ଅବସାଦ ଘନ ତମସେ ଆବୃତ
୧୮୭୫–୧୯୨୮
- ସଂକଳନ: ସନ୍ଧ୍ୟା ସଙ୍ଗୀତ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୮୨
- ସ୍ଥିତି
- ସାର୍ବଜନୀନ (Public domain)
ପୂର୍ଣ୍ଣଚନ୍ଦ୍ର ନିଭାନନା ।ନୀଲାବ୍ଜ ନୟନୁଁ ଝରି ବାରିଧାରାବକ୍ଷ ଯାଉଥିଲା ତିନ୍ତି,ବିସୋରୁ ଥିଲେ ସେ ଆପଣା ଅସ୍ତିତ୍ୱପ୍ରାଣେସ−ପ୍ରମାଦ ଚିନ୍ତି ।ଅଚ୍ଛୋଦ−ସରସୀ ତଟେ ମନେ ପଡ଼େମହାଶ୍ୱେତା ରାଜସୁତା,ଝୁରି ଝୁରି ପ୍ରିୟ ତମ ପୁଣ୍ଡରୀକଶୋକେ ଘୋର ଅଭିଭୂତା ।ଅଶରୀରୀ−ବାଣୀ− ଶ୍ରବଣେ ପୋଷଇପ୍ରିୟ−ପାପ୍ତି ଆଶା ଚିତ୍ତେ,ଦିନ ପରେ ଦିନ ମାସ ପରେ ମାସବର୍ଷ ପରେ ବର୍ଷ ବିତେ ।ମନେ ପଡ଼େ ମୋର ମୃତଚନ୍ଦ୍ରାପୀଡ଼−ମସ୍ତକ ରଖିଣ କୋଳେ,ଚାହିଁ ଚାହିଁ ନେତ୍ରୁଁ ମୁଞ୍ଚନ୍ତି ଲୋତକକାଦମ୍ୱରୀ ପ୍ରେମଭୋଳେ ।ମନେ ପଡ଼େ ମୃତା ପ୍ରସୂନ−ପରଶେଇନ୍ଦୁମତୀ ସୁକୁମାରୀ,ଝୁରି ଝୁରି ଅଜ ହୁଅନ୍ତି ବିକଳନେତ୍ରଁ ବହିଯାଏ ବାରି ।ଦିନେ ଅଗଣନ ନୃପତିଙ୍କୁ ହେଳିସେ ମହୀମଣ୍ଡନା ବାଳା,ବୋଳିଦେଲା ପ୍ରାୟେ ଗୋଳିଚନ୍ଦନକୁମଙ୍ଗଳ−ବରଣ−ମାଳା,ପ୍ରେମସୁଧାସିକ୍ତ ଲମ୍ୱାଇ ଗଳାରେଆନତଆନନେ ଉଭା,ଚାହିଁ ମୁଗ୍ଧନେତେର ନିଷଧଜେମାଙ୍କୁଦୁଗ୍ଧ ହେଲେ ଅଜ ଯୁବା ।ସେହି ଏକଦିନ ଏହି ଏକଦିନକି ଦାରୁଣ ଭେଦ ଆହା,କିପାଁ ବା ନୋହିବ ଶାଶ୍ୱତ ବିଧାନମିଳନ ବିଚ୍ଛେଦ−ସାହା ।ଏହା ଜାଣିଶୁଣି କିପାଇଁ ମାନବହୁଅଇ ସଂସାର−ଦାସ,ଦେଖି ନ ଦେଖିଲା ପ୍ରାୟେ ଦୁଗ୍ଧ ପ୍ରାଣୀପିନ୍ଧେ କଣ୍ଠେ ମୋହ−ପାଶ ।ଅସାର ମଧ୍ୟରେ ସାର ସତ୍ୟ ଯାହାନ ବୁଝିଣ କିପାଁ ଜନେପ୍ରିୟ−ବିୟୋଗରେ ବିଫଳ ଆଶାରେଶୋକଯୁକ୍ତ ଅକାରଣେ ।ବିକାର ମଧ୍ୟରେ ନିର୍ବିକାର ତତ୍ତ୍ୱପରିବର୍ତ୍ତେ ଅଗଣନ,ସ୍ଥିର ଧୀର ଯାହା ଅଟଳ ଅଚଳଏକ ବିଭୂ ସନାତନ ।ଜୀବନେ ମରଣେ ଇହ ପରକାଳେଦୁଃଖେ ସୁଖେ ସୁସମାନ,ମିଳନେ ବିଚ୍ଛେଦେ ଶକ୍ତି ଦିଅ ମୋତେଆହେ ପ୍ରଭୁ ଭଗବାନ !
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ