ଶାନ୍ତିବାରି
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ସନ୍ଧ୍ୟା ସଙ୍ଗୀତ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୩
- ସ୍ଥିତି
- ସାର୍ବଜନୀନ (Public domain)
ଶୁଖି ଯାଇଥିଲା ପରାଣୁଁ ପ୍ରେମ−ଅମୃତଧାରା,ଶୁଷ୍କ ମରୂସମ ଲାଗିଲା ମୋତେ ସଂସାର ସାରା ।ଅରଣ୍ୟର ଶୁଷ୍କ ପାଦପ ପ୍ରାୟେ ରହିଲି ପଡ଼ି,ପର୍ଯ୍ୟୂ ସିତ ପଦ୍ମ ପରାଏ ଶାନ୍ତି ପଡ଼ିଲା ଝଡ଼ି ।ଲିଭି ଯାଉଥିବା ପ୍ରଦୀପ ପରି ତୋଜୋବିହୀନଦିନମଣି ହୀନ ଦିବସ ସମ ଗଲା ମୋ ଦିନ ।ଶିଶିର−ନିପାତେ ଦୁଗ୍ଧ ଯେହ୍ନେ କମଳ−ବନଶାନ୍ତିହୀନ ହେଲା ତେସନ ମମ ପରାଣ ମନ ।ଦାରୁଣ ନିଦାଘ−ଉତ୍ତାପେ ଯେହ୍ନେ ମହୀ କାତର,ଅଶାନ୍ତି−ତାପରେ ତେସନ ଦୁଗ୍ଧ ଚିତ୍ତ ମୋହର,ରହିଥିଲେ ପ୍ରଭୁ ଅନାଇ ମୁହିଁ ଚାତକ ପରି,ଢ଼ାଳିଦେଲ ସ୍ୱାମି ମୋ ପ୍ରାଣେ ଶାନ୍ତି−ବାରିଦ−ବାରି ।ଦେବକନ୍ୟା ଦେବତନୟ ପେଷିଦେଲେ ମୋ ପାଶେଶାନ୍ତିସୁଖ ଭୁଞ୍ଜେ ରହିଣ ମୁହିଁ ତାଙ୍କର ସକାଶେ ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ