ବିଦାୟ ତୋ ପଦେ
୧୮୯୮–୧୯୬୫
- ସଂକଳନ: ରୂପରେଖା
- ପଢ଼ିବା ସମୟ
- ୬ ମିନିଟ୍
- ଶବ୍ଦ
- ୯୬୩
- ସ୍ଥିତି
- ସାର୍ବଜନୀନ (Public domain)
ତୋ’ ପଦେ ବିଦାୟ, ଆଜି ବିଦାୟ ତୋ’ ପଦେ,ଆଗେ ପଲ୍ଲି ସୁହାସିନି ! ସମ୍ପଦେ ବିପଦେ,ସହାସ୍ୟ କୌତୁକେ କେତେ, କେତେ ଅଶ୍ରୁଧାରେଯାପିଲି ଜୀବନ ତୋର ହୃଦୟ-ବିହାରେ ।ଗଲା ପାହି କେତେ ନିଶି ଶଶୀ ତାରା ତଳେ,କେତେ ଯେ ଦିବସ ଗଲା ସଙ୍ଗୀ-ସୁଖମେଳେ ।କେତେ ସ୍ୱପ୍ନ ଗଲା ତୋର ଧୂଳି ତଳ୍ପେ ଶୋଇ,ତୁଟିଗଲା ମଳିନତା ତୋ ଆଶ୍ରମେ ଥାଇ ।ମନେ ପଡ଼େ, କେବେ ବସି ତୋର ରମ୍ୟ ପଥେଭ୍ରମିଛି ବା କଳ୍ପଲୋକ ଅମର ପ୍ରଭାତେ,ଗୋପନ ଯୁଗର କେଉଁ ହିମାଚଳତଳେ,ଝରେ ଯହିଁ ନୀହାରାଶ୍ରୁ ଦିବା ଦ୍ୱିପ୍ରହରେ ।ବୁଲିଛି ସ୍ୱପନେ କେତେ କାହିଁ ମରୁଦେଶେ,ବେଦୁଇନି ସୀମନ୍ତିନୀ ଚରଣ ପରଶେପୁଣ୍ୟ ଯେ ସିକତା ତନୁ, ପାଦେ ପାଦେ ଦଳିସ୍ୱପ୍ନ ଦେଖିଛି ଗୋ ପଲ୍ଲି, ତୋ’ କୋଳେ ବିହରି ।କାହିଁ କେଉଁ ଶ୍ୟାମ ଲତାକୁଞ୍ଜେ ଭୋଳେ ବସି,ଯାଇଛି ଜୀବନ-ତରୀ ସ୍ୱପ୍ନଲୋକେ ଭାସିମରତ-ମାନବ ବୁଦ୍ଧି ଅଗୋଚର ପଥେ,ଭେଟିବାକୁ ଜୀବନର ଲକ୍ଷ୍ୟ ଅବିରତେ ।ଛୁଇଁଛି ଅଧର କା’ର ବଢ଼ାଇ ଅଧର,ଦରମୁକୁଳିତ ନେତ୍ରେ ଚାହିଁ ବାରବାର ।ରଣରଙ୍ଗେ ଯାଇଛି ଗୋ କେବେ ସ୍ୱପ୍ନ ଦେଖି ।କେବେ ବା ଯାଇଛି ତୁଙ୍ଗ ଗିରିଶିଖେ ଲାଖି,ଗ୍ରୀଷମ ବିହାରେ ଫୁଲ ତୋଳିବାର ବେଳେ ।ଭାସି ବା ଚାଲିଛି କେବେ ଶ୍ରାବଣ ଆଶାରେକେଉଁ କଳ୍ପଲୋକପାରେ । ପ୍ରଳୟ-ପୟୋଧିପାରିନାହିଁ ଏ ମାନବଶିଶୁ ପଥ ରୋଧି ।କେଉଁ ମଧୁମାସ ହସି ଫୁଟାଇଛି ଫୁଲଏ ମାନବଶିଶୁ ଆଗେ ଆଗେ ହୋଇ ଗେଲ ।ଢାଳିଛି କୋକିଳ କେତେ ତା’ ରାଗିଣୀ-ସୁଧା,କେତେ ମୁଁ ଗଢ଼ିଛି ନିଜେ ମୋ ନିଜ-ବସୁଧା !କେତେ ଚନ୍ଦ୍ରାତପ ତଳେ କରେ ବୀଣା ଧରି,ବ୍ରଜ ବୃନ୍ଦାବନେ ହୋଇଛି ମୁଁ ବଂଶୀଧାରୀ ।ବ୍ରଜାଙ୍ଗନା ମେଳେ କୃଷ୍ଣ ହୋଇଛି ମୁଁ କେତେ,ଭସାଇଛି ଆଶାତରୀ ସେ ଯମୁନା ସ୍ରୋତେ ।କୁଳ ମାନ ଛାଡ଼ି ପର ପଦେ ବିକି ପ୍ରାଣ,କେତେ ଯେ ଗାଇଛି ମୋର ବିରହର ଗାନ ।କେତେ ରଣକ୍ଷେତ୍ରେ କରେ ଧରି ତରବାରି,ଗୋଡ଼ାଇ ହାଣିଛି ଅସି କପାଳେ ହୁଙ୍କାରି ।କେତେ ହୋମ ବେଦୀପାଶେ ଶୁଦ୍ଧପୂତ ମନେ,ଉଚ୍ଚାରିଛି ଶାନ୍ତିମନ୍ତ୍ର ବୈଦିକ ବିଧାନେ ।ଶୈଶବୁଁ ଯୌବନ ପଥ ପରଶିବାଯାଏଁକେତେ ସ୍ୱପ୍ନେ, ଜାଗରଣେ, ମାନବ ହୃଦୟେ,ତୋ’ କୋଳେ ଗୋ ପଲ୍ଲିରାଣି, କଲି ଉପଭୋଗ;ରଖିଥିବୁ ଏ ସନ୍ତାନେ ସ୍ନେହ ଅନୁରାଗ ।ଗଲାବେଳେ ଛାଡ଼ି ତୋର ସ୍ମୃତିମୟ କୋଳଖସିପଡ଼େ ହୃଦୟୁ ମୋ ଅଧେ ଧୈର୍ଯ୍ୟବଳ ।ଆନ କ୍ଷଣେ ପ୍ରାଣେ ପୁଣି ବାଢ଼େ ଆଶ୍ୱାସନାହେବ ତୋର ପାଶେ ମୋର ଏ ମାଗୁଣି ଘେନା–ଯାଏ ଯହିଁ ତୋ ଆଶିଷ ଲଭୁଥିବି ନିତି,ସ୍ମରି ତୋର ଶ୍ୟାମ କୋଳ ଯିବ ଦିନ ବିତି ।
କହିବୁ କଥା ?ହେ ମୋର ଧରଣି, ଚିର ରସମୟି, କହିବୁ କଥାତୋର ବୁକେ ପୁଣି ମାନବଜାତିର ଏ କି ଗୋ ବ୍ୟଥା ?ଯେତେ ଏ ଅଶ୍ରୁ ଝରେ ଅବିରତ ଦିବସ-ରାତିସହି କି ପାରିବ ଆଷାଢ଼ ଗଭୀର-ରଜନୀ ଛାତି !ଯେତେ ହାହାକାର ଗଗନ ପବନ ମୁଖରି ଉଠେଅଧେ ଉଠି ପୁଣି ଅଧର ଅଧାରୁ ଯେ ବାଣୀ ତୁଟେ;କହିବୁ କି ମୋର ଶ୍ୟାମଳା ଧରଣି । କିଏ ୟା’ କଲା-ଦେବତାର ବର, ଅବା କେଉଁ ଅପ-ଦେବତା ପାଲା ?ବକୁଳ ମୁକୁଳ, ଅଧେ ଫୁଟି ଅଧେ କହ ଗୋ କଥାସହିପାରେ ନାଇଁ ବୁକୁ ମୋର ତୋର ଏ ନୀରବତା ।ତୋର ବୁକୁ ତଳେ ଏଭଳି ବେଦନା ଉଠେ କି ସତେ ?ଲୋତକ ଯା ବୋଲୁ, ଦେଖିଛି ମୁଁ, ମଧୁ ନିତି ପ୍ରଭାତେ ।ଶ୍ୱାସ ବୋଲି ସତେ କହିବ ଯାହାରେ ଏଡ଼େ ମଧୁରସତେ ବା ତା’ କାହିଁ ଥିବ କଳପନା ସୁରବଧୂର ।କୋମଳ ଏ ତୋର ପଲକେ କି କେବେ ନ ଆସେ ଲୁହ ?ପତର ଉଢ଼ାଳେ ଲୁଚାଇ ବଦନ କୁହ ଗୋ କୁହ ।ଦିନେ ଶୁଣି ନାଇଁ, କିଶଳୟ, କେବେ କହିଚୁ କଥା,ନାଇଁ କି ଏ ବୁକେ ନର-ବୁହା ଏତେ ନିବିଡ଼ ବ୍ୟଥା ?ଦିନେ ଶୁଣି ନାହିଁ, ଲତା, ତୋର କୋଳେ ବିରହ ବାଣୀ,ନୋହୁ କି ଗୋ ତିଳେ କାହା ଜୀବନର ପରଶମଣି ?ଅଧରେ ଏ ତୋର ସେ କାହା ଅଧର ନାହିଁ କି ବାଜି !ବୁଝି ଫେରିଯିବି ସେହି କଥା ସିନା, ବସିଛି ଆଜି !ଦୂର ନଭଚାରୀ ବିହଗ ରେ, ବେଗେ ଯାଆ ତୁ ଉଡ଼ିଦୂରୁ ଦୂରେ ପୁଣି–ବହୁଦୂରେ ଗ୍ରହ ଧରଣୀ ବୁଲି ।ଦେଖ ସେ ଦେଶରେ ଅଶ୍ରୁଅସରା ଚାଲିଛି କିଏ,ସେହି ଧାରା କି ରେ ମର-ଜୀବନେ ବେଦନା ଦିଏ ?ନାଇଁ, ନାଇଁ, ବୁଝିପାରେ ନାଇଁ, ନାଇଁ, ଏ ମୋର ପ୍ରାଣ–ଆସିଚି କି ଲାଗି ଧରଣୀ ଦୁଆରେ ମର-ଜୀବନ !ଦୂରେ ଯେ ସରଗ– ବହୁ ଦୂରେ, ତାକୁ ଦେଖିଛି କିଏ ?ତା’ ଲାଗି କି ଲାଗି ମରତ-ମାନବ ଆକୁଳେ ଧାଏଁ ?ସେ ଦେବତା କିଆଁ ଧରଣୀ ଦୁଆରେ ନ ହୁଏ ଉଭା ?ତୁଚ୍ଛାରେ ମନ୍ଦିର ଗଢ଼ିଛି ଖାଲି ଏ ମାନବ ଅବା !ଖାଲି ପୂଜା ସେବା ! ଖାଲି ଉପାସନା !! କହ କେ ଦେଖିସରଗ ଦେଶର ଦୁଆରେ ଯାଇଚି ମୁକତିଭୋକୀ ?ଦେବତା ସେ ଯେବେ ଥିବ, ଥିବ ସିନା ସରଗେ ଖାଲିସେଥିଲାଗି କିଆଁ ମରିବ ମାନବ ଜଣାଣ ବୋଲି ?ଏତେ କଥା ଯେବେ ଦେବତା କାମନା, କି ଲାଗି ନରସରଗେ ନ ରହି ପୂଜା ବା ନ କଲା ସରଗପୁର ?ଏ ଦେଶେ ଆସି ମୁଁ ଭାବେ କିଆଁ ଆନ ଧରଣୀ କଥା ?ହେ ଧରଣି ମୋର, ସନ୍ଦେହଟି ଖୋଲି କହିବୁ କଥା ?
ଦିବସ-ଯାମିନୀ ବସିଥିବି ଏହିମତେ *ଶରତ୍ ତମାଳ ତଳେ ଅଶାନ୍ତ ସମୀରବହୁଥିଲା ଥରି ଥରି ଦିନେ ଅବିରଳ ।ପିକ ବସି ଧୀରେ ଧୀରେ ଗାଉଥିଲା ବ୍ୟଥାସେ ଜାଣଇ ଏକା ତାହା ଶୁଣାଇ ସର୍ବଥା ।ସେ ବିଜନ ବାସେ ଆମ ଯୁଗଳ ଜୀବନ–ଗାଉଥିଲା ଗାନ ସେ ତ, ଥିଲି ମୁଁ ମଉନ !ଫେଉଥିଲା ବେଦନାଟି, ବହୁଥିଲି ବୁକେ,ଚାହିଁ ଚାହିଁ ଅବନତ ଅରୁଣ ଆଲୋକେ ।ଆଉ ଦିନେ ଏହିଭଳି ବସିଥିଲି ମୋରଆଦରି ଅଜଣା ଆଶେ କୁଟୀର ଦୁଆର ।ବିଶାଳ ସେ ନଭ-ଶିରୀ ପଡୁଥିଲା ଝରିରକ୍ତ-କାଦମ୍ବିନୀ କୋଳେ ପ୍ରାବୃଟେ ବିହରି ।ଥରିଉଠୁଥିଲା ଥରେ ଥରେ ଶୂନ୍ୟ ପ୍ରାଣଭୁଲି ଲୋଡ଼ୁଥିଲା କାହିଁ ଅତର୍କିତ ଗାନବେଳେବେଳେ କ୍ଷୀଣ ବିଭା, ବେଳେ ଅନ୍ଧକାର,ଆଶା ଯଥା ଆଶାଦୃପ୍ତ ମୂଢ଼ ମାନବର ।ସେ ସଙ୍ଗୀତେ ଯାଇଚି ତ ମୋ ସଙ୍ଗୀତ ମିଶିକି ଘେନି ବିଦାୟ ନିଏ କି ସମ୍ପଦେ ରସି ?ବସିବାର ଗୁରୁ ଶ୍ରୀଚରଣତଳେ ଧୀରେସେ ଦିନ ସେ ଅନୁତାପେ ଆକୁଳ ଅନ୍ତରେ–‘‘ଜୀବନର ଆଶା ଭାଷା ପ୍ରାଣର ଧିଆନତୁମେ ମୋର ଧରଣୀର ପ୍ରାଣପ୍ରିୟ ଧନ’’ଗୁରୁ ମୋର ହୃଦୟର ଗୁରୁଶ୍ୱାସ ଢାଳିକହିଥିଲେ, ଆହା, ମନେ ଅଛି ସେହିଭଳି ।ଆଉ ଦିନକର କଥା ନ ପାରଇ ରଖି–ପଡ଼ୁଥିଲା ତରୁତଳେ ଅରୁଣ ଝଲକି ।ଚୁମ୍ବୁଥିଲା ସମୀରଣେ, ମୁକୁଳେ ଭ୍ରମର,ପ୍ରଭାତ-ସଙ୍ଗୀତେ ବୁଲୁଥିଲା ପିକବର ।ଯୁଗ ସମ୍ବତ୍ସର ବିତିଯାଇଚି ସେ ହେଳେବସିଥିଲେ ଗୁରୁ ମୋର ପଲ୍ଲବଗହଳେ ।ଝରୁଥିଲା ନେତ୍ରୁଁ ଲୁହ, ଅଧରୁ ବଚନ–ଦୀନ ଦୁଃଖୀ ହୃଦୟର ଶୀତଳ ଚନ୍ଦନ !ଦୂରର ଅତିଥି ଫେରିଯାଉଥିଲେ ଦୂରେହୃଦଟିକ ଥୋଇଦେଇ ‘ଡଭାର’ ପ୍ରାନ୍ତରେଦୁଃଖୀ ପ୍ରାଣ ଅଶ୍ରୁଶ୍ୱାସ ନେତ୍ରେ ବୁକେ ବହିଫେରି ଚାହୁଁଥିଲେ ନୀଳାଚଳେ ରହି ରହି ।ଶ୍ରୀପଞ୍ଚମୀ ମଧୁଲୀଳା, ଶାରଦ ରଜତ,ହେମନ୍ତ, ଶିଶିର ଶିରୀ, ଗୀଷ୍ମ ସଇକତ,ଶୟନ, ସପନ, ଖେଳ, ଭୋଜନ, ବିହାର,କୁଳଗୃହ ସମ୍ମିଳନ, କୁଞ୍ଜ ପରିସର,ସବୁ ମୋର ହୃଦୟର ତ୍ରିଦିବର ଧନଆଦ୍ୟ ଯଉବନ ବୁକେ ଦେଖଇ ସପନ ।ନିକଟୁ ନିକଟତର ହେଉ ପଛେ ଆସି,ସେ ମଧୁ ଦିବସ ଯାଉ କାଳସ୍ରୋତେ ଭାସି,ଲୁଚିଯାନ୍ତୁ ଶଶୀ ତାରା, ନ ହସୁ ତପନ,ନ ଫୁଟୁ ଗୋଟିଏ ଫୁଲ ଶୋହି କୁଞ୍ଜବନ ।ପିକ ବସୁ ତାର ଚିର ନୀରବତା ଘେନିପାଲଟୁ ଏ ତରୁଲତା ସାହାରା ଅବନୀ ।କିନ୍ତୁ ଏ ଯେ ସ୍ମୃତି ମୋର ନନ୍ଦନର ବନ;ଏଠି ଯେ ଗାଉୁଚି ପିକ ବସି ଅନୁଦିନ !ଫୁଟୁଛି ଯେ ଫୁଲ, ହସୁଛନ୍ତି ରବି ଶଶୀପିଣ୍ଡୁ ପ୍ରାଣ ଯିବାଯାଏ ଦେଖୁଥିବି ବସି ।ଆନ ବୃନ୍ଦାବନ ରଚି ହୃଦୟ-ଜଗତେ,ଦୀବସଯାମିନୀ ବସିଥିବି ଏହିମତେ ।
ଦିବସ ଯାମିନୀ ବସିଥିବି ଏହିମତେ ସତ୍ୟବାଦୀରେ ଲେଖା ସତ୍ୟବାଦୀ ଛାଡ଼ିଲାବେଳେ । ଗତ ଛବିଶି ସାଲର ଦୁର୍ଭିକ୍ଷ ପୁରୀ ଜିଲା ଗୋପର ଡଭାର ଅଞ୍ଚଳକୁ ବଡ଼ ବାଧିଥିଲା । ଶ୍ରୀଯୁକ୍ତ ଠକର ସାହେବ ଦୁର୍ଭିକ୍ଷ ଅଞ୍ଚଳରୁ କାମ-ସାରି ଫେରିଲାବେଳେ ସତ୍ୟବାଦୀ ସ୍କୁଲରେ ଏକ ସଭା ହୋଇଥିଲା । ଲୋକଙ୍କ ଦୁଃଖ କହି ‘ଉତ୍କଳମଣି’ କାନ୍ଦିଥିଲେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ