ତୀର୍ଥ ଯାତ୍ରା
୧୮୭୫–୧୯୨୮
- ସଂକଳନ: ନିର୍ମାଲ୍ୟ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୭୪
- ସ୍ଥିତି
- ସାର୍ବଜନୀନ (Public domain)
ଖେଳୁଥିଲି କରି ଧୂଳିଘରବନ୍ଧୁ ଆସି କହିଲେ ମୋହର,“ଚାଲ ଯିବା ତୀର୍ଥଯାତ୍ରୀ କରିଆନନ୍ଦଧାମରେ ଯହିଁ ହରି ।”ଭ୍ରମିଲଇଁ କେତେ କେତେ ଦେଶନ ମିଳିଲା ତାହାଙ୍କ ସନ୍ଦେଶ ।ଜଡ଼-ପ୍ରାଣୀ-ଉଦ୍ଭିଦ ଜଗତେଲୋଡ଼ିଲି ମୁଁ ତାଙ୍କୁ କେତେ କେତେ ।ବିଚିତ୍ର, ଲାବଣ୍ୟମୟ ଧରାଚିର ନବ ଋତୁ ପରମ୍ପରାପୂର୍ଣ୍ଣ-ଇନ୍ଦୁ-ଲୋଳ-ସାନ୍ଦ୍ର-ଘଳ-ଇନ୍ଦ୍ରଧନୁମଣ୍ଡିତ ଗଗନ,ସୂର୍ଯ୍ୟ, ଚନ୍ଦ୍ର, ତାରକା, ସାଗର,ଗିରି, ନଦୀ, କାନନ, ପ୍ରାନ୍ତର,ପଲ୍ଲବ କୁସୁମ, ତରୁଲତା-ମକସ୍ତଙ୍କୁ ପୁଚ୍ଛିଲି ବାରତା ।ବିହଙ୍ଗମ ମଧୁର ନିସ୍ୱନ,ନରନାରୀ ସୁନ୍ଦର ଆନନ,ଅବନୀର ଅତୀତ କାହାଣୀ,ଜ୍ଞାନୀ-କବି-ଉପଦେଶ ବାଣୀ,ଖୋଜି ଖୋଜି ହେଲି ମୁଁ ନିରାଶପ୍ରାଣ ମୋର ଉଦାସ ଉଦାସ ।ନ ପାଇଣ ପ୍ରାଣର ଆଶ୍ରୟମନ ହେଲା ପାପପଙ୍କମୟ ।କିନ୍ତୁ ଶୁଣି କାହାର ଆହ୍ୱାନଧରା-ଧୂଳି-ଅତୃପ୍ତ ମୋ ପ୍ରାଣ ?ଅଲକ୍ଷିତେ ବୋଇଲା କେ ଗିର-“ଖୋଜ ଖୋଜ ହୃଦୟ-ମନ୍ଦିରବାହାରର ତେଜି ଆଡ଼ମ୍ବରପ୍ରବେଶ ତୁ ଅନ୍ତରେ ନିଜର ।ନ ଦେଖିଲେ ହୃଦୟ କନ୍ଦରେନ ମିଳିବ ବିଶ୍ୱବ୍ରହ୍ନାଣ୍ଡରେ ।”ଦେଖିଲି ମୁଁ ଅନ୍ତରକୁ ଚାହିଁ-ଅନ୍ଧକାର ଛଡ଼ା କିଛି ନାହିଁ ।ଥିଲା ଯାହା ଜ୍ଞାନ ମୋ ସଞ୍ଚିତସଂଶୟ ସେ କଲା ଦ୍ୱିଗୁଣିତ ।ନୈରାଶ୍ୟରେ ଜର୍ଜ୍ଜରିତ ପ୍ରାଣହେଲା ପୁଣି ଦୁଃଖେ ମ୍ରିୟମାଣ ।ସଂସାରର ସୁଖ ସଖ୍ୟ ଜ୍ଞାନପ୍ରାଣେ ଶାନ୍ତି ନ କଲା ପ୍ରଦାନ ।ଶୁଣିଲି ମୁଁ ଅଜ୍ଞାତ ଆଦେଶ-“ଶୁଦ୍ଧ କର ହୃଦୟ ପ୍ରଦେଶ,ପବିତ୍ର ନ କଲେ ପ୍ରାଣ ମନପାପୀସତ୍ୟ ନ କରେ ଦର୍ଶନ ।”ମନ ରିପୁ କବଳୁଁ ବାହାର-କରିବା ତ ବିଷମବ୍ୟାପାର ।ବିଷମ ସଂଗ୍ରାମେ ପରାଜିତବାରମ୍ୱାର ହେଲଇଁ ବ୍ୟଥିତ ।ବୋଇଲି ବିକଳେ “କୃପାକରିତାର ମୋତେ ପାପ-ପଙ୍କୁ ହରି ।”ହେଲାରୁ ମୋ ଗରବ ଗଞ୍ଜନଅହଙ୍କାର-ମାନ ବିନାଶନଶୁଭକ୍ଷଣେ ଦୟାମୟ ହରିଦେଲେ ପଥ ପରିଷ୍କାର କରି ।ଛିଣ୍ଡିଗଲା ସଂଶୟ ବନ୍ଧନମୋହ ଧ୍ୱାନ୍ତ କଲା ପଳାୟନ ।ଦେଖିଲି ପଙ୍କରେ ପଦ୍ମ ପରିପ୍ରାଣମଧ୍ୟେ ବିରାଜନ୍ତି ହରି ।ଜ୍ଞାନ−ପ୍ରେମ−ପୁଣ୍ୟରୂପୀ ହରିଦିଅନ୍ତି ମୋ ପାପ ଧୌତ କରି ।ସାରା ସୃଷ୍ଟି କରି ସଂଜୀବିତ,ଅଛନ୍ତି ଅନନ୍ତ ବିରାଜିତ,କିନ୍ତୁ ଲୀଳାମୟ ପ୍ରଭୁ ହରିନିଜ ରୂପ ନିଅନ୍ତି ସମ୍ବରି ।“କାହିଁଗଲେ, କାହିଁ ଗଲେ ?” କହିପାଶେ ଥାଇଁ ଦେଖି ନ ପାରଇ;ଘନ ବନେ କୁସୁମ ଯେସନବିକଶିଣ ପ୍ରମୋଦେ କାନନଭୃଙ୍ଗ ସେହି ମଧୁଗନ୍ଧେ ମତ୍ତଧନ୍ଦି ହେଉଥାଏ ଇତସ୍ତତଃ ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ
ନବବର୍ଷା ଭାବନା
ନନ୍ଦକିଶୋର ବଳ