କାକ ବାରତା
୧୮୭୫–୧୯୨୮
- ସଂକଳନ: ନିର୍ଝରିଣୀ
- ପଢ଼ିବା ସମୟ
- ୧୦ ମିନିଟ୍
- ଶବ୍ଦ
- ୧୫୨୫
- ସ୍ଥିତି
- ସାର୍ବଜନୀନ (Public domain)
-୧-ଡାମରାକାଉରେ ଡାମରା କାଉ,ଉଞ୍ଚ ପରବତେ ବୋବାଉଥାଉ ।ଉଞ୍ଚ ପରବତ ଘୁଞ୍ଚିଘୁଞ୍ଚିକା,ତହିଁରେ ବସିଛି ତିନିମଞ୍ଜିକା ।ତିନି ତିନି ପଣ ଅଠର ପଣ,ଭାଇଙ୍କି ଡକାଇ କଉଡ଼ି ଗଣ ।କଉଡ଼ି ଗଣାରେ ପାହିଲା ରାତି,ଚୋର ନେଇଗଲା କଜଳପାତି ।ଷାଠିଏ ଟଙ୍କାର ବଳଦ ମଲା,ଏକା କାଳୀଗାଈ ମଥାନ କଲା ।ଆସ ଗୋ ସଙ୍ଗାତ ଗାଧୋଇଯିବା,କାଇଞ୍ଚିକାକୁଡ଼ି ତୋଳି ଆଣିବା ।କାଇଞ୍ଚିକାକୁଡି ମୁଣ୍ଡରେ ପିତା,ଛଅ ବୋହୂଙ୍କର ଛଅ ଦୁହିତାକାଳେ ଛଅ କନ୍ୟା ଯୁବତୀ ହେଲେଛଅ ବର ଆସି ତାହାଙ୍କୁ ନେଲେ ।କାନ୍ଦନ୍ତି ବିକଳେ କହିଣ ମାତା—“ନିଷ୍ଠୁର ଅଟଇ ତୋ ବିଧି ଧାତା ।”ଡାମରାକାଉରେ ଡାମରାକାଉ,ଜନନୀ ନିକଟେ କି ଗୀତ ଗାଉ ?ଏ ମାୟା−ସଂସାର−ତତ୍ତ୍ୱ−କାହାଣୀକହୁ କି ରେ କାକ ତହିଁ ବଖାଣି ?“ସଂସାର ଅଟଇ ବିଷମ ମାୟା;କାୟା ଛଳେ ତାହା ଅସାର ଛାୟା ।”ଡାମରାକାଉ ରେ ଡାମରାକାଉ,ସତ ମିଛ କହି କି ଯଶ ପାଉ ?-୨-ଡାମରାକାଉ ରେ ଡାମରାକାଉ,ବନ ପର୍ବତରେ ତୁ ରାବୁଥାଉ ।ସେ ବନ ପର୍ବତ କୁଞ୍ଚିକୁଞ୍ଚିକା,ଲୋଟଇ ତା ଶିଖେ ବନ ଲତିକା ।ଫୁଟେ ଲତା−ଅଙ୍ଗେ ସଜ ସୁମନ,ବହେ ଦକ୍ଷିଣରୁ ମନ୍ଦ ପବନ ।ତୁନି ତୁନି ହୋଇ ପବନ ଲତା,କେତେ ସୁହାଗରେ କହନ୍ତି କଥା ।ସେ ନିର୍ଜ୍ଜନ ଦେଶେ ମନ୍ଦ ପବନ,ପୁଷ୍ପ ଚାରୁଗଣ୍ଡେ କରେ ଚୁମ୍ୱନ ।ଗୁଣୁ ଗୁଣୁ ସ୍ୱନେ ଆସେ ଭ୍ରମର,ମଞ୍ଜୁ ଗୁଞ୍ଜେ ପୁଷ୍ପେ କରେ ଆଦର ।ଗିରି−ନିର୍ଝରିଣୀ ଗିରି−କନ୍ଦରା,ପ୍ରସାରନ୍ତି ତହିଁ ଶୋଭାପସରା ।ନିରେଖି ନିର୍ଝରେ କିପାଁ ରେ କାଉ,ଉଚ୍ଚେ ଘନ ଘନ ତୁ ରାବୁଥାଉ ?ମଳୟ−ପବନ−କୁସୁମ−ଭାବକହିଣ ମଧୁପେ ଦେଉ କି ରାବ ?“ବୃଥା ପ୍ରେମେ ଅଳି ଭୁଲୁ କାହିଁକି,ସର୍ବେ ସ୍ୱାର୍ଥପର ଜାଣୁ ନାହିଁକି ?ନିଜସୁଖ ସର୍ବେ ଲୋଡ଼ନ୍ତି ଭବେ,ପର ନେତ୍ରେ ଧୂଳି ଦିଅନ୍ତି ଲବେ ।’’ଅବିଶ୍ୱାସ−କଥା ଶୁଣି ତୋ ମୁଖେ,ମ୍ରିୟମାଣ ହୁଏ ଦ୍ୱିରେଫ ଦୁଃଖେ ।ସାତ ପାଞ୍ଚ ପାଞ୍ଚ ତେଜି ସୁମନେଯାଏ ଉଡ଼ି କାହିଁ ବିରସ ମନେ ।ଡାମରାକାଉ ରେ ଡାମରାକାଉ,ସତ ମିଛ କହି କି ଯଶ ପାଉ ?-୩-ଡାମରାକାଉ ରେ ଡାମରାକାଉ,ଗହନକାନ୍ତାରେ ତୁ ରାବୁଥାଉ ।ପ୍ରାବୃଟରେ ବନ ନବୀନ ଛବିଧରେ ଯା, ନ ବର୍ଣ୍ଣି ପାରଇ କବି ।ନୀଳ ନଭେ ଦେଖି ନବ ନୀରଦ,ଉଚ୍ଚେ ବର୍ହୀ ଛାଡ଼େ ଷଡ଼ଜ ଶଦ୍ଦ ।ଉତ୍ପୁଚ୍ଛ−କଳାପି−ଆନନ୍ଦ−ସ୍ୱନଶୁଣିଣ ମୟୂରୀ ହୁଏ ଉଚ୍ଛନ୍ନ ।ଗହନ ଅରଣ୍ୟ ପ୍ରକୃତି ଶୋଭାସଂସାରବିରାଗିନୟନଲୋଭା ।ନିଘଞ୍ଚ ନିକୁଞ୍ଜ−ଗହନ−ବନେକ୍ରୀଡ଼େ ନିର୍ଜନତା ନିବିଷ୍ଟ ମନେ ।ବିଗତ ଯୁଗରୁ ରାଜେ ସରସୀ,ହସେ ସରୋଜିନୀ ତା ଅଙ୍କେ ବସି ।ବିକଚ−କମଳ−କୋଷ−କାସାରକି ସେ ପଦ୍ମାଳୟା−ଛାୟା−ଆଧାର ?ସରସୀ ସକାଶେ ମୃଗଦମ୍ପତିଭୁଞ୍ଜନ୍ତି ମଧୁର ପ୍ରେମ−ସମ୍ପତ୍ତି ।ମୃଗେ ମୃଗବଧୂ ଲୋଳ ଲୋଚନାବୋଲଇ “ହେ କାନ୍ତ, ପାଶୁଁ ଯାଆ ନା ।”ପିତୃକୁଳ ତେଜି ଧାଏଁ ତଟିନୀହେବାକୁ ସୁଦୂର ସିନ୍ଧୁ ସଙ୍ଗିନୀ ।ତଟିନୀତଟରେ ତୁଙ୍ଗ ବିଟପୀଉଭା ଘନ ଗୁଳ୍ମ ଲତାକୁ ଟପି ।ପାଦତଳେ ତାର ସ୍ୱପତିରତାଲୋଟଇ ଲଳିତ ଲବଙ୍ଗଲତା ।ଲତାଯୁକ୍ତ ସେହି ଉତ୍ତୁଙ୍ଗ ବୃକ୍ଷେରଥାଙ୍ଗ ମିଥୁନ କ୍ରୀଡ଼ନ୍ତି ସୁଖେ ।ଅଦୂରଦର୍ଶିନୀ ପ୍ରେମଗର୍ବିଣୀରଙ୍ଗେ ନାଚେ ଚକ୍ରବାକ−ଗୃହିଣୀ ।ଡାମରା କାଉରେ ଡାମରାକାଉ,ସେ ପ୍ରେମରାଜ୍ୟେ ତୁ କି ଗୀତ ଗାଉ ।ପ୍ରେମାନ୍ଧ ଦମ୍ପତି ହୃଦୟ ଜାଣିବର୍ଣ୍ଣୁ କି ରେ କାକ ତତ୍ତ୍ୱକାହାଣୀ ?“ଆହା କି ଭ୍ରାନ୍ତିରେ ପୂର୍ଣ୍ଣ ଜଗତ,କିପାଇଁ ସଂସାରୀ ଏତେ ଉଷତ !ଯାଉଛି ପ୍ରାବୃଟ ଆସେ ଶରଦ,ରହିବ ନାହିଁତ ବର୍ହି−ଆନନ୍ଦ ।ଆସିବ ବାସର ଅନ୍ତେ ଯାମିନୀହସିବ କି ସେ କାଳରେ ପଦ୍ମିନୀ ?ନିଷାଦ ବାଗୁରା ଯେବେ ପାତିବ,ହରିଣୀକୁ ଛାଡ଼ି ହରିଣ ଯିବ ।ଧାଏଁ ନଦୀ ସିନ୍ଧୁ−ପ୍ରଣୟେ ବାଇ,ସେ ତାକୁ ଫିଙ୍ଗଇ ଉର୍ଦ୍ଧ୍ୱେ ଉଠାଇ ।ବିଟପି−ଅଙ୍ଗରେ ଲତା ଲୋଟଇ,ବାତେ ସେ ତାହାକୁ ତଳେ ଫିଙ୍ଗଇ ।ଦିନାନ୍ତେ ଆସିବ ଯହୁଁ ରଜନୀ,କି କରିବ ଚକ୍ରବାକ−ଘରଣୀ ?”ଡାମରାକାଉ ରେ ଡାମରାକାଉ,ସତ ମିଛ କହି କି ଯଶ ପାଉ ?-୪-ଡାମରାକାଉ ରେ ଡାମରାକାଉ,ସୁଦୂର ପ୍ରାନ୍ତରେ ତୁ ରାବୁଥାଉ ।ଦାରୁଣ ନିଦାଘେ ଘୋର ପ୍ରାନ୍ତରେମଧ୍ୟାହ୍ନରେ ପାନ୍ଥ ଗମଇ ଖରେ ।ପ୍ରିୟ ପରିଜନେ ଦେଖି ନୟନେପରାଣ ତୋଷିବ ଏ ଭବବନେ ।ଗହ ଗହ ପାଟ ମାଡ଼ଇ ଡର,ମଡ଼ ମଡ଼ ଶୁଷ୍କ ପତ୍ର ବୃକ୍ଷର ।ନିରାଟ ସେ ଦେଶ, ନ ମିଳେ ଜଳ,ହସି ମୃଗତୃଷ୍ଣା ଦେଖାଏ ଛଳ ।ଧୂଉ ଧୂଉ ବହେ ତପତ ବାୟୁ,ତା ପରଶେ ତୁଟେ ପ୍ରାଣିର ଆୟୁ ।ପରିଶ୍ରାନ୍ତ ପାନ୍ଥ କରେ ବିଶ୍ରାମ,ତୁଣ୍ଡେ ନିଏ ବାରେ ଶ୍ରୀହରିନାମ ।ଚୂତବୃକ୍ଷ ଡାଳୁଁ ପତ୍ରଗହଳୁଁ,ଧ୍ରୁବ ବଟ−ତୁଙ୍ଗ−ଚୂଡ଼ା ଉପରୁ,ରହି ରହି ଚାହିଁ ପାନ୍ଥ−ଆନନ,ରାବୁ ରେ ବାୟସ ତୁ ଘନ ଘନ ।ପରିଶ୍ରାନ୍ତ ପାନ୍ଥ ଅବସ୍ଥା ଜାଣି,ଗାଉ କି ରେ କାକ ତତ୍ତ୍ୱ କାହାଣୀ ।“ସଂସାରର ପ୍ରେମ ଆବିଳ ଭାଇ,ନିର୍ମଳ ପ୍ରେମ ଏ ସଂସାରେ ନାହିଁ ।ଯେତେ ଦିନ କରି ଅର୍ଥ ଅର୍ଜନକରିବୁ କୁଟୁମ୍ୱ ପ୍ରତିପାଳନ,ତେତେ ଦିନ ପାନ୍ଥ କୃତଜ୍ଞ ମନେକରିବେ ଆଦର ଆତ୍ମୀୟଜନେ ।ହେଲେ ବେଳ ଆସି ଘୋଟିବ ଜରା,ସେବେଳ ଏବେଳ ଅମେଳ ପରା ।ହଟିଯିବ ବଳ ତୁଟିବ ଶିରୀ,ବୋଲୁଥିବେ ଲୋକେ ଆମ୍ୱ ଡିମିରି ।ଅକର୍ମା ହୋଇଲେ ଚରମକାଳେନ ଚାହିଁବେ କେହି ତୋ ମୁଖ ଢାଳେରୋଗେ ହେଲେ ଦେହ ନରକବାସନାସିକା କୁଞ୍ଚାଇ ଛାଡ଼ିବେ ପାଶ ।ବୋଲିବେ ଏ ବୃଦ୍ଧ ତୁରନ୍ତ ମରୁ,ଭାଇ ବନ୍ଧୁଙ୍କର ଭାବନା ସରୁ ।”ଶୁଣି କାକ ତୋର ଦାରୁଣ କଥା,ବିହ୍ୱଳେ ପାନ୍ଥର ଭ୍ରମଇ ମଥା ।ନିରାଶ ପରାଣେ ଶୂନ୍ୟ ଅନ୍ତରେମନ୍ଦଗତି ପାନ୍ଥ ଚାଲେ ପଥରେ ।ଅପ୍ରିୟବାଦୀ ତୁ ଅଟୁ ରେ କାଉ,ସତ ମିଛ କହି ଯଶ ପାଉ ?-୫-ଡାମରାକାଉ ରେ ଡାମରାକାଉ,ଗ୍ରାମେ ଗ୍ରାମେ ଉଡ଼ି ତୁ ରାବୁଥାଉ ।ଅଳପ ଅଳପ ପଡ଼ିଛି ଖରା,ଚିତ୍ରବସନ କି ପିନ୍ଧିଛି ଧରା ।ଶିଶିର ପ୍ରଭାତେ ବାଡ଼ି ଭିତରେବସି ବାମାଗଣ ହରଷଭରେନାନା ଗଳ୍ପ କରି ରମନ୍ତି ଚିତ୍ତ,ନାଥ ଆସି ଦାଣ୍ଡେ ଆରମ୍ଭେ ଗୀତ—ଅଶୋକ କାନନେ ରାମରମଣୀବୀର ହନୁମାନେ ବୈଦେହୀବାଣୀ,ନଳ−ଦମୟନ୍ତୀ−ବିଚ୍ଛେଦ−ଗାଥା,ଯମ−ସତ୍ୟବାନ−ସାବିତ୍ରୀ−ବାର୍ତ୍ତା,କୈଳାସ ପର୍ବତେ ଗିରିଜା ପ୍ରତିତପସ୍ୱୀ ଶିବଙ୍କ କଠୋର ମତି ।ଭିକ୍ଷା ଘେନି ନାଥ ଅନ୍ୟତ୍ର ଗମେ,ପ୍ରେମଗୀତି ବାଜେ ବାମା ମରମେ ।ଅଳପ ବୟସେ ପ୍ରବାସୀ ପତି,ପତି ଭିନ୍ନ ତାର କେବଣ ଗତି ?ତୁନି ତୁନି କରି ସଖୀ ଆଗରେକହେ କି ବାରତା ସାଶ୍ରୁ ନେତ୍ରରେ ।ବାଡ଼ିର ବକୁଳେ ପତ୍ରଗହଳେରଟୁକି ବାରତା ତୁ ରାବ ଛଳେ ?ଅରାଳ ଭ୍ରୂଲତାଯୁକ୍ତା ତରୁଣୀଅଧୀରା ହୁଅଇ ତୋ ରାବ ଶୁଣି ।ଦେଇଣ ଆଧାର ପୁଛେ ତୁରନ୍ତସୁଦୂରସ୍ଥ ପ୍ରାଣବନ୍ଧୁ−ଉଦନ୍ତ ।ତା କରକମଳୁଁ ତଣ୍ଡୁଳ ଖାଇ,ନୈରାଶ୍ୟର ଗୀତ ଦେଉ ରେ ଗାଇ—“ତୁ ଯାକୁ ଦେଇଛୁ ଜୀବନ ମନ,ଅନ୍ୟେ ସେ କରିଛି ପ୍ରାଣ ଅର୍ପଣ ।”ଅଶିଷ୍ଟାଚାରୀ ତୁ ଅଟୁରେ କାଉ,କୁଳବଧୂ ପାଶେ କି ଗୀତ ଗାଉ ?କୃତଘ୍ନ ବାୟସ ତା ମନ୍ଦ ଗାଉ,ଅନ୍ନଦାତ୍ରୀକୁ ତୁ ଦୁଃଖେ ଭସାଉ ।ନବୀନ ଯୁବତୀ କୋମଳମନା,ଲବଣୀପିତୁଳା ଲୋଳଲୋଚନା ।ଛି ଛି କାକ ଟାଣ ତୋର ପ୍ରକୃତି,କଠୋର ନୁହଇ ସରଳା ସତୀ ।ନ କହ ସଂସାର ଟାଣ ବାରତା,କୋମଳମନା ସେ ହେବ ଆରତା ।ଚକ୍ଷୁଲଜ୍ଜା ତୋର ନାହିଁରେ କାଉ,ପର କଥା କହି କି ଲାଭ ପାଉ ?-୬-ଡାମରାକାଉ ରେ ଡାମରାକାଉ,ସ୍ୱଦେଶେ ବିଦେଶେ ତୁ ରାବୁଥାଉ ।ଶୀତ ଅନ୍ତେ ଆସେ ନବ ବସନ୍ତ,ଦିଶଇ ଭୂବନ ଲାବଣ୍ୟବନ୍ତ ।ମୃଦୁ ମନ୍ଦ ବହେ ମଳୟାନିଳ,କୁହୁ କୁହୁ ଡାକେ ଡାଳୁଁ କୋକିଳ ।ନବୀନ ପଲ୍ଲବ କୁସୁମେ ସାଜିସୁଶୋଭିତ ଲତା ବିଟପିରାଜି ।ଝୁଲଇ ବଉଳ ଚୂତ ଡାଳରେ,ଚହଟେ ସୁବାସ ଚଉଦିଗରେ ।ସୁଦୂର ପ୍ରବାସେ ତଟିନୀତଟେବସି ନବ କାନ୍ତ ହୃଦୟ ପଟେପୂର୍ବସ୍ମୃତିରାଜି ଆଙ୍କି ବିଷାଦେ,ଦେଶକାଳେ ନିନ୍ଦେ ସେ ନିରାନନ୍ଦେ ।ସହଜେ ତ ପ୍ରେମ ଅତି ମଧୁର,ପ୍ରେମସ୍ମୃତି ଆହା ତହୁଁ ମଧୁର,ସେ ମନ୍ତ୍ରେ ଦୀକ୍ଷିତା ରାମରମଣୀବୃଥା କଲେ ରାବଣର କରଣୀ ।ସେ ମୋହରେ ମୁଗ୍ଧା ପାର୍ବତୀ ସତୀଦାରୁଣ ତପସ୍ୟା କଷଣେ ବ୍ରତୀ ।ସେ ଶକ୍ତିବଳରେ ନଳଗୃହିଣୀହୋଇଲେ ଗହନ ବନଚାରିଣୀ ।ସେ ମଦେ ଉନ୍ମତ୍ତା ସାବିତ୍ରୀ ସତୀମରଣ ହସ୍ତରୁ ତାରିଲେ ପତି ।ଶକୁନ୍ତଳା ମଜ୍ଜି ସେ ପ୍ରେମରସେପଡ଼ିଲେ ଦୁର୍ବାସାଶାପର ବଶେ ।ପର୍ବତଶିଖରୁ, ତରୁ−ଶାଖାରୁହେଳେ କି ଭାବନା ଭାବି ବାହାରୁ ।ଡେଇଁ ଘର, ଗ୍ରାମ, ନଦୀ, ପୋଖରୀ,ତୋଟା, ପାଟ, ଦଣ୍ଡା ହେଉ ତୁ ପାରି ।ଅନନ୍ତ ନୀଳିମାମୟ ଗଗନେ,ଉଡ଼ି ଉଡ଼ି ଆସୁ ‘କାଆକା’ ସ୍ୱନେ ।ବିରହୀ ନିକଟେ ବସି ତୁ ଯାଉ,ମନ ଫେଡ଼ି କାକ କି ଗୀତ ଗାଉ ?ରାଉ ରାଉ ସ୍ୱରେ ରାବୁ ବାୟସ,ରାବ ବ୍ୟାଜେ ଫେଡ଼ୁ କିବା ରହସ୍ୟ ।“ସଂଶୟ−କଣ୍ଟକ ପ୍ରେମ−ସୁମନକରିଅଛି ଘନଭାବେ ଆଚ୍ଛନ୍ନ ।ଯହିଁରେ ନିହତ ଯେତିକି ସୁଖ,ତହିଁ ପ୍ରଚ୍ଛନ୍ନଟି ତେତିକି ଦୁଃଖ ।ସୀତା ଶକୁନ୍ତଳାଙ୍କର କଷଣ,ପାସୋରି ଅଛି କି ତୋ ମୁଗ୍ଧ ମନ ?”ଶୁଣି ତୋର ବାଣୀ ରସିକ ଜନବିଷାଦେ କରଇ ଗୃହେ ଗମନ ।ଅତି ନିଷ୍ଠୁର ତୁ ଅଟୁରେ କାଉ,ସତ ମିଛ କହି କି ସୁଖ ପାଉ ?-୭-ଡାମରାକାଉ ରେ ଡାମରାକାଉ,ବିଦ୍ୟାମନ୍ଦିରେ ତୁ ରାବୁଣ ଥାଉ,ପେ ମନ୍ଦିରେ ବସି ପଣ୍ଡିତଗଣକରୁଥାନ୍ତି ପ୍ରତ୍ନତତ୍ତ୍ୱ ଚୟନ ।ଜ୍ଞାନସିନ୍ଧୁ ଜ୍ଞାନୀ କରି ମନ୍ଥନକରନ୍ତି ଉଦ୍ଧାର ଜ୍ଞାନ−ରତନ ।ବିଗତ ଯୁଗର ପୁରା କାହାଣୀ,ବୀରଗାଥା ଶୌର୍ଯ୍ୟ−ବିକ୍ରମ ବାଣୀ,ସାମ୍ରାଜ୍ୟଗଠନ, ରାଜ୍ୟ ପତନ,ଦିଗ୍ବିଜୟୀ ବୀର−ଅରିମନ୍ଥନରାଜନୀତିବିଜ୍ଞ−ପ୍ରତିଭା−ବଳ,ସାମ୍ରାଜ୍ୟ−ଶାସନ ବୁଦ୍ଧି କୌଶଳ,ନବରାଜ୍ୟ−ଆବିଷ୍କାର ବାରତାବିଭିନ୍ନ ରାଜ୍ୟର ବିଚିତ୍ର କଥା,ଲଳିତସୁନ୍ଦର କାବ୍ୟ−କାହାଣୀ,ସୁନ୍ଦର−ରଚନା−ବିଚିତ୍ର−ଠାଣି,ଅସଂଖ୍ୟ ବ୍ରହ୍ମାଣ୍ଡ−ଜ୍ୟୋତିଷ୍କଗଣ,ଅସୀମ ଅନନ୍ତ ସୃଷ୍ଟି ଲକ୍ଷଣ,ମହାମେରୁଠାରୁ ଅଣୁଟି ଯାଏଜ୍ଞାନବଳେ ଜ୍ଞାନୀ ସନ୍ଧାନ ପାଏ ।ଜଡ଼−ତୃଣ−ପ୍ରାଣି−ମାନବ ସୃଷ୍ଟି ।ବିଶ୍ଳେଷଣ କରେ ବିଜ୍ଞାନ−ଦୃଷ୍ଟି ।ଜ୍ଞାନଭକ୍ତିକର୍ମ−ତ୍ରିଯୋଗ−ତତ୍ତ୍ୱ,ସାମାଜିକ, ରାଜନୈତିକ ତଥ୍ୟ,ନୀତିମନସ୍ତତ୍ତ୍ୱ, ନ୍ୟାୟ, ଦର୍ଶନ,ଜିଜ୍ଞାସୁ କରଇ ସମାଲୋଚନ ।ତହିଁ ଆସି ବସି ରାବୁ ବାୟସ,ରାବ−ବ୍ୟାଜେ ଫେଡୁ କିବା ରହସ୍ୟ ?“ଜ୍ଞାନ−ପଥ ସଂଶୟରେ ଆଚ୍ଛନ୍ନ,ସନ୍ତତ କଠିନ ଜ୍ଞାନ−ଅର୍ଜନ,ଭିନ୍ନ ଋଷିଙ୍କର ଭିନ୍ନ ବ୍ୟବସ୍ଥା,ବୈଷମ୍ୟ ଦ୍ୱନ୍ଦ୍ୱ ଅକୃତକାର୍ଯ୍ୟତା,ଶାନ୍ତି ଅସାମର୍ଥ୍ୟ ରାଗ ବିଦ୍ୱେଷ,ବୈରାଗ୍ୟ ଅପମାନ ଅସନ୍ତୋଷ—ଏତେ ବିଘ୍ନେ ପୂର୍ଣ୍ଣ ଜ୍ଞାନର ପଥ,ଲକ୍ଷ୍ମୀ ସରସ୍ୱତୀ ଅରି ନିୟତ ।ଅନ୍ତହୀନ ବିଦ୍ୟା ସାନ୍ତହିଁ କାଳଅତର୍କିତେ ପୁଣି ଆସଇ କାଳ ।ସଂଶୟ−ତମିସ୍ରେ ଆଚ୍ଛନ୍ନ ଶେଷ,କିବା ଏ ଜୀବନେ ଜ୍ଞାନ−ଉଦ୍ଦେଶ୍ୟ ?”ଡାମରାକାଉ ରେ ଡାମରାକାଉ,ସତ୍ୟ ମିଥ୍ୟା କହି କି ଲାଭ ପାଉ ?-୮-ଡାମରାକାଉ ରେ ଡାମରାକାଉ,ଯହିଁ ତହିଁ ବସି ତୁ ରାବୁଥାଉ ।ନାହିଁ ତୋର କାକ ଅସାର ସାର,ଭେଦାଭେଦ ଉଚ୍ଚନୀଚ−ବିଚାର ।ପୁଣ୍ୟ−ଦେବାଳୟେ ଶବ−ଶ୍ମଶାନେବସି ରାବୁଥାଉ ତୁ ସର୍ବସ୍ଥାନେ ।ଗହନ ବିପିନେ ହରିଣୀ−ସଭା,ନବକୁଳବଧୂ କୁସୁମଗଭା,ଅବାରିତଗତି ହୋଇ ରେ କାକ,ଦେଖି ଉଡ଼ୁ ଛାଡ଼ି କର୍କଶ ଡାକ ।ନବ କାନ୍ତ କାନ୍ତା ନିର୍ଜନେ ସଙ୍ଗେଯହିଁ ବିହରନ୍ତି ବିବିଧ ରଙ୍ଗେ,ତହିଁ ବସି ତୁହି କି ଗୀତ ଗାଉ ?ଭଲା ନିର୍ଲଜ୍ଜ ତୁ ଅଟୁ ରେ କାଉ ।ସୁହାଗିନୀ ନାରୀ ତୋତେ ରେ କାକଘଉଡ଼ାଇ କହେ, “କର୍କଶ ଡାକଅତି ଅସୁନ୍ଦର ରୂପ ତୋହର,ହୋଇଥାନ୍ତୁ ପିକ ପା’ନ୍ତୁ ଆଦର ।”ନ ଶୁଣି ସେ ବୋଲ ରାବୁ ବାୟସ,ରାବଛଳେ ପେଡ଼ୁ କିବା ରହସ୍ୟ ?“ତତ୍ତ୍ୱବାଣୀ ଶୁଣି ପାର୍ଥିବ ଜନେ,ସର୍ଜ୍ନନେ ଢଡ଼ନ୍ତି ସକ୍ରୋଧ ମନେ ।ସତ୍ୟସମ କଟୁ ବଚନ ନାହିଁ,ମିଥ୍ୟାଠାରୁ ଗିର ମଧୁର କାହିଁ ?ମିଥ୍ୟାଚାଟୁ ଶୁଣି ଭ୍ରାନ୍ତ ସଂସାରୀ,ନିଜ ଶୁଭଶୁଭ ନ ପାରେ ବାରି ।ପ୍ରକୃତବାଦୀକୁ ଦୂରୁଁ ତଡ଼ଇ,ପରିଣାମ ତାର କାଳେ ଲଭଇ ।ତୋର ତୋଷାମୋଦପାଇଁ ରେ ନର,ଦୀକ୍ଷା ଦେଇ ନାହିଁ ଗୁରୁ ମୋହର ।ଭୀମକାନ୍ତ ସମାବେଶେ ଏ ଧରା,କୃଷ୍ଣ ଶୁକ୍ଳପକ୍ଷେ ମାସକ ପରା ।ରାବଇ କୋକିଳ, ରାବଇ ମୁହିଁ,ନ ବୁଝି ସକ୍ରୋଧ ହେଉଛୁ ତୁହି ।ଆସିବ ନିଦାଘ ଯିବ ତ ମଧୁ,କାହିଁ ଉଡ଼ିଯିବ ତୋ ପିକବଧୂ ।ଜୀବନ−ଦୁର୍ଦ୍ଦନେ ବଢ଼ିବ ଦକ,କାହିଁ ଥିବ ତୋର ଚାଟୁ ଗାୟକ ?କିଏ ଅସୁନ୍ଦର କିଏ ସୁନ୍ଦର,ଘୋର ଭ୍ରାନ୍ତି ଗର୍ତ୍ତେ ପଡ଼ିଛୁ ନର ।ଚର୍ମ ଦିଶେ ସିନା ସୁନ୍ଦର ସାର,ଦେଖ ତା ଭିତରେ କି ନାରଖାର ।ତୋରା ଗୋରା ଦିଶେ ଆଜି ରେ ଯାହା,କି ବିଷାଦମୟ ଚରମେ ତାହା ।ମିଛେ କିମ୍ପା ଭୁଲୁ ପାର୍ଥିବ ପ୍ରେମେ,ବିସୋରି ଆତ୍ମାର ସ୍ୱର୍ଗୀୟ କ୍ଷେମେ ?ଜୀବନ−ସଂଗ୍ରାମ ଅତି କଠୋର,ଜାଗି ଅହର୍ନିଶ ଯୁଝରେ ଘୋର ।”ଶୁଣ କାକ ତୋର ତତ୍ତ୍ୱ−କାହାଣୀ,ସଂସାରୀ ଅନ୍ତରେ ବୋଲେ ଏ ବାଣୀ,—“ପ୍ରେମଡୋରି ମୋର ପରାଣ ନାଡ଼ି,ପ୍ରାଣ ଥାଉଁ ତାହା କେ ପାରେ କାଢ଼ି ?ପ୍ରେମ−ବନ୍ଧୁ ମୋର ପରାଣ ସାତି,ଦୁଃଖ ସନ୍ତାପର ଘୋର ଅରାତି ।ଛାୟା ରୂପେ କାୟା ସଙ୍ଗେ ଭ୍ରମଇ,ଦୁଃଖ−ଦୁର୍ଦ୍ଦିନର ପାଶେ ଲୁଚଇ ।ପାହିଲେ ବିପଦ ଘନ ଅନ୍ଧାର,ପୁଣି ମୁଁ ଦର୍ଶନ ପାଏ ତାହାର ।କେମନ୍ତେ ସେ ପ୍ରେମେ ବିଦାୟ ଦେଇବଞ୍ଚିବି ମୁଁ ଶୂନ୍ୟ ପରାଣ ନେଇ ।କିନ୍ତୁ ସେହି ପୁଣି ନେଉଟି କାଳେ,ଏ ପ୍ରାଣେ ଦୁଃସହ ଗରଳ ଢାଳେ ।ଯେବେ ଏ ଜୀବନେ ପ୍ରେମ−ପିପାସାନ ପୂରିବ, ତେବେ କିମ୍ପା ଦୁରାଶା ?”କଳ୍ପନା−ଜଗତେ ବୈରାଗ୍ୟ−କାକ,ଏସନେହିଁ ଦିଏ ସତ୍ୟର ଡାକ ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ