ସପ୍ତ ସ୍ମୃତି — ବିଶ୍ୱନାଥ କର · ସ୍ୱର୍ଣ୍ଣଲିପିପ୍ରିୟାକୁ ତେଜି ଯେବେ ବିଦେଶେ ରହେ,ସପତ ସ୍ମୃତି ମୋର ପରାଣେ ଦହେ ।ଆଦ୍ୟ ଭେଟେ ମୋ ଜୀବ-ସଙ୍ଗିନୀ ସାଥେ,ଚିର ଇପ୍ସିତ ସେହି ବାସର-ରାତେ ।ନିଶୀଥେ ପ୍ରିୟା ଯେବେ ଆସିଲା ପୁରେ,ଅକୁହା ପୁଲକ ମୋ ଜାଗିଲା ଉରେ ।ଥରେ ମାତର ଦୃଷ୍ଟି ମୋତେ ନ ଢାଳିଗୃହକୋଣେ ମଉନେ ବସିଲା ବାଳୀ ।ବସ୍ତ୍ର-ବଉଦେ ମୁଖ-ଚନ୍ଦ୍ରମା ଢାଙ୍କିଦେଲା ମୋ ହୃଦେ ମଧୁ ଛବି ସେ ଆଙ୍କି ।ତଳୁଁ ମୁଁ ତଳପକୁ ତୋଳିଲା ବେଳେ,ନ ରଖିଲା ମୋ କଥା ସଜନି ହେଳେ ।ଯେତେ ଚାଟୁ କହିଲି ମୋ କମ୍ବୁ-କଣ୍ଠୀନ ଫିଟାଇଲା ତା’ର ଗୁମାନ-ଗଣ୍ଠି ।କୋମଳ ଗଣ୍ଡେ ଲିହି ଚୁମ୍ବନପାନ,ସରାଗେ ଭୁଞ୍ଜାଇଲି ତାହାକୁ ପାନ ।ପୁଲକେ ଥରିଗଲା ଏ ମୋର ତନୁଆହା ସେ ମଧୁସ୍ମୃତି ନ ଯିବ ମନୁଁ ।୧।ଅଳପ ଦିନ ଗଲା ଏସନ ବିତି,ପ୍ରିୟା ଗହଣେ ନିଶି ପୁହାଏ ନିତିହସି ଉଠିଲା ମୋର ଗୃହ ଅଚିରେକମଳା ବିଜେ ମୋର ଦୀନ କୁଟୀରେ ।ନ ପୂରୁଣୁ ମାତର ଗୋଟିଏ ମାସ,ଜଇଷ୍ଠ ପୂର୍ଣ୍ଣମୀର ହେଲା ପ୍ରକାଶ ।ପୂର୍ଣ୍ଣମୀ ଆମନ୍ତ୍ରଣ ଆସିଲା ଯେଣୁପିତୃ ସଦନେ ପ୍ରିୟା ଚଳିଲା ତେଣୁ ।ଆମନ୍ତ୍ରିତ ଜାମାତା ରୂପେ ସନ୍ଧ୍ୟାରେଚଳିଲି ପ୍ରିୟା ପୁରେ ହରଷେ ବାରେପ୍ରିୟା ସଦନେ ତାକୁ ଚିନ୍ତି ମାନସେଏକାକୀ ଶୟନ ମୁଁ କଲି ବିରସେ ।ସ୍ୱପନେ ଦେଖୁଥିଲି ସଖୀକୁ ଯେବେସଧୀରେ ଆସି ପଦ ପରଶେ ତେବେ ।ଚକିତେ ଚମକି ମୁଁ ଉଠିଲି ଖରେଦେଖିଲି ପ୍ରିୟା ଉଭା ମୋର ପାଶରେ ।ବସାଇ ଦେଲି କୋଳେ ଚିବୁକ ଧରି,ମଣିଲି ରଙ୍କ ରତ୍ନ ଲଭିଲା ପରି ।୨।ଆଷାଢ଼ ମାସେ ନବଘନ ଉଦୟେ,ଅଜଣା ପୁଲକ ମୋ ହେଲା ହୃଦୟେ ।ମେଘ କୋଳେ ଚପଳା ସୁଷମା ଦେଖି,ମାନସ ପଟଳେ ସେ ଛବି ମୁଁ ଲେଖି ।ପ୍ରିୟାକୁ କେତେ ମୃଦୁବାଣୀ କହିଲି,ପଟୁ ଚାଟୁ ବଚନେ ମନ ମୋହିଲି ।ଗଭାରେ ମଲ୍ଲୀମାଳ ତା’ର ସଜାଇ,ଆଲିଙ୍ଗନେ ଚୁମ୍ବନେ ମନ ମଜାଇ ।ଚନ୍ଦ୍ରମୁଖୀକୁ କଲି ଚନ୍ଦ୍ର ଚାଳନ ।ଟଳାଇ ମାନନ ଭୁଳାଇଲି ତା’ ମନ ।ବହୁ ଯତନେ ପ୍ରିୟା ରାଜି ହୋଇଲା,ବିପରୀତେ ମୋହର ମନ ମୋହିଲା ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ଲାଜେ ନୟନ ଦୁଇ ମୁଦିଲା ତା’ର
‘‘ନାହିଁ’’ ‘‘ନାହିଁ’’ ଉଚ୍ଚାରି ବାରକୁ ବାର ।
ସେକାଳ ସୁଷମାର ଉପମା ନାହିଁ ।
ଅସୀମ ତପୋବଳେ ସେ ସୁଖ ପାଇ ।
ଦୋହଲିବାର ତା’ର କୋମଳ ତନୁ,
ଆହା ସେ ମଧୁ ଛବି ନ ଯିବ ମନୁଁ ।୩।
ଶ୍ରାବଣେ ଘନ ଘନ ବରଷା ଧାରା
ନବ ଜୀବନ ଆଣେ ଜଗତତ ସାରା ।
କଳା ବଉଦ ମାଳ ବିହରେ ନଭେ,
ସେ ଦୃଶ୍ୟ ଦେଖି ପ୍ରିୟା ହରଷ ଲଭେ ।
ଦିନେ ସେ ଏକାକିନୀ ପ୍ରଦୋଷ କାଳେ,
ବିଲୋକୁ ଥିଲା ସେହି ଜଳଦମାଳେ ।
ବକମାଳ ଶବଦ କରି ସଘନ,
ବାହୁଡ଼ୁଥିଲେ ନିଜ ନୀଡ଼େ ବହନ ।
ଦୁଇ ଊରୁରେ ଦୁଇ ଭୁଜକୁ ରଖି
ମୁଗ୍ଧ ନୟନେ ଦେଖୁଥିଲା ମୋ ସଖୀ !
ମୀନ ନୟନା ପୀନ ଉରଜ ଦ୍ୱୟ
ଦର୍ଶନେ ମନ ମୋର ହେଲା ଅଥୟ ।
ତା’ ଘନଜଘନ ମୋ ଧୈର୍ଯ୍ୟ ନାଶିଲା,
ଅଜଣା ପୁଲକ ମୋ ଦେହେ ଆସିଲା ।
ପ୍ରିୟା ରୋଷ ବଚନେ ନ ଦେଇ ମନ
ସୁରତରସେ ମାତିଥିଲି ବହନ ।
ମାନସେ ଭାସିଯାଏ ଯେବେ ସେ ଛବି;
ବିନା ମେଘେ ମୋ ଶିରେ ପଡ଼ଇ ପବି ।୪।
ଚଇତ୍ର ମାସେ ଥରେ ମୋ ଜୀବଧନ,
ଅଯାଚିତ ସେନେହେ ମୋହିଲା ମନ ।
ଘାରିଲା ଅଙ୍ଗ ଅବା ଅନଙ୍ଗ ତା’ର
ଗଣ୍ଡେ ମୋ ଚୁମ୍ବ ଦେଲା ବାରକୁ ବାର ।
ଅକୁହା ଶିହରଣେ ପୂରିଲା ଅଙ୍ଗ,
ତୁରିତ ନିଦ୍ରା ମୋର ହୋଇଲା ଭଙ୍ଗ ।
ନିଦ୍ରାଗତ ବୋଲି ମୁଁ କଲି ଛଳନା
ନ ଜାଣିଲା ମୋ ଛନ୍ଦ ଶାନ୍ତଲଳନା ।
ବକ୍ଷେ ମୋ ବକ୍ଷ ତାର ସରାଗେ ରଖି
ଶୟନ କଲା ଭୋଳେ ମୋ ପ୍ରିୟ ସଖୀ ।
ଛନ୍ଦିଲା ଭୁଜ ମୋର ଗଳାରେ ନେଇ
ଅକୁହା ପୁଲକ ମୋ ଶରୀରେ ଦେଇ ।
ଥାପିଲା କର ମୋର ବକ୍ଷରେ ଯହୁଁ
ଧଇର୍ଯ୍ୟ ବନ୍ଧ ମୋର ଭାଜିଲା ତହୁଁ ।
ମାତିଲି ରତିରସେ ହରଷ ମନେ
ଲାଜେ ସଢ଼ିଲା ମୋର ସଜନି କ୍ଷଣେ ।
ପୁଚ୍ଛନ୍ତେ ସହି ! ଏ କି ତୋ ରୀତି ଆଜ,
କଳନା ନ ହେଲା ମୋ ଲଳନା-ଲାଜ ।୫।
ବରଷକର ଦୀର୍ଘ ବିରହ ପରେ,
ଭେଟିଲି ସଜନିକୁ ଯେବେ ମୋ ଘରେ ।
ପ୍ରଣୟ-ପାଗଳିନୀ ମୋହର ବିନା,
ତୁଟିଛି ତନୁକାନ୍ତି ବିଷାଦଲୀନା ।
ନ ଫୁଟେ ମୁଖେ ତା’ର ହରଷ ଆଉ,
ସହି ନ ପାରି ଗୁରୁ ବିରହ-ଦାଉ ।
ଶୁଖିଛି ସଜ ସରସିଜ ବଦନ
ଶୂନ୍ୟ ମଣିଛି ତା’ର ପିତୃ-ସଦନ ।
ତୁଟିଛି କଳେବର ସୁଷମା-ରଙ୍ଗ,
ମୋର ପ୍ରଣୟ ବିନା କୃଶ ତା ଅଙ୍ଗ ।
କ୍ଷୀଣ ତା’ କଣ୍ଠସ୍ୱର ଦୁର୍ବଳ ତନୁ,
ଦଇବ ହରିଛି ତା’ ହରଷ ମନୁଁ ।
ଦେଖି ସହସା ମୁଁ ଯେ ଉଠିଲି ଥରି,
ବସାଇଲି ମୋ ପାଶେ ଭୁଜକୁ ଧରି ।
ବୁହାଇ ଝର ଝର ନୀର ନୟନୁଁ,
ପୁଚ୍ଛିଲା, ‘‘କୁହ କେହ୍ନେ ଭୁଲିଲ ମନୁଁ ।
ଜନନୀ ମୋର ସିନା କରିଲା ଦୋଷ,
ମୋ ପ୍ରତି କିଆଁ ତୁମେ ବହିଲ ରୋଷ’’ ।୬।
ବିରହ ଶାପ ମୋର ମୋଚନ ପରେ,
ପ୍ରିୟା ମଣ୍ଡନ କଲା ସଦନ ଖରେ ।
ମଧୁର ମିଳନରେ ବିତିଲା ଦିନ,
ପ୍ରିୟା ପ୍ରଣୟେ ସଦା ହେଲି ମୁଁ ଲୀନ ।
ଦୁଇ ବରଷ ଗଲା ଏସନ ବିତି,
ସଜନି ମେଳେ ନିଶି ପୁହାଏ ନିତି ।
ଉଚ୍ଚଶିକ୍ଷାରେ ମୋର ବଳିଲା ମନ,
ପୁଣି ପ୍ରବାସୀ ମୁହିଁ ହେବି ବହନ ।
ଶୁଣି ବିଷାଦେ ପ୍ରିୟା କହିଲା ହେଜି,
ଏ ଯୁବାକାଳେ ମୋତେ ଯାଉଛ ତେଜି ।
କିପରି ବଞ୍ଚିବି ମୁଁ ରଜନୀ ଘୋର,
ପୁଣି ପଡ଼ିଲା ଦୁଃଖ କରମେ ମୋର ।
କାହା ପଦେ ମୋ ପଦ ଥାପି ସରାଗେ,
ଶୟନ କରିବି ମୁଁ କୁହ ମୋ ଆଗେ ।
ଏତେ ନିଷ୍ଠୁର କିଆଁ ହେଲ ମୋ ପ୍ରତି,
ପରବାସୀ ହେବାକୁ ବଳିଲା ମତି ।
ଝର ଝର ଝରାଇ ନୀର ନୟନୁଁ,
ବିଦାୟ ଦେଲା ପ୍ରିୟା-ନ ଯାଏ ମନୁଁ ।୭।
ସପତ ସ୍ମୁରୁତି ମୋ ମାନସେ ଆସି,
ଚଳଚିତ୍ର ସମାନ ଯାଏ ଗୋ ଭାସି ।
ନ ପାରିବି ପାଶୋରି କେବେ ତା ମନୁଁ,
ଥିବାଯାଏ ଜଗତେ ଏ ମର ତନୁ ।
ସୁଖ ଦୁଃଖ ଭରା ଏ ଜଗତ ସିନା,
ସୁଖ ନ ପଡ଼େ ଜଣା କଷଣ ବିନା ।
ଅନ୍ଧାର ପରେ ଯଥା ଆଲୋକ ଆସେ,
ମିଳନ ବିରହର କଷଣ ନାଶେ ।
କ୍ଷଣେ ଦୁଃଖ ମୋ ଚିତ୍ତ ଘାରଇ ଯେବେ,
ଆଶା ଆଲୋକ ପୁଣି ଦିଶଇ ତେବେ ।
ଆଶା-ନିରାଶା ମଧ୍ୟେ କରେ ମୁଁ ଗତି,
ଆଶ୍ରୟ ଏକା ପ୍ରଭୁ ଜଗତପତି ।
ପିତାମହ ମୋ ବାଲ୍ୟଗୁରୁ ମୋହର,
ଧ୍ୟାୟି ଭକତିଭରେ ତାଙ୍କ ପୟର ।
ରଚନା କରେ କାବ୍ୟ କବିତା ଚୟ,
ତାଙ୍କ ହେତୁ କବିତ୍ୱ ମୋର ଉଦୟ ।୮।
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ