ତାରା-ସୂର୍ଯ୍ୟ
ସ୍ୱଭାବ କବି · ୧୮୬୨–୧୯୨୪ · ରାଧାନାଥ ଯୁଗ
- ସଂକଳନ: ଅର୍ଘ୍ୟଥାଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୫୮
- ସ୍ଥିତି
- ସାର୍ବଜନୀନ (Public domain)
ହେ ତାରକାଗଣ, କିପାଁ ଦିଶ ସାନ ସାନ,ତୁମ୍ଭେ ପରା ଅଛ କେତେ ରବି-ରଶ୍ମିମାନ ?ଦିବସେ ନ ଦିଶି କିପାଁ ରଜନୀରେ ଦିଶ,ପ୍ରଭାକର ହୋଇ ତୁମ୍ଭ ମନେ ଭୟ କିସ ?ତୁମ୍ଭକୁ ଯେ ବୋଲିଥାନ୍ତି ଚନ୍ଦ୍ରଜାୟା ଜନେ,ସେ କଥାରେ ନ ହୁଏ କି ଲଜ୍ଜା ତୁମ୍ଭ ମନେ ?ଜାଣିଲି ଜାଣିଲି ତୁମ୍ଭେ ସୂର୍ଯ୍ୟ ଅଟ ସତ,ଆଲୋକିତ କରୁଅଛ ନିଜର ଜଗତ ।ଆମ୍ଭ ଭାସ୍କରକୁ ତୁମ୍ଭ ରାଜ୍ୟଲୋକ ସାରା,ବୋଲୁଛନ୍ତି ଗଗନର କ୍ଷୁଦ୍ର ଏକ ତାରା ।ତୁମ୍ଭ ରାଜ୍ୟେ ତୁମ୍ଭ ଆଗେ ଆମ୍ଭର ଭାସ୍କର,ନ ଦିଶନ୍ତି ତେଣୁ ଦିନେ ନ ହୁଅ ଭାସ୍ୱର ।ଯାହାକୁ ଯେମନ୍ତ ଦିଶେ ତେମନ୍ତ ସେ ଭାଷେ,ସେ କଥାରେ ମହତଙ୍କ କି ଯାଏ କି ଆସେ ?କେତେ ଚନ୍ଦ୍ର ଖଟୁଛନ୍ତି ତୁମ୍ଭର ଚରଣେ,ଆମ୍ଭ ଚନ୍ଦ୍ରେ ପତି ବୋଲି ତୁମ୍ଭର କେ ଗଣେ ?ତୁମ୍ଭ ରାଜ୍ୟେ ଦିଅ ତୁମ୍ଭେ ପ୍ରଚୁର କିରଣ,ତେଣୁ ସେହିଠାରେ ଥିବ ତୁମ୍ଭ ରବିପଣ ।ଆମ୍ଭ ରାଜ୍ୟେ ଆମ୍ଭ ରବି କରେ ତମ କ୍ଷୟ,ଏଣୁ ଆମ୍ଭେ ଚାହୁଁଥାଉଁ ତାଙ୍କର ଉଦୟ ।ତୁମ୍ଭେ ଯେତେ ବଡ଼ ହେଲେ ଆମ୍ଭର କି ଲାଭ,ଆମ୍ଭ ତମ ନାଶିବାକୁ ନାହିଁ ତ ପ୍ରଭାବ ।ଯେ ଯାହାର ହିତ କରେ ନ ନେଲେ ତା ନାମ,ଆମ୍ଭ ଦେଶେ କହୁଁ ତାକୁ ନିମକହାରମ ।[୧୯୧୪ ଅକ୍ଟୋବର, ‘ଉତ୍କଳ ସାହିତ୍ୟ’]
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ
ଜରା-ମରଣ
ନନ୍ଦକିଶୋର ବଳ