ସୁଖ ଓ କର୍ମ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ନିର୍ମାଲ୍ୟ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୯
- ସ୍ଥିତି
- ସାର୍ବଜନୀନ (Public domain)
ଭଜିଥିଲି ସୁଖନିଦ୍ରା ହୋଇ ଶ୍ରାନ୍ତମନଦେଖିଲି ଅପୂର୍ବ କେତେ ମଧୁର ସ୍ୱପନ,ସେ ସୁଖନିଦ୍ରାରେ ମନ ହେଲା ନିମଗନଜାଗରଣେ ମୋ ପରାଣ ହେଲା ଛନ ଛନ,କି ଅଭାବ ଅଛି ମୋର ? ଯାଉ ନାହିଁ ଜଣାଭେଦିଛି ବିଷାଦ ମମ ପ୍ରାଣ ପ୍ରତିକଣା,ଜୀବନ ଅତୃପ୍ତିମୟ, ବିଷାଦ ଆଗାରଅଟେ କି ମଙ୍ଗଳ ବିଧି ବିଶ୍ୱ ବିଧାତାର ?ଏ ପ୍ରାଣ ଉଦ୍ଦେଶ୍ୟ ଅଟେ ଅନନ୍ତ ବର୍ଦ୍ଧନ,ଅଳପେ ସନ୍ତୁଷ୍ଟି ତୃପ୍ତି ମରଣ ଲକ୍ଷଣ ।ନିବୃତ୍ତି ଆରାମେ ନାହିଁ ଚିରସ୍ଥାୟୀ ସୁଖସୁଖକୁ ଲୋଡ଼ିଲେ ମିଳେ ସୁଖ−ସଖା ଦୁଃଖ,ରେ ସୁଷୁପ୍ତ ପ୍ରାଣ ! ଯେବେ ଲୋଡ଼ୁ ସୁଖଭୋଗସୁଖେ ପଦାଘାତ କରି ସାଧ କର୍ମ୍ମ−ଯୋଗ ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ