କର୍ମ ଓ ବିଳାସ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ନିର୍ମାଲ୍ୟ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୧
- ସ୍ଥିତି
- ସାର୍ବଜନୀନ (Public domain)
ଛାଡ଼ ଛାଡ଼ ପ୍ରେୟସୀ ଗୋ ! ଫେଡ଼ ବାହୁଲତାଆଲିଙ୍ଗନେ ବାନ୍ଧି ଆଉ ନ ରଖ ଲଳିତା ।ହୋଇଛି ଆକୁଳ ପ୍ରାଣ, ଯିବି କର୍ମାଙ୍ଗନେନ ଲୁଚିବି ତୋ’ ଅଞ୍ଚଳ ତଳେ ଲୋ ଲଳନେ !କୁସୁମ ତଳପେ ଶୋଇ ହୋଇଅଛି ଶ୍ରାନ୍ତବିଷସମ ଲାଗୁଅଛି ତବ ନେତ୍ରପ୍ରାନ୍ତ ।ଲୋଡ଼ା ନାହିଁ ତବ କୋଳେ କୋମଳ ଶୟନଲୋଡ଼େ ପ୍ରାଣ ସୁକଠିନ ଶିଳାରେ ଭ୍ରମଣ ।ନ ଲୋଡ଼େ ଅମଳ ଗଣ୍ଡେ ଚୁମ୍ବନ ତୋହରଲେଡ଼େଁ ଏବେ କର୍ମ−ବର୍ମ−ଅସି−ଧନୁଶର,ନ ଲୋଡ଼େ ଚନ୍ଦନ ତୈଳ, ବେଣାଚେର, ଚୁଆଲୋଡେଁ ଫରି, ବାଡ଼ି, ଛଡ଼ି, ଜମ୍ୱାଳ−ପଡ଼ିଆ ।କର୍ମ୍ମାଙ୍ଗନେ ଯାଉ ଏ ମୋ ଦୁର୍ଲଭ ଜୀବନନାରୀ−ଅଙ୍ଗେ ନ ଦେଖିବି ବିଳାସ−ସ୍ୱପନ ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ