ଉପବନ ଭାବନା
୧୮୭୫–୧୯୨୮
- ସଂକଳନ: ନିର୍ଝରିଣୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୨୮
- ସ୍ଥିତି
- ସାର୍ବଜନୀନ (Public domain)
ନାନାବିଧ ପୁଷ୍ପ ଉପବନେସୁଶୋଭିତ ଶିଶିର ମଣ୍ଡନେ,ପାଇ କାଞ୍ଚନ ବରଣ ବାଳମିହିର−କିରଣସୁଧୀର ସମୀରେ କମ୍ପି କିବା ମନୋଲୋଭା ।ଧରାଧାମେ ଅବତୀର୍ଣ୍ଣ ନନ୍ଦନର ଶୋଭା ।ବିବାହେ ହୁଅନ୍ତି ଯେହ୍ନେ ଠୁଳମନୋରମା ସୀମନ୍ତିନୀକୁଳ,ଆନନ୍ଦ−ମିଶ୍ରିତ−ଦୁଃଖ ଲୋତକ−ମଣ୍ଡିତ−ମୁଖଅପୂର୍ବ−ଭାବ−ଆବେଶ ଦିଶେ ଚାରୁତର,ସହଜେ ସ୍ୱକର୍ମେ ସର୍ବେ ସଦା ତରତର ।ବାସିଫୁଲ ଉପେକ୍ଷିଣ ଅଳିଯାଏ ସଜ ପୁଷ୍ପ ପାଶେ ଚଳି,ତେଜି ନରେ ପୁରାତନ ଅନୁସରନ୍ତି ନୂତନପତିପ୍ରାଣା ନିଜନାରୀ ତ୍ୟଜେ ବିଟଜନ,କରଇ ସେ ସୁଧା ତ୍ୟଜି ଉଚ୍ଛିଷ୍ଟ ଭୋଜନ ।ପୁଷ୍ପୁଁ ପୁଷ୍ପାନ୍ତରେ ଭୃଙ୍ଗ ଉଡ଼ିପାନ କରେ ମଧୁ ରସେ ବୁଡ଼ି,ରସ ଥିଲେ ସର୍ବେ ପାଶେ; ସର୍ବେ ଦୂରେ ରସନାଶେ,କପଟ ବନ୍ଧୁଏ ଯେହ୍ନେ ସମ୍ପଦର ସାତିବିପଦେ ପାସୋରି ଯେଝା ବାଟ କାଟି ଯାନ୍ତି ।ସଦ୍ୟ ପ୍ରସ୍ଫୁଟିତ ଏକ ଫୁଲରସଭରେ ହୋଇଛି ଉତ୍ଫୁଲ୍ଲ,ଯୌବନରେ ନରନାରୀ ପରିଣାମ ନ ବିଚାରିଯେହ୍ନେ ଦେଖାଇ ହୁଅନ୍ତି ସୌନ୍ଦର୍ଯ୍ୟସମ୍ପଦ,ବିଷମ ଉନ୍ମାଦ ସିନା ଯୌବନର ମଦ ।କାହିଁ ଏକ ସୁମନ ବିନୟୀଝୁଲି ଝୁଲି ଲୁଚେ ଲଜ୍ଜା ବହି,ନିସର୍ଗସୁନ୍ଦର ଯେହୁ ଆନନ୍ଦନିଳୟ ସେହୁବିନୟ ମିଶି ଲାବଣ୍ୟ ହୁଏ ଦ୍ୱିଗୁଣିତ,ସମ୍ପଦେ ଆନତ ହେବା ମହତ ଚରିତ୍ର ।ପ୍ରଭାହୀନ ଆରେକ ସୁମନହୋଇଛି କି ବ୍ରୀଡ଼ାରେ ମଉନ ?ଧନିପାଶେ ନିର୍ଦ୍ଧନର ଏସନ ହିଁ ଅନାଦରଦୁଃଖୀ−ଦୁଃଖ ବୁଝିପାରେ ସିନା ଦୁଃଖୀଜନଦୀନତା ଅଟଇ ଏକା ବିନୟ କାରଣ ।ବାସିଫୁଲ ଯାଇଛି ମଉଳି,ବିଷାଦେ କି ପଡ଼ିଛି ଝାଉଁଳି ?ଆସିଣ ଗ୍ରାସିଲେ ଜରା ଏସନ ବିଷାଦେ ଭରାଶ୍ଳଥଚର୍ମ ପକ୍ୱକେଶ ଅସ୍ତମିତବଳନିଷ୍ପ୍ରଭ ହୁଅନ୍ତି ସିନା ମାନବ ସକଳ ।କେଉଁ ପୁଷ୍ପ ପଡ଼ିଅଛି ଖସି,କିଏ ଅବା ଫୁଟେ ହସି ହସି,କାହାର ଆସୁଛି ଦିନ କେ ଅକାଳେ ପ୍ରଭାହୀନ,ଉଦ୍ଭିଜ୍ଜ ଜଡ଼ ଚେତନ ସମସ୍ତେ ଅସ୍ଥିରଧନୀ ନିର୍ଦ୍ଧନ ପଣ୍ଡିତ ମୂର୍ଖ ଭୀରୁ ବୀର ।କୁଳିଶ−କଠୋର−ଦ୍ରୁମଚୟସୁକୋମଳ−ବ୍ରତତୀ−ଆଶ୍ରୟ,ସାହାସୀ ନର ଶରଣେ ଅବଳା ନାରୀ ଯେସନେନିଶ୍ଚିନ୍ତେ, ନିର୍ଭୟେ, ସୁଖେ କାଟନ୍ତି ଦିବସପୁରୁଷନାରୀ ମଧ୍ୟେ ଏ ବିଚିତ୍ର ରହସ୍ୟ ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ