ପ୍ରଣୟ ଓ କର୍ତ୍ତବ୍ୟ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ନିର୍ମାଲ୍ୟ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୧
- ସ୍ଥିତି
- ସାର୍ବଜନୀନ (Public domain)
ଏକ ଆଡ଼େ ସ୍ୱର୍ଣ୍ଣଦାମ କୁଞ୍ଚିତ ଚିକୁରବିଳାସ−ବଲୋଳ ନେତ୍ର ବଚନ ମଧୁରଈଷତ−ହସିତ−ଆସ୍ୟ, ସତୃଷ୍ଣ ଚାହାଣିମୋହ−ମଦାଳସା−ତନୁ, ଆଶାୟୀର ଠାଣି,ତରଳ, ଚପଳ ବାଣୀ ବୁଣି ମୋହ ମାୟା,ଭୁଲିବି କି ଦେଖି ଏହି ଅସାରର ଛାୟା ?ଆନ୍ୟଆଡ଼େ ରୁକ୍ଷଦେହ, ରୁକ୍ଷ ହାସ୍ୟ କେଶସୁସ୍ଥିର, ସୁତୀବ୍ର ଦୃଷ୍ଟି ଜ୍ଞାନ କର୍ମାବେଶ,ଅତୀନ୍ଦ୍ରିୟ ଧନେ ଧନୀ ମୋହ ବିବର୍ଜିତମଙ୍ଗଳ ବିଶୁଦ୍ଧ ଭାଷ, ଆଦର୍ଶେ କଳିତ ।ଏକ ଆଡ଼େ ଧରଣୀର ମୋହନ ବିଳାସଅନ୍ୟଆଡ଼େ ଅକଳନ୍ତା ତ୍ରିଦିବ ପ୍ରୟାସ,ବିଳାସ ମଦିରା ପ୍ରଭୁ; ନ ଲୋଡ଼ଇ ଆଉଗମ୍ଭୀର ସେ ରୁକ୍ଷ ମୂର୍ତ୍ତି ପ୍ରାଣେ ପୂଜାପାଉ ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ