କୁଞ୍ଜେ କୁଞ୍ଜେ
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ଉଠ କଙ୍କାଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୨୮
- ସ୍ଥିତି
- ସାର୍ବଜନୀନ (Public domain)
(ଆଜି) କୁଞ୍ଜେ କୁଞ୍ଜେ ଶାମ ଗିରି ତଟେରଙ୍ଗେ ଶାରଦ ନୀଳ ନଭ ପଟେଦୈବତ ଦୀପ୍ତି କମ୍ପେ ନାଚୁ ସୁସରଳ ଶିଶୁକୁଳ ମନ୍ତର ।ଦ୍ୟୋତିତ ଗୌରବ ପୁଲକେ,ମଧୁ ମୋହନ ଜ୍ୟୋତି ହୃଦ ଝଲକେଉଜ୍ଜ୍ୱଳ ପ୍ରାଣ ବୋଧନେନାଚୁ ସୁସରଳ ଶିଶୁ ମନ୍ତର,ରଙ୍ଗେ ସମୀରଣ ସଙ୍ଗେ ଗିରିବନ ଅଙ୍ଗେ ଶିଶୁକୁଳ ମନ୍ତର ।ଧୃତି ନିର୍ମଳ ହୃଦ ହାସେ,ଉଷତେ ରଙ୍ଗେ ନବ ନବ ଭାଷେପ୍ରାଣ ଭରି ଭାଇ ଲକ୍ଷ୍ୟ ରଖ ସେହିବନ୍ଦଇ ଜନନୀ ମନ୍ତରବିଭୁ ଚିନ୍ତି, ଧରି ଧୃତି, ଉଠୁ ଭାତି, ଶିଶୁକୁଳ ସୁସରଳ ମନ୍ତର ।ସ୍ମୃତି ସୁନ୍ଦର ଗୌରବ ସେପୁଲକେ ଭାଷେ ଉଚ୍ଛ୍ୱାସେନୀଳାଚଳ ସେହି ବାନା ଉଡ଼େ ଯହିଁଶୂନ୍ୟେ ତୋଳି ମଧୁ ମନ୍ତର,ଉଠୁରଙ୍ଗେ, ଗାନ ସଙ୍ଗେ, ସେ ତରଙ୍ଗେଶିଶୁକୁଳ ସୁସରଳ ମନ୍ତର ।ଅନ୍ତର ଭାବନା ମନୁ ଫିଙ୍ଗି,(ଆଜି) ଅନ୍ତର ଶେ ନା ଯିବା ଲଙ୍ଘି(ଆଜି) ରଙ୍ଗେ ଯିବା ଭାଇ ପୁଣ୍ୟ ବାସନା ବହିଭାବୀ ପଥେ ଫେଇ ଅନ୍ତରନବ ହାସେ, ନବ ବାସେ, ବିଭୁପାଶେ (ଆଜି ଉଠୁ)ଶିଶୁକୁଳ ସୁସରଳ ମନ୍ତର ।୧୯୨୧
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର