ସତ୍ୟ–ନ୍ୟାୟ–ଭେରି
୧୮୭୫–୧୯୨୮
- ସଂକଳନ: ଚାରୁଚିତ୍ର
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୧୩
- ସ୍ଥିତି
- ସାର୍ବଜନୀନ (Public domain)
ଶୁଣୁ ନ ଥାନ୍ତା ସେ ଶ୍ରବଣ ଡେରି ।ଘୋର ଅତ୍ୟାଚାର ହେଲେ ପ୍ରବଳ,ଐକିକ ବୀରତ୍ୱ ଯହିଁ ନିର୍ବଳତୁହି ଗୋ ଉଡ଼ାଇ ଧର୍ମର ଧ୍ୱଜାଦୁଷ୍ଟ ମାରି ପାଳୁ ସନ୍ଥ ପରଜା,ଯାଏ ପାପରାଶି,ସାମ୍ରାଜ୍ୟ କରେ ଶାନ୍ତି ସୁଖେ ଆସି ।ଆର୍ଯ୍ୟକୁଳ ଯେବେ ଭାରତେ ଆସିହୋଇଲେ ଶତଦ୍ରୁ ତଟନିବାସୀ,ଅନାର୍ଯ୍ୟ ବିପକ୍ଷେ ବିଷମ ରଣେସହାୟ ହେଲୁ ତୁ ସେ ଆର୍ଯ୍ୟଗଣେ,ତୋ ଜୟ–ଗାୟନଗାନ କଲେ ବୈଦିକ ଋଷିଗଣ ।ଯଦୁ, ବିରାଟ, ପଞ୍ଚାଳ, ପାଣ୍ଡବଭୀଷଣ ଆହବେ ମାରି କୌରବମହୀରେ ଘୋଷିଲେ ନ୍ୟାୟମହିମା,ଗୀତେ ଗାଇଲେ ଯା ବ୍ୟାସ ମଣିମା,ପାର୍ଥେ କର ରାଜାବଜାଇଲୁ ଧର୍ମ–ବିଜୟ–ବାଜା ।କିସ୍କିନ୍ଧ୍ୟା ନଗରେ ବୈଦୋହୀନାହାସାଧୁ ସୁଗ୍ରୀବଙ୍କୁ ହୋଇଲେ ସାହା,ପାପୀ ଅତ୍ୟାଚାରୀ ବାଳିକୁ ମାରି,ଅଧର୍ମରୁ କପି ରାଜ୍ୟ ଉଦ୍ଧାରି,ମିତ୍ରେ ଅଭିଷେକକରି, ପ୍ରଚାରିଲେ ତୋହରି ଟେକ ।ମାୟାବଳେ କଲା ଲଙ୍କା–ରାବଣଦଣ୍ଡକ ବିପିନୁ ସୀତା ହରଣ,ରଘୁବୀର ଯହୁଁ କାତର ହେଲେ,ତୋତେ କି ଗୋ ଦେବେ ପଠାଇଦେଲେଦୈତ୍ୟନାଶ ପାଇଁ,ଅସମର୍ଥ ଯହିଁ ବୈଦେହୀ ସାଇଁ ?ବିଭୀଷଣ ସହ ସୁଗ୍ରୀବ ରାଏ,ହନୁମାନ ସହ କପିସେନାଏ,ତ୍ରିଦିବଦେବତା ରାମ ଲକ୍ଷ୍ମଣନାଶିଲେ ରାବଣ ହୋଇ ମିଳନ;ବାଲମୀକି ଯାହାଗାଇଲେ, ତୋ ଯଶ ନୁହେ କି ତାହା ?ଯା ଯୋଗୁଁ ଜଗତେ ମଙ୍ଗଳ ଯେତେ,ତାର ଅପଚୟ ହୁଅଇ ସେତେ,ଦେଖ ଯେ ଏକତା ଶୁଭ–ଆଧାର,ସେହି ପୁଣି ହୁଏ ବିଷ–ଭଣ୍ଡାର,‘ଠକ’ ଦସ୍ୟୁଦଳନ କଲେ ଭାରତେ କି ଗଣ୍ଡଗୋଳ !ଜୟସିଂହ ଓ ଭଗ୍ନମନ୍ଦିରପ୍ରବଳ ପ୍ରତାପ ସମ୍ରାଟ–ପ୍ରେରିତଜୟସିଂହ ଏ ଉତ୍କଳେଆସିଥିଲେ ଯେବେ ବିଜୟ–ଯାତ୍ରାରେ,ଦେଖିଲେ ନିର୍ଜନ ସ୍ଥଳେ ।କହିଲା ପୁରାଣ ବିଜୀର୍ଣ୍ଣ ଦେଉଳନୀରବ ବାଣୀ ନିର୍ଜନେ,ଶୁଣିଲେ ବିଜେତା ବୀର ଜୟସିଂହସେ ଭାଷା ଡେରି ଶ୍ରବଣେ ।—“ଚାଲ ମୃଦୁ ମନ୍ଦ ବୀର ଜୟସିଂହ !ମୋ ନୀରବ ବାକ୍ୟ ଶୁଣ,ତୁମ୍ଭେ ଆର୍ଯ୍ୟସୁତ, ଏହା ଆର୍ଯ୍ୟଦେଶନୁହ ଉଦ୍ଧତ ଦାରୁଣ ।ଏ ଉତ୍କଳ ତୁମ୍ଭ ରାଜସ୍ଥାନ ପ୍ରାୟଥିଲା ବୀରର ଜନନୀ,କାଳବଳେ ସେହି ରାଜସ୍ଥାନ ସମପଡ଼ି ଯାଇଅଛି ଧନୀ ।କେତେ ଶୂରବୀରେ ଏହି ଉତ୍କଳରେଜନ୍ମିଥିଲେ ବୀରମଣି,ସୈକତ–ସିକତା–ସଂଖ୍ୟାସମ ତାହାନ ପାରିବ କେହୁ ଗଣି ।ବିଜୟ–ପ୍ରମାଶେ ଉତ୍କଳୀୟ ବୀରେଦଶଦିଗରେ ବାହାରି,ଗଙ୍ଗା ଗୋଦାବରୀ—ନୀରଧି ନର୍ମଦାସୀମାକୁ ଥିଲେ ବିସ୍ତାରି ।ଚଉଡ଼ କର୍ଣ୍ଣାଟ ତାମ୍ରଲିପ୍ତି କାଞ୍ଚୀସେତୁବନ୍ଧ ରାମେଶ୍ୱରେପ୍ରୋଥିତ କଲେକ ଜୟବୈଜୟନ୍ତୀଏହି ଉତ୍କଳୀୟ ବୀରେ ।ପ୍ରତିଭା ବଳରେ ଉତ୍କଳୀୟ ଶିଳ୍ପୀଅଗଣ୍ୟ ସେତୁ ମନ୍ଦିରସ୍ଥାପିଥିଲେ ଦେଶ ସକଳ–ଅଂଶରେ,ଦେଖୁଅଛ ତାହା ବୀର ।ଅସଂଖ୍ୟ ଦେଉଳ ବିଧର୍ମୀ ବିଜେତାକଲେଣି ଭୂତଳଶାୟୀ,ବିଜିତା ଲୁଣ୍ଠିତା ଅବୀରା ଭୂମିରବାଧାଦାନେ ବଳ ନାହିଁ ।ନିଶି ଦିବା ବାବୁ, ଏ ଉତ୍କଳ ଧରାକାନ୍ଦୁଛି ମହାବିକଳେ,ଲୋହିତଲୋତକ ହାହାକାର ଧ୍ୱନିକ୍ଷରେ ବିହାୟସ–ତଳେ ।ପ୍ରତି ଯବ ଭୂମି ବୀରରକ୍ତେ, ବୀର,ହୋଇଅଛି ସିକ୍ତ ପୂତ,ବିଧର୍ମୀ ସମାନ ଭ୍ରାତୃ ଭଗ୍ନୀ ବଧନ କର ଭଗିନୀସୂତ ।ଜଡ଼–ଉଦ୍ଭିଦରେ ପଶୁପକ୍ଷୀଠାରେଅଥବା ମାନବପ୍ରାଣେ,ଜନ୍ମିଲେ ମରଇ ନିଶ୍ଚେ ସୃଷ୍ଟ ବସ୍ତୁବିଧି ଅଟଳ ବିଧାନେ ।ଦିଗ୍ବିଜୟୀ ମହାବୀର ସେକନ୍ଦରଜୟ କଲେ ଏହି ମହୀ,ନାହାନ୍ତି ସେ, ଭବ–ଭଙ୍ଗୁରତା–ସାକ୍ଷୀତାଙ୍କ କଥା ଅଛି ରହି ।ଏ ଭାରତେ ଆସି ସେକନ୍ଦର ସାହକଲେ ବିଜୟ ବିସ୍ତାର ,ତାଙ୍କ ନିଜ ଦେଶେ ଆନ କେଉଁ ଜାତିକରିଅଛ ଅଧିକାର ।କେତେ କେତେ ଜାତି ଏହି ଭାରତରେପୋତିଲେ ବିଜୟଧ୍ୱଜା,ତାଙ୍କ ବଂଶଧରେ ପରାଜିଣ ଆନେହେଲେ ତାଙ୍କ ଦେଶେ ରଜା ।”ଜୀର୍ଣ୍ଣ ଦେଉଳରେ ଏ ନୀରବ ବାଣୀଜୟସଂହ ବୀର ଶୁଣିସୁନିୟମ ସ୍ଥାପି ବିଜିତ ନରେଶେଦେଇ ଗଲେ ରାଜ୍ୟ ପୁଣି ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ