କଳ୍ପନା କୁଞ୍ଜେ
୧୮୬୪–୧୯୩୪
- ସଂକଳନ: କଳ୍ପନା କୁଞ୍ଜେ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୭୨
- ସ୍ଥିତି
- ସାର୍ବଜନୀନ (Public domain)
କଳ୍ପନାର ଏ କୁଞ୍ଜେ ବସି ମୁଁବିଜନେ ଦରଦୀ କବି,ଅଙ୍କେ ଥାପି ମୋ କାବ୍ୟ ନାୟିକାଆଙ୍କେ ବିରହ ଛବି ।ଦିନ ପରେ ଦିନ ମାସ ପରେ ମାସଯାଏ ଗୋ ବିତି,ସଜନି ଅଙ୍ଗ ସଙ୍ଗଲାଗି ମୁଁଝୁରଇ ନିତି,ହାୟରେ ହାୟ !ଶୀର୍ଣ୍ଣକାୟ,ପତ୍ନୀ ଲାଗି,ମର୍ମେ ବେଦନା ଉଠଇ ଜାଗି,ମନ୍ଦ ବିହିଏହା କି ଥିଲା ମୋ ଭାଗ୍ୟେ ଲିହି ? ।୧।ଯଉବନ ହେଲା ବ୍ୟର୍ଥ ମୋହରଗଲା ରେ ଦିନ,ପ୍ରିୟା ମିଳନର ଚିନ୍ତାରେ ସଦାହେଲି ମୁଁ ଲୀନ,ବଞ୍ଚି ରହିବି ଆଉ ମୁଁ କିଆଁ,ଜଳେ ଅବିରତ ଅନ୍ତରେ ଯେବେବିରହ-ନିଆଁ ।ଯୁବତୀ ପ୍ରିୟାର ସଙ୍ଗ ତେଜି,ରଖିବି ପରାଣ କି ସୁଖ ହେଜି,ନବ ଯଉବନୀ ସୁଶ୍ରୀ ବାଳା,ପିଣ୍ଡେ ପରାଣ, ବକ୍ଷେ ମାଳା,ବିରହେ ତା’ରଅଶ୍ରୁଧାର,ଯାଏ ମୋ ବହି,ଏ ଗୁରୁ କଷଣ ନପାରେ ସହି,କା’ ଆଗେ ଦୁଃଖ କହିବି,ନିରୁପାୟ ହୋଇ ସିନା ଏ ଦଣ୍ଡ ସହିବି ।୨।ଜଳେ ଅହରହ ବିରହ-ବହ୍ନିବିସ୍ତାର କରି ଶିଖା’ଉଚ୍ଚ ଆଶାର ରକ୍ତିମା ସବୁପଡ଼ିଛି ତା’’ ପାଶେ ଫିକା ।ଦିନ ପରେ ଆସେ ରାତି,ମନେ ପଡ଼େ ମୋର ସାଥି,ତୁଟିଛି ଜୀବନରଙ୍ଗ,ସଙ୍ଗ ହୋଇଛି ଭଙ୍ଗକେବଳ କାବ୍ୟ ନାୟିକା ଅଙ୍କେ ଥାପି,ପାରିବି କି ମୋ ଦୁର୍ବହ କାଳ ଯାପି,କଳ୍ପନାର ସେ ଛନ୍ଦେ ଛନ୍ଦେପ୍ରିୟାର କଥା,ଉଙ୍କି ମାରି ମୋ ଚିତ୍ତଗହନେଦିଏ ଗୋ ବ୍ୟଥା ।ଜୀବନ ବୀଣାର କରୁଣ-ତନ୍ତ୍ରୀଉଠେ ମୋ ଥରି,ଅଙ୍ଗ ଘଟୁଁ ମୋ ଆୟୁଷ-ସଲିଳପଡ଼େ ଗୋ ଝରି ।୩।ଜ୍ୟୋଚ୍ଛନା-ଧଉତ ଶୁକ୍ଲ ପକ୍ଷମଧୁର ନିଶି,ଚନ୍ଦ୍ରମା ଛଳେ ପ୍ରିୟା ମୁଖ ଛବିଯାଏ ଗୋ ଦିଶି ।କମ୍ପେ ଛାତି,ଦୂରେ, ବହୁଦୂରେ ପରାଣସାଥି ।କୋକଦମ୍ପତି କରୁଣ ଶବ୍ଦ ଶୁଣି,ମାନସେ ତାଙ୍କ ବିରହ ଦୁଃଖ ଗୁଣି,ଶୂନ୍ୟ ଲାଗେ ଏ ବିଶ୍ୱ,ମଣଇ ନିଜକୁ ନିଃସ୍ୱ;ଛିଡ଼େ ମୋର ଆଶା-ପକ୍ଷ,ଭ୍ରଷ୍ଟ ହୁଏ ମୋ ଲକ୍ଷ୍ୟ;ଭାସି ଉଡ଼େ ମନଅଜଣା ରାଇଜ ପାରେ,କଳ୍ପନାରଥଆରୋହଣ କରି ବାରେ ।୪।ସଙ୍ଗହୀନ କେ ପକ୍ଷୀ ବିଳପିକରୁଣ ସୁରେ,ଖୋଜେ ତା’ର ସାଥି ଅସୀମ ବେଦନାଥାପି ତା’ ଉରେ ।କମ୍ପଇ ଦିଗମାନ,ତୋଳେ ସେ କରୁଣାଗାନ;ନୀଡ଼ ପାଶେ ସିନାଉଦ୍ବେଗେ ଯାଏ ଧାଇଁ,ପ୍ରିୟାର ଅଙ୍ଗସଙ୍ଗ ଲଭିବା ପାଇଁ,ପଥହରା ମୁହିଁ ସିନା,ପ୍ରିୟାର ସଂଗ ବିନା,କଳକଳ ନାଦେତଟିନୀ ଯାଏ ଗୋ ବହି,ନିର୍ଜନେ ବସିଦେଖେ ସେ ଦୃଶ୍ୟ ରହି ।୫।ଆମ୍ର ବକୁଳ ଗହଳେ କୋକିଳମଉନେ ରହି;ପଞ୍ଚମ ତାନେ ‘କୁହୁ’ ‘କୁହୁ’ ବାଣୀଯାଏ ଗୋ କହି ।ପିକ ଡାକେ ରହି ରହି,ବେଦନା ନ ହୁଏ କହି,ଶାଣିତ ଅସ୍ତ୍ରେବକ୍ଷ ଛେଦନ ଭଳି,‘‘କୁହୁ’’ ବାଣୀ ମୋରମର୍ମେ ଯାଏ ଗୋ ଗଳି ।ମନେ ପଡ଼େ ଯେବେ ପ୍ରିୟତମା ହୃଦହୁଅଇ ହାଣି,ପିକ ବାଣୀଠାରୁ ସୁମଧୁର ତା’ରସରମ ବାଣୀ ।ହୃଦୟ-ତନ୍ତ୍ରୀ ଥରେ,ପ୍ରିୟା ଲାଗି ଝୁରି ମରେ ।୬।ସୁବାସିତ କେତେ ସୁମନେ ପୂରିତମୋର ଏ କୁଞ୍ଜ,ଚଉଦିଗେ ଆହା ବେଢ଼ି ଥାନ୍ତି ସେଭ୍ରମର ପୁଞ୍ଜ,ମନ୍ଦସମୀରେ ପୁଷ୍ପ ଦୋହଲୁ ଥାଏ,ଅଳି ଗୁଂଜନେ ସତେ କି ଲଜ୍ଜା ପାଏ,ମଧୁ ଗୁଂଜନଛଳେ,ଚାଟୁ ବାଣୀ କହି ଅଳି ସତେ ଅବାଲୋଟେ ତା’ ପୟର ତଳେ ।ଦର୍ଶନେ ତାହା ମାନସେ ଜାଗେ ମୋଅତୀତ କଥା,ଚୁମ୍ବନ କାଳେ ସରମ ବୋଳା ତା’‘‘ନାହିଁ ଯା’’ କଥା ।ତା ବିନୁଁ ଜଗତ ଶୂନ୍ୟ ସିନା ମୁଁ ମଣେ,ଆଶ୍ୱାସିବାକୁ ନାହିଁ ମୋର କେହି ଜଣେ,ସେ ମୋ ଜୀବନର ସାହାତା ବିନୁଁ ନ ପାଏ ରାହା ।୭।ଜୀବନ- ପାତ୍ରୁଁ ଯଉବନ-ମଧୁପଡ଼େ ରେ ଝରି,ଅକାଳେ ମୋହର ମନକପୋତଟିଯାଏ ରେ ମରି ।କାହିଁ ରେ କାହିଁ,ଆଉ କି ପ୍ରିୟାକୁ ପାଇବି ନାହିଁ ।କଳପନାର ଏ କୁଞ୍ଜେ ବସି ମୁଁନୀରବେ ସିନା,ରଚଇ କବିତା ବିଜନେ ଯୁବତୀପ୍ରିୟାର ବିନା ।କହ ରେ ଦଇବ ! କାହା ପାଇଁ ମୁହିଁଦୁର୍ଦ୍ଦିନେ ଆଉ ବଞ୍ଚିବେ,ଶରୀର-ପାତ୍ରେ ଆୟୁଷ-ସଲିଳକାହା ପାଇଁ ଆଉ ସଞ୍ଚିବି ।୮।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ