ସାରଳା ମହାଭାରତ ନାରୀପର୍ବ
ଆଦିକବି · ପ୍ରାୟ ୧୪୨୦–୧୫୦୦
- ପଢ଼ିବା ସମୟ
- ୧୮ ମିନିଟ୍
- ଶବ୍ଦ
- ୨୯୪୭
- ସ୍ଥିତି
- ସାର୍ବଜନୀନ (Public domain)
ସୂଚୀପତ୍ରବିଷୟ୧।ପାଣ୍ଡବଙ୍କର ହସ୍ତିନା ପ୍ରବେଶ, ଧୃତରାଷ୍ଟ୍ରଙ୍କର ଶୋକ ଓ ଗାନ୍ଧାରୀଙ୍କର ନେତ୍ରଜଳରେ ଦୁର୍ଦ୍ଦକ୍ଷର ଦହନ୨।ଧୃତରାଷ୍ଟ୍ରଙ୍କ ଦ୍ୱାରା ଲୌହଭୀମ ଚୂର୍ଣ୍ଣ ଓ ଗାନ୍ଧାରୀର ଶ୍ରୀକୃଷ୍ଣଙ୍କୁ ଶାପ ପ୍ରଦାନପାଣ୍ଡବଙ୍କରହସ୍ତିନାପ୍ରବେଶ, ଧୃତିରାଷ୍ଟ୍ରଙ୍କର ଶୋକ ଓଗାନ୍ଧାରୀଙ୍କର ନେତ୍ରଜଳରେ ଦୁର୍ଦ୍ଦକ୍ଷର ଦହନବଇବସୁତ ମନୁ ଯେ ବିଲଂକ ଦେଶର ରାଜାଅଗସ୍ତିଂକ ପାଦପଦ୍ମେ କଲେକ ଦିବ୍ୟପୂଜା ।୧।ପରବ୍ରଂହ୍ମ ତୁମ୍ଭେ ଅଟ ନିରଞ୍ଜନ ଦେବତାତବ ଶ୍ରୀମୁଖୁଂ ଶୁଣିମି ମୁଂ ମହାଭାରତ ବାରତା ।୨।ପରୀକ୍ଷ ଜନ୍ମହୋଇଣ ଲଭିଲେ ଜୀବିତତେଣୁକରି ପରୀକ୍ଷ ନାମ ଦିଲେକ ଜଗତନାଥ ।୩।ଦୁସହ ପରୀକ୍ଷାରୁ ଯହୁଂ ଉପୁଜିଲା ବାଳତେଣୁ କରି ପରୀକ୍ଷ ନାମ ହୋଇଲା ଚିରକାଳ ।୪।ୟେଥି ଉତ୍ତାରୁ କିସ ହୋଇଲା ବ୍ରହ୍ମବେତ୍ତାକହିବା ମୁନି ହେ ୟେଥିର ତଦନ୍ତ ବାରତା ।୫।କହନ୍ତି ଅଗସ୍ତିୟେ ପଣ୍ଡିତ ବ୍ରହ୍ମଋଷିସାବଧାନ ହୋଇ ଶୁଣ ରାଜା ଶୋକପର୍ବର ଉଦେଶି ।୬।ଶୁଣ ହୋ ବଇବସୁତ ମନୁ ବଦୟନ୍ତି ଯେ ଅଗସ୍ତିଉତ୍ତରା ପ୍ରାଣତ୍ୟାଜ ହୋଇଲା ଅଶସ୍ତମାର ଶସ୍ର ଗତି ।୭।ବାରାନିଧି ତୀରେ ତାର କଲେ ପ୍ରେତ କାର୍ଯ୍ୟଶୁଦ୍ଧଶ୍ରାଦ୍ଧ କରି ଉତୁରିଲେ ଦେବରାଜ ।୮।ପଞ୍ଚଦଶ ଦିବସରେ କୃଷ୍ଣଂକର ପାଶେ ବସିଯୁଝେଷ୍ଠି ଦେବେ ବୋଇଲେ ଶୁଣିମା ହୃଷୀକେଶି ।୯।ୟେ ପୁତ୍ର ଗୋଟିକି ଦେବ ପାଳିବାକ ଯତନେୟେହାଉଂ ବ୍ୟତ୍ରକେ ବଂଶ ରକ୍ଷଣେ ନାହିଂଟି ଆନ ଜଣେ ।୧୦।ଅଥବା ୟେହାକଇଂ ନ ସମ୍ଭାଳିଲେ ଦେବରାଜବୁଡ଼ିଲା ସୋମବଂଶ ଆଉ ନାହିଂଟି କିଛି କାର୍ଯ୍ୟ ।୧୧।ତୁ ଦେବ ସକଳ ଜୀବକଇଂ ଆତ୍ମା ପଞ୍ଚଭୂତତୋତେ ତିଆରିବା ପାଇଂ ମୁଂ କିସ ସାମରଥ ।୧୨।ସର୍ବଦା ବ୍ରତୁଂ ଆମ୍ଭେ ତୁମ୍ଭନ୍ତ ଆଶ୍ରେ କରିଯାଉଛି ଇନ୍ଦ୍ରପ୍ରଶସ୍ତେ ମୁଂ ଦେଖିବି ଧୃତିରାଷ୍ଟ ଗାନ୍ଧାରୀ ।୧୩।ଶ୍ରୀକୃଷ୍ଣ ବୋଇଲେ ମୁହିଂ ଯିବଇଂ ଇନ୍ଦ୍ର ଯେ ପ୍ରଶସ୍ତେକିସ ଉତ୍ତର ତୁମ୍ଭନ୍ତ ଦିଅଇ ଧୃତିରାଷ୍ଟ ମହୀପତ୍ୟେ ।୧୪।ପଞ୍ଚୁ ପାଣ୍ଡବେ ତହୁଂ ପଞ୍ଚୁ ରଥ ଆରୋହିଗରୁଡ଼ ପିଠିରେ ବିଜୟେ କଲେ ଦେବ ଜଗୁସାଇଂ ।୧୫।କୋଇନ୍ତା ଦ୍ରୋପତୀ ପଞ୍ଚୁ ପାଣ୍ଡବଂକର ତୁଲେଇନ୍ଦ୍ରପ୍ରଶସ୍ତ ଅଭିମୁଖେ ତୁରିତେ ଚଳିଲେ ।୧୬।ଶ୍ରୀକୃଷ୍ଣ ଆଗ୍ୟାଂ ଦିଲେ ଭୀମସେନକଇଂ ରାଇତୋ ତହୁଂ ପାଣ୍ଡବଂକୁ ବାବୁ ଆନ ସାଖା ନାହିଂ ।୧୭।ଧୃତିରାଷ୍ଟ ଗାନ୍ଧାରୀଂକ ଯେ ଶତେ ପୁତ୍ର କଷ୍ଟତୋତେ ଦେଖି ଅନେକ କ୍ରୋଧ କରିବ ଧୃତିରାଷ୍ଟ ।୧୮।ଅନେକ ବଇକୁଲ୍ୟେ ହୋ ତୋତେ ରାଇବ କତିକିତୁହୋ ବ୍ରିକୋଦର ଯିବୁନାହିଂ ଟି ତାହାର ତହିଂକି ।୧୯।କ୍ଷତ୍ରୀବର ବଳିଷ୍ଠ ସେ ମହାବଳୀ ପ୍ରଚଣ୍ଡାମହାପର୍ବତ ଚାପନ୍ତେ ସେ ହୋଇଯିବ ମସୀଗୁଣ୍ଡା ।୨୦।ଶ୍ରୀକୃଷ୍ଣ କହିଲେ ଯହୁଂ ଚକ୍ରକୂଟ ବୁଦ୍ଧିଯଉଂ ଦେବ ମାୟାରେ ସୟଳ ଜନ କାର୍ଯ୍ୟ ହୋୟେ ସିଦ୍ଧି ।୨୧।କହୁଂ କହୁଂ ଶ୍ରୀକୃଷ୍ଣ ଯେ ପଥ ଗମିଯାନ୍ତେପ୍ରବେଶ ହୋଇଲେ ଯାଇଂ କଟକ ଇନ୍ଦ୍ର ଯେ ପ୍ରଶସ୍ତେ ।୨୨।ଦେଖିଲେ କଟକ ଯେ ହୋଇଛି ଭଗନସ୍ତପାଞ୍ଚାଳକୁମରେ ନାହାନ୍ତି ବୋଲନ୍ତି ଅଚ୍ୟୁତ ।୨୩।ଦ୍ରୋପତୀ ବୋଇଲେ ନାହାନ୍ତି ଭ୍ରାଥମାନେ ମୋହୋରକେ ମୋହୋର ପୁତ୍ରନ୍ତ କଲାକ ଅପହାର ।୨୪।ୟେତେ ବୋଲିଣ ଦ୍ରୋପତୀ ସେ କ୍ରୋଧକଲାହା ହା ପୁତ୍ର ବୋଲିଣ ଯେ ଭୂଇଂରେ ପଡ଼ିଲା ।୨୫।ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବ ଯେ ବୀରପାଞ୍ଚାଳକୁମରନ୍ତ ନ ଦେଖି କ୍ରୋଧ କଲେକ ଅପାର ।୨୬।କୋଇନ୍ତାୟେ ବୋଇଲେ ତୁ ଶୁଣ ଶିରୀପତିବାଳୁତ ପୁତ୍ରନ୍ତ କେହୁ କଲାକ ୟେ ଗତି ।୨୭।ଶୁଣିଣ ନାରାୟଣ ଯେ ବଚନ ପ୍ରକାଶିକ୍ରୋଧ ଛାଡ଼ ମା ଗୋ ବଦୟନ୍ତି ହୃଷୀକେଶି ।୨୮।ବିବାଦେ ପଶି ମୋ ତୁମ୍ଭର କିସ ଭଲତୁମ୍ଭେ ଗୋ କଉରୋବନ୍ତ କେତେ ଅବସ୍ତା ନ କଲ ।୨୯।ୟେବେ କ୍ରୋଧ କରୁଛ କିମ୍ପେ ତୁହି ମାୟେୟେତେକହି ଯୁଝେଷ୍ଠିଂକି ତୋଳି ଧଇଲେ ଦେବରାୟେ ।୩୦।ପଞ୍ଚୁପାଣ୍ଡବଂକୁ କ୍ରୋଧ ଶାନ୍ତି ଯେ କରାଇସ୍ରାହାନ କରାଇଲେ ଦେବ ଯଦୁସାଇଂ ।୩୧।ପ୍ରେତ କାର୍ଯ୍ୟ ସାରିବେ ୟେକାଦଶ ଦିନସମସ୍ତ ମୁରୁଛାଇଲେ ଦେବ ପୁରୁଷୋତ୍ତମ ।୩୨।ଯୁଝେଷ୍ଠି ବୋଇଲେ ହୋ ଶୁଣିମା ବାସୁଦେବହସ୍ତିନା ପୁରକଇଂ ଯିବା ଦେଖିବା ଧୃତିରାଷ୍ଟ ବିଦୁର ଆଦି ସର୍ବ ।୩୩।ୟେତେ ବୋଲିଣ ସଜ ହୋଇଲେ ସକଳେଦୁର୍ଦ୍ଦକ୍ଷ ଭୀମ ଅର୍ଜୁନ ନକୁଳ ସହଦେବ ମୂଳେ ।୩୪।ବଦୟନ୍ତି ଅଗସ୍ତି ଶୁଣ ବଇବସୁତ ମନୁପଞ୍ଚୁପାଣ୍ଡବେ ଆବର ଯେ ଦେବକୀଂକ ତନୁ ।୩୫।ଧୃତିରାଷ୍ଟ ନବରେଣ ତୁରିତେ ପରବେଶଦ୍ୱାରେଣ ବିଦୁରେ ଯେ ଦେଖିଲେ ପଞ୍ଚଶିଷ ।୩୬।ବଦୟନ୍ତି ଯୁଝେଷ୍ଠି ଦେବ ବିଦୁର ଅଗ୍ରତେଧୃତିରାଷ୍ଟଂକ ଛାମୁକୁ ପିତା ଯିବାକ କେମନ୍ତେ ।୩୭।ଯୁଝେଷ୍ଠିଂକ ବଚନେ ବିଦୁର ଯାଇଂ କହିପଞ୍ଚୁପାଣ୍ଡବେ ଭୋ ହାଦେ ଅଇଲେ ତୋର ତହିଂ ।୩୮।ବିଦୁର ବଚନେ ଯେ ବୋଲଇ ଧୃତିରାଷ୍ଟକିମ୍ଭୂତେ ଅଇଲେ ମୋତେ ସୁମରାଇ ପୁତ୍ରକଷ୍ଟ ।୩୯।ମାଇଲେ କର୍ଣ୍ଣ ଶକୁନି ପୁଣ ଭୂରିସର୍ବାଆବର ଶତେପୁତ୍ର ଦ୍ରୋଣ ଯେ ଗାଙ୍ଗବା ।୪୦।ମାଇଲେ ବନ୍ଧୁ ସୋଦର ମୋହୋର ସର୍ବ ସଖାମୋହୋର ବିପତ୍ତି ତାହାଂକର ସମ୍ପଦ ଯେ ଦେଖା ।୪୧।ଯାଆନ୍ତୁ ସେ ପାଣ୍ଡବେ ହୋ ୟେଣେ ମୋହୋର କିସ କାର୍ଯ୍ୟସମସ୍ତେ ନିକଳଂକ କଲେ ୟେବେ ସୁଖେ କରନ୍ତୁ ରାଜ୍ୟ ।୪୨।ବିଦୁରେ ବୋଇଲେ ୟେବେ ଶୁଣିମା କୁରୁସାଇଂପାଣ୍ଡବନ୍ତ ତୋହୋର ୟେତେ କୋପ କାହିଂପାଇଂ ।୪୩।ପାଣ୍ଡବଂକର ୟେଥି ନାହିଂ କିଛି ଦୋଷମାନତୁହି ସେ କୁଳକ୍ଷୟ କରାଇଲୁ ହୋ ରାଜନ ।୪୪।ଶତେକ ଅସତ ପୁତ୍ର ଜାତ କଲୁ ନୃପଘୋଟିଲେ ପାଣ୍ଡବନ୍ତ ଜାଣି ଜୀର୍ଣ୍ଣକୂପ ।୪୫।ଆଦିହୁଂ ନକଲୁ ତୁ କାହାରି ଯେ ବୋଲୟେକା ପୁତ୍ର ତେଜିଥିଲେ ସମସ୍ତ ହ୍ୱନ୍ତା ଭଲ ।୪୬।ୟେକାପୁତ୍ର ତେଜିବାକୁ ମନେ ବ୍ୟଥା କଲୁଆପଣାର କଲା କୃତ ପରେ ଦୋଷ ଦିଲୁ ।୪୭।ଆପଣାର କଲାକୃତ୍ୟ ୟେବେ କିମ୍ପେ ବିମୁଖ ହୋଉସଂହାଥେ ବିଷ ଖାଇ ପରେ ଦୁଖ ଦେଉ ।୪୮।ଯାହାକଇଂ ସମ୍ପକ୍ଷ ଅଟନ୍ତି ଶ୍ରୀବତ୍ସତାହା ତହୁଂ ଦେବ କେହୁ ହୋଇବ ଆନ ଦକ୍ଷ ।୪୯।ଅନେକ ମଣାଇ କରି ଯହୁଂ ବିଦୁର କହିଲେଶୁଣିକରି ଧୃତିରାଷ୍ଟ ମଉନ ବ୍ରତ ଯେ ହୋଇଲେ ।୫୦।ବିଦୁରେ ବୋଇଲେ ଶତେ ପୁତ୍ରନ୍ତ ମରାଇନିର୍ଲଜ ଆତ୍ମା ୟେବେ ନଗଲା କିସ ପାଇଂ ।୫୧।ବ୍ରତିବାକୁ ଇଚ୍ଛା ଯେବେ କର ଧୃତିରାଷ୍ଟପାଣ୍ଡବନ୍ତ କୋଳ କରି ପାସୋର ପୁତ୍ର କଷ୍ଟ ।୫୨।ମୂର୍ଖପଣ କରି ତୁ ହରାଇଲୁ ସର୍ବ କାର୍ଯ୍ୟବୁଦ୍ଧି ହରଇ ଥୋକେ ଲୋକ ପାଆନ୍ତି ବଡ଼ ଲାଜ ।୫୩।ଆହୋ ଚଇତନ ଅନେକ ପରମାର୍ଥ ଯହୁଂ କହିଲେ ବିଦୁରଶୁଣିଣ କ୍ରୋଧ ମନୁ ଛାଡ଼ିଲା କୁରୁବୀର ।୫୪।ଧୃତିରାଷ୍ଟ ବୋଇଲେ ବିଦୁର ତୁମ୍ଭେ ପାଣ୍ଡବନ୍ତ ବେଗେ ଆଣକିସ ଅର୍ଥେ ଅଇଲେ ବୁଝିବା ତଥ୍ୟ ପୁଣ ।୫୫।ଧୃତିରାଷ୍ଟେ ବୁଝାଇ ବିଦୁରେ ଅଇଲେଆସ ହୋ ଶ୍ରୀକୃଷ୍ଣ, ଯୁଝେଷ୍ଠି, ଧୃତିରାଷ୍ଟ ଆଗ୍ୟାଂ ଦିଲେ ।୫୬।ଶୁଣିଣ ଭିତରେ ପଶିଲେ ଯୁଝେଷ୍ଠି ଦେବ ସ୍ୱାମୀଧୃତିରାଷ୍ଟ ଚରଣେ ପାଞ୍ଚେହେଂ ପରିଣାମି ।୫୭।ଗାନ୍ଧାରୀ ବୋଇଲେ ତହୁଂ ଶୁଣରେ ଆତ୍ମଜମୋହୋର ଶତେପୁତ୍ର ମାଇଲ ତୋହୋର କିସ କାର୍ଯ୍ୟ ।୫୮।ରାଜ୍ୟ ପାଇକରି ଲଂଘିଲୁ ନା ଧର୍ମଅନେକ ହତ୍ୟା କରି ଅର୍ଜିଲୁ ଅତି ଯେ ଅକର୍ମ ।୫୯।ଗାନ୍ଧାରୀ ବୋଇଲେ ମୁଂ ଯେଉଂଣ କାଳେ ବିଭା ହୋଇଥିଲିସ୍ୱାମୀ ଅନ୍ଧ ବୋଲି ମୋର ଶ୍ରବଣେ ଶୁଣିଲି ।୬୦।ଭ୍ରଥାଂକର ଯେବେ ମୋର ନ ଦିଶିଲା ନୟନମୋହୋର ପର ମୁଖ ଚାହିଂବାରେ କିସ ପିରୋଜନ ।୬୧।ମୁହିଂ ଅନ୍ଧ ପଟଳ ବାନ୍ଧିଲି ସ୍ୱାମୀର ନିମନ୍ତେଶତେପୁତ୍ର ମୁଖ ଚାହିଂଲି ବ୍ରତିଥିଲେ କାଳ ଯେତେ ।୬୨।ୟେବେ ଅନ୍ଧପଟଳ ଫେଡ଼ ଦେଖଇ ତୁମ୍ଭର ମୁଖତୁମ୍ଭନ୍ତ ଦେଖି ପାସୋରଇ ପୁତ୍ରଂକର ଦୁଖ ।୬୩।ଶ୍ରୀକୃଷ୍ଣ ବୋଲନ୍ତି ବାବୁ ସହଦେବ ଶୁଣୟେହାର ଅନ୍ଧ ଫେଇବାର କେବଣ କାରଣ ।୬୪।ସହଦେବ ବୋଇଲେ ଅନ୍ଧପଟଳ ଫେଇ ଚାହିଂବ ଯାହାରେଅବଶ୍ୟ ଦହିଜେ ହୋଇବ ସେ ରଖି ନୋହିବ ତାହାରେ ।୬୫।ଶ୍ରକୃଷ୍ଣ ବୋଇଲେ ସହଦେବ ମୁଖ ଚାହିଂଶତ୍ରୁର ଶେଷ ଲେଶ ରଖିତ ନ ଯୋଗାଇ ।୬୬।ୟେ ଆମ୍ଭର ତୁଲେ ସେ ଅଛଇ ଦୁର୍ଦ୍ଦକ୍ଷସେ ଅନ୍ଧ ପଟଳ ଫେଇ ଚାହୁଂ ମାତାର ମୁଖ ।୬୭।ଶ୍ରୀକୃଷ୍ଣ ବୋଇଲେ ଯାଇଂ ଦୁର୍ଦ୍ଦକ୍ଷର ଆଗେଗାନ୍ଧାରୀ ଅନ୍ଧପଟଳ ଫେଡ଼ସି ବାବୁ ବେଗେ ।୬୮।ଶ୍ରୀକୃଷ୍ଣ ବଚନେ ସେ ଗାନ୍ଧାରୀର ବାଳଦୁର୍ଦ୍ଦକ୍ଷ ଫେଇଲା ମାତା ଗାନ୍ଧାରୀର ଅନ୍ଧ ଯେ ପଟଳ ।୬୯।ଆହୋ ଚଇତନ ଚକ୍ଷୁ ମଳି ଗାନ୍ଧାରୀ ଚାହିଂଲା ମୁଖ ତୋଳିଦୁର୍ଦ୍ଦକ୍ଷର ଶରୀର ତତକ୍ଷଣେ ଉଠିଲାକ ଜଳି ।୭୦।ପାଣ୍ଡବନ୍ତ ଘେନି ଅନ୍ତର ହୋଇଲେ ବାସୁଦେବବିଦୁରେ ବୋଇଲେ ଗାନ୍ଧାରୀ ମନ୍ଦକୃତ୍ୟ କଲୁ ୟେବେ ।୭୧।ଯୁଝେଷ୍ଠିର ତହିଂ ଶରଣ ପଶିଲା ତୋହୋର ବତ୍ସତାହାକୁ ଦହନ କଲୁ ସେ ତୋହୋର ଦୁର୍ଦ୍ଦକ୍ଷ ।୭୨।ଗାନ୍ଧାରୀ ବୋଇଲେ ମୁଂ ଯେ ଆଦିହୁଂ ଅନ୍ଧ ଜାତିମୁଂ କେହ୍ନେ ଜାଣିମି ସେ ଯେ ମୋହୋର ସନ୍ତତି ।୭୩।ଗାନ୍ଧାରୀ ବୋଇଲା ମୁଂ ଯେ ମନ୍ଦ କୃତ୍ୟ କଲିଚିହ୍ନି ନୁଆରି ପୁତ୍ରକୁ ଅଖଡ଼େ ମାଇଲି ।୭୪।ଶ୍ରୀକୃଷ୍ଣ ବୋଇଲେ ମା ଗୋ ସେ ତୋହୋର ପୁତ୍ର ଗୋଟିଶରଣ ଗଲା ତାହାକୁ ରକ୍ଷାକଲେ ଯୁଝେଷ୍ଠି ।୭୫।ୟେ ଥିଲା ତୋହୋର ଅନ୍ଧର ଲଉଡ଼ିତାହାକୁ ହିଂ ନାଶକଲୁ ବିପାକ କର୍ମ ତୋହୋରି ।୭୬।ୟେବେ ବାହୁଡ଼ି ଅନ୍ଧ ପଟଳ ବାନ୍ଧ ତୋହୋର ମୁଖଇଯୁଝେଷ୍ଠିଂକି ଦହିଜ କଲେ ଧର୍ମ ନ ଗଚ୍ଛଇ ।୭୭।ଶ୍ରୀକୃଷ୍ଣ ବୋଇଲେ ଗୋ ପାଣ୍ଡବେ ତୋହୋର ବାଳନିଜ ପୁତ୍ରନ୍ତ ପାସୋରି ୟେହାନ୍ତ ପ୍ରତିପାଳ ।୭୮।ଶ୍ରୀକୃଷ୍ଣଂକ ବଚନେ ଗାନ୍ଧାରୀ କୋପ କଲା ଶାନ୍ତିପୁଣି ଅନ୍ଧ ପଟଳ ବାନ୍ଧିଲା ତତକ୍ଷଣାନ୍ତି ।୭୯।ଦୁର୍ଦ୍ଦକ୍ଷ ନିଧନେ ଧୃତିରାଷ୍ଟ ବଡ଼ କଷ୍ଟିଇଂନ୍ଦ୍ର ସମାନେ ପାଇଥିଲି ଶତେ ପୁତ୍ର ଗୋଟି ।୮୦।ଶେଷେ ଅବା ବ୍ରତିଥିଲା ସନ୍ତାନ ଯେ ଏକକର୍ମର ଅବଳେ ଦେଖ ଗୋଟିୟେ ନୋହିଲା ପ୍ରାପତେକ ।୮୧।ଶ୍ରୀଗୋବିନ୍ଦେ ବୋଇଲେ ତାତ ପାଣ୍ଡବେ ତୋହୋର ବାଳତାହାନ୍ତ ପାସୋରି ୟେହାନ୍ତ କର ୟେବେ କୋଳ ।୮୨।ଧୃତିରାଷ୍ଟ୍ରଙ୍କ ଦ୍ୱାରା ଲୌହଭୀମ ଚୂର୍ଣ୍ଣ ଓଗାନ୍ଧାରୀର ଶ୍ରୀକୃଷ୍ଣଙ୍କୁ ଶାପ ପ୍ରଦାନଧୃତିରାଷ୍ଟ ବୋଇଲେ ଆରେ ମୋହୋର ବାବୁ ଭୀମାତୋତେ କୋଳ କରି ପାସୋରିବି ମୋହୋର କ୍ରୋଧ ଆତ୍ମା ।୧।କୋଳ ପ୍ରସାରିଣ ଡାକଇ ଅମ୍ୱିକାର ସୁତଶୁଣିଣ ଭୀମସେନ ଉଠିଲା ତୁରିତ ।୭।ଶ୍ରୀକୃଷ୍ଣ ଜାଣିଲେ ଧୃତିରାଷ୍ଟର ମନ୍ଦ ଚିନ୍ତାଭୀମସେନକଇଂ ଘୁଞ୍ଚାଇ ଆଣିଲେ ଜଗୁଜିତା ।୩।ଆସ ଆସରେ ଭୀମସେନ ତୋତେ କୋଳ ମୁଂ କରଇଶତେପୁତ୍ରଂକର ମୁଂ ପୁତ୍ରକଷ୍ଟ ପାସୋରଇ ।୪।ତହୁଂ ଲୁହାର ଭୀମେକ ଯେ ଆଣିଲେ ଦେବହରିଧୃତିରାଷ୍ଟ କୋଳେଦିଲେ ଆକ୍ରେଷଣ କରି ।୫।ମହା ବଳବନ୍ତା ଧୃତିରାଷ୍ଟ ବଜ୍ରସେନାଭୁଜେ ଭିଡନ୍ତେ ଲୋହାର ଭୀମ ହୋଇଲାକ ଚୂନା ।୬।ବଇବସୁତ ମନୁୟେ ପୁଚ୍ଛାକଲେ ଅଗସ୍ତିବଡ଼ାଇ ଆଶ୍ରିଜ କଥା ତ କହିଲ ବ୍ରହ୍ମଯତି ।୭।ଲୋହାର ଭୀମ କାହିଂ ଥିଲା ୟେଡ଼େ ଯୋଗେଧାତିକାରେ କୃଷ୍ଣ ଆଣିଦିଲେ ଅତି ବେଗେ ।୮।ଅଗସ୍ତି ବୋଇଲେ ଆହୋ ଶୁଣସି ସୁବୁଦ୍ଧିଧୃତିରାଷ୍ଟ ଶତେପୁତ୍ର ଉପୁଜିଲା ବିଧି ।୯।ଧୃତିରାଷ୍ଟ ବୋଇଲେ ଶୁଣସି ବିଦୁରପୁଅନ୍ତ ଆଣରେ ମୁଂ ଧରଇ କୋଡ଼ର ।୧୦।ବିଦୁର ବୋଇଲା ତୋହୋର ଜ୍ୟେଷ୍ଠ ପୁତ୍ର ୟେଟିୟେକାଙ୍ଗ ଛତ୍ର ସେ ହୋଇବ ନବସୃଷ୍ଟି ।୧୧।ଶଙ୍ଖନିଧି ପଦ୍ମନିଧି ଅଛଇ ତାହାର କରେପଦ୍ମ ବିଘଂସଇଟି ଯାହାର ପୟରେ ।୧୨।ଅନେକ ରାଜାର ହୋଇବ ମଉଡ଼ମଣିଅନୁବ୍ରତେ ୟେହାର କନ୍ଧୁ ନଛାଡ଼ିବେ କମଳିଣୀ ।୧୩।ୟେହାର ଲକ୍ଷଣ ମୋତେ ଦିଶଇ ଲଲାଟ ପାଟିରେଭୀମର ହାଥରେ ବଧ ସେ ହୋଇବ ଶେଷ କାଳେ ।୧୪।କର୍କଶ ମଧୁପିଙ୍ଗଳ ଅଟେ ୟା ପ୍ରକୃତିୟେ ପୁତ୍ର ମାରି ଅନେଶ୍ୱତ ପୁତ୍ର ଘେନି ହୋଅ ୟେକାଙ୍ଗଚକ୍ରବ୍ରତୀ ।୧୫।ୟେହାରେ ବଂଶ ତୋହୋର ହୋଇବ ବିନଶ୍ୟତିବେଗେ ୟେହାକଇଂ ନାଶକର ଶୀଘ୍ର ଗତି ।୧୬।ଧୃତିରାଷ୍ଟେ ବୋଇଲେ ୟେହେନେକ ମୋହୋର ବିତକ୍ଷଣ ପୁତ୍ରରାଜ୍ୟଧର ପୁତ୍ରକଇଂ ମୁଂ ନାଶ କରିବି କେମନ୍ତ ।୧୭।ଲୋହାର ଭୀମେକ ଯେ ଗଢ଼ାଇଲା ଧୃତିରାଷ୍ଟଦ୍ରିଯୋଧନକଇଂ ବୋଲନ୍ତି ୟେହାକୁ ନିଠାଇଣ ପିଟ ।୧୮।ଲୋହଗିରି ସମ ଅଟେ ୟେହାର ଦୀର୍ଘସ୍ଥଳୀପିଟିଣ ପୁତ୍ରରେ ତୁ ହୁଅ ମହାବଳୀ ।୧୯।ସେ ଲୋହାର ଭୀମକଇଂ ଆଖଡ଼ା ଶାଳେ ଥାପିତାହାକୁ ଆକ୍ରେଷିଣ ଦ୍ରିଯୋଧନ ନିତ୍ୟେ ଗଦା ପ୍ରହାରକରଇ କ୍ଷେପି ।୨୦।ଭୀମକୁ ମାରିବାକୁ ନିତ୍ୟେ କରଇ ଅଭ୍ୟାସଆଖଡ଼ା ଶାଳେ ଥାଇ ସେ ରାତ୍ର ଯେ ଦିବସ ।୨୧।ସେ ଲୋହାର ଭୀମକୁ ବହି ଆଣିଲେ ଭୀମ ଅର୍ଜୁନ ନକୁଳସହଦେବ ଚାରିହେଂଧୃତିରାଷ୍ଟର କୋଳେ ବସାଇଲେ ସନ୍ଦେହେ ।୨୨।ସେ ଭୀମକୁ ଚାପିଲେ ଧୃତିରାଷ୍ଟ ନୃପତିକୋଳେ ଆମଞ୍ଚନେ ଗୁଣ୍ଡି ହୋଇଲା ତତକ୍ଷଣାନ୍ତି ।୨୩।ଆହୋ ଚଇତନ ଧୃତିରାଷ୍ଟ ମୁଖରୁ ଘନଘନ ବହଇ ଶ୍ରୋଣିପଡ଼ିଲା ଧୃତିରାଷ୍ଟ ଯେ ବଜ୍ରଘାତ ଜାଣି ।୨୪।ଦଶସହସ୍ର ମତ୍ତହାଥୀର ପ୍ରାକ୍ରମ ସେ ଲୋହାର ଭୀମସେନବେନି ଅହିବ୍ରତ ହାଥୀର ପ୍ରାକ୍ରମ ଧୃତିରାଷ୍ଟ ରାଜନ ।୨୫।କୋଳେ ଧରି ବିଦୁରେ ଯେ ମୁଖେ ଜଳ ସିଞ୍ଚିସାଷ୍ଟାମ ନିମନ୍ତେ ସେ ଆଲାଟ ଧରି ବିଞ୍ଚି ।୨୬।ଚେତନା ପାଇଣ ସେ ନୃପତି ଧୃତିରାଷ୍ଟଭୀମର ନାମ ଧରି ସେ ରୋବଇ ମହାକଷ୍ଟ ।୨୭।କୁଳ ମଣ୍ଡନ ପୁତ୍ର ଆରେ ମୋହୋର ବ୍ରିକୋଦରଅକାଦ ସମୋଦ୍ରେ ମୁଂ ପଶିଲି ମୂର୍ଖ ଛାର ।୨୮।ତୋହୋର ପରା ପୁତ୍ର ମାଇଲି ମୁଂ ମନ୍ଦଆଉକି ଫେରି ଆସିବ ମୋ ମାନଗୋବିନ୍ଦ ।୨୯।କାହିଂକି ଭାମସେନକୁ ମୁହିଂ ଯେ ମାଇଲିକିମ୍ପାଇ ୟେହେନେକ ମନ୍ଦକର୍ମ କଲିଭୀମକଇଂ ମାରିକି ମୋହୋର ପୁତ୍ରନ୍ତ ପାଇଲି ।୩୦।ଅନେକ ବିଳାପ କରଇ ଧୃତିରାଷ୍ଟତାହା ଶୁଣି ଭୀମସେନ ଅଧର କଲା ପୁଷ୍ଟ ।୩୧।ଗଦା ବୁଲାଇଣ ଯେ ମାରି ଲୋଡ଼ଇ ଭୀମଯୁଝେଷ୍ଠି ବୋଇଲେ ବାବୁ ପିତାକୁ ନକର ତମ ।୩୨।ପୁତ୍ରଂକ ନିଧନେ ହୋଇ ଅଛି ବଇରାଗୀପିତାମହ ୟେ ଅଟନ୍ତି ୟେହାର ଦୋଷ ପରିତ୍ୟାଗି ।୩୩।ଶ୍ରୀକୃଷ୍ଣ ବୋଇଲେ ହୋ ଶୁଣସି ଧୃତିରାଷ୍ଟଭୀମକୁ ମାଇଲୁ ତୋର ୟେବେ ଗଲା ତ ପୁତ୍ରକଷ୍ଟ ।୩୪।ଆବର କ୍ରୋଧ ତୁ ଯେ କରୁ କିସ ଅର୍ଥେବୃଦ୍ଧ କାଳେ ରାଜ୍ୟେ ତୁହି କର ହୋ ନିଚିନ୍ତେ ।୩୫।ଭୀମାର ନିଧନେ ପାଣ୍ଡବେ ହୋଇଲେ ନିରିମାକ୍ଷୀକ୍ରୋଧ ସମ୍ଭାଳି ମହାରାଜା ହୋଇଲୁ ମହାସୁଖୀ ।୩୬।ଶ୍ରୀକୃଷ୍ଣର ବଚନେ ହସଇ ଧୃତିରାଷ୍ଟକ୍ରୋଧ ଶାନ୍ତି ହୋଇ ପାସୋରିଲା ପୁତ୍ରକଷ୍ଟ ।୩୭।ଶ୍ରୀକୃଷ୍ଣ ବୋଇଲେ ତୁମ୍ଭେ ଶୁଣ ମହାରାୟେତୋହୋରି ବୋଲେ କି ଭୀମ ହୋଇବଟି କ୍ଷୟେ ।୩୮।ଭୀମସେନ ବୋଇଲା ସୁଖୀ ହୋଇଲ ହୋ ପିତାମୁହିଂଟି ଭୀମସେନ ତୋହୋର ଶତେ ପୁତ୍ରହନ୍ତା ।୩୯।ୟେହେନେକ କୂଟବୁଦ୍ଧିରେ କି ପାଣ୍ଡବନ୍ତ ପାଇସର୍ବଗ୍ୟଂ ପୁରୁଷନାଥ ଯାହାକୁ ଅଟନ୍ତି ସାହି ।୪୦।ଅନେକ ଝିଂଘାସି ଯେ ବୋଇଲେ ପାବେନିଧୃତିରାଷ୍ଟ ଚକ୍ଷୁରୁ ବହଇ ଜଳ ଶ୍ରାବଣ ଧାରା ଜାଣି ।୪୧।କୋଳେ ଧରି ବିଦୁର ଧୃତିରାଷ୍ଟକଇଂ ବୋଇଲେକ୍ରୋଧ ସମ୍ଭାଳ ଭ୍ରାତ କିଛି କାର୍ଯ୍ୟ ତ ନୋହିଲା ।୪୨।ଧୃତିରାଷ୍ଟ ବୋଇଲେ ମୁଂ କେହ୍ନେ ଦେହ ଧରିବିପୁତ୍ରଂକ ଅଭାବେ ମୁଂ କିସ ଯେ କରିବି ।୪୩।ଚାଲ ହୋ ବିଦୁର ଯିବା ୟେବେ କୁରୁକ୍ଷେତ୍ରରଥ ଆରୋହିଣ ଚଳିଲେ ତୁରିତ ।୪୪।ସଞ୍ଜୟ ସାରଥି ଯେ ବାହିଲାକ ରଥଶ୍ରୀକୃଷ୍ଣ ସହିତେ ଗଲେ ପାଣ୍ଡବ ପଞ୍ଚଭ୍ରାଥ ।୪୫।ଶ୍ରୀକୃଷ୍ଣ ପାଣ୍ଡବନ୍ତ ଘେନିଣ ଚଳିଗଲେବେନି ବଂଶରୁ ତେରଜଣ ମାତ୍ରକ ରହିଥିଲେ ।୪୭।କୁରୁକ୍ଷେତ୍ର ମଧ୍ୟେ ଯାଇଂ ପ୍ରବେଶ ହୋଇଥିଲେଶ୍ରୀକୃଷ୍ଣ ଅଗ୍ରତେ ତହୁଂ ଗାନ୍ଧାରୀ ବୋଇଲେ ।୪୮।ଅନ୍ଧପଟଳ ମୁଖରୁ ଫେଇଲେ ଗାନ୍ଧାରୀଦେଖଇ ବଂଶଯାକ ଅଛଇ ଅପହାରି ।୪୯।ଦେଖ ଦେଖ ଶ୍ରୀକୃଷ୍ଣ ୟେ କୁରୁକ୍ଷେତ୍ର ଭୂଇଂକିମ୍ପେ ରଥଯାନ ଛାଡ଼ି ଶୋଇଲେକ ମହୀ ।୫୦।ଦ୍ୱାଦଶ ଯୋଜନଯାୟେ ମୃତୁପିଣ୍ଡ ପରିୟେକକୁ ଆରେକ ଶୋଇଛନ୍ତି ଆଲିଙ୍ଗନ କରି ।୫୧।ଅନେକ ରାଜାୟେ ଅଇଲେ ୟେ ଭୂଅତଳେଶୁତିଲେ ରଣଭୂମିରେ ଅଳକାର ନାଥ ଜାଣି କାମିନୀଂକମେଳେ ।୫୨।ରତ୍ନର କଙ୍କଣମାନ ରବିର ତେଜ ଜାଣି ଦିଶିଚନ୍ଦ୍ରକିରଣ ଯେହ୍ନେ ବିରାଜିଲା ନିଶି ।୫୩।ସମସ୍ତ ନିରୋପିଣ ଚାହଂଇ ଗାନ୍ଧାରୀଦେଖିଲା ସନ୍ୟ ସେନା ଅନେକ ଛନ୍ତି ପୂରି ।୫୪।ନିକ୍ଷେପି ଚାହାନ୍ତେ ଗାନ୍ଧାରସେନ ଦୁଲାଳୀଶରଶେଯ୍ୟାୟେ ଗାଙ୍ଗେବ କତିରେ ଯାଇଂ ମିଳି ।୫୫।ଦେଖ ଦେଖ ଶ୍ରୀକୃଷ୍ଣ ୟେ ଶାୟନ୍ତନୁର ସୁତସାଂଗ୍ରାମେ ସୁରାସୁର ଜିଣିମାକୁ ୟେ ସାମରଥ ।୫୬।ନିରୋପଇ ଗାନ୍ଧାରୀ ଭୀଷ୍ମଂକର ମୁଖମମ ପୁତ୍ରଂକ ଆଶ୍ରିତେ ପାଇଲେ ୟେତେ ଦୁଖ ।୫୭।ଧନ୍ୟ ୟେ ଭୀଷ୍ମେ କୁରୁବଂଶେ ଉପୁଜିଲେପିତାର ନିମନ୍ତେ ୟେହୁ ଦାରା ପରିତ୍ୟାଜ କଲେ ।୫୮।ଇଚ୍ଛାୟେ ମୃତୁ ୟେ ପାଇଲେକ ବରଇନୋହିଲେ କି ଭୀଷ୍ମ ରଣଭୂମିରେ ପଡ଼ଇ ।୫୯।ଗାନ୍ଧାରୀ ବୋଇଲା ୟେହେନେକ କୃତ କଲ ବାବୁଗତ ଆଗତକୁ ବାବୁରେ ବୁଡ଼ାଇଲ ସବୁ ।୬୦।ବାବୁ ଭୂରିସର୍ବା ବାଲହିକ କଳିଙ୍ଗସେନ ସୋମଦତ୍ତେବଂଶିକ ଲୋକନ୍ତରେ ନାଶ କଲଟି କେମନ୍ତେ ।୬୧।ଭୋ କୃଷ୍ଣ ଜାଣିଲଇଂ ମୁଂ ଭୀଷ୍ମଂକର ରୀତିଆପଣେ ମରିକରି ପାଣ୍ଡବନ୍ତ କଲେ ପ୍ରୀତି ।୬୨।ପାଣ୍ଡବଂକୁ ସ୍ନେହ ୟେ କରନ୍ତି ସର୍ବଦିନେୟେହାନ୍ତ ପାଣ୍ଡବରେ ମାଇଲ କେସନେ ।୬୩।ତହୁଂ ଶୋକ କରି ଗାନ୍ଧାରୀ ଚଳଇ କ୍ରୋଧ ଚିତ୍ତେଦେଖିଲା ପଡ଼ିଛନ୍ତି ଭାରଦ୍ୱାଦଶଂକ ସୁତେ ।୬୪।ହେ କୃଷ୍ଣଚନ୍ଦ୍ର ୟେହୁ ଦ୍ରୋଣ ଗୁରୁ ଯେ ଅଟନ୍ତିକେ ୟେହାକଇଂ ଜିଣିତେ ସାମରଥ ୟେହୁ ପୃଥୀ ।୬୫।ଅଚଳ ଚାଲିବାକୁ କେ ହୋଇଲା ସମରଥପୃଥୀ ତୋଳି ଧରିବାକୁ କେ ହୋଇଲା ୟେକଛତ୍ର ।୬୬।ଅଣଚାଶ ମୂର୍ତ୍ତ ଧରି ଯେବେ ବହଇ ପବନତେବେ ସେ ଜାଣିବାନା ହୋ ଦ୍ରୋଣଂକର ନିଧନ ।୬୭।କେବଣ ହିଂ ରୋଳୟେ ଦେବ ଯେ ମୁରାରିକିମ୍ପାଇଂ ଦ୍ରୋଣେ ଯେ ପଡ଼ିଲେ ପ୍ରାଣହାରି ।୬୮।କୋଳେଣ ଅନ୍ଧାରାଜା ଧରିଣ ରୋବନ୍ତେହା ହା ବୋଲି କରି ତହିଂ ରୋଦନ ଦିଅନ୍ତେ ।୬୯।ଯାହା ତହୁଂ ଶିଖି ବିଦ୍ୟା, ପାଥ ଦେବକାର୍ଯ୍ୟ କଲାତାହାକଇଂ କେସନେକେ ରଣେଣ ମାଇଲା ।୭୦।ଆହୋ କୃଷ୍ଣ, ଦ୍ରୋଣ ଆଚାର୍ଯ୍ୟେ ୟେହାଂକର ଗୁରୁମୋହୋର ପୁତ୍ରନ୍ତ ଛାଡ଼ି ୟେହାନ୍ତ ସ୍ନେହ କରୁ ।୭୧।ଦ୍ରୋଣଆଚାର୍ଯ୍ୟେ ଅର୍ଜୁନକୁ ବହୁତ ସ୍ନେହକରିକେମନ୍ତେ ସତ ବଳିଲା ୟେହାନ୍ତ ବଧ କରି ।୭୨।ପିଅର ଗୁରୁ ନାଶ କରି କିସ ୟେହାଂକର ସୁଖଗୁରୁବଧ କଲ ଚାଣ୍ଡାଳେ ରେ ତୁମ୍ଭର ନଚାହିଂ ଯେ ମୁଖ ।୭୩।କ୍ରୋଧ କରିଣ ତହୁଂ ଚଳଇ ଗାନ୍ଧାରୀଦେଖଇ ଆଗରେ ଯେ କର୍ଣ୍ଣ ଶରଘାତେ ଅଛିପଡ଼ି ।୭୪।ଦେଖିଣ ଗାନ୍ଧାରୀ ଯେ ବୋଲଇ କୃଷ୍ଣେ ଚାହିଂତ୍ରଇଲୋକ୍ୟେ ଅଜୟେ କର୍ଣ୍ଣ ଛାଡ଼ିଲା କେହ୍ନେ ଦେହୀ ।୭୫।ୟେହାର ବାହୁ ବଳକୁ ଆଶ୍ରେ କରି ପୁତ୍ରେ ଯୁଦ୍ଧକଲାୟେତେବଡ଼ ବୀର କେହ୍ନେ କୁରୁକ୍ଷେତ୍ର ମଣ୍ଡଳେ ପଡ଼ିଲା ।୭୬।ହା ହା କର୍ଣ୍ଣ ବୋଲିଣ ଧଇଲା କୋଳାଗ୍ରତେଆରେ ତୁମ୍ଭର ସୋଦର ୟେହୁ, ମାଇଲ କେମନ୍ତେ ।୭୭।ବାବୁ କର୍ଣ୍ଣରେ ଅଭେଦ କପଚ ବଜ୍ରଛଉଂରୀ ଅମୃତ କୁଣ୍ଡଳକପଟେ ତୋର ତହୁଂ ଦାନ ମାଗିନେଲେ ଆଖଣ୍ଡଳ ।୭୮।ଧୀର ହୋଇ ଚରଣ ଭୂମିରେ ପଡ଼ିବା ନିମନ୍ତେଶତେ ଭାର ସୁବର୍ଣ୍ଣ ବସୁଧା ଲାଞ୍ଚ ଦିଅଇ ନିତ୍ୟେ ତୋତେ ।୭୯।ବାବୁ ବାସବ ଦେବତା ତୋଷିଣ ପାଇଲୁ ବଜ୍ର ଯେ ଶକତିୟେତେ ସଞ୍ଚିତ କରି କିମ୍ପେ ନୁଆରିଲୁ ବ୍ରତି ।୮୦।ୟେ କର୍ଣ୍ଣକୁ କେମନ୍ତେ ମାଇଲୁ ରେ ଅର୍ଜୁନତୋହୋର କଲା କୃତ୍ୟଟି ହାଦେ ଦେବକୀ ନନ୍ଦନ ।୮୧।ୟେ କୁରୁସାଗର ଯେ କାହାର ବଳେ ହୋୟେ ଜିଣିଉପାୟେ କରି ୟେହା ମରାଇଲୁ ଚକ୍ରପାଣି ।୮୨।ତହୁଂ ରୋଦନ କରିଣ ଚଳଇ ଗାନ୍ଧାରସେନର ଦୋହିତୀଦେଖଇ ଧୁଶାସନ ପଡ଼ିଅଛଇ ବିକୋତି ।୮୩।ଦେଖ ଦେଖ କୃଷ୍ଣୟେ ଧୁଶାସନ ମୋର ପୁତ୍ରରୋଧିରେ ପଖାଳଣ ହୋଇଛି ୟେହାର ଯେ ଗାତ୍ର ।୮୪।ଧନ୍ୟ ଧନ୍ୟ ରେ ଭୀମସେନ ପ୍ରତଗ୍ୟାଂ ତୋହୋର ଧନିରୋଧିରେ ପଖାଳିଲୁ ଯେ କେଶ ଜିଘ୍ନସେନୀ ।୮୫।କ୍ଷତ୍ରୀ ପଣ କରିରେ ସମରେ ମରାଇଲୁହିଆ ବିଦାରି କିମ୍ପେ ରୁଧିର ପାନ କଲୁ ।୮୬।ବୋଲଇ ଭୀମସେନ ନାହିଂ ମୋର ଦୋଷପୂର୍ବର ପ୍ରତଗ୍ୟାଂ ସାଚା କଲି ଗୋ ଦେଖିଲେ ତ୍ରିଦଶ ।୮୭।ଭୀମସେନ ବୋଇଲା ଗୋ ଓଷ୍ଠ ପାତ୍ରେ ଲାଇଲି ଗାତ୍ରଅପକୀର୍ତ୍ତି ହୋଇବ ବୋଲି ଗୋ ନକଲି ଗର୍ଭଗତ ।୮୮।ଦ୍ରୋପତୀର କେଶ ଗୋ ୟେ ଧଇଲା ଯେବଣ ହାଥେସେ ହାଥ ଉପାଡ଼ିଲି ଗୋ ମାନଗୋବିନ୍ଦ ଦେଖନ୍ତେ ।୮୯।ଚଳଇ ଗାନ୍ଧାରୀ ଯେ ବିଦୁର ତୁଲେ ଘେନିଦେଖିଲେ ପଡ଼ିଅଛି ମନ୍ତ୍ରୀବର ଶକୁନି ।୯୦।ଆରେ ବାବୁ ତୁହିରେ ଗାନ୍ଧାର ଦେଶ ଆଧିପତିସୁବୁଦ୍ଧି ମନ୍ତ୍ରୀ ତୁହି ଉପାୟେ ଚକ୍ରବ୍ରତୀ ।୯୧।ଅନମିତେ ମାନଗୋବିନ୍ଦ କଲା ଯେଉଣଇ କୃତ୍ୟପାଷାଣ ଘରେ ପୂରୋଇ ମାଇଲା ମୋର ତାତ ।୯୨।ତହୁଂ ଉବୁରିଲୁ ତୁ ତୋହୋର ବୁଦ୍ଧି ବଳେପିତାରକଇଂ କାରଣ ତୁ କଲୁ ୟେତେ କାଳେ ।୯୩।ଦେଖ ଦେଖ ଶ୍ରୀକୃଷ୍ଣ ୟେ ମୋହୋର ସହୋଦ୍ର ଯେ ଭାଥଉପାୟେ କରି ୟେଟି ମରାଇଲା ସମସ୍ତ ।୯୪।ଭାଇଂକି କିସ ଦୋଷ ଦେବା ହୋ ଜଗୁନାହାଶୋକ ନରହଇ ମୁଂ ଦେଖିକରି ୟେହା ।୯୫।ୟେ ଯେବେ ଶ୍ରୀକୃଷ୍ଣ ନ କରନ୍ତା ୟେଡ଼େ କୃତ୍ୟକିମ୍ପାଇ ମରନ୍ତେ ହରି ୟେ ମୋହୋର ଶତେ ପୁତ୍ର ।୯୬।ଭୋକୃଷ୍ଣ, କୁରୁପାଣ୍ଡବ ବେନିବଳ ନିମଞ୍ଜିଲାଶକୁନିର ହେତୁ ୟେତେ କୃତ୍ୟଟି ହୋଇଲା ।୯୭।ଆରେ ଆରେ ଶକୁନି ତୁ ନର୍କଗତି ପାଅଦୁର୍ବୁଦ୍ଧି ପଣେ ମରାଇଲୁ ୟେ ମୋହୋର ପୁଅ ।୯୮।ତହୁଂ ଚଳିଯାନ୍ତେ ଗାନ୍ଧାରୀ ଦେଖିଲା ଜଦ୍ୟରଥୟେ କିସ ଦୋଷ କଲାରେ ୟେହାକୁ ମାଇଲୁ ବୀର ପାଥ ।୯୯।ଦୃଶୀଳା କି ତୁମ୍ଭରରେ ନୁହଇ ଭୟେଣୀବେଳେକ ଦୋଷ କିମ୍ପା ଉପେକ୍ଷା ନକଲୁ ଫାଲଗୁନି ।୧୦୦।ବୋଲଇ ଫାଲଗୁନି ଶୁଣସି ଗୋ ମାତକପଟେ ଅଭିମନ୍ୟୁକୁ ମରାଇଲ ଜଦ୍ୟରଥ ।୧୦୧।ବନସ୍ତେ ହରି ଆଣୁଥିଲା ସେ ଆମ୍ଭର ଭାରିଜାଦୃଶୀଳାର ଉପ୍ରୋଧ ବେଳେକ କଲୁ ଆମ୍ଭେ ତେଜ୍ୟା ।୧୦୨।ତହୁଂ ରୋଦନ କରି ଚଳଇ ଧୃତିରାଷ୍ଟର ରାଣୀଅଠାଣୋଇ ଭାଇ ପଡ଼ିଅଛନ୍ତି ବହଇ ଘନଘନ ଶ୍ରୋଣି ।୧୦୩।ହା ହା ପୁତ୍ରରେ ମମ ପ୍ରାଣସମ ସରିସମ୍ପଦ ନ ଦେଖିଲି ଅନ୍ଧପଟଳ ବାନ୍ଧିକରି ।୧୦୪।ୟେ ତୁମ୍ଭର ବିପତ୍ତି ଦେଖିଲିରେ ବାବୁଦେଖହେ ଶ୍ରୀକୃଷ୍ଣ ସଂପୋଡ଼େଣ ବଂଶ ମୋର ନାଶକଲସବୁ ।୧୦୫।ଉଚ୍ଚସ୍ୱରେ ରୋଦନ କରି ଦେବୀ ପଡ଼ିଗଲା ମୃଚ୍ଛାୟେତେ ପୁତ୍ର ଉପୁଜାଇ ହୋଇଲି ମୁହିଂ ତୁଚ୍ଛା ।୧୦୬।ବିଦୁର ସଞ୍ଜୟ ଦୁହେଂ ତାଂକୁ ଧଇଲେକ ତୋଳିବୋଇଲେ ଗାନ୍ଧାରୀ ଦେଖ ଦେଖ ହୋ ବନମାଳୀ ।୧୦୭।ଆସ ବାବୁ ଭୀମସେନ ରେ ଚାହଂଇ ତୋର ମୁଖକେସନେକେ ପାସୋରିବି ରେ ଶତେ ପୁତ୍ର ଦୁଖ ।୧୦୮।ତହୁଂ ରୋଦନ କରିଣ ଚଳିଲେ ରାଜାରାଣୀବ୍ୟାସ ସରୋବର ତୀରେ ମିଳିଲେ ତତକ୍ଷଣି ।୧୦୯।ଦେଖିଲେ ଅବସ୍ତାୟେ ପଡ଼ିଛି ଦ୍ରିଯୋଧନ ନୃପମଣିକାତରେ ରୋବଇ ଦେବୀ ଦ୍ରିଯୋଧନ ଗୁଣ ଗୁଣି ।୧୧୦।ମଣିମୟ ମୁକୁଟ ଯେ ହୃଦେ ଶୋହେ ରତ୍ନହାରାନିର୍ମଳ ମେଘେ ଯେହ୍ନେ ଉଦେ ହୋନ୍ତି ଲକ୍ଷେତାରା ।୧୧୧।ଅନେକ ଦେଶର ଯେ ପଡ଼ିଅଛନ୍ତି ଦଣ୍ଡଧାରୀମିଣିମୟ ମୁକୁଟ ଭୂମିରେ ଛନ୍ତିପଡ଼ି ।୧୨୨।ଦେଖିଣ ଗାନ୍ଧାରୀ ଯେ ମୃଚ୍ଛାଗତ ଗଲାସଚେତ ହୋଇ ପୁଣି ଅନେକ ଶୋକ କଲା ।୧୧୩।କିମ୍ପାଇଂ ଭୀମସେନ ରେ ୟେଡ଼େ ଅଧର୍ମ କୃତ୍ୟ କଲୁଦ୍ରିଯୋଧନ ଜାନୁରେ କିମ୍ପେ ଗଦାୟେ ପିଟିଲୁ ।୧୧୪।କୋଟିୟେ କିରଣ ରଶ୍ମି ଯେଉଂଣ ମୁକୁଟପାଦେଣ ତାହାକୁ ଚୂର କଲୁରେ ପାପିଷ୍ଠ ।୧୧୫।ବୋଲଇ ଭୀମସେନ ଶୁଣସି ଗୋ ମାତଦ୍ରୋପତୀ ଜାନୁ ଯେ ଦେଖିଲା ତୋର ପୁତ୍ର ।୧୧୬।ତେଣୁ କରି ଶାପ ଦିଲେକ ଦ୍ରୋପତୀଯାଅରେ ଦ୍ରିଯୋଧନ ତୋତେ ହୋଉ ଜାନୁ ଭଗ୍ନ ଶାସ୍ତି ।୧୧୭।ଅପାର ଦୋଷ ଗୋ କଲେ ତୋର ପୁତ୍ରଅଜାତ ଶତ୍ରୁକୁ ଗୋ ଖେଳାଇଲେ ଜୂତ ।୧୧୮।ତେର ବରଷକୁ ଗୋ କଲାକ ନିୟମକୃଷ୍ଣକୁ ପେଷିଣ ଗୋ ମାଗିଲୁ ପଞ୍ଚୁଗ୍ରାମ ।୧୧୯।ଦୂତପଣେ ବିଳମ୍ୱେ ସେ ଅଇଲେ ମୁରାରିସେକାଳେ ପୁତ୍ରନ୍ତ ଗୋ ନୁଆରିଲୁ ତିଆରି ।୧୨୦।ତୁହିକି ନଜାଣୁ କପଟେ ଖୁଆଇଲେ ମୋତେ ବିଷଲଡୁଆହୁରି ଆମ୍ଭନ୍ତ କହୁ ତୋହୋର ମୁହଂ ପୋଡୁ ।୧୨୧।ଜତୁର ଘରେକ ଯେ ଭିଆଇଲେ କୂଟେରାତ୍ରେଣ ତାହା ପୋଡ଼ିଦିଲେ ଗୋ କପଟେ ।୧୨୨।ସଦାବାଟି ଲୋକନ୍ତ ଗୋ ଦିଲେକ ୟେହେନେକେ ଶାସ୍ତିକେତେ ଝିଂଘାସ ଗୋ ସହିବ ପ୍ରଜାପତି ।୧୨୩।ଆମ୍ଭମାନଂଙ୍କୁ ପଶିତେ ନଦିଲେକ ରାଜ୍ୟକୁସେକାଳେ କିମ୍ପେ ନତିଆରିଲ ପୁଅଂକୁ ।୧୨୪।ମଧ୍ୟପାତ୍ର ପଣେ ଯେ ପୁଣିଗଲେ ଜନାର୍ଦ୍ଦନସଭାର ତଳେ କୃଷ୍ଣଂକୁ କଲେ ଅପମାନ ।୧୨୫।ସେକାଳେ ତିଆରିଣ କିମ୍ପେ ନକଲୁ ଗୋ ମାୟେଅତି ମନ୍ଦବୁଦ୍ଧିରେ ଗୋ ଅବଶ୍ୟ ଅପଜୟେ ।୧୨୬।ପୂର୍ବର ପରାଭବ ମା ଗୋ ଅଦୃଷ୍ଟକୁ ନିନ୍ଦୁସେକାଳେ ନବୁଝି ଗୋ ୟେବେ କିମ୍ପେ କାନ୍ଦୁ ।୧୨୭।ପୁଣିହିଂ ରୋଦନ କରି ଗାନ୍ଧାରୀ ବୋଇଲାମାଇଲା ଉତ୍ତାରେ ମନ ତୋର ଶାନ୍ତି ଯେ ନୋହିଲା ।୧୨୮।ପଡ଼ିଲା ଦ୍ରିଯୋଧନ ଯେ ଗଦାଘାତ ପାଇପଡ଼ିଲା ଉତ୍ତାରେ ମୁକୁଟ ମର୍ଦ୍ଦିଲୁ କିମ୍ପାଇଂ ।୧୨୯।ଅନେକ କ୍ରୋଧ ଦେବୀ ହୋଇଲେ ଅସମ୍ଭାଳମାନଗୋବିନ୍ଦ ରାଜାକଇଂ ଉଠିଯାଇ କଲା କୋଳ ।୧୩୦।ଉଠ ଉଠ ବାବୁରେ ମାନଚକ୍ରବ୍ରତୀକେତେ ନିଦ୍ରା ଯାଉରେ ପ୍ରସର ହୋଇଲାନି ରାତି ।୧୩୧।ବାବୁ ଶତେକ ଯୁବତୀ ତୋତେ ଚାମର ଢାଳନ୍ତିହଂସୁଲି ତୁଳିରେ ନିଦ୍ରା ନମାଡ଼ଇ ନିତି ।୧୩୨।ସହସ୍ରେ ପଳ କସ୍ତୁରୀ ଲେପନ ତୋହୋର କାୟେୟେବେ ତ ଶରୀର କଲୁ କିମ୍ପେ ରକତମୟେ ।୧୩୩।ଛଳେ ବହିଲୁ ତୁ ରେ ପୁତ୍ର ନିରଞ୍ଜନ ପଦଅତିମାନେ ନାମ ତୋ ହୋଇଲା ମାନ ଯେ ଗୋବିନ୍ଦ ।୧୩୪।ପୁଣି ବୋଲନ୍ତି ବାବୁ ହେ ଦେବ ଶୁଣି ତୁହିକଉରୋବ କାମିନୀ ଦୁଖ ଦେଖି ଦେହ ସହୁ ନାହିଂ ।୧୩୫।କେହି ପତି କେହି ପୁତ୍ର କେହି ଭ୍ରଥା ନାତିକେହି ବା ବନ୍ଧୁ ବାନ୍ଧବ ପାଇଂ କାନ୍ଦୁଛନ୍ତି ।୧୩୬।କାକ ଶୃଗାଳ କୁକୁର ଗୃଧ୍ର ତୋଷ ବହିଶତ ଶତ ମୃତୁ ପିଣ୍ଡ ଭକ୍ଷୁଛନ୍ତି ଧାଇଂ ।୧୩୭।ସମର ନିହତ ବୀରଗଣଂକ ଦଶା ଚାହିଂବେଶବାସ କେଶପାଶ ହୀନେ ଶ୍ରୀ ହରାଇ ।୧୩୮।ହା ହା କାର କରି କାନ୍ଦୁଛନ୍ତି ଦେଖ ଦେଖକେବା ମୃତ ସୁହୃଦଂକ ଦେଖୁଛନ୍ତି ମୁଖ ।୧୩୯।କେବା ତାଂକ ଗୁଣ ଗୁଣି କୁରରୀ ପରାୟେକାନ୍ଦୁଛନ୍ତି ନେତ୍ରୁ ନୀର ଝରଝର ବହେ ।୧୪୦।କେବା ବକ୍ଷ କର ତାଡ଼େ କେ ମହୀରେ ଗଡ଼େକେବା ପ୍ରାଣନାଥ ବୋଲି ଉଚ୍ଚେ ରଡ଼ି ଛାଡ଼େ ।୧୪୧।ଚନ୍ଦ୍ର ସୂର୍ଯ୍ୟ ଯାହାଂକର ଛାଇ ଦେଖିନାହିଂସେମାନେ ୟେଠାରେ ଭ୍ରମୁଛନ୍ତି ବାଇ ହୋଇ ।୧୪୨।ଅଷ୍ଟାଦଶ କ୍ଷଉଣୀ ସେନା ମହାପ୍ରାଣୀଯମଘରର ଅତିଥି ହୋଇଲେ ଚକ୍ରପାଣି ।୧୪୩।ଦେଖ କୃଷ୍ଣ ବିହ୍ୱଳ ଭାନୁମତୀ ଦ୍ରିଯୋଧନ ନାରୀମୃତ ପତି ବକ୍ଷେ ମଥା ଅଛି ନତ କରି ।୧୪୪।କାନ୍ଦୁଛନ୍ତି ମୋତେ ଛାଡ଼ିକରି କେଣେ ଗଲଅମିୟ ବଚନ ପଦେ ବାରେ ନ କହିଲ ।୧୪୫।ବିରାଟ ରାଜକୁମାରୀ ଉତ୍ତରୀ ସୁନ୍ଦରୀମୃତ ଅଭିମନ୍ୟୁ ମୁଖ ନୟନେ ନିହାରି ।୧୪୬।କର୍ଣ୍ଣ ଦ୍ରିଯୋଧନାଦିଂକୁ କରୁଛି ଧିକ୍କାରନେତ୍ର ନୀରେ ହୋଇଅଛି ଅଂଗ ଜରଜର ।୧୪୭।କହୁଛି ହେ ନାଥ ଛଡ଼ ମାସ ହେଲା ମୋତେବିଭା ହୋଇଗଲ ସତ ବଳିଲା କେମନ୍ତେ ।୧୪୮।ସର୍ଗ ବିଦ୍ୟାଧରୀ ସଙ୍ଗେ ରହିବ ସୁଖରେମୁହିଂ ସିନା ଘାଣ୍ଟି ହେଉଥିବି ଦୁଖ ଘୋରେ ।୧୪୯।କପାଳେ ବିଧାତା ମୋର ୟେହା ଲିହିଥିଲାତୁମ୍ଭ ମୁଖ ଦେଖିଯା ମୋ ଜୀବନ ନଗଲା ।୧୫୦।ଆନ ବଧୂଗଣ ଯାହା କରୁଛନ୍ତି ଶୋକତାହାତ ପ୍ରତକ୍ଷେ ଦେଖୁଅଛ ପଦ୍ମମୁଖ ।୧୫୧।ୟେହି ପରି ବହୁ ଶୋକ ଗାନ୍ଧାରୀ ଯେ କଲେଶୁଣିଣ ଦ୍ରହସିତ ହୋଇ ଶ୍ରୀକୃଷ୍ଣ ବୋଇଲେ ।୧୫୨॥
ଯେ ଯାହାର କଲା କର୍ମ ନୁହଇ ଯେ ଆନସେ କାଳେ ନକଲୁ କିମ୍ପେ ବିଦୁର ବଚନ ।୧୫୩।ସେ ବେଳର କଥା ନପଶିଲା ତୋର କର୍ଣ୍ଣେୟେତେ ଶୋକ କାହିଂ ପାଇଂ କରୁ ଦେବୀ ମନେ ।୧୫୪।ଚାଲ ଚାଲ ଦେବୀ ଗୋ କୁରୁକ୍ଷେତ୍ର ବୁଲିଯିବାଦ୍ୱାଦଶ ଯୋଜନ ଭୂମି ବୁଲିଣ ଦେଖିବା ।୧୫୫।ଗାନ୍ଧାରୀ ବୋଇଲେ ଆହେ ଶୁଣ ପୀତବାସଆବର ରାଜାଂକୁ ଦେଖି ପ୍ରିୟୋଜନ କିସ ।୧୫୬।ଲକ୍ଷେ ରାଜା ୟେହିଠାରେ ହୋଇଛନ୍ତି ନାଶତାପରେ ତାପରେ ଗଡ଼ିଛନ୍ତି ନ ଦିଶଇ ଦିଶ ।୧୫୭।ଶ୍ରୀକୃଷ୍ଣ ବୋଇଲେ ସଭାରେ ମୁହିଂ ପାଇଲି ହାଦେ ବଡ଼ ଲାଜତେଣୁ କରି କରାଇଲି ଗୋ ପାଣ୍ଡବଂକରେ କାର୍ଯ୍ୟ ।୧୫୮।ଶୁଣିଣ ବଇକୁଲ୍ୟେ ଯେ ବୋଇଲେ ଗାନ୍ଧାରୀତୁହି ସେ ନାଶକଲୁ ବଂଶଯାକ ଦେବ ହରି ।୧୫୯।ଆନକଇଂ ଦୋଷ ତ ମୁଂ ନୁଆରଇ ଦେଇବେନି ବଂଶ ଅନ୍ୟୋଅନ୍ୱି କରାଇଲୁ ତୁହି ।୧୬୦।ଆନର ଚରିତ ୟେ ନୁହଇ ଦେବ ହରିୟେକଇ ବଂଶେ ତୁ କରାଇଲୁ ଯେ ବଇରି ।୧୬୧।ତୋହୋର ଗ୍ୟାନେ ନାଶଗଲାଟି ମୋର ବଂଶଭୋ କୃଷ୍ଣ ୟେହି ମତି ହୋଉ ତୋହୋର ବଂଶ ନାଶ ।୧୬୨।ୟେକ ସୋଦରେ ଯେ ଅନ୍ୟୋଅନ୍ୱି କରାଉୟେହି ମତି ତୋହ ବଂଶ ନାଶଯାଉ ।୧୬୩।ୟେ ବଚନ ଶୁଣି ସ୍ୱାମୀ ଉତସଲ୍ୟ କାୟେଉତ୍ତମ ଶାପ ମୋତେ ଦିଲୁସି ଗୋ ମାୟେ ।୧୬୪।ମୁହିଂ ସେ ଆନକୁ କରଇ ନାଶ ଅନ୍ତକାଳେମୋତେ କେହୁ ପ୍ରମାଦ ଚିନ୍ତିବ ରବି ତଳେ ।୧୬୫।ଆପଣେ ଆପଣେ ମରିବେ ଗୋ ହୋଇବ ସତ୍ୟୟେ ବଚନ ପ୍ରାପତ ହେଉ ଗୋ ମୋତେ ମାତ ।୧୬୬।କୃଷ୍ଣର ବଚନେ ଗାନ୍ଧାରୀ ପାଇଲାକ ଲାଜଭଲା ଶାପ ଦିଲି ହରିଂକି ହୋଇଲା ଦେବ କାର୍ଯ୍ୟ ।୧୬୭।ଲଜ୍ଜା ପାଇ ଗାନ୍ଧାରୀ ଯେ ହୋଇଲାକ ତୃଷ୍ଣିସମ୍ୱୋଧନା କରି ତହୁଂ ଆଣନ୍ତି ଯୁଝେଷ୍ଠି ।୧୬୮।ଯୁଝେଷ୍ଠି ବୋଇଲେ ଗୋ ମାତ ନକର ଆନଚିନ୍ତାମୁହିଂ ସେ ଅନୁକ୍ଷଣେ ତୁମ୍ଭଂକୁ ବିନୟେ ଭଗତା ।୧୬୯।ରଥ ବାହୁଡାଇ ଚଳନ୍ତି ଧୃତିରାଷ୍ଟ ନୃପତିଶ୍ରୀକୃଷ୍ଣ ବୋଇଲେ ସ୍ୱାମୀ ଶୁଣିମା ଯୁଝେଷ୍ଠି ।୧୭୦।ଚାଲ ଆମ୍ଭେ ଯିବା ତେଣେ ନାହିଂ କିଛି କାର୍ଯ୍ୟପାଟ ଅଭିଷେକ ହୋଇ ସୁଖେ କର ରାଜ୍ୟ ।୧୭୧।ତହୁଂ ଛଡ଼ ଜଣେ ଯେ କରନ୍ତି ଗବନଦ୍ରୋପତୀ ଆଗେ ଯାଇଂ କହନ୍ତି ଯୁଝେଷ୍ଠି ରାଜନ ।୧୭୨।ଶ୍ରୀକୃଷ୍ଣ ସମସ୍ତହିଂ ବୃତ୍ତାନ୍ତ କହିଲେମାୟା ଚରିତ୍ରେ ଶ୍ରୀକୃଷ୍ଣ ଆମ୍ଭନ୍ତ ରକ୍ଷାକଲେ ।୧୭୩।ଯାହାର ଚରିତ୍ର କହିଲେ ନ ସରଇହେଳେ ଯୁଝେଷ୍ଠିଂକି ଦିଲେ ରାଜ୍ୟ ଭାରଇ ।୧୭୪।ବ୍ରହ୍ମା ଅନ୍ତ କରି ନୁଆରିଲେ ମାୟା ଯାହାଂକରସେ କୃଷ୍ଣ ଚରଣେ ଶରଣ ମୋହୋର ।୧୭୫।ତ୍ରଇଲୋକ୍ୟ ଆଧିପତି ଅଟନ୍ତି ଜଗନ୍ନାଥମାୟା ରୂପେ ଅବତରି ଅସୁର କଲେ କ୍ଷୟନ୍ତ ।୧୭୬।ସେ ଦେବ ଦେବ ଚରଣେ ଶରଣ ଅନୁଦିନବଦୟନ୍ତି ସାରୋଳାଦାସ ବାକ୍ୟଦେବୀ ଆଗ୍ୟାଂ ପରିମାଣ ।୧୭୭।୨୫୯।
ସମ୍ବନ୍ଧିତ ରଚନା
ସାରଳା ମହାଭାରତ ଆଦିପର୍ବ (ପ୍ରଥମ ଖଣ୍ଡ)
ସାରଳା ଦାସ
ସାରଳା ମହାଭାରତ ବନପର୍ବ ( ପ୍ରଥମ ଖଣ୍ଡ )
ସାରଳା ଦାସ
ସାରଳା ମହାଭାରତ ବିରାଟପର୍ବ
ସାରଳା ଦାସ
ସାରଳା ମହାଭାରତ ମଧ୍ୟପର୍ବ (ପ୍ରଥମ ଖଣ୍ଡ)
ସାରଳା ଦାସ