ବହି ତୁମ ରୁପ *
୧୮୯୮–୧୯୬୫
- ସଂକଳନ: ରୂପରେଖା
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୫୭
- ସ୍ଥିତି
- ସାର୍ବଜନୀନ (Public domain)
କହ ଗୋ ବକୁଳ, ମୋର, କହ ଛୁରିଅନା,ମୋ ମାଗୁଣି ତୁମ ପାଶେ ହେବ କି ନା ଘେନା ?ତୁମ କିଶଳୟ, ତୁମ ସୁକୋମଳ କଳିଏ ମୋର କିଶୋର ନେତ୍ରେ ଦିଶେ ଭଳି ଭଳି ।ଏ ମୋର ବୁକୁରେ ତବ ଲଗିଲେ ପରଶ,ମଣେ ମୁହିଁ ସାଙ୍ଗ ସାଥୀ ସହସ୍ର ବରଷ–ସ୍ମୃତିରେ ଜଡ଼ାଇ ତନୁ, ବିହରି ଅମୃତେସଜାଡ଼ି ବା ଦେଇଗଲେ ଜଡ଼, ରୁକ୍ଷ, ମୃତେ ।ଜୀବନପ୍ରୟାସୀ ନର ବୁକୁ ତଳେ ତଳେତୁମେ ଯେବେ ନ ଥା’ନ୍ତ ଗୋ ଏ ମହୀମଣ୍ଡଳେ,ତୁମ ଭଳି ଜୀବନର କଳି ଯେବେ କେବେପରଶୁ ନ ଥାନ୍ତା ନର ଯଉବନେ ଲବେ,ତୁମ ଭଳି ସୁମଧୁର କୋମଳ ଅଧରେକିଏ ଯେବେ ଏ ଜୀବନେ ନ ଛୁଅନ୍ତା ଥରେ,କହ କହ ବକୁଳ ଗୋ, କହ ଛୁରିଅନା,ଆନ ଭଳି ଏ ଜୀବନ ହୋଇଥାନ୍ତା ସିନା ।ମୋ ବକୁଳ, ଛୁରିଅନା, ମୋ କୁସୁମ କଳି,ଧରଣୀର ପରବାସେ ମୁହିଁ ଗୋ ତୁମରି–ମୁହିଁ ଗୋ ମାନବ କଳି ଆସେ ଫୁଟିଉଠିମୋ ବୁକୁରେ ତୁମ ଭଳି ଶ୍ୱାସ ଉଠେ ଫୁଟି ।ତୁମେ ଯେ ମୋହୁଛ ହସି ଶ୍ୟାମପତ୍ର କୋଳେଏ ଭୁବନ ଜୀବନେ ଗୋ ପ୍ରୀତି ଢଳଢ଼ଳେ,ମୁଁ କି ନାହିଁ ପାରିବି ଗୋ ? ମୋର ସଉରଭସୃଜି ନ ପାରେ କି ସ୍ୱର୍ଗ ନିତ୍ୟ ଅଭିନବ ?ଅଯାଚିତେ ତମେ ଏଥି ରଚ କେତେ ଲୀଳାଜୀବନ ବା ପାଇଛନ୍ତି ଏ ନିର୍ଜୀବ ଶିଳାମନ୍ଦିର ରୂପରେ । ପୁଣି ଦେବ ନାମ ଧରିଜୁହାରୁଛି ନର ଏଥି ଦିବସ-ଶର୍ବରୀ ।ତୁମରି ପରଶେ ସିନା, କହ ଗୋ ବକୁଳ,କହ ମୋର ଛୁରିଅନା, ହୋଇ କି ଆକୁଳଶତ ଶତ ନରଶିଶୁ କଳି ସମ ହସିତୁମରି ସମାଜେ ଅବା ଯାଉଛନ୍ତି ମିଶି–ଗଗନେ ସମୀର ଭଳି । ତୁମ ରୂପପାଶେଏ ନର କଳିକା ରୂପ ଦି’ଗୁଣେ ବିଭାସେ ।ମୁହିଁ ଗୋ ଏ କଳି ମେଳେ ଏକଇ କଳିକା,ଜୀବନ ମୋ ଲୋଡ଼େ ଆଜି ଆଲୋକ ଅଳକା ।ପରଶ ସମୀରେ ମୋତେ, ପରଶ ଆଲୋକେ,ପରଶ ଗୋ ସଉରଭେ ଏ ନିଖିଳ ଲୋକେ ।ଘେନି ଶ୍ୟାମ ପତ୍ରଶିରୀ, ବହି ତୁମ ରୂପଦେଖିବି ଗୋ ଜୀବନର ଶିରୀ ଅପରୂପ ।
ବହି ତୁମ ରୂପ–ସେହି ସତ୍ୟବାଦୀରେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର