ଦୁଃଖୀର ସଂସାର
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ନିର୍ଝରିଣୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୮
- ସ୍ଥିତି
- ସାର୍ବଜନୀନ (Public domain)
(ଜୀବନ−ସଂଗ୍ରାମ)ଏ ସଂସାରେ ନୁହନ୍ତି କେହି କାହାରସ୍ୱାର୍ଥ ଲୋଡ଼ି ବୁଲନ୍ତି ଯେହୁ ଯାହାର ।କାହା ଆଡ଼କୁ କେହି ଅନାଉ ନାହିଁ,ନିଃସ୍ୱାର୍ଥ ଉପକାର ମିଳିବ କାହିଁ ?ଜୀବନଯୁଦ୍ଧେ ଜୟ ଲଭିବାପାଇଁ,ଭାଇ ଗଳାରେ ଛୁରି ଦେଉଛି ଭାଇ ।ଆପଣା ସୁଖ−ଅର୍ଥେ ଧାଇଁଛି ପ୍ରାଣୀ,ପରର ସୁଖ−ଦୁଃଖ ଜାଣି ନ ଜାଣି ।ଉଦରତୃପ୍ତି ଅର୍ଥେ ପ୍ରବଳ ପ୍ରାଣୀନିର୍ବଳ ଜନ୍ତୁ ସୁଖେ ଭକ୍ଷଇ ହାଣି ।ପାଶବ ବଳେ ବଳୀ ନିଷ୍ଠୁର ନର−ଅତ୍ୟାଚାରେ ଅବଳା ଚିରଜର୍ଜ୍ଜର ।ଶକ୍ତି ଯାହାର ଭବେ ରାଜ୍ୟ ତାହାରନୁହନ୍ତି ଏ ସଂସାରେ କେହି କାହାର ।ଧନ ସମ୍ପଦ ଅର୍ଥେ କରଇ ନରଭ୍ରାତା ଭଗିନୀ ପିତା ମାତାଙ୍କୁ ପର ।ରାବଣ ହରେ କାହିଁ ଶ୍ରୀରାମମତୀ,ଅହଲ୍ୟା ଏଡ଼ି କାହିଁ ଗୌତମ−ପତି ।ପରପୁରୁଷମୁଖେ ଅନାଏ ସୁଖେ,ଭସ୍ମ ନିକ୍ଷେପି ପ୍ରେମବିଶ୍ୱାସ−ମୁଖେ ।ଧର୍ମନିୟମ ସର୍ବ ହୁଏ ବିଫଳ,ନୁହେ ସଂସାର ସୁଖଶାନ୍ତିର ସ୍ଥଳ ।ତଥାପି ଆରେ ପ୍ରାଣ ନୁହ ତୁ ଭୀତ,ଅଛି ପାପର ପ୍ରାୟଶ୍ଚିତ ଉଚିତ ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ