ଜମିଦାରର ମୃତ୍ୟୁ
୧୮୯୮–୧୯୬୫
- ସଂକଳନ: ଉଠ କଙ୍କାଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୧୮
- ସ୍ଥିତି
- ସାର୍ବଜନୀନ (Public domain)
ବାଟେ ଘାଟେ ଆଜି ଏ ଯେ ଖବର ରଟେମରିଚି କାଲିର ସେଇ ଜମିଦାରଟାଦୀନ ଦୁନିଆର ଶତ ବକ୍ଷ ପଟେସୃଷ୍ଟି ଯେ କରିଥିଲା ଝଞ୍ଜାଘଟା ।ଯାହା ସେ କରିଚି ଶାଣ କଲମ ପୁଟେଲୁପ୍ତ ତା’ ଆଜି କାଳ ସିନ୍ଧୁତଟେ ।ଆକାଶର ଚିଲ ଥିଲା ଦୁର୍ବିଚାରୀଝାମ୍ପି ଥରାଉଥିଲା ଧରଣୀ ସାରାବାଟେ ଘାଟେ ତାର ଭୟେ ନର ଓ ନାରୀଶଙ୍କିତେ ଚାଳୁଥିଲେ ଚରଣ ପରା !ବିରାଟ ଉଦରେ ସବୁ ଭରିଲା ତାରଚିପୁଡ଼ି ଯେତେକ ଲହୁ, ଲୋତକ ଧାର ।ହୁଏ ତ ଲେଖିଲା କେତେ ତାମ୍ରଲିପିଛାପିଗଲା ଶିଳାବୁକେ କୀର୍ତ୍ତିରାଶିତୋଳିଲା ଦେଉଳ ଦେବ ମୂର୍ତ୍ତି ଥାପିଜପତପେ ଚମକାଇ ମର୍ତ୍ତ୍ୟବାସୀ ।ହୁଏ ତ ଦି’ଚାରି ଶହ ଅର୍ଥଦାନକରି ସେ କରାଇଲା ତା କୀର୍ତ୍ତିଗାନ !ହଜାରେ କୁଟୀର ତଳେ ମିଶାଇ ଦେଇହୁଏ ତ ସେ ତୋଳିଥିଲା ଆପଣା ଘର,ହଜାର କୁଟୀର ଲୁଗା ଦମ୍ଭେ ଫେଇହୁଏ ତ ରଖିଲା ମାନ ସେ ଜଣକର ।ଗରାସି ଅପର ମନ, ମହତ, ମାନଦାବି ସେ କରିଲା କେତେ ବଡ଼କୁ ସାନ ।ମରିଚି କାଲିର ସେଇ ଜମିଦାରଟାଅର୍ଦ୍ଧପାଗଳ ସେ ଯେ ଅର୍ଥଲୋଭୀ,ଅତୀତର ବୁକେ ଏଟା ଜୁଆରଭଟ୍ଟାମିଥ୍ୟା ତୁଷାର ଗଦା ପଡ଼ିଲା ଦ୍ରବି !ଏ କବି ପଛକୁ ଚାହିଁ ଚମକିଉଠେକାହୁଁ କେତେ ଶତ ପୂତି କାହାଣୀ ଫୁଟେ ।ପରାଣର ପ୍ରିୟତର ଯାହା ବା ଥିଲାଏ ଚିଲ ନେଇଚି ସବୁ ଝାମ୍ପି ଦୂରେ,ଶିଶୁର ନେଇଚି ମାତା ସ୍ତନ୍ୟଧାରାସତେଜ କରିଚି ରାଣୀହଂସପୁରେ ।ଆନର ମହତ ଚୋରି କରିଚି ଏଇନିର୍ଲଜ୍ଜ ବାହୁବଳେ ଧକ୍କା ଦେଇ ।ମରିଚି ସେ ଚିଲ ଆଜି ଧରଣୀ ତଳେଗମ୍ୱୁଜ ନଭୁ ତାର ପଡ଼ିଚି ଖସି,ପଥ ଭୁଲେ ଇତିହାସ ଏପରି ଥରେମୁଣ୍ଡା ହୋଇଚି ତାର ଶାଣିତ ଅସୀ ।କେତେ ପୁରବାସୀ କେତେ ଦୁସ୍ଥଜନଶୁଦ୍ଧି ପାଳିବେ ଦେଇ ନିଷ୍ଠୀବନ ।ଜୁଲାଇ–୧୯୪୭
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର