ମନବୋଧ
୧୮୭୫–୧୯୨୮
- ସଂକଳନ: ସନ୍ଧ୍ୟା ସଙ୍ଗୀତ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୪୫
- ସ୍ଥିତି
- ସାର୍ବଜନୀନ (Public domain)
କାହିଁକି ମନ ଆରେ ହୋଇଛୁ ଦୁଃଖୀକିଏ ଏହି ସଂସାରେ ଷୋଳଣା ସୁଖୀ ?କାହାରି ମୁଖେ କେହି ଅନାଇ ନାହିଁକା’ଲାଗି ଭାବୁ ମନ ଦୁଃଖ କିପାଇଁ ?ଖଟି ଦିବସ ରାତ୍ରି କର କରମଖଟିବା ସିନା ମାନବର ଧରମ ।ଖେଳ ନୁହଇ ମାନବର ଜୀବନ ।ଖଣ୍ଡା ଧାରରେ ଚଲା ରୀତି ଏ ମନ ।ଗୃହସଂସାର ଅଟେ ସାଧନା କ୍ଷେତ୍ରଗମ ନିର୍ଲିପ୍ତଭାବେ ଫେଡ଼ିଣ ନେତ୍ର,ଗିରି ଉପରଦେଶେ ଚଢ଼ିବୁ ଯେତେଗରିବ ଗିରି ଶୃଙ୍ଗ ଉଚ୍ଚକୁ ତେତେ ।ଘୋର ଜୀବନକ୍ଷୁଦ୍ଧ ଯୁଝରେ ଘୋରଘେରି ଅଛନ୍ତି ଦେଖ ଅଇରି ତୋର ।ଘନ ଗହନ ପଥ ଏକକୀ ପାନ୍ଥଘର ବହୁତ ଦୂର ଜାଣ ଏକାନ୍ତ ।ନବ ନବ ଦିବସେ ନୂତନ କର୍ମନ ରଖିଣ ଆଳସ୍ୟ ସାଧିବ ଧର୍ମ ।ନିର୍ଲିପ୍ତ ଜୀବନରେ ନିଷ୍କାମ ମନ,ନିତ୍ୟ ଶ୍ରୀହରିକାର୍ଯ୍ୟ ସାଧନ ।ଚର୍ମ ବେଢ଼ିଛି ସିନା ଚଉପାଶର,ଚିରି ଭିତରେ ଦେଖ କି ନାରଖାର ।ଚକ୍ରନେମି କ୍ରମରେ ଏ ଜଗତରେ,ଚଳଇ ଭାଗ୍ୟ ତଳେ ପୁଣି ଉପରେ ।ଛପି ଛପିକା କାଳ ସଙ୍ଗେ ଚଳଇଛାଡ଼ିଲେ ସତ୍ୟପଥ ମାଡ଼ି ବସଇ ।ଛାଡ଼ିଯିବ ଜୀବନ ବୁଡିବ ଭେଳାଛିଣ୍ଡିଯିବ ସଂପର୍କ ସବୁ ସେ ବେଳା ।ଜଗଜ୍ଜୀବନ ପଦେ ପଶ ଶରଣ,ଜିଣିବୁ କାଳେ ତୁହି ନିତ୍ୟ ଜୀବନ ।ଜଗନ୍ନାଥଶରଣ ପଶିବୁ ଯେବେ,ଜିଣି ଷଡ଼ ଅଇରି ତରିବୁ ତେବେ ।ଝୀନ−ପତନ ଅଙ୍ଗେ ପାଉଛି ଶୋଭା,ଝଟକେ ତୋରା ତନୁ କି ମନୋଲୋଭା ।ଝାଡ଼ ଜଙ୍ଗଲ ଭ୍ରମି ଅରଜ ଧନଝଟକ ବିଦୁ ପରି ଯିବ ଜୀବନ ।ନିନ୍ଦନୀୟ କରମ କରିବୁ ଯେବେ,ନଗଣ୍ୟ ଜୀବନକୁ ଲଭିବୁ ତେବେ ।ନ କଲେ ପାପପଥେ କେବେ ଗମନନ ହେବ କେବେ ତୋର ଅଧଃପତନ ।ଟେକିଲେ ଦୁବ ପ୍ରଭୁ କରନ୍ତି ଦାରୁ,ଟାଣ ଗର୍ବୀ ଲୋକର ଭାଙ୍ଗନ୍ତି ମେରୁ ।ଟିକିକ କର୍ମ ନିଷ୍ଠାସହ କରିବୁ ।ଟପି ପର୍ବତ ତେବେ ଡେଇଁ ପାରିବୁ,ଠଣ ସୁନ୍ଦର ପ୍ରଭୁ କେଡ଼େ ପବିତ୍ରଠିକେ ତାହାଙ୍କ ସୃଷ୍ଟି ବଡ଼ ବିଚିତ୍ର ।ଠୁଳ ଏ ଜଗତରେ କେତେ ସୁଷମା,ଠାବରେ ଠାବେ ଝରୁଛି କି ମଧୁରିମା ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ