ସାରଳା ମହାଭାରତ ବନପର୍ବ (ଦ୍ୱିତୀୟ ଖଣ୍ଡ)
ସାରଳା ଦାସ · ଭାଗ ୫ / ୧୧
ସମ୍ପୂର୍ଣ୍ଣ ସୂଚୀପତ୍ର
ସଂକ୍ଷିପ୍ତ ରାମାୟଣ
ଶୁଣ ବଇବସୁତ ମୁନି ବଦୟନ୍ତି ବ୍ରହ୍ମଋଷିଶ୍ରୀ ମହାଭାରଥେ ୟେ ଆରଣ୍ୟେକ ପର୍ବ ଅଗସ୍ତି ଯାହା ଭାଷି ।୧।ମହା ବ୍ରହ୍ମଋଷି ଯେ ଅଗସ୍ତି ବକତାବିଲଂକ ଦେଶ ଆଧିପତି ବଇବସୁତ ମନୁଶ୍ରୋତା ।୨।ମାରକଣ୍ଡ ଶାହାସ୍ର ବାକ୍ୟ ସଂଗତେ ଯେହ୍ନେ ବିଧିମକର ମାସେ ସ୍ରାହାନ କଲେ ଲବଣ ମଉଦଧି ।୩।ଚଳନ୍ତି ଧର୍ମନନ୍ଦନ ମଉଦଧି ଉତ୍ତର କୂଳେମହାଗହନ କରଞ୍ଜ ବନେ ପଶିଲେ ପଚ୍ଛିମ କୋଶଳେ ।୪।ମହାପରିମଳ ଦିଶନ୍ତି ଉଚଶିଖା ବୃକ୍ଷମାନେନାନା ପଚ୍ଛୀ କ୍ରୀଡ଼ୀ କରନ୍ତି ସେହୁ ବନେ ।୫।ଅନେକ କନ୍ଦର ଘୋର ଗିରି ବନ ଲତାଅତିୟ ଉଚ୍ଛର୍ଗ ଶିଖା ଗଗନ ଘୋଟିତା ।୬।ସେ ବନ ତେଜି ଗଲେ ଚିତ୍ରାଙ୍ଗ ନାମେ ବନକାମଭଦ୍ରା ନଦୀର ଉତ୍ତର ସନ୍ନିଧାନ ।୭।ମାରକଣ୍ଡ ବୋଇଲେ ବାବୁ ୟେ ବନ ପଞ୍ଚୁବଟୀୟେଥେ ଯାଗ ହାଦେ କଲେ ଋଷଶିଂଗ ତପନିଷ୍ଠି ।୮।ବାବୁ ଅପୁତ୍ରିକ ହୋଇ ରାଜା ଦଶରଥ ଥିଲାଋଷିଶିଙ୍ଗ ପ୍ରସନ୍ନେଣ ଚାରି ପୁତ୍ର ପାଇଲା ।୯।ଯୁଝେଷ୍ଠି ଦେବେ ବୋଇଲେ ସେ ଦଶରଥ ମହାରାଜାୟେକୋଇଶ କୋଟି ତାର ଅଟନ୍ତି ଭାରିଯା ।୧୦।ସେ ରାଜା ଅପୁତ୍ରିକ ହୋଇଲା କିସ ଅର୍ଥେକାହାକୁ କେଉଂଣ ଦୋଷ କଲାକ କେମନ୍ତେ ।୧୧।ଶୁଣ ହୋ ଯୁଝେଷ୍ଠି ଦେବ ବଦୟନ୍ତି ମାରକଣ୍ଡେଦଶରଥ ମହାରାଜା ହାଦେ ଦୋଷ କଲା ଯେତେ ।୧୨।ଇନ୍ଦ୍ର ଦେବତାର ଦଶରଥ ଅଟଇ ମଇତ୍ରଶନିଶ୍ଚର କଟାଳିଲା ଇନ୍ଦ୍ରକୁ ରୋହିଣୀ ନକ୍ଷତ୍ରେ ରକ୍ଷାକଲା ଦଶରଥ ।୧୩।ଇନ୍ଦ୍ର ଦଶରଥଂକର ତେଣୁ ବଡ଼ାଇ ପୀରତିଅନୁବ୍ରତେ ଅଛେଦ ଅଭେଦ ୟେକମତି ।୧୪।ବଇଶାଖ ଶୁକଳପକ୍ଷ ଯେ ତୃତୀୟାର ତିଥିଅମ୍ୱରେ ଉଚ୍ଛବ ଯେ କଲାକ ସୁରପତି ।୧୫।ଚନ୍ଦ୍ରବାର ନକ୍ଷତ୍ର ରୋହିଣୀ ବିଦ୍ୟମାନସେ ଦିନ ଇନ୍ଦ୍ର ଦେବତାର ସ୍ୱନକ୍ଷତ୍ର ବନ୍ଦାପନା ବିଧାନ ।୧୬।ମାତଳିକି ରାଇଣ ବୋଲନ୍ତି ସୁରପତିପୁଷ୍ୟକ ଘେନି ଅଯୋଧ୍ୟାକଇଂ ଯାଅ ଯା ତଡ଼ତି ।୧୭।ଅମରେ ଉଚ୍ଛବ ବୋଲି କହିବୁ ମିତ ଆଗେଦଶରଥ ରାଜାକଇଂ ତୁ ଘେନିଆସ ବେଗେ ।୧୮।ଆଗ୍ୟାଂୟେ ମାତଳି ଧାତିକାୟେ ପରବେଶଦଶରଥ ରାଜାକଇଂ ବାରତା ପ୍ରକାଶ ।୧୯।କୟେକୟା ରାଣୀ ସନ୍ନିଧ୍ୟେ କହିଲେ ମହୀପାଳରାଜ୍ୟ ସମ୍ଭାଳି ଥାଅସି ଗୋ ମୁଂ ଯିବି ସ୍ୱର୍ଗଆଳ ।୨୦।ବିବାନେଣ ବସିଣ ଯେ ଅଯୋଧ୍ୟା ନରପତିପ୍ରବେଶ ମହାରାଜା ଅମର ବାରସ୍ୱତୀ ।୨୧।ଦଶରଥକଇଂ ଦେଖି ବାସବ ଅନେକ କଲା ଗଉରୋବବହୁତ ଉଚ୍ଛବ ଯେ କରାଇଲେ ବାସବ ।୨୨।ଅମରେ ଦଶରଥ ଅନେକ ପୂଜାପାଇସାନନ୍ଦେ ନୃପବର ଅଛି ତହିଂ ରହି ।୨୩।ଦଶରଥ ଗବନ ତୃତୀୟାର ଦିନକୟେକୟା ହୋଇଲେ ପାକା ପରଶନ ।୨୪।ମନ୍ଥଡ଼ିକଇଂ ହକାରି ବୋଇଲେ କୟିକେୟୀଦଶରଥ ରାଜାକଇଂ ଯେ ଘେନିଆସି ଯାଇଂ ।୨୫।ଶୁଦ୍ଧ ସ୍ରାହାନ କାଳେ ସ୍ୱାମୀ ପାଶରେ ନଥିଲେବହୁତ ପାତକ ଲଭଇ ପୁରାଣେ କହିଲେ ।୨୬।କୟିକେୟୀଂକ ବଚନେ ଚଳିବଇଂ ମଛଡ଼ିପ୍ରବେଶ ହୋଇଲା ଯାଇଂ ଅମର ସ୍ୱର୍ଗପୁରୀ ।୨୭।ବିଜୟେ ଦଶରଥ ଅମର ସ୍ୱର୍ଗଆଳମଛଡ଼ିକଇଂ ଦେଖି ସେ ଉଠିଲେ ମହୀପାଳ ।୨୮।ସନ୍ନିଧ୍ୟେଣ ସୁଲଭ କହଇ ନିଜ ଦାସୀପାକା ପରଶନ ହୋଇଲେ କୟିକେୟୀ ଶୁଭକେଶୀ ।୨୯।ସପତମ ଦିନେ ଦେବୀ ହୋଇବେ ଶୁଦ୍ଧସ୍ରାନଇନ୍ଦ୍ର ଦେବତାକଇଂ କହି ରାଜା କରସି ଗବନ ।୩୦।ଦାସୀର ବଚନେ ରାଜା ସାନନ୍ଦ ହୋଇଲାଇନ୍ଦ୍ରକଇଂ କହି ରାଜା ବିବାନେ ବସିଲା ।୩୧।ବିବାନେ ବସିଣ ରାଜା ଆସଇ ଆନନ୍ଦେଭୋଳେଣ ଯାଉଛି ରାଜା ଲମ୍ୱାଇଣ ବେନିପାଦେ ।୩୨।ଦେବମାତା କପିଳା ଶୋଇଅଛି ଶୂନ୍ୟେଉପରେ ବିବାନ ତାର ଗଲା ଅନ୍ତର୍ଧ୍ୟାନେ ।୩୩।ଦଶରଥ ଚରଣ ବାଜିଲା ତାର ଶିଂଗେଉର୍ଦ୍ଧ୍ୱମୁଖ ହୋଇ ଦେବୀ ଚାହିଂଲେ ଅପାଙ୍ଗେ ।୩୪।ଆରେ ଦଶରଥ ଭୋଳ ହୋଇଲୁ ରମଣୀ ରସ ଅର୍ଥେଯାଅ ଯା ଅପୁତ୍ରିକ ହୋଅ ଦଶରଥେ ।୩୫।ଗୋମାତାର ବଚନେ ବିରସ ନରେଦ୍ରଅଗ୍ୟାନେ ପାମର ମୁଇଂ କଲି ବଡ଼ ମନ୍ଦ ।୩୬।ଆଦିମାତାର ଶାପ ଯାଇ କି ମେଣ୍ଟଣଆବର ଅଯୋଧ୍ୟାରେ ମୋର କେଉଂଣ କାରଣ ।୩୭।ମଛଡ଼ିକଇଂ ପଠିଆଇ ଚଳାଇ ନୃପବରକପିଳାସେ ଖଟିଲା ସେ ଭଗତି ଅପାର ।୩୮।ଶୟନଥାନ ପରିମଳ ବାଟ ତୁଠ ନିକିଆଇଶୟନ ଥାନେ ଧର୍ମ କୁଡ଼େକ ଲଗାଇ ।୩୯।ଯତନ କରି ରାଜା କାଟଇ ତିରଣ ଲୋଚିୟେୟେହିମନ୍ତେ ଖଟିଲା ରାଜା କାଳ ବରଷ ଶହେ ।୪୦।କପିଳାର ଦୟା ଯେ ନ ବସିଲା କଦାଶ୍ଚିତେପୁଣିହିଂ ଖଟିଲା ରାୟେ ସହସ୍ର ବରଷ ପରିଯନ୍ତେ ।୪୧।ତଥାପି ପ୍ରସନ୍ନ ନୋହି ବଚନ ନ ଫିଟିପୁଣି ବେନି ସହସ୍ର ବରଷ ପରିଯନ୍ତେ ରାଜା ଅଛି ଖଟି ।୪୨।ପୁଣି ୟେକତ୍ରିଂଶ ଶତ ବରଷ ରାୟେ ଯେ ଖଟିଲାୟେତେମତେ ଗୋମାତାର ଦୟା ନ ବସିଲା ।୪୩।ଗୋମାତା ବିଚାରଇ ନିତିଦିନ ଖଣ୍ଡାୟେକ ଧରିମୋତେ ମାରିବା ନିମନ୍ତେ ଅବା ୟେ ଗୋଡ଼ାୟେ କୋପକରି ।୪୪।କୃତ ନାମେ ତ୍ରେତୟା ଯୁଗ ଭାନୁ ନାମେ ଅବଦସୁରାକ୍ରମ ନାମେ ମାସ ଅଟେ ଦିବସଦ ।୪୫।ଆଷାଢ଼ କୃଷ୍ଣପକ୍ଷ ଯେ ପ୍ରତିପଦା ତିଥିମୂଳା ନାମେ ନକ୍ଷତ୍ର ଯେ ବାର ବୃହସ୍ପତି ।୪୬।ବାଳବ ନାମେ କରଣ ଶୁଭ ନାମେ ଯୋଗସେ ଦିନ କପିଳା ଚରିଗଲା ଯେ ଗହନ ବନ ମାର୍ଗ ।୪୭।ଶ୍ରୀଭୁଜେ କୃପାଣେକ ଧରିଣ ନରସାଇଂକପିଳା ପଛକତି ରାଜା ଅଛଇ ଗୋଡ଼ିଆଇ ।୪୮।ଆରେକ ମୃତ୍ତିରେ ଦେବୀ ବ୍ୟାଘ୍ରେକ ଅବତରିକପିଳା ଉପରକୁ ଧାମଇଂ ଗର୍ଜନ ନାଦ କରି ।୪୯।ପଛେ ଥାଇ ଦେଖଇ ଅଜ ନୃପତିର ବଳାବ୍ୟାଘ୍ର ଆସୁଅଛି ମାତା ଗୋ ବହନ ହୋଇ ପଳା ।୫୦।ଆଧାର ରସେ ଦେବୀ ନ ଶୁଣଇ ବାଣୀମତ୍ତବ୍ୟାଘ୍ର କଟାଳ କଲାକ ହାଦେ ପୁଣି ।୫୧।ଗାଈକି ପଛକରି ରାଜାର ତେଜ ବିକାଶିଖଣ୍ଡାୟେକ ଘେନି ରାଜା ବ୍ୟାଘ୍ରକଇଂ ଆକ୍ରେଷି ।୫୨।କିଞ୍ଚିତ ବ୍ୟାଘ୍ର ନୋହଇ ସେ କପିଳାର ମାୟା ସିନାଶରୀରେ ପଡ଼ି ଦଶରଥ ଅସିବର ହୋଇଲା ଶତେଚୂନା ।୫୩।ଦଶରଥକଇଂ ଧରି ପାଡ଼ିଲା ବ୍ୟାଘ୍ରବରମୋତେ ପଛେ ଭକ୍ଷ ଗାଈକି ରକ୍ଷାକର ।୫୪।ମୋତେ ଧରି ବ୍ୟାଘ୍ର ରେ ମହୁମାଂସ ଭକ୍ଷପଳାଉ କିନା କପଳା ଗୋ କିମ୍ପାଇ ରହିଅଛ ।୫୫।ୟେସନିକ ବାକ୍ୟ ଯହୁଂ ବୋଇଲେ ଦଶରଥଶୁଣି କପିଳା ଯେ ସଦୟେ ହୃଦଗତ ।୫୬।ବ୍ୟାଘ୍ରର ରୂପ ଦେବୀ ତତକ୍ଷଣେ କଲେ ତେଜ୍ୟାବାବୁ ତୋହୋର ୟେଡ଼େ ସତ ରେ ଦଶରଥ ମହାରଜା ।୫୭।ମୋତେ ଭଗତି ନିମନ୍ତେ ତୁ ୟେତେ ଦୁଖ ପାଉଯାଅ ଯା ଦଶରଥ ରେ ତୋହୋର ଚାରିପୁତ୍ର ହୋଉ ।୫୮।ବ୍ରହ୍ମା ବିଷ୍ଣୁ ମହେଶ୍ୱର ଇନ୍ଦ୍ର ଚାରି ଦିଗପାଳେରାମ ଲକ୍ଷ୍ମଣ ଭ୍ରଥ ଶତ୍ରୁଘନ ହୋଇ ଉପୁଜନ୍ତୁ ତୋର କୋଳେ ।୫୯।ବଦୟନ୍ତି ମାରକଣ୍ଡ ଶୁଣ ହୋ ଯୁଝେଷ୍ଠିକପିଳା ବର ପାଇ ଦଶରଥ ଋଷିଶିଙ୍ଗକଇଂ ଖଟି ।୬୦।ଚିତ୍ରବାହାନ ରାଜା ଯେ ଲୋମପାଦେ ବିବାଦୀତେଣୁକରି କୋପ ସେ କଲେକ ଜମ୍ଭୋଭେଦୀ ।୬୧।ଲୋମପାଦ ରାଜ୍ୟେ ନୋହିଲା ଜଳବୃଷ୍ଟିଶସ୍ୟ ଜାତ ନୋହିବାରୁ ପ୍ରଜା ମହାକଷ୍ଟି ।୬୨।ବ୍ୟାସମୁନି କହିଲେ ଯେ ଋଷ୍ୟଶୃଙ୍ଗର କଥାପାଇବୁ କାରଣ ଆଣୁ ଯେବେ ବିଭାଣ୍ଡେକ ପୁତା ।୬୩।ବେଶ୍ୟାନ୍ତ ପଠିଆଇ ଆଣିବୁ ବାଳଶିଷିନଉକାରେ ବସାଇ ଆଣ ବେଗେ ଋଷିଶିଙ୍ଗ ଋଷି ।୬୪।ନିତ୍ୟକର୍ମ କାଳେ ମୁନି ଲୋଡ଼ିବେକ ପାଣିମେଘେ ବରଷିବେ ଯେ ମୁଶଳ ଧାରା ଜାଣି ।୬୫।ୟେହା ଶୁଣି ଲୋମପାଦ ଜରତାକୁ ରାଇଋଷିଶିଂଗଂକ ନିକଟେ ଦିଲେ ପଠିଆଇ ।୬୬।ଜରତା ମୁନି ପାଶରେ ପ୍ରବେଶ ହୋଇଲେନାନା କଉଶଳରେ ତାର ମନ ଭୁଲାଇଲେ ।୬୭।ଜରତା ନିକଟୁ ମୁନି ସ୍ୱାଦୁ ଫଳ ଖାଇଲୋମପାଦ ରାଜ୍ୟରେ ପ୍ରବେଶ ହେଲେ ଯାଇଂ ।୬୮।ନିତ୍ୟକର୍ମ କାଳେ ମୁନି ଲୋଡ଼ିଲେକ ପାଣିମେଘେ ଯେ ବରଷିଲେ ମୂଷଳ ଧାରା ଜାଣି ।୬୯।ଦେଖିଣ ଲୋମପାଦ ଯେ ସାନନ୍ଦ ହୋଇଲାଶାଆନ୍ତା କନ୍ୟାକଇଂ ନେଇ ମୁନିଂକି ପ୍ରଦାନ କଲା ।୭୦।ଦଶରଥ କୁମାରୀ ଯେ ଅଟଇ ଶାଆନ୍ତାଋଷିଂକି ଲାଗିଲା ଦଶରଥର ପୁତ୍ର ଚିନ୍ତା ।୭୧।ତେଣୁକରି ଦଶରଥ ସନ୍ତାନ ନିମନ୍ତେଚାରୁ ଫୁଟାଇଲେ ମୁନି କୁମାର ଜାତ ଅର୍ଥେ ।୭୨।ଋଷିଶିଙ୍ଗ ବୋଇଲେ ଯେତେ ତୋହୋର ପ୍ରିୟବତୀୟେ ଚରୁ ନେଇ ତାହାନ୍ତ ହାଦେ ଦିଅ ହୋଇବ ଚାରି ଆକୃତି ।୭୩।ଘେନିଣ ମହାରାଜା ତତକ୍ଷଣ ଅଇଲାବୋଇଲା ୟେ ଚରୁ ଗ୍ରାସକର ଗୋ କଉଶୁଲ୍ୟା ।୭୪।ବିଚାରଇ କଉଶୁଲ୍ୟା କୟିକେୟା ମୋର ସଖୀଅପୂର୍ବ ପଦାର୍ଥ ପାଇଲେ ପ୍ରିୟଲୋକନ୍ତ ନ ଉପେଖି ।୭୫।ଚରୁ ଅର୍ଦ୍ଧେକ ଘେନିଣ ଦିଲେ କୟିକେୟାଂକୁଗ୍ରାସର କାଳେ ଯାଇଂ ସୁମିତ୍ରା ଦେଖିଲା ତାହାଂକୁ ।୭୬।ତୁ ଆମ୍ଭର ସଖୀ ଅଟୁନି ଯୁଗତେଦୁହେଂ ମୁଠିୟେ ମୁଠିୟେ ଦିଲେ ସୁମିତ୍ରାଂକ ହାଥେ ।୭୭।କଉଶଲ୍ୟାର ଗର୍ଭୁଂ ଯେ ଶ୍ରୀରାମ ହେଲେ ଜାତକୟିକେୟାର ଗର୍ଭୁଂ ଭରତ ହେଲେ ସମ୍ଭୁତ ।୭୮।ସୁମିତ୍ରାଂକ ମୁଠିୟେ ମୁଠିୟେ ଦିହେଂ ଦିଲେ ବାଣ୍ଟିସେ ନିମନ୍ତେ ଲକ୍ଷ୍ମଣ ଶତ୍ରୁଘ୍ନ ପୁତ୍ର ବେନିଗୋଟି ।୭୯।ମାରକଣ୍ଡେ ବୋଇଲେ ବାବୁ ଶୁଣ ଧର୍ମରାୟେୟେ ବିଧିରେ ଦଶରଥଂକର ଚାରି ଯେ ତନୟେ ।୮୦।ଯୁଝେଷ୍ଠି ବୋଇଲେ କପିଳା ଦଶରଥକଇଂ ବର ଦିଲାଚାରି ଦିଗପାଳଂକ କଥା କେମନ୍ତେ ହୋଇଲା ।୮୧।ମାରକଣ୍ଡେ ବୋଇଲେ ବାବୁ ଶ୍ରୀରାମ ବିଷ୍ଣୁଜନ୍ମ ହୋୟେଭ୍ରଥ ଯେ ଇନ୍ଦ୍ର ଅବତାର ଅଟଇଟି ସ୍ୱଂୟେ ।୮୨।ଲକ୍ଷଣ ପ୍ରତ୍ୟକ୍ଷେ ଅଟନ୍ତି ଈଶ୍ୱର ଦେବତାଶତ୍ରୁଘ୍ନ ଅଟନ୍ତି ସେ ଯେ ସାକ୍ଷାତେ ବିଧାତା ।୮୩।ଯୁଝେଷ୍ଠି ଦେବ ବୋଇଲେ ଶୁଣିମା ମାରକଣ୍ଡେଋଷିଶିଙ୍ଗର ମହିମାଂ କାହୁଂ ହୋଇଲା ୟେଡ଼େ ।୮୪।ଶୁଣ ହୋ ପଣ୍ଡୁ ନନ୍ଦନ ସୋମବଂଶୀଆଦିବ୍ରହ୍ମା ତହୁଂ ଉପୁଜିଲେ ପାଠ ମହାଋଷି ।୮୫।ପାଠଋଷିର ନନ୍ଦନ ଅଟଇ ଜୟେମୁନିଜୟମୁନି ନନ୍ଦନ ଯେ ବିପ୍ର କାଶୀପନି ।୮୬।କାଶୀପନିର ନନ୍ଦନ ଦେବନିକ ମହାଯତିଉତ୍ତାନକ ମହଋଷି ୟେହାଂକର ସନ୍ତତି ।୮୭।ଉତ୍ତାନଂକର ନନ୍ଦନ ଅଜନିକ କଇତପାୟେହାଂକର ନନ୍ଦନ ଅଟନ୍ତି ସତ୍ୟପା ।୮୮।ସତ୍ୟପାର ନନ୍ଦନ କୁଣ୍ଡଳ ମହଋଷିଭାଣ୍ଡେକ ବୋଲିକରି ତାହାଂକର ଶିଷି ।୮୯।ଭାଣ୍ଡକର ନନ୍ଦନ ଯେ ବିଭାଣ୍ଡକ ଋଷିମହାତେଜା ମୁନି ଜାଣି କପିଳ ମହଋଷି ।୯୦।ଦିନେକ ସ୍ୱର୍ଗ ଭୁବନକଇଂ ଗଲେ ବିଭାଣ୍ଡେକ ମୁନିଇନ୍ଦ୍ର ଦେବତା ତାହାକଇଂ ମାନ୍ୟ ନ କଲାକ ପୁଣି ।୯୧।ଅମର ଆସ୍ତାନେ ତାକୁ ନ ଦିଲାକ ବସିତହୁଂ ଅଭିମାନେ ବାହୁଡ଼ିଲେ ବିଭାଣ୍ଡକ ଋଷି ।୯୨।ରାଗେଣ ବୋଇଲେ ତାଂକୁ ବିଭାଣ୍ଡକ ମୁନିଇନ୍ଦ୍ରପଦ ଘେନିମଇଂ ୟେ ମୋର ସତ୍ୟବାଣୀ ।୯୩।କାଳ କାମ ନିଦ୍ରା ଯେ ସମସ୍ତ କଲା ତେଜ୍ୟାପୁଣ୍ୟତୋୟା ନଦୀକୂଳେ ବସିଲା କରିଣ କୁଶଶଯ୍ୟା ।୯୪।ବସିଲାକ ମହାତମା ଯେ ସକଳ ନିରାଶିପରମ ନିରାକୁଳ ଅଭୟେ ନାଥଂକୁ ସେ ତୋଷି ।୯୫।ପାପ ଆତ୍ମା ବୁଡ଼ାଇ ନିରାଶି ତପୋବନ୍ତନବଦ୍ୱାର ନିରୋଧି ରୋମେ ପିବଇ ବାତ ।୯୬।ସମସ୍ତ ପ୍ରକୃତି ଯେ ଛନ୍ଦିଲା ୟେକଆତ୍ମାମହାଲୟେ ଚିନ୍ତଇ ସେ ନିରାକାର ମହାତ୍ମା ।୯୭।ହୃଦଗତେ ଚକ୍ଷୁ ବିସ୍ତୀର୍ଣ୍ଣ ଶୋଷିଲା ପବନକାୟେଶତେ ସହସ୍ର ବରଷ ସେ ବସିଲା ୟେକଲୟେ ।୯୮।ଋଷିଂକର ନିରାଶକୁ ଜାଣିଲେ ନାରଦକଷ୍ଠୋର ଦେଖିଣ ସେ ଜଣାଇଲେ ଦେବଇନ୍ଦ୍ର ।୯୯।ଆହୋ ସୁରନାଥ ଅମରପୁରେ ତୋର ପଡ଼ିଲା ପ୍ରମାଦଚାରିଦିନେ ବିଭାଣ୍ଡେକ ଆସି ହୋଇବ ଦେବଇନ୍ଦ୍ର ।୧୦୦।ନାରଦଂକ ମୁଖୁଂ ୟେସନେକ ବାକ୍ୟ ଶୁଣିଅସ୍କନ୍ଦା ଅପକ୍ଷରୀକି ପେଷିଲେ ବଜ୍ରପାଣି ।୧୦୧।ତୁ ଯାଅ ଅସ୍କନ୍ଦା ଗୋ ପୁଣ୍ୟତୋୟା ନଦୀ କୂଳେବିଭାଣ୍ଡକ ତପ ଭଗ୍ନକର ତୋହୋର ବୁଦ୍ଧିବଳେ ।୧୦୨।ଜାନୁ ସ୍ତନ ଯଉୁବନ ଦେଖାଇଣ ତପୋଧନୀଅଥବା ଆସ ତାକୁ କୋଳକରି ଘେନି ।୧୦୩।ସ୍ୱାମୀର ବଚନ ଶୁଣି ଚଳଇ ଅସକନ୍ଦାମନକାମନା କରି ତହିଂ ପାତିଲାକ ଛନ୍ଦା ।୧୦୪।ଗାନରସ ଉଂକାରି ମଧୁରସ ବାଣୀପିକମାନେ ବନ ତେଜ୍ୟାକଲେ ତାହାର ବାଣୀ ଶୁଣି ।୧୦୫।ଚାହିଂଲା ମହାତମା ଯେ ଅବଲୋକନ କରି ଦୃଷ୍ଟିମୟାଣ ଶର ବିଘାତେ ଶରୀର ତାର ଫୁଟି ।୧୦୬।ଅସକନ୍ଦାର ବଦନ ଚାହିଂଲା ବିଭାଣ୍ଡେଢଳିଲା ମହାତମାର ଅମୋହ ରେତ ଖଣ୍ଡେ ।୧୦୭।ରେତ ମନ୍ଦାୟେକ ପଡ଼ନ୍ତେ ଯେ କମ୍ପିଲା ମେଦିନୀଆରେକ ମନ୍ଦାକ ଯେ ଧଇଲେ ମହାମୁନି ।୧୦୮।ରାଗେ ବୋଇଲେ ତୁ ଲୋ ଦୁଷ୍ଟ ଯେ ଦୃଭାଗୀଦୁଖେ ଅରଜିଲା ତପ କିମ୍ପେ ମୋର ଭାଗୀ ।୧୦୯।ୟେ ମୃତୁ ମଣ୍ଡଳେ ତୁ ଲୋ ଲେଞ୍ଚସ୍ତିରୀ ହୋଇମୁଖେ ରେତ କରାଅ ତୁ ବ୍ରତ ହେତୁ ପାଇ ।୧୧୦।ଯୁଝେଷ୍ଠି ପୁଚ୍ଛାକଲେ ଶୁଣିମା ମାରକଣ୍ଡେଆରେକ ଧାତୁମନ୍ଦା କି କଲେ ବିଭାଣ୍ଡେ ।୧୧୧।ମାରକଣ୍ଡେ ବଦୟନ୍ତି ଯୁଝେଷ୍ଠି ବାକ୍ୟ ଶୁଣିଆରେକ ମନ୍ଦା ନଦୀରେ ପକାଇଲେ ଆଣି ।୧୧୨।ଇସ୍କିନ୍ଦା ନାମେକ ସେ ୟେକଇ ମୃଗୁଣୀସେହୁ ତୃଷାୟେ ଜଳଘାଟେ ପିବନ୍ତେଣ ପାଣି ।୧୧୩।ଶୁଦ୍ଧ ସଷ୍ଠିକ ପ୍ରାୟେ ଉପୁଚିଆଉଂ ଥିଲା ନଳେସେ ଯାଇଂ ବସିଲା ମୃଗଣୀ ଗର୍ଭସ୍ଥଳେ ।୧୧୪।ଯେବଣ ଅମୋହ ରେତ ସେ ଅଟଇ ମହାକଳ୍ପିସଇନ୍ଦୁ ପୁତ୍ରେକ ଯେ ହୋଇଲା ଉତପତ୍ତି ।୧୧୫।ଲଖ ମୁଖ ନାସିକା ଚାରୁଚରଣ ମନୁଷ୍ୟର ପିଣ୍ଡରୋମାଞ୍ଚିତ ପିଙ୍ଗଳ ହରିଣ ଯେହ୍ନେ ମୁଣ୍ଡ ।୧୧୬।ମୃଗୁଣୀ ଉପେକ୍ଷିଲା ଦେଖି ମନୁଷ୍ୟର ଭାବପଡ଼ିଛି ବାଳଶିଷି ସେ ନଦୀର ପଛିମ ଠାବ ।୧୧୭।ମାରକଣ୍ଡ କହିଲେ ଯୁଝେଷ୍ଠି ଦେବଂକ ଆଗସେହି ସେ ମହାତମାଟି ଅଟଇ ଋଷିଶିଙ୍ଗ ।୧୧୮।ଯୁଝେଷ୍ଠି ବୋଇଲେ ଶୁଣିମା ମାରକଣ୍ଡ ଦେବଆମୋହ ରେତ କେମନ୍ତେ ସଂହରିଲା ମୃଗୁଣୀର ଗର୍ଭ ।୧୧୯।ମାରକଣ୍ଡେ ବୋଇଲେ ଶୁଣ ତୁମ୍ଭେ ତହିଂର କଥାବିଷ୍ଣୁଗର୍ଭ ବୋଲି ସତ୍ୟଯୁଗର ବାରତା ।୧୨୦।ଋତୁପା ନାମେଣ ଯେ ବୃହସ୍ପତି ଯାୟେନିତ୍ୟକର୍ମ ବିଧାନେ ସେ ପଞ୍ଚୁବେଣୀ ଗଙ୍ଗାୟେ ।୧୨୧।କାଳିଝୀନ ନାମେଣ ବ୍ରହ୍ମା କୃପାଜଳ ନାମେ ରୁଦ୍ରମାର୍ତ୍ତଣ୍ଡ ନାମେ ଆଦିତ୍ୟ ଶଶାଂକ ନାମେ ଚନ୍ଦ୍ର ।୧୨୨।ଶୁଚୀ ନାମେଣ ଯେ ଅଟଇ ବସୁନ୍ଧରାକଉଣ୍ଡଳ ନାମେ ବାତ ଚାତକ ନାମେ ଅଙ୍ଗିରା ।୧୨୩।ମଳୟ ବସନ୍ତ ବୋଲି ପ୍ରଭବଅନନ୍ତ ନାମେ ବାସୁକି ଧର୍ମ ନାମେ ସୁଦେବ ।୧୨୪।ବଳାକ୍ରମ ନାମେ ଯେ କୁମ୍ଭମାସ ଆଦିଶୋଳକ ନାମେଣ ଯେ ଦିବସ ସମ୍ପାଦି ।୧୨୫।ସେ ଦିନ ବୃହସ୍ପତି ଗଲେ ପଞ୍ଚୁଧାରା ତୀର୍ଥେହରିତା ନାମେ ରାକ୍ଷସୀକି ଭେଟିଲେ ବନସ୍ତେ ।୧୨୬।ମାନିନୀ ରୂପ ସେ ଯେ ଅଟଇ ବରାଙ୍ଗନାଦେଖିଣ ପଣ୍ଡିତେ ଯେ ହୋଇଲେ ମୋହୋମନା ।୧୨୭।ମୋହେ ବଶ ହୋଇଣ ଯେ ଢଳିଲେ ପଣ୍ଡିତେହରିତା ରାକ୍ଷସୀକି ଧରିଲେ କୋଳାଗ୍ରତେ ।୧୨୮।ବୃହସ୍ପତିଂକି ଦେଖି ସାନନ୍ଦ କଉଣୋପୀମୁଖେ ରତିକରି ସେ ଲୋଡ଼ଇ ଦୁରାପୀ ।୧୨୯।ଅସ୍ତୁକରା ପୁରୁଷେ ବୋଇଲେ ଶୁଣ ହୋ ବୃହସ୍ପତିମୁଖେ ରେତ କରାଇଲେ ହୋଇବଟି ଅନୀତି ।୧୩୦।ରାକ୍ଷସୀ ବିଚାରଇ ଆକ୍ରେଷିବି ମହାଧାତୁନିପ୍ରାଣ କରାଇବି ବ୍ରାହ୍ମଣ ପାଉ ମୃତୁ ।୧୩୧।ମଲେଣ ମାଂସ ୟେହାର ଖାଇବଇଂ ଭାଜିମୁଖେ ଉପସ୍ଥ ଭରି ଲୋଡ଼ଇ ମନ୍ଦ ହେଜି ।୧୩୨।କଷ୍ଠୋର ଦେଖିଣ ଶାପ ଦିଲେ ପ୍ରଜାପତିତୁ ଲୋ ରାକ୍ଷାସୁଣୀ ମୃଗଣୀ ହୋଇ ହୁଅ ଉତପତ୍ତି ।୧୩୩।ୟେ ବୃହସ୍ପତି ଜାତ ହେଉ ବିଭାଣ୍ଡକ ଋଷି ହୋଇଋକ୍ଷ ନାମେ ତ୍ରେତୟା ଯୁଗେ ୟେହାର ଧାତୁ ମୁଖେ ଭକ୍ଷ ତୁହି ।୧୩୪।ଶୁଣ ହୋ ପାଣ୍ଡବେ ପ୍ରଜାପତିର ଶାପେସେ ହରିତା ରାକ୍ଷସୀ ଜାତ ହୋଇଲା ମୃଗଣୀ ସରୂପେ ।୧୩୫।ଯେ ସେ ବୃହସ୍ପତି ବିଭାଣ୍ଡକ ହୋଇଅଛିପୂର୍ଗର ଶାପେ ସେ ମୃଗଣୀ ଋଷିର ରେତ ଭକ୍ଷି ( ଭସ୍ଥି ) ।୧୩୬।ଯୁଝେଷ୍ଠି ବୋଇଲେ ମାରକଣ୍ଡେ ଋଷିଶିଙ୍ଗ ଉପୁଜିଲାମୃଗୁଣୀ ନ ପାଳିଲା ସେ କେମନ୍ତେ ବ୍ରତିଲା ।୧୩୭।ଶୁଣ ହୋ ଧର୍ମରାଜା ବଦୟନ୍ତି ମାରକଣ୍ଡେଆହାନିକ କାଳେ ଆସି ଦେଖିଲା ବିଭାଣ୍ଡେ ।୧୩୮।ଅପୂର୍ବ କୁମାର ସେ ଅଟଇ ବେନି ଜାତିମାତା ପିତା ସଖା ତାର କେହି ନାହିଂ କତି ।୧୩୯।ଧ୍ୟାନେଣ ଜାଣିଲେ ୟେତ ଅଟଇ ଆମ୍ଭର ବୀର୍ଯ୍ୟମୃଗୁଣୀ ଭକ୍ଷନ୍ତେ ଉତପତ୍ତି ସଇନ୍ଦୁ ଆତ୍ମଜ ।୧୪୦।ବିଭଳିତ ଦେଖି ସେ ଇସ୍କିନ୍ଦ୍ୟା ଛାଡ଼ିଲାଧର୍ମେ କୁମାର ମୋର ୟେକା ସେ ବ୍ରତିଲା ।୧୪୧।କ୍ଷୀର ଅଭାବେଣ ସେ ବ୍ରତଇ କେମନ୍ତେକମଣ୍ଡଳୁ ପାଣି ମନ୍ଦାୟେ ଦିଲେକ ଗର୍ଭଗତେ ।୧୪୨।ସାଷ୍ଟାମ ହୋଇଲା ଯେ କୁମାର ଜଳପାନେମେଘନ୍ତ ରାଇଣ ଯେ ବୋଇଲେ ତପୋଧନେ ।୧୪୩।ଯେତେବେଳେ ନନ୍ଦନ ଲୋଡ଼ିବ ମୋର ଜଳଧାତିକାରେ ଆସି ଜଳ ବରଷିବୁ ଆଖଣ୍ଡଳ ।୧୪୪।ପାଣି ନ ପାଇ ପୁତ୍ର ମୋହୋର କରିବ ଯେବେ କୋପଅମର ଦହନ ହୋଇବଟି ୟେହାର ଦିଲେ ଅଭିଶାପ ।୧୪୫।ସେ ଋଷିଶିଙ୍ଗ ଯେବଣ ଭୁବନେ ଥାଇଅନୁବ୍ରତେ ମେଘମାନେ ପଛେ ପଛେ ଗୋଡ଼ାଇ ।୧୪୬।ମେଘଛତ୍ର ବହଇ ଋଷିଶିଙ୍ଗ ବ୍ରହ୍ମବେତ୍ତାତାହାର ଆଗ୍ୟାଂୟେ ଜଳବୃଷ୍ଟି କରଇ ବାସେବ ଦେବତା ।୧୪୭।ଯେବଣ ମାହେନ୍ଦ୍ର ବେଳେ ଦେଖିଲୁ ଗୋକର୍ଣ୍ଣେଶ୍ୱରସେ ଋଷିଶିଙ୍ଗ ଅଟଇ ରୁଦ୍ର ଅବତାର ।୧୪୮।ଲୋମପାଦ ରାଜ୍ୟରେ ହୋଇଲା ଅନାବୃଷ୍ଟିତାହାର ପ୍ରସାଦେ ରକ୍ଷାଗଲେ ଜୀବକୋଟି ।୧୪୯।ଯୁଝେଷ୍ଠି ଦେବ ବୋଇଲେ ତାକୁ ନିଲେକ କେମନ୍ତେୟେହା ସଞ୍ଚପି କରି କହିବା ମୁନି ମୋତେ ।୧୫୦।ଶୁଣନ୍ତେ ଫିଟୁ ୟେ ସଂସାର ମୋହବ୍ୟଥାବଡ଼ାଇ କଉତୁକ ୟେ ଅମୃତ ରସ କଥା ।୧୫୧।ଅଥବା ପାତେକ ଯେବେ କରିଥାନ୍ତି ପ୍ରାଣୀହୋଇବେ ମୁକତି ଋଷିଶିଙ୍ଗ କଥା ଶୁଣି ।୧୫୨।ମାରକଣ୍ଡେ ବୋଇଲେ ସେ ଦଶରଥର କୁମାରୀପ୍ରଶୁରାଂମକର ଡରେ ନୁଆରିଲା ବିଭାକରି ।୧୫୩।ପିତା ଘରେ ଦୋହିତା ଅବିଭାଇ ରଜୋବତୀ ହୋଇଲେବହିଲା ଶ୍ରୋଣିତ ପିତୃଲୋକ ପିବନ୍ତି ଭଲେ ।୧୫୪।ଦଶରଥ ନିଆରିଲେ ତାହା ତଦ ନିମନ୍ତୁଲୋମପାଦ ପୁରେ ଥୋଇଲେ ମଇତ୍ର ହେତୁ ।୧୫୫।ମେଘେ ବୋଇଲେ ହୋ ଲୋମପାଦ ମନ୍ଦ କଲାଅପୁତ୍ରିକ ରାଜାର ଯେ ଦୁହିତା କିମ୍ପା ସଂଘରିଲା । ( ସଂଭରିଲା ) ।୧୫୬।ଲୋମପାଦ ରାଜାକୁ ଦେବଗଣ ଦୋଷ ଯେ ବିହିଲେତେଣୁ କରି ରାଜ୍ୟରେ ତାର ବୃଷ୍ଟି ଯେ ନ କଲେ ।୧୫୭।ଋଷିମାନନ୍ତ ଘେନି ରାଜା ଅନେକ ଯାଗଯଗ୍ୟଂ କଲାତଦ୍ୟାପି ରାଜ୍ୟ ତାର ଜଳବୃଷ୍ଟି ନୋହିଲା ।୧୫୮।ମେଘେ ନ ପାଳିଲେ ପାଞ୍ଚବର୍ଷ ପରିଯନ୍ତେଧନବନ୍ତ ଲୋକେ ବଞ୍ଚିଲେ ପୂର୍ବର ସୁକୃତେ ।୧୫୯।ନଦୀର ଖମା ଖୋଳାଇ ଜଳ ଆଣିଲେ ନରପତିରାଜ୍ୟଯାକ ବେଢ଼ାଇଣ ଖଣା ଖୋଳାଇଲେ ପ୍ରତିପ୍ରତି ।୧୬୦।ତହୁଂ ପାଣି ଦେଇ ପ୍ରଜାୟେ ଶସ୍ୟକରିଭୁଞ୍ଜନ୍ତି ସେ ପ୍ରଜାଜନେ କର୍ମକୁ ଆଦରି ।୧୬୧।ବ୍ୟାସେ ବୋଇଲେ ରାଜା ତୋର ରାଜ୍ୟେ ଯେବେ ନ ବରଷିଲା ପାଣି ।ଜଳବୃଷ୍ଟି କରାଉ କିନା ତୁ ଋଷିଶିଙ୍ଗକଇଂ ପାରୁ ଆଣି ।୧୬୨।ଜରତା ନାମେଣ ବେଶ୍ୟା ୟେକଇ ପୀନସ୍ତନୀସେ ଗଲା ବନସ୍ତେ ନାବେ ଅନେକ ବେଶ୍ୟାଗଣନ୍ତ ଘେନି ।୧୬୩।ସଞ୍ଚପି କରିଣ ତାହାକୁ କହିଲେ ମୁନିବ୍ୟାସେସରସ୍ୱତୀ କୂଳରେ ପ୍ରବେଶ ହେଲେ ପଞ୍ଚୁ ଦିବସେ ।୧୬୪।ହରି ହରିଣୀ ବିରହିଣୀ ହରିତା ହରିଣାକ୍ଷୀମୋହିନୀ କାମସେଣୀ ଆବର ପଦ୍ମାକ୍ଷୀ ।୧୬୫।ଜରତାର ତୁଲେଣ ଅଷ୍ଟ ଯେ ଚତୁରୀପୁଣ୍ୟତୋୟା ନଦୀକୂଳେ ଭେଟିଲେ ଋଷିଶିଙ୍ଗ ବ୍ରହ୍ମଚାରୀ ।୧୬୬।ଦେଖିଲେ ଋଷିଶିଙ୍ଗ ଅଗ୍ୟାନ ବାଳଶିଷିନିର୍ଧୁମ ଅଗ୍ନି ଜାଣି ତେଜ ପରକାଶି ।୧୬୭।ବ୍ରଘ ଭାଲୁ ଯେ ନାନା ଜୀବମାନେତେଜେ ରହି ନୁଆରିଲେ ୟେକାଦଶ ଯୋଜନେ ।୧୬୮।ଅନେକ ଅଳଂକାର ଘେନି ଭେଟିଲେ ସୁନ୍ଦରୀଦେଖିଣ ଆଶ୍ରିଜ ଯେ ହୋଇଲେ ବ୍ରହ୍ମଚାରୀ ।୧୬୯।ବୋଇଲେ କେବଣ ଦେଶର ତୁମ୍ଭେ ଅଟ ଗୋ ତପୋଧନୀମନୋହର ବନେ ଥାଉଂ ବୋଲି ବୋଇଲେ କାମିନୀ ।୧୭୦।ବନସ୍ତର ଫଳ ଗୁଡ଼ାୟେ ଦିଲେ ଋଷିଶିଙ୍ଗବୋଇଲେ ୟେହା ବାଣ୍ଟିଣ କର ତୁମ୍ଭେ ଭୋଗ୍ୟ ।୧୭୧।ଜରତା ବେଶ୍ୟା ବୋଇଲା ୟେତ ଦିଶଇ ଅନ୍ୟାକୃତିୟେହା ଆହାରେ ତୁମ୍ଭେ କେହେନେକ ଅଛ ବ୍ରତି ।୧୭୨।ଆମ୍ଭ ବନସ୍ତର ତୁମ୍ବଂକୁ ଦେଇ କିନା ଫଳଖଣ୍ଡ ଶାକର ମିଶାଇ ଦିଲେ ଅମୃତପାଣି କଦୀଳ ।୧୭୩।ଗୋଟିୟେ ମୁଖେ ଭୁଞ୍ଜିଣ ମୁନି ପାଇଲେ ମହାରସସୁଶୀତଳ ପଣା ଦିଲେ କର୍ପୂରର ବାସ ।୧୭୪।ଆମ୍ଭ ବନସ୍ତର ଫଳ ୟେ ଆମ୍ଭ ବନସ୍ତର ପାଣିଚନ୍ଦନ ଚତୁସମ ଲେପନ କଲେକ ଅଙ୍ଗେ ଆଣି ।୧୭୫।ବୃକ୍ଷର ଲସା ବୋଲି ଲଗାଇଲେ ଜୁଆଦ କସ୍ତୁରୀବନପୁଷ୍ୟ ବୋଲି ଆଭରଣ କଲେ ଆଣି କନକର ମାଳୀ ।୧୭୬।ସିନ୍ଧୁଆ ନେତର ଯେ ଶେଯେକ ଦିଲେ ନେଇଆମ୍ଭ ବନସ୍ତ ଜୀବମାନଂକର ଛାଲ ଅଟଇଟି ୟେହି ।୧୭୭।ଆଉଜିବାକୁ ଦିଲେ ସେ ନେତର ମୁଚୁଳିବହୁ ଭକ୍ତିରେ ଛାମୁରେ ଖଟିଲେକ ବାଳୀ ।୧୭୮।ଶୁତିଲେ ଋଷିଶିଙ୍ଗ ଅପସରାକୁ ଆଉଜିବୋଇଲେ ତୁମ୍ଭ ବନସ୍ତକୁ ଯିବା କି ୟେହୁ ବନସ୍ତ ତେଜି ।୧୭୯।ୟେ ବନର ଜଳ ଫୁଟିୟେ ଯେବେ ଖାଇଶରୀର ଦୁଃଖୀ ହୋଇ ଶଳିଷମା ବାଧଇ ।୧୮୦।ୟେ ବୃଷମାନଂକର ଲସି ଲେପିଲେହାଡ଼ ମାୟେଂସ ମିଳାଇ ଶରୀରେ ପଡ଼ିଲେ ।୧୮୧।ଋଷିଶିଙ୍ଗ ବୋଇଲେ ଆମ୍ଭନ୍ତ ଦୟା କରିବ କି ତପୋଧନୀତୁମ୍ଭ ତପ ବନସ୍ତକଇଂ ଆମ୍ଭନ୍ତ ଯାଅ କିନା ଘେନି ।୧୮୨।ଅନ୍ୟାକର ବନ ୟେଥି ଦଣ୍ଡେହେଂ ନ ଥାଇତୁମ୍ଭର ବନରେ ୟେହେନ୍ନେକ ପଦାର୍ଥ ଯେବେ ପାଇ ।୧୮୩।ଜରତା ବୋଇଲା ଆମ୍ଭେ ବେଗେ ୟେଥୁ ଯାଉଂଦିନାଦଶ ଅନ୍ତରେ ପ୍ରବେଶ ଆସି ହୋଉଂ ।୧୮୪।ଋଷିଂକି ହାଥ ଦେଇ ଚଳିଲା ନାଗରୀଲୋମପାଦ ଆଗେ କହିଲେ ଶେଷ କରି ।୧୮୫।ବଡ଼ାଇ ଆଶ୍ରିଜ ଯେ ଋଷିଶିଙ୍ଗର ମହିମାପରମ ନିରାକୁଳ ସେ ଅଟଇ ମହାତମା ।୧୮୬।ବଳାତକାରେ ଦେବ ତାଂକୁ ଆଣିତ ନୁଆରିନ ଯିବି ବୋଲି ବୋଇଲେ ମନ୍ଦର ଗିରିସରି ।୧୮୭।ଜଳେଣ ନାଉକା ମେଲ ହୋ ଦଣ୍ଡସାଇଂଚକିତ ଚକିତ କରି ଆଣୁ ନାବରେ ବସାଇ ।୧୮୮।ଚାପନାବ ଗୋଟିୟେ ମେଲିଲେ ନଦୀଜଳେଫଳନ୍ତି ବୃକ୍ଷମାନେ ନାବରେ ରୋପିଲେ କୂତୋହୋଳେ ।୧୮୯।ନାବର ଉପରେ ମେଢ ମଣ୍ଡୋପଜଗତୀଖଞ୍ଜିତ ମଣି ମାଣିକ୍ୟ ଭୁବନ ବାରସ୍ୱତୀ ।୧୯୦।ଅନେକ ଚିତ୍ର ପିତୁଳୀ କଲେକ ଲେଖନବବିଧ ରତ୍ନମାନ ଝଲକନ୍ତି ପାତାଂଗ ନେତ ଚିହ୍ନ ।୧୯୧।ବହୁତ ଅର୍ପୂବ ଦ୍ରବ୍ୟମାନ ପୂରୋଇଲେ ନାବେଚଳିଲେ କାମିନୀମାନେ ବହୁତ ମତ୍ତଗର୍ବେ ।୧୯୨।ୟେକଲାବରେ ପଡ଼ଇ ଶତେକ ଆହୁଲାପବନହୁଂ ବେଗ ହୋଇ ଜରତା ଯେ ଗଲା ।୧୯୩।ଶୁଣ ହୋ ଯୁଝେଷ୍ଠି ବଦୟନ୍ତି ମାରକଣ୍ଡେଋଷିଶିଙ୍ଗ ସନ୍ନିଧେ ବିଜୟେ ବିଭାଣ୍ଡେ ।୧୯୪।ଆମୋଦିତ ଗନ୍ଧ ଚନ୍ଦନ କର୍ପୂର ଜୁଆଦ କସ୍ତୁରୀମଣି ମାଣିକ୍ୟ ମାଳ ଗୋଟିୟେ ହୃଦରେ ଅଛି ଭରି ।୧୯୫।ବିଭାଣ୍ଡେକ ବୋଇଲେ ବାବୁ ୟେତ ବଡ଼ାଇ ଅପୂରୁବୟେମାନନ୍ତ କାହିଂ ତୁ ପାଇଲୁ ରେ ବନସ୍ତରେ ୟେବ ।୧୯୬।ଋଷିଶିଙ୍ଗ ବୋଇଲେ ବାଭିୟେ ଦେଖିଲୁ ବଡ଼ ତପୀବଡ଼ ସୁସଞ୍ଚ ସୁନ୍ଦର ଦିଶନ୍ତି ବ୍ରହ୍ମରୂପୀ ।୧୯୭।ତାହାଂକର ତପମହିମାଂ ଅଟଇ ଦେବ ଧନିଆମ୍ଭନ୍ତ ନେଇଣ ସେଲୋଡ଼ନ୍ତି ସଂଗେ ଘେନି ।୧୯୮।ଧ୍ୟାନେଣ ଜାଣିଲେ ସେ ବିଭାଣ୍ଡେକ ମହଋଷିଜଳଦାନ ନିମନ୍ତେ ଜରତା ଲୋମପାଦ ପେଷି ।୧୯୯।ଉପାୟେ ବୁଦ୍ଧି ରଞ୍ଚି ଭଣ୍ଡିଗଲେ ଚତୁରୀୟେଡ଼େ ବାଳଯତି ପଡ଼ିଲା ନାଗରୀ ବଚନେ କରି ।୨୦୦।ଋଷିଶିଙ୍ଗ ବୋଇଲେ ବାଭିୟେ ୟେମନ୍ତ ବୋଲି ମହିମାଂତାହାଂକର ତପକୁ ସରି ନୋହନ୍ତି ବେଦବ୍ରହ୍ମା ।୨୦୧।ତୁମ୍ଭେ ଯେ ନ ଥିଲ ସେ ଅଇଲେ ଯେବଣ ଦିନେମୁକତ ହୁଅନ୍ତ ନା ସେ ମୁନିଂକ ଦରଶନେ ।୨୦୨।ଆସିବେ ବୋଲି ବୋଇଲେ ସେ ଦିନାଦଶ ଅନ୍ତରେଦେଖିବଟିକି କେମନ୍ତ ମହିମାଂ ତାହାଂକରେ ।୨୦୩।ବିଭାଣ୍ଡକ ବୋଇଲେ ବାବୁ ତାହାଂକ ତୁଲେ ଯାଅସେହି ତପୋବନେ ତୁ ସମୟେ ଯାଇ ରହ ।୨୦୪।ପୁତ୍ରକଇଂ ସେହି ବନେ ଛାଡ଼ିଗଲେ ତପୋଧନୀଚଳନ୍ତି କାମିନୀମାନେ ନାଉକା ବେଗେ ଘେନି ।୨୦୫।ବିଳମ୍ବ ଦେଖି ଋଷିଶିଙ୍ଗ ବିଚାରିଲେକି ଅବା ଋଷିମାନେ ଆମ୍ଭନ୍ତ ପାଶୋରିଲେ ।୨୦୬।ହୃଦଗତେ ବିଚାରିଣ ବାଟ ସେ ଚାହାନ୍ତେନାବ ଲାଗିଲା ଯାଇଂଣ ଗହନ ଗିରି ବନସ୍ତେ ।୨୦୭।ଯେତେବେଳେ ନାବରୁ ବାହାର ହୋଇଲେ ବାଳୀଋଷିଶିଙ୍ଗ ବୋଇଲେ ତୁମ୍ଭେ ଅଟ ତପଶାଳୀ ।୨୦୮।ଅନେକ ଗନ୍ଧ ଚନ୍ଦନ କଲେକ ଲେପନଅମିୟରସ ମୁନିଂକି କରାଇଲେକ ଆପ୍ୟାନ ।୨୦୯।ବେଗେ ଯିବା ବୋଲି ଯେ ସନମତ କଲେ ବାଳଯତିଚଳାଇ ନାବରେ ନେଇ ବସାଇଲେ ଯୁବତୀ ।୨୧୦।ବେଗେ ବେଗେ କରିଣ ସେ ବାହିଲେ ନାଉକାଦେଖାଇଲେ ସୁନ୍ଦରୀୟେ ଅନେକ ଚିତ୍ରରେଖା ।୨୧୧।କୋଳେ ସୁନ୍ଦରୀୟେ ସେ ବସାଇଲେ ନେଇହୃଦରେ ଲଗାଇ ମୁଖେ ଚୁମ୍ୱନ ସେ ଦେଇ ।୨୧୨।ବିବସନ ହୋଇଣ ସେ ଦେଖାନ୍ତି ସ୍ତନ ଜାନୁଦେଖିଣ ସାନନ୍ଦ ହୋଇଲେ ତପୋଧନୁ ।୨୧୩।ଋଷିଶିଙ୍ଗ ଅଛନ୍ତି ଯେ ଜରତା କୋଳେ ବସିବୋଲନ୍ତି ମହାତମା ଯେ ତାର ସ୍ତନକୁ ଆଉଂସି ।୨୧୪।ତୁମ୍ଭର ହୃଦୟରେ ୟେ କିସ ସୁସଞ୍ଚଲିଙ୍ଗ ପ୍ରାୟେକ ଦିଶନ୍ତି ୟେହୁ ଉଚ ଉଚ ।୨୧୫।ଜରତା ବୋଇଲା ୟେ ଆମ୍ଭର ଗାଢ଼ତପେ କରିମହାଲିଙ୍ଗ ଦେବତାୟେ ବିଜୟେ ତ୍ରିପୁରାରି ।୨୧୬।ଋଷିଶିଙ୍ଗ ହସି ବୋଇଲେ ବାବୁ ତୁମ୍ଭର ତପସିଦ୍ଧିକେତେକାଳ ତପେ ସଦାନନ୍ଦଂକୁ ହାଦେ ବୋଧି ।୨୧୭।ଚାରିପାଖ ଆଉଂସି ବୋଲନ୍ତି ୟେଡ଼େ ଉଚବେନି ପଞ୍ଜରା ଭେଦି ଦିଶନ୍ତି ଅତୀତ ସୁସଞ୍ଚ ।୨୧୮।ଜରତା ବୋଇଲା ପ୍ରଣ୍ୟପତ୍ୟ ହୋଉଂ ନିତି ତ୍ରିୟନେତ୍ରତେଣୁ କରି ଲିଙ୍ଗ ଆମ୍ଭର ଫଳିତ ଅଙ୍ଗଗାତ୍ର ।୨୧୯।ପଛଘୁଞ୍ଚା ଦେଇଣ ଯେ ବୋଲଇ ବାଳଶିଷିକରପତ୍ର ଯୋଡ଼ି ବୋଇଲେ ତ୍ରାହି ତ୍ରାହି ଦେବକାଶୀ ।୨୨୦।କରପତ୍ର ଯୋଡ଼ିଣ ବିନୟ ଭଗତେପୁଣ ପୁଣ ଋଷିଶୃଙ୍ଗ ହୁଅନ୍ତି ପ୍ରଣପତ୍ୟେ ।୨୨୧।ପଚାରଇ ବାଳଯତି ୟେ ଯେବେ କାଶୀପତିଲିଙ୍ଗ ଅଛି ୟେଥେ ନାହିଂ ଯେ ଶକତି ।୨୨୨।ଋଷିଶିଙ୍ଗ ବଚନେ ସେ ହୋଇଲେ ଉଲଗ୍ନଶାହୀଜାନୁ ବିସ୍ତାରୀ ଦେଖାଇଲେ ଶକତି ଅଟଇ ୟେହି ।୨୨୩।ଋଷିଶିଙ୍ଗକୁ ବୋଇଲେ ଶୁଣ ହୋ ମୁନିବରକେମନ୍ତେ କରି ତୁମ୍ଭେ ଜପମନ୍ତ୍ର କର ।୨୨୪।ପୁଣି ଋଷିଶିଙ୍ଗକୁ ବସାଇଲେ ବେନିଜାନୁ ମଧ୍ୟେଇନ୍ଦ୍ରୀ ବୁଡ଼ାଇଲେ ନେଇ ଭଗକୁଣ୍ଡେ ସଧେ ।୨୨୫।କଟି ତୋଳିଣ ଯେ ଚଳାବନ୍ତି ବେନି କରେଶୃଙ୍ଗାର ସୁନ୍ଦରୀ କରାବନ୍ତି କୂଟସ୍ତରେ ।୨୨୬।ରମଣେ କୁମରେ କରାଇଲେ ସୁଖଜାତୟେ ସେ ଜପମନ୍ତ୍ର ତୁମ୍ଭର ଧନ୍ୟ ହେ ମହତ ।୨୨୭।ଆମ୍ଭର ପିତାୟେ କରୁଥାନ୍ତି ଜପତାହାଂକର ଦେଖିଲା ନାହିଂତ ୟେସନେକ ସ୍ୱରୂପ ।୨୨୮।ଯପମନ୍ତ୍ର ଧର୍ମେ ଅଟଇ ବଡ଼ ସୁଖଆମ୍ଭର ତପଧର୍ମ ଅଟଇ ମହାଦୁଖ ।୨୨୯।ଭଲହିଂ ସେ କଲୁ ଆମ୍ଭେ ସୁଜନେ ପାଇଲୁ ଗୋଷ୍ଠିଜପମନ୍ତ୍ର ସାର୍ଥକ ୟେ ଜୀବନ ଗୋଟି ।୨୩୦।ଅନେକ ହରଷେ ନାଗରୀ ସେ କରାଇଲେ ରତିସଇନ୍ଦୁ ପୁତ୍ରେକ ତହିଂ ହୋଇଲା ଉତପତ୍ତି ।୨୩୧।ନାଉକା ବିବାନେ ସେ ମହାତମାର ତନୁସେ ପୁତ୍ର ନାମଗୋଟି ଦିଲେ ଶତମନୁ ।୨୩୨।ଚକିତେ ଚକିତେ କରି ସେ କରାଇଲେ ରତିବାହାନ୍ତି ନାଉକା ସେ ପବନୁଂ ଆପାତି ।୨୩୩।ପ୍ରବେଶ ହୋଇଲେ ଯାଇଂ ଲୋମପାଦ ଦେଶେଦଣ୍ଡ ଘେନି ନରେନ୍ଦ୍ର ଆସଇ ହରଷେ ।୨୩୪।ଆଲମ୍ୱ ପାଟଛତ୍ର ଉଡ଼ଇ ଗହଣେରଥ ଗଜ ଅଶ୍ୱ ଅନେକ ସନ୍ୟମାନେ ।୨୩୫।ଚକିତ ଚକିତ ହୋଇ ନାବରୁ ଓହ୍ଲାଇଉଛବ ନବରେ ମୁନିଂକି ବସାଇଲେ ନେଇ ।୨୩୬।ଅନେକ ଅମନାତ୍ୟ ସେବଇ ଲୋମପାଦେଲଭିଲି ପମରଗତି ତୁମ୍ଭର ପରସାଦେ ।୨୩୭।ଋଷିଶିଙ୍ଗ ବୋଇଲେ ୟେତ ବଡ଼ାଇ କୂତୋହୋଳୟେହିସ୍ତାନେ ଜରତା ତୁମ୍ଭ ତପସ୍ଥାନ ଚିରକାଳ ।୨୩୮।ଜରତା ବୋଇଲେ ୟେ ଲୋମପାଦ ରାୟେତୁମ୍ଭର ଦେଖିବା ନିମନ୍ତେଣ ସନ୍ୟ ଘେନି ଆୟେ ।୨୩୯।ଋଷିଶିଙ୍ଗ ବୋଇଲେ କିମ୍ପେ ଘୋଡ଼ାଇଲ ତୁମ୍ଭ ଅଂଗୟେ ସଂସାର ଜନମାନେ ଦେଖନ୍ତି ନାହିଂ କି ତୁମ୍ଭ ଲିଂଗ ।୨୪୦।ଜରତା ବୋଇଲା ୟେହୁ ଗୋପ୍ୟାନ ଦେବତାଗୋପ୍ୟାନ କଥା ୟେଟି ନ କର ଉଦିତା ।୨୪୧।ଆହାନିକ କର୍ମ ୟେବେ ସାର ମହଋଷିଜରତାର ତୁଲେ ଅଛନ୍ତି ମୁନି ଭାଷି ।୨୪୨।ପାଣି ଆଣ ଋଷି ବୋଇଲେ କରିବା ତ୍ରିକାଳ ସନ୍ଧ୍ୟାଲୋମପାଦ ପ୍ରଣ୍ୟପତ୍ୟ ହୋଇ କହଇ ମହାକ୍ରୋଧା ।୨୪୩।ମୋହୋର ରାଜ୍ୟେ ମୁନି ହୋ ନାହଂ ଜଳବୃଷ୍ଟିଶୁଣିଣ ଋଷିଶିଙ୍ଗ ଆକାଶକଇଂ ଦିଲେ ଦୃଷ୍ଟି ।୨୪୪।ବୋଇଲେ ଋଷିଶିଙ୍ଗ ସନ୍ୟ ଘେନି ଲୋମପାଦ ଯାଅ ଯା ନିଜପୁରେମହାବୃଷ୍ଟି ୟେହିକ୍ଷଣି ହୋଇବ ସମ୍ଭରେ ।୨୪୫।ଋଷିଶିଙ୍ଗ ଚାହାନ୍ତେ ଗର୍ଜିଲେ ମେଘମାଳେଧୁ ଧୁ କାର କରି ବୃଷ୍ଟି ହୋଇଲା ପୃଥିବୀ ମଣ୍ଡଳେ ।୨୪୬।ନଦୀଖାଲ ପୁଷ୍କରିଣୀ ପୂରିଲା ହୋଇ ୟେକଖଣ୍ଡଖାଲ ଠିକର ପୂରିଣ ହୋଇଲାକ ଗଣ୍ଡ ।୨୪୭।ଶୁଣ ହୋ କୋନ୍ତେ ବଦୟନ୍ତି ମାରକଣ୍ଡେଋଷିଶିଙ୍ଗ ମହିମାଂ ୟେସନେକ ବ୍ରହ୍ମାଣ୍ଡେ ।୨୪୮।ଶୀମାର୍କଣ୍ଡ ବଚନେ ପାଣ୍ଡବେ ମନେ ଶାନ୍ତି ଭଜିତହୁଂ ଯେ ଚଳିଗଲେ ଶାକଲ୍ୟ ବନ ତେଜି ।୨୪୯।ଚିତ୍ରକୂଟ ବୋଲିଣ ଯେ ୟେକଇ ପର୍ବତେତହିଂ ଯାଇଂ ପ୍ରବେଶ ଯେ ହୋଇଲେ ପଣ୍ଡୁସୁତେ ।୨୫୦।ବଡ଼ାଇ ସୁସଞ୍ଚ ପରିମଳ ସେହୁ ବନତହିଂର ମଧ୍ୟସ୍ଥଳେ ଦଣ୍ଡକ ଅରଣ୍ୟ ।୨୫୧।ଯେତେକ ବୃକ୍ଷ ତହିଂ ଦେଖିଲେ ପଣ୍ଡୁ ନାନକୁଂକୁମ ବର୍ଣ୍ଣ ପ୍ରାୟେକ ଦିଶନ୍ତି ସେହୁ ବନ ।୨୫୨।ଶୁଦ୍ଧ କଣୟମୟ ଦିଶନ୍ତି ହରିଣୀଦିବସ ପ୍ରାୟେକ ଯେ ଦିଶଇ ରୟଣୀ ।୨୫୩।ଯୁଝେଷ୍ଠି ଦେବ ପୁଛାକଲେ ସେ ବନସ୍ତର କଥାବଡ଼ାଇ ସୁନ୍ଦର ଦିଶଇ ମାରକଣ୍ଡେ ହେ ୟେ ବନସ୍ତ ବ୍ୟବସ୍ଥା ।୨୫୪।ବଦୟନ୍ତି ମାରକଣ୍ଡେ ଶୁଣ ହୋ କୋଇନ୍ତାର ସୁତତ୍ରେତୟା ଯୁଗେ ରାମଚନ୍ଦ୍ରେ ପୁଣ୍ୟକୂଟୀ ରଞ୍ଚି ରହିଥିଲେ ୟେଥ ।୨୫୫।ୟେ ଗୋଦାବରୀ ନଦୀରେ ସ୍ରାହାନ କରନ୍ତି ଜନକ ନନ୍ଦିନୀବନଜୀବମାନେ ପିବନ୍ତି ସେ ସ୍ରାହାନର ପାଣି ।୨୫୬।ସେ ରାମ ସୀତୟା ଉଦକ ସମ୍ଭାଇଣ କାୟେତେନ୍ୟାୟେରୁ ଦିଶନ୍ତି ସେ କୁଂକୁମ ବର୍ଣ୍ଣ ପ୍ରାୟେ ।୨୫୭।ୟେ ବନେ ରହିଲେ ରାମଚନ୍ଦ୍ର ପଞ୍ଚ ଯେ ଅବଦଜାନକୀ ହରଣେ ୟେଥେ ପଡ଼ିଲା ବଡ଼ାଇ ପ୍ରମାଦ ।୨୫୮।ଯୁଝେଷ୍ଠି ପୁଛାକଲେ ମାରକଣ୍ଡଂକ ଅଗ୍ରତେକେସେନେକ ସୀତା ହରିନେଲାରାବଣ ଶ୍ରୀରାମ ଥାଆନ୍ତେ ।୨୫୯।ମାରକଣ୍ଡ ବୋଇଲେ ତୁ ଗୁଣ ହୋ ଧର୍ମବତ୍ସିଲକ୍ଷ୍ମଣ ଅନୁବ୍ରତେ ସୀତାଂକୁ ଥାନ୍ତି ରଖି ।୨୬୦।ଶ୍ରାବଣ କୃଷ୍ଣପକ୍ଷ ପଞ୍ଚମୀ ଶଉରିବାରଲକ୍ଷ୍ମଣ ମୃଗୟା ବିଜୟେ ଯେ ଦକ୍ଷିଣ ଭାଗର ।୨୬୧।କେଶୀ ଦଇତର ପୁତ୍ର ଜପା ଯେ ଅସୁରରାବଣର ଭଣଜା ସୂପ୍ରଣଖା ମାତା ତାହାର ।୨୬୨।ଜପା କଳିକଲା ଇନ୍ଦ୍ରଜିତର ତୁଲେମାତା ପୁତ୍ର ଦୁହେଂ ଲଂକାଉଂ ବାହାର ହୋଇଲେ ।୨୬୩।କଣୟ ବିଳାସୁଣୀ ବୋଲି ବହଇ ନଦୀଗୋଟିନର୍ମଦା ଭଗିନୀ ଉତ୍ତର ବାହିନୀର ଫୁଟି ।୨୬୪।ବିଜୟେ ଜପାସୁର କଦମ୍ୱ ବୃକ୍ଷ ତଳେରଞ୍ଚିଲା ଆଶ୍ରମେକ କଣୟ ବିଳାସୁଣୀ ନଦୀକୂଳେ ।୨୬୫।ପଞ୍ଚ ଅହିବ୍ରତ ବରଷ କଲାକ ମହାତପଶରୀର ମିଳାଇଲା ଛାଡ଼ିଲା ସରୂପ ।୨୬୬।ଖଣ୍ଡି ଖଣ୍ଡି ହୋଇ ଯେ ମିଳାଇଲା ଶରୀରବୁଦାୟେକ ହୋଇଲା ବର୍ଣ୍ଣ ଚିହ୍ନ ନାହିଂ ତାହାର ।୨୬୭।ତପର ଗାଢ଼େ ପୁଣ କଅଂଳିଲା ତନୁପୁଣ ଉତପତ୍ତି ହୋଇଲା କୁରୁସାନୁ ।୨୬୮।ବୁଦାର ଭିତରେ ଅଛି ତାର କାୟେରମଣୀ ପ୍ରସରିଲେ ଅମରେ ହୋଇବେ ଦେବରାୟେ ।୨୬୯।ଆହୋ ଯୁଝେଷ୍ଠି ଶୁଣ ପୂର୍ବର ଯେ କଥାଜାଣିଣ ମାୟାକଲା ଇନ୍ଦ୍ର ଯେ ଦେବତା ।୨୭୦।ଗଣ୍ଡାୟେକ ହୋଇଲା ସେ ଲକ୍ଷ୍ମଣ ଦେଖନ୍ତେଧାଇଂଣ ଲକ୍ଷ୍ମଣ ଯେ କଟାଳିଲା ବନସ୍ତେ ।୨୭୧।ଗଣ୍ଡା ପଳାଇଣ ଯାୟେ ଗୋଡ଼ାୟେ ସଉମିତ୍ରିସେହି ବୁଦାର ଭିତରେ ପଶିଲା ଯାଇଂ ଧାତି ।୨୭୨।କଟାଳିଲା ଲକ୍ଷ୍ମଣ ଅସିପତ୍ର ଝୁଣିଉର୍ଦ୍ଧ୍ୱବାହୁ କରି ବୁଦାରେ ସେ ହାଣି ।୨୭୩।ତହିଂର ଭିତରେ କୁମାର ଥିଲା ଜପାବେନିଖଣ୍ଡ ହୋଇଣ ସେ ଛାଡ଼ିଲା କଉଣୋପା ।୨୭୪।ଗୋକ୍ଷୀର ବର୍ଣ୍ଣ ପ୍ରାୟେକ ବହଇ ତାର ଶ୍ରୋଣିଦେଖିଣ ବିଚାରଇ ସେ ଲକ୍ଷ୍ମଣକୁମାର ମଣି ।୨୭୫।ବାହୁଡ଼ି ଲକ୍ଷ୍ମଣ ଆଶ୍ରମେ ପ୍ରବେଶସ୍ୱାମୀଂକ ଛାମୁରେ ଯାଇଂ କହିଲା ସନ୍ଦେଶ ।୨୭୬।ଶୁଣିଣ ରାମଚନ୍ଦ୍ର ମନେଣ ବିରସଆକାଶବାଣୀ ଶୁଭିଲା ସେ ଅଟଇ ରାକ୍ଷସ ।୨୭୭।ଆହୋ ଅସକନ୍ଦ ବନେ ଥାଇ ସୁପ୍ରଣେଖୀବରଷକେ ଅଇଲା ସେ ପୁତ୍ରକଇଂ ଦେଖି ।୨୭୮।ସେ ଦିନ ଦେଖିଲା ଯେ ପୁତ୍ରର ବିନାଶିହା ହା ନନ୍ଦନ ବୋଲି ଯେ ଭ୍ରମର ନୃଭଂକେଶୀ ।୨୭୯।ଉତ୍ତର ପ୍ରଶସ୍ତେ ରହିଅଛି ରାମ ଯେ ଲକ୍ଷ୍ମଣସୀତାକୁ ଦେଖିଲା ସୂପ୍ରଣେଖୀ ପୁଣ୍ୟକୁଟୀ ଆଶ୍ରମ ।୨୮୦।କାମରୂପୀ ଦାନବୀ ହୋଇଲା ବରାଙ୍ଗନାଅନେକ ରତ୍ନ ଆଭରଣ ପରିହରଣ ବସ୍ରଝୀନା ।୨୮୧।ସୀତାଂକୁ ଦେଖିଲା ମାନିନୀ ରୂପ ଧରିଦେଖି ପଚାରନ୍ତି ସେ ଜନକ କୁମାରୀ ।୨୮୨।ଆୟି ଗୋ ତୋହୋର ରୂପ ଦେଖି ଯେ ଜଳୁଛନ୍ତି କାମକାହାର ଭାବେନୀ ଆୟି କିସ ତୋର ନାମ ।୨୮୩।ମୁହିଂ ଅମର ସ୍ୱର୍ଗର ଅଟଇ ବାରାଂଗନାଶୃଙ୍ଗାରକୁ ଡରିଲି ମୁଂ ଇନ୍ଦ୍ର କଲାକ ଭ୍ରଛନା ।୨୮୪।ସହି ନୁଆରିଲା ମୁଂ ପ୍ରଭୁଂକ ଝିଂଘାସପୁରୁଷେ ଭୟେ କରି ମୁଂ ପଶିଲି ବନବାସ ।୨୮୫।ସୀତାୟା କହିଲେ ଭଲହିଂ କଲୁସି ଆୟିମୋହୋର ଦିଅର ଗୋଟିୟେ ଅଛି ସ୍ୱାମୀଂକର ସାନକର ସାନଭାଇ ।୨୮୬।ସକ୍ଷମ ସୁସଞ୍ଚ ସୁନ୍ଦର ସର୍ବଗୁଣେ ସୁଲକ୍ଷଣପ୍ରଜାପତି ସ୍ରିଜିଲେ ତୋହୋରି କାରଣ ।୨୮୭।ପାତିଲା କୂଟଫାଶି ସୂପ୍ରଲେଖୀ ରାକ୍ଷାସୁଣୀବୋଇଲା ପ୍ରୀତି ବଢ଼ାଇ ୟେହାକୁ ଖାଇ ନୁଆରିବି ପୁଣି ।୨୮୮।କ୍ରୋଧେଣ ଗଦ ଗଦ ହୋଇ ପଡ଼ିଲା ଆସି ପାୟେତୁମ୍ଭନ୍ତ ଦେଖିଲି ଗୋସାମଣି ମୋହୋର ନିଜ ମାୟେ ।୨୮୯।ୟେସନେକ କଥା ମାନ ହୋଅନ୍ତେଣ ବେନିଲକ୍ଷ୍ମଣ ପ୍ରବେଶ ହୋଇଲା ଆସି ମୃଗଭାର ଘେନି ।୨୯୦।ଭାର ଓହ୍ଲାଇଣ ବସିଲେ ସଉମିତ୍ରିସୀତୟା ପ୍ରବେଶ ହୋଇଲେ ଲକ୍ଷ୍ମଣର କତି ।୨୯୧।ଆହୋ ଲକ୍ଷ୍ମଣ ତୁମ୍ଭେ ପୁଣ୍ୟବନ୍ତ ଭାଗ୍ୟବନ୍ତ ଅଟ ବାବୁଅପୂର୍ବ କନ୍ୟା ଗୋଟିୟେ ଅଇଲା ତାହାକୁ କେମନ୍ତ କରିବୁ ।୨୯୨।ତୁମ୍ଭେ ସର୍ବଗୁଣେ ସୁଲକ୍ଷଣ ସେ ସର୍ବଗୁଣେ ଗୁଣବନ୍ତୀୟେସନେକ କରି ତାକୁ ସ୍ରିଜିଲା ପ୍ରଜାପତି ।୨୯୩।ଶୁଣି ହେଠମାଥେ ଲକ୍ଷ୍ମଣ ନ ଦିଅଇ ସମ୍ଭାଷିୟେମନ୍ତର ସମୟେ ଶ୍ରୀରାମଚନ୍ଦ୍ର ମିଳିଲେକ ଆସି ।୨୯୪।ଦେଖିଣ ରାକ୍ଷସୀ ଯେ ଗଲା ଦୂରେ ସରିମାନନୀ ଅବସ୍ତାୟେ ସେ ଚାହିଂ ବକ୍ର କରି ।୨୯୫।ବଦୟନ୍ତି ଜାନକୀ ସ୍ୱାମୀ ବଡ଼ାଇ ଅପରୂବଆକାଶର କନ୍ୟାୟେ ଅଇଲା ହାଦେ ୟେବ ।୨୯୬।ସ୍ୱାମୀ ନାଗରୀ ଚତୁରୀ ନୋହୋଇ ଦୃର୍ଭାରିଭଲକରି କଥା କହି ନୁଆରଇ ସେ ଅଟଇ ଉଦାରି ।୨୯୭।କୁଳିନ ଗୁଣବନ୍ତି ବଡ଼ାଇ ଭାଗ୍ୟେ ପାଇବଡ଼ ଭାଗ୍ୟବନ୍ତ ଦେବ ଅଟଇ ତୁମ୍ଭର ଭାଇ ।୨୯୮।ଅନେକ ଅଳଂକାର ଦେବ ଶରୀରେ ଅଛି ଭରିକିଛିହିଂ ଲଗୁତି ନୋହିବ ସମସ୍ତ ଅଛିନି ତାହାରି ।୨୯୯।ଶ୍ରୀରାମ ବୋଇଲେ ୟେ ଗହନ ବନସ୍ତେଜନ ଆତାଗମନ ନାହିଂ ୟେହା ଜାଣିମ କେମନ୍ତେ ।୩୦୦।କି ଅବା ରାକ୍ଷସୀ ସେ ବଣର ଦେବତୀଅପରଚ ସଙ୍ଗେ ଭାବ କେମନ୍ତେ ବଢ଼ାଇବା ପୀରତି ।୩୦୧।ଯଦ୍ୟପି ଦେବସ୍ତିରୀ ହୋଇବ ଅପର୍ଣ୍ଣାଅଗ୍ୟାନି ପିଣ୍ଡ ୟେ ଭାବ ପ୍ରକୃତି ସିନା ।୩୦୨।ସୀତୟା ବୋଇଲେ ସେ ନୋହଇ ମନ୍ଦବାଟୀଅହେୟା ସୁଲକ୍ଷଣୀ ବାଳୂତ ଭାବ ହେଟି ।୩୦୩।ସ୍ୱାମୀ ସୁବୁଦ୍ଧି ଲୋକଂକୁ କୁବୁଦ୍ଧି ହୋଇଲେଆପଣା ଧର୍ମନାଶ ଯାଇ ସୁଜନ ନିନ୍ଦା କଲେ ।୩୦୪।ତୁମ୍ଭେ ବେନିଭ୍ରାଥ ଯେ ଯାଅ ବନ ହେରିୟେକା ବନସ୍ତେ ମୁଂ ବସିଥଇଂ ଝୁରି ଝୁରି ।୩୦୫।ଦୁଖକୁ ସଖି ମୋତେ ହୋଇଲା ଯତନେମୁହିଂ ତାହା ଉପେକ୍ଷା କରିବି କେସନେ ।୩୦୬।ଆହୋ ଲକ୍ଷଣ ସପତ ତୋତେ ମୋର ଠାକୁରଂକର ଆନବାବୁ ସୁସ୍ତିରୀ ଗୋଟି ସେ ଯେ ପାଇବୁ କାରଣ ।୩୦୭।ସୀତା ବୋଇଲେ ସ୍ୱାମୀ ଆନ ନ ବୋଲିବା କିଛିମୁହିଂ ଜାଣେ ଲକ୍ଷ୍ମଣର ମନ ୟେହାଠାରେ ଅଛି ।୩୦୮।ସ୍ୱାମୀ ତେର ବରଷ ହୋଇଲା ଲକ୍ଷ୍ମଣର ନାହିଂ ତିରୀମେଳମୁହିଂ ଲକ୍ଷ୍ମଣକୁ ଦେଖି ବଡ଼ ବିକଳ ହେଉଛି ତୁମ୍ଭର କିଂପାଇଂ ହେଳ ।୩୦୯।ଯତନ ପ୍ରକାରେଣ ଘଟଣ କର ୟେହାଲକ୍ଷ୍ମଣର ୟେହାର ହୋଇବ ବଡ଼ାଇ ସେନାହା ।୩୧୦।ସୀତୟା ଦେବୀଂକର ଯହୁଂ ଅନେକ କଷ୍ଠୋରଶ୍ରୀରାମ ଆଗ୍ୟାଂଦିଲେ ଲକ୍ଷ୍ମଣ ୟେହାକଇଂ ସଂହର ।୩୧୧।ଲକ୍ଷ୍ମଣ ବୋଇଲେ ମୋର ନ ବଳଇ ମତିପରସ୍ତିରୀ ହରଣେ ନର୍କରେ ପଡ଼ନ୍ତି ।୩୧୨।ଶୁଣିଣ ଶ୍ରୀରାମ ଯେ ହୋଇଲେ ମଉନନୋହଇ କି ଆନେ ଯାହା ବୋଲଇ ଲକ୍ଷ୍ମଣ ।୩୧୩।ୟେସନେକେ କେତେହେଂ ଦିନ ଯହୁଂ ଗଲାମୃଗୟା ବିନୋଦେ ଯେ ଲକ୍ଷ୍ମଣ ଗମିଲା ।୩୧୪।ଶ୍ରୀରାମ ବଚନେ ଗମିଲା ଲକ୍ଷ୍ମଣବିକ୍ରମ ରୂପ ଧରି ସୁପ୍ରଲେଖୀ ମିଳିଲା ଆଗେଣ ।୩୧୫।ରାଗେଣ ଲକ୍ଷ୍ମଣ ଉତ୍ତାନଶାହୀ କରି ପାଡ଼ିନାସିକା ଛେଦନ ଯେ କଲେକ ତାହାରି ।୩୧୬।ଶ୍ରୀରାମଂକର ବଚନ ଶୁଣିଣ ଲକ୍ଷ୍ମଣସୁପ୍ରଲେଖୀକି ଧରି ପାଡ଼ିଲେ କନ୍ଦର ଉହାଡ଼େଣ ।୩୧୭।ଆକ୍ରେଷି କରି ଧରି ଉତ୍ତାନଶାହି କରି ପାଡ଼ିନାସା ଶ୍ରବଣ ଛେଦନ କଲାକ ତାହାରି ।୩୧୮।ଅଳଂକାରମାନ ଯେ ସବୁ ପକାଇଲେ କାଢ଼ିପଳାଇଲା ରାକ୍ଷସୀ ଯେ ଦେଇଣ ଘୋର ରଡ଼ି ।୩୧୯।ଲଂକା ଭୁବନେ ପ୍ରବେଶ ହୋଇଲା ଯାଇଂ ବେଗେସୂପ୍ରଲେଖୀ ମିଳିଲାକ ରାବଣେଶ୍ୱର ଆଗେ ।୩୨୦।ଲଂକେଶ୍ୱର ବିଷାଦ ହୋଇଲା ତାକୁ ଦେଖିକେ ୟେଡ଼େ ତୋତେ ୟେ କର୍ମ କଲାରେ ସୁପ୍ରଲେଖୀ ।୩୨୧।ସୁପ୍ରଲେଖୀ ବୋଇଲା ତପୁସୀ ବେନିଭାଇତ୍ରଇଲୋକ୍ୟ ମୋହିନୀ କନ୍ୟାୟେ ଅଛଇ ତାର ତହିଂ ।୩୨୨।ତୋତେ ଆଣିଦେବା ପାଇଂ ମୁଂ ଗଲଇଂ ବହନମୋହୋର ନାସା ଶ୍ରବଣ ଚ୍ଛେଦିଲେକ ପୁଣ ।୩୨୩।ଶୁଣି ମହାପ୍ରତାପୀ ଅଧର୍ମୀ ଅସୁରାସନ୍ନିଧ୍ୟେ ହକାରିଲା ଖର ଦୂଷଣ ତ୍ରିସିରା ।୩୨୪।ରାଜାର ବଚନେ ଯେ ଅଇଲେ ବୀର ତିନିଆସଇ ସୂପ୍ରଲେଖୀ ରାକ୍ଷସ ବଳନ୍ତି ଘେନି ।୩୨୫।ମୃଗୟା ବିନୋଦେ ଆସିଥିଲେ ଲକ୍ଷ୍ମଣ ବିପିନେଦେଖିଲା ସିନ୍ଧୁଘୋଷ ଜାଣି ଆସନ୍ତି ଅସୁର ସଇନେ ।୩୨୬।ସୂପ୍ରଲେଖୀ ଦେଖାଇଲା ୟେହି ତପୁସିଆମୋତେ ନାଶକଲା ୟେହି ବେଗେ ମାର ୟେହା ।୩୨୭।ଦେଖିଣ ଦାନବ ବଳ ଦିଲେ ସିଘଂରଡ଼ିଲକ୍ଷ୍ମଣ ଉପରକୁ ପଡ଼ିଲେ ସର୍ବେ ମାଡ଼ି ।୩୨୮।ଶୁଣ ହୋ ପାଣ୍ଡବେ ଲକ୍ଷ୍ମଣର ମହିମାଂୟେକା ଜଣକେ ମର୍ଦ୍ଦିଲା ସବୁଂକରି ଗାରିମା ।୩୨୯।ଶତେ ମର୍ଭୁତ ବଳ ରାକ୍ଷସ ସଇନିଲକ୍ଷ୍ମଣ ଭେଦିଲା ତାହାକଇଂ ନାରାଜଗୋଟି ତିନି ।୩୩୦।ଯେସନେକ ବନସ୍ତ ଦହଇ ଅନଳଲକ୍ଷ୍ମଣ ବିଘାତେ ପଡ଼ିଲେ ଦୁରାନ୍ତେକ ବଳ ।୩୩୧।ଖର ଦୂଷଣ ଯେ ତ୍ରିଶିରା ତିନିବୀରହେଳେ ଦାଶରଥୀ ଯେ ଛେଦିଲେ ସର୍ବବୀର ।୩୩୨।ପୁଣହିଂ ୟେକ ବିବାନେ ଚଳଇ ସୂପ୍ରଲେଖୀବିଚ୍ଛୋହେ ପଳାଇଲେ ରାବଣ ତହିଂକି ।୩୩୩।ସହୋଦ୍ର ନିଧନ ସେ ବୋଲିଣ ଜଣାଇଶୁଣିଣ ଅସାଷ୍ଟମ ଯେ ହୋଇଲା ଲଂକସାଇଂ ।୩୩୪।ମାରୀଚ ସୂପ୍ରଲେଖୀକି ବସାଇଣ ରଥେସିନ୍ଧୁ ଜିଣି ଗମଇ ସେ ଉତ୍ତର ଦିଗ ପଥେ ।୩୩୫।ମାରୀଚ ଦଇତ ମାୟାମୃଗ ରୂପ ଧରିୟେକା କାୟ ବେନିଶିର କନକ ଆବୋରି ।୩୩୬।ବିଜୟେ ଅମଳାଣବଂଶୀ ପର୍ଣ୍ଣକୂଟୀ ଦ୍ୱାରେପଶାକ୍ରୀଡ଼ା ବିନୋଦେ ଶ୍ରୀରାମ ସୀତୟାରେ ।୩୩୭।ୟେମନ୍ତର ସମୟେ ଯେ ଅଇଲାକ ମୃଗଅନେକ ମାୟାରୂପ ଧରି ସେ ଆସଇ ବେଗ ବେଗ ।୩୩୮।ସୀତୟା ବୋଇଲେ ଶ୍ରୀରାମ ବଦନକଇଂ ଚାହିଂଅପୂର୍ବ ମୃଗ ଚୋଟିକି ଦେବ ଧରକିନା ଯାଇଂ ।୩୩୯।ଜାନକୀର ବଚନ ରାମ ନୁଆରିଲେ ଭାଞ୍ଜିଶ୍ରୀଭୁଜେ କୋଦଣ୍ଡ ଧରି ପୟେଡ଼ କଳେ ବେଗି ।୩୪୦।ପଳାଇ ପଶିଲା ଯେ ମୃଗ ବହୁତ ଦୁର୍ଗମେଆକ୍ରୋଷି ଗୋଡ଼ାଇ ନାରାଜ ବିନ୍ଧିଲେ ଶ୍ରୀରାମେ ।୩୪୧।ବେନି ମୁଣ୍ଡ ଛିଡ଼ନ୍ତେ ବାହାର ମାରୀଚିଲକ୍ଷ୍ମଣ ପ୍ରତିକାର କର ବୋଲି ଶୁଭିଲାକ ଉର୍ଦ୍ଧ୍ୱେବାଚି ।୩୪୨।ଲକ୍ଷ୍ମଣକଇଂ ହକାରିଣ ବୋଇଲେ ଦେବୀ ସୀତେସ୍ୱାମୀଂକ ପରମାଦ ମୋର ପଡ଼ିଲା ଯାଉକିନା ବନସ୍ତେ ।୩୪୩।ଲକ୍ଷ୍ମଣ ବୋଇଲେ ମାଗୋ ଜଗତ କିଣଇଂ ତୋର ନାହାଅନନ୍ତ କୋଟି ବ୍ରହ୍ମାଣ୍ଡେ କେ ଜିଣିପାରୁ ତାହା ।୩୪୪।ତୁମ୍ଭେ ତ ଗୋସାମଣି ଜାଣ ବିଭାକାଳେପରଶୁରାମ ଦର୍ପ ଯେ ମର୍ଦିଲେ ବାଳକାଳେ ।୩୪୫।ତ୍ରଇଲୋକେ ତାହାଂକୁ ସମାନଜଣ କେହୁତୁ ସର୍ବଗ୍ୟାଂ ମାହେଶ୍ୱରୀ ଅଦିତି କିପେଂ କହୁ ।୩୪୬।ଶତେ ମର୍ଭୁତ ବଳ ରାକ୍ଷସ ସଇନିସୀତୟା ବୋଇଲେ ମୁଂ ଜାଣିଲି ତୋର ହିଆଶ୍ରୀରାମ ଅଭାବେ ତୁ ହୋଇବୁ ମୋର ନାହା ।୩୪୭।ଅନେକ କୂଟବାଣୀ ଜନକନନ୍ଦିନୀ ବୋଇଲେୟେଥକୁ ସେ ଗୋଡ଼ାଇ ଅଇଲୁ ଶ୍ରୀରାମଂକ ତୁଲେ ।୩୪୮।ଶ୍ରୀରାମର ଚିତ୍ତେ ତୋତେ କେବେହେଂ କଳଂକ ଭାବ ନାହିଂପୁଣ ସାବତ ତନୟେ ସୋଦର ହୋନ୍ତି କାହିଂ ।୩୪୯।ଶୁଣି ସଉମିତ୍ରୀ ଥରହର ହୋଇ ଘୁଞ୍ଚିମୋହୋର ଚିତ୍ତେ ଗୋ ୟେସନେକେ ନାହିଂ କିଛି ।୩୫୦।କୁଂକୁମ ଶ୍ୟାମବର୍ଣ୍ଣ କି ଗଉରା ତୋହୋର ବର୍ଣ୍ଣମୋହୋର ଦେଖିଲା ନାହିଂ ଗୋ ତୋହୋର ବର୍ଣ୍ଣ ଚିହ୍ନ ।୩୫୧।ୟେକାମାତ୍ର ଠାକୁରାଣୀ ତୋହୋର ଦେଖିଲା ଅଛଇ ବେନିପାଦଅନମିତେ ଦେଲୁ ମୋତେ ୟେଡ଼େକ ଅପବାଦ ।୩୫୨।ମୋହୋର ଚିତ୍ତେ ଯେବେ ସ୍ୱାମୀଂକି ୟେଡ଼େ ନିର୍ଦ୍ଦୟେୟେହିକ୍ଷଣି ଗୋସାମଣି ଜଳୁ ମୋର କାୟେ ।୩୫୩।ଅନମିତେ ଦୂଷିତ ଯେବେ ବୋଇଲୁ ନ ଜାଣିପର ପରାଭବି ତୁ ହୋଅ ୟେହିକ୍ଷଣି ।୩୫୪।ସୀତୟାଂକ ଦୁର୍ଦ୍ଧଷ ବଚନ ବୀର ମନେ ମନେ ଗୁଣିତ୍ରଇଲୋକ୍ୟ ପାଳଂକୁ ସାକ୍ଷୀ କରଇ ସେ ପୁଣି ।୩୫୫।ବ୍ରହ୍ମା ବିଷ୍ଣୁ ମହେଶ୍ୱର ତିନିଗାର କାଟିନ ଡେଇଂବୁ ସୀତୟା ଗୋ ତିନିଗାର ଗୋଟି ।୩୫୬।ତୁମ୍ଭେ ଯେବେ ୟେ ଗାର ଡେଇଂବ ଗୋ ଶ୍ରୀରାମେ ନ ଦେଖିବଆନ ୟେ ଗାର ଡେଇଂଲେ ଭସ୍ମ ହୋଇଯିବ ।୩୫୭।ଧାମଇଂ ଲକ୍ଷ୍ମଣ ସ୍ୱାମୀର ଗତିପଥେ ଉପନେସିଶୂନ୍ୟ ମନ୍ଦିର ଦେଖିଣ ରାବଣ ଯେ ଆସି ।୩୫୮।ୟେକଶିର ବେନିପାଦ ବେନିଭୁଜତପୋଧନ ରୂପ ଯେ ଧରିଛି ଦନୁଜ ।୩୫୯।ଅଂଗେ ବିଲେପନ ତାର ଶ୍ୱେତବର୍ଣ୍ଣ ପାଉଂଶୁକର୍ଣ୍ଣେଣ ତମ୍ବ୍ରମୁଦ୍ରା ଶିରରେ ସୀତାଂଶୁ ।୩୬୦।ଗୋପୀ ବନ୍ଦନ ଚିତା ରୁଦ୍ରାକ୍ଷ ଜାପାମାଳୀକଷାବାସ ପରିହରଣ କୁକ୍ଷିଦେଶେ ଝୁଲି ।୩୬୧।ୟେକହାଥେ ଡାକିଆ ଆରେକ ହାଥେ ଶୂଳନାଚଇ ଗାବଇ ଯେ ତାଣ୍ଡବ କୂତୋହୋଳ ।୩୬୨।ୟେସନେକ ପ୍ରପଞ୍ଚ ରୂପ ସେ ମାୟା ତପୋଧନୀନଇଂ ଚାହିଂଲେ ଦେବୀ ଜନକ ନନ୍ଦିନୀ ।୩୬୩।କ୍ଷୁଧାର୍ତ୍ତୀ ତପୋଧନୀ ବଡ଼ାଇ ରୁଦ୍ରଦୀକ୍ଷାଆଶ୍ରମୁଂ ବାହାର ଦେବୀ କରେ ଘେନି ଭିକ୍ଷା ।୩୬୪।ମହାକାବ୍ୟ ମେଣ୍ଟି ସେ ଡ଼େଇଂଲେ ଗାର ତିନିବାଳୁତ ବୁଦ୍ଧି ସେ ଜନକ ନନ୍ଦିନୀ ।୩୬୫।ଭିକ୍ଷା ଦିଅନ୍ତେଣ ସେ ରାକ୍ଷସ ମହାବଳଆକ୍ରେଷିଣ ଧଇଲା ସେ ସୀତାଂକ କରସ୍ଥଳ ।୩୬୬।ନେଇଣ ବସାଇଲା ସେ ଆପଣାର ରଥେଘେନିଣ ଲଂକାରାଜ ଚଳଇ ଦକ୍ଷିଣ ପଥେ ।୩୬୭।ଶୁଣ ହୋ ପାଣ୍ଡବେ ମାରକଣ୍ଡେ ବୋଇଲେଭାଦ୍ରବ କୃଷ୍ଣ ଅଷ୍ଟମୀ ଦିନ ରାବଣ ସୀତାଂକୁ ହରିନେଲେ ।୩୬୮।ଅର୍କବାର ରୋହିଣୀ ନକ୍ଷତ୍ର ସେ ଦିନରସେ ଦିନ ସୀତାଷ୍ଟମୀ ବୋଲନ୍ତି ହାଦେ ନର ।୩୬୯।କଉବଳ ନାମେ କରଣ ଧୃବ ନାମେ ଯୋଗସିଂଘ ସଂକ୍ରାନ୍ତିକି ଯେ ପାଞ୍ଚ ଦିବସ ଭୋଗ ।୩୭୦।ବେଳ ଦଶଦଣ୍ଡରେ ରାବଣ ହରିନେଲା ସୀତାଜଟାୟୁ ପଛୀ ସେ ରଥ ଗଲା ଗର୍ଭଗତା ।୩୭୧।ଶ୍ରୀରାମ ଶ୍ରୀରାମ ବୋଲି ଯହୁଂ ସୁମରିଲେ ସତୀମାନିତି ବୋଲି ରଥ ଉଦୁଗାରିଲା ତତକ୍ଷଣାନ୍ତି ।୩୭୨।ଯାନ ଭଗ୍ନ ଦେଖିଣ ରାବଣ ମହାରାଗେଜଟାୟୁର ଡେଣା ଛେଦିଲା ଚନ୍ଦ୍ରହାସ ଖଡ଼ଗେ ।୩୭୩।ଘେନିଣ ସତୀକି ଯେ ଗଲାକ ଯାତୁଧାନେଲଂକା ପୂର୍ବଭାଗେ ଥୋଇଲା ସେ ଅଶୋକ ବିପିନେ ।୩୭୪।ଯୁଝେଷ୍ଠି ପୁଛାକଲେ ଶୁଣିମା ମାରକଣ୍ଡେମାରୀଚି ନାଶଗଲା ଶ୍ରୀରାମର କୋଦଣ୍ଡେ ।୩୭୫।ମାୟାମୃଗ ମାରି ଶ୍ରୀରାମ କଲେକ କେମନ୍ତସଞ୍ଚପି କହିବା ମୋତେ ପଣ୍ଡିତ ଭିଗ୍ୟଂବନ୍ତ ।୩୭୬।ଲେଉଟିଲେ ରାମ ଘେନି ମୃଗଭାର ଗୋଟିକଳ୍ପ ବନେ ଆସି ଲକ୍ଷ୍ମଣକଇଂ ଭେଟି ।୩୭୭।ଦେଖିଣ ବିସରିଲେ ଦେବ ରଘୁନାଥବାବୁ ସୀତୟାଂକୁ ତେଣେ ଛାଡ଼ିଲୁ ପଡ଼ିଲା ବିପଦ ।୩୭୮।ମନେ ଭ୍ରାନ୍ତି କରିଣ ଅଇଲେ ଶ୍ରୀରାମନ ଦେଖିଲେ ସତୀକି ସେ ନିଜ ଯେ ଆଶ୍ରମ ।୩୭୯।ଅନେକ ବିକଳ ହୋଇ ଭାଳନ୍ତି ଭାଇ ବେନିଉପଲେସନ୍ତି ଗତିପଥ ରକ୍ଷସ ସଇନି ।୩୮୦।ତାମ୍ର୍ୱଚୂଡ଼ାପଛୀ ଯେ କହିଲା ବାରତାସ୍ୱାମୀ ରାବଣ ରାକ୍ଷସ ଯେ ହରିନେଲା ସୀତା ।୩୮୧।ସନ୍ଦେଶ ବାରତା ପାଇଲେ ଯହୁଂ ରଘୁନାଥେମୁକୁଟ ବାନ୍ଧିଲେ ନେଇ ତମ୍ର୍ୱଚୂଡ଼ର ମାଥେ ।୩୮୨।ତହୁଂଣ ସ୍ୱାମୀ ଯେ ଚଳିଗଲେ ଘୋରବନେଚକ୍ରବାକ ପଛୀକି ଦେଖିଲେ ଫଲୁକୀ ନଦୀସ୍ତାନେ ।୩୮୩।ଶୀରାମ ପଚାରନ୍ତେ ସେ କହିଲା ଅଭାବକୋପେଣ ଶାପ୍ୟ ତାକୁ ବିହିଲେ ରାମଦେବ ।୩୮୪।ଚଳନ୍ତି ଶ୍ରୀରାମ ଯେ ବନ କନ୍ଦର ଭାଗେବକଯୁଥ ଦେଖିଲେ ରାମ ବିଭାସୀ ନଦୀର ପୂର୍ବଭାଗେ ।୩୮୫।ତାହାଂକୁ ପଚାରିଲେ ଦେଖିଲ କି ସତୀସେ ବୋଇଲେ ସ୍ୱାମୀ ତୋହୋର ବଲ୍ଲଭୀକି ହରିନେଲା ଲଂକପତି ।୩୮୬।ଶ୍ରୀରାମ ଶ୍ରୀରାମ ଯେ ସୁମରଇ ବାଳୀପବନହୁଂ ବେଗେ ରଥ ଯାଉଥାଇଂ ଚଳି ।୩୮୭।ଅନେକ ସାନନ୍ଦ ଯେ ହୋଇଲେ ଯୋଗେଶ୍ୱରରାମବଗୀ ବୋଲି ଚୂଳ ବାନ୍ଧିଲେକ ମଥା ଉପର ।୩୮୮।ବେଣୀଭଦ୍ରା ନଦୀର ଉତ୍ତର ସନ୍ନିଧାନେଦେଖିଲେ ଜଟାୟୁଷ ପଡ଼ିଛି ଖଡ଼ଗ ନିଧନେ ।୩୮୯।ଜଟାୟୁଷ ବୋଇଲା ବାବୁ ରାବଣ ରଥ ଥିଲି ଗିଳିସୀତା ରାମ ଘରଣୀ ବୋଲି ରଥ ପକାଇଲି ଉଦୁଗାରି ।୩୯୦।ବାବୁ ଦକ୍ଷିଣ ବାରାନିଧିର ଉତ୍ତରେଣ ଲଂକାମୁହିଂ ବ୍ରତିଥିଲେ ତୋତେ ଆଣିଦ୍ୟନ୍ତି ୟେକା ।୩୯୧।ତୋହର ବଦନ ମୁହିଂ ଚାହିଂବାର ନିମନ୍ତେତେଣୁକରି ଜୀବନ ମୋ ରହିଛି ହୃଦଗତେ ।୩୯୨।କହିଣ ପ୍ରାଣତ୍ୟାଜ ହୋଇଲା ଜଟାୟୁଷତାହାର ପିଣ୍ଡ ରାମ ଦହିଲେ ହୁତାଶ ।୩୯୩।ଗୋରେଖନ୍ତ ଭେଟିଲେ ରାମ ପରମାର୍ଥ ବନେଅନେକ ଯୋଗାନ୍ତ ସେ କହିଲେ ପ୍ରସନ୍ନେ ।୩୯୪।ତହୁଂ ଯାଇଂ ପ୍ରବେଶିଲେ ମନୋହର ବନେମଣିବନ୍ଧା ଦେଇ ଗୋଗୋଷ୍ଠେ କ୍ଷୀର କଲେକ ଆପ୍ୟାନେ ।୩୯୫।ତହୁଂ ଯାଇଂ ପ୍ରବେଶ ହୋଇଲେ ଅସକନ୍ଦ ବନେଜମ୍ୱୁ ଲତାୟେ ଭେଟିଲେ ପବନର ନାନେ ।୩୯୬।ଲକ୍ଷଣ ହନୁମନ୍ତ ହୋଇଲେ ଦୋହେଂ ପ୍ରୀତିବଜ୍ର କାଛଟା ଅମୃତ କୁଣ୍ଡଳ ଦେଖି ଚିହ୍ନିଲେ ରଘୁପତି ।୩୯୭।ହନୁମାନ ଭଗତି ହୋଇଲା ରାମଂକୁ ଯହୁଂଜମ୍ୱେବ ସୁଗ୍ରୀବର ଦ୍ରଶନ କଲେ ତହୁଂ ।୩୯୮।ସୁଗ୍ରୀବର ବଚନେ ସପତଶାଳ ଛେଦିମଇତ୍ର ସପକ୍ଷରେ ବାଳୀର ଦର୍ପ ମର୍ଦ୍ଦି ।୩୯୯।ସୁଗ୍ରୀବର ଅଙ୍ଗଦ ଜମ୍ୱେବ ଶତବାଳୀଗନ୍ଧମାର୍ଦ୍ଦନ ସୁଷେଣ ଗବୟେ ଗବାକ୍ଷ ମହାବଳୀ ।୪୦୦।ନଳ ନୀଳ ତାରାକ୍ଷ ଉର୍ଦ୍ଧ୍ୱକେତୁ ପରମ ଯେ ବୀରହରିନାଥ ଦୃବିନ୍ଦ କଞ୍ଚନକ ସଉନିକ ମହାବୀର ।୪୦୧।ଅଷ୍ଟାଦଶ ପଦ୍ମ ବାନର ବଳ ସାହେମାଲ୍ୟବନ୍ତେ ବିଜେ କଲେ ରଘୁକୁଳ ନାହେ ।୪୦୨।ଜାନକୀର ନିମନ୍ତେ ଚତୁର୍ଦ୍ଦିଗେ ଦୂତ ପେଷିଦକ୍ଷିଣେ ହନୁମନ୍ତ ଲଂକାଗଡ଼ ଧ୍ୱଂସି ।୪୦୩।ଅନେକ ରୂପ ଧରି ଜାନକୀଂକି କଲା ଠାବସମସ୍ତ କୁଶଳ ବାରତା କହିଲା ରାମଦେବ ।୪୦୪।ଲେଉଟି ସନ୍ତେକ ରାମକୁ ଦିଲେକ ଜାନକୀଆସନ୍ତେ ମାରୁତି ମଧୁବନ ତୋଟା ଦେଖି ।୪୦୫।ଦେବାନ୍ତକ ନରାନ୍ତକ ନାଗାନ୍ତକ ତିନିୟେହାଂକର ମୂଳେ ଧଂସିଲା ପାଞ୍ଚପଦ୍ମ ସଇନି ।୪୦୬।ପ୍ରଶସ୍ତ ସେନାପତି ଆବର ଜମ୍ବୁମାଳୀଅକ୍ଷୟକୁମାର ତୁଲେ ଅନେକ ଦତ୍ୟ ଦଳି ।୪୦୭।ଇନ୍ଦ୍ରଜିତ ନାଗଫାଶ ବନ୍ଧନେ ଦହିଲା ଗଡ଼ଲଂକାରାକ୍ଷସ ବଳ ମର୍ଦ୍ଦିଲା ରାମଦୂତ ରଣରଂକା ।୪୦୮।ବାହୁଡ଼ି ବାରତା ଯେ କହିଲା ରାମ ପାଶଶୁଣିଣ ରଘୁନାଥ ବହୁତ ହରଷ ।୪୦୯।ଶରଣ ପଶି ବିଭୀଷଣ କହିଲା ଅନେକ ବୁଦ୍ଧିଗିରିବର ଉପାଡ଼ି ରାମ ବାନ୍ଧିଲା ବାରାନିଧି ।୪୧୦।ଇନ୍ଦ୍ରଜିତ , କୁମ୍ଭକର୍ଣ୍ଣ , ମହୀଜିତ ଯମଘଣ୍ଟବିବାନ ଘେନି ଅନ୍ଧେକ ଉର୍ଦ୍ଧ୍ୱକେଶା ଯେ ତ୍ରିକୂଟ ।୪୧୧।ମନ୍ଦ ମେଖଳା କାଳାନ୍ତକ ଯମଜିତାନରାନ୍ତକ ଦୂରାନ୍ତେକ ଲୋହାସୁର ମହୀଜିତା ।୪୧୨।ସୁମୁଖା ଦୁର୍ମୁଖା ପାରୁଶ ମହାପାରୁଶଶୁକ ସାରଣ କୁମ୍ଭ ନିକୁମ୍ଭ ରାକ୍ଷସ ।୪୧୩।ଯମାନ୍ତକ ତ୍ରିପୁରା ମାଲ୍ୟବନ୍ତ ମାଳୀ ଯେ ସୁମାଳୀକାଂକ ଥଂକ ରାହୁ ବଜ୍ରାଂକ ଉତ୍ତମ ମହାବଳୀ ।୪୧୪।ଅପାରମୁଖ ଗଜମୁଖ , ଗନ୍ଧବିମୁଖ ଦକ୍ଷବାହୁକ୍ଷତ୍ରିୟକାଳ ଶକରମୁଖ , ଶୃଗାଳ ମୁଖ ରୂପବାହୁ ।୪୧୫।ଚନ୍ଦ୍ରସେଣ ଅଶ୍ୱକର୍ଣ୍ଣ ଜୟନ୍ତକ ଓଟମୁଖଅନ୍ଧକ ଶଟକା କାଳମୁଖ ଜଳୁପାକ୍ଷ ଶୂଳୁପାକ୍ଷ ।୪୧୬।ଅନେକ କଉଣୋପ ରାବଣର ମଳେଅନେକ ସନ୍ୟତୁଲେ ବଧିଲେ ଲଂକପାଳେ ।୪୧୭।ସୀତୟା ଅଗ୍ନିପରୀକ୍ଷା କରିଣ ଲଂକାରେ ମୁରାଟମନ୍ଦୋଦରୀ ତୁଲେ ବିଭୀଷଣକୁ ଲଂକେ ବାନ୍ଧିଲେ ପାଟ ।୪୧୮।ଅନେକ ସାନନ୍ଦ ସେ ବାନର ସଇନିଉତ୍ତର ମୂରତି ଶ୍ରୀରାମ ହରିବଳ ସଂଗେ ଘେନି ।୪୧୯।ମେଦିନୀର ଭାରାଭର ହେଳେଣ ନିବାରିଅନେକ ସାନନ୍ଦେ ଯେ ବିବୁଧେ ଭୋଗକରି ।୪୨୦।ଅଭିଷେକ ଅଯୋଧ୍ୟାରେ ହୋଇଲେ ରଘୁନାଥେଋଷିମାନେ ଅର୍ଘ୍ୟଦିଲୁଂ ଆମ୍ଭେ ସମସ୍ତେ ।୪୨୧।ଶୁଣ ବାବୁ ଯୁଝେଷ୍ଠି ବଦୟନ୍ତି ମାରକଣ୍ଡେଶ୍ରୀରାମ ପରାୟେ ସ୍ୱାମୀଂକି ପ୍ରମାଦ ପଡ଼ିଲେ ୟେଡ଼େ ।୪୨୨।ସେହି ପୁଣି ସହିଲେଟି କର୍ମର ଅବଳେପଶ୍ଚାନ୍ତେ ପୁଣ ସୁଖ ଭୁଞ୍ଜିଲେ ଚିରକାଳେ ।୪୨୩।ସୁଖ ଦୁଖ ଯେଟି ରାତ୍ର ଦିବସ ବୋଲିଶୁଣ ଆହୋ ଧର୍ମରାୟେ ମୁଂ ଯାହା କହିଲି ।୪୨୪।ୟେସନେକ ଚରିତ ଅଛିଟି ସର୍ବକାଳେଦୁଖେକ ଅବଶ୍ୟ ହୋଅଇ କର୍ମର ଅବଳେ ।୪୨୫।ଦୁଖର ଅନ୍ତରେ ପୁଣ ସୁଖ ହୋୟେ ଭୋଗୀୟେହା ଯେ ବିଚାରଇ ସେହି ସେ ପ୍ରମଯୋଗୀ ।୪୨୬।ବଦୟନ୍ତି ଅଗସ୍ତି ପଣ୍ଡିତ ମହାଗ୍ୟାଂତାଆରଣ୍ୟକ ପର୍ବର ୟେ ତତ୍ତୁଅର୍ଥ ବାରତା ।୪୨୭।ଅନେକ ସାନନ୍ଦେଣ ସେ ଧର୍ମ ରାୟେଂକର ତନୁଚଳିଗଲେ କୋନ୍ତେ ଯେ ଦଣ୍ଡକା ଅରଣ୍ୟୁଂ ।୪୨୮-୯୯୭୯।ସତ୍ୟଭାମା ଓଦୌପଦୀଙ୍କ କଥୋପକଥନସେ ଦଣ୍ଡକା ଅରଣ୍ୟ ଯେ ପଛିମ ପ୍ରଶସ୍ତେବିଷ୍ଣୁଭଦ୍ରା ବୋଲି ୟେକଇ ବନସ୍ତେ ।୧।ରୁଦ୍ରାଙ୍ଗୀ ବୋଲି ୟେକଇ ନଦୀଗୋଟିବଟବେଣୀ ଭେଦି ଦକ୍ଷିଣ ଭାଗୁଂ ଫୁଟି ।୨।ଅନିଳକ ବୋଲିଣ ଯେ ୟେକଇ ପରବତେତହିଂର ଉପରେ ବିଜୟ କଲେକ ପଞ୍ଚୁଭ୍ରାଥେ ।୩।ସନ୍ନିଧ୍ୟେ ଅଛନ୍ତି ଦ୍ରଉପଦ କୁମାରୀଋଷିମାନେ ସମସ୍ତେ ଜଳକ୍ରୀଡ଼ା କରି ।୪।ବଇଶାଖ ଶୁକଳ ପକ୍ଷ ଦ୍ୱିତୀୟାର ତିଥିରୋହିଣୀ ନକ୍ଷତ୍ର ସେ ବାର ବୃହସ୍ପତି ।୫।ବାଳବ ନାମେ କରଣ ଶୋଭନ ଯେ ଯୋଗବୃଷ ସଂକ୍ରାନ୍ତିକି ସତାଇଶ ଦିନ ଭୋଗ ॥୬।ସେ ଦିନ ନାରକା ବଧକରି ବନମାଳୀଆଣିଲେ ଧନରତ୍ନ ଷୋଳ ସହସ୍ର କନ୍ୟା ଅଗୁଳି ।୭।ସତ୍ୟଭାମା ସାରଥି ଜଗନ୍ନାଥଂକର ରଥେଯୁଝେଷ୍ଠିଂକି ଭେଟିଲେ ବିଷ୍ଣୁଭଦ୍ରା ବନସ୍ତେ ।୮।ଆସ୍ତାନ ଦେଖି ହରି ନନ୍ଦିଘୋଷ କଲେ ତେଜ୍ୟାଯୁଝେଷ୍ଠିଂକ ଚରଣେ ପ୍ରଳମ୍ୱିତ ଦେବରାଜା ।୯।ନାରାୟଣଂକୁ ଦେଖି ସାନନ୍ଦ ଧର୍ମସୁତଆସ୍ତାନ ତେଜି ଦେବ କଲେକ କୋଳାଗ୍ରତଆଶ୍ରମବଟ ତଳରେ ବିଜୟେ ଦ୍ରଉପଦୀପାଞ୍ଚାଳୀର ସନ୍ନିଧ୍ୟେ ଯାଇଂ ବିଜୟେ ଶକ୍ରାବତୀ ।୧୧।ଦ୍ରଉପତୀ କୋଳାଗ୍ରତ କରନ୍ତି ଯେ ସତ୍ୟଭାମାଂକୁକୁଶଳ ବାରତା ଯେ ପଚାରନ୍ତି ତାହାକୁ ।୧୨।ସତ୍ୟଭାମାୟେ ବୋଇଲେ ଶୁଣ ଗୋ ମହାଦେବୀସ୍ତିରୀକୁଳେ ଜାତ ହୋଇ ତୁମ୍ଭେ ବଡ଼ାଇ ସାଧବୀ ।୧୩।ୟେ ମହୀମଣ୍ଡଳେ ଗୋ ଜୀବନ ତୋର ଧନୀସର୍ବଗୁଣେ ସୁଲକ୍ଷଣୀ ତୁମେ ପ୍ରତକ୍ଷେ ଅଟ ଯିଘ୍ନସେନୀ ।୧୪।କଥାୟେ ପଚାରିବି ଗୋ ଅଛଇ ମୋର ଇଚ୍ଛାଭାବେ କହିବା ଗୋ ତୋତେ କଲଇଂ ମୁଂ ପୁଚ୍ଛା ।୧୫।ଦ୍ରୋପତୀ ବୋଇଲେ ଗୋ ଯାର ଶ୍ରୀକୃଷ୍ଣ ବଲ୍ଲଭକେଉଂଣ କଥାକୁ ତୋତେ ଅବା ହୋଇଛି ଅସମ୍ଭବ ।୧୬।ଅଥବା ମୋହୋର କହନ୍ତେ ଯେବେ ହୋଇବ ତୋହୋର କାର୍ଯ୍ୟ ସିଦ୍ଧିକହିବା ତୋହୋର ଗୋ ଅସଖ୍ୟ କେଉଂଣ ବୁଦ୍ଧି ।୧୭।ପାଞ୍ଚାଳୀର ଅଗ୍ରତେ ପୁଚ୍ଛାକଲେ ଶକ୍ରାବତୀୟେକା ପୁରୁଷକୁ ଆମ୍ଭେ ଲକ୍ଷେକ ଯୁବତୀ ।୧୮।ୟେକକୁ ଆରେକ ଆମ୍ଭେ ରୂପେ ବରାଙ୍ଗନାଅନନ୍ତ କୋଟି ବ୍ରହ୍ମାଣ୍ଡକୁ ଆମ୍ଭେ ଅପୂର୍ବ ଅଟୁ ସିନା ।୧୯।ଅନେକ ବିନୋୟୀ ଆମ୍ଭେ ଥାଂଉ ଦିବାରାତିୟେତେ କନ୍ୟାରେ ମନାଇଂ ନୁଆରୁ ୟେକପତି ।୨୦।ତୋହୋର ଚରିତ କେମନ୍ତ ଅଟଇ ଗୋ ମାୟେୟେକାସ୍ତିରୀ ଗୋ ପଞ୍ଚୁପତିଂକ ଭଜାୟେ ।୨୧।କେଉଣ ମଉଷଧି ମନ୍ତ୍ର ଜାଣୁ ଗୋ ଜଡ଼ିଗୁଣ୍ଡିଭାବେଣ କହିବା ମୋତେ ତହିଂର ବାକ୍ୟଖଣ୍ଡି ।୨୨।ଯେଉଂଣ ମନ୍ତ୍ରେ ମୁଂ ଗୋ ମୋହିବି ଚକ୍ରପାଣିମୋତେ ୟେହା ଭାବେ କହିବା ଗୋ ଗୋସାମଣି ।୨୩।ଅପାର ଅଳଂକାର ଦିଲେକ ସତ୍ୟଭାମାବହୁତ ବିନୋୟୀ ବୋଲନ୍ତି ଭୃତ୍ୟପଣେ ଅନୁକ୍ରମା ।୨୪।ଅଥବା ଭାବ ଯେବେ ନୋହିବ ତୋହୋରିତୋତେ କିସ ବୋଲିବି ଯିସ କର୍ମ ମୋହୋରି ।୨୫।ବଦୟନ୍ତି ପାଞ୍ଚାଳୀ ଗୋ ଶୁଣ ସତ୍ୟଭାମେପଞ୍ଚୁପତି ପ୍ରାପତ ମୋତେ ପୂର୍ବର କର୍ମ ଅନୁକ୍ରମେ ।୨୬।ନ ଜାଣଇ ମଉଷଧି ନ ଜାଣଇ ମନ୍ତ୍ର ଗୁଣ୍ଡିନୁହଇ ଗ୍ୟାନ ଦେଇ ମୁଂ ନ ଜାଣଇ ଭଣ୍ଡି ।୨୭।ବ୍ରତମାନେ ବ୍ରତନ୍ତି ମୋହୋର ନିଜ ପତିମୁହିଂ ବିଚାରି ଖଟଇ ତାହାଂକର ପ୍ରକୃତି ।୨୮।ନିତ୍ୟ ସାଧ୍ୟ ଅର୍ଥେ ସାଧଇ ନିତ୍ୟକର୍ମଅନୁବ୍ରତେ ମୋତେ ସଦୟେ ଇଚ୍ଛା ଦେବଧର୍ମ ।୨୯।ନବ ଅଇବ୍ରତ ସୂପକାର ବିଧିନିତ୍ୟେ ବୁଝାବଇଂ ରାନ୍ଧଣା ପାକସିଦ୍ଧି ।୩୦।ନବଲକ୍ଷ ଖଟିଥାନ୍ତି ଧାଈ ପରିବାରୀସବୁନ୍ତିହିଂ ଚରଚଇ ମୁଂ ନିତ୍ୟକର୍ମ ବେଭାରି ।୩୧।ଅଶ୍ୱଶାଳ ଗଜଶାଳ ସବୁନ୍ତି କରଇ ଚରଚାବୁଭୁକ୍ଷିତ ଦେଖିଲେ ସବୁନ୍ତି ଦିଅଇ ସଞ୍ଚା ।୩୨।ଦୁଖୀ ଅଭାଗ୍ୟବନ୍ତ ମୁଂ ନୁଆରଇ ଦେଖିଅଥବା ନିରାଶ ନୁଆସଇ ମୋହୋର ବାକି ।୩୩।ମିଥ୍ୟା ବାକ୍ୟ ନୁଆସଇ ମୋତେ ହାଦେ ଭଲେସମସ୍ୟା ନ ଦିଅଇ ମୁଂ ଅସଜନ ଦେଖିଲେ ।୩୪।ମାତାପିତା ସ୍ୱାମୀ ଗୁରୁ ଅତିଥି ଦେବତାୟେହାନ୍ତ ଆରଧନା କରଇ ନିରିଭ୍ରାନ୍ତ ।୩୫।ତପୋଧନ ଦେଖିଲେ ବସଇ ମୋର ପ୍ରୀତିପରଜାୟେ ନୁଆସଇ ଅବିଧି ପରକୃତିସ୍ୱାମିଂକି ଆଦିକରି ଦାସଦାସୀଗଣ ଯାୟେସବୃନ୍ତି ମୋହୋର ହୃଦଗତେ ୟେକଧ୍ୟାୟେ ।୩୭।ସମସ୍ତେ ଜାଣନ୍ତି ଯେ ମୋହୋର ପଞ୍ଚୁପତିଉଚ ନୀଚ ମୋର ନାହିଂ ସବୁନ୍ତିହିଂ ୟେକ ଭକ୍ତି ।୩୮।ସଦା ସର୍ବଦାୟେ ବ୍ରତନ୍ତି ଯେଉଂଣ ଜନତାହାଂକୁ ଅଭ୍ୟାଗତ ଧାତା କରିବ କେସନ ।୩୯।ଧାର୍ମିକ ବିବେକ ପଣ୍ଡିତ ସୁଭାଗ୍ୟଧୃତି ଶ୍ରୃତି ଦେଖିଲେ ଜାଣଇଂ ଯେହ୍ନେ ଭିଗ୍ୟଂ ।୪୦।ଦ୍ରୋପତୀ ବୋଇଲେ ଆଗୋ କଲ୍ୟାଣୀ ଶୁଣସି ଶକ୍ରାବତୀମନ୍ତ୍ର ଅଉଷଧିର ୟେସନେକ ରୀତି ।୪୧।ଗ୍ୟାନପୁର ବୋଲିଣ ୟେକଇ ହାଦେ ନଗ୍ରେକର୍ଣ୍ଣକେଶରୀ ବୋଲି ତହିଂର ୟେକ ଶୂଦ୍ରେ ।୪୨।ସେ କର୍ଣ୍ଣକେଶରୀ ମଙ୍ଗଳ ଚଉଠିର ଦିନସାଲୁମତୀ ଭାରିଯାକୁ ସେ ବୋଇଲେ ବଚନ ।୪୩।ମୁହିଂ ତୋତେ ସଂଘାତୁଣୀ ଗୋ ବୋଲଇ ସଦିଭାବେକନ୍ୟା ଗୋଟିୟେ ଥୋଇବାକୁ ମୁଂ ଇଚ୍ଛା କରଇ ୟେବେ ।୪୪।ମାସକରେ ଥରେ ତୋର ପାକା ପରସନସପ୍ତଦିନ ରାତ୍ରେ ଆମ୍ଭେ ହେବା ୟେକାସନ ।୪୫।ଶୁଣିଣ ବିରସ ସେ ହୋଇଲା ସାଲୁମତୀଲୋଡ଼ଇ ମନ୍ତ୍ର ଅଉଷଧି ରାଉଳଆଣୀ ଚଉକତି ।୪୬।ଅନେକ ଧନଦେଇ ସେ ଫୁଟିବ ମନ୍ତ୍ରକୁକଉଣସି ମତେ କାର୍ଯ୍ୟସିନ୍ଧି ନୋହିଲା ତାହାକୁ ।୪୭।କରଞ୍ଜକ ନାମେଣ ୟେକଇ ପିଚାଶୀଅନେକ ଭଣ୍ଡଇ ସେ ନଗ୍ରେଣ ଆସି ପଶି ।୪୮।ୟେକାନ୍ତେ ରାଇ ତାକୁ ବୋଲଇ ସାଲୁମତୀସୁହାଗ ଅଉଷଧି ଖଣ୍ଡିୟେ ଦେବୁ ମୁଂ ହୋଇବି ସ୍ୱାମୀରେ ଭଗତି ।୪୯।ଅନେକ ଭଗତି ଭାବେଣ ମୁଂ ହୋଇଲି ପରିଣାମିତଥାପି ଆନ ଭାରିଯା କରିତେ ଲୋଡ଼ଇ ମୋର ସ୍ୱାମୀ ।୫୦।ସ୍ୱାମୀ ମୋ ଯେମନ୍ତେ ନୁଆଣିମେ ଆନ ଘରଣୀତହିଂକି ମନ୍ତ୍ର ଗୋଟିୟେ ୟେବେ ଦେବୁ ଗୋ ୟେହିକ୍ଷଣି ।୫୧।ମୂଳିକା ଅଉଷଧି ଖଣ୍ଡିୟେ ଦିଲାକ ପିଚାଶୀବୋଇଲା ମଧୁର ତିଉଣେ ୟେହାକଇଂ ବାଟି ଦେସି ।୫୨।କିଛି ଧନ ଘେନିଣ ତହିଂ ପିଚାଶୁଣୀ ଚଳିଗଲାଅର୍କବାର ଦିନେ ତାହା ଭୋଜନ ବେଳେ ପରଶିଲା ।୫୩।ଆଗୋ ସତ୍ୟଭାମା ସ୍ତିରୀଂକର ୟେସନେକ ମନ୍ଦବୁଦ୍ଧିକାଳେଣ ହୋଇଲା ସେ ବିପାକ ମଉଷଧି ।୫୪।ରୋଦରି ରୋଗ ପ୍ରାୟେକ ବଢିଲା ତାର ପେଟପ୍ରାଣତ୍ୟାଜ ହୋଇଲା ସେ କାଳର ନିକଟ ।୫୫।ସମୟେକେ ସାଲୁମତୀ ଭାରିଯା ତାର ମଲାକୃତାନ୍ତକ ଦେବତା ଛାମୁରେ ବିଚାର ହୋଇଲା ।୫୬।ନାଶକର ବୋଇଲେ ୟେ ଅଟଇ ସ୍ୱାମୀଦ୍ରୋହୀୟେ ମୋଢ଼ୀ ପାମେରୀର ହାଦେ ମୁଖହିଂ ନ ଚାହିଂ ।୫୭।ଓଉଷଧି ଦେଇଣ ୟେ ସ୍ୱାମୀକି ନାଶକଲାତିଳ ପ୍ରମାଣେ ମାୟେଂସ କାଟ ବୋଇଲା ।୫୮।କୋପେଣ ବୋଇଲା କୃତାନ୍ତେକ ଦଣ୍ଡଧରୟେହାର ମାୟେଂସ ନେଇ ତମ୍ୱାଭାଣ୍ଡେ ଭର ।୫୯।ତିନି ବରଷ ପରିଯନ୍ତେ ମାୟେଂସ ତାର ପୋଡ଼ିଜୀର୍ଣ୍ଣକୂପେ ପକାଅ ନେଇ ମଣ୍ଡୁକୀ ଜୀବକରି ।୬୦।ଦ୍ରୋପତୀ ବୋଇଲେ ଗୋ ଶୁଣ ସତ୍ୟଭାମେମଉଷଧି କଲ ପ୍ରକୃତିରୁ ସ୍ତିରୀଂକର ୟେସନେକ ମନ୍ଦକର୍ମେ ।୬୧।ପୁଣ୍ୟ ଅରଜିଲେ ହୋଅଇ ସଉଭାଗ୍ୟବନ୍ତୀଅନୀତି କର୍ମେ ନ ଥିଲେ ସ୍ତିରୀଂକର ସଦଗତି ।୬୨।ମୁହିଂତ ଦେଖିଲି ତୋର ସଉଭାଗ୍ୟବନ୍ତୀପଣଅର୍ଦ୍ଧଆତ୍ମା ତୋତେ କରିଛନ୍ତି ନାରାୟଣ ।୬୩।ତୋହୋରେ ଇନ୍ଦ୍ରଦେବତାରେ ସେ ଅପ୍ରୀତି ହୋଇଲେପାରିଜାତକ ତରୁ ହରି ହରିଲେ ତୋର ବୋଲେ ।୬୪।ଗୋସିଂହ ବଧ ଦେବୀ କରାଇଲୁ ୟେକାତୋହୋରେ ୟେବେ ସେ ବଧ ଗଲାକ ନାରକା ।୬୫।ଜାଣିଣ ଖଟିଲେ ସେ ସ୍ୱାମୀର ପ୍ରକୃତିତେମନ୍ତେ ହୋଇ ସେ ସ୍ୱାମୀରେ ସଉଭାଗ୍ୟବନ୍ତୀ ।୬୬।ତପେଣ ବ୍ରହ୍ମ ଯେ ହରଷେଣ ଧର୍ମକାଳେଣ ପାପତାପେ ହୋଇଲା ଅପକର୍ମ ।୬୭।କୋପେଣ ଶାନ୍ତି ଯେ ଦମ୍ଭେଣ କୃତାର୍ଥୀଭୟେଣ ପ୍ରକୃତି ଯେ ଲୟେଣ ନିଭ୍ରାନ୍ତି ।୬୮।ପୁରୁଷର ବେଭାର ଯେ ଚଉଷଠୀ କଳାୟେଥକୁ ଶୀତଳଭାବ ଗୋ ଅଟନ୍ତି ଅବଳା ।୬୯।ମାଗୋ ଜନ୍ମହୋଇ ପରେ ହୋୟେ ହୃଦର ବଲ୍ଲଭୀପୁତ୍ର ପଉତ୍ରୀ ଉପୁଜିଲେ ସମସ୍ତ ସମ୍ଭବୀ ।୭୦।ତିନିଅକ୍ଷର ଯେ ଅଟଇ ସ୍ତିରୀଂକର ନାମପ୍ରଥମ ଅକ୍ଷରେ ଆଈ , ତିଜ ଅକ୍ଷରେ ପୁଅୟେ ବିଧିରେ ସ୍ତିରୀଂକି ଗୋ ଲାଗିଲା ବଡ଼ ସ୍ନେହ ।୭୨।ମାତାପ୍ରାୟେ ପାଳି ଗୋ ଆଈ ପ୍ରାୟେ ସେନେହିପୁତ୍ରପ୍ରାୟେ ଭଗତି ହୋଇ ସେବିବଟି ସେହି ।୭୩।ୟେ ବିଧିରେ ମାଈପ ଗୋ ସ୍ତିରୀଂକର ତିନିନାମୟେ ବିଧି ତିନିକର୍ମରୁ ତିରୀଂକର ନାମ ।୭୪।ପତି ଉପଗତେ ଆସନ ପରିତେଜ୍ୟାଅତିଅନ୍ତ ପ୍ରୀତିରେ ମଣାଇବ ଶେଯ୍ୟା ।୭୫।ଆଗୋ ସତ୍ୟଭାମା ୟେସନେକ ବେଭାରେ ଖଟିଲେ ସ୍ୱାମୀଂକିଆବର ମନ୍ତ୍ର ମଉଷଧିମାନ ଲୋଡ଼ିବ କାହିଂକି ।୭୬।ସେ ଯେ ଅର୍ଣ୍ଣପୂର୍ଣ୍ଣା ଅନାଦି ସିଦ୍ଧି ବୁଦ୍ଧିସୁବାକ୍ୟ କହିଣ ସତ୍ୟଭାମାଂକୁ ପ୍ରବୋଧି ।୭୭-୧୦୦୫୬।