ଋଷି-ରାଜ୍ୟ
୧୮୬୭–୧୯୪୩
- ପଢ଼ିବା ସମୟ
- ୨୩ ମିନିଟ୍
- ଶବ୍ଦ
- ୩୬୪୪
- ସ୍ଥିତି
- ସାର୍ବଜନୀନ (Public domain)
ଦେଖିଲି ମୁଁ ଏ କିଦୃଶ୍ୟ ଅପରୂପ,ସ୍ୱପନ କି ଏହାସତ୍ୟର ସ୍ୱରୂପ ।ବିସ୍ତୃତ ଅଗ୍ରତେକେବଣ ପ୍ରଦେଶ,କେଉଁ ଋଷିରାଜ୍ୟେକଲି ମୁଁ ପ୍ରବେଶ !ଆକୃତିରେ ସାନରାଜ୍ୟ ଲାଞ୍ଜିଗଡ଼ ।ମାତ୍ର ବିଶେଷତ୍ୱେବଡ଼ଠାରୁ ବଡ଼ ।କୋହିନୁର କିଣିହେଉପଛେ ସାନ,ମାତ୍ର ଜ୍ୟୋତିରେକେ ହେବ ତା’ ସମାନ ?ସୂର୍ଯ୍ୟମୁଖୀ ବଡ଼ହେଉ ପଛେ ଅତିବଳିଯାଏ ତାକୁସୌରଭେ ସେବତୀ ।ଦୁରୁଁ ଦିଶେ ଯଥାରମ୍ୟ ତପୋବନ,ସୁନ୍ଦର ଯେସନପବିତ୍ର ତେସନ ।ରାଜ୍ୟଶିରେ ଶୋଭେମାରାଗ ମହୁଡ଼-ପରାୟେ ‘ନିୟାମ-ଗିରି’ତୁଙ୍ଗ ଚୂଡ଼ ।ଶ୍ୟାମକାନ୍ତି ତାରକି ସୁନ୍ଦର ଦିଶେ,ରାଜ୍ୟ-ସୁଷମାରମାନଦଣ୍ଡ କି ସେ !ସମାଧି ଯୋଗରେଆଜୀବନ ଖଟି,ଯାଇଛି କି ଯୋଗୀପ୍ରସ୍ତର ପାଲଟି ?ହେଲେ ହେଁ ନିୟାମଗିରିକୁଳେ ରାଜା,ମାତ୍ର ଏ ରାଜ୍ୟରକରଦାତା ପ୍ରଜା ।ପଦ ତତେ ସ୍ଥିତପକ୍ୱାଣ କୁଟୀର,ଋଷ୍ୟାଶ୍ରମ ପ୍ରାୟଦିଶେ ସୁରୁଚିର ।ନାହିଁ ବେଶଭୂଷାନାହିଁ ପରିପାଟୀ,ଉପାଦାନ ତାରପତ୍ର ଝାଟିମାଟି ।ନିବସନ୍ତି ତହିଁନିଷାଦ କିରାତ,ଗିରି ତାଙ୍କ ମାତଗିରି ତାଙ୍କ ତାତ ।ବହନ୍ତି ଶରୀରେଅମାନୁଷୀ ବଳ,ଚରିତ୍ର ତାଙ୍କରମଧୁର ନିର୍ମଳ ।ବନୁଁ ମୃଗ ମାରିପୋଷନ୍ତି ଉଦର,ନ ପଶନ୍ତି ପାଖକୁଟ କପଟର ।ହେଉନ୍ତୁ ପଛକେ
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର