ଜରା-ମରଣ
୧୮୭୫–୧୯୨୮
- ସଂକଳନ: ନିର୍ଝରିଣୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୩୬
- ସ୍ଥିତି
- ସାର୍ବଜନୀନ (Public domain)
ତ୍ରିତାପେ ତାପିତ ଏ ମାନବ ପ୍ରାଣ,ନିୟତି ହସ୍ତେ ଆହା କି ହତମାନ !ନରଶରୀର ଜରା−ବ୍ୟାଧିର ଘର,ଯାହା ଜ୍ୱାଳାରେ ସଦା ଜଳେ ଅନ୍ତର ।ଲାବଣ୍ୟେ ଢଳ ଢଳ ତରୁଣୀ−ତନୁ,ବାରେ ଦେଖିଲେ ଯାହା ନ ଯାଏ ମନୁ ।ବ୍ୟାଧି−ଜରା−ସଂସ୍ପର୍ଶେ ଆସନ୍ତେ ତାହା,କିବା ନିରସ ଶୁଷ୍କ ହୁଅଇ ଆହା ।ସିଂହର ଶକ୍ତି ଥାଏ ନରଦେହରେଅଲକ୍ଷ୍ୟେ ବ୍ୟାଧିଜରା ହରଣ କରେ ।ସହସା ବୁଦ୍ଧି ଆଦି ପ୍ରବୃତ୍ତି ଦଳଜରା−ବ୍ୟାଧିରେ ସର୍ବ ହୁଏ ନିର୍ବଳ ।ଗୁପ୍ତ ବେଶରେ ଜଗି ବସି ମରଣଅକାଳେ ପ୍ରେମପାତ୍ର କରେ ହରଣ ।ନବକାନ୍ତ−ଅଙ୍କରୁ ନବୀନା ନାରୀଝିଙ୍କି ନିଅଇ ଯମ ବଜ୍ର ପ୍ରହାରି ।ଯୌବନ−ପ୍ରଭାତରେ ସୁନ୍ଦରୀ ସତୀହରାଇ ବସେ ହାହାକାରେ ସ୍ୱପତି ।ପୂର୍ଣ୍ଣେନ୍ଦୁ ନିଭାନନ ପ୍ରାଣ ନନ୍ଦନସନ୍ତାନବର୍ଗେ ମୃତ୍ୟୁ କରେ ହରଣ ।ଶୋକେ ବିଦୀର୍ଣ୍ଣ କରି ସନ୍ତାନ ପ୍ରାଣ,ମାତା ପିତା କରନ୍ତି ସ୍ୱର୍ଗେ ପ୍ରୟାଣ ।ଶୂନ୍ୟ ନୀରସ କରି ବିଶ୍ୱସଂସାରବିସର୍ଜି ଯାଏ ବନ୍ଧୁ ବନ୍ଧୁକୁ ତାର ।ମୃତ୍ୟୁ−ହସ୍ତେ ସଂସାର କି ହୀନମାନନୁହେଁ ସଂସାର ସୁଖ ଶାନ୍ତିର ସ୍ଥାନ ।ତଥାପି ଅଛି ଆରେ ପରାଣ−ପକ୍ଷି,ଆଶ୍ରୟତରୁ ମନେ ଥାଅ ତୁ ରଖି ।
ସମ୍ବନ୍ଧିତ ରଚନା
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ
ନବବର୍ଷା ଭାବନା
ନନ୍ଦକିଶୋର ବଳ