଷ ।ଭକ୍ତକବି ଜଗନ୍ନାଥ୨, ଦୀନକୃଷ୍ଣ ଦାସ ୩୨- ଭାଗବତ ରଚୟିତା ।୩- ରସକଲ୍ଲୋଳ ପ୍ରଭୃତି ଗ୍ରନ୍ଥ ରଚୟିତା ।ବଳରାମ ୪, ଅଭିମନ୍ୟୁ ସାମନ୍ତ ସିଂହାର ୫ଆବର ସାରଳା ଦାସ ୬ ସାରଳା-ସେବକ,କେତେ କୃତୀ ସୁତେ ଆହା, ଜନମି ମୋ କୋଳେପବିତ୍ରିଲେ ଅଙ୍ଗ ମୋର ଭକ୍ତିରସ ଢାଳି ।୪- ରାମାୟଣ ରଚୟିତା ।୫- ବିଦଗ୍ଧ ଚିନ୍ତାମଣି ଗ୍ରନ୍ଥ ରଚୟିତା ।୬- ଉତ୍କଳ ମହାଭାରତ ରଚୟିତା ।ତାହାଙ୍କ ରଚିତ ଗ୍ରନ୍ଥ ଧର୍ମଗୁରୁରୂପେପ୍ରଦାନଇ ଧର୍ମ ସନ୍ଥ ଅଦ୍ୟାପି ଉତ୍କଳେ ।ଅତୁଳ ଐଶ୍ୱର୍ଯ୍ୟଶାଳୀ ରାଜା କୃଷ୍ଣସିଂହ, ୭ତେଜି ଧନିକ-ସୁଲଭ ଆଳସ୍ୟ, ବିଳାସ୭- ଧରାକୋଟର ପୂର୍ବବର୍ତ୍ତୀ ରାଜା ।ପୁଣି ମଣିରତ୍ନଖଚୀ ରାଜ-ସିଂହାସନ,ଉପବିଷ୍ଟ ଥିଲା ସଦା ବାଗ୍ଦେବୀ ମଣ୍ଡପେ,ନାମେ ମାତ୍ର ସିନା ରାଜା, କିନ୍ତୁ ବ୍ୟବହାରେରାଜର୍ଷିପ୍ରତିମ ଯୋଗୀ ଯଥା ସୀତା-ପିତା, ୮୮- ଜନକ ।ପଦାଙ୍କାନୁସରି ସେହୁ ଦ୍ୱୈପାୟନଙ୍କର,ଗାଇଲା ପଞ୍ଚମ ବେଦପ୍ରତିମ ଭାରତ ୯ନବଛନ୍ଦେ, ସୁମଧୁର ବିଶୁଦ୍ଧ ଭାଷାରେ ।୯- ରାଜା କୃଷ୍ଣସିଂହ ଉତ୍କଳ ପଦ୍ୟରେ ମହାଭାରତ ରଚନା କରିଅଛନ୍ତି ।ଦାନବୀର ଥିଲା ମୋରି ପୁତ୍ର ରାଧାଶ୍ୟାମ ୧(ନରେନ୍ଦ୍ର ଆଖ୍ୟାତ ଦାତା ନରରୂପୀ ଦେବ)ପବିତ୍ର ତୁଳସୀକ୍ଷେତ୍ରେ, ୨ହଳାୟୁଧପୀଠେମେଲି ବସିଥିଲା ସେହୁ ଦାନର ପସରାମୁଦେ, ଦାନ-ବାରି ଚଳୁ ଧାରଣେ ସତତ୧-କେନ୍ଦ୍ରାପଡ଼ାନିବାସୀ ରାଧାଶ୍ୟାମ ନରେନ୍ଦ୍ର ।‘‘ସ୍ୱର୍ଗରେ ଇନ୍ଦ୍ର, ମର୍ତ୍ତ୍ୟରେ ରାଧାଶ୍ୟାମ ନରେନ୍ଦ୍ର’’ବୋଲି ଅଦ୍ୟାପି ଜନରବ ଘୋଷଣା କରେ ।୨- କେନ୍ଦ୍ରପଡ଼ା ।ଆର୍ଦ୍ରୀଭୂତ ଥିଲା ତାର ଦକ୍ଷିଣ ଗଣ୍ଡୂଷ ।ଦରିଦ୍ର ବ୍ରାହ୍ମଣ ପୁତ୍ର ଶ୍ରୀ ପ୍ୟାରୀମୋହନ,ଥିଲା ଉଚ୍ଚ ଅପାର୍ଥିବ ମନ ଧନେ ଧନୀ,ତାହା ପରି ଆଉ ବିଧି-ପ୍ରେରିତ ପୁରୁଷଖୋଜିଲେ ମିଳିବ ନାହିଁ କୋଟିକେ ଗୋଟିଏ,ସ୍ଥାପି ଶିକ୍ଷାଗାର ପ୍ୟାରୀ, କଲା ଉନ୍ମୋଚନସ୍ୱଦେଶୀୟ ଜନଙ୍କର ଶିକ୍ଷାର ସୁପଥ;ବିତରି ପୁଣି ସୁଗ୍ରନ୍ଥ-ବ୍ରହ୍ମନିରୂପକମୁକ୍ତିକ ଉପନିଷଦେ, ରଖିଲା ଶାଶ୍ୱତୀ-କୀର୍ତ୍ତି, ତାହା ତୁଲେ ଆଉ ଅନାଥ ରୋଗୀରଅଯାଚିତ ସାହା, ଆହା ଦେଖୁ ନାହିଁ ଏବେ,ପୀଡ଼ିତ-ପରିଚର୍ଯ୍ୟାରେ ପୀଡ଼ିତ-ଶଯ୍ୟାରେପାହୁଥିଲା ରାତି ତାର, ଦେଇ ନିଜ ପ୍ରାଣ,ରକ୍ଷଣେ ପର ପ୍ରାଣ ସେ ନ ଥିଲା କୁଣ୍ଠିତ ।ଉତ୍କଳର ଇତିହାସ ବିରଚି ସେ କୃତୀ,ଧରିଲା ସ୍ୱଦେଶବାସୀ ନୟନ ଅଗ୍ରତେ,ପୂର୍ବ ପୁରୁଷର କୀର୍ତ୍ତ, ଶୌର୍ଯ୍ୟ, ବୀର୍ଯ୍ୟ, ତେଜ,ରୀତି, ନୀତି ପ୍ରଭୃତିର ଆଲେଖ୍ୟ ଉଜ୍ଜ୍ୱଳ;ସତତ ଅଷ୍ଟାବଧାନୀ ହୋଇ ଦ୍ୱିଜମଣିନିଃସ୍ୱାର୍ଥ ସ୍ୱଦେଶ ସେବା-ବ୍ରତ ଥିଲା ଧରି,ବେଢ଼ିଥିଲେ ତାହା ମନେ ନିବିଡ଼ ବେଷ୍ଟନେବିବିଧ ସ୍ୱଦେଶ ହିତ- ଚିକୀର୍ଷା ସତତ,ବେଢ଼ନ୍ତି ଚୌଦିଗୁଁ ଯଥା ନଳିନେ ଅଳିଏ ।ବୀରବର ରାମଚନ୍ଦ୍ର ତାଳଚେର-ପତି,ଉଇଁଥିଲା ଦୀପ୍ତିଶାଳୀ ସାନ୍ଧ୍ୟତାରାରୂପେପ୍ରତୀଚୀ ଗଗନ-ଭାଲେ, ପ୍ରକାଶିଣ ସେହୁଭାଗବତ ମନୁ ଆଦି ମହାଗ୍ରନ୍ଥ ରୂପୀପ୍ରଭାପୁଞ୍ଜ, ବିତାଡ଼ିଲା ଧର୍ମପ୍ରାଣ ପ୍ରାଣୁଁଅଜ୍ଞାନ-ତିମିରେ, ପୁଣି ବ୍ୟବସ୍ଥା ସୁପଥଦେଖାଇଲା ଧର୍ମ-କର୍ମ-ସୁବ୍ୟବସ୍ଥାପକେ ।ତାହାର ରାଜତ୍ୱକାଳେ ତାର ରାଜଧାନୀ,ପବିତ୍ର ସଂସ୍କୃତଶାସ୍ତ୍ର-ସାହିତ୍ୟ ଚର୍ଚ୍ଚାରେଉତ୍କଳରେ ବାରାଣସୀ ଆଖ୍ୟା ଥିଲା ଧରି ।ଆଉ ଏକ ଦୀପ୍ତ ତାରା ଶ୍ରୀମହେନ୍ଦ୍ର ଦେବଅଷ୍ଟମଲ୍ଲିକ ମହୀନ୍ଦ୍ର, ଅସ୍ତ ଏବେ ସେହୁ,ମାତ୍ର ତାର ଯଶଃପ୍ରଭା, ଉତ୍କଳ-ଆକାଶେରହିଛି ଭାସ୍ୱର, ପୁଣି ଥିବ ଚିରକାଳ;ଯେଉଁ ‘‘ପଣ୍ଡିତସର୍ବସ୍ୱ’’ ଗଲା ସେ ବିତରି,ପଣ୍ଡିତ-ସର୍ବସ୍ୱ ତାହା ଆର୍ଯ୍ୟଭୂମଣ୍ଡଳେ ।ଶମ୍ଭୁପୀଠ କପିଳାସ-ଶିଖର-ବିଳାସୀଭଗୀରଥ, କୀର୍ତ୍ତିମାନ ଭଗୀରଥୋପମ,ମହୀନ୍ଦ୍ର ଆଖ୍ୟାତ; ମାତ୍ର ପ୍ରଜାପାଳନରେଥିଲା ମହେନ୍ଦ୍ର ସମାନ ମହୀରେ ଭୂପତି;ସ୍ଥାୟୀ ଛାତ୍ରବୃତ୍ତି ଖଞ୍ଜି ବିଶ୍ୱବିଦ୍ୟାଳୟେସେହୁ, ଦୀନ ଉତ୍କଳୀୟ ପାଠାର୍ଥି ଗଣରହୋଇଅଛି ଯୁଗେ ଯୁଗେ ପ୍ରାତଃସ୍ମରଣୀୟ ।ଦେଶୀୟ ରାଜନ୍ୟ ମଧ୍ୟେ ସର୍ବପ୍ରଥମରେକରି ହସ୍ତକ୍ଷେପ ରାଏ ସ୍ୱଦେଶ ସ୍ୱଜାତି-ହିତ ଅନୁଷ୍ଠାନବ୍ରତେ, ଆଦର୍ଶ ସ୍ଥାନୀୟହେଲା ଆନ ସମଧର୍ମୀ ନୃପତିସମାଜେ ।ନୃମଣି-ମହୁଡ଼ମଣି ରବିକୁଳ-ରବିଭଞ୍ଜାଖ୍ୟ ଶ୍ରୀକୃଷ୍ଣଚନ୍ଦ୍ର, ଭଞ୍ଜଭୂମି-ପତି,ଉତ୍କଳ-କଳ୍ପବୃକ୍ଷର ମଞ୍ଜ ନିଶ୍ଚେଁ ସେହୁ,ମହାକ୍ଷତ୍ରକୁଳେ ଜନ୍ମ ଯେଣୁ, ତେଣୁ ଥିଲାମହାମନା, ମହାଜ୍ଞାନୀ ପୁଣି ମହାରାଜା,ବିଂଶତି ସହସ୍ର ମୁଦ୍ରା ପ୍ରଦାନି ସେ ନୃପ,କରିଯାଇଅଛି ସ୍ଥାୟୀ କଟକ କଲେଜେ ।ସୁପାଳନେ କୃଷ୍ଣଚନ୍ଦ୍ର, ପାଳୁଥିଲା ପ୍ରଜା,ଯଥା କୃଷ୍ଣଚନ୍ଦ୍ର-କୃଷ୍ଣିକୁଳ ସୁପାବନପାଳୁଥିଲେ ପୁଣ୍ୟବତୀ ମଥୁରାନଗରୀ ।ଅହୋ କାହା ନାମ ପୁଣି ପଡ଼ିଗଲା ମନେ !କ୍ଷତ୍ରିୟ ରାଜନ୍ୟୋଚିତ-ଗୁଣ ବିଚକ୍ଷଣନୃପ ଧନୁର୍ଜୟ ଭଞ୍ଜ, ଧନଞ୍ଜୟୋପମ,ପ୍ୟାରୀ ଏକାଡ଼େମୀ ଗୃହ, ତାର ଛାତ୍ରାବାସ,ବାଳିକା ବିଦ୍ୟାଆଗାର, ତିନିହେଁ କଟକେଧରିଛନ୍ତି ସେ କୃତୀର କୀର୍ତ୍ତିର ନିଶାଣ ।କ୍ଷତ୍ରିୟ ତେଜେ ତେଜସ୍ୱୀ ନ ଥିଲା କେବଳରାଏ, ଜାତୀୟ ତେଜରେ ସୁଦ୍ଧା ଥିଲା ସେହୁସତତ ତାଜସ୍ୱୀ, ତେଣୁ ସ୍ୱଦେଶୀୟଙ୍କରଥିଲା ପୂର୍ଣ୍ଣ ପକ୍ଷପାତୀ, କରୁଥିଲା ପୁଣିସ୍ୱଦେଶୀ ଗୁଣି-ଗୁଣର ସମ୍ୟକ ଆଦର ।ମୁନିକଳ୍ପ ମୁନିପାଳ ଲହଡ଼ା-ମଘବାଉତ୍କଳ-ମାନମନ୍ଦିର-ମାଲ୍ୟଗିରି-ପତି,ଥିଲା ମୋର ଯୋଗ୍ୟ ପୁତ୍ର, ଥିଲେ ହେଁ ତାହାରବହୁରାଜମନ୍ତ୍ରୀ, ନୀତିମନ୍ତ୍ରଣା-କୁଶଳ,ମାତ୍ର ସେହୁ ଥିଲା ଆପେ ମନ୍ତ୍ରୀ ଆପଣାର ।ରଖିଥିଲା ଜଗୁଆଳି ଦୁର୍ଗରକ୍ଷା ଲାଗି,ମାତ୍ର ନିଜ ହୃଦ-ଦୁର୍ଗ-ଦ୍ୱାରେ, ଥିଲା ରାଏନିଜେ ନିଜର ପ୍ରହରୀ, ବିବେକାସ୍ତ୍ରଧାରୀ,ରାଜଶକ୍ତି, ପ୍ରଜାଶକ୍ତି ସମବାୟେ ଗଢ଼ା,ଜାଣୁଥିଲା ଏହା ସେହୁ, ତେଣୁ ଅହରହଥିଲା ରତ ପ୍ରଜାକୁଳ ଶକ୍ତି ବିବର୍ଦ୍ଧନେ ।ଯେକାଳେ ରତନା ଭୂୟାଁ, ଭୂୟାଁଦଳପତିଗିରିଦୁର୍ଗବାସୀ, ଧରି ଦୁରାକାଙ୍କ୍ଷା ମନେସ୍ୱାଧିନତା ପ୍ରାପ୍ତି ଆଶେ, ଦେଲା ବେଗେ ଜାଳିଅଶାନ୍ତି-ବିପ୍ଳବ-ବହ୍ନି ପ୍ରତିଭୂୟାଁ ହୃଦେ,ଉଠନ୍ତେ ପ୍ରଜ୍ୱଳି ତାହା ହୋଇ ଊର୍ଦ୍ଧ୍ୱଶିଖଉତ୍ସାହ-ଆହୁତି ପାଇ, ଥର ଥରେ ତହୁଁଥରିଲା ଭୀତିବ୍ୟାକୁଳେ କେନ୍ଦୁଝର ମହୀ ।ବିଚିତ୍ର କୌଶଳେ ଧରି ସେ ଭୂୟା-ପାଂଶୁଳେସମର୍ପିଲା ମୁନିପାଳ ସମ୍ରାଟ ଅଧୀନେ,ବରଷିଲା ଶାନ୍ତିସୁଧା କେନ୍ଦୁଝର ପ୍ରାଣେ ।ଲଭିଲା ସେ ତହୁଁ ରାଜାବାହାଦୂର ପଦବିପୁଳ ସମ୍ମାନ ସହ, ସମ୍ରାଟ ଛାମୁରୁ,କ୍ଷତ୍ରିୟ ମହୁଡ଼ମଣି ସେହି ନରମଣି,ଅଭାଗୀର ଭାଗ୍ୟଦୋଷୁଁ ହେଲା ତିରୋହିତଅକାଳେ, କୋଳରୁ ମୋର, ସେ ଦିନୁ ହୃଦୟୁତୁଟିଲା ଉତ୍ସାହ, ବଳ, ତୁଟିଲା ଭରସା ।ଲୁଚିଲା ବିଚିତ୍ରାନନ୍ଦ ଭବ-ଯବନିକା-ଅନ୍ତରାଳେ, ଘନମଧ୍ୟେ ପୁର୍ଣ୍ଣ ଶଶୀ ଯଥା;କର୍ମଯୁଦ୍ଧେ ମହାରଥୀ ସହୁ, କର୍ମ ତାରରଖିଛି ତା ମାତୃକଳ୍ପା ଭାଷାକୁ ଜୀବିତ ।ଯେକାଳେ ଉତ୍କଳଭାଷା ହୋଇ ଶୀର୍ଣ୍ଣତରା,ପଡ଼ି ସୁପୃଥୁଳା ବଙ୍ଗଭାଷାର କବଳେ,ହରାଉଥିଲା ସ୍ୱସତ୍ତା, କର୍ଣ୍ଣଧାରହୀନତରୀପ୍ରାୟ, ବାତ୍ୟାବଳେ ତରଙ୍ଗତାଡ଼ନେ,ସେକାଳେ ବିଚିତ୍ରାନନ୍ଦ ଯୋଗ୍ୟ ଭାତା ସହସବିନୟେ ରାଜଦ୍ୱାରେ ଦର୍ଶାଇ ପ୍ରମାଣ,-ଦର୍ଶାଇ ପୁଣି ଉତ୍କଳ ସାହିତ୍ୟର ଟେକ,ଉଦ୍ଧାରିଲା ଚିରସେବ୍ୟା ଚିରସ୍ନେହମୟୀପବିତ୍ର ମାତୃଭାଷାକୁ ସେ ଘୋର ସଙ୍କଟୁ ।ଉତ୍କଳ ଭାଷାର ସେହି ପୂନର୍ଜନ୍ମଦାତା,ଅଟେ ତୋର ଜ୍ୟୋଷ୍ଠଭ୍ରାତା, ବତ୍ସ, ପ୍ରାତୁ ଉଠିକରିବୁ ତୁ ନିତ୍ୟ ତାକୁ ସଭକ୍ତି ପ୍ରମାଣ ।କାହିଁ ସେ ବିଚ୍ଛନ୍ଦ ହାୟ ! ଧୀର ଅମାୟିକ,ଉତ୍କଳ ରଙ୍କୁଣୀ ଧନ, ପୁଅ ପରି ପୁଅଯେହୁ ଥିଲା ତୋ ମାତାର, ବତ୍ସ ! କି ବର୍ଣ୍ଣିବିପ୍ରଶସ୍ତି ତାହାର, ଥିଲା ଯେକାଳେ ଅଭାବଉତ୍କଳେ ପାଠ୍ୟପୁସ୍ତକ, ସେକାଳେ ସେ କୃତୀ,ପ୍ରକାଶି ଅନ୍ୟାନ୍ୟ ଗ୍ରନ୍ଥ ଉତ୍କଳାନୁବାଦ,ଧରାଇଲା ସ୍ୱଦେଶର ଭାବୀ ଆଶାସ୍ଥଳଛାତ୍ରଗଣେ ତାହା, ନବ ଆଦର୍ଶ ପ୍ରକାରେ;ଗଲାଣି ସେ ଚାଲି କେଉଁ ଅନୁଦ୍ଦେଶ୍ୟ ଦେଶେବହୁଦିନୁ, ମାତ୍ର ତାର ଅନୁଦିତ ପୋଥିଅଛି ସ୍ମୃତିସ୍ତମ୍ଭ ପ୍ରାୟ, ମହାଜନେ ସିନାନିଜ ସ୍ଥାୟୀ ସ୍ମୃତିସ୍ତମ୍ଭ ଗଢ଼ିଯାନ୍ତି ନିଜେ;ସେ ସ୍ତମ୍ଭ ଗଠନେ ବତ୍ସ, ହୁଏ ନାହିଁ ଲୋଡ଼ାଆନ ଶିଳ୍ପୀ ବା ନଶ୍ୱର ମର୍ତ୍ତ୍ୟ ଉପାଦାନ,ଶିଳ୍ପୀ ତହିଁ ମହାଜନ, କୃତ କୀର୍ତ୍ତି ତାରଅକ୍ଷୟ ଉପକରଣ, ଅମୂଲ୍ୟ, ଦୁର୍ଲ୍ଲଭ ।ସର୍ବ ସୁଲକ୍ଷଣବତୀ ସତୀ ସୁଲକ୍ଷଣା,ଲଭି ସାରସ୍ୱତ କୃପା ପୂର୍ବ ପୁଣ୍ୟଫଳେ,ଗାଇଲା ବିଭୁବନ୍ଦନା ‘‘ପାରିଜାତମାଳା’’ମଧୁରେ, ସୁସ୍ୱରେ, ପୂତକଣ୍ଠେ; ଦେଖାଇଲାକବିତ୍ୱେ, ଧର୍ମରେ ଯେଉଁ ଉଚ୍ଚାଦର୍ଶ ସେହୁ,ଉତ୍କଳ-ଲଳନାକୁଳ-ଗର୍ବ-ଗଣ୍ଠିଧନ,ପଟାନ୍ତର ତାହା ସିନା ତାକୁହିଁ କେବଳ;ଧନ୍ୟ ସେହୁ ସୁସାଧିକା ସୁକଳ୍ପନାବତୀ,ପୁଣ୍ୟ ସାରସ୍ୱତାଶ୍ରମ ପ୍ରବୀଣା ତାପସୀ,ସଂସ୍ଥାପି ଆକ୍ଷରୀ କର୍ତ୍ତି ପବିତ୍ର ମନ୍ଦିର,କରିଯାଇଅଛି ଧନ୍ୟ ମାତୃଭୂମିସହଉତ୍କଳ କରଣକୁଳେ, ଭବିଷ୍ୟବଂଶଜାଭକ୍ତ ନାରୀକବିଙ୍କର ନିଶ୍ଚେଁ ବତ୍ସ ସେହୁ,ଚିରବରଣୀୟା ପୁଣି ପ୍ରାତଃସ୍ମରଣୀୟା ।ବିଶୁ ପାଡ଼ୁଷିର କଥା ଉଦେ ହେଲେ ମନେ,ଫିଟିଯାଏ ଅଶ୍ରୁଝର ନୟନଯୁଗଳୁଁଦୁର୍ନିବାର, ଦୁର୍ନିବାର ଯଥା ନଦୀସ୍ରୋତ;ନ୍ୟାୟ-ତର୍କ-ଯୁକ୍ତି-ବଳେ ଜିଣି ଅବହେଳେପୁନା ମହାସଭା, (ଦିବ୍ୟ ପ୍ରତିଭା-ପିହିତ-ବହୁଦେଶାଗତ ବହୁ ପଣ୍ଡିତେ ପୂରିତ)ରଖିଲା ସେ ମାତୃସମା ମାତୃଭୂମି ଟେକସୁଦୂର ପ୍ରବାସେ, ଧନ୍ୟ ଶିକ୍ଷାବଳ ତାର !ଏହିପରି କେତେ କେତେ ମାତୃ-ହିତବ୍ରତୀକର୍ମବୀର, ଧର୍ମବୀର, ଦାନବୀର ଆଦିକୃତିସୁତେ, ମଣ୍ଡିଥିଲେ ଅଙ୍କ ମୋର, କେତେବର୍ଣ୍ଣିବି ତା ବାଳୁତ ରେ ଗୋଟି ଗୋଟି କରି ?ରଖିଥିଲେ ସେହି ସୂତେ ନିଖିଳ ଭାରତେତୋର ମାତୃଭୂମି ଟେକ, ତହୁଁ ଜ୍ୟୋତିର୍ମୟଦିଶୁଥିଲା ଅଭାଗୀର ଶ୍ରୀମୁଖମଣ୍ଡଳ;ମାତୃଭୂମି ହିତେ ପୁଣି ସେବାଶୁଶ୍ରୁଷାରେସମର୍ପେ ଯେ ମନଃପ୍ରାଣ, ତାହାର ଜୀବନଅଟେ ଏକା ଜଗତରେ ଜୀବନ ଆଖ୍ୟାତଆନର ଜୀବନ ସିନା ଜୀବନ୍ତ ମରଣ !’’ଏହା ଭାଷି ନୀରବନ୍ତେ ଉତ୍କଳ-କମଳା,ପୁଚ୍ଛିଲି ମୁଁ ସବିନୟେ,- ‘‘ମାତଃ, ଶୁଣି ମୁହିଁତବ ମୁଖୁ ଉତ୍କଳର ଅତୀତ ଗୌରବଗଥା, ହେଲି କୃତକୃତ୍ୟ, ପୂତ ହେଲା ପୁଣିଭବ-କୋଳାହଳ-ସ୍ତବ୍ଧ ଜଡ଼ କର୍ଣ୍ଣ ବେନି,ମହାଦେବି, କୃପା ବହି ବଖାଣନ୍ତୁ ଭଲାଉତ୍କଳମାତାର ଏବେ ଉପସ୍ଥିତ ଦଶା,ବଳବତୀ ଇଚ୍ଛା ମୋର ଶୁଣିବାକୁ ତାହା ।’’ବିଷାଦ-ନୈରାଶ୍ୟବୋଳା ନିଃଶ୍ୱାସ ପକାଇଭାଷିଲେ ଏସନ ଦେବୀ- ‘‘ହାୟ କି ବର୍ଣ୍ଣିବିଉତ୍କଳର ଉପସ୍ଥିତ ଦଶା, ବତ୍ସ ! ଦେଖିତାହା, ଫାଟିଯାଏ ଛାତି, -ଶତସହସ୍ରଧା;କି ନୁହେଁ ବିଧି ସନ୍ତୋଷେ ! କି ନୁହେଁ ତା ରୋଷେହାୟ ! ଗୋଟି ଗୋଟି ହୋଇ ଅଭାଗୀ ମୁକୁଟୁଝଡ଼ିପଡ଼ୁଅଛି କେତେ ସମୁଜ୍ଜ୍ୱଳ ମଣି !କାହିଁ ଗଲା ହାୟ, ବୀର ଗଙ୍ଗବଂଶପତିଉତ୍କଳ ବାଣୀ-କମଳା ମିଳନ ମନ୍ଦିରବାମଣ୍ଡା ମଣ୍ଡଳେଶ୍ୱର ସୁଢ଼ଳ ଭୂପାଳ !ଥିଲା ସେହୁ ଯୋଗଜନ୍ମା ରାଜା, ଏକହାତେକରୁଥିଲା ସାଂସରିକ କାର୍ଯ୍ୟ, ଆନ ହାତରଖିଥିଲା ମାତୃସମା ମାତୃଭୂମି ହିତେନିଯୁକ୍ତ ସତତ, ଥିଲା ପୁଣି ସୁସାଧକଜଣେ, ଜାଣୁଥିଲା ଯେଣୁ ସାଧନାର ଧାରା,ତେଣୁ ହେଉଥିଲା ସିଦ୍ଧି ତାର ଅନୁଗତାବଳେ ବଳେ ସଦା, ରାଜପଦ ଯୋଗେ ରାଏନ ଥିଲା ଗୌରବାନ୍ୱିତ, ବରଂ ରାଜପଦଆଶ୍ରି ତାକୁ ହୋଇଥିଲା ଗୌରବସଙ୍କୁଳ ।ସତତ ବିବିଧ ଦେବ-ଦୁର୍ଲ୍ଲଭ ସୁଗୁଣେଅଳଙ୍କୃତ ଦେଖି ତାକୁ, ଉତ୍କଳୀୟ ଜନେବୋଲୁଥାନ୍ତି ଶାପଭ୍ରଷ୍ଟ ଦେବତା ବୋଲିଣ,ଆହା, ସେହି ସୁପୁରୁଷ ତେଜି ମର୍ତ୍ତ୍ୟଧାମଗଲା ଯେବେ ଅନାମୟ ନିତ୍ୟଧାମେ ଚଳି,ସେହି ଦିନୁ ଛିଡ଼ିଗଲା ଉତ୍କଳଭୂମିରଦକ୍ଷହସ୍ତ, ହେଲା ସେହୁ ହାୟ ଅନାଥିନୀ !ଉତ୍କଳ-ବିକ୍ରମାଦିତ୍ୟ ରାଜା ବ୍ରଜରାଜଖଡ଼ିଆଳ ଧରାଧିପ, ସ୍ୱୀୟ ରାଜକୋଷେମଣୁଥିଲା ପ୍ରଜାଙ୍କର ଗଚ୍ଛିତ ସମ୍ପଦ,ସ୍ୱକୀୟ ଅସାଧାରଣ ପ୍ରତିଭାବଳରେସାଧିଲା ସ୍ୱରାଜ୍ୟୋନ୍ନତି ଯଶୋଧର୍ମ ଆଦିଯଥାତଥା, ଢାଳିଦେଇ ତହିଁ ପ୍ରାଣମନ,ଘାରିଥିଲା ରାଏ ପୁଣି ସାହିତ୍ୟ-ଅମଳେଆବାଲ୍ୟବାର୍ଦ୍ଧକ୍ୟ; ମନ୍ଥି ସୁଜ୍ଞାନ-ଖୁଆରେଉତ୍କଳ-ସାହିତ୍ୟରୂପୀ ଦଧିଭାଣ୍ଡେ, ତହୁଁଜାତ କଲା ଯେଉଁ ସ୍ୱାଦୁ ସୁଗନ୍ଧ ନହୁଣୀ,ଅମରବାଞ୍ଛିତ ତାହା, ସ୍ୱଧର୍ମ-ନିରତସେହି ରାଜଧର୍ମୀ ରାଜା, ନାହିଁରେ ବାଳୁତଆଉ ଏ ରିପୁ-ପିଚ୍ଛିଳ ମର ନରଲୋକେ !ପାରଳା ରାଜା-ଉଦ୍ୟାନେ ପାରିଜାତରୂପେଫୁଟିଥିଲା ପଦ୍ମନାଭ ନାରାୟଣ ଦେବ,ସୁଗୁଣ-ସଦ୍ଗନ୍ଧେ ତାର ସମଗ୍ର ଉତ୍କଳଥିଲା ପରିବ୍ୟାପ୍ତ, ମାତ୍ର କାଳରୂପୀ କୀଟଦୂରନ୍ତ ନିର୍ମ୍ମମ, ପଶି ଅଲକ୍ଷ୍ୟେ ସେ ଫୁଲେକଲା ତାକୁ ଛିନ୍ନ ହାୟ, ଅକାଳେ ନିର୍ଦ୍ଦୟେ ।ତାହା ପଛେ ଗଲା ତାର ଆରାଧ୍ୟ ଅଗ୍ରଜଭାଗୀରଥୀ ବଂଶ ଖଣି ଦୀପ୍ତ ମହାମଣିଗୌରଚନ୍ଦ୍ର ଗଜପତି ନାରାୟଣ ଦେବପାରଳା ନୃବର, ହାୟ, ସ୍ମରିଲେ ତା କଥାହୁଏ ନେତ୍ର ଅବାରିତ ଅଶ୍ରୁଦ୍ରବୀଭୂତ ।ଅନୁଜ ବାତ୍ସ୍ୟଲ୍ୟେ ପୁଣି ପ୍ରଜାପ୍ରାଣତାରେଉପମିତ ତାକୁ ଏକା ପ୍ରାତଃସ୍ମରଣୀୟଚିର-ଭାରତ-ଭରସା ବୀର ଦାଶରଥି ।ଯାଇଛି ସେ ରାଜ୍ୟେ ସ୍ଥାପି ଉଚ୍ଚଶିକ୍ଷାଳୟ,ଯାଇଛି ପ୍ରତିଷ୍ଠା କରି ଛାତ୍ରାବାସରୂପବ୍ରହ୍ମଚର୍ଯ୍ୟାଶ୍ରମ, କେତେ ବାଳ-ବ୍ରହ୍ମଚାରୀ,ଲାଳିତ ପାଳିତ ତହିଁ ହୋଇ ବିଧିମତେଲଭୁଛନ୍ତି ଶିକ୍ଷା, ଭୁଞ୍ଜି ବାଞ୍ଛିତ ସୁବିଧା ।କର୍ମପ୍ରାଣ ଗୌରଚନ୍ଦ୍ର, ଶିବକର୍ମବଳେନରପ୍ରାଣେ ଅମରତା ଆଣିଲା ଓଟାରି ।ରାଜା ପାଇଁ ପ୍ରଜାସୃଷ୍ଟି ବିହି ନାହିଁ ବିହି,ସୃଜିଛି ସେ ପ୍ରଜାପାଇଁ ରାଜା, ଜାଣି ଏହାଅବିରତ ରତ ଥିଲା ପ୍ରଜାଋଣ ଶୋଧେ ।ଉତ୍କଳ-ଆକାଶେ ଉଇଁ ଶ୍ରୀ ଚନ୍ଦ୍ରଶେଖରଉଜ୍ଜ୍ୱଳ ଜ୍ୟୋତିଷ୍କରୂପେ, ଦେଖାଇ ସ୍ୱପ୍ରଭାଅସ୍ତ ହେଲା ଯଥାକାଳେ, ମାତ୍ର ତାର ପ୍ରଭାସ୍ୱଚ୍ଛ ଅନଶ୍ୱର, ରହି ଉତ୍କଳ ଆକାଶେଉଦ୍ଭାସିତ କରୁଅଛି ଦିଗ ଦିଗନ୍ତରେ,ନିଶ୍ଚେ ତାହା ଉତ୍କଳର ନବ ଧ୍ରୁବତାରା ।ଅଦ୍ଭୁତ ଦଇବୀଶକ୍ତି ପ୍ରଭାବରେ ସେହୁସାଧିଣ ଅଦ୍ଭୁତ କାର୍ଯ୍ୟ, କଲା ଜଗତକୁଚକିତ ସ୍ତମ୍ଭିତ; ବଂଶନଳ ସାହାଯ୍ୟରେଅନନ୍ତ ଅନନ୍ତେ ଚାହିଁ କଲା ନିରୂପଣଗ୍ରହଗଣ ଗତି, ପୁଣି ସୃଜି ନୂଆ ନୂଆଦୂରୁହ ଜ୍ୟୋତର୍ବିଦ୍ୟାର ସୂକ୍ଷ୍ମ ସୁତ୍ରଚୟରଚିଲା ଜ୍ୟୋତିଷ୍କଗ୍ରନ୍ଥ ‘‘ସିଦ୍ଧାନ୍ତ ଦର୍ପଣ ।’’କରଣକୁଳଚନ୍ଦ୍ରମା ଶ୍ରୀ ନନ୍ଦକିଶୋରଦେଶୀୟ ରାଜନ୍ୟଙ୍କର ଆଶ୍ରୟ ସମ୍ୱଳ,ଯାହାଙ୍କ ଦକ୍ଷିଣ ହସ୍ତ ଅଙ୍ଗୁଳି ସଙ୍କେତେହେଉଥିଲା ନ୍ୟାୟେ ଧର୍ମେ ସୁପରିଚାଳିତସମଗ୍ର ଗଡ଼ମଣ୍ଡଳ, ପୁଣି ଗୁପ୍ତଦାନେମହାଦାତା, କର୍ମବୀର ଉତ୍କଳ, ଭୂଭାଗେ,କର୍ମ୍ମମୟ ଜୀବନକୁ ନ ଦେଇ ବିଶ୍ରାମଲବେ ମାତ୍ର, କରୁଥିଲେ କର୍ମର ସାଧନାଅନୁବ୍ରତ, ତାହାଙ୍କର ବିଶାଳ ହୃଦୟପୂର୍ଣ୍ଣ ଥିଲା ଜାତିଦେଶ ହିତକାମନାରେ,ଓହୋ ! କି କହିବି ବତ୍ସ ! ମହାଶୋକେ ମୁଖୁସ୍ଫୁରୁ ନାହିଁ ବାକ୍ୟ, ପୁଣି କ୍ରୁର ଗତସ୍ମୃତିବ୍ୟଥା ଦିଏ ହୃଦୟର ଅନ୍ତସ୍ତଳ ଚିରି,ଅକାଳରେ ସେ ମହାତ୍ମା ହୋଇଣ ବିଚ୍ୟୁତମାତୃକୋଳୁଁ, ଗଲା କେଉଁ ଅନୁଦ୍ଦେଶ୍ୟ ଦେଶେଅନିର୍ଦ୍ଦିଷ୍ଟ ପଥେ ଚାଲି, ବିସୋରିଲେ ମନୁନ ଯାଏ ବିସୋର ନନ୍ଦକିଶୋରର ଗୁଣ ।ସାମନ୍ତ ବଂଶଭୂଷଣ ରାଜନାରାୟଣଅତିଥିବତ୍ସଳ ଦାତା ସ୍ୱଦେଶାଭିମାନୀ,ଖୋଜି ଖୋଜି ନିରାଶ୍ରୟ ଅକ୍ଷମ ମାନବେକରଇ ସତ୍କାର ଆଣି, ଉପଜୀବ୍ୟ ଦେଇ ।ଅନ୍ନପୂର୍ଣ୍ଣାଙ୍କର ଅନ୍ନଭଣ୍ଡାର ସଦୃଶସ୍ଥାପିଳା ସେ ଅନ୍ନଛତ୍ର, ଅକ୍ଷୟ ଅବ୍ୟୟ ।କେତେ ପ୍ରାଣୀ ମହାପ୍ରାଣୀ ପାଉଥାନ୍ତି ତହୁଁଅନ୍ନ, ଧନ୍ୟ ଶତଧନ୍ୟ ହୃଦୟ ତାହାର,‘‘ଅନ୍ନଦାନ ମହାପୁଣ୍ୟ’’ ହୋଇଥିଲା ବ୍ରତ ।ସଜ୍ଜନ ସ୍ୱଳ୍ପାୟୁ ହେବେ ଦୀର୍ଘାୟୁ ଦୂଜନ,ଅଟେ ଏହା ଯୁଗଧର୍ମ, ତେଣୁ ସେହି କୃତୀ,ଲଭିଲା ସକଳ ତେଜି ଅକାଳେ ବିଲୟ ।ଦେଶଭକ୍ତ ରାମଚନ୍ଦ୍ର, ରାମଚନ୍ଦ୍ର ସମବହାଇ ଶୋକାଶ୍ରୁ, ବାରି ଉତ୍କଳ-କୋଶଳେଲୁଚିଲା ଯୌବନେ ଭବ-ଯବନିକା ପାରେ,ଉତ୍ସର୍ଗିଣ ସେହୁ ଆତ୍ମପ୍ରାଣ ଆତ୍ମମନ,ସ୍ୱଦେଶ ସ୍ୱଜାତି ପୁଣି ସ୍ୱଧର୍ମୋନ୍ନତିରେ,ସମାଜର କଳ୍ପବୃକ୍ଷ ଦ୍ୱିଜାତିକୁଳରଉଦ୍ଧାରାର୍ଥ, ସ୍ଥାପିଲା ସେ ବ୍ରାହ୍ମଣ ସମିତିବହୁଶ୍ରମେ ଶଙ୍ଖତୀର୍ଥେ, ତାହା ସମକକ୍ଷନୀରବ କର୍ତ୍ତବ୍ୟ-ବୀର ନାହିଁ ଜଣେ ଆଉକରିବାକୁ ପୂର୍ଣ୍ଣ ତାର ସ୍ଥାନ ଏ ଉତ୍କଳେ ।ଥିଲା ରାମଚନ୍ଦ୍ର କ୍ଷୁଦ୍ର ବ୍ୟବହାରାଜୀବ,ମାତ୍ର ଦେଶ-ହିତ-ପ୍ଳୁତ ହୃଦୟ ନିକଟେତାର, ପରାଜୟ ସଦା ମାନୁଥିଲା ରାଜା-ମହାରାଜାଗଣଙ୍କର ବଦାନ୍ୟ ହୃଦୟ,ନ ଚାହିଁ ସେ ସ୍ୱୀୟ ଶିଶୁ ସନ୍ତାନଗଣରଭବିଷ୍ୟତ ଜୀବନର ସୁଖଦୁଃଖ ଆଡ଼େ,ସମ୍ପତ୍ତି-ଆବଦ୍ଧ-ଲବ୍ଧ ଧନରାଶି ଦେଇପୂଜିଗଲା ନାନାଭାବେ ଜନ୍ମଭୂମି ପାଦ ।ଉତ୍କଳ-ସରସୀ-ମଞ୍ଜୁକଞ୍ଜ ବିପ୍ରବରଭଞ୍ଜାଖ୍ୟ ସ୍ୱଦେଶଜନ-ନୟନାଭିରାମଅଭିରାମ, କରାଇଣ ଆହା ସ୍ୱଜୀବନ-ପୂର୍ବାହ୍ନରେ ସଞ୍ଜ, ଖରେ ପଡ଼ିଲା ମଉଳି !ଥିଲା ସେହୁ ଜନ୍ମଭୂମି ସୁପୂଜକ ଜଣେ,ସମ୍ପାଦିଣ ପୂଜାଦ୍ରବ୍ୟ ଭ୍ରାତୃମେଳେ, ଯାଇମାତୃମନ୍ଦିର ସମୀପେ, ବଜାଇବା ବେଳେପ୍ରଭାତୀ ମଙ୍ଗଳ ଘଣ୍ଟା ନିଦ୍ରାଭଙ୍ଗ ପାଇଁମାତୃଦେବୀଙ୍କର, ହାୟ ହେଲା ସେ ଗତାୟୁ !ଅଦୂର ଭବିଷ୍ୟ ତାର ସ୍ଥାନ ଏ ଉତ୍କଳେପୂର୍ଣ୍ଣ ହେବ ବୋଲି ହେଉ ନାହିଁ ମୋ ପ୍ରତୀତି ।ପ୍ରାଣସ୍ପର୍ଶୀ ଓଜସ୍ୱିନୀ ବକ୍ତୃତା ତାହାରଅଗ୍ନିମୟୀ, ତେଜୋମୟୀ, କରୁଥିଲା ତାହାମୁମୂର୍ଷୁ ହୃଦେ ଆଶାର ବିଦ୍ୟୁତ ସଞ୍ଚାର ।ପଣ୍ଡିତ ବିହାରୀ ବିହାରୀଲାଲ କାଶ୍ମୀର-ନିବାସୀମାନବ-କୁବେର, ତୋର ଉତ୍କଳ-ମାତାରସମ୍ୱନ୍ଧେ ପୁତୁରା ସେହୁ, ମାତ୍ର ତାହା ପ୍ରତିପ୍ରକାଶୁଣ ଥିଲା ଭକ୍ତି ସଦା ମାତୃବତ,ବିତରି ଭଗବଦ୍ଗୀତା (ମୂମୁକ୍ଷୁ-ବାଞ୍ଛିତ)ଆବର ଚିକିତ୍ସାଗ୍ରନ୍ଥ, ବହୁ ଅର୍ଥବ୍ୟୟେ,ହୋଇଅଛି ଉତ୍କଳର ଚିରସ୍ମରଣୀୟ ।ସତ୍କାର୍ଯ୍ୟେ ଯେ ମୁକ୍ତହସ୍ତ, ସାର୍ଥ ସିନା ତାରଧନି-ଆଖ୍ୟା, ଦାତାନାମ, ମାନବ ଜନମ,ମାତ୍ର ଆନ ଧନୀ ଖାଲି ଧନ ଜଗୁଆଳି ।କେତେ ବଖାଣିବି ଆଉ ବତ୍ସ ! ଉତ୍କଳରଗତଜୀବ ମାତୃଭକ୍ତ ନନ୍ଦନଙ୍କ କଥା,ଏହି ପରି କେତେ କେତେ ଉଜ୍ଜ୍ୱଳ ତାରକାହୋଇ ସ୍ଥାନଚ୍ୟୁତ, ଗଲେ ଆକାଶେ ଉଭେଇ ।ଏ ସର୍ବ ସୁତେ ହରାଇ ତୋ ଉତ୍କଳ-ମାତା,ଅତି କଷ୍ଟେ ଧୈର୍ଯ୍ୟ ଧରି ଥିଲା ମାତ୍ର ପ୍ରାଣେ,କିନ୍ତୁ ବତ୍ସ ! ଯେଉଁ ଦିନୁ ଗଲା ରାଧାନାଥ,ସେହି ଦିନୁ ଆଉ ତାର ମିଳୁ ନାହିଁ ନାଡ଼ୀ,ହାୟ, ସେହି ମର୍ମଭେଦୀ ଗୁରୁ ଶୋକାଘାତେଯାଇଅଛି ଅଭାଗୀର ଅଣ୍ଟା ଭାଙ୍ଗି, ତେଣୁହୋଇଛି ଅଶ୍ରୁପଙ୍କିଳ ଗଣ୍ଡସ୍ଥଳ ତାର !ଏକମୁଖେ କି ଗାଇବି ରାଧାନାଥ ଗୁଣ,ଥିଲା ସେହୁ ଉତ୍କଳର କାବ୍ୟ-ଧ୍ରୁବତାରା,ମାତୃଭାଷା ପୂତଅଙ୍ଗ ସୌଷ୍ଠବ-ସାଧନେଥିଲା ସେ ନିଯୁକ୍ତ, କାୟମନୋବାକ୍ୟେ ଆହା,ଆବାଲ୍ୟବାର୍ଦ୍ଧକ୍ୟେ, ତାର ସୁଆରାଧନାରେପରିତୁଷ୍ଟି ଲଭି ଦେବୀ ଉତ୍କଳ ଭାରତୀସମର୍ପିଲେ ତାହା କରେ ବୀଣାଯନ୍ତ୍ର ସହଉତ୍କଳ-ସାହିତ୍ୟ-ରତ୍ନଭଣ୍ଡାର କଞ୍ଚିକା-ତହୁଁ ଫେଇ ସେ ଭଣ୍ଡାର ଅବହେଳେ କବିଘେନି ମନୋମତ ରତ୍ନ, ବିରଚିଲା ତହିଁଚାରୁ କାରୁକଳାଯୁକ୍ତ ନବ ଅଳଙ୍କାର,ତାର ରମଣୀୟ ପ୍ରଭା ବିପ୍ଲାବି ଉତ୍କଳେଉଜ୍ଜ୍ୱଳାଏ ପୁଣି ତାର ସୀମାତୀତ ଦେଶେ ।ବାଉଥିଲା ବାଣୀ ବୀଣା ଚଢ଼ାଇ ପଞ୍ଚମେ,ଯେତେ ଶୁଣିଲେ ତା, କର୍ଣ୍ଣେ ଶୁଭୁଥିଲା ସଦାନୂଆ ନୂଆ ପରି, ଅହୋ ସେହି ରାଧାନାଥଉତ୍କଳ-ସାହିତ୍ୟ-ନବ-ମନ୍ଦିର-ବିନ୍ଧାଣୀନାହିଁ ରେ ବାଳୁତ ଆଉ ନଶ୍ୱର ବିଶ୍ୱରେ ।ଯଶୋନିଧି ହରିହର ମର୍ଦ୍ଦରାଜ ଦେବଖଲ୍ଲିକୋଟ ଅଷ୍ଟଦୁର୍ଗପତି, ଥିଲା ଜଣେଉର୍ବରମସ୍ତିଷ୍କ ନୃପ, ହୃଦୟ ତାହାରପ୍ରଶସ୍ତ, ପ୍ରଶସ୍ତ ଯଥା ତାହା ରାଜ୍ୟସ୍ଥିତଅମର-ଗୀତମୁଖରା ବିରାଟ ଚିଲିକା ।ତା ଜୀବନ-ପଞ୍ଜିକାର ପ୍ରତ୍ୟେକ ପତରପରିପୂର୍ଣ୍ଣ ଶୁଭଶ୍ଳୋକେ, ଘେନିଥିଲା ସେହୁପ୍ରଜାଠାରୁ କର ଦାନ ପାଇଁ, ଯଥା ଧରା,ଗୁଣେ ଶସ୍ୟ ବିନିମୟେ ଅର୍ପେ ବହୁଗୁଣ ।ଲକ୍ଷାଧିକ ମୁଦ୍ରାବ୍ୟୟେ ସଂସ୍ଥାପି ସେ ରାୟେଉଚ୍ଚ ଶିକ୍ଷାଶାଳା, କଲା ଅମରତ୍ୱ ଲାଭ,ସାଧକ ବାଳକେ ସେହି ସାଧନା-ଆଶ୍ରମେକରୁଛନ୍ତି ସ୍ୱୀୟ ଭାବୀ ଅଦୃଷ୍ଟ ଗଠନ,ଗାଇ ତା ଅମର ସ୍ମୃତି ପବିତ୍ର ଗୀତିକା ।ଜନହିତାକାଙ୍କ୍ଷୀ ଜନେ ସ୍ୱଳ୍ପାୟୁ ଜଗତେ,ସାକ୍ଷୀ ତାର ଗ୍ରୀଷ୍ମ ରାତ୍ରି, ଶିଶିର ଦିବସ ।ନିୟତି ନିୟମେ ହାୟ, ସେ ମହାନୁଭବହୋଇଗଲା ଅକାଳରେ କାଳ-କବଳିତ ।ତା କରୁଣ ମହାସ୍ମୃତି ନ ଲଭି ବିସ୍ମୃତିଦେଖାଏ ଅଦ୍ୟାପି ମହା ନୈରାଶ୍ୟର ଛାୟା ।ଗଲା ଆହା, ମାତୃଭକ୍ତ ଶ୍ରୀ ବୀରବିକ୍ରମଖଡ଼ିଆଳ ଧରାଧିପ, ଅକାଳେ ସ୍ୱରଗେ,ଥିଲା ସେ ଉତ୍ସର୍ଗି ପ୍ରାଣ ସମାଜ ସଂସ୍କାରେ,ପୁଣି ସାହିତ୍ୟ-ସେବାରେ, ଯାଇଛି ସେ ଲେଖିସୁକାବ୍ୟ ନାଟକ କେତେ, ଅତି ଉପାଦେୟ,ସାହିତ୍ୟ-ଭଣ୍ଡାରେ ତାହା ଦୀପ୍ତ ରତ୍ନରେଣୁ ।ନିଜେ ଲେଖି କ୍ଷାନ୍ତ ନୋହି ଲେଖାଇ ଅପରେ,ପ୍ରଦାନି ପାରିତୋଷିକ, ଉତ୍ସାହ ତାହାରକରୁଥିଲା କ୍ରମେ ବୃଦ୍ଧି, ଗ୍ରାହକତା-ହାଟେଥିଲା ବୀରମଣି ଜଣେ ଚିହ୍ନରା ଗ୍ରାହକ ।ତାର ରାଜସଭା (କାବ୍ୟକୋଳାହଳମୟୀ)ପରିପୂର୍ଣ୍ଣ ଥିଲା ସଦା ସୁକବି ପଣ୍ଡିତେ ।ବନ୍ଦିଶାଳେ ଦେହ ନିହି ବନ୍ଦିଜନ ଯଥାରଖିଥାଏ ଧ୍ୟାନଜ୍ଞାନ ମାତୃଭୂମି କତି,ତଥା ସେ ସୁଧୀରବର ରହି ଚିରକାଳହିନ୍ଦୀଭାଷା ଆବରଣ ମଧ୍ୟେ, ଅର୍ପିଥିଲାପ୍ରାଣମନ ପ୍ରାଣାଧିକା ମାତୃଭାଷା ପଦେ ।ହାୟ, କି ଦାରୁଣ ସ୍ମୃତି ଉଇଁଲା ମାନସେଆସି ବତ୍ସ ! କେମନ୍ତେ ବା କହିବି ମୁଁ ତାହା ?କହିବାର ଥାଉ ଦୂରେ, ସ୍ମରଣେ ଯେ କଥାହୁଏ ନେତ୍ର ଅଶ୍ରୁପୂର୍ଣ୍ଣ, ବାକ୍ଶକ୍ତି ଶିଥିଳା;ଉତ୍କଳ ମହୁଡ଼ମଣି ଭଞ୍ଜଭୂମିପତିରାମଚନ୍ଦ୍ର ରବିକୁଳ-ପ୍ରଗୌରବ-ରବିହେଲା ଅସ୍ତ ଜନ୍ମଭୂମି ଦୁର୍ଭାଗ୍ୟେ ଅକାଳେ ।ଉତ୍କଳ ଜାତୀୟ ମହା ସମ୍ମିଳନୀ-ଯାଗେହୋଇ ପଟ୍ଟପୁରୋହିତ ବୀର ଜାଳିଥିଲାଆଶା-ଦୀପ ଉଗ୍ର ତେଜେ ସ୍ୱଦେଶ ସମ୍ମୁଖେ,ମାତ୍ର କ୍ରୁର କାଳ-ବାୟୁ ସେ ଦୀପ ସହିତେନିଭାଇଲା ଖରେ ଆହା ତାହା ପ୍ରାଣ-ଦୀପ !ଆଧିନିକ ଉତ୍କଳୀୟ ରାଜନ୍ୟ ମଧ୍ୟରେଥିଲା ଉଚ୍ଚଶିକ୍ଷିତ ସେ କ୍ଷଣଜନ୍ମା ରାଜା,ଉନ୍ନତ ଉଦାର ଧୀର, ତା ହୃଦୟ ସହତୁଳିକା କେବଳ ତାର ରାଜ୍ୟ ଅନ୍ତଃପାତୀଉତ୍କଳର-ହିମାଳୟ ମେଘାସନ ଗିରି ।ବହୁବିଦ୍ୟା ବହୁଗୁଣ ବହୁକୀର୍ତ୍ତିଯୁତଦେଖି ତାକୁ, ଗୁଣଗ୍ରାହୀ ରାଜରାଜେଶ୍ୱରଅର୍ପିଥିଲେ ଅଯାଚିତେ ମହାରାଜା ପଦ,ରାଜର୍ଷିପ୍ରତିମ ସେହି ନରରୂପୀ ଦେବଭ୍ରମି ସସାଗରା ଧରା କଲା ଉପାର୍ଜନବିପୁଳ ସୁଜ୍ଞାନ-ରତ୍ନ, ସ୍ୱଦେଶରେ ତାହାବିତରିବା ବେଳେ ଅହୋ ! ହେଲା ସେ ରତାୟୁ ।ରାଧାନାଥ ଶୋକକ୍ଷତ ନ ଶୁଖୁଣୁ ତହିଁମିଶି ପୁଣି ଆନ ଶୋକ ଲବଣ ପରାୟେକଲା ତାକୁ ବିସର୍ପିତ, ବତ୍ସ ! ଆସେ ନାହିଁବିପଦ-ଭୁଜଙ୍ଗ ଏକ ଫଣା ବହି, ଆସେସେହୁ ହୋଇ ଶତଫଣ, ଦଂଶେ ଶତ ସ୍ଥାନେ !ଏଥୁଅନ୍ତେ ଭକ୍ତକବି ଶ୍ରୀ ମଧୂସୁଦନ(ଆଜୀବନ ସାରସ୍ୱତତୀର୍ଥ-ତାର୍ପଣିକ)ହେଲାକ ଗତାୟୁ ହାୟ, ନାମ ପରି ତାରମଧୁର ଚରିତ୍ର, ବାକ୍ୟ, ବ୍ୟବହାର ପୁଣି ।ଋଷିପ୍ରକୃତିକ ସେହୁ ଧର୍ମଗତପ୍ରାଣ,ତୋ ଜନ୍ମ-ଭୂମିର ଥିଲା ଗୌରବ-ପଦକ;ସର୍ବବିଧ ଶିକ୍ଷୋନ୍ନତି ସାପେକ୍ଷ ଶିକ୍ଷାର,ବୁଝିଥିଲା ଏହା ସେହୁ, ତେଣୁ ଶିକ୍ଷାଦାନେଉତ୍ସର୍ଗିଥିଲା ଜୀବନ, ତେଜି ଆତ୍ମସୁଖ,କେତେ ଶିକ୍ଷାର୍ଥିଗଣର କରିଗଲା ସେହୁଅଦୃଷ୍ଟ ଗଠନ, ତାହା ହେବ ନାହିଁ ଗଣି;ଏତିକିରେ ନୋହି କ୍ଷାନ୍ତ ସେ କର୍ତ୍ତବ୍ୟବୀର,ଭାବୀ ବଂଶଧର ପାଇଁ ସହି କେତେ କ୍ଳେଶଜରାଜୀର୍ଣ୍ଣ କ୍ଷୀଣଦେହେ ବୁଲି ଗ୍ରାମେ ଗ୍ରାମେ,ସଂଗ୍ରହିଣ ଅର୍ଥ, ସ୍ଥାପି ଉଚ୍ଚ ଶିକ୍ଷାଗାର,କରିଗଲା ଚିରସ୍ଥାୟୀ କାମ ସହ ନାମେ ।ଅହୋ ପୁଣି ବିନା ମେଘେ ହେଲା ବଜ୍ରପାତ,ବିନା ଅଣସରେ ହେଲା ଘୋର ଗୁଳୁଗୁଳି, *ଚଳିଲା ବୈକୁଣ୍ଠନାଥ ବୈକୁଣ୍ଠ ଭୁବନେତେଜି କର୍ମ ଉପାସନା, ମର୍ତ୍ତ-ଦେବାଳୟୁଁ,ଅର୍ପି ଶୋକ ଅରୁନ୍ତୁଦ, ଉତ୍କଳ-ଜୀବନେ,*ଜଗନ୍ନାଥଙ୍କର ଅନବସର ମନ୍ଦିର ଅବସ୍ଥାନ ସମୟରେ ଅସହ୍ୟ ଗ୍ରୀଷ୍ମ ହୁଏ ।କରି ତାକୁ ମିୟମାଣ, ଉଦ୍ଯାପିଲା ଆହାପୂତପ୍ରାଣ-ଯଜ୍ଞାନଳ ମହାକାଳ-ନୀରେ ।ବତ୍ସ, ସେହି ଶୋକରୂପା ଅଦୃଶ୍ୟ ତଟିନୀବୃଦ୍ଧି ଲଭି ହେଉଅଛି କ୍ରମେ କୂଳଙ୍କଷା ।ଖୋଳାଇ କାସାର କୂପ ତୋଳାଇ ଦେଉଳ,ଦୁଃସ୍ଥ ରୋଗୀ ପାଇଁ ସ୍ଥାପି ଚିକିତ୍ସା ଆଗାରଯଶୋ-ରତ୍ନ-ଖଚୀ ଚୂଡ଼ା ମଣ୍ଡିଥିଲା ମାଥେ ।ଥିଲାକ ବୈକୁଣ୍ଠନାଥ ରାଜଭକ୍ତି ଗୁଣେରାଜଭକ୍ତି ଉପମୂର୍ତ୍ତି, ସମ୍ପାଦି ସେ କୃତୀବିପୁଳ ଯୋଗ୍ୟତା ସହ ବିଶ୍ୱାସ ଭାବରେଦେଶକାର୍ଯ୍ୟ ରାଜକାର୍ଯ୍ୟ ସହ, ଲଭିଥିଲାରାଜଦ୍ୱାରୁଁ ମହାରାଜା ପଦ, ସସମ୍ମାନେ;କିନ୍ତୁ ହାୟ ସେ ଦୁର୍ଲ୍ଲଭ ଗୌରବଭୂଷଣନ ପାରିଲା ପିନ୍ଧି ସେହୁ ଅଧିକ ଦିବସ ।ନୁହଇ ଏ ଭବେ ସ୍ଥିର କାହାରି ଜୀବନ,ତପ୍ତ-ସିକତିଳ-ସ୍ଥଳେ ପାନ୍ଥ ପଦ ଯଥା,ମରିବେ ସକଳେ ଯଥାକାଳେ, ମଲା ତଥାବୈକୁଣ୍ଠର ମୂର୍ତ୍ତି, ମାତ୍ର ତା ଅମର ସ୍ମୃତି,କନ୍ଦାଇବ ବହୁକାଳ ଉତ୍କଳ ସନ୍ତାନେ ।କେତେ ଆଉ ବଖାଣିବି ଦୁର୍ଦ୍ଦଶାର କଥା,ସ୍ମରଣେ ଯାହାର ହୁଏ ଶତଧା ବିଭକ୍ତହୃଦ-ଭାଣ୍ଡ, ବଖାଣିଲେ ତାହା, କି ଯାତନାଆହା, ହୁଏ କରିବାକୁ ଉପଭୋଗ, ତାହାଅନୁଭବୀ ବିନା ଆନ କେ ବୁଝିବ ଏହିଚରାଚରେ ? ଆସୁଅଛି ରୁନ୍ଧି ହୋଇ କ୍ରମେଶୋକ-ବାଷ୍ପପୂରେ ଶଙ୍କି, *ନ ପାରିବି ଆଉକହି, ଯଦି ଦେଖିବୁ ରେ ବତ୍ସ, ତୋ ମାତାରଉପସ୍ଥିତ ଦଶା ନେତ୍ରେ, ତେବେ ମୋ ସହିତ*ତଣ୍ଟିଚାଲ, ଦେଖାଇବି ତାହା ତୋତେ ମାୟାବଳେ ।କିନ୍ତୁ ବତ୍ସ ! ସେ ଅଦ୍ଭୁତ ବିକଟ କରୁଣ-ମହାଦୃଶ୍ୟ, ନ ସହିବ ଚର୍ମଚକ୍ଷୁ ତୋର,ଏଣୁ ଘେନ ଦିବ୍ୟ ଚକ୍ଷୁ, ତାହାର ପ୍ରସାଦେଦେଖିବୁ ତୁ ସ୍ୱମାତାର ମର୍ମ୍ମନ୍ତୁଦ ଛବି !’’ଏହା ଭାଷି ଦେବୀ ମୃଦୁ ମଧୁର ଭାଷାରେ,ପ୍ରଦାନିଣ ମୋତେ ଦିବ୍ୟନେତ୍ର, କୃପା ବହି,ପାଟଳ କମଳ କରେ ମାରନ୍ତେ ତ୍ରିତାଳି,ଉଦ୍ଘାଟିତ ହେଲା ତହିଁ ରମ୍ୟଗୁପ୍ତଦ୍ୱାର ।ପଶିଲି ନିଃଶଙ୍କେ ତହିଁ ଦେବୀଙ୍କ ସଙ୍ଗତେ,କି ଭୟ ମୋହର, ଯେଣୁ ଦେବୀ ମୋ ରକ୍ଷିକା ।
ପ୍ରଣୟ-ଚିଟାଉଚିନ୍ତାମଣି ମହାନ୍ତି