ଉତ୍କଳ କମଳା
ଚିନ୍ତାମଣି ମହାନ୍ତି · ଭାଗ ୩ / ୩
ସମ୍ପୂର୍ଣ୍ଣ ସୂଚୀପତ୍ର
ପଞ୍ଚମ ସର୍ଗ
ଦେଖି ଦେଖି ଏ ସକଳ ଅଦ୍ଭୁତ ଅଶ୍ରୁତମର୍ମନ୍ତୁଦ ଦୃଶ୍ୟ, ହୋଇ ଅତୀବ କାତରନିବେଦିଲି ଯୁକ୍ତକରେ ଦେବୀଙ୍କ ଛାମୁରେ-‘‘ମାତଃ ! ହେଉ ଏବେ ଏହି ମହାନଟକରମହା ଅଭିନୟେ ଖରେ ଯବନିକାପାତ,ଦେଖି ନେତ୍ରେ ମାତୃକ୍ଲେଶ, ଦମନେ ତାହାରନ ହୋଇ ସକ୍ଷମ, ହେବି ସିନା ଯନ୍ତ୍ରଣାରେଛଟପଟ ଖାଲି ? ଧରି ମାନବ ଶରୀର,ଜନ୍ମଦାତ୍ରୀ ଜନନୀର ବିଷମ ଲାଞ୍ଛନାନୀତ ହସ୍ତେ, ଦେଖିବ କି ବସି କେହି କେବେସ୍ୱନୟନେ, ହେଲେ ସୁଦ୍ଧା କୁପୁତ୍ର ତାହାର ?ଦେବି ! ଏହି ଶୋକ-ବାକ୍ୟ-ତୀବ୍ର କଟୁ ଭାବଦୁର୍ବହ ମୋ ହୃଦପକ୍ଷେ, ଏଣୁ ମୋ ମିନତିସମ୍ବର ସମ୍ବର ମାତଃ ଏ ମାୟା ସତ୍ୱର ।’’ଅମଳ-କମଳାନନା ଉତ୍କଳ-କମଳାଉତ୍ତରିଲେ ଈଷଦ୍ଧାସ୍ୟେ ତହୁଁ, ‘‘ବତ୍ସ ! କିପାଁହେଉ ବ୍ୟାକୁଳ ଏସନ, ଗଲେଣି ତ ଚାଲିଦୁରନ୍ତ ରିପୁଏ, ଆଉ ନ ଆସିବେ ଆଜି,ଏହିପରି ପ୍ରତିଦିନ ଆସି ଦୁଷ୍ଟଗଣ,ଧର୍ଷନ୍ତି ସବଳେ ତାର ସଂଜ୍ଞାଲୋପ ଯାଏଁ,ହେଲେ ସେ ମୂର୍ଚ୍ଛିତା, ଖରେ ହୁଅନ୍ତି ଅନ୍ତର ।’’ଦେବୀଙ୍କ ଏ ସୁଧା-ସିକ୍ତ ମଞ୍ଜୁ ମଧୁବାଣୀପ୍ରଦାନି ଆଶ୍ୱାସ ମୋତେ ହରନ୍ତେ ଅଧୃତି,ପୁଚ୍ଛିଲି ମୁଁ ପୁଣି ତାଙ୍କୁ ଜୁହାରି ବିନୟେ,‘‘ମାତଃ ! କେତେ କାଳେ ଆଉ ଉତ୍କଳ ମାତାରଖଣ୍ଡିବ ଏ ମହାରିଷ୍ଟ ? କେତେ କାଳ ଆଉକୋଷ୍ଠିରେ ତା ଅଧିଷ୍ଠିତ ଥିବେ ଦୁଷ୍ଟଗ୍ରହେ ?କଷ୍ଟ-ପ୍ରଦାୟକ, ଅହୋ ! ଏ ଘୋର ଦୁର୍ଦ୍ଦିନେକେହି କି ନୋହିବେ ସାହା ପୁତ୍ରଗଣେ ତାର ?ଦୀନା ରୁଗ୍ଣା ଜନନୀର ପରିଚର୍ଯ୍ୟା ପାଇଁକେହି କି ଗୋ ହେବେ ନାହିଁ ତିଳେହେଁ ତତ୍ପର ?ମାତୃସେବା ଥିଲା ଯାଙ୍କ ଜୀବନର ବ୍ରତ,ସେହି ଉତ୍କଳୀୟଙ୍କର ବଂଶଧରମାନେଉଦ୍ଯାପି ସେ ପୁତବ୍ରତେ, କେତେ କାଳ ଆଉପଡ଼ିଥିବେ ଅଧୋଗତି-କୂପେ ଅଧୋମୁଖେଅଭିଶପ୍ତ ପ୍ରାୟ ? -ହୋଇ ଜଗତ ନୟନେବିଘୃଣିତ, ଅବଜ୍ଞାତ, ଅହୋ ! କି ଦୁର୍ଦ୍ଦକ !‘‘କି ଅଛି ଏ ଅଭାଗୀର ଭାବୀ ଅଦୃଷ୍ଟରେ,ବହ ମାତଃ କୃପା ବହି ଶୁଣିବ ମୁଁ ତାହା ।’’ଉତ୍ତରିଲେ ଦେବୀ, ‘‘ବତ୍ସ ! ସୁଖ ଅନ୍ତେ ଦୁଃଖପୁଣି ଦୁଃଖ ଅନ୍ତେ ସୁଖ ଲାଗିଅଛି ଭବେସଦା ସମସ୍ତଙ୍କ ଭାଗ୍ୟେ, ଅଟେ ଏହା ବିଧି-ବିଧି, ଘୁରୁଛି ନିୟତି-ଚକ୍ର ଅବିରାମସମସ୍ତଙ୍କ ଶିରୋଦେଶେ, ସୁଖଦୁଃଖ ବେନିବସି ଅଧଃ ଊର୍ଦ୍ଧ୍ୱେ ତାର ଘୁରନ୍ତି ତା ସହ,ଘୁରୁ ଘୁରୁ ଯେତେବେଳେ ଯେ ଆସେ ନିକଟେ,ବାଜିଯାଏ ତେତେବେଳେ ତାହାରି ଆଘାତ ।ନ ଘଟେ କାହାରି ଭାଗ୍ୟେ ଭବେ ଚିରଦୁଃଖକିମ୍ବା ଚିରସୁଖ, ଘଟେ ପର୍ଯ୍ୟାୟରେ ତାହା ।ଆଣିବ ନିଶ୍ଚୟ, ସେହି ପ୍ରକୃତି-ପର୍ଯ୍ୟାୟଦିନେ ଏ ଉତ୍କଳଭାଗ୍ୟେ ସୌଭାଗ୍ୟ ସୁଦିନଲାଗିଛି ଭବେ ଉତ୍ଥାନ ପତନ ବେନିରଘୋର ସଂଘର୍ଷଣ ସଦା, ତେଣୁ ଆଜି ଯହିଁବହୁଅଛି ବିଷାଦର ବିଷ-ତରଙ୍ଗିଣୀଭୀମ ବ୍ରଜ ଉଗ୍ରନାଦେ, ଖେଳିବ ନିଶ୍ଚୟକାଲି ତହିଁ ଆନନ୍ଦର ମଞ୍ଜୁମନ୍ଦାକିନୀକଳବଳ କଳନାଦେ, ସିଦ୍ଧାନ୍ତ ଏସନ,ନୁହେଁ ଅନୁମିତ, -ଅଟେ ଅନୁଭୂତି କଥା ।ଚୂଡ଼ାନ୍ତ ଅବନତିରେ ହୋଇ ଉପସ୍ଥିତ,ବୁଝୁଛନ୍ତି କ୍ରମେ କ୍ରମେ ସ୍ୱକୀୟ ଦୁର୍ଦ୍ଦଶାଭ୍ରାତୃଗଣେ ତୋର, ଯଥା ରୋଗେ ଭୋଗି ରୋଗୀବୁଝିପାରେ ସେ ରୋଗର ସୁତୀବ୍ର ଯନ୍ତ୍ରଣା ।କରେଁ ଯେଉଁ ଅବନିତି ମାନବକୁ ହୀନ,ଛୁଇଁଲେ ଚରମ ସୀମା ସେହି ଅବନତି,ଖୋଜିଆଣି ଦିଏ ପୁଣି ଉଦ୍ଧାରର ପଥ ।ପକ୍ଷାନ୍ତରେ ଶେଷସୀମା ଛୁଇଁଲେ ଉନ୍ନତି,ପୁଣି ଘଟେ ଅବନତି, ପୌର୍ଣ୍ଣମାସୀ ପରେକଳା କଳା କ୍ଷୟ ଯଥା କଳାକର କଳା,କି ଗତି ବିନ୍ଧ୍ୟର ଶେଷେ ଉନ୍ନତି ଆଶ୍ରୟି ?ଏହି ନିୟତି ନିୟମେ, ଯିବ ନିଶ୍ଚେ ଫେଡ଼ିଜନନୀ କଷଣ ତୋର, ଦିଶିଲାଣି ଶୁଭ-ସୂଚନା ତାହାର, ଯଥା ଉଆଁସ ତାମସୀ-ଘୋର ତମିସ୍ରକୁ ଭେଦି ଦିଶଇ ସୁନ୍ଦରଉଷାର ସୀମନ୍ତ ରେଖା, କ୍ଷୀଣ ପାଟଲାଭ,ସୁଖମୟ ପ୍ରଭାତର ଆଗମସୂଚକ;ହେବେ ସମୁଦିତ ଏବେ ଭାଗ୍ୟ-ନଭେ ତାରବହୁଦିନ-ଅସ୍ତମିତ-ଉନ୍ନତି-ତପନ ।ଖେଳିବ ଏକତା-ଢେଉ ସମଗ୍ର ଉତ୍କଳେପୂର୍ବ ପରି, ପୂର୍ବ ପରି ଉଠିବ ବାଜିଣମୃତସଞ୍ଜୀବନୀ ସେହି ସାରସ୍ୱତ ବୀଣାସୂତାନେ, ଉନ୍ନତି-ମନ୍ତ୍ର ଉଚ୍ଚାରି ଉଚ୍ଚରେ,ଆସିଲିଣି ମୁହିଁ, ବତ୍ସ ! ଲକ୍ଷ୍ମୀ ଗନ୍ତାଘରତୋ ମାତାର, ପୂର୍ଣ୍ଣ ହେବ ଧନଧାନ୍ୟେ ଏବେ ।ଭାଙ୍ଗିଅଛି ଗାଢ଼ନିଦ୍ରା ତୋ ଭ୍ରାତାଗଣର,ମାତ୍ର ଭାଙ୍ଗି ନାହିଁ ନିଦ୍ରା-ଆଳସ୍ୟ କେବଳ,ଯାବତ ନ ଭାଙ୍ଗେ ତାହା, ତାବତ ରେ ସୁତ !ରହିବ ତୋ ମାତ୍ରୁନ୍ନତି ଦୂରବର୍ତ୍ତୀ ହୋଇ ।’’ଶୁଣି ଏହି ଆଶା-ବାଣୀ ଦେବୀଙ୍କ ବଦନୁପ୍ରାଣ ଉନ୍ମାଦିନୀ, ପୁଣି ପୁଚ୍ଛିଲି ଏସନି,-‘‘ଦେବି ! କି ଶକୁନ ଦେଖି ତୁମ୍ଭେ କଳ ଏହିଭାବୀ ସୌଭାଗ୍ୟ ଗଣନା ଉତ୍କଳ ମାତାର,ଶ୍ରବଣେ ତା ସମୁତ୍ସକ ମୋହର ମାନସ,କହ ମାତଃ ସେହି କଥା ଦାସେ ଦୟା ବହି ।’’ଉତ୍ତରିଲେ ଦେବୀ, ‘‘ବତ୍ସ ! ପୁଚ୍ଛିଲୁ ତୁ ଯାହା,କହୁଛି ସେ ତଥ୍ୟ ଶୁଣ ଅବହିତେ ମନେ,-ସମ୍ପ୍ରତି କେତେକ ଜଣ ଉତ୍କଳ ସନ୍ତାନମାତୃପ୍ରାଣ, ଲାଗିଛନ୍ତି ଶକ୍ତି ଅନୁଯାୟୀମାତାର ବିଚ୍ଛିନ୍ନ ଅଙ୍ଗ ଏକତ୍ରୀକରଣେ,ତାହାଙ୍କ ଅଦମ୍ୟ ଚେଷ୍ଟା ଅଧ୍ୟବସାୟରେହେଲାଣି ସଂଯୁକ୍ତ ଆସି ପଶ୍ଚିମ ଭୂଭାଗ, **ସମ୍ୱଲପୁର ପ୍ରଭୃତି କାଳକ୍ରମେ ଓଡ଼ିଶାରୁ ବିଚ୍ଛିନ୍ନ ହୋଇ ଥିଲା; ମାତ୍ର ସମ୍ପ୍ରତି ସଂଯୁକ୍ତ ହୋଇଅଛି ।ଉତ୍କଳର ଦକ୍ଷହସ୍ତ ସେହୁ, ବହୁଦିନୁଁପଡ଼ିଥିଲା ଛିନ୍ନ ଭିନ୍ନ ହୋଇ, ଅଛି ଆଉଶିରଃ ପାଦ, ଯୁକ୍ତ ହେଲେ ତାହା, ଉଠିବ ସେଶିର ତୋଳି, ପିଣ୍ଡେ ତାର ବସିବ ଚେତନା,ତଦନ୍ତେ ଜାଗ୍ରତ ହେବେ ସୁପ୍ତସୁତେ ତାର,ଧରିବ ଉତ୍କଳ-ମର୍ତ୍ତ୍ୟ ଅମର୍ତ୍ତ୍ୟ ମାଧୁରୀ ।ଝଙ୍କାରିବେ ସେ ସମୟେ ଝଙ୍କଡ଼ବାସିନୀବୀଣାପାଣି ବାଣୀ ଦେବୀ ବୀଣା ନବତାନେ,ଶୁଣି ସେ ମହାଝଙ୍କାର ଦ୍ୱିଜାତି କୁଳରତୁଟିବ ସର୍ବାଗ୍ରେ ମୋହ, ଅବିଦ୍ୟା ତେଜିଣପୂଜିବେ ସେମାନେ ବିଦ୍ୟା, ଖୋଜିବେ ଉନ୍ନତି,ବିଦ୍ୟା ବିବେକିତା ଲୌହ-ଦୃଢ଼ କୂଟ-ଗ୍ରନ୍ଥି, ହେବେ ନିଜେ ମୁକ୍ତ, ଉଦ୍ଧାରି ସମାଜେ ।ବ୍ରାହ୍ମଣ ସାକ୍ଷାତ ଅଗ୍ନି, କାଳବଶେ ସେହୁଯାଇଛି ଆଚ୍ଛାଦି ସିନା ଦୁର୍ନୀତି-ପାଉଁଶେ ?ଉଡ଼ିଗଲେ ସେ ପାଉଁଶ ସଂସ୍କାର-ପବନେ,ଉଠିବ ସେ ଅଗ୍ନି ପୁଣି ଦାଉ ଦାଉ ହୋଇ ।ଦ୍ୱିଜାତିର ଉନ୍ନତିରେ ନାହିଁ ବତ୍ସ ଆଉବିଳମ୍ୱ ଅଧିକ, ସ୍ପଷ୍ଟ ଆଭାସେ ଲକ୍ଷଣତାହାର, ପ୍ରତ୍ୟକ୍ଷେ । ଉଇଁ ରାମଚନ୍ଦ୍ର ଦାଶେଦ୍ୱିଜକୁଳେ ଦ୍ୱିଜରାଜରୂପେ, ଆରମ୍ଭିଲାଯେଉଁ ବ୍ରାହ୍ମଣ ସମିତିରୂପୀ ମହାଯାଗେନୀଳାଚଳେ, ସ୍ପର୍ଶେ ପୂତ ଉଗ୍ରଧୂମ ତାରପଳାଇବ ଛାଡ଼ି ଖରେ ଅଜ୍ଞତା-ପେତୁଣୀଉତ୍କଳ ଦ୍ୱିଜାତି ଦେହୁଁ, ହେବେ ସେ ଜାଗ୍ରତ ।ସମାଜର କଳ୍ପବୃକ୍ଷ ଦ୍ୱିଜାତି ଉତ୍ଥାନେଉଠିବ ସକଳ ଜାତି ନିଖିଳ ଉତ୍କଳେ ।ଯୁଗେ ଯୁଗେ ସମାଜର ଚାଳକ ବ୍ରାହ୍ମଣ,ଚାଲିବ ସେ ଯେଉଁ ପଥେ, ଚାଲିବ ସମାଜସେହି ପଥେ, ହିନ୍ଦୁର ଏ ଚିରନ୍ତନ ଧାରା ।ମନୁ ପରାଶର ବଂଶେ ଯାହାଙ୍କ ଉଦ୍ଭବ,ସେହି ଦ୍ୱିଜେ ଭୁଲି ସିନା କୃତକାର୍ଯ୍ୟ ହେତୁସ୍ୱୀୟ ବଂଶୀୟ ମହିମା, ଆଚାର, ବେଭାର-ଆଦି ପୂତ ଦ୍ୱିଜ ଧର୍ମେ, ହୋଇଛନ୍ତି ହୀନ ?ଯୁଗଧର୍ମେ ଏବେ ତାଙ୍କୁ ପରଶିବ ଖରେବିଦ୍ୟୁତ ବେଗରେ ପୂର୍ବ ଜାତୀୟ ପ୍ରତିଭା,ସେହି ପୁଣ୍ୟଜ୍ୟୋତି ସ୍ପର୍ଶେ, (ଅଭିହିତ ଯେହୁବ୍ରହ୍ମତେଜ ଅଭିଧାନେ) ଜଳିଯିବ ଖରେଉତ୍କଳ ଦ୍ୱିଜାତି ଦେହୁଁ ଦୁଷ୍କୃତି କଳୁଷ,କନକ କଳୁଷରାଶି ଅନଳେ ଯେସନ ।ତହୁଁ ହେବେ ଦ୍ୱିଜାତିଏ ଷଟ୍କର୍ମ-ନିରତ,ନ କରି ଯା ଦ୍ୱିଜାତିଏ, ଯାଇଥିଲେ ଭୁଲିସ୍ୱୀୟ ପ୍ରାଧାନ୍ୟ ଗୌରବ ଖ୍ୟାତି ପଉରୁଷଏତେ କାଳଯାଏଁ, ଏବେ ପରିଗ୍ରହି ତାହାହେବେ ପୁରି ପୂର୍ବ ପରି ସଦ୍ଗୁଣ-ମଣ୍ଡିତ ।କର୍ମଭୂମି ବସୁନ୍ଧରା, କର୍ମ ପାଇଁ ସିନାହୋଇଛନ୍ତି ଜୀବଗଣେ ଅବତୀର୍ଣ୍ଣ ଏଥି ?କର୍ମଯୋଗେ ଲଭେ ଜୀବ ଉନ୍ନତିପଦବୀ,କର୍ମାଭାବେ ଅଧୋଗତି, ଏହା ସୁନିଶ୍ଚୟ ।ଛାଡ଼ି ସେହି କର୍ମ ଦ୍ୱିଜେ, ଦ୍ୱିଜସଙ୍ଗେ ପୁଣିଅପର ଜାତିଏ, ହେଲେ ସିନା ଏତେ ସରି,ଛତ୍ରିଶ ବର୍ଣ୍ଣର ଗୁରୁ ସେହି ଦ୍ୱିଜାତିରଉନ୍ନତି ଦେଖି ଉଠିବେ ଅପର ଜାତିଏ,ଖେଳିବ ସେକାଳେ ଦେଶେ ଉନ୍ନତିର ଢେଉନାନାରଙ୍ଗେ, ନାନାଭାବେ । ଉତ୍କଳ ନନ୍ଦନେଶିଖିବେ ବିଦେଶେ ଯାଇ ବିଦ୍ୟା ନାନାବିଧ,କେହି ଚାଷେ, କେହି ଶିଳ୍ପେ ବାଣିଜ୍ୟରେ କେହି,କେହି ବା ବିଜ୍ଞାନେ, କେହି ସାହିତ୍ୟେ ସଙ୍ଗୀତେନିବେଶିବେ ମନ, ଦେଶ ଲଭିବ ଉନ୍ନତି ।ଆଚରିବେ ସାମ୍ୟନୀତି ସେକାଳେ ସକଳେ,ତୁଟିଯିବ ଦ୍ୱିଜାତିର ସ୍ୱାର୍ଥର ଶୃଙ୍ଖଳ,ନ ରହିବ ଆଉ ବେଦ ପୁରାଣ ପାଠରେଏକାଧିପତ୍ୟ ତାଙ୍କର, ପ୍ରେତାନ୍ନ ଗ୍ରହଣେନ ମଣିବେ ସୁଖ ସେହୁ କିମ୍ବା ଭୈକ୍ଷ୍ୟବ୍ରତେ,ନ ମଣିବେ କେହି ପୁଣି କାହାରି ପରଶେନିଜକୁ ଅଶୁଚି, ସେହି ଭାବୀ ଶୁଭକାଳେ ।‘‘ଏହି ଯେ ବିରାଜେ ବତ୍ସ ! ବଟତରୁବରପୁରତରେ, ବହୁଶାଖ ବହୁଦୂରବ୍ୟାପୀ,ଉତ୍କଳ ଜାତୀୟ ମହାସମ୍ମିଳନୀ ଏହା,(କଳ୍ପପାଦପ ସଦୃଶ ଉତ୍କଳ-ତ୍ରିଦିବେ)ଘୁଞ୍ଚାଇବ ନିଶ୍ଚେ ସେହୁ ଉତ୍କଳ-ଦୁର୍ଗତିଭବିଷ୍ୟେ । ଚୌଦିଗବ୍ୟାପି ଚେରରୁ ତାହାରବାହାରି ଅସଂଖ୍ୟ ଗଜା, ପ୍ରାକୃତ ଉତ୍କଳେବହିଛନ୍ତି ସର୍ବେ ଗ୍ରାମ୍ୟସମିତି ଅଭିଧା,ବଡ଼ିଣ ସକଳେ ସେହୁ ଦେବେ ସମାଚ୍ଛାଦିଉତ୍କଳମଣ୍ଡଳେ, ସ୍ନିଗ୍ଧ ଶୀତଳ ଛାୟାରେ,ଭଜିବ ସୁଶାନ୍ତି ତହୁଁ ତାର ଦୁଃଖଦାହ ।ସାମ୍ୟ ଐକ୍ୟ-ସୁରସାଳ ଫଳଦାନେ ପୁଣିମେଣ୍ଟାଇବେ ତାର ଆଶା-ତୃଷ୍ଣା, ଯଥାକାଳେବତ୍ସ, ! ଏହି ମୂକ ମହାତରୁ, ଫେଡ଼ିବ ତୋମ୍ରିୟମାଣା ଜନନୀର ଦୁଃସହ କଷଣ,ତେଣୁ ସେ ଦୁଃଖିନୀ ତାକୁ ବସିଛି ଆଉଜିନିଭରି ତା ପ୍ରତି ଆଶା, ଆଣିଦେବ ସେହୁଅତୀବ ଗୌରବ ପୁଣି ସମ୍ପଦ ତାହାକୁ ।ଉତ୍କଳ ବିଚ୍ଛିନ୍ନ ଅଙ୍ଗେ ନିବସନ୍ତି ଯହିଁଉତ୍କଳୀୟ ଯେତେ, ସର୍ବେ ଭିନ୍ନ ଭିନ୍ନ ନାମେ,ମାତ୍ର ନାହିଁ ଶୋଣିତରେ ଭେଦାଭେଦ କିଛି,ନଦୀ, କୂପ, ତଡ଼ାଗାଦି ବିଭିନ୍ନ ଆଧାରେରହି ଜଳ, ଧରେ ଯଥା ଭିନ୍ନ ଭିନ୍ନ ନାମ,ମାତ୍ର ପଦାର୍ଥରେ ଏକ, ଅଟେ ଧ୍ରୁବ ଏହା ।ଏହି ମହା ବୀଜମନ୍ତ୍ରେ ଦେବ ଜୀବନ୍ୟାସଉତ୍କଳ-ଜାତୀୟ-ମହାସମିତି ଉତ୍କଳେ ।ବତ୍ସ ! ଏ ମହାତରୁର ମୂଳ ଏକା ସେହିଜଗତଜନକ ପ୍ରଭୁ ଜଗନ୍ନାଥ କୃପା,ଶାଖା, -ତୋର କତିପୟ ଯୋଗ୍ୟତମ ଭ୍ରାତା,ଉପଶାଖା, ପତ୍ର ତାର ଆନ ଉତ୍କଳୀୟେ ।ପ୍ରତିବର୍ଷ ରୁଣ୍ଡ ହୋଇ ଏ ମାତୃମଣ୍ଡପେଉତ୍କଳର ଯୋଗ୍ୟ ସୁତେ, ମହା ସମାରୋହେଆଚରନ୍ତି ମାତୃଯଜ୍ଞ, ଦୀନା ଜନନୀରଭାବୀ ଶୁଭ ଅଭିପ୍ରାୟେ, ପୂଜି ନାନାଭାବେମାତୃଭୂମି ପାଦପଦ୍ମେ ଦୁଇଦନ ଯାଏଁ,ସାଙ୍ଗ କରି ଯାଗ ସର୍ବେ ଗମନ୍ତି ନିଳୟେ ।ସେ ପୁଣ୍ୟ ଦିବସଦ୍ୱୟ ପର୍ବତିଥି ପ୍ରାୟଉତ୍କଳେ ପାଳିତ ହେବ ପ୍ରତ୍ୟେକ ଗୃହରେ,ଆସିବ ସେ ଶୁଭଦିନ ଅଦୁର-ଭବିଷ୍ୟେ ।ସେ ଦିନ ଆବାଳବୃଦ୍ଧ ଉତ୍କଳବାସୀଏ,ହୋଇଣ ସକଳେ ମାତୃବ୍ରତପରାୟଣବାନ୍ଧିବେ ଭକ୍ତିରେ ବାହେ ମହାବ୍ରତ-ଡ଼ୋରମନ୍ତ୍ରି ତାକୁ ମାତୃ-ମହାମନ୍ତ୍ରେ, ପୁଣି ତହିଁପକାଇ ପ୍ରତିଜ୍ଞା-ଗଣ୍ଠଠି ଏକତା ନାମରେ ।ଖେଳିବ ମାତୃମମତା ସମସ୍ତଙ୍କ ହୃଦେନାନାରଙ୍ଗେ, ସିନ୍ଧୁବକ୍ଷେ ବୀଚିମାଳାପ୍ରାୟ,ଜାଗିବ ଜାତୀୟ ଭାବ, ଉତ୍ସାହ ଉଦ୍ୟମ,ନୈତିକ ବଳରେ ସର୍ବେ ହେବେ ବଳବାନ,ଛାଡ଼ିଯିବ ଦେହୁଁ ତହୁଁ କାପୁରୁଷ ଭାବ ।ଭାବୀ ଶୁଭଦାତ୍ରୀ ଏହି ମହାସମ୍ମିଳନୀସମ୍ପ୍ରତି ପୌଗଣ୍ଡ ଶିଶୁ, ନବମ ବରଷେକରିଛି ସେ ପଦାର୍ପଣ ଅଳ୍ପଦିନ ହେଲା ।ହୋଇ ନାହିଁ କର୍ଯ୍ୟକ୍ଷମ, ଭାଷୁଛି କେବଳମଧୁର କୋମଳ ବାଣୀ, ଆଶା ଉଦ୍ଦୀପନୀ,ଶୁଣୁଛି ତା ଅବିହିତେ ଉତ୍କଣ୍ଠେ ଉତ୍କଳ,ଅବ୍ୟର୍ଥ ସେ ବାଣୀ, ଗୁରୁ ଚଳନ ସମୟେ-ଉଇଁଲା ମେଘର ଘୋଷ ଅବ୍ୟର୍ଥ ଯେସନ ।ପୁଷ୍ପ ଦୃଷ୍ଟେ ଫଳ ଆଶା ପ୍ରାୟ, ଦେଖି ତାରକୈଶୋର ପ୍ରତିଭା ଦୀପ୍ତି ପ୍ରତେ ହୁଏ ମନେ,-ପାଇଲେ ମୁଣ୍ଡକୁ ହାତ ଏ ଶିଶୁର, ହେବକର୍ମବୀର, ପୁଣି କର୍ମ ଶିଖାଇବ ମନେ,ପ୍ରଚାରିବ ମହାଦୀକ୍ଷା, ଆତ୍ମନିର୍ଭରତାସମଗ୍ର ଉତ୍କଳେ, ବାଇ ଚୈତନ୍ୟ-ଧେଣ୍ଡୁରା ।ଏହିରୂପେ ସର୍ବମତେ ଗୁରୁରୂପେ ସେହୁଦେବ ଉନ୍ନତିର ସନ୍ଥ, ଅଭ୍ୟାସିଣ ତାହାମୁକ୍ତ ହେବେ ଉତ୍କଳୀୟେ ଅନ୍ନବସ୍ତ୍ରାଭାବୁଁ ।ଗାର୍ହସ୍ଥ୍ୟ ଅଭାବ ମଧ୍ୟେ ଅନ୍ନବସ୍ତ୍ରାଭାବଅଟଇ ପ୍ରଧାନ ସିନା, ମୁକ୍ତ ହୋଇ ତହୁଁ,ରତ ହେବେ ଜାତିଦେଶ ସ୍ୱଧର୍ମ ଚିନ୍ତାରେଉତ୍କଳୀୟେ, ଲୁପ୍ତରତ୍ନ କରିବେ ଉଦ୍ଧାର ।‘‘ସକଳ ଉନ୍ନତି ମୂଳ ସ୍ୱଧର୍ମ ଉନ୍ନତି,ଅସାର ସଂସାର ମଧ୍ୟ ଧର୍ମ ହିଁ କେବଳସତ୍ୟ ନିତ୍ୟବସ୍ତୁ, ପୁଣି ସେହୁ ଦାନ, ଦୟା,କ୍ଷମା, ସତ୍ୟ ସରଳତା, ସ୍ନେହ, ଭକ୍ତି, ପ୍ରୀତି,ନତି, କୃତଜ୍ଞତା, ଆଉ ପରୋପକାରାଦି-ଅପାର୍ଥିବ ଉପାଦାନେ ଅତି ଉପାଦେୟ,ପରମେଷ୍ଠି ସୃଷ୍ଟିମଧ୍ୟେ ଧର୍ମଛଡ଼ା ହୋଇନାହିଁ ରେ ଗୋଟିଏ ସୁଦ୍ଧା କେହି ଚରାଚରେ,ଧର୍ମ ବଳେ ମହାଶୂନ୍ୟେ ରହିଛି ଧରଣୀ,ଧର୍ମଯୋଗେ ବେଳା ମଧ୍ୟେ ମହା ପାରାବାରରହିଛି ଆବଦ୍ଧ ସଦା, ସମ୍ୱରି ନିଜରଚରାଚରଗ୍ରାସୀ ରୁଦ୍ର ବିରାଟ ପ୍ରଭାବ ।ଧର୍ମେ ଚନ୍ଦ୍ର ସୂର୍ଯ୍ୟ ବେନି ପର୍ଯ୍ୟାୟକ୍ରମରେହେଉଛନ୍ତି ଆତଯାତ ସୃଷ୍ଟି ପ୍ରାରମ୍ଭରୁ,ବହୁଛି ପବନ ଦେଇ ଜୀବେ ଜୀବଦାନ ।ପରିଦୃଶ୍ୟମାନ ଏହି ଜଗତ ମଧ୍ୟରେବୋଲାନ୍ତି ଯେମାନେ ବଡ଼, ତାଙ୍କ ବଡ଼ପଣଏକା ସିନା ଧର୍ମ ଯୋଗୁଁ ! ଦେହାନ୍ତେ ଦେହୀରମୁକ୍ତିଲାଭ, ଅଟେ ସିନା ମର୍ତ୍ତ ଉପାର୍ଜିତ-ଧର୍ମ ପରମ ଫଳ ! ମଧୁର, ରସାଳ ।ଧର୍ମ ଇହପରକାଳେ ବନ୍ଧୁ ମାନବର,ପୁଣି ତାହା ସମାଜର ବନ୍ଧନୀସ୍ୱରୂପ,ସେ ବନ୍ଧନୀ ଯେତେ ଦୃଢ଼ ଯେଉଁ ସମାଜର,ସେ ସମାଜ ଧରଣୀରେ ତେତିକି ଉନ୍ନତ ।ଅତଃ ଧର୍ମହୀନ ନର ପଶୁର ସମାନ,ଶରୀରର ଭାରମାତ୍ର ଧର୍ମହୀନ ପ୍ରାଣ ।ସର୍ବୋନ୍ନତି ଅଗ୍ରଦୂତୀ ସେହି ଧର୍ମୋନ୍ନତିଛୁଇଁବ ଉତ୍କଳେ ଯେବେ, ନିଶ୍ଚେ ସେହି ଦିନ,ଜାଣିବୁ ତୋ ଜନନୀର ଘୁଞ୍ଚିବ କୁଗ୍ରହ,ସେହି ଦିନ ଘୂଞ୍ଚିବ ତା ଅଭାଗୀ ଅଭିଧା ।‘‘ସମ୍ପର୍କିତ ସର୍ବୋନ୍ନତି ମାତୃଭାଷା ସହ,ଶିର ସଙ୍ଗେ ଯଥା ଅଙ୍ଗପ୍ରତ୍ୟଙ୍ଗନିଚୟ,ଏ ବିରାଟ ନରସୃଷ୍ଟି-ଶୃଙ୍ଖଳା ଭିତ୍ତିକା,ଅଛି ସିନା ପ୍ରତିଷ୍ଠିତ ମାତୃଭାଷା ପୃଷ୍ଠେ ।ଏକା ତାହା ଯୋଗେ ଏହି ମାନବ ଜଗତସୁପରିଚାଳିତ ସଦା, ପୁଣି ନିୟନ୍ତ୍ରିତ,ଯନ୍ତ୍ରୀ ଯୋଗେ ଯନ୍ତ୍ର ଯଥା । ଦୁର୍ବଳ ମାନବଭାଷାବଳେ ବଳୀୟାନ, ମେଧାବୀ, କର୍ମଠ,ଜାତୀୟ ସାହିତ୍ୟ ସର୍ବ ଜାତିର ସମ୍ୱଳ,ଜନନୀ ତାହାର ଭାଷା, ପ୍ରତିପାଳେ ସେହୁଆମରଣ ନରକୁଳେ, ଅଭାବେ ତାହାରହୋଇଯିବ ସୃଷ୍ଟି-ସିନ୍ଧୁ ଚିର ନିର୍ଲହର,ବତ୍ସ ! ମାତୃସମା ତୋର ସେହି ମାତୃଭାଷାଲଭିବ ଶ୍ରୀବୃଦ୍ଧି ଏହି ସମ୍ମିଳନୀ ଯୋଗେ ।ଏ ମହା ଜାତୀୟ ସଭା ଅଟେ ଉତ୍କଳରକାମଧେନୁ, ପିଆଇ ସେ ଉନ୍ନତିସ୍ୱରୂପଦୁଗ୍ଧଧାରେ, ପ୍ରାକୃତିକ ଉତ୍କଳ ମଣ୍ଡଳେ,ଗଢ଼ିବ ତା ଭବିଷ୍ୟତ ଜାତୀୟ ଜୀବନନବେ ଭାବେ, ତହୁଁ ଲଭି ସେହୁ ନବପ୍ରାଣ-ନବବଳ, ନିୟୋଜିବ ମନପ୍ରାଣ ଦେହସୁଶିକ୍ଷାରେ ଦିବାରାତ୍ର, ଶିଷ୍ଟ ଚାଟପ୍ରାୟମଣିବ ସେ ସଦା ଶିକ୍ଷା ଜ୍ଞାନ, ଶିକ୍ଷା ଧ୍ୟାନ,ଶିକ୍ଷା ହିଁ ସମ୍ୱଳ, ପୁଣି ବଳ ଦୁର୍ବଳର ।ବିଶ୍ୱାତ୍ମା ଦର୍ଶନ ପାଇଁ ଭକ୍ତ ଆତ୍ମା ଯଥାସତତ ଆତୁର, ତଥା ଉନ୍ନତି ସକାଶେହୋଇ ସେ ବ୍ୟାକୁଳଚିତ୍ତ, ଅନ୍ୱେଷିବ ତାକୁବଜ୍ରଦୃଢ଼ ନିଷ୍ଠାଯତ୍ନ ଏକାଗ୍ରତା ସହ ।ଦେଖିଣ ଏ ସୁକଠୋର ସାଧନା ତାହାର,ପରିତୃଷ୍ଟି ଲଭି ଦେବ ନୀଳାଚଳପତି,ବରଗିବେ ବେଗେ ଏହି ଉତ୍କଳ ଭୁବନେଉନ୍ନତି ଦେବୀଙ୍କି, ତହୁଁ ଆସିଣ ସେ ଦେବୀସ୍ୱୀୟ ଦିବ୍ୟଜ୍ୟୋତି-ଜଳେ, (ଶୀତ, ସ୍ୱଚ୍ଛ, ପୁତ)କରିବେ ବିଧୌତ ତୋର ଜନନୀ ଶରୀରୁବହୁ ଦିବସ-ନିବଦ୍ଧ ଅବନତି-ମଳ,ପୂର୍ବ ପରି ଦାଉ ଦାଉ ଦିଶିବ ତା ତେଜ,ଗଣା ହେବ ଧନୀ ତେବେ ଦଶଜଣ ସହ ।ଉତ୍କଳ-ଆଶା-ଆକାଶ-ନବଧ୍ରୁବ ତାରାଏହି ବାଳ ସମ୍ମିଳନୀ, ଛୁଇଁଲେ ଯୌବନପ୍ରକାଶିବ ସ୍ୱମହିମା ଦିଗନ୍ତବ୍ୟାପିନୀ ।କହ ବତ୍ସ ! ଯାଇ ଏବେ ଭ୍ରାତୃଗଣେ ତୋର,କରି ନାହିଁ ଅତିକ୍ରମ ଯାବତ ଶିଶୁପୌଗଣ୍ଡେ, କରନ୍ତୁ ତାକୁ ତାବତ ସକଳେସାଦରେ ସସ୍ନେହ ମନେ ଲାଳନପାଳନ ।ତା ଯୋଗୁଁ ତୋ ଜନନୀର ଘଟିବ ନିକରଅଦ୍ଭୁତ ପରିବର୍ତ୍ତନ, ବିଷମ ବ୍ୟାଧିରୁଦୈବେ ମୁକ୍ତ ହେଲେ ରୋଗୀ ଘଟେ ଯଥା ତାରରୋଗକ୍ଷୀଣ ଶରୀରର ଆଶ୍ଚର୍ଯ୍ୟ ଉନ୍ନତି,ଆସିବ ସେ ଶୁଭଦିନ ସ୍ୱଳ୍ପ ଭବିଷ୍ୟତେ ।ଅବନତି-ଫଣିନୀର ସୁତୀବ୍ର ଗରଳେଘାରିଛି ଉତ୍କଳ, ଏହି ଜାତୀୟ ସମାଜ,ହୋଇ ଗାରୁଡ଼ିଆ ପ୍ରାୟ, ଉଡ଼ାଇ ସେ ବିଷେଜାତୀୟ ସଙ୍ଗୀତରୂପୀ ଗାରୁଡ଼ି ମନ୍ତ୍ରରେ,କରିବ ନିର୍ବଷ ତାକୁ, ଉଠିବ ସେ ତହୁଁଚେତା ଲଭି, ପୂର୍ବ ପରି ହେବ କାଯ୍ୟକ୍ଷମ ।ସେହି ଭାବୀ ଶୁଭକାଳେ ବର୍ଷିବ ତା ଭାଗ୍ୟେରାଜକୃପା, ମହିମିତ ଦେବ-କୃପା ସମ,ହେବ ତାହା ବତ୍ସ ! ମଣିକାଞ୍ଚନ ସଂଯୋଗ ।ରାଜାଦେଶେ ଲାଗିବ ତୋ ଜନନୀ ଶରୀରେଛିନ୍ନ ଉତ୍ତମାଙ୍ଗ ଆସି ଦକ୍ଷିଣ ପ୍ରଦେଶୁ,ହସିବ ସେ ମଥା ଲଭି ଭୁଲି ସବୁ ବ୍ୟଥା,ଉତ୍କଳର କୋଟିକଣ୍ଠୁ ଉଠିବ ସେକାଳେ-ଜୟ ଭାରତର ଭାଗ୍ୟ ଭାରତ-ସମ୍ରାଟ !‘‘ବତ୍ସ ! ତୋ ବିନତିକ୍ରମେ ବଖାଣିଲି ସବୁଉତ୍କଳର ଭାବୀ, ଭୂତ, ବର୍ତ୍ତମାନ ଦଶା,ଶୁଣିଲୁ ସକଳ, ପୁଣି ଦେଖିଲୁ ନୟନେନାନା ଚିତ୍ର, ( ବିଷମୟ ବିଭୀଷିକାମୟ )ଯିବି ଏବେ ମୁହିଁ ବତ୍ସ ! ଉନ୍ନତିଙ୍କ ପାଶେ,ନୀଳାଚଳପତିଙ୍କର ପବିତ୍ର ଆଦେଶେଆଣି ସେ ଦେବୀଙ୍କି, ଖରେ ସ୍ଥାପିବି ଉତ୍କଳେ,ଲଭିବ ସେ ପୂର୍ବ ପରି ସୁଖ ଷୋଳକଳା,ଘେନୁଛି ବିଦାୟ ଏବେ ଥାଅ ରେ କାଳୁତ ।’’ଏହା ଭାଷି ଦେବୀ ଉଭା ହୁଅନ୍ତେ ଚଞ୍ଚଳେ,ହଲିଲା ମୁକୁଟ ପୁଣି ଉଡ଼ିଲା ପଣତଝଟକାଇ ମହାବିଭା, ସେହି ଦିବ୍ୟଜ୍ୟୋତିଃନ ପାରି ସହି ମୋ ଆଖି ଗଲା ବୁଜି ହୋଇ,ପଲକାନ୍ତେ ନେତ୍ର ଫେଡ଼ି ଦେଖିଲି ବିସ୍ମୟେ,ନାହାନ୍ତି ସେ ସ୍ଥାନେ ଆଉ ଉତ୍କଳ-କମଳାକିମ୍ବା ଉତ୍କଳଜନନୀ-ବିଷାଦ-ବିଦଶା !ନାହିଁ ସେହି ମାୟାତରୁ, ମାୟାଦୃଶ୍ୟ ଆଦି,ବସିଛି ମୁଁ ପୂର୍ବସ୍ଥାନେ ଏକୁଟିଆଭାବେପୂର୍ବ ପରି, ଅନ୍ୟ ସବୁ ହୋଇଛି ଅନ୍ତରଛାୟାବାଜି ପ୍ରାୟ, ଦେଖି ହେଲି ମୁଁ ସ୍ତମ୍ଭିତ,ଅଦୃଷ୍ଟ ଅଶ୍ରୁତପୂର୍ବ ସେ ମାୟା ଘଟନା,ସଞ୍ଚାରିଲା ଆଶା ମୋର ମୁମୂର୍ଷୁ ଜୀବନେ,ତହୁଁ ରହିଛି ମୁଁ ସଦା ଉତ୍ପକ୍ଷ୍ମ ନେତ୍ରରେସ୍ୱଦେଶର ଭାବୀ ଭାଗ୍ୟ ଦର୍ଶନ ଆଶ୍ରୟେ ।