ନବମ ଛାନ୍ଦ — ସୁଭଦ୍ରା ପରିଣୟ — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ନବମ ଛାନ୍ଦ
ଶ୍ରୀକଷ୍ଣ ଆଦେଶରେ ସତ୍ୟଭାମା ସୁଭଦ୍ରାଙ୍କୁନେଇ ଅର୍ଜୁନ ନିକଟକୁ ଗମନ(ରାଗ-କନଡ଼ା)ସଙ୍ଖୋଳିଗଲେ କିଛିଦିନ ଉତ୍ତାରୁ ସୁଭଦ୍ରାଙ୍କୁ ଶକ୍ରାବତୀ ଯେ ।ସେ ଯେ ଶୋଇଛି ପଦ୍ମପତ୍ର ଶେଯେ ।ସଧୀରେ ସଧୀରେ ବିଞ୍ଚୁଛନ୍ତି ସଖୀ ନବପଲ୍ଲବ ସମାଜେ ସେ । ସୁନ୍ଦରୀ ।ସୁରମାର୍ଗେ ଦ୍ୱିତୀୟା ଶଶଧାରୀ ।ସଙ୍କାଶକୁ ବହିଛି କୃଶୋଦରୀ ।ସଲୋପ ଈକାର କେତକୀ ସଦୃଶ ଅଛି ଅପଘନେ ଧରି ସେ ।୧।ସମାର୍ଜନା ବିନା ମୁକୁର ବହିଛି ନବୀନା ଆସ୍ୟରେ ।ସ୍ୱପ୍ନବଶେ ଯାଇ ପାର୍ଥ ପାଶର ସମ୍ବରାରିତାପୁଁ ରାମସୁତବ୍ରହ୍ମବାସର ପ୍ରାୟେ ନ ସରେ ସେ । ସୁନ୍ଦରୀ ।ସାତ୍ତ୍ୱିକରେ ହୋଇବାରୁ ଉଚ୍ଛନ୍ନ ।ସର୍ବଶୋଭା ଏରୂପେ ଆନ ଆନ ।ସମ୍ପତ୍ତି ଉନ୍ନତେ କେବଳ ରହିଛି ପୃଥୁ ଚକ୍ରବର୍ତ୍ତୀ ସ୍ତନ ସେ ।୨।ସଂଗୀତ ବିଦ୍ୟା ବିଶାରଦା ଶାରଦାମ୍ବୁଜଜିତ ମୁହୀଁ ।ସଂସକୃତ ବିନା ଆନ ନ କହି ।ସୁଗପ ପରାୟେ ପ୍ରଳାପ କରିବା ଶୁଣିଲେ ସେ ଦଣ୍ଡେ ରହି ସେ ସୁନ୍ଦରୀ ।ସୁମଧୁର କରି ଏତେ ବୋଇଲେ ।ସିଦ୍ଧି ନୋହେ କାର୍ଯ୍ୟ ଆର୍ତ୍ତ ହୋଇଲେ ।ସୁବୁଦ୍ଧି ପଣେ ରାହୁ ସୁଧା ଖାଇଲା ହରି ଅରି ହୋଇଥିଲେ ଗୋ ।୩।ସ୍ୱରୂପେ ମାର ସେ ନରେନ୍ଦ୍ର କୁମାର ତୁହି ଜଗତ ପାରୁ ରଞ୍ଜି !ସମୁଦ୍ରବ୍ୟେ ଅନୁରାଗ ଉପୁଜି ।ସ୍ୱୀକାର କୃଷ୍ଣଙ୍କୁ କରାଇବା ଯାଏ ଏ ଜୀବନ ଥାଅ ତେଜିରେ । ସୁନ୍ଦରୀ ।ସୁରତାପ ଅନୁଭବୀ ସେ ଭଲେ ।ସନମତ କରିବେ ତତକାଳେ ।ଶ୍ରାନ୍ତଜ ଆରତ ବିଷକୁ ଏ ବାଣୀ ନରେନ୍ଦ୍ର ହରିଲା ବଳେ ସେ ।୪।ସବିତାକର କଞ୍ଜମୁଖୀ ଶ୍ରୀକଣ୍ଠ କଣ୍ଠକେଶୀ ନବଯୁବତୀ ସୁଧାକୋଷ ଉରଜା ପ୍ରେମବତୀ ।ସାରଙ୍ଗ ତରଙ୍ଗ ନୟନା ବିଷ୍ଟର ଶ୍ରବଣା ଶିଖର ଦନ୍ତୀରେ । ସୁନ୍ଦରୀ ।ସ୍ୱଳ୍ପକରି କହିଲା ଦଶା ଦେଖ ।ଯାହା ଥାଉ ଥାଉ ହେଲି ନିରକ୍ଷ ।ସମବର୍ତ୍ତୀପୁରେ ଯିବା ଜୀବନକୁ ବାରେ ରଖି କୀର୍ତ୍ତି ରଖ ।୫।ସେ ପୁଣି ଯାଇ ଏକାନ୍ତେ କାନ୍ତେ କହି ଗୋଚର ଥିବ ତ ଏମାନ ।ସର୍ବଭୂତେ ଯେଣୁ ତୁମ୍ଭ ସଦନ ।ସୁମନ ଭୃଙ୍ଗ ପାଶକୁ ଅଭିସାରୀ ହେବାକୁ କରିଛି ମନ ହେ । ସୁନ୍ଦରୀ ।ଶାନ୍ତି ଉପଚାର କର ଉଦୟେ ।ଶୁଣି ହସି ବୋଇଲେ ଯଦୁରାୟେ ।ସାରଙ୍ଗ ଅଙ୍କୁଶ ତୁରଙ୍ଗ କବିକା ନ ମାନିଲେ କି ଉପାୟେ ରେ ।୬।ଶଶୀ ଯୋଗେ ନିଶି ନିଶି ଯୋଗେ ଶଶୀ ସିନା ସୁଷମାକୁ ଲଭନ୍ତି ।ସନ୍ଧ୍ୟା କରାଇ ଦୁହିଁକି ସଙ୍ଗତି ।ଶ୍ରମ ସେ ରୂପେ ତୁମ୍ଭେ କିପାଁ ନ କର କହି ଆମ୍ଭର ସମ୍ମତିରେ । ସୁନ୍ଦରୀ ।
ଶୁଣି ବଲ୍ଲଭ ବଚନ ବଲ୍ଲଭୀ ।
ସଂଶୟ ତା ବିନାଶ ତୋଷ ଲଭି ।
ସେ ଗଲା ବେଳକୁ ଆଳୀଙ୍କୁ କହୁଛି ଏମନ୍ତ ଅବନୀ ଶୋଭୀ ସେ ।୭।
ଶତେବାର ଭୋଗ ରାହୁର ହୋଇବ ସ୍ଥିର ଚିର ହେବ ବିଜୁଳି ।
ସଂଖ୍ୟା କରିବେ ଜନେ ସିନ୍ଧୁ ବାଲି ।
ସ୍ୱପନ ଧନରେ ବାଣିଜ୍ୟ କରିବା କଜ୍ଜଳୁଁ ଛାଡ଼ିବ କାଳି ଗୋ । ସଜନୀ ।
ଶୁକ ପରାୟେ କୋକିଳ କହିବ ।
ସଉଗନ୍ଧ ସୁନାଫୁଲ ହୋଇବ ।
ସମ୍ଭବ୍ୟ ହେଲେ ଏତେକ କଥା ଅବା ମୋ ନାଗର ସଙ୍ଗ ହେବ ଗୋ ।୮।
ସଙ୍କଟ ତୋର ହତ ହେବ ନିକଟ ସତ୍ୟଭାମା ଭାଷେ ବାଳୀକି ।
ସାଜ ଏବେ କାମ ସଙ୍ଗେ କଳିକି ସୁଝ ଯେତେବେଳେ ଦୁଃଖ ଦେଲା ତୋତେ ଲଭି
ରସିକ କେଳିକି ରେ ସୁନ୍ଦରୀ!
ସୁବଳିଷ୍ଠ କେହି ନାହିଁ କର୍ମକୁ ।
ସିଦ୍ଧ କରେ କେତେବେଳେ ବାମକୁ ।
ଶାଢ଼ୀ ଶେଷରେ ରହି ଏବେ ସମୀର ହରିବି ଶ୍ରମଘର୍ମକୁ ରେ ।୯।
ସାରଙ୍ଗ ମହାତୃଷାର୍ତ୍ତ କାଳରେ କି ଶୁଣିଲା ଘନ ଗରଜନ ।
ସୁଜ୍ଞାନୀକି ଶୁଣିଲା ବ୍ରହ୍ମଜ୍ଞାନ
ସରୀସୃପ ମନ୍ତ୍ରେ ଲୟ ଦେଲା ପ୍ରାୟେ ସେ ବାଣୀରେ ଦେଲା ମନ ସେ । ସୁନ୍ଦରୀ ।
ସପୁଲକ ହୋଇଲା ଅପଘନ ।
ସ୍ୱର୍ଣ୍ଣପନସ ଯେସନ ଶୋଭନ ।
ସ୍ୱଭୁ ବିଷୟ ଆବେଶ ଜନପ୍ରାୟେ ନେତ୍ରୁ ଜାତ କଲା ବନ ସେ ।୧୦।
ସେ ସମୟ ଆସି ପ୍ରବେଶ ହୋଇଲା ରଜନୀ ସଞ୍ଚାରୀ ପ୍ରକାରେ ।
ସୁରୁଚିର ହୋଇ ନୀଳ ଅମ୍ବରେ ।
ସଙ୍କେତ ସ୍ଥାନ ଆଗମନ ନିର୍ଜ୍ଜନ ପଥେ କରାଇ ସତ୍ୱରେ ସେ । ସମୟେ ।
ସ୍ମର ଉଦ୍ଦୀପକ ହେଲା ସଞ୍ଚରି ସୃଷ୍ଟି କଲା କୁଶଳତା ମାଧୁରୀ ।
ଶୁଣାଇଲା ପିକବାଣୀ ବ୍ୟାଜେ ବେଗେ ହୁଅ ଏବେ ଅଭିସାରୀ ସେ ।୧୧।
ସୁଶୀଳାକୁ ଦିବ୍ୟବେଶ କରି ହରିନାରୀ ବାହାର ସଙ୍ଗେ ଘେନି ।
ସାତଘଟି ହୋଇବାରେ ରଜନୀ ।
ସରସ୍ୱାନ ପାଶେ ଭାଗୀରଥ କିବା ନେଇଅଛି ମନ୍ଦାକିନୀ ସେ । ସୁନ୍ଦରୀ ।
ସବ୍ୟସାଚୀ ଶୟନ ପୁରଦ୍ୱାରେ ।
ସତ୍ୟଭାମାଏ ଡାକିଲେ ମଧୁରେ ।
ଶକଟ ଭଞ୍ଜନ ଆଜ୍ଞାକୁ କହିବି ଫିଟାଅ କପାଟ ଥରେ ହେ ।୧୨।
ସଳଖୁଛି ଶର ନ ପାରେ ଯାଇ ମୁଁ ଅର୍ଜୁନ ଏମନ୍ତ ବୋଇଲେ ।
ସେହିଠାରେ କହ ଇଚ୍ଛା ହୋଇଲେ ।
ସତ୍ୟା ବୋଲେ ଉପକାର ସୁଝିବାକୁ ଆଣିଛି ସୁଭଦ୍ରା ତୁଲେ ହେ । ସୁନ୍ଦର ।
ସୁକ ସହଜେ ବାଳା ବେନିଭୁଜ ।
ସୁଧା ଓଷ୍ଠେ ସ୍ପରଣ ମଳୟଜ ।
ସ୍ୱୟଂ ବନିତା ସ୍ୱର୍ଗଭୋଗ ତୁମ୍ଭଙ୍କୁ ଏ ଦେହେଁ ପ୍ରାପତ ଆଜ ହେ ।୧୩।
ସ୍ୱପ୍ନେ ଏ ରୂପେ ବାଳା ଦେଖି ନ ଥିବ ନିର୍ମାଣିବା ଥାଉ ଧାତାର ।
ସୀମନ୍ତୀଟି ଏ ମହୀ ବନିତାର ।
ସରି କରିବାର ଅପସରୀ ଅପବାଦ କରି ମନେକର ହେ । ସୁନ୍ଦର ।
ସାରସତ୍ତ୍ୱେ ଗଢ଼ା ମୁଖ ଏହାର ।
ସିଠାଭାଗ ଚନ୍ଦ୍ରମା କେଡ଼େ ତାର ।
ସବୁ ଉପମା ସୃଷ୍ଟିରୁ ଏପରିରେ ଶରୀରେ ବହିଛି ସାର ହେ ।୧୪।
ସତ କହୁଥାଇ ନେତ୍ର ପ୍ରଶଂସାରେ ତୁରଙ୍ଗ କୁରଙ୍ଗ ଖଞ୍ଜନୁ ।
ସବଳା ନୀଳ ଇନ୍ଦୀବର ମୀନୁଁ ।
ସରୁ ତୀକ୍ଷ୍ଣ ହରି କଲା ଈକ୍ଷଣ କେ ବସି ସହସ୍ର ମନୁ ହେ । ସୁନ୍ଦର ।
ସୁବାସିନୀ ଏଣୁ ପରା ପିତୁଳା ।
ସୁଭାଗ୍ୟତା ତୁମ୍ଭର ଯେଣୁ ଥିଲା ।
ସଜୀବ ହୋଇ ଅନଙ୍ଗେ ଜୀବ ଦେଇ ଇଚ୍ଛାରେ ମଞ୍ଚେ ଅଇଲା ଏ ।୧୫।
ସ୍ୱପନକଥା ଯଥା ବୃଥା ହୋଇଣ ପ୍ରତେ ହୁଅଇ ସାଧୁଜନେ ।
ସାରୀପଢ଼ା ବଧୀର ଯଥା ଘେନେ ।
ସେମନ୍ତ ଅର୍ଜୁନ ବଚନ ଶୁଣି ଏମନ୍ତ କହିଲା ଘନେ ସେ । ସୁନ୍ଦର ।
ସୂଚି ଘେନି ଭେଦି ଲୋଡ଼ ଶିଖରୀ
ସୂକ୍ଷ୍ମ ସୂତ୍ରରେ ବାନ୍ଧି ଲୋଡ଼ କରୀ ।
ସୃଷ୍ଟି ପ୍ରଳୟ ଜଳ ଚଳୁ ହୋଏ କି ଲୋଷ୍ଟ୍ରେ ଚୂରି ହୁଏ ଗିରି ରେ ।୧୬।
ଶୁଣି ସତ୍ୟଭାମା ପୁଣି ବୋଇଲେ ହେ ପୁଂସ ହୋଇ ତେଜ ସ୍ତିରୀକି ।
ସଦାଶିବଠାରୁ ବଡ଼ ହେଲ କି ।
ସୁରସଭାରେ ବ୍ରହ୍ମାଙ୍କୁ ଯାହା କଲା ସେ କଥା ମନେ ନାହିଁକି ହେ । ସୁନ୍ଦର ।
ସେହି ମଦନ ଅଛିଟି ଜୀବିତେ ।
ସେବ ସେବ ଏ ରାମାକୁ ତ୍ୱରିତେ ।
ସମାନ ମିତ୍ର ମାଣିକ୍ୟ ହୋଇଛି ଏକାବେଳେ ଆସି ତୋତେ ହେ ।୧୭।
ସାଂଖ୍ୟ ଆଦି ଷଡ଼ଶାସ୍ତ୍ର ମୁଁ ଜାଣଇ ରାଧାଭେଦୀ କହେ ସଗର୍ବେ ।
ସୋମଶିଳା ସୂର୍ଯ୍ୟକରେ ନଦ୍ରବେ ।
ସୁଚରିତା ହୋଇ ଇତର ଚରିତ କରନାହିଁ କେହି ଭାବେ ରେ । ସୁନ୍ଦରୀ !
ସାନଲୋକ ମୁଁ ସହଜେ ଅଟଇ ।
ସତ୍ୟବାଦୀ ଚରଣରେ ଖଟଇ ।
ସେବକ ନିଜ ପ୍ରଭୁ ସ୍ୱସା ସଙ୍ଗମ କେଉଁଠାରେ ଶୁଣିନାହିଁ ରେ ।୧୮।
ସହଜେ ଅଙ୍କୁଶ ଲଜ୍ଜା ଯୁବତୀଙ୍କି ସଚିବବାଣୀ ନୃପତିକି ।
ସେ ନ ମାନିଲେ କି ବୁଦ୍ଧି ଏଣିକି ।
ଶଏ ପରିମିତ ନମସ୍କାର ମୋର ତୁମ୍ଭ ବଚନ ରୀତିକି ଗୋ । ସୁନ୍ଦରୀ !
ଶୁଣାଇବ ନାହିଁଟି ଆଉ ଥରେ ।
ସପାତକ ବାଣୀ ମୋହ କର୍ଣ୍ଣରେ ।
ସତ୍ୟଭାମା ଶୁଣି ପୁଣି ପୁଣି ଛଳି ଏମନ୍ତ କହିଲେ ଧୀରେ ହେ ସୁନ୍ଦର ।୧୯।
ସଂସାରେ ସାର ରସିକ କୃଷ୍ଣଚନ୍ଦ୍ର ଗୋପୀଙ୍କ ବିନୟୀ ହୋଇଲେ ।
ସୁବଶରୁ କୁବୁଜାକୁ ମୋହିଲେ ।
ସୁସ୍ନେହୀ ରୁକ୍କିଣୀ ହେଲେ ଭଲ ରାଜସୁତା ମନେହାରୀ କଲେ ହେ । ସୁନ୍ଦର ।
ସେ ତ ନ ଭାଙ୍ଗିଲେ ଆଶା ଅନେକ ।
ସାନ ହେଲେ ହେଁ ତୁମ୍ଭେ ବଡ଼ଲୋକ ।
ସଲୋଭେ ଚନ୍ଦ୍ରରେ ଶଶା ନାଶଗଲା କାହାକୁ ହେଲା କଳଙ୍କ ହେ ।୨୦।
ସେ ତାହାର ସିନା ଯେ ଯାହାକୁ ଭଜେ ତାହା ହାନିଲାଭ ତାହାର ।
ସପ୍ତଦ୍ୱିଗୁଣ ପୁରେ ତୁମ୍ଭେ ବୀର ।
ସୁମାନସ ତୁମ୍ଭ ନାରୀ ଅଙ୍ଗ ଭୋଗ କଲା ନାହିଁ ଅଙ୍ଗୀକାର ହେ । ସୁନ୍ଦର ।
ସ୍ୱର୍ବେଶ୍ୟାର ଶାପ ଏହି କାଳରେ ।
ସମ୍ଭୋଗ ତା ତୁମରି ଅଙ୍ଗେ କରେ ।
ସେ ଲୋକମାନଙ୍କ ଏହି ଆଚରଣ ଏଣୁ ମନେ ଅନୁସାରେ ହେ ।୨୧।
-ଛଳ-
ସାନୁଜ ଧର୍ମରାଜର ହୋଇବାରୁ ପରା ଏଡ଼ିକି ଦୟା ହୀନ ।
ସକାଂକ୍ଷିତ କରି ଦୃଷ୍ଟି ପତନ ।
ସରାସରି କରି ଏ ରାମାକୁ ଅତିଶୟ କଷ୍ଟ କଲ ଦାନ ହେ । ସୁନ୍ଦର ।
ସୁପ୍ତିବଶ ହେଲା ପ୍ରାୟ ଏ ଗିର ।
ଶୁଣି କିରୀଟି ନ ଦେଲା ଉତ୍ତର ।
ସମାକୁଳବଶେ ପୁଣି ସତ୍ୟା ଭାଷେ ହୋଇ ମହା କ୍ରୋଧଭର ହେ ।୨୨।
ସୁଗୀର୍ବାଣ ନାରୀ ନାଗୁଣୀ ଭୁଜଙ୍ଗେ ମୁଁ ଆଗ ଯାଉଛି କିପାଇଁ ।
ସଙ୍ଗ ବାସଙ୍ଗେ ଯେଉଁ ଶୃଙ୍ଗ ହୋଇ ।
ସୁଗନ୍ଧି କେତକୀ ଚୁମ୍ବିବାକୁ ତାକୁ ବିଧାତା କରିବ କାହିଁ ହେ । ସୁନ୍ଦର!
ସ୍ୱୟଂ ବଡ଼ ହେଲେ ମୂଳ କରମ ।
ସିନ୍ଧୁ ମନ୍ଥନ ଛଡ଼ାଇଛି ଭ୍ରମ ।
ସୁରେ ସୁଧା ବିଷ୍ଣୁ କମଳା ଲଭିଲେ ବିଷପାନ କଲେ ଭୀମ ହେ ।୨୩।
ସବ୍ୟସାଚୀ କିଛି ନଶୁଣି ଛଳି କହିଲା ବୀରମଣି ।
ସବିରସେ କୁହାକୁହି ରମଣୀ ।
ଶୁଣିଲା ପଶୁ ପ୍ରୀତିରେ ବଶ ପୁଣି ଏ କିସ ନୋହିଲା ଜାଣିରେ । ସଙ୍ଗାତ ।
ସେହି ସମୟେ ନିଶି ହେଲା ଶେଷ ।
ଶୁଭିଲା ଯେ ଚରଣାୟୁଧ ଘୋଷ ।
ସଦନେ ବାହୁଡ଼ି ସୁଭଦ୍ରା ବିମନେ କବିକି ଏମନ୍ତ ଦୃଶ୍ୟ ହେ । ସୁଜନେ ।୨୪।
-ରୂପକ-
ସଂପ୍ରାପ୍ତ ପ୍ରତ୍ୟୁଷ କି କାର୍ତ୍ତିକ ମାସ ପିକ କୁହୁ କୁହୁ ସଦୃଶ ।
ସ୍ୱାତୀ ତାର କୁଙ୍କୁମ ବର୍ଣ୍ଣ ଦିଶ ।
ସାତୁଆଳବାର ବିରହ ପ୍ରଥମ ଯୋଗ ତା ଚିନ୍ତ ବିଶେଷ ହେ । ସୁଜନେ ।
ସରିତପତି ମନୋମଧ୍ୟେ ସ୍ଥିତ ।
ସୁପୁରୁଷ ଈଶ ନିରାଶ ବତାସ ବଶେ ଭାଜିଲା ତ୍ୱରିତ ହେ ।୨୫।
-ଛଳ-
ସୀରପାଣି ଭଗ୍ନୀ ପାଣ୍ଡବେ ବିମୁଖ ହୋଇ ଭାଷେ ରୋଷେ ଏତେକ ।
ସ୍ୱରାଟକ ଅତ୍ୟନ୍ତ ଅବିବେକ ।
ସୁଯୋଧନ ହିଂସା ଶକୁନି ମନ୍ତ୍ରଣା କର୍ଣ୍ଣ ଯୋଦ୍ଧାପଣ ଧିକ ହେ । ସଙ୍ଗାତ ।
ସନ୍ତତି ଏ ତକ୍ଷକର ଦହିଛି ।
ସେ ହିଂସା ସେ ସୁଝିବାକୁ ନ ଇଚ୍ଛି ।
ସାରସଧ୍ୱଜ ଅର୍ଜ୍ଜୁନ ବିଷବୃକ୍ଷ ମୋହନାଶକୁ ବିହିଛି ରେ । ସୁନ୍ଦରୀ ।୨୬।
ସରୋଜିନୀ ଶ୍ୱାସ ଘନ ଘନ ତେଜେ କାହିଁ ନ ରସଇ ମାନସ ।
ସଦ୍ମେ କଷ୍ଟେ କଷ୍ଟେ ହେଲା ପ୍ରବେଶ ।
ଶୋଇଲା ପଲ୍ଲବ ଶେଯେ ମୁଖମାଡ଼ି ଉତ୍ତରେ କରି ଶୀରିଷ ସେ । ସୁନ୍ଦରୀ ।
ସୁନ୍ଦସୁତ ମନ୍ଥନ ଚାପପାଣି ।
ସୁଭରତ ଅଗ୍ରଜ ପାଦପୁଣି ।
ସଉଦିତ ଗୀତ ସପ୍ତବିଂଶ ପଦେ ଛାନ୍ଦ ଉପଇନ୍ଦ୍ର ଭଣି ହେ । ସୁଜନେ ।୨୭।
ଦଶମ ଛାନ୍ଦ
ଅର୍ଜୁନ ପ୍ରତି ସୁଭଦ୍ରାର ରତିମନ୍ତ୍ରୋପଚାରାଦିକରଣ(ରାଗ-କୌଶିକ)ସ୍ୱସ୍ତି କରିବାକୁ ଜୀବନ ଧନକୁ ମଦନ ଦ୍ୱିଜ ଗ୍ରହୀତାରେସୁମନେ ନେତ୍ରପାତ୍ରୀରେ ବାରି ଭରି ସୁମୁଖୀ ବସିଛି ଦେବାରେ ।ସାର କୃପଣ, ସଲୋଭତା ତାହା ନିବାରେ ।ସ୍ୱସ୍ତି କପୁର କାରା ପରା ପରତେ ହେ ଶିବ ବୋଲେ ବାରେ ବାରେ ।୧।ସଙ୍ଗୀତ ପ୍ରବୋଧ ବଚନମାନ ତା ମାନସକୁ କେବେ ନ ହରେ,ସୁନ୍ଦରରାଣ ସଙ୍ଗତି ଏକାଗତି ସୁଗତି ହୃଦରେ ବିହରେ ।ସୁଖୀ ଆଜନ୍ମ, ସେ ପୁଣି ଧାତା ନିଗ୍ରହରେ ।ସଂଗ୍ରହ କଲା ବିଗ୍ରହେ ଦୀନଦଶା ଦିନ ଭୋଗ ହେଲା ପ୍ରହରେ ।୨।ଶିକ୍ଷା ପାଇ ହରିଠାରୁ ସତ୍ୟଭାମା ପୁଂସ ଛନ୍ନ ହେବା ମଦନେ,ସନ୍ନିଧିରେ ରସନିଧିର ପ୍ରବେଶ ବିଧିରେ ହରଷ ବଦନେ ।ସଖୀମାନଙ୍କୁ, ସେ ପେଷେ ଏହି ନିବେଦନେ ।ସୁଚିତ୍ରେ ଲେଖ ଉଦ୍ଦୀପନ କଥାକୁ ଅର୍ଜୁନ ଶୟନ ସଦନେ ।୩।ସାଦରେ ଦରହାସିନୀ କର ଧରି ନେଇ ସମର୍ପିଲେ ରତିକି,ସୁତନୁ ତନୁ କି ତନୁ ହେଲା ଦେଖ କହିଲେ ଏହି ଭାରତୀକି ।ସବ୍ୟସାଚୀର, ସମ୍ମତି ନୋହେ ପୀରତିକି ।ସୁସାରେ ସଂଘଟନ କରି ଏ କଥା ସଂସାରେ ରଖ କୀରତିକି ।୪।ସେ ପୁଣି ଆହା କରି ଏହା ଗୁପତ କରୁଥିଲେ କିପାଁ ବୋଇଲେ,ସତ୍ତ୍ୱ କେତେ କି ଜତୁର ନ ତରଳେ ଅନଳ ନିକଟ ହୋଇଲେ ।ସେ କି ଈଶ୍ୱରୁଁ ସାର ଯୋଗୀ ଭୂତି ପାଇଲେ ।ସମର୍ଯ୍ୟାଦା ପଣ ଯାଇ ଏବେ ଦିନ ନ ସରିବ ପାଦ ଧଇଲେ ।୫।ଶିଖାଇଲେ ମନ୍ତ୍ର କବାଟ ଫେଡ଼ନେ କରିବାକୁ ପୁଂସ ରଞ୍ଜନ ।ସ୍ୱହସ୍ତେ ଦେଲେ ସେ ଧୂଳି କ୍ଷେପଣକୁ ଘେନିବାକୁ ଦେଲେ ଅଞ୍ଜନ ।ସ୍ମିତେ କହିଲେ, ସନ୍ତାପ ହେଲା ତୋ ଭଞ୍ଜନ ।ସ୍ୱର୍ବେଶ୍ୟା ପ୍ରାୟେ ସମସ୍ତ ଅଙ୍ଗେ କଲେ ଅଳଙ୍କାରମାନ ଖଞ୍ଜନ ।୬।ସେ କୃଶୋଦରୀ ସୁନ୍ଦରୀ ପୁରନ୍ଦରୀ ଠାରୁ ତା ଅଧିକ ଚାତୁରୀ,ସରୁତ ଯୋଗିନୀଚୟର ନିଶ୍ଚୟ ଧଇର୍ଯ୍ୟ ଛେଦନ କତୁରୀ ।ସ୍ୱର୍ଣ୍ଣସୁମନା, ସୁପିତୁଳାର ଚାତୁରୀ ।ସଂସାର ହେଲା ରତିହସ୍ତେ ଭୂଷଣେ ଯୁବ ନ ଯିବାକୁ ଉତୁରି ।୭।ସଜନୀ ସାରି ଶୟନପୁର ଚିତ୍ର ସୁଭଦ୍ରା ସମୀପେ ପ୍ରବେଶ,ମତିରେ କଲେ କେଳତି ଦୟାରୁ ଲଭିଲା ଲଭିଲା ଜୀବେଶ ।ସର୍ବେ ଶୁଣିଲେ, ସହଜେ ଦେଖିଲେ ଏ ବେଶ ।ସଂସ୍କାର ପ୍ରତିମା ହୋଇଲା ଏଥର ନୋହିବ କି ଆଉ ଆବେଶ ।୮।ସମାପତ ହେଲା ଦିବସ ସେକାଳେ ସବିତା ମଣ୍ଡିଲେ ଚରମ,ସିନ୍ଧୁ ନବନୀତ ଉଦିତ ହେବାରେ ପୂର୍ବ ଦିଶିଲା ମନୋରମ ।ଶୁଣ ସେ କାଳେ, ସୁଲକ୍ଷଣା ଉପକରମ ।ସୁରେଶ ନୀରେଶ ବେନି ରାଜାଙ୍କର ମୋତି ମାଣିକ୍ୟ ଛତ୍ର ରମ୍ୟ ।୯।ସାରଣୀ ଯୁଗଳ ଶଙ୍ଖ ହିଙ୍ଗୁଳରେ ଶାଣିତ ହୋଇ ଶୋଭାକର,ସଙ୍କଳିତ କିବା କରିଅଛି ତାହା ସୁରକାମିନୀ ବେନିକର ।ସୂତ୍ର ତହିଁରେ, ସ୍ୱଭାବେ ଊର୍ଦ୍ଧ୍ୱ ମୁଖବର ।ଶୂନ୍ୟ ବିଳାସେ ଉଲ୍ଲାସ ଜାତକରେ ଦେଖିଲେ ଶିଶୁ ଜନଙ୍କର ।୧୦।ସିଂହୀ କରିଣୀ ପ୍ରସବ ଏକାବେଳେ କଲେ କି ନଭ ଅଟବୀରେ,ସାରସ କୁମୁଦ ବନ୍ଧୁ ଆମ୍ଭେ ବୋଲି ଚିହ୍ନାଇ ହୁଅନ୍ତି ଛବିରେ ।ସଂପ୍ରତୀତ ଏ, ସେକାଳେ ହୁଅଇ କବିରେ ।ସଖା ବେନି କି ଚର୍ଚ୍ଚରୀ ଖେଳୁଛନ୍ତି ମଳୟକ ରଜ ଅବିରେ ।୧୧।ସାର୍ବଭୌମକାରୀ ଆକାଶ ଦକ୍ଷିଣ ଗମନେ କିବା ବିଚକ୍ଷଣ,ସଲମ୍ବିତ ବେନିପାଶେ ବେନିଘଣ୍ଟି ହୋଇଛି ଏହି ସୁଲକ୍ଷଣ ।ସ୍ମରଶାସ୍ତ୍ରର, ଶ୍ଳୋକ ପଢ଼ିବାକୁ ତକ୍ଷଣ ।ସଂସାରଜନ ଏଣୁ ନାକମଣ୍ଡନ କରିଛନ୍ତି ପ୍ରତି ଈକ୍ଷଣ ।୧୨।ସୁଲଗ୍ନ ଜାଣିବ କାମ ଆଗମକୁ ବିଚାରି କିବା ଧାତା ଚିତ୍ତେ,ସଲିଳ ନିଧିରେ ନୀରେ ବୁଡ଼ାଇଲା ରବିମାନପାତ୍ର ଉଚିତେ ।ସମୀପରେ ତା, ସୁମୁଖୀ ନାହିଁ ସେ ସ୍ୱଚିତ୍ତେ ।ସୁଧା କିରଣ ଦର୍ପଣ ଦେଖାଇ କି ମଙ୍ଗଳାରୋପଣ ରଚିତେ ।୧୩।ସମୁଦ୍ଭବ ମନେ ରତି କରିବାକୁ ପ୍ରକାଶ ଚାନ୍ଦିନୀ ଯାମିନୀ ।ସେନେହବଶେ କି ଭିଡାଭିଡ଼ି ହେଲେ ଗୋରାପୁଂସ କଳାକାମିନୀ ।ସେତେକ ଅଙ୍ଗେ, ସଝଳିତ କିବା ଦାମିନୀ ।ସେ ଶୋଭାକୁ ଚାହିଁ ରୋଷ ଛାଡ଼ି ପଉରଷ କାନ୍ତେ କଲେ କାମିନୀ ।୧୪।ସମୁତ୍ପତ୍ତି ପୁଣି ବୃଷ୍ଟି ଚନ୍ଦ୍ର ରାତ୍ରେ ଗଙ୍ଗା ଯମୁନା କି ମିଶିଲେ,ସୁରଞ୍ଜନ ଯଥା ମଲ୍ଲିକା ବାଳିକା ଚିକୁରେ ଭୂଷିଲେ ।ସସଜ୍ଜ ସେ କି, ଶୃଙ୍ଗାର ଯଶ ପ୍ରକାଶିଲେ ।ସପତ୍ନୀ ବଶରେ ତାର ତାର କିବା ପରିହାସ ବଶେ ହସିଲେ ।୧୫।ସୁମନସ ମାର୍ଗେ ଏମନ୍ତ ଉପମା ଲଭିଲେ ସେ ତାରା ଝଲକ,ସୂତ୍ରହତ ହୀରା ନିଶି ଆଲିଙ୍ଗନେ ହୋଇ ମଣ୍ଡିଛି କି ପଲଙ୍କ ।ସଲେପନ ତା, ଶରୀରେ କସ୍ତୁରୀ ତିଳକ ।ଶଶାବଶୁଁ ଚନ୍ଦ୍ର ହୃଦରେ ଲାଗିଛି ନ ଜାଣି ବୋଲିଟି କଳଙ୍କ ।୧୬।ସେ ଉଡୁରାଜି ରାଜିବାରେ ପୁଣି ଏ କଳ୍ପନା ମନକୁ ମୋହିଲା ।ସମୁଚ୍ଚୟରେ ପାରଦ ଧାଏଁ ଇନ୍ଦୁ ସ୍ତିରୀମୁଖ ପ୍ରାୟେ ଶୋହିଲା ।ଶୁଭ୍ର ଆକାଶେ, ସ୍ପୁଟେ ଠା ଠା ହୋଇ ରହିଲାଶିକତାମୟ ନୋହିବାରୁ ନିର୍ମଳ ତାର ନାମ ସ୍ୱାର୍ଥ ହୋଇଲା ।୧୭।ସର୍ବଜ୍ଞ ପର୍ଯ୍ୟାରେ ତାରା ଦେଖି ନଭେ ପୁଷ୍କର ଶବଦ ଭାଷନ୍ତି,ସଲିଳ ତହିଁରେ ପଡ଼ି ଢଳଢଳ ଭିନ୍ନ ଭିନ୍ନ ହୋଇ ଦିଶନ୍ତି ।ସର୍ବପ୍ରକାରେ, ସୁମନେ ଏ ଲକ୍ଷ୍ୟ ଆସନ୍ତି ।ସୁରଭୀ ଦୋହନେ କୃଷ୍ଣ ଅଙ୍ଗ ଶୋଭା କି ଅଶେଷ କ୍ଷୀର ପୃଷନ୍ତି ।୧୮।ସେନେହଭରେ ଚନ୍ଦ୍ର ଚାହିଁ ଚକୋର ଭରେ ନୟନରେ ଭୁବନ,ସୁଧା ଲେପ କଲା ଭବନ ପରାୟେ ଶୋଭାବନ ଦିଶେ ଭୁବନ ।ସନ୍ତାପୁଁ କୋକ, ଶୀଘ୍ରେ କଲେ ପରିବେଦନ ।ସଦୃକ ସଚିତ୍ର ଭିତ୍ତିରେ ବହିଲେ ଯହୁଁ ବ୍ୟସ୍ତ ପଦ ଭୁବନ ।୧୯।ସୋମବଲ୍ଲରୀ ଡ଼ରେ ତମ ବଲ୍ଲରୀ ତଳେ ଶୃଙ୍ଗପଛେ ଲୁଚିଲେସଜ୍ଜ୍ୱଳିତ ଦୀପ ପଛେ ରହି ପୁର ବିଶେଷ ଗହ୍ୱରେ ବଞ୍ଚିଲେ ।ସେକାଳେ ଚାହିଁ, ଶ୍ୱାସ ବିରହିଣୀ ମୁଞ୍ଚିଲେ ।ସ୍ୱୈରିଣୀ ବାଟି ବିଟପୀମୂଳେ ଯାଉଁ ବିଟରେ କେଳିକି ରଞ୍ଚିଲେ ।୨୦।ସଞ୍ଚାର ହେଲା ସଞ୍ଚାରୀମାନଙ୍କର ସେ କାଳରେ ଅନବରତେ,ସର୍ବେ ଉନ୍ମତ୍ତ ହୋଇ ବାସକଶଯ୍ୟା ବଶେ ପାନ ଥୋଇ ପୁରତେ ।ସୁରତ ମାତ୍ରେ, ସ୍ୱାଧୀନ ଭର୍ତ୍ତୁକା ନିରତେ ।ସଙ୍କେତ ସ୍ଥାନୁ ବାହୁଡ଼େ ବିପ୍ରଲବ୍ଧା କରତେ କନ୍ଦର୍ପ କରତେ ।୨୧।ସମ୍ପତ୍ତିଦାୟଙ୍କ ସମ୍ପତ୍ତିଚୟଙ୍କ କାମୁକଚୟଙ୍କ ସମୟ,ଶୋଇବା ପୁରେ ଧନଞ୍ଜୟ ପ୍ରବେଶ ଦେଖିଲେ ଭିତ୍ତି ଚିତ୍ରମୟ ।ସୁବିନ୍ଧାଣିତ୍ୱ, ଶିକ୍ଷା ଦେଇଥିଲା କି ମୟ ।ସୁଜାଣ ସଖୀଏ ଲେଖି ଯାଇଛନ୍ତି ସବୁ ଉଦ୍ଦୀପନ ପ୍ରମେୟ ।୨୨।ସରିତେ ତରଣୀପରେ ପରାଶର ଦାସକୁମାରୀରେ ପୀରତି,ସ୍ନାନ ସାରି ଆସୁଁ ପଥରେ ପବନ ବାନରୀକି ମାଗେ ସୁରତି ।ସମାଧି ହତେ, ସେ ବିଶ୍ୱାମିତ୍ର ମେନା ରତି ।ସମୀପେ ଅହଲ୍ୟାର ହୋଏ ବିନୟ ଇନ୍ଦ୍ର ଧରି ଛଦ୍ମ ମୂରତି ।୨୩।ସୁର ସଭାରେ ଉର୍ବଶୀ ହରେ ଧାତା ଯହୁଁ ପଞ୍ଚଶର ପ୍ରହାରି,ଶଙ୍କିଯାଇ କାମେ ଭାନୁଜା ଚରଣ ଭାନୁଜାତଟେ ଧରି ହରି ।ସାମ୍ୟ ଜରତା, ସଙ୍ଗେ ଋଷ୍ୟଶୃଙ୍ଗ ବିହରି ।ସୁସାଧୁ ବିଧୁ ପାତକକୁ ନ ଡରି ଅମର ଗୁରୁନାରୀ ହରି ।୨୪।ସୁମରଣା କରି ପୁଂସ ଚିତ୍ର ଦେଖୁଁ କ୍ୟମବ୍ୟାଧ କ୍ରୋଧେ ପିଶଙ୍ଗ,ଶର ପ୍ରହାରିଲା ତୁହାଇ ତୁହାଇ ଘେନି ଅକ୍ଷୟ ଉପାସଙ୍ଗ ।ସୁମରାଇଲା, ସୁଭଦ୍ରା ଗମନ ପ୍ରସଙ୍ଗ ।ସ୍ୱାଦନ କଲା ସେ ଅସର୍ବତୋଭାବେ ଏରୂପେ ଗୀତ କର୍ଣ୍ଣାଙ୍ଗ ।୨୫।ସର୍ଜିବାରେ ଧାତା ଯୁବତୀ ବିଚ୍ଛେଦୁଁ କରିନାହିଁ ବଡ଼ ବିପତ୍ତି,ସତମାନିନୀ ମନଇଲା ପୁରୁଷ ସପତ ଦ୍ୱୀପରେ ନୃପତି ।ସୁକୃତ ବିନା, ସ୍ତିରୀରତ୍ନ ନୁହେ ପ୍ରାପତି ।ସନିବିଡ଼ ନୀବୀ ଫେଡ଼ିବା ସୁଖକୁ ସମ କି କୁବେର ସମ୍ପତ୍ତି ।୨୬।ସଂସାରାସକ୍ତ ଦ୍ରବ୍ୟ ପୀରତି ସଂସାରେ ଯହିଁ ଯାହା ଚିତ୍ତ ଲୋଭଇ,ସ୍ୱର୍ଗ ସମ୍ପତ୍ତି ଦିନକେ ସେ ଏଥିର ସେହି ଜନ ସିନା ଲଭଇ ।ସୁଜ୍ଞ ରସିକେ, ସାମନ୍ତ ପ୍ରାୟ ସେ ଶୋଭଇ ।ସ୍ନେହାନୁବନ୍ଧେ ପକ୍ଷୀ ବେନି ବିନାଶ ଆଜ ଧନ୍ୟ ବାଣୀ ଶୁଭଇ ।୨୭।ଶୁଣିଲା ଏ ଗୀତ ଚାହୁଁଥିଲା ଚିତ୍ର ସ୍ୱଭାବେ ଏକାନ୍ତ ସ୍ଥଳ ସେ,ସେ ରାଗ ରାଗ ଜନ୍ମାଇ ମନମୀନ ପକାଇଲା କୁଚକଳସେ ।ସ୍ପୃହାରେ ଲୋଡ଼େ ସୁନ୍ଦରୀ ସୁପ୍ରେମ ଜଳ ସେ ।ଶ୍ୱାସ ପକାଇ ଆଉଜେ ଅପସରେ ସୁମନଶରର ଆଳସେ ।୨୮।ସୀମା ହୃଦ ତହିଁ ଦମ୍ଭ ଛନ୍ନ ଦୁଇ ରାଜା ପାଇ ପାଇଲେ ଅଧିକାର,ସମ୍ମତି କେ କାହା କଥାକୁ ନ କଲେ ନୀତି ପ୍ରବର୍ତ୍ତକ ବିକାର ।ସେ ଏଣୁ ହେଲା, ଶୁଦ୍ଧ ବାଚାଳ ପରକାର ।ସମୀର ବହେ କୋକିଳ ସ୍ୱନ କହେ ନାରୀ ବିନୁ କି ପ୍ରତିକାର ।୨୯।-ରୂପକ-ଶୁଖାଇବାକୁ ପୁଂସ ଧୈର୍ଯ୍ୟ ସରକୁ ବାଳାତାପ ଋତୁ ପ୍ରକାରେସେ ଉଦୟ ହୃଦବନେ କରାଇଲା ତାପ ଦାବାନଳ ପ୍ରକାରେସନ୍ତାପକ ଯେ, ସଂଜାତ ସ୍ୱେଦ କଣିକାରେ ।ଶୁଣିବାକୁ ଦେଇ ଶ୍ରବଣ ଏକା ସେ ଝୁଣ୍ଟିଆ ଝିଙ୍କାରି ଝଙ୍କାରେ ।୩୦।-ରୂପକ ଯମକ-ସତ୍ୟା ସଙ୍ଗତେ ଅଭିସାରୀ ସେକାଳେ ସୁଭଦ୍ରା ସଙ୍ଗ ପାର୍ଥ ଇଚ୍ଛି,ସାଜି ରଣରଣ ରଣେ ରଣରଣ ନୂପୁର ତୂର ଭିଆଇଛି ।ସାର ତିଳକ, ସୁକଟାକ୍ଷେ ଶୋଭା ପାଉଛି ।ସୁମନ ଶାୟକ ଶାୟକ ଶାୟକ ସନ୍ନିକଟ କରି ଥୋଇଛି ।୩୧।ସନାଦ ନିଶ୍ଚୟ ଚୋଳ ତାର ତାରର ତାରତାର ଜାଲି ଟୋପର,ସୁଚିର ଅଞ୍ଚଳ କଦଳୀ କଦଳୀଊରୁ ଉଡ଼ାଇଛି କୋପର ।ସାହା କରିଣ, ସେ ଯେ ପାଇଛି ହରପର ।ସାଧ୍ୟକରି ବୀର କିରୀଟୀକି ରଟି କୀର୍ତ୍ତି ରଖିବ ମହୀପର ।୩୨।-ପୁନରୁକ୍ତ ବଦାଭାଷ-ସରୋଜ ଅମ୍ଭୁଜ ଚନ୍ଦ୍ର ଆଦରଶ ବଦନୀ ସୁଝୀନ ବସନା,ସୁରମ୍ୟ ବିଦ୍ରୁମ ପ୍ରବାଳ ମିହିର ଅରୁଣ ଦଶନ ବସନା ।ସୁଧାଂଶୁ ଇନ୍ଦୁ, ସୁଧା ଦରହାସ ପ୍ରସନ୍ନା ।ସୁବର୍ଣ୍ଣ ହେମ କନକଗାତ୍ରୀ ଘନ ଜଳଦ କେଶୀ ସୁଦର୍ଶନା ।୩୩।ସଧୀରେ ଅଧୀରେ ବିଧିରେ ଯାଇ ସେ ଚିତ୍ତଦେଇ ରତିମନ୍ତରେ,ସୂର୍ପକର୍ଣ୍ଣ ଗତି କପାଟ ଫେଡ଼ିଲା ଶ୍ରୀହସ୍ତେ ଛୁଇଁବା ମାତ୍ରରେ,ସଂକ୍ଷେପଣ ସେ, ସେ ଧୂଳି ସ୍ୱକାନ୍ତେ କାନ୍ତରେ ।ସାଞ୍ଜନ ନୟନେ ଅନାଇ ମନାଇ ଚିତ୍ତ ଲେଉଟେ ତରତରେ ।୩୪।ସଙ୍ଗେ ମୋହିନୀର ଶିବ ଗୋଡ଼ାଇଲା ପରାୟେ ନାୟକ ଗୋଡ଼ାଇ,ସହକାରେ ବକୁଳବାଣ ବାତାସ୍ତ୍ରେ ମାରଦମ୍ଭ ଦେଲା ଉଡ଼ାଇ ।ସୁବେଣୀ ଅହି, ସେହି ଚେତନାକୁ ବୁଡ଼ାଇ ।ସ୍ତୁତି ରାମର ନ ଘେନିଲା ବରୁଣ ପରାୟ ରହିଲା ବଡ଼ାଇ ।୩୫।ସଜନୀ ଆଗେ ହେଲା ଭଦ୍ରା ପ୍ରବେଶ ସତ୍ୟା ଆନନ୍ଦେ ଉଲ୍ଲସିଲା,ଶୁଭାଇ ଅର୍ଜ୍ଜୁନ ଏମନ୍ତ ଭାଷିଲା ଭାଗ୍ୟ ଦିଶି ତ ନ ଦିଶିଲା ।ସତେ କରିବା, ସଖଣ୍ଡ ତପ ପ୍ରକାଶିଲା ।ସୁଶୀଳାମଣି ଶିଳା ସମ ହୃଦୟ ହୋଇଲେ କନ୍ଦର୍ପ ନାଶିଲା ।୩୬।ଶୁଣିଲା ନ ଶୁଣିଲା ହୋଇ କପାଟ କିଳି ଚଳିଲେ ସେ ଉଚିତେ,ଶ୍ୱାସ ପକାଇ ଲେଉଟି ଦ୍ୱାରେ ବସି ପୁରୁଷ ବିରସତା ଚିତ୍ତେ ।ସୀତା ବଲ୍ଲଭ, ପଦ ସୁମନ ମନେ ଚିନ୍ତି ।ସଂଜ୍ଞା ଭଞ୍ଜ ନାମ ଉପଇନ୍ଦ୍ର ପଦ ବୀରବର ଯେ ରଚନ୍ତି ।୩୭।