ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ସ୍ୱଭାବ କବି · ୧୮୬୨–୧୯୨୪ · ରାଧାନାଥ ଯୁଗ
- ସଂକଳନ: ଅର୍ଘ୍ୟଥାଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୯୨
- ସ୍ଥିତି
- ସାର୍ବଜନୀନ (Public domain)
ଭାସ୍କର ନାମକୁ ସୂର୍ଯ୍ୟ କରୁଛ ସଫଳ,ଆଲୋକିତ କରି ଚର-ଅଚର ସକଳ ।ମୋର ପ୍ରତି ପ୍ରତିକୂଳ ହେଲ କି କାରଣ,ଯା’ ଥିଲା ମୋ’ ପ୍ରଭାଟିକ ତା କଲ ହରଣ ।ତୁମ୍ଭ ରିପୁ ତମ, ତାକୁ ନାଶ ଏ ସଂସାରେ,ମୁହିଁ ତମ ନାଶିଥାଏଁ ଶକ୍ତି ଅନୁସାରେ ।ଉଚିତ ଅଟଇ ମୋହଠାରେ ତୁମ୍ଭତୋଷ,କିନ୍ତୁ ମୋ’ ଆଲୋକ ନାଶ ଦେଖି କେଉଁ ତୋଷ ?ଅନ୍ଧକାର ସଙ୍ଗେ କଲ ମୋ’ ଆଲୋକ ଗଣ୍ୟ,ଧନ୍ୟ ପ୍ରଭାକର ତୁମ୍ଭ ମିତ୍ର ନାମ ଧନ୍ୟ !ନୟନ-ଦେବତା ତୁମ୍ଭେ ଏ କି ଚମତ୍କାର,ନ ପାରିଲ ବାରି ନିଜେ ଆଲୋକ ଅନ୍ଧାର ।ଏହି ସ୍ୱଭାବରୁ ତୁମ୍ଭେ ହେଲେ ଯେତେ ବଡ଼,ଚିହ୍ନା ପଡ଼ିଗଲ ସିନା ଦେବ ନୁହ ଜଡ଼ ![୧୯୧୫ ଅକ୍ଟାବର, ୧୯୧୫, ଉତ୍କଳ ସାହିତ୍ୟ]
ସମ୍ବନ୍ଧିତ ରଚନା
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ
ଜରା-ମରଣ
ନନ୍ଦକିଶୋର ବଳ