ସପ୍ତମ ଛାନ୍ଦ — ସୁଭଦ୍ରା ପରିଣୟ — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ସପ୍ତମ ଛାନ୍ଦ
ଦ୍ୱାରକାର ସ୍ତ୍ରୀମାନଙ୍କଦ୍ୱାରା ଅର୍ଜୁନଙ୍କୁ ଅର୍ଘ୍ୟ ପ୍ରଦାନ(ରାଗ-ରସକୁଲ୍ୟା)ସ୍ୱୈରିନ୍ଧ୍ରୀଠାରୁ ପାଇଣ ବାରତା । ସହରଷ ଅନ୍ତଃପୁର ବନିତା ।ସଞ୍ଚା ସଜାଡ଼ିଲେ ଅର୍ଘ୍ୟ ଦେବାକୁ । ସୁବର୍ଣ୍ଣସ୍ଥାଳି ତଣ୍ଡୁଳ ଦୂର୍ବାକୁ ଯେ ।ସଭିଏଁ ହୋଇଲେ ବେଶ ଯେ ।ସୁଭଦ୍ରା ପୁଣି ଯେମନ୍ତ ବେଶ ହେଲେ ଶେଷ ନ କରିବେ ଶେଷ ଯେ ।୧।ସ୍ୱବେଶ ବେଶକୁ ସ୍ୱଭାବେ ସେହି । ସୁବେଶିତ ହେଲା ଉପମା କାହିଁ ।ସୁନ୍ଦର ବେନି କୋଳାକୋଳ ହେଲା । ସମ୍ପୂର୍ଣ୍ଣଚନ୍ଦ୍ର କୁମୁଦ ଲଭିଲା ସେ ।ଶ୍ୟାମଳୀ ଚିକୁର ପୁଣି ଯେ ।ସିଂହାଣୀ ଜୁଡ଼ା କରିଛି ଧନ୍ୟ ମନମୀନ ସଂଗ୍ରହ କୁବେଣୀ ଯେ ।୨।ସୀମନ୍ତ ତଥିରେ ଦିଶେ ଏସନ । ସୁଧାନିଧି ମୁଖ ଚିର ପ୍ରସନ୍ନ ।ସୁଦରଶନରେ ଉଲ୍ଲାସ ତୁଟି । ସାନ୍ଦ୍ର ତମର ହୃଦ ଗଲା ଫାଟି ସେସେକ୍ଷଣି ହୋଇଲା ପରା ଯେ ।ଶୁଖି ନାହିଁ ତାର ରୁଧିରଧାରା ସେ ତେମନ୍ତ ସିନ୍ଦୂର ଗିରା ଯେ ।୩।ସମ୍ପକ କୁସୁମ ମାନିୟା ପରି । ସର ବାନ୍ଧିଅଛି ଚାତୁରୀ କରି ।ସଘନଘନ ସ୍ଥୂଳମୂର୍ତ୍ତି ଦେଖି । ସଉଦାମିନି ଆଲିଙ୍ଗନେ ସୁଖୀ ସେ ।ସ୍ୱଚ୍ଛ କିଆପତ୍ରୀ ପୁଣି ଯେ ।ଶାଢ଼ୀ ବାନ୍ଧିଛି ସେ ଧାତାଠାରୁ କେକୀପୁଚ୍ଛାଦି ଉପମା ଜିଣି ଯେ ।୪।ସିନ୍ଦୂର ବିନ୍ଦୁ ଚନ୍ଦନ ଚିତାରେ । ସୂର୍ଯ୍ୟଚନ୍ଦ୍ରଙ୍କୁ ଦେଖି ଏକଠାରେ ।ସୁନିର୍ମଳ ମୋତି ଜାଲି ଟୋପରେ । ସଜ ହୋଇ କେଶ ରାହୁ ସତ୍ୱରେ ଯେ ।ସୁତୁଣ୍ଡ ଅଛି ପ୍ରକାଶି ଯେ ।ସେ କର୍ଣ୍ଣ ଏ କର୍ଣ୍ଣ ଯାଏଁ ଝିଲିମିଲି ମାଳି ଦନ୍ତାଳି କି ଦିଶି ଯେ ।୫।ସତ୍ୟ ବାଳତମ ଊର୍ଦ୍ଧ୍ୱ ଥିଲାକୁ । ସୁନ୍ଦରିମା ମୁଖର ଦିଶିବାକୁ ।ସୁମନା ପାଞ୍ଚି ରଖିଛି ସ୍ୱରୂପ । ସୁବର୍ଣ୍ଣ ଦୋଳିରେ ତାଟଙ୍କ ଦୀପ ସେ ।ସେ ଜ୍ୟୋତିକି ଚାହିଁ ବେଗ ଯେ ।ସର୍ବତ୍ର ଚାହାଣି ନୟନ ତରଙ୍ଗ ମୀନ ଧାଇଁଛି ସେ ଦିଗ ଯେ ।୬।ସମସ୍ତେ କର୍ଣ୍ଣକୁ ରାଜା ବୋଲନ୍ତି । ସଂଯୋଗ ଏ ଘେନି ସେ ଫୁଲଛତି ।ଶାଙ୍କୋଳୀ ବାଳୀ ଝଲକା ସ୍ୱଭାବ । ସଦମ୍ଭ-ଜନ ମାନସକୁ ଦେବ ଯେ ।ସାର ମଲ୍ଲୀକଢ଼ି ତହିଁ ଯେ ।ସମାଧି ଋଷିର ମହୀଧର ଶୃଙ୍ଗ ଦମ୍ଭୋଳି ଭାଙ୍ଗିବା ପାଇଁ ଯେ ।୭।ସାଞ୍ଜନ ହେବାରେ ଖଞ୍ଜନ ଆଖି । ସୁଗତି ଗତି ନୋହୁଅଛି ଲକ୍ଷି ।ସୂତା ଲଗାଇଛି କି କୁତୂହଳ । ସାରିଣୀ ନିଶ୍ଚେ ସେ ଏ ଯୋଗୁଁ ଖେଳେ ଯେ ।ସେହି ଏଣୁ ଉଦବେଗୀ ଯେ ।ସାରଙ୍ଗ ଡୋଳାର ପଲକ ପକ୍ଷ୍ମରେ ଅଠାକାଠି ଅଛି ଲାଗି ଯେ ।୮।ସିନ୍ଧୁଫଳର ଦିବ୍ୟ ନାକଚଣା ସୂଚିକମ ରମ୍ୟ ମାଣିକ ଗୁଣା ।ସେ ସକାଶୁଁ ନାସା ଅତି ଶୋଭିତ । ସଲକ୍ଷଣା ହେଉଅଛି ଏମନ୍ତ ସେ ।ସପତ୍ନୀ ହିଂସାକୁ ତେଜି ଯେ ।
ସୋମକୋଳକୁ ଏକାବେଳେ ରୋହିଣୀ ଆରଦ୍ରା ଅଛନ୍ତି ଭଜି ଯେ ।୯।
ସର୍ଜିତ ଚିବୁକେ ଭ୍ରମରୀ ଚିତ୍ର । ସ୍ନେହୀ ଭୃଙ୍ଗ ଫଳେ ଏ ଉତପାତ ।
ସଞ୍ଚରିଛି ଯୁବା ପ୍ରଳୟ ପାଇ । ସଂଜ୍ଞାପତି କିବା ହିଙ୍ଗୁଳେ ସ୍ନାୟୀ ସେ ।
ସେ ରୂପେ ରୁଚିର ଦିଶେ ଯେ ।
ସୃକ୍ୱିଣୀ ଯାଏ ଅଧର ଜର ଜର ହେବାର ତାମ୍ବୁଳରସେ ଯେ ।୧୦।
ସୁନା ପ୍ରବାଳ କଣ୍ଠି କାଚମାଳା । ସାଗରଫଳ ଚାପସରି ମେଳା ।
ସେ ଘେନି କଣ୍ଠ ଅତି ମନୋରମ । ସଲମ୍ବିତ ପାଟଫୁଲି ଚରମ ଯେ ।
ସାର୍ଥ ଏହି ଦୃଷ୍ଟି ସିନା ଯେ ।
ସାଧି ମଙ୍ଗଳକୁମ୍ଭ ଗ୍ରୀବା କପୋତ କମ୍ବୁକୁ ବାନ୍ଧିଛି ବାନା ଯେ ।୧୧।
ସଂସାରେ ନାହିଁ ବୋଲି କରେ ତୁଲ୍ୟ । ସୁବିଚାରେ ଖଞ୍ଜିଅଛି ଅତୁଲ୍ୟ ।
ସଙ୍ଗ ହୋଇଛି ହେମରତ୍ନ ଚୁଡ଼ି । ସାଙ୍ଗ ହୋଇଛି ତାରା ବିଦ୍ୟୁ ଜଡ଼ି ସେ ।
ସମୁଦ୍ରି ଅଙ୍ଗୁଳି ପାଞ୍ଚେ ଯେ ।
ସୁଭୁଜରେ ତାଡ଼ ବିରାଜୁଅଛନ୍ତି ଜ୍ଞାନ ତାଡ଼ିବାକୁ ପାଞ୍ଚେ ଯେ ।୧୨।
ସଂସ୍ଥିତ କଲା କାଞ୍ଚଲା କୁଚରେ । ସାମନ୍ତ ଯୁବାରେ ହେବା ପାଞ୍ଚରେ ।
ସୁରଭିସଖା ଶତ୍ରୁପଣ ତେଜି । ସହାଶିବଙ୍କୁ ଇନ୍ଦୀବରେ ପୂଜି ।
ସମ୍ୟକ ବଚନ ଏହି ଯେ ।
ସପ୍ତବିଂଶତି ମୁକୁତା ମାଳା ଛଳେ ରୂପା ନାଗ ଅଛି ଦେଇ ଯେ ।୧୩।
-ଛଳ-
ସଂପୂର୍ଣ୍ଣ କଟୀସିଂହ ଅଛି ମଣ୍ଡି । ସପ୍ତକୀ ଘଣ୍ଟିରେ ସେ ନବଚଣ୍ଡୀ ।
ଷକାର ଭେଦ ମହୀଶ ଆକୁଳ । ସମଜ୍ଞା ରହିବ ମହୀମଣ୍ଡଳ ସେ ।
ସୁଗତି ବଶରେ ଚଳେ ଯେ ।
ସାନନ୍ଦ କରିବ ଈଶ ମାନସକୁ ରଣରଣରଣ ରୋଳେ ଯେ ।୧୪।
ସ୍ୱରେ କହୁଅଛି ଯାହା ନୂପୁର । ସମାକୁଳ କରିପାରେ ତ୍ରିପୁର ।
ସାଜିଣୀ ପାଦେ ସେ ବାଜିଣୀ ବଳା । ସେ କିମ୍ପା ପୁଣି ବୋଲାଇ ଅବଳା ଯେ ।
ସମେଳ ତହିଁ ହଂସକ ଯେ ।
ସୀମା ଛଡ଼ାଇ ଦେବାକୁ ଅଙ୍ଗ ଦେଶୁ ବିବେକକୁ ଡେଙ୍ଗୁରକ ଯେ ।୧୫।
ସୁନ୍ଦରୀ ସ୍ତନ ନିତମ୍ବରେ ଭାରି । ସହଜେ କ୍ଷୀଣମଧ୍ୟା କୃଶୋଦରୀ ।
ସଧୀରଗତି ଗର୍ଭାଳସୀ ହଂସୀ । ସର୍ବଦାରେ ଯେ ପ୍ରେମ ମଦାଳସୀ ଯେ ।
ସ୍ୱନିତ ଝୁଣ୍ଟିଆ ପାଦେ ଯେ ।
ସାବଧାନେ ଥାଉ ବନ୍ଧୁର ପଥଟି ବୋଲି ଡାକୁଅଛି ନାଦେ ଯେ ।୧୬।
ସାମ୍ୟ ପାଦତଳ ଜବାତୁରଙ୍ଗ । ସରୁ ଅଳତା ଚିତ୍ର ତହିଁ ସଙ୍ଗ ।
ସଦୃଶ ହେଲା ନାପିତୀଙ୍କି କେହି । ସେ ରଙ୍ଗ ଏ ରଙ୍ଗ ବ୍ୟକ୍ତରେ ରହି ସେ ।
ସମ୍ପାଦିଛି ଅଗ୍ନି ଦୁର୍ଗ ଯେ ।
ସମ୍ବନ୍ଧ କରିବ ଧୈର୍ଯ୍ୟ ପତଙ୍ଗକୁ ସରାଗ ଯୋଗରୁ ଆଗ ଯେ ।୧୭।
ସିନ୍ଦୁରୀ ଶାଢ଼ୀ ରଙ୍ଗେ ଅଛି ପିନ୍ଧି । ସଜାଡ଼ି ନିବିଡ଼ ନୀବୀକି ବାନ୍ଧି ।
ସ୍ୱର୍ଣ୍ଣପାଦପେ ଅନୁରାଗ ଲତା । ସ୍ୱଚ୍ଛନ୍ଦେ ଛନ୍ଦି ହୋଇଲା ଶୋଭିତା ଯେ ।
ସୁସଞ୍ଚ ଆଗକୁ କୁଞ୍ଚ ଯେ ।
ସୁର ଶିଖରୀରୁ ସ୍ରବେ ଗଇରିକ ରସ ଲଭିବାକୁ ପାଞ୍ଚ ଯେ ।୧୮।
ସୁବର୍ଣ୍ଣ ଜରୀରେ ପ୍ରଚ୍ଛଦ ପଟ । ସୁବେଣୀପିଧାନେ କି ଝଟ ଝଟ ।
ସ୍ୱଶୋଭା ଲୁଚାଇ ଲୋଡ଼ିଲା ଗୌରୀ । ସଦୟା ଜଗତ ରକ୍ଷାରେ କରି ସେ ।
ସୁକାନ୍ତି ତହିଁ ଉଦୟ ଯେ ।
ସ୍ପଟିକ ସମ୍ପୁଟକ ମଧ୍ୟୁ ପଦାର୍ଥ ଗୁପତ ନୋହିଲା ପ୍ରାୟ ଯେ ।୧୯।
-ତର୍କ-
ସହଜେ ସୁନ୍ଦରୀ ଶୋଭା କାନନ । ସିନ୍ଦୂର ତୃତୀୟେ ଅତିରଞ୍ଜନ ।
ସିଂହ ଏଣୀ ମୃଗ ଏ ତିନି ଜାତି । ସଘଟନ ତହିଁ ହୋଇଅଛନ୍ତି ସେ ।
ସେ ଲୋଭ ହେଉ ଉଚିତ ଯେ ।
ଶିକାରୀ ମଦନ ନିଚୋଳ ଜଳରେ କଲା କି ଜାଲ ଆବୃତ ଯେ ।୨୦।
ସାରାସାଳୟା ପ୍ରମୁଖ ନାରୀର । ସଙ୍ଗେ ସଙ୍ଗୀ ହୋଇ ସୁନ୍ଦରୀବର ।
ସୁରୁଚି ପ୍ରକାଶି ଦିଶେ ଏମନ୍ତ । ସୁଧା କିରଣ ତାରା ମଧ୍ୟସ୍ଥିତ ଯେ ।
ସୁହାସୀ ଏରୂପେ ଦିଶି ଯେ ।
ସଙ୍ଗତି ସଙ୍ଗତି ମରାଳେ ମିଶି କି ଏକ ରାଜହଂସ ଆସି କି ।୨୧।
-ରୂପକ-
ଶ୍ରୁତି ସରେ କରିଆସୁଁ ବିନୋଦ । ସ୍ୱନଛଳେ ଶୁଭେ ମଞ୍ଜିର ନାଦ ।
ସପକ୍ଷ ସମସ୍ତେ ଅଛନ୍ତି ହୋଇ । ସୁକ୍ରୀଡ଼ା କରିବେ ମାନସେ ରହି ସେ ।
ସମ୍ବଳ ବହିତ ସେହୁ ଯେ ।
ସହସ୍ର ଦଳ ବଦନେ ମହୋଜ୍ଜ୍ୱଳ ମୃଣାଳ ନାଳ ସୁବାହୁ ଯେ ।୨୨।
ସନ୍ନିଧେ ଯାଇଁ ହେଲେ ଅର୍ଜୁନର । ସେ ଶୋଭା ବସି ହରି ଜାନୁପର ।
ସ୍ମର ଶ୍ରୀକୃଷ୍ଣ ଦୁହେଁ ଏକାକୃତି । ସେ ରୂପେ ପୁଣି ବିଜୟର ମୂର୍ତ୍ତି ସେ ।
ଶ୍ରୁତି ଅଗୋଚର କଥା ଯେ ।
ସାଂଶୟିକ ହୋଇ ସକଳ କାମିନୀ ଅର୍ଘ୍ୟ ନ ଦେଲେ ସର୍ବଥା ଯେ ।୨୩।
ସାନୁଜ ବସେ ଜ୍ୟେଷ୍ଠ କୋଳେ ବୋଲି । ସବଶବଶୁ ନ ଜାଣିଲେ ବାଳୀ ।
ସ୍ୱକୀୟା ନାରୀ ନ ଚିହ୍ନି ବଲ୍ଲଭ । ଶୁଣିଅଛି କେହି ଏତେ ଦୁର୍ଲଭ ସେ ।
ସନ୍ଦେହ ହରି ଭାଙ୍ଗିଲେ ଯେ ।
ଶ୍ରୀକର ପଲ୍ଲବ ଅର୍ଜୁନ ଶିରରେ ଦେଇ ନେତ୍ର ଠାରି ଦେଲେ ଯେ ।୨୪।
ସାର୍ଦ୍ରଚିତ୍ତ ତାଙ୍କୁ ସୁଭଦ୍ରା ଚାହିଁ । ସୂକ୍ଷ୍ମ ପଲକ ତା ପଡ଼ିଲା ନାହିଁ ।
ସ୍ମିତହାସିନୀ ଲବଣୀ ପିତୁଳି । ସମୀପରେ ଧନଞ୍ଜୟର ମିଳି ସେ ।
ସର୍ବରୂପେ ତରଳିଲା ଯେ ।
ସକଳେ ଚପଳେ ଅର୍ଘ୍ୟ ଦେଲେ ଶିରେ ସେ କରେ ଧରି ରହିଲା ଯେ ।୨୫।
ଶୂନ୍ୟେ କାଗଜ ଚକି ଉଡ଼ୁଥାଇ । ସାକାଂକ୍ଷା ଯଥା ଜନ ଦୃଷ୍ଟି ତହିଁ ।
ସକାମେ ତଥା ଚାହୁଁ ବାଳାମଣି । ସୁଦାମ ଦାରିଦ୍ର୍ୟ ଭଞ୍ଜନ ଜାଣି ସେ ।
ସଲୋକ ଲୋଚନ ତାର ଯେ ।
ସତ୍ୱରେ ପ୍ରତିମା ଘଉଡ଼ି ପ୍ରତିମା ହେଲା ପୁଂସ ମନୋହର ଯେ ।୨୬।
-ଶ୍ଲେଷ-
ସୀତା ସହିତେ ଶିତ କଳେବର । ସଦା ପରମାନନ୍ଦ ସୁଖକର ।
ସିଦ୍ଧ ସେବନୀୟ ହରିତାମ୍ବର । ସେନାନୀ ବିନୟ ବଚନେ ସ୍ଥିର ସେ ।
ସ୍ମରେ ଚିତ୍ତ ଶିବ ରାମ ଯେ ।
ସପ୍ତବିଂଶ ପଦେ ଛାନ୍ଦ ଉପଇନ୍ଦ୍ର ଭଞ୍ଜ କହେ ମନୋରମ ଯେ ।୨୭।
ଅଷ୍ଟମ ଛାନ୍ଦ
ଅର୍ଜୁନର ରୂପରେ ମୁଗ୍ଧ ହୋଇ ସୁଭଦ୍ରାର କାମବିକାର ପ୍ରାପ୍ତ ବିଷୟ(ରାଗ-କାମୋଦୀ)ସାନୁମାନ ଉରଜା ଦନୁଜାରି ସାନୁଜା ଭାନୁ ତନୁଜାତିତ କେଶୀ ।ସୂନଶାୟକବତ ନାୟକ ବିଲୋକିତ ବଶରେ ସୁରଶରେ ତ୍ରାସି ସେ ।ସୁକୁମାରୀ । ସଭଳିତ ଚରଣ ହେଲା । ସର୍ବାଙ୍ଗେ ପୁଲକ ପୂରିଲା ।ସ୍ୱପ୍ରିୟ ଦରଶନୁ ପ୍ରିୟକ ତୁଲ ତନୁ ପ୍ରିୟକ ଫୁଲପ୍ରାୟ ହେଲା ସେ ।୧।-ରୂପକ-ସେନେହ ବୀଜ ଓଘ ଗୋପ୍ୟରେ ଥିଲା ମେଘ ସୁନ୍ଦର ଦରଶନ ଜଳ ।ସେଚନ ବଶେ କି ସେ ଅଙ୍କୁରିଲା ବିଶେଷେ ଶରୀର କେଦାରେ ଚପଳ ସେ ।ସୁକୁମାରୀ । ସହଜରେ ସେ ସୁଖୀ ଅତି । ଶରବ୍ୟ କରି ରତିପତି ।ଶାୟକ କୋଟି କୋଟି ବିନ୍ଧିଲା ଯାଇ ଫୁଟି ଅଙ୍ଗେ କି ଦିଶେ ପୁଙ୍ଖପନ୍ତି ସେ ।୨।ସୁସୀମ କାଳ ସମ ବିରହ କୁଚହିମ ଗିରି ମଧ୍ୟରୁ ଅବତରି ।ସ୍ୱେଦ ସୁଷାର ଆଗ ପଦ୍ମ ବୋଲିଣ ଯୋଗ ବଦନ କରେ ପଦେ କରି ସେ ।ସୁକୁମାରୀ । ସକମ୍ପିତ ହୋଇଲା ପୁଣି । ସଙ୍ଗେ ତା ସତ୍ୟଭାମା ଜାଣି ।ସ୍ଫୁଟେ ବୋଇଲେ ଧର ଏହାକୁ ନିଅରେ ଜନ୍ମି ଅଇଲା ଭଙ୍ଗବାଣୀ ସେ ।୩।ସେ ଚାରୁ ବିମ୍ବାଧରୀ, ପୀବର ପୟୋଧରୀ ଧରିତ୍ରୀ ମଣ୍ଡନାକୁ ଧରି ।ସଞ୍ଚାରୀ ଚାରି ନେଲେ ବିଚାରି ପଚାରିଲେ ଏମନ୍ତ ହେଉ କିମ୍ପାଁ ଗୋରୀରେ ।ସୁକୁମାରୀ । ସଂଜ୍ଞା ବୁଡ଼ିଲା କିଛି ଦୂରେ । ସଖାଏ ଆଉଜାଇ ଉରେ ।ସିଞ୍ଚିଲେ ଚଞ୍ଚଳରେ ସଲିଳ ଅଞ୍ଚଳରେ ବିଞ୍ଚିଲେ ସଧୀରେ ସଧୀରେ ସେ ।୪।ସୁଚିତ୍ତେ କେଉଁ ସଖୀ ବାଳା ଶ୍ରୀହସ୍ତ ଦେଖି ବୋଇଲା ନାହିଁ ରୋଗ ଭୋଗ ।ସୂଚକ ନାହିଁ ଭୂତ ଭ୍ରମର କିଛି ମିତ ଗ୍ରହ-ପୀଡ଼ାରୁ କି ଏ ଯୋଗରେ ।ସହଚରୀ । ସୁମନାଏ ଶୁଣି ତା ଛଳି । ସାଭିଳାଷୀ ପୁରୁଷେ ବାଳୀ ।ସଂକଳ୍ପ ଭବ ଶର କରିଛି ଏତେ ଦୂର ରକ୍ଷାବିଧାନ କର ଭାଳି ।୫।-ଆଶ୍ରୟ-ସଭୀତ ହେବ ଭଲେ ଏ ରୂପ ବେଶ କଲେ କନ୍ଦର୍ପ ଦର୍ପବନ୍ତ ହେଲେ ।ସୋମକୁ ଚିରି ଅପଘନରେ ଘନେ ଲେପ କସ୍ତୁରୀ ଟୋପି ଦିଅ ଭାଲେ ରେ ।ସହଚରୀ ସଜାଡ଼ି ବେଣୀ ଫେଇଜୁଡ଼ା । ସିନ୍ଧୁଆ ଶାଢ଼ୀ ଆଣି ଘୋଡ଼ା ।ସୀମନ୍ତୀ ମୁକୁତାରେ ସ୍ୱଭାବେ ଅଛି ଶିରେ ମୃଣାଳ ଖଣ୍ଡ କରି ଲୋଡ଼ାରେ ।୬।ସଚେତ ଏହିକାଳେ ବାଳାକୁ କେହୁ ବୋଲେ ମନନୟନକାରୀ ତୁ ତ ସିନ୍ଧି ହୃଦରେ ନାହିଁ ।ସେ ପୁଣି ବନ୍ଦୀ ନୋହି କି କରି ଚୋରି କଲା ଚିତ୍ତରେ ।ସୁକୁମାରୀ । ସଚରାଚରେ ତୋତେ ବଳି । ସରି କେ ନାହିଁ ରସଶାଳୀ ।ସାକ୍ଷୀ ମୋର ଗିରକୁ ଅନା ତୋ ଉଦରକୁ ତ୍ରିବିଧିରେ ବନ୍ଧନ ବଳି ଯେ ।ସୁମରଣ ଏମାନେ ନୋହିବାରୁ ତୋ ମନ ହୋଇଲା ସିନା ଏତେ ସରି ।ସିନ୍ଧି ଭୂରୁ ଚାପରେ ଈକ୍ଷଣ ବାଣଡ଼ ଥରେ ବିନ୍ଧିଲୁ ନାହିଁ ଯତ୍ନ କରି ରେ ।ସୁକୁମାରୀ । ସରନ୍ତା ଦମ୍ଭପଣ ତାର । ସହନ୍ତା କେହି କଳେବରେ ।ସମ୍ଭାଳନ୍ତା କି ତେତେବେଳେ କବଚ କେତେ ଥିଲାକୁ ଶଙ୍କା ହେଲା ତୋରରେ ।୮।ସଲଜ୍ଜବତୀ ଅତି ପ୍ରୀତିବତୀଯୁବତୀ ବତିଶ୍ରାର୍ଦ୍ଧ ବୟସୀ ଶୁଣି,ସୁ-ହରିତାଳ ଦ୍ୟୁତି ବସନକୁ ଝଟତି ବଦନେ ଆଚ୍ଛାଦିଲା ଆଣି ସେ । ସୁକୁମାରୀ ।ସେକାଳ ଶୋଭା କି ଆସିଲା । ସାମ୍ୟତା ଏମନ୍ତ ଦିଶିଲା ସେ ରସଦ ଉପରେ ।ଶରଦ ସମୟରେ ସଂପୂର୍ଣ୍ଣ ଶଶୀ କି ପଶିଲାରେ ।୯।ଶାନ୍ତି ଭଜିଲା କେତେ ତାପ ସେ ଶଙ୍କାଚିତ୍ତେ ଗୁରୁଜନ ଜାଣିବା ପାଇଁ ।ସଜ୍ଜ୍ୱଳିତ ଅନଳ ଲଭି କିଛି ଶୀତଳ ଯେସନେ ଭସ୍ମାଚ୍ଛନ୍ନେ ରହି ସେ । ସୁକୁମାରୀ ।ସାଷ୍ଟମ ହୋଇ ଯାଇ ପୁରେ । ଶୋଉ ଉତ୍ତମ ଶୟନରେ ।ସତ୍ୟବାକ୍ୟ ପାଳିତ ସୁତ ରସାଳେ ସ୍ଥିର ହୋଇ ଡାକିଲା ଏ କାଳରେ ରେ ।୧୦।-ଆଶ୍ରୟ-ସେ କୁହୁଧ୍ୱନି ଘେନି କୁହୁକ ବିରହିଣୀ ଠାରେ କୁହୁ ରଜନୀ କଲା ।ସ୍ୱରୂପ ତ ନ ମଣି ରମଣୀ ଶିରୋମଣି ଚମକି କ୍ଷିତିରେ ପଡ଼ିଲା ସେ ।ସୁକୁମାରୀ । ସୁମନ୍ତ୍ର ମୁଖେ ଉଚ୍ଚାରିଲା । ସ୍ୱଜନେ ଏତେ ପଚାରିଲା ।ସମ୍ବତ୍ସରରୁ କ୍ଷୟେ ପକ୍ଷୁଁ ତିଥି ପରାୟେ ଗ୍ରୀଷମ ଋତୁ କି ହୋଇଲା ରେ ।୧୧।-ଛଳ-ସାଳେ କର ଦେଖାଇ ବାଳା ଗୋଚର ପାଇଁ କେ ବୋଲେ ରେ କୋଳିଳ ଶୁଣ ।ସହିଷ୍ଣୁ ହେବୁ କେହି ଖଗ ଅଗ୍ରଣୀ ତୁହି ମନ୍ଦସଙ୍ଗହିଁ ଅଛି ପୁଣ ରେ ।ସହଚରୀ । ଶୁଣି ବୋଇଲା ଏକ ଶିର । ସନ୍ଦେଶ ଘେନି ହେମାଙ୍ଗୀର ।ସଶୀଘ୍ରେ ଯାଅ ଆଜ ପାରିଲେ ମନସିକ ସୁନ୍ଦର ମନ ଛନ୍ନ କର ରେ ।୧୨।ସୁମଲିଟ ଝଙ୍କାର ଫୁଲଧନୁ ଟଙ୍କାର ପ୍ରକାର ମଣି ସବିକାରେ ।ସହୀକି ବେଗେ ତହିଁ ଭୀରୁ ଭାରୁକ ହୋଇ ଭିଡ଼ି ଯେ ଧଇଲା ଭୁଜରେ ସେ ।ସହଚରୀ । ସ୍ନିଗ୍ଧେ କହେ ମଧୁପ ସେହି । ସରବେ ଅତିମତ ହୋଇ ।ସୁମୁଖୀ ମାର କହେ, ଏତେ ପକ୍ୱତା ନୋହେ ସୁନାରୀ ଧ୍ୱଂସେ କାହିଁପାଇଁ ରେ ।୧୩।ସୁଦନ୍ତୀ ହାର ନାଶଗଛ ରଖ ଗୋ ବସି ରହ ଇତ୍ୟାଦି ଯେତେ କହି ।ସ୍ୱରଭଙ୍ଗ ବଶରେ ଏକବର୍ଣ୍ଣ ଉଚ୍ଚରେ ତଥାପି ଭଲା ହେଜୁଥାଇ ସେ ।ସୁକୁମାରୀ । ସାର ଅନୁରାଗିଣୀ ସେହି । ସନ୍ଦର୍ଭ ରସ ଗର୍ଭ ହୋଇ ।ସୁପୁରୁଷ ଭାଗବତ ଦିବ୍ୟଭାଷାଏ ଜାତ ଅନ୍ତର୍ଲିପିକା ପ୍ରାୟେ ହୋଇ ସେ ।୧୪।ସାତ୍ତ୍ୱିକ ଚମତ୍କାର ଏହା ବିଚାର କର ଅଶ୍ରୁରେ ପୂର୍ଣ୍ଣକର ନେତ୍ର ।ସହସ୍ରଦଳ ଜଳ ଜାତ ଜାଣି ସକଳ ମୁଁ ତାହା କଲି ବିପରୀତ ରେ ।ସହଚରୀ । ସଂହରି ଲୋଡ଼ିଲେ ଜନମି । ସରିତ ପରା ଅତିକ୍ରମି ।ସରୁ ଅଞ୍ଜନ ସେତୁ ଭଞ୍ଜନକୁ ସେ ହେତୁ ପଙ୍କିଳ କଲା ଚଣ୍ଡଭୂମି ରେ ।୧୫।ସହାୟ ପାଇ ଶୋକ- ପ୍ରାବୃଟକ ବିବେକ ତଟ ବିଟପୀମାନ ଭାଙ୍ଗି ।ଶାନ୍ତି ଭଜିବ ଏତେ ପ୍ରତୀତ ହୁଏ ଚିତ୍ତେ ହେଲେ ରସିକ ସିନ୍ଧୁ ସଙ୍ଗୀ ସେ ।ସୁକୁମାରୀ । ସୁନ୍ଦର ପ୍ରାପତକୁ ଇଚ୍ଛି । ସୁଭାଗୀ ମନ ହେବା ଅଛି ।ସ୍ୱୟଂ ଶମ୍ଭୁ ଏଘନ ସ୍ତନରେ ଅବିଚ୍ଛିନ ପାଣିଲାଗିକି ଆରମ୍ଭିଛି ରେ ।୧୬।ସିଦ୍ଧାନ୍ତ ଏହି ବାଳା ବିହି ଯନ୍ତ୍ର ପିତୁଳା ବଶକରଣେ ନର ମନ ।ସମୂଢ଼ ମାରଠାରେ ସେ ପୁଣି ପଡ଼ିବାରେ ଚଳନମାନ ହେଲା ଆନ ସେ ।ସୁକୁମାରୀ । ସେ ରୂପେ ସ୍ତମ୍ଭବଶେ ବାଳୀ । ସ୍ୱକୀୟେ ନ ପାରଇ ଚଳି ।ସୁଲକ୍ଷଣା ଚରଣ ଅରୁଣ ଅବ୍ଜ ଗୁଣ ଚକ୍ରବାଡ଼ ହେଲା ଦେହଳୀ ରେ ।୧୭।ସୁଗାତ୍ରେ କଲା ମେଳ ମେଘ ହରିଣ ପୂର୍ଣ୍ଣବଳ ଅଗୁଣିକ ବଣିକ ପରି ।ସୂତକୁ ହେମେ ମିଶାଇଲା ବିରହ ଦଶା ଦିବସ ଶଶୀ ଭ୍ରାନ୍ତି ଧରି ସେ ।ସୁକୁମାରୀ । ସରିସା ଉରଜକୁ ହେବି । ଶମଶାନବାସୀଙ୍କି ସେବି ।ସଂକଳ୍ପ ଥିଲା ଧନପତି ଶିଖରୀ ପୂର୍ଣ୍ଣକାମ ହେବାକୁ କିଏ ଛବି ରେ ।୧୮।ସୁଧା ଅଶନ ବିଷ ବିଷମ ତାପ ବଶ ବସନ ଭାଙ୍ଗୁ ପରିଚାରୀ ।ସଭ୍ରମୁମଣି ପାଶ ପାଶ ନ କରେ ଈଶ ଈଶ ସେ ଦ୍ୱିଅର୍ଥେ ସୁମରି ସେ ।ସୁକୁମାରୀ । ସୁରତ୍ନ ହେମ ଅଳଙ୍କାରକୁ ସମୀପେ ଥୋଇଲେ ତାହାର ।ସପ୍ତାର୍ଚ୍ଚିର ସଦୃଶ ଦୃଶ ହୁଅଇ ବିଷ ବିଷ ଧାରଣ ପରକାରେ ରେ ।୧୯।ସଉଧ ସୁଭୁବନ ମନ ତା ଛନ୍ନ ଛନ୍ନ ଜଳଜଳଦ ଜଳ ଜାଣି ।ସନ୍ତାପ ଏଡ଼େ ଦେହୀ ପରେ ତଣ୍ଡୁଳ ନେଇ ଦେଲେ ଭୁକ୍ତ ହେବ ସେକ୍ଷଣି ସେ ।ସୁକୁମାରୀ । ସୁପାତି ଚିତ୍ତକୁ ନ ରଞ୍ଜେ । ଶୁଆଇଲେ ପଲ୍ଲବ ଶେଯେ ।ସିଝିଯାଏ ସେ ବେଗେ ଯେତେକ ଅଙ୍ଗେ ଲାଗେ ପାକ ଶାକ ଦଶାକୁ ଭଜେ ସେ ।୨୦।ଶୁଖିଯାଏ ଚନ୍ଦନ ଅଙ୍ଗେ କଲେ ଲେପନ ତପତ ଲୋହେ ପଙ୍କ ପ୍ରାୟେ ।ଶାମୁକ ଦଗ୍ଧକରି ତହିଁ ଢାଳିଲେ ବାରି ସନ୍ତାପ ସିନା ଅତିହୁଏ ସେ ।ସୁକୁମାରୀ । ସ୍ଫୋଟକ ଜାତ ତନୁ ଚାହିଁ । ସାଧ୍ୱସରେ ଏମନ୍ତ କହି ।ସୁମନ୍ତ ମୁକନୀର ଈନ୍ଧନୁ ଅବତର ସଂଯୋଗ କିପାଁ କଲ ସହୀ ରେ ।୨୧।ସହ୍ୟ କଥା ଏ ନୋହି ଗୁପତ ହେବ କେହି ବିଚାର କରି ଆଳୀମାନେ ।ସନତ୍କୁମାର ସୁରବୈଦ୍ୟ ନେଲେ ସତ୍ୱର କହି ମୂଷଳୀ ସନ୍ନିଧାନେ ସେ ।ସହଚରୀ । ସେ ଦେଖି ସୁଭଦ୍ରା ବିକାର । ସର୍ବଜ୍ଞ କହିଲେ ଏ ଗିର ।ସେବ୍ୟ ଅର୍ଜ୍ଜୁନ କରସ୍ପରଶରେ ଏହାର ତାପ ହତଟି ଯତ୍ନକର ରେ ।୨୨।ସମୀରଣରେ ଯାଇ ପଦ୍ମିନୀ ସଙ୍ଗପାଇ ଶ୍ରାନ୍ତେ କରୁ ମନ୍ଦଗମନ ।ସୁହାଇଲା ନାହିଁ ସେ ବାଳାକୁ ଏହା ଭାଷେ ଆଜି କି ଜଳିଯାଏ ବନରେ ।ସହଚରୀ । ସନ୍ନିପାତରେ ଜଳବତ । ସର୍ବାଙ୍ଗେ ବାଧଇ ମରୁତ ।ସରୁ ରିଷ୍ଟମରୁ ସେ ବିପ୍ରବରହ ହରଷେ ଆଳୀ ବୋଇଲା ସେ ମରୁତ ରେ ।୨୩।ସହିଛି ପବି ସେହି ଅହିମୁଖକୁ ଯାଇ ଜୀଇଁ ଆସେ ପ୍ରତିବାସରେ ।ସଦାଗତି ବୋଲାଇ ରାମା କହିଲା ତହିଁ ମଧ୍ୟରେ ଅଛିଟି ଅକାରରେ ।ସହଚରୀ । ସୂତ୍ର ବ୍ୟାକରଣରେ ଅଛି । ସୁବର୍ଣ୍ଣରେ ଦୀର୍ଘ ହୋଇଛି ।ସାଧିବାକୁ ସେ ପଦ କେଉଁ କାମୀ କୋବିଦ ବିଚାରି ରଚନା କରିଛି ରେ ।୨୪।-ଛଳ-ସୁନୃତ ଏହି ଗିର ଏତ ଅପୂର୍ବ ସୁର ପଦ ବିହିତ ମାତା ଗୁଣୁ ।ସୁଭକ୍ଷ ପରାପତେ ଛାଡ଼ିବ ଏ କେମନ୍ତେ ସନକ ଘେନି ବହେ ଏଣୁ ରେ ।ସହଚରୀ! ସମସ୍ତେ ବୋଲନ୍ତି ଦକ୍ଷିଣ । ସଞ୍ଜୀବନୀ ଦ୍ୱିତୀୟ ଜାଣ ।ସମ୍ମତି କଲି ମୁହିଁ ଯେ ଯେଉଁ ଦେଶେ ଥାଇ ସେ ନାମ କୁହାଇ ପ୍ରମାଣରେ ।୨୫।-ଛଳ ଶ୍ଲେଷ-ସାୟଂକାଳ ଉତ୍ତାରେ ଚନ୍ଦ୍ର ଦେଖି ନଭରେ ସୁମୁଖୀ ସଶଙ୍କ ହୋଇଲା ।ସମ୍ବର୍ତ୍ତକାଳ ଯାଇ ପୁଣି କଳ୍ପେକ ହୋଇ ରାବଣ ଜନମ ହୋଇଲା ରେ ।ସହଚରୀ! ସଜ ଏ ବାଳୀ ବିନାଶରେ । ସନ୍ତୋଷ ଦାତା ନିଶାଚରରେ ।ସୁନୀତିସୁତ ପରଯାଏ ବିଶେଷ କର ଦୀପ୍ତି ଲାଗିଛି ସହଚରୀ ରେ ।୨୬।-ଶ୍ଲେଷ-ସହଚରୀଏ ଛଳେ କି କରିବ ସେ ବଳେ ରହିଲାଣି ରକ୍ଷ ବେଷ୍ଟନେ ।ସ୍ୱାଭାବିକ ଏ କଥା ଯେତେ ଘେନୁ ସେ ବୃଥା ଏ ଦୋଷାକର ଘେନ ମନେ ରେ ।ସହଚରୀ । ସୁବର୍ଣ୍ଣ ପଦ୍ମିନୀରୁ ହରେ । ସନ୍ଦିଗ୍ଧ ଦ୍ୱିଜଚକ୍ର କରେ ।ସେବେ ନିତି ବାରୁଣୀ କପାଳୀ ସଙ୍ଗେ ପୁଣି ଜାତ ହୋଇଛି ସାଗରରେ ।୨୭।ସୁବୁଧ ପୁଂସ ହରି ତମ ଖଣ୍ଡନ କରି ବିରହୀ ସୃଷ୍ଟି ବୁଡ଼ାଇଲା ।ସନ୍ଧି ମଗଧପତି ଜରାର କେଉଁ କୀର୍ତ୍ତି ହେଲା ତାହାକୁ ବିସ୍ମରିଲା ରେ ।ସହଚରୀ । ସମୁଦ୍ର ଗଣ୍ଡୂଷ କାଳରେ । ସମ୍ଭାଳି ହେଲା କେଉଁଠାରେ ।ସରିଥାନ୍ତା ସମ୍ପତ୍ତି ପଡ଼ିଥିଲେ ଅଗସ୍ତି ଜଠର ବଡ଼ବା ଅନଳେ ରେ ।୨୮।ସମରଥ ସକଳ ନାଶିବାକୁ ଦୁର୍ବଳ ଦେଖ ଏ ଜ୍ଞାନଶୂନ୍ୟ ହିମ ।ସମୂଳେ ପଦ୍ମ ଦହେ ଏହା ମଣ୍ଡଳେ ରହେ ବିନାଶରେ ନୋହେ କ୍ଷମ ରେ ।ସହଚରୀ । ସ୍ୱପାପେ ଏ କଳଙ୍କ ଭଜି । ସେ କଥା କେବେହେଁ ନ ତେଜି ।ସୁମରଣ ଏ ନିତି ବିଯୋଗିନୀ ସନ୍ତତି କ୍ଷୟ କରଇ ଖୋଜି ଖୋଜିରେ ।୨୯।ସୁରସିକ ଶଙ୍କର ରବି ଅନଳଶର ଏହା ସଙ୍ଗତେ ତୁଳାଇଲେ ।ସବୁଁ ତୀକ୍ଷ୍ଣ ଏ ବୋଲି ସର୍ବ ଉର୍ଦ୍ଧ୍ୱରେ ଭାଳି ମଉଳି ନିକଟେ ବହିଲେ ରେ ।ସହଚରୀ ! ସୁହା ନ ଗଲା ତେବେ ଭାଲେ । ଜଟାରେ ଜାହ୍ନବୀ ରଖିଲେ ।ସପଦ୍ମଜିତାନନୀ ଅପର୍ଣ୍ଣାଙ୍କୁ ନ ଘେନି ଅର୍ଦ୍ଧାଙ୍ଗେ ଅଙ୍ଗୀକାର କଲେ ରେ ।୩୦।ସ୍ଫୁଲିଙ୍ଗ ଏହା କରୁ ଶୀତଳ ହୋଇଲାରୁ ଚକୋର କରନ୍ତି ଅଶନ ।ସହିବି କେହି ମୁହିଁ ମନୁଷ୍ୟ ଦେହ ବହି ଏହି କୃପୀଟ ଯୋନି ଘେନି ରେ ।ସହଚରୀ! ସାହସ ଉଡ଼େ ମୋର ଚାହିଁ । ସାହା ହେବାକୁ ଆନ ନାହିଁ ।ସୂର୍ଯ୍ୟେନ୍ଦୁ ସଙ୍ଗ-ତିଥି ମଣାଇ ଆଣ ଏଥି ସହସ୍ରେ ଦଣ୍ଡବତ କହିରେ ।୩୧।ସଙ୍ଗୀତ ଶରଜାଳେ କାମ କଲା ସେ କାଳେ ଉଚ୍ଛନ୍ନେ ଭାଷିଲେ ଏମନ୍ତ ।ସଙ୍ଗାତ ଶୁଣ ଏତେ ଶିବ ନ କଲେ ଚିତ୍ତେ ଦେହରୁ ବଳି ବୋଲି ପ୍ରେତ ରେ ।ସହଚରୀ ! ସମ୍ମତ ହେଲେ ନ ଘେନଇ । ସକୋପ ସ୍ତିରୀ ବଧେ ଏହି ।ସିଦ୍ଧିତାତର ଏତେ ମାତର ଏ ଜଗତେ ରଖିବ ମନକୁ ଆସଇ ରେ ।୩୨।ସାରଙ୍ଗ ନାଭି ପରା ହୋଇଛି ଅତି ତ୍ୱରା ସ୍ୱସ୍ଥାନ ନାଶ କରିବାରେ ।ଶମ୍ବରଠାରୁ ଜାଣ ବିଶ୍ୱାସଘାତୀ ପଣ ଜାତ ହୋଇଛି ଏ ସଂସାରେ ରେ ।ସହଚରୀ! ଶୁଷିରେ ଶୟ ପରା ହୋଇ । ସୁହୃଦ ବିହୃଦ ଧ୍ୱଂସଇ ।ସଂଶପ୍ତକ ଅନେକ ବିନ୍ଧି ଶରୀରଯାକ ପୂରେଇ ପଞ୍ଚଶରେ କେହି ରେ ।୩୩।ସଖା କୁସୁମକାଳ ସେହି ହେବାରୁ ମେଳ ଯାଗ କରିବା ଆରମ୍ଭିଲା ।ସହଜ ପରିପନ୍ଥୀ ଯୌବନ ଶିଳ୍ପୀ ଏଥି ଉରଜଯୁଗ କରିଥିଲା ରେ ।ସହଚରୀ ! ସ୍ରୁବ ସ୍ରୁଚ ନାଭି ରୋମାଳୀ । ସଂଯୋଗୁଁ ସିନା ଅତି ଝଳି ।ସଂସ୍ଥାପିତ ଦୁଃସହ ବିରହ ହୁତବହ ଉପରେ ସ୍ୱେଦ ଆଜ୍ୟ ଢାଳିଲେ ।୩୪।ସଦସ୍ୟ ସମୀରଣ ପିକ ବ୍ରହ୍ମାବରଣ ଆଚାର୍ଯ୍ୟ ଦ୍ୱିଜରାଜ ଯହିଁ ।ସୁମନଲିଟ ପ୍ରତିନିଧି ମୋ ଜୀବ ଏତି ପ୍ରୋକ୍ଷଣ ହେବ ପଶୁ ହୋଇ ରେ ।ସହଚରୀ ! ସିତେ କହିଲା ଏ ହୋଇବ । ସ୍ୱାହା କରିବାକୁ ନୋହିବ ।ସୁରବନ୍ତଦୟିତ ଯାଗକୁ କରି ହତ ରତି ଯଜ୍ଞପତ୍ନୀକି ନେବ ରେ ।୩୫।ସ୍ପରଶ ଏହୁ ଗିର ପଶି କର୍ଣ୍ଣ କୁହର ଆଳୀଙ୍କି ଆଉଜି ବସିଲା ।ସନାଳ ସବିକର ପଙ୍କଜ ବେନିକୁଚ ଉପରେ ସେ କାଳେ କେ ଦେଲାରେ ।ସହଚରୀ ! ସେକ୍ଷଣି ତାହା ଅଙ୍ଗତାପେ ! ସେ ଦିଶେ କୁଟିଳ ସ୍ୱରୂପେ ।ଶଙ୍କା ଚିତ୍ତେ ଏମନ୍ତ କହିଲେ କି ତୋ କାନ୍ତ କରଗ୍ରହ ହେବ ଏ ରୂପେ ରେ ।୩୬।ସରାଗ ଏହିମତ ଜାତ ତା ଦୃଷ୍ଟିପାତ ହେବାରୁ ଉରଜ ନୀରଜେ ।ସହିଲେ ଦୁଃଖ ଆଗ ପଛେ ପ୍ରାପତ ଭୋଗ ଭାଳି ରହିଲା କେତେ ଧୈର୍ଯ୍ୟ ସେ ।ସୁକୁମାରୀ । ସପ୍ତତ୍ରିଂଶ ପଦ ଏ ଛାନ୍ଦ । ସୁଗ୍ରୀବ ମିତ୍ର ପଦଦ୍ୱନ୍ଦ ।ସରୋରୁହ ମକରନ୍ଦ ପାନେ ଲଭି ଉପେନ୍ଦ୍ର ଭଞ୍ଜର ମାନସ ମିଳିନ୍ଦ ହେ ।୩୭।