ଆତ୍ମଶ୍ଳାଘା — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିଆତ୍ମଶ୍ଳାଘା ମୃତ୍ୟୁଠାରୁ ବଳି ଭୟଙ୍କରୀ,ହୁଏ ନାହିଁ ବଡ଼ କେହି ଗାଇ ନିଜ ସ୍ତୁତିନିଜ ମୁଖେ, କାହା ନୀଚ ଅଧମ ସ୍ୱଭାବ;ଥାଉ ଆନ କଥା, ମଣେ ଯେ ନିଜକୁ ହୀନନିଜ କତି ସୁଦ୍ଧା, ବଡ଼ ବାସ୍ତବ ସେ ଏକା ।ଆତ୍ମଶ୍ଳାଘା ପତନର ଅମୋଘ ମନ୍ତର,ବଖାଣି ଆତ୍ମପ୍ରଶସ୍ତି ସୁନାସୀର ପାଶେନହୁଷ ନୃପଣ, ପୂର୍ବେ, ଲଭିଲେ ଯେ ଜଜ୍ଞ,ଲିଖିତ ତା’ କାଳବକ୍ଷେ-ପୁରାଣ ବକ୍ଷରେ,ହୋଇ କ୍ଷୀଣପୁଣ୍ୟ ରାଏ, ହେଲେ ଅଧୋଗତ,ଆତ୍ମଶ୍ଳାଘା ପାପ, ଶୋକ, ନରକପ୍ରସୁତି ।ନୁହେଁ ସେ ପ୍ରଶଂସ୍ୟ କେବେ ଖୋଜେ ଯେ ପ୍ରଶଂସାଖୋଜି ଖୋଜି ଆଶ୍ରାକରେ ପ୍ରତିଷ୍ଠା ଯାହାକୁବଳେ ବଳେ, ସେହି ଧନ୍ୟ, ସେହି ପ୍ରଶଂସିତ ।କିଏ ମୋର ?ଉଠୁଅଛି ପ୍ରାଣୁ ସଦା ମୋର ମୋର ଧ୍ୱନି,କାହାର ସେ ଭାଷା, ତାହା ଅଜ୍ଞାତ ମୋହର,ତଥା କିଏ ମୋର ଭବେ, ସେ ସୁଦ୍ଧା ଅଜ୍ଞାତ;ଅଥଚ ଜଗତ ସାରା ମୋହର କେବଳ ।ଜାତି ପରିଜନେ ଜନେ ବୋଲନ୍ତି ଯା ମୋର,ମୋହର ମୋହନ ମନ୍ତ୍ର ଖାଲି ତାହା ସିନା,ଖସିଗଲେ ପାନୁ ଚୁନ, କେ ଆଉ କାହାର ?ଧନ ସମ୍ପତ୍ତି ତ ଜଡ଼, ବର୍ଜିତ ତା କଥା ।ଆକାଶ, ପର୍ବତ, ବନ ପଚାରେ ଯାହାକୁକିଏ ମୋର, କେହି ଦେଇ ନ ପାରି ଉତ୍ତରଫେରାଇ ଦିଅନ୍ତି ମୋର ପ୍ରଶ୍ନକୁ ତକ୍ଷଣେପ୍ରତିଧ୍ୱନି-ମୁଖେ, ତହୁଁ ଉଚ୍ଚେ ମୁଁ ନିରାଶା ।କେବଳ ଏତିକି ଜାଣେ, କରେଁ ଯେତେବେଳେଯାର ମନରକ୍ଷା, ହୁଏ ସେ କାଳେ ସେ ମୋର ।କୃପଣକିପାଁ ନିନ୍ଦା ରଟେ ଭବେ କୃପଣ ନାମରେକିଏ ତାର ସମକକ୍ଷ, ମହାଦାତାପଣେ ?ନ ଖାଇ ସେ ସଞ୍ଚେ ଧନ ପରଭୋଗ ପାଇଁ ।ନୋହିଥିଲେ ମଧୁମକ୍ଷୀ ସଞ୍ଚୟ-ନିପୁଣ,ମିଳନ୍ତା କି ସୁଧା ତୁଳ ଦେବଭୋଗ୍ୟ ମଧୁ ?ଧରେ ବୃକ୍ଷ ବହୁ ଫଳ, ନ ଖାଏ ବୋଲି କିହେବ କୃପଣ ଆଖ୍ୟାତ ? ଅହୋ ! କି ଅଦ୍ଭୁତସିଦ୍ଧାନ୍ତ ! ଦାତାର ଲକ୍ଷ୍ୟ, କୃତ୍ରିମ ଉପାଧିଲାଭ, (ନ ଖଟୁ ଏ ଭକ୍ତି ପଛେ ସାଧାରଣଦାତୃକୁଳ ପକ୍ଷେ, ମାତ୍ର ନିଶ୍ଚେ ସମୀଚୀନଅନେକଙ୍କ ପକ୍ଷେ) କିନ୍ତୁ କୃପଣ କଦାଚଲୋଡ଼େ ନାହିଁ ତାହା, ସ୍ୱପ୍ନେ ଅବା କଳ୍ପନାରେ;ତାର ସେହି ଚିରପ୍ରିୟ ଶାଶ୍ୱତୀ ପଦବୀ,କଳଙ୍କ-ମୁକୁଟରୂପେ ଶିରେ ବହେ ସଦା ।ଆଶାଚିର ଆଶାମୁତବୋଳା ମାନବ ଜୀବନ
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ଆଶାଦ୍ୱାରା ସଂଗଠିତ, ଆଶା ନିର୍ଭରିତ;
ବିରାଟ ମାନବ-ବିଶ୍ୱ ଆଶାରେ ଚାଳିତ,
ବାସ୍ପେ ବାସ୍ପରଥ ଯଥା, ତାହା ବ୍ୟତିରେକେ
ମାନବ ଶିଥିଳ ସ୍ଥିର । ଟାଣିଆଣେ ଆଶା
ମାନବକୁ କର୍ମପଥେ ମାନସ ସହିତ,
ଆଶା ଶୁଭଙ୍କରୀ, ଦେବୀ, ଅବିଶ୍ରାମବତୀ,
ଅପୂର୍ବ ଲାବଣ୍ୟମୟୀ ଅରୁପା ରୂପସୀ ।
ଶୁଣି ତାର ବଂଶୀଧ୍ୱନି-ଲଳିତ, ମଧୁର,
ଜୀଇଉଠେ ମୃତପିଣ୍ଡ, ଜନ୍ମପଙ୍ଗୁ ଧରେ
ବାରିଧି-ମେଖଳା ଧରା ଭ୍ରମଣେ ସାହସ ।
ସ୍ନେହ ସୁଖମୟ ଅଙ୍କ ପରଶେ ତାହାର
ଭୁଲିଯାଏ ନର ହେଲେ; ସଂସାର ଆଘାତ,
ବିପନ୍ନର ସଦା ସେହି ଆଶ୍ୱାସଦାୟିନୀ ।
ରାମାୟଣ ମହାଭାରତ
ସୃଜିଲେ ବାଲ୍ମୀକି ବ୍ୟାସ କି ମାହେନ୍ଦ୍ର କ୍ଷଣେ
କାବ୍ୟ-କାମଧେନୁ ଯୁଗ, ଯୁଗଯୁଗବ୍ୟାପୀ
ଦୋହନେ ନ ସରେ ତାର ସୁଧା-ଦୁଗ୍ଧ-ଧାର ।
ସେ ଦୁର୍ଲଭ ଦିବ୍ୟ ଦୁଗ୍ଧ ଆଜୀବନ ପାନେ
ନ ଜନ୍ମେ ଅରୁଚି, ବରଂ ପ୍ରବର୍ଦ୍ଧେ ପିପାସା ।
ଧନ୍ୟ ବେନି ମହାକବି ଅମର ଚୂଳିକା,
ଅଙ୍କିଲା ସେ ଯେ ଆଲେଖ୍ୟ, ସପ୍ତବର୍ଣ୍ଣୋଜ୍ଜ୍ୱଳ,
ସତ୍ୟ, ଶିବ, ସୁନ୍ଦର ସେ, ନିତ୍ୟ ଅଭିନବ ।
ଧରିଛି ମହଦାଦର୍ଶ ଜଗତ ସମ୍ମୁଖେ
ସେ ମହା ଆଲେଖ୍ୟ, ତଥା ଧରିଥିବ ସଦା;
ମହୀରେ ଭାରତ ସାର, ଭାରତେ ଭାରତ,-
ରାମାୟଣ, ଯାହା ନାହିଁ ତହିଁ, ତାହା ନାହିଁ,
ସେ ମହାପୁରାଣଦ୍ୱୟ, ଆର୍ଯ୍ୟ-ଗୌରବର
ରବିଶଶୀ ପ୍ରାୟ, ରତ ବିତରଣେ ପ୍ରଭା ।
କ୍ଷୁଦ୍ର
କ୍ଷୁଦ୍ର ନୁହେଁ ଅବଜ୍ଞାତ, ମହିମା ତାହାର
ମହୀୟସୀ; ବୃହତ୍ତର କ୍ଷୁଦ୍ରରୁ ସଂଜାତ ।
ରେଣୁ ସମ ବୀଜୁ ଜାତ ପ୍ରବଣ୍ଡ ନ୍ୟଗ୍ରୋଧ,
ଘନଚୁମ୍ବୀ ହିମାଚୟ, ଶିଖରି-ସମ୍ରାଟ,
ଧୂଳିକଣାର ସମଷ୍ଟି, ତଥା ପାରାବାର
ଭାବୁକ-କଳ୍ପନାତୀତ ଅନନ୍ତ-ବିସ୍ତୃତ,
କ୍ଷୂଦ୍ରତମ ବାରିବିନ୍ଦୁ ସଂଯୋଗେ ଗଠିତ ।
ତରୁ ତୁଳନାରେ ଲତା କ୍ଷୁଦ୍ରପ୍ରାଣ ଅତି,
ମାତ୍ର ସେ ପ୍ରସବେ ଫଳ ତରୁଠାରୁ ବଡ଼;
ସାମାନ୍ୟ ସ୍ଫୁଲିଙ୍ଗ ପାରେ ଚରାଚରେ ଦହି ।
ମଣିବ ନିଜକୁ କ୍ଷୁଦ୍ର, କିନ୍ତୁ କ୍ଷୁଦ୍ର ବୋଲି
ବଡ଼ କାର୍ଯ୍ୟ ସାଧନାରେ ନ ହେବ ହୃତାଶ,
ସାନେ ବଡ଼ କରେ କର୍ମ, ଆଜି କ୍ଷୁଦ୍ର ଯେହୁ
କାଲି ସେ ହେଉଛି ଶ୍ରେଷ୍ଠ ନିୟତି-ନିୟମେ ।
ବନ୍ଧୁ
କାହିଁ ଚିରବନ୍ଧୁ, ମହୀ-ଅବନ୍ଧୁ-ପ୍ରବାସେ ?
ବାନ୍ଧିପାରେ ହୃଦୟେ ଯେ ପ୍ରୀତି-ପାଟଡ଼ୋରେ
ପକାଇ ଅଫିଟା ଗଣ୍ଠି, କିମ୍ବା ପ୍ରେମ-ମୁଲେ
ଚିରବନ୍ଧା ରଖେ ପ୍ରାଣେ ଯେ ପ୍ରଣୟୀ ପାଶେ,
ସେ ଏକା ପ୍ରକୃତ ବନ୍ଧୁ, ଜୀବନ-ଦୋସର;
ନୀଚ ସ୍ୱାର୍ଥ, ସଂକୀର୍ଣ୍ଣତା ବା ଦୌର୍ବଲ୍ୟ ଦୋଷେ
ମଳିନ ନୁହେଁ ତା ହୃଦ, ଅବା କଳଙ୍କିତ ।
ସ୍ୱାର୍ଥ ଯା ପ୍ରାଣର ପ୍ରାଣ, ସ୍ୱାର୍ଥ ବିନିମୟ
ଯାର ଲକ୍ଷ୍ୟ, ସେ ବନ୍ଧୁତା କୃତ୍ରିମ, ଭଙ୍ଗୁର,
ଉପକାର ଆଦାନର ଆଗତୁରା ଭଡ଼ା ।
ସଂସାର ବିଚ୍ଛେଦଭୂମି, କାହାରି ବନ୍ଧୁତା,
ନ ହୁଏ ପୂର୍ଣ୍ଣତାପ୍ରାପ୍ତ ଏଥି କେଉଁକାଳେ,
ନିସର୍ଗ ବନ୍ଧୁତା ଏକା ଧର୍ମର ବନ୍ଧୁତା,
ଧର୍ମ ବେନି ଲୋକେ ସଙ୍ଗୀ, ପ୍ରକୃତ ବନ୍ଧୁ ସେ ।
ଅନୁତାପ
କି ଭୀଷଣ ଅନୁତାବ-ଅଗ୍ନି, ଅନିର୍ବାଣ,
ସଲିଳେ ଅନଳ ଶାନ୍ତ, ମାତ୍ର ଏ ଜଗତେ
ନାହିଁ ଏମନ୍ତ ସଲିଳ, ପାରିବ ସେ ଶମି
ଅନୁତାପ ପାବକର ମହା ଉଗ୍ରଶିଖା ।
ଅହୋ, କେଡ଼େ ଅବିବେକୀ ମୁହିଁ, ଅର୍ବାଚୀନ,
ଭସ୍ମସ୍ତୁପେ ଢାଳି ଆଦ୍ୟ କଲି ସିନା ତାର
ଅପବ୍ୟବହାର; ଦେଇ ଶାଳଗ୍ରାମ ଟେକି
ମ୍ଳେଚ୍ଛହାତେ, କଲି ତାକୁ ଅପବିତ୍ର ହାୟ !
ସେହି ଅଦୁରର୍ଶିତା-ବିଷମୟ ଫଳ
ଭୁଞ୍ଜି ମୁଁ ଆକ୍ରାନ୍ତ ଏବେ ଅନୁତାପ-ଜ୍ୱରେ ।
ହେଉ ପଛେ ଅନୁତାପ ଶୂନ୍ୟଗର୍ଭ, ବୃଥା,
ମାତ୍ର ଯୋଗ୍ୟ ପ୍ରାୟଶ୍ଚିତ୍ତ ସେ ମୋ ଦୁଷ୍କୃତିର
ଅବିମୃଷ୍ୟକାରିତାର ପୁରସ୍କାର ମଣି,
ପିନ୍ଧଥିବି ଆଜୀବନ ସେ ମାଟି-ପଦକ ।
ଶତ୍ରୁ
ମାନବ, ଶତ୍ରୁବେଷ୍ଟିତ ଆଜୀବନ ଭବେ,
ଅଭ୍ୟନ୍ତରେ ରୋଗ ଶତ୍ରୁ, ପୁଣି ଷଡ଼ରିପୁ,
ବାହ୍ୟେ ଜଳେ ସ୍ଥଳେ ସ୍ଥିତ କୁମ୍ଭୀର ଶ୍ୱାପଦ,
ଆକାଶେ କରକା, ବଜ୍ର, ରୁଦ୍ଧ ସର୍ବପଥ ।
ଆଉ ଏକ ମହାଶତ୍ରୁ ଅଛି ମାନବର,
ସେ ମାନବ, ମାତ୍ର ବୁଷ୍ଟ ପିଶାଚ ଆଚାରୀ;
ଦମିତ ଔଷଧେ ରୋଗ, ସଂଯମ ସାଧନେ
ରିସୁକୁଳ, ଶ୍ୱାପଦାବି ଅସ୍ତ୍ରେ ସାତର୍କ୍ୟରେ
କରିବାକୁଳିନିଶାଘାତୁ ଆତ୍ମରକ୍ଷା ନୀତି,
ମାତ୍ର ନାହିଁ ନର-ଶତ୍ରୁ ପାଲରୁ ନିସ୍ତାର ।
ତୀବ୍ର ହୁଳାହଳସିକ୍ତ ଦୁର୍ଜନ ରସନା,
ହୃଦ ପୂର୍ଣ୍ଣ ପରନିଷ୍ଟ-ପାପ-କଳ୍ପନାରେ,
ଦୂରାତ୍ମା-ଦୌରାତ୍ସ୍ୟ ମୁକ୍ତ ଯେଉଁ ଭାଗ୍ୟଧର
ସୁଲଭ ଜୀବନେ ତାର ସୁଖ-ଶାନ୍ତି-ସୁଧା ।
ସଭ୍ୟତା
ନୁହେଁ କ୍ରେୟ ଦ୍ରବ୍ୟ, କିମ୍ବା ଅଯତ୍ନ-ସୁଲଭ
ସଭ୍ୟତା, ଭପାର୍ଜନର ସାପେକ୍ଷ ସେ ଏକା,
କୁନ୍ତଳ ବିନ୍ୟାସେ ଅବା ରମ୍ୟ ପରିଚ୍ଛଦେ,
ଅଥବା ଜାତୀୟତାର ବିରୁଦ୍ଧ ଭୋଜନେ,
ହୁଏ ନାହିଁ ସଭ୍ୟତାର ସାରତ୍ୱ ଉନ୍ମେଷ,
ଅସ୍ୱାଭାବିକତାର ସେ ହୀନ ଅନୂକୃତି;
ଦିଅଁ ଗଢ଼ା ଛଳ ସିନା ସେ ଅନୁକରଣେ,
ମାତ୍ର ପ୍ରକୃତରେ ହୁଏ ବାନର ଗଠିତ ।
ସଭ୍ୟତା, ସତ୍ଶିକ୍ଷା ଆଉ ସତ୍ସଙ୍ଗସମ୍ଭୁତ,
କରିଦିଏ ଚରିତ୍ରେ ସେ ସଂଯତ, ମାର୍ଜିତ,
ଯଦ୍ଦ୍ୱାରା ଶରୀର, ମନ, ବିଶେଷେ ଆତ୍ମାର
ସମ୍ପୂର୍ଣ୍ଣ ବିକାଶ ଘଟେ, ସତ୍ୟ, ସଦାଚାରୁ,
ଔଦାର୍ଯ୍ୟ, ସମଦର୍ଶିତା, ସ୍ୱଧର୍ମପାଳନ,
ଯାର ଦୃଢ଼ ମୂଳଭିର୍ତ୍ତି, ସେହି ତ ସଭ୍ୟତା ।
ପରଦୋଷ
ପରଦୋଷ ଅନ୍ୱେଷଣ ନିର୍ଗୁଣୀ ସ୍ୱଭାବ,
ବିଘୃଣ୍ୟ ଅସ୍ପର୍ଶ୍ୟ ତାହା, ଉପେକ୍ଷ୍ୟ ସର୍ବଥା;
ଭାଙ୍ଗିନିଏ ମଧୁଫଣା ମଧୁ -ସଂଗ୍ରାହକ,
ମାତ୍ର ନିମ୍ନ କୀଟଚତ୍ରେ * ଛୁଏଁ ନାହିଁ କେବେ ।
ଖୋଜି ଆତ୍ମ ଦୋଷ ଯେହୁ କରେ ସଂଶୋଧନ,
ଆବର ଯେ ଭୃଙ୍ଗଧର୍ମୀ, (ଭ୍ରମର ଯେସନ
ଶୋଷେ ଖାଇ ମଧୁବିନ୍ଦୁ ଚମ୍ପକ କୁସୁମ,
ଛାଡ଼ି ତାର ତିକ୍ତ ରସ) ସେହି ସାରଗ୍ରାହୀ,
ପ୍ରକୃତ ଧାର୍ମିକ, ଜ୍ଞାନୀ, ଆତ୍ମଦର୍ଶୀ, ସାଧୁ,
ପୁତ ତାହା ପଦରେଣୁ, ତୀର୍ଥରେଣୁ ସମ ।
ଧରନ୍ତି ଉନ୍ନତି ଦେବୀ ସାଦରେ ତାହାକୁ
ସୁଖମୟ ଶାନ୍ତିମୟ ସୁଧାମୟ କ୍ରୋଡ଼େ ।
ପରଗୁଣ-ପ୍ରପୂଜକ ପ୍ରଯୁଜ୍ୟ ଗୁଣର,
କରନ୍ତି ଆଶ୍ରୟ ତାକୁ ନିଖିଳ ସଦ୍ଗୁଣେ ।
ନିବେଦନ
ଶମ ପ୍ରଭୋ, ମୋ ଅତୃପ୍ତ-ପିପାସା-ଯନ୍ତ୍ରଣା,
ବେଦନା-ବିକ୍ଷତ ପ୍ରାଣେ ତାଳି କୃପା-ସୁଧା,
ସୃଜି ସେ ପିପାସା ମୁହିଁ, ନ ପାରେଁ ସମ୍ଭାଳି,
ଘନୁ ଜାତ ଇରମ୍ମଦ, ମାତ୍ର ଘନଜଳେ
ନୁହେଁ ସେ ନିର୍ବାଣ । ହରି, ତବ କୃପା ବିନା
ଅସମର୍ଥ ନିବାରଣେ ଜଗତ ସେ ତୃଷ୍ଣା,
ବନ୍ୟାର କାରଣ ବୃଷ୍ଟି, ନୁହେଁ ତ ତୁଷାର ।
ଶିଖାଅ ହେ ପ୍ରେମଛନ୍ଦେ ତଳ ପ୍ରେମଗୀତି,
ହେବି ପ୍ରେମମତ୍ତ ଗାଇ ସେ ମହାଗୀତିକା,
ହେ ସୁନ୍ଦର, କର ମୋତେ ସ୍ୱାଭବ-ସୁନ୍ଦର,
ଶୁଭ ! କର ଶୁଭମୟ ପ୍ରାଣ, ପୁଣ୍ୟ ! ତବ
ପୁଣ୍ୟ-ଜ୍ୟୋତି-ଜଳେ ଧୋଇଯାଉ ମୋ କପାଳ
କଳୁଷ-କଳଙ୍କ, ଦିଅ ଆଦେଶ ପାଳନେ
ଶକ୍ତି; ଶ୍ରୀପଦ ପୁଜନେ ଭକ୍ତି, ପୁଣି ପ୍ରୀତି
ସକ୍ୟ ସଂସାଧନେ, ଏହି ତ୍ରିବେଣୀ ସଲିଳେ
ପଖାଳିବି ପଦ ତବ, ଆନନ୍ଦାଶ୍ରୁ ସହ ।
ବର୍ଷବୃଦ୍ଧି ସମ୍ବର୍ଦ୍ଧନା
(ଉତ୍କଳ ଦୀପିକାର ଅର୍ଦ୍ଧ ଶତାବ୍ଦୀ ଅତୀତ ଉପଲକ୍ଷେ)
ଘେନ ଭକ୍ତି ସମ୍ବର୍ଦ୍ଧନା ଉତ୍କଳଦୀପିକେ,
ଦେବି, ନବସମ୍ବତ୍ସରେ, ପବିତ୍ର ମଙ୍ଗଳ
ତବ କର୍ଷବୃଦ୍ଧି ଦିନେ, ତୁମ୍ଭେ ପୁଣ୍ୟମୟୀ,
ସ୍ୱଦେଶର ଶିକ୍ଷୟିତ୍ରୀ, ମହା କର୍ମ-ଯାଗେ,
ସଂଯାପି ଯଞ୍ଚାଶ ବର୍ଷ ପୁଣି କର୍ମେ ରତ ।
ଧନ୍ୟ ତବ ପ୍ରଜ୍ଞା, ନିଷ୍ଠା, ସାହସ, ପ୍ରତିଭା,
ଔଦାର୍ଯ୍ୟ, ମହାପ୍ରାଣତା, ନମସ୍ୟେ, ତୁମ୍ଭରି
ପ୍ରାଣ-ପାଞ୍ଜିର ଅତୀତ ପ୍ରତ୍ୟେକ ପତର
ଦେଶହିତ-ଶୁଭ-ଶ୍ଲୋକ-ନିର୍ଘଣ୍ଟେ ପୁରିତ
ଉନ୍ନତି-ଅଗସ୍ତ୍ୟ ତାରା ତୁମ୍ଭେ ଉତ୍କଳର ।
ନୁହେଁ ଏକା ତୁମ୍ଭ ପକ୍ଷେ ଶୁଭଦିନ ଆଜି,
ସୌଭାଗ୍ୟ ସୁଦିନ ଆଜି ଉତ୍କଳ ପକ୍ଷରେ,
ନବ ଚନ୍ଦ୍ରୋଦୟେ ସିନା ସୃଷ୍ଟି ହୁଏ ସୁଖୀ,
ମାତ୍ର ଚନ୍ଦ୍ର ପକ୍ଷେ ଯଥା ପୂର୍ବ ତଥା ପର ।
ହଳଦୀବସନ୍ତ
କାହାକୁ କରାଉ ଏତେ ନିତ୍ୟ ସାବଧାନ,
ରେ ସ୍ୱର୍ଣ୍ଣବିହଙ୍ଗ, ‘‘ଶାଶୁ କୁଳେ ଗୋ’’ ବୋଲିଣ ?
କେତେବେଳେ କହୁ ପୁଣି ‘‘ଚିଟଉ ପଢ଼ ଗୋ’’
କାହା ଉଦ୍ଦେଶ୍ୟେ ଏ ଭକ୍ତି ? କେ କହିବ ମୋତେ ?
କି ସୁନ୍ଦର ତନୁ ତୋର ରତନେ ରଚିତ,
ହରିଣ୍ମୟ କଳେବର, କଣ୍ଠ ଇନ୍ଦ୍ରନୀଳ,
ଚଞ୍ଚୁ ପଦ୍ମରାଗ, ଏତେ ରତ୍ନ ଖଞ୍ଜି ବିହି
ବରାଙ୍ଗେ ତୋହର, ହେଲା ନାହିଁ ତୃପ୍ତ ତେବେ,
ଚଢ଼ାଇଲା କଣ୍ଠେ ତାର ଅମୃତେ ସିକତି,
ପ୍ରିୟ ବାଦ୍ୟଯନ୍ତ୍ର ତୁ କି ବିଶ୍ୱବିଧାତାର ?
ନୋହୁ ଖାଲି ଗୁଣଶ୍ରେଷ୍ଠ ପିକ ପରି ତୁହି,
ରୁପ ଗୁଣ ଉଭେ ତୋର ରୁଚିର-ମଧୁର,
କି ସ୍ୱର୍ଣ୍ଣସୌଭାଗ୍ୟ ଏହା, ଅମର ହିଂସିତ,
ଏକାଧାରେ ଏ ସମୃଦ୍ଧି ଦୁର୍ଲ୍ଲଭ ଜଗତେ ।
ନେପୋଲିୟନ
ଦିଗ୍ବିଜୟୀ ବୀରବର ହେ ନେପୋଲିୟମ,
ଥିଲା ଅହୋ ତୁମ୍ଭର କି ଦୁର୍ବାର ଲାଳସା,
ବିସ୍ତୀର୍ଣ୍ଣ ସାମ୍ରାଜ୍ୟ ଲାଭେ, ନ ତୁଟିଲା ତିଳେ
ଅତୃପ୍ତ-ବାସନା-ନିଶା, ଦୁଇ ଦିନ ପାଇଁ
ହେଲା କି ନିଅଣ୍ଟ ଭଲା ସେ ବିଶାଳ ସ୍ଥଳୀ
ତବ ବାସ ପକ୍ଷେ ? କରେ ଧରିଲ କୃପାଣ,
ସୀମାବୃଦ୍ଧି ଅର୍ଥେ, କଲ ଅଭିଷିକ୍ତ ଧରା
ମାନବ-ଶୋଣିତେ, ବହି ମାନବ ଶୋଣିତ,
ମାତ୍ର ନେଲ କେତେ ଭୂମି ମର୍ତ୍ତ୍ୟୁ ଗଲାବେଳେ ?
ସାର୍ଦ୍ଧ ତିନି ହସ୍ତ ସ୍ଥାନ ଆବଶ୍ୟକ ତବ,
ତାହା ସୁଦ୍ଧା ପାରିଲ କି ସଙ୍ଗେ ନେଇ ବୀର,
କେତେ ଦିନ ପାଇଁ ଆହା କଲ କେଡ଼େ କଥା
ହୋଇ ମହାରଣ-ଯାଗେ ପ୍ରଧାନ ପୁରୋଧା,
ସମର୍ପିଲ ପୂର୍ଣ୍ଣାହୁତି କୋଟି କୋଟି ନରେ,
ବୀରହୃଦ କି ନିଷ୍ଠୁର ଅଦୟା-ଶ୍ମଶାନ,
ପଡ଼େ ନାହିଁ ତହିଁ ମାୟାମମତାର ଛାୟା,
ନୁହେଁ କି ହେ ବୀରହୃଦ, ନରହୃଦ, ବୀରେ
ନୁହନ୍ତି କି ନର ? ହାୟ ଶ୍ୱାପଦ ସଦୃଶ
ବିଦାରିବ ନରବକ୍ଷ ନର, ଏହା କି ହେ
ବୀରଧର୍ମ, ଲୋକରକ୍ଷୀ ? ଲୋକଭକ୍ଷୀ କିଏ ?
ଭଣେ ଯେଉଁ ଧର୍ମ,-ହତ୍ୟା, ପରରାଷ୍ଟ୍ର ଗ୍ରାସ,
ସେ ଭୀଷଣ ଧର୍ମେ ଦୁରୁ କୋଟିଏ ଜୁହାର ।
ଦରିଦ୍ର
କେ ଦରିଦ୍ର ? ନ କରେ ଯେ ମୁଠେ ଶସ୍ୟ, ଅବା
ଦୁଇଖଣ୍ଡ ସୁନାରୁପା-ଚକି ଉପାସନା,
ସେହି କି ଦରିଦ୍ର ? ନା, ନା, ଏ ଭ୍ରାନ୍ତି ବିଶ୍ୱାସ ।
ଅପାର୍ଥିବ ଜ୍ଞାନ-ରତ୍ନେ ହୀନ ଯେ ମାନବ,
ଧର୍ମରୁପ ଆଭାମୟ ସ୍ୱର୍ଣ୍ଣ-ଦୀପଶିଖା
ନ କରେ ଉଜ୍ଜ୍ୱଳ ଯାର ତାମସ ହୃଦୟ,
ସେ ହୃଦୟ ହୀନ, ତାର ଦରିଦ୍ର ଉପାଧି
ସମୀଚୀନ ! ମୁଢ଼ ରାଜା, ଦରିଦ୍ର ପରମ,
ମାତ୍ର ଯେ ଧାର୍ମିକ ଜ୍ଞାନୀ, ହେଉ ସେ ପଛକେ
ତୀର୍ଣ୍ଣ-କୌପୀନସମ୍ବଳ, ମହାଧନୀ ସେହୁ ।
ଧନ, ସ୍ୱର୍ଗୀୟ, ପବିତ୍ର, ଅମୃଲ୍ୟ, ଦୁର୍ଲଭ,
ପ୍ରଦାନେ ସଂସାର ଯାକୁ ଧନ ଅଭିଧାନ,
ନୁହେଁ ସେ ତ ଧନ, ତାହା ବିଷୟ ବିକାର
ତୀବ୍ରତାରେ ପରାତେ ସେ ବିଷାଦର ବିଷେ ।
ସତ୍ୟବାଦୀ ବିଦ୍ୟାଳୟ
ଛୁରିଅନା-ବିଚ୍ଛୁରିତ ମଞ୍ଜୁ କୁଞ୍ଜବନେ,
ଏ କି ଭାରତୀ-ଆଶ୍ରମ, ଆଦର୍ଶ, ପାବନ,
ପ୍ରବୀଣ ଆଚାର୍ଯ୍ୟଠାରୁ ଲଭି ସାଧୁ ସନ୍ଥ
ବାଳ ବ୍ରହ୍ମଚାରିକୁଳ, ରତ ଏଥି ଆହା
ସଂସାର ସାଧନା-ଯଜ୍ଞେ, ତନ୍ମୟ ମାନସେ
ଯୁଗେ ଯୁଗେ ତପୋବନ ଉନ୍ନତି-ଜନକ,
ଏ ଆଶ୍ରମ-ହିମାଳୟୁ ହୋଇ ପ୍ରବାହିତା
ଲୁପ୍ତ ଆର୍ଯ୍ୟ ସଭ୍ୟତାର ମନ୍ଦାକିନୀ ଧାରା,
କରିବ ସମାଜ-ବକ୍ଷ ଶୀତଳ, ସରସ ।
ସ୍ୱୀୟ ଉଚ୍ଚ ଆଦର୍ଶରେ ସତ୍ୟଶିବମୟ,
କରି ଅନୁପ୍ରାଣାୟିତ ଅସଂଖ୍ୟ ଆଶ୍ରମେ
ଏ ଆଶ୍ରମ, ସଂସ୍ଥାପିବ ସ୍ୱଦେଶେ ଅଦୁରେ,
ଦିଶିଲାଣି ଦିଶିଲାଣି ଏ ମହା ସୂଚନା,
ଘନ ଦୃଷ୍ଟେ ବାରି ଆଶା ନୁହେ ଅସଙ୍ଗତ ।
ଗଢ଼ିବ ଏ ଆଶ୍ରମ ଯେ ନୈତିକ ଜୀବନ,
ଜାତୀୟ ଜୀବନ ତାହା, ନୁହେଁ ବ୍ୟକ୍ତିଗତ ।
ସଂସ୍କୃତ ଭାଷା
ଭାଷାରାଣୀ ଦେବଭାଷା ଦିବ୍ୟଭାବପ୍ରାଣା
ରତ୍ନଗର୍ଭା, ମାତଃ, ଗର୍ଭେ ତୋର ଏକାଧାରେ
ନିହିତ ଅନନ୍ତ ରତ୍ନ, ମର୍ଜ୍ଜିଛି ଯେ କୃତୀ
ସେ ଅଗାଧ ସିନ୍ଧୁ ମଧ୍ୟେ, କୋଟିପତି ସେହୁ ।
ତୋହ ପରି ଗୁଣବତୀ ତୋ ଉତ୍କଳ ସୂତା,
ତୋ ଭଳି ସୁନ୍ଦରୀ, ତୋହୋ କେତେ ତେଜସ୍ୱିନୀ,
ମାତା ଯାର ରୁପବତୀ, ବିଶ୍ୱବନ୍ଦନୀୟା,
କିପା ବା ତା କନ୍ୟା ହେବ ଦୁର୍ଗୁଣା, କୁତ୍ସିତା ?
କିନ୍ତୁ ମା ଗୋ ଏହି ବଡ଼ ମର୍ମାନ୍ମିକୀ ବ୍ୟଥା,
ନିଖିଳ ଜଗତେ ତୁହି ବିତରୁ ସୁଜ୍ଞାନ,
ମାତ୍ର ତୋ ସନ୍ତାନଗଣେ ଜ୍ଞାନ ଅନ୍ୱେଷଣେ
ଭ୍ରମୁଛନ୍ତି ଇତସ୍ତତଃ, ଜନନୀ ଯାହାର
ସ୍ୱୟଂ ଅନ୍ନପୂର୍ଣ୍ଣା, ହାୟ, ତା ସୁତେ ଭିକାରୀ !
ତୋ ସେବା ଉପେକ୍ଷି ସିନା ଏହି ଅଧୋଗତି ।
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ