ଜନ୍ମଭୂମି
ଗୋଦାବରୀଶ ମିଶ୍ର
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଗୀତିଗୁଚ୍ଛ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୦୪
- ସ୍ଥିତି
- ସାର୍ବଜନୀନ (Public domain)
ଜନମଭୂମି ଯେ ମାଟି ପଥରରଜନନୀକି ବଳି ବଡ଼;ସେ ଜନମଭୂମି ସେବା ସେ କରଇନରଜନ୍ମ ଧନ୍ୟ ତାର ।ହ୍ରଦ ନଦୀ ବନ ପ୍ରାନ୍ତର ପର୍ବତ-ଜଡ଼ି ଏ ସକଳ ଯେତେ,ପ୍ରତି ପ୍ରାଣେ ବହେ ଜନନୀ ରକତଜୀବନ୍ତ ପରାୟେ ସତେ ।ସରଗୁଁ ବଳି ଏ ଜନମଭୂମିରହେଲେ ତିଳେ ଅପମାନ,ଥିଲା ଦିନ ଯେବେ ଉଠୁଥିଲେ ଗର୍ଜିକୋଟି କୋଟି ତା ସନ୍ତାନ ।ଏ ଜନମଭୂମି ଗଉରବ ଶିରୀଅଟଳ ରଖିବା ପାଇଁ,ସମର ପ୍ରାଙ୍ଗଣେ ଦେଉଥିଲେ ପ୍ରାଣଶତ ଲକ୍ଷ ଦେଶ ଭାଇ ।ଅଛି ସେହି ଭୂଇଁ, କେଜାଣେ କିପାଇଁହୃଦୟେ ନାହିଁ ସେ ଟାଣ,ଜନନୀ ଦଇନେ କିପରି ସନ୍ତାନେରହିଛନ୍ତି ଧରି ପ୍ରାଣ ।କି ସୁଖ ଜୀବନେ, ଚିର ଅପମାନହେବ ଯେବେ ଭାଗ୍ୟେ ଲେଖା ?ମାଆ ବୋଲି ଥରେ ଉଠ ହେ ସୋଦରେ,ମାଆର ଲଭିବ ଦେଖା ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର