ସନ୍ତୋଷ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ତୀର୍ଥବାରି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୭
- ସ୍ଥିତି
- ସାର୍ବଜନୀନ (Public domain)
ସନ୍ତୋଷ, ଅମୂଲ୍ୟ ଧନ, ଅନାବିଳ ସୁଖ,ଝରେ ତହୁଁ ଶାନ୍ତି-ପ୍ରୀତି-ଅମୃତ-ନିର୍ଝର ।ସମଜ୍ଜ୍ୱଳ ଯେ ଆଗାର ସନ୍ତୋଷ-ରତନେ,ସେ ତ୍ରିଦିବ, ବର୍ଷେ ତହିଁ ସ୍ୱର୍ଗ-ଶୁଭଧାରା ।ସନ୍ତୋଷ-ଚନ୍ଦ୍ରିକା ଯୋଗେ ଶୀତଳ ଯା ହୃଦ,ସେ ଜୀବିତ, ଜୀବନ୍ମୁକ୍ତ, ଚିରପ୍ରଫୁଲ୍ଲତାକରେ ଆଲିଙ୍ଗନ ତାକୁ, ପ୍ରିୟ ସଖୀ ପ୍ରାୟ,ପକ୍ଷାନ୍ତେ ଯା ଅନ୍ତସ୍ତଳେ ବହେ ଖରତରେଅସମ୍ପୂର୍ଣ୍ଣ-ବାସନର କର୍ମନାସା ସୋତ,ତାହାର ଜୀବନ ନୁହେଁ ଜୀବନ ଆଖ୍ୟାତ,ଜୀବନ୍ତ ମରଣ ତାହା, ଯନ୍ତ୍ରଣା-ଜର୍ଜର ।ସନ୍ତୋଷ, ମାନବ ପ୍ରାଣେ ଦେବାବତରଣ,ଆବର ମହାତପସ୍ୟା, ସାଧିଲେ ସେ ତପହୁଏ ପ୍ରାଣ ସୁପବିତ୍ର, ସଦା ମଧୁମୟ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ