ଶିଖି ମନାଇ
୧୮୯୮–୧୯୬୫
- ସଂକଳନ: ଉଠ କଙ୍କାଳ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୬୫
- ସ୍ଥିତି
- ସାର୍ବଜନୀନ (Public domain)
ମାରିବାକୁ ଯାଇ ମରିଲ ନିଜେ,ଦୂର ଦୁରାଚାର ଶିଖି, ମନାଇଜନ୍ମଭୂମିର ଜୟ ଜଖମକରିଲ କି ବୁକେ ରକ୍ତ ଥାଇ !ସୋଦର ରୁଧିରେ ସାଜିଲ ଭାଲ-ଯୁଗ ଯୁଗ ତବ ଭ୍ରାନ୍ତ ଶିରତରୁଣ ଜାତିର ରୋଷ ବିଚାରସହିବ ନୀରବେ କୁଳାଙ୍ଗାର !!!ନିବିଡ଼ ପାପର ପାହାଡ଼ ତୁମେ,ଅନ୍ଧକାରର ଜନ୍ମ କାରାସ୍ୱାଧୀନ ଯୁଗର ସୂର୍ଯ୍ୟ ସେ ଯେତୁମରି ସେପାରେ ବୁଡ଼ିଲା ପରା !ସ୍ୱାଧୀନ ଜାତିର ଶହୀଦ୍ ଶତମରିଲେ ରେ ଖାଲି ମରଣ ଜିଣିଜୀବନେ ତୁମର ଗରଳ ପାନ,ଏଇ ତ ଭୀରୁର ଭାଗ୍ୟ ଜାଣି !ଗୋହିରା ଟିକିରା ଗଭୀର ପଥ,ସେ ପଥେ ଚାଲିଲେ ଶହୀଦ୍ ଶତ,ଉଡ଼ିବା ପତାକା ପଡ଼ିଲା ତଳେ !ହାୟ ରେ, ତୁମେ କି ପାଷାଣଚିତ୍ତ ?ଛୁଇଁଲନି, ଆହା ! କେତନ ଥରେ,ଦୂର ଦୁରାଚାର, ସରମ ନାହିଁ !ଜନ୍ମ ଭୂମିର ଭଙ୍ଗା ବୁକେଆଜି ଏ ତରୁଣ ସେ କଥା ଗାଇ ।ତୁମରି ପାପର ଚାନ୍ଦ୍ରାୟଣଏତେ ଯେ ବର୍ଷ ଭୋଗିବା ହେଲାମହାମାନବର ଏ ମହା ଦେଶେମହା ଦାନବର ଚାଲିଲା ଲୀଳା !ଜାତି ପରାଜୟ ଲଜ୍ଜାରେ କିମଜ୍ଜା ତବ ରହିଲା ଥିର ?ନୟନୁ ନିଗିଡ଼ି ନାହିଁ କି ବାରେତରୁଣ ଜାତିର ରକ୍ତଧାର ?ଆପେ ବିରଚିଲ ଆପଣା କାରା,ସେଦିନ ଥରିଲା ମେଦିନୀ ସାରା,ସେଦିନ ଖସିଲା ବାରବାଟୀରକନକ ଶିଖର ଚନ୍ଦ୍ରଶାଳା ।ସଜଳ ଲୋଚନ କଜଳ ଗାରରୁଧିର ସଙ୍ଗେ ମିଶିଲା କାହିଁ,ଗିରି ଡାକ ଦେଲା ସାଗର ଜଳେ—ଆଉ ସେ ସ୍ୱାଧୀନ ଦେଶ ତ ନାହିଁ ।ସ୍ୱାଧୀନ ଦେଶର ବିଧାନ ଦାନେନିଧନ ଲଭିଲେ ଯେତେକ ରଥୀଏ ମାଟି-ମାଆର ଶ୍ୟାମଳ ଚେଳେଲାଲ କରି ଦେଲେ ଦିବସ ରାତି ।‘ଶିବଶଙ୍କର !’ ଶଙ୍ଖ ଶୁଭେ,ଜାହ୍ନବୀ କୂଳେ ଚେଇଁଲେ ରଜାପାଷାଣ ଗଡ଼ର ବିଷାଣ ବୋଲେ-‘ଅତି ପ୍ରିୟତମେ ସମରେ ସଜା ।’ସଇନି ବାଳାର ଲୋଳ ଲଲାଟ,କିଶୋରୀ ବଧୂର କୋମଳ ବାହା,ଅଭିସାରିକାର ଚରଣ ପାତ,ବିରହୀ ବାମାର ରାଗିଣୀ ରାହା-ପୁର ପର ପାରେ ରହିଲା ତେଣେ,ମରଣ ବଧୂର ବର-ବେଶରେଚାଲିଲା ଅଖିଳ ଲୋକ ଲହରତୀର, କରବାଳ, ବଲମ କରେ ।ନୀଳ ଚିଲିକାର ଚପଳ ତୀରବିଜନ ଶିଖର ଗହନ ବନଜଳ ବେଣୀ କଳ କଳ ରାଗିଣୀସାତକୋଶିଆର ଯୁଗ ସପନ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ