ଷୋଡ଼ଶ ଛାନ୍ଦ — ସୁଭଦ୍ରା ପରିଣୟ — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଷୋଡ଼ଶ ଛାନ୍ଦ
ଅର୍ଜୁନଙ୍କ ସହିତ ବଳରାମଙ୍କର ଯୁଦ୍ଧ ଓ ପରାଜୟଏବଂ ସୁଭଦ୍ରା ସହ ଅର୍ଜୁନର ବିବାହ(ରାଗ-ମଙ୍ଗଳ)ସଫଳ ସୁତ ଉଦ୍ଧବ କହିଲେ ହରଷେ ।ସୁଯୋଧନ ନୃପତ୍ତି ବିଜୟ ରାମ ପାଶେ ଯେ ।୧।ସୂନୁପେଷି କୁରୁ ଭୁପତିଙ୍କି ସେ ସଙ୍ଖୋଳି ।ସନ୍ନିଧେ ବିଭା ସମ୍ଭାର ଭିଆଇଲେ ହଳୀ ଯେ ।୨।ସ୍ତନୟିତ୍ନୁ ବାଦ୍ୟଘୋଷ ପ୍ରାୟେ ଶୁଭେ ସ୍ୱନ ।ସ୍ରଷ୍ଟାଏ ବିଭୂମଣ୍ଡପେ କରନ୍ତି ଯତନ ଯେ ।୩।ସକାମ ବିପ୍ର ଛାୟାମଣ୍ଡପକୁ ରଚନ୍ତି ।ସିଂହାକେ ବସ୍ତ୍ର ଚାମର ବିତାନ ମଣ୍ଡନ୍ତି ଯେ ।୪।ଶୋଭାରେ ନବତନୁରେ ମୋତିଚୂନ ଚୂର୍ଣ୍ଣ ।ସୁଧା ଲେପନ ନିକର କରେ ବିଲେପନ ଯେ ।୫।ସୁନାରି ଯୌତୁକ ଅଳଙ୍କାର କରେ ଭଜ ।ଶିଖନ୍ତି ଗଣିକା ଗୀତ ମଙ୍ଗଳ ସମାଜ ଯେ ।୬।ସକାମ ବିପ୍ରେ ଦେଖନ୍ତି କର୍ମ ପୋଥିମାନ ।ସାମଗ୍ରୀ ବହୁତ କରି ଆଣେ ଭୃତ୍ୟଜନ ଯେ ।୭।ସଚିତ୍ର କରନ୍ତି ଭିତ୍ତିମାନ ଚିତ୍ରକାରେ ।ସଜାଡ଼ି ଭିଡ଼ନ୍ତି ବାଣ ଜାଣିଲା ଜନରେ ଯେ ।୮।ସବୁଦ୍ୱାରେ କଦଳୀ କୁମ୍ଭ ସ୍ଥାପନ ତହିଁ ।ସଂସରଣେ ଚୂତପତ୍ର ତୋରଣା ଲମ୍ବଇ ଯେ ।୯।ସଂଗ୍ରହଣ କରି ବହୁ ବାସ ପାନ ଗୁଆ ।ସୁଗୋତ୍ର ଲୋକକୁ ନିମନ୍ତ୍ରଣ ହେଲା ଦିଆ ଯେ ।୧୦।ସେମାନେ ଦେଖି ଭାବନ୍ତି ସେ ମଧ୍ୟପାଣ୍ଡବ ।ସିଂହ ପ୍ରାୟ ମୁହିଁ କରୀବତ କଉରବ ଯେ ।୧୧।ସୁମୁଖଜନଙ୍କ ବଳି ସର୍ପେ କାହିଁ ଭୋଗ ।ସୁଉତ୍ସବ କାହାର କାହାକୁ ହେବ ଯୋଗ ଯେ ।୧୨।ସତ୍ୟଭାମାକୁ ଡକାଇ ସେହି ସମୟରେ ।ସୁଦାମା ମିତ୍ର କହିଲେ ନିଶା ପ୍ରବେଶରେ ଯେ ।୧୩।ସୁଭଦ୍ରାକୁ ଘେନି ଯାଉ ଅର୍ଜୁନଙ୍କୁ କହ ।ଗିରିଧରଠାରେ କିଛି ଭୟକୁ ନ ବହ ଯେ ।୧୪।ସୁମରଣେ ରତ ଅସ୍ତ୍ର ହେବ ପରାହତ ।ସୁତମାନେ ମୋର ସାହା ହୋଇବେ ସମସ୍ତ ଯେ ।ସେକାଳେ ଶର୍ବରୀ ହେଲା ଶୟନ ମନ୍ଦିରେ ।ସବ୍ୟସାଚୀ ପରବେଶ ହେବା ସମୟରେ ଯେ ।୧୬।ସ୍ୱପତି ଆଜ୍ଞା କହିଲେ ଶକ୍ରାଜିତ ସୁତା ।ଶୁଣି ସୁଭଦ୍ରା ଏ ବାଣୀ ଭୟରେ କମ୍ପିତା ଯେ ।୧୭।ସୁଧନବା ପ୍ରିୟାରୀତିକି ଅନାଇ ବୋଇଲ ।ସଭୟତା ସୁନ୍ଦରୀ ପାଉଛ କାହିଁପାଇଁ ଗୋ ।୧୮।ସୂର୍ଯ୍ୟ ଘୋଡ଼ାଇବା ଅର୍ଥେ କୁଜ୍ଝଟି ପ୍ରବଳ ।ସେ ପ୍ରତାପେ ସେ ରହି ପାରଇ କେତେକାଳ ଯେ ।୧୯।ସୁରାସୁର ସିନ୍ଧୁ ମନ୍ଥି ଅମୃତ ପାଇଲେ ।ସୁକୃପା କଲାରୁ ହରି ଅମରେ ଖାଇଲେ ଯେ ।୨୦।
ସେ ରୂପେ କୃଷ୍ଣ ସାହାରୁ କିଛି ନାହିଁ ଡର ।
ସତେ ଶିଶୁପାଳ ପ୍ରାୟ ହେବ କୁରୁବୀର ଯେ ।୨୧।
ସାନୁଜା କୃଷ୍ଣର ବୋଲେ ତେବେ ଯିବା ଚାଲ ।
ସହ କିନା ପାର୍ଥ ଭାଷେ ହେଉ ପ୍ରାତଃକାଳ ଯେ ।୨୨।
ସଂଗ୍ରାମରେ ନ ପାରିଲା ଜନ ସେ ଚୋରାଇ ।
ସୁତୀକ୍ଷ କରଜା ମୁଁ ତ ରାବଣ ନୁହଁଇ ଗୋ ।୨୩।
ସୀକର ହୋଇ ତୁ ପ୍ରେମରସ ବୃଷ୍ଟି କର ।
ସ୍ମରାନଳ ନିବାରଣେ ଆନ ନ ବିଚାର ଗୋ ।୨୪।
ସୁବେଶ କରେ ମକରେ ଏମନ୍ତ ସେ କହି ।
ସଯତନେ ବେଣୀ ରଚେ ତା ବାନ୍ଧିବା ଫେଇ ଯେ ।୨୫।
ସୁଧା କର ତାମ୍ବୁଳ ଗୋଟିଏ ମୁଖେ ଧରି ।
ସେ ତାହା ପାନ କରନ୍ତି ବେନି ଭାଗ କରି ଯେ ।୨୬।
ଶ୍ରୁତି ହୁଏ ଘେନାଘେନି ଭାସମାନ କେତେ ।
ସଂକ୍ଷେପଣ କରି ବାସ ରଚନ୍ତି ସୁରତେ ଯେ ।୨୭।
ଶୋଇବାକୁ ଶ୍ରାନ୍ତେ ତହିଁ ହୁଅଇ ମାନସ ।
ସୁନ୍ଦରୀ ଚିଆଇଁ ବୋଲେ ଯିବା ପରା ଈଶ ହେ ।୨୮।
ସୁନ୍ଦରବର ବୋଲଇ ଶୁଅ ଆଉ ଲବେ ।
ସାରୁଛନ୍ତି ଦମ୍ପତି ରଜନୀ ଏହି ଭାବେ ଯେ ।୨୯।
ସଉନନ୍ଦୀ ରେବତୀଙ୍କି ଏହିକାଳେ କହି ।
ଦୁର୍ଯ୍ୟୋଧନ ଅଇଲା ସୁଭଦ୍ରା ବିଭାପାଇଁ ଯେ ।୩୦।
ସେ ଶୁଣି ଏ ବାଣୀକି ଯୋଡ଼ିଲା ବେନିକର ।
ସପ୍ତଫଣୀଧର ଆଗେ କହିଲା ଏ ଗିର ଯେ ।୩୧।
ସୌନ୍ଦର୍ଯ୍ୟ ଭ୍ରାତରୁ ପାର୍ଥ ଆମ୍ଭ ଉପକାରୀ ।
ସାନୁଜାକୁ ତାକୁ ଦେବ! ଦେବା ବିଭାକରି ଯେ ।୩୨।
ସ୍ୱୀକାର ତୁମ୍ଭର ବା ନୋହିବ ଏ କଥାରେ ।
ସେ କନ୍ୟା ସଙ୍ଗତ ହୋଇଲାଣି ତା ସଙ୍ଗରେ ଯେ ।୩୩।
ସର୍ପ ଚୁଡ଼ାମଣି କ୍ରୋଧେ ବୋଲନ୍ତି ଏ ଗିର ।
ସରମାକୁ ଯଜ୍ଞଚରୁ ଦେଲା କେଉଁ କ୍ରୁର ଯେ ।୩୪।
ସତୀଶଦ୍ଦ ଅପୂର୍ବ ବଂଶରେ ଜାତ ସେହି ।
ସୀମନ୍ତମଣ୍ଡନ ହୋଇ ଉପାନହ କାହିଁ ଯେ ।୩୫।
ସମ୍ବନ୍ଧ ଭୂଦେବ ତୁଲେ କାହିଁ ମାତଙ୍ଗର ।
ସୁଧାଖାଇ ଦ୍ୱିଖଣ୍ଡ ହୋଇଲା ଶଶୀପର ଯେ ।୩୬।
ସେହିପରି କୀର୍ତ୍ତି ମୁଁ ରଖିବି ତିନିପୁରେ ।
ଶୁଭୁଅଛି ମୋର ରାମ ନାମ ଏ ସଂସାରେ ଯେ ।୩୭।
ସମର୍ପିଲେ ବାଳି ବାଳୀ ରାମ ସୁଗ୍ରୀବକୁ ।
ସେମନ୍ତ କରିଣ ରଣେ ଦଣ୍ଡି ପାଣ୍ଡବଙ୍କୁ ଯେ ।୩୮।
ସହିଷ୍ଣୁ ହୁଅ ହେ ଦେବ କହିଲେ ରେବତୀ ।
ସମଦରଶୀ ଜନଙ୍କ ନୁହଇ ଏ ରୀତି ଯେ ।୩୯।
ସବୁକାଳେ ବଡ଼ ହୋଇ କେ ନାହିଁ ମନକୁ ।
ସ୍ୱର୍ଗ ତେଜି ଗଙ୍ଗା ଲଭେ ଲବଣ ସିନ୍ଧୁକୁ ଯେ ।୪୦।
ସ୍ତୋକ ଯେ ରସିଲା ଘନଜଳେ ଗଙ୍ଗା ଥାଉ ।
ସରସିତ ଚିତ୍ତକୁ ଭଙ୍ଗାଇ ନୋହେ ଆଉ ଯେ ।୪୧।
ସୋମବଂଶ ନୃପତି ପୋଷିଲା କନ୍ୟା ନେଇ ।
ସମଜ୍ଞା ହୋଇବ କିସ ମୋତେ ନ ଯୋଗାଇ ଯେ ।୪୨।
ସୁଦୃଷ୍ଟାନ୍ତ ଦେଖାଇ କହିଲେ ନ ଘେନିଲେ ।
ସାଜି ସୈନ୍ୟ ସମରକୁ ରାମ ବାହାରିଲେ ଯେ ।୪୩।
ଶୁଣି ମୁଖରାବ ତହିଁ ସୁଭଦ୍ରା ଅର୍ଜୁନ ।
ସୁମରିଣ ନନ୍ଦିଘୋଷ ଆରୋହି ବହନ ହେ ।୪୪।
ସ୍ୟନ୍ଦନ କିସ୍କିନ୍ଧ୍ୟା ପୁର ଦ୍ୱାର ପ୍ରାୟ ଶୋଭା ।
ସୁଗ୍ରୀବରେ ପରକାଶ କରିଛି ପ୍ରତିଭା ଯେ ।୪୫।
ସେହି ପୁର ଶ୍ରୁତି ପ୍ରାୟେ ରୁଚିର ହୋଇଲା ।
ସମଣ୍ଡନ ବାଳୀରେ ମନକୁ ମୋହି ନେଲା ଯେ ।୪୬।
ସେ ହରିକେତନେ ହୋଇବାର ମନୋହର ।
ସିନ୍ଧୁଜା ଗିରିଜା ପୁଲୋମଜା ପରକାର ଯେ ।୪୭।
ଶୂନ୍ୟେ ରଥ ଗମଇ ସମୁଦ୍ରେ ପୋତ ପରି ।
ସେ ଅର୍ଜୁନ ରୁଚିରେ ଆକାଶ ଶୋଭା ଧରି ଯେ ।୪୮।
ସ୍ୱୟଂବରେ ରୁକ୍ମିଣୀର ଶୁଭେ ଯଥା ଗୋଳ ।
ସୁଲୋଚନା ବିଭାକାଳେ ଯେମନ୍ତ ଚହଳ ଯେ ।୪୯।
ଶୁଭିଲା ଶଦ୍ଦ ଅଦ୍ଭୁତେ ଯଦୁ ସୈନ୍ୟ ତହିଁ ।
ସୁଭଦ୍ରାକୁ ନେଲା ନେଲା ରାମ କୋପ ବହି ଯେ ।୫୦।
ସନ୍ଧି ଶର ବିନ୍ଧି କନ୍ଧ ଛେଦ ପାଣ୍ଡବର ।
ସେନାନୀକି ଉଚ୍ଚରେ ଡାକିଲେ ହଳଧର ଯେ ।୫୧।
ସ୍ମିତେ ବଚନ ରଚନ କଲେ ଦାମୋଦର ।
ସାନ ଏକ ଭ୍ରାତବେନି ପାର୍ଥରେ ନକର ଯେ ।୫୨।
ସିନ୍ଧୁ ପିଇଲେ ଅଗସ୍ତି ଦୂର କରି ଶଙ୍କା ।
ସମୀର ଆତ୍ମଜ ପୂର୍ବେ ବିଧ୍ୱଂସିଲା ଲଙ୍କା ଯେ ।୫୩।
ସୁନାସୀର କୁମର ଏ ତ୍ରିଭୁବନ ତେଜା ।
ସଂସାରେ ପାଇବା ଏଥୁଁ ଅଧିକ ଜାମାତା ଯେ ।୫୪।
ସୂରପୁତ୍ର ବାହୁବଳେ ଯାହାର ବଡ଼ାଇ ।
ସେ ନେବାକୁ ଏ କନ୍ୟାକୁ ମନେ ନ ଯୋଗାଇ ଯେ ।୫୫।
ସମଧୀ ହୋଇବ ଯଦୁଶ୍ରେଷ୍ଠ ନେତ୍ରହୀନ ।
ସେ କଥାରେ ଭୋ ଦେବ ନୋହିବା ସାବଧାନ ଯେ ।୫୬।
ସମିଧ ସମୂହ ବୀତିହୋତ୍ର ଲାଗିଥାଇ ।
ସେ ଯେମନ୍ତ ଜ୍ୱଳିତ ଅଧିକ ଘୃତପାଇ ଯେ ।୫୭।
ସେ ରୂପେ କେ ପବର୍ଦ୍ଧନ ରୋହିଣୀ ନନ୍ଦନ ।
ଶୁଣି ସାଜି ପ୍ରବେଶ ହୋଇଲେ କୁରୁ ସୈନ୍ୟ ଯେ ।୫୮।
ସଂକୁଳେ ସଂଗ୍ରାମ କଲେ ବେଢ଼ି ଅର୍ଜୁନକୁ ।
ସଭୀତିରେ ସୁଭଦ୍ରା ଭଜିଲେ କମ୍ପନକୁ ଯେ ।୫୯।
ଶମ୍ବରପରାଦି ଯେତେ ଶ୍ରୀକୃଷ୍ଣ ତନୟ ।
ସେ ଆସି ହୋଇଲେ କପିଧ୍ୱଜରେ ସହାୟ ଯେ ।୬୦।
ସମରବନ ସେ ଭାବନାକୁ ତହିଁ ଲଭି
ସଉଚ୍ଚ ଉଲୁକେ ଶକୁନିର ଧ୍ୱନି ଶୁଭି ଯେ ।୬୧।
ସେ ଭୀଷ୍ମ ଦ୍ରୋଣ ଅର୍ଜୁନ ନକୁଳରେ ଶୋଭା ।
ସବୁରୂପେ ରାମ ହରି ପ୍ରକାଶେ ପ୍ରତିଭା ଯେ ।୬୨।
ସାର ସୁଲକ୍ଷଣା ପୁଣି ତୁମୁଳ ବହର ।
ସଦୀପ୍ତ କାମ ଶରାଳି ହୋଇଅଛି ତହିଁ ଯେ ।୬୩।
ସମେଳ ଯାଦବରେ ରଥାଙ୍ଗେ ଦୀପ୍ତିମାନ ।
ସଦା କବନ୍ଧ ନାଟରେ ହୋଇଛି ଶୋଭନ ଯେ ।୬୪।
ସ୍ମରସିଂହ କଉରବ ପତିଙ୍କି ଗ୍ରାସିଲା ।
ଶ୍ୟାମଳ ପ୍ରାୟ ଦ୍ରୋଣକୁ ଶାମ୍ବ ଆକର୍ଷିଲା ଯେ ।୬୫।
ସମର୍ଥ ନାଗ ଭୂରିଶ୍ରବାଏ ତହିଁ ଥିଲେ ।
ସେକାଳେ ଗଦ ପ୍ରୟୋଗେ ଦର୍ପହୀନ ହେଲେ ଯେ ।୬୬।
ସାତ୍ୟକି ଘନକାଣ୍ଡକୁ ଲଭିଣ ଅଶେଷ ।
ସମସ୍ତ ପ୍ରକାରେ କର୍ଣ୍ଣ ଗର୍ବ ଦାବ ନାଶ ଯେ ।୬୭।
ସହଦେବ ବୀରେନ୍ଦ୍ର କୁଳିଶ ଅସ୍ତ୍ରଯୋଗେ ।
ସକଳ ଭୂଭୃତ ପକ୍ଷଭଙ୍ଗ ହେଲେ ବେଗେ ଯେ ।୬୮।
ସୁଯୋଦ୍ଧା ଚନ୍ଦ୍ରମା ଭୀଷ୍ମ କୃଷ୍ଣପକ୍ଷ ଜାଣି ।
ସ୍ୱଇଚ୍ଛାରେ ଗ୍ଲାନିକି ଭଜିଲେ ସେହିକ୍ଷଣି ଯେ ।୬୯।
ସୁରଶିରଚ୍ଛେଦାକୁ ଦିଶିଲା ଚତୁର୍ଭୁଜ ।
ସରୋଜ କମ୍ବୁ ରଥାଙ୍ଗ ଗଦାରେ ବିରାଜ ଯେ ।୭୦।
ସାକ୍ଷାତରେ ଅର୍ଜୁନ ଦିଶୁଛି ବିଷ୍ଣୁପ୍ରାୟେ ।
ଶାନ୍ତି ଚିତ୍ତରେ ଭଜିଲେ ଦେଖି ଯଦୁରାୟେ ଯେ ।୭୧।
ସୁମତିରେ ଚିନ୍ତିଲେ ଯାହାର ହରି ପକ୍ଷ ।
ସଂସାରେ କେ ତାକୁ ଜିଣିବାରେ ହେବ ଦକ୍ଷ ଯେ ।୭୨।
ସଉନନ୍ଦ ପକାଇ ଡାକିଲେ ଆସ ଆସ ।
ସବୁରୂପେ କ୍ଷମା କଲି ତୋର କଲା ଦୋଷ ଯେ ।୭୩।
ସେ ବଚନେ ଅର୍ଜୁନ ନମିଲେ ହଳୀ ପାଦେ ।
ସରାଗ ବଶେ ସେ ତୋଳି ଲଗାଇଲେ ହୃଦେ ଯେ ।୭୪।
ସେ ସ୍ଥାନରୁ ମାନ ଲଭିଗଲା ଦୁର୍ଯ୍ୟୋଧନ ।
ସମ୍ଭବରେ ଦ୍ୱାରକା ଚଳିଲେ ଯଦୁ ସୈନ୍ୟ ଯେ ।୭୫।
ସୁଲଗ୍ନ ଯେତେବେଳକୁ ବିଚାରିଣ ଭଲେ ।
ସୁଭଦ୍ରା ପାର୍ଥକୁ ବିଭା ବିଧି ଆରମ୍ଭିଲେ ଯେ ॥୭୬।
ସର୍ବଂସହା ସୁରେ ବେଦମନ୍ତ୍ରକୁ ଉଚ୍ଚାରି
ସର୍ବଶୁଭେ ବିବାହ ବିଧାନ ଶେଷ କରି ଯେ ।୭୭।
ସହସ୍ର ପରିବାରିକା ଅଲେଖ ମଣ୍ଡନ ।
ଶଏ ଶତ ମଞ୍ଜୁଷାରେ ବିଚିତ୍ର ବସନ ଯେ ।୭୮।
ସୂର୍ଯ୍ୟ ଜ୍ୟୋତିଃଶାସ୍ତ୍ରମାନ ବହୁତ ବିଧିରେ ।
ସ୍ୟନ୍ଦନ ଅଶ୍ୱମାତଙ୍ଗ ଅୟୁତ ସଂଖ୍ୟାରେ ଯେ ।୭୯।
ସେକାଳେ ଯୌତୁକ ଯେତେ ଦେଲେ ବଳଦେବ ।
ସଂଖ୍ୟା କରି ଯେ ଉତ୍ସବ କେ କହି ପାରିବ ଯେ ।୮୦।
ସନ୍ତୋଷ ମୁଦୁସୁଲୀଏ ବେଢ଼ି ପୁରେ ନେଲେ ।
ସେ ବର କନ୍ୟାଙ୍କୁ ପଞ୍ଚଗ୍ରାସୀ କରାଇଲେ ଯେ ।୮୧।
ସଦନରେ ମଧୁଶଯ୍ୟା କଲେ ଦିନ ଶେଷେ ।
ସମର୍ପିଲେ ସଖୀଏ କନ୍ୟାକୁ କାନ୍ତ ପାଶେ ଯେ ।୮୨।
ସୁରତ ଉତ୍ସବ ଚଉଷଠି ବନ୍ଧେ ଜାତ ।
ସୁଖେ ସେ ଦମ୍ପତି ହେଲେ ରଜନୀ ବଞ୍ଚିତ ଯେ ।୮୩।
ସାରିଲେ ଚଉଠି ପଥେ ଯାଉଁ ନିଜପୁରେ ।
ସପତ ମଙ୍ଗଳା କଲେ ଇନ୍ଦ୍ରପ୍ରସ୍ଥପୁରେ ଯେ ।୮୪।
ଶାଶୁ ସପତ୍ନୀ ନନନ୍ଦା ଦେଖି ହେଲେ ତୋଷ ।
ସତାଶୀ ପଦରେ ଏହୁ ଛାନ୍ଦ ହେଲା ଶେଷ ଯେ ।୮୫।
ସିନ୍ଧୁରେ ଯେ ସେତୁ କରି ରାବଣ ଛେଦିଲେ ।
ସେଠି କ୍ଷେତ୍ରବରେ ଦାରୁରୂପେ ବିଜେକଲେ ଯେ ।୮୬।
ସୁମତିରେ ସେ ରୂପକୁ ଧ୍ୟାୟି ଅହର୍ନିଶି ।
ସଂଖ୍ୟାବାନ ଭଞ୍ଜ ବୀରବର ରସେ ଭାଷି ଯେ ।୮୭।
ସପ୍ତଦଶ ଛାନ୍ଦ
ସ୍ୱପୁରରେ ସୁଭଦ୍ରା ଓ ଅର୍ଜୁନଙ୍କ ଅବସ୍ଥିତିଏବଂ ଋତୁକାଳ ବର୍ଣ୍ଣନା(ରାଗ-ଆଷାଢ଼ ଶୁକ୍ଲବାଣୀ)ଶୁଣ ହୋଇ ସାବଧାନେ ସୁଜନ, ସରିଲା ଗ୍ରୀଷ୍ମ ବରଷା ରଞ୍ଜନ ।ଶୁଭିଲା ଘନାଘନ ଘନଘନ, ସ୍ୱନ ସବୁଦିଗେ ଅନବଚ୍ଛିନ୍ନ ।ସୁରମାର୍ଗ ଗ୍ରାସି, ସୁଧାଭାନୁ ଭାନୁ ଭାନୁ ନ ଦିଶି ।୧।ସଂସାର ଜୀବନ ଜୀବନ ତେଜି, ସଉଦାମିନୀ ରାଜିରେ ବିରାଜି ।ସାରଙ୍ଗବନମାଳା ଯୋଗେ ଶୋଭା, ସେ ମେଘ ବହିଲା ଶ୍ରୀକୃଷ୍ଣ ପ୍ରଭା ।ସମ ଲୋକେ ନାହିଁ, ସୁଖୀ ହୋଇଲେ ହଳଧର ଚାହିଁ ।୨।ସାନ୍ଦ୍ର ହୋଇ ହେଲା ଦୁର୍ଦ୍ଦିନ ଦିନ, ସୁଦରଶନେ ଦ୍ୱିଜଚକ୍ର ଦୀନ ।ସଂଶୟ ଚିତ୍ତେ ଦ୍ୱିଜଚକ୍ର ତହିଁ, ସନ୍ଧ୍ୟା ଜାଣନ୍ତି ଚକ୍ରକାନ୍ତି ଚାହିଁ ।ସମୃଦ୍ଧି ହୋଇଲେ, ସଜଳ ଘନ ମହୀ ଲୁଚାଇଲେ ।୩।ସାରସେ ସାରସେ ସମ୍ବଳ କଲେ, ସୁଖ ମାନସେ ମନସେ ଗମିଲେ ।ସୁନଭତା ତଳେ ମୁନିକୁଳ, ସେ ବଳି ଗଲେ ଖତ ମାଳ ମାଳ ।ସତ ଯେଣୁ ମିତ, ସ୍ନେହାଲିଙ୍ଗନ ଜୀମୂତ ଜୀମୂତ ।୪।ସ୍ଫର୍ଜଥୁ ଶୁଭେ ପତନ ଭିଦୁର, ସଂଜ୍ଞା ଦୂରକଲେ ଗର୍ଜି ଦର୍ଦୁର ।ସମ୍ପା ସଙ୍ଗତେ କରକା ପାତ, ସରିତ ବୃଦ୍ଧି ହୋଇଲେ ତ୍ୱରିତ ।ସରଣୀ ପଙ୍କିଳ, ଶାମୁକ ଡାକିଲେ ମୂକ କୋକିଳ ।୫।ସୁଜ୍ୟୋତି କଲେ ଜ୍ୟୋତିରିଙ୍ଗଣଗଣ, ଶ୍ରୁତିରେ ପଥିକ ପଦାରିଙ୍ଗଣ ।ସୁମନସ ଦଣ୍ଡଧର କୋଦଣ୍ଡ, ସମ୍ଭବି ବଲ୍ମୀକୁ ଗଗନେ ରୁଣ୍ଡ ।ସେ ରୁଜୁ ରୋହିତ, ସମୀର ସମୀରଣ ଅନୁବାତ ।୬।ସମୂଳେ ବିନାଶ ବନବରହି, ସ୍ଥାଣୁ ଉପରେ କ୍ରୀଡ଼େ ବଳ ରହି ।ସୁମନେ ନର୍ତ୍ତନ କଲେ ବରହୀ, ସଶଙ୍କ ହୋଇଲେ ଦେଖି ବିରହୀ ।ସୃଷ୍ଟିରେ କି ତ୍ରାହି, ସପ୍ରହାର କଲା ମାର ବିରହିଁ ।୭।ସୁମନା ସୁମନ ଫୁଟିଲେ ବନେ, ସୁମନା ସୁମନା ହେଲେ ଲୋକନେ ।ସୁମନାଙ୍କର ଯହିଁ ଅନୁରାଗ, ସଫୁଲ କଦମ୍ବ କଦମ୍ବ ବେଗ ।ଶୋହେ ଜାତି କଳି, ସ୍ଫୁଟ କଦଳୀରେ ବଶ କଦଳୀ ।୮।ସହଜେ ବିଦେଶୀ କାଳ କଣ୍ଟକ, ସ୍ୱନାଦେ ହୋଇଲେ କାଳକଣ୍ଟକ ।ସ୍ମର ଯମଦାଢ଼ ପ୍ରାୟେ କେତେକ, ସୁପ୍ରକାଶ ତହିଁ ହେଲେ କେତେକ ।ସୁନ୍ଦର ଚେତସ, ସ୍ରୋତସ୍ୱତୀ ତଟ ବିଟପୀ ନାଶ ।୯।ସମ୍ଭୂତ ଇନ୍ଦ୍ରଗୋପ ମହୀଦେଶେ, ସାର ଯୂଥିକା କୁଟଜ ପ୍ରକାଶେ ।ସଲିଳଧର ଋତୁକଲା ପୁଣି, ସୁମଲିଟବୃନ୍ଦ ଭୋଜି ଭିଆଣ ।ସମ୍ମୁଖ ପ୍ରସୂନ, ସ୍ୱାଦୁ ଘେନିଲେ କରି ରସପାନ ।୧୦।ସଂକଳ୍ପରୁ ପରବାସୀ ଡରି, ସେ ଋତୁ ଆଚରଣ ଅଙ୍ଗେ ଧରି ।ସଲିଳଧାରା ପ୍ରାୟେ ନେତ୍ରୁଁ ନୀର, ସ୍ରବିଲା ନିରନ୍ତରେ ତାହାଙ୍କର ।ଶ୍ୱାସ ଝଞ୍ଜ ବାତ, ସ୍ୱରୂପ ଖଣ୍ଡ ନୀପଫୁଲ ବତ ।୧୧।ସରଞ୍ଚଳ ବିଦ୍ୟୁ ପରାୟେ ବିବେକମାନ, ସଘନ ଚିନ୍ତାମୁଦିରେ ଆଚ୍ଛନ୍ନ ।ଶଶୀ ଶିଖୀ ପରି, ହୃଦୟ ଗିରିଶୃଙ୍ଗେ ନୃତ୍ୟକରି ।୧୨।ସୁଭଦ୍ରା ଅର୍ଜୁନ ଏ ଋତୁ ଚାହିଁ, ସୁମନେ ଘେନିଲେ ଏସନ ସେହି ।ସୁରତ ଦିନେ ସହଜେ ନିଷେଧ, ସେ ହୋଇଥିଲା ଦମ୍ପତିଙ୍କି ବାଦ ।ସୁଜାଣ ତ ବିହି, ସନ୍ତୋଷ କଲା ତା ରାତ୍ର ଭିଆଇ ।୧୩।ସରିଲା ରଥାଙ୍ଗ ସୁଖ ସମ୍ପତ୍ତି, ସେ କୋଟି କୋଟି ଜନ୍ମରେ ଦୁଷ୍କୃତିସୁମନଶରକୁ କି ଅବକାଶ, ସୁମନଶରରେ ଦେବାକୁ ତ୍ରାସ ।ସେ ଏମନ୍ତ ପାଞ୍ଚି, ସୁଖେ ଜଗତୀରେ ବିଳାସ ରଚି ।୧୪।ସୁରତ ହୁଡ଼ କରି ପଶାଖେଡ଼, ସୁରୁଚିତ କରି ଆନନ୍ଦ ବଡ଼ ।ସମାନ ପ୍ରୀତିରେ ଦୁହିଁଙ୍କି ଦୁହେଁ, ସଂଯୋଗ ଏକ ଜୀବ ବେନି ଦେହେସେ ନୁହଇ ବାରି, ଶମ୍ବର କ୍ଷୀରରେ ମିଶିଲା ପରି ।୧୫।ସୁନ୍ଦରୀର ଇକ୍ଷୁ ସଦୃଶେ ଘେନ, ସୁରସ ଜାତ କଲେ ଆନ ଆନ ।ସେ ଯେମନ୍ତ ଗୁଡ଼ ଖଣ୍ଡ ନବାତ, ସାକର ସାଚି ହୋଇ ମୋହେ ଚିତ୍ତ ।ସେହିପରି ହୋଇ, ସୁପୁରୁଷ ମନ ଭାବରେ ମୋହି ।୧୬।ସୁନ୍ଦର ତହିଁରେ ପୟ ସଦୃଶେ, ସୁମତି ମୋହେ ଆନ ଆନ ରସେ ।ସର ଲବଣୀ ଦଧି ଘୃତ ଆଦି, ସେ ଦ୍ରବ୍ୟ ଯଥା ଅଧିକେ ପ୍ରମୋଦି ।ସେ ପ୍ରକାରେ ହୋଇ, ସବଶ କଲେ ସେ ଦୁହିଁଙ୍କି ଦୁଇ ।୧୭।ସ୍ନାନ ଭୋଜନରେ ଇଚ୍ଛା ନୋହିଲା, ସ୍ମର ଉତ୍ସବରେ ମନ ରହିଲା ।ସ୍ୱାମୀ ପ୍ରିୟବତୀ, ସୁଚିତ୍ତେ ମେଘକୁ ଛଳି କହନ୍ତି ।୧୮।-ଶ୍ଲେଷ-ସୁଦନ୍ତୀ ବୋଲେ ଦେଖ ଧବ, ଶକ୍ରଜିତ ସମର ଭାବ ।ଶରେ ଲୀନ ଋକ୍ଷ ରାମ ଲକ୍ଷ୍ମଣ, ସମ୍ପଦ ଅତି ରାତ୍ରିଚର ଗଣ ।ସୁକମ୍ପିତ ଯହିଁ, ସୁକୁଳ ଡାଳିମ୍ବ ଜାମ୍ବବ ତହିଁ ।୧୯।-ରୂପକ-ସେମନ୍ତ ନୋହେ ଶୁଣି ବୋଲେ କାନ୍ତ, ସ୍ରଷ୍ଟା ବିରଚନ କରିଛି ନୃତ୍ୟଶମ୍ବରଦ ବ୍ୟାଜେ ବାଜେ ମର୍ଦ୍ଦଳ, ଶାମୁକ ମକ ମକ ନିଶ୍ଚେ ତାଳ ।ସ୍ୱର ଧଇବତ, ସୁରତ ରାଗେ ଭେକ ଗାଏ ଗୀତ ।୨୦।ସୂତ୍ରଧର ତୁଲ୍ୟ ଦାତ୍ୟୁହ କହି, ସମର କେକୀ ନର୍ତ୍ତନ କରଇ ।ସାରସ ନିଃସ୍ୱନ ଭ୍ରମର ଧ୍ୱନି, ସୁମନ ବିକଶିତ ହାସ ଘେନି ।ସୁଝଟକେ ବିଦ୍ୟୁ, ସମସ୍ତ ପ୍ରକାରେ ଦିହୁଡ଼ି ମଞ୍ଜୁ ।୨୧।ସରିବା ନୋହେ ଚରିତ ତାଙ୍କର, ସହସ୍ରେ ଛାନ୍ଦରେ କଲେ ବିଚାରସ୍ୱର୍ଗ ସମ୍ପଦରୁ ଅଧିକ ପ୍ରୀତି, ସୁରସିକଗଣେ ଘେନି ଅଛନ୍ତି ।ସୁଖୀରେ ସେ ସାର, ସଙ୍ଗେ ମନୋହାରୀ ଥାଇ ଯାହାର ।୨୨।ସତର ଛାନ୍ଦ ଏ ସରସ ଗୀତ ସତ ଚରିତ ନୁହଇ କଳ୍ପିତ ।ସହିତ ବହୁତ ସକାରମାନ, ସାତଶ ପଞ୍ଚତ୍ରିଂଶ ପଦେ ପୂର୍ଣ୍ଣ ।ଶ୍ରମ ଯେ ବହୁତ, ସକାର ଦତ୍ତ ପାଦାଦ୍ୟେ ବିହିତ ।୨୩।ସୁରସ ପୁରାଣ ଚରିତ ଯହୁଁ, ସାଧୁ ରସିକ ମାନସକୁ ମୋହୁ ।ସହଜେ ଏକବର୍ଣ୍ଣ ନିୟମରୁ, ସକଳ ମୂର୍ଖକୁ ସନ୍ତୋଷ କରୁ ।ସର୍ବ କବି ଚିତ୍ତ, ସୁପଦ ଆଶୟେ କରୁ ମୋହିତ ।୨୪।ସୁମନକଭୁଜ ଯେ କୀଟ ବୃକ୍ଷ, ସକାଶେ ନୋହୁ ଏ ପୁସ୍ତକ ନାଶ ।ସମସ୍ତ ଦେଶରେ ପ୍ରକାଶ ହେଉ, ସଂସାର ମଧ୍ୟେ ଚିରକାଳ ଥାଉ ।ସ୍ତବ ଏଥିପାଇଁ, ଶ୍ରାନ୍ତେ ଶ୍ରୀ ରଘୁନାଥ ଆରାଧଇ ।୨୫।ସୁଗ୍ରୀବ ସୁଗ୍ରୀବ ସଙ୍ଗତେ ମିତ, ସୁଗ୍ରୀବ ଯୋଚିତ ରଥରେ ସ୍ଥିତ ।ସୁଷେଣ ସୁଷେଣ ମଙ୍ଗଳପ୍ରଦ ସଲକ୍ଷଣ ସଲକ୍ଷ୍ମଣ ସର୍ବଦା ।ସୁରଭୀ ଜଗରେ ସୁରଭୀ ବିନାଶ କରେ ଜଗତେ ।୨୬।ଶରେ ନାଶକରି ଦଶାନନକୁ, ସମ୍ପଦ ସମର୍ପି ବିଭୀଷଣକୁ ।ସଦା ଗଙ୍ଗାଧର ଯା ନାମ ଜପି, ସେତୁ ହେତୁରେ ଗଙ୍ଗାଧର କୋପି ।ସେ ପ୍ରଭୁ ପୟର, ସେବକ ଉପଇନ୍ଦ୍ର ବୀରବର ।୨୭।