ସାରଳା ମହାଭାରତ ବନପର୍ବ (ଦ୍ୱିତୀୟ ଖଣ୍ଡ)
ସାରଳା ଦାସ · ଭାଗ ୯ / ୧୧
ସମ୍ପୂର୍ଣ୍ଣ ସୂଚୀପତ୍ର
ନକୁଳର ସତ୍ୟନିଷ୍ଠା ଦର୍ଶନେ ରେବା ଦୈତ୍ୟର ପୁରସ୍କାର ଏବଂ
ବତ୍ସାହରଣ ଦୋଷେ ବ୍ରହ୍ମାଙ୍କ ଅପୂଜ୍ୟ ଅଭିଷାପତୁଳମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେମୂଳା ନକ୍ଷତ୍ର ଅଟଇ ପୁଣି ସେ ଦିନରେ ।୧।ଧୃତି ନାମେ ଯୋଗ ବିଷ୍ଟି ନାମରେ କରଣମେଷରାଶିକୁ ନବମ ଘରେ ଅଛି ପୁଣ ।୨।ଯୁଝେଷ୍ଠି ଦେବ ପଚାରିଲେ ଶୁଣ ହୋ ସହଦେବଆବର ବନବାସ ଆମ୍ଭର କେତେ ଦିବସ ହୋଇବ ।୩।କର ଯୁଗଳକଇଂ ଚାହିଂ ସହଦେବ କହଇ ସରୂପସ୍ୱାମୀ ଦ୍ୱାଦଶ ବରଷକୁ କହିବି ଛାଡ଼ିଣ କରି ଗୋପ୍ୟ ।୪।ସ୍ମାରଣ କରାୟେ ଆଦ୍ୟଦିନ ବନବାସକନ୍ୟାମାସ କୃଷ୍ଣପକ୍ଷ ଭୃଗୁବାର ଦିବସ ।୫।ତନୁ ମନୁ ଅଗ୍ନି ଯେ ପ୍ରମାଥି ଜଳଦଉଦାସୀନ ଧୃବ ହରି ଶରଣ ସାନୁମାନ ଆଦ୍ୟ ।୬।ଦଶ ବରଷକୁ ସମ୍ପୂର୍ଣ୍ଣ ହୋଇଲାନି ୟେମନ୍ତେଆବର ବେନି ବରଷ ହୋଇବ ଲେଖନ୍ତେ ।୭।ବରଷକେ ଦଶଦିନ ହୁଅଇ ବର୍ଦ୍ଧୁତଦଶ ବରଷକୁ ୟେହିମତେ ହୁୟେ ଦିବସେ ଶତ ।୮।ତିନିମାସ ଦଶଦିନ ହେବ ବିଧିମତେୟେଥିରେ ସନ୍ଦେହ ମାତ୍ର ନାହିଂ ଯେ କିଞ୍ଚିତେ ।୯।କୂଟ କପଟ ମନ୍ତ୍ରୀ ଅଟଇ ଶକୁନିଧର୍ମ ନ ଶୁଣଇ ଛିଦ୍ରକଥା ସେହୁ ଘେନି ।୧୦।କାଳେ ନ ବଞ୍ଚିବଟି ତୁମ୍ଭେ ତାହାର ବଚନଦ୍ୱାଦଶ ବରଷକୁ ହୋଇବଟି ବଢ଼ା ବିଶଶତେ ଦିନ ।୧୧।ଯୁଝେଷ୍ଠି ଦେବ ବୋଇଲେ ତୁ ମୋର ପଣ୍ଡିତ ସାନଭାଇଯୁଗତ ବୋଲକୁ ଆମ୍ଭେ ବଞ୍ଚିବୁଂ ଆର କାହିଂ ।୧୨।ବାବୁ କପଟ କୂଟ ହୋଇଲେ ତାହା ନିବାରଇ ଦଇବଆପାଦ କର୍ମ ବାବୁରେ ଆଉ କେତେକାଳ ଥିବ ।୧୩।ହୋଉ କିନା ବିଳମ୍ୱ ପଛେ ଯେମନ୍ତ ତାହା ଶୁଝଇମୋହୋର ବିଚାରେ ବନବାସ ଭଲଇଂ ବୁଝାଇ ।୧୪।ରାଜ୍ୟଭାର ବାବୁରେ ଅଟଇ ବଡ଼ାଇ ଜଞ୍ଜାଳଧର୍ମ ନ ଗୋଡ଼ାଇ ଯେ ପାତକ ଚିରକାଳ ।୧୫।ରାଗ ମୋହ ଦ୍ୱନ୍ଦ ଯେ ବହୁତର ଚିନ୍ତାହତ୍ୟା ବିବାଦୀ ଦଣ୍ଡ ନ ଯାଇ ଗଣିତା ।୧୬।ସହଦେବ ବୋଇଲେ ସ୍ୱାମୀ ଅଟଇ ଯୁଗତସୋଦର ହୋଇ ବିଚାର ନ କଲା ୟେମନ୍ତ ।୧୭।ଶକୁନି ବିଚାରେ ପଶିଲାଟି ମାନ ଯେ ଗୋବିନ୍ଦନ ଜାଣଇ ଚରିତ ଯତନେ କରଇ ଦ୍ୱନ୍ଦ ।୧୮।ୟେ ମୂଢ଼ରାଜା ଅଟଇ ଧୃତରାଷ୍ଟ୍ରିକାଳେ ଫଳିବ ନାହିଂ କି ଦେବ ୟେଥିର ଅରିଷ୍ଟି ।୧୯।ତହୁଂଣ ବିଜେକରି ଗଲେ ପାଣ୍ଡବ ପଞ୍ଚୁବୀରେଋଷିଗଣନ୍ତ ସର୍ବ ଘେନିଣ ସଙ୍ଗତରେ ।୨୦।ବିହଡ଼ନ୍ତି ପଣ୍ଡୁର ନନ୍ଦନ କୁତୂହଳେବିଜୟେ ଧର୍ମନନ୍ଦନ ରେବାନଦୀ କୂଳେ ।୨୧।ରେବାସୁର ବୋଲିକରି ୟେକଇ ଦାନବଦେବଋଷି ରାଜଋଷିରେ ବଡ଼ାଇ ଅଭାବ ।୨୨।ଋଷିମାନନ୍ତ ପାଇଲେ ମାରି କରଇ ଭୋଜକଳପି ମାସଂ ଖାଇ ବ୍ରତଇ ଅଇଶୂର୍ଯ୍ୟ ।୨୩।ତାହାର ଭୟେ କେହି ତହିଂକି ନୁଆରନ୍ତି ଗମିନିତି ଦିବସେ ସେ ଶତେ ଯୋଜନ ଯାୟେ ବିକ୍ରମି ।୨୪।ଗୋପାଳକ ନାମେ ସତ୍ୟଯୁଗେ ବଇବ ନାମେ ହରସର୍ବପାପ ମୋଚନ କଲେ ସେ ରେବାତୀର୍ଥର ।୨୫।ତ୍ରିପୁର ଅଂଶେଣ ଯେ ଅମ୍ୱା ନାମେ ଦଇତୟେହାକଇଂ ବଧକଲା ଅଞ୍ଜନାର ସୁତ ।୨୬।ଅମ୍ୱାର ନନ୍ଦନ ଯେ ପ୍ରଳମ୍ୱାସୁର ବୀରପ୍ରଳମ୍ୱାର ନନ୍ଦନ କାଳନଉମୀ ଅସୁର ।୨୭।କାଳନଉମୀର ପୁତ୍ର ଶମ୍ଭୁନାମେ ଦଇତ୍ୟକେଶୀ ବୋଲିକରିଣ ୟେହାର ନିଜ ପୁତ୍ର ।୨୮।କେଶୀର ପୁତ୍ର ଅଟଇ ଧୂମ୍ର ଯେ ଲୋଚନୟେହାର ପୁତ୍ର ହୋଇଲା କାଳବିମୋଚନ ।୨୯।କାଳବିମୋଚନର ପୁତ୍ର ବୀର ଭକ୍ଷଶ୍ରବାୟେହାର ପୁତ୍ର ନାମ ହୋଇଲା ବୀର ରେବା ।୩୦।ସର୍ବଦା ଆବୋରି ଥାଇ ସେ ରେବା ନାମ ତୀର୍ଥେଦେବତା ଋଷି ମାନବେ ପଶି ନୁଆରନ୍ତି ୟେଥେ ।୩୧।ସେ ବନେ ପ୍ରବେଶ ଯାଇଂ ପଣ୍ଡୁର ନନ୍ଦନେବିହଡ଼ନ୍ତି ପାଣ୍ଡବେ ଯେ ନବପଲ୍ଲଭ ବନେ ।୩୨।ଆମ୍ୱ ପଣସ କଦଳୀ ଯେ ନଟୀକାଳ ଫଳପାଚିଣ ପଂକୁଫଳ ପଡ଼ୁଛନ୍ତି ତଳ ।୩୩।ଯାହା ଇଚ୍ଛାକରି ତାହା ତହିଂ ପାଇରେବାସୁର ଭୟେ ତହିଂ ପଶନ୍ତା ନାହିଂ କେହି ।୩୪।ବହଇ ସେ ରେବାନଦୀ ଉତ୍ତର ବାହନୀଈଶାନ କୋଣେ ଅଛଇ ବଟ ଯେ ଭବାନୀ ।୩୫।ସେ ବଟର ତଳେ ବସିଅଛନ୍ତି ପଞ୍ଚୁବୀରେସେ ମଧୁବନ ତୋଟା ଦେଖି ପଚାରଇ ବ୍ରିକୋଦରେ ।୩୬।ସ୍ୱାମୀ ଅଠାଇଣମାସ ଯେ ଅଛଇ ବନବାସୟେହି ସ୍ତାନୁଂ ସ୍ୱାମୀ ଆମ୍ଭେ ନ ଯିବା ଆନ ଦେଶ ।୩୭।ଯୁଝେଷ୍ଠିଦେବ ବୋଇଲେ ହୋ ପିତୁକାର୍ଯ୍ୟ ଅର୍ଥୀଗଣ୍ଡା ଗୋଟିୟେ ବାବୁ ଲୋଡ଼ ରେ ବନସ୍ତର ଭକତି ।୩୮।ପଛିମେ ବ୍ରିକୋଦର ଉତ୍ତର ଫାଲଗୁନିପୂର୍ବେ ସହଦେବ ଦକ୍ଷିଣେ କୁମାର ଅଶ୍ୱିନୀ ।୩୯।ଗଣ୍ଡାଜୀବ ନିମନ୍ତେ କିରାତ ରୂପ ଧରିଧାମଣା କାଠରେ ଧନୁ କଣ୍ଟା ବାୟେଂଶର ଗୁଣକରି ।୪୦।ମଥାରେ ମଜୂର ଝାଲି କଣ୍ଠେଣ ଗୁଞ୍ଜମାଳିକଟିରେଣ ବାଳପୁଞ୍ଜି ଗୋପୀଚନ୍ଦନ ଅଙ୍ଗେ ସାମଳି ।୪୧।ଗନ୍ଧନୀ ଟୋପର ବନ୍ଧାନୀ କୁଂକୁମର ରେଖାଫିରିକି ନାରାଜ କୋଠାର ଶିଖୀପୁଚ୍ଛ ଶିଖା ।୪୨।ୟେସନେକ ସରୂପେ କିରାତ ରୂପ ଧରିପାଣିଘାଟ ଜଗନ୍ତି ଖେଦନ୍ତି ବନ ହେରି ।୪୩।ୟେମନ୍ତର ସମୟେ ସେ ରେବାସୁର ରାକ୍ଷସେନଦୀକୂଳେ ବସିଅଛି ମନର ହରଷେ ।୪୪।ଦକ୍ଷିଣ ଅରଣ୍ୟେ ଯେ ବିହଡ଼ଇ ନକୁଳରେବାସୁରକୁ ଭେଟିଲା ସେ ନଦୀର କୂଳ ।୪୫।କୁରୁଳି ରାବ କରିଣ ଆସଇ ନକୁଳ ଚଳିବିଚାରଇ ଦୁରାନ୍ତକ ମୋତେ ମିଳିଲା ନରବଳି ।୪୬।ଅନେକ କାଳରୁ ମୁହିଂ ବିହଡ଼ଇ ୟେ ବନସ୍ତେସୁଭୋଜନ ପ୍ରାପତ ହୋଇଲାକ ଆଶି ମୋତେ ।୪୭।ଅନେକ ଅଳଂକାର ଆଭରଣ ଅଛଇ ତାର କାୟେନକୁଳକଇଂ ଭେଟିଲା ଅସୁରକୁଳ ରାୟେ ।୪୮।ନକୁଳକଇଂ ବୋଇଲା ହୋ ବୋବିଦିଅ କିସ ଅର୍ଥେନକୁଳ ବୋଇଲା ମୁହିଂ ଗଣ୍ଡାଜୀବ ଲୋଡ଼ଇ ମୋହୋରପିତୃକାର୍ଯ୍ୟ ଅର୍ଥେ ।୪୯।ସେ ଦାନବ ବୋଇଲା ୟେ ବନେ ଗଣ୍ଡା ନାହିଂତୁ ମୋର ରକ୍ଷପାନ ଗଣ୍ଡା ପାଇବୁ ଆର କାହିଂ ।୫୦।ମୁହିଂ ରେବାସୁର ଧୂମ୍ରଲୋଚନର ପଣନାତିମୋହୋର ଭୟେ ଦେବତା ଋଷିୟେ ପଶି ନୁଆରନ୍ତି ୟେଥି ।୫୧ନକୁଳ ବୋଇଲା ମୋର ପିତୃକାର୍ଯ୍ୟ କାଲିଗଣ୍ଡାଜୀବ ନେମାକୁ ମୁଂ ୟେଥକୁ ଅଇଲି ।୫୨।ଗଣ୍ଡା ଗୋଟିୟେ ନେଇ ମୋର ସ୍ୱାମୀ ଆଗରେଣ ଦେଇପରଦିନ ଆସିବି ମୁଂ ସତ୍ୟ କହିଲଇଂ ।୫୩।ତୁ ହୋ ରେବାସୁର ୟେହି ଠାବରେ ଥାଅ ବସିପରଦିନ ବେଳ ପ୍ରହରେକେ ମୁଂ ମିଳିବି ୟେଥେଂ ଆସି ।୫୪।ନରମାନୁଷ ରେ ତୁମ୍ଭେ ମୋହୋର ନିଜ ଭକ୍ଷସମ୍ପୂର୍ଣ୍ଣ ଆଧାର ମୋତେ ମିଳିଲା ପ୍ରତକ୍ଷ ।୫୫।ପରଦିନ ବେଳ ପ୍ରହର ଯାୟେ ବାଟ ଚାହିଂଥିବି ତୁକୁଆଜହୁଂ ଆହାର ତୁ ହୋଇଲୁ ଜାଣ ମୁକୁ ।୫୬।ଆସ ଆସ ତୋତେ ଦେଖାଇବା ଗଣ୍ଡାଚର ଭୂମିଯାନ୍ତେଣ ଦେଖିଲା ଆସୁଛନ୍ତି ଭ୍ରମି ।୫୭।ଆଗେଣ କୁମାର ନେଇ ଜାଲଫାଶ ଛନ୍ଦିବେନିଗୋଟି ଗଣ୍ଡା ଯେ ଫାଶ କରି ବାନ୍ଧି ।୫୮।ଚଳଇ କୁମାର ଯେ ଗଣ୍ଡାଭାର ଘେନିକରିଯୁଝେଷ୍ଠିଂକ ଛାମୁରେ ପ୍ରଳମ୍ୱ ବେନିକରି ଯୋଡ଼ି ।୫୯।ଅର୍ଜୁନ ଆଣିଲା ଯେ ଚାରିଗୋଟି ଗଣ୍ଡାବେନିଗୋଟି ଗଣ୍ଡା ଆଣିଲା ଭୀମ ପରଚଣ୍ଡା ।୬୦।ଭାରେକ ଘେନିଣ ସେ ଯେ ଅଇଲା ସହଦେବନିଖର୍ବ ବନସ୍ତେ ଥିଲେ ବହୁତ ଜୀବ ।୬୧।ତୁଳମାସ ପଞ୍ଚମୀ ଯେ ପୁଣି ଗୁରୁବାରପିତୃକାର୍ଯ୍ୟ ସାରିଲେ ସେ ଦେବ ଯୁଝେଷ୍ଠିର ।୬୨।ଋଷିମାନଂକୁ ନିମନ୍ତ୍ରଣ ଦିଲେ ଗଣ୍ଡାମାଂସ ଭୋଜିକାମ୍ୟଶ୍ରାଦ୍ଧ ଅର୍ଥେ ଋଷିମାନେ ଭୁଞ୍ଜ ଶାନ୍ତି ଭଜି ।୬୩।ବହୁତ କଲ୍ୟାଣ ସେ କଲେ ସର୍ବ ତପୋନିଷ୍ଠିଆୟିଷ୍ୟ ଆରୋଗ୍ୟ ହୋଉ ତୋହୋର ଖଣ୍ଡଣ ହୋଉ ଅରିଷ୍ଟି ।୬୪।ଆମ୍ଭର ଆଷ୍ୟ ଘେନିକରି ତୁମ୍ଭେ ହାଦେ ବ୍ରତପଞ୍ଚୁ କଟକରେ ତୁମ୍ଭେ ହୋଅସି ନରନାଥ ।୬୫।ୟେକାଙ୍ଗେ ରାଜ୍ୟ ଭୋଗକର ତୁ ଧର୍ମସୁତଆମ୍ଭର କଲ୍ୟାଣେ ତୋର ଆପାଦ ହୋଉ ହତ ।୬୬।ଶତ୍ରୁ ନିପାତନ ରାଜା ହୋଉ ଯେ ତୋହୋରିପଞ୍ଚୁ କଟକରେ ତୁମ୍ଭେ ହୋଅସି ଦଣ୍ଡଧାରୀ ।୬୭।ମୁନିମାନେ ପାଣ୍ଡବନ୍ତ କଲେ ଯେ କଲ୍ୟାଣନକୁଳ କହିଲା ଯେ ଯୁଝେଷ୍ଠି ଦେବଂକ ଆଗେଣ ।୬୮।ଭୀମ ଅର୍ଜୁନ ସହଦେବ ଦ୍ରୋପତୀ ସର୍ବଋଷିଧଉମ୍ୟ ପୁରୋହିତ ମାରକଣ୍ଡେ ଛନ୍ତି ବସି ।୬୯।ନକୁଳ ବୋଇଲା ସ୍ୱାମୀ ମୁଂ ବନେ ବିହଡ଼ନ୍ତେରେବାସୁର ଦାନବ ଯେ ଭେଟିଲାକ ମୋତେ ।୭୦।ବୋଇଲା ମୋର ଜନ୍ତୁମାନ ମୋହୋର ହାଦେ ଭକ୍ଷଯତନେ ଯାହା ଲୋଡ଼ଇ ତାହା ମିଳିଲା ପ୍ରତକ୍ଷ ।୭୧।ମୁହିଂ ବୋଇଲି ବାବୁ ନାଶ ତୁ ନ କର ମୋତେପିତୃକାର୍ଯ୍ୟ ସାରି ମୁଂ ଭୋଜନ ହୋଇବି ତୋତେ ।୭୨।ସ୍ୱାମୀ ବଡ଼ାଇ ଧାର୍ମିକ ସେ ଅଟଇ ବଳିଷ୍ଠମୋହୋର ଯିବା ଯାୟେଂ ସେ ଚାହୁଂଥିବ ବାଟ ।୭୩।ସ୍ୱାମୀ ମୁହିଂ ୟେବେ ଯିବଇଂ ସେ ରାକ୍ଷସ ତହିଂକିମୋତେ ସେ ଭୋଜନ ଦେବ କରିବ ନାହିଂକି ।୭୪।ସ୍ୱାମୀ ଯୁଗତେ ଦାନବ ସେ ଅଟଇ ନିଶାଚରପିତୃକାର୍ଯ୍ୟ ବୋଲନ୍ତେଣ ସେ ଛାଡ଼ିଲା ଅସୁର ।୭୫।ସତ୍ୟକୁ ପାଳନ କଲା ଦାନବ ମାତ୍ରେକ ହୋଇମୁହିଂ କିମ୍ପେ ସତ୍ୟଭଗ୍ନ ହୋଇବି ଗୋସାଇଂ ।୭୬।ମୁହିଂ ଅବା କେମନ୍ତ ନ ଯିବି ତାର ତହିଂସ୍ୱାମୀ ବିଶ୍ୱାସଘାତକ ଲୋକକୁ କାହିଂ ଠାବ ନାହିଂ ।୭୭।ସ୍ୱାମୀ ବାଚା ବିଚଳିତଟି ଯେବଣ ପୁରୁଷାଅସାର୍ଥୁକ ଅଟଇ ଯେ ତାହାର ମନୀଷା ।୭୮।ଯୁଝେଷ୍ଠିଦେବ ତହୁଂ ବଚନ ପରକାଶିଅସୁରେ ତୋହୋର କିମ୍ପେ ୟେତେକ ବିଶ୍ୱାସୀ ।୭୯।ନୋହୋଇ ନୋହୋଇ ନକୁଳ ରେ ନୋହୋଇ ୟେ କଥାବାବୁ ଉପାୟେ କରି କ୍ଷତ୍ରୀଂକର ଜୀଇଂବା ସର୍ବଥା ।୮୦।ତୁ ମୋହୋର ସୋହୋଦ୍ର ରେ ବାଳୁତ ସୁବୁଦ୍ଧିତରି ଅଇଲୁରେ ବାବୁ କାର୍ଯ୍ୟକଲୁ ସିଦ୍ଧି ।୮୧।ବାବୁ ନାନା ଧର୍ମ ଅରଜି ୟେ ଶରୀର ନିମନ୍ତେଶରୀର ନାଶ ଗଲେ ଧର୍ମ କିସ ଅର୍ଥେ ।୮୨।ନକୁଳ କହଇ ବ୍ୟାସେ କହିଲେ ଶାହାସ୍ର ଯୋଗେସ୍ୱାମୀ ଗଉତମଂକ ଶିଷ୍ୟ ଅଟନ୍ତି ଉତ୍ତଙ୍ଗେ ।୮୩।ଶୁଖିଲା କାଠଭାର ଆଣନ୍ତେ ଭେଟିଲା ସଉଦାସସେ ବୋଇଲା ବ୍ରହ୍ମାଣ୍ଡ ତୁ ହୁଅସି ମୋର ଗ୍ରାସ ।୮୪।ଉତ୍ତଙ୍ଗ ବୋଇଲା ମୁଂ କାଠଭାର ଥୋଇୟେହକ୍ଷଣି ଆସିବଇଂ ଗୁରୁଂକୁ ମୋର କହି ।୮୫।ଗୁରୁଂକୁ କହି ସେ ଉତ୍ତଙ୍ଗ ପୁଣି ବାହୁଡ଼ି ଅଇଲାସେ ସଉଦାସ ରାଜା ତାକୁ ପ୍ରସନ୍ନ ହୋଇଲା ।୮୬।ଯୁଝେଷ୍ଠି ବୋଇଲେ ସେ କାଳର ଅନୁସାରେସତ୍ୟଯୁଗେ ଯାହା ବୋଲି ସେ ହୋଅଇ ସରୂପେ ।୮୭।ନକୁଳ ବୋଇଲା ସ୍ୱାମୀ ମୁଂ ତାହା ତୁଲେ ସତ୍ୟକଲିଆଶା ଦେଖାଇଣ ମୁଂ ଯେ ଭଣ୍ଡିଣ ଅଇଲି ।୮୮।ଯୁଝେଷ୍ଠି ଦେବେ ବୋଇଲେ ପୋଡ଼ୁ ପୋଡ଼ୁ ତାର ଆଶାଅଗ୍ୟାନ ପାପ ବୁଦ୍ଧିକି କରୁ ତୁ ଭରସା ।୮୯।ନକୁଳ ବୋଇଲାକ ଛାମୁରେ ପରିଣାମିଆଗ୍ୟାଂ ଦେବା ମୋତେ ମୁଂ ଅବଶ୍ୟ ଯିବଇଂ ଦେବ ସ୍ୱାମୀ ।୯୦।ଅର୍ଜୁନ ବୋଇଲୋ ସ୍ୱାମୀ ନ ବାର ୟେହାକୁଧର୍ମଥିଲେ ପାର ହୋଇବ ପଶିଲେ ପରମାଦକୁ ।୯୧।ପରମ କଲ୍ୟାଣ ହୋଉ ବୋଇଲେ ଯୁଝେଷ୍ଠିଅସୁର ନାଶି ପାର ହୋଇଆସ ମୋହୋର ଭାଇଗୋଟି ।୯୨।ବାବୁ ମୃତୁକାଳେ ମାଦ୍ରୀଦେବୀ ସମର୍ପି ଗଲେ ମୋତେମୁଂ ୟେବେ ଦେଖୁ ଦଏଖୁ ମୂର୍ଚ୍ଛିବି କେମନ୍ତେ ।୯୩।ତୋତେ ମୂର୍ଚ୍ଛି ନୁଆରଇ ଯୁଝେଷ୍ଠି ଦେବ ବୋଇଲେଆରେ ଭୀମସେନ ତୁ ଯାଅ ନକୁଳର ତୁଲେ ।୯୪।ଧର୍ମନନ୍ଦନର ଆଗ୍ୟାଂ ଶିରରେ ନିବେଶିନକୁଳକଇଂ ଘେନି ବୀର ବ୍ରିକୋଦର ଆସି ।୯୫।ରେବାନଦୀ କୂଳେ ପଞ୍ଚସ୍ତରୀ ଜୁଣଭେଟିଲେ ରେବାସୁରକଇଂ ଘୋର ଯେ କାନନ ।୯୬।ଭୀମସେନ ଗୋପ୍ୟ ହୋଇଲା ଅନୁସର ପରବତେବୋଇଲା ଯାଅ ଯାଅ ନକୁଳରେ କିସ କରଇ ଦାନବ ତୋତେ ।୯୭।ତୋତେ ଲଂଘିତେ ଲୋଡ଼ିଲେ ଗାଢ଼େ ଦେବୁ ବୋବିଧାତିକାରେ ଯାଇଂଣ ମୁଂ ଅସୁର ମାରିବି ।୯୮।ନକୁଳ ବୋଇଲେ ସ୍ୱାମୀ ଯେସନେ ତୋହୋର ଇଚ୍ଛାମୁହିଂତ ଅସୁରର ପୂରୋଇବି ମନୋବାଞ୍ଛା ।୯୯।ରେବା ଅସୁର ସାନ୍ନିଧ୍ୟେ ପ୍ରବେଶ ମଦନାବତୀର ବଳାମହା ସାନନ୍ଦେ ସେ ତେଜ ଅନର୍ଗଳା ।୧୦୦।ନକୁଳ ବୋଇଲା ବାବୁ ପାଇଲୁଂ ବଡ଼ କ୍ଷୁଧାମାୟା ମୋହ ବଞ୍ଚିବାକୁ ମୁହାଂସ ବଡ଼ କ୍ଷୁଧା ।୧୦୧।କର ଯା ସ୍ରାହାନ ହୋ ଭକ୍ଷକର ମୋର ମାଂସଦେଖି ତାକୁ ରେବାସୁର ହୋଇଲା ଦ୍ରହାସ ।୧୦୨।ଦନ୍ତ ଧାପନ ସାରି କଲା ନିତ୍ୟକର୍ମବଡ଼ାଇ ସଂକଟ ତ ପଡ଼ିଲା ଭୋ ଧର୍ମ ।୧୦୩।ଗଲାର ମନିଷ୍ୟ ତ ଅଇଲା ବାହୁଡ଼ିକିସ ଅରଜିବି ମୁଂ ୟେହାକଇଂ ନାଶକରି ।୧୦୪।ଅସୁର ବୋଇଲା ଆହୋ ମହାତମା ଉପାୟେ କରିଗଲୁଦେଖୁଂ ଦେଖ ମରଣ ଭୂମିକୁ କିମ୍ପେ ତୁ ଅଇଲୁ ।୧୦୫।ନକୁଳ ବୋଇଲା ମୁଂ ତୋତେ ଦେଖାଇ ଗଲି ଆଶାମୁହିଂ ଅବା କେବଣ ବାଗେ କରିବି ନିରାଶା ।୧୦୬।ନକୁଳକୁ କୋଳକରି ଦାନବ ମୁଖେ ଦିଲା ଚୁମ୍ୱବାଳୁତ ବୟସେ ତୋର ୟେତେବଡ଼ ଦମ୍ଭ ।୧୦୭।ଆସ ଆସ ମହାତମା ମୁଂ ହୋଇଲି ତ୍ରିପୁତିଅମୂଲ୍ୟ ରତ୍ନମାନ ତାହାକଇଂ ଦିଲାକ ଦତ୍ୟପତି ।୧୦୮।ମଣି ମୁକୁଟ ରତ୍ନ ସୀମନ୍ତିନୀ କର୍ଣ୍ଣାଞ୍ଚଳହୃଦଭୂଷଣ ପଦକ ବାହୁଟି କଂକଣ ନିଆଳ ।୧୦୯।ତାଡ଼ ଗୁମ୍ଫା ସରଳ କଚଟି ବିଦମୁଦିମୁକୁତଧାଲି ମାଥେ ପାଦେ ନୂପୁରୁ ସିଦ୍ଧି ।୧୧୦।ୟେସନେକ ସମ୍ପଦ କରି ଅସୁରେଶ୍ୱର ସ୍ୱାମୀନକୁଳ ପାଦେ ସେ ହୋଇଲା ପରିଣାମି ।୧୧୧।ତୁ ମୋର ବାନ୍ଧବ ରେ ପ୍ରାଣରୁ ଅଭିନ୍ନସତ୍ୟ ସତ୍ୟ ବାକ୍ୟ ମୋହୋର ତୋ ତହୁଂ ନାହିଂ ଆନ ।୧୧୨।ପୁଣ ପୁଣ ସମୟେକ ତୁ ବାବୁ ହୋ ଆସିବୁଟି ୟେଥଧର୍ମହିଂ ସାକ୍ଷ ଆଜହୁଂ ତୁମ୍ଭନ୍ତ ହୋଇଲି ମଇତ୍ର ।୧୧୩।କାର୍ଯ୍ୟକାଳେ ମଇତ୍ର ତୁ ଆସିବୁ ମୋର ତହିଂକିଅନେଇ ଧର୍ମ ଭଣ୍ଡାର ଦେବ ମୋର ସତ୍ୟବାକି ।୧୧୪।ଦାରାକ୍ଷ ଫଳ ଭୁଞ୍ଜାଇ ବହୁତ ଗଉରବେଥୋକାୟେ ଦୂରେ ନେଇ ଛାଡ଼ିଲା ପ୍ରିୟଭାବେ ।୧୧୫।ବାହୁଡ଼ାଇ ରେବାସୁରେ ଆପଣା ଭୁବନେନକୁଳ ମିଳିଲା ଯାଇଂ ଭୀମସେନର ସନ୍ନିଧ୍ୟାନେ ।୧୧୬।ଚଳଇ ଭୀମସେନ ନକୁଳକଇଂ ଘେନିଦେଖିଣ ଆଶ୍ରିଜ ଯେ ହୋଇଲେ ସର୍ବମୁନି ।୧୧୭।ଉଠିଣ ଧନୁର୍ଜୟେ କଲାକ କୋଳାଗ୍ରତସତ ଥିଲେ ଧର୍ମ ହାଦେ ହୋଅଇ ଉଦିତ ।୧୧୮।ଯାବତ ଚରିତ ନକୁଳ କହଇ ଯୁଝେଷ୍ଠିଂକିଅନେକ ସାନନ୍ଦ ହୋଇଲେ ଭ୍ରଥକଇଂ ଦେଖି ।୧୧୯।ରେବା ତୀର୍ଥଗୋଟି ଜିଣି ଚଳିଲେ ପଞ୍ଚୁବୀରେଅଠାଶି ସହସ୍ର ଋଷି ଅଛନ୍ତି ସଙ୍ଗତରେ ।୧୨୦।ଭ୍ରମଣ କରୁଛନ୍ତି ଗହନ ବନସ୍ତରେଜଗନ୍ନାଥ ସୁମରନ୍ତି ଯୁଝେଷ୍ଠଇ ଠାକୁରେ ।୧୨୧।ଜୟତୁ ନାରାୟଣ ଭଗବାନ ମୂରତିଅଷ୍ଟଗୁଣ ଲୋକେ ତୁ ବଳାଇଲୁ ପୀରତି ।୧୨୨।ଅପରଚେ ପରଚେ ବାନ୍ଧବନାଥ ତୁହି ସେ କରତାସର୍ବ ଶୟନ ନାଥ ତୁ ଜଗୁଜନ ଚିନ୍ତା ।୧୨୩।ସର୍ବବର୍ଣ୍ଣ ୟେକତ୍ୱ କରି ଶରୀର ସମ୍ଭାଳିତେଣୁ ସେ ନାମ ତୋହୋର ବହିଲୁ ବନମାଳୀ ।୧୨୪।ଧର୍ମ ବାସନା ନାଥ ଦୁରାନ୍ତକ ଦୋଷହରନାଶକର ଦଣ୍ଡେ ମୋତେ କେଳଶ ନ କର ।୧୨୫।ବହୁତ ବିକୃତମୟେ ସଂସାର ଜନ ଛନ୍ଦମାୟାମୋହେ ପଡ଼ିଣ ମୁଂ ହୋଇଲଂଇ ଅନ୍ଧ ।୧୨୬।ନିରାକାର ପୁରୁଷ ସେ ନିରିଦ୍ୱନ୍ଦବାସୀୟେ ମାୟା ମୋହ ସଂସାରୁ ମୋତେ କରିବା ଉଦାସୀ ।୧୨୭।ତୁଳୁସାର ବଲ୍ଲଭ ଚରଣ ମୋର ହୃଦେଶୂଦ୍ରମୁନି ସାରୋଳା ଦାସ ଶ୍ରୀନାରାୟଣ ପଦ୍ମପାଦେ ।୧୨୮।ଜୟତୁ ଦଧିବାବନ ଶଙ୍ଖ ଶରଦ ପଦ୍ମମୁଖକାମିନୀ କାମନା ପୂର୍ଣ୍ଣ ମୁନି ମାନ ରଖ ।୧୨୯।ଶଙ୍ଖ ଚକ୍ର ଗଦା ଶାରଙ୍ଗ ଧନୁ ଦଣ୍ଡପାଣିଶିରେ କିରୀଟୀ ମୁକୁଟ ଦେବଦତ୍ତ ଶଙ୍ଖବାଣୀ ।୧୩୦।ଶିରରେ ଅହିବର ସପତ କୁଣ୍ଡଳୀଇକ୍ଷୁ ରୟଣ ନୟନ ଭାବଇ ଧବଳୀ ।୧୩୧।ଗହନ କନ୍ଦରବାସୀ ମାଳତୀ ବିହରିମାଳତୀର ବଲ୍ଲଭ ୟେ ମାୟାରୂପ ଧରି ।୧୩୨।ଶିରରେ ଶୋଭିତ ଯେ ତାଳୁକା ଚୂଳଗୋଟିବିହଡ଼ନ୍ତି ମକରନ୍ଦେ ପାଦୁଂ କମଳ ଫୁଟି ।୧୩୩।ଆରକତ ବେନି ଲୋଚନ ନୀଳେନ୍ଦୀ ପୁଷ୍ୟବର୍ଣ୍ଣାବେଣୁ ବାୟେଂଶୀ ସୁସ୍ୱରେ ମୋହିଲୁ ଗୋପାଙ୍ଗନା ବରାଙ୍ଗନା ।୧୩୪।ତୁଳ ଶୁକଳ ପଞ୍ଚମୀ ଯେ ପୁଣି ଗୁରୁବାରପିତୃକାର୍ଯ୍ୟ ଶେଷକଲେ ଦେବ ଯୁଝେଷ୍ଠିର ।୧୩୫।ଅନେକ ଅଳଂକାର ଅଲେଖ ଯୋଗାଡ଼ ଘେନିଣ ରାଧିକାଯମୁନା ସ୍ରାହାନେ ସେ ଗବନ ରାଧିକା ୟେକା ।୧୩୬।ପନ୍ଥ ଉନ୍ୟେଷନ୍ତି ହରି ରାଧିକା ନିମନ୍ତେଯାଆନ୍ତେଣ ଦେଖଇଲେ ସେ ପୁଷ୍ୟେକ ଦୁହିତେ ।୧୩୭।ସ୍ରାହାନେ ସାରିଣ ସେ ଯେ ବାହୁଡ଼ନ୍ତି ରାଧେବତ୍ସାନ୍ତ ଛାଡ଼ିଣ ଯାଇଂ ଭେଟିଲେ ଗୋବିନ୍ଦେ ।୧୩୮।ବୋଇଲେ ମୁହିଂ ଯାହା ବିଚାରୁଥିଲି ହୃଦଗତେପୁଷ୍ୟେକ ନନ୍ଦନୀ ଗୋ ପ୍ରସନ୍ନ ହୋଅ ମୋତେ ।୧୩୯।ଅନେକ ବିନୋୟୀ ଯହୁଂ ହୋଇଲେ ବନମାଳୀସୁବେଳେ ପ୍ରସନ୍ନ ହୋଇଲେକ ଚନ୍ଦ୍ରାବଳୀ ।୧୪୦।ରାଧା ମାଧବ ବେନି ବିଜେ କୁଞ୍ଜଲତା ତଳେବହଇ ମଳୟାନିଳ ବସନ୍ତ ଶୟନେ ।୧୪୧।ରାଧା ମାଧବର ଯେ ଶୃଙ୍ଗାର ପ୍ରତୋଷେବଢ଼ିଲା ଅନଙ୍ଗରସ ପ୍ରେମର ଲାଳସେ ।୧୪୨।ଶ୍ରୀକୃଷ୍ଣ ପୀରତି ଭାବେ ବଢ଼ିଲା କାମଜିତାସ୍ୱାମୀର ଭଗତି ସେ ଛାଡ଼ିଲା ବନିତା ।୧୪୩।ବିଧାତା ବିଚାରିଲେ ୟେ ନ ମାରିବ କଂସକୁଅନୁବ୍ରତେ ବଢ଼ିଲା ୟେ ଶୃଙ୍ଗାର ରସକୁ ।୧୪୪।ଧାତୁବାଦ ପୁରୁଷ ୟେହେନ୍ନେକ ବୋଲିକମଣ୍ଡଳେ ଭରି ବ୍ରହ୍ମା ହରିନେଲେ ବତ୍ସାପଲ୍ଲୀ ।୧୪୫।ବେନିଜନେ ୟେକଭାବ ନ ସରିଲା ରତିବେଳ ଅସ୍ତ ଗଲାନି ପଛିମ ମୂରତି ।୧୪୬।ଗୋଗୋଷ୍ଠର ମଧ୍ୟେ ଆସି ହାବୋଡ଼ିଲେ ଗୋକୁଳେବତ୍ସାନ୍ତ ନ ପାଇ ହମ୍ୱାରାବ କରନ୍ତି ଦେଖିଲେ ଗୋପାଳେ ।୧୪୭।ଶୃଙ୍ଗାର ସାରି ରାଧିକା ବିଜୟେ ନିଜ ପୁରେବତ୍ସାନ୍ତ ଲୋଡ଼ନ୍ତି ହରି ଯମୁନା ନଦୀ କୂଳେ ।୧୪୮।ଧବଳୀ ବଉଳୀ କାଳୀ କସ୍ତୁରୀ ଶାମଳୀନ ପାଇଣ ଚଉକତି ଲୋଡ଼ନ୍ତି ବନମାଳୀ ।୧୪୯।ବୃକ୍ଷର ଉପରେ ଯେ ଗୋପାଳମାନେ ଉଠିଉଚ୍ଚସ୍ୱରେ ହାକ ଦିଅନ୍ତି କହ୍ନାଇ ନାମଗୋଟି ।୧୫୦।ବତ୍ସାନ୍ତ ନ ଦେଖିଣ ସେ ଧାଇଂଲାକ ନନ୍ଦବୃକ୍ଷେ ଚଢ଼ି ହାକ ଦିଅନ୍ତି ଗୋବିନ୍ଦ ଗୋବିନ୍ଦ ।୧୫୧।ଧାମନ୍ତି ଗୋପାଳ ଯେ ଲୋଡ଼ନ୍ତି ଚଉକତିକେ ହାକଇ ମାଧବ ରେ କେ ହାକେ ଶ୍ରୀପତି ।୧୫୨।କେ ବୋଇଲେ ହରି କେ ହାକଇ ଜଗନ୍ନାଥକେ ବୋଲଇ କେଶବ କେ ବୋଲଇ ଗୋପୀନାଥ ।୧୫୩।କେ ହାକଇ ଅନନ୍ତ କେ ବୋଲଇ ଅଚୂତକେ ବୋଲଇ ଶ୍ରୀଧର କେ ବୋଲଇ ଜଗଭୂତ ।୧୫୪।କେ ବୋଲଇ କହ୍ନାଇ କେ ବୋଲଇ ଦାମୋଦରବତ୍ସାନ୍ତ ବେଗକରି ଆଣରେ ଗୋଗୋଷ୍ଠର ।୧୫୫।ଗାଈଂକର ହମ୍ୱାରବ ଗୋପାଳଂକ ହାକଧାମନ୍ତି ମହାଖୁଡ଼େ ପାଇଣ ବିମୁଖ ।୧୫୬।କୁଞ୍ଜବନେ ବତ୍ସାନ୍ତ ନ ପାଇଲେ ଲୋଡ଼ିଘରକୁ ଗଲେ ବୋଲି ଅବା ଧାମନ୍ତି ଖରକରି ।୧୫୭।ନନ୍ଦ ମହାଖୁଡ଼ ଲୋଡି ଆସନ୍ତି ଅତି ବେଗେଆସନ୍ତେ କେଶବ ଯେ ପଡ଼ିଲେ ନନ୍ଦ ଆଗେ ।୧୫୮।ବୋଇଲେ ବତ୍ସାପଲ ୟେବେ କାହିଂ ଛାଡ଼ି ଗଲୁରେ କହ୍ନାଦଣ୍ଡେ ତୁହି ନ ଛାତୁରେ ୟେ କୁଞ୍ଜବନ ଯମୁନା ।୧୫୯।ମାଧବ ବୋଇଲେ ତାତ ନିରୁତାନ୍ତ ବଇଶାଖ ମାସନିଦ୍ରା ଘାରିଲା ଦେହ ବଡ଼ାଇ ଆଳସ ।୧୬୦।ଚଉକତି ଲୋଡ଼ିଲି ମୁଂ ବତ୍ସାନ୍ତ ଯେଉଂଠିରାଗେ ନନ୍ଦ ଧଇଲେ କେଶବ ଚୂଳଗୋଟି ।୧୬୧।ରାତ୍ର ପାହିଲେ କଂସେ ମୁଂ ନିଯୋଗ ଦିଅଇଲକ୍ଷେକ ବାର ଦୁଧ ନେଇ ନିତ୍ୟେ ମୁଂ ଖଟଇ ।୧୬୨।ବଚ୍ଛାପଲ୍ଲୀ ମୋହୋର ତୁ ହରାଇଲୁ କାହିଂଚୂଳ ଧରି ନନ୍ଦ ନିବିଡ଼େ ଝିଂକିଣ ବୁଲାଇ ।୧୬୩।ତେନ୍ତୁଳି ବୃକ୍ଷରୁ ନନ୍ଦ ଧଇଲା ୟେକଛାଟେକେଶବର ବଚନେ ସେ ହୋଇଲାକ ଆଣ୍ଟେ ।୧୬୪।ଗାଲେଣ ଚାପୋଡ଼େ ସେ କଲାକ ପ୍ରହାରଶ୍ରୀମୁଖରୁ ରୋଧିର ଯେ ହୋଇଲା ବାହାର ।୧୬୫।ଭୂମିରୁ ଉପାଡ଼ନ୍ତେ ସେ ଆବର ବୃକ୍ଷଗୋଟିତୁ ବଜ୍ରହୁଅ ବୋଲି ହରି କଲେ ଦୃଷ୍ଟି ।୧୬୬।ଗୋପାଳଂକ ହାକ ଶୁଣି ନନ୍ଦର କୋପ ବଢ଼ିନାତେକ ମାଇଲେ ନନ୍ଦ ପଡ଼ିଲେ ମୁଖମାଡ଼ି ।୧୬୭।ନଟିକାଳ ବୃକ୍ଷରୁ ସେ ଖଡ଼ିକା ଲୋଚିୟେପାଞ୍ଚବେଳ ପ୍ରହାର କଲା ସେ ଶ୍ରୀହରିର କାୟେ ।୧୬୮।କୋମଳ ଶରୀରେ ବାଜି ବହିଲାକ ଶ୍ରୋଣିକଷ୍ଠୋର ଦେଖିଣ ବ୍ରହ୍ମା ବତ୍ସାନ୍ତ ଦିଲେ ଆଣି ।୧୬୯।ହମ୍ୱାରବ କରିଣ ଯେ ଧାମନ୍ତି ସର୍ବ ବଚ୍ଛାଆବୋରିଲେ ମାତାନ୍ତ ଯେ ଯାହାର ଇଚ୍ଛା ।୧୭୦।ବତ୍ସାନ୍ତ ଦେଖିଣ ନନ୍ଦ ଧାଇଂଲେ ତେଣିକିବ୍ରହ୍ମା କୋଳକରିଣ ଧଇଲେ ଶ୍ରୀହରିଂକି ।୧୭୧।ଅସାଷ୍ଟମେ ନାରାୟଣ ଶୋଣିତ ବହେ ମୁଖେଲେଉଟି ଚାହିଂଲେ ହରି ବିଜେ ଚତୁର୍ମୁଖେ ।୧୭୨।ବିଧାତା ମୁଖ ଚାହିଂ ବୋଇଲେ ଗୋବିନ୍ଦଆହୋ ବେଦବର ତୁ ଅଟୁ ୟେଡ଼େ ମନ୍ଦ ।୧୭୩।ଯଦ୍ୟପି ବତ୍ସାନ୍ତ ତୁ ହୋ ହରିଲୁ କୁତୂହୋଳେଧାତିକାରେ ନ ଦିଲୁ ତୁ କିଂପେ ନନ୍ଦର କଟାଳେ ।୧୭୪।ତୋହୋର ବଚନେ ମୁହିଂ ଜନ୍ମିଲଇଂ ମଞ୍ଚକାଳେ କରାଇଲୁ ମୋତେ ଲୋଡ଼େ ପରପଞ୍ଚ ।୧୭୫।କହୁଂ କହୁଂ କେଶବ ଯେ ବ୍ରହ୍ମାକୁ ଶାପ୍ୟଦିଲେ ରାଗେବୋଇଲେ ତୁହୋ ବ୍ରହ୍ମା ଅପୂଜ୍ୟକ ହୁଅ ମଧ୍ୟସ୍ୱର୍ଗେ ।୧୭୬।ନାରାୟଣ କୋପ ଦେଖି ବ୍ରହ୍ମା ପଳାଇଲା ଡରେରହି ନୁଆରିଲା ଧାତା କେଶବ ଛାମୁରେ ।୧୭୭।କଉତୁକ ପୁରୁଷ ତୁ ସର୍ବକଥା ସହୁଜନ ଆଦରଣେ କରି ଜନାର୍ଦ୍ଦନ ନାମ ବହୁ ।୧୭୮।ସ୍ୱାମୀ ଆପଣେ ବଢ଼ାଇଲୁ ବାଳୁତ କୁତୂହୋଳାଅନିର୍ଯାପ ଶୃଙ୍ଗାର ତୁ କଲୁ ମହାଖଳା ।୧୭୯।କଉତୁକେ ନ ମାନିତୀ ଗଉରୋବୀତବ କଲାକର୍ମ ୟେବେ ସମସ୍ତେ ୟେଥି ଭାବି ।୧୮୦।ମନ ବଚନ କର୍ତ୍ତବେ ଦାରାହରଣ ଦୋଷୟେ ପାପ ଖଣ୍ଡଣ ମୋତେ କରିବା ହୃଷୀକେଶ ।୧୮୧।ବଢ଼ିଲି ମୂର୍ଖପଣେ ମୁଂ ନ ଜାଣଇ କିଛିୟେଥିପାଇଂ ପ୍ରତିକାର ମୁଂ ମାଗଇ ଶ୍ରୀବଚ୍ଛି ।୧୮୨।ଅଭ୍ୟର୍ଥ ହୋଇ ଶ୍ରୀ ପୁରୁଷୋତ୍ତମ ଚରଣେ ସେବିଶ୍ରୀ ଜଗନ୍ନାଥଂକ ଚରଣେ ଶରଣ ଶୂଦ୍ରମୁନି ସାରୋଳା ଦାସ କବି ।୧୮୩-୧୧୫୦୬।