ସ୍ୱାଗତ ଯୌବନ
୧୮୯୮–୧୯୬୫
- ସଂକଳନ: ଉଠ କଙ୍କାଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୬୩
- ସ୍ଥିତି
- ସାର୍ବଜନୀନ (Public domain)
ଆସ ଯଉବନ ! ଗୁପ୍ତ-ଚେତନାମୁକ୍ତ ତୁମରି ଲାଗିନିବିଡ଼ ନୀରବ ଗଭୀର ଦୁର୍ଗେବିଶ୍ୱ ଉଠିଛି ଜାଗିଛନ୍ଦ ଭୁଲିଛି ଦକ୍ଷିଣା-ପବନେଧ୍ୱଂସ-ଆକୁଳ-ଭୋକେଆସ ମୋର ସଖା ! ଆସ ଆଜି ଉନ୍ମୁଖେ;ବଜାଇ ବଜାଇ କଳାପାହାଡ଼ରରୁଦ୍ର-ବିଷାଣ ମୁଖେ ।ଶୁଭୁ ଆଜି ତବ ଦୁନ୍ଦୁଭି ତାନଗଗନ ବନ୍ଧ ଚିରିଦିଶୁ ଆଜି ତବ ଦଶ ଦିଗ ଧରିମୁକ୍ତ ପାଗଲ ଶିରୀ;ଚମକି ଉଠିଛି ଶିଥିଳ-ଧମନୀଅଜଣା ଲକ୍ଷ୍ୟେ ତା’ରଆସ ହେ ବନ୍ଧୁ ! ଆସ ମୋର ଦୁର୍ବାର,କଣ୍ଠେ ଝୁଲାଇ ମୁଣ୍ଡମାଳିନୀ-କାଳୀ ମାଆର ସେ ହାର ।ମନ ଖୋଜି ବୁଲେ ଭାଙ୍ଗିବ ତାରଅର୍ଗଳ ରାଶି ରାଶି,ଆଗ୍ନେୟ ଗିରି ବକ୍ଷେ ବହିବମୃତ୍ୟୁ ବରଣେ ହସି;ଗଗନେ ପବନେ ଭାଷା ଯିବ ତାରଅନ୍ତବିହୀନ ଦେଶେଆସ ମୋର ସଖା ! ଆସ ଉନ୍ମଦ ହାସେ,ହଲାଇ ଖେଳାଇ ରକ୍ତ-କେତନଶ୍ମଶାନ-‘ହୁ’ ‘ହୁ’-ବେଶେ ।ବୈଦିକ ପୀଠେ ଯଜ୍ଞଫୁଟିବଆସ ପୁରୋହିତ ମୋରଅକୂଳ ସାଗରେ ନାଚିବ ତୋଫାନଆସ ହେ ପ୍ରଳୟଙ୍କର;ସୃଷ୍ଟିର ମହା ଅବସାଦ ପଛେଧକ୍କା ଦିଅ ହେ ବାରେଯୌବନ ! ତବ ଉତ୍ପ୍ଲବ-ଅଭିସାରେ,ଗିରିଚୂଡ଼ା, ଧରା-ଗଭୀର-ଗଣ୍ଡମିଶିଯାଉ ଏକାକାରେ ।କରେ ଧରି ଆସ ସେନାପତି ମୋରଶୂଳପାଣି ଡମ୍ୱରୁଗୁମ୍, ଗୁମ୍, ଗୁମ୍ କମ୍ପନେ ତାରବିଶ୍ୱ-ଧମନୀ ଥରୁ;ଭାଲେ ଜଳୁଥାଉ ଅମ୍ୱିକା-ଚିତାବିକଟ ଅଟ୍ଟହାସଧୂର୍ଜଟି-ଜଟା-ଚୁମ୍ୱିତ-ଉଚ୍ଛ୍ୱାସତବ ସହ ମୋର ମଧୁର ମିଳନସୃଷ୍ଟିର ଅଭିଳାଷ ।ନଭେମ୍ୱର-୧୯୨୪
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର