ଚତୁର୍ଦ୍ଦଶ ଛାନ୍ଦ — ସୁଭଦ୍ରା ପରିଣୟ — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଚତୁର୍ଦ୍ଦଶ ଛାନ୍ଦ
ଦ୍ୱାରକା ନାରୀଙ୍କର ଜଳକ୍ରୀଡ଼ା ଏବଂ ସୁଭଦ୍ରାର ବିବାହସମ୍ବନ୍ଧେ ବଳରାମଙ୍କର ଉଦ୍ଯୋଗ( ରାଗ-କଲ୍ୟାଣ ଆହାରୀ)ସ୍ଥାଳୀରେ କୁସୁମ ଚନ୍ଦନ ତାମ୍ବୁଳ ଭରି ଧରି ନିଜ କରରେ,ସୁଭଦ୍ରା ଶର୍ବରୀ ପ୍ରବେଶେ ପ୍ରବେଶ ହୁଅଇ ଜୀବେଶ ପାଶରେ ।ସାରନ୍ତି, ସେ ନିଶିକି ନାନା ବିଳାସେ ।ସାରୋଦ୍ଧାର ଋତୁ ତାପ ପରକାଶ କେତେଦିନେ ସେହି ସାଦୃଶେ ।୧।ତେଣୁ ହିଂସକ ପଶୁଙ୍କ ମନ ହିଂସା ଅତି ସତ୍ୱରେ ଦୂର ହୋଇ,ଶୋଇଲେ ସିଂହସଟା ତଳେ କୁଞ୍ଜର ମୟୂର ପୁଚ୍ଛ ତଳେ ଅହି ।ସରରେ, ଶୋଇ ଭୀଷ୍ମ ହେଲେ ମହିଷି ।ସରସେ ଆଲିଙ୍ଗନ ରାଜା ପରାୟେ ଅତିଶୟ ଶୋଭା ପ୍ରକାଶି ।୨।-ଶ୍ଲେଷ-ଶୋହେ ବରହିଶିଖା ଗିରିଶିଖରେ ତେଣୁ ବହେ କୃଷ୍ଣ ଆକାର,ସଦୀପିତବନ୍ତ ହଂସପଦ ହୋଇ ହରିଲେ ଜୀବନ ନିକର ।ସମୀର, ସମେଳେ ରଜନି କରରେ ।ସବୁ ଦେବ ଦୀପେ ଆକୁଳ ଦେଲା ସେ ଚକ୍ରଗତି ନାକରେ ।୩୦।ସୁଦନ୍ତୀ ଜରତୀ ପରାୟେ ଦିଶିଲେ ଦୀନ ହୋଇ ଘନରସରେ,ଶୃଗାଳ ଆଦି ରସନା ପ୍ରକାଶିଲେ ବିପରୀତ ନାରୀ ପ୍ରକାରେ ।ସ୍ଫୁଟରେ, ସନ୍ତୋଷ ବିହୀନ ମଲ୍ଲିକା ।ସ୍ଫୁଟରେ ହରଷ ହୋଇଲେ ମଲ୍ଲିକା କଲେ ଭୋଗା କଣ୍ଠେ ମାଳିକା ।୪।ସିନ୍ଧୁବାର ଫୁଲ ଧୀବରୀ ଶରୀର ପରାୟେ ଗନ୍ଧ କଲେ ଖ୍ୟାତ,ସରୋଜିନୀ ସ୍ନେହୀ ପୁରୁଷ ଭ୍ରମର ପାଶେ ଯାଇ ନୋହେ ରସିତ ।ସେ ପୁଣି, ସବଶ ଶାଳ୍ମଳୀ ପ୍ରଫୁଲ୍ଲେ ।ସାମନ୍ତ ଯେମନ୍ତ ହୋଇ ଚେଟୀ ସଙ୍ଗେ ରମେ ନୂତନ ଋତୁକାଳେ ।୫।ସଇକତ ଭୂମି ଅଗ୍ନି ପ୍ରାୟ ପାନ୍ଥ ପାଦ ବିପିନକୁ ତହିଲେ,ସାଧବେ ନବୀନ ଘନ ପ୍ରାୟ ହୋଇ ନିରତେ ନୀରଦାନ କଲେ ।ସଦନ, ସର୍ବକାରେ କଲେ ବ୍ୟଜନ ।ଶ୍ରମ ଶାନ୍ତକର ଜଳଯନ୍ତ୍ରପୁର ଚନ୍ଦ୍ରମା କର୍ପୂର ଚନ୍ଦନ ।୬।ସେହି ସମୟରେ ରେବତୀ ରୁକ୍ମିଣୀ ପ୍ରମୁଖ ହୋଇ ଯେତେ ନାରୀ,ସରବରେ ଜଳକ୍ରୀଡ଼ାକୁ ଗମିଲେ ସଙ୍ଗେ ଅଶେଷ ପରିଚାରୀ ।ସାଂସାରେ, ସଦୃଶ ଅଛି କେ ତାହାଙ୍କୁ ।ସରି ନୋହି ଅପସରୀ ଅପସରୀ ଯିବେ ଅନାଇଲେ ଯାହାଙ୍କୁ ।୭।ସୁମନା ସମସ୍ତେ କେ କାହାକୁ ଚାହିଁ ଅନ୍ତର୍ଲିପିକାରେ ପଚାରି,ସଙ୍ଗକଲା କେ ନଳ ଦମୟନ୍ତୀର ଗୋପପୁରେ କେ ଅଧିକାରୀ ।ସଙ୍ଗୀତ, ସୃଷ୍ଟି ସର୍ଜନା କେ କରଇ ।ସୁପର୍ଣ୍ଣ ନାମେ ସର୍ପ କିସ କରନ୍ତି ରଥପଦ କିସ ବୋଲାଇ ।୮।ସେ ତର୍କୀ ସର୍ବଦା ବିଷ୍ଣୁ କରେ ଥାଇ ଶୁଣି ସେ ଜାଣିଲି ବୋଲଇସାରସ ନନ୍ଦ କଦର ଚନ୍ଦ୍ର ସିନା ଏ ସରୋବରେ ଅଛି ରହି ।ସଙ୍ଗାତ ସଗୁପତ କରୁ ଏତେକଶୁଣ ମନଦେଇ ଏ ବହିର୍ଲିପିକା ପାଇଲେ କର ତୁ ବିବେକ ।୯।
ସତର ନକ୍ଷତ୍ର ହୋଇ ବେନିବର୍ଣ୍ଣେ ସେ ବିପରୀତରେ ଅସାର,
ସୋମଶେଖର ନାମ ପୁଣି ପ୍ରକାଶ ବୃନ୍ଦାବନ ଲୀଳା ବିହାର ।
ସଙ୍ଗାତ, ସେ ଉତ୍ତାରୁ ହୁଏ ବିହିତ ।
ସିନ୍ଧୁରେ କାମନା ଅର୍ଥ ଯାହା କରେ ପୁଣି ପ୍ରଭୁ ନାମ ବିଖ୍ୟାତ ।୧୦।
ସମସ୍ତରେ ହୁଏ ହରି ଏକ ନାମ ଶୁଣି ସଖୀ କଲା ଉତ୍ତର,
ସେ ପଦ ଚନ୍ଦ୍ରଠାରେ ସମ୍ଭବ ଯେ ନିଶ୍ଚେ ବେଦବର୍ଣ୍ଣି ବିଚାର ।
ସଙ୍ଗାତ, ସୁମନ ବୋଧ ହେଲା ତୋର ।
ସକଳି ଏ ରୂପେ କଉତୁକ ବଶେ ପ୍ରବେଶ ପଦ୍ମାକର ତୀର ।୧୧।
ସାଧ୍ୱୀଙ୍କ ଲପନେ ଲୋଚନ ଯୁଗକୁ ଦରଶନ କରି ନଳିନ,
ସ୍ଫୁଟ ହାସରେ ବିଶେଷ ଶୋଭା ହେଲେ ସୁବିଚାର କରି ଏସନ ।
ସଗୋତ୍ର, ସତ୍ୟ ଉଦ୍ଧରିଲା ଆମ୍ଭର ।
ସାଧି ଶତ୍ରୁର ହୃଦେ ମାଡ଼ି ବସିଛି ବିନାଶ ହୋଇ ନିରନ୍ତର ।୧୨।
ସେ ମୁଖକୁ ଚାହିଁ କିସ ସୁଖ ପାଇ ଚକୋର ଭ୍ରମର ଧାଇଁଲେ,
ସନ୍ନିଧାନେ ଯାଇ ଶ୍ରବଣ ଅଞ୍ଜନରେଖା ଦେଖି ଭୟ ପାଇଲେ ।
ସାରସେ, ସ୍ୱନେ କହିହେଲେ ଏମନ୍ତ ।
ସାରସ ଗତିକି ଗଜତୁଲେ ଆମ୍ଭେ ହେଉଛୁ କୋଟି ଦଣ୍ଡବତ ।୧୩।
-ଛଳ-
ସରସୀ ଦେଖାଇ କେ କହେ କାହାକୁ ଏଥି ପୁଣ୍ଡରୀକ ପୂରିତ,
ସଖୀ ତୁ ହରିଣୀ ପୁଣି ଭୀରୁମଣି ପ୍ରବେଶ ନୁହ କଦାଚିତ ।
ସଙ୍ଗାତ, ସେ ପୁଣି ଏମନ୍ତ ବୋଇଲା ।
ସାକ୍ଷାତେ କଟୀ ସିଂହରେ ସୁଶୋଭନ ଏତେ ବିବେକ ତୋ ନୋହିଲା ।୧୪।
ଶମ୍ବରେ ଶମ୍ବର ରିପୁ ଭଣ୍ଡାରକୁ ନ ବୁଡ଼ା ବୋଲି କେ କହିଲା,
ସୁସ୍ନାତ ନାରୀ ସେ କିଛିଦିନ ବୋଲି ଜାନୁ ଉରଜକୁ ଚାହିଁଲା ।
ସଙ୍ଗାତ, ସର୍ବତ୍ରେ ଚିଲିକା ତାହାକୁ ।
ସଲୀଳେ ତୁ କାନ୍ତ ଲଭିବୁ ତୁମ୍ଭର ସେ ନୋହିବ ବୋଲେ କାହାକୁ ।୧୫।
ସହସ୍ର ମୁଖେ ଶେଷ କରି ନ ପାରେ ଶେଷ ଯା ବର୍ଣ୍ଣର ବର୍ଣ୍ଣନା,
ସେ ବରବର୍ଣ୍ଣନା ଖେଳିଲେ ପିଚକାଳିରେ ଗୋଳି ବର ବର୍ଣ୍ଣନା ।
ସମ୍ପଦ, ସ୍ୱରୂପ ବୟସେ ଗର୍ବିତା ।
ସେ ମହୀର ନେତ୍ରୀ ନିକର ବହିଲେ ନର୍ତ୍ତନ ମନ୍ଦିର ଶୋଭିତା ।୧୬।
-ରୂପକ-
ସମୁଖରେ ବଳା କିଙ୍କିଣୀ କଙ୍କଣ ନାନାବିଧ ବାଦ୍ୟ ବାଜିଲେ,
ସୁବେଣୀ ଛନ୍ଦବନ୍ଧ ବେଣୀ ନର୍ତ୍ତକୀ ବିବାଦ ରଚିଣ ନାଚିଲେ ।
ସନ୍ତୋଷ, ସ୍ମରରାଜାର ବଢ଼ାଇଲେ ।
ସର୍ବତୋମୁଖରୁ ନକ୍ଷତ୍ର ପତନ ପ୍ରାୟ କେଶୁଁ ଫୁଲ ଖସିଲେ ।୧୭।
ସରଳ ବରନୀ ତରଳ ଲୋଚନୀ ଗରଳ ଗଳ ବିମୋହିନୀ,
ସରୋଜ ବାସିନୀ ଫରକ ହାସିନୀ ପୃଥୁ ନିତମ୍ବିନୀ କାମିନୀ
ସୁଭଦ୍ରା, ସେଠାରେ ପ୍ରବେଶ ହୋଇଲେ ।
ସୁହାସୀ ପରିହାସୀ ସବୁ ନାରୀଏ ଆସି ଚପଳରେ ବେଢ଼ିଲେ ।୧୮।
ସାରଙ୍ଗ ମଦପଙ୍କ କେହୁ ସମୋଦେ ବଦନ ପରେ ପକାଇଲେ,
ସକଳଙ୍କ ଚନ୍ଦ୍ର ଉପମା ପବିତ୍ର ସେହି କାଳରେ କରାଇଲେ ।
ସ୍ରବେ କି, ସ୍ୱର୍ଣ୍ଣଗିରିରୁ ହରିତାଳ ।
ସେପରି ଯତନ ପିଚିକା ପତନେ କେଉଁ ନାରୀ କଲା ମଞ୍ଜୁଳ ।୧୯।
ସାରସକରରୁ ସରୋଜ ଆଣି କେ ଶିର ଉପରକୁ ଧଇଲା,
ସର୍ବଦା କଟକେ ଶୋଭା ହୋଇଲୁ ଛତ୍ର ଦେଲି ଏବେ ବୋଇଲା ।
ସହାସ, ସୀକପାଣିର ମନୋହରୀ ।
ସୁବାସୀ ସୁବାସ ହରନ୍ତେ ସଭୟ ସଙ୍କୋଚେ ମଜ୍ଜିଲା ସେ ବାରି ।୨୦।
ସରୋବରେ ପଶି ସେ ତାକୁ ଧରଷି କୁବେ ନଖକ୍ଷତ ଦେଖିଲେ,
ସ୍ୱୟଂମ୍ଭୁ ଶମ୍ଭୁଙ୍କୁ ଚନ୍ଦ୍ରଶେଖରତ୍ୱ କେ କଲା ଏତେ ପଚାରିଲେ ।
ସଙ୍ଗାତ, ସୁଗନ୍ଧ କେତକୀ ଫୁଲକୁ ।
ସଭୋଗ କେମନ୍ତ ଭ୍ରମର ଯେ କଲା ଜଣା ତ ନ ଯାଇ ଆମ୍ଭଙ୍କୁ ।୨୧।
ସିଂହ ସଦନେ ନିର୍ଭୟ ହୋଇ ବଳି ଭୋଗ କଲା କେଉଁ ଶିଶୁ ସେ,
ଶୁଣିଣ ଏ ବାଣୀ ରେବତୀ ଚରଣେ ପଡ଼ିଲେ ସଭୟ ବଶୁଁ ସେ ।
ସୁନ୍ଦରୀ, ସୁମୁଖୁଁ ନ ସ୍ଫୁରେ ବଚନ ।
ସରୀସୃପ ମୁଖ ମନ୍ତ୍ରବନ୍ଦ ପ୍ରାୟ ତାର ନୋହିଲା ତାର ମନ ।୨୨।
ସମ୍ବନ୍ଧ କେହି ପୁରୁଷରେ ହେଲା ତୋ ପୁଣି ହିଁ ରେବତୀ ପୁଚ୍ଛିଲେ,
ସକଳ କଲୁ ଚନ୍ଦ୍ର ପ୍ରାୟ କୁଳକୁ କି ବୋଲିବେ ରାମ ଶୁଣିଲେ ।
ସଙ୍ଗାତ, ସରିଲା ଶିରୀ ସେ ପୁଂସର ।
ସାହସ କେଡ଼େ ତା କି କରି ଭେଦିଲା ମରୁତ ଅଗମିତ ପୁର ।୨୩।
ସଭାସଦ ପ୍ରାୟ ସତ୍ୟଭାମା ମିଳି ଜାଣି ଏ ବଚନ ଭାଷିଲେ,
ସୂର୍ଯ୍ୟର ବୋଲି ସର୍ଜ୍ଜିଲେ ପଦ୍ମ ଧାତା ଭୋଗ ବିନୁ ଭୃଙ୍ଗେ ରସିଲେ ।
ସୁନ୍ଦରୀ, ସ୍ଥବିର ଏ ପୁଣି ଲଭନ୍ତି ।
ସ୍ଥାପିତ କାଷ୍ଠକୃତ ପିତୁଳା ଚାହିଁ ଯୋଗୀ ଯୋଗଭଙ୍ଗ ହୁଅନ୍ତି ।୨୪।
ସତ୍ୟ ତ୍ରେତୟା ଦ୍ୱାପର କଳି ଆଦି ଚାରିଯୁଗେ ଏ ତ ହୋଇଛି,
ସ୍ୱାହାଭୁକ ପୁରେ ଭୁଜଙ୍ଗ ଭୁବନେ କେଉଁଠାରେ ପୁଣ ନୋହିଛି ।
ସୁନ୍ଦରୀ, ସ୍ୱୀକାର କରାଇ ପତିକି ।
ପ୍ରକଟ ନୋହୁ ଏ କଥା ବିବାହ କରିଦିଅ ରସବତୀକି ।୨୫।
ଶାନ୍ତିକି ଭଜି ସେ ଜଳକ୍ରୀଡ଼ା ସାରି ସ୍ୱସଦନେ ନିଶି ପ୍ରବେଶେ,
ସୁଭଦ୍ରାଙ୍କୁ କିପାଁ ବିଭା କରୁନାହିଁ ବୋଲି କହିଲେ ହଳୀପାଶେ ।
ସେ ଶୁଣି, ସଂପ୍ରାପ୍ତ ହୁଅନ୍ତେ ଦିବସ ।
ସଫଳକ ସୁତ ଉଦ୍ଧବ ବ୍ରାହ୍ମଣ ସଙ୍ଗେ ପେଷିଲେ କୁରୁଦେଶ ।୨୬।
ସେ ଯାଇଁ କହିଲେ ଅନ୍ଧସୁତ ପାଶେ ବଳଦେବଙ୍କର ସନ୍ଦେଶ,
ସଉଲ୍ଲାସ ହୋଇ କନ୍ୟା ଶୋଭା ତହିଁ ବିପ୍ରେ ପୁଚ୍ଛିକଲେ ନରେଶ ।
ସେ କହେ, ସତୁଷ୍ଟେ ଏକାନ୍ତେ ବସିଣ ।
ଶୁଣ ସେ ରମଣୀମଣି ରମଣୀୟ ଆହେ ନୃପ ମନଦେଇଣ ।୨୭।
ସେ ରାମା ନେତ୍ରଡୋଳା ଖେଳା ବଶରେ ସତ ସାରଙ୍ଗ ଶୋଭା ଭଜି,
ସଂଶୟ ନ ଛିଡ଼େ କିସ ହୋଇ ମୁଖେ କମଳଜ ଭ୍ରମ ଉପୁଜି ।
ସେଠାରେ, ସଦା ରହିଲା ଦିବାନିଶି ।
ସୁତଳ ରବିତଳ ସ୍ୱର୍ଗୁରମ୍ୟ ସେ ସ୍ତନ ଅଳତାକୁ ଉଲ୍ଲାସୀ ।୨୮।
ସତ୍ୟ ଏ ଅଧର ବିଦ୍ରୁମ ପଳିତ ଦ୍ରୁମଫଳ ବିମ୍ବ କି ଲକ୍ଷ୍ୟ,
ସେ ଉତପାତରୁ ଅନଙ୍ଗ ପ୍ରବଳ ଦିନୁଦିନ ହୋଇ ପ୍ରତ୍ୟକ୍ଷ ।
ସୁକୃତି, ସୁକୃତ ତୂଣୀର ହୁଅଇ ।
ସେ ଆକୃତି ହେଉ ନୋହୁ ଏ ରସିକା ନାସିକାସମେ ତୁଳା ଦେଇ ।୨୯।
ଶରାସନ ଭୂରୁ ଗୁଣ ଚୂର୍ଣ୍ଣକେଶ ଅର୍ଦ୍ଧ ଚନ୍ଦ୍ରଫଳ ଲଲାଟ;
ଶର ଲାଗିଥିଲେ ସଂସାର ନ ଥାନ୍ତା ଭଲା ଧାତା କଲା କପଟ ।
ସତ୍କାର, ସୁହାସ କାଶରେ କରଇ ।
ସ୍ତୋକ ଉପମା ସେ ଗଣ୍ଡାକୁ ମଦନ ଆଦରଶ ଚନ୍ଦ୍ର ନୁହଇ ।୩୦।
ସବିଜ୍ଞ ବୋଲନ୍ତି କରକରଦନ୍ତୀ ଭିନ୍ନ ହୃଦୟ ସେ କାତରେ,
ସୁପାରଶ ନିକି କିଂଶୁକ ଉପମା ଶ୍ରୁତ ସମ ନାହିଁ ଶ୍ରୁତିରେ ।
ସରବ, ସୁବେଣୀ ଦର କଣ୍ଠ ଚାହିଁ ।
ସୁମନ୍ତ୍ରୀ ଜନରେ ନ ଥିଲାକୁ ସତେ ତିନି ରେଖାରେ ଶୋଭା ସେହି ।୩୧।
ସୌଗନ୍ଧ କନକ କର କୋକନଦ ଭୁଜ ଲହରୀରେ ରାଜିତ,
ସମ୍ପୁଟ ଉରଜ ନୀରଜ କୋରକ ଉଦର ରସକୁଳେ ଜାତ ।
ସଂସ୍ଥିତ, ସସଦୟେ ଅଳି ରୋମାଳୀ ।
ସେ ଯଦି ଫୁଟିବେ ଏ ତେବେ ଚୁମ୍ବିବେ ରହିଛନ୍ତି ଲୋଭେ ପ୍ରବଳି ।୩୨।
ସ୍ରଷ୍ଟା ନିର୍ମାଣିବା କାଳେ କରେ ଧରିଥିଲା ଏଣୁ ମଧ୍ୟରେ କେ ତା,
ସ୍ପୀତ ନିତମ୍ବ ଶୋଭା ଊରୁ ପୃଥୁଳ ହୋଇଲ ମନ ମୋହିତା ।
ସୁନ୍ଦରୀ, ଶାଣରେ ଶୋଭା ହୋଇଥାଇ ।
ସୁକସନ୍ତକ ଯାତ୍ରା ଶୋଭା ମନ୍ଦିରେ କିବା କାମଦେବ ଭିଆଇ ।୩୩।
ସମ୍ଭୂତ ଥାନ୍ତା ଉଲଟରେ କଦଳୀ କାଳେ ହୋଇଥାନ୍ତା ବିକାଶ
ସ୍ଥଳ ସରସିଜ ତେବେ ବା ହୁଅନ୍ତା ଊରୁ ଚରଣକୁ ସଦୃଶ ।
ସଂଙ୍କୋଚେ, ସଲବଣ ଦହ କନକ ।
ସଙ୍କୋଚ କଥାଏ ସରି କରିବାକୁ ବାଳା କାନ୍ତି କେଡ଼େ ଚହକ ।୩୪।
ସର୍ଗବନ୍ଧ କାବ୍ୟ ନାଟକାଦି କବି ବର୍ଣ୍ଣି ନ ପାରନ୍ତି ଯାହାକୁ,
ସେ ଶୋଭା ରତିକୁ ରତି ସମ ନୁହେଁ ଏମନ୍ତ ବୋଲନ୍ତି ତାହାକୁ ।
ସାରିବା,ସିନା ବ୍ୟର୍ଥ କାର୍ଯ୍ୟେ କାଳକୁ ।
ସେ ସୁନ୍ଦରୀମଣି ଶିରୋଧାର୍ଯ୍ୟ ଶୁଣି ଆଣିଦେବା କେଉଁ ତୁଳକୁ ।୩୫।
ସୁବର୍ଣ୍ଣ ଲଙ୍ଗଳେ ଚଷି ଖଣ୍ଡ ଭୂମି ଅମୃତ ଜଳ ବଳାଇଲେ,
ସେଥିରେ ଇକ୍ଷୁବୃକ୍ଷ ହୋଇ ଉତ୍ପତ୍ତି ସେ ପୁଣି ସଫଳ ହୋଇଲେ ।
ସୁବାଣୀ, ସୁବାଣୀ ତୂଲ୍ୟ ହେବ କେତେ ।
ସଦା ଦୀନଗତି ଶ୍ରୀଅଙ୍ଗ ବର୍ଣ୍ଣନା କହିଲି ମୋର ବୁଦ୍ଧି ଯେତେ ।୩୬।
ସର୍ବଂସହା ସ୍ମର ବଚନେ ସନ୍ତୋଷ ଗମନେ ମନ କୁରୁପତି,
ସ୍କନ୍ଧାବାରରେ ଘୋଷଣା ଦିଆଇଲେ ସାଜନ୍ତୁ ସୈନ୍ୟ ସେନାପତି ।
ସମ୍ପୂର୍ଣ୍ଣ, ସପ୍ତତ୍ରିଂଶ ପଦେ ଏ ଛାନ୍ଦ ।
ସୁଷେଣ ଜାମ୍ବବ ମଙ୍ଗଳପ୍ରଦଙ୍କୁ ସୁମରେ ଭଞ୍ଜ ଉପଇନ୍ଦ୍ର ।୩୭।
ପଞ୍ଚଦଶ ଛାନ୍ଦ
ବିବାହ ଉଦ୍ଦେଶ୍ୟରେ ଦୁର୍ଯ୍ୟୋଧନରରୈବତ ଗିରିରେ ପ୍ରବେଶ(ରାଗ- ଶଙ୍କରାଭରଣ)ସେ ନଗର ଅଧିକାରୀ ଦିଆଇ ନାଗରା ।ଶୁଭିଲା ସବୁ ଶ୍ରୁତିକୁ ଡାକିଲେ ଡଗରା ।ସାଜ ଚତୁରଙ୍ଗ ବଳ ।ସାର୍ବଭୌମ ପ୍ରଭାତୁ କରିବେ ଅନୁକୂଳ ।୧।ଶୁଣିଣ ସମସ୍ତ ଜନ ଉଚ୍ଛନ୍ନ ହୋଇଲେ ।ସୁଝାଇଣ ବର୍ତ୍ତନ ସଚିବଠାରୁ ନେଲେ ।ସାଦୀ ପାହାନ୍ତି ନିକରସଜ ସାଜାଡ଼ିବାରେ ହୋଇଲେ ତରତର ।୨।ଶୁଖାଇଲେ ରବିକରେ କେ ସଜ ଯତନେ ।ସିଆଁଇଲେ କେଉଁମାନେ ସଜକୁ ନୂତନେ ।ସକଳଙ୍କ ଶସ୍ତ୍ର ନେଇ ।ଶିଳାଇଲେ କେ କମାର କରେ ସଜଡ଼ାଇ ।୩।ସିନ୍ଦୁକ ମଞ୍ଜୁଷା ପେଡ଼ି ଆଦି ଅଧିକାରୀ ।ସାଭରଣ ଅଳଙ୍କାର ଶସ୍ତ୍ର ବାଣ କରି ।ସାଜି ବଳିବର୍ଦ୍ଦ ଉଟ ।ସଜ କଲେ ଭାରବାହ ଶିବିକା ଶକଟ ।୪।ସାମନ୍ତ ଆଦିରୁ ଦାସ ପରିଯନ୍ତେ ତହିଁ ।ସଜଡ଼ାଇ ଭାର ଗଣ୍ଡିରାକୁ ତୋଷ ହୋଇ ।ସେ ସମୟେ ନିଶି ହେଲା ।ଶୁଣ ଏବେ ରସିକା ରସିକବୃନ୍ଦ ଲୀଳା ।୫।ସୁହାଇବ ଏବେ ନାହିଁ ଅଶନ ବସନ ।ସରିବ କେମନ୍ତେ ମହା-ବିଚ୍ଛେଦରେ ଦିନ ।ସେ ଯେ ଏହା ଚିନ୍ତା କରି ।ସଂହରି ଲୋଡ଼ିଲେ ବଳେ ନେତ୍ର ଜାତ ବାରି ।୬।ସୁମରଇ କେ ବିଧାତାଠାରୁ ନାହିଁ ମନ୍ଦ ।ସୀମନ୍ତ-ଛେଦନ ବିହି ବିହିଲା ବିଚ୍ଛେଦ ।ସହିବ ସେ କାମକାଣ୍ଡ ।ସୁମରିବ ମୋତେ ଏବେ ପଡ଼ିଲା କି ଦଣ୍ଡ ।୭।ସହ ପାଂଶୁଳାକୁ ଚାହିଁ ବୋଲେ କେ ରସିକ ।ସେବକ ହୋଇଲା ଜନ ଜୀବନହିଁ ଧିକ ।ସ୍ୱଆୟତ୍ତ କିଛି ଥିଲେ ।ସଙ୍ଗର ତରୁଣୀ ତେଜି କି ତରୁଣ କାଳେ ।୮।ସ୍ନେହାକୀ କେ ଦେଖି ବୋଲୁଛିରେ ସିଂହକଟୀ ।ସକାଳୁ ପ୍ରବାସ ଯିବ ମେଲାଣି ହେଲାଟିସ୍ୱରୂପ ତୋ ଦେଖି ନେତ୍ରେ ।ସବୁକାଳେ ଏକା ତୁ ପକାଉଥିବୁ ଚିତ୍ତେ ।୯।ସଧିର ଗମନାକୁ କେ ବୋଲେ ଧିର କରି ।ସମୀପେ ଅଛିଟି ଦୂରେ ଗଲେ ବିମ୍ବାଧରୀସଖୀ ପାସୋରିବୁ ନାହିଁ ।ସଙ୍ଗେ ନେଉଛି ପିଣ୍ଡକୁ ପ୍ରାଣ ଏଥେ ଦେଇ ।୧୦।ସଙ୍ଗେ ନେବି ଦେଇଥାଅ ତୋ ପିନ୍ଧାବସନ ।ଶୀତ ଋତୁରେ ନିଶାର କରି ନେବି ଦିନ ।ଶର ପ୍ରହାରିଲେ ମାର ।ସେତେବେଳେ କବଚ କରିବି ତୋ ଅମ୍ବର ।୧୧।ସ୍ନେହେ କେ ଭାଷେରେ ବନ୍ଧୁ ଆଲିଙ୍ଗନେ ତୋର ।ସ୍ତନରେ ନ ରଖୁ ହାର ହେବି ବୋଲି ଦୂର ।ସେହି ଜୀବେଶ୍ୱରୀ ତୁହି ।ସ୍ୱଭାବେ ହେଉଛି ଭିନ୍ନ ଦିନ ନେବୁ କେହି ।୧୨।ସମ୍ମୁଖେ କେ ବସାଇ ବାଳାର ରୂପ ଦେଖି ।ସ୍ୱରୂପ ଚିତ୍ରକୁ ଯେ କାଗଜ ପଟେ ଲେଖି ।ସ୍ନିଗଧେ ବୋଲୁଅଛି ଏତେ ।ସବୁଦିନେ ମୁଖକୁ ତୋ ଚାହଁଇ ମୁଁ ପ୍ରାତେ ।୧୩।ସୁବିଦଗ୍ଧ କହୁଛି ପ୍ରିୟାର ଅଙ୍ଗେ ଜଡ଼ି ।ଶୁଣି ବିଦେଶ ଯିବାର ଛାଡ଼ିଯାଏ ନାଡ଼ୀ ।ସୁଧାକରରୁ ପକାଇ ।ସାରୋଷ୍ଟ୍ରିକ ନେଉଛି ଜୀବନେ ଆଶା କାହିଁ ।୧୪।ସଞ୍ଚାରିକା କେବଣ ନାୟିକା କହେ ଏତେ ।ସବିନତି ହେଉଥାଅ ଯାହାପାଇଁ ମୋତେସେ ହୋଇବେ ପରାପତ ।ସୁନ୍ଦର ହେ କାଲିକ ରହଣି କଲେ ସତ ।୧୫।ସମ୍ଭୋଳିକା କହଇ ବିଟ ପୁରୁଷ ଆଗେ ।ସ୍ୱାମୀ ତ ଆମ୍ଭର ଯାଇଛନ୍ତି ରାଜା ସଙ୍ଗେ ।ସଜ ହୁଅ ଆନନ୍ଦିତେ ।ସ୍ମରକୁ କି ଭୟ ଆଉ ବିଚାର ସୁଚିତ୍ତେ ।୧୬।ସୁରତିରେ ସୁଗତି ବିହିଲେ ସେ ରସିକା ।ସେ ରାତିରେ ମତିରେ ପଡ଼ୁଥିବାକୁ ଏକା ।ସନ୍ତାପିତ ହେଲେ ପୁଂସ ।ସ୍ୱଇଚ୍ଛା ମୃତ୍ୟୁ ହୋଇଲେ ମରନ୍ତେ ଆବଶ୍ୟ ।୧୭।ସଂକ୍ଷେପି କହିବା କେତେ ନରନାରୀ ରୀତି ।ସାରିଲେ ସେ ନିଶି ଉଜାଗରେ ଛନ୍ନମତି ।ଶୁଣି ରାଜା ଯିବା ତହିଁ ।ସହଦେବ ସର୍ବଜ୍ଞ ବିଦୁର ଆଗେ କହି ।୧୮।ସୁଭଦ୍ରା ପୀରତି ଗୁପ୍ତେ ଅର୍ଜୁନର ତୁଲେ ।ସତ୍ୟଭାମା ଶ୍ରୀକୃଷ୍ଣ ବିଚାରେ ଏହା କଲେ ।ସେ ସ୍ଥାନକୁ କୁରୁପତି ।ସଲଜ୍ଜିତ ହେବାକୁ କି ବିଜୟ କରନ୍ତି ।୧୯।ସେ ଶୁଣି ଏମନ୍ତ ନୃପ ପାଶକୁ ଗମିତ ।ସିଦ୍ଧାର୍ଥ କ୍ଷେପଣ କରୁଛନ୍ତି ପୁରୋହିତସୁଯୋଧନ କର୍ଣ୍ଣେ ଯାଇ ।ସ୍ୱହସ୍ତ ମୁଖେ ନିବେଶି ବିଦୁର କହଇ ।୨୦।ସୁଭଦ୍ରା ଗୁପତ ପ୍ରୀତି ଅର୍ଜୁନର ତୁଲେ ।ସତ୍ୟଭାମା ଶ୍ରୀକୃଷ୍ଣ ବିଚାରି ଏହା କଲେ ।ସାନ ଭ୍ରାତ ସ୍ନେହୀ ହୋଇ ।ସେ ତ ହେଲା ଗଉରବୀ ଯିବ କାହିଁପାଇଁ ।୨୧।ସୋଚିଷ୍କେଶ ଯୋଗ ଯାଇ ହୋଇଲେ ଦାରୁରେ ।ସେ ଅତି ଜଳିତ ହୁଏ ଯେମନ୍ତ ପ୍ରକାରେ ।ସେହି ମତି ରୂପ ହେଲା ।ସର୍ବ ମିଥ୍ୟା କଥା ଏତେ କହିଲୁ ବୋଇଲା ।୨୨।ସପତ ତୁରଙ୍ଗ ବାତ ଅଗମିତ ପୁର ।ସଉନନ୍ଦୀ ରକ୍ଷକ ପୁଣି ସେ ଭଗ୍ନୀ ତାର ।ସବ୍ୟସାଚୀ ଭୋଗ କେହି ।ସିଂହପୁରେ ଶିବାର ପ୍ରବେଶ ହେବ ନାହିଁ ।୨୩।ସ୍ୱେଚ୍ଛା ମୃତ୍ୟୁ କର୍ଣ୍ଣ ଶଲ୍ୟ ଭୂରିଶ୍ରବା କୃପ ।ସଞ୍ଜୟ ସହିତେ ଆସି ମିଳିଲେ ସମୀପ ।ସମୁଚ୍ଚୟ ଦଣ୍ଡଧର ।ସମୁଦ୍ର ନଗରକୁ ଯିବାକୁ ତତପର ।୨୪।ସମ୍ଭରବେ ବସି ହସ୍ତୀ ପରେ ପ୍ରିୟା ଚିନ୍ତି ।ସ୍ତନଭ୍ରମେ ତା କୁମ୍ଭସ୍ଥଳକୁ ଆଉଁସନ୍ତି ।ସିନ୍ଦୂରରୁ ମନେକରି ।ସୁଗଇରିକେ ପତ୍ରାଳୀ ଲେଖିଛି ଚତୁରୀ ।୨୫।ସେ କର ଟେକିଲାବେଳେ ବିଚାରନ୍ତି ଚିତ୍ତେ ।ସରାଗୀ ହୋଇଛି କୋଳ କରିବାକୁ ମୋତେ ।ସମ୍ଭ୍ରମିତ କରେ ମନ ।ଶାମ୍ବଙ୍କ ମାୟାକୁ ଯେଣୁ ଜାଣଇ ମଦନ ।୨୬।ସପ୍ତି ଉପରେ ବସିଣ ରାଉତେ ବିଚାରି ।ସାର ଅନୁରାଗିଣୀ ଆମ୍ଭର ମନୋହାରୀ ।ସେ ତ ଆମ୍ଭ ନେତ୍ରେ ଅଛି ।ସୁଖେ ତାହା ନୟନେ ତ ଆମ୍ଭଙ୍କୁ ରଖିଛି ।୨୭।ସୁଫରୀ ଖଡ଼ଗ ଶର ଧନୁ କରେ ଚାହିଁ ।ସେକାଳେ ପତ୍ତିମାନଙ୍କ ଭ୍ରମ ଉପୁଜଇ ।ଅଛି ସଙ୍ଗେ ଆମ୍ଭ ବାଳୀ ।ସୋମାର୍ଦ୍ଧ ଲାଭ ତିଳକ ନେତ୍ରେ ଭୂରୁ ଝଳି ।୨୮।ସାନନ୍ଦେ ରଥୀ ସାରଥି ବିଚାର କରନ୍ତି ।ସ୍ନେହ ମୂର୍ଚ୍ଛି ନ ପାରି ଅଇଲା ରସବତୀ ।ସୁନିତମ୍ଭ କୁଚ କେଶ ।ସ୍ୟନ୍ଦନ ପଦ କଳସ ଚାମର ସଦୃଶ ।୨୯।ସମସ୍ତେ ରାମଚନ୍ଦ୍ରଙ୍କୁ ମୁଖରେ ପ୍ରଶଂସି ।ସୀତା ଘେନି ଯାହା ସେ ହୋଇଲେ ବନବାସୀ ।ହା ହା ଯୁବତୀ ଯୁବାଙ୍କୁସଙ୍କୋଚ କି ଅଛି ସଙ୍ଗେ ନାଗରୀ ଥିବାକୁ ।୩୦।ସଭାର୍ଯ୍ୟା ହୋଇ ଗମନ ତହିଁ ବଣିଜାର ।ସ୍ମରର ତାଙ୍କ ଉପରେ ନାହିଁ ଅଧିକାର ।ସେହି ଆଜନ୍ମରୁ ସୁଖୀ ।ସ୍ୱପନ କେବଳ ଭାବ ବିଚ୍ଛେଦକୁ ଦେଖି ।୩୧।ସଦବୁଦ୍ଧିରେ କେ ବିଚାରୁଛି ଯାଉ ଯାଉ ।ସନ୍ନିଧିରେ ସୁରସ ନିଧିର ଥାଉ ଥାଉ ।ସେ ଶୋଭାକୁ ଚାହୁଁ ଚାହୁଁ ।ସୁମରଣ ଲଭିଛି ଯେ ଭାଗ୍ୟବନ୍ତ ସେହୁ ।୩୨।ସମାକୁଳ ଚିତ୍ତେ କେଉଁ ପୁରୁଷ ବାଳାକୁ ।ସ୍ନେହେ ଅଇଲା ପାଛୋଟି ।ସେ ଛବିକି ଅନାଇଁ ନ ଗଲା ହୃଦ ଫାଟି ।୩୩।ସୁମରଣା କରୁଛି କେ ପ୍ରିୟା ଭାବ ମାନ ।ସମୀପୁଁ ମେଲାଣି ବେଳେ ଦେଇ ଆଲିଙ୍ଗନ ।ସେ ବାଣୀକି ପାସୋରିବି ।ମୁଖେ ମୁଖ ଚୁମ୍ବି ଯେ ବୋଇଲା ମନେ ଥିବି ।୩୪।ସୁକୃତ ଯେ କରିଥିଲି କେ ହୁଅଇ ଘୋଷି ।ସେ ହୋଇବ ମାନିନୀ ମୁଁ ନୋହିବି ବିଦେଶୀ ।ସତ୍ୟ ରହିଲା ବନ୍ଧୁର ।ସତ କେହି ବଳିଲା ମୁଁ ହେବାକୁ ଅନ୍ତର ।୩୫।ସତାଡ଼ିତ କର କେ କରୁଛି ଉରସ୍ଥଳେ ।ସ୍ମର ମୁଖେ ଦେଲି ତ ଧନକୁ ଯୁବା କାଳେ ।ସୁକୁମାର ତାର କାୟେ ।ସର୍ବଶୁଭେ ଥିବେ କି ମୋ ବାହୁଡ଼ିବା ଯାଏ ।୩୬।ସମାପ୍ତ ନୋହିବ ବର୍ଣ୍ଣ ଥିଲେ ଏହୁ ଆଶ ।ସୈନ୍ୟ ସହ ଦୁର୍ଯ୍ୟୋଧନ ରୈବତେ ପ୍ରବେଶ ।ସ୍ମରି ଅଯୋଧ୍ୟା ଈଶ୍ୱର ।ସତତ୍ରିଂଶ ପଦେ ଛାନ୍ଦ କଲା ବୀରବର ।୩୭।