ମୟୂର
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ତୀର୍ଥବାରି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୪
- ସ୍ଥିତି
- ସାର୍ବଜନୀନ (Public domain)
ଶିଖଣ୍ଡି, ତୁ ନଟରାଜ ବନ-ରଙ୍ଗାଳୟେ,ନିରେଖି ପ୍ରକୃତିରାଣୀ ତୋ ଲାସ୍ୟ ରୁଚିର,(ମାନସ-ଉଲ୍ଲାସକାରୀ, ଦିଦୃକ୍ଷାବର୍ଦ୍ଧକ)ଫୁଲ୍ଲ ଫୁଲଦଳ ଛଳେ ହସନ୍ତି ପ୍ରମୋଦେ ।ଧରୁ କି ମୋହନ ମୂର୍ତ୍ତି ଲଳିତ ମଧୁର,ମାତ୍ର ସ୍ୱର ବିପରୀତ-ଅପ୍ରିୟ, କର୍କଶ,ଶୋଭାର ପୂର୍ଣ୍ଣ ବିକାଶ କାହିଁବା ରୂପରେ,ବଚନ ସୁନ୍ଦର ଯାର ସେ ସିନା ସୁନ୍ଦର ।ଗଢ଼ିଛି ଯେ ଚିତ୍ରକାର ସୁତନୁ ତୋହରଶବଲିତ ରତ୍ନରାଜି-ରଶ୍ମି ଉପାଦାନେ,ଭୁଲି ତାକୁ, ରେ ବିହଙ୍ଗ, କିପାଁଉଚୁ ଘନେ ?ପ୍ରୀତିପୂର୍ଣ୍ଣ ନେତ୍ରେ ତାକୁ ଦେଖୁ ତୁ ଯେପରି,ସେପରି ସେ ଦେଖେ କିରେ ତୋତେ ? ନାହିଁ ଯହିଁପ୍ରାଣର ବିଦ୍ୟୁତାବେଗ, ପ୍ରୀତି ନୁହେଁ ତାହା ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର