ଡାକ ହେ ଥରେ
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ଉଠ କଙ୍କାଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୬
- ସ୍ଥିତି
- ସାର୍ବଜନୀନ (Public domain)
ଖୋଜି ବୁଲ କିବା ହେ ବୀର ଯାତ୍ରି ! ଆକୁଳ ମନେମରଣ ସାଗର ପାରେ-ଡାକ ଅହରହ ଜନ୍ମଭୂମିର ଏ ଶମଶାନେନିର୍ବାକ ଅଭିସାରେ ?ଏହି ପଥେ ପଥେ କେତେ ଗଲେ ଚାଲିଜୟ ଅଭିସାରେ ଶୁଭ ଦୀପ ଜାଳି,ଏଇ ଯେ ପଡ଼ିଛି ଚରଣ ଚିହ୍ନଧରଣୀ ତଳେ,ଯାତ୍ରୀ ସେ ଗଲେ ସାଗର ପାରେ ।ଡାକିବାକୁ ଯେବେ ବଳିଛି କାମନା, ଡାକ ହେ ଥରେଉତ୍କଳ ଶମଶାନେ,ଶୋଇଛନ୍ତି ଭାଇ ଦୂରେ ଜାଭା, ବାଲି, ତିବ୍ବତରେଶେଷ ଜୟଗାନ ଗାନେ,ଗାଇଲେ ଯେ ଗୀତ ଚୀନ ସଭାତଳେ,ବାହିଲେ ତରଣୀ ଚିଲିକା ସଲିଳେ;ଏଇ ବନଗିରି ଧରିଛି ସେ ଗୀତିଏଇ ସମୀରେ,ଡାକ ଡାକ ଆଜି ଡାକ ହେ ଥରେ ।ଜୁନ-୧୯୩୮
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ