ପ୍ରଭାତ
୧୮୭୫–୧୯୨୮
- ସଂକଳନ: ଚାରୁଚିତ୍ର
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୫୦
- ସ୍ଥିତି
- ସାର୍ବଜନୀନ (Public domain)
ସ୍ତବ୍ଧ, ବିନିଦ୍ରିତ, ଏବେ ନିଖିଳ ଧରଣୀଉତ୍କର୍ଣ୍ଣ କଳ୍ପିନା ଶୁଣେ ଶୂନ୍ୟେ ଦିବ୍ୟଧ୍ୱନି,ବାଜଇ ତ୍ରିଦିବ ଯନ୍ତ୍ର, ମୃତସଞ୍ଜିବନୀ−ମନ୍ତ୍ରଉଚ୍ଚାରି ବିଶ୍ୱ−ବିଧାତା, ଢାଳି ଶାନ୍ତିବାରି,ବରଷନ୍ତି ଜ୍ଞାନାମୃତ ସର୍ବମୋହହାରୀ ।ପ୍ରଶାନ୍ତ ପବିତ୍ର ଏ ଯେ ନିଶାନ୍ତ−ସମୟ,ମନ୍ଦ ମନ୍ଦ ବହୁଅଛି ସୁସ୍ନିଗ୍ଧ ମଳୟଘେନି ଲଲାଟ ବିମଳ ଚିତ୍ତବୃତ୍ତି ସୁନିର୍ମଳଜାଗ୍ରତ ମାନବକୁଳ ଘେନି ନବବଳ,ଭୟେ ପଳାନ୍ତି ଭୟାଳୁ ନିଶାଚରଦଳ ।ପୂର୍ବାଶା ଲଲାଟେ ଶୋହେ ଶୁଭ୍ର ଶୁକ୍ରତାରାବରଷେ କି ବିଶ୍ୱଧାମେ ଅମୃତର ଧାରା ।ପ୍ରଚୀନଭ−ସିନ୍ଦୁରିମା ପ୍ରକାଶେ ଶୋଭାଗରିମା,ଧନ୍ୟ ଧନ୍ୟ ପ୍ରକୃତି ଗୋ ଧନ୍ୟ ଚାରୁଶୀଳା,କେ ବର୍ଣ୍ଣି ପାରିବ ତୋର ଅପରୂପ ଲୀଳା !ଶୁଭିଲାଣି ବାୟସର କାଆ କାଆ ସ୍ୱନ,ଶଯ୍ୟା ତେଜି ଉଠ ଏବେ ରେ ଅଳସ ମନ ।ସୁକୁମାରୀ ବଧୂଗଣ ତେଜି ପତି ଆଲିଙ୍ଗନକରନ୍ତି ସେ ଆନ ମନେ ନିତ୍ୟକର୍ମମାନଦୂରୁ ଶୁଭେ ଭାବେ ପ୍ରଭାତିଛି ଏବେ ନିଶୀଥିନୀ,କି ବିଚିତ୍ର ସାଜେ ଆହା ସାଜିଛି ମେଦିନୀ !ପ୍ରାଚୀ−କୋଳେ ବାଳରବି ଉଇଁ ବିଶ୍ୱେ ଚାରୁ ଛବିବିସ୍ତାରିଣ, ଦେଲା ତାକୁ ନୂତନ ଜୀବନ,ନବପ୍ରାଣ ଲଭି ସତେ ହସେ କି ଭୁବନ !କହି ପାର ମନୁଷ୍ୟ ହେ କେବଣ ଉଦ୍ଦେଶ୍ୟେଥିଲା ଏ ପ୍ରାଣିଜଗତ ଘୋରନିଦ୍ରାବେଶେ ?ଯେସନ ତନୟାସୁତ କରାଇ ନିଦ୍ରାଭିଭୂତପ୍ରିୟସଖୀ ସଙ୍ଗେ ରମେ ବିଶ୍ରାନ୍ତା ରମଣୀ,ଶାନ୍ତି−ସହ ଥିଲେ ତେହ୍ନେ ଧରିତ୍ରୀ−ଜନନୀ ?ଅବା ଯେହ୍ନେ ସୁଚତୁର ନୀତିଜ୍ଞ ନୃପତିସୁଗୁପତେ ସଭା କରି ମନ୍ତ୍ରଣା କରନ୍ତି,ତେସନ ସୁରସମାଜ ସଂସାଧନେ ସୃଷ୍ଟିକାର୍ଯ୍ୟବସନ୍ତି ଆକାଶେ ଆସି ଚନ୍ଦ୍ରତାରାରୂପେ;ନ ବୁଝେ ମାନବ ପଡ଼ି ଭବ−ଅନ୍ଧକୂପେ !ନୀଡ଼ ଛାଡ଼ି ନାନାବିଧ ବିହଙ୍ଗମାବଳୀକଳରବେ କରୁଛନ୍ତି ମଧୁର କାକଳୀ,ଏକ ଦିଗୁଁ ଦିଗାନ୍ତରେ ଏକ ବୃକ୍ଷୁ ବୃକ୍ଷାନ୍ତରେଗମନ୍ତି, ବସନ୍ତି, ପୁଣି କରନ୍ତି କୂଜନକେ କହି ପାରିବ କାହିଁ ପାଇଁ ଘନଘନ !ଲତା−ଦ୍ରୁମେ ସୁଶୋଭିତ ପୁଷ୍ପପଲ୍ଲବରମିହିକା ଦିଶଇ ଆହା କେମନ୍ତ ସୁନ୍ଦର !ପତି−ବିରହ ଶୋକରେ ତ୍ରିଯାମା ସ୍ୱଲୋତକରେସକ୍ତ କରିଥିଲା କିଏ ଧରଣୀର କାୟା ?ତନୁ ବିସର୍ଜିଲା ପୁଣି ତେଜି ନିଜ ମାୟା !ଦେବାଳୟେ ହେଉଅଛି ମଙ୍ଗଳ−ଆରତି ।ଆରତି−ବାଜଣା ଉଚ୍ଚେ ବାଜୁଅଛି ଅତି ।ଘଣ୍ଟା ବାଜେ ଘଣ୍ଟ ବାଜେ ତୁରୀଭେରୀ ଶଙ୍ଖବାଜେ,ଅସ୍ଫୁଟେ ଶୁଭଇ ପୁଣି ଆରତି−ଗାୟନ,ସେ ଗୀତ ଶ୍ରବଣେ ମୋର ଦ୍ରବିଯାଏ ମନ ।କାହିଁ କ୍ଷୁଦ୍ର ପଲ୍ଲୀଗ୍ରାମେ ତଟିନୀର ତଟେତରୁ−ଶାଖେ ବିହଙ୍ଗମ ମଧୁ ତାନେ ରଟେ ।ଊର୍ଦ୍ଧ୍ୱେ ବିଶାଳଗଗନେ ପ୍ରଭାତର ଆଗମନେ,ହିଲ୍ଲୋଳେ ତଟିନୀବକ୍ଷ ସୁଧୀର ସମୀରଜାଗ୍ରତ ନିସର୍ଗଡାକେ ସୁକ୍ଷୁପ୍ତ କୁଟୀର ।ଲଲାଟେ ସିନ୍ଦୂରଟୋପା ଗ୍ରାମସୀମନ୍ତିନୀଗୌର−ଅଙ୍ଗା ଶୁଭ୍ରବସ୍ତ୍ରା ନୀଳ କୁନ୍ତଳିନୀଘେନି, ନିଜ ନିତ୍ୟଧର୍ମ ପରିବାର−ଶୁଭ−କର୍ମସମ୍ପାଦନ ଆଶେ ହୋଇ ଉଭା ଗୃହପାଶମଧ୍ୟେ ମଧ୍ୟେ ମାରେ ଧନୀ ମୃଦୁ ମନ୍ଦ ଶ୍ୱାସ ।ଅରୁଣ ସିନ୍ଦୁର−ଟୋପା ଉଷାସୀମନ୍ତିନୀଶୁଭ୍ରଦିଗବସ୍ତ୍ରା ନୀଳନଭ କୁନ୍ତଳିନୀଘେନି, ବିଶ୍ୱହିତାବ୍ରତ କର୍ତ୍ତବ୍ୟେ ହେବ ନିରତ,ଏ ଉଦ୍ଦେଶ୍ୟେ ଉଭା ଧନୀ ବିଶ୍ୱଗୃହପାଶ,ସୁରଭି ପ୍ରଭାତ−ବାୟୁ ଅଟେ କି ତା ଶ୍ୱାସ ?ଶୁଣ କର୍ଣ୍ଣ ଡେରି ବାରେ ଜୀବନ−ସଙ୍ଗୀତ,ହୁଏ ଯାହା ଇଚ୍ଛା−ରାଜ୍ୟୁଁ ଉଚ୍ଚେ ଉଦ୍ବୋଧିତ,—“ହୋ ଜଗତ−ଅଧିବାସି ! ବିସର୍ଜି ଆଳସ୍ୟରାଶିସାଧ କର୍ମଯୋଗ, ଯେବେ ତରି ଭବାର୍ଣ୍ଣବଭୁଞ୍ଜିବ ଶାଶ୍ୱତ ଶାନ୍ତି ବୈକୁଣ୍ଠବିଭବ ।”
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ