ସ୍ମୃତି-ଭିକ୍ଷା
୧୮୯୮–୧୯୬୫
- ସଂକଳନ: ରୂପରେଖା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୨୨
- ସ୍ଥିତି
- ସାର୍ବଜନୀନ (Public domain)
ପରଶ ପରଶ ବାରେ ପରଶ ପରଶଏ କାନ୍ତ-କୋମଳ ସ୍ପର୍ଶେ ହରିନିଅ ବିଷ ।ଜୀବନର ବ୍ୟଥାତୁର ଗୋପନ କାହାଣୀତୁଟିଯିବ ଏ ପରଶେ ପାରୁଛି ମୁଁ ଜାଣି ।ପାରୁଛି ମୁଁ ଜାଣି ସିନା, କି କହିବି କଥା ।ଏ କ୍ଷୁଦ୍ର ପରାଣେ ଅଛି କୋଟିଯୁଗ ବ୍ୟଥା ।କୋଟିମୁଖେ ପାରିବି କି ବର୍ଣ୍ଣି ସେ ବିଭବସ୍ମୃତିମୟ ଜୀବନ ମୋ ଚିର ଅଭିନବ ।ପରଶିଲା ଏହି ପ୍ରାଣେ ଦିନେ ଅଛି ମନେକେବଳ ରାଇଜ ଦୂତ, ବଡ଼ ସଂଗୋପନେ ।କହିଲା ଏ କାନେ କାନେ କେତେ ମଧୁକଥା,ଗଲାବେଳେ ଜାଳିଦେଲା ଚିରସ୍ମୃତି ଚିତା ।ଆନ କେ ଆସିଲା ଦୂର କୁଞ୍ଜବନବାସୀ,ଶ୍ୟାମ ଛୁରିତକ ଚୂତ ବକୁଳେ ବିଳସି ।ହସି ହସାଇଲା କେତେ ବସନ୍ତ ଆଗମେ,ଗଲା ଲେଖି ସ୍ତରେ ସ୍ତରେ କୁସୁମ ସମ୍ଭ୍ରମେ ।ପଡ଼ିଛି ସେ ଲେଖା ଆଜି; ପଢ଼ୁଛି ତା’ ବସି,ସେ ସ୍ମୃତ ବକୁଳମାଳା ହେଲାଣି ତ ବାସି ।ସେ ବାସ ଗଲାଣି ଉଡ଼ି; ନାହିଁ ଗଉରବ;ସେ ଚରଣ-ଚିହ୍ନ ପ୍ରାଣୁ ଲିଭି ନାହିଁ ଲବ ।ଆସିଲା କେ ତରଙ୍ଗିଣୀ କୂଳେ କୂଳେ ଖେଳି,ଚାଲିଥିଲେ ପଛେ ତାର ବୀଚି ଢଳିଢଳି ।କପୋଳେ କୁଙ୍କୁମ ଲେଖା, କରେ କିଶଳୟ,ଚରଣେ କମଳ ଫୁଟେ, ମୁଖେ ଜୟ ଜୟ ।ସେ ଚରଣ-ଚିହ୍ନ ଏବେ ବୁକେ ଫୁଟେ ନିତି,ନିହିଛି ଆଦରେ ତା’ରେ ଗାଇ ତାର ଗୀତି ।କମ୍ର କିଶଳୟ ତା’ର ପଡ଼େ ଶିରେ ଢଳି,ଅଧା ପଥେ ଭାଜି କିପାଁ ପଡ଼ଇ ଝାଉଁଳି ?ପରଶ ପରଶ ଆଜି ଏ ପ୍ରାଣ-ଦୋସରେ,ଜୀବନର ସାଥୀ ତୁମେ । ଅମୃତ-ବିଷରେ ।ଏ ପରଶ ଲାଗେ ଭଲ, ଯିବି ସବୁ ଭୁଲି,ରହିବ ଏ ବୁକେ ଖାଲି ପଦଚିହ୍ନ ଧୂଳି ।ଫୁଟି ଫୁଲ ପଡ଼େ ଝଡ଼ି, ତାରା ଲୁଚେ ଆସି,ତୁହାଇ ତୁହାଇ ଆସେ କମଳ ରୂପସୀ–ବାରେ ବାରେ ଜୀବନରେ ଖାଲି ସ୍ମୃତି ଜାଗେ,ପରଶ ପରଶ ଖାଲି ସ୍ମୃତି ଭିକ୍ଷା ମାଗେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ